ଆସାମ ପୁଲିସ୍ ଦ୍ୱାରା ପରିକଳ୍ପିତ ‘ଆସାମ କୋପ୍‌' ମୋବାଇଲ୍ ଆପ୍ଲିକେସନ୍‌ର ଆନୁଷ୍ଠାନିକ ଭାବରେ ଆରମ୍ଭ କରିଛନ୍ତି
"ଗୌହାଟୀ ଉଚ୍ଚ ନ୍ୟାୟାଳୟର ନିଜସ୍ୱ ଐତିହ୍ୟ ଏବଂ ପରିଚୟ ରହିଛି’
"ଗଣତନ୍ତ୍ରର ଏକ ସ୍ତମ୍ଭ ଭାବରେ ଏକବିଂଶ ଶତାବ୍ଦୀରେ ଭାରତୀୟଙ୍କ ସୀମାହୀନ ଆକାଂକ୍ଷା ଗୁଡିକୁ ପୂରଣ କରିବା କ୍ଷେତ୍ରରେ ନ୍ୟାୟପାଳିକାର ଏକ ବଳିଷ୍ଠ ଏବଂ ସମ୍ବେଦନଶୀଳ ଭୂମିକା ରହିଛି ।
"ଆମେ ହଜାର ହଜାର ପୁରାତନ ନିୟମକୁ ପ୍ରତ୍ୟାହାର କରି ନେଇଛୁ, ନିୟମକୁ ହ୍ରାସ କରିଛୁ’
" ସରକାର ହୁଅନ୍ତୁ କିମ୍ବା ନ୍ୟାୟପାଳିକା ହୁଅନ୍ତୁ, ପ୍ରତ୍ୟେକ ଅନୁଷ୍ଠାନର ଭୂମିକା ଏବଂ ଏହାର ସାମ୍ବିଧାନିକ ଦାୟିତ୍ୱ ସାଧାରଣ ନାଗରିକ ମାନଙ୍କର ସହଜତାପୂର୍ଣ୍ଣ ଜୀବନ ସହ ସଂଯୁକ୍ତ’
"ଦେଶରେ ନ୍ୟାୟ ବିତରଣ ବ୍ୟବସ୍ଥାକୁ ଆଧୁନିକୀକରଣ କରିବା ନିମନ୍ତେ ପ୍ରଯୁକ୍ତି ବିଦ୍ୟା ପାଇଁ ଅସୀମିତ ପରିସର ରହିଛି’
"ଏଆଇ ମାଧ୍ୟମରେ ସାଧାରଣ ନାଗରିକଙ୍କ ପାଇଁ ନ୍ୟାୟର ସହଜତାକୁ ସୁଦୃଢ଼଼ କରିବା ନିମନ୍ତେ ଆମେ ଉଦ୍ୟମ ବୃଦ୍ଧି କରିବା ଉଚିତ୍‌’

ଆସାମର ରାଜ୍ୟପାଳ ଗୁଲାବ ଚାନ୍ଦ କଟାରିଆ ଜୀ, ମୁଖ୍ୟମନ୍ତ୍ରୀ ଶ୍ରୀ ହିମନ୍ତ ବିଶ୍ୱ ଶର୍ମା ଜୀ, ମୋର ସହକର୍ମୀ କେନ୍ଦ୍ର ଆଇନ ମନ୍ତ୍ରୀ ଶ୍ରୀ କିରେନ ରିଜିଜୁ ଜୀ,  ଅରୁଣାଚଳ ପ୍ରଦେଶର ମୁଖ୍ୟମନ୍ତ୍ରୀ ଶ୍ରୀ ପେମା ଖଣ୍ଡୁ ଜୀ,  ସୁପ୍ରିମକୋର୍ଟର ବିଚାରପତି ଜଷ୍ଟିସ ହୃଷିକେଶ ରାୟ ଜୀ, ଗୌହାଟୀ ଉଚ୍ଚ ନ୍ୟାୟାଳୟରର ପ୍ରଧାନ ବିଚାରପତି ସନ୍ଦୀପ ମେହେତା ଜୀ, ଅନ୍ୟ ସମ୍ମାନିତ ବିଚାରପତି, ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି, ଭଦ୍ର ମହିଳା ଏବଂ ଭଦ୍ରବ୍ୟକ୍ତିଗଣ !

ଆଜି ଗୌହାଟୀ ଉଚ୍ଚ ନ୍ୟାୟାଳୟରର ପ୍ଲାଟିନମ୍ ଜୟନ୍ତୀ ଉତ୍ସବରେ ଅଂଶଗ୍ରହଣ କରି ଏବଂ ଆପଣ ମାନଙ୍କ ଗହଣରେ ନିଜକୁ ପାଇ ଏହି ସ୍ମରଣୀୟ ମୁହୂର୍ତ୍ତର ଅଂଶ ହୋଇ ଥିବାରୁ ମୁଁ ବହୁତ ଖୁସି ଅନୁଭବ କରୁଛି । ଗୌହାଟୀ ଉଚ୍ଚ ନ୍ୟାୟାଳୟରର ୭୫ ବର୍ଷର ଏହି ଯାତ୍ରା ଏମିତି ଏକ ସମୟରେ ପୂରଣ ହୋଇଛି,  ଯେଉଁ ସମୟରେ ଦେଶ ମଧ୍ୟ ସ୍ୱାଧୀନତାର ୭୫ ବର୍ଷ ପୂରଣ କରିଛି । ଏହା ମଧ୍ୟ ଆମ ପାଇଁ ଆମର ଅନୁଭବକୁ ସଂରକ୍ଷିତ କରି ରଖିବା ନିମନ୍ତେ ଏକ ସମୟ, ଏବଂ ଏହା ମଧ୍ୟ ନୂତନ ଲକ୍ଷ୍ୟ ଏବଂ ଆବଶ୍ୟକୀୟ ପରିବର୍ତ୍ତନ ପାଇଁ  ଉତ୍ତରଦାୟିତ୍ୱର ଏକ ମହତ୍ତ୍ୱପୂର୍ଣ୍ଣ ପର୍ଯ୍ୟାୟ । ବିଶେଷ ଭାବରେ, ଗୌହାଟୀ ଉଚ୍ଚ ନ୍ୟାୟାଳୟର ଏକ ସ୍ୱତନ୍ତ୍ର ଐତିହ୍ୟ ରହିଛି, ନିଜସ୍ୱ ଏକ ପରିଚୟ ରହିଛି । ଏହା ଏପରି ଏକ ଉଚ୍ଚ ନ୍ୟାୟାଳୟ,  ଯାହାର ଅଧିକାରର ପରିସୀମା ସବୁଠାରୁ ଅଧିକ ଅଟେ । ଆସାମ ସହିତ ଆପଣ ଅରୁଣାଚଳ ପ୍ରଦେଶ, ମିଜୋରାମ ଏବଂ ନାଗାଲାଣ୍ଡ, ଅର୍ଥାତ୍ ଆହୁରି ୩ ଟି ରାଜ୍ୟର ସେବା କରିବାର ଦାୟିତ୍ୱ ମଧ୍ୟ ନିର୍ବାହ କରିଥାନ୍ତି । ୨୦୧୩ ପର୍ଯ୍ୟନ୍ତ, ଉତ୍ତର ପୂର୍ବର ୭ ଟି ରାଜ୍ୟ ଗୌହାଟୀ ଉଚ୍ଚ ନ୍ୟାୟାଳୟ ଅଧୀନରେ ଆସୁଥିଲେ । ତେଣୁ, ଗୌହାଟୀ ଉଚ୍ଚ ନ୍ୟାୟାଳୟର ୭୫ ବର୍ଷର ଏହି ଯାତ୍ରାରେ ସମଗ୍ର ଉତ୍ତର - ପୂର୍ବ କ୍ଷେତ୍ରର ଅତୀତ ଜଡିତ, ଏହା ଗଣତାନ୍ତ୍ରିକ ଐତିହ୍ୟ ସହିତ ଯୋଡି ହୋଇ ରହିଛି । ଏହି ଅବସରରେ ମୁଁ ଆସାମ ଏବଂ ଉତ୍ତର - ପୂର୍ବ କ୍ଷେତ୍ରର ସମସ୍ତ ଲୋକ ମାନଙ୍କୁ ଏବଂ ବିଶେଷ ଭାବରେ ଏଠାକାର ଅଭିଜ୍ଞତାପୂର୍ଣ୍ଣ ଆଇନଗତ ଭାଇଚାରାକୁ ମୋର ବହୁତ ବହୁତ ଶୁଭେଚ୍ଛା ଜଣାଉଛି ।

 

ଆଜି ମଧ୍ୟ ଆଉ ଏକ ସୁଖକର ସଂଯୋଗ ହେଉଛି ଯେ,  ଏବଂ ଏହା ସମସ୍ତେ ଜାଣିଛନ୍ତି ଯେ ଆଜି ମଧ୍ୟ ଡକ୍ଟର ବାବାସାହେବ ଆମ୍ବେଦକରଙ୍କ ଜନ୍ମ ବାର୍ଷିକୀ । ଆମ ସମ୍ବିଧାନ ନିର୍ମାଣରେ ବାବା ସାହେବ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି । ସମ୍ବିଧାନରେ ଦର୍ଶାଯାଇଥିବା ସମାନତା ଏବଂ ସୌହାର୍ଦ୍ଦ୍ୟତାର ମୂଲ୍ୟ ହେଉଛି ଆଧୁନିକ ଭାରତର ମୂଳଦୁଆ । ଏହି ପୁଣ୍ୟ ଅବସରରେ ମୁଁ ବାବାସାହେବଙ୍କ ପାଦତଳେ ମଧ୍ୟ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି ।

ସାଥୀଗଣ,

ସ୍ୱାଧୀନତା ଦିବସରେ ଏଥର ମୁଁ ଲାଲ୍‌କିଲ୍ଲାରୁ ଭାରତର ଆକାଂକ୍ଷୀ ସମାଜ ଏବଂ  ସମସ୍ତଙ୍କର ପ୍ରୟାସ ବିଷୟରେ ବିସ୍ତୃତ ଭାବରେ କହିଥିଲି । ଆଜି ଏକବିଂଶ ଶତାବ୍ଦୀରେ ପ୍ରତ୍ୟେକ ଭାରତୀୟଙ୍କ ସ୍ୱପ୍ନ ଏବଂ ଆକାଂକ୍ଷାର କୌଣସି ସୀମା ନାହିଁ । ଏଗୁଡିକ ପୂରଣ କରିବାରେ ଗଣତନ୍ତ୍ରର ଏକ ସ୍ତମ୍ଭ ଭାବରେ ଆମର ଦୃଢ଼ ତଥା ସମ୍ବେଦନଶୀଳ ନ୍ୟାୟପାଳିକାର ଭୂମିକା ମଧ୍ୟ ସମାନ ଭାବରେ ଗୁରୁତ୍ୱପୂର୍ଣ୍ଣ । ଦେଶର ସମ୍ବିଧାନ ମଧ୍ୟ ଆମ ସମସ୍ତଙ୍କ ଠାରୁ ଏହା ନିରନ୍ତର ଭାବେ ଆଶା ରଖିଛି ଯେ , ଆମେ ସମାଜ ପାଇଁ ଏକ ଜୀବନ୍ତ, ଶକ୍ତିଶାଳୀ ଏବଂ ଆଧୁନିକ ଆଇନ ବ୍ୟବସ୍ଥା ସୃଷ୍ଟି କରିବା ଉଚିତ୍‌ !

 

ଆଂକାକ୍ଷୀ ଭାରତର ସ୍ୱପ୍ନକୁ ପୂରଣ କରିବା ପାଇଁ  ତିନୋଟି ଅଙ୍ଗ, ବ୍ୟବସ୍ଥାପିକା, କାର୍ଯ୍ୟପାଳିକା ଏବଂ ନ୍ୟାୟପାଳିକାର  ଦାୟିତ୍ୱ ରହିଛି । ଆମେ କିପରି ଏକତ୍ର କାର୍ଯ୍ୟ କରୁଛୁ ଏହାର ଗୋଟିଏ ଉଦାହରଣ ହେଉଛି ପୁରୁଣା ଏବଂ ଅନାବଶ୍ୟକ ନିୟମକୁ ରଦ୍ଦ କରିବା । ଆଜି ଏଠାରେ ଅନେକ ଆଇନ କ୍ଷେତ୍ରର ପ୍ରମୁଖ ବ୍ୟକ୍ତି ଉପସ୍ଥିତ ଅଛନ୍ତି! ଆପଣମାନେ  ଜାଣନ୍ତି ଯେ ଆମର ଅନେକ ଆଇନଗତ ବ୍ୟବସ୍ଥା ବ୍ରିଟିଶ ଶାସନ ସମୟରୁ ଚାଲି ଆସୁଛି । ଏପରି ଅନେକ ନିୟମ ଅଛି ଯାହା ବର୍ତ୍ତମାନ ସଂପୂର୍ଣ୍ଣ ଅପ୍ରାସଙ୍ଗିକ ହୋଇ ଯାଇଛି । ଆମେ ସେଗୁଡିକୁ  ସରକାରୀ ସ୍ତରରେ ନିରନ୍ତର ସମୀକ୍ଷା କରୁଛୁ ।

ଆମେ ଏପରି ଦୁଇ ହଜାର କେନ୍ଦ୍ରୀୟ ନିୟମକୁ ଚିହ୍ନଟ କରି ତାହାକୁ ସମାପ୍ତ କରିଛୁ ଯାହା ଅପ୍ରଚଳିତ ଏବଂ ଅନାବଶ୍ୟକ ତଥା ସମୟ ଅନୁପଯୋଗୀ ହୋଇ ଯାଇଥିଲା । ଆମେ ୪୦ ହଜାରରୁ ଅଧିକ ଅନୁପାଳନକୁ ମଧ୍ୟ ଦୂର କରିଛୁ । ବ୍ୟବସାୟ ସମୟରେ ହେଉଥିବା ଅନେକ ଛୋଟ ଭୁଲକୁ ମଧ୍ୟ ଆମେ ଅଣ - ଅପରାଧୀକରଣ କରି ଦେଇଛୁ । ଏହି ଚିନ୍ତାଧାରା ଏବଂ ଆଭିମୁଖ୍ୟ ଦେଶର ଅଦାଲତ ମାନଙ୍କରେ ମାମଲା ସଂଖ୍ୟା ହ୍ରାସ କରିବାରେ ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି ।

 

ସାଥୀଗଣ,

ସରକାର ହୁଅନ୍ତୁ କିମ୍ବା ନ୍ୟାୟପାଳିକା ହୁଅନ୍ତୁ, ପ୍ରତ୍ୟେକ ଅନୁଷ୍ଠାନର ସାମ୍ବିଧାନିକ ଦାୟିତ୍ୱ ସାଧାରଣ ଲୋକ ମାନଙ୍କର ଜୀବନକୁ ସହଜତାପୂର୍ଣ୍ଣ କରିବା ସହ ଯୋଡି ହୋଇ ରହିଥାଏ । ଆଜି ସହଜ ଜୀବନଯାପନର ଏହି ଲକ୍ଷ୍ୟ ପାଇଁ ଟେକ୍ନୋଲୋଜି ଏକ ଶକ୍ତିଶାଳୀ ଉପକରଣ ଭାବରେ ଉଭା ହୋଇଛି । ସରକାରୀ ସ୍ତରରେ ଆମେ ପ୍ରତ୍ୟେକ ସମ୍ଭାବ୍ୟ କ୍ଷେତ୍ରରେ ଟେକ୍ନୋଲୋଜିର ପୂର୍ଣ୍ଣ କ୍ଷମତାକୁ ବ୍ୟବହାର କରିବାକୁ ଚେଷ୍ଟା କରୁଛୁ । ଡିବିଟି ହେଉ,  ଆଧାର ହେଉ, ଡିଜିଟାଲ୍ ଇଣ୍ଡିଆ ମିଶନ୍ ହେଉ, ଏହି ସମସ୍ତ ଅଭିଯାନ ଗରିବ ଲୋକ ମାନଙ୍କୁ ସେମାନଙ୍କ ଅଧିକାର ପ୍ରଦାନ କରିବା ପାଇଁ ଏକ ପ୍ରମୁଖ ମାଧ୍ୟମ ପାଲଟିଛି । ଆପଣ ସମସ୍ତେ ପ୍ରାୟତଃ ପ୍ରଧାନମନ୍ତ୍ରୀ ସ୍ୱାମୀତ୍ୱ ଯୋଜନା ସହିତ ମଧ୍ୟ ପରିଚିତ ଥିବେ । ଦୁନିଆର ବଡ ବଡ ଦେଶ, ଏପରିକି ବିକଶିତ ଦେଶମାନେ ଯେଉଁ ଆହ୍ୱାନ ଗୁଡିକର ସମ୍ମୁଖୀନ ହେଉଛନ୍ତି, ତାହା ମଧ୍ୟରୁ ଗୋଟିଏ ହେଉଛି ସମ୍ପତ୍ତିର ଅଧିକାର ଜନିତ ସମସ୍ୟା । ସମ୍ପତ୍ତି ଅଧିକାରରେ ସ୍ୱଚ୍ଛତା ଅଭାବରୁ ଦେଶର ବିକାଶ ବନ୍ଦ ହୋଇଯାଏ, କୋର୍ଟରେ ମୋକଦ୍ଦମାର ଭାର ବୃଦ୍ଧି ପାଇଥାଏ ।  ଆପଣ ଜାଣି ଖୁସି ହେବେ ଯେ ପ୍ରଧାନମନ୍ତ୍ରୀ ସ୍ୱାମୀତ୍ୱ ଯୋଜନା ମାଧ୍ୟମରେ ଭାରତ ଏଥିରେ ଏକ ବଡ଼ ଅଗ୍ରଣୀ ହାସଲ କରିଛି । ଆଜି ଦେଶର ଏକ ଲକ୍ଷରୁ ଅଧିକ ଗ୍ରାମରେ ଡ୍ରୋନ୍ ସହାୟତାରେ  ମ୍ୟାପିଂ କାର୍ଯ୍ୟ ଶେଷ ହୋଇଛି ଏବଂ ସମ୍ପତ୍ତି କାର୍ଡ ମଧ୍ୟ ଲକ୍ଷ ଲକ୍ଷ ଲୋକଙ୍କୁ ପ୍ରଦାନ କରା ଯାଇଛି । ଏହି ଅଭିଯାନ ଜମି ସହ ଜଡିତ ବିବାଦ ଗୁଡିକୁ ମଧ୍ୟ ହ୍ରାସ କରିବ, ଜନସାଧାରଣ ମାନଙ୍କର ସମସ୍ୟା ଏହା ଦ୍ୱାରା ହ୍ରାସ ପାଇବ ।

ସାଥୀଗଣ,

ଆମର ନ୍ୟାୟ ବିତରଣ ବ୍ୟବସ୍ଥାକୁ ଅତ୍ୟାଧୁନିକ କରିବା ନିମନ୍ତେ ଟେକ୍ନୋଲୋଜି ପାଇଁ ଅସୀମ ପରିସର ଅଛି ବୋଲି ମୁଁ ଅନୁଭବ କରୁଛି । ସୁପ୍ରିମକୋର୍ଟର ଇ - କମିଟି ମଧ୍ୟ ଏହି ଦିଗରେ ବହୁତ ପ୍ରଶଂସନୀୟ କାର୍ଯ୍ୟ କରୁଛି । ଏହି କାର୍ଯ୍ୟକୁ ଆଗକୁ ନେବା ପାଇଁ ଚଳିତ ବର୍ଷର ବଜେଟରେ ଇ - କୋର୍ଟ ମିଶନ୍ ପର୍ଯ୍ୟାୟ - ୩ ସମ୍ପର୍କରେ ଘୋଷଣା କରାଯାଇଛି । ଉତ୍ତର ପୂର୍ବାଂଚଳ ପରି ପାହାଡ଼ିଆ ଏବଂ ଦୁର୍ଗମ ଅଞ୍ଚଳ ପାଇଁ ନ୍ୟାୟ ବିତରଣ ବ୍ୟବସ୍ଥାରେ ଟେକ୍ନୋଲୋଜିର ବ୍ୟବହାର ଅଧିକ ଗୁରୁତ୍ୱପୂର୍ଣ୍ଣ ହୋଇଯାଏ । ଦକ୍ଷତା ବୃଦ୍ଧି ଏବଂ ନ୍ୟାୟ ବ୍ୟବସ୍ଥାକୁ ସୁଗମ କରିବା ପାଇଁ ଆଜି ସାରା ବିଶ୍ୱର ଆଇନ୍ ବ୍ୟବସ୍ଥାରେ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (ଏଆଇ) କୁ ମଧ୍ୟ ଅନ୍ତର୍ଭୁକ୍ତ କରାଯାଉଛି । ଆମକୁ ମଧ୍ୟ ଏଆଇ ମାଧ୍ୟମରେ ସାଧାରଣ ଲୋକଙ୍କ ପାଇଁ କୋର୍ଟ ପ୍ରକ୍ରିୟାକୁ ସରଳ କରିବା ନିମନ୍ତେ  ‘ନ୍ୟାୟର ସହଜତା' ର ପ୍ରୟାସକୁ  ମଧ୍ୟ ବୃଦ୍ଧି କରିବା ଉଚିତ୍ ।

 

ସାଥୀଗଣ,

ନ୍ୟାୟିକ ବ୍ୟବସ୍ଥାରେ ବିକଳ୍ପ ବିବାଦର ସମାଧାନ ବ୍ୟବସ୍ଥାର ଏକ ବଡ଼ ଭୂମିକା ରହିଛି । ଉତ୍ତର - ପୂର୍ବ କ୍ଷେତ୍ରରେ ସ୍ଥାନୀୟ ନ୍ୟାୟ ବ୍ୟବସ୍ଥାର ଏକ ସମୃଦ୍ଧ ପରମ୍ପରା ରହିଛି ଏବଂ ବର୍ତ୍ତମାନ କିରେନ୍ ଜୀ ଏହାକୁ ବିସ୍ତୃତ ଭାବରେ ବର୍ଣ୍ଣନା କରିଛନ୍ତି ଏବଂ ମୋତେ ସୂଚନା ମିଳିଛି ଯେ ଗୌହାଟୀ ଉଚ୍ଚ ନ୍ୟାୟାଳୟର ଆଇନ ଅନୁସନ୍ଧାନ ପ୍ରତିଷ୍ଠାନ ପ୍ଲାଟିନମ୍ ଜୟନ୍ତୀ ପାଳନ ଅବସରରେ ୬ ଟି ପୁସ୍ତକ ପ୍ରକାଶ କରିଛି । ଏହି ପୁସ୍ତକଗୁଡ଼ିକ ପାରମ୍ପାରିକ  ନିୟମ ଉପରେ ଲେଖାଯାଇଛି । ମୁଁ ଭାବୁଛି ଏହା ଏକ ବହୁତ ପ୍ରଶଂସନୀୟ ପଦକ୍ଷେପ । ଏହିପରି ପ୍ରଥା ଗୁଡିକ ସମ୍ପର୍କରେ ଆଇନ ବିଦ୍ୟାଳୟରେ ମଧ୍ୟ ଶିକ୍ଷା ପ୍ରଦାନ କରାଯିବା ଉଚିତ୍ ।

ସାଥୀଗଣ,

ସହଜତାପୂର୍ଣ୍ଣ  ନ୍ୟାୟର ଏକ ପ୍ରମୁଖ ଅଂଗ ହେଉଛି,  ଦେଶର ନାଗରିକ ମାନଙ୍କର ମଧ୍ୟ ଆଇନର ପ୍ରତ୍ୟେକ ଦିଗ ବିଷୟରେ ସଠିକ୍ ଜ୍ଞାନ ରହିବା ଆବଶ୍ୟକ । ଏହା ଦେଶ ଉପରେ ତାଙ୍କର ବିଶ୍ୱାସ ଏବଂ ସାମ୍ବିଧାନିକ ବ୍ୟବସ୍ଥା ଉପରେ ସେମାନଙ୍କର ଭରସାକୁ ବୃଦ୍ଧି କରିଥାଏ । ସେଥିପାଇଁ ଆମେ ସରକାରୀ ସ୍ତରରେ ଆଉ ଏକ ପ୍ରକ୍ରିୟା ଆରମ୍ଭ କରିଛୁ । ଯେତେବେଳେ ଏକ ନୂତନ ଆଇନଗତ ଡ୍ରାଫ୍ଟ ପ୍ରସ୍ତୁତ ହେଉଛି, ଏହାର ଏକ ସରଳ ସଂସ୍କରଣ ମଧ୍ୟ ପ୍ରସ୍ତୁତ କରିବା ଉପରେ ଗୁରୁତ୍ୱ ଦିଆଯାଉଛି । ପ୍ରୟାସ ହେଉଛି ଆଇନ ଏପରି ଭାଷାରେ ଲେଖାଯିବା ଉଚିତ , ଯାହାକୁ ଲୋକମାନେ ସହଜରେ ବୁଝି ପାରିବେ । ସେହିଭଳି ପନ୍ଥା ଆମ ଦେଶର ଅଦାଲତ ଗୁଡିକ ପାଇଁ ମଧ୍ୟ ବହୁତ ସହାୟକ ହେବ । ଆପଣ ନିଶ୍ଚୟ ଦେଖିଥିବେ, ଆମେ ‘ଭାଷିଣୀ' ପ୍ଲାଟଫର୍ମ ଆରମ୍ଭ କରିଛୁ, ଯାହା ଦ୍ୱାରା ପ୍ରତ୍ୟେକ ଭାରତୀୟ ନିଜ ଭାଷାରେ ଇଣ୍ଟରନେଟ୍ ଏବଂ ଆନୁଷଙ୍ଗିକ ସେବା ପାଇପାରିବେ । ମୁଁ ମଧ୍ୟ ଆପଣଙ୍କୁ ଅନୁରୋଧ କରୁଛି ଯେ ଏହି ‘ଭାଷିଣୀ' ୱେବ୍ ପରିଦର୍ଶନ କରନ୍ତୁ, ଏହା ବହୁତ ଶକ୍ତିଶାଳୀ । ବିଭିନ୍ନ କୋର୍ଟରେ ମଧ୍ୟ ଏହି ପ୍ଲାଟଫର୍ମକୁ ଉପଲବ୍ଧ କରା ଯାଇପାରିବ ।

 

ସାଥୀଗଣ,

ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ, ଯାହା ସମ୍ପର୍କରେ ହୃଷିକେଶ ଜୀ ମଧ୍ୟ ଉଲ୍ଲେଖ କରିଛନ୍ତି ଯେ, ତାହା ହେଉଛି ଆମର ଜେଲରେ ଅନାବଶ୍ୟକ ଭାବରେ ରହିଥିବା ବନ୍ଦୀ କଏଦୀଙ୍କ ସଂଖ୍ୟା । ମେହେତା ଜୀ ମଧ୍ୟ ଏହା ସମ୍ପର୍କରେ ଉଲ୍ଲେଖ କରିଛନ୍ତି । କେତେକଙ୍କ ପାଖରେ ଜାମିନ ପାଇଁ ଟଙ୍କା ନାହିଁ, ଜରିମାନା ଦେବାକୁ ଟଙ୍କା ନାହିଁ ଏବଂ ଏପରି କିଛି ଲୋକ ଅଛନ୍ତି ଯାହାର ସବୁକିଛି ଅଛି କିନ୍ତୁ ପରିବାର ସଦସ୍ୟ ସେମାନଙ୍କୁ ନେବାକୁ ପ୍ରସ୍ତୁତ ନୁହଁନ୍ତି । ଏହି ସମସ୍ତ ଲୋକ ଗରିବ ଏବଂ ଦୁର୍ବଳ ଶ୍ରେଣୀର ଲୋକ ମାନଙ୍କ ଭିତରେ ଆସିଥାନ୍ତି ।

 

ସେମାନଙ୍କ ମଧ୍ୟରୁ ଅଧିକାଂଶ ଛୋଟ ଛୋଟ ଅପରାଧ ପାଇଁ ବର୍ଷ ବର୍ଷ ଧରି ଜେଲରେ ଅଛନ୍ତି । ସେମାନଙ୍କ ପ୍ରତି ସମ୍ବେଦନଶୀଳ ହେବା ଉଭୟ ସରକାର ଏବଂ ନ୍ୟାୟପାଳିକାର କର୍ତ୍ତବ୍ୟ । ତେଣୁ ଏହି ବର୍ଷର ବଜେଟରେ ଆମେ ଏପରି କଏଦୀ ମାନଙ୍କୁ ଆର୍ôଥକ ସହାୟତା ପ୍ରଦାନ କରିବା ପାଇଁ ଅଲଗା ବ୍ୟବସ୍ଥା କରିଛୁ । କେନ୍ଦ୍ର ସରକାର ଏହି ବଜେଟକୁ ରାଜ୍ୟ ସରକାର ମାନଙ୍କୁ ଦେବେ, ଯାହା ଫଳରେ ଏହି କଏଦୀ ମାନଙ୍କୁ ଆର୍ôଥକ ସହାୟତା ପ୍ରଦାନ କରି ସେମାନଙ୍କୁ ଜେଲରୁ ବାହାର କରାଯାଇପାରିବ ।

ସାଥୀଗଣ,

ଆମ ସ୍ଥାନୀୟ ଅଂଚଳରେ କୁହାଯାଏ ଯେ - ଧର୍ମ – ରକ୍ଷତି - ରକ୍ଷିତ । ଏହାର ଅର୍ଥ ଯିଏ ଧର୍ମକୁ ସୁରକ୍ଷା କରେ, ଧର୍ମ ତାଙ୍କୁ ସୁରକ୍ଷା କରେ । ତେଣୁ ଏକ ଅନୁଷ୍ଠାନ ଭାବରେ ଆମର ଧର୍ମ, ଆମର କର୍ତ୍ତବ୍ୟ, ଦେଶର ସ୍ୱାର୍ଥରେ ଆମର କାର୍ଯ୍ୟ ସବୁଠାରୁ ଆଗରେ ରହିବା ଉଚିତ୍ । ମୁଁ ନିଶ୍ଚିତ ଯେ, ଆମର ଏହି ଭାବନା ଆମକୁ ଏକ ବିକଶିତ ଭାରତର ଲକ୍ଷ୍ୟ ଆଡକୁ ନେଇଯିବ । ପ୍ଲାଟିନମ୍ ଜୟନ୍ତୀ ଉତ୍ସବ ପାଇଁ ମୁଁ ପୁଣି ଥରେ ସମସ୍ତଙ୍କୁ ଅଭିନନ୍ଦନ ଜଣାଉଛି ଏବଂ ମୋର ଆପଣ ମାନଙ୍କୁ ଅନେକ ଅନେକ ଶୁଭେଚ୍ଛା ।

ଆପଣ ମାନଙ୍କୁ ଅନେକ ଧନ୍ୟବାଦ !

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India’s solar power generation jumps 138% in four years: MNRE

Media Coverage

India’s solar power generation jumps 138% in four years: MNRE
NM on the go

Nm on the go

Always be the first to hear from the PM. Get the App Now!
...
Share your ideas and suggestions for 'Mann Ki Baat' now!
August 05, 2026

Prime Minister Narendra Modi will share 'Mann Ki Baat' on Sunday, August 30th. If you have innovative ideas and suggestions, here is an opportunity to directly share it with the PM. Some of the suggestions would be referred by the Prime Minister during his address.

Share your inputs in the comments section below.