ଆସାମ ପୁଲିସ୍ ଦ୍ୱାରା ପରିକଳ୍ପିତ ‘ଆସାମ କୋପ୍‌' ମୋବାଇଲ୍ ଆପ୍ଲିକେସନ୍‌ର ଆନୁଷ୍ଠାନିକ ଭାବରେ ଆରମ୍ଭ କରିଛନ୍ତି
"ଗୌହାଟୀ ଉଚ୍ଚ ନ୍ୟାୟାଳୟର ନିଜସ୍ୱ ଐତିହ୍ୟ ଏବଂ ପରିଚୟ ରହିଛି’
"ଗଣତନ୍ତ୍ରର ଏକ ସ୍ତମ୍ଭ ଭାବରେ ଏକବିଂଶ ଶତାବ୍ଦୀରେ ଭାରତୀୟଙ୍କ ସୀମାହୀନ ଆକାଂକ୍ଷା ଗୁଡିକୁ ପୂରଣ କରିବା କ୍ଷେତ୍ରରେ ନ୍ୟାୟପାଳିକାର ଏକ ବଳିଷ୍ଠ ଏବଂ ସମ୍ବେଦନଶୀଳ ଭୂମିକା ରହିଛି ।
"ଆମେ ହଜାର ହଜାର ପୁରାତନ ନିୟମକୁ ପ୍ରତ୍ୟାହାର କରି ନେଇଛୁ, ନିୟମକୁ ହ୍ରାସ କରିଛୁ’
" ସରକାର ହୁଅନ୍ତୁ କିମ୍ବା ନ୍ୟାୟପାଳିକା ହୁଅନ୍ତୁ, ପ୍ରତ୍ୟେକ ଅନୁଷ୍ଠାନର ଭୂମିକା ଏବଂ ଏହାର ସାମ୍ବିଧାନିକ ଦାୟିତ୍ୱ ସାଧାରଣ ନାଗରିକ ମାନଙ୍କର ସହଜତାପୂର୍ଣ୍ଣ ଜୀବନ ସହ ସଂଯୁକ୍ତ’
"ଦେଶରେ ନ୍ୟାୟ ବିତରଣ ବ୍ୟବସ୍ଥାକୁ ଆଧୁନିକୀକରଣ କରିବା ନିମନ୍ତେ ପ୍ରଯୁକ୍ତି ବିଦ୍ୟା ପାଇଁ ଅସୀମିତ ପରିସର ରହିଛି’
"ଏଆଇ ମାଧ୍ୟମରେ ସାଧାରଣ ନାଗରିକଙ୍କ ପାଇଁ ନ୍ୟାୟର ସହଜତାକୁ ସୁଦୃଢ଼଼ କରିବା ନିମନ୍ତେ ଆମେ ଉଦ୍ୟମ ବୃଦ୍ଧି କରିବା ଉଚିତ୍‌’

ଆସାମର ରାଜ୍ୟପାଳ ଗୁଲାବ ଚାନ୍ଦ କଟାରିଆ ଜୀ, ମୁଖ୍ୟମନ୍ତ୍ରୀ ଶ୍ରୀ ହିମନ୍ତ ବିଶ୍ୱ ଶର୍ମା ଜୀ, ମୋର ସହକର୍ମୀ କେନ୍ଦ୍ର ଆଇନ ମନ୍ତ୍ରୀ ଶ୍ରୀ କିରେନ ରିଜିଜୁ ଜୀ,  ଅରୁଣାଚଳ ପ୍ରଦେଶର ମୁଖ୍ୟମନ୍ତ୍ରୀ ଶ୍ରୀ ପେମା ଖଣ୍ଡୁ ଜୀ,  ସୁପ୍ରିମକୋର୍ଟର ବିଚାରପତି ଜଷ୍ଟିସ ହୃଷିକେଶ ରାୟ ଜୀ, ଗୌହାଟୀ ଉଚ୍ଚ ନ୍ୟାୟାଳୟରର ପ୍ରଧାନ ବିଚାରପତି ସନ୍ଦୀପ ମେହେତା ଜୀ, ଅନ୍ୟ ସମ୍ମାନିତ ବିଚାରପତି, ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି, ଭଦ୍ର ମହିଳା ଏବଂ ଭଦ୍ରବ୍ୟକ୍ତିଗଣ !

ଆଜି ଗୌହାଟୀ ଉଚ୍ଚ ନ୍ୟାୟାଳୟରର ପ୍ଲାଟିନମ୍ ଜୟନ୍ତୀ ଉତ୍ସବରେ ଅଂଶଗ୍ରହଣ କରି ଏବଂ ଆପଣ ମାନଙ୍କ ଗହଣରେ ନିଜକୁ ପାଇ ଏହି ସ୍ମରଣୀୟ ମୁହୂର୍ତ୍ତର ଅଂଶ ହୋଇ ଥିବାରୁ ମୁଁ ବହୁତ ଖୁସି ଅନୁଭବ କରୁଛି । ଗୌହାଟୀ ଉଚ୍ଚ ନ୍ୟାୟାଳୟରର ୭୫ ବର୍ଷର ଏହି ଯାତ୍ରା ଏମିତି ଏକ ସମୟରେ ପୂରଣ ହୋଇଛି,  ଯେଉଁ ସମୟରେ ଦେଶ ମଧ୍ୟ ସ୍ୱାଧୀନତାର ୭୫ ବର୍ଷ ପୂରଣ କରିଛି । ଏହା ମଧ୍ୟ ଆମ ପାଇଁ ଆମର ଅନୁଭବକୁ ସଂରକ୍ଷିତ କରି ରଖିବା ନିମନ୍ତେ ଏକ ସମୟ, ଏବଂ ଏହା ମଧ୍ୟ ନୂତନ ଲକ୍ଷ୍ୟ ଏବଂ ଆବଶ୍ୟକୀୟ ପରିବର୍ତ୍ତନ ପାଇଁ  ଉତ୍ତରଦାୟିତ୍ୱର ଏକ ମହତ୍ତ୍ୱପୂର୍ଣ୍ଣ ପର୍ଯ୍ୟାୟ । ବିଶେଷ ଭାବରେ, ଗୌହାଟୀ ଉଚ୍ଚ ନ୍ୟାୟାଳୟର ଏକ ସ୍ୱତନ୍ତ୍ର ଐତିହ୍ୟ ରହିଛି, ନିଜସ୍ୱ ଏକ ପରିଚୟ ରହିଛି । ଏହା ଏପରି ଏକ ଉଚ୍ଚ ନ୍ୟାୟାଳୟ,  ଯାହାର ଅଧିକାରର ପରିସୀମା ସବୁଠାରୁ ଅଧିକ ଅଟେ । ଆସାମ ସହିତ ଆପଣ ଅରୁଣାଚଳ ପ୍ରଦେଶ, ମିଜୋରାମ ଏବଂ ନାଗାଲାଣ୍ଡ, ଅର୍ଥାତ୍ ଆହୁରି ୩ ଟି ରାଜ୍ୟର ସେବା କରିବାର ଦାୟିତ୍ୱ ମଧ୍ୟ ନିର୍ବାହ କରିଥାନ୍ତି । ୨୦୧୩ ପର୍ଯ୍ୟନ୍ତ, ଉତ୍ତର ପୂର୍ବର ୭ ଟି ରାଜ୍ୟ ଗୌହାଟୀ ଉଚ୍ଚ ନ୍ୟାୟାଳୟ ଅଧୀନରେ ଆସୁଥିଲେ । ତେଣୁ, ଗୌହାଟୀ ଉଚ୍ଚ ନ୍ୟାୟାଳୟର ୭୫ ବର୍ଷର ଏହି ଯାତ୍ରାରେ ସମଗ୍ର ଉତ୍ତର - ପୂର୍ବ କ୍ଷେତ୍ରର ଅତୀତ ଜଡିତ, ଏହା ଗଣତାନ୍ତ୍ରିକ ଐତିହ୍ୟ ସହିତ ଯୋଡି ହୋଇ ରହିଛି । ଏହି ଅବସରରେ ମୁଁ ଆସାମ ଏବଂ ଉତ୍ତର - ପୂର୍ବ କ୍ଷେତ୍ରର ସମସ୍ତ ଲୋକ ମାନଙ୍କୁ ଏବଂ ବିଶେଷ ଭାବରେ ଏଠାକାର ଅଭିଜ୍ଞତାପୂର୍ଣ୍ଣ ଆଇନଗତ ଭାଇଚାରାକୁ ମୋର ବହୁତ ବହୁତ ଶୁଭେଚ୍ଛା ଜଣାଉଛି ।

 

ଆଜି ମଧ୍ୟ ଆଉ ଏକ ସୁଖକର ସଂଯୋଗ ହେଉଛି ଯେ,  ଏବଂ ଏହା ସମସ୍ତେ ଜାଣିଛନ୍ତି ଯେ ଆଜି ମଧ୍ୟ ଡକ୍ଟର ବାବାସାହେବ ଆମ୍ବେଦକରଙ୍କ ଜନ୍ମ ବାର୍ଷିକୀ । ଆମ ସମ୍ବିଧାନ ନିର୍ମାଣରେ ବାବା ସାହେବ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି । ସମ୍ବିଧାନରେ ଦର୍ଶାଯାଇଥିବା ସମାନତା ଏବଂ ସୌହାର୍ଦ୍ଦ୍ୟତାର ମୂଲ୍ୟ ହେଉଛି ଆଧୁନିକ ଭାରତର ମୂଳଦୁଆ । ଏହି ପୁଣ୍ୟ ଅବସରରେ ମୁଁ ବାବାସାହେବଙ୍କ ପାଦତଳେ ମଧ୍ୟ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି ।

ସାଥୀଗଣ,

ସ୍ୱାଧୀନତା ଦିବସରେ ଏଥର ମୁଁ ଲାଲ୍‌କିଲ୍ଲାରୁ ଭାରତର ଆକାଂକ୍ଷୀ ସମାଜ ଏବଂ  ସମସ୍ତଙ୍କର ପ୍ରୟାସ ବିଷୟରେ ବିସ୍ତୃତ ଭାବରେ କହିଥିଲି । ଆଜି ଏକବିଂଶ ଶତାବ୍ଦୀରେ ପ୍ରତ୍ୟେକ ଭାରତୀୟଙ୍କ ସ୍ୱପ୍ନ ଏବଂ ଆକାଂକ୍ଷାର କୌଣସି ସୀମା ନାହିଁ । ଏଗୁଡିକ ପୂରଣ କରିବାରେ ଗଣତନ୍ତ୍ରର ଏକ ସ୍ତମ୍ଭ ଭାବରେ ଆମର ଦୃଢ଼ ତଥା ସମ୍ବେଦନଶୀଳ ନ୍ୟାୟପାଳିକାର ଭୂମିକା ମଧ୍ୟ ସମାନ ଭାବରେ ଗୁରୁତ୍ୱପୂର୍ଣ୍ଣ । ଦେଶର ସମ୍ବିଧାନ ମଧ୍ୟ ଆମ ସମସ୍ତଙ୍କ ଠାରୁ ଏହା ନିରନ୍ତର ଭାବେ ଆଶା ରଖିଛି ଯେ , ଆମେ ସମାଜ ପାଇଁ ଏକ ଜୀବନ୍ତ, ଶକ୍ତିଶାଳୀ ଏବଂ ଆଧୁନିକ ଆଇନ ବ୍ୟବସ୍ଥା ସୃଷ୍ଟି କରିବା ଉଚିତ୍‌ !

 

ଆଂକାକ୍ଷୀ ଭାରତର ସ୍ୱପ୍ନକୁ ପୂରଣ କରିବା ପାଇଁ  ତିନୋଟି ଅଙ୍ଗ, ବ୍ୟବସ୍ଥାପିକା, କାର୍ଯ୍ୟପାଳିକା ଏବଂ ନ୍ୟାୟପାଳିକାର  ଦାୟିତ୍ୱ ରହିଛି । ଆମେ କିପରି ଏକତ୍ର କାର୍ଯ୍ୟ କରୁଛୁ ଏହାର ଗୋଟିଏ ଉଦାହରଣ ହେଉଛି ପୁରୁଣା ଏବଂ ଅନାବଶ୍ୟକ ନିୟମକୁ ରଦ୍ଦ କରିବା । ଆଜି ଏଠାରେ ଅନେକ ଆଇନ କ୍ଷେତ୍ରର ପ୍ରମୁଖ ବ୍ୟକ୍ତି ଉପସ୍ଥିତ ଅଛନ୍ତି! ଆପଣମାନେ  ଜାଣନ୍ତି ଯେ ଆମର ଅନେକ ଆଇନଗତ ବ୍ୟବସ୍ଥା ବ୍ରିଟିଶ ଶାସନ ସମୟରୁ ଚାଲି ଆସୁଛି । ଏପରି ଅନେକ ନିୟମ ଅଛି ଯାହା ବର୍ତ୍ତମାନ ସଂପୂର୍ଣ୍ଣ ଅପ୍ରାସଙ୍ଗିକ ହୋଇ ଯାଇଛି । ଆମେ ସେଗୁଡିକୁ  ସରକାରୀ ସ୍ତରରେ ନିରନ୍ତର ସମୀକ୍ଷା କରୁଛୁ ।

ଆମେ ଏପରି ଦୁଇ ହଜାର କେନ୍ଦ୍ରୀୟ ନିୟମକୁ ଚିହ୍ନଟ କରି ତାହାକୁ ସମାପ୍ତ କରିଛୁ ଯାହା ଅପ୍ରଚଳିତ ଏବଂ ଅନାବଶ୍ୟକ ତଥା ସମୟ ଅନୁପଯୋଗୀ ହୋଇ ଯାଇଥିଲା । ଆମେ ୪୦ ହଜାରରୁ ଅଧିକ ଅନୁପାଳନକୁ ମଧ୍ୟ ଦୂର କରିଛୁ । ବ୍ୟବସାୟ ସମୟରେ ହେଉଥିବା ଅନେକ ଛୋଟ ଭୁଲକୁ ମଧ୍ୟ ଆମେ ଅଣ - ଅପରାଧୀକରଣ କରି ଦେଇଛୁ । ଏହି ଚିନ୍ତାଧାରା ଏବଂ ଆଭିମୁଖ୍ୟ ଦେଶର ଅଦାଲତ ମାନଙ୍କରେ ମାମଲା ସଂଖ୍ୟା ହ୍ରାସ କରିବାରେ ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି ।

 

ସାଥୀଗଣ,

ସରକାର ହୁଅନ୍ତୁ କିମ୍ବା ନ୍ୟାୟପାଳିକା ହୁଅନ୍ତୁ, ପ୍ରତ୍ୟେକ ଅନୁଷ୍ଠାନର ସାମ୍ବିଧାନିକ ଦାୟିତ୍ୱ ସାଧାରଣ ଲୋକ ମାନଙ୍କର ଜୀବନକୁ ସହଜତାପୂର୍ଣ୍ଣ କରିବା ସହ ଯୋଡି ହୋଇ ରହିଥାଏ । ଆଜି ସହଜ ଜୀବନଯାପନର ଏହି ଲକ୍ଷ୍ୟ ପାଇଁ ଟେକ୍ନୋଲୋଜି ଏକ ଶକ୍ତିଶାଳୀ ଉପକରଣ ଭାବରେ ଉଭା ହୋଇଛି । ସରକାରୀ ସ୍ତରରେ ଆମେ ପ୍ରତ୍ୟେକ ସମ୍ଭାବ୍ୟ କ୍ଷେତ୍ରରେ ଟେକ୍ନୋଲୋଜିର ପୂର୍ଣ୍ଣ କ୍ଷମତାକୁ ବ୍ୟବହାର କରିବାକୁ ଚେଷ୍ଟା କରୁଛୁ । ଡିବିଟି ହେଉ,  ଆଧାର ହେଉ, ଡିଜିଟାଲ୍ ଇଣ୍ଡିଆ ମିଶନ୍ ହେଉ, ଏହି ସମସ୍ତ ଅଭିଯାନ ଗରିବ ଲୋକ ମାନଙ୍କୁ ସେମାନଙ୍କ ଅଧିକାର ପ୍ରଦାନ କରିବା ପାଇଁ ଏକ ପ୍ରମୁଖ ମାଧ୍ୟମ ପାଲଟିଛି । ଆପଣ ସମସ୍ତେ ପ୍ରାୟତଃ ପ୍ରଧାନମନ୍ତ୍ରୀ ସ୍ୱାମୀତ୍ୱ ଯୋଜନା ସହିତ ମଧ୍ୟ ପରିଚିତ ଥିବେ । ଦୁନିଆର ବଡ ବଡ ଦେଶ, ଏପରିକି ବିକଶିତ ଦେଶମାନେ ଯେଉଁ ଆହ୍ୱାନ ଗୁଡିକର ସମ୍ମୁଖୀନ ହେଉଛନ୍ତି, ତାହା ମଧ୍ୟରୁ ଗୋଟିଏ ହେଉଛି ସମ୍ପତ୍ତିର ଅଧିକାର ଜନିତ ସମସ୍ୟା । ସମ୍ପତ୍ତି ଅଧିକାରରେ ସ୍ୱଚ୍ଛତା ଅଭାବରୁ ଦେଶର ବିକାଶ ବନ୍ଦ ହୋଇଯାଏ, କୋର୍ଟରେ ମୋକଦ୍ଦମାର ଭାର ବୃଦ୍ଧି ପାଇଥାଏ ।  ଆପଣ ଜାଣି ଖୁସି ହେବେ ଯେ ପ୍ରଧାନମନ୍ତ୍ରୀ ସ୍ୱାମୀତ୍ୱ ଯୋଜନା ମାଧ୍ୟମରେ ଭାରତ ଏଥିରେ ଏକ ବଡ଼ ଅଗ୍ରଣୀ ହାସଲ କରିଛି । ଆଜି ଦେଶର ଏକ ଲକ୍ଷରୁ ଅଧିକ ଗ୍ରାମରେ ଡ୍ରୋନ୍ ସହାୟତାରେ  ମ୍ୟାପିଂ କାର୍ଯ୍ୟ ଶେଷ ହୋଇଛି ଏବଂ ସମ୍ପତ୍ତି କାର୍ଡ ମଧ୍ୟ ଲକ୍ଷ ଲକ୍ଷ ଲୋକଙ୍କୁ ପ୍ରଦାନ କରା ଯାଇଛି । ଏହି ଅଭିଯାନ ଜମି ସହ ଜଡିତ ବିବାଦ ଗୁଡିକୁ ମଧ୍ୟ ହ୍ରାସ କରିବ, ଜନସାଧାରଣ ମାନଙ୍କର ସମସ୍ୟା ଏହା ଦ୍ୱାରା ହ୍ରାସ ପାଇବ ।

ସାଥୀଗଣ,

ଆମର ନ୍ୟାୟ ବିତରଣ ବ୍ୟବସ୍ଥାକୁ ଅତ୍ୟାଧୁନିକ କରିବା ନିମନ୍ତେ ଟେକ୍ନୋଲୋଜି ପାଇଁ ଅସୀମ ପରିସର ଅଛି ବୋଲି ମୁଁ ଅନୁଭବ କରୁଛି । ସୁପ୍ରିମକୋର୍ଟର ଇ - କମିଟି ମଧ୍ୟ ଏହି ଦିଗରେ ବହୁତ ପ୍ରଶଂସନୀୟ କାର୍ଯ୍ୟ କରୁଛି । ଏହି କାର୍ଯ୍ୟକୁ ଆଗକୁ ନେବା ପାଇଁ ଚଳିତ ବର୍ଷର ବଜେଟରେ ଇ - କୋର୍ଟ ମିଶନ୍ ପର୍ଯ୍ୟାୟ - ୩ ସମ୍ପର୍କରେ ଘୋଷଣା କରାଯାଇଛି । ଉତ୍ତର ପୂର୍ବାଂଚଳ ପରି ପାହାଡ଼ିଆ ଏବଂ ଦୁର୍ଗମ ଅଞ୍ଚଳ ପାଇଁ ନ୍ୟାୟ ବିତରଣ ବ୍ୟବସ୍ଥାରେ ଟେକ୍ନୋଲୋଜିର ବ୍ୟବହାର ଅଧିକ ଗୁରୁତ୍ୱପୂର୍ଣ୍ଣ ହୋଇଯାଏ । ଦକ୍ଷତା ବୃଦ୍ଧି ଏବଂ ନ୍ୟାୟ ବ୍ୟବସ୍ଥାକୁ ସୁଗମ କରିବା ପାଇଁ ଆଜି ସାରା ବିଶ୍ୱର ଆଇନ୍ ବ୍ୟବସ୍ଥାରେ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (ଏଆଇ) କୁ ମଧ୍ୟ ଅନ୍ତର୍ଭୁକ୍ତ କରାଯାଉଛି । ଆମକୁ ମଧ୍ୟ ଏଆଇ ମାଧ୍ୟମରେ ସାଧାରଣ ଲୋକଙ୍କ ପାଇଁ କୋର୍ଟ ପ୍ରକ୍ରିୟାକୁ ସରଳ କରିବା ନିମନ୍ତେ  ‘ନ୍ୟାୟର ସହଜତା' ର ପ୍ରୟାସକୁ  ମଧ୍ୟ ବୃଦ୍ଧି କରିବା ଉଚିତ୍ ।

 

ସାଥୀଗଣ,

ନ୍ୟାୟିକ ବ୍ୟବସ୍ଥାରେ ବିକଳ୍ପ ବିବାଦର ସମାଧାନ ବ୍ୟବସ୍ଥାର ଏକ ବଡ଼ ଭୂମିକା ରହିଛି । ଉତ୍ତର - ପୂର୍ବ କ୍ଷେତ୍ରରେ ସ୍ଥାନୀୟ ନ୍ୟାୟ ବ୍ୟବସ୍ଥାର ଏକ ସମୃଦ୍ଧ ପରମ୍ପରା ରହିଛି ଏବଂ ବର୍ତ୍ତମାନ କିରେନ୍ ଜୀ ଏହାକୁ ବିସ୍ତୃତ ଭାବରେ ବର୍ଣ୍ଣନା କରିଛନ୍ତି ଏବଂ ମୋତେ ସୂଚନା ମିଳିଛି ଯେ ଗୌହାଟୀ ଉଚ୍ଚ ନ୍ୟାୟାଳୟର ଆଇନ ଅନୁସନ୍ଧାନ ପ୍ରତିଷ୍ଠାନ ପ୍ଲାଟିନମ୍ ଜୟନ୍ତୀ ପାଳନ ଅବସରରେ ୬ ଟି ପୁସ୍ତକ ପ୍ରକାଶ କରିଛି । ଏହି ପୁସ୍ତକଗୁଡ଼ିକ ପାରମ୍ପାରିକ  ନିୟମ ଉପରେ ଲେଖାଯାଇଛି । ମୁଁ ଭାବୁଛି ଏହା ଏକ ବହୁତ ପ୍ରଶଂସନୀୟ ପଦକ୍ଷେପ । ଏହିପରି ପ୍ରଥା ଗୁଡିକ ସମ୍ପର୍କରେ ଆଇନ ବିଦ୍ୟାଳୟରେ ମଧ୍ୟ ଶିକ୍ଷା ପ୍ରଦାନ କରାଯିବା ଉଚିତ୍ ।

ସାଥୀଗଣ,

ସହଜତାପୂର୍ଣ୍ଣ  ନ୍ୟାୟର ଏକ ପ୍ରମୁଖ ଅଂଗ ହେଉଛି,  ଦେଶର ନାଗରିକ ମାନଙ୍କର ମଧ୍ୟ ଆଇନର ପ୍ରତ୍ୟେକ ଦିଗ ବିଷୟରେ ସଠିକ୍ ଜ୍ଞାନ ରହିବା ଆବଶ୍ୟକ । ଏହା ଦେଶ ଉପରେ ତାଙ୍କର ବିଶ୍ୱାସ ଏବଂ ସାମ୍ବିଧାନିକ ବ୍ୟବସ୍ଥା ଉପରେ ସେମାନଙ୍କର ଭରସାକୁ ବୃଦ୍ଧି କରିଥାଏ । ସେଥିପାଇଁ ଆମେ ସରକାରୀ ସ୍ତରରେ ଆଉ ଏକ ପ୍ରକ୍ରିୟା ଆରମ୍ଭ କରିଛୁ । ଯେତେବେଳେ ଏକ ନୂତନ ଆଇନଗତ ଡ୍ରାଫ୍ଟ ପ୍ରସ୍ତୁତ ହେଉଛି, ଏହାର ଏକ ସରଳ ସଂସ୍କରଣ ମଧ୍ୟ ପ୍ରସ୍ତୁତ କରିବା ଉପରେ ଗୁରୁତ୍ୱ ଦିଆଯାଉଛି । ପ୍ରୟାସ ହେଉଛି ଆଇନ ଏପରି ଭାଷାରେ ଲେଖାଯିବା ଉଚିତ , ଯାହାକୁ ଲୋକମାନେ ସହଜରେ ବୁଝି ପାରିବେ । ସେହିଭଳି ପନ୍ଥା ଆମ ଦେଶର ଅଦାଲତ ଗୁଡିକ ପାଇଁ ମଧ୍ୟ ବହୁତ ସହାୟକ ହେବ । ଆପଣ ନିଶ୍ଚୟ ଦେଖିଥିବେ, ଆମେ ‘ଭାଷିଣୀ' ପ୍ଲାଟଫର୍ମ ଆରମ୍ଭ କରିଛୁ, ଯାହା ଦ୍ୱାରା ପ୍ରତ୍ୟେକ ଭାରତୀୟ ନିଜ ଭାଷାରେ ଇଣ୍ଟରନେଟ୍ ଏବଂ ଆନୁଷଙ୍ଗିକ ସେବା ପାଇପାରିବେ । ମୁଁ ମଧ୍ୟ ଆପଣଙ୍କୁ ଅନୁରୋଧ କରୁଛି ଯେ ଏହି ‘ଭାଷିଣୀ' ୱେବ୍ ପରିଦର୍ଶନ କରନ୍ତୁ, ଏହା ବହୁତ ଶକ୍ତିଶାଳୀ । ବିଭିନ୍ନ କୋର୍ଟରେ ମଧ୍ୟ ଏହି ପ୍ଲାଟଫର୍ମକୁ ଉପଲବ୍ଧ କରା ଯାଇପାରିବ ।

 

ସାଥୀଗଣ,

ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ, ଯାହା ସମ୍ପର୍କରେ ହୃଷିକେଶ ଜୀ ମଧ୍ୟ ଉଲ୍ଲେଖ କରିଛନ୍ତି ଯେ, ତାହା ହେଉଛି ଆମର ଜେଲରେ ଅନାବଶ୍ୟକ ଭାବରେ ରହିଥିବା ବନ୍ଦୀ କଏଦୀଙ୍କ ସଂଖ୍ୟା । ମେହେତା ଜୀ ମଧ୍ୟ ଏହା ସମ୍ପର୍କରେ ଉଲ୍ଲେଖ କରିଛନ୍ତି । କେତେକଙ୍କ ପାଖରେ ଜାମିନ ପାଇଁ ଟଙ୍କା ନାହିଁ, ଜରିମାନା ଦେବାକୁ ଟଙ୍କା ନାହିଁ ଏବଂ ଏପରି କିଛି ଲୋକ ଅଛନ୍ତି ଯାହାର ସବୁକିଛି ଅଛି କିନ୍ତୁ ପରିବାର ସଦସ୍ୟ ସେମାନଙ୍କୁ ନେବାକୁ ପ୍ରସ୍ତୁତ ନୁହଁନ୍ତି । ଏହି ସମସ୍ତ ଲୋକ ଗରିବ ଏବଂ ଦୁର୍ବଳ ଶ୍ରେଣୀର ଲୋକ ମାନଙ୍କ ଭିତରେ ଆସିଥାନ୍ତି ।

 

ସେମାନଙ୍କ ମଧ୍ୟରୁ ଅଧିକାଂଶ ଛୋଟ ଛୋଟ ଅପରାଧ ପାଇଁ ବର୍ଷ ବର୍ଷ ଧରି ଜେଲରେ ଅଛନ୍ତି । ସେମାନଙ୍କ ପ୍ରତି ସମ୍ବେଦନଶୀଳ ହେବା ଉଭୟ ସରକାର ଏବଂ ନ୍ୟାୟପାଳିକାର କର୍ତ୍ତବ୍ୟ । ତେଣୁ ଏହି ବର୍ଷର ବଜେଟରେ ଆମେ ଏପରି କଏଦୀ ମାନଙ୍କୁ ଆର୍ôଥକ ସହାୟତା ପ୍ରଦାନ କରିବା ପାଇଁ ଅଲଗା ବ୍ୟବସ୍ଥା କରିଛୁ । କେନ୍ଦ୍ର ସରକାର ଏହି ବଜେଟକୁ ରାଜ୍ୟ ସରକାର ମାନଙ୍କୁ ଦେବେ, ଯାହା ଫଳରେ ଏହି କଏଦୀ ମାନଙ୍କୁ ଆର୍ôଥକ ସହାୟତା ପ୍ରଦାନ କରି ସେମାନଙ୍କୁ ଜେଲରୁ ବାହାର କରାଯାଇପାରିବ ।

ସାଥୀଗଣ,

ଆମ ସ୍ଥାନୀୟ ଅଂଚଳରେ କୁହାଯାଏ ଯେ - ଧର୍ମ – ରକ୍ଷତି - ରକ୍ଷିତ । ଏହାର ଅର୍ଥ ଯିଏ ଧର୍ମକୁ ସୁରକ୍ଷା କରେ, ଧର୍ମ ତାଙ୍କୁ ସୁରକ୍ଷା କରେ । ତେଣୁ ଏକ ଅନୁଷ୍ଠାନ ଭାବରେ ଆମର ଧର୍ମ, ଆମର କର୍ତ୍ତବ୍ୟ, ଦେଶର ସ୍ୱାର୍ଥରେ ଆମର କାର୍ଯ୍ୟ ସବୁଠାରୁ ଆଗରେ ରହିବା ଉଚିତ୍ । ମୁଁ ନିଶ୍ଚିତ ଯେ, ଆମର ଏହି ଭାବନା ଆମକୁ ଏକ ବିକଶିତ ଭାରତର ଲକ୍ଷ୍ୟ ଆଡକୁ ନେଇଯିବ । ପ୍ଲାଟିନମ୍ ଜୟନ୍ତୀ ଉତ୍ସବ ପାଇଁ ମୁଁ ପୁଣି ଥରେ ସମସ୍ତଙ୍କୁ ଅଭିନନ୍ଦନ ଜଣାଉଛି ଏବଂ ମୋର ଆପଣ ମାନଙ୍କୁ ଅନେକ ଅନେକ ଶୁଭେଚ୍ଛା ।

ଆପଣ ମାନଙ୍କୁ ଅନେକ ଧନ୍ୟବାଦ !

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
World Exclusive | Almost like a miracle: Putin praises India's economic rise since independence

Media Coverage

World Exclusive | Almost like a miracle: Putin praises India's economic rise since independence
NM on the go

Nm on the go

Always be the first to hear from the PM. Get the App Now!
...
India–Russia friendship has remained steadfast like the Pole Star: PM Modi during the joint press meet with Russian President Putin
December 05, 2025

Your Excellency, My Friend, राष्ट्रपति पुतिन,
दोनों देशों के delegates,
मीडिया के साथियों,
नमस्कार!
"दोबरी देन"!

आज भारत और रूस के तेईसवें शिखर सम्मेलन में राष्ट्रपति पुतिन का स्वागत करते हुए मुझे बहुत खुशी हो रही है। उनकी यात्रा ऐसे समय हो रही है जब हमारे द्विपक्षीय संबंध कई ऐतिहासिक milestones के दौर से गुजर रहे हैं। ठीक 25 वर्ष पहले राष्ट्रपति पुतिन ने हमारी Strategic Partnership की नींव रखी थी। 15 वर्ष पहले 2010 में हमारी साझेदारी को "Special and Privileged Strategic Partnership” का दर्जा मिला।

पिछले ढाई दशक से उन्होंने अपने नेतृत्व और दूरदृष्टि से इन संबंधों को निरंतर सींचा है। हर परिस्थिति में उनके नेतृत्व ने आपसी संबंधों को नई ऊंचाई दी है। भारत के प्रति इस गहरी मित्रता और अटूट प्रतिबद्धता के लिए मैं राष्ट्रपति पुतिन का, मेरे मित्र का, हृदय से आभार व्यक्त करता हूँ।

Friends,

पिछले आठ दशकों में विश्व में अनेक उतार चढ़ाव आए हैं। मानवता को अनेक चुनौतियों और संकटों से गुज़रना पड़ा है। और इन सबके बीच भी भारत–रूस मित्रता एक ध्रुव तारे की तरह बनी रही है।परस्पर सम्मान और गहरे विश्वास पर टिके ये संबंध समय की हर कसौटी पर हमेशा खरे उतरे हैं। आज हमने इस नींव को और मजबूत करने के लिए सहयोग के सभी पहलुओं पर चर्चा की। आर्थिक सहयोग को नई ऊँचाइयों पर ले जाना हमारी साझा प्राथमिकता है। इसे साकार करने के लिए आज हमने 2030 तक के लिए एक Economic Cooperation प्रोग्राम पर सहमति बनाई है। इससे हमारा व्यापार और निवेश diversified, balanced, और sustainable बनेगा, और सहयोग के क्षेत्रों में नए आयाम भी जुड़ेंगे।

आज राष्ट्रपति पुतिन और मुझे India–Russia Business Forum में शामिल होने का अवसर मिलेगा। मुझे पूरा विश्वास है कि ये मंच हमारे business संबंधों को नई ताकत देगा। इससे export, co-production और co-innovation के नए दरवाजे भी खुलेंगे।

दोनों पक्ष यूरेशियन इकॉनॉमिक यूनियन के साथ FTA के शीघ्र समापन के लिए प्रयास कर रहे हैं। कृषि और Fertilisers के क्षेत्र में हमारा करीबी सहयोग,food सिक्युरिटी और किसान कल्याण के लिए महत्वपूर्ण है। मुझे खुशी है कि इसे आगे बढ़ाते हुए अब दोनों पक्ष साथ मिलकर यूरिया उत्पादन के प्रयास कर रहे हैं।

Friends,

दोनों देशों के बीच connectivity बढ़ाना हमारी मुख्य प्राथमिकता है। हम INSTC, Northern Sea Route, चेन्नई - व्लादिवोस्टोक Corridors पर नई ऊर्जा के साथ आगे बढ़ेंगे। मुजे खुशी है कि अब हम भारत के seafarersकी polar waters में ट्रेनिंग के लिए सहयोग करेंगे। यह आर्कटिक में हमारे सहयोग को नई ताकत तो देगा ही, साथ ही इससे भारत के युवाओं के लिए रोजगार के नए अवसर बनेंगे।

उसी प्रकार से Shipbuilding में हमारा गहरा सहयोग Make in India को सशक्त बनाने का सामर्थ्य रखता है। यह हमारेwin-win सहयोग का एक और उत्तम उदाहरण है, जिससे jobs, skills और regional connectivity – सभी को बल मिलेगा।

ऊर्जा सुरक्षा भारत–रूस साझेदारी का मजबूत और महत्वपूर्ण स्तंभ रहा है। Civil Nuclear Energy के क्षेत्र में हमारा दशकों पुराना सहयोग, Clean Energy की हमारी साझा प्राथमिकताओं को सार्थक बनाने में महत्वपूर्ण रहा है। हम इस win-win सहयोग को जारी रखेंगे।

Critical Minerals में हमारा सहयोग पूरे विश्व में secure और diversified supply chains सुनिश्चित करने के लिए महत्वपूर्ण है। इससे clean energy, high-tech manufacturing और new age industries में हमारी साझेदारी को ठोस समर्थन मिलेगा।

Friends,

भारत और रूस के संबंधों में हमारे सांस्कृतिक सहयोग और people-to-people ties का विशेष महत्व रहा है। दशकों से दोनों देशों के लोगों में एक-दूसरे के प्रति स्नेह, सम्मान, और आत्मीयताका भाव रहा है। इन संबंधों को और मजबूत करने के लिए हमने कई नए कदम उठाए हैं।

हाल ही में रूस में भारत के दो नए Consulates खोले गए हैं। इससे दोनों देशों के नागरिकों के बीच संपर्क और सुगम होगा, और आपसी नज़दीकियाँ बढ़ेंगी। इस वर्ष अक्टूबर में लाखों श्रद्धालुओं को "काल्मिकिया” में International Buddhist Forum मे भगवान बुद्ध के पवित्र अवशेषों का आशीर्वाद मिला।

मुझे खुशी है कि शीघ्र ही हम रूसी नागरिकों के लिए निशुल्क 30 day e-tourist visa और 30-day Group Tourist Visa की शुरुआत करने जा रहे हैं।

Manpower Mobility हमारे लोगों को जोड़ने के साथ-साथ दोनों देशों के लिए नई ताकत और नए अवसर create करेगी। मुझे खुशी है इसे बढ़ावा देने के लिए आज दो समझौतेकिए गए हैं। हम मिलकर vocational education, skilling और training पर भी काम करेंगे। हम दोनों देशों के students, scholars और खिलाड़ियों का आदान-प्रदान भी बढ़ाएंगे।

Friends,

आज हमने क्षेत्रीय और वैश्विक मुद्दों पर भी चर्चा की। यूक्रेन के संबंध में भारत ने शुरुआत से शांति का पक्ष रखा है। हम इस विषय के शांतिपूर्ण और स्थाई समाधान के लिए किए जा रहे सभी प्रयासों का स्वागत करते हैं। भारत सदैव अपना योगदान देने के लिए तैयार रहा है और आगे भी रहेगा।

आतंकवाद के विरुद्ध लड़ाई में भारत और रूस ने लंबे समय से कंधे से कंधा मिलाकर सहयोग किया है। पहलगाम में हुआ आतंकी हमला हो या क्रोकस City Hall पर किया गया कायरतापूर्ण आघात — इन सभी घटनाओं की जड़ एक ही है। भारत का अटल विश्वास है कि आतंकवाद मानवता के मूल्यों पर सीधा प्रहार है और इसके विरुद्ध वैश्विक एकता ही हमारी सबसे बड़ी ताक़त है।

भारत और रूस के बीच UN, G20, BRICS, SCO तथा अन्य मंचों पर करीबी सहयोग रहा है। करीबी तालमेल के साथ आगे बढ़ते हुए, हम इन सभी मंचों पर अपना संवाद और सहयोग जारी रखेंगे।

Excellency,

मुझे पूरा विश्वास है कि आने वाले समय में हमारी मित्रता हमें global challenges का सामना करने की शक्ति देगी — और यही भरोसा हमारे साझा भविष्य को और समृद्ध करेगा।

मैं एक बार फिर आपको और आपके पूरे delegation को भारत यात्रा के लिए बहुत बहुत धन्यवाद देता हूँ।