ମହାକାଶ କେବଳ ଏକ ଗନ୍ତବ୍ୟସ୍ଥଳ ନୁହେଁ ବରଂ କୌତୁହଳ, ସାହସ ଏବଂ ସାମୂହିକ ପ୍ରଗତିର ଏକ ଉଦଘୋଷ : ପ୍ରଧାନମନ୍ତ୍ରୀ
ଭାରତୀୟ ରକେଟ୍ ପେଲୋଡ୍ ଠାରୁ ଅଧିକ ବହନ କରେ – ଏଗୁଡିକ ୧.୪ ବିଲିୟନ ଭାରତୀୟଙ୍କ ସ୍ୱପ୍ନ ବହନ କରନ୍ତି : ପ୍ରଧାନମନ୍ତ୍ରୀ
ଭାରତର ପ୍ରଥମ ମାନବ ମହାକାଶ ଉଡ଼ାଣ ମିଶନ - ଗଗନୟାନ , ମହାକାଶ ପ୍ରଯୁକ୍ତିରେ ଦେଶର ବର୍ଦ୍ଧିତ ଆକାଂକ୍ଷାକୁ ପ୍ରତିଫଳିତ କରେ : ପ୍ରଧାନମନ୍ତ୍ରୀ
ଭାରତର ଅନେକ ମହାକାଶ ମିଶନ ମହିଳା ବୈଜ୍ଞାନିକଙ୍କ ଦ୍ୱାରା ପରିଚାଳିତ ହେଉଛି : ପ୍ରଧାନମନ୍ତ୍ରୀ
ଭାରତର ମହାକାଶ ଦୃଷ୍ଟିକୋଣ ପ୍ରାଚୀନ ଦର୍ଶନ 'ବସୁଧୈବ କୁଟୁମ୍ବକମ୍' ଉପରେ ଆଧାରିତ : ପ୍ରଧାନମନ୍ତ୍ରୀ

ପ୍ରତିଷ୍ଠିତ ପ୍ରତିନିଧି, ସମ୍ମାନିତ ବୈଜ୍ଞାନିକ, ଉଦ୍ଭାବକ, ମହାକାଶଚାରୀ ଏବଂ ସାରା ବିଶ୍ୱରୁ ଆସିଥିବା ବନ୍ଧୁଗଣ,

ନମସ୍କାର !

ଗ୍ଲୋବାଲ ସ୍ପେସ୍ ଏକ୍ସପ୍ଲୋରେସନ୍ କନଫରେନ୍ସ ୨୦୨୫ରେ ଆପଣମାନଙ୍କ ସହ ସାମିଲ ହୋଇ ବହୁତ ଖୁସି ଲାଗୁଛି । ମହାକାଶ କେବଳ ଏକ ଗନ୍ତବ୍ୟ ସ୍ଥଳ ନୁହେଁ । ଏହା କୌତୂହଳ, ସାହସ ଓ ସାମୂହିକ ପ୍ରଗତିର ଏକ ପେଣ୍ଠସ୍ଥଳ। ଭାରତର ମହାକାଶ ଯାତ୍ରା ଏହି ଭାବନାକୁ ପ୍ରତିଫଳିତ କରେ। ୧୯୬୩ ମସିହାରେ ଏକ କ୍ଷୁଦ୍ର ରକେଟ୍ ଉତକ୍ଷେପଣ ଠାରୁ ଆରମ୍ଭ କରି ଚନ୍ଦ୍ରର ଦକ୍ଷିଣ ମେରୁ ନିକଟରେ ଅବତରଣ କରିଥିବା ପ୍ରଥମ ରାଷ୍ଟ୍ର ହେବା ପର୍ଯ୍ୟନ୍ତ ଆମର ଯାତ୍ରା ଉଲ୍ଲେଖନୀୟ ଗୁରୁତ୍ୱ ବହନ କରୁଛି। ଆମର ରକେଟ୍ ପେଲୋଡ ଠାରୁ ଅଧିକ ଓଜନ ବହନ କରିଥାଏ। ସେମାନେ ୧.୪ ବିଲିୟନ ଭାରତୀୟଙ୍କ ସ୍ୱପ୍ନକୁ ଧାରଣ କରି ଚାଲିଥାନ୍ତି। ଭାରତର ସଫଳତା ଏକ ଗୁରୁତ୍ୱପୂର୍ଣ୍ଣ ବୈଜ୍ଞାନିକ ମାଇଲଖୁଣ୍ଟ । ଏହା ବ୍ୟତୀତ, ସେମାନେ ପ୍ରମାଣ କରନ୍ତି ଯେ ମାନବ ଆତ୍ମା ମାଧ୍ୟାକର୍ଷଣକୁ ଚାଲେଞ୍ଜ କରିପାରେ । ଭାରତ ୨୦୧୪ରେ ପ୍ରଥମ ଉଦ୍ୟମରେ ମଙ୍ଗଳ ଗ୍ରହରେ ପହଞ୍ଚି ଇତିହାସ ରଚିଥିଲା। ଚନ୍ଦ୍ରଯାନ-୧ ଚନ୍ଦ୍ରରେ ଜଳ ଆବିଷ୍କାର କରିବାରେ ସାହାଯ୍ୟ କରିଥିଲା। ଚନ୍ଦ୍ରଯାନ-୨ ଆମକୁ ଚନ୍ଦ୍ରର ସର୍ବାଧିକ-ରିଜୋଲ୍ୟୁସନ୍ ଛବିଗୁଡ଼ିକ ଦେଇଛି। ଚନ୍ଦ୍ରଯାନ-୩ ଚନ୍ଦ୍ରର ଦକ୍ଷିଣ ମେରୁ ବିଷୟରେ ଆମର ବୁଝାମଣା ବୃଦ୍ଧିରେ ସହାୟକ ହୋଇଥିଲା। ଆମେ ରେକର୍ଡ ସମୟ ମଧ୍ୟରେ କ୍ରାୟୋଜେନିକ ଇଞ୍ଜିନ ନିର୍ମାଣ କରିଥିଲୁ। ଆମେ ଆମର ଉତକ୍ଷେପଣ ଯାନରେ ୩୪ଟି ଦେଶ ପାଇଁ ୪୦୦ରୁ ଅଧିକ ଉପଗ୍ରହ ଉତ୍‌କ୍ଷେପଣ କରିଛୁ। ଚଳିତ ବର୍ଷ ଆମେ ମହାକାଶରେ ଦୁଇଟି ଉପଗ୍ରହ ଡକ୍ କରିଛୁ, ଯାହା ଏକ ବଡ଼ ପଦକ୍ଷେପ।

 

ବନ୍ଧୁଗଣ,

ଭାରତର ମହାକାଶ ଯାତ୍ରା ଅନ୍ୟମାନଙ୍କ ସହ ପ୍ରତିଦ୍ୱନ୍ଦିତା କରିବା ପାଇଁ ନୁହେଁ। ଏହା ଅନ୍ୟମାନଙ୍କ ସହିତ ଶୀର୍ଷରେ  ପହଞ୍ଚିବା ଉପରେ ଗୁରୁତ୍ୱ ଦିଏ। ମିଳିତ ଭାବରେ, ଆମେ ମାନବିକତାର ମଙ୍ଗଳ ସକାଶେ ସ୍ଥାନ ଅନୁସନ୍ଧାନ କରିବା ପାଇଁ ଏକ ସାଧାରଣ ଲକ୍ଷ୍ୟ  ରଖିଛୁ। ଆମେ ଦକ୍ଷିଣ ଏସୀୟ ରାଷ୍ଟ୍ରମାନଙ୍କ ପାଇଁ ଏକ ଉପଗ୍ରହ ଉତ୍‌କ୍ଷେପଣ କରିଛୁ । ଏବେ ଆମ ଅଧ୍ୟକ୍ଷତାରେ ଘୋଷଣା ହୋଇଥିବା ଜି-୨୦ ସାଟେଲାଇଟ୍ ମିଶନ ଦକ୍ଷିଣ ବିଶ୍ୱ ପାଇଁ ଏକ ଉପହାର ହେବ। ବୈଜ୍ଞାନିକ ଅନୁସନ୍ଧାନର ସୀମାକୁ ଆଗକୁ ବଢ଼ାଇ ଆମେ ନୂତନ ଆତ୍ମବିଶ୍ୱାସ ସହିତ ଆଗକୁ ବଢ଼ୁଛୁ। ଆମର ପ୍ରଥମ ମାନବ ମହାକାଶ ଯାତ୍ରା ଅଭିଯାନ 'ଗଗନଯାନ' ଆମ ଦେଶର ବଢୁଥିବା ଆକାଂକ୍ଷାକୁ ପ୍ରଦର୍ଶିତ କରୁଛି। ଆଗାମୀ ସପ୍ତାହରେ ଜଣେ ଭାରତୀୟ ମହାକାଶଚାରୀ ଇସ୍ରୋ-ନାସାର ମିଳିତ ଅଭିଯାନରେ ଅନ୍ତର୍ଜାତୀୟ ମହାକାଶ ଷ୍ଟେସନକୁ ଯାତ୍ରା କରିବେ। ୨୦୩୫ ସୁଦ୍ଧା ଭାରତୀୟ ଅନ୍ତରୀକ୍ଷ ଷ୍ଟେସନ ଗବେଷଣା ଓ ବୈଶ୍ୱିକ ସହଯୋଗ କ୍ଷେତ୍ରରେ ନୂଆ ଦିଗ ଉନ୍ମୋଚନ କରିବ। ୨୦୪୦ ବେଳକୁ ଚନ୍ଦ୍ରରେ ଜଣେ ଭାରତୀୟଙ୍କ ପାଦଚିହ୍ନ ପଡ଼ିବ। ମଙ୍ଗଳ ଓ ଶୁକ୍ର ମଧ୍ୟ ଆମ ରାଡାରରେ ଅଛନ୍ତି।

ବନ୍ଧୁଗଣ,

ଭାରତ ପାଇଁ ମହାକାଶ ହେଉଛି ଅନୁସନ୍ଧାନ ଏବଂ ସଶକ୍ତୀକରଣର ବିଷୟ । ଏହା ଶାସନକୁ ସଶକ୍ତ କରେ, ଜୀବିକା ବୃଦ୍ଧି କରେ ଏବଂ ପିଢ଼ିକୁ ପ୍ରେରଣା ଦେଇଥାଏ। ମତ୍ସ୍ୟଜୀବୀ ସଚେତନଠାରୁ ଆରମ୍ଭ କରି ଗତିଶକ୍ତି ପ୍ଲାଟଫର୍ମ, ରେଳ ସୁରକ୍ଷାଠାରୁ ଆରମ୍ଭ କରି ପାଣିପାଗ ପୂର୍ବାନୁମାନ ପର୍ଯ୍ୟନ୍ତ ଆମର ଉପଗ୍ରହ ପ୍ରତ୍ୟେକ ଭାରତୀୟଙ୍କ କଲ୍ୟାଣ ପାଇଁ ଉଦ୍ୟମ ଜାରି ରଖିଛି। ଆମେ ଆମର ମହାକାଶ କ୍ଷେତ୍ରକୁ ଷ୍ଟାର୍ଟଅପ୍, ଉଦ୍ୟୋଗୀ ଏବଂ ଯୁବ ମାନସିକତା ପାଇଁ ଖୋଲିଦେଇଛୁ। ଏବେ ଭାରତ ପାଖରେ ୨୫୦ରୁ ଅଧିକ ମହାକାଶ ଷ୍ଟାର୍ଟ ଅପ୍ ରହିଛି। ସେମାନେ ସାଟେଲାଇଟ୍ ପ୍ରଯୁକ୍ତିବିଦ୍ୟା, ପ୍ରପଲ୍ସନ୍ ସିଷ୍ଟମ୍, ଇମେଜିଂ ଏବଂ ଅନ୍ୟାନ୍ୟ କ୍ଷେତ୍ରରେ ଅତ୍ୟାଧୁନିକ ଉନ୍ନତିରେ ଯୋଗଦାନ ଦେଉଛନ୍ତି। ଆପଣ ଜାଣନ୍ତି, ଏହା ଆହୁରି ପ୍ରେରଣାଦାୟକ ଓ ଗର୍ବର ବିଷୟ ଯେ ଆମର ଅନେକ ଅଭିଯାନର ନେତୃତ୍ୱ ନେଉଛନ୍ତି ମହିଳା ବୈଜ୍ଞାନିକ ।

 

ବନ୍ଧୁଗଣ,

ଭାରତର ମହାକାଶ ଦର୍ଶନ 'ବସୁଧୈବ କୁଟୁମ୍ବକମ୍'ର ପ୍ରାଚୀନ ଜ୍ଞାନ ଉପରେ ଆଧାରିତ, ଅର୍ଥାତ୍ ବିଶ୍ୱ ହେଉଛି ଏକ ପରିବାର। ଆମେ କେବଳ ଆମର ବିକାଶ ପାଇଁ ନୁହେଁ, ବରଂ ବିଶ୍ୱ ଜ୍ଞାନକୁ ସମୃଦ୍ଧ କରିବା, ଛୋଟ ଛୋଟ ଆହ୍ୱାନର ମୁକାବିଲା କରିବା ଏବଂ ଭବିଷ୍ୟତ ପିଢ଼ିକୁ ପ୍ରେରଣା ଦେବା ପାଇଁ ପ୍ରୟାସ କରୁଛୁ । ଭାରତ ଏକାଠି ସ୍ୱପ୍ନ ଦେଖୁଛି, ଏକାଠି ନିର୍ମାଣ କରୁଛି ଏବଂ ଏକାଠି ତାରକାମାନଙ୍କ ପାଖରେ ପହଂଚିଛି । ଆସନ୍ତୁ ସମସ୍ତେ ମିଶି ମହାକାଶ ଗବେଷଣାରେ ଏକ ନୂତନ ଅଧ୍ୟାୟ ଲେଖିବା, ବିଜ୍ଞାନ ଦ୍ୱାରା ପରିଚାଳିତ ଏବଂ ଏକ ଉତ୍ତମ ଭବିଷ୍ୟତ ପାଇଁ ସ୍ୱପ୍ନ ବାଣ୍ଟିବା । ମୁଁ ଆପଣ ସମସ୍ତଙ୍କୁ ଭାରତରେ ଅତ୍ୟନ୍ତ ଆନନ୍ଦଦାୟକ ଏବଂ ଫଳପ୍ରଦ ଅବସ୍ଥାନ କାମନା କରୁଛି ।

 

ଧନ୍ୟବାଦ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
From 17,000 Violent Incidents To Bastar Olympics: How PM Modi Got The Maoists To Turn In

Media Coverage

From 17,000 Violent Incidents To Bastar Olympics: How PM Modi Got The Maoists To Turn In
NM on the go

Nm on the go

Always be the first to hear from the PM. Get the App Now!
...
Prime Minister Shri Narendra Modi receives a telephone call from the Amir of Qatar
June 23, 2026
Qatar Amir expresses condolences over the loss of lives of Indian nationals in an accident in Qatar.
PM thanks him and conveys appreciation for prompt medical help to the injured.
The two leaders reaffirm their commitment to ensure the wellbeing and safety of their citizens.
PM conveys appreciation for Qatar’s positive contribution in the peace efforts in West Asia.
The two leaders reaffirm their commitment to expand bilateral cooperation.

Prime Minister Shri Narendra Modi received a telephone call today from the Amir of the State of Qatar, H.H. Sheikh Tamim Bin Hamad Al-Thani.

Qatar Amir expressed condolences over the loss of lives of Indian nationals in an accident at Ras Laffan Industrial City in Qatar on June 21 and conveyed wishes for speedy recovery of those injured.

PM thanked him for his words of sympathy towards affected families and conveyed appreciation for providing prompt medical help to the injured.

The two leaders reaffirmed their commitment to ensure the wellbeing and safety of their citizens and reiterated their support and solidarity with each other.

While discussing the situation in West Asia, PM conveyed appreciation for Qatar’s positive contribution in the peace efforts and expressed hope that they would lead to lasting peace and stability in the region.

The two leaders also reaffirmed their commitment to expand bilateral cooperation in all areas.

They agreed to remain in close touch.