100 କୋଟିରୁ ଅଧିକ ବ୍ୟୟରେ ନିର୍ମିତ ହେବାକୁ ଥିବା ସନ୍ଥ ଶିରୋମାନି ଗୁରୁଦେବ ଶ୍ରୀ ରବିଦାସ ଜୀ ମେମୋରିଆଲର ଶିଳାନ୍ୟାସ କରାଯାଇଛି
1580 କୋଟିରୁ ଅଧିକ ମୂଲ୍ୟରେ ବିକଶିତ ହେବାକୁ ଥିବା ଦୁଇଟି ସଡକ ପ୍ରକଳ୍ପର ଶିଳାନ୍ୟାସ
2475 କୋଟିରୁ ଅଧିକ ମୂଲ୍ୟରେ ବିକଶିତ ହୋଇଥିବା କୋଟା-ବିନା ଦୋହରୀକରଣ ରେଳ ମାର୍ଗ ଦେଶକୁ ସମର୍ପିତ
ସନ୍ଥ ଶିରୋମଣି ଗୁରୁଦେବ ଶ୍ରୀ ରବିଦାସ ଜୀ ମେମୋରିଆଲରେ ମହାନତା ଏବଂ ବୈଭବ ମଧ୍ୟ ରହିଛି
ସନ୍ଥ ରବିଦାସ ଜୀ ସମାଜକୁ ଅତ୍ୟାଚାରରୁ ମୁକାବିଲା ପାଇଁ ଶକ୍ତି ପ୍ରଦାନ କରିଥିଲେ
ଆଜି ଦେଶ ମୁକ୍ତିର ଉତ୍ସାହ ସହିତ ଆଗକୁ ବଢ଼ୁଛି ଏବଂ ଦାସତ୍ୱର ମାନସିକତାକୁ ପ୍ରତ୍ୟାଖ୍ୟାନ କରୁଛି
ଅମୃତ କାଳରେ ଆମେ ଦେଶରୁ ଦାରିଦ୍ର୍ୟତା ତଥା କ୍ଷୁଧା ଦୂର କରିବାକୁ ଚେଷ୍ଟା କରୁଛୁ ବୋଲି ସେ କହିଛନ୍ତି
ମୁଁ ଗରିବଙ୍କ ଭୋକ ଏବଂ ଆତ୍ମ ସମ୍ମାନର ଯନ୍ତ୍ରଣା ଜାଣେ। ମୁଁ ଆପଣଙ୍କର ପରିବାରର ଜଣେ ସଦସ୍ୟ ଏବଂ ଆପଣଙ୍କର ଯନ୍ତ୍ରଣା ବୁଝିବା ପାଇଁ ମୋର ବହିଗୁଡ଼ିକୁ ଦେଖିବାର ଆବଶ୍ୟକତା ନାହିଁ
ଗରିବଙ୍କ କଲ୍ୟାଣ ଏବଂ ସମାଜର ପ୍ରତ୍ୟେକ ବିଭାଗର ସଶକ୍ତିକରଣ ଉପରେ ଆମର ଧ୍ୟାନ ଦିଆଯାଇଛି
ଆଜି ଦଳିତ, ବଞ୍ଚିତ, ପଛୁଆ କିମ୍ବା ଆଦିବାସୀ ହେଉ, ଆମ ସରକାର ସେମାନଙ୍କୁ ଉପଯୁକ୍ତ ସମ୍ମାନ ଏବଂ ନୂତନ ସୁଯୋଗ ଦେଉଛନ୍ତି”

ଭାରତ ମାତା କୀ ଜୟ ।

ଭାରତ ମାତା କୀ ଜୟ ।

କାର୍ଯ୍ୟକ୍ରମରେ ଉପସ୍ଥିତ ମଧ୍ୟପ୍ରଦେଶର ରାଜ୍ୟପାଳ ଶ୍ରୀମାନ ମଙ୍ଗୁଭାଇ ପଟେଲ, ମୁଖ୍ୟମନ୍ତ୍ରୀ ଶ୍ରୀମାନ ଶିବରାଜ ସିଂହ ଚୌହାନ, କେନ୍ଦ୍ର କ୍ୟାବିନେଟର ମୋର ସହଯୋଗୀ ଶ୍ରୀ ବିରେନ୍ଦ୍ର ଖଟୀକ ମହାଶୟ, ଜ୍ୟୋତିରାଦିତ୍ୟ ସିନ୍ଧିଆ ମହାଶୟ, ପ୍ରହ୍ଲାଦ ପଟେଲ ମହାଶୟ, ମଧ୍ୟପ୍ରଦେଶ ସରକାରଙ୍କର ମନ୍ତ୍ରୀଗଣ, ସମସ୍ତ ସାଂସଦ, ଭିନ୍ନ- ଭିନ୍ନ ସ୍ଥାନରୁ ଆସିଥିବା ସମସ୍ତ ପୂଜ୍ୟ ସନ୍ଥଗଣ ଆଉ ବିଶାଳ ସଂଖ୍ୟାରେ ଆସିଥିବା ମୋର ପ୍ରିୟ ଭାଇମାନେ ଓ ଭଉଣୀମାନେ ।

ସାଗରର ଧରଣୀ, ସନ୍ଥମାନଙ୍କର ସାନିଧ୍ୟ, ସନ୍ଥ ରବିଦାସ ଜୀଙ୍କ ଆଶୀର୍ବାଦ, ଆଉ ସମାଜର ପ୍ରତ୍ୟେକ ବର୍ଗରୁ, ପ୍ରତ୍ୟେକ କୋଣ-ଅନୁକୋଣରୁ ବିପୁଳ ସଂଖ୍ୟାରେ ଆଶୀର୍ବାଦ ଦେବାକୁ ଆସିଥିବା ଆପଣ ସମସ୍ତ ମହାନୁଭବ । ଆଜି ସାଗରରେ ସମରସତାର ମହାସାଗର ଆସି ଅଜାଡ଼ି ହୋଇ ପଡ଼ିଛି । ଦେଶର ଏହି ସାଧାରଣ ସଂସ୍କୃତିକୁ ଆହୁରି ସମୃଦ୍ଧ କରିବା ପାଇଁ ଆଜି ଏହିଠାରେ ସନ୍ଥ ରବିଦାସ ସ୍ମାରକ ଏବଂ କଳା ସଂଗ୍ରହାଳୟର ମୂଳଦୁଆ ପଡ଼ିଛି । ସନ୍ଥମାନଙ୍କର କୃପାରୁ କିଛି ସମୟ ପୂର୍ବରୁ ମୋତେ ଏହି ପବିତ୍ର ସ୍ମରକର ଭୂମି ପୂଜନର ପୁଣ୍ୟ ସୁଯୋଗ ମିଳିଛି ଆଉ ମୁଁ ହେଉଛି କାଶୀର ସାଂସଦ ଏବଂ ଏଥିପାଇଁ ଏହା ହେଉଛି ମୋ ପାଇଁ ଦୁଇ ଗୁଣ ଖୁସିର ଅବସର । ଆଉ ପୂଜ୍ୟ ସନ୍ଥ ରବି ଦାସ ଜୀଙ୍କ ଆଶୀର୍ବାଦରୁ ମୁଁ ବିଶ୍ୱାସର ସହିତ କହୁଛି ଯେ ଆଜି ମୁଁ ଶିଳାନ୍ୟାସ କରିଛି, ଏକ- ଦେଢ଼ ବର୍ଷ ପରେ ମନ୍ଦିର ନିର୍ମାଣ ହୋଇଯିବ, ସେତେବେଳେ ଲୋକାର୍ପଣ ପାଇଁ ମଧ୍ୟ ମୁଁ ନିଶ୍ଚିତ ଭାବେ ଆସିବି । ଆଉ ସନ୍ଥ ରବି ଦାସ ଜୀ ଆସନ୍ତା ଥର ମୋତେ ଏଠାକୁ ଆସିବା ପାଇଁ ସୁଯୋଗ ଦେବେ ନିଶ୍ଚିତ ଭାବେ । ମୋତେ ବନାରସରେ ସନ୍ଥ ରବି ଦାସ ମହାଶୟଙ୍କ ଜନ୍ମସ୍ଥଳୀକୁ ଯିବାର ସୌଭାଗ୍ୟ ବହୁତ ଥର ମିଳିଛି । ଆଉ ଏବେ ଆଜି ମୁଁ ଏଠାରେ ଆପଣମାନଙ୍କ ଗହଣରେ ଅଛି । ମୁଁ ଆଜି ସାଗରର ଏହି ଧରଣୀରୁ ସନ୍ଥ ଶିରୋମଣୀ ପୂଜ୍ୟ ରବି ଦାସ ଜୀଙ୍କ ଚରଣରେ ପ୍ରଣିପାତ କରୁଛି, ତାଙ୍କୁ ପ୍ରଣାମ ଜଣାଉଛି ।

 

ଭାଇ ଓ ଭଉଣୀମାନେ,

ସନ୍ଥ ରବି ଦାସ ସ୍ମାରକ ଏବଂ ସଂଗ୍ରହାଳୟରେ ଭବ୍ୟତା ମଧ୍ୟ ରହିବ, ଏବଂ ଦିବ୍ୟତା ମଧ୍ୟ ରହିବ । ଏହି ଦିବ୍ୟତା ରବି ଦାସ ଜୀଙ୍କ ସେହି ଶିକ୍ଷାଗୁଡ଼ିକ ମଧ୍ୟରୁ ଆସିବ, ଯାହା ଆଜି ଏହି ସ୍ମାରକର ମୂଳଦୁଆ ସହିତ ଯୋଡ଼ା ଯାଇଛି, ଗଢ଼ା ଯାଇଛି । ସମରସତାର ଭାବନା ଦ୍ୱାରା ଉତପ୍ରେରିତ 20 ହଜାରରୁ ଅଧିକ ଗାଁର, 300ରୁ ଅଧିକ ନଦୀର ମାଟି ଆଜି ଏହି ସ୍ମାରକର ଅଂଶ ପାଲଟିଛନ୍ତି । ଗୋଟିଏ ମୁଠା ମାଟି ସହିତ ଏମପିର ଲକ୍ଷ- ଲକ୍ଷ ପରିବାର ସମରସତା ଭୋଜି ପାଇଁ ଗୋଟିଏ- ଗୋଟିଏ ମୁଠା ଶସ୍ୟ ମଧ୍ୟ ପଠାଇଛନ୍ତି । ଏଥିପାଇଁ ଯେଉଁ 5 ସମରସତା ଯାତ୍ରା ଚାଲୁ ରହିଥିଲା, ଆଜି ତାହାର ମଧ୍ୟ ସାଗର ମାଟିରେ ସମାଗମ ହୋଇଛି । ଆଉ ମୁଁ ସ୍ୱୀକାର କରୁଛି ଯେ ଏହି ସମରସତା ଯାତ୍ରାଗୁଡ଼ିକ ଏହିଠାରେ ଶେଷ ହୋଇ ଯିବ ନାହିଁ ବରଂ ଏଠାରୁ ସାମାଜିକ ସମରସତାର ନୂତନ ଯୁଗର ଶୁଭାରମ୍ଭ ହୋଇଛି । ମୁଁ ଏହି କାର୍ଯ୍ୟ ପାଇଁ ମଧ୍ୟପ୍ରଦେଶ ସରକାରଙ୍କୁ ଅଭିନନ୍ଦନ ଜଣାଉଛି, ମୁଖ୍ୟମନ୍ତ୍ରୀ ଭାଇ ଶିବରାଜ ମହାଶୟଙ୍କୁ ଅଭିନନ୍ଦନ ଜଣାଉଛି ଆଉ ଆପଣ ସମସ୍ତଙ୍କୁ ଶୁଭେଚ୍ଛା ଜଣାଉଛି ।

ସାଥୀଗଣ,

ପ୍ରେରଣା ଏବଂ ପ୍ରଗତି, ଯେପର୍ଯ୍ୟନ୍ତ ଏକା ସହିତ ଯୋଡ଼ି ହୋଇ ରହିଥିବ, ସେତେବେଳେ ଏକ ନୂଆ ଯୁଗର ମୂଳଦୁଆ ପଡ଼ିଥାଏ । ଆଜି ଆମର ଦେଶ, ଆମର ମଧ୍ୟପ୍ରଦେଶ ଏହି ଶକ୍ତିର ସହିତ ଆଗକୁ ବଢ଼ୁଛି । ଏହି କ୍ରମରେ, ଆଜି ଏଠାରେ କୋଟା- ବିନା ସେକ୍ସନରେ ରେଳପଥର ଦୋହରୀକରଣ ମଧ୍ୟ ଲୋକାର୍ପଣ ହୋଇଛି । ଜାତୀୟ ରାଜପଥ ଉପରେ ଦୁଇଟି ଗୁରୁତ୍ୱପୂର୍ଣ୍ଣ ମାର୍ଗର ମଧ୍ୟ ଶିଳାନ୍ୟାସ କରାଯାଇଛି । ବିକାଶର ଏହି କାର୍ଯ୍ୟ ସାଗର ଏବଂ ଆଖ-ପାଖର ଲୋକଙ୍କୁ ଉନ୍ନତ ସୁବିଧା ପ୍ରଦାନ କରିବ । ଏଥିପାଇଁ ମୁଁ ଏଠାକାର ସମସ୍ତ ଭାଇ ଭଉଣୀଙ୍କୁ ବହୁତ- ବହୁତ ଶୁଭକାମନା ଜଣାଉଛି ।

ସାଥୀଗଣ,

ସନ୍ଥ ରବି ଦାସ ସ୍ମାରକ ଏବଂ ସଂଗ୍ରହାଳୟର ଏହି ମୂଳଦୁଆ ଏକ ଏଭଳି ସମୟରେ ପଡ଼ିଛି, ଯେତେବେଳେ ଦେଶ ନିଜ ସ୍ୱାଧୀନତାର 75 ବର୍ଷ ପୂରଣ କରିଛି । ଏବେ ଆଗାମୀ 25 ବର୍ଷର ଅମୃତ କାଳ ଆମ ସମ୍ମୁଖରେ ଅଛି । ଅମୃତକାଳରେ ଆମର ଦାୟିତ୍ୱ ହେଉଛି ଯେ ଆମେ ଆମର ପରମ୍ପରାକୁ ମଧ୍ୟ ଆଗକୁ ନେଇଯିବା, ଏବଂ ଅତୀତରୁ ମଧ୍ୟ ଶିକ୍ଷା ହାସଲ କରିବା । ଗୋଟିଏ ରାଷ୍ଟ୍ର ଭାବେ ଆମେ ହଜାର- ହଜାର ବର୍ଷର ଯାତ୍ରା କରିଛୁ । ଏତେ ଦୀର୍ଘ କାଳଖଣ୍ଡରେ ସମାଜରେ କିଛି ଖରାପ କଥା ଆସିବା ମଧ୍ୟ ହେଉଛି ସ୍ୱାଭାବିକ । ଏହା ହେଉଛି ଭାରତୀୟ ସମାଜର ଶକ୍ତି ଯାହା ଏହି ଖରାପ କଥାକୁ ଦୂର କରିବା ଭଳି ସମୟରେ କୌଣସି ନା କୌଣସି ମହାପୁରୁଷ, କୌଣସି ସନ୍ଥ, କୌଣସି ସଂସ୍କାରକ ଏହି ସମାଜରୁ ବାହାରିଛନ୍ତି । ସନ୍ଥ ରବି ଦାସ ଜୀ ଏଭଳି ହିଁ ଜଣେ ସନ୍ଥ ଥିଲେ । ସେ ଏହି କାଳଖଣ୍ଡରେ ଜନ୍ମ ନେଇଥିଲେ, ଯେତେବେଳେ ଦେଶରେ ମୋଗଲ ଶାସନ ଥିଲା । ସମାଜ ଅସ୍ଥିରତା, ଉତ୍ପୀଡ଼ନ ଏବଂ ଅତ୍ୟାଚାର ସହିତ ଲଢ଼େଇ କରୁଥିଲା । ସେହି ସମୟରେ ମଧ୍ୟ ରବି ଦାସ ଜୀ ସମାଜକୁ ସଚେତନ କରୁଥିଲେ, ସମାଜରେ ଜାଗରଣ ସୃଷ୍ଟି କରୁଥିଲେ, ସେ ଲୋକମାନଙ୍କୁ ସେହି କୁପ୍ରଥା ବିରୁଦ୍ଧରେ ଲଢ଼ିବା ପାଇଁ ଶିଖାଉଥିଲେ । ସନ୍ଥ ରବି ଦାସ ଜୀ କହିଥିଲେ-

 

ଜାତ ପାଁତ କେ ଫେର ମହି, ଉରଝି ରହଇ ସବ ଲୋଗ ।

ମାନୁଷ୍ୟତା କୁଂ ଖାତ ହଇ, ରୈଦାସ ଜାତ କର ରୋଗ । ।

ଅର୍ଥାତ, ସବୁ ଲୋକ ଜାତି- ପ୍ରଥାର ଗୋଲକଧନ୍ଦାରେ ଫସି ରହିଛନ୍ତି, ଆଉ ଏହି ବେମାରୀ ମାନବତାକୁ ଖାଉଛି । ସେ ଏକ ପକ୍ଷରେ ସାମାଜିକ କୁସଂସ୍କାର ବିରୁଦ୍ଧରେ କହୁଥିଲେ, ପୁଣି ଅନ୍ୟ ପକ୍ଷରେ ଦେଶର ଆତ୍ମାକୁ ଦୋହଲାଇ ଦେଉଥିଲେ । ଯେତେବେଳେ ଆମର ଆସ୍ଥା ଓ ବିଶ୍ୱାସ ଉପରେ ଆକ୍ରମଣ ହେଉଥିଲା, ଆମର ପରିଚୟ ନଷ୍ଟ କରିବା ପାଇଁ ଆମ ଉପରେ କଟକଣାମାନ ଲାଗୁ କରାଯାଉଥିଲା, ସେତେବେଳେ ରବି ଦାସ ଜୀ କହିଥିଲେ, ସେହି ସମୟରେ ମୋଗଲ ରାଜତନ୍ତ୍ର ସମୟରେ, ଏହି ସାହସ ଦେଖନ୍ତୁ, ଏହି ରାଷ୍ଟ୍ରଭକ୍ତି ଦେଖନ୍ତୁ, ରବି ଦାସ ଜୀ କହିଥିଲେ-

ପରାଧୀନତା ପାପ ହୈ, ଜାନ ଲେହୁ ରେ ମିତ ।

ରୈଦାସ ପରାଧୀନ ସୌ, କୌନ କରେହେ ପ୍ରୀତ । ।

ଅର୍ଥାତ ପରଧୀନତା ହେଉଛି ସବୁଠାରୁ ବଡ଼ ପାପ । ଯିଏ ପରାଧୀନତାକୁ ସ୍ୱୀକାର କରି ନେଇଥାଏ, ତା ବିରୋଧରେ ଯିଏ ଲଢେଇ କରେ ନାହିଁ, ତାକୁ କେହି ଭଲ ପାଆନ୍ତି ନାହିଁ । ଗୋଟିଏ ପଟେ ସେ ସମାଜକୁ ଅତ୍ୟାଚାର ବିରୋଧରେ ଳଢେଇ କରିବା ପାଇଁ ସାହସ ଦେଇଥିଲେ । ଏହି ଭାବନାକୁ ନେଇ ଛତ୍ରପତି ବୀର ଶିବାଜୀ ମହାରାଜ ହିନ୍ଦୱୀ ସ୍ୱରାଜର ମୂଳଦୁଆ ପକାଇଥିଲେ । ଏହି ଭାବନା ସ୍ୱାଧୀନତା ସଂଗ୍ରାମରେ ଲକ୍ଷ ଲକ୍ଷ ସ୍ୱାଧୀନତା ସଂଗ୍ରାମୀଙ୍କ ହୃଦୟରେ ଥିଲା । ଆଉ, ଏହି ଭାବନାକୁ ନେଇ ଆଜି ଦେଶ ପରାଧୀନତାର ମାନସିକତାରୁ ମୁକ୍ତିର ସଂକଳ୍ପ ନେଇ ଆଗକୁ ବଢୁଛି ।

ସାଥୀଗଣ,

ରୈଦାସ ଜୀ ନିଜର ଏକ ଦୋହାରେ କହିଛନ୍ତି ଆଉ ଏବେ ଶିବରାଜ ମହାଶୟ ତାହାର ଉଲ୍ଲେଖ  ମଧ୍ୟ କରିଛନ୍ତି-

ଐସା ଚାହୁଁ ମୈଁ, ଯହାଁ ମିଲୈ ସବକୋ ଅନ୍ନ ।

ଛୋଟ- ବଡୋଁ ସବ ସମ ବସୈ, ରୈଦାସ ରହୈ ପ୍ରସନ୍ନ । ।

ଅର୍ଥାତ, ସମାଜ ଏହିଭଳି ହେବା ଆବଶ୍ୟକ, ଯେଉଁଥିରେ କେହି ମଧ୍ୟ ଭୋକରେ ନ ରୁହନ୍ତୁ, ଛୋଟ- ବଡ଼, ଏହାଠାରୁ ଉପରକୁ ଉଠି ସବୁଲୋକ ମିଳିମିଶି ଏକା ସହିତ ରୁହନ୍ତୁ । ଆଜି ଆଜାଦୀର ଅମୃତ କାଳରେ ଆମେ ଦେଶକୁ ଦାରିଦ୍ର‌୍ୟତା ଏବଂ ଭୋକରୁ ମୁକ୍ତ କରିବା ପାଇଁ ପ୍ରୟାସ କରୁଛୁ । ଆପଣମାନେ ଦେଖିଛନ୍ତି, କରୋନାର ଏତେ ବଡ଼ ମହାମାରୀ ଆସିଲା । ସାରା ବିଶ୍ୱର ବ୍ୟବସ୍ଥା ସବୁ ଦୋହଲି ଉଠିଲା, ସ୍ଥିର ହୋଇଗଲା । ଭାରତର ଗରିବ ବର୍ଗ ପାଇଁ, ଦଳିତ- ଆଦିବାସୀଙ୍କ ପାଇଁ ସମସ୍ତେ ଆଶଙ୍କା ବ୍ୟକ୍ତ କରୁଥିଲେ । କୁହା ଯାଉଥିଲା ଯେ ଶହେ ବର୍ଷ ପରେ ଏତେ ବଡ଼ ବିପଦ ଆସିଛି, ସମାଜର ଏହି ବର୍ଗ କିପରି ରହି ପାରିବେ । କିନ୍ତୁ, ସେତେବେଳେ ମୁଁ ଏହା ସ୍ଥିର କରିଥିଲି ଯେ ଯାହା ମଧ୍ୟ ହୋଇଯାଉ, ମୁଁ ମୋର ଗରିବ ଭାଇ- ଭଉଣୀଙ୍କୁ ଖାଲି ପେଟରେ ଶୋଇବାକୁ ଦେବି ନାହିଁ । ବନ୍ଧୁଗଣ ମୁଁ ଭଲ ଭାବେ ଜାଣିଛି ଯେ ଭୋକରେ ରହିବାର କଷ୍ଟ କ’ଣ ହୋଇଥାଏ । ମୁଁ ଜାଣିଛି ଯେ ଗରିବର ସ୍ୱାଭିମାନ କ’ଣ ହୋଇଥାଏ । ମୁଁ ତ ଆପଣଙ୍କର ହିଁ ପରିବାରର ସଦସ୍ୟ ଅଟେ, ଆପଣ ମାନଙ୍କର ସୁଖ ଦୁଃଖକୁ ବୁଝିବା ପାଇଁ ମୋତେ ପୁସ୍ତକରେ ଖୋଜିବାକୁ ପଡେ ନାହିଁ । ଏଥିପାଇଁ ହିଁ ଆମେ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ଆରମ୍ଭ କଲୁ । 80 କୋଟିରୁ ଅଧିକ ଲୋକଙ୍କୁ ମାଗଣା ରାଶନ ସୁବିଧା ସୁନିଶ୍ଚିତ କଲୁ । ଆଉ ଆଜି ଦେଖନ୍ତୁ, ଆମର ଏହିସବୁ ପ୍ରୟାସଗୁଡ଼ିକର ପ୍ରଶଂସା ସମଗ୍ର ବିଶ୍ୱରେ ହେଉଛି ।

 

ସାଥୀଗଣ,

ଆଜି ଦେଶ ଗରିବ କଲ୍ୟାଣର ଯେତେ ସବୁ ମଧ୍ୟ ବଡ଼- ବଡ଼ ଯୋଜନାମାନ ଚଳାଉଛି, ସେଗୁଡ଼ିକର ସବୁଠାରୁ ଅଧିକ ଲାଭ ଦଳିତ, ପଛୁଆ ଆଦିବାସୀ ସମାଜକୁ ହେଉଛି । ଆପଣମାନେ ଭଲ ଭାବେ ଜାଣିଛନ୍ତି, ପୂର୍ବର ସରକାରଙ୍କ ସମୟରେ ଯେଉଁସବୁ ଯୋଜନା ମାନ ଆସୁଥିଲା, ସେଗୁଡ଼ିକ ନିର୍ବାଚନ ଋତୁ ହିସାବରେ ଆସୁଥିଲା । କିନ୍ତୁ, ଆମର ଚିନ୍ତାଧାରା ହେଉଛି ଯେ ଜୀବନର ପ୍ରତ୍ୟେକ ସ୍ତରରେ ଦେଶ ଦଳିତ, ବଂଚିତ, ପଛୁଆ, ଆଦିବାସୀ, ମହିଳାମାନେ ଏ ସମସ୍ତଙ୍କ ସହିତ ଠିଆ ହେବୁ, ଆମେ ଏମାନଙ୍କର ଆଶା- ଆକାଂକ୍ଷାଗୁଡ଼ିକୁ ସାହାରା ଦେବୁ । ଆପଣମାନେ ଦେଖନ୍ତୁ ଟିକେ ଯୋଜନା ଗୁଡ଼ିକ ଉପରେ ଦୃଷ୍ଟି ଦେବେ ତେବେ ଜଣା ପଡ଼ିବ ଯେ ପିଲାମାନଙ୍କର ଜନ୍ମ ସମୟରେ ହୋଇଥାଏ ତେବେ ମାତୃବନ୍ଦନା ଯୋଜନା ମାଧ୍ୟମରେ ଗର୍ଭବତୀ ମାତାଙ୍କୁ 6 ହଜାର ଟଙ୍କା ଦିଆଯାଏ ଫଳରେ ମା-ପିଲା ସୁସ୍ଥ ରୁହନ୍ତୁ । ଆପଣମାନେ ମଧ୍ୟ ଜାଣନ୍ତି ଯେ ଜନ୍ମ ପରେ ପିଲାମାନଙ୍କୁ ରୋଗର, ସଂକ୍ରାମକ ରୋଗ ହେବାର ଆଶଙ୍କା ରହିଥାଏ । ଦାରିଦ୍ର‌୍ୟତା କାରଣରୁ ଦଳିତ- ଆଦିବାସୀ ବସ୍ତିଗୁଡ଼ିକରେ ଏସବୁର ବେଶୀ ପ୍ରଭାବ ପଡ଼ିଥାଏ । ଆଜି ନବଜାତ ପିଲାମାନଙ୍କର ସମ୍ପୂର୍ଣ୍ଣ ସୁରକ୍ଷା ପାଇଁ ମିଶନ ଇନ୍ଦ୍ରଧନୁଷ ଚଲା ଯାଉଛି । ପିଲାମାନଙ୍କୁ ସବୁ ପ୍ରକାରର ରୋଗରୁ ରକ୍ଷା କରିବା ପାଇଁ ଟିକା ଲାଗୁ, ଏହି ଚିନ୍ତା ସରକାର କରୁଛନ୍ତି । ମୁଁ ସନ୍ତୋଷ ବ୍ୟକ୍ତ କରୁଛି ଯେ ଗତ ବର୍ଷ ସାଢ଼େ 5 କୋଟିରୁ ଅଧିକ ମାତା ଏବଂ ପିଲାମାନଙ୍କର ଟିକାକରଣ କରାଯାଇ ସାରିଛି ।

ସାଥୀଗଣ,

ଆଜି ଆମେ ଦେଶର 7 କୋଟି ଭାଇ- ଭଉଣୀଙ୍କୁ ସିକଲ ସେଲ ଆନିମିଆରୁ ମୁକ୍ତ କରିବା ପାଇଁ ଅଭିଯାନ ଚଲାଇଛୁ । ଦେଶକୁ 2025 ପର୍ଯ୍ୟନ୍ତ ଟିବିରୁ ମୁକ୍ତ କରିବା ପାଇଁ କାର୍ଯ୍ୟ ହେଉଛି, କଳାଜ୍ୱର ଏବଂ ମସ୍ତିଷ୍କ ଜ୍ଜ୍ୱରର ପ୍ରକୋପ ଧୀରେ- ଧୀରେ ହ୍ରାସ ପାଉଛି । ଏହି ରୋଗଗୁଡ଼ିକ ଦ୍ୱାରା ସବୁଠାରୁ ଅଧିକ ଦଳିତ, ବଂଚିତ, ଗରିବ ପରିବାର ସେମାନେ ହିଁ ଏହାର ଶୀକାର ହେଉଥିଲେ । ଏହିଭଳି ଭାବେ, ଯଦି ଚିକିତ୍ସାର ଆବଶ୍ୟକତା ହୋଇଥାଏ ତେବେ ଆୟୂଷ୍ମାନ ଯୋଜନା ମାଧ୍ୟମରେ ହସ୍ପାତାଳରେ ମାଗଣା ଚିକିତ୍ସାର ବ୍ୟବସ୍ଥା କରାଯାଇଛି । ଲୋକମାନେ କୁହନ୍ତି ମୋଦୀ କାର୍ଡ ମିଳି ଯାଇଛି, 5 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଯଦି କୌଣସି ରୋଗକୁ ନେଇ ବିଲ ପଇଠ କରିବାକୁ ଅଛି ତେବେ ଆପଣଙ୍କର ପୁଅ କରିଦେଇଥାଏ ।

ସାଥୀଗଣ,

ଜୀବନ ଚକ୍ରରେ ପାଠପଢ଼ାର ବହୁତ ଗୁରୁତ୍ୱ ରହିଛି । ଆଜି ଦେଶରେ ଆଦିବାସୀ ପିଲାମାନଙ୍କ ପାଠପଢ଼ା ପାଇଁ ଭଲ ସ୍କୁଲମାନଙ୍କର ବ୍ୟବସ୍ଥା ହେଉଛି । ଆଦିବାସୀ ଅଂଚଳରେ 700 ଏକଲବ୍ୟ ଆବାସିକ ସ୍କୁଲ ଖୋଲା ଯାଇଛି । ସେମାନଙ୍କୁ ସରକାର ପାଠପଢ଼ା ପାଇଁ ପୁସ୍ତକ ଦେଉଛନ୍ତି, ସ୍କଲାରସିପ ଦେଉଛନ୍ତି । ମଧ୍ୟାହ୍ନ ଭୋଜନର ବ୍ୟବସ୍ଥାକୁ ଉନ୍ନତ କରାଯାଉଛି ଫଳରେ ପିଲାମାନଙ୍କୁ ଉତମ ପୋଷଣ ଯୁକ୍ତ ଖାଦ୍ୟ ମିଳୁ । ଝିଅମାନଙ୍କ ପାଇଁ ସୁକନ୍ୟା ସମୃଦ୍ଧି ଯୋଜନା ଆରମ୍ଭ କରା ଯାଇଛି, ଫଳରେ ଝିଅମାନେ ମଧ୍ୟ ସମତାଳରେ ଆଗକୁ ବଢ଼ନ୍ତୁ । ସ୍କୁଲ ପରେ ଉଚ୍ଚ ଶିକ୍ଷାକୁ ଯିବା ପାଇଁ ଏସସି, ଏସଟି, ଓବିସି ଯୁବକ- ଯୁବତୀଙ୍କ ପାଇଁ ଭିନ୍ନ ଭାବେ ସ୍କଲାରସିପର ବ୍ୟବସ୍ଥା କରାଯାଇଛି । ଆମର ଯୁବକମାନେ ଆତ୍ମନିର୍ଭର ହୁଅନ୍ତୁ, ନିଜର ସ୍ୱପ୍ନ ଗୁଡ଼ିକୁ ପୂରଣ କରି ପାରନ୍ତୁ, ଏଥିପାଇଁ ମୁଦ୍ରା ଋଣ ଭଳି ଯୋଜନାମାନ ମଧ୍ୟ ଆରମ୍ଭ କରାଯାଇଛି । ମୁଦ୍ରା ଯୋଜନାର ଏପର୍ଯ୍ୟନ୍ତ ଯେତିକି ହିତାଧିକାରୀ ଅଛନ୍ତି, ସେଥିରେ ବଡ଼ ମାତ୍ରାରେ ଏସସି-ଏସଟି ସମାଜର ହିଁ ମୋର ଭାଇ ଭଉଣୀ ଅଛନ୍ତି । ଆଉ ସବୁ ଅର୍ଥ ବିନା ଗ୍ୟାରେଂଟିରେ ଦିଆ ଯାଉଛି ।

 

ସାଥୀଗଣ,

ଏସସି-ଏସଟି ସମାଜକୁ ଧ୍ୟାନରେ ରଖି ଆମେ ଷ୍ଟାଣ୍ଡ ଅପ୍ ଇଣ୍ଡିଆ ଯୋଜନା ମଧ୍ୟ ଆରମ୍ଭ କରିଥିଲୁ । ଷ୍ଟାଣ୍ଡ ଅପ୍ ଇଣ୍ଡିଆ ମାଧ୍ୟମରେ ଏସସି-ଏସଟି ସମାଜର ଯୁବକମାନଙ୍କୁ 8 ହଜାର କୋଟି ଟଙ୍କାର ଆର୍ଥିକ ସହାୟତା ମିଳିଛି, 8 ହଜାର କୋଟି ଟଙ୍କା, ଏହା ଆମର ଏସସି-ଏସଟି ସମାଜର ନବ-ଯୁବକମାନଙ୍କ ନିକଟକୁ ଯାଇଛି । ଆମର ବହୁତ ଆଦିବାସୀ ଭାଇ- ଭଉଣୀ ବନ ସମ୍ପଦ ମାଧ୍ୟମରେ ନିଜ ଜୀବନଯାପନ କରୁଛନ୍ତି । ସେମାନଙ୍କ ପାଇଁ ଦେଶ ବନ-ଧନ ଯୋଜନା ଚଲାଉଛନ୍ତି । ଆଜି ପ୍ରାୟ 90ଟି ବନ ଉତ୍ପାଦକୁ ଏମଏସପିର ଲାଭ ମଧ୍ୟ ମିଳୁଛି । କେବଳ ଏତିକି ନୁହେଁ, କୌଣସି ମଧ୍ୟ ଦଳିତ, ବଂଚିତ, ପଛୁଆ ଘର ବିନା ନ ରୁହନ୍ତୁ, ପ୍ରତ୍ୟେକ ଗରିବଙ୍କ ମୁଣ୍ଡ ଉପରେ ଛାତ ଥାଉ, ଏଥିପାଇଁ ପ୍ରଧାନମନ୍ତ୍ରୀ ଆବାସ ମଧ୍ୟ ଦିଆ ଯାଉଛି । ଘରେ ସମସ୍ତ ପ୍ରକାରର ଜରୁରୀ ସୁବିଧାମାନ ରହୁ, ଏଥିପାଇଁ ବିଜୁଳି ସଂଯୋଗ, ପାନୀୟ ଜଳ ସଂଯୋଗ ମଧ୍ୟ ମାଗଣାରେ ଦିଆଯାଇଛି । ଏହାର ପରିଣାମ ହେଉଛି ଯେ ଏସସି-ଏସଟି ସମାଜର ଲୋକ ଆଜି ନିଜ ଗୋଡରେ ଠିଆ ହୋଇ ପାରିଛନ୍ତି । ସେମାନଙ୍କୁ ସମାଜରେ ସମାନ ସ୍ତରର ସ୍ଥାନ ମିଳୁଛି ।

 

ସାଥୀଗଣ,

ସାଗର ହେଉଛି ଏପରି ଏକ ଜିଲ୍ଲା, ଯାହାର ନାମରେ ତ ସାଗର ରହିଛି ହିଁ, ଏହାର ଏକ ପରିଚୟ 400 ଏକରର ଲାଖା ବନଜାରା ହ୍ରଦ ଦ୍ୱାରା ମଧ୍ୟ ହୋଇଥାଏ । ଏହି ଧରଣୀରୁ ଲାଖା ବନଜାରାଙ୍କ ଭଳି ବୀରଙ୍କ ନାମ ଯୋଡ଼ି ହୋଇଛି । ଲାଖା ବନଜାରା ଏତେ ବର୍ଷ ପୂର୍ବରୁ ପାଣିର ଗୁରୁତ୍ୱକୁ ବୁଝିଥିଲେ । କିନ୍ତୁ, ଯେଉଁ ଲୋକମାନେ ଦଶକ- ଦଶକ ଧରି ସରକାର ଚଲାଇଥିଲେ, ସେମାନେ ଗରିବଙ୍କୁ ପିଇବା ପାଣି ପହଂଚାଇବା ପାଇଁ ଆବଶ୍ୟକତାକୁ ମଧ୍ୟ ବୁଝି ନ ଥିଲେ । ଏହି କାର୍ଯ୍ୟ ମଧ୍ୟ ଜଳ ଜୀବନ ମିଶନ ମାଧ୍ୟମରେ ଆମ ସରକାର ଖୁବ ଜୋରରେ କରୁଛନ୍ତି । ଆଜି ଦଳିତ ବସ୍ତିରେ, ପଛୁଆ ଅଂଚଳ ମାନଙ୍କରେ, ଆଦିବାସୀ ଅଂଚଳ ମାନଙ୍କରେ ପାଇପ ଦ୍ୱାରା ପାନୀୟ ଜଳ ପହଂଚା ଯାଉଛି । ଏମିତି ହିଁ, ଲାଖା ବନଜାରାଙ୍କ ପରମ୍ପରାକୁ ଆଗକୁ ବଢ଼ାଇ ପ୍ରତ୍ୟେକ ଜିଲ୍ଲାରେ 75 ଅମୃତ ସରୋବର ମଧ୍ୟ ନିର୍ମାଣ କରାଯାଉଛି । ଏହି ସରୋବର ସ୍ୱାଧୀନତାର ଭାବନାର ପ୍ରତୀକ ଭାବେ ସୃଷ୍ଟି ହେବ, ସାମାଜିକ ସମରସତାର କେନ୍ଦ୍ର ହେବ ।

ସାଥୀଗଣ,

ଆଜି ଦେଶର ଦଳିତ ହେଉ, ବଂଚିତ ହେଉ, ପଛୁଆ ବର୍ଗ ହେଉ, ଆଦିବାସୀ ହେଉ, ଆମ ସରକାର ଏମାନଙ୍କୁ ଉଚିତ ସମ୍ମାନ ପ୍ରଦାନ କରୁଛନ୍ତି, ନୂତନ ସୁଯୋଗ ପ୍ରଦାନ କରୁଛନ୍ତି । ଏହି ସମାଜର ଲୋକମାନେ ନା ହେଉଛନ୍ତି ଦୁର୍ବଳ, ଆଉ ନା ହିଁ ଏମାନଙ୍କର ଇତିହାସ ଦୁର୍ବଳ । ଗୋଟିଏରୁ ଗୋଟିଏ ମହାନ ବିଭୁତିମାନେ ସମାଜର ଏହି ବର୍ଗରୁ ବାହାରି ଆସିଛନ୍ତି । ସେମାନେ ରାଷ୍ଟ୍ରର ନିର୍ମାଣରେ ଅସାଧାରଣ ଭୂମିକା ତୁଲାଇଛନ୍ତି । ଏଥିପାଇଁ, ଆଜି ଦେଶ ଏମାନଙ୍କର ପରମ୍ପରାକୁ ମଧ୍ୟ ଗର୍ବର ସହିତ ସଜାଇ ରଖୁଛି । ବନାରସରେ ସନ୍ଥ ରବି ଦାସ ଜୀଙ୍କ ଜନ୍ମସ୍ଥଳୀରେ ମନ୍ଦିରର ସୌନ୍ଦର୍ଯ୍ୟକରଣ କରାଯାଇଛି । ମୁଁ ନିଜେ, ସେହି କାର୍ଯ୍ୟକ୍ରମକୁ ଯିବାର ସୌଭାଗ୍ୟ ମୋତେ ମିଳିଛି । ଏଠାରେ ଭୋପାଳର ଗୋବିନ୍ଦପୁରରେ ଯେଉଁ ବିଶ୍ୱସ୍ତରୀୟ ପାର୍କ ନିର୍ମାଣ କରାଯାଉଛି, ତାହାର ନାମ ମଧ୍ୟ ସନ୍ଥ ରବି ଦାସଙ୍କ ନାମରେ ରଖାଯାଇଛି । ସରକାର ବାବା ସାହେବଙ୍କ ଜୀବନ ସହିତ ଜଡ଼ିତ ପ୍ରମୁଖ ସ୍ଥାନଗୁଡ଼ିକୁ ମଧ୍ୟ ପଂଚତୀର୍ଥ ରୂପରେ ବିକଶିତ କରିବାର ଦାୟିତ୍ୱ ଉଠାଇଛନ୍ତି । ଏହିଭଳି ଭାବେ, ଆଜି ଦେଶର ଅନେକ ରାଜ୍ୟ ଗୁଡ଼ିକରେ ଜନଜାତୀୟ ସମାଜର ଗୌରବଶାଳୀ ଇତିହାସକୁ ଅମର କରିବା ପାଇଁ ସଂଗ୍ରହାଳୟମାନ ନିର୍ମାଣ କରାଯାଉଛି। ଭଗବାନ ବିର୍ସା ମୁଣ୍ଡାଙ୍କ ଜନ୍ମଦିନକୁ ଦେଶ ଜନଜାତୀୟ ଗୌରବ ଦିବସ ରୂପେ ପାଳନ କରିବାର ପରମ୍ପରା ଆରମ୍ଭ କରିଛି । ମଧ୍ୟପ୍ରଦେଶରେ ମଧ୍ୟ ହବୀବଗଞ୍ଜ ରେଳ ଷ୍ଟେସନର ନାମ ଗୋଣ୍ଡା ସମାଜର ରାଣୀ କମଳପତିଙ୍କ ନାମରେ ରଖାଯାଇଛି । ପାତାଳପାଣି ଷ୍ଟେସନର ନାମ ଟଂଟ୍‌ୟା ମାମାଙ୍କ ନାମରେ ରଖାଯାଇଛି । ଆଜି ପ୍ରଥମ ଥର ପାଇଁ ଦେଶରେ ଦଳିତ, ପଛୁଆ ଏବଂ ଆଦିବାସୀ ପରମ୍ପରାକୁ ସେହି ସମ୍ମାନ ମିଳୁଛି, ଯେଉଁ ସମ୍ମାନର ଅଧିକାରୀ ଏହି ସମାଜର ଲୋକମାନେ ଥିଲେ । ଆମକୁ ‘ସମସ୍ତଙ୍କ ସହିତ, ସମସ୍ତଙ୍କର ବିକାଶ, ସମସ୍ତଙ୍କର ବିଶ୍ୱାସ, ଆଉ ସମସ୍ତଙ୍କର ପ୍ରୟାସ’, ର ଏହି ସଂକଳ୍ପକୁ ନେଇ ଆଗକୁ ବଢ଼ିବାକୁ ହେବ । ମୋର ବିଶ୍ୱାସ ରହିଛି, ଯେ ଦେଶର ଏହି ଯାତ୍ରାରେ ସନ୍ଥ ରବି ଦାସ ଜୀଙ୍କ ଶିକ୍ଷାଗୁଡ଼ିକ ଆମ ସମସ୍ତ ଦେଶବାସୀଙ୍କୁ ଏକଜୁଟ କରି ଚାଲିଥିବ । ଆମେ ଏକାଠି ମିଳିମିଶି, ଅଟକି ନ ଯାଇ ଭାରତକୁ ବିକଶିତ ରାଷ୍ଟ୍ର କରିବା । ଏହି ଭାବନାର ସହିତ, ଆପଣ ସମସ୍ତଙ୍କୁ ବହୁତ- ବହୁତ ଧନ୍ୟବାଦ । ବହୁତ- ବହୁତ ଶୁଭକାମନା ।

ଧନ୍ୟବାଦ ।       

 

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India solar capacity to quadruple, wind to triple over decade: Power ministry adviser

Media Coverage

India solar capacity to quadruple, wind to triple over decade: Power ministry adviser
NM on the go

Nm on the go

Always be the first to hear from the PM. Get the App Now!
...
Prime Minister Speaks with King of Bahrain
March 20, 2026
PM Conveys Eid Greetings and Condemns Attacks on Energy and Civilian Infrastructure

Prime Minister Shri Narendra Modi held a fruitful discussion today with His Majesty King Hamad Bin Isa Al Khalifa, the King of Bahrain, to exchange festive greetings and address regional security concerns.

The Prime Minister spoke with His Majesty King Hamad Bin Isa Al Khalifa and conveyed warm greetings on the occasion of Eid al-Fitr to him and the people of Bahrain. During the conversation, both leaders discussed the current situation in the West Asian region. PM Modi condemned attacks on the energy and civilian infrastructure, underscoring their adverse impact on global food, fuel, and fertilizer security. Shri Modi reiterated the importance of ensuring freedom of navigation and keeping shipping lines open and secure. The Prime Minister further expressed his gratitude to His Majesty for his continued support for the well-being of the Indian community in Bahrain.

The Prime Minister wrote on X:

"Had a fruitful discussion with the King of Bahrain, His Majesty King Hamad Bin Isa Al Khalifa. Conveyed warm greetings on the occasion of Eid al-Fitr to him and the people of Bahrain.

We discussed the current situation in the West Asian region. Condemned attacks on the energy and civilian infrastructure in the region, underscoring their adverse impact on global food, fuel and fertilizer security.

Reiterated the importance of ensuring freedom of navigation and keeping shipping lines open and secure.

Thanked His Majesty for his continued support for the well-being of the Indian community in Bahrain."