୫ ଟି ଜାତୀୟ ରାଜପଥ ପ୍ରକଳ୍ପର ଉତ୍ସର୍ଗ ଏବଂ ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି
୧୦୩ କିଲୋମିଟର ଦୈର୍ଘ୍ୟ ବିଶିଷ୍ଟ ରାୟପୁର - ଖରିଆର ରୋଡ ରେଳ ଲାଇନର ଦୋହରୀକରଣ ଏବଂ କେଓଟି - ଅନ୍ତାଗଡକୁ ସଂଯୋଗ କରୁଥିବା ୧୭ କିଲୋମିଟର ଦୈର୍ଘ୍ୟ ନୂଆ ରେଳ ଲାଇନକୁ ଉତ୍ସର୍ଗ କରିଛନ୍ତି
କୋରବା ଠାରେ ଭାରତୀୟ ତୈଳ ନିଗମର ବଟଲିଂ ପ୍ଲାଣ୍ଟକୁ ଉତ୍ସର୍ଗ କରିଛନ୍ତି
ଅନ୍ତାଗଡ-ରାୟପୁର ରେଳକୁ ଭିଡିଓ ଲିଙ୍କ୍ ମାଧ୍ୟମରେ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି
ଆୟୁଷ୍ମାନ ଭାରତ ଅଧୀନରେ ହିତାଧିକାରୀଙ୍କୁ ୭୫ ଲକ୍ଷ କାର୍ଡ ବଣ୍ଟନ ଆରମ୍ଭ କରିଛନ୍ତି
“ଆଜିର ପ୍ରକଳ୍ପଗୁଡ଼ିକ ଛତିଶଗଡର ଆଦିବାସୀ ଅଞ୍ଚଳରେ ବିକାଶ ଏବଂ ସୁବିଧା ପାଇଁ ଏକ ନୂତନ ଯାତ୍ରା ଭାବେ ଚିହ୍ନିତ କରିଛି”
“ସେହି ର୍ନିଦ୍ଦିଷ୍ଟ ଅଞ୍ଚଳରେ ଭିତ୍ତିଭୂମି ବିକାଶକୁ ସରକାର ପ୍ରାଥମିକତା ଦେଉଛନ୍ତି ଯାହା ବିକାଶ ଦୃଷ୍ଟିରୁ ପଛରେ ପଡିଛି”
“ଆଧୁନିକ ଭିତ୍ତିଭୂମି ମଧ୍ୟ ସାମାଜିକ ନ୍ୟାୟ ସହିତ ଜଡିତ”
“ଆଜି ଛତିଶଗଡ ଦୁଇଟି ଅର୍ଥନୈତିକ କରିଡର ସହିତ ସଂଯୋଗ ହୋଇଛି”
“ନୂତନ ସୁଯୋଗ ସୃଷ୍ଟି କରିବା ଏବଂ ପ୍ରାକୃତିକ ସମ୍ପଦ କ୍ଷେତ୍ରରେ ଅଧିକ ଶିଳ୍ପ ପ୍ରତିଷ୍ଠା ପାଇଁ ସରକାର ପ୍ରତିବଦ୍ଧ”
“ଏମଏନଆରଇଜିଏ ଅଧୀନରେ ପର୍ଯ୍ୟାପ୍ତ କାମ ଯୋଗାଇବା ପାଇଁ ସରକାର ଛତିଶଗଡକୁ ୨୫୦୦୦ କୋଟିରୁ ଅଧିକ ଟଙ୍କା ପ୍ରଦାନ କରିଛନ୍ତି”

ଛତିଶଗଡ଼ର ରାଜ୍ୟପାଳ ଶ୍ରୀମାନ ବିଶ୍ୱଭୂଷଣ ହରିଚନ୍ଦନ ଜୀ, ମୁଖ୍ୟମନ୍ତ୍ରୀ ଶ୍ରୀମାନ ଭୂପେଶ ବଘେଲ ଜୀ, କେନ୍ଦ୍ର ମନ୍ତ୍ରିମଣ୍ଡଳର ମୋର ସହଯୋଗୀ ଭାଇ ନୀତୀନ ଗଡ଼କରୀଜୀ, ମନସୁଖ ମାଣ୍ଡବ୍ୟ ଜୀ, ରେଣୁକା ସିଂହ ଜୀ, ରାଜ୍ୟର ଉପମୁଖ୍ୟମନ୍ତ୍ରୀ ଶ୍ରୀମାନ ଟି.ଏସ. ସିଂହ ଦେବ ଜୀ, ଭାଇଶ୍ରୀ ରତନ ସିଂହ ଜୀ, ଅନ୍ୟାନ୍ୟ ମାନ୍ୟଗଣ୍ୟ ବ୍ୟକ୍ତିମାନେ, ମହିଳା ଏବଂ ଭଦ୍ର ବ୍ୟକ୍ତିମାନେ, ଛତିଶଗଡ଼ର ବିକାଶ ଯାତ୍ରାରେ ଆଜିର ଦିନ ବହୁତ ମହତ୍ତ୍ୱପୂର୍ଣ୍ଣ ଅଟେ, ବହୁତ ବଡ଼ ଅଟେ ।

ଆଜି ଛତିଶଗଡ଼କୁ ୭ ହଜାର କୋଟି ଟଙ୍କାରୁ ଅଧିକର ପରିଯୋଜନାର ଉପହାର ମିଳୁଛି । ଏହି ଉପହାର ଭିତ୍ତିଭୂମି ପାଇଁ, ସଂଯୋଗୀକରଣ ପାଇଁ ଅଟେ । ଏହି ଉପହାର ଛତିଶଗଡ଼ର ଲୋକମାନଙ୍କର ଜୀବନକୁ ସହଜ କରିବା ପାଇଁ, ଏଠିକାର ସ୍ୱାସ୍ଥ୍ୟ ସେବାଗୁଡ଼ିକୁ ଉନ୍ନତ କରିବା ପାଇଁ ଅଟେ । ଭାରତ ସରକାରଙ୍କ ଏହି ପ୍ରକଳ୍ପରୁ ଏଠାରେ ରୋଜଗାରର ଅନେକଗୁଡ଼ିଏ ନୂତନ ସୁଯୋଗ ମଧ୍ୟ ସୃଷ୍ଟି ହୋଇଥାଏ । ଏଠିକାର ଧାନ ଚାଷୀ, ଖଣିଜ ସମ୍ପଦ ସହିତ ଜଡ଼ିତ ଉଦ୍ୟୋଗୀମାନଙ୍କୁ ଏବଂ ପର୍ଯ୍ୟଟନକୁ ମଧ୍ୟ ଏହି ପ୍ରକଳ୍ପରୁ ବହୁତ ଲାଭ ମିଳିବ । ସବୁଠାରୁ ବଡ଼ କଥା ଏହା ଯେ ଏଥିରୁ ଆଦିବାସୀମାନଙ୍କ କ୍ଷେତ୍ରରେ ସୁବିଧା ଏବଂ ବିକାଶର ନୂତନ ଯାତ୍ରା ଆରମ୍ଭ ହେବ । ମୁଁ ଏହି ସମସ୍ତ ପ୍ରକଳ୍ପ ପାଇଁ ଛତିଶଗଡ଼ର ଲୋକମାନଙ୍କୁ ବହୁତ ବହୁତ ଶୁଭେଚ୍ଛା ଜଣାଉଛି ।

 

ସାଥୀମାନେ,

ଭାରତରେ ଆମ ସମସ୍ତଙ୍କର ଦଶନ୍ଧି ପୂରଣ ଅନୁଭବ ଏହିକି ଯେ ଯେଉଁଠାରେ ଭିତ୍ତିଭୂମି ଦୁର୍ବଳ ରହିଛି । ସେଠାରେ ବିକାଶ ମଧ୍ୟ ସେତିକି ହିଁ ବିଳମ୍ବରେ ପହଂଚିଛି । ସେଥିପାଇଁ ଆଜିଭାରତ ସେହି କ୍ଷେତ୍ରରେ ଅଧିକ ଭିତ୍ତିଭୂମିକୁ ବିକଶିତ କରୁଛି । ଯେଉଁ ବିକାଶର ଦୌଡ଼ରେ ପଛରେ ରହିଯାଇଛି । ଭିତ୍ତିଭୂମି ଅର୍ଥାତ୍ ଲୋକମାନଙ୍କ ଜୀବନରେ ସହଜ, ଭିତ୍ତିଭୂମି ଅର୍ଥାତ୍ ବାଣିଜ୍ୟ କାରବାରରେ ସହଜ, ଭିତ୍ତିଭୂମି ଅର୍ଥାତ୍ ରୋଜଗାରର ଲକ୍ଷ ଲକ୍ଷ ନୂତନ ସୁଯୋଗର ନିର୍ମାଣ ଏବଂ ଭିତ୍ତିଭୂମି ଅର୍ଥାତ୍ ଦ୍ରୁତ ବିକାଶ । ଆଜି ଭାରତରେ କେଉଁଭଳି ଭାବରେ ଆଧୁନିକ ଭିତ୍ତିଭୂମି ବିକଶିତ ହେଉଛି, ଏଠାରେ ଛତିଶଗଡ଼ରେ ମଧ୍ୟ ଦେଖିବାକୁ ମିଳୁଛି । ଗତ ୯ ବର୍ଷରେ ଛତିଶଗଡ଼ର ହଜାର ହଜାର ଆଦିବାସୀ ଗ୍ରାମମାନଙ୍କରେ ପ୍ରଧାନମନ୍ତ୍ରୀ ଗ୍ରାମୀଣ ସଡ଼କ ଯୋଜନା ଅନ୍ତର୍ଗତ ସଡ଼କମାନ ପହଂଚିପାରିଛି । ଭାରତ ସରକାର ଏଠାରେ ପ୍ରାୟ ସାଢ଼େ ତିନି ହଜାର କିଲୋମିଟର ଦୀର୍ଘ ଜାତୀୟ ରାଜପଥର ଯୋଜନା ସ୍ୱୀକୃତି ଦେଇଛନ୍ତି । ଏଥିରୁ ପ୍ରାୟତଃ ତିନି ହଜାର କିଲୋମିଟରର ଯୋଜନା ସମ୍ପୂର୍ଣ୍ଣ ହୋଇସାରିଛି । ଏହି କ୍ରମରେ ଆଜି ରାୟପୁର-କୋଡ଼େବୋଡ଼ ଏବଂ ବିଳାସପୁର-ପଥରାପାଲି ରାଜପଥର ଲୋକାର୍ପଣ ହୋଇଛି । ରେଳ ହେଉ, ସଡ଼କ ହେଉ, ଟେଲିକମ୍ ହେଉ, ପ୍ରତ୍ୟେକ କ୍ଷେତ୍ରରେ ସଂଯୋଗୀକରଣ ପାଇଁ ଗତ ୯ ବର୍ଷରେ ଭାରତ ସରକାର ଛତିଶଗଡ଼ରେ ଅଭୁତପୂର୍ବ କାର୍ଯ୍ୟ କରିଛନ୍ତି ।

ସାଥୀମାନେ,

ଆଧୁନିକ ଭିତ୍ତିଭୂମିର ଆଉ ଏକ ବହୁତ ବଡ଼ ଲାଭ ଅଛି, ଯାହା ଉପରେ ଏତେ ଆଲୋଚନା ହୋଇ ପାରୁନାହିଁ । ଆଧୁନିକ ଭିତ୍ତିଭୂମିର ସମ୍ବନ୍ଧ ସାମାଜିକ ନ୍ୟାୟରୁ ମଧ୍ୟ ଅଛି । ଯେଉଁ ଶତାବ୍ଦୀ ଶତାବ୍ଦୀ ଧରି ଅନ୍ୟାୟ ଏବଂ ଅସୁବିଧାର ସମ୍ମୁଖିନ ହେଉଥିଲେ, ସେମାନଙ୍କ ନିକଟକୁ ଭାରତ ସରକାର ଆଜି ଏହି ଆଧୁନିକ ସୁବିଧାଗୁଡ଼ିକ ପହଂଚାଉଛନ୍ତି । ଗରୀବ, ଦଳିତ, ପଛୁଆବର୍ଗ, ଆଦିବାସୀ, ଏମାନଙ୍କର ବସ୍ତିମାନଙ୍କୁ ଆଜି ଏହି ସଡ଼କ, ଏହି ରେଳ ଲାଇନ ସଂଯୋଗ କରୁଛି । ଏହି ଦୁର୍ଗମ ଅଞ୍ଚଳରେ ରହୁଥିବା ରୋଗୀମାନଙ୍କୁ, ମା’-ଭଉଣୀମାନଙ୍କୁ ଆଜି ଡାକ୍ତରଖାନା ପହଂଚିବାରେ ସୁବିଧା ହେଉଛି । ଏଠିକାର କୃଷକମାନେ, ଏଠିକାର ଶ୍ରମିକମାନଙ୍କୁ ଏହା ଦ୍ୱାରା ସିଧାସଳଖ ଲାଭ ହୋଇପାରୁଛି । ଏହାର ଆଉ ଏକ ଉଦାହରଣ ମୋବାଇଲ କନେକ୍ଟିଭିଟି ମଧ୍ୟ ଅଟେ । ୯ ବର୍ଷ ପୂର୍ବରୁ ଛତିଶଗଡ଼ର ୨୦ ପ୍ରତିଶତରୁ ଅଧିକ ଗାଁରେ କେମିତି ଭାବରେ ମୋବାଇଲ କନେକ୍ଟିଭିଟି ନ ଥିଲା, ଆଜି ଏହା କମି ପ୍ରାୟତଃ ୬ ପ୍ରତିଶତ ରହିଯାଇଛି। ଏଥିରୁ ଅଧିକ ଭାବରେ ଜନଜାତୀୟ ଗାଁ ରହିଛି, ନକ୍ସଲ ହିଂସା ଦ୍ୱାରା ପ୍ରଭାବିତ ଗାଁ ରହିଛି । ଏହି ଗାଁ ଗୁଡ଼ିକ ମଧ୍ୟ ଭଲ ୪-ଜି କନେକ୍ଟିଭିଟି ମିଳୁ, ଏଥିପାଇଁ ଭାରତ ସରକାର ୭୦୦ରୁ ଅଧିକ ମୋବାଇଲ ଟାୱାର ଲଗାଉଛନ୍ତି । ଏଥିରୁ ପାଖାପାଖି ୩୦୦ ଟାୱାରର କାର୍ଯ୍ୟ କରିବା ଆରମ୍ଭ ହୋଇଯାଇଛି । ଯେଉଁ ଆଦିବାସୀ ଗାଁମାନଙ୍କରେ ପହଂଚିବା ପୂର୍ବରୁ ମୋବାଇଲ ବନ୍ଦ ହୋଇ ରହି ଯାଇଥିଲା, ଆଜି ସେହି ଗାଁରେ ମୋବାଇଲର ରିଂଗଟୋନ ବାଜୁଛି । ମୋବାଇଲ ସଂଯୋଗୀକରଣ ହେବା ଯୋଗୁ ଅନେକ କାର୍ଯ୍ୟ ବର୍ତ୍ତମାନ ଗାଁରେ ଲୋକମାନଙ୍କୁ ସାହାଯ୍ୟ ମିଳିପାରୁଛି । ଏବଂ ଏହା କେବଳ ସାମାଜିକ ନ୍ୟାୟ ଅଟେ । ଏବଂ ଏହା ହିଁ ହେଉଛି ‘ସବକା ସାଥ, ସବକା ବିକାଶ’ ସହିତ ଯୋଡ଼ିବାର ପ୍ରମୁଖ ମାର୍ଗ ହେବ । ଏବଂ ମୋତେ ଏହା ଏକ ବିଶେଷ କଥା ବହୁତ ଭଲ ଲାଗିଲା । ଏହି ସଡ଼କ ବନ୍ୟଜୀବ କ୍ଷେତ୍ର ଦେଇ ଯିବ ଏଥିପାଇଁ ଏଥିରେ ବନ୍ୟପ୍ରାଣୀଙ୍କର ସୁବିଧା ପାଇଁ ଟନେଲ ଏବଂ ଜୀବଜନ୍ତୁ ଯିବା-ଆସିବା ପାଇଁ ମଧ୍ୟ ତିଆରି କରାଯିବ । ଦଲ୍ଲୀରାଜହାରା ଠାରୁ ଜଗଦଲପୁର ରେଳ ଲାଇନ ହେଉ, ଅନ୍ତାଗଡ଼ରୁ ରାୟପୁର ପାଇଁ ସିଧାସଳଖ ଟ୍ରେନ ସେବା ହେଉ, ଏହାଦ୍ୱାରା ମଧ୍ୟ ଏଠିକାର ଦୂର-ସୂଦୁରର କ୍ଷେତ୍ରରେ ଯିବା-ଆସିବା ଆହୁରି ସହଜ ହୋଇଯିବ ।

 

ସାଥୀମାନେ,

ଭାରତ ସରକାରଙ୍କ ପ୍ରତିଶ୍ରୁତି ଯେ ଯେଉଁଠି ପ୍ରାକୃତିକ ସମ୍ପଦ ରହିଛି, ସେଠାରେ ନୂତନ ସୁଯୋଗ ସୃଷ୍ଟି ହେଉ, ସେଠାରେ ଅଧିରୁ ଅଧିକ ଉଦ୍ୟୋଗ ହେଉ, ଏହି ଦିଗରେ ଭାରତ ସରକାର ଯେଉଁ ପ୍ରୟାଗ ଗତ ୯ ବର୍ଷରେ କରିଛନ୍ତି, ତାଙ୍କୁ ଛତିଶଗଡ଼ରେ ଉଦ୍ୟୋଗୀକରଣରକୁ ନୂତନ ଶକ୍ତି ମିଳିଛି । ଭାରତ ସରକାରଙ୍କ ନୀତି ଗୁଡ଼ିକ ଯୋଗୁ, ଛତିଶଗଡ଼ ନିକଟରେ ରାଜସ୍ୱ ଭୂଭାବରେ ଅଧିକ ପଇସା ମଧ୍ୟ ପହଂଚିଛି । ବିଶେଷ କରି ମାଇନ୍ସ ଏବଂ ମିନେରଲ ଆକ୍ଟ ପରିବର୍ତ୍ତନ ହେବା ପରେ ଛତିଶଗଡ଼କୁ ରୟାଲ୍ଟି ଭାବରେ ବହୁତ ଅଧିକ ଟଙ୍କା ମିଳିବାରେ ଲାଗିଛି । ୨୦୧୪ ପୂର୍ବରୁ ୪ ବର୍ଷରେ ଛତିଶଗଡ଼କୁ ୧୩ ଶହ କୋଟି ଟଙ୍କା ରୟାଲ୍ଟି ଭାବରେ ମିଳିଥିଲା । ଯେତେବେଳେ ୨୦୧୫-୧୬ରୁ ୨୦୨୦-୨୧ ମଧ୍ୟରେ ଛତିଶଗଡ଼କୁ ପ୍ରାୟତଃ ୨୮୦୦ କୋଟି ଟଙ୍କା ରୟାଲ୍ଟି ଭାବରେ ମିଳିଛି । ଡିଷ୍ଟ୍ରିକ୍ଟ ମିନରାଲ ଫଣ୍ଡର ରାଶି ବଢ଼ିବା ଦ୍ୱାରା ସେହି ଜିଲ୍ଲାଗୁଡ଼ିକରେ ବିକାଶର କାର୍ଯ୍ୟ ଦ୍ରୁତ ଗତିରେ ହୋଇଛି, ଯେଉଁଠାରେ ଖଣିଜ ସମ୍ପଦ ଅଛି, ପିଲାମାନଙ୍କ ପାଇଁ ସ୍କୁଲ୍ ହେଉ, ପୁସ୍ତକାଳୟ ହେଉ, ସଡ଼କ ହେଉ, ପାଣିର ବ୍ୟବସ୍ଥା ହେଉ ଏମିତି ଅନେକଗୁଡ଼ିଏ କାର୍ଯ୍ୟରେ, ବର୍ତ୍ତମାନ ଡିଷ୍ଟ୍ରିକ୍ଟ ମିନରାଲ ଫଣ୍ଡର ପଇସା ଖର୍ଚ୍ଚ ହେଉଛି ।

ସାଥୀମାନେ,

କେନ୍ଦ୍ର ସରକାର ଆହୁରି ଏକ ପ୍ରୟାସରୁ ଛତିଶଗଡ଼କୁ ବହୁତ ଲାଭ ହୋଇଛି । ଭାରତ ସରକାର ଏଥିପାଇଁ ପ୍ରୟାସଗୁଡ଼ିକ ପାଇଁ ଛତିଶଗଡ଼ରେ ଏକ କୋଟି ୬୦ ଲକ୍ଷରୁ ଅଧିକ ଜନଧନ ବ୍ୟାଙ୍କ ଖାତା ଖୋଲାଯାଇଛି । ଆଜି ଏହି ବ୍ୟାଙ୍କ ଖାତାରେ ୬ ହଜାର କୋଟି ଟଙ୍କାରୁ ଅଧିକ ଜମା ହୋଇଛି । ଏହା ସେହି ଗରୀବ ଲୋକମାନଙ୍କର, ସେମାନଙ୍କ ପରିବାରବର୍ଗ, କୃଷକ, ଶ୍ରମିକମାନଙ୍କ ପଇସା ଅଟେ; ଯାହା ପୂର୍ବରୁ ଏଠାରେ ସେଠାରେ ନିଜର ପଇସା ରଖିବା ପାଇଁ ମଜବୁର ହେଉଥିଲେ, ଆଜି ଏହି ଜନଧନ ଖାତା କାରଣରୁ ଗରୀବମାନଙ୍କୁ ସରକାରଙ୍କ ଠାରୁ ସିଧାସଳଖ ସାହାଯ୍ୟ ମିଳିପାରୁଛି । ଛତିଶଗଡ଼ର ଯୁବକମାନଙ୍କୁ ରୋଜଗାର ମିଳୁ, ତାହା ସ୍ୱରୋଜଗାର କରିବାକୁ ଚାହିଁବେ ତେବେ କୌଣସି ଅସୁବିଧା ନ ହେଉ, ଏଥିପାଇଁ ମଧ୍ୟ ଭାରତ ସରକାର ନିରନ୍ତର କାର୍ଯ୍ୟ କରୁଛନ୍ତି । ମୁଦ୍ରା ଯୋଜନା ଅନ୍ତର୍ଗତ ୪୦ ହଜାର କୋଟି ଟଙ୍କାରୁ ଅଧିକ ସାହାଯ୍ୟ ଛତିଶଗଡ଼ର ଯୁବଗୋଷ୍ଠୀଙ୍କୁ ଦିଆଯାଇଛି । ଏହି ସାହାଯ୍ୟରୁ ବହୁତ ସଂଖ୍ୟାରେ ଛତିଶଗଡ଼ର ଗ୍ରାମରେ ଆମର ଆଦିବାସୀ ଯୁବକମାନେ ନିଜର କିଛି କାର୍ଯ୍ୟ ଆରମ୍ଭ କରିଛନ୍ତି । ଭାରତ ସରକାର କରୋନା କାଳରେ ଦେଶର ଛୋଟ ଉଦ୍ୟୋଗଗୁଡ଼ିକୁ ସାହାଯ୍ୟ କରିବା ପାଇଁ ମଧ୍ୟ ଲକ୍ଷ ଲକ୍ଷ କୋଟି ଟଙ୍କାର ଏକ ବିଶେଷ ଯୋଜନା ଚଳାଇଛନ୍ତି । ଏହି ଯୋଜନା ଅନ୍ତର୍ଗତ ଛତିଶଗଡ଼ର ପ୍ରାୟ ୨ ଲକ୍ଷ ଉଦ୍ୟୋଗୀଙ୍କୁ ପ୍ରାୟତଃ ୫ ହଜାର କୋଟି ଟଙ୍କାର ସାହାଯ୍ୟ ମିଳିଛି । 

ସାଥୀମାନେ,

ଆମ ଦେଶରେ ପୂର୍ବେ କେବେ କୌଣସି ସରକାର ଆମର ରାସ୍ତାକଡ଼ର ବିକେତ୍ରାଙ୍କୁ, ଠେଲାବାଲାଙ୍କୁ ସୁଧ ମିଳି ନ ଥିଲା। ଏମାନଙ୍କ ମଧ୍ୟରୁ ଅଧିକ ଲୋକ ଗାଁରୁ ହିଁ ଯାଇ ସହରରେ ଏହି କାମ କରିଥାନ୍ତି । ପ୍ରତ୍ୟେକ ରାସ୍ତା କଡ଼ର ଏବଂ ଠେଲାବାଲାଙ୍କୁ ଭାରତ ସରକାର ନିଜର ସାଥୀ ବୋଲି ଭାବିଛନ୍ତି । ଏଥିପାଇଁ ଆମେ ପ୍ରଥମ ଥର ସେମାନଙ୍କ ପାଇଁ ‘ପିଏମ ସ୍ୱନିଧି’ଯୋଜନା କରିଲୁ । ବିନା ଗ୍ୟାରେଣ୍ଟିରେ ସେମାନଙ୍କୁ ଋଣ ଦେଲୁ । ଛତିଶଗଡ଼ରେ ଏହାର ମଧ୍ୟ ୬୦ ହଜାରରୁ ଅଧିକ ଲାଭାର୍ଥୀ ଅଛନ୍ତି । ଗାଁରେ ମନରେଗା ଅନ୍ତର୍ଗତ ମଧ୍ୟ ପର୍ଯ୍ୟାପ୍ତ ରୋଜଗାର ମିଳୁ, ଏଥିପାଇଁ ମଧ୍ୟ ଛତିଶଗଡ଼କୁ ୨୫ ହଜାର କୋଟି ଟଙ୍କାରୁ ଅଧିକ ଭାରତ ସରକାର ଦେଇଛନ୍ତି । ଭାରତ ସରକାରଙ୍କ ଏହି ପଇସା ଗାଁରେ ଶ୍ରମିକମାନଙ୍କ ପକେଟରେ ପହଂଚି ପାରିଲା ।

ସାଥୀମାନେ,

କିଛି ସମୟ ପୂର୍ବରୁ ଏଠାରେ ୭୫ ଲକ୍ଷ ଲାଭାର୍ଥୀମାନଙ୍କୁ ଆୟୁଷ୍ମାନ କାର୍ଡ଼ ଦିଆଯିବାର ଶୁଭାରମ୍ଭ ହୋଇଛି । ଅର୍ଥାତ୍ ମୋର ଏହି ଗରୀବ ଏବଂ ଆସିବାସୀ ଭାଇ-ଭଉଣୀଙ୍କୁ ପ୍ରତ୍ୟେକ ବର୍ଷ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଚିକିତ୍ସା ଗ୍ୟାରେଣ୍ଟି ମିଳିଛି । ଛତିଶଗଡ଼ର ଦେଢ଼ ହଜାରରୁ ଅଧିକ ବଡ଼ ଡାକ୍ତରଖାନାରେ ସେମାନେ ନିଜର ଚିକିତ୍ସା କରିପାରିବେ । ମୋତେ ସନ୍ତୁଷ୍ଟି ମିଳୁଛି ଯେ ଗରୀବ, ଆଦିବାସୀ, ପଛୁଆବର୍ଗ, ଦଳିତ ପରିବାରର ଜୀବନ ବଞ୍ଚାଇବାରେ ଆୟୁଷ୍ମାନ ଯୋଜନା ଏତେ କାମରେ ଲାଗୁଛି । ଏବଂ ଏହି ଯୋଜନାର ଆଉ ଏକ ବିଶେଷତା ରହିଛି । ଯଦି ଛତିଶଗଡ଼ର କୌଣସି ଲାଭାର୍ଥୀ ଭାରତବର୍ଷର ଅନ୍ୟ କୌଣସି ରାଜ୍ୟରେ ଅଛି ଏବଂ ସେଠାରେ ତାଙ୍କୁ ଯଦି କୌଣସି ଅସୁବିଧା ହୋଇଯିବ ସେ କାର୍ଡ ମଧ୍ୟ ସେଠାରେ ସବୁ କାମ ପୂରା କରିପାରିବେ । ଏତେ ଶକ୍ତି ଏହି କାର୍ଡର ଅଛି । ମୁଁ ଆପଣଙ୍କୁ ବିଶ୍ୱାସର ସହିତ କହୁଛି ଯେ ଭାରତ ସରକାର, ଏହି ସେବା ଭାବ ଦ୍ୱାରା ଛତିଶଡ଼ର ପ୍ରତ୍ୟେକ ପରିବାରର ସେବା କରୁଥିବେ । ପୁଣିଥରେ ଆପଣ ସମସ୍ତଙ୍କୁ ଏହି ବିକାଶ କାର୍ଯ୍ୟ ପାଇଁ ବହୁତ ବହୁତ ଶୁଭେଚ୍ଛା ଜଣାଉଛି । ବହୁତ ବହୁତ ଶୁଭକାମନା ଜଣାଉଛି! ଧନ୍ୟବାଦ! 

 

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
How AI & next-gen tech driving India’s MedTech growth

Media Coverage

How AI & next-gen tech driving India’s MedTech growth
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଅଗଷ୍ଟ 29, 2026
August 29, 2026

New India, New Speed, New Stage: Missiles, Medals, Multilateralism under PM Modi