ନବନିର୍ମିତ ରାୟପୁରସ୍ଥିତ ଜାତୀୟ ବାୟୋଟିକ ଷ୍ଟ୍ରେସ ମ୍ୟାନେଜମେଣ୍ଟ ପ୍ରତିଷ୍ଠାନ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଦେଶ ପାଇଁ ଉତ୍ସର୍ଗ
କୃଷି ବିଶ୍ୱବିଦ୍ୟାଳୟ ଗୁଡିକୁ ପ୍ରଧାନମନ୍ତ୍ରୀ ପ୍ରଦାନ କଲେ ଗ୍ରୀନ କ୍ୟାମ୍ପସ ପୁରସ୍କାର
“କୃଷକ ଓ କୃଷି ସୁରକ୍ଷା ବଳୟ ମଧ୍ୟରେ ରହିଲେ ଉଭୟଙ୍କ ଦ୍ରୁତ ଅଭିବୃଦ୍ଧି”
“ବିଜ୍ଞାନ ସରକାର ଓ ସମାଜ ଯେତେବେଳେ ମିଳିମିଶି କାର୍ଯ୍ୟ କରନ୍ତି, ସେତେବେଳେ ଫଳାଫଳ ଭଲ ହୋଇଥାଏ । ନୂତନ ଆହ୍ୱାନର ମୁକାବିଲା ଦିଗରେ ଚାଷୀ ଓ ବିଜ୍ଞାନୀଙ୍କ ମଧ୍ୟରେ ଏହି ସମନ୍ୱୟ ଦେଶକୁ ଶକ୍ତିଶାଳୀ କରିବ।”
“ଚାଷୀମାନଙ୍କୁ କେବଳ ଶସ୍ୟଭିତ୍ତିକ ଆୟରୁ ଆଗକୁ ନେଇ ଅନ୍ୟାନ୍ୟ ମୂଲ୍ୟଯୁକ୍ତ ବିକଳ୍ପ ଚାଷ ବ୍ୟବସ୍ଥା ଦ୍ୱାରା ଆୟବୃଦ୍ଧି ପାଇଁ ଚେଷ୍ଟା କରାଯାଉଛି ।”
“ଆମର ପ୍ରାଚୀନ ଚାଷ ପରମ୍ପରା ସହ ଭବିଷ୍ୟତରେ ଆଗକୁ ବଢିବା ମଧ୍ୟ ସମାନଭାବେ ଗୁରୁତ୍ୱପୂର୍ଣ୍ଣ”

କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଶ୍ରୀ ନରେନ୍ଦ୍ର ସିଂହ ତୋମାର ମହୋଦୟ, ଛତିଶଗଡର ମୁଖ୍ୟମନ୍ତ୍ରୀ ଶ୍ରୀ ଭୂପେଶ ବାଘେଲ ମହୋଦୟ, ମନ୍ତ୍ରୀମଣ୍ଡଳରେ ମୋର ଅନ୍ୟ ସହକର୍ମୀ ଶ୍ରୀ ପୁରୁଷୋତମ ରୁପାଲା ମହୋଦୟ, ଶ୍ରୀ କୈଳାଶ ଚୌଧୁରୀ ମହୋଦୟ, ଭଉଣୀ ଶୋଭା, ଛତିଶଗଡର ପୂର୍ବତନ ମୁଖ୍ୟମନ୍ତ୍ରୀ ରମଣ ସିଂହ ମହୋଦୟ, ବିରୋଧୀ ଦଳ ନେତା ଶ୍ରୀ ଧର୍ମ ଲାଲ କୌଶିକ ମହୋଦୟ, କୃଷି ଶିକ୍ଷା ସହ ଜଡିତ ସମସ୍ତ କୂଳପତି, ନିର୍ଦ୍ଦେଶକ, ବୈଜ୍ଞାନିକ ସାଥୀ ଏବଂ ମୋର ପ୍ରିୟ କୃଷକ ଭାଇ ଓ ଭଉଣୀମାନେ!

ଆମର ଏଠି ଉତର ଭାରତରେ ଘାଘ ଏବଂ ଭଡ୍ଡରୀ କୃଷିକୁ ନେଇ ଯାହା କହିଛନ୍ତି ତାହା ଖୁବ୍ ଲୋକପ୍ରିୟ । ଘାଘ ଆଜିଠାରୁ ବହୁ ଶତାଦ୍ଦୀ ପୂର୍ବେ କହିଥିଲେ –

ଯେତେ କହିରା ଯୋତେ ଖେତ,

ପରେ ବୀଜ, ଫଳ ତେତେ ଦେତ ।

ଅର୍ଥାତ୍‌, କ୍ଷେତରେ ଯେତେ ଗହିରା ହଳ କରାଯାଏ, ବିହନ ବୁଣିବା ପରେ ଅମଳ ମଧ୍ୟ ସେତେ ଅଧିକ ହୋଇଥାଏ । ଏହି ପ୍ରବାଦ, ଭାରତର କୃଷି ଶହ ଶହ ବର୍ଷ ପୁରୁଣା ଅନୁଭବ ପରେ ଉତ୍ପନ୍ନ ହୋଇଛି । ଏହା ସୂଚାଉଛି ଯେ ଭାରତୀୟ କୃଷି ସବୁବେଳେ କେତେ ବୈଜ୍ଞାନିକ ପଦ୍ଧତିର ଥିଲା । କୃଷି ଏବଂ ବିଜ୍ଞାନର ଏହି ସମନ୍ୱୟର ନିରନ୍ତର ଭାବେ ବୃଦ୍ଧି ପାଇବା, ଏକବିଂଶ ଶତାଦ୍ଦୀର ଭାରତ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଆଜି ଏଥିସହ ଜଡିତ ଆଉ ଏକ ମହତ୍ୱପୂର୍ଣ୍ଣ ପଦକ୍ଷେପ ନିଆଯାଉଛି । ଆମ ଦେଶର ଆଧୁନିକ ଚିନ୍ତାଧାରା ସମ୍ପନ୍ନ କୃଷକମାନଙ୍କୁ ଏହା ଉତ୍ସର୍ଗ କରାଯାଉଛି ଏବଂ କ୍ଷୁଦ୍ର ଚାଷୀଙ୍କ ଜୀବନରେ ପରିବର୍ତନର ଆଶା ସହିତ ଏହି ବିରାଟ ଭେଟି ମୁଁ ଆଜି ମୋ ଦେଶର କୋଟି କୋଟି କୃଷକଙ୍କ ଚରଣରେ ସମର୍ପଣ କରୁଛି । ଭିନ୍ନ ଭିନ୍ନ ଫସଲର ୩୫ ନୂଆ କିସମ ଆଜି ଜାରି କରାଯାଇଛି । ଆଜି ରାୟପୁରରେ ବାୟୋଟିକ ଷ୍ଟ୍ରେସ ମ୍ୟାନେଜମେଂଟର ଜାତୀୟ ପ୍ରତିଷ୍ଠାନକୁ ମଧ୍ୟ ଲୋକାର୍ପିତ କରାଯାଇଛି । ୪ଟି କୃଷି ବିଶ୍ୱବିଦ୍ୟାଳୟକୁ ସବୁଜ ପରିସର ପୁରସ୍କାର ମଧ୍ୟ ପ୍ରଦାନ କରାଯାଇଛି । ମୁଁ ଆପଣ ସମସ୍ତଙ୍କୁ, ଦେଶର କୃଷକମାନଙ୍କୁ, କୃଷି ବୈଜ୍ଞାନିମାନଙ୍କୁ ଅନେକ ଅନେକ ଅଭିନନ୍ଦନ ଜଣାଉଛି ।

ବନ୍ଧୁଗଣ,

ଗତ ୬-୭ ବର୍ଷ ମଧ୍ୟରେ ବିଜ୍ଞାନ ଏବଂ ପ୍ରଯୁକ୍ତିକୁ କୃଷି ସହ ସମ୍ପୃକ୍ତ ଆହ୍ୱାନଗୁଡିକର ସମାଧାନ ନିମନ୍ତେ ପ୍ରାଥମିକତା ଆଧାରରେ ଉପଯୋଗ କରାଯାଉଛି । ବିଶେଷକରି ପରିବର୍ତନଶୀଳ ଋତୁରେ, ନୂଆ ପରିସ୍ଥିତି ଅନୁକୂଳ, ଅଧିକ ପୋଷଣଯୁକ୍ତ ବିହନ, ଏସବୁ ଉପରେ ଆମେ ଅଧିକ ଗୁରୁତ୍ୱ ଦେଉଛୁ । ଗତ କିଛି ବର୍ଷ ମଧ୍ୟରେ  ଫସଲର ଏଭଳି ୧୩୦୦ରୁ ଅଧିକ ବିହନ କିସମ, ବିହନର ବିବିଧତା ପ୍ରସ୍ତୁତ କରାଯାଇଛି । ଏହି ପର୍ଯ୍ୟାୟରେ ଆଜି ଆଉ ୩୫ଟି କିସମର ଫସଲ ଦେଶର କୃଷକମାନଙ୍କ ଚରଣରେ ସମର୍ପିତ କରାଯାଉଛି । ଏହି ଫସଲ କିସମଗୁଡିକ, ଏହି ବିହନ, ଜଳବାୟୁ ପରିବର୍ତନର ପ୍ରଭାବରୁ କୃଷିକୁ ସୁରକ୍ଷା ଯୋଗାଇବା ଏବଂ କୁପୋଷଣମୁକ୍ତ ଭାରତ ଅଭିଯାନରେ ବେଶ ସହାୟକ ହେବାକୁ ଯାଉଥିବା ଏହି କିସମସବୁ ଆମ ବୈଜ୍ଞାନିକମାନଙ୍କ ଆବିଷ୍କାରର ସୁଫଳ । ଏହିସବୁ ନୂଆ କିସମଗୁଡିକ ଋତୁର ବିଭିନ୍ନ ପ୍ରକାରର ଆହ୍ୱାନଗୁଡିକର ମୁକାବିଲା ପାଇଁ ସକ୍ଷମ ଅଟେ, ଏଥିରେ ପୌଷ୍ଟିକ ତତ୍ୱ ମଧ୍ୟ ଅଧିକ । ଏଥିମଧ୍ୟରୁ କିଛି କିସମ ଅଳ୍ପ ଜଳ ଉପଲବ୍ଧ ଥିବା ଜମି ପାଇଁ, କିଛି ଫସଲ ଗୁରୁତର ରୋଗଠାରୁ ସୁରକ୍ଷିତ, କିଛି ସଅଳ ଅମଳକ୍ଷମ, କିଛି ଲୁଣି ଜଳରେ ଚାଷ ହୋଇପାରେ । ଅର୍ଥାତ୍‌, ଦେଶର ଭିନ୍ନ ଭିନ୍ନ ପରିସ୍ଥିତିକୁ ଧ୍ୟାନରେ ରଖି, ଏସବୁକୁ ପ୍ରସ୍ତୁତ କରାଯାଇଛି । ଛତିଶଗଡର ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ ବାୟୋଟିକ ଷ୍ଟ୍ରେସ ମ୍ୟାନେଜମେଂଟ ଆକାରରେ ଦେଶକୁ ଏକ ନୂତନ ଜାତୀୟ ପ୍ରତିଷ୍ଠାନ ମିଳିପାରିଛି । ଏହି ପ୍ରତିଷ୍ଠାନ ଋତୁ ଏବଂ ଅନ୍ୟାନ୍ୟ ପରିସ୍ଥିତିର ପରିବର୍ତନରୁ ସୃଷ୍ଟି ହେଉଥିବା ଆହ୍ୱାନ - ବାୟୋଟିକ ଷ୍ଟ୍ରେସ ଏହାର ମୁକାବିଲାରେ ଦେଶର ପ୍ରୟାସକୁ ବୈଜ୍ଞାନିକ ମାର୍ଗଦର୍ଶନ ମିଳିବ, ବୈଜ୍ଞାନିକ ସହାୟତା ମିଳିବ ଏବଂ ଏହାକୁ ଅଧିକ ଗତି ପ୍ରଦାନ କରିବ । ଏଠାରୁ ଯେଉଁ ମାନବ ଶକ୍ତି ପ୍ରଶିକ୍ଷଣ ହାସଲ କରିବ, ଆମର ଯେଉଁ ଯୁବା ଧନ ସୃଷ୍ଟି ହେବେ, ବେଜ୍ଞାନିକ ମନ-ମସ୍ତିଷ୍କ ସହ ଆମର ଯେଉଁ ବୈଜ୍ଞାନିକ ପ୍ରସ୍ତୁତ ହେବେ, ଯେଉଁ ସମାଧାନ ଏଠାରେ ପ୍ରସ୍ତୁତ ହେବ, ଯେଉଁ ସମାଧାନ ବାହାରିବ, ତାହା ଦେଶର କୃଷି ଏବଂ କୃଷକମାନଙ୍କ ଆୟ ବୃଦ୍ଧିରେ ପ୍ରଭାବଶାଳୀ ଭୂମିକା ଗ୍ରହଣ କରିବ ।

ବନ୍ଧୁଗଣ,

ଆମେ ସମସ୍ତେ ଜାଣିଛୁ ଯେ ଆମ ଦେଶରେ ଫସଲର ଏତେ ବଡ ଭାଗ କୀଟମାନଙ୍କ ଯୋଗୁଁ ନଷ୍ଟ ହୋଇଯାଉଛି । ଏହାଦ୍ୱାରା କୃଷକମାନଙ୍କର ମଧ୍ୟ ବହୁତ ବଡ କ୍ଷତି ଘଟୁଛି । ଗତବର୍ଷ ହିଁ କରୋନା ବିରୋଧରେ ସଂଗ୍ରାମ ମଧ୍ୟରେ, ଆମେ ଦେଖିଛୁ ଯେ କିପରି ପଙ୍ଗପାଳ ଦଳ ମଧ୍ୟ ଅନେକ ରାଜ୍ୟରେ ବଡ ଆକାରରେ ଆକ୍ରମଣ କରିଦେଇଥିଲେ । ଭାରତ ବହୁତ ପ୍ରୟାସ କରିବା ପରେ ଯାଇ ଏହି ଆକ୍ରମଣକୁ ପ୍ରତିହତ କରିଥିଲା, କୃଷକମାନଙ୍କୁ ଅଧିକ କ୍ଷତିରୁ ବଂଚାଇବା ପାଇଁ ଭରପୂର ପ୍ରୟାସ କରାଯାଇଥିଲା । ମୁଁ ଭାବୁଛି ଯେ ଏହି ନୂଆ ପ୍ରତିଷ୍ଠାନ ଉପରେ ବହୁତ ବଡ ଦାୟିତ୍ୱ ରହିଛି ଏବଂ ମୋର ବିଶ୍ୱାସ ଯେ ଏଠାରେ କାର୍ଯ୍ୟ କରିବାକୁ ଥିବା ବୈଜ୍ଞାନିକ ଦେଶର ଭରସା ଜିତିପାରିବେ ।

ବନ୍ଧୁଗଣ,

ଚାଷବାସକୁ ଯେତେବେଳେ ପୃଷ୍ଠପୋଷକତା ମିଳେ, ସୁରକ୍ଷା କବଚ ମିଳେ ସେତେବେଳେ ତାହାର ଦୃତ ବିକାଶ ଘଟିଥାଏ । କୃଷକଙ୍କ ଜମିକୁ ସୁରକ୍ଷା ଦେବା ପାଇଁ, ସେମାନଙ୍କୁ ଭିନ୍ନ ଭିନ୍ନ ପର୍ଯ୍ୟାୟରେ ୧୧ କୋଟି ମୃତିକା ସ୍ୱାସ୍ଥ୍ୟ କାର୍ଡ ପ୍ରଦାନ କରାଯାଇଛି । ଏଥିଯୋଗୁଁ କୃଷକମାନଙ୍କୁ ନିଜର ଯେଉଁ ଜମି ରହିଛି ତା’ର କ’ଣ କ’ଣ ଗୁଣ ରହିଛି, ସେ ଜମିର ଶକ୍ତି କେତେ, ଏ ବିହନ କି ସେ ବିହନ କି କେଉଁ ବିହନରୁ ଅଧିକ ଲାଭ ହେବ, କେଉଁ ଔଷଧ ପଡିବା ଆବଶ୍ୟକ ହେବ, କେଉଁ ସାର ଜରୁରୀ ହେବ, ଏ ସମସ୍ତ ବିଷୟ ସେହି ମୃତିକା ସ୍ୱାସ୍ଥ୍ୟ କାର୍ଡ ଯୋଗୁଁ ଜମିର ସ୍ୱାସ୍ଥ୍ୟ ସମ୍ପର୍କରେ ଜାଣିବା ପାଇଁ ମିଳୁଥିବାରୁ ଏଥିଯୋଗୁଁ କୃଷକମାନଙ୍କୁ ବହୁତ ଲାଭ ପହଂଚିଛି, ସେମାନଙ୍କର ଖର୍ଚ୍ଚ ମଧ୍ୟ କମ୍ ହୋଇଛି, ଉତ୍ପାଦନ ମଧ୍ୟ ବୃଦ୍ଧି ପାଇଛି । ସେହିପରି ୟୁରିଆରେ ଶତ ପ୍ରତିଶତ ନିମ୍ବ ପ୍ରଲେପ ଦେଇ, ଆମେ ଖତକୁ ନେଇ ଉପୁଜୁଥିବା ଚିନ୍ତାକୁ ମଧ୍ୟ ଦୂର କରିଛୁ । କୃଷକମାନଙ୍କୁ ଜଳର ସୁରକ୍ଷା ପ୍ରଦାନ କରିବା ନିମନ୍ତେ ଆମେ ଜଳସେଚନ ଯୋଜନା ଆରମ୍ଭ କଲୁ । ଦଶନ୍ଧି ଦଶନ୍ଧି ଧରି ପଡି ରହିଥିବା ପାଖାପାଖି ୧୦୦ ଜଳସେଚନ ଯୋଜନାକୁ ସମ୍ପୁର୍ଣ୍ଣ କରିବାର ଅଭିଯାନ ଆରମ୍ଭ କଲୁ, ଏ ବାବଦରେ ବହୁତ ବଡ ପରିମାଣର ଅର୍ଥର ଉପଯୋଗ କଲୁ, ଏହିସବୁ କରିବା ପରେ କୃଷକକୁ ଜଳ ଉପଲବଧ ହୋଇଗଲା ପରେ ସେ ସେହି ଜଳ ବ୍ୟବହାର ଦ୍ୱାରା ନିଜର ପରାକାଷ୍ଠା ପ୍ରଦର୍ଶନ କରିଥାଏ । ସେହିଭଳି ଜଳ ସଂରକ୍ଷଣ ପାଇଁ ଆମେ ଅଣୁ ଜଳସେଚନ, ସିଂଚନ ଭଳି କ୍ଷେତ୍ର ପାଇଁ ମଧ୍ୟ ବୃହତ ଆର୍ଥିକ ସହାୟତା ପ୍ରଦାନ କରି କୃଷକମାନଙ୍କ ପର୍ଯ୍ୟନ୍ତ ଏହି ବ୍ୟବସ୍ଥା ପହଂଚାଇବାର ପ୍ରୟାସ କରିଛୁ । ଫସଲକୁ ରୋଗ ଦାଉରୁ ରକ୍ଷା କରିବା ପାଇଁ, ଅଧିକ ଅମଳ ପାଇଁ କୃଷକମାନଙ୍କୁ ନୂଆ ନୂଆ କିସମର ବିହନ ଯୋଗାଇ ଦିଆଯାଇଛି । କୃଷକ, କୃଷି ସହିତ ବିଜୁଳି ଉତ୍ପାଦନ ହେଉ, ଅନ୍ନଦାତା ଉର୍ଜାଦାତା ମଧ୍ୟ ହେଉ, ନିଜର ଆବଶ୍ୟକତା ମଧ୍ୟ ପୂରଣ କରିପାରୁ, ଏଥିପାଇଁ ପିଏମ୍ କୁସୁମ ଅଭିଯାନ ମଧ୍ୟ କାର୍ଯ୍ୟକାରୀ କରାଯାଉଛି । ଲକ୍ଷ ଲକ୍ଷ କୃଷକଙ୍କୁ ସୌରଚାଳିତ ପମ୍ପ ମଧ୍ୟ ଯୋଗାଇ ଦିଆଯାଇଛି । ସେହଭଳି ଆଜିକାଲି ତ ପାଣିପାଗକୁ ନେଇ ସୁବବେଳେ ଢେର ଚିନ୍ତା ରହୁଛି । ଏବେ ଆମର ଛତିଶଗଡର ମୁଖ୍ୟମନ୍ତ୍ରୀ ମହୋଦୟ ଯେପରି କହିଲେ ଯେ, କେତେ ପ୍ରକାରର ପ୍ରାକୃତିକ ବିପର୍ଯ୍ୟୟ ଆସିଥାଏ, ଜଳବାୟୁ ପରିବର୍ତନ ଯୋଗୁଁ କେତେ ପ୍ରକାର ଅସୁବିଧା ସୃଷ୍ଟି ହେଉଛି । ବହୁତ ସୁନ୍ଦର ଭାବରେ ସେ ଏହାର ବର୍ଣ୍ଣନା କଲେ । ତେବେ ଆପଣମାନେ ଜାଣନ୍ତି କୁଆପଥର ବୃଷ୍ଟି ଏବଂ ବର୍ଷା ବିତ୍ପାତରୁ କୃଷକମାନଙ୍କୁ ସୁରକ୍ଷା ପ୍ରଦାନ ପାଇଁ ଆମେ ଅନେକ ବିଷୟରେ ପରିବର୍ତନ କରିଛୁ । ପୂର୍ବର ସମସ୍ତ ନିୟମରେ ପରିବର୍ତନ ଆଣିଛୁ । ଯାହାଫଳରେ କୃଷକମାନଙ୍କୁ ସର୍ବାଧିକ ଲାଭ ମିଳୁ । ଏହି କ୍ଷତି ସମୟରେ ସେମାନଙ୍କୁ ଅସୁବିଧା ନହେଉ, ଏହିସବୁ ପରିବର୍ତନ କରାଯାଇଛି । ପିଏମ୍ ଫସଲ ବୀମା ଯୋଜନା, ଏହାଦ୍ୱାରା ମଧ୍ୟ କୃଷକମାନଙ୍କୁ ଅଧିକ ଲାଭ ହେଉ ଓ ସୁରକ୍ଷା ମିଳୁ, ଏ ବିଷୟରେ ମଧ୍ୟ ଚିନ୍ତା କରିଛୁ । ଏହି ପରିବର୍ତନ ପରେ କୃଷକମାନଙ୍କୁ ପ୍ରାୟତଃ ଏହି ଯେଉଁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ଯେଉଁ ପରିବର୍ତନ ଆଣିଛୁ ତାହା କାରଣରୁ କୃଷକମାନଙ୍କୁ ପ୍ରାୟ ଏକ ଲକ୍ଷ କୋଟି ଟଙ୍କାର କ୍ଷତିପୂରଣ ରାଶି ପ୍ରଦାନ କରାଯାଇଛି । ଏହି ସଙ୍କଟ କାଳରେ ଏକ ଲକ୍ଷ କୋଟି ଟଙ୍କା କୃଷକମାନଙ୍କ ପକେଟକୁ ଯାଇଛି ।

ବନ୍ଧୁଗଣ,

ଏମଏସପିରେ ବୃଦ୍ଧି ସହିତ ଆମେ କ୍ରୟ ପ୍ରକ୍ରିୟାରେ ମଧ୍ୟ ସଂସ୍କାର ଆଣିଛୁ କାରଣ ଅଧିକରୁ ଅଧିକ କୃଷକମାନଙ୍କୁ ଏହାର ସୁଫଳ ମିଳିପାରିବ । ରବି ଋତୁରେ ୪୩୦ ଲକ୍ଷ ମେଟ୍ରିକ ଟନରୁ ଅଧିକ ଗହମ କ୍ରୟ କରାଯାଇଛି । ଏଥିପାଇଁ କୃଷକମାନଙ୍କୁ ୮୫ ହଜାର କୋଟିରୁ ଅଧିକ ଟଙ୍କା ପ୍ରଦାନ କରାଯାଇଛି । କୋଭିଡ ସମୟରେ ଗହମ କ୍ରୟ କେନ୍ଦ୍ରର ସଂଖ୍ୟା ୩ ଗୁଣ ପର୍ଯ୍ୟନ୍ତ ବୃଦ୍ଧି କରିଛୁ । ଏଥିସହିତ ଡାଲି ଓ ଅନ୍ୟାନ୍ୟ ତୈଳବୀଜ କ୍ରୟ କେନ୍ଦ୍ରଗୁଡିକର ସଂଖ୍ୟା ମଧ୍ୟ ତିନିଗୁଣ ବଢାଇ ଦିଆଯାଇଛି । କୃଷକମାନଙ୍କର ଛୋଟ ଛୋଟ ଆବଶ୍ୟକତାକୁ ପୂରଣ କରିବା ନିମନ୍ତେ କିଷାନ ସମ୍ମାନନିଧୀ ଅଧୀନରେ ଆମର ୧୧ କୋଟିରୁ ଅଧିକ କୃଷକଙ୍କୁ ୧ ଲକ୍ଷ ୬୦ ହଜାର କୋଟିରୁ ଅଧିକ ଟଙ୍କା ପ୍ରଦାନ କରାଯାଇଛି ଏବଂ ସେମାନଙ୍କ ମଧ୍ୟରେ ଅଧିକାଂଶ କ୍ଷୁଦ୍ର ଚାଷୀ । ଆମ ଦେଶରେ ପ୍ରତି ୧୦ ଜଣରେ ୮ ଜଣ କୃଷକ କ୍ଷୁଦ୍ର ଚାଷୀ ଅଛନ୍ତି ଯେଉଁମାନେ ବହୁତ ଅଳ୍ପ ଜମିର ଆୟରୁ ସେମାନଙ୍କର ଗୁଜୁରାଣ ମେଂଟାଉଛନ୍ତି । ଏହିଭଳି କୃଷକମାନଙ୍କୁ ପ୍ରାୟ ୧ ଲକ୍ଷ ୬୦ ହଜାର କୋଟିରୁ ଅଧିକ ଟଙ୍କା ସିଧାସଳଖ ବ୍ୟାଙ୍କ ସେମାନଙ୍କ ଆକାଉଂଟକୁ ପଠାଇ ଦିଆଯାଇଛି । ଏଥିମଧ୍ୟରୁ ଏକ ଲକ୍ଷ କୋଟି ଟଙ୍କାରୁ ଅଧିକ ରାଶି ଏହି କରୋନା ସମୟରେ ହିଁ ପ୍ରଦାନ କରାଯାଇଛି । କୃଷକମାନଙ୍କୁ ପ୍ରଯୁକ୍ତି ବିଦ୍ୟା ସହ ସଂଶ୍ଳିଷ୍ଟ କରିବା ନିମନ୍ତେ ଆମେ ସେମାନଙ୍କୁ ବ୍ୟାଙ୍କ ଦ୍ୱାରା ସହାୟତା ଯୋଗାଇ ଦେଇଛୁ ଏବଂ ଏହି ସହାୟତାର ସମ୍ପୁର୍ଣ୍ଣ ପ୍ରକ୍ରିୟାକୁ ବେଶ ସରଳ ମଧ୍ୟ କରାଇଛୁ । ଆଜି କୃଷକମାନଙ୍କୁ ଅଧିକ ଉତମ ଉପାୟରେ ଋତୁ ସମ୍ପର୍କିତ ଜ୍ଞାନ ଉପଲବଧ ହୋଇପାରୁଛି । ନିକଟରେ ଏକ ଅଭିଯାନ ମାଧ୍ୟମରେ ୨ କୋଟିରୁ ଅଧିକ କୃଷକମାନଙ୍କୁ କିଷାନ କ୍ରେଡିଟ କାର୍ଡ ପ୍ରଦାନ କରାଯାଇଛି । ମତ୍ସ୍ୟ ପାଳନ କରୁଥିବା ବ୍ୟକ୍ତି, ଦୁଗ୍ଧ ଉତ୍ପାଦନ କ୍ଷେତ୍ର ସହ ଜଡିତ କୃଷକମାନଙ୍କୁ ମଧ୍ୟ କେସିସି ସହିତ ଯୋଡାଯାଇଛି । ୧୦ ହଜାରରୁ ଅଧିକ କୃଷକ ଉତ୍ପାଦକ ସଂଘ ହେଉ, ଇ-ନାମ ଯୋଜନା ଅଧିନରେ ଅଧିକରୁ ଅଧିକ କୃଷି ମଣ୍ଡି ସହ ଯୋଡିବା ହେଉ, ବର୍ତମାନର କୃଷି ମଣ୍ଡିଗୁଡିକର ଆଧୁନିକୀକରଣ ହେଉ, ଏ ସମସ୍ତ କାର୍ଯ୍ୟ ଦୃତ ଗତିରେ କରାଯାଉଛି । ଦେଶର କୃଷକ ଓ ଦେଶର କୃଷି ସହ ଜଡିତ ଯେଉଁ କାର୍ଯ୍ୟ ଗତ ୬-୭ ବର୍ଷ ମଧ୍ୟରେ ହୋଇଛି ସେସବୁକୁ ଆଗାମୀ ୨୫ ବର୍ଷର ବୃହତ ରାଷ୍ଟ୍ରୀୟ ସଙ୍କଳ୍ପର ସିଦ୍ଧିକୁ ଦୃଷ୍ଟିରେ ରଖି କରାଯାଇଛି କାରଣ ୨୫ ବର୍ଷ ପରେ ଆମ ଦେଶ ସ୍ୱାଧୀନତାର ଶତାଦ୍ଦୀ ଉତ୍ସବ ପାଳନ କରିବ, ଆଜି ଆମେ ସ୍ୱାଧୀନତାର ଅମୃତ ମହୋତ୍ସବ ପାଳନ କରୁଛେ, ୨୫ ବର୍ଷ ପରେ ସ୍ୱାଧୀନତାର ଶତାଦ୍ଦୀ ପାଳନ କରିବା ଏବଂ ଏଥିପାଇଁ ଏହି ୨୫ ବର୍ଷକୁ ଏକ ବୃହତ ରାଷ୍ଟ୍ରୀୟ ସଙ୍କଳ୍ପ ସହ ସିଦ୍ଧି ନିମନ୍ତେ ଏକ ବହୁତ ମଜବୁତ ଆଧାରରେ ପରିଣତ କରିଦିଆଯିବ । ବିହନରୁ ନେଇ ବଜାର ପର୍ଯ୍ୟନ୍ତ ହୋଇଥିବା ଏହି କାର୍ଯ୍ୟ ଏକ ବୃହତ ଆର୍ଥିକ ଶକ୍ତି ରୂପରେ ଭାରତର ପ୍ରଗତୀର ଗତିକୁ ସୁନିଶ୍ଚିତ କରିବାକୁ ଯାଉଛି ।

ବନ୍ଧୁଗଣ,

ଆମେ ସମସ୍ତେ ଜାଣିଛୁ ଯେ କୃଷି ମୁଖ୍ୟତଃ ରାଜ୍ୟର ବିଷୟ ଅଟେ ଏବଂ ଏ ବିଷୟରେ ଅନେକ ଥର ମଧ୍ୟ ଲେଖାଯାଏ ଯେ ଏହା ତ ରାଜ୍ୟର ବିଷୟ ଅଟେ, ଭାରତ ସରକାରଙ୍କୁ ଏଥିରେ କିଛି କରିବାର ନାହିଁ । ଏଭଳି ମଧ୍ୟ କୁହଯାଏ କାରଣ ଷ୍ଟେଟ ସବଜେକ୍ଟ ଅଟେ ଏବଂ ମୁଁ ଜାଣିଛି ଯେ ମତେ ମଧ୍ୟ ଅନେକ ବର୍ଷ ପର୍ଯ୍ୟନ୍ତ ଗୁଜରାଟରେ କାମ କରିବାର ସୁଯୋଗ ମିଳିଥିଲା, ଗୁଜରାଟର ମୁଖ୍ୟମନ୍ତ୍ରୀ ଥିବାବେଳେ ଯେହେତୁ ରାଜ୍ୟର ମଧ୍ୟ ସ୍ୱତନ୍ତ୍ର ଦାୟିତ୍ୱ ରହିଛି, ଏକଥା ମୁଁ ଜାଣିଥିଲି ଏବଂ ଏହି ଦାୟିତ୍ୱକୁ ମତେ ନିର୍ବାହ କରିବା ଉଚିତ । ମୁଖ୍ୟମନ୍ତ୍ରୀ ହୋଇଥିବା କାରଣରୁ ଏହାକୁ ନେଇ ମୁଁ ପୂର୍ଣ୍ଣ ପ୍ରୟାସ କରୁଥିଲି । ଗୁଜରାଟର ମୁଖ୍ୟମନ୍ତ୍ରୀ ରହିଥିବାବେଳେ ମୁଁ କୃଷି ବ୍ୟବସ୍ଥାକୁ, କୃଷି ନୀତି ଏବଂ ସେସବୁର କୃଷି ଉପରେ ପ୍ରଭାବକୁ ଖୁବ୍ ନିକଟରୁ ଅନୁଭବ କରିଥିଲି, ଏବଂ ଗୁଜରାଟରେ ମୋର ଶାସନ କାଳରେ ମୁଁ କ’ଣ କ’ଣ କାମ କରୁଥିଲି ସେ ବିଷୟରେ ମଧ୍ୟ ଆମର ନରେନ୍ଦ୍ର ସିଂହ ତୋମାର ମହୋଦୟ ଏବେ ବିଷଦ ଭାବରେ ବର୍ଣ୍ଣନା କରୁଥିଲେ । ଗୋଟିଏ ସମୟ ଥିଲା ଯେତେବେଳେ ଗୁଜରାଟରେ ଚାଷବାସ  ଅଳ୍ପ କିଛି ଫସଲ ପର୍ଯ୍ୟନ୍ତ ସିମୀତ ଥିଲା । ଗୁଜରାଟର ଏକ ବଡ ଭାଗରେ ଜଳର ଅଭାବ ଯୋଗୁଁ କୃଷକମାନେ କୃଷି କାର୍ଯ୍ୟ ଛାଡି ସାରିଥିଲେ । ସେହି ସମୟରେ ଗୋଟିଏ ମାତ୍ର ମନ୍ତ୍ରକୁ ନେଇ ମୁଁ ଆଗେଇ ଥିଲି କୃଷକମାନଙ୍କୁ ସାଙ୍ଗରେ ନେଇ ବାଟ ଚାଲୁଥିଲି, ଏବଂ ମନ୍ତ୍ର ଥିଲା – ସ୍ଥିତି ବଦଳିବା ଦରକାର, ଆମେ ଏକାଠି ହୋଇ ସ୍ଥିତିକୁ ସୁନିଶ୍ଚିତ ବଦଳାଇ ଦେବା । ଏଥିପାଇଁ ସେହି ସମୟରେ ହିଁ ମୁଁ ବିଜ୍ଞାନ ଏବଂ ଆଧୁନିକ ଜ୍ଞାନକୌଶଳର ବ୍ୟାପକ ଉପଯୋଗ ଆରମ୍ଭ କରିଦେଇଥିଲି । ଆଜି ଦେଶର କୃଷି ଏବଂ ଉଦ୍ୟାନ କୃଷିରେ ଗୁଜରାଟର ଏକ ବହୁତ ବଡ ଯୋଗଦାନ ରହିଛି । ଏବେ ଗୁଜରାଟରେ ବର୍ଷକ ୧୨ ମାସ ଚାଷ ହେଉଛି । କଚ୍ଛ ଭଳି ଇଲାକାରେ ମଧ୍ୟ ଆଜି ଫଳ, ପନିପରିବା ଉତ୍ପାଦିତ ହେଉଛି, ଯେଉଁ ବିଷୟରେ କେହି କେବେ ଭାବିପାରି ନଥିଲେ । ଆଜି କଚ୍ଛର ମରୁଭୂମିରୁ ସେଠାକାର କୃଷି ଉତ୍ପାଦ ବିଦେଶକୁ ରପ୍ତାନୀ ହେବା ଆରମ୍ଭ ହୋଇଯାଇଛି ।

ଭାଇ ଓ ଭଉଣୀମାନେ,

କେବଳ ଉତ୍ପାଦ ଉପରେ ହିଁ ଗୁରୁତ୍ୱ ଦିଆଯାଇନାହିଁ, ବରଂ ପୁରା ଗୁଜରାଟରେ ଶୀତଳ ଭଣ୍ଡାର ଶୃଙ୍ଖଳର ଏକ ବହୁତ ବଡ ନେଟୱର୍କ ପ୍ରସ୍ତୁତ କରାଯାଇଛି । ଏଭଳି ଅନେକ ପ୍ରୟାସ ଦ୍ୱାରା ଚାଷର ପରିଧି ତ ବଢିଲା, ଏଥି ସହିତ କୃଷି ସହ ଜଡିତ ଉଦ୍ୟୋଗ ଏବଂ ରୋଜଗାର ମଧ୍ୟ ବହୁତ ବଡ ମାତ୍ରାରେ ପ୍ରସ୍ତୁତ ହେଲା ଏବଂ ଯେହେତୁ ଜଣେ ମୁଖ୍ୟମନ୍ତ୍ରୀ ଭାବରେ ରାଜ୍ୟ ସରକାରଙ୍କ ଉପରେ ହିଁ ସମସ୍ତ ଦାୟିତ୍ୱ ରହିଥାଏ ତେଣୁ ମତେ ସେହି ସମୟରେ ଏହି ସବୁ କାର୍ଯ୍ୟ କରିବାର ଏକ ଭଲ ସୁଯୋଗ ମଧ୍ୟ ମିଳିଲା ଏବଂ ମୁଁ ମଧ୍ୟ ଖୁବ୍ ପରିଶ୍ରମ କଲି ।

ଭାଇ ଓ ଭଉଣୀମାନେ,

କୃଷିକ୍ଷେତ୍ରରେ ହେଉଥିବା ଏହିଭଳି ଆଧୁନିକ ପରିବର୍ତନସବୁକୁ ସ୍ୱାଧୀନତାର ଏହି ଅମୃତ କାଳଖଣ୍ଡରେ ଆହୁରି ଅଧିକ ସମ୍ପ୍ରସାରିତ କରିବାର ଆବଶ୍ୟକତା ରହିଛି । ଜଳବାୟୁ ପରିବର୍ତନ କେବଳ କୃଷି ନୁହେଁ, ବରଂ ଆମର ସମ୍ପୁର୍ଣ୍ଣ ବାତାବରଣ ପାଇଁ ବହୁତ ବଡ ଆହ୍ୱାନ ଅଟେ । ପାଣିପାଗରେ ପରିବର୍ତନ ଦ୍ୱାରା ଆମର ମତ୍ସ୍ୟ ଉତ୍ପାଦନ, ପ୍ରାଣୀମାନଙ୍କର ସ୍ୱାସ୍ଥ୍ୟ ଏବଂ ଉତ୍ପାଦକତା ବହୁ ପରିମାଣରେ ପ୍ରଭାବିତ ହୋଇଥାଏ । ଏହାର କ୍ଷତି କୃଷକମାନଙ୍କୁ, ମତ୍ସ୍ୟଜୀବୀ ସାଥୀମାନଙ୍କୁ ସହିବାକୁ ପଡିିଥାଏ । ଜଳବାୟୁ ପରିବର୍ତନ କାରଣରୁ ଯେଉଁ ନୂଆ ପ୍ରକାରର କୀଟ, ନୂଆ ରୋଗ, ମହାମାରୀ ଆଦି ବ୍ୟାପୁଛି, ଏହାଦ୍ୱାରା ମନୁଷ୍ୟ ଏବଂ ପ୍ରାଣୀଧନର ସ୍ୱାସ୍ଥ୍ୟ ଉପରେ ମଧ୍ୟ ବହୁତ ବଡ ସଙ୍କଟ ଦେଖା ଦେଉଛି ଏବଂ ଫସଲ ମଧ୍ୟ ପ୍ରଭାବିତ ହେଉଛି । ଏହିସବୁ ଦିଗ ଉପରେ ଗଭୀର ଗବେଷଣାର ନିରନ୍ତର ଆବଶ୍ୟକତା ରହିଛି । ଯେତେବେଳେ ବିଜ୍ଞାନ, ସରକାର ଏବଂ ସମାଜ ଏକ ସଙ୍ଗେ କାର୍ଯ୍ୟ କରିବେ ସେତେବେଳେ ଏହାର ଫଳାଫଳ ଆହୁରି ଉତମ ହେବ । କୃଷକ ଏବଂ ବୈଜ୍ଞାନିକମାନଙ୍କର ଏଭଳି ମେଂଟ, ନୂଆ ଆହ୍ୱାନଗୁଡିକର ମୁକାବିଲାରେ ଦେଶର ସାମର୍ଥ୍ୟ ବଢାଇବ । ଜିଲ୍ଲା ସ୍ତରରେ ବିଜ୍ଞାନ ଆଧାରିତ ଏଭଳି କୃଷି ମଡେଲ କୃଷିକୁ ଅଧିକ ବୃତିଗତ, ଅଧିକ ଲାଭକାରୀ କରିବ । ଆଜି ଜଳବାୟୁ ପରିବର୍ତନରୁ ରକ୍ଷା କରିବା ଭଳି ଜ୍ଞାନକୌଶଳ ଏବଂ ପ୍ର୍ରକ୍ରିୟାକୁ ପ୍ରୋତ୍ସାହିତ କରିବା ପାଇଁ ଯେଉଁ ଅଭିଯାନର ଶୁଭାରମ୍ଭ କରାଯାଇଛି ଏହାର ମୂଳରେ ମଧ୍ୟ ଏହି ଭାବନା ରହିଛି ।

ଭାଇ ଓ ଭଉଣୀମାନେ,

ଏହା ସେହି ସମୟ ଅଟେ ଯେତେବେଳେ ଆମକୁ ମୂଳକୁ ପ୍ରତ୍ୟାବର୍ତନ କରିବା ଏବଂ ଭବିଷ୍ୟତ ଆଡକୁ ଅଗ୍ରସର ହେବା, ଉଭୟ ମଧ୍ୟରେ ସନ୍ତୁଳନ ରକ୍ଷା କରିବାକୁ ହେବ । ଯେତେବେଳେ ମୁଁ ମୂଳକୁ ଫେରିବା କଥା କହୁଛି, ସେତେବେଳେ ଆମର ପାରମ୍ପରିକ କୃଷିର ସେହି ସାମର୍ଥ୍ୟ ବିଷୟରେ ହିଁ କହୁଛି ଯେଉଁଥିରେ ଆଜିର ଅଧିକାଂଶ ଆହ୍ୱାନ ସହିତ ଜଡିତ ସୁରକ୍ଷା କବଚ ଥିଲା । ପାରମ୍ପରିକ ରୂପରେ ଆମେ କୃଷି, ପ୍ରାଣୀ ପାଳନ ଏବଂ ମତ୍ସ୍ୟପାଳନ ଏକ ସଙ୍ଗରେ କରିଆସୁଥିଲୁ । ଏହାଛଡା ଏକାଠି, ଗୋଟିଏ କ୍ଷେତରେ, ଗୋଟିଏ ସମୟରେ ଅନେକ ଫସଲ ଚାଷ କରାଯାଉଥିଲା । ଅର୍ଥାତ୍ ପୂର୍ବରୁ ଆମ ଦେଶର କୃଷି, ବହୁମୁଖୀ ଥିଲା, କିନ୍ତୁ ଏହା ଧିରେ ଧିରେ ଏକକ କୃଷିରେ ପରିବର୍ତିତ ହେବାରେ ଲାଗିଲା । ଭିନ୍ନ ଭିନ୍ନ ପରିସ୍ଥିତି ଯୋଗୁଁ କୃଷକ ଗୋଟିଏ ଫସଲ ଚାଷ କରି ଚାଲିଲା । ଏହି ସ୍ଥିତିକୁ ମଧ୍ୟ ଆମକୁ ଏକଜୁଟ ହୋଇ ବଦଳାଇବାକୁ ପଡିବ । ଆଜି ଯେତେବେଳେ ଜଳବାୟୁ ପରିବର୍ତନର ଆହ୍ୱାନ ବଢିଚାଲିଛି, ସେତେବେଳେ ଆମକୁ ନିଜର କାର୍ଯ୍ୟଗୁଡିକର ଗତିକୁ ମଧ୍ୟ ବଢାଇବାକୁ ପଡିବ । ବିଗତ ବର୍ଷମାନଙ୍କରେ ଏହି ବିଚାରଧାରାକୁ ଆମେ କୃଷକମାନଙ୍କ ଆୟରେ ବୃଦ୍ଧି କରାଇବା ନିମନ୍ତେ ମଧ୍ୟ ପ୍ରୋତ୍ସାହିତ କରିଥିଲୁ । କୃଷକମାନଙ୍କୁ କେବଳ ଫସଲ ଆଧାରିତ ଆୟ ବ୍ୟବସ୍ଥାରୁ ବାହାର କରାଇ ସେମାନଙ୍କୁ ମୂଲ୍ୟ ଯୁକ୍ତ ଏବଂ କୃଷିର ଅନ୍ୟାନ୍ୟ ବିକଳ୍ପ ନିମନ୍ତେ ମଧ୍ୟ ଅନୁପ୍ରେରିତ କରାଯାଉଛି ତଥା କ୍ଷୁଦ୍ର ଚାଷୀମାନଙ୍କୁ ଏହାର ବେଶ ଆବଶ୍ୟକତା ରହିଛି ଓ ଆମର ସମ୍ପୁର୍ଣ୍ଣ ଧ୍ୟାନ ଶହେରୁ ୮୦ ଯେଉଁ କ୍ଷୁଦ୍ର ଚାଷୀ ଅଛନ୍ତି ସେମାନଙ୍କ ଉପରେ କେନ୍ଦ୍ରୀତ କରିବାର ହିଁ ଅଛି ଏବଂ ଆମର କୃଷକମାନଙ୍କ ପାଇଁ ଏଥିରେ ପ୍ରାଣୀପାଳନ ଏବଂ ମତ୍ସ୍ୟପାଳନ ସହିତ ମହୁମାଛି ଚାଷ, କ୍ଷେତରେ ସୌରଶକ୍ତି ଉତ୍ପାଦ, କଚଡାରୁ କାଂଚନ ଅର୍ଥାତ୍ ଇଥେନଲ, ଜୈବ ଇନ୍ଧନ ଭଳି ବିକଳ୍ପ ମଧ୍ୟ ପ୍ରଦାନ କରାଯାଉଛି । ମୁଁ ଖୁସି ଯେ ଛତିଶଗଡ ସମେତ ଦେଶର କୃଷକମାନେ ଏହିସବୁ ନୂଆ ନୂଆ ବିଷୟକୁ ଆପଣାଉଛନ୍ତି । କୃଷି ସହିତ ଆଉ ଦୁଇ–ଚାରିଟି  ଜିନିଷର ବିସ୍ତାର କରୁଛନ୍ତି ।

ବନ୍ଧୁଗଣ,

ଜଳବାୟୁର ସ୍ଥାନୀୟ ପରିସ୍ଥିତି ଅନୁଯାୟୀ ଫସଲଗୁଡିକର ଉତ୍ପାଦନ, ଆମର ପାରମ୍ପରିକ କୃଷିର ଆଉ ଏକ ଶକ୍ତି ଅଟେ । ଯେଉଁଠାରେ ମରୁଡି ଦେଖାଦେଇଥାଏ, ସେଠାରେ ସେହିଭଳି ଫସଲ ଉତ୍ପାଦିତ ହୋଇଥାଏ । ଯେଉଁଠାରେ ବନ୍ୟା ଦେଖାଦିଏ, ପାଣି ଅଧିକ ରୁହେ, ଯେଉଁଠି ବରଫ ପଡେ, ସେଠାରେ ସେହିଭଳି ଫସଲ ଚାଷ କରାଯାଏ । ଜଳବାୟୁ ଅନୁଯାୟୀ ଲଗାଯାଉଥିବା ଏହି ଫସଲଗୁଡିକରେ ପୋଷକ ତତ୍ୱ ମଧ୍ୟ ଅଧିକ ରହିଥାଏ । ବିଶେଷକରି ଆମର ଯେଉଁ ମୋଟା ଖାଦ୍ୟ ଶସ୍ୟ – ମିଲେଟସ୍ ବା ବାଜରା ଜାତୀୟ ଖାଦ୍ୟଶସ୍ୟ ରହିଛି, ସେସବୁର ଅନେକ ମହତ୍ୱ ଅଛି । ବିଶେଷଜ୍ଞମାନେ କୁହନ୍ତି ଯେ, ଏହା ଆମର ସ୍ୱାସ୍ଥ୍ୟକୁ ମଜବୁତ କରିଥାଏ । ଏଥିପାଇଁ ଆଜିର ଜୀବନଶୈଳୀ କାରଣରୁ ଯେଉଁଭଳି ରୋଗ ବୃଦ୍ଧି ପାଇବାରେ ଲାଗିଛି, ସେସବୁକୁ ଦୃଷ୍ଟିରେ ରଖି ଆମର ଏହିଭଳି ଖାଦ୍ୟଶସ୍ୟର ଚାହିଦା ଅଧିକ ଭାବରେ ବଢି ଚାଲିଛି ।

ମୋର କୃଷକ ଭାଇ ଭଉଣୀମାନେ,

ଆପଣମାନେ ଏକଥା ଜାଣି ଖୁସି ହେବେ ଯେ ଭାରତର ପ୍ରୟାସ ଦ୍ୱାରା ହିଁ ଜାତିସଂଘ ଆଗାମୀ ୨୦୨୩ ବର୍ଷକୁ ଆନ୍ତର୍ଜାତୀୟ ମିଲେଟସ୍ ଦିବସ ଭାବେ ଘୋଷଣା କରିଛି । ଆମର ଏହି ମିଲେଟସ କୃଷି ପରମ୍ପରା, ଆମର ଖାଦ୍ୟଶସ୍ୟକୁ ଆନ୍ତର୍ଜାତୀୟ ସ୍ତରରେ ପ୍ରଦର୍ଶନ କରିବାର ଏବଂ ନୂଆ ବଜାର ଅନ୍ୱେଷଣର ବହୁତ ବଡ ସୁଯୋଗ ଅଟେ । କିନ୍ତୁ ଏଥିପାଇଁ ଏବେଠାରୁ କାମ କରିବାକୁ ପଡିବ । ଆଜି ଏହି ଅବସରରେ ଦେଶର ସମସ୍ତ ସାମାଜିକ ଓ ଶୈକ୍ଷିକ ସଂଗଠନଗୁଡିକୁ କହିବି ଯେ ମିଲେଟସ ସହିତ ଜଡିତ ଖାଦ୍ୟ ଉତ୍ସବ ଆୟୋଜନ କରନ୍ତୁ, ମିଲେଟସରୁ କିପରି ନୂଆ ନୂଆ ପ୍ରକାରର ଖାଦ୍ୟ ପ୍ରସ୍ତୁତ ହୋଇପାରିବ, ଏହାର ପ୍ରତିଯୋଗୀତା ଆୟୋଜନ କରନ୍ତୁ କାରଣ ୨୦୨୩ରେ ଯଦି ବିଶ୍ୱରେ ଆମକୁ ନିଜର ବିଷୟକୁ ନେଇ ପହଂଚିବାକୁ ହେବ ତାହାହେଲେ ଆମକୁ ଏହିସବୁ ଜିନିଷରେ ନୂଆପଣ ଆଣିବାକୁ ପଡିବ ତଥା ଲୋକମାନଙ୍କ ଭିତରେ ମଧ୍ୟ ସଚେତନତା ବଢାଇବାକୁ ପଡିବ । ମିଲେଟସ ସମ୍ପର୍କିତ ନୂଆ ୱେବସାଇଟ ମଧ୍ୟ ଖୋଲାଯାଇପାରନ୍ତା, ଲୋକମାନେ ଆସେନ୍ତେ, ମିଲେଟସରୁ କ’ଣ କ’ଣ ତିଆରି ହୋଇପ।।ରିବ, କିଭଳି ତିଆରି ହୋଇପାରିବ, କି କି ଫାଇଦା ମିଳିବ, ଏକ ସଚେତନତା ଅଭିଯାନ ଚଳାଯାଇପାରିବ । ମୁଁ ମାନୁଛି ଯେ ଏଥିରୁ ଫାଇଦା ମିଳିପାରିବ, ଏହାସହିତ ସଂଶ୍ଳିଷ୍ଟ ରୁଚିକର ଜ୍ଞାନ ଆମେ ଏହି ୱେବସାଇଟରେ ରଖିପାରିବା ଯାହା ଫଳରେ ଲୋକମାନେ ତାହା ସହିତ ଯୋଡି ହୋଇପାରନ୍ତେ । ମୁଁ ତ ସବୁ ରାଜ୍ୟଗୁଡିକୁ ମଧ୍ୟ ଅନୁରୋଧ କରିବି ଯେ ଆପଣମାନଙ୍କ ରାଜ୍ୟର କୃଷି ବିଭାଗ, ଆପଣମାନଙ୍କ କୃଷି ବିଶ୍ୱବିଦ୍ୟାଳୟ, ଆପଣମାନଙ୍କର ବୈଜ୍ଞାନିକ ଏବଂ ପ୍ରଗତିଶୀଳ କୃଷକ, ସେମାନଙ୍କୁ ନେଇ କୌଣସି ଟାସ୍କଫୋର୍ସ ଗଠନ କରନ୍ତୁ ଏବଂ ୨୦୨୩ରେ ଯେତେବେଳେ ବିଶ୍ୱ ମିଲେଟସ ବର୍ଷ ପାଳନ କରୁଥିବ ସେତେବେଳେ ଭାରତକୁ ସେଥିରେ କିଭଳି ଯୋଗଦାନ କରାଇବେ, ଭାରତ କିଭଳି ଏତେ ଅଗ୍ରଣୀ ଭୂମିକା ଗ୍ରହଣ କରିବ, ଭାରତର କୃଷକମାନେ ସେଠାରୁ କିଭଳି ଫାଇଦା ପାଇବେ ଏବେଠୋରୁ ତାହାର ପ୍ରସ୍ତୁତି କରିବାକୁ ପଡିବ ।

ବନ୍ଧୁଗଣ,

ବିଜ୍ଞାନ ଏବଂ ଗବେଷଣାର ସମାଧାନଗୁଡିକରୁ ଏବେ ମିଲେଟସ ଏବଂ ଅନ୍ୟ ଖାଦ୍ୟଶସ୍ୟକୁ ଆହୁରି ବିକଶିତ କରିବା ଜରୁରୀ ଅଟେ । ଉଦ୍ଦେଶ୍ୟ ଏହା ଯେ, ଦେଶର ଭିନ୍ନ ଭିନ୍ନ ଭାଗରେ ପୃଥକ ପୃଥକ୍ ଆବଶ୍ୟକତା ମୁତାବକ ସେସବୁର ଚାଷ କରାଯାଇପାରିବ । ଆଜି ଜିନ୍ ଫସଲ କିସମର ଶୁଭାରମ୍ଭ ହୋଇଛି, ସେଥିରେ ଏହିସବୁ ପ୍ରୟାସର ଝଲକ ମଧ୍ୟ ଆମେ ଦେଖିପାରୁଛୁ । ମତେ ଏକଥା ମଧ୍ୟ କୁହାଯାଇଛି ଯେ ଏବେ ଦେଶର ଦେଢ ଶହରୁ ଅଧିକ ଅଂଚଳରେ ସେଠାକାର ପରିସ୍ଥିତି ଅନୁଯାୟୀ କୃଷି ପ୍ରଯୁକ୍ତି ଉପରେ ଗବେଷଣା ଚାଲିଛି ।

ବନ୍ଧୁଗଣ,

କୃଷିର ଆମର ଯେଉଁ ପୁରାତନ ପରମ୍ପରା ରହିଛି ତାହା ସହିତ ଭବିଷ୍ୟତକୁ ଅଗ୍ରସର ହେବା ମଧ୍ୟ ସେତିକି ଆବଶ୍ୟକ ଅଟେ । ଆମେ ଯେତେବେଳେ ଭବିଷ୍ୟତର କଥା ହେଉ ସେତେବେଳେ ତାହାର ମୂଳରେ ଆଧୁନିକ ଜ୍ଞାନକୌଶଳ ରହିଛି, କୃଷିର ନୂଆ ନୂଆ ଉପକରଣ ରହିଛି । ଆଧୁନିକ କୃଷି ଯନ୍ତ୍ରପାତି ଏବଂ ଉପକରଣଗୁଡିକୁ ପ୍ରୋତ୍ସାହନ ଦେବାର ପ୍ରୟାସର ସୁଫଳ ଆଜି ଦୃଶ୍ୟମାନ ହେଉଛି । ଆଗାମୀ ସମୟ ସ୍ମାର୍ଟ ଯନ୍ତ୍ରପାତିଗୁଡିକର ଅଟେ, ସ୍ମାର୍ଟ ଉପକରଣଗୁଡିକର ଅଟେ । ଦେଶରେ ପ୍ରଥମଥର ଗାଁର ସମ୍ପତିଗୁଡିକର ଦସ୍ତାବିତ ପ୍ରସ୍ତୁତ କରିବାରେ ଡ୍ରୋନର ଭୂମିକାକୁ ଆମେ ଦେଖିଛୁ । ଏବେ କୃଷିରେ ମଧ୍ୟ ଆଧୁନିକ ଡ୍ରୋନ ଏବଂ ସେନସରଗୁଡିକର ଉପଯୋଗକୁ ବଢାଇବାକୁ ପଡିବ । ଏହାଦ୍ୱାରା କୃଷି ସହିତ ସମ୍ପୃକ୍ତ ଉଚ୍ଚ ମାନର ଡାଟା ଆମକୁ ମିଳିପାରିବ । ଏହା କୃଷିର ଆହ୍ୱାନ ସହିତ ଜଡିତ ରିଅଲ ଟେକ ସମାଧାନ ପ୍ରସ୍ତୁତ କରିବାରେ ମଧ୍ୟ ସାହାଯ୍ୟ କରିବ । ନିକଟରେ ପ୍ରଣୟନ କରାଯାଇଥିବା ନୂଆ ଡ୍ରୋନ୍ ନୀତି ଏଥିରେ ଆହୁରି ସହାୟକ ସାବ୍ୟସ୍ତ ହେବାକୁ ଯାଉଛି ।

ବନ୍ଧୁଗଣ,

ବିହନରୁ ନେଇ ବଜାର ପର୍ଯ୍ୟନ୍ତ ଯେଉଁ ସମ୍ପୁର୍ଣ୍ଣ ବାତାବରଣ, ଦେଶ ଯାହାକୁ ପ୍ରସ୍ତୁତ କରୁଛି, ତାହାକୁ ଆମକୁ ନିରନ୍ତର ଭାବେ ଆଧୁନିକ କରିବାକୁ ପଡିବ । ଏଥିରେ ଆର୍ଟିଫିସିଆଲ ଇଂଟେଲିଜେନ୍ସ, ଡାଟା ଆନାଲିଟିକ୍ସ ଏବଂ ବ୍ଲକ୍ ଚେନ୍ ଟେକ୍ନୋଲୋଜି, ଚାହିଦା ଓ ଯୋଗାଣ ସହ ଜଡିତ ଆହ୍ୱାନଗୁଡିକୁ ଦୂର କରିବାରେ ବହୁତ ସହାୟକ ହୋଇପାରିବ । ଆମକୁ ଏଭଳି ନବସୃଜନ, ଏଭଳି ଷ୍ଟାର୍ଟ ଅପ୍‌ସକୁ ପ୍ରୋତ୍ସାହିତ କରିବାକୁ ହେବ ଯାହା ଏହି ଜ୍ଞାନ କୌଶଳକୁ ଗାଁ ଗାଁରେ ପହଂଚାଇ ପାରିବେ । ଦେଶର ପ୍ରତ୍ୟେକ କୃଷକ, ବିଶେଷକରି କ୍ଷୁଦ୍ର ଚାଷୀ, ଏହିସବୁ ନୂତନ ଉପକରଣ, ନୂତନ ଜ୍ଞାନକୌଶଳର ଯଦି ଉପଯୋଗ କରିବ ତାହାହେଲେ କୃଷି କ୍ଷେତ୍ରରେ ବିରାଟ ପରିବର୍ତନ ଆସିବ । କୃଷକମାନଙ୍କୁ ସ୍ୱଳ୍ପ ମୂଲ୍ୟରେ ଆଧୁନିକ ଜ୍ଞାନକୌଶଳ ଉପଲବଧ କରାଉଥିବା ଷ୍ଟାର୍ଟ ଅପଗୁଡିକ ନିମନ୍ତେ ମଧ୍ୟ ଏହା ଚମତ୍କାର ସୁଯୋଗ ଅଟେ । ମୁଁ ଦେଶର ଯୁବପିଢୀକୁ ଏହି ସୁଯୋଗର ଲାଭ ଉଠାଇବା ପାଇଁ ଆହ୍ୱାନ କରୁଛି ।

ବନ୍ଧୁଗଣ,

ସ୍ୱାଧୀନତାର ଏହି ଅମୃତ ବେଳାରେ ଆମକୁ କୃଷି ସହିତ ଜଡିତ ଆଧୁନିକ ବିଜ୍ଞାନକୁ ଗାଁରେ ଗାଁରେ ଘରେ ଘରେ ପହଂଚାଇବାକୁ ହେବ । ନୂତନ ଜାତୀୟ ଶିକ୍ଷା ନୀତିରେ ଏଥିପାଇଁ କିଛି ବଡ ପଦକ୍ଷେପ ନିଆଯାଇଛି । ଏବେ ଆମକୁ ଏହା ପ୍ରୟାସ କରିବାକୁ ହେବ ଯେ ମାଧ୍ୟମିକ ବିଦ୍ୟାଳୟ ସ୍ତର ପର୍ଯ୍ୟନ୍ତ କୃଷି ସମ୍ବନ୍ଧିତ ଗବେଷଣା ଓ ପ୍ରଯୁକ୍ତି ବିଦ୍ୟା ଆମ ବିଦ୍ୟାଳୟ ପାଠ୍ୟକ୍ରମର ମଧ୍ୟ ଅଂଶ ହେଉ । ବିଦ୍ୟାଳୟ ସ୍ତରରେ ହିଁ ଆମ ବିଦ୍ୟାର୍ଥୀମାନଙ୍କ ନିକଟରେ ଏହି ବିକଳ୍ପ ଉପଲବଧ ହେଉ ଯେ ସେମାନେ କୃଷିକୁ ପେଶା ଆକାରରେ ଚୟନ କରିବା ପାଇଁ ନିଜକୁ ପ୍ରସ୍ତୁତ କରିପାରିବେ ।

ବନ୍ଧୁଗଣ,

ଆଜି ଯେଉଁ ଅଭିଯାନ ଆମେ ଆରମ୍ଭ କରିଛୁ ଏହାକୁ ଜନ ଆନ୍ଦୋଳନରେ ପରିବର୍ତିତ କରିବା ପାଇଁ ଆମ ସମସ୍ତଙ୍କୁ ନିଜର ଭାଗିଦାରୀ ସୁନିଶ୍ଚିତ କରିବାକୁ ପଡିବ । ଦେଶକୁ କୁପୋଷଣ ମୁକ୍ତ କରିବା ପାଇଁ ଯେଉଁ ଅଭିଯାନ ଜାରି ରହିଛି, ଜାତୀୟ ପୋଷଣ ମିଶନ୍ ତାକୁ ମଧ୍ୟ ଅଧିକ ସଶକ୍ତ କରିବ । ଏବେ ତ ସରକାର ଏହି ନିଷ୍ପତି ମଧ୍ୟ ନେଇଛନ୍ତି ଯେ ସରକାରୀ ଯୋଜନା ଅଧିନରେ ଗରିବମାନଙ୍କୁ, ବିଦ୍ୟାଳୟରେ ପିଲାମାନଙ୍କୁ, ପୋଷଣଯୁକ୍ତ ଚାଉଳ ହିଁ ଦିଆଯିବ । ନିକଟରେ ହିଁ ମୁଁ ଆମର ଅଲିମ୍ପିକ୍ସ ଚାମ୍ପିଅନଙ୍କ ସହିତ କୁପୋଷଣକୁ ନେଇ ସଚେତନତା ବୃଦ୍ଧି ନିମନ୍ତେ ପ୍ରତ୍ୟେକ ଖେଳାଳିଙ୍କୁ ମୁଁ ଆଜି ଅନୁରୋଧ କରିଥିଲି ଯେ, ଆପଣମାନେ ବର୍ଷେ ଦୁଇ ବର୍ଷ ମଧ୍ୟରେ ଅତି କମରେ ୭୫ ବିଦ୍ୟାଳୟ ପରିଦର୍ଶନ ପାଇଁ ଅନୁରୋଧ କରିଥିଲି, ସେଠାରେ ବିଦ୍ୟାର୍ଥୀମାନଙ୍କ ସହ ପୋଷଣ ବିଷୟରେ କଥାବାର୍ତା ହୁଅନ୍ତୁ, ଖେଳକୁଦ ସମ୍ବନ୍ଧରେ କଥା ହୁଅନ୍ତୁ, ଶାରିରୀକ ବ୍ୟାୟାମ ସମ୍ବନ୍ଧରେ କଥା ହୁଅନ୍ତୁ । ଆଜି ମୁଁ ସମସ୍ତ ଶିକ୍ଷାବିତ୍‌, ସବୁ କୃଷି ବୈଜ୍ଞାନିକ, ସମସ୍ତ ସଂସ୍ଥାକୁ କହିବି ଯେ ଆପଣମାନେ ମଧ୍ୟ ଆଜାଦୀ କା ଅମୃତ ମହୋତ୍ସବ ପାଇଁ ନିଜର ଲକ୍ଷ୍ୟ ସ୍ଥିର କରନ୍ତୁ । ୭୫ ଦିନର ଅଭିଯାନ ଆରମ୍ଭ କରନ୍ତୁ, ୭୫ ଗାଁକୁ ପୋଷ୍ୟ ଭାବେ ଗ୍ରହଣ କରି ପରିବର୍ତନର ଅଭିଯାନ ଆରମ୍ଭ କରନ୍ତୁ, ୭୫ ବିଦ୍ୟାଳୟରେ ସଚେତନତା କାର୍ଯ୍ୟକ୍ରମ ହାତକୁ ନେଇ ପ୍ରତ୍ୟେକ ବିଦ୍ୟାଳୟକୁ କୌଣସି ନାଁ କୌଣସି କାର୍ଯ୍ୟରେ ଲଗାନ୍ତୁ, ଏହିଭଳି ଏକ ଅଭିଯାନ ମଧ୍ୟ ଦେଶର ପ୍ରତ୍ୟେକ ଜିଲ୍ଲାରେ ନିଜ ସ୍ତରରେ ମଧ୍ୟ ଏବଂ ସଂଗଠନ ସ୍ତରରେ ମଧ୍ୟ ଚଳାଯାଇପାରିବ । ଏଥିରେ ଫସଲ, ପୋଷଣଯୁକ୍ତ ବିହନ, ଜଳବାୟୁ ପରିବର୍ତନରୁ ସୁରକ୍ଷାକୁ ନେଇ କୃଷକମାନଙ୍କୁ ସୂଚନା ପ୍ରଦାନ କରାଯାଇପାରିବ । ମୋର ବିଶ୍ୱାସ ଯେ ଆମ ସମସ୍ତଙ୍କ ପ୍ରୟାସ, ଏହିସବୁର ପ୍ରୟାସ ବହୁତ ଗୁରୁତ୍ୱପୂର୍ଣ୍ଣ ଅଟେ, ଆମ ସମସ୍ତଙ୍କ ପ୍ରୟାସ ପାଣିପାଗର ପରିବର୍ତନରୁ ଦେଶକୁ କ୍ଷତିରୁ ସୁରକ୍ଷା ପ୍ରଦାନ କରିବ । କୃଷକର ସମୃଦ୍ଧି ଏବଂ ଦେଶର ସ୍ୱାସ୍ଥ୍ୟର ସୁରକ୍ଷା ମଧ୍ୟ ସୁନିଶ୍ଚିତ କରିବ । ପୁଣି ଥରେ ସମସ୍ତ କୃଷକ ବନ୍ଧୁଙ୍କୁ ନୂତନ କିସମର ଶସ୍ୟ ଏବଂ ନୂଆ ରାଷ୍ଟ୍ରୀୟ ଗବେଷଣା ପ୍ରତିଷ୍ଠାନ ପାଇଁ ମୋ ତରଫରୁ ଅନେକ ଅନେକ ଅଭିନନ୍ଦନ । ପୁଣି ଆଉ ଥରେ ଯେଉଁ ବିଶ୍ୱବିଦ୍ୟାଳୟଗୁଡିକ ଆଜି ପୁରୁସ୍କୃତ ହେଲେ କାରଣ ବୈଜ୍ଞାନିକ ବ୍ୟବସ୍ଥା ହିଁ, ବୈଜ୍ଞାନିକ ମନ ହିଁ, ବୈଜ୍ଞାନିକ ଉପାୟ ହିଁ ଆହ୍ୱାନଗୁଡିକରୁ ମୁକ୍ତି ପାଇବାର ଉତମ ମାର୍ଗ ପ୍ରଦାନ କରିପାରନ୍ତି । ସେହି ସମସ୍ତଙ୍କୁ ମୋ ତରଫରୁ ବହୁତ ବହୁତ ଶୁଭକାମନା!

ବହୁତ ବହୁତ ଧନ୍ୟବାଦ!

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
PMVBRY creates 7 million jobs, 1 million workers get incentives: PM Modi

Media Coverage

PMVBRY creates 7 million jobs, 1 million workers get incentives: PM Modi
NM on the go

Nm on the go

Always be the first to hear from the PM. Get the App Now!
...
Prime Minister extends birthday greetings to President of India, Smt. Droupadi Murmu
June 20, 2026

The Prime Minister, Shri Narendra Modi has extended warm birthday greetings to the President of India, Smt. Droupadi Murmu.

The Prime Minister said that her journey, marked by courage, simplicity, humility and unwavering commitment to public service, continues to inspire people across the country.

Shri Modi noted that through her many years in public life, the President has served the nation in an outstanding manner and has been especially passionate about the wellbeing of the underprivileged and marginalised.

The Prime Minister stated that her steadfast dedication to India’s development is very motivating.

Shri Modi prayed for her long and healthy life in the service of the nation and said that he looks forward to meeting her later in the day at a programme in Odisha.

The Prime Minister wrote on X;

“Warm birthday greetings to the President of India, Smt. Droupadi Murmu Ji. Her journey, marked by courage, simplicity, humility and unwavering commitment to public service, continues to inspire people across the country.

Through her many years in public life, she has served the nation in an outstanding manner, especially passionate about the wellbeing of the underprivileged and marginalised. Her steadfast dedication to India’s development is very motivating.

May she be blessed with a long and healthy life in the service of the nation. I look forward to meeting her later today at the programme in Odisha.

@rashtrapatibhvn”