‘‘ଦେଶର କ୍ରୀଡ଼ା ପରମ୍ପରାକୁ ଆଗକୁ ନେବାରେ ଉତ୍ତର-ପୂର୍ବ ଏବଂ ମଣିପୁର ଯଥେଷ୍ଟ ଅବଦାନ ରଖିଛି ”
“ଉତ୍ତର-ପୂର୍ବ ଦେଶର ସାଂସ୍କୃତିକ ବିବିଧତାରେ ନୂତନ ରଙ୍ଗ ଯୋଗ କରିବା ସହିତ ଦେଶର କ୍ରୀଡା ବିବିଧତାକୁ ନୂତନ ଦିଗ ପ୍ରଦାନ କରିଥାଏ”
“ଯେ କୌଣସି ଚିନ୍ତନ ଶିବିର ଚିନ୍ତାଧାରାରୁ ଆରମ୍ଭ ହୁଏ, ମନନ ସହିତ ଆଗକୁ ବଢ଼େ ଏବଂ କାର୍ଯ୍ୟାନ୍ୱୟନ ସହିତ ସମାପ୍ତ ହୁଏ”
“ଆପଣଙ୍କୁ ପ୍ରତ୍ୟେକ ଟୁର୍ନାମେଣ୍ଟ ଅନୁଯାୟୀ କ୍ରୀଡା ଭିତ୍ତିଭୂମି ଏବଂ କ୍ରୀଡା ତାଲିମ ଉପରେ ଧ୍ୟାନ ଦେବାକୁ ପଡିବ। ଆପଣଙ୍କୁ ସ୍ୱଳ୍ପ ମିଆଦି, ମଧ୍ୟମ ଏବଂ ଦୀର୍ଘ ମିଆଦି ଲକ୍ଷ୍ୟ ମଧ୍ୟ ସ୍ଥିର କରିବାକୁ ପଡିବ ”
‘‘କ୍ରୀଡା ଭିତ୍ତିଭୂମି ସହ ଜଡିତ 400 କୋଟିରୁ ଅଧିକ ମୂଲ୍ୟର ପ୍ରକଳ୍ପ ଆଜି ଉତ୍ତର ପୂର୍ବର ବିକାଶ ପାଇଁ ଏକ ନୂତନ ଦିଗ ଦେଉଛି ବୋଲି ସେ କହିଛନ୍ତି’’

ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିବା ମୋର କ୍ୟାବିନେଟ ସହଯୋଗୀ ଅନୁରାଗ ଠାକୁର ଜୀ, ସମସ୍ତ ରାଜ୍ୟର ଯୁବ ବ୍ୟାପାର ଏବଂ କ୍ରୀଡ଼ା ମନ୍ତ୍ରୀ, ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି, ମହିଳା ଏବଂ ସଜ୍ଜନମଣ୍ଡଳୀ

ମୁଁ ଖୁସି ଯେ ଦେଶର କ୍ରୀଡ଼ା ମନ୍ତ୍ରୀଙ୍କ ସମ୍ମିଳନୀ ଏହି ‘ଚିନ୍ତନ ଶିବିର’ ଚଳିତ ବର୍ଷ ମଣିପୁରରେ ଅନୁଷ୍ଠିତ ହେଉଛି। ଉତ୍ତର ପୂର୍ବର ଅନେକ କ୍ରୀଡ଼ାବିତ୍ ତିରଙ୍ଗାକୁ ଗୌରବାନ୍ୱିତ କରି ଦେଶ ପାଇଁ ପଦକ ଜିତିଛନ୍ତି । ଦେଶର କ୍ରୀଡା ପରମ୍ପରାକୁ ଆଗକୁ ନେବାରେ ଉତ୍ତର ପୂର୍ବ ଏବଂ ମଣିପୁର ଯଥେଷ୍ଟ ଅବଦାନ ରଖିଛନ୍ତି। ସାଗୋଲ କାଙ୍ଗଜାଇ, ଥାଙ୍ଗ-ତା, ୟୁବି ଲକ୍‌ପୀ, ମୁକନା ଏବଂ ହିଆଙ୍ଗ ତନ୍ନାବା ଭଳି ସ୍ୱଦେଶୀ ଖେଳଗୁଡିକ ନିଶ୍ଚିତ ଭାବରେ ଅତ୍ୟନ୍ତ ଆକର୍ଷଣୀୟ । ଉଦାହରଣ ସ୍ୱରୂପ, ମଣିପୁରର ଓଲାଓବିରେ କବାଡିର ଝଲକ ଅଛି । ହିଆଙ୍ଗ ତନ୍ନାବା କେରଳର ଏକ ଡଙ୍ଗା ରେସକୁ ମନେ ପକାଇଥାଏ। ଏବଂ ମଣିପୁରର ପୋଲୋ ସହିତ ଏକ ଐତିହାସିକ ସମ୍ପର୍କ ଅଛି। ଯେପରି ଉତ୍ତର ପୂର୍ବ ଦେଶର ସାଂସ୍କୃତିକ ବିବିଧତା ପାଇଁ ନୂତନ ରଙ୍ଗ ଯୋଗ କରିଥାଏ, ଏହା ଦେଶର କ୍ରୀଡା ବିବିଧତାକୁ ମଧ୍ୟ ନୂଆ ଦିଗ ଦେଇଥାଏ। ମୁଁ ଆଶା କରୁଛି ଯେ ଦେଶର ବିଭିନ୍ନ ସ୍ଥାନରୁ ଆସିଥିବା କ୍ରୀଡା ମନ୍ତ୍ରୀମାନେ ମଣିପୁର ଠାରୁ ବହୁତ କିଛି ଶିଖିବେ ଏବଂ ମୁଁ ନିଶ୍ଚିତ ଯେ ମଣିପୁରର ଲୋକଙ୍କ ଭଲ ପାଇବା ଏବଂ ଆତିଥ୍ୟ ଆପଣଙ୍କ ରହଣିକୁ ଅଧିକ ଆନନ୍ଦଦାୟକ କରିବ । ଏହି ‘ଚିନ୍ତନ ଶିବିର’ରେ ଅଂଶଗ୍ରହଣ କରୁଥିବା ସମସ୍ତ କ୍ରୀଡ଼ା ମନ୍ତ୍ରୀ ଏବଂ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତିଙ୍କୁ ମୁଁ ସ୍ୱାଗତ ଏବଂ ଅଭିନନ୍ଦନ ଜଣାଉଛି।

ବନ୍ଧୁଗଣ,

ଯେ କୌଣସି ‘ଚିନ୍ତନ ଶିବିର’ ଧ୍ୟାନରୁ ଆରମ୍ଭ ହୁଏ, ମନନ ସହିତ ଅଗ୍ରଗତି କରେ ଏବଂ କାର୍ଯ୍ୟକାରିତା ସହିତ ଶେଷ ହୁଏ । ଅନ୍ୟ ଶବ୍ଦରେ, ଏହା ପ୍ରତିଫଳନ, ତାପରେ ହୃଦୟଙ୍ଗମ ଏବଂ ତାପରେ କାର୍ଯ୍ୟକାରିତା ଏବଂ କାର୍ଯ୍ୟ ଆରମ୍ଭ ହୁଏ । ତେଣୁ, ଆପଣଙ୍କୁ ଭବିଷ୍ୟତର ଲକ୍ଷ୍ୟ ବିଷୟରେ ଆଲୋଚନା କରିବାକୁ ପଡିବ ଏବଂ ଏହି ‘ଚିନ୍ତନ ଶିବିର’ରେ ପୂର୍ବ ସମ୍ମିଳନୀଗୁଡ଼ିକୁ ମଧ୍ୟ ସମୀକ୍ଷା କରିବାକୁ ପଡିବ | ଆପଣ ମନେ ରଖିବେ ଯେ ଯେତେବେଳେ ଆମେ 2022 ରେ କେଭାଡିଆରେ ଭେଟିଥିଲୁ, ସେତେବେଳେ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା କରାଯାଇଥିଲା। ଭବିଷ୍ୟତକୁ ଦୃଷ୍ଟିରେ ରଖି ଏକ ରୋଡ୍ ମ୍ୟାପ୍ ପ୍ରସ୍ତୁତ କରିବାକୁ ଏବଂ କ୍ରୀଡ଼ାର ଉନ୍ନତି ପାଇଁ ଏକ ଇକୋସିଷ୍ଟମ୍ ସୃଷ୍ଟି କରିବାକୁ ଆମେ ରାଜି ହୋଇଥିଲୁ । କ୍ରୀଡା କ୍ଷେତ୍ରରେ କେନ୍ଦ୍ର ସରକାର ଏବଂ ରାଜ୍ୟ ମଧ୍ୟରେ ଅଂଶଗ୍ରହଣ ବୃଦ୍ଧି ବିଷୟରେ ଆମେ ଆଲୋଚନା କରିଥିଲୁ। ଆପଣ ନିଶ୍ଚିତ ଭାବରେ ଧ୍ୟାନ ଦେବେ ଯେ ଆମେ ସେହି ଦିଗରେ ଇମ୍ଫାଲରେ କେତେ ଅଗ୍ରଗତି କରିଛୁ । ଏବଂ ମୁଁ ଆପଣଙ୍କୁ ମଧ୍ୟ କହିବାକୁ ଚାହେଁ ଯେ ଏହି ସମୀକ୍ଷା କେବଳ ନୀତି ଏବଂ କାର୍ଯ୍ୟକ୍ରମ ସ୍ତରରେ କରାଯିବା ଉଚିତ ନୁହେଁ  ବରଂ, ଆପଣ ଭିତ୍ତିଭୂମି ବିକାଶ, ଗତ ଏକ ବର୍ଷର କ୍ରୀଡା ସଫଳତାକୁ ସମୀକ୍ଷା କରିବା ଉଚିତ୍ ।

ବନ୍ଧୁଗଣ,

ଏହା ସତ୍ୟ ଯେ ଭାରତୀୟ ଆଥଲେଟ୍ସ ଏବଂ କ୍ରୀଡ଼ାବିତମାନେ ଗତ ଏକ ବର୍ଷ ମଧ୍ୟରେ ଅନେକ ଆନ୍ତର୍ଜାତୀୟ କ୍ରୀଡା ଇଭେଣ୍ଟରେ ଅଦ୍ଭୁତପୂର୍ବ ପ୍ରଦର୍ଶନ କରିଛନ୍ତି | ଆମେ ଏହି ସଫଳତାକୁ ପାଳନ କରୁଥିବାବେଳେ, ଆମ ଖେଳାଳୀଙ୍କୁ କିପରି ଅଧିକ ସାହାଯ୍ୟ କରିପାରିବା ସେ ବିଷୟରେ ମଧ୍ୟ ଚିନ୍ତା କରିବାକୁ ପଡିବ | ଆଗାମୀ ସମୟରେ, ଆପଣଙ୍କ ମନ୍ତ୍ରଣାଳୟ ଏବଂ ବିଭାଗର ପ୍ରସ୍ତୁତି ସ୍କ୍ୱାସ୍ ବିଶ୍ୱକପ୍, ହକି ଏସୀୟ ଚାମ୍ପିଅନ୍ସ ଟ୍ରଫି, ଏବଂ ଏସୀୟ ଯୁବ ଏବଂ ଜୁନିୟର ଭାରୋତ୍ତୋଳନ ଚାମ୍ପିଅନସିପ୍ ଇତ୍ୟାଦି ଇଭେଣ୍ଟରେ ପରୀକ୍ଷା କରାଯିବ, ଖେଳାଳିମାନେ ସେମାନଙ୍କ ସ୍ତରରେ ପ୍ରସ୍ତୁତ ହେଉଛନ୍ତି, କିନ୍ତୁ ବର୍ତ୍ତମାନ ଆମର ମନ୍ତ୍ରଣାଳୟ  କ୍ରୀଡା ଟୁର୍ନାମେଣ୍ଟ ସମ୍ବନ୍ଧରେ ଏକ ଭିନ୍ନ ଆଭିମୁଖ୍ୟ ସହିତ କାର୍ଯ୍ୟ କରିବାକୁ ପଡିବ। ଯେପରି ଫୁଟବଲ ଏବଂ ହକି ଭଳି କ୍ରୀଡ଼ାରେ ମ୍ୟାନ୍ ଟୁ ମ୍ୟାନ୍ ମାର୍କିଂ କରୁଛନ୍ତି, ସେହିଭଳି ମାର୍କିଂ ସହିତ ଆପଣ ସମସ୍ତଙ୍କୁ ମ୍ୟାଚ୍ ଟୁ ମ୍ୟାଚ୍  ମାର୍କିଂ କରିବାକୁ ପଡିବ | ପ୍ରତ୍ୟେକ ଟୁର୍ନାମେଣ୍ଟ ପାଇଁ ବିଭିନ୍ନ ରଣନୀତି ପ୍ରସ୍ତୁତ କରିବାକୁ ପଡିବ । ପ୍ରତ୍ୟେକ ଟୁର୍ନାମେଣ୍ଟ ଅନୁଯାୟୀ ଆପଣଙ୍କୁ କ୍ରୀଡା ଭିତ୍ତିଭୂମି ଏବଂ କ୍ରୀଡା ତାଲିମ ଉପରେ ଧ୍ୟାନ ଦେବାକୁ ପଡିବ | ଆପଣଙ୍କୁ ସ୍ୱଳ୍ପ ମିଆଦି, ମଧ୍ୟମ ଅବଧି ଏବଂ ଦୀର୍ଘ ମିଆଦି ଲକ୍ଷ୍ୟ ମଧ୍ୟ ସ୍ଥିର କରିବାକୁ ପଡିବ।

ବନ୍ଧୁଗଣ,

ଖେଳଗୁଡିକର ଆଉ ଏକ ବିଶେଷତା ଅଛି | କ୍ରମାଗତ ଅଭ୍ୟାସ କରି କେବଳ ଜଣେ ଖେଳାଳୀ ଫିଟନେସ୍ ହାସଲ କରିପାରନ୍ତି, କିନ୍ତୁ ସର୍ବୋତ୍ତମ ପ୍ରଦର୍ଶନ ପାଇଁ କ୍ରମାଗତ ଖେଳିବା ମଧ୍ୟ ଆବଶ୍ୟକ | ତେଣୁ ଏହା ମଧ୍ୟ ଆବଶ୍ୟକ ଯେ ସ୍ଥାନୀୟ ସ୍ତରରେ ଅଧିକ ପ୍ରତିଯୋଗିତା ଏବଂ କ୍ରୀଡା ଟୁର୍ନାମେଣ୍ଟ ହେବା ଉଚିତ୍। ଫଳସ୍ୱରୂପ, ଖେଳାଳିମାନେ ମଧ୍ୟ ବହୁତ କିଛି ଶିଖିବାକୁ ପାଇବେ | କ୍ରୀଡା ମନ୍ତ୍ରୀ ଭାବରେ ଆପଣଙ୍କୁ ନିଶ୍ଚିତ କରିବାକୁ ପଡିବ ଯେ କୌଣସି କ୍ରୀଡ଼ା ପ୍ରତିଭାକୁ ଯେପରି ଅଣଦେଖା କରାଯିବ ନାହିଁ |

ବନ୍ଧୁଗଣ,

ଆମ ଦେଶର ପ୍ରତ୍ୟେକ ପ୍ରତିଭାବାନ ଖେଳାଳିଙ୍କୁ ଗୁଣାତ୍ମକ କ୍ରୀଡା ଭିତ୍ତିଭୂମି ଯୋଗାଇବା ଆମ ସମସ୍ତଙ୍କର ଦାୟିତ୍ବ। ଏଥିପାଇଁ କେନ୍ଦ୍ର ସରକାର ଏବଂ ରାଜ୍ୟ ସରକାରଙ୍କୁ ମିଳିତ ଭାବେ କାର୍ଯ୍ୟ କରିବାକୁ ପଡ଼ିବ। ଖେଲୋ ଇଣ୍ଡିଆ ଯୋଜନା ନିଶ୍ଚିତ ଭାବରେ ଜିଲ୍ଲା ସ୍ତରରେ କ୍ରୀଡା ଭିତ୍ତିଭୂମିରେ ଉନ୍ନତି ଆଣିଛି। କିନ୍ତୁ ବର୍ତ୍ତମାନ ଆମକୁ ଏହି ପଦକ୍ଷେପକୁ ବ୍ଲକ ସ୍ତରକୁ ନେବାକୁ ପଡିବ। ବେସରକାରୀ କ୍ଷେତ୍ର ସମେତ ସମସ୍ତ ହିତାଧିକାରୀଙ୍କ ଅଂଶଗ୍ରହଣ ଗୁରୁତ୍ୱପୂର୍ଣ୍ଣ | ଜାତୀୟ ଯୁବ ମହୋତ୍ସବକୁ ନେଇ ଏକ ସମସ୍ୟା ମଧ୍ୟ ଅଛି। ଏହାକୁ ଅଧିକ ପ୍ରଭାବଶାଳୀ କରିବାକୁ, ଏହା ଏକ ନୂତନ ଚିନ୍ତାଧାରା ଆବଶ୍ୟକ କରେ। ଏହା ନିଶ୍ଚିତ ହେବା ଦରକାର ଯେ ରାଜ୍ୟଗୁଡ଼ିକରେ ଅନୁଷ୍ଠିତ ଏଭଳି କାର୍ଯ୍ୟକ୍ରମ କେବଳ ଏକ ଔପଚାରିକତା ହେବା ଉଚିତ୍ ନୁହେଁ। ଯେତେବେଳେ ଏହିପରି ସାମଗ୍ରୀକ ପ୍ରୟାସ କରାଯାଏ, ସେତେବେଳେ ହିଁ ଭାରତ ଏକ ଅଗ୍ରଣୀ କ୍ରୀଡ଼ା ଦେଶ ଭାବରେ ନିଜକୁ ପ୍ରତିଷ୍ଠିତ କରିବାରେ ସକ୍ଷମ ହେବ।

ବନ୍ଧୁଗଣ,

ଉତ୍ତର ପୂର୍ବରେ କ୍ରୀଡା ସମ୍ବନ୍ଧରେ ଚାଲିଥିବା ପଦକ୍ଷେପଗୁଡ଼ିକ ମଧ୍ୟ ଆପଣଙ୍କ ପାଇଁ ଏକ ବଡ଼ ପ୍ରେରଣା । 400 କୋଟି ଟଙ୍କାରୁ ଅଧିକ ମୂଲ୍ୟର କ୍ରୀଡା ଭିତ୍ତିଭୂମି ସହ ଜଡିତ ପ୍ରକଳ୍ପଗୁଡ଼ିକ ଆଜି ଉତ୍ତର ପୂର୍ବର ବିକାଶ ପାଇଁ ଏକ ନୂତନ ଦିଗ ଦେଉଛି। ଇମ୍ଫାଲର ଜାତୀୟ କ୍ରୀଡ଼ା ବିଶ୍ୱବିଦ୍ୟାଳୟ ନିକଟ ଭବିଷ୍ୟତରେ ଦେଶର ଯୁବକମାନଙ୍କୁ ନୂତନ ସୁଯୋଗ ପ୍ରଦାନ କରିବ | ଏହି ପ୍ରସଙ୍ଗରେ ଖେଲୋ ଇଣ୍ଡିଆ ସ୍କିମ୍ ଏବଂ ଟିଓପିଏସ୍ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି। ଉତ୍ତର ପୂର୍ବର ପ୍ରତ୍ୟେକ ଜିଲ୍ଲାରେ ଅତି କମରେ ଦୁଇଟି ଖେଲୋ ଇଣ୍ଡିଆ ସେଣ୍ଟର ଏବଂ ଖେଲୋ ଇଣ୍ଡିଆ ଷ୍ଟେଟ୍ ସେଣ୍ଟର ଅଫ୍ ଏକ୍ସଲେନ୍ସ ପ୍ରତ୍ୟେକ ରାଜ୍ୟରେ ପ୍ରତିଷ୍ଠା କରାଯାଉଛି। ଏହି ପ୍ରୟାସ କ୍ରୀଡା ଜଗତରେ ଏକ ନୂତନ ଭାରତର ମୂଳଦୁଆ ହେବ ଏବଂ ଦେଶକୁ ଏକ ନୂତନ ପରିଚୟ ଦେବ । ଆପଣଙ୍କର ନିଜ ରାଜ୍ୟରେ ମଧ୍ୟ ଏହିପରି ପ୍ରୟାସକୁ ତ୍ୱରାନ୍ୱିତ କରିବାକୁ ପଡିବ | ମୁଁ ନିଶ୍ଚିତ ଯେ ଏହି ‘ଚିନ୍ତନ ଶିବିର’ ଏହି ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ । ଏହି ବିଶ୍ୱାସ ସହିତ, ଆପଣ ସମସ୍ତଙ୍କୁ ଅନେକ ଅନେକ ଧନ୍ୟବାଦ!

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Rural commercial vehicle retail sales growth outpaces urban: Fada data

Media Coverage

Rural commercial vehicle retail sales growth outpaces urban: Fada data
NM on the go

Nm on the go

Always be the first to hear from the PM. Get the App Now!
...
PM condoles loss of lives in firecracker factory mishap in Kaushambi
August 31, 2026
PM announces ex-gratia from Prime Minister’s National Relief Fund

The Prime Minister, Shri Narendra Modi has expressed deep sorrow over the loss of lives in a mishap at a firecracker factory in Kaushambi, Uttar Pradesh. Shri Modi conveyed his condolences to the bereaved families and prayed for the speedy recovery of the injured.

Shri Modi also announced an ex-gratia of ₹2 lakh from the Prime Minister’s National Relief Fund (PMNRF) to the next of kin of each deceased and ₹50,000 for the injured.

The Prime Minister posted on X;

Extremely saddened by the loss of lives due to a mishap at a firecracker factory in Kaushambi, Uttar Pradesh. My thoughts are with the bereaved families in this hour of grief. May the injured recover at the earliest.

An ex-gratia of Rs. 2 lakh from PMNRF would be given to the next of kin of each deceased. The injured would be given Rs. 50,000: PM @narendramodi