ୟୁପି ଗ୍ଲୋବାଲ ଇନଭେଷ୍ଟର୍ସ ସମିଟ୍ ୨୦୨୩ ର ଚତୁର୍ଥ ଗ୍ରାଉଣ୍ଡ ବ୍ରେକିଂ ସମାରୋହରେ ଉତ୍ତରପ୍ରଦେଶରେ ୧୦ ଲକ୍ଷ କୋଟି ଟଙ୍କାରୁ ଅଧିକ ମୂଲ୍ୟର ୧୪୦୦୦ ପ୍ରକଳ୍ପର ଶୁଭାରମ୍ଭ
ରାଜ୍ୟବାସୀଙ୍କ ଜୀବନକୁ ସହଜ କରିବା ପାଇଁ ଉତ୍ତରପ୍ରଦେଶର ଡବଲ ଇଞ୍ଜିନ ସରକାର ସର୍ବଦା କାମ କରୁଛନ୍ତି
ଗତ ୭ ବର୍ଷ ମଧ୍ୟରେ ୟୁପିରେ ବ୍ୟବସାୟ, ବିକାଶ ଓ ବିଶ୍ୱାସର ବାତାବରଣ ସୃଷ୍ଟି ହୋଇଛି
ଡବଲ ଇଞ୍ଜିନ ସରକାର ପ୍ରମାଣିତ କରିଛନ୍ତି ଯେ ଯଦି ପରିବର୍ତ୍ତନର ପ୍ରକୃତ ଉଦ୍ଦେଶ୍ୟ ଅଛି ତେବେ ଏହାକୁ କେହି ଅଟକାଇ ପାରିବେ ନାହିଁ
ସମଗ୍ର ବିଶ୍ୱରେ ଭାରତ ପାଇଁ ଅଭୂତପୂର୍ବ ସକାରାତ୍ମକତା ରହିଛି
ଆମେ ୟୁପିରେ ସହଜ ଜୀବନଯାପନ ଏବଂ ବ୍ୟବସାୟ କରିବାର ସୁଗମତା ଉପରେ ସମାନ ଗୁରୁତ୍ୱ ଦେଇଛୁ
ସରକାରୀ ଯୋଜନାର ଲାଭ ସମସ୍ତଙ୍କ ପାଖରେ ନ ପହଞ୍ଚିବା ପର୍ଯ୍ୟନ୍ତ ଆମେ ବିଶ୍ରାମ ନେବୁ ନାହିଁ
"ୟୁପି ହେଉଛି ସବୁଠାରୁ ଅଧିକ ଏକ୍ସପ୍ରେସ ୱେ ଏବଂ ଅନ୍ତର୍ଜାତୀୟ ବିମାନବନ୍ଦର ଥିବା ରାଜ୍ୟ"
ଉତ୍ତରପ୍ରଦେଶ ମାଟିର ପୁତ୍ର ଚୌଧୁରୀ ଚରଣ ସିଂହଜୀଙ୍କୁ ସମ୍ମାନିତ କରିବା ଦେଶର କୋଟି କୋଟି କୃଷକଙ୍କ ପାଇଁ ସମ୍ମାନ

 ଉତ୍ତର ପ୍ରଦେଶ ରାଜ୍ୟପାଳ ଆନନ୍ଦୀ ବେନ ପଟେଲ, ସଶକ୍ତ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଜୀ, ଦେଶର ପ୍ରତିରକ୍ଷା ମନ୍ତ୍ରୀ ଶ୍ରୀ ରାଜନାଥ ସିଂହ ଜୀ, ଉତ୍ତର ପ୍ରଦେଶର ଉପମୁଖ୍ୟମନ୍ତ୍ରୀ, ବିଧାନସଭାର ବାଚସ୍ପତି, ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି, ଦେଶ ବିଦେଶରୁ ଏଠାକୁ ଆସିଥିବା ଉଦ୍ୟୋଗ କ୍ଷେତ୍ରର ସମସ୍ତ ପ୍ରତିନିଧି ଏବଂ ମୋ ପରିବାର ସଦସ୍ୟ ।

ଏକ ବିକଶିତ ଭାରତ ପାଇଁ ଏକ ବିକଶିତ ଉତ୍ତର ପ୍ରଦେଶ ନିର୍ମାଣ କରିବାର ସଂକଳ୍ପ ନେଇ ଆଜି ଆମେ ଏଠାରେ ଏକାଠି ହୋଇଛୁ । ଏବଂ ମୋତେ ସୂଚନା ଦିଆଯାଇଛି ଯେ ଏହି ସମୟରେ ଉତ୍ତର ପ୍ରଦେଶର ୪୦୦ରୁ ଅଧିକ ବିଧାନସଭା ମଣ୍ଡଳୀରେ ଲକ୍ଷ ଲକ୍ଷ ଲୋକ ଟେକ୍ନୋଲୋଜି ସାହାଯ୍ୟରେ ଏହି କାର୍ଯ୍ୟକ୍ରମ ସହିତ ଯୋଡ଼ି ହୋଇଛନ୍ତି । ଯେଉଁ ଲୋକମାନେ ଏହି କାର୍ଯ୍ୟକ୍ରମରେ ଟେକ୍ନୋଲୋଜି ସହ ଜଡ଼ିତ ଅଛନ୍ତି, ମୁଁ ମୋର ଏହି ସମସ୍ତ ପରିବାର ସଦସ୍ୟଙ୍କୁ ମଧ୍ୟ ହୃଦୟରୁ ସ୍ୱାଗତ କରୁଛି ।

 

ଉତ୍ତର ପ୍ରଦେଶରେ ନିବେଶ ଓ ନିଯୁକ୍ତି ପାଇଁ ଏଭଳି ପରିବେଶ ସୃଷ୍ଟି ହେବ ବୋଲି ଆମେ ୭ - ୮ ବର୍ଷ ତଳେ କଳ୍ପନା କରିନଥିଲୁ । ଚାରିଆଡ଼େ ଅପରାଧ, ଦଙ୍ଗା, ଲୁଟ୍ ଭଳି ଖବର ଶୁଣିବାକୁ ମିଳୁଥିଲା । ସେହି ସମୟରେ ଯଦି କେହି କହିଥାନ୍ତେ ଯେ ଉତ୍ତର ପ୍ରଦେଶର ବିକାଶ ହେବ, ତେବେ ବୋଧହୁଏ କେହି ଶୁଣିବାକୁ ପ୍ରସ୍ତୁତ ହୋଇନଥାନ୍ତେ, ଏହାକୁ ବିଶ୍ୱାସ କରିବାର ପ୍ରଶ୍ନ ଉଠୁନଥିଲା । କିନ୍ତୁ ଆଜି ଉତ୍ତର ପ୍ରଦେଶରେ ଲକ୍ଷ ଲକ୍ଷ କୋଟି ଟଙ୍କାର ପୁଞ୍ଜି ନିବେଶ ହେବାରେ ଲାଗିଛି । ଏବଂ ମୁଁ ଉତ୍ତର ପ୍ରଦେଶର ସାଂସଦ । ଏବଂ ଯେତେବେଳେ ମୋ ଉତ୍ତର ପ୍ରଦେଶରେ କିଛି ଭଲ ଘଟଣା ଘଟେ ମୁଁ ସବୁଠାରୁ ଅଧିକ ଖୁସି ଅନୁଭବ କରେ । ଆଜି ହଜାର ହଜାର ପ୍ରକଳ୍ପ ଉପରେ କାମ ଆରମ୍ଭ ହୋଇଛି । ଯେଉଁ କାରଖାନା ଗୁଡ଼ିକ ପ୍ରତିଷ୍ଠା ହେଉଛି, ଯେଉଁ ଶିଳ୍ପଗୁଡ଼ିକ ସ୍ଥାପିତ ହେଉଛି, ତାହା ଉତ୍ତର ପ୍ରଦେଶର ଚିତ୍ର ବଦଳାଇବାକୁ ଯାଉଛନ୍ତି । ମୁଁ ସମସ୍ତ ନିବେଶକ ମାନଙ୍କୁ ଏବଂ ବିଶେଷ କରି ଉତ୍ତର ପ୍ରଦେଶର ସମସ୍ତ ଯୁବକମାନଙ୍କୁ ବିଶେଷ ଭାବରେ ଅଭିନନ୍ଦନ ଜଣାଉଛି ।

ବନ୍ଧୁଗଣ,

ଉତ୍ତର ପ୍ରଦେଶରେ ଡବଲ ଇଞ୍ଜିନ ସରକାର ଗଠନ ହେବାର ୭ ବର୍ଷ ବିତିଗଲାଣି । ଗତ ୭ ବର୍ଷ ମଧ୍ୟରେ ରାଜ୍ୟରେ ଯେଉଁ ଲାଲଫିତାର ସଂସ୍କୃତି ଥିଲା, ଏବେ ସେହି ସଂସ୍କୃତିକୁ ଉଚ୍ଛେଦ କରାଯାଇ ଲାଲ୍ ଗାଲିଚା ସଂସ୍କୃତି ସୃଷ୍ଟି କରାଯାଇଛି । ଗତ ୭ ବର୍ଷ ମଧ୍ୟରେ ଉତ୍ତର ପ୍ରଦେଶରେ ଅପରାଧ ପରିମାଣ କମ୍ ହୋଇଛି, ବ୍ୟବସାୟ ସଂସ୍କୃତି ବିସ୍ତାରିତ ହୋଇଛି । ଗତ ୭ ବର୍ଷ ମଧ୍ୟରେ ଉତ୍ତର ପ୍ରଦେଶରେ ବ୍ୟବସାୟ, ବିକାଶ ଓ ବିଶ୍ୱାସର ବାତାବରଣ ସୃଷ୍ଟି ହୋଇଛି । ଯଦି ପରିବର୍ତ୍ତନର ପ୍ରକୃତ ଉଦ୍ଦେଶ୍ୟ ଅଛି ତେବେ ଏହାକୁ କେହି ଅଟକାଇ ପାରିବେ ନାହିଁ ବୋଲି ଡବଲ ଇଞ୍ଜିନ ସରକାର ପ୍ରମାଣ କରି ଦେଖାଇଛନ୍ତି । ଗତ କିଛି ବର୍ଷ ମଧ୍ୟରେ ଉତ୍ତର ପ୍ରଦେଶରୁ ରପ୍ତାନି ଦ୍ୱିଗୁଣିତ ହୋଇଛି ।

ବିଦ୍ୟୁତ୍ ଉତ୍ପାଦନ ହେଉ କି ବିଦ୍ୟୁତ୍ ସରବରାହ, ଆଜି ଉତ୍ତର ପ୍ରଦେଶ ପ୍ରଶଂସନୀୟ କାମ କରୁଛି । ଆଜି ଉତ୍ତର ପ୍ରଦେଶ ହେଉଛି ଦେଶର ସବୁଠାରୁ ଅଧିକ ଏକ୍ସପ୍ରେସୱେ ଥିବା ରାଜ୍ୟ । ଆଜି ଉତ୍ତର ପ୍ରଦେଶ ହେଉଛି ସେହି ରାଜ୍ୟ , ଯେଉଁଠାରେ ଦେଶରେ ସର୍ବାଧିକ ଅନ୍ତର୍ଜାତୀୟ ବିମାନ ବନ୍ଦର ରହିଛି । ଆଜି ଉତ୍ତର ପ୍ରଦେଶ ହେଉଛି ସେହି ରାଜ୍ୟ ଯେଉଁଠାରେ ଦେଶର ପ୍ରଥମ ଦ୍ରୁତଗତିସମ୍ପନ୍ନ / ରାପିଡ୍ ରେଳ ଚଳାଚଳ କରୁଛି । ପଶ୍ଚିମ ଉତ୍ସର୍ଗୀକୃତ ମାଲ ପରିବହନ କରିଡର ଏବଂ ପୂର୍ବ ଉତ୍ସର୍ଗୀକୃତ ମାଲ ପରିବହନ କରିଡରର ଏକ ବିଶାଳ ନେଟୱାର୍କ ମଧ୍ୟ ଉତ୍ତର ପ୍ରଦେଶ ଦେଇ ଯାଇଥାଏ । ଉତ୍ତର ପ୍ରଦେଶରେ ନଦୀର ବିଶାଳ ନେଟୱାର୍କକୁ ମାଲବାହୀ ଜାହାଜ ପାଇଁ ମଧ୍ୟ ବ୍ୟବହାର କରାଯାଉଛି । ଏହା ଦ୍ୱାରା ଉତ୍ତର ପ୍ରଦେଶରେ ପରିବହନ ସହଜ ହେଉଛି, ପରିବହନ ଦ୍ରୁତ ଓ ଶସ୍ତା ହୋଇଛି ।

 

ବନ୍ଧୁଗଣ,

ମୁଁ ଆଜିର କାର୍ଯ୍ୟକ୍ରମକୁ କେବଳ ନିବେଶ ଦୃଷ୍ଟିରୁ ଆକଳନ କରୁନାହିଁ । ଏଠାରେ ଆପଣ ସମସ୍ତ ନିବେଶକମାନଙ୍କ ମଧ୍ୟରେ ଯେଉଁ ଆଶା ସୃଷ୍ଟି ହୋଇଛି, ଉତ୍ତମ ଫଳାଫଳର  ଆକାଂକ୍ଷା ରହିଛି, ତାହାର ସନ୍ଦର୍ଭ ବହୁତ ବ୍ୟାପକ । ଆଜି ଆପଣ ଦୁନିଆର ଯେଉଁ ସ୍ଥାନକୁ ଯାଆନ୍ତୁ, ଭାରତକୁ ନେଇ ଅଭୂତପୂର୍ବ ସକାରାତ୍ମକତା ଦେଖିବାକୁ ମିଳୁଛି । ଚାରି - ପାଞ୍ଚ ଦିନ ତଳେ ମୁଁ ସାଉଦି ଆରବ ଏବଂ କାତାରରୁ ବିଦେଶ ଗସ୍ତରୁ ଫେରିଛି । ଆତ୍ମବିଶ୍ୱାସରେ ଭରପୂର ଭାରତର ବିକାଶ କାହାଣୀକୁ ନେଇ ପ୍ରତ୍ୟେକ ଦେଶ ଆଶ୍ୱସ୍ତ ଏବଂ ବିଶ୍ୱାସରେ ପରିପୂର୍ଣ୍ଣ । ମୋଦିଙ୍କ ଗ୍ୟାରେଣ୍ଟିକୁ ନେଇ ଆଜି ଦେଶରେ ଅନେକ ଚର୍ଚ୍ଚା ହେଉଛି । କିନ୍ତୁ ଆଜି ସମଗ୍ର ବିଶ୍ୱ ଭାରତକୁ ଉତ୍ତମ ଫଳାଫଳର  ଗ୍ୟାରେଣ୍ଟି ଭାବରେ ବିଚାର କରୁଛି । ଅନେକ ସମୟରେ ଆମେ ଦେଖିଛୁ ଯେ ଲୋକମାନେ ନିର୍ବାଚନ ପାଖେଇ ଆସିଲେ ନୂତନ ପୁଞ୍ଜି ନିବେଶକୁ ଏଡାଇ  ଯାଇଥାନ୍ତି । କିନ୍ତୁ ଆଜି ଭାରତ ଏହି ଧାରଣାକୁ ଭାଙ୍ଗି ଦେଇଛି । ଆଜି ସାରା ବିଶ୍ୱର ନିବେଶକମାନେ ଭାରତରେ ସରକାର, ନୀତି ଓ ସ୍ଥିରତା ଉପରେ ପୂର୍ଣ୍ଣ ବିଶ୍ୱାସ ରଖିଛନ୍ତି । ଉତ୍ତର ପ୍ରଦେଶ ଏବଂ ଲକ୍ଷ୍ନୌରେ ମଧ୍ୟ ସମାନ ବିଶ୍ୱାସ ପ୍ରତିଫଳିତ ହେଉଛି ।

ଭାଇ ଓ ଭଉଣୀମାନେ,

ଯେତେବେଳେ ମୁଁ ଏକ ବିକଶିତ ଭାରତର କଥା କହୁଛି, ଏହା ଏକ ନୂତନ ଚିନ୍ତାଧାରା ସହିତ ଏକ ନୂତନ ଦିଗ ଆବଶ୍ୟକ କରେ । ସ୍ୱାଧୀନତା ପରେ ଅନେକ ଦଶନ୍ଧି ଧରି ଦେଶରେ ଯେଉଁ ଭଳି ଚିନ୍ତାଧାରା ରହିଥିଲା ତାହାକୁ ଅନୁସରଣ କରି ଏହା କରିବା ସମ୍ଭବ ହୋଇନଥିଲା । ସେ ଚିନ୍ତାଧାରା କ\'ଣ ଥିଲା? ଦେଶର ନାଗରିକ ମାନଙ୍କୁ ଯେନତେନ ଉପାୟରେ ଚଳିଯିବାକୁ, ସେମାନଙ୍କୁ ପ୍ରତ୍ୟେକ ମୌଳିକ ସୁବିଧା ପାଇଁ କେବଳ ଆଶା ଦେଇ ରଖିବା ଏହାର ଉଦ୍ଦେଶ୍ୟ ଥିଲା । ପୂର୍ବରୁ ସରକାର ଭାବୁଥିଲେ ଯେ ଯଦି ସୁବିଧା ସୁଯୋଗ ସୃଷ୍ଟି କରାଯିବ , ତେବେ ୨ - ୪ଟି ବଡ଼ ସହରରେ କରାଯିବ, ନିଯୁକ୍ତିର ସୁଯୋଗ କେବଳ କିଛି ନିର୍ଦ୍ଦିଷ୍ଟ ସହରରେ ସୃଷ୍ଟି ହେବା ଦରକାର ।

ଏହା କରିବା ସହଜ ଥିଲା, କାରଣ ଏଥିପାଇଁ କମ୍ ପରିଶ୍ରମ କରିବାକୁ ପଡୁଥିଲା । କିନ୍ତୁ ଏହି କାରଣରୁ ଦେଶର ଏକ ବଡ଼ ଭାଗ ବିକାଶରୁ ବଞ୍ଚିତ ହୋଇଥିଲା । ଅତୀତରେ ଉତ୍ତର ପ୍ରଦେଶରେ ମଧ୍ୟ ସମାନ ଘଟଣା ଘଟିଥିଲା । କିନ୍ତୁ ଡବଲ ଇଞ୍ଜିନ ସରକାର ସେହି ପୁରୁଣା ରାଜନୈତିକ ଚିନ୍ତାଧାରାକୁ ବଦଳାଇ ଦେଇଛନ୍ତି । ଆମେ ଉତ୍ତର ପ୍ରଦେଶର ପ୍ରତ୍ୟେକ ପରିବାରର ଜୀବନକୁ ସହଜ କରିବାରେ ନିୟୋଜିତ । ଜୀବନ ସହଜ ହେଲେ ବ୍ୟବସାୟ କରିବା ଆପେ ଆପେ ସହଜ ହେବ । ଦେଖନ୍ତୁ, ଆମେ ଗରିବ ଲୋକମାନଙ୍କ ପାଇଁ ୪ କୋଟି ପକ୍କା ଘର ନିର୍ମାଣ କରିଛୁ । କିନ୍ତୁ ଏହା ସହିତ ସହରରେ ରହୁଥିବା ମଧ୍ୟବିତ୍ତ ପରିବାରମାନଙ୍କ ଘରର ସ୍ୱପ୍ନକୁ ସାକାର କରିବା ପାଇଁ ଆମେ ପ୍ରାୟ ୬୦ ହଜାର କୋଟି ଟଙ୍କା ସହାୟତା ପ୍ରଦାନ କରିଛୁ । ଏହି ଟଙ୍କା ଉପରେ ସହରରେ ରହୁଥିବା ୨୫ ଲକ୍ଷ ମଧ୍ୟବିତ୍ତ ପରିବାର ସୁଧ ଛାଡ଼ ପାଇଛନ୍ତି । ଏହା ମଧ୍ୟରୁ ୧.୫ ଲକ୍ଷ ହିତାଧିକାରୀ ପରିବାର ମୋ ଉତ୍ତର ପ୍ରଦେଶର । ଆମ ସରକାରଙ୍କ ଦ୍ୱାରା ଆୟକର ହ୍ରାସ ହେବା ଯୋଗୁଁ ମଧ୍ୟବିତ୍ତ ବର୍ଗ ମଧ୍ୟ ବହୁତ ଉପକୃତ ହୋଇଛନ୍ତି । ୨୦୧୪ ପୂର୍ବରୁ କେବଳ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ ଉପରେ ଟିକସ ଲାଗୁ ହେଉନଥିଲା । ବିଜେପି ସରକାରରେ ୭ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ ଉପରେ କୌଣସି ଆୟକର ଦେବାକୁ ପଡିବ ନାହିଁ । ଏଥିଯୋଗୁଁ ମଧ୍ୟବିତ୍ତ ଲୋକ ମାନଙ୍କର ହଜାର ହଜାର କୋଟି ଟଙ୍କାର ସଞ୍ଚୟ ହୋଇଛି ।

 

ବନ୍ଧୁଗଣ,

ଆମେ ଉତ୍ତର ପ୍ରଦେଶରେ ସହଜ ଜୀବନଯାପନ ଏବଂ ବ୍ୟବସାୟ କରିବାର ସହଜତା ଉପରେ ସମାନ ଗୁରୁତ୍ୱ ଦେଇଛୁ । କୌଣସି ହିତାଧିକାରୀ ଯେପରି କୌଣସି ସରକାରୀ ଯୋଜନାରୁ ବଞ୍ଚିତ ନ ହୁଅନ୍ତି ତାହା ହେଉଛି ଡବଲ ଇଞ୍ଜିନ ସରକାରଙ୍କ ଲକ୍ଷ୍ୟ । ନିକଟରେ ଆୟୋଜିତ ବିକାଶ ଭାରତ ସଂକଳ୍ପ ଯାତ୍ରାରେ ଉତ୍ତର ପ୍ରଦେଶର ଲକ୍ଷ ଲକ୍ଷ ହିତାଧିକାରୀଙ୍କୁ ସେମାନଙ୍କ ଘର ନିକଟରେ ଥିବା ଏହି ଯୋଜନା ସହ ଯୋଡାଯାଇଛି । ମୋଦିଙ୍କ ଗ୍ୟାରେଣ୍ଟି  ଭ୍ୟାନ୍ ଗାଁ ରୁ ଗାଁ, ସହର ରୁ ସହର ପର୍ଯ୍ୟନ୍ତ ପହଞ୍ଚିଛି । ଯେତେବେଳେ ସରକାର ନିଜ ତରଫରୁ ହିତାଧିକାରୀଙ୍କୁ ସଂତୃପ୍ତି ଅର୍ଥାତ୍ ଶତ ପ୍ରତିଶତ ସୁବିଧା ପ୍ରଦାନ କରନ୍ତି, ତେବେ ତାହା ହିଁ ପ୍ରକୃତ ସାମାଜିକ ନ୍ୟାୟ ହୋଇଥାଏ । ଏହା ହିଁ ପ୍ରକୃତ ଧର୍ମନିରପେକ୍ଷତା । ଭାବନ୍ତୁ, ଦୁର୍ନୀତି ଓ ଭେଦଭାବର ଅନ୍ୟତମ ପ୍ରମୁଖ କାରଣ କ'ଣ ହୋଇଥାଏ? ପୂର୍ବ ସରକାରମାନଙ୍କ ସମୟରେ ଲୋକଙ୍କୁ ନିଜର ସୁବିଧା ପାଇବା ପାଇଁ ଲମ୍ବା ଧାଡ଼ିରେ ଛିଡ଼ା ହେବାକୁ ପଡୁଥିଲା । କାଗଜ ଧରି ଗୋଟିଏ ଦ୍ୱାରରୁ ଅନ୍ୟ ଦ୍ୱାରକୁ ଦୌଡିବାକୁ ପଡୁଥିଲା । ଏବେ ଆମ ସରକାର ନିଜେ ଗରିବଙ୍କ ଦ୍ୱାରକୁ ଆସୁଛନ୍ତି । ଏବଂ ଏହା ମୋଦିଙ୍କ ଗ୍ୟାରେଣ୍ଟି ଯେ ପ୍ରତ୍ୟେକ ହିତାଧିକାରୀଙ୍କୁ ତାଙ୍କ ଅଧିକାର ନମିଳିବା ପର୍ଯ୍ୟନ୍ତ ଆମ ସରକାର ଶାନ୍ତିରେ ବସିବେ ନାହିଁ । ରାସନ ହେଉ, ମାଗଣା ଚିକିତ୍ସା ହେଉ, ପକ୍କା ଘର ହେଉ, ବିଜୁଳି - ପାଣ ି- ଗ୍ୟାସ ସଂଯୋଗ ହେଉ, ପ୍ରତ୍ୟେକ ହିତାଧିକାରୀଙ୍କୁ ଏହା ମିଳିବା ଜାରି ରହିବ ।

ବନ୍ଧୁଗଣ,

ଯେଉଁମାନଙ୍କୁ ପୂର୍ବରୁ କେହି ପଚାରୁନଥିଲେ, ସେମାନଙ୍କୁ ମୋଦି ପଚାରୁଛନ୍ତି । ପୂର୍ବରୁ ସହରରେ ବ୍ୟବସାୟ କରୁଥିବା ଆମର ରାସ୍ତାକଡ଼ ଦୋକାନୀ ଭାଇ ଭଉଣୀମାନଙ୍କୁ ସାହାଯ୍ୟ କରିବାକୁ କୌଣସି ସରକାର ଚିନ୍ତା କରିନଥିଲେ । ଆମ ସରକାର ଏହି ଲୋକମାନଙ୍କ ପାଇଁ ପିଏମ୍ ସ୍ୱନିଧି ଯୋଜନା ଆଣିଥିଲେ । ବର୍ତ୍ତମାନ ସୁଦ୍ଧା ସାରା ଦେଶରେ ରାସ୍ତାକଡ଼ ଦୋକାନୀଙ୍କୁ ପାଖାପାଖି ୧୦ ହଜାର କୋଟି ଟଙ୍କା ପ୍ରଦାନ କରାଯାଇଛି । ଉତ୍ତର ପ୍ରଦେଶରେ ୨୨ ଲକ୍ଷ ବୁଲା ବିକାଳୀ ଏଥିରୁ ଉପକୃତ ହୋଇଛନ୍ତି । ପିଏମ୍ ସ୍ୱନିଧି ଯୋଜନାର ପ୍ରଭାବ ଦର୍ଶାଉଛି ଯେ , ଯେତେବେଳେ ଗରିବମାନଙ୍କୁ ସହାୟତା ମିଳେ, ସେମାନେ କିଛି ବି କରିପାରିବେ । ପ୍ରଧାନମନ୍ତ୍ରୀ ସ୍ୱନିଧି ଯୋଜନାର ଅଧ୍ୟୟନରେ ଏକ ଗୁରୁତ୍ୱପୂର୍ଣ୍ଣ କଥା ସାମ୍ନାକୁ ଆସିଛି ଯେ ସ୍ୱନିଧି ଯୋଜନାର ସହାୟତା ପାଉଥିବା ସାଥୀ ମାନଙ୍କର ବାର୍ଷିକ ଆୟରେ ହାରାହାରି ୨୩ ହଜାର ଟଙ୍କାର ଅତିରିକ୍ତ ବୃଦ୍ଧି ଘଟିଛି । ଆପଣ ମୋତେ କୁହନ୍ତୁ, ଏହି ଅତିରିକ୍ତ ରୋଜଗାର ଏଭଳି ବନ୍ଧୁମାନଙ୍କ ପାଇଁ କେତେ ବଡ ଶକ୍ତି ହୋଇଥାଏ । ପିଏମ ସ୍ୱନିଧି ଯୋଜନା ରାସ୍ତାର ବୁଲା ବିକାଳୀ ମାନଙ୍କର କ୍ରୟ ଶକ୍ତି ମଧ୍ୟ ବୃଦ୍ଧି କରିଛି । ଅନ୍ୟ ଏକ ଅଧ୍ୟୟନରୁ ଜଣାପଡିଛି ଯେ ସ୍ୱନିଧି ଯୋଜନାର ପ୍ରାୟ ୭୫ ପ୍ରତିଶତ ହିତାଧିକାରୀ ହେଉଛନ୍ତି ଦଳିତ, ପଛୁଆ ଏବଂ ଆଦିବାସୀ ଭାଇ ଭଉଣୀ । ଏଥିରେ ମଧ୍ୟ ପ୍ରାୟ ଅଧା ହିତାଧିକାରୀ ହେଉଛନ୍ତି ଆମ ଭଉଣୀ । ପୂର୍ବରୁ ସେମାନେ ବ୍ୟାଙ୍କରୁ କୌଣସି ସହାୟତା ପାଉନଥିଲେ, କାରଣ ସେମାନଙ୍କ ପାଖରେ ବ୍ୟାଙ୍କକୁ ଦେବା ପାଇଁ କୌଣସି ଗ୍ୟାରେଣ୍ଟି ନଥିଲା । ଆଜି ସେମାନଙ୍କ ପାଖରେ ମୋଦିଙ୍କ ଗ୍ୟାରେଣ୍ଟି ରହିଛି, ତେଣୁ ସେମାନେ ବ୍ୟାଙ୍କରୁ ମଧ୍ୟ ସହାୟତା ପାଉଛନ୍ତି । ଏହା ହେଉଛି ସାମାଜିକ ନ୍ୟାୟ, ଯାହାକୁ ନେଇ ଜେପି ସ୍ୱପ୍ନ ଦେଖିଥିଲେ, ଲୋହିଆ ଜୀ ସ୍ୱପ୍ନ ଦେଖିଥିଲେ ।

 

ବନ୍ଧୁଗଣ,

ଆମର ଡବଲ ଇଞ୍ଜିନ ସରକାରଙ୍କ ନିଷ୍ପତ୍ତି ଏବଂ ଏହାର ଯୋଜନା ଉଭୟ ସାମାଜିକ ନ୍ୟାୟ ଏବଂ ଅର୍ଥନୀତି ପାଇଁ ଲାଭଦାୟକ ହୋଇଥାଏ । ଲକ୍ଷପତି ଦିଦି ମାନଙ୍କର ସଂକଳ୍ପ ବିଷୟରେ ଆପଣ ନିଶ୍ଚୟ ଶୁଣିଥିବେ । ବିଗତ ୧୦ ବର୍ଷ ମଧ୍ୟରେ ଆମେ ଦେଶର ୧୦ କୋଟି ଭଉଣୀଙ୍କୁ ସ୍ୱୟଂ ସହାୟକ ଗୋଷ୍ଠୀ ସହିତ ଯୋଡ଼ିଛୁ । ଆପଣ ଉଦ୍ୟୋଗ ଜଗତର ଲୋକମାନେ ଏହି ସଂଖ୍ୟାକୁ ଧ୍ୟାନଦେଇ ଶୁଣନ୍ତୁ , ଏପର୍ଯ୍ୟନ୍ତ ୧ କୋଟି ଭଉଣୀ ଲକ୍ଷପତି ଦିଦି ହୋଇଛନ୍ତି । ଆଉ ଏବେ ସରକାର ନିଷ୍ପତ୍ତି ନେଇଛନ୍ତି ଯେ , ମୋଟ ୩ କୋଟି ଭଉଣୀଙ୍କୁ ଲକ୍ଷପତି ଦିଦି କରାଯିବ । ଆମ ଦେଶରେ ପ୍ରାୟ ଅଢ଼େଇ ଲକ୍ଷ ଗ୍ରାମ ପଞ୍ଚାୟତ ରହିଛି । ୩ କୋଟି ଲକ୍ଷପତି ଦିଦି ସୃଷ୍ଟି ହେବା ପରେ ପ୍ରତି ଗ୍ରାମ ପଞ୍ଚାୟତରେ କେତେ କ୍ରୟ ଶକ୍ତି ବୃଦ୍ଧି ପାଇବ ତାହା ଆପଣମାନେ କଳ୍ପନା କରନ୍ତୁ । ଏହା ଭଉଣୀମାନଙ୍କ ଜୀବନ ତଥା ଗ୍ରାମୀଣ ଅର୍ଥନୀତି ଉପରେ ବହୁତ ସକାରାତ୍ମକ ପ୍ରଭାବ ପକାଉଛି ।

ଭାଇ ଓ ଭଉଣୀମାନେ,

ଯେତେବେଳେ ଆମେ ବିକଶିତ ଉତ୍ତର ପ୍ରଦେଶ କଥା କହୁଛୁ, ଏହା ପଛରେ ଆଉ ଏକ ଶକ୍ତି ରହିଛି । ଏହା ହେଉଛି ଏମ୍‌ଏସ୍‌ଏମ୍‌ଇ ଅର୍ଥାତ୍ କ୍ଷୁଦ୍ର, ଲଘୁ ଓ କୁଟୀର ଶିଳ୍ପର ଶକ୍ତି । ଡବଲ ଇଞ୍ଜିନ ସରକାର ଗଠନ ହେବା ପରେ ଉତ୍ତର ପ୍ରଦେଶରେ ଏମ୍‌ଏସ୍‌ଏମ୍‌ଇର ଅଭୂତପୂର୍ବ ସମ୍ପ୍ରସାରଣ ହୋଇଛି । ଏଠାରେ ଏମ୍‌ଏସ୍‌ଏମ୍‌ଇ ଗୁଡ଼ିକୁ ହଜାର ହଜାର କୋଟି ଟଙ୍କାର ସହାୟତା  ପ୍ରଦାନ କରାଯାଉଛି । ଯେଉଁ ପ୍ରତିରକ୍ଷା କରିଡର ନିର୍ମାଣ କରାଯାଉଛି, ଯେଉଁ ନୂଆ ଅର୍ଥନୈତିକ କରିଡର ନିର୍ମାଣ କରାଯାଉଛି, ତାହା ମଧ୍ୟ ଏମ୍‌ଏସ୍‌ଏମ୍‌ଇକୁ ବହୁତ ଫାଇଦା ଦେବ ।

 

ବନ୍ଧୁଗଣ,

ଉତ୍ତର ପ୍ରଦେଶର ପ୍ରାୟ ପ୍ରତ୍ୟେକ ଜିଲ୍ଲାରେ କୁଟୀର ଶିଳ୍ପର ଏକ ପୁରୁଣା ପରମ୍ପରା ରହିଛି । କେଉଁଠି ତାଲା ତିଆରି ହେଉଛି ତ କେଉଁଠି ପିତ୍ତଳ କାରିଗରୀ ତିଆରି ହେଉଛି ତ କେଉଁଠି କାର୍ପେଟ୍ ତିଆରି ହେଉଛି  କିମ୍ବା କେଉଁଠି ଚୁଡ଼ି ତିଆରି ହେଉଛି , ଅନ୍ୟ କେଉଁଠି ମାଟିର ହସ୍ତକଳା, କେଉଁଠି ଚିକନକାରୀ କାମ ହେଉଛି । 'ଗୋଟିଏ ଜିଲ୍ଲା, ଗୋଟିଏ ଉତ୍ପାଦ' ଯୋଜନା ରେ ଆମେ ଏହି ପରମ୍ପରାକୁ ସୁଦୃଢ଼ କରୁଛୁ । 'ଗୋଟିଏ ଜିଲ୍ଲା - ଗୋଟିଏ ଉତ୍ପାଦ' ଯୋଜନାକୁ କିପରି ପ୍ରୋତ୍ସାହିତ କରାଯାଉଛି, ପ୍ରଚାର କରାଯାଉଛି ତାହା ମଧ୍ୟ ଆପଣ ରେଳ ଷ୍ଟେସନରେ ଦେଖି ପାରିବେ ।

ଏବେ ଆମେ ୧୩,୦୦୦ କୋଟି ଟଙ୍କାର ପିଏମ୍ ବିଶ୍ୱକର୍ମା ଯୋଜନା ମଧ୍ୟ ଆଣିଛୁ । ଏହି ଯୋଜନା ଉତ୍ତର ପ୍ରଦେଶର ହସ୍ତଶିଳ୍ପ ସହ ପାରମ୍ପରିକ ଭାବେ ଜଡ଼ିତ ଲକ୍ଷ ଲକ୍ଷ ବିଶ୍ୱକର୍ମା ପରିବାରକୁ ଆଧୁନିକତା ସହ ଯୋଡ଼ିବ । ଏହା ସେମାନଙ୍କ ବ୍ୟବସାୟକୁ ବିସ୍ତାର କରିବା ପାଇଁ ବ୍ୟାଙ୍କରୁ ଶସ୍ତା ଏବଂ ଆବଶ୍ୟକ ଋଣ ପାଇବାରେ ସାହାଯ୍ୟ କରିବ ।

ଭାଇ ଓ ଭଉଣୀମାନେ,

ଖେଳନା ତିଆରି କ୍ଷେତ୍ରରେ ଆମ ସରକାର କିପରି କାମ କରୁଛନ୍ତି ତାହାର ଝଲକ ମଧ୍ୟ ଆପଣଙ୍କୁ ଦେଖିବାକୁ ମିଳିବ । ମୁଁ କାଶୀର ସାଂସଦ ହୋଇଥିବାରୁ ସେଠାରେ ତିଆରି କାଠ ଖେଳନାକୁ ପ୍ରୋତ୍ସାହନ ଦେବାରେ ଲାଗିଛି ।

 

 

ବନ୍ଧୁଗଣ,

କିଛି ବର୍ଷ ତଳେ ଭାରତ ନିଜ ପିଲାମାନଙ୍କ ପାଇଁ ଅଧିକାଂଶ ଖେଳନା ବିଦେଶରୁ ଆମଦାନୀ କରୁଥିଲା । ଭାରତରେ ଖେଳନାର ସମୃଦ୍ଧ ପରମ୍ପରା ଥିବା ବେଳେ ଏଭଳି ସ୍ଥିତି ଉପୁଜିଥିଲା । ଏଠାରେ ପିଢ଼ି ପିଢ଼ି ଧରି ଲୋକମାନେ ଖେଳନା ତିଆରି କରିବାରେ ଦକ୍ଷ । କିନ୍ତୁ ଭାରତୀୟ ଖେଳନାକୁ ପ୍ରୋତ୍ସାହିତ କରାଗଲା ନାହିଁ, କାରିଗର ମାନଙ୍କୁ ଆଧୁନିକ ଦୁନିଆ ସହ ଖାପ ଖୁଆଇବା ପାଇଁ ସହାୟତା ପ୍ରଦାନ କରାଗଲା ନାହିଁ । ଯାହା ଫଳରେ ବିଦେଶୀ ଖେଳନା ଭାରତର ବଜାର ଓ ଘରକୁ ନିଜ ଅକ୍ତିଆରକୁ ନେଇଥିଲା । ମୁଁ ଏହାକୁ ପରିବର୍ତ୍ତନ କରିବାକୁ ନିଷ୍ପତ୍ତି ନେଇଥିଲି ଏବଂ ସାରା ଦେଶରେ ଖେଳନା ନିର୍ମାତାମାନଙ୍କ ସହିତ ଠିଆ ହେବାକୁ ନିଷ୍ପତ୍ତି ନେଇଥିଲି, ସେମାନଙ୍କୁ ସାହାଯ୍ୟ କରିଥିଲି ଏବଂ ମୁଁ ସେମାନଙ୍କୁ ଆଗକୁ ବଢ଼ିବାକୁ ନିବେଦନ କଲି । ଆଜି ସ୍ଥିତି ଏପରି ହୋଇଛି ଯେ ଆମର ଆମଦାନୀ ବହୁ ପରିମାଣରେ  ହ୍ରାସ ପାଇଛି ଏବଂ ଖେଳନାର ରପ୍ତାନି ବହୁଗୁଣରେ ବୃଦ୍ଧି ପାଇଛି ।

ବନ୍ଧୁଗଣ,

ଆମ ଦେଶ ଭାରତରେ ସର୍ବବୃହତ ପର୍ଯ୍ୟଟନ କେନ୍ଦ୍ର ହେବାର ସମ୍ଭାବନା ଉତ୍ତର ଗ୍ରଦେଶ ନିକଟରେ ରହିଛି । ଆଜି ଦେଶର ପ୍ରତ୍ୟେକ ବ୍ୟକ୍ତି ବାରଣାସୀ ଓ ଅଯୋଧ୍ୟା ଆସିବାକୁ ଚାହୁଁଛନ୍ତି । ପ୍ରତିଦିନ ଲକ୍ଷ ଲକ୍ଷ ଲୋକ ଏହି ସବୁ ସ୍ଥାନ ବୁଲିବାକୁ ଆସୁଛନ୍ତି । ଫଳରେ ଉତ୍ତର ପ୍ରଦେଶରେ କ୍ଷୁଦ୍ର ଉଦ୍ୟୋଗୀ, ଏୟାରଲାଇନ୍ସ କମ୍ପାନୀ, ହୋଟେଲ - ରେସ୍ତୋରାଁ ମାଲିକ ମାନଙ୍କ ପାଇଁ ଅଭୂତପୂର୍ବ ସୁଯୋଗ ସୃଷ୍ଟି ହେଉଛି । ଏବଂ ମୋର ଏକ ଅନୁରୋଧ ଅଛି, ମୁଁ ଦେଶର ସମସ୍ତ ପର୍ଯ୍ୟଟକଙ୍କୁ ଅନୁରୋଧ କରୁଛି, ମୁଁ ଦେଶର ସମସ୍ତ ଯାତ୍ରୀମାନଙ୍କୁ ଅନୁରୋଧ କରୁଛି ଯେ ଯେତେବେଳେ ଆପଣ ଭ୍ରମଣକୁ ଯିବା ପାଇଁ ବଜେଟ୍ କରନ୍ତି, ସେତେବେଳେ ସେହି ବଜେଟରେ ୧୦% ଆପଣ ଯେଉଁ ସ୍ଥାନକୁ ଯାଉଛନ୍ତି ସେହି ସ୍ଥାନରୁ କିଛି କିଣିବା ପାଇଁ ରଖନ୍ତୁ । ଏହା ଆପଣଙ୍କ ପାଇଁ କଷ୍ଟକର ନୁହେଁ, କାରଣ ଆପଣ ହଜାର ହଜାର ଟଙ୍କା ଖର୍ଚ୍ଚ କରିବାକୁ ଯାତ୍ରାରେ ଯାଇଛନ୍ତି । ଯଦି ସେଥି ମଧ୍ୟରୁ ୧୦% ଯେଉଁ ସ୍ଥାନକୁ ଯାଉଛନ୍ତି ସେହି ସ୍ଥାନରୁ ସ୍ଥାନୀୟ ଜିନିଷ କିଣୁଛନ୍ତି ସେଠାକାର ଅର୍ଥନୀତି ଆକାଶ ଛୁଇଁବ । ମୁଁ ଆଜିକାଲି ଆଉ ଗୋଟିଏ କଥା କହୁଛି, ଏତେ  ଧନୀ ଲୋକମାନେ ଏଠାରେ ବସିଛନ୍ତି, ସେମାନେ ଟିକିଏ ଅଧିକ ଆହ୍ୱାନର ସାମନା କରୁଛନ୍ତି, କିନ୍ତୁ ମୁଁ ଏହା ମୋ ଅଭ୍ୟାସବଶତଃ କହୁଛି । ଆଜିକାଲି ଦୁର୍ଭାଗ୍ୟବଶତଃ ଦେଶରେ ଫ୍ୟାଶନ ଆରମ୍ଭ ହୋଇଛି, ଧନୀ ହେବାର ଅର୍ଥ ହେଉଛି ବିଦେଶ ଯାଆନ୍ତୁ, ବିଦେଶରେ ପିଲାଙ୍କୁ ବିବାହ କରାନ୍ତୁ । ଏତେ ବଡ଼ ଦେଶ, ଆପଣଙ୍କ ପିଲାମାନେ ଭାରତରେ ବିବାହ କରିପାରିବେ ନାହିଁ କି? କେତେ ଲୋକଙ୍କୁ ରୋଜଗାର ମିଳିବ ? ଏବଂ ଯେତେବେଳ ଠାରୁ ମୁଁ ୱେଡ୍ସ ଇନ୍ ଇଣ୍ଡିଆ ( ଭାରତରେ ବିବାହ) ପ୍ରସଙ୍ଗ ଉଠେଇଛି, ସେବେଠାରୁ, ମୋତେ ଚିଠି ଆସୁଛି ,  ସାହେବ,  ଆମେ ଟଙ୍କା ଜମା କରିଥିଲୁ, ଆମେ ବିଦେଶରେ ବିବାହ କରିବାକୁ ଯାଉଥିଲୁ, କିନ୍ତୁ ଆପଣ କହିବା ପରେ ଆମେ ଏହାକୁ ବାତିଲ କରିଛୁ, ବର୍ତ୍ତମାନ ଆମେ ଭାରତରେ ବିବାହ କରିବୁ । ଏହା ନୁହେଁ ଯେ ଦେଶ ପାଇଁ ଭଗତ ସିଂହଙ୍କ ପରି ଫାଶୀଖୁଂଟରେ ଝୁଲିଲେ ହିଁ ଦେଶର ସେବା ହୋଇ ପାରିବ । ବନ୍ଧୁଗଣ, ଆପଣ ଦେଶ ପାଇଁ କାମ କରି ଦେଶର ସେବା କରି ପାରିବେ । ସେଥିପାଇଁ ମୁଁ କହୁଛି ଯେ ଉନ୍ନତ ସ୍ଥାନୀୟ, ଜାତୀୟ ଏବଂ ଅନ୍ତର୍ଜାତୀୟ ଯୋଗାଯୋଗ ସହିତ ଉତ୍ତର ପ୍ରଦେଶରେ ଗମନାଗମନ କରିବା ବର୍ତ୍ତମାନ ବହୁତ ସହଜ ହୋଇଯାଇଛି । ନିକଟରେ ଆମେ ବାରଣାସୀ ଦେଇ ବିଶ୍ୱର ସବୁଠାରୁ ଲମ୍ବା କ୍ରୁଜ୍ ସେବା ମଧ୍ୟ ଆରମ୍ଭ କରିଛୁ । ୨୦୨୫ରେ କୁମ୍ଭ ମେଳା ମଧ୍ୟ ଆୟୋଜନ ହେବାକୁ ଯାଉଛି । ଉତ୍ତର ପ୍ରଦେଶର ଅର୍ଥନୀତି ପାଇଁ ମଧ୍ୟ ଏହା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହେବାକୁ ଯାଉଛି । ଆଗାମୀ ଦିନରେ ଏଠାରେ ପର୍ଯ୍ୟଟନ ଓ ଆତିଥେୟତା କ୍ଷେତ୍ରରେ ବହୁ ସଂଖ୍ୟକ ନିଯୁକ୍ତି ସୁଯୋଗ ସୃଷ୍ଟି ହେବାକୁ ଯାଉଛି ।

 

ବନ୍ଧୁଗଣ,

ଆମର ପ୍ରୟାସ ହେଉଛି ଆମର ଶକ୍ତିକୁ ଆଧୁନିକତା ସହିତ ଯୋଡ଼ିବା, ସଶକ୍ତ କରିବା ଏବଂ ନୂତନ କ୍ଷେତ୍ରରେ ଚମତ୍କାର କରିବା । ଆଜି ଭାରତ ଇଲେକ୍ଟ୍ରିକ୍ ମୋବିଲିଟି ଏବଂ ସବୁଜ ଶକ୍ତି ଉପରେ ଅଧିକ ଧ୍ୟାନ ଦେଉଛି । ଏଭଳି ପ୍ରଯୁକ୍ତି ବିଦ୍ୟାରେ, ଏଭଳି ଉତ୍ପାଦନ କ୍ଷେତ୍ରରେ ଆମେ ଭାରତକୁ ଏକ ବିଶ୍ୱସ୍ତରୀୟ କେନ୍ଦ୍ରରେ ପରିଣତ କରିବାକୁ ଚାହୁଁଛୁ । ଆମର ପ୍ରୟାସ ହେଉଛି ଯେ ଦେଶର ପ୍ରତ୍ୟେକ ଘର ଏବଂ ପ୍ରତ୍ୟେକ ପରିବାର ଏକ ସୌର ଶକ୍ତି ଉତ୍ପାଦନକାରୀ ହୋଇ ପାରିବେ । ସେଥିପାଇଁ ଆମେ ପିଏମ ସୂର୍ଯ୍ୟ ଘର - ମାଗଣା ବିଦ୍ୟୁତ ଯୋଜନା ଆରମ୍ଭ କରିଛୁ । ଏହି ଯୋଜନା ଅଧୀନରେ ୩୦୦ ୟୁନିଟ୍ ବିଜୁଳି ମାଗଣାରେ ଉପଲବ୍ଧ ହେବ ଏବଂ ଲୋକମାନେ ସରକାରଙ୍କୁ ଅତିରିକ୍ତ ବିଜୁଳି ବିକ୍ରୟ କରିପାରିବେ । ବର୍ତ୍ତମାନ ଏହି ଯୋଜନା ୧ କୋଟି ପରିବାର ପାଇଁ  ଉଦ୍ଦିଷ୍ଟ ରହିଛି । ଏଥିରେ ପ୍ରତ୍ୟେକ ପରିବାରର ବ୍ୟାଙ୍କ ଆକାଉଣ୍ଟରେ ସିଧାସଳଖ ୩୦ ହଜାରରୁ ପାଖାପାଖି ୮୦ ହଜାର ଟଙ୍କା ଜମା କରାଯିବ । ଅର୍ଥାତ୍ ଯେଉଁମାନେ ପ୍ରତି ମାସରେ ୧୦୦ ୟୁନିଟ୍ ବିଦ୍ୟୁତ୍ ଉତ୍ପାଦନ କରିବାକୁ ଚାହୁଁଛନ୍ତି ସେମାନଙ୍କୁ ୩୦ ହଜାର ଟଙ୍କାର ସହାୟତା ମିଳିବ । ଯେଉଁମାନେ ୩୦୦ ୟୁନିଟ୍ କିମ୍ବା ତା'ଠାରୁ ଅଧିକ ବିଦ୍ୟୁତ୍ ଉତ୍ପାଦନ କରିବାକୁ ଚାହୁଁଛନ୍ତି, ସେମାନଙ୍କୁ ପାଖାପାଖି ୮୦ ହଜାର ଟଙ୍କା ମିଳିବ । ଏହା ବ୍ୟତୀତ ବ୍ୟାଙ୍କରୁ ବହୁତ ଶସ୍ତା ଏବଂ ସହଜରେ ଋଣ ମଧ୍ୟ ଉପଲବ୍ଧ ହେବ । ଏହି ପରିବାରମାନେ କେବଳ ମାଗଣା ବିଜୁଳି ପାଇବେ ନାହିଁ ବରଂ ବାର୍ଷିକ ୧୮ ହଜାର ଟଙ୍କା ପର୍ଯ୍ୟନ୍ତ ବିଜୁଳି ବିକ୍ରି କରି ଅତିରିକ୍ତ ରୋଜଗାର କରି ପାରିବେ ବୋଲି ଆକଳନ କରାଯାଇଛି । କେବଳ ଏତିକି ନୁହେଁ ସ୍ଥାପନ, ଯୋଗାଣ ଶୃଙ୍ଖଳା ଓ ରକ୍ଷଣାବେକ୍ଷଣ କ୍ଷେତ୍ରରେ ଏହା ଲକ୍ଷ ଲକ୍ଷ ନିଯୁକ୍ତି ସୃଷ୍ଟି କରିବ । ଏହା ଦ୍ୱାରା ଲୋକଙ୍କୁ ୨୪ ଘଣ୍ଟିଆ ବିଜୁଳି, ନିର୍ଦ୍ଧାରିତ ୟୁନିଟ୍ ପର୍ଯ୍ୟନ୍ତ ମାଗଣା ବିଜୁଳି ଯୋଗାଇବା ସହଜ ହେବ ।

ବନ୍ଧୁଗଣ,

ସୌର ଶକ୍ତି ଭଳି ଆମେ ମଧ୍ୟ ଇଲେକ୍ଟ୍ରିକ୍ ଯାନ ଉପରେ ମିଶନ ମୋଡରେ କାମ କରୁଛୁ । ଇଲେକ୍ଟ୍ରିକ୍ ଯାନ ଉତ୍ପାଦନ କରୁଥିବା ବନ୍ଧୁମାନଙ୍କୁ ପିଏଲଆଇ ଯୋଜନାର ଲାଭ ପ୍ରଦାନ କରାଯାଇଛି । ଇଲେକ୍ଟ୍ରିକ୍ ଯାନ କିଣିବା ଉପରେ ଟିକସ ଛାଡ଼ କରାଯାଇଛି । ଫଳରେ ଗତ ୧୦ ବର୍ଷ ମଧ୍ୟରେ ପ୍ରାୟ ୩୪.୫ ନିୟୁତ ଇଲେକ୍ଟ୍ରିକ୍ ଯାନ ବିକ୍ରି ହୋଇଛି । ଆମେ ଦ୍ରୁତ ଗତିରେ ଇଲେକ୍ଟ୍ରିକ୍ ବସ୍ ଆରମ୍ଭ କରୁଛୁ । ଅର୍ଥାତ୍ ସୌର ହେଉ କି ବିଦ୍ୟୁତ୍ ଚାଳିତ ଯାନ,  ଉଭୟ କ୍ଷେତ୍ରରେ ଉତ୍ତର ପ୍ରଦେଶରେ ଅନେକ ସମ୍ଭାବନା ସୃଷ୍ଟି ହେଉଛି ।

 

ବନ୍ଧୁଗଣ,

କିଛି ଦିନ ତଳେ ଆମ ସରକାର କୃଷକଙ୍କ ମସିହା ଚୌଧୁରୀ ଚରଣ ସିଂହ ଜୀ’ଙ୍କୁ ଭାରତ ରତ୍ନ ପ୍ରଦାନ କରିବାର ସୌଭାଗ୍ୟ ପାଇଥିଲେ । ଉତ୍ତର ପ୍ରଦେଶର ଭୂମିପୁତ୍ର ଚୌଧୁରୀ ସାହେବଙ୍କୁ ସମ୍ମାନିତ କରିବା ଦେଶର କୋଟି କୋଟି ଶ୍ରମିକ ଓ କୃଷକଙ୍କ ପାଇଁ ସମ୍ମାନର ବିଷୟ । କିନ୍ତୁ ଦୁର୍ଭାଗ୍ୟବଶତଃ କଂଗ୍ରେସ ଓ ଏହାର ସହଯୋଗୀ ଦଳମାନେ ଏହାକୁ ବୁଝି ପାରୁନାହାନ୍ତି । ଆପଣ ନିଶ୍ଚୟ ଦେଖିଥିବେ ଯେ , ଯେତେବେଳେ ସଂସଦରେ ଚୌଧୁରୀ ଚରଣ ସିଂହ ଜୀ’ଙ୍କ ବିଷୟରେ ଆଲୋଚନା ହୋଇଥିଲା, ସେତେବେଳେ କଂଗ୍ରେସ ଲୋକମାନେ କିପରି ଚୌଧୁରୀ ସାହେବଙ୍କ ବିଷୟରେ କହିବାକୁ ମଧ୍ୟ ଦେଇନଥିଲେ ।

କଂଗ୍ରେସ ଲୋକମାନେ ଭାରତ ରତ୍ନ ଉପରେ ଗୋଟିଏ ପରିବାରର ଅଧିକାରକୁ ବିଚାର କରନ୍ତି । ସେଥିପାଇଁ କଂଗ୍ରେସ ଅନେକ ଦଶନ୍ଧି ଧରି ବାବାସାହେବ ଆମ୍ବେଦକରଙ୍କୁ ମଧ୍ୟ ଭାରତ ରତ୍ନ ମଧ୍ୟ ଦେଇନଥିଲା । ଏହି ଲୋକମାନେ ନିଜ ପରିବାର ସଦସ୍ୟଙ୍କୁ ଭାରତ ରତ୍ନ ଦେଉଥିଲେ । ବାସ୍ତବରେ କଂଗ୍ରେସ ଗରିବ, ଦଳିତ, ପଛୁଆ, କୃଷକ ଓ ଶ୍ରମିକଙ୍କୁ ସମ୍ମାନ ଦେବାକୁ ଚାହୁଁନାହିଁ, ଏହା ସେମାନଙ୍କ ଚିନ୍ତାଧାରାରେ ନାହିଁ । ଏପରିକି ଚୌଧୁରୀ ଚରଣ ସିଂହଙ୍କ ଜୀବନକାଳ ମଧ୍ୟରେ କଂଗ୍ରେସ ତାଙ୍କ ସହ ବୁଝାମଣା କରିବାକୁ ବହୁ ଚେଷ୍ଟା କରିଥିଲା । ଚୌଧୁରୀ ସାହେବ ପ୍ରଧାନମନ୍ତ୍ରୀ ପଦ ତ୍ୟାଗ କରିଥିଲେ ମଧ୍ୟ ତାଙ୍କ ନୀତି ସହ ଆପୋଷ ବୁଝାମଣା କରିନଥିଲେ । ସେ ରାଜନୈତିକ ବୁଝାମଣାକୁ ଘୃଣା କରୁଥିଲେ । କିନ୍ତୁ ଦୁଃଖର ବିଷୟ ଯେ ତାଙ୍କ ନାମ ନେଇ ରାଜନୀତି କରୁଥିବା ଉତ୍ତର ପ୍ରଦେଶର ସମସ୍ତ ଦଳ ଚୌଧୁରୀ ସାହେବଙ୍କ କଥା ଶୁଣିନଥିଲେ । କ୍ଷୁଦ୍ର କୃଷକଙ୍କ ପାଇଁ ଚୌଧୁରୀ ସାହେବ ଯାହା କରିଥିଲେ ତାହା ସମଗ୍ର ଦେଶ କେବେ ବି ଭୁଲି ପାରିବ ନାହିଁ । ଆଜି ଚୌଧୁରୀ ସାହେବଙ୍କ ଠାରୁ ପ୍ରେରଣା ନେଇ ଆମେ ଦେଶର କୃଷକମାନଙ୍କୁ ନିରନ୍ତର ଭାବେ ସଶକ୍ତ କରୁଛୁ ।

ବନ୍ଧୁଗଣ,

ଦେଶର କୃଷିକୁ ଏକ ନୂଆ ମାର୍ଗରେ ନେବା ପାଇଁ ଆମେ କୃଷକ ମାନଙ୍କୁ ସାହାଯ୍ୟ ଓ ପ୍ରୋତ୍ସାହନ ଦେଉଛୁ । ପ୍ରାକୃତିକ ଚାଷ ଏବଂ ମୋଟା ଶସ୍ୟ ଚାଷ ଉପରେ ଧ୍ୟାନ ଦେବା ପଛରେ ମଧ୍ୟ ଏହା ଏକ ଲକ୍ଷ୍ୟ । ଆଜି ଗଙ୍ଗା କୂଳରେ ଉତ୍ତର ପ୍ରଦେଶରେ ବହୁତ ବଡ଼ ଧରଣର ପ୍ରାକୃତିକ ଚାଷ ହେଉଛି । ଏହା ଚାଷୀମାନଙ୍କୁ କମ୍ ଖର୍ଚ୍ଚରେ ଅଧିକ ଲାଭ ଦେଉଥିବା ଚାଷ ପ୍ରଣାଳୀ । ଆଉ ଏହା ଦ୍ୱାରା ଗଙ୍ଗା ଭଳି ପବିତ୍ର ନଦୀର ଜଳ ମଧ୍ୟ ଦୂଷିତ ହେବାରୁ ରକ୍ଷା ପାଉଛି । ଆଜି ଖାଦ୍ୟ ପ୍ରକ୍ରିୟାକରଣ ସହ ଜଡିତ ଉଦ୍ୟୋଗୀ ମାନଙ୍କୁ ମଧ୍ୟ ମୁଁ ଏକ ବିଶେଷ ଅନୁରୋଧ କରିବି । ଆପଣ କେବଳ ଜିରୋ ଇଫେକ୍ଟ, ଜିରୋ ଡିଫେକ୍ଟ (ଶୂନ୍ୟ ପ୍ରଭାବ, ଶୂନ୍ୟ ଭୁଲ୍‌) ମନ୍ତ୍ର ଉପରେ କାମ କରିବା ଉଚିତ୍ । ଆପଣ ସେହି ଲକ୍ଷ୍ୟ ନେଇ କାମ କରିବା ଉଚିତ ଯେ ବିଶ୍ୱର ବିଭିନ୍ନ ଦେଶର ଡାଇନିଂ ଟେବୁଲରେ ଯେପରି କିଛି ଭାରତ ପ୍ରସ୍ତୁତ ଖାଦ୍ୟ ପ୍ୟାକେଟ୍ ନିଶ୍ଚୟ ରହିବ ।

 

 

ଆଜି ଆପଣଙ୍କ ପ୍ରୟାସ ଯୋଗୁଁ ସିଦ୍ଧାର୍ଥ ନଗରର ଚାନ୍ଦୌଲିର କଳା ଲୁଣ, ଚାଉଳ ଓ କଳା ଚାଉଳ ବିପୁଳ ପରିମାଣରେ ରପ୍ତାନି ହେଉଛି । ବିଶେଷ କରି ମୋଟା ଶସ୍ୟ ଅର୍ଥାତ୍ ଶ୍ରୀ ଅନ୍ନକୁ ନେଇ ଏକ ନୂଆ ଟ୍ରେଣ୍ଡ ଦେଖିବାକୁ ମିଳୁଛି । ଏହି ସୁପରଫୁଡ୍‌ରେ ନିବେଶ କରିବା ପାଇଁ ଏହା ହେଉଛି ଉପଯୁକ୍ତ ସମୟ । ଏଥିପାଇଁ କୃଷକମାନେ ଯେପରି ସେମାନଙ୍କ ଉତ୍ପାଦିତ ଦ୍ରବ୍ୟର ବର୍ଦ୍ଧିତ ମୂଲ୍ୟ  ପାଇ ପାରିବେ, ବିଶ୍ୱ ବଜାରରେ ପ୍ୟାକେଜିଂ କିପରି କରାଯିବା ଉଚିତ, ମୋ କୃଷକଙ୍କ ଉତ୍ପାଦିତ ଦ୍ରବ୍ୟ କିପରି ବଜାରରେ ପହଞ୍ଚିବ ତାହା ନିଶ୍ଚିତ କରିବା ପାଇଁ ଆପଣମାନେ ଆଗେଇ ଆସିବା ଉଚିତ୍ । ଆଜି ସରକାର କ୍ଷୁଦ୍ର କୃଷକମାନଙ୍କୁ ବଜାରର ବଡ଼ ଶକ୍ତିରେ ପରିଣତ କରିବାରେ ଲାଗିଛନ୍ତି । ଆମେ କୃଷକ ଉତ୍ପାଦ ସଂଘ- ଏଫ୍‌ପିଓ ଏବଂ ସମବାୟ ସଂସ୍ଥା ଗୁଡ଼ିକୁ ସଶକ୍ତ କରୁଛୁ । ଆପଣ ଏହି ସଂଗଠନ ଗୁଡ଼ିକ ସହିତ କିପରି ମୂଲ୍ୟ ସଂଯୋଗ ପାଇବେ, ଆପଣ ସେମାନଙ୍କୁ ପ୍ରଯୁକ୍ତି ବିଦ୍ୟା ବିଷୟରେ କିପରି ଜ୍ଞାନ ଦେଇ ପାରିବେ, ଆପଣ ସେମାନଙ୍କ ସାମଗ୍ରୀ କ୍ରୟକୁ କିପରି ଗ୍ୟାରେଣ୍ଟି ଦେଇ ପାରିବେ । କୃଷକ ଯେତେ ଅଧିକ ଲାଭବାନ ହେବେ, ମାଟିର ଲାଭ ସେତେ ଅଧିକ ହେବ , ଆପଣଙ୍କ ବ୍ୟବସାୟ ମଧ୍ୟ ସେତେ ଅଧିକ ଲାଭବାନ ହେବ । ଭାରତର ଗ୍ରାମୀଣ ଅର୍ଥନୀତି ଏବଂ କୃଷି ଭିତ୍ତିକ ଅର୍ଥ ବ୍ୟବସ୍ଥାକୁ ଆଗକୁ ବଢ଼ାଇବାରେ ଉତ୍ତର ପ୍ରଦେଶ ସର୍ବଦା ଏକ ବଡ଼ ଭୂମିକା ଗ୍ରହଣ କରିଛି । ତେଣୁ ଆପଣ ଏହି ସୁଯୋଗର ଅଧିକରୁ ଅଧିକ ଫାଇଦା ଉଠାଇବା ଉଚିତ୍ । ଉତ୍ତୀ ପ୍ରଦେଶର ମୋ ପରିବାର ସଦସ୍ୟଙ୍କ ଶକ୍ତି ଏବଂ ଡବଲ ଇଞ୍ଜିନ ସରକାରଙ୍କ କଠିନ ପରିଶ୍ରମ ଉପରେ ମୋର ପୂର୍ଣ୍ଣ ବିଶ୍ୱାସ ଅଛି । ଆଜି ଯେଉଁ ଆଧାରଶିଳା ରଖାଯାଇଛି, ତାହା  ଉତ୍ତର ପ୍ରଦେଶ ଏବଂ ଦେଶର ପ୍ରଗତିର ଆଧାରଶିଳା ହେବ ଏବଂ ମୁଁ ଯୋଗୀ ଜୀ ଏବଂ ଉତ୍ତର ପ୍ରଦେଶ ସରକାରଙ୍କୁ ବିଶେଷ ଭାବରେ ଅଭିନନ୍ଦନ ଜଣାଉଛି । ଉତ୍ତର ପ୍ରଦେଶ ଏକ ଟ୍ରିଲିୟନ ଡଲାର ଅର୍ଥ ବ୍ୟବସ୍ଥା ଗଠନ କରିବାକୁ ନିଷ୍ପତ୍ତି ନେଇଛି ବୋଲି ଶୁଣିଲେ ପ୍ରତ୍ୟେକ ଭାରତୀୟ ଗର୍ବ ଅନୁଭବ କରନ୍ତି । ମୁଁ ଦେଶର ସମସ୍ତ ରାଜ୍ୟକୁ ଅନୁରୋଧ କରିବି, ରାଜନୀତି ଛାଡି ଉତ୍ତର ପ୍ରଦେଶ ଠାରୁ ଶିକ୍ଷା ଗ୍ରହଣ କରି ନିଜ ରାଜ୍ୟକୁ ଟ୍ରିଲିୟନ ଡଲାର ଅର୍ଥନୀତିରେ ପରିଣତ କରନ୍ତୁ, ଟିକିଏ ସଂକଳ୍ପ ନେଇ ଆଗକୁ ଆସନ୍ତୁ, ତା'ହେଲେ ହିଁ ଦେଶ ଆଗକୁ ବଢ଼ିବ । ଉତ୍ତରପ୍ରଦେଶ ଭଳି ସବୁ ରାଜ୍ୟ ବଡ଼ ସ୍ୱପ୍ନ ଓ ବଡ଼ ସଂକଳ୍ପ ନେଇ ଆଗେଇ ଚାଲିଛନ୍ତି ଏବଂ ମୋର ଉଦ୍ୟୋଗ ଜଗତର ବନ୍ଧୁମାନେ  ମଧ୍ୟ ଅସୀମ ସୁଯୋଗ ପ୍ରାପ୍ତିର ସମୟରେ ଅଛନ୍ତି । ଆସନ୍ତୁ, ଶକ୍ତି ପ୍ରଦର୍ଶନ କରନ୍ତୁ, ଆମେ ପ୍ରସ୍ତୁତ ଅଛୁ ।

ବନ୍ଧୁଗଣ

ଉତ୍ତର ପ୍ରଦେଶର ଲକ୍ଷ ଲକ୍ଷ ଲୋକ ଆଜି ଏହାକୁ ଶୁଣୁଛନ୍ତି , ହଜାର ହଜାର ଲୋକ ୪୦୦ ଟି ସ୍ଥାନରେ ବସିଛନ୍ତି, ମୁଁ ସେମାନଙ୍କୁ ଆଶ୍ୱାସନା ଦେଉଛି ଯେ ଆପଣ କେବେ ଭାବିନଥିବେ ଯେ ଉତ୍ତର ପ୍ରଦେଶ ଏହାର ସମସ୍ତ ସଂକଳ୍ପକୁ ଏତେ ଦ୍ରୁତ ଗତିରେ ପୂରଣ କରିବ । ଆସନ୍ତୁ ସମସ୍ତେ ମିଳିମିଶି ଆଗକୁ ବଢ଼ିବା । ଏହି ଶୁଭେଚ୍ଛା ସହିତ ଆପଣ ସମସ୍ତଙ୍କୁ ଅନେକ ଅଭିନନ୍ଦନ, ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ !

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India's toffee exports jump 166% in 12 years to reach Rs 132 crore in 2025-26

Media Coverage

India's toffee exports jump 166% in 12 years to reach Rs 132 crore in 2025-26
NM on the go

Nm on the go

Always be the first to hear from the PM. Get the App Now!
...
Prime Minister shares a Sanskrit Subhashitam highlighting the sacred legacy of our motherland and praying for universal prosperity
May 21, 2026

Prime Minister Shri Narendra Modi today shared a Sanskrit Subhashitam, noting that our motherland has been the sacred land of spiritual practice and worship, as well as courage, strength, and universal welfare. Shri Modi expressed his earnest wish that this holy land of great heritage and ancient culture may always keep everyone replete with happiness and prosperity.

The Prime Minister posted on X:

"हमारी मातृभूमि साधना और उपासना के साथ-साथ साहस, शक्ति और सर्व-कल्याण की पुण्यभूमि रही है। महान विरासत और प्राचीन संस्कृति की यह पावन धरती हर किसी को सदैव सुख-समृद्धि से परिपूर्ण रखे, यही कामना है।

यस्यां पूर्वे पूर्वजना विचक्रिरे यस्यां देवा असुरानभ्यवर्तयन् ।
गवामश्वानां वयसश्च विष्ठा भगं वर्चः पृथिवी नो दधातु ।।"

May the land where our ancestors performed great and benevolent deeds, and where the gods defeated the unjust forces, that motherland, full of livestock and power, grant us vast space and prosperity.