“ଭାରତର ବୈଜ୍ଞାନିକ ଗୋଷ୍ଠୀ ଦେଶକୁ ତାହାର ନ୍ୟାଯ୍ୟ ସ୍ଥାନ ଦେଶର ସୁନିଶ୍ଚିତ କରିବେ”
“ଏକବିଂଶ ଶତାବ୍ଦୀର ଭାରତରେ ଉପଲବ୍ଧ ପ୍ରଚୁର ତଥ୍ୟ ବିଜ୍ଞାନକୁ ସାହାଯ୍ୟ କରିବ”
“ଆମର ଭାବନା ବିଜ୍ଞାନ ଦ୍ୱାରା ମହିଳାକୁ ସଶକ୍ତ କରିବା ନୁହଁ, ବରଂ ମହିଳାଙ୍କ ଅବଦାନ ଦ୍ୱାରା ବିଜ୍ଞାନକୁ ସଶକ୍ତ କରିବା”
“ଅଧିକରୁ ଅଧିକ ମହିଳା ଅଂଶ ଗ୍ରହଣ କରିବା ଅର୍ଥ ଦେଶରେ ମହିଳା ଓ ବିଜ୍ଞାନ ଉଭୟ ଅଗ୍ରଗତି କରୁଛନ୍ତି”
“ବିଜ୍ଞାନର ପ୍ରଚେଷ୍ଟା ସଫଳତାର ଶୀର୍ଷ ଛୁଇଁବ, ଯେତେବେଳେ ତାହା ପରୀକ୍ଷାଗାରରୁ ବାହାରି ଭୂମିରେ ପହଞ୍ଚିôବ ଓ ତାହାର ପ୍ରଭାବ ବୈଶ୍ୱିକ ସ୍ତରରୁ ଆସି ତୃଣମୂଳ ସ୍ତରରେ ପହଞ୍ଚିବ, ଏହାର ପରିସରରେ ଯେତେବେଳେ ପାଠ୍ୟପୁସ୍ତକରୁ ଜମିକୁ ଆସିବ ଓ ପରିବର୍ତ୍ତନ ଗବେଷଣାରୁ ଆସି ପ୍ରକୃତ ଜୀବନରେ ଦୃଶ୍ୟମାନ ହେବ”
“ଭବିଷ୍ୟତ ଦିଗରେ ଦେଶ ପଦକ୍ଷେପ ନେଲେ ଆମେ ଶିଳ୍ପ ୪.୦ରେ ନେତୃତ୍ୱ ନେବା”

 ନମସ୍କାର!

ଆପଣ ସମସ୍ତଙ୍କୁ ‘ଭାରତୀୟ ବିଜ୍ଞାନ କଂଗ୍ରେସ’ର ଆୟୋଜନ ପାଇଁ ବହୁତ ବହୁତ ଶୁଭେଚ୍ଛା । ଆଗାମୀ 25 ବର୍ଷରେ ଭାରତ ଯେଉଁ ଶିଖରରେ ପହଞ୍ଚିବ, ସେଥିରେ ଭାରତର ବୈଜ୍ଞାନିକ ଶକ୍ତିର ଭୂମିକା ବହୁତ ଗୁରୁତ୍ୱପୂର୍ଣ୍ଣ ହେବ । ବିଜ୍ଞାନରେ ଆବେଗ ସହିତ ଯେତେବେଳେ ଦେଶ ସେବାର ସଂକଳ୍ପ ଯୋଡି ହୋଇଯାଇଥାଏ, ସେତେବେଳେ ମଧ୍ୟ ଅଦ୍ଭୁତ ପରିଣାମ ଆସିଥାଏ । ମୋର ବିଶ୍ୱାସ ଯେ, ଭାରତର ବୈଜ୍ଞାନିକ ସମୁଦାୟ, ଭାରତକୁ ଏକବିଂଶ ଶତାବ୍ଦୀରେ ସେହି ଲକ୍ଷ୍ୟସ୍ଥଳରେ ପହଞ୍ଚାଇବେ, ଯାହାର ସେ ସଦା ସର୍ବଦା ହକଦାର ରହି ଆସିଛି । ଏହି ବିଶ୍ୱାସ କାରଣରୁ ମଧ୍ୟ ମୁଁ ଆପଣମାନଙ୍କୁ କହିବାକୁ ଚାହୁଁଛି । ଆପଣମାନେ ମଧ୍ୟ ଜାଣିଛନ୍ତି ଯେ ପର୍ଯ୍ୟବେକ୍ଷଣ ହେଉଛି ବିଜ୍ଞାନର ମୂଳ ଆଧାର । ପର୍ଯ୍ୟବେକ୍ଷଣ ଜରିଆରେ ଆପଣ ବୈଜ୍ଞାନିକମାନେ, ଢାଞ୍ଚା ଗୁଡିକୁ ଅନୁସରଣ କରିଥାନ୍ତି, ପୁଣି ସେହି ଢାଞ୍ଚାଗୁଡିକୁ ବିଶ୍ଳେଷଣ କରିବା ପରେ କୌଣସି ସିଦ୍ଧାନ୍ତରେ ପହଞ୍ଚିଥାନ୍ତି ।

ସଂପ୍ରତି ଜଣେ ବୈଜ୍ଞାନିକ ପାଇଁ ପ୍ରତ୍ୟେକ ପଦକ୍ଷେପରେ ଡାଟା ସଂଗ୍ରହ କରିବା ଏବଂ ତାକୁ ବିଶ୍ଳେଷଣ କରିବା ବହୁତ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ । ଏକବିଂଶ ଶତାବ୍ଦୀରେ  ଆଜି ଭାରତରେ ଆମ ପାଖରେ ଦୁଇଟି କଥାର ବହୁତ ବ୍ୟାପକତା ରହିଛି । ପଥ୍ରମଟି ହେଉଛି- ଡାଟା ଏବଂ ଦ୍ୱିତୀୟଟି ହେଉଛି ବୈଷୟିକ ଜ୍ଞାନ । ଏହି ଦୁଇଟି ଭାରତର ବିଜ୍ଞାନକୁ ନୂତନ ଶିଖରରେ ପହଞ୍ଚାଇବାର ଶକ୍ତି ରଖିଛି । ଡାଟା ବିଶ୍ଳେଷଣର କ୍ଷେତ୍ର, ଦ୍ରୁତ ଗତିରେ ଆଗକୁ ବଢ଼ୁଛି । ଏହା ସୂଚନାକୁ ଇନସାଇଟରେ ଏବଂ ବିଶ୍ଳେଷଣକୁ କାର୍ଯ୍ୟକଳାପର ଜ୍ଞାନରେ ବଦଳାଇବାରେ ସାହାଯ୍ୟ କରିଥାଏ । ହୁଏତ ପାରମ୍ପରିକ ଜ୍ଞାନ ହେଉ କିମ୍ବା ଆଧୁନିକ ବୈଷୟିକ ଜ୍ଞାନ, ଏହି ଦୁଇଟି ହିଁ ବୈଜ୍ଞାନିକ ଅନ୍ୱେଷଣରେ ସାହାଯ୍ୟକାରୀ ସାବ୍ୟସ୍ତ ହୋଇଥାଏ । ଆଉ ଏଥିପାଇଁ ଆମକୁ ଆମର ବୈଜ୍ଞାନିକ ପ୍ରକ୍ରିୟାକୁ ଆହୁରି ଅଧିକ ସୁଦୃଢ଼ କରିବା ପାଇଁ ଭିନ୍ନ- ଭିନ୍ନ ପ୍ରକାରର କୌଶଳ ପ୍ରତି ଖୋଜିବାର ବା ଅନ୍ୱେଷଣ କରିବାର ପ୍ରବୃତ୍ତିକୁ ବିକଶିତ କରିବାକୁ ହେବ ।

ସାଥୀଗଣ,

ଆଜିର ଭାରତ ଯେଉଁ ବୈଜ୍ଞାନିକ ଅଭିବ୍ୟକ୍ତି ଦ୍ୱାରା ଆଗକୁ ବଢ଼ୁଛି, ଆମେ ତାହାର ପରିଣାମ ମଧ୍ୟ ଦେଖୁଛୁ । ବିଜ୍ଞାନ କ୍ଷେତ୍ରରେ ଭାରତ ଦ୍ରୁତ ଗତିରେ ବିଶ୍ୱର ସର୍ବବୃହତ ଦେଶରେ ସାମିଲ ହେଉଛି । 2015 ପର୍ଯ୍ୟନ୍ତ ଆମେ 130 ଦେଶର ବୈଶ୍ୱିକ ନବସୃଜନ ସୂଚକାଙ୍କରେ 81ତମ ସ୍ଥାନରେ ରହିଥିଲେ । କିନ୍ତୁ, 2022ରେ ଆମେ ଲମ୍ଫ ପ୍ରଦାନ କରି 40ତମ ସ୍ଥାନରେ ପହଞ୍ଚି ଯାଇଛୁ । ଆଜି ଭାରତ, ପିଏଚଡି ସମ୍ପର୍କିତ କ୍ଷେତ୍ରରେ ବିଶ୍ୱରେ ତୃତୀୟ ସର୍ବଶ୍ରେଷ୍ଠ ଦେଶମାନଙ୍କ ମଧ୍ୟରେ ରହିଛି । ଆଜି ଭାରତ ଷ୍ଟାର୍ଟ ଅପ୍ ଇକୋସିଷ୍ଟମ କ୍ଷେତ୍ରରେ ବିଶ୍ୱର ତୃତୀୟ ସର୍ବଶ୍ରେଷ୍ଠ ଦେଶମାନଙ୍କ ମଧ୍ୟରେ ରହିଛି ।

ସାଥୀଗଣ,

ମୁଁ ଖୁସି ଅନୁଭବ କରୁଛି ଯେ, ଚଳିତ ଥର ଭାରତୀୟ ବିଜ୍ଞାନ କଂଗ୍ରେସର ଥିମ୍ ମଧ୍ୟ ହେଉଛି ଏପରି ଏକ ବିଷୟ, ଯେଉଁ ବିଷୟରେ ବିଶ୍ୱର ସବୁଠାରେ ସବୁଠାରୁ ଅଧିକ ଚର୍ଚ୍ଚା ହେଉଛି । ବିଶ୍ୱର ଭବିଷ୍ୟତ ନିରନ୍ତର ବିକାଶ ସହିତ ସୁରକ୍ଷିତ ରହିଛି । ଆପଣ ନିରନ୍ତର ବିକାଶର ବିଷୟକୁ ନାରୀ ସଶକ୍ତିକରଣ ସହିତ ଯୋଡ଼ିଛନ୍ତି । ମୁଁ ମାନୁଛି ଯେ, ବ୍ୟବହାରିକ ରୂପରେ ମଧ୍ୟ ଏହି ଦୁଇଜଣ ପରସ୍ପର ସହିତ ଯୋଡ଼ି ହୋଇ ରହିଛନ୍ତି । ଆଜି ଦେଶର ଚିନ୍ତାଧାରା କେବଳ ଏହା ନୁହେଁ ଯେ ଆମେ ବିଜ୍ଞାନ ମାଧ୍ୟମରେ ମହିଳା ସଶକ୍ତିକରଣ କରିବା  । ବରଂ ଆମେ ମହିଳାମାନଙ୍କର ଭାଗିଦାରୀ ଦ୍ୱାରା ଆମ ବିଜ୍ଞାନକୁ ମଧ୍ୟ ସଶକ୍ତିକରଣ କରିବା, ବିଜ୍ଞାନ ଏବଂ ଗବେଷଣାକୁ ନୂତନ ଗତି ଦେବା, ଏହା ହେଉଛି ଆମର ଲକ୍ଷ୍ୟ । ଏବେ ଭାରତକୁ ଜି-20 ସମୂହର ଅଧ୍ୟକ୍ଷତାର ଦାୟିତ୍ୱ ମିଳିଛି । ଜି-20ର ପ୍ରମୁଖ ବିଷୟଗୁଡ଼ିକରେ ମଧ୍ୟ ମହିଳା କୈନ୍ଦ୍ରିକ ବିକାଶ ହେଉଛି ଏକ ବଡ଼ ପ୍ରାଥମିକତାର ବିଷୟ । ବିଗତ 8 ବର୍ଷରେ ଭାରତ ପ୍ରଶାସନ ଠାରୁ ନେଇ ସମାଜ ଏବଂ ଅର୍ଥ ବ୍ୟବସ୍ଥା ପର୍ଯ୍ୟନ୍ତ, ଏହି ଦିଗରେ ଅନେକ ଏଭଳି ଅସାଧାରଣ କାର୍ଯ୍ୟ କରିଛି, ଆଜି ଯାହାର ଚର୍ଚ୍ଚା ହେଉଛି, ଆଜି ଭାରତରେ ମୁଦ୍ରା ଯୋଜନା ଜରିଆରେ ଲଘୁ ଉଦ୍ୟୋଗ ଏବଂ ବ୍ୟବସାୟରେ ଭାଗିଦାରୀ ହେଉ ଅବା ଷ୍ଟାଟ ଅପ୍ ବିଶ୍ୱରେ ନେତୃତ୍ୱ, ମହିଳାମାନେ ପ୍ରତ୍ୟେକ ସ୍ଥାନରେ ନିଜର ଦକ୍ଷତା ପ୍ରତିପାଦିତ କରିଛନ୍ତି । ବିଗତ 8 ବର୍ଷରେ ବାହ୍ୟ ଅନୁସନ୍ଧାନ ଓ ଗବେଷଣା ଏବଂ ବିକାଶରେ ମହିଳାମାନଙ୍କର ଭାଗିଦାରୀ ଦୁଇ ଗୁଣା ହୋଇଛି । ମହିଳାମାନଙ୍କର ଏହି ବୃଦ୍ଧି ପାଉଥିବା ଭାଗିଦାରୀ ଏହି କଥାର ପ୍ରମାଣ ହେଉଛି ଯେ ସମାଜ ମଧ୍ୟ ଆଗକୁ ବଢ଼ୁଛି ଆଉ ଦେଶରେ ବିଜ୍ଞାନ ମଧ୍ୟ ଆଗକୁ ବଢ଼ୁଛି ।

ସାଥୀଗଣ,

କୌଣସି ମଧ୍ୟ ବୈଜ୍ଞାନିକଙ୍କ ପାଇଁ ଏହା  ବାସ୍ତବ ଆହ୍ୱାନ ହୋଇଥାଏ ଯେ ସେ ନିଜ ଜ୍ଞାନକୁ ଏଭଳି ପ୍ରୟୋଗରେ ପରିବର୍ତ୍ତିତ କରନ୍ତୁ ଯାହାଦ୍ୱାରା ବିଶ୍ୱକୁ ସହାୟତା ମିଳିପାରୁ । ଯେତେବେଳେ ବୈଜ୍ଞାନିକ ନିଜର ପ୍ରୟୋଗ ସହିତ ବ୍ୟସ୍ତ ଥାଆନ୍ତି, ସେତେବେଳେ ତାଙ୍କ ମନରେ ଏହି ପ୍ରଶ୍ନ ରହିଥାଏ ଯେ କ’ଣ ଏହାଦ୍ୱାରା ଲୋକଙ୍କର ଜୀବନ ଉନ୍ନତ ହେବ? ଅବା ତାଙ୍କ ଅନୁସନ୍ଧାନ ଦ୍ୱାରା ବିଶ୍ୱର ଆବଶ୍ୟକତା ପୂରଣ ହେବ? ବିଜ୍ଞାନର ପ୍ରୟାସ, ବଡ଼ ସଫଳତାରେ ସେତେବେଳେ ବଦଳି ଯାଇଥାଏ- ଯେତେବେଳେ ତାହା ବିଜ୍ଞାନାଗାରରୁ ବାହାରି ବାସ୍ତବ କ୍ଷେତ୍ରରେ ପହଞ୍ଚିଥାଏ, ଯେତେବେଳେ ତାହାର ପ୍ରଭାବ ବୈଶ୍ୱିକ ସ୍ତରରୁ ବାହାରି ତୃଣମୂଳ ପର୍ଯ୍ୟନ୍ତ ପହଞ୍ଚିଥାଏ, ଯେତେବେଳେ ତାହାର ବିସ୍ତାର ଜର୍ଣ୍ଣାଲରୁ ବାହାରି ମାଟିରେ ପହଞ୍ଚିଥାଏ, ଯେତେବେଳେ ସେଥିରେ ପରିବର୍ତ୍ତନ ଗବେଷଣାରୁ ବାହାରି ବାସ୍ତବ ଜୀବନରେ ଦେଖିବାକୁ ମିଳିଥାଏ ।

ସାଥୀଗଣ,

ଯେତେବେଳେ ବିଜ୍ଞାନର ବଡ଼- ବଡ଼ ସଫଳତାଗୁଡ଼ିକର ପରୀକ୍ଷଣ ଠାରୁ ନେଇ ଲୋକଙ୍କ ଅଭିଜ୍ଞତା ପର୍ଯ୍ୟନ୍ତ ଯାତ୍ରା ସ୍ଥିର କରିଥାଏ, ସେତେବେଳେ ଏହାଦ୍ୱାରା ଏକ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ଯାଇଥାଏ । ଏହି କଥା ଯୁବକମାନଙ୍କୁ ବହୁତ ପ୍ରଭାବିତ କରିଥାଏ । ସେମାନେ ଚିନ୍ତା କରିଥାଆନ୍ତି ଯେ ବିଜ୍ଞାନ ମାଧ୍ୟମରେ ସେମାନେ ସମଗ୍ର ଦୁନିଆକୁ ପ୍ରଭାବିତ କରି ପାରିବେ । ଏଭଳି ଯୁବକମାନଙ୍କୁ ଆଗକୁ ଅଗ୍ରସର କରାଇବା ପାଇଁ ସାଙ୍ଗଠନିକ କାର୍ଯ୍ୟଖସଡ଼ା ବିକଶିତ କରନ୍ତୁ, ଯାହା ଯୁବ ପ୍ରତିଭାମାନଙ୍କୁ ଆକର୍ଷିତ କରିବ ଏବଂ ସେମାନଙ୍କୁ ଆଗକୁ ବଢ଼ିବା ପାଇଁ ସୁଯୋଗ ଦେବ । ଉଦାହରଣ ପାଇଁ, ପ୍ରତିଭା ଅନ୍ୱେଷଣ ଏବଂ ହାକାଥନର ଆୟୋଜନ ଜରିଆରେ ବୈଜ୍ଞାନିକ ଚିନ୍ତାଧାରା ରଖୁଥିବା ପିଲାମାନଙ୍କୁ ଖୋଜା ଯାଇ ପାରିବ । ଏହାପରେ ସେହି ପିଲାମାନଙ୍କ ଚିନ୍ତାଧାରାକୁ ବୁଝି ଏକ ସଠିକ ରୋଡ଼ମ୍ୟାପ ମାଧ୍ୟମରେ ବିକଶିତ କରାଯାଇ ପାରିବ । ଏଥିରେ ବରିଷ୍ଠ ବୈଜ୍ଞାନିକ ସେମାନେ ମଧ୍ୟ ସହାୟତା କରି ପାରିବେ । ଆଜି ଆମେ ଦେଖିପାରୁଛେ ଯେ କ୍ରୀଡ଼ାରେ ଭାରତ ନୂତନ ଶୀଖର ଛୁଇଁ ପାରୁଛି । ଏହା ପଛରେ ଦୁଇଟି ଗୁରୁତ୍ୱପୂର୍ଣ୍ଣ କାରଣ ରହିଛି । ପ୍ରଥମଟି ହେଉଛି କ୍ରୀଡ଼ା ପ୍ରତିଭାକୁ ବିକଶିତ କରିବା ପାଇଁ ଦେଶରେ ଆନୁଷ୍ଠାନିକ କାର୍ଯ୍ୟଖସଡ଼ାକୁ ସୁଦୃଢ଼ କରାଗଲା । ଦ୍ୱିତୀୟରେ କ୍ରୀଡ଼ାରେ ଗୁରୁ- ଶିଷ୍ୟ ପରମ୍ପରାର ଅସ୍ତିତ୍ୱ ଏବଂ ପ୍ରଭାବ । ଯେପରି ନୂତନ ପ୍ରତିଭାକୁ ଚିହ୍ନଟ କରି ସେମାନଙ୍କୁ ଆଗକୁ ଅଗ୍ରସର କରାଗଲା । ସେହିପରି ଶିଷ୍ୟର ସଫଳତାରେ ଗୁରୁ ନିଜର ସଫଳତାକୁ ଦେଖିଥାଆନ୍ତି । ଏହି ପରମ୍ପରା ବିଜ୍ଞାନ କ୍ଷେତ୍ରରେ ମଧ୍ୟ ସଫଳତାର ମନ୍ତ୍ର ହୋଇ ପାରିବ ।

ସାଥୀଗଣ,

ଆଜି ଆପଣମାନଙ୍କ ସମ୍ମୁଖରେ କିଛି ଏଭଳି ବିଷୟ ମଧ୍ୟ ରଖିବାକୁ ଚାହୁଁଛି, ଯାହା ଭାରତର ବିଜ୍ଞାନର ମାର୍ଗ ସ୍ଥିର କରିବାରେ ସହାୟତା କରିବ । ଭାରତର ଆବଶ୍ୟକତା ପୂରଣ ପାଇଁ, ଭାରତରେ ବିଜ୍ଞାନର ବିକାଶ, ଏହା ଆମର ବୈଜ୍ଞାନିକ ସମୁଦାୟଙ୍କ ମୂଳ ପ୍ରେରଣା ହେବା ଉଚିତ । ଭାରତରେ ବିଜ୍ଞାନ, ଭାରତକୁ ଆତ୍ମନିର୍ଭର କରିବା ଭଳି ହେବା ଉଚିତ । ଆମକୁ ଏହା ମଧ୍ୟ ଧ୍ୟାନ ରଖିବାର ଅଛି ଯେ ଆଜି ବିଶ୍ୱର 17-18 ପ୍ରତିଶତ ଜନସଂଖ୍ୟା ଭାରତରେ ରହିଛି, ଏଭଳି ବୈଜ୍ଞାନିକ କାର୍ଯ୍ୟ, ଯେଉଁଥିରେ ଭାରତର ଆବଶ୍ୟକତା ପୂରଣ ହେବ, ସେଥିରେ ବିଶ୍ୱର 17-18 ପ୍ରତିଶତ ମାନବ ସମ୍ବଳକୁ ଗତି ମିଳିବ । ଆଉ ଏହାର ପ୍ରଭାବ ସମ୍ପୂର୍ଣ୍ଣ ମାନବ ଜାତି ଉପରେ ପଡ଼ିବ । ଏଥିପାଇଁ, ଆମେ ଏଭଳି ବିଷୟ ଉପରେ କାର୍ଯ୍ୟ କରିବା ଯାହା ଆଜି ସମଗ୍ର ମାନବ ସମାଜ ପାଇଁ ଆବଶ୍ୟକ ରହିଛି । ଉଦାହରଣ ସ୍ୱରୂପ ଯଦି ଆମେ ଆଜି ଏକ ବିଷୟ ନେବା- ଶକ୍ତି । ବୃଦ୍ଧି ପାଉଥିବା ଭାରତର ଶକ୍ତି ଆବଶ୍ୟକତା କ୍ରମାଗତ ଭାବେ ବଢ଼ି ଚାଲିବ । ଏଭଳି ସ୍ଥିତିରେ ଭାରତର ବୈଜ୍ଞାନିକ ସମୁଦାୟ ଯଦି ଶକ୍ତି ଆବଶ୍ୟକତା ସହିତ ଜଡ଼ିତ ନବସୃଜନ କରନ୍ତି, ତେବେ ତାହାଦ୍ୱାରା ଦେଶର ବହୁତ ବଡ଼ କଲ୍ୟାଣ ହେବ । ବିଶେଷ କରି ହାଇଡ଼୍ରୋଜେନ ଶକ୍ତିର ଅପାର ସମ୍ଭାବନା ପାଇଁ, ଦେଶ ଜାତୀୟ ହାଇଡ୍ରୋଜେନ ମିଶନ ଉପରେ କାର୍ଯ୍ୟ କରୁଛି । ଏହାକୁ ସଫଳ କରିବା ପାଇଁ ଇଲୋକ୍ଟ୍ରୋଲାଇଜର ଭଳି ଜରୁରୀ ଉପକରଣର ଆବଶ୍ୟକତା ରହିଛି ଯାହା ଦେଶରେ ପ୍ରସ୍ତୁତ ହେଉ । ଏହି ଦିଗରେ ଯଦି କେଉଁଠି କିଛି ସମ୍ଭାବନା ରହିଛି, ତେବେ ସେହି ଦିଗରେ ମଧ୍ୟ ଗବେଷଣା ହେଉ, ଆମର ବୈଜ୍ଞାନିକମାନଙ୍କୁ ଆଉ ଉଦ୍ୟୋଗକୁ ଏଥିପାଇଁ ଏକାଠି ହୋଇ କାର୍ଯ୍ୟ କରିବାକୁ ହେବ ।

ସାଥୀଗଣ,

ଆଜି ଆମେ ଏକ ଏଭଳି ସମୟରେ ଜୀଉଁଛେ, ଯେତେବେଳେ ମାନବ ସମାଜ ଉପରେ ନୂଆ- ନୂଆ ରୋଗର ସଙ୍କଟ ଘନେଇବାରେ ଲାଗିଛି । ଆମକୁ ନୂଆ ଟିକା ପ୍ରସ୍ତୁତ କରିବା ପାଇଁ ଗବେଷଣା ଏବଂ ଉନ୍ନୟନକୁ ପ୍ରୋତ୍ସାହନ ଦେବାକୁ ହେବ । ଯେପରି ଆଜି ଆମେ ବନ୍ୟା ଅବା ଭୂକମ୍ପ ଭଳି ବିପର୍ଯ୍ୟୟର ମୁକାବିଲା କରିବା ପାଇଁ ପୂର୍ବରୁ ପ୍ରସ୍ତୁତ ରହୁଛେ । ସେହିଭଳି ଆମକୁ ସମନ୍ୱିତ ନିରୀକ୍ଷଣ (ସର୍ଭିଲାନ୍ସ) ମାଧ୍ୟମରେ ସମୟ ଥାଉ-ଥାଉ ରୋଗର ଚିହ୍ନଟ କରିବାକୁ ହେବ ଆଉ ତାହାର ମୁକାବିଲା ପାଇଁ ଉପାୟ ବାହାର କରିବାକୁ ହେବ । ଏହି ଲକ୍ଷ୍ୟକୁ ହାସଲ କରିବା ପାଇଁ ଭିନ୍ନ- ଭିନ୍ନ ମନ୍ତ୍ରଣାଳୟକୁ ମିଳିମିଶି କାର୍ଯ୍ୟ କରିବାକୁ ହେବ । ଲାଇଫ୍ ଅର୍ଥାତ ପର୍ଯ୍ୟାବରଣ ପାଇଁ ଜୀବନଶୈଳୀ ବିଷୟରେ ମଧ୍ୟ ମୋର ସାଥୀ, ଆପଣମାନେ ଭଲ ଭାବେ ଜାଣିଛନ୍ତି । ଆମର ବୈଜ୍ଞାନିକ ସମୁଦାୟ ଏହି ଦିଗରେ ବଡ଼ ସହାୟତା କରିପାରିବେ ।

ସାଥୀଗଣ,

ଭାରତର ଆହ୍ୱାନରେ ମିଳିତ ଜାତିସଂଘ ଚଳିତ ବର୍ଷ ଅର୍ଥାତ 2023କୁ ଆନ୍ତର୍ଜାତୀୟ ମିଲେଟ ବର୍ଷ ଭାବେ ଘୋଷଣା କରିଛି । ଏହା ପ୍ରତ୍ୟେକ ଭାରତବାସୀଙ୍କ ପାଇଁ ହେଉଛି ଗୌରବର କଥା । ଭାରତର ମିଲେଟସ୍ ଏବଂ ଏହାର ବ୍ୟବହାରକୁ ଅଧିକ ଉନ୍ନତ କରିବା ଲାଗି କାର୍ଯ୍ୟ କରାଯାଇ ପାରିବ । ବୈଜ୍ଞାନିକ ସମୁଦାୟ ଦ୍ୱାରା ବାୟୋଟେକ୍ନୋଲୋଜି ସହାୟତାରେ ଅମଳ ପରବର୍ତ୍ତୀ କ୍ଷତିକୁ ହ୍ରାସ କରିବା ଦିଗରେ ପ୍ରଭାବଶାଳୀ ପଦକ୍ଷେପ ନିଆଯାଇ ପାରିବ ।

ସାଥୀଗଣ,

ଆଜି ବର୍ଜ୍ୟ ପରିଚାଳନା କ୍ଷେତ୍ରରେ ମଧ୍ୟ ବୈଜ୍ଞାନିକ ଗବେଷଣାର ଅପାର ସମ୍ଭାବନା ରହିଛି । ପୌର ସଂସ୍ଥାର କଠିନ ବର୍ଜ୍ୟ, ଇଲୋକଟ୍ରେନିକ୍ସ ବର୍ଜ୍ୟ, ବାୟୋ ମେଡିକାଲ ବର୍ଜ୍ୟ, କୃଷିଜାତ ବର୍ଜ୍ୟ ହେଉଛି ଏଭଳି ଏକ କ୍ଷେତ୍ର ଯାହାର କ୍ରମାଗତ ବିସ୍ତାର ହେଉଛି । ଏଥିପାଇଁ ହିଁ ଗତବର୍ଷ ବଜେଟରେ ସରକାର ସର୍କୁଲାର ଅର୍ଥନୀତି ଉପରେ ବହୁତ ଗୁରୁତ୍ୱ ଦେଇଥିଲେ । ଏବେ ଆମକୁ ମିଶନ ସର୍କୁଲାର ଅର୍ଥନୀତିକୁ ଆହୁରି ସୁଦୃଢ଼ କରିବାକୁ ହେବ । ଏଥିପାଇଁ ଆମକୁ ଏଭଳି ନବସୃଜନ ଉପରେ କାର୍ଯ୍ୟ କରିବାକୁ ହେବ, ଯାହାଦ୍ୱାରା ଧାତୁ ଏବଂ ପ୍ଲାଷ୍ଟିକ ସ୍କ୍ରାପର ଉପଯୋଗ ଉନ୍ନତ ଢ଼ଙ୍ଗରେ ହୋଇ ପାରିବ । ଆମକୁ ପ୍ରଦୂଷଣ ହ୍ରାସ କରିବା ଏବଂ ସ୍କ୍ରାପ ଉପଯୋଗୀ କରିବା ଉପରେ ଏକା ସାଙ୍ଗରେ କାର୍ଯ୍ୟ କରିବାକୁ ହେବ ।

ସାଥୀଗଣ,

ଆଜି ଭାରତ ମହାକାଶ କ୍ଷେତ୍ରରେ ମଧ୍ୟ ନୂତନ ଶିଖରକୁ ଛୁଉଁଛି । କମ୍ ଖର୍ଚ୍ଚରେ ଉପଗ୍ରହ ପ୍ରେରଣ ଯାନ ଯୋଗୁଁ ଆମର କ୍ଷମତା ବୃଦ୍ଧି ପାଇବ ଏବଂ ବିଶ୍ୱ ଆମର ସେବା ନେବା ପାଇଁ ଆଗକୁ ଆଗେଇ ଆସିବ । ନିଜସ୍ୱ କମ୍ପାନୀ ଏବଂ ଷ୍ଟାଟ ଅପ୍ସ ଏହି ସୁଯୋଗର ଲାଭ ଉଠାଇ ପାରିବ । ଆର୍ ଆଣ୍ଡ ଡି ଗବେଷଣାଗାର ଏବଂ ଶୈକ୍ଷିକ ପ୍ରତିଷ୍ଠାନ ସହିତ ମିଶି ଷ୍ଟାର୍ଟଅପ୍ସକୁ ଆଗକୁ ବଢ଼ାଇବାର ଦିଗ ମିଳି ପାରିବ । ଏହିପରି ଆଉ ଏକ ବିଷୟ ହେଉଛି କ୍ୱାଣ୍ଟମ୍ କମ୍ପ୍ୟୁଟିଙ୍ଗ । ଆଜି ଭାରତ କ୍ୱାଣ୍ଟମ୍ ଫ୍ରଣ୍ଟିୟର ଭାବେ ସାରା ବିଶ୍ୱରେ ନିଜର ପରିଚୟ ସୃଷ୍ଟି କରି ପାରିବ । କ୍ୱାଣ୍ଟମ୍ କମ୍ପ୍ୟୁଟର୍ସ, କ୍ୱାଣ୍ଟମ୍ କେମେଷ୍ଟ୍ରି, କ୍ୱାଣ୍ଟମ୍ କମ୍ୟୁନିକେସନ୍, କ୍ୱାଣ୍ଟମ୍ ସେନ୍ସର୍ସ, କ୍ୱାଣ୍ଟମ୍ ଫଟୋଗ୍ରାଫି ଏବଂ ନ୍ୟୁ ମ୍ୟାଟେରିୟାଲ୍ସ ଦିଗରେ ଭାରତ ଦ୍ରୁତ ଗତିରେ ଆଗକୁ ଅଗ୍ରସର ହେଉଛି । ମୁଁ ଚାହିଁବି ଯେ ଆମର ଯୁବ ଗବେଷକ ଏବଂ ବୈଜ୍ଞାନିକ କ୍ୱାଣ୍ଟମ୍ କ୍ଷେତ୍ରରେ ପାରଦର୍ଶିତା ହାସଲ କରନ୍ତୁ ଆଉ ଏହି କ୍ଷେତ୍ରର ନେତୃତ୍ୱ ନିଅନ୍ତୁ ।

ସାଥୀଗଣ,

ଆପଣମାନେ ମଧ୍ୟ ଜାଣନ୍ତି ଯେ ବିଜ୍ଞାନରେ ସେହି ନେତୃତ୍ୱ ନେଇଥାଏ, ଯିଏ ନୂତନ ପଦକ୍ଷେପ ନେଇଥାଏ । ଏଥିପାଇଁ, ବିଶ୍ୱରେ କ’ଣ ଚାଲିଛି, ଆମକୁ ଏହା ଦେଖିବାର ଅଛି, କିନ୍ତୁ ଏହା ସହିତ ଯେଉଁ କାର୍ଯ୍ୟ କେଉଁଠାରେ ମଧ୍ୟ ହେଉ ନାହିଁ, ଯେଉଁ ଭବିଷ୍ୟତ ଆଧାରିତ ଚିନ୍ତାଧାରା ରହିଛି, ତାହା ଉପରେ ମଧ୍ୟ ଦୃଷ୍ଟି ଦେବାର ଅଛି । ଆଜି ବିଶ୍ୱରେ ଏଆଇ, ଏଆର ଏବଂ ଭିଆରର କଥା ଆଲୋଚନା ହେଉଛି । ଆମକୁ ଏହି ସମସ୍ତ ବିଷୟକୁ ନିଜର ଅଗ୍ରାଧିକାର କ୍ଷେତ୍ରରେ ସାମିଲ କରି ରଖିବାକୁ ହେବ । ସେମିକଣ୍ଡକ୍ଟର ଚିପ୍ସ ଦିଗରେ ମଧ୍ୟ ଦେଶ ଅନେକ ବଡ଼ ପଦକ୍ଷେପ ଉଠାଉଛି । ସମୟ ସହିତ ସେମିକଣ୍ଡକ୍ଟର ଚିପ୍ସରେ ମଧ୍ୟ ନବସୃଜନର ଆବଶ୍ୟକତା ପଡ଼ିବ । ଆମେ କାହିଁକି ଦେଶର ସେମିକଣ୍ଡକ୍ଟର କ୍ଷେତ୍ରକୁ ଆଗକୁ ନ ବଢ଼ାଇବା ଏବଂ ଏବେଠାରୁ ଭବିଷ୍ୟତ ପାଇଁ ପ୍ରସ୍ତୁତ ରହିବା ଦିଗରେ ଚିନ୍ତା ନ କରିବା । ଦେଶ ଏହି ସମସ୍ତ କ୍ଷେତ୍ରରେ ଅନେକ ପଦକ୍ଷେପ ନେବ, ସେତେବେଳେ ଆମ ଉଦ୍ୟୋଗ 4.0ର ନେତୃତ୍ୱ ନେବାରେ ସକ୍ଷମ ହେବ ।

ସାଥୀଗଣ,

ମୋର ବିଶ୍ୱାସ ଯେ ଭାରତୀୟ ବିଜ୍ଞାନ କଂଗ୍ରେସର ଏହି ଅଧିବେଶନରେ ବିଭିନ୍ନ ରଚନାତ୍ମକ ବିନ୍ଦୁ ଉପରେ ଭବିଷ୍ୟତ ପାଇଁ ସ୍ପଷ୍ଟ ରୋଡ଼ ମ୍ୟାପ୍ ପ୍ରସ୍ତୁତ ହେବ । ଅମୃତକାଳରେ ଆମେ ଭାରତକୁ ଆଧୁନିକ ବିଜ୍ଞାନର ସର୍ବଶ୍ରେଷ୍ଠ ଅତ୍ୟାଧୁନିକ ଗବେଷଣାଗାର ଭାବେ ନିର୍ମାଣ କରିବା । ଏହି କାମନା ସହିତ, ଆପଣ ସମସ୍ତଙ୍କୁ ବହୁତ- ବହୁତ ଧନ୍ୟବାଦ ଏବଂ ଏହି ସମ୍ମିଳନୀ ପାଇଁ ମୋର ଅନେକ- ଅନେକ ଶୁଭକାମନା । ନମସ୍କାର ।                              

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
First multilingual Indian speech recognition model trained on 65 languages and dialects released

Media Coverage

First multilingual Indian speech recognition model trained on 65 languages and dialects released
NM on the go

Nm on the go

Always be the first to hear from the PM. Get the App Now!
...
President’s address on the eve of 80th Independence Day reflects the nation’s strength and inspires renewed determination for a Viksit Bharat: PM
August 14, 2026

Prime Minister Shri Narendra Modi today lauded the address delivered by President of India, Smt. Droupadi Murmu, on the eve of 80th Independence Day noting that it was motivating and thoughtful.

The Prime Minister observed that her thoughts reflect the strength of our nation and the aspirations of every Indian. He stated that her message inspires us all to work with renewed determination for a Viksit Bharat.

In a post on X, the Prime Minister shared:

"A motivating and thoughtful address by Rashtrapati Ji on the eve of Independence Day.

Her thoughts reflect the strength of our nation and the aspirations of every Indian.

Her message inspires us all to work with renewed determination for a Viksit Bharat.

@rashtrapatibhvn"