ନମସ୍କାର ବନ୍ଧୁଗଣ,

ଆଜି ବଜେଟ୍‌ ଅଧିବେଶନ ଆରମ୍ଭ ହେଉଛି। ମୁଁ ସମସ୍ତଙ୍କୁ ଏବଂ ସାରା ଦେଶର ସମସ୍ତ ଆଦରଣୀୟ ସାଂସଦମାନଙ୍କୁ ଏ ବଜେଟ୍‌ ଅଧିବେଶନରେ ସ୍ଵାଗତ କରୁଛି। ବର୍ତ୍ତମାନର ବିଶ୍ୱ ପରିସ୍ଥିତିରେ ଭାରତ ପାଇଁ ବ୍ୟାପକ ସୁଯୋଗ ରହିଛି। ଏହି ବଜେଟ୍‌ ଅଧିବେଶନରେ କେବଳ ଭାରତର ଆର୍ଥିକ ପ୍ରଗତି ନୁହେଁ, ଭାରତର ଟିକାକରଣ ଅଭିଯାନ ପ୍ରସଙ୍ଗ ଉପସ୍ଥାପିତ ହେବ। ଭାରତ ନିଜସ୍ଵ ଟିକା ବିକଶିତ କରି ସାରା ବିଶ୍ୱରେ ଏକ ବିଶ୍ୱାସ ସୃଷ୍ଟି କରିଛି।

ଏ ବଜେଟ୍‌ ଅଧିବେଶନରେ ଆମେ ସାଂସଦମାନେ କରୁଥିବା ଆଲୋଚନା, ବିତର୍କର ପ୍ରସଙ୍ଗ, ଖୋଲା ମନରେ ହୋଇଥିବା ଚର୍ଚ୍ଚା, ବିଶ୍ୱସ୍ତରୀୟ ପ୍ରଭାବର ଏକ ଗୁରୁତ୍ୱପୂର୍ଣ୍ଣ ଅବସର ହୋଇପାରିବ।

ମୁଁ ଆଶା କରୁଛି ଯେ ସମସ୍ତେ ଆଦରଣୀୟ ସାଂସଦ, ସମସ୍ତ ରାଜନୈତିକ ଦଳ ଖୋଲା ମନରେ, ଉନ୍ନତ ବିତର୍କ ମାଧ୍ୟମରେ ଦେଶକୁ ବିକାଶ ମାର୍ଗରେ ନେଇଯିବା ଏବଂ ପ୍ରଗତିକୁ ତ୍ୱରାନ୍ୱିତ କରିବାରେ ବିଶେଷ ସହାୟକ ହୋଇପାରିବେ।

ଏହା ସତ୍ୟ ଯେ ବାରମ୍ବାର ନିର୍ବାଚନ କାରଣରୁ ଅଧିବେଶନ ପ୍ରଭାବିତ ହେଉଛି, ଆଲୋଚନା ମଧ୍ୟ ପ୍ରଭାବିତ ହେଉଛି। କିନ୍ତୁ ମୁଁ ସମସ୍ତ ଆଦରଣୀୟ ସାଂସଦମାନଙ୍କୁ ନିବେଦନ କରୁଛି ଯେ ସେମାନେ ଏହି ବଜେଟ୍‌ ଅଧିବେଶନର ସଫଳତା ପାଇଁ ଯୋଗଦାନ ଦିଅନ୍ତୁ। ନିର୍ବାଚନ ନିଜର ଏକ ନିର୍ଦ୍ଦିଷ୍ଟ ପ୍ରକ୍ରିୟାରେ ଅନୁଷ୍ଠିତ ହେବ। କିନ୍ତୁ ଏହି ବଜେଟ୍‌ ଅଧିବେଶନରେ, ଆମେ ସଂସଦରେ ଏକ ପ୍ରକାର ସାରା ବର୍ଷ ପାଇଁ ଖସଡ଼ା ତିଆରି କରିବା। ସେଥିପାଇଁ ଏହି ଅଧିବେଶନ ଅତ୍ୟନ୍ତ ମହତ୍ୱପୂର୍ଣ୍ଣ। ଆମେ ସମ୍ପୂର୍ଣ୍ଣ ପ୍ରତିବଦ୍ଧତା ସହିତ ଏହି ବଜେଟ୍‌ ଅଧିବେଶନ ଯେପରି ଅଧିକ ଫଳପ୍ରଦ ହୋଇପାରିବ ସେଥିପ୍ରତି ଧ୍ୟାନ ଦେବା। ଆଗାମୀ ବର୍ଷରେ ଦେଶକୁ ନୂଆ ଆର୍ଥିକ ଉଚ୍ଚତାକୁ ନେବା ଲାଗି ଏହା କିପରି ଏକ ବଡ଼ ଅବସର ହେବ ସେଥିପାଇଁ ଆମେ ସମସ୍ତେ ଚେଷ୍ଟା କରିବା।

ଏହି ଅଧିବେଶନରେ ମୁକ୍ତ, ମନଯୋଗ ସହକାରେ ଆଲୋଚନା ହେଉ, ମାନବୀୟ ସମ୍ବେଦନଶୀଳତା ସହିତ ଭଲ ଉଦ୍ଦେଶ୍ୟ ନେଇ ବିତର୍କ ହେଉ ବୋଲି ମୁଁ ଆଶା କରୁଛି। ଆପଣମାନଙ୍କୁ ଅନେକ ଅନେକ ଧନ୍ୟବାଦ।

 

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Railways to operate over 300 special trains for Jagannath Rath Yatra, 100 for Onam: Ashwini Vaishnaw

Media Coverage

Railways to operate over 300 special trains for Jagannath Rath Yatra, 100 for Onam: Ashwini Vaishnaw
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଜୁଲାଇ 7, 2026
July 07, 2026

PM Modi Elevating India’s Global Standing Through Diplomacy and Development