ବନ୍ଦେ ଭାରତ, ନମୋ ଭାରତ ଏବଂ ଅମୃତ ଭାରତ ଭଳି ଟ୍ରେନଗୁଡ଼ିକ ଭାରତୀୟ ରେଳବାଇର ପରବର୍ତ୍ତୀ ପିଢ଼ିର ମୂଳଦୁଆ ସ୍ଥାପନ କରୁଛି: ପ୍ରଧାନମନ୍ତ୍ରୀ
ବିକଶିତ ଭାରତ ପାଇଁ ସମ୍ବଳ ବୃଦ୍ଧି କରିବା ନିମନ୍ତେ ଏକ ମିଶନ ଆରମ୍ଭ ହୋଇଛି ଏବଂ ଏହି ଟ୍ରେନଗୁଡ଼ିକ ସେହି ଯାତ୍ରାରେ ମାଇଲଖୁଣ୍ଟ: ପ୍ରଧାନମନ୍ତ୍ରୀ
ପବିତ୍ର ତୀର୍ଥସ୍ଥଳଗୁଡ଼ିକୁ ଏବେ ବନ୍ଦେ ଭାରତ ନେଟୱାର୍କ ମାଧ୍ୟମରେ ସଂଯୋଗ କରାଯାଉଛି, ଯାହା ଭାରତର ସଂସ୍କୃତି, ବିଶ୍ୱାସ ଏବଂ ବିକାଶ ଯାତ୍ରାର ସମନ୍ୱୟକୁ ଚିହ୍ନିତ କରୁଛି; ଏହା ଐତିହ୍ୟ ସହରଗୁଡ଼ିକୁ ଜାତୀୟ ପ୍ରଗତିର ପ୍ରତୀକରେ ପରିଣତ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ: ପ୍ରଧାନମନ୍ତ୍ରୀ

ହର ହର ମହାଦେବ!

ନମ ପାର୍ବତୀ ପତୟେ!

ହର ହର ମହାଦେବ!

ଉତ୍ତର ପ୍ରଦେଶର କର୍ମଠ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଜୀ, କେନ୍ଦ୍ର ମନ୍ତ୍ରିମଣ୍ଡଳରେ ମୋର ସାଥୀ ତଥା ବିକଶିତ ଭାରତର ମଜବୁତ୍ ଭିତ୍ତି ରଖିବା ପାଇଁ ଯେଉଁ ଟେକ୍ନୋଲୋଜି କ୍ଷେତ୍ରରେ ଆଜି ଉତ୍ତମ କାର୍ଯ୍ୟ ହେଉଛି, ତାହାର ନେତୃତ୍ୱ ନେଉଥିବା ଅଶ୍ୱିନୀ ବୈଷ୍ଣବ ଜୀ, ଟେକ୍ନୋଲୋଜି ଜରିଆରେ ଆମ ସହିତ ଏର୍ଣ୍ଣାକୁଲମରୁ ଏହି କାର୍ଯ୍ୟକ୍ରମରେ ଯୋଡ଼ି ହୋଇଥିବା କେରଳର ରାଜ୍ୟପାଳ ଶ୍ରୀ ରାଜେନ୍ଦ୍ର ଆର୍ଲେକର ଜୀ, କେନ୍ଦ୍ରରେ ମୋର ସାଥୀ ସୁରେଶ ଗୋପୀ ଜୀ ଏବଂ ଜର୍ଜ କୁରିଏନ ଜୀ, କେରଳରେ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଅନ୍ୟ ସମସ୍ତ ମନ୍ତ୍ରୀ, ଜନପ୍ରତିନିଧିଗଣ, ଫିରୋଜପୁରରୁ ଯୋଡ଼ି ହୋଇଥିବା କେନ୍ଦ୍ରରେ ମୋର ସାଥୀ, ପଞ୍ଜାବର ନେତା ରବନୀତ ସିଂ ବିଟ୍ଟୁ ଜୀ, ସେଠାରେ ଉପସ୍ଥିତ ସମସ୍ତ ଜନପ୍ରତିନିଧି, ଲକ୍ଷ୍ନୌରୁ ଯୋଡ଼ି ହୋଇଥିବା ଉପମୁଖ୍ୟମନ୍ତ୍ରୀ ବ୍ରଜେଶ ପାଠକ ଜୀ, ଅନ୍ୟ ମହାନୁଭବ ଏବଂ ଏଠାରେ ଉପସ୍ଥିତ କାଶୀର ମୋର ପରିବାରଜନ ।

 

ବାବା ବିଶ୍ୱନାଥଙ୍କ ଏହି ପବିତ୍ର ନଗରୀରେ, ଆପଣ ସମସ୍ତଙ୍କୁ, କାଶୀର ସମସ୍ତ ପରିବାରଜନଙ୍କୁ ମୋର ପ୍ରଣାମ! ଦେବ ଦୀପାବଳି ଅବସରରେ ହୋଇଥିବା ଭବ୍ୟ ଉତ୍ସବକୁ ମୁଁ ଦେଖିଛି, ଆଜି ମଧ୍ୟ ଏକ ପବିତ୍ର ଦିନ । ଆଜିର ଏହି ବିକାଶ ପର୍ବରେ ମୁଁ ସମସ୍ତଙ୍କୁ ମୋର ଶୁଭକାମନା ଜଣାଉଛି!

ବନ୍ଧୁଗଣ,

ବିଶ୍ୱବ୍ୟାପୀ ବିକଶିତ ଦେଶ ଗୁଡ଼ିକରେ, ସେମାନଙ୍କ ଆର୍ଥିକ ବିକାଶ ପଛରେ ବହୁତ ବଡ଼ କାରଣ ଦୃଢ଼ ଭିତ୍ତିଭୂମି । ବହୁତ ବଡ଼ ବିକାଶ ଓ ଅଭିବୃଦ୍ଧି ହାସଲ କରିଥିବା ଦେଶ ଗୁଡ଼ିକରେ ସେମାନଙ୍କ ବିକାଶ ପଛରେ ବଡ଼ କାରଣ ଭିତ୍ତିଭୂମିର ବିକାଶ । ଉଦାହରଣ ସ୍ୱରୂପ, ଭାବନ୍ତୁ ଗୋଟିଏ ଅଞ୍ଚଳ ଯେଉଁଠି ଦୀର୍ଘ ବର୍ଷ ଧରି ରେଳ ଲାଇନ ନଥିଲା, ଟ୍ରାକ ନଥିଲା, ଟ୍ରେନ ନଥିଲା, ଷ୍ଟେସନ ନଥିଲା । କିନ୍ତୁ ଯେତେବେଳେ ଟ୍ରାକ୍ ବିଛା ହୋଇଗଲା ଏବଂ ଗୋଟିଏ ଷ୍ଟେସନ ନିର୍ମାଣ ହୋଇଗଲା, ସ୍ୱୟଂ ଭାବେ ସହରର ବିକାଶ ଆରମ୍ଭ ହୋଇଗଲା । ଏକ ଗ୍ରାମ ଯେଉଁଠି ଦୀର୍ଘ ବର୍ଷ ଧରି ଭଲ ରାସ୍ତା ନଥିଲା ଏବଂ ଲୋକମାନେ ବାହାରକୁ ଯିବାକୁ କାଦୁଅ ରାସ୍ତା ବ୍ୟବହାର କରୁଥିଲେ, କିନ୍ତୁ ଥରେ ରାସ୍ତା ନିର୍ମାଣ ହେବା ମାତ୍ରେ, କୃଷକମାନେ ସହଜରେ ବାହାରକୁ ଗଲେ ଏବଂ ସେମାନଙ୍କ ଉତ୍ପାଦିତ ସାମଗ୍ରୀ ବଜାରରେ ପହଞ୍ଚିବା ଆରମ୍ଭ ହୋଇଗଲା । ଇନଫ୍ରାଷ୍ଟ୍ରକ୍ଚରର ଅର୍ଥ କେବଳ ବଡ଼ ପୋଲ ଓ କୋଠା ନୁହେଁ । ଯେଉଁଠାରେ ବି ଯେତେବେଳେ ଏଭଳି ବିକାଶ ଆରମ୍ଭ ହୁଏ, ଅଞ୍ଚଳର ଅଭିବୃଦ୍ଧି ଆରମ୍ଭ ହୋଇଥାଏ । ଯେଉଁଭଳି ଆମ ଗାଁର ଅନୁଭବ, ଆମ ଛୋଟ ସହରର ଅନୁଭବ, ଦେଶ କ୍ଷେତ୍ରରେ ମଧ୍ୟ ଠିକ୍ ସେହିପରି ହୋଇଥାଏ । ନିର୍ମାଣ ହେଉଥିବା ବିମାନବନ୍ଦର, ଦୌଡ଼ୁଥିବା ବନ୍ଦେ ଭାରତ ଟ୍ରେନ, ବିଶ୍ୱ ସହ ଭାରତକୁ ଯୋଡ଼ୁଥିବା ବର୍ଦ୍ଧିତ ଆନ୍ତର୍ଜାତିକ ଉଡ଼ାଣ - ଏହି ସବୁ କିଛି ଏବେ ବିକାଶ ସହ ସମ୍ପର୍କିତ । ଆଜି ଭାରତ ମଧ୍ୟ ଦ୍ରୁତ ଗତିରେ ଏହି ରାସ୍ତାରେ ଅଗ୍ରସର ହେଉଛି । ଏହି କ୍ରମରେ ଆଜି ଦେଶର ଭିନ୍ନ ଭିନ୍ନ ସ୍ଥାନରେ ନୂତନ ବନ୍ଦେ ଭାରତ ଟ୍ରେନର ଶୁଭାରମ୍ଭ ହେଉଛି । କାଶୀ-ଖଜୁରାହୋ ବନ୍ଦେ ଭାରତ ସହିତ ଫିରୋଜପୁର-ଦିଲ୍ଲୀ ବନ୍ଦେ ଭାରତ, ଲକ୍ଷ୍ନୌ-ଶାହରନପୁର ବନ୍ଦେ ଭାରତ ଏବଂ ଏର୍ଣ୍ଣାକୁଲମ- ବେଙ୍ଗାଲୁରୁ ବନ୍ଦେ ଭାରତର ମଧ୍ୟ ଶୁଭାରମ୍ଭ ହୋଇଛି । ଏହି ଚାରିଟି ନୂତନ ଟ୍ରେନ ସହିତ ଦେଶରେ ଏବେ ମୋଟ ୧୬୦ଟି ବନ୍ଦେ ଭାରତ ଚଳାଚଳ କରୁଛି । ଏହି ସଫଳତା ପାଇଁ ମୁଁ କାଶୀର ଜନସାଧାରଣ ଏବଂ ସମସ୍ତ ଦେଶବାସୀଙ୍କୁ ଶୁଭକାମନା ଜଣାଉଛି ।

ବନ୍ଧୁଗଣ,

ଆଜି ବନ୍ଦେ ଭାରତ, ନମୋ ଭାରତ ଏବଂ ଅମୃତ ଭାରତ ଭଳି ଟ୍ରେନ ଭାରତୀୟ ରେଳବାଇର ପରବର୍ତ୍ତୀ ପିଢ଼ି ପାଇଁ ମୂଳଦୁଆ ସ୍ଥାପନ କରୁଛନ୍ତି । ଭାରତୀୟ ରେଳବାଇର ରୂପାନ୍ତର ପାଇଁ ଏହା ଏକ ସମ୍ପୂର୍ଣ୍ଣ ଅଭିଯାନ । ବନ୍ଦେ ଭାରତ ଭାରତରେ ତିଆରି ହୋଇଥିବା ଏକ ଟ୍ରେନ, ଭାରତୀୟଙ୍କ ଦ୍ୱାରା, ଭାରତୀୟଙ୍କ ପାଇଁ, ଏବଂ ପ୍ରତ୍ୟେକ ଭାରତୀୟ ଏଥିପାଇଁ ଗର୍ବ ଅନୁଭବ କରୁଛନ୍ତି । ପୂର୍ବରୁ ଏହା ଏପରି ଥିଲା, “ଆମେ କ’ଣ ପ୍ରକୃତରେ ଏହା କରିପାରିବା?, ଏହା କେବଳ ବିଦେଶରେ ହୋଇପାରିବ, ଆମର ଏଠି ହୋଇପାରିବ ନା ନାହିଁ?” ଏବେ ଏହା ହେଲା କି ନାହିଁ? ନା’ କ’ଣ? ଆମ ଦେଶରେ ଏହା ହେଉଛି ନା ନାହିଁ? ଆମ ଦେଶର ଲୋକମାନେ ଏହାକୁ ନିର୍ମାଣ କରୁଛନ୍ତି , ନା ନାହିଁ? ଏହା ଆମ ଦେଶର ଶକ୍ତି । ଆଜି ଏପରିକି ବିଦେଶୀ ପର୍ଯ୍ୟଟକ ମାନେ ମଧ୍ୟ ବନ୍ଦେ ଭାରତ ଟ୍ରେନ ଦେଖି ବିସ୍ମିତ ହେଉଛନ୍ତି । ଆଜି ଯେଉଁଭଳି ବିକଶିତ ଭାରତ ଦିଗରେ ଭାରତ ତାର କ୍ଷମତା  ବୃଦ୍ଧି ପାଇଁ ଅଭିଯାନ ଆରମ୍ଭ କରିଛି, ଏହି ଟ୍ରେନ ଗୁଡ଼ିକ ସେହି ଯାତ୍ରାରେ ମାଇଲଖୁଣ୍ଟ ହେବାକୁ ଯାଉଛି ।

 

ବନ୍ଧୁଗଣ,

ଶତବ୍ଦୀ ଧରି ଆମ ଭାରତରେ ତୀର୍ଥଯାତ୍ରାକୁ ଦେଶର ଚେତନାର ମାଧ୍ୟମ କୁହାଯାଏ । ଏହି ଚେତନା କେବଳ ଦେଶଦର୍ଶନର ମାର୍ଗ ନୁହେଁ, ବରଂ ଭାରତର ଆତ୍ମାକୁ ଯୋଡ଼ୁଥିବା ପବିତ୍ର ପରମ୍ପରା । ପ୍ରୟାଗରାଜ, ଅଯୋଧ୍ୟା, ହରିଦ୍ୱାର, ଚିତ୍ରକୂଟ, କୁରୁକ୍ଷେତ୍ର, ଏଭଳି ଅଗଣିତ ତୀର୍ଥକ୍ଷେତ୍ର ଆମର ଆଧ୍ୟାତ୍ମିକ ଧାରାର କେନ୍ଦ୍ର । ଆଜି ଯେତେବେଳେ ଏହି ପବିତ୍ର ଧାମ ବନ୍ଦେ ଭାରତ ନେଟୱର୍କ ସହ ଯୋଡ଼ି ହେଉଛି, ଏହା ମଧ୍ୟ ଭାରତର ସଂସ୍କୃତି, ଆସ୍ଥା ଏବଂ ବିକାଶର ଯାତ୍ରା ସହିତ ଯୋଡ଼ି ହେଉଛି । ଏହା ଭାରତର ଐତିହ୍ୟ ସହରକୁ ଦେଶର ବିକାଶର ପ୍ରତୀକ ବନାଇବାରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ।

ବନ୍ଧୁଗଣ,

ଏହି ଯାତ୍ରାର ଏକ ଆର୍ଥିକ ଦିଗ ମଧ୍ୟ ରହିଛି, ଯାହାର କି ବିଶେଷ ଆଲୋଚନା ହୁଏନି । ବିଗତ ୧୧ ବର୍ଷରେ ଉତ୍ତର ପ୍ରଦେଶରେ ହୋଇଥିବା ବିକାଶ କାର୍ଯ୍ୟରେ ପର୍ଯ୍ୟଟନ ଏକ   ନୂଆ ସ୍ତରରେ ପହଞ୍ଚି ପାରିଛି । ଗତ ବର୍ଷ ବାବା ବିଶ୍ୱନାଥଙ୍କ ଦର୍ଶନ ପାଇଁ ୧୧ କୋଟି ଶ୍ରଦ୍ଧାଳୁ କାଶୀ ଆସିଥିଲେ । ଅଯୋଧ୍ୟାରେ ରାମମନ୍ଦିର ନିର୍ମାଣ ସମ୍ପନ୍ନ ପରେ ୬ କୋଟିରୁ ଅଧିକ ଶ୍ରଦ୍ଧାଳୁ ରାମଲଲାଙ୍କ ଦର୍ଶନ କରିସାରିଛନ୍ତି । ଉତ୍ତର ପ୍ରଦେଶର ଅର୍ଥ ବ୍ୟବସ୍ଥାକୁ ଏହି ଶ୍ରଦ୍ଧାଳୁ ମାନେ ହଜାରେ କୋଟିରୁ ଅଧିକ ଫାଇଦା ଦେଇସାରିଛନ୍ତି । ଏମାନେ ଉତ୍ତର ପ୍ରଦେଶର ହୋଟେଲ, ବ୍ୟବସାୟୀ, ପରିବହନ କମ୍ପାନି, ସ୍ଥାନୀୟ କଳାକାର, ଡଙ୍ଗା ଚଳାଉଥିବା ବ୍ୟକ୍ତିମାନଙ୍କୁ ନିରନ୍ତର ରୋଜଗାରର ସୁବିଧା ଦେଇଛନ୍ତି । ଫଳସ୍ୱରୂପ ବାରଣାସୀର ଶହ ଶହ ଯୁବକ ଏବେ ପରିବହନ ସେବାଠାରୁ ବନାରସୀ ଶାଢ଼ି ପର୍ଯ୍ୟନ୍ତ ନୂଆ ନୂଆ ଉଦ୍ୟମ ଆରମ୍ଭ କରୁଛନ୍ତି । ଏହି ସବୁ କାରଣରୁ ଉତ୍ତର ପ୍ରଦେଶ, ବିଶେଷ କରି କାଶୀରେ ସମୃଦ୍ଧିର ଦ୍ୱାର ଖୋଲୁଛି ।

ବନ୍ଧୁଗଣ,

ବିକଶିତ କାଶୀ ମାଧ୍ୟମରେ ବିକଶିତ ଭାରତର ମନ୍ତ୍ରକୁ ସାକାର କରିବା ପାଇଁ, ଆମେ ନିରନ୍ତର ଏଠାରେ ଭିତ୍ତିଭୂମି ବିକାଶର କାମ କରୁଛୁ । ଆଜି କାଶୀରେ ଉତ୍ତମ ସଡ଼କ, ଉତ୍ତମ ହସପିଟାଲ, ଗ୍ୟାସ ପାଇପଲାଇନ ଠାରୁ ଆରମ୍ଭ କରି ଇଣ୍ଟରନେଟ ଯୋଗାଯୋଗ ବ୍ୟବସ୍ଥାର ବ୍ୟାପକ ବିସ୍ତାର ହେଉଛି, ବିକାଶ ବି ହେଉଛି ଏବଂ ଗୁଣାତ୍ମକ ବିକାଶ ହେଉଛି । ରୋପ୍ୱେ ପ୍ରକଳ୍ପରେ ଦ୍ରୁତ ଗତିରେ କାମ ଚାଲିଛି । ଗଂଜାରୀ ଓ ସିଗ୍ରା ଷ୍ଟାଡିୟମ ଭଳି କ୍ରୀଡ଼ା ଭିତ୍ତିଭୂମି ପ୍ରସ୍ତୁତ ହେଉଛି । ଆମର ପ୍ରଚେଷ୍ଟା ଏହା ଯେ, ପ୍ରତ୍ୟେକଙ୍କ ପାଇଁ ବନାରସ ବୁଲିବା, ବନାରସରେ ରହିବା, ବନାରସର ସୁବିଧାକୁ ଅନୁଭବ କରିବା ସ୍ୱତନ୍ତ୍ର ହେଉ ଏବଂ ବିଶେଷ ଅଭିଜ୍ଞତା ଦେଉ ।

 

ବନ୍ଧୁଗଣ,

କାଶୀରେ ଉତ୍ତମ ସ୍ୱାସ୍ଥ୍ୟସେବା ଉପଲବ୍ଧ କରାଇବାକୁ ଆମ ସରକାରର ଲଗାତର ପ୍ରୟାସ ରହିଛି । ୧୦-୧୧ ବର୍ଷ ପୂର୍ବେ ସ୍ଥିତି ଏହା ଥିଲା ଯେ, ଗମ୍ଭୀର ରୋଗର ଚିକିତ୍ସା କରିବାକୁ ହେଲେ ଲୋକଙ୍କ ପାଖରେ କେବଳ ବିଏଚୟୁ (ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟ) ଏକମାତ୍ର ବିକଳ୍ପ ଥିଲା । ରୋଗୀଙ୍କ ସଂଖ୍ୟା ଏତେ ଅଧିକ ହେଉଥିଲା ଯେ ପୁରା ରାତି ଛିଡ଼ା ହେବା ପରେ ମଧ୍ୟ ଅନେକଙ୍କୁ ଚିକିତ୍ସା ସୁବିଧା ମିଳିପାରୁ ନଥିଲା । କେହି କର୍କଟ ଭଳି ଗୁରୁତର ରୋଗରେ ଆକ୍ରାନ୍ତ ଥିବା ଚିହ୍ନଟ ହେଲେ, ଚିକିତ୍ସା ପାଇଁ ଜମି ଓ ଚାଷ ବିକି ପରିବାରକୁ ମୁମ୍ବାଇ ଯିବାକୁ ପଡ଼ୁଥିଲା । ଏବେ ଆମ ସରକାର କାଶୀର ଲୋକମାନଙ୍କ ଏହି କଷ୍ଟ ଦୂର କରିବା ଦିଗରେ କାମ କରିଛି । କର୍କଟର ଚିକିତ୍ସା ପାଇଁ, ମହାମାନା କ୍ୟାନ୍ସର ହସପିଟାଲ ପ୍ରତିଷ୍ଠା ହୋଇଛି, ଚକ୍ଷୁ ଚିକିତ୍ସା ପାଇଁ ଶଙ୍କର ନେତ୍ରାଳୟ, ବିଏଚୟୁରେ ସ୍ୱଦେଶୀ ଜ୍ଞାନ କୌଶଳର ଟ୍ରମା ସେଣ୍ଟର ଏବଂ ଶତାବ୍ଦୀ ହସପିଟାଲ ଏବଂ ପାଣ୍ଡେପୁରରେ ଡିଭିଜନାଲ ହସପିଟାଲ -  ଏହି ସମସ୍ତ ହସପିଟାଲ କେବଳ କାଶୀ ଓ ପୂର୍ବାଞ୍ଚଳ ନୁହେଁ ବରଂ ପଡ଼ୋଶୀ ରାଜ୍ୟ ଗୁଡ଼ିକ ପାଇଁ ଆଶୀର୍ବାଦ ପାଲଟିଛି । ଆୟୁଷ୍ମାନ ଭାରତ ଓ ଜନ ଔଷଧି କେନ୍ଦ୍ର ଯୋଗୁଁ ଲକ୍ଷ ଲକ୍ଷ ଗରିବ ଲୋକ ଏବେ ସେମାନଙ୍କ ମେଡ଼ିକାଲ ଖର୍ଚ୍ଚରେ କୋଟି କୋଟି ଟଙ୍କା ସଞ୍ଚୟ କରୁଛନ୍ତି । ଏହା କେବଳ ଜନସାଧାରଣଙ୍କ ଚିନ୍ତାକୁ ଦୂର କରିନାହିଁ ବରଂ କାଶୀକୁ ସମଗ୍ର ଅଞ୍ଚଳର ସ୍ୱାସ୍ଥ୍ୟ ରାଜଧାନୀ ଭାବେ ପରିିଚିତ କରାଇପାରିଛି ।

ବନ୍ଧୁଗଣ,

ଆମକୁ କାଶୀର ବିକାଶର ଏ ଗତି ଓ ପ୍ରବଣତାକୁ ବଜାୟ ରଖିବାକୁ ପଡ଼ିବ, ଯଦ୍ୱାରା କି ଏହି ଭବ୍ୟ ଓ ଦିବ୍ୟ ସହର ଦ୍ରୁତ ଗତିରେ ସମୃଦ୍ଧ ହୋଇପାରିବ । ଏବଂ ବିଶ୍ୱର ଯେକୌଣସି ସ୍ଥାନରୁ କେହି କାଶୀ ଆସିଲେ, ବାବା ବିଶ୍ୱନାଥଙ୍କ ଏହି ନଗରୀରେ ସେମାନେ ଏକ ସ୍ୱତନ୍ତ୍ର ଶକ୍ତି, ବିଶେଷ ଉତ୍ସାହ ଏବଂ ଖୁସି ଅନୁଭବ କରିପାରିବେ ।

 

ବନ୍ଧୁଗଣ,

କିଛି କ୍ଷଣ ପୂର୍ବେ ମୁଁ ବନ୍ଦେ ଭାରତ ଟ୍ରେନରେ କେତେକ ବିଦ୍ୟାର୍ଥୀମାନଙ୍କ ସହ କଥା ହେଉଥିଲି । ମୁଁ ଅଶ୍ୱିନୀ ଜୀଙ୍କୁ ଅଭିନନ୍ଦନ ଜଣାଉଛି, ଯିଏକି ଏକ ଚମକ୍ରାର ପରମ୍ପରା ଆରମ୍ଭ କରିଛନ୍ତି ଏବଂ ଯେଉଁଠାରେ ଏକ ବନ୍ଦେ ଭାରତ ଟ୍ରେନ ଉଦଘାଟନ ହେଉଛି, ସେଠାରେ ବିକାଶ ସମ୍ପର୍କିତ ବିଭିନ୍ନ ପ୍ରସଙ୍ଗ, ବନେ୍ଦ ଭାରତ ଏବଂ ବିକଶିତ ଭାରତ ଦୃଷ୍ଟିକୋଣ ସମ୍ପର୍କରେ ସ୍କୁଲ ପିଲାମାନଙ୍କ ମଧ୍ୟରେ ପେଣ୍ଟିଙ୍ଗ ଓ କବିତା ମାଧ୍ୟମରେ ପ୍ରତିଦ୍ୱନ୍ଦ୍ୱିତା ଅନୁଷ୍ଠିତ ହେଉଛି । ଯଦିଓ ପ୍ରସ୍ତୁତ ହେବାକୁ ସେମାନଙ୍କୁ ଅଳ୍ପ ଦିନ ମିଳିଥିଲା, ମୁଁ ସେମାନଙ୍କ ସୃଜନଶୀଳତାରେ ବହୁତ ପ୍ରଭାବିତ ହୋଇଛି । ସେମାନେ ଏକ ବିକଶିତ କାଶୀ, ଏକ ବିକଶିତ ଭାରତ, ଏକ ସୁରକ୍ଷିତ ଭାରତ (ସେଫ୍ ଇଣ୍ଡିଆ)ର ବର୍ଣ୍ଣନା କରି ଚିତ୍ର ବନାଇଥିଲେ । ମୁଁ ମଧ୍ୟ ୧୨ରୁ ୧୪ ବର୍ଷ ବୟସର ପୁଅ, ଝିଅମାନେ ଲେଖିଥିବା କବିତା ଶୁଣିଥିଲି । ଏତେ ସୁନ୍ଦର ଏବଂ ଭାବନାତ୍ମକ କବିତା! କାଶୀର ସାଂସଦ ଭାବେ ମୁଁ ଏତେ ଗର୍ବ ଅନୁଭବ କରିଥିଲି ଯେ, ମୋ କାଶୀରେ ଏଭଳି ପ୍ରତିଭାବାନ ପିଲାମାନେ ଅଛନ୍ତି । ମୁଁ ସେମାନଙ୍କ ମଧ୍ୟରୁ କେତେକଙ୍କୁ ଏଠାରେ ଭେଟିପାରିଛି, ଏବଂ ଜଣେ ଶିଶୁ ଗୋଟିଏ ହାତର ଅକ୍ଷମତା ସତ୍ତ୍ୱେ ସ୍ୱତନ୍ତ୍ର ପେଣ୍ଟିଙ୍ଗ ପ୍ରସ୍ତୁତ କରିପାରିଥିଲା । ଏହା ମୋ ପାଇଁ ଅତ୍ୟନ୍ତ ପ୍ରସନ୍ନତାର ବିଷୟ । ମୁଁ ଏସବୁ ସ୍କୁଲର ଶିକ୍ଷକମାନଙ୍କୁ ହୃଦୟରୁ ବହୁତ ଶୁଭେଚ୍ଛା ଜଣାଉଛି, ଯେ ସେମାନେ ପିଲାମାନଙ୍କୁ ଏହି ପ୍ରେରଣା ଦେବା ସହ ମାର୍ଗଦର୍ଶନ କରିପାରିଛନ୍ତି । ଏହି ପିଲାମାନଙ୍କ ମାତା-ପିତାମାନଙ୍କୁ ମଧ୍ୟ ମୁଁ ଅଭିନନ୍ଦନ ଜଣାଉଛି, ସେମାନେ ନିଶ୍ଚିତ ଭାବେ କିଛି ନା କିଛି ଯୋଗଦାନ କରିପାରିଛନ୍ତି, ତେଣୁ ଏଭଳି ସୁନ୍ଦର କାର୍ଯ୍ୟକ୍ରମର ଆୟୋଜନ ହୋଇପାରିଛି । ମୋର ମନ ମଧ୍ୟରେ ଏହି ବିଚାର ଆସୁଛି, ଏଠାରେ ଥରେ ଏହି ପିଲାମାନଙ୍କ ମଧ୍ୟରେ ଏକ କବି ସମ୍ମିଳନୀ ଆୟୋଜନ କରି, ଶ୍ରେଷ୍ଠ ୮-୧୦ ଜଣ ପିଲାଙ୍କୁ ଚୟନ କରି ସେମାନଙ୍କୁ ଦେଶସାରା ଭ୍ରମଣ କରାଇ କବିତା ଆବୃତ୍ତି କରାନ୍ତି । ଏହା ଏତେ ପ୍ରଭାବୀ ଥିଲା ଯେ, କାଶୀର ସାଂସଦ ଭାବେ ଆଜି ମୋ ମନରେ ବହୁତ ଖୁସି ଅନୁଭବ ହୋଇଛି । ଏହି ପିଲାମାନଙ୍କୁ ମୁଁ ମୋ ହୃଦୟରୁ ବହୁତ ବହୁତ ଅଭିନନ୍ଦନ ଜଣାଉଛି ।

ବନ୍ଧୁଗଣ,

ଆଜି ମୋତେ ବହୁତ ଗୁଡ଼ିଏ କାର୍ଯ୍ୟକ୍ରମକୁ ଯିବାକୁ ପଡ଼ିବ । ତେଣୁ ଏକ ଛୋଟ କାର୍ଯ୍ୟକ୍ରମ ଏଠାରେ ରଖାଯାଇଥିଲା । ମୋତେ ଶୀଘ୍ର ଯିବାକୁ ପଡ଼ିବ, ସକାଳୁ ସକାଳୁ ଆପଣମାନେ ଏତେ ସଂଖ୍ୟାରେ ଆସିଗଲେ, ଏହା ମୋ ପାଇଁ ଅତ୍ୟନ୍ତ ଖୁସିର ବିଷୟ । ପୁଣି ଥରେ, ଆଜିର ଏକ କାର୍ଯ୍ୟକ୍ରମ ପାଇଁ ଏବଂ ନୂତନ ବନ୍ଦେ ଭାରତ ଟ୍ରେନ ପାଇଁ ଆପଣମାନଙ୍କୁ ହୃଦୟରୁ ଅଭିନନ୍ଦନ ଜଣାଉଛି । ବହୁତ ବହୁତ ଧନ୍ୟବାଦ!

ହର ହର ମହାଦେବ!

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Vikram-1 launch fills every citizen with pride; young innovators have accomplished something unimaginable: PM Modi

Media Coverage

Vikram-1 launch fills every citizen with pride; young innovators have accomplished something unimaginable: PM Modi
NM on the go

Nm on the go

Always be the first to hear from the PM. Get the App Now!
...
Prime Minister greets all CRPF personnel on their Raising Day
July 27, 2026

Prime Minister Shri Narendra Modi today extended his greetings to all CRPF personnel on their Raising Day. He stated that the CRPF has distinguished itself through its unwavering courage and commitment to duty.

Shri Modi noted that from safeguarding internal security to serving citizens during challenging situations, CRPF personnel have always placed the nation first. He highlighted that their efforts in eliminating the menace of Maoism are particularly notable and have contributed to peace and progress in the lives of several people.

In a post on X, the Prime Minister shared:

"Greetings to all CRPF personnel on their Raising Day. The CRPF has distinguished itself through its unwavering courage and commitment to duty. From safeguarding internal security to serving citizens during challenging situations, CRPF personnel have always placed the nation first. Their efforts in eliminating the menace of Maoism are particularly notable and have contributed to peace and progress in the lives of several people.

@crpfindia"