“ଭାରତୀୟ ଜାତୀୟବାଦର ଦୁର୍ଗ ହେଉଛି ତାମିଲନାଡୁ”
“ଅଧୀନମ ଏବଂ ରାଜାଜୀଙ୍କ ମାର୍ଗଦର୍ଶନ ଅଧୀନରେ ଆମେ ଆମର ପବିତ୍ର ତାମିଲ ସଂସ୍କୃତିରୁ ଆଶୀର୍ବାଦର ମାର୍ଗ ପାଇଛୁ- ଏହି ପଥ ହେଉଛି ସେଙ୍ଗୋଲ ମାଧ୍ୟମରେ କ୍ଷମତାର ହସ୍ତାନ୍ତର”
“୧୯୪୭ରେ ତିରୁଭାଡୁଥିରାଇ ଏକ ସ୍ୱତନ୍ତ୍ର ସେଙ୍ଗୋଲ ସୃଷ୍ଟି କଲେ, ଆଜି ସେଇ ଛବି ଆମକୁ ତାମିଲ ସଂସ୍କୃତି ଓ ଆଧୁନିକ ଗଣତନ୍ତ୍ରରେ ଭାରତର ଭାଗ୍ୟ ଓ ଭାବପୂର୍ଣ୍ଣ ସମ୍ପର୍କକୁ ମନେ ପକାଇ ଦେଇଛି”
“ଅଧୀନମଙ୍କ ସେଙ୍ଗୋଲ ହେଉଛି ଶହ ଶହ ବର୍ଷର ଦାସତ୍ୱରୁ ଭାରତ ମୁକ୍ତ ହେବାର ପ୍ରତୀକ”
“ଗଣତନ୍ତ୍ରର ମନ୍ଦିରରେ ସେଙ୍ଗୋଲ ତାହାର ଯଥାମାନ୍ୟ ସ୍ଥାନ ପାଇଛି”
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ନୂତନ ସଂସଦ ଭବନରେ ସେଙ୍ଗୋଲ ପ୍ରତିଷ୍ଠା ପୂର୍ବରୁ ଅଧୀନମଗଣ ୨୭-୦୫-୨୦୨୩ ଦିନ ଆର୍ଶୀବାଦ କରିଛନ୍ତି ।

ନୈନବରୁକ୍କୁମ୍ ୱାଣକମ୍

ଓଁ ନମଃ ଶିବାୟ, ଶିବାୟ ନମଃ!

ହର ହର ମହାଦେବ!

ସର୍ବପ୍ରଥମେ, ବିଭିନ୍ନ ଅଧୀନମ ସହିତ ଜଡ଼ିତ ଆପଣ ସମସ୍ତ ପୂଜ୍ୟ ସନ୍ଥମାନଙ୍କୁ ମଥାନତ କରି ଅଭିନନ୍ଦନ କରୁଛି । ଆଜି ମୋର ନିବାସ ସ୍ଥାନରେ ଆପଣଙ୍କ ଚରଣ ପଡ଼ିଛି, ଏହା ମୋ’ ପାଇଁ ବହୁତ ସୌଭାଗ୍ୟର କଥା ଅଟେ । ଏହା ଭଗବାନ ମୋ ପାଇଁ ବହୁତ ସୌଭାଗ୍ୟର କଥା ଅଟେ । ଏହା ଭଗବାନ ଶିବଙ୍କ କୃପା ଅଟେ ଯେଉଁ କାରଣରୁ ମୋତେ ଏକା ସହିତ ଆପଣ ସମସ୍ତ ଶିବ ଭକ୍ତମାନଙ୍କର ଦର୍ଶନ କରିବାର ସୌଭାଗ୍ୟ ମିଳିଲା । ମୋତେ ଏହି କଥା ଉପରେ ମଧ୍ୟ ବହୁତ ଖୁସି ଲାଗୁଛି ଯେ କାଲି ନୂଆ ସଂସଦ ଭବନକୁ ଲୋକାର୍ପଣ ସମୟରେ ଆପଣ ସମସ୍ତେ ସେଠାକୁ ଆସିଥିବା ଅତିଥିମାନଙ୍କୁ ଆଶୀର୍ବାଦ ଦେବେ ।

ପୂଜ୍ୟ ସନ୍ଥଗଣ,

ଆମେ ସମସ୍ତେ ଜାଣିଛନ୍ତି ଯେ ଆମର ସ୍ୱାଧୀନତା ସଂଗ୍ରାମରେ ତାମିଲନାଡୁର କେତେ ମହତ୍ତ୍ୱପୂର୍ଣ୍ଣ ଭୂମିକା ରହିଛି । ବିରମଂଗଲ ବେଲୁ ନାଚିୟାରଙ୍କ ଠାରୁ ନେଇ ମରୁଦୂ ଭାଇଙ୍କ ପର୍ଯ୍ୟନ୍ତ, ସୁବ୍ରାମଣ୍ୟମ ଭାରତୀଙ୍କ ଠାରୁ ନେଇ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ସହିତ ସହବନ୍ଧିତ ଥିବା ଅନେକ ତାମିଲ ଲୋକଙ୍କ ପର୍ଯ୍ୟନ୍ତ, ପ୍ରତ୍ୟେକ ଯୁଗରେ ତାମିଲନାଡୁ, ଭାରତୀୟ ରାଷ୍ଟ୍ରବାଦକୁ ଗଢ଼ି ତୋଳୁଛନ୍ତି, ତାମିଲର ଲୋକମାନଙ୍କ ହୃଦୟରେ ସବୁବେଳେ ମା’ ଭାରତୀଙ୍କ ସେବାର, ଭାରତର କଲ୍ୟାଣ ଭାବନା ରହିଆସିଛି । ଏହା ବ୍ୟତୀତ, ଏହା ବହୁତ ଦୁର୍ଭାଗ୍ୟପୂର୍ଣ୍ଣ ଅଟେ ଯେ ଭାରତର ସ୍ୱାଧୀନତାରେ ତାମିଲ ଲୋକମାନଙ୍କର ଯୋଗଦାନକୁ ମହତ୍ତ୍ୱ ଦିଆଗଲା ନାହିଁ, ଯାହା ଦିଆଯିବାର ଥିଲା । ବର୍ତ୍ତମାନ ବିଜେପି ଏହି ବିଷୟକୁ ପ୍ରମୁଖତାର ସହିତ ଉଠାଇବା ଆରମ୍ଭ କରିଛି । ବର୍ତ୍ତମାନ ଦେଶର ଲୋକମାନଙ୍କୁ ମଧ୍ୟ ଜଣାପଡୁଛି ଯେ ମହାନ ତାମିଲ ପରମ୍ପରା ଏବଂ ତାମିଲନାଡୁର ରାଷ୍ଟ୍ରଭକ୍ତିର ପ୍ରତୀକ ହେବା ସହିତ କ’ଣ ବ୍ୟବହାର ହୋଇଥିଲା ।

ବର୍ତ୍ତମାନ ସ୍ୱାଧୀନତାର ସମୟ ଆସିଛି, ସେତେବେଳେ ଦାୟିତ୍ୱ ହସ୍ତାନ୍ତରଣର ପ୍ରତୀକକୁ ନେଇ ଅନେକ ପ୍ରଶ୍ନ ଉଠାଇଥିଲେ । ଏଥିପାଇଁ ଆମ ଦେଶରେ ଭିନ୍ନ ଭିନ୍ନ ପରମ୍ପରାମାନ ରହିଛି । ବିଭିନ୍ନ ରୀତିନୀତି ମଧ୍ୟ ଅଛି । କିନ୍ତୁ ସେହି ସମୟରେ ରାଜାଜୀ ଏବଂ ଅଧୀନମଙ୍କ ମାର୍ଗଦର୍ଶନରେ ଆମେ ଆମର ପ୍ରାଚୀନ ତାମିଲ ସଂସ୍କୃତିରୁ ଏକ ପୂଣ୍ୟ ରାସ୍ତା ପାଇଥିଲୁ । ଏହି ମାର୍ଗ ଥିଲା- ସେଙ୍ଗୋଲ ମାଧ୍ୟମରେ ଶକ୍ତି ହସ୍ତାନ୍ତର । ତାମିଲ ପରମ୍ପରାରେ, ଶାସନ କରୁଥିବା ଲୋକଙ୍କ ସେଙ୍ଗୋଲ ଦିଆଯାଉଥିଲା । ସେଙ୍ଗୋଲ ଏହାର ପ୍ରତୀକ ଥିଲା ଯେ ଏହାକୁ ଧାରଣ କରିଥିବା ବ୍ୟକ୍ତି ଦେଶର କଲ୍ୟାଣ ପାଇଁ ଦାୟୀ ଏବଂ ସେ କେବେ ବି କର୍ତ୍ତବ୍ୟ ପଥରୁ ବିମୁଖ ହେବେ ନାହିଁ । ଶକ୍ତି ସ୍ଥାନାନ୍ତରର ପ୍ରତୀକ ଭାବରେ ସେତେବେଳେ ୧୯୪୭ ମସିହାରେ ପବିତ୍ର ତିରୁଭାଡୁଥିରେ ଅଧୀନମ ଦ୍ୱାରା ଏକ ସ୍ୱତନ୍ତ୍ର ସେଙ୍ଗୋଲ ପ୍ରସ୍ତୁତ କରାଯାଇଥିଲା । ଆଜି, ସେହି ଯୁଗର ଫଟୋଗ୍ରାଫ ଆମକୁ ଆଧୁନିକ ଗଣତନ୍ତ୍ରଅ ଭାବରେ ଭାରତର ନିୟତି ମଧ୍ୟରେ ଉତ୍ସାହ ଏବଂ ଅନ୍ତରଙ୍ଗ ସମ୍ବନ୍ଧକୁ ମନେ ପକାଇଥାଏ । ଆଜି ସେହି ଗଭୀର ସମ୍ପର୍କର ଗାଥା ଇତିହାସରେ ଲିପିବଦ୍ଧ ହୋଇଥିବା ପୃଷ୍ଠାଗୁଡ଼ିକରୁ ବାହାରି ପୁଣିଥରେ ଜୀବନ୍ତ ହୋଇଗଲା । ଏହାଦ୍ୱାରା ସେହି ସମୟର ଘଟଣାବଳୀକୁ ବୁଝିବାର ପ୍ରକୃତ ଦୃଷ୍ଟିକୋଣ ମଧ୍ୟ ମିଳିଥାଏ ଏବଂ ତାହା ସହିତ, ଆମକୁ ଏହା ମଧ୍ୟ ଜଣା ପଡ଼ିଥାଏ ଯେ ଶକ୍ତି ହସ୍ତାନ୍ତରଣର ଏହି ସର୍ବଶ୍ରେଷ୍ଠ ପ୍ରତୀକ ସହିତ କ’ଣ କରାଯାଇଛି ।

ମୋର ଦେଶବାସୀ,

ଆଜି ମୁଁ ରାଜାଜୀ ଏବଂ ବିଭିନ୍ନ ଅଧୀନମଙ୍କ ଦୂରଦୃଷ୍ଟିକୁ ମଧ୍ୟ ବିଶେଷ ଭାବରେ ପ୍ରଣାମ କରିବି । ଅଧୀନମଙ୍କ ଏକ ସେଙ୍ଗୋଲ ଭାରତକୁ ଶହ ଶହ ବର୍ଷର ଦାସତ୍ୱରୁ ପ୍ରତ୍ୟେକ ପ୍ରତ୍ୟେକ ପ୍ରତୀକରୁ ମୁକ୍ତି କରିବାକୁ ଶୁଭାରମ୍ଭ କରି ଦେଇଥିଲା । ଯେତେବେଳେ ଭାରତର ସ୍ୱାଧୀନତାର ପ୍ରଥମ ମୁହୂର୍ତ୍ତ ଆସିଲା, ସ୍ୱାଧୀନତାର ପ୍ରଥମ ମୁହୂର୍ତ୍ତ, ସେହି କ୍ଷଣ ଆସିଲା, ସେତେବେଳେ ଏହି ସେଙ୍ଗୋଲ ହିଁ ଥିଲା, ଯିଏ ଦାସତ୍ୱ ପୂର୍ବର ଅବଧି ଏବଂ ସ୍ୱତନ୍ତ୍ର ଭାରତର ସେହି ପ୍ରଥମ ମୁହୂର୍ତ୍ତକୁ ଉଭୟଙ୍କ ମଧ୍ୟରେ ସଂଯୋଗ କରି ଦେଇଥିଲା । ଏଥିପାଇଁ, ଏହି ପବିତ୍ର ସେଙ୍ଗୋଲର ମହତ୍ତ୍ୱ କେବଳ ଏତିକି ନୁହେଁ ଯେ ଏହା ୧୯୪୭ରେ ଶକ୍ତି ହସ୍ତାନ୍ତରଣ ପ୍ରତୀକ ହୋଇଥିଲା । ଏହି ସେଙ୍ଗୋଲର ମହତ୍ତ୍ୱ ଏଥିପାଇଁ ମଧ୍ୟ ଅଛି କାରଣ ଏହା ଦାସତ୍ୱ ପୂର୍ବର ଗୌରବଶାଳୀ ଭାରତ ସହିତ, ତାହାର ପରମ୍ପରା ସହିତ, ସ୍ୱତନ୍ତ୍ର ଭାରତର ଭବିଷ୍ୟତକୁ ସଂଯୋଗ କରି ଦେଇଥିଲା । ଭଲ ହୋଇଥାନ୍ତା ଯେ, ସ୍ୱାଧୀନତା ପରେ ଏହି ପୂଜ୍ୟ ସେଙ୍ଗୋଲକୁ ପର୍ଯ୍ୟାପ୍ତ ମାନ-ସମ୍ମାନ ଦିଆଯାଇ ଥାନ୍ତା, ଏହି ଗୌରବମୟୀ ସ୍ଥାନଦିଆଯାଇ ଥାନ୍ତା । କିନ୍ତୁ ଏହି ସେଙ୍ଗୋଲ, ପ୍ରୟାଗରାଜରେ, ଆନନ୍ଦ ଭବନରେ, ଆଶାବାଡ଼ି ଅର୍ଥାତ ପାଦରେ ଚାଲିବାରେ ସାହାରା ଦେଉଥିବା ବାଡ଼ି ବୋଲି କହିଥିଲେ, ପ୍ରଦର୍ଶନୀ ପାଇଁ ରଖା ଯାଇଥିଲା । ଆପଣଙ୍କର ଏହି ସେବକ ଏବଂ ଆମର ସରକାର, ବର୍ତ୍ତମାନ ସେହି ସେଙ୍ଗୋଲକୁ ଆନନ୍ଦ ଭବନରୁ ବାହାର କରି ଆଣିଛନ୍ତି । ଆଜି ସ୍ୱାଧୀନତାର ସେହି ପ୍ରଥମ କ୍ଷଣକୁ ନୂତନ ସଂସଦ ଭବନରେ ସେଙ୍ଗୋଲର ସ୍ଥାପନା ଅବସରରେ ଆମକୁ ପୁଣିଥରେ ପୁର୍ନଜୀବିତ କରିବାର ସୁଯୋଗ ମିଳିଛି । ଗଣତନ୍ତ୍ରର ମନ୍ଦିରରେ ଆଜି ସେଙ୍ଗୋଲକୁ ତାହାର ଉଚିତ ସ୍ଥାନ ମିଳିବାକୁ ଯାଉଛି । ମୋତେ ଖୁସି ଲାଗୁଛି ଯେ ବର୍ତ୍ତମାନ ଭାରତର ମହାନ ପରମ୍ପରାର ପ୍ରତୀକ ଏହି ସେଙ୍ଗୋଲକୁ ନୂତନ ସଂସଦ ଭବନରେ ସ୍ଥାପିତ କରାଯିବ । ଏହି ସେଙ୍ଗୋଲ ଏହି କଥାକୁ ମନେ ପକାଉଥିବ ଯେ ଆମେ କର୍ତ୍ତବ୍ୟ ପଥରେ ଚାଲିବା, ଜନତା-ଜନାର୍ଦନଙ୍କ ପ୍ରତି ଉତ୍ତରଦାୟୀ ହୋଇ ରହିବା ।

ପୂଜ୍ୟ ସନ୍ଥଗଣ,

ଅଧୀନମଙ୍କ ମହାନ ପ୍ରେରଣାଦାୟକ ପରମ୍ପରା, ସାକ୍ଷାତ ସାତ୍ତ୍ୱିକ ଶକ୍ତିର ପ୍ରତୀକ ଅଟେ । ଆପଣ ସମସ୍ତ ସନ୍ଥ ଶୈବ ପରମ୍ପରାର ଅନୁଗାମୀ ଅଟନ୍ତି । ଆପଣଙ୍କ ଦର୍ଶନରେ ଯେଉଁ ଏକ ଭାରତ ଶ୍ରେଷ୍ଠ ଭାରତର ଭାବନା ଅଛି, ତାହା ସ୍ୱୟଂ ଭାରତର ଏକତା ଏବଂ ଅଖଣ୍ଡତାର ପ୍ରତିବିମ୍ବ ଅଟେ । ଆପଣଙ୍କର ଅନେକ ଅଧୀନମଙ୍କ ନାମରେ ହିଁ ଏହାର ଝଲକ ମିଳୁଛି । ଆପଣଙ୍କ କିଛି ଅଧୀନମଙ୍କ ନାମରେ କୈଳାସ ଉଲ୍ଲେଖ ରହିଛି । ଏହି ପବିତ୍ର ପର୍ବତ, ତାମିଲନାଡୁରୁ ବହୁ ଦୂର ହିମାଳରେ ଅଛି, ପୁଣି ମଧ୍ୟ ଏହା ଆପଣଙ୍କ ହୃଦୟ ନିକଟରେ ଅଛି । ଶୈବ ସିଦ୍ଧାନ୍ତର ପ୍ରସିଦ୍ଧ ସନ୍ଥମାନଙ୍କ ମଧ୍ୟରୁ ଜଣେ ତିରୁମୁଲାରଙ୍କ ସମ୍ପର୍କରେ କୁହାଯାଇଥାଏ ଯେ ସେ କୈଳାସ ପର୍ବତରୁ ଶିବଭକ୍ତିର ପ୍ରସାର କରିବା ପାଇଁ ତାମିଲନାଡୁ ଆସିଥିଲେ । ଆଜି ମଧ୍ୟ, ତାଙ୍କର ରଚନା ତିରୁମନ୍ଦିରମର ଶ୍ଳୋକ ଗୁଡ଼ିକର ପାଠ ଭଗବାନ ଶିବଙ୍କର ସ୍ମୃତିରେ କରାଯାଇଥାଏ । ଅପ୍ପର, ସମ୍ମନ୍ଦର, ସୁନ୍ଦରର ଏବଂ ମଣିକା ଭାସଗର ଭଳି ଅନେକ ମହାନ ସନ୍ଥମାନେ ଉଜ୍ଜୈନ, କେଦାରନାଥ ଏବଂ ଗୌରୀ କୁଣ୍ଡର ଉଲ୍ଲେଖ କରିଛନ୍ତି । ଜନତା ଜନାର୍ଦନଙ୍କ ଆଶୀର୍ବାଦ ଦ୍ୱାରା ଆଜି ମୁଁ ମହାଦେବର ନଗରୀ କାଶୀର ସାଂସଦ ଅଛି, ତେଣୁ ଆପଣଙ୍କୁ କାଶୀର ପଥା ମଧ୍ୟ କହିବି । ଧର୍ମପୁରମ ଅଧୀନମର ସ୍ୱାମୀ ପୁମାର ଗୁରୁପରା ତାମିଲନାଡୁରୁ କାଶୀ ଯାଇଥିଲେ । ସେ ବନାରସର କେଦାର ଘାଟରେ କେଦାରେଶ୍ୱର ମନ୍ଦିରର ସ୍ଥାପନା କରିଥିଲେ । ତାମିଲନାଡୁର ତିରୁପାଣ୍ଡଲର କାଶୀ ମଠ, ତୀର୍ଥଯାତ୍ରୀମାନଙ୍କୁ ବ୍ୟାଙ୍କିଙ୍ଗ୍ ସେବା ଉପଲବ୍ଧ କରାଉଥିଲା । କୌଣସି ତୀର୍ଥଯାତ୍ରୀ ତାମିଲନାଡୁର କାଶୀ ମଠରେ ପଇସା ଜମା କରିବା ପରେ କାଶୀରେ ପ୍ରମାଣପତ୍ର ଦେଖାଇ ସେମାନେ ପଇସା ବାହାର କରି ପାରୁଥିଲେ । ଏହିଭଳି ଭାବରେ, ଶୈବ ସିଦ୍ଧାନ୍ତର ଅନୁଗାମୀମାନଙ୍କୁ କେବଳ ଶିବ ଭକ୍ତିର ପ୍ରସାର ହିଁ କରି ନ ଥିଲେ ବରଂ ଆମକୁ ଜଣେ ଅନ୍ୟଜଣଙ୍କ ସହିତ ନିକଟତର କରିବା ପାଇଁ କାର୍ଯ୍ୟ ମଧ୍ୟ କରିଥିଲେ ।

ପୂଜ୍ୟ ସନ୍ଥଗଣ,

ଶହ ଶହ ବର୍ଷର ଦାସତ୍ୱ ପରେ ମଧ୍ୟ ତାମିଲନାଡୁର ସଂସ୍କୃତି ଆଜି ମଧ୍ୟ ଜୀବନ୍ତ ଏବଂ ସମୃଦ୍ଧ ରହିଛି, ତେଣୁ ଏଥିରେ ଅଧୀନମଙ୍କ ପରି ମହାନ ଏବଂ ଦିବ୍ୟ ପରମ୍ପରାର ମଧ୍ୟ ବଡ଼ ଭୂମିକା ରହିଛି । ଏହି ପରମ୍ପରାକୁ ଜୀବିତ ରଖିବାର ଦାୟିତ୍ୱ ସନ୍ଥଗଣମାନେ ନିର୍ବାହ କରିଥିଲେ । ଏହା ସହିତ ଏହାର ଶ୍ରେୟ ସମସ୍ତ ପୀଡ଼ିତ-ଶୋଷିତ-ବଂଚିତ ସମସ୍ତଙ୍କୁ ଯାଉଛି ଯେ ସେମାନେ ଏହାର ରକ୍ଷା କରିଥିଲେ, ତାହାକୁ ଆଗକୁ ନେଇଥିଲେ । ରାଷ୍ଟ୍ର ପାଇଁ ଯୋଗଦାନ ଦୃଷ୍ଟିରୁ ଆପଣ ସମସ୍ତଙ୍କର ଅନୁଷ୍ଠାନର ଇତିହାସ ବହୁତ ଗୌରବଶାଳୀ ରହିଛି । ବର୍ତ୍ତମାନ ସେହି ଅତୀତକୁ ଆଗକୁ ନେବା, ତାହା ଦ୍ୱାରା ଅନୁପ୍ରାଣିତ ହେବା ଏବଂ ଆଗାମୀ ପିଢ଼ି ପାଇଁ କାର୍ଯ୍ୟ କରିବାର ସମୟ ଆସିଛି ।

ପୂଜ୍ୟ ସନ୍ଥଗଣ,

ଆସନ୍ତା ୨୫ ବର୍ଷ ପାଇଁ ଦେଶ କିଛି ଲକ୍ଷ୍ୟ ସ୍ଥିର କରିଛି । ଆମର ଲକ୍ଷ୍ୟ ହେଉଛି ଯେ ସ୍ୱାଧୀନତାର ୧୦୦ ବର୍ଷ ପୂରା ହେବା ପର୍ଯ୍ୟନ୍ତ ଏକ ମଜବୁଜ, ଆତ୍ମନିର୍ଭର ଏବଂ ସମାବେଶୀ ବିକଶିତ ଭାରତ ଗଠନ କରିବା । ୧୯୪୭ରେ ଆପଣଙ୍କର ମହତ୍ତ୍ୱପୂର୍ଣ୍ଣ ଭୂମିକା ଦ୍ୱାରା କୋଟି କୋଟି ଦେଶବାସୀ ପୁନଃ ପରିଚିତ ହୋଇଛନ୍ତି । ଆଜି ଯେତେବେଳେ ଦେଶ ୨୦୪୭ର ବଡ଼ ଲକ୍ଷ୍ୟ ସହିତ ଆଗକୁ ବଢୁଛି ସେତେବେଳେ ଆପଣମାନଙ୍କର ଭୂମିକା ଅଧିକ ଗୁରୁତ୍ୱପୂର୍ଣ୍ଣ ହୋଇ ଯାଇଛି । ଆପଣଙ୍କର ସଂସ୍ଥା ସବୁବେଳେ ସେବାର ମୂଲ୍ୟବୋଧକୁ ସାକାର କରି ଆସୁଛି । ଲୋକଙ୍କୁ ପରସ୍ପର ସହିତ ଯୋଡ଼ିବାର ଏକ ଉତ୍ତମ ଉଦାହରଣ ଆପଣ ଉପସ୍ଥାପନ କରିଛନ୍ତି, ସେମାନଙ୍କ ମଧ୍ୟରେ ସମାନତାର ଭାବନା ସୃଷ୍ଟି କରୁଛନ୍ତି । ଭାରତ ଯେତେ ଅଧିକ ମିଳିତ ହେବ, ସେତେ ଶକ୍ତିଶାଳୀ ହେବ । ସେଥିପାଇଁ ଯେଉଁମାନେ ଆମର ପ୍ରଗତିର ପଥରେ ବାଧା ସୃଷ୍ଟି କରନ୍ତି ସେମାନେ ବିଭିନ୍ନ ଆହ୍ୱାନ ସୃଷ୍ଟି କରିବେ । ଯେଉଁମାନେ ଭାରତର ପ୍ରଗତିରେ ବାଧା ସୃଷ୍ଟି କରନ୍ତି, ସେମାନେ ସର୍ବପ୍ରଥମେ ଆମର ଏକତାକୁ ଭାଙ୍ଗିବାକୁ ଚେଷ୍ଟା କରିବେ । କିନ୍ତୁ ମୋତେ ବିଶ୍ୱାସ ଅଛି ଯେ ଦେଶକୁ ଆପଣଙ୍କ ଅନୁଷ୍ଠାନରୁ ଆଧ୍ୟାତ୍ମିକତା ଏବଂ ସାମାଜିକତାର ଯେଉଁ ଶକ୍ତି ମିଳୁଛି, ତାହା ଦ୍ୱାରା ଆମେ ପ୍ରତ୍ୟେକ ଆହ୍ୱାନର ମୁକାବିଲା କରିପାରିବୁ । ଆପଣମାନେ ଆମର ଏଠାକୁ ଆସିଛନ୍ତି, ଆପଣ ସମସ୍ତେ ଆଶୀର୍ବାଦ ଦେଇଛନ୍ତି, ଏହା ମୋର ସୌଭାଗ୍ୟ ଅଟେ । ମୁଁ ପୁଣିଥରେ ଆପଣ ସମସ୍ତଙ୍କୁ ହୃଦୟରୁ କୃତଜ୍ଞତା ଜଣାଉଛି, ଆପଣଙ୍କ ସମସ୍ତଙ୍କୁ ପ୍ରଣାମ କରୁଛି । ନୂତନ ସଂସଦ ଭବନର ଲୋକାର୍ପଣ ଅବସରରେ ଆପଣ ସମସ୍ତେ ଏଠାକୁ ଆସି ଆମକୁ ଆଶୀର୍ବାଦ ଦେଇଛନ୍ତି । ଏହାଠାରୁ ବଡ଼ ସୌଭାଗ୍ୟ କିଛି ହୋଇପାରିବ ନାହିଁ ଏବଂ ଏଥିପାଇଁ ମୁଁ ଯେତେ ଧନ୍ୟବାଦ ଜଣାଇବି, ତାହା କମ୍ ଅଟେ । ପୁଣିଥରେ ଆପଣ ସମସ୍ତଙ୍କୁ ପ୍ରଣାମ କରୁଛି ।

ଓଁ ନମଃ ଶିବାୟ!

ୱାଣକମ୍

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India-New Zealand elevate ties to strategic partnership; Scripts 2030 roadmap, $20bn investment & Indo-Pacific security

Media Coverage

India-New Zealand elevate ties to strategic partnership; Scripts 2030 roadmap, $20bn investment & Indo-Pacific security
NM on the go

Nm on the go

Always be the first to hear from the PM. Get the App Now!
...
Prime Minister condoles the passing of Father Amir of State of Qatar HH Sheikh Hamad bin Khalifa Al Thani
July 12, 2026

The Prime Minister, Shri Narendra Modi, has expressed deep grief over the passing of the Father Amir of the State of Qatar, HH Sheikh Hamad bin Khalifa Al Thani.

The Prime Minister described him as a visionary leader who led Qatar to great levels of development and prosperity. Shri Modi also remembered him as a true friend whom he had the honour of meeting during his visit to Qatar in February 2024.

The Prime Minister conveyed his sincere condolences to the Amir of Qatar, HH Sheikh Tamim bin Hamad Al Thani, the entire royal family and the people of Qatar.

The Prime Minister wrote on X;

“We deeply mourn the passing of Father Amir of State of Qatar, HH Sheikh Hamad bin Khalifa Al Thani. A visionary leader who led Qatar to great levels of development and prosperity, we remember him also as a true friend whom I had the honour of meeting during my last visit to Qatar in February 2024. I convey my sincere condolences to the Amir of Qatar, HH Sheikh Tamim bin Hamad Al Thani and the entire royal family and people of Qatar. May the departed soul rest in eternal peace.

@TamimBinHamad”