“ଭାରତୀୟ ବାୟୋ-ଅର୍ଥନୀତି ଗତ ଆଠ ବର୍ଷରେ ଆଠ ଗୁଣ ବୃଦ୍ଧି ପାଇଛି । ଆମେ ୧୦ ବିଲିୟନ ଡଲାରରୁ ୮୦ ବିଲିୟନ ଡଲାର ପର୍ଯ୍ୟନ୍ତ ବଢ଼ିଛୁ । ବିଶ୍ୱର ବାୟୋଟେକ ବାତାବରଣ ପ୍ରଥମ ଦଶଟି ଦେଶ ମଧ୍ୟରେ ପହଂଚିବାକୁ ଭାରତ ବେଶୀ ପଛରେ ନାହିଁ ।”
“ଆମେ ବାୟୋଟେକ କ୍ଷେତ୍ର ଓ ଏହାର ବୃତ୍ତିଧାରୀଙ୍କୁ ଏକାଭଳି ସମ୍ମାନ ଦେଇଛୁ ଯାହା ଗତ ଦଶନ୍ଧିଗୁଡ଼ିକରେ ଆମେ ଆଇଟି ବୃତ୍ତିଧାରୀମାନଙ୍କୁ ଦେଇଥିଲୁ ।”
“ସବକା ସାଥ, ସବକା ବିକାଶ ମନ୍ତ୍ର ଦେଶର ବିଭିନ୍ନ କ୍ଷେତ୍ରରେ ଲାଗୁ ହୋଇଛି । ବର୍ତ୍ତମାନ ସରକାର ସବୁ କ୍ଷେତ୍ରକୁ ସମାନ ଦୃଷ୍ଟି ଦେଉଛନ୍ତି ।”
“ଆଜି ଦେଶର ୬୦ ବିଭିନ୍ନ ପ୍ରକାର ଶିଳ୍ପରେ ୭୦ ହଜାର ଷ୍ଟାର୍ଟଅପ ରହିଛି । ସେଥିରୁ ପ୍ରାୟ ପାଞ୍ଚ ହଜାରରୁ ଅଧିକ ବାୟୋଟେକ ସହ ସଂଶ୍ଳିଷ୍ଟ ଅଛନ୍ତି ।”
“କେବଳ ଗତ ବର୍ଷ ଦେଶରେ ୧୧୦୦ ବାୟୋଟେକ ଷ୍ଟାର୍ଟଅପ ବାହାରିଛନ୍ତି ।”
“ସବକା ପ୍ରୟାସ ଉତ୍ସାହ ଭରିଦେବା ବେଳେ ସରକାର ଶିଳ୍ପର ସବୁଠାରୁ ବିଦ୍ୱାନମାନଙ୍କୁ ଗୋଟିଏ ମଞ୍ଚରେ ଏକାଠି କରିଛନ୍ତି ।”
“ବାୟୋଟେକ କ୍ଷେତ୍ରର ସବୁଠାରୁ ଅଧିକ ଚାହିଦା ରହିଛି । ଭାରତରେ ଭଲରେ ରହିବାର ଅଭିବୃଦ୍ଧି ଯୋଗୁଁ ଗତ କିଛି ବର୍ଷ ମଧ୍ୟରେ ବାୟୋଟେକ କ୍ଷେତ୍ର ନିମନ୍ତେ ନୂତନ ସମ୍ଭାବନା ସୃଷ୍ଟି ହୋଇଛି ।”

କେନ୍ଦ୍ର ମନ୍ତ୍ରିମଣ୍ଡଳରେ ମୋର ସମସ୍ତ ସହଯୋଗୀ, ବାୟୋଟେକ କ୍ଷେତ୍ର ସହିତ ଜଡ଼ିତ ସମସ୍ତ ମହାନୁଭବ, ଦେଶ ବିଦେଶରୁ ଆସିଥିବା ଅତିଥିଗଣ, ବିଶେଷଜ୍ଞ, ନିବେଶକ, ଏମଏସଏମଇ ଏବଂ ଷ୍ଟାର୍ଟଅପ୍ସ ସହିତ ଉଦ୍ୟୋଗର ସମସ୍ତ ବନ୍ଧୁ, ମହିଳାମାନେ ଏବଂ ଭଦ୍ର ବ୍ୟକ୍ତିମାନେ!

ଦେଶର ପ୍ରଥମ ବାୟୋଟେକ ଷ୍ଟାର୍ଟଅପ ଏକ୍ସପୋ ଏହାର ଆୟୋଜନ ପାଇଁ, ଏଥିରେ ଅଂଶଗ୍ରହଣ କରିବା ପାଇଁ ଏବଂ ଭାରତର ଏହି ଶକ୍ତିର ବିଶ୍ୱକୁ ପରିଚୟ କରାଇବା ପାଇଁ ମୁଁ ଆପଣ ସମସ୍ତଙ୍କୁ ବହୁତ ବହୁତ ଶୁଭେଚ୍ଛା ଜଣାଉଛି । ଏହି ଏକ୍ସପୋ, ଭାରତର ବାୟୋଟେକ କ୍ଷେତ୍ରରେ  ଏକ୍ସପୋନସିଆଲ ବୃଦ୍ଧିର ପ୍ରତିବିମ୍ବ ଅଟେ । ଗତ ଆଠ ବର୍ଷରେ ଭାରତର ବାୟୋ-ଇକୋନମୀ ଆଠ ଗୁଣ ବୃଦ୍ଧି ଘଟିଛି । ୧ଠ ବିଲିୟନ ଡଲାରରୁ ୮ଠ ବିଲିଅନ ଡଲାର ପର୍ଯ୍ୟନ୍ତ ଆମେ ପହଂଚିସାରିଛୁ । ଭାରତ, ବାୟୋଟେକର ଗ୍ଲୋବାଲ ଇକୋ-ସିଷ୍ଟମରେ ଟପ-୧ଠ ଦେଶର ଲିଗ୍ରେ ପହଂଚିବାରେ ମଧ୍ୟ ବେଶୀ ଦୂରତା ନାହିଁ । ନୂଆ ଭାରତର ଏହି ନୂଆ ଲମ୍ଫ ପ୍ରଦାନ କରିବାରେ ବାୟୋ ଟେକ୍ନୋଲୋଜୀ ଇଣ୍ଡଷ୍ଟ୍ରୀ ରିସର୍ଚ୍ଚ ଆସିଷ୍ଟାନ୍ସ କାଉନସିଲ ଅର୍ଥାତ ‘ବିଆଇଆରଏସି’ର ବଡ଼ ଭୂମିକା ରହିଛି । ପୂର୍ବ ବର୍ଷଗୁଡ଼ିକରେ ଭାରତରେ ବାୟୋ ଟେକ୍ନୋଲୋଜୀର, ବିଶେଷଜ୍ଞ ଏବଂ ନବାଚାରର ଯେଉଁ ଅଦ୍ଭୁତପୂର୍ବ ବିସ୍ତାର ହୋଇଛି, ସେଥିରେ ‘ବିଆଇଆରଏସି’ର ପ୍ରମୁଖ ଯୋଗଦାନ ରହିଛି । ମୁଁ ଆପଣ ସମସ୍ତଙ୍କୁ ‘ବିଆଇଆରଏସି’ର ୧ଠ ବର୍ଷର ସଫଳ ଯାତ୍ରା ପାଇଁ ଏହି ମହତ୍ତ୍ୱପୂର୍ଣ୍ଣ ପରୀକ୍ଷା ପାଇଁ ଅନେକ ଅନେକ ଶୁଭକାମନା ଜଣାଉଛି । ଏଠାରେ ଯେଉଁ ପ୍ରଦର୍ଶନୀ ଲାଗିଛି, ଏଥିରେ ଭାରତର ଯୁବ ଟାଲେଣ୍ଟ, ଭାରତର ବାୟୋଟେକ ଷ୍ଟାର୍ଟଅପ୍ସ, ଏମାନଙ୍କର ସାମର୍ଥ୍ୟ ଏବଂ ବାୟୋଟେକ କ୍ଷେତ୍ର ପାଇଁ ଭବିଷ୍ୟତର ରୋଡମ୍ୟାପ, ବହୁତ ଭଲ ଭାବେ, ସୁନ୍ଦରତା ପୂର୍ବକ ସେଠାରେ ପ୍ରସ୍ତୁତ କରାଯାଇଛି । ଏପରି ସମୟରେ ଯେତେବେଳେ ଭାରତ, ନିଜର ସ୍ୱାଧୀନତାର ଅମୃତ ମହୋତ୍ସବ ପାଳନ କରୁଛି, ଆସନ୍ତା ୨୫ ବର୍ଷ ପାଇଁ ନୂତନ ଲକ୍ଷ୍ୟ ପ୍ରସ୍ତୁତ କରୁଛି, ସେତେବେଳେ ବାୟୋଟେକ ସେକ୍ଟର, ଦେଶର ବିକାଶକୁ ନୂତନ ଗତି ଦେବା ପାଇଁ ବହୁତ ମହତ୍ତ୍ୱପୂର୍ଣ୍ଣ ଅଟେ । ପ୍ରଦର୍ଶନୀରେ ଶୋ’ କେସ କରାଯାଇଛି ବାୟୋଟେକ ଷ୍ଟାର୍ଟଅପ୍ସ ଏବଂ ବାୟୋଟେକ ଇଣ୍ଡଷ୍ଟ୍ରିଜ ଏବଂ ଇନକିଉବେସନ ସେଣ୍ଟର୍ସ, ନୂତନ ଭାରତର ଆକାଂକ୍ଷା ସହିତ କାର୍ଯ୍ୟ କରୁଛି । ଆଜି ଏଠାରେ କିଛି ସମୟ ପୂର୍ବରୁ ଯେଉଁ ଇ-ପୋର୍ଟାଲ ଶୁଭ ଉଦଘାଟନ କରାଯାଇଛି, ସେଥିରେ ଆମର ୭ ହଜାର ୫ଠଠ ବାୟୋଟେକ ପ୍ରଡକ୍ଟ ତାଲିକାଭୁକ୍ତ ଅଛି । ଏହା ଭାରତର ବାୟୋ ଇକୋନମୀର ସାମର୍ଥ୍ୟ ଏବଂ ଏହାର ବିସ୍ତାରକୁ ମଧ୍ୟ ଏବଂ ଏହାର ବିବିଧତାକୁ ଦର୍ଶାଇଥାଏ ।

ସାଥୀମାନେ,

ଏହିପରି ଭାବରେ ବାୟୋଟେକ କ୍ଷେତ୍ର ସହିତ ଜଡ଼ିତ ପାଖାପାଖି ପ୍ରତ୍ୟେକ କ୍ଷେତ୍ର ପ୍ରସ୍ତୁତ ଅଛି । ଆମ ସହିତ ବହୁତ ସଂଖ୍ୟାରେ ଅନଲାଇନ ମଧ୍ୟ ବାୟୋଟେକ ପ୍ରଫେସନାଲ୍ସ ଯୋଡ଼ି ହୋଇଛନ୍ତି । ଆଗାମୀ ଦୁଇ ଦିନରେ ଆପଣଏହି ଏକ୍ସପୋରେ ବାୟୋଟେକ କ୍ଷେତ୍ର ସମ୍ମୁଖରେ ଅବସର ଏବଂ ଆହ୍ୱାନଗୁଡ଼ିକ ଉପରେ ଆଲୋଚନା କରିବାକୁ ଯାଉଛୁ । ଗତ ଦଶନ୍ଧିରେ ଆମେ ଦୁନିଆରେ ଆମର ଡାକ୍ତରମାନଙ୍କୁ, ସ୍ୱାସ୍ଥ୍ୟ ବିଶେଷଜ୍ଞମାନଙ୍କର ପ୍ରତିଷ୍ଠା ବୃଦ୍ଧି ପାଇବା ଆମେ ଦେଖିଛୁ । ଦୁନିଆରେ ଆମର ଆଇଟି ଫ୍ରଫେସନାଲ୍ସଙ୍କର ଦକ୍ଷତା ଏବଂ ଇନୋବେଶନଙ୍କୁ ନେଇ ବିଶ୍ୱାସର ଯେଉଁ ପରିବେଶ ରହିଛି, ତାହା ଏକ ନୂଆ ଶିଖରକୁ ପହଂଚିପାରିଛି । ଏହି ବିଶ୍ୱାସ, ଏହି ପ୍ରତିଷ୍ଠା, ଏହି ଦଶକରେ ଭାରତର ବାୟୋଟେକ କ୍ଷେତ୍ର, ଭାରତର ବାୟୋ ପ୍ରଫେସନାଲ୍ସମାନଙ୍କ ପାଇଁ ଥିବାର ଆମେ ସବୁ ଦେଖିଛୁ । ଏହା ମୋର ଆପଣଙ୍କ ଉପରେ ବିଶ୍ୱାସ ଅଛି, ଭାରତର ବାୟୋଟେକ କ୍ଷେତ୍ର ଉପରେ ବିଶ୍ୱାସ ଅଛି । ଏହି ବିଶ୍ୱାସ କ’ଣ ଅଟେ, ଏହି କାରଣରୁ ମଧ୍ୟ ମୁଁ ବିସ୍ତୃତ ଭାବେ କଥା ହେବାକୁ ଚାହିଁବି ।

ସାଥୀମାନେ,

ଆଜି ଯଦି ଭାରତକୁ ବାୟୋଟେକ କ୍ଷେତ୍ରରେ ଅବସର ରହିଛି ବୋଲି ମାନୁଛ, ତେବେ ତାହାର ଅନେକ କାରଣ ମଧ୍ୟରେ ମୁଁ ୫ଟି ବଡ଼ କାରଣ ଦେଖାଉଛି । ପ୍ରଥମ- ବିବିଧ ଜନସଂଖ୍ୟା ଓ ଜଳବାୟୁ କ୍ଷେତ୍ର, ଦ୍ୱିତୀୟ- ଭାରତ ମେଧାସମ୍ପନ୍ନ ମାନବ ସମ୍ବଳ, ତୃତୀୟ- ଭାରତରେ ବ୍ୟବସାୟ ପାଇଁ ଇଚ୍ଛା, ଚତୁର୍ଥ- ଭାରତରେ ଜୈବ ପ୍ରଯକ୍ତି କ୍ଷେତ୍ର ଓ ଏହି ସଫଳତାର ରେକର୍ଡ । ଏହି ପାଞ୍ଚଟି କାରଣ ମିଳିତ ଭାବରେ ଭାରତର ଶକ୍ତିକୁ ବହୁଗୁଣା ଅଧିକ କରିଦେଇଥାନ୍ତି ।

ସାଥୀମାନେ,

ଗତ ଆଠ ବର୍ଷରେ ସରକାର ଦେଶର ଏହି ଶକ୍ତିକୁ ବୃଦ୍ଧି କରିବା ପାଇଁ ନିରନ୍ତର କାର୍ଯ୍ୟ କରୁଛନ୍ତି । ଆମେ ହିଷ୍ଟୋରିକ ଏବଂ ହୋଲ ଗଭର୍ଣ୍ଣମେଣ୍ଟ ଆପ୍ରୋଚ ଉପରେ ଜୋର ଦେଇଛୁ । ଯେତେବେଳେ ମୁଁ କହୁଛି, ସବକା ସାଥ- ସବକା ବିକାଶ, ତେବେ ଏହା ଭାରତର ଅଲଗା ଅଲଗା କ୍ଷେତ୍ରରେ ମଧ୍ୟ ଲାଗୁ ହୋଇଥାଏ । ଗୋଟିଏ ସମୟ ଥିଲା ଯେତେବେଳେ ଦେଶରେ ଏହି ଚିନ୍ତାଧାରା ହୋଇ ଯାଇଥିଲା ଯେ କିଛି କ୍ଷେତ୍ରକୁ ମଜବୁତ କରାଯାଉଥିଲା, ଅନ୍ୟାନ୍ୟ କେତେକ କ୍ଷେତ୍ରକୁ ତା’ ନିଜ ଅବସ୍ଥାରେ ଛାଡ଼ି ଦିଆଯାଉଥିଲା । ଆମେ ଏହି ଚିନ୍ତାଧାରାକୁ ବଦଳାଇ ଦେଲୁ, ଏହି ଦୃଷ୍ଟିକୋଣକୁ ପରିବର୍ତ୍ତନ କରିଦେଇଛୁ । ଆଜିର ନୂତନ ଭାରତରେ ପ୍ରତ୍ୟେକ କ୍ଷେତ୍ରରେ ତାହାରବିକାଶ ଦ୍ୱାରା ହିଁ ଦେଶର ବିକାଶକୁ ଏକ ଦିଗ ମିଳିବ । ଏଥିପାଇଁ ପ୍ରତ୍ୟେକ କ୍ଷେତ୍ର ସହିତ, ପ୍ରତ୍ୟେକ କ୍ଷେତ୍ରର ବିକାଶ, ଏହା ଆଜି ଦେଶର ଆବଶ୍ୟକତା ଅଛି । ଏଥିପାଇଁ, ଆମେ ପ୍ରତ୍ୟେକ ସେହି ଗତିପଥକୁ ଅନ୍ୱେଷଣ କରୁଛୁ ଯାହା ଆମର ବୃଦ୍ଧିକୁ ଗତି ଦେଇପାରିବ । ଚିନ୍ତା ଏବଂ ଅନ୍ୱେଷଣରେ ଏହି ଯେଉଁ ମହତ୍ତ୍ୱପୂର୍ଣ୍ଣ ପରିବର୍ତ୍ତନ ଆସିଛି ତାହା ଦେଶକୁ ପରିଣାମ ମଧ୍ୟ ଦେଉଛି । ଆମେ ଆମର ମଜବୁତ ସର୍ଭିସ ସେକ୍ଟର ଉପରେ ଫୋକସ କରୁଛୁ ତେବେ, ସର୍ଭିସ ଏକ୍ସପୋର୍ଟରେ ୨୫ଠ ବିଲିୟନ ଡଲାରର ରେକର୍ଡ କରିଛୁ । ଆମେ ଗୁଡ୍ସ ଏକ୍ସପୋର୍ଟ୍ସ ଉପରେ ଫୋକସ କରିଛୁ, ସେଥିରେ ୪୨ଠ ବିଲିୟନ ଡଲାରର ପ୍ରଡକ୍ଟର ଏକ୍ସପୋର୍ଟ ମଧ୍ୟ ରେକର୍ଡ କରିପାରିଛୁ । ଏହିସବୁ ସହିତ ମଧ୍ୟ, ଆମର ପ୍ରୟାସ, ଅନ୍ୟ କ୍ଷେତ୍ରରେ ମଧ୍ୟ ସେତିକି ହିଁ ଗମ୍ଭୀରତାର ସହିତ କାର୍ଯ୍ୟ ଜାରି ରହିଛି । ଏଥିପାଇଁ ଆମେ ଯଦି ଟେକ୍ସଟାଇଲ୍ସ କ୍ଷେତ୍ରରେ ପିଏଲଆଇ ସ୍କିମକୁ ଲାଗୁ କରିବୁ, ତେବେ ଡ୍ରୋନ୍ସ, ସେମି-କଣ୍ଡକ୍ଟର୍ସ ଏବଂ ହାଇ-ଏଫିସେନ୍ସୀ ସୋଲାର ପିଭି ମଡୁଲ୍ସ ଏହା ପାଇଁ ମଧ୍ୟ ଏହି ସ୍କିମକୁ ଆଗକୁ ବଢ଼ାଇବୁ । ବାୟୋଟେକ ସେକ୍ଟରର ବିକାଶ ପାଇଁ ମଧ୍ୟ ଭାରତ ଆଜି ଯେତିକି ପଦକ୍ଷେପ ନେଇଛି, ତାହା ଅଦ୍ଭୁତପୂର୍ବ ଅଟେ ।

ସାଥୀମାନେ,

ସରକାରଙ୍କ ପ୍ରୟାସଗୁଡ଼ିକୁ ଆପଣ ଆମର ଷ୍ଟାର୍ଟଅପ ଇକୋ-ସିଷ୍ଟମରେ ଭଲ ଭାବରେ ସେହି କଥାଗୁଡ଼ିକୁ ବହୁତ ବିସ୍ତୃତ ଭାବେ ଦେଖିପାରିବେ । ଗତ ଆଠ ବର୍ଷରେ ଆମର ଦେଶରେ ଷ୍ଟାର୍ଟଅପ୍ସର ସଂଖ୍ୟା, କିଛି ଶହରୁ ବୃଦ୍ଧି ଘଟି ୭ଠ ହଜାର ପର୍ଯ୍ୟନ୍ତ ପହଂଚିଯାଇଛି । ଏହି ୭ଠ ହଜାର ଷ୍ଟାର୍ଟଅପ୍ସ ପ୍ରାୟତଃ ୬ଠ ଅଲଗା ଅଲଗା ଉଦ୍ୟୋଗରେ ତିଆରି ହୋଇଛି । ଏଥିରେ ମଧ୍ୟ ୫ ହଜାରରୁ ଅଧିକ ଷ୍ଟାର୍ଟଅପ୍ସ, ବାୟୋଟେକ ସହିତ ଜଡ଼ିତ ଅଛି । ଅର୍ଥାତ ବଭାରତରେ ପ୍ରତ୍ୟେକ ୧୪ତମ ଷ୍ଟାର୍ଟଅପ ବାୟୋ ଟେକ୍ନୋଲୋଜୀ କ୍ଷେତ୍ରରେ ତିଆରି ହେଉଛି । ଏଥିରେ ମଧ୍ୟ ୧୧ଠଠରୁ ଅଧିକ ଗତ ବର୍ଷ ହିଁ ଯୋଡ଼ି ହୋଇଛନ୍ତି । ଆପଣ ଅନୁମାନ କରିପାରୁଥିବେ ଯେ ଦେଶର କେତେବଡ଼ ଟାଲେଣ୍ଟ କେତେ ଶୀଘ୍ର ବାୟୋଟେକ ସେକ୍ଟର ଆଡ଼କୁ ଗତି କରୁଛି ।

ସାଥୀମାନେ,

ବିଗତ ବର୍ଷଗୁଡ଼ିକରେ ଆମେ ଅଟଳ ଇନୋଭେସନ ମିଶନ, ମେକ ଇନ ଇଣ୍ଡିଆ ଏବଂ ଆତ୍ମନିର୍ଭର ଭାରତ ଅନ୍ତର୍ଗତ ଯାହା ବି କିଛି ପଦକ୍ଷେପ ନେଇଛୁ, ତାହାର ମଧ୍ୟ ଲାଭ ବାୟୋଟେକ ସେକ୍ଟରକୁ ମିଳିଛି । ଷ୍ଟାର୍ଟଅପ ଇଣ୍ଡିଆର ଶୁଭାରମ୍ଭ ପରେ ଆମର ବାୟୋଟେକ ଷ୍ଟାର୍ଟଅପ୍ସରେ ନିବେଶ କରିଥିବା ଲୋକଙ୍କ ସଂଖ୍ୟାରେ ନଅ ଗୁଣା ବୃଦ୍ଧି ପାଇଛି । ବାୟୋଟେକ ଇନକିଉବେଟରଙ୍କ ସଂଖ୍ୟା ଏବଂ ମୋଟ ଫଣ୍ଡିଂରେ ମଧ୍ୟ ପ୍ରାୟତଃ ସାତ ଗୁଣା ବୃଦ୍ଧି ପାଇଛି । ୨ଠ୧୪ରେ ଆମ ଦେଶରେ ଯେଉଁଠି କେବଳ ୬ ବାୟୋ- ଇନକିଉବେଟର୍ସ ଥିଲା, ଆଜି ତାହାର ସଂଖ୍ୟା ବୃଦ୍ଧି ପାଇ ୭୫ ହୋଇଯାଇଛି । ଆଠ ବର୍ଷ ପୂର୍ବରୁ ଆମର ଦେଶରେ ୧ଠ ବାୟୋଟେକ୍ ପ୍ରଡକ୍ଟସ ଥିଲା । ଆଜି ତାହାର ସଂଖ୍ୟା ୭ଠଠରୁ ଅଧିକ ହୋଇଯାଇଛି । ଭାରତ ଯିଏ ନିଜର ଫିଜିକାଲ ଇନଫ୍ରାଷ୍ଟ୍ରକଚର ଏବଂ ଡିଜିଟାଲ ଇନଫ୍ରାଷ୍ଟ୍ରକଚରରେ ଅଦ୍ଭୁତପୂର୍ବ ନିବେଶ କରୁଛି, ତାହାର ଲାଭ ମଧ୍ୟ ବାୟୋ-ଟେକ୍ନୋଲୋଜୀ କ୍ଷେତ୍ରକୁ ହେଉଛି ।

ସାଥୀମାନେ,

ଆମର ଯୁବମାନଙ୍କ ମଧ୍ୟରେ ଏହି ନୂଆ ଜୋସ, ଏହି ନୂଆ ଉତ୍ସାହ ଆସିବାର ଆଉ ଏକ ବଡ଼ କାରଣ ଅଛି । ଏହି ପଜିଟିଭିଟି ଏଥିପାଇଁ, କାରଣ ଦେଶରେ ବର୍ତ୍ତମାନ ଇନୋଭେସନର, ଆର ଆଣ୍ଡ ଡି’ର ଏକ ଆଧୁନିକ ସପୋର୍ଟ ସିଷ୍ଟମ ତାଙ୍କୁ ଉପଲବ୍ଧ ହେଉଛି । ଦେଶର ପଲିସୀ ଠାରୁ ନେଇ ଇନଫ୍ରାଷ୍ଟ୍ରକଚର ପର୍ଯ୍ୟନ୍ତ, ଏଥିପାଇଁ ପ୍ରତ୍ୟେକ ଜରୁରୀ ସୁଧାର କରାଯାଇଛି । ସରକାର ସବୁକିଛି ଜାଣିଛନ୍ତି, ସରକାର କେବଳ ଏକୁଟିଆ, ସବୁକିଛି କରିବେ, ଏହି କାର୍ଯ୍ୟ ସଂସ୍କୃତିକୁ ପଛରେ ଛାଡ଼ି ବର୍ତ୍ତମାନ ଦେଶ ‘ସବକା ପ୍ରୟାସ’ର ଭାବନା ସହିତ ଆଗକୁ ବଢୁଛି । ଏଥିପାଇଁ ଭାରତରେ ଆଜି ଅନେକ ନୂଆ ଇଣ୍ଟରଫେସ ବା ଅନ୍ତରାଫଳକ ତିଆରି କରାଯାଇଛି, ‘ବିଆଇଆରଏସି’ ଭଳି ପ୍ଲାଟଫର୍ମକୁ ସଶକ୍ତ କରାଯାଇଛି । ଷ୍ଟର୍ଟଅପ୍ସ ପାଇଁ ଷ୍ଟାର୍ଟଅପ ଇଣ୍ଡିଆ ଅଭିଯାନ ହେଉ, ସ୍ପେଶ ସେକ୍ଟର ପାଇଁ ଆଇଏନଏସପିଏସିଇ ହେଉ, ଡିଫେନ୍ସ ଷ୍ଟାର୍ଟଅପ ପାଇଁ ଆଇଡିଇଏକ୍ସ ହେଉ, ସେମି କଣ୍ଡକ୍ଟର୍ସ ପାଇଁ ଇଣ୍ଡିଆନ ସେମି କଣ୍ଡକ୍ଟର ମିଶନ ହେଉ, ଯୁବଗୋଷ୍ଠୀଙ୍କ ମଧ୍ୟରେ ଇନୋବେଶନକୁ ପ୍ରୋତ୍ସାହିତ କରିବା ପାଇଁ ସ୍ମାର୍ଟ ଇଣ୍ଡିଆ ହାକାଥନ ହେଉ, ଏହି ବାୟୋଟେକ ଷ୍ଟାର୍ଟଅପ ଏକ୍ସପୋ ହେଉ, ସମସ୍ତଙ୍କ ପ୍ରୟାସର ଭାବନାକୁ ବଢ଼ାଇବା ସହିତ ନୂଆ ସଂସ୍ଥାନଗୁଡ଼ିକ ମାଧ୍ୟମରେ ସରକାର ଉଦ୍ୟୋଗର ବେଷ୍ଟ ମାଇଣ୍ଡସକୁ ଏକା ସହିତ, ଏକ ପ୍ଲାଟଫର୍ମରେ ଅଣାଯାଇଛି । ଏହାର ଦେଶକୁ ଗୋଟିଏ ଏବଂ ବଡ଼ ଲାଭ ମିଳିବ । ରିସର୍ଚ୍ଚ ଏବଂ ଏକେଡେମିୟାରୁ ଦେଶକୁ ନୂଆ ବ୍ରେକ ଥ୍ରୁ ମିଳିଥାଏ, ଯାହା ରିଅଲ ୱାର୍ଲ୍ଡ ଭିଉ ହୋଇଥାଏ। ସେଥିରେ ଉଦ୍ୟୋଗ ସହାୟତା କରିଥାଏ ଏବଂ ସରକାର ଜରୁରୀ ପଲିସୀ ଏନଭାରନମେଣ୍ଟ ଏବଂ ଜରୁରୀ ଇନଫ୍ରାଷ୍ଟ୍ରକଚର ଉପଲବ୍ଧ କରାଇଥାଏ ।

ସାଥୀମାନେ,

ଆମେ କୋଭିଡର ପୁରା ଅବଧିରେ ମୁଁ ଦେଖିଛି ଯେ ଯେତେବେଳେ ଏହି ତିନିଜଣ ମିଶି କାମ କରିଥାନ୍ତି ତେବେ କେମିତି କମ ସମୟରେ ଅପ୍ରତ୍ୟାଶିତ ପରିଣାମ ଆସିଥାଏ । ଆବଶ୍ୟକ ମେଡିକାଲ ଡିଭାଇସ, ମେଡିକାଲ ଇନଫ୍ରା ଠାରୁ ନେଇ ଭାକସିନ ରିସର୍ଚ୍ଚ, ମାନୁଫାକଚରିଂ ଏବଂ ଭାକ୍ସିନେସନ ପର୍ଯ୍ୟନ୍ତ, ଭାରତ ଯାହା କରି ଦେଖାଇଛି ଯାହାର କଳ୍ପନା କେହି କରି ନ ଥିଲେ । ସେତେବେଳେ ଦେଶରେ ବିଭ୍ରାନ୍ତମୂଳକ କଥା ଉଠୁଥିଲା, ଟେଷ୍ଟିଂ ଲେବଲ ନ ଥିଲା ତେବେ ପରୀକ୍ଷା କିପରି ହେବ? ଅଲଗା ଅଲଗା ଡିପାର୍ଟମେଣ୍ଟସ ଏବଂ ଘରୋଇ କ୍ଷେତ୍ର ମଧ୍ୟରେ ସମନ୍ୱୟ କିପରି ହେବ? ଭାରତକୁ କେବେ ଭାକସନି ମିଳିବ? ଭାକ୍ସିନେସନ ଯଦି ମିଳିଗଲା ତେବେ ଏତେ ବଡ଼ ଦେଶରେ ସମସ୍ତଙ୍କୁ ଭାକ୍ସିନ ଲଗାଇବାରେ କେତେ ବର୍ଷ ଲାଗିବ? ଏଭଳି ଅନେକ ପ୍ରଶ୍ନ ଆମର ସାମ୍ନାକୁ ବାରମ୍ବାର ଆସିଲା । କିନ୍ତୁ ଆଜି ସମସ୍ତଙ୍କ ପ୍ରୟାସର ଶକ୍ତିରେ ଭାରତ ସମସ୍ତଙ୍କର ଆଶଙ୍କାର ଉତ୍ତର ଦେଲା । ଆମେ ପ୍ରାୟ ୨ଠଠ କୋଟଇ ଭାକ୍ସିନ ଡୋଜ ଦେଶବାସୀଙ୍କୁ ଦେଇସାରିଛୁ । ବାୟୋଟେକରୁ ନେଇ ସମସ୍ତ ଅନ୍ୟାନ୍ୟ କ୍ଷେତ୍ରର ସମନ୍ୱୟ, ସରକାର, ଉଦ୍ୟୋଗ ଏବଂ ଏକେଡେମିୟାର ସମନ୍ୱୟ, ଭାରତକୁ ବଡ଼ ସଂକଟରୁ ବାହାର କରି ଆଣିପାରିଛି ।

ସାଥୀମାନେ,

ବାୟୋଟେକ କ୍ଷେତ୍ର ସବୁଠାରୁ ଅଧିକ ଡିମାଣ୍ଡ ଡ୍ରାଇଭର ସେକ୍ଟର ମଧ୍ୟରୁ ଅନ୍ୟତମ । ବିଗତ ବର୍ଷଗୁଡ଼ିକରେ ଭାରତରେ ଇଜ ଅଫ ଲିଭିଙ୍ଗ ପାଇଁ ଯେଉଁ ଅଭିଯାନ ଚାଲିଛି, ସେମାନେ ବାୟୋଟେକ ସେକ୍ଟର ପାଇଁ ନୂଆ ସମ୍ଭାବନା ତିଆରି କରିଦେଇଛି । ଆୟୁଷ୍ମାନ ଭାରତ ଯୋଜନା ଅନ୍ତର୍ଗତ ଗାଁ ଏବଂ ଗରିବଙ୍କ ପାଇଁ ଯେଉଁ ପ୍ରକାରର ଚିକିତ୍ସାକୁ ଶସ୍ତା ଏବଂ ସୁଲଭ କରାଯାଇଛି, ତାହାଦ୍ୱାରା ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଚାହିଦା ବହୁତ ଅଧିକ ବଢ଼ିଯାଇଛି । ବାୟୋ ଫାର୍ମା ପାଇଁ ମଧ୍ୟ ନୂତନ ଅବସର ହୋଇଛି । ଏହି ଅବସରଗୁଡ଼ିକୁ ଆମେ ଟେଲିମେଡିସିନ୍ସ, ଡିଜିଟାଲ ହେଲଥ ଆଇଡି ଏବଂ ଡ୍ରୋନ ଟେକ୍ନୋଲୋଜୀ ମାଧ୍ୟମରେ ଏବଂ ବ୍ୟାପକ ହୋଇପାରୁଛି, ଆଗାମୀ ବର୍ଷରେ ବାୟୋଟେକ ପାଇଁ ଦେଶରେ ବହୁତ ବଡ଼ କଞ୍ଜୁମର ବେସ ପ୍ରସ୍ତୁତି ହେବ ।

ସାଥୀମାନେ,

ଫାର୍ମା ସହିତ କୃଷି ଏବଂ ଶକ୍ତି କ୍ଷେତ୍ରରେ ଭାରତ ଯେଉଁ ବଡ଼ ପରିବର୍ତ୍ତନ ଆଣିବାକୁ ଯାଉଛି, ତାହା ମଧ୍ୟ ବାୟୋଟେକ କ୍ଷେତ୍ର ପାଇଁ ନୂତନ ଉତ୍ସାହ ଉତ୍ପନ୍ନ କରୁଛି । ରାସାୟନିକମୁକ୍ତ ଚାଷକୁ ପ୍ରୋତ୍ସାହନ ନେବା ପାଇଁ ଭାରତରେ ଆଜି ବାୟୋ ଫର୍ଟିଲାଇଜର୍ସ ଏବଂ ଅର୍ଗାନିକ ଫର୍ଟିଲାଇଜର୍ସକୁ ଅଦ୍ଭୁତପୂର୍ବ ପ୍ରୋତ୍ସାହନ ମିଳୁଛି । ଚାଷରେ ଜଳବାୟୁ ପରିବର୍ତ୍ତନର ପ୍ରଭାବକୁ କମ କରିବା ପାଇଁ କୁପୋଷଣକୁ ଦୂର କରିବା ପାଇଁ ବାୟୋ ଫର୍ଟିଫାଏଡ ସିଡ୍ସକୁ ମଧ୍ୟ ପ୍ରୋତ୍ସାହନ ଦିଆଯାଉଛି । ବାଲୋଫ୍ଲୁଲ କ୍ଷେତ୍ରରେ ଯେଉଁ ଚାହିଦା ବଢୁଛି, ଯେଉଁ ଆର ଆଣ୍ଡ ଡି’ ଇନଫ୍ରାଷ୍ଟ୍ରକଚର ବିସ୍ତାର ହେଉଛି, ତାହା ବାୟୋଟେକ ସହିତ ଜଡ଼ିତ ଏସଏମଇଏସ ପାଇଁ ଷ୍ଟାର୍ଟଅପ୍ସ ପାଇଁ ଏକ ବହୁତ ବଡ଼ ଅବସର ଅଟେ । ନିକଟରେ ପେଟ୍ରୋଲରୁ ଇଥେନାଲର ୧ଠ ପ୍ରତିଶତ ବ୍ଲେଡିଂର ଲକ୍ଷ୍ୟ ହାସଲ କରିଲୁ । ଭାରତ ପେଟ୍ରୋଲରେ ୨ଠ ପ୍ରତିଶତ ଇଥେନାଲ ବ୍ଲେଡିଂର ଲକ୍ଷ୍ୟକୁ ମଧ୍ୟ ୨ଠ୩ଠରୁ ୫ ବର୍ଷ କମ କରି ବର୍ତ୍ତମାନ ଏହାକୁ ୨ଠ୨୫ କରିଦେଇଛି । ଏହି ସମସ୍ତ ପ୍ରୟାସ, ବାୟୋଟେକ କ୍ଷେତ୍ରରେ ରୋଜଗାରର ମଧ୍ୟ ନୂତନ ଅବସର ଆଣିବ, ବାୟୋଟେକ ପ୍ରଫେସନାଲ୍ସମାନଙ୍କ ପାଇଁ ନୂଆ ସୁଯୋଗ କରିବ । ସରକାର ବର୍ତ୍ତମାନ ନିକଟରେ ଯେଉଁ ଲାଭାର୍ଥୀମାନଙ୍କର ସେଚୁରେସନ, ଗରିବମାନଙ୍କ ପାଇଁ ଶତ ପ୍ରତିଶତ ସଶକ୍ତିକରଣର ଯେଉଁ ଅଭିଯାନ ଆରମ୍ଭ କରିଛି, ତାହା ମଧ୍ୟ ବାୟୋଟେକ କ୍ଷେତ୍ରକୁ ନୂତନ ଶକ୍ତି ଦେଇପାରିବ । ଅର୍ଥାତ ବାୟୋଟେକ କ୍ଷେତ୍ରର ବୃଦ୍ଧି ପାଇଁ ଅବସର ହିଁ ଅବସର ରହିଛି । ଭାରତର ଜେନେରିକ ଔଷଧ, ଭାରତର ଭାକ୍ସିନ ଯେଉଁ ବିଶ୍ୱାସ ଦୁନିଆରେ କରିଛି, ଯେତେ ବଡ଼ ଲେବଲରେ ଆମେ କାମ କରିପାରିବୁ, ତାହା ବାୟୋଟେକ କ୍ଷେତ୍ର ପାଇଁ ଏକ ଏବଂ ବଡ଼ ଲାଭ ହେବ । ମୋତେ ବିଶ୍ୱାସ ଅଛି, ଆସନ୍ତା ଦୁଇ ଦିନ ମଧ୍ୟରେ ଆପଣ ବାୟୋଟେକ କ୍ଷେତ୍ର ସହିତ ଜଡ଼ିତ ପ୍ରତ୍ୟେକ ସମ୍ଭାବନା ଉପରେ ବିସ୍ତୃତ ଭାବେ ଚର୍ଚ୍ଚା କରିବା । ବର୍ତ୍ତମାନ ‘ବିଆଇଆରଏସି’ ନିଜର ୧ଠ ବର୍ଷ ପୂରଣ କରିଛି । ମୋର ଏହା ମଧ୍ୟ ଆଗ୍ରହ ଅଛି ଯେ ଯେତେବେଳେ ‘ବିଆଇଆରଏସି’ ନିଜର ୨୫ ବର୍ଷ ପୂରଣ କରିବ, ସେତେବେଳେ ବାୟୋଟେକ କ୍ଷେତ୍ର କେଉଁ ଶିଖରରେ ଥିବ, ସେଥିପାଇଁ ନିଜର ଲକ୍ଷ୍ୟ ଏବଂ ଆକ୍ସନେବଲ ପଏଣ୍ଟସ ଉପରେ ବର୍ତ୍ତମାନ ଠାରୁ କାମ କରିବା ଦରକାର । ଏହି ବିଶାଳ ଆୟୋଜନ ପାଇଁ ଦେଶର ଯୁବପିଢ଼ିଙ୍କୁ ଏହି କ୍ଷେତ୍ରରେ ଆକର୍ଷିତ କରିବା ପାଇଁ ଏବଂ ଦେଶର ପ୍ରତିଭାକୁ ଦୁନିଆ ସମ୍ମୁଖରେ ପୁରା ସାମର୍ଥ୍ୟର ସହିତ ପ୍ରସ୍ତୁତ କରିବା ପାଇଁ ଆପଣ ସମସ୍ତଙ୍କୁ ବହୁତ ବହୁତ ଶୁଭେଚ୍ଛା ଜଣାଉଛି । ବହୁତ ବହୁତ ଶୁଭକାମନା ଦେଉଛି ।

ବହୁତ ବହୁତ ଧନ୍ୟବାଦ!

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
From welfare to opportunity: How DPI 2.0 and AI will unlock India’s productivity

Media Coverage

From welfare to opportunity: How DPI 2.0 and AI will unlock India’s productivity
NM on the go

Nm on the go

Always be the first to hear from the PM. Get the App Now!
...
State Visit of Prime Minister to Seychelles
June 28, 2026

As part of Prime Minister Shri Narendra Modi’s State Visit to Seychelles from 27-29 June 2026, Prime Minister and the President of Seychelles, H.E. Dr. Patrick Herminie today held official talks at the State House in Victoria, Mahe.

The talks covered the full spectrum of bilateral relations, with the leaders agreeing to further strengthen cooperation in health, education, capacity building, digital transformation, sustainable development, social infrastructure, renewable energy, maritime security and defence. They also exchanged views on regional and global developments, including challenges in the Indian Ocean region, such as illegal fishing, drug trafficking and piracy. Both leaders expressed satisfaction at the progress made in the implementation of projects and initiatives under the Special Economic Package announced by India. Prime Minister reaffirmed India’s commitment to supporting the development priorities of Seychelles and to further deepen the close and enduring partnership between the two countries.

Following the official talks, both leaders released a joint commemorative logo marking 50 years of the establishment of diplomatic relations between the two countries. Several MoUs/agreements in the fields of Capacity Building, UPI, Health, Agriculture, Shipping, Space, Extradition and Line of Credit were exchanged thereafter. The amount of the Line of Credit stands at INR 1250 crores. The full list of MoUs/agreements may be seen here [link]. In addition, several announcements in the fields of food security, infrastructure, health, vocational training, maritime security and defence were made in support of the development needs of Seychelles. The details of these announcements may be seen here [link]. Seychelles also announced that it is joining the Coalition for Disaster Resilient Infrastructure [CDRI].

Later in the day, Prime Minister addressed an Extraordinary Sitting of the National Assembly of Seychelles, becoming the first Indian Prime Minister to do so. In his address, he highlighted the historical bonds of friendship between India and Seychelles and underscored the shared values of democracy, rule of law and people-centric governance that guide the two countries. He noted that mutual trust and close cooperation have shaped a robust partnership spanning development cooperation, maritime security, technology, innovation, health and capacity building. Prime Minister also called for enhanced parliamentary exchanges between the two democracies. The full address of Prime Minister may be seen here [link]

The Leader of Opposition of Seychelles, H.E. Mr. Bernard Georges, also called on Prime Minister. The two leaders discussed India-Seychelles bilateral ties and conveyed their strong support to further build the special friendship between the two countries.