କିଛି ଦିନ ପୂର୍ବରୁ, ମୁଁ କର୍ତ୍ତବ୍ୟ ପଥ, ଅର୍ଥାତ୍ କର୍ତ୍ତବ୍ୟ ଭବନରେ ସାଧାରଣ କେନ୍ଦ୍ରୀୟ ସଚିବାଳୟକୁ ଉଦଘାଟନ କରିଥିଲି ଏବଂ ଆଜି, ମୁଁ ସଂସଦରେ ମୋର ସହକର୍ମୀମାନଙ୍କ ପାଇଁ ଏହି ଆବାସିକ ପରିସରକୁ ଉଦଘାଟନ କରିବାର ସୁଯୋଗ ପାଇଛି : ପ୍ରଧାନମନ୍ତ୍ରୀ
ଆଜି, ଦେଶ ଏହାର ସାଂସଦମାନଙ୍କ ପାଇଁ ନୂତନ ଘରର ଆବଶ୍ୟକତା ପୂରଣ କରିବା ସହିତ ପିଏମ୍ -ଆବାସ ଯୋଜନା ମାଧ୍ୟମରେ ୪ କୋଟି ଗରିବ ଲୋକଙ୍କୁ ଗୃହ ପ୍ରବେଶ କରିବାର ସୁଯୋଗ ମଧ୍ୟ ପ୍ରଦାନ କରୁଛି : ପ୍ରଧାନମନ୍ତ୍ରୀ
ଆଜି ଦେଶ କେବଳ କର୍ତ୍ତବ୍ୟ ପଥ ଏବଂ କର୍ତ୍ତବ୍ୟ ଭବନ ନିର୍ମାଣ କରୁ ନାହିଁ ବରଂ ଲକ୍ଷ ଲକ୍ଷ ନାଗରିକଙ୍କୁ ନଳ ମାଧ୍ୟମରେ ଜଳ ଯୋଗାଣ କରିବାର କର୍ତ୍ତବ୍ୟ ମଧ୍ୟ ପାଳନ କରୁଛି : ପ୍ରଧାନମନ୍ତ୍ରୀ
ସୌରଶକ୍ତି - ସକ୍ଷମ ଭିତ୍ତିଭୂମିରୁ ସୌର ଶକ୍ତି କ୍ଷେତ୍ରରେ ଦେଶର ନୂତନ ରେକର୍ଡ ପର୍ଯ୍ୟନ୍ତ, ଦେଶ ନିରନ୍ତର ଭାବରେ ସ୍ଥାୟୀ ବିକାଶର ଦୃଷ୍ଟିକୋଣକୁ ଆଗକୁ ବଢ଼ାଉଛି : ପ୍ରଧାନମନ୍ତ୍ରୀ

କାର୍ଯ୍ୟକ୍ରମରେ ଉପସ୍ଥିତ ଶ୍ରୀ ଓମ ବିର୍ଲା ଜୀ, ମନୋହର ଲାଲ ଜୀ, କିରେନ ରିଜିଜୁ ଜୀ, ମହେଶ ଶର୍ମା ଜୀ, ସଂସଦରେ ସମସ୍ତ ସମ୍ମାନିତ ସାଂସଦଗଣ, ଲୋକସଭାର ମହାସଚିବ, ଭଦ୍ର ମହିଳା ଓ ଭଦ୍ରବ୍ୟକ୍ତିମାନେ !

ଏବେ କିଛି ଦିନ ପୂର୍ବରୁ ମୁଁ କର୍ତ୍ତବ୍ୟ ପଥରେ ସାଧାରଣ କେନ୍ଦ୍ରୀୟ ସଚିବାଳୟ ଅର୍ଥାତ୍ କର୍ତ୍ତବ୍ୟ ଭବନର ଲୋକର୍ପଣ କରିଛି। ଏବଂ, ଆଜି ମୋତେ ସଂସଦରେ ମୋର ସହକର୍ମୀମାନଙ୍କ ପାଇଁ ଏହି ଆବାସିକ ପରିସରର ଉଦଘାଟନ କରିବାର ସୁଯୋଗ ମିଳିଛି। ଏହି ଚାରୋଟି ଟାୱାରର ନାମ ମଧ୍ୟ ବହୁତ ସୁନ୍ଦର ଅଟେ- କୃଷ୍ଣା, ଗୋଦାବରୀ, କୋଶି, ହୁଗଲି, ଭାରତର ଚାରୋଟି ମହାନ ନଦୀ, ଯାହା କୋଟି କୋଟି ଲୋକଙ୍କୁ ଜୀବନ ଦେଉଛି | ଏବେ ସେମାନଙ୍କ ପ୍ରେରଣା ଦ୍ୱାରା ଆମର ଜନ ପ୍ରତିନିଧିମାନଙ୍କ ଜୀବନରେ ମଧ୍ୟ ବହୁତ ଆନନ୍ଦର ଏକ ନୂଆ ଧାରା ପ୍ରବାହିତ ହେବ। କିଛି ଲୋକଙ୍କୁ ସମସ୍ୟା ମଧ୍ୟ ହେବ, କୋଶି ନଦୀ                                                                                                                                                                                                                 ରକ୍ଷା ହୈ ନାମ ରଖାଯାଇଛି,  ତେଣୁ ସେମାନଙ୍କୁ ବିହାରର ନିର୍ବାଚନ ନଜରରେ ଆସିବ। କୋଶି ନଦୀ ଦେଖିବେ ନାହିଁ, ସେମାନଙ୍କୁ ବିହାରର ନିର୍ବାଚନ ନଜରରେ ଆସିବା। ଏଭଳି କ୍ଷୁଦ୍ର ଚିନ୍ତାଧାରାର ଲୋକମାନଙ୍କ ଅସୁବିଧା ମଧ୍ୟରେ ମଧ୍ୟ, ମୁଁ ନିଶ୍ଚୟ କହିବି ଯେ ଏହି ନଦୀଗୁଡ଼ିକର ନାମର ପରମ୍ପରା ଆମକୁ ଦେଶର ଏକତାର ସୂତ୍ରରେ ବାନ୍ଧି ରଖିଛି। ଦିଲ୍ଲୀରେ ଆମର ସାଂସଦମାନଙ୍କ ସହଜ ଜୀବନଶୈଳୀ ବୃଦ୍ଧି ପାଇଛି, ଦିଲ୍ଲୀରେ ଆମର ସାଂସଦମାନଙ୍କ ପାଇଁ ସରକାରୀ ଘର ଉପଲବ୍ଧ ହେବ, ଏବେ ସେତିକି ଅଧିକ ହୋଇଯିବ । ମୁଁ ସମସ୍ତ ସାଂସଦଙ୍କୁ ଅଭିନନ୍ଦନ ଜଣାଉଛି। ମୁଁ ଏହି ଫ୍ଲାଟ ନିର୍ମାଣ ସହିତ ଜଡ଼ିତ ସମସ୍ତ ଇଞ୍ଜିନିୟର ଏବଂ ଶ୍ରମିକମାନଙ୍କୁ ମଧ୍ୟ ଅଭିନନ୍ଦନ ଜଣାଉଛି, ଯେଉଁମାନେ କଠିନ ପରିଶ୍ରମ ଏବଂ ଉତ୍ସର୍ଗୀକୃତ ମନୋଭାବ ନେଇ ଏହି କାର୍ଯ୍ୟ ସମାପ୍ତ କରିଛନ୍ତି।

 

ସାଥିମାନେ,

ଆମର ସାଂସଦ ସହକର୍ମୀମାନେ ଯେଉଁ ନୂତନ ବାସଭବନରେ ପ୍ରବେଶ କରିବେ, ତାହାର ଏକ ନମୁନା ଫ୍ଲାଟ ଦେଖିବାର ସୁଯୋଗ ମୋତେ ମିଳିଛି। ପୁରୁଣା ଏମ୍. ପି. କ୍ୱାର୍ଟର୍ସକୁ ଯିବାର ସୁଯୋଗ ମଧ୍ୟ ମୋତେ ମିଳୁଛି। ଯେଉଁଭଳି ଭାବେ ପୁରୁଣା ଘରଗୁଡ଼ିକ ମରାମତି ନହୋଇ ପଡ଼ୁଥିଲା, ଯେଉଁଭଳି ଭାବେ ସାଂସଦମାନେ ଦିନରାତି ସମସ୍ୟାର ସମ୍ମୁଖୀନ ହେଉଥିଲେ, ନୂଆ ଘରଗୁଡ଼ିକ ଗୃହ ଭିତରକୁ ପ୍ରବେଶ କରିବା ପରେ ସେଥିରୁ ମୁକ୍ତି ପାଇବେ। ଯଦି ସାଂସଦମାନେ ସେମାନଙ୍କ ସମସ୍ୟାରୁ ମୁକ୍ତ ରହିବେ, ତେବେ ସେମାନେ ନିଜ ସମୟ ଏବଂ ନିଜର ଶକ୍ତି, ଆହୁରି ଉନ୍ନତ ପ୍ରଣାଳୀରେ ଜନତାଙ୍କର  ସମସ୍ୟାର  ସମାଧାନ କରିବାରେ ସମୟ ଦେଇପାରିବେ ।

ସାଥିମାନେ,

ଆପଣମାନେ ସମସ୍ତେ ଜାଣନ୍ତି ଯେ, ପ୍ରଥମ ଥର ଜିତିବା ପରେ ଦିଲ୍ଲୀ ଆସିଥିବା ସାଂସଦମାନଙ୍କୁ ଘର ଦେବା କେତେ କଷ୍ଟକର ଥିଲା, ନୂଆ କୋଠା ଏହି ଅସୁବିଧାକୁ ମଧ୍ୟ ଦୂର କରିବ। ଏହି ବହୁ ମହଲା ବିଶିଷ୍ଟ ଏହି ଭବନ 180ରୁ ଅଧିକ ସାଂସଦ ଏକାଠି ରହିବେ। ଏଥି ସହିତ, ଏହି ନୂତନ ଘରଗୁଡ଼ିକର ଏକ ବଡ଼ ଆର୍ଥିକ ଦିଗ ମଧ୍ୟ ରହିଛି। ଏବେ, କର୍ତ୍ତବ୍ୟ ଭବନର ଉଦ୍ଘାଟନ ଅବସରରେ ମୁଁ କହିଥିଲି ଯେ, ଯେଉଁ ଭଡ଼ା ଘରଗୁଡ଼ିକରେ ଅନେକ ମନ୍ତ୍ରଣାଳୟ ଚାଲୁଥିଲା, ସେଗୁଡ଼ିକର ଭଡ଼ା ବର୍ଷକୁ ପାଖାପାଖି ଦେଢ଼ ହଜାର କୋଟି ଟଙ୍କା ଥିଲା। ଏହା ଦ୍ଵାରା ଦେଶର ଅର୍ଥର ସିଧାସଳଖ ଅପଚୟ ହେଉଥିଲା। ସେହିଭଳି, ପର୍ଯ୍ୟାପ୍ତ ସାଂସଦ ରହିବାର ଅଭାବ ମଧ୍ୟ ସରକାରୀ ଖର୍ଚ୍ଚ ବୃଦ୍ଧି କରିଥିଲା।   ଆପଣ କଳ୍ପନା କରିପାରୁଥିବେ, ସାଂସଦ ରହିବାର ଅଭାବ ସତ୍ତ୍ୱେ, 2004 ରୁ 2014 ମଧ୍ୟରେ ଲୋକସଭା ସାଂସଦମାନଙ୍କ ପାଇଁ ଗୋଟିଏ ବି ନୂତନ ଗୃହ ନିର୍ମାଣ କରାଯାଇ ନଥିଲା। ତେଣୁ, 2014 ପରେ, ଆମେ ଏହି କାର୍ଯ୍ୟକୁ ଏକ ଅଭିଯାନ ଭାବେ ଗ୍ରହଣ କଲୁ। 2014 ମସିହାରୁ ଏହି ଫ୍ଲାଟଗୁଡ଼ିକୁ ମିଶାଇ ପାଖାପାଖି 350ଟି ସାଂସଦ ଆବାସ ନିର୍ମାଣ କରାଯାଇଛି। ଅର୍ଥାତ୍, ଥରେ ଏହି ଘରଗୁଡ଼ିକ ନିର୍ମାଣ ହୋଇଗଲେ, ଏବେ ଜନସାଧାରଣ ଅର୍ଥ ମଧ୍ୟ ସଞ୍ଚୟ ହୋଇପାରିବେ ।

ସାଥିମାନେ,

ଏକବିଂଶ ଶତାବ୍ଦୀର ଭାରତ, ଯେତିକି ବିକାଶିତ  ହେବା ପାଇଁ ଅଧୀର ସେତିକି ସମ୍ବେଦନଶୀଳ । ଆଜି ଯେତେବେଳେ ଦେଶ କର୍ତ୍ତବ୍ୟ ପଥ ଏବଂ କର୍ତ୍ତବ୍ୟ ଭବନର ନିର୍ମାଣ କରୁଛି, ସେତେବେଳେ କୋଟି କୋଟି ଦେଶବାସୀଙ୍କୁ ପାଇପ ଯୋଗେ ଜଳ ଯୋଗାଇବା ମଧ୍ୟ ନିଜର କର୍ତ୍ତବ୍ୟ ପାଳନ କରୁଛି। ଆଜି ଯେତେବେଳେ ଦେଶ ନିଜର ସାଂସଦମାନଙ୍କ ପାଇଁ ଏକ ନୂଆ ଗୃହର ପ୍ରତୀକ୍ଷା ପୂରଣ କରୁଛି, ସେତେବେଳେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଜରିଆରେ 4 କୋଟି ଗରିବ ଲୋକ ମଧ୍ୟ ସେମାନଙ୍କ ଘରେ ପ୍ରବେଶ କରୁଛନ୍ତି। ଆଜି ଦେଶ ଏକ ନୂଆ ସଂସଦ ଭବନ ଏବଂ ଶହ ଶହ ନୂଆ ମେଡ଼ିକାଲ କଲେଜ ନିର୍ମାଣ କରୁଛି। ପ୍ରତ୍ୟେକ ବର୍ଗ, ପ୍ରତ୍ୟେକ ସମାଜ ଏଥିରୁ ଉପକୃତ ହେଉଛନ୍ତି।

 

ସାଥିମାନେ,

ମୁଁ ଖୁସି ଯେ ନୂଆ ସାଂସଦଙ୍କ ବାସଭବନରେ ନିରନ୍ତର ବିକାଶ ଉପରେ ମଧ୍ୟ ବିଶେଷ ଧ୍ୟାନ ଦିଆଯାଇଛି। ଏହା ମଧ୍ୟ ଦେଶର ପରିବେଶ ଅନୁକୂଳ ଏବଂ ଭବିଷ୍ୟତ ଅନୁକୂଳ ନିରାପଦ ପଦକ୍ଷେପର ଅଂଶବିଶେଷ। ସୌର ଶକ୍ତିଯୁକ୍ତ ଭିତ୍ତିଭୂମି ଠାରୁ ଆରମ୍ଭ କରି ସୌର ଶକ୍ତିରେ ଦେଶର ନୂତନ ରେକର୍ଡ ପର୍ଯ୍ୟନ୍ତ, ଦେଶ ନିରନ୍ତର ବିକାଶର ଦୃଷ୍ଟିକୋଣକୁ ଅନୁସରଣ ଆଗକୁ ନେଉଛି।

ସାଥିମାନେ,

ଆଜି ମୋର ମଧ୍ୟ ଆପଣମାନଙ୍କ ପାଇଁ କିଛି ଅନୁରୋଧ ରହିଛି। ଏଠାରେ ଦେଶର ବିଭିନ୍ନ ରାଜ୍ୟ ଏବଂ ଅଞ୍ଚଳର ସାଂସଦମାନେ ଏକାଠି ରହିବେ। ଏଠାରେ ଆପଣଙ୍କର ଉପସ୍ଥିତି 'ଏକ ଭାରତ, ଶ୍ରେଷ୍ଠ ଭାରତ "ର ପ୍ରତୀକ ହେବ। ତେଣୁ, ଯଦି ଏହି କମ୍ପ୍ଲେକ୍ସରେ ପ୍ରତ୍ୟେକ ପ୍ରଦେଶର ପର୍ବପର୍ବାଣୀର ସମୟ ସମୟରେ ସାମୁହିକ ଆୟୋଜନ ହେବ । ଆପଣ ନିଜ ଅଞ୍ଚଳର ଜନସାଧାରଣଙ୍କୁ ମଧ୍ୟ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବା ପାଇଁ ନିମନ୍ତ୍ରଣ କରିପାରିବେ। ଆପଣ ନିଜ ନିଜ ପ୍ରଦେଶର ଭାଷାରେ ପରସ୍ପରକୁ ମଧ୍ୟ କିଛି ଶବ୍ଦ ଶିଖାଇବାକୁ ମଧ୍ୟ ଚେଷ୍ଟା କରିପାରିବେ। ସ୍ଥିରତା ଏବଂ ସ୍ୱଚ୍ଛତା ମଧ୍ୟ ଏହି ଭବନର ପରିଚୟ ହେବା ଉଚିତ ।

 

ଏହା ଆମ ସମସ୍ତଙ୍କର ପ୍ରତିବଦ୍ଧତା ହେବା ଉଚିତ। ଏହା କେବଳ ସାଂସଦଙ୍କ ବାସଭବନ ନୁହେଁ ବରଂ ସମଗ୍ର ପରିସର ସର୍ବଦା ସ୍ବଚ୍ଛ ଏବଂ ପରିଷ୍କାର ରହିବ, ସେତେବେଳେ ବହୁତ ଭଲ ହେବ ।

ସାଥିମାନେ,

ମୁଁ ଆଶା କରୁଛି ଯେ, ଆମେ ସମସ୍ତେ ଏକ ଦଳ ଭାବେ କାର୍ଯ୍ୟ କରିବା। ଆମର ପ୍ରୟାସ ଦେଶ ପାଇଁ ଏକ ଆଦର୍ଶ ହେବ। ଏବଂ ମୁଁ ମନ୍ତ୍ରଣାଳୟକୁ ଏବଂ ଆପଣଙ୍କ ଆବାସ କମିଟିକୁ ଅନୁରୋଧ କରିବି, ଏବର୍ଷକୁ ଦୁଇ କିମ୍ବା ତିନି ଥର ଏହି ସାଂସଦ ମାନଙ୍କର ଯେଉଁ ପରିସର ରହିଛି, ସେମାନଙ୍କ ମଧ୍ୟରେ ସ୍ୱଚ୍ଛତା ପ୍ରତିଯୋଗିତା ହୋଇପାରିବ କି? ଏବଂ ତା 'ପରେ ଘୋଷଣା କରନ୍ତୁ ଯେ ଆଜି ଏହା ଯେଉଁ ବ୍ଲକରେ ଥିଲା ତାହା ସବୁଠାରୁ ସ୍ୱଚ୍ଛ ବୋଲି ଜଣାପଡ଼ିଥିଲା। ବୋଧହୁଏ ଏକ ବର୍ଷ ପରେ, ଆମେ ସ୍ଥିର କରିବୁ କେଉଁଟି ସର୍ବୋତ୍ତମ ଏବଂ କେଉଁଟି ଖରାପ, ଉଭୟ ଘୋଷଣା କରିବୁ।

 

ସାଥିମାନେ,

ଯେତେବେଳେ ମୁଁ ଏହି ନବନିର୍ମିତ ଫ୍ଲାଟକୁ ଦେଖିବାକୁ ଯାଇଥିଲି, ଯେତେବେଳେ ମୁଁ ଭିତରକୁ ପ୍ରବେଶ କଲି, ମୋର ପ୍ରଥମ ମନ୍ତବ୍ୟ ଥିଲା, କେବଳ ଏତିକି କି? ତେଣୁ ସେ କହିଲେ ନା ସାର୍, ଏହା କେବଳ ଆରମ୍ଭ, ବର୍ତ୍ତମାନ ଭିତରକୁ ଆସନ୍ତୁ, ମୁଁ ଆଶ୍ଚର୍ଯ୍ୟ ହେଲି, ମୋତେ ଲାଗିଲାନି,ଯେ ଆପଣ ସମସ୍ତ କୋଠରୀ ପୂରଣ କରିପାରିବେ, ସେଗୁଡ଼ିକ ବହୁତ ବଡ଼। ମୁଁ ଆଶା କରୁଛି ଯେ, ଏହି ସବୁ ନୂତନ ଘରଗୁଡ଼ିକର ସଦୁପଯୋଗ ହେଉ। ଆପଣଙ୍କ ବ୍ୟକ୍ତିଗତ ଜୀବନରେ ଆପଣଙ୍କ ପାରିବାରିକ ଜୀବନରେ ମଧ୍ୟ ମଧ୍ୟ ଏହି ନୂଆ ଘର ମଧ୍ୟ, ଏକ ଆଶୀର୍ବାଦ ହେବ।  ମୋର ବହୁତ-ବହୁତ ଶୁଭେଚ୍ଛା।

ଧନ୍ୟବାଦ୍।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Commendable performance of India’s marine exports amid uncertain times

Media Coverage

Commendable performance of India’s marine exports amid uncertain times
NM on the go

Nm on the go

Always be the first to hear from the PM. Get the App Now!
...
Prime Minister congratulates Dr. R. Balasubramaniam Ji and Dr. Joram Aniya Ji on being appointed as Full-time Members of NITI Aayog
May 02, 2026

Prime Minister Shri Narendra Modi has congratulated Dr. R. Balasubramaniam Ji and Dr. Joram Aniya Ji on being appointed as Full-time Members of NITI Aayog.

The Prime Minister noted that their rich experience and deep understanding of various issues will greatly strengthen policymaking. Shri Modi expressed confidence that their contributions will help drive innovation and growth across sectors. He also wished them a very productive and impactful tenure ahead.

The Prime Minister posted on X:

"Congratulations to Dr. R. Balasubramaniam Ji and Dr. Joram Aniya Ji on being appointed as Full-time Members of NITI Aayog. Their rich experience and deep understanding of various issues will greatly strengthen policy making. I am confident their contributions will help drive innovation and growth across sectors. Wishing them a very productive and impactful tenure ahead."