ସୁପର ସ୍ପେସିଆଲିଟି ଚାରିଟେବୁଲ୍ ଗ୍ଲୋବାଲ୍ ହସ୍ପିଟାଲ୍, ଶିବମଣି ଓଲ୍‌ଡ ଏଜ୍ ହୋମର ଦ୍ୱିତୀୟ ପର୍ଯ୍ୟାୟ ଏବଂ ନର୍ସିଂ କଲେଜର ସମ୍ପ୍ରସାରଣ ପାଇଁ ଶିଳାନ୍ୟାସ କରିଛନ୍ତି
“ଏହି ଅମୃତ କାଳ ଦେଶର ପ୍ରତ୍ୟେକ ନାଗରିକଙ୍କ ପାଇଁ କର୍ତ୍ତବ୍ୟ କାଳ”
ଦେଶ ସ୍ୱାସ୍ଥ୍ୟ ସୁବିଧାଗୁଡ଼ିକର ଉନ୍ନତି କରୁଛି
“ଯେତେବେଳେ ଉଦ୍ଦେଶ୍ୟ ସ୍ପଷ୍ଟ ଏବଂ ଦେଶ ସେବାର ଭାବନା ଥାଏ, ସେତେବେଳେ ଯେଉଁ ସଂକଳ୍ପ ନିଆଯାଏ ତାହା ସଫଳ ହୁଏ
ଆସନ୍ତା ଦଶନ୍ଧିରେ ଭାରତରେ ସୃଷ୍ଟି ହୋଇଥିବା ଡାକ୍ତରଙ୍କ ସଂଖ୍ୟା ସ୍ବାଧୀନତା ପରେ ଗତ 7 ଦଶନ୍ଧିରେ ସୃଷ୍ଟି ହୋଇଥିବା ଡାକ୍ତରଙ୍କ ସଂଖ୍ୟା ସହିତ ସମାନ ହେବ ବୋଲି ସେ କହିଛନ୍ତି
“ବ୍ରହ୍ମ କୁମାରୀ ସଂଗଠନ ସବୁବେଳେ ଆଶାଠାରୁ ଅଧିକ କରିଛି”
ବ୍ରହ୍ମ କୁମାରି ଏକ ଅଭିନବ ଉପାୟରେ ରାଷ୍ଟ୍ର ନିର୍ମାଣ ସହ ଜଡିତ ନୂତନ ବିଷୟଗୁଡିକ ଆଗକୁ ନେବା ଉଚିତ

ଶାନ୍ତି!

ଆଦରଣୀୟ ରାଜଯୋଗିନୀ ଦାଦୀ ରତନ ମୋହିନୀ ଜୀ, ବ୍ରହ୍ମା କୁମାରୀରର ସମସ୍ତ ବରିଷ୍ଠ ସଦସ୍ୟ, ଏବଂ ଭାରତର ବିଭିନ୍ନ ଅଞ୍ଚଳରୁ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବାକୁ ଆସିଥିବା ମୋର ପ୍ରିୟ ଭାଇ ଭଉଣୀମାନେ!

ଏହା ମୋର ସୌଭାଗ୍ୟ ଯେ ମୋତେ ଅନେକ ଥର ଆପଣଙ୍କ ମଧ୍ୟକୁ ଆସିବାର ସୁଯୋଗ ମିଳିଛି, ଯେତେବେଳେ ମଧ୍ୟ ମୁଁ ଆପଣମାନଙ୍କ ମଧ୍ୟକୁ ଆସିଥାଏ, ମୋତେ ଏକ ଆଧ୍ୟାତ୍ମିକ ଅନୁଭୂତି ହୋଇଥାଏ ଏବଂ ଗତ କିଛି ମାସରେ ଦ୍ୱିତୀୟ ଥର ମୋତେ ବ୍ରହ୍ମ କୁମାରୀଙ୍କ କାର୍ଯ୍ୟକ୍ରମରେ ସାମିଲ ହେବାର ସୁଯୋଗ ମିଳିଛି । ଏହା ପୂର୍ବରୁ, ଆପଣ ମୋତେ ଫେବ୍ରୁଆରୀରେ ନିମନ୍ତ୍ରଣ କରିଥିଲେ ଯେତେବେଳେ ଆପଣ ‘ଜଲ ଜନ ଅଭିଯାନ’ ଆରମ୍ଭ କରିଥିଲେ । ପୁଣି ମୋତେ ବିସ୍ତୃତ ଭାବରେ ମନେ ପକାଇଲେ କିପରି ବ୍ରହ୍ମା କୁମାରୀଙ୍କ ସହିତ ମୋର ସମ୍ପର୍କ ଲଗାତାର ବଢ଼ିବାରେ ଲାଗିଛି । ଏହା ଭଗବାନଙ୍କ ଆଶୀର୍ବାଦ ଏବଂ ରାଜଯୋଗିନୀ ଦାଦୀ ଜୀଙ୍କ ଭଲପାଇବା ଯୋଗୁ ହୋଇଥାଏ ।

ଆଜି ଏଠାରେ ସୁପର ସ୍ପେଶିଆଲିଟି ଚାରିଟେବୁଲ ଗ୍ଲୋବାଲ ହସ୍ପିଟାଲ ଶିଳାନ୍ୟାସ କରାଯାଇଛି । ଆଜି ଶିବମଣି ହୋମ୍ସ ଏବଂ ନର୍ସିଂ କଲେଜର ସମ୍ପ୍ରସାରଣ ସହ କାର୍ଯ୍ୟ ମଧ୍ୟ ଆରମ୍ଭ ହୋଇଛି । ଏହି ସମସ୍ତ ପଦକ୍ଷେପ ପାଇଁ ମୁଁ ବ୍ରହ୍ମା କୁମାରୀଙ୍କ ସଂଗଠନ ଏବଂ ସମସ୍ତ ସଦସ୍ୟଙ୍କୁ ହୃଦୟରୁ ଅଭିନନ୍ଦନ ଜଣାଉଛି ।

ସାଥୀମାନେ,

ସ୍ୱାଧୀନତାର ‘ଅମୃତ କାଳ’ରେ ଭାରତର ସମସ୍ତ ସାମାଜିକ ଏବଂ ଧାର୍ମିକ ଅନୁଷ୍ଠାନର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ସ୍ୱାଧୀନତାର ଏହି ‘ଅମୃତ କାଳ’ ହେଉଛି ଦେଶର ପ୍ରତ୍ୟେକ ନାଗରିକଙ୍କ ପାଇଁ କର୍ତ୍ତବ୍ୟର କାଳ ଅଟେ । କର୍ତ୍ତବ୍ୟର ଏହି ଅବଧିର ଅର୍ଥ ହେଉଛି ଆମର ଦାୟିତ୍ୱର ୧୦୦ ପ୍ରତିଶତ ନିର୍ବହନ! ଏବଂ ଏହା ସହିତ ଦେଶ ତଥା ସମାଜର ସ୍ୱାର୍ଥରେ ଆମର ଚିନ୍ତାଧାରା ଏବଂ ଦାୟିତ୍ୱର ବିସ୍ତାର! ଏହା ସୂଚିତ କରେ ଯେ ଆମକୁ ମଧ୍ୟ ଉତ୍ସର୍ଗ କରିବାକୁ ଆମର କର୍ତ୍ତବ୍ୟ ସମ୍ପାଦନ ଜାରି ରଖିବା ବେଳେ ଆମ ଦେଶ ପାଇଁ ଆମେ ଆଉ କ’ଣ କରିପାରିବା ତାହା ମଧ୍ୟ ଚିନ୍ତା କରିବାକୁ ପଡ଼ିବ ।

କର୍ତ୍ତବ୍ୟର ଏହି ଅବଧି ପାଇଁ ଆପଣ ସମସ୍ତଙ୍କର ପ୍ରେରଣା ସ୍ରୋତ ରହିଛି । ଏକ ଆଧ୍ୟାତ୍ମିକ ସଂଗଠନ ଭାବରେ ବ୍ରହ୍ମା କୁମାରୀଙ୍କ ସମାଜରେ ନୈତିକ ମୂଲ୍ୟବୋଧକୁ ମଜବୁତ କରିବାର କାର୍ଯ୍ୟ କରିଥାନ୍ତି । କିନ୍ତୁ ତା’ ସହିତ ଆପଣ ସମାଜ ସେବା, ବିଜ୍ଞାନ, ଶିକ୍ଷାର ପ୍ରଚାର-ପ୍ରସାର ଏବଂ ସାମାଜିକ ସଚେତନତା ବୃଦ୍ଧି କରିବା ପାଇଁ ସମ୍ପୂର୍ଣ୍ଣ ଭାବରେ ସମର୍ପିତ ଅଟେ । ମାଉଣ୍ଟ ଆବୁରେ ଆପଣଙ୍କର ଗ୍ଲୋବାଲ ହସ୍ପିଟାଲ ଗବେଷଣା କେନ୍ଦ୍ର ବାସ୍ତବରେ ଏକ ଉତ୍ତମ ଉଦାହରଣ ଅଟେ । ଏବଂ ମୋତେ କୁହାଯାଇଛି ଯେ ଏହି ଅନୁଷ୍ଠାନ ନିକଟସ୍ଥ ଗ୍ରାମଗୁଡ଼ିକରେ ସ୍ୱାସ୍ଥ୍ୟ ଶିବିର ଏବଂ ରକ୍ତଦାନ ଶିବିର ଆୟୋଜନ କରିଥାଏ । ବର୍ତ୍ତମାନ ସୁପର ସ୍ପେଶିଆଲିଟି ଚାରିଟେବୁଲ ଗ୍ଲୋବାଲ ହସ୍ପିଟାଲ ମଧ୍ୟ ଏହି ଅଞ୍ଚଳରେ ସ୍ୱାସ୍ଥ୍ୟ ସେବାରେ ଉନ୍ନତି ଆଣିବାରେ ସାହାଯ୍ୟ କରିବ । ଏହି ମାନବିକ ପ୍ରୟାସ ପାଇଁ ଆପଣ ସମସ୍ତେ ଅଭିନନ୍ଦନ ପାଇବାକୁ ଯୋଗ୍ୟ ।

 

ସାଥୀମାନେ,

ଆଜି ଆମର ସମଗ୍ର ଦେଶ ସ୍ୱାସ୍ଥ୍ୟ ସୁବିଧାଗୁଡ଼ିକର ଏକ ପରିବର୍ତ୍ତନ ଅନୁଭବ କରୁଛି । ଗତ ନଅ ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ଦେଶର ଗରୀବ ଲୋକ ମଧ୍ୟ ହୃଦୟଙ୍ଗମ କରିଛନ୍ତି ଯେ ଦେଶର ଡାକ୍ତରଖାନା ମଧ୍ୟ ସେମାନଙ୍କ ପାଇଁ ସହଜରେ ଉପଲବ୍ଧ ଏବଂ ଏଥିରେ ଆୟୁଷ୍ମାନ ଭାରତ ଯୋଜନା କେବଳ ସରକାରୀ ନୁହେଁ ଗରୀବ ଲୋକଙ୍କ ପାଇଁ ଘରୋଇ ଡାକ୍ତରଖାନାର ଦ୍ୱାର ଖୋଲିଛି ।

ଆପଣ ଏହା ମଧ୍ୟ ଜାଣିଛନ୍ତି ଯେ ଏହି ଯୋଜନା ଅଧିନରେ ସରକାର ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚିକିତ୍ସା ଖର୍ଚ୍ଚ ବହନ କରୁଛନ୍ତି । ଏହି ଯୋଜନାରେ ଦେଶର ଚାରି କୋଟିରୁ ଅଧିକ ଗରୀବ ଲୋକ ଉପକୃତ ହେଉଛନ୍ତି । ଯଦି ଆୟୁଷ୍ମାନ ଭାରତ ଯୋଜନା ହୋଇନଥାନ୍ତା, ତେବେ ସେମାନଙ୍କ ଚିକିତ୍ସା ପାଇଁ ନିଜ ପକେଟରୁ ୮୦,୦୦୦ କୋଟି ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ । ସେହିଭଳି ଜନ ଔଷଧି କେନ୍ଦ୍ରରେ ସୁଲଭ ଔଷଧ ଉପଲବ୍ଧ ହେତୁ ଗରୀବ ଏବଂ ମଧ୍ୟବିତ୍ତ ଲୋକମାନେ ପ୍ରାୟ ୨୦,୦୦୦ କୋଟି ଟଙ୍କା ସଞ୍ଚୟ କରିବେ ।

ଏବଂ ଆପଣ କଳ୍ପନା କରିପାରୁଥିବେ ଯେ ଯଦି ଆମର ବ୍ରହ୍ମକୁମାରୀ ଅନୁଷ୍ଠାନ ଗଣନାରେ ପ୍ରଥମ, ଯାହା ଦେଶର ପ୍ରତ୍ୟେକ ଗାଁରେ ବ୍ୟାପିଛି, ଲୋକମାନଙ୍କୁ ସରକାରଙ୍କ ଦ୍ୱାରା ପରିଚାଳିତ ଜନ ଔଷଧି କେନ୍ଦ୍ର ସମ୍ପର୍କରେ କୁହନ୍ତୁ, ଯେଉଁଠାରେ ଗୁଣାତ୍ମକ ମାନର ଔଷଧ ବହୁ ଶସ୍ତା ମୂଲ୍ୟରେ ଉପଲବ୍ଧ ଅଛି, ସେଠାରେ ଗରୀବଙ୍କ ପାଇଁ ଯେତେ ସେବା କରିପାରିବେ । ଏହି କେନ୍ଦ୍ରରେ ବଜାରରେ ୧୦୦ ଟଙ୍କାର ଔଷଧ ୧୦-୧୫ ଟଙ୍କାରେ ଉପଲବ୍ଧ । ଆପଣ ଅନୁମାନ କରିପାରୁଥିବେ ଯେ ଗରୀବଙ୍କର କେତେ ସେବା ହୋଇପାରିବ । ଏଥିପାଇଁ ଆମର ସମସ୍ତ ବ୍ରହ୍ମା କୁମାରୀ କିମ୍ବା ବ୍ରହ୍ମା କୁମାରୀରର ଲୋକମାନଙ୍କ ମଧ୍ୟରେ ଏହି ସଚେତନତା ସୃଷ୍ଟି କରିବା ଦରକାର । ଏହି ଜନ ଔଷଧି କେନ୍ଦ୍ର ସମଗ୍ର ଦେଶରେ ସ୍ଥାପିତ କରାଯାଇଛି । ଆପଣଙ୍କ ସମ୍ପର୍କରେ ଆସୁଥିବା ଲୋକମାନେ ଆପଣଙ୍କ ସର୍ବଦା ଆଶୀର୍ବାଦ କରିବେ।

ଉଦାହରଣ ସ୍ୱରୂପ କୌଣସି ଏକ ପରିବାରରେ ଜଣେ ବୃଦ୍ଧ ବ୍ୟକ୍ତି ଅଟନ୍ତି; ଯିଏ ମଧୁମେହରେ ପୀଡ଼ିତ, ତେବେ ଔଷଧ ବାବଦରେ ୧୨୦୦ - ୧୫୦୦ - ୨୦୦୦ ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ ହୋଇଥାଏ । କିନ୍ତୁ ଯଦି ସେ ଜନ ଔଷଧି କେନ୍ଦ୍ରରୁ ଔଷଧ ନିଅନ୍ତି ତେବେ ବୋଧହୁଏ ସେହି ଖର୍ଚ୍ଚ ହେବ । ୧୦୦୦-୧୫୦୦ରୁ କମ ହୋଇ ମାତ୍ର ୧୦୦ ଟଙ୍କା ହୋଇଛି। ଏହା ତାଙ୍କ ଜୀବନରେ ବହୁତ ସାହାଯ୍ୟ କରିବ । ଆପଣ ଏହି ବାର୍ତ୍ତାକୁ ବହୁ ଦୂରକୁ ନେଇ ପାରିବେ ।

ସାଥୀମାନେ,

ଆପଣ ଏତେ ବର୍ଷ ଧରି ସ୍ୱାସ୍ଥ୍ୟ କ୍ଷେତ୍ରରେ ନିୟୋଜିତ ଅଛନ୍ତି । ଆପଣ ଭଲ ଭାବରେ ଜାଣିଛନ୍ତି ଯେ ସ୍ୱାସ୍ଥ୍ୟ କ୍ଷେତ୍ରରେ ଗୋଟିଏ ଆହ୍ୱାନ ହେଉଛି ଡାକ୍ତର, ନର୍ସ ଏବଂ ଅନ୍ୟାନ୍ୟ ଚିକିତ୍ସା କର୍ମୀମାନଙ୍କର ଅଭାବ ମଧ୍ୟ ରହିଛି । ଗତ ନଅ ବର୍ଷରେ ପ୍ରତି ମାସରେ ଗୋଟିଏ ନୂତନ ମେଡିକାଲ କଲେଜ ଖୋଲାଯାଇଛି, ୨୦୧୪ ପୂର୍ବରୁ ୧୦ ବର୍ଷ ମଧ୍ୟରେ ୧୫୦ରୁ କମ ମେଡିକାଲ କଲେଜ ନିର୍ମାଣ କରାଯାଇଥିଲା ।

ଗତ ନଅ ବର୍ଷରେ ଦେଶରେ ୩୦୦ରୁ ଅଧିକ ନୂତନ ମେଡିକାଲ କଲେଜ ନିର୍ମାଣ ହୋଇଛି । ୨୦୧୪ ପୂର୍ବରୁ ସମଗ୍ର ଦେଶରେ ଏମବିବିଏସର ୫୦ ହଜାର ପାଖାପାଖି ସିଟ୍ ଥିଲା । ୫୦ ହଜାର ଛାତ୍ରଙ୍କ ପାଇଁ ସ୍ଥାନ ଥିଲା । ଆଜି ଦେଶରେ ଏମବିବିଏସର ସିଟ୍ ସଂଖ୍ୟା ଏକ ଲକ୍ଷରୁ ମଧ୍ୟ ଅଧିକ ହୋଇଯାଇଛି । ୨୦୧୪ ପୂର୍ବରୁ ପିଜିର ମଧ୍ୟ ୩୦ ହଜାର ପାଖାପାଖି ସିଟ୍ ଥିଲା । ବର୍ତ୍ତମାନ ପିଜି ସିଟଗୁଡ଼ିକର ସଂଖ୍ୟାରେ ମଧ୍ୟ ବୃଦ୍ଧି ଘଟି ୬୫ ହଜାରରୁ ଅଧିକ ହୋଇଯାଇଛି । ଯେତେବେଳେ ଲକ୍ଷ୍ୟ ସ୍ୱଚ୍ଛ ଥିବ, ସମାଜ ସେବାର ଭାବନା ଥିବ, ସେତେବେଳେ ଏଭଳି ସଂକଳ୍ପ ନିଆଯାଇଥାଏ ଏବଂ ସଂକଳ୍ପ ସିଦ୍ଧି ମଧ୍ୟ କରାଯାଇଥାଏ ।

ସାଥୀମାନେ,

ଆଜି ଭାରତ ସରକାର ସ୍ୱାସ୍ଥ୍ୟ କ୍ଷେତ୍ରରେ ଯେଉଁ ପ୍ରୟାସ କରୁଛନ୍ତି, ତାହାର ଆଉ ଏକ ବଡ଼ ପ୍ରଭାବ ଆଗାମୀ ଦିନରେ ଦେଖିବାକୁ ମିଳିବ, ଦେଶରେ ଯେତେ ଡାକ୍ତର ସ୍ୱାଧୀନତା ପରେ ସାତ ଦଶକରେ ହୋଇଛନ୍ତି, ଆଗାମୀ ଦଶନ୍ଧିରେ ସମାନ ସଂଖ୍ୟକ ଡାକ୍ତର ପ୍ରସ୍ତୁତି ହୋଇଯିବେ । ଏବଂ ଆମର ଧ୍ୟାନ କେବଳ ମେଡିକାଲ କଲେଜ କିମ୍ବା ଡାକ୍ତରଙ୍କ ମଧ୍ୟରେ ସୀମିତ ନୁହେଁ । ଆଜି ଏଠାରେ ନର୍ସିଂ କଲେଜର ସମ୍ପ୍ରସାରଣ ଆରମ୍ଭ ହୋଇଛି ।

ଭାରତ ସରକାର ମଧ୍ୟ ନର୍ସିଂ କ୍ଷେତ୍ରରେ ଯୁବକମାନଙ୍କୁ ନୂତନ ସୁଯୋଗ ପ୍ରଦାନ କରୁଛନ୍ତି । ନିକଟରେ ସରକାର ଦେଶର ୧୫୦ରୁ ଅଧିକ ନୂତନ ନର୍ସିଂ କଲେଜକୁ ଅନୁମୋଦନ କରିଛନ୍ତି । ଏହି ଅଭିଯାନ ଅଧିନରେ ରାଜସ୍ଥାନରେ ୨୦ରୁ ଅଧିକ ନୂତନ ନର୍ସିଂ କଲେଜ ମଧ୍ୟ ନିର୍ମାଣ କରାଯିବ । ଏହା ନିଶ୍ଚିତ ଭାବରେ ଆପଣଙ୍କର ସୁପର ସ୍ପେଶିଆଲିଟି ଚାରିଟେବୁଲ ଗ୍ଲୋବାଲ ହସ୍ପିଟାଲ ପାଇଁ ମଧ୍ୟ ଲାଭଦାୟକ ହେବ ।

 

ସାଥୀମାନେ,

ଭାରତରେ ହଜାର ହଜାର ବର୍ଷ ଧରି ଆମର ଆଧ୍ୟାତ୍ମିକ ଏବଂ ଧାର୍ମିକ ଅନୁଷ୍ଠାନଗୁଡ଼ିକ ଶିକ୍ଷା ଠାରୁ ଆରମ୍ଭ କରି ସମାଜରେ ଗରୀବ ଏବଂ ଅସହାୟ ଲୋକଙ୍କ ସେବା କରିବା ପର୍ଯ୍ୟନ୍ତ ସବୁକିଛିର ରତ୍ନ ନେଇଛନ୍ତି । ମୁଁ ବ୍ୟକ୍ତିଗତ ଭାବରେ ଗୁଜରାଟ ଭୂକମ୍ପ ସମୟ ଠାରୁ ନେଇ ଏହା ପୂର୍ବରୁ ମଧ୍ୟ ଆମର ଭଉଣୀମାନଙ୍କର ନିଷ୍ଠା ଏବଂ ପରିଶ୍ରମ ଦେଖିଛି । ଆପଣମାନଙ୍କର କାର୍ଯ୍ୟ କରିବାର ଶୈଳୀକୁ ମୁଁ ଅତି ନିକଟରୁ ଦେଖିଛି । କଚ୍ଛ ଭୂକମ୍ପ ସମୟରେ ଆପଣଙ୍କର ସେବା ଭାବନା ମୋର ମନେ ଅଛି, ତାହା ଆଜି ମଧ୍ୟ ପ୍ରେରଣା ଦେଉଛି ।

ସେହିଭଳି, ନିଶାମୁକ୍ତି ପାଇଁ ଆପଣଙ୍କର ଅଭିଯାନ ହେଉ, ପରିବେଶ ସଂରକ୍ଷଣ କିମ୍ବା ଜଳ-ଜନ ଅଭିଯାନ ଭଳି ମିଶନ, ବ୍ରହ୍ମା କୁମାରୀମାନେ ଦେଖାଇଛନ୍ତି ଯେ କେମିତି ଏକ ସଂଗଠନ ପ୍ରତ୍ୟେକ କ୍ଷେତ୍ରରେ ଏକ ଜନ ଆଂଦୋଳନ ସୃଷ୍ଟି କରିପାରିବ । ବିଶେଷ ଭାବରେ, ଯେତେବେଳେ ମଧ୍ୟ ଆପଣମାନଙ୍କ ମଧ୍ୟକୁ ଆସିଥାଏ, ଦେଶ ପାଇଁ ମୋର ଯେଉଁ ଆଶା ରହିଛି, ତାହାକୁ ପୂରଣ କରିବାରେ ଆପଣମାନେ କୌଣସି ପଥ ଛାଡ଼ିନାହାନ୍ତି ।

ଆପଣ ଯେଉଁଭଳି ଭାବରେ ସମଗ୍ର ଦେଶରେ ସ୍ୱାଧୀନତାର ଅମୃତ ମହୋତ୍ସବ ସହିତ ଜଡ଼ିତ କାର୍ଯକ୍ରମ ଆୟୋଜିତ କରିଛନ୍ତି, ଯେତେବେଳେ ଆପଣ ସମଗ୍ର ଦେଶରେ ଯୋଗ ଶିବିରର ଆୟୋଜନ କଲେ, ଯେତେବେଳେ ଦିଦି ଜାନକୀ ଜୀ ସ୍ୱଚ୍ଛ ଭାରତ ଅଭିଯାନର ବ୍ରାଣ୍ଡ୍ ଆମ୍ବାସାଡାର ହେଲେ, ଯେତେବେଳେ ସମସ୍ତ ଭଉଣୀମାନେ ସ୍ୱଚ୍ଛ ଭାରତର ଦାୟିତ୍ୱ ସମ୍ଭାଳିଲେ, ସେତେବେଳେ ଏହାଦ୍ୱାରା ଅନେକ ଲୋକଙ୍କୁ ଦେଶ ପାଇଁ କାର୍ଯ୍ୟ କରିବାକୁ ପ୍ରେରଣା ମିଳିଲା ।

ଆପଣଙ୍କର ଏଭଳି କାର୍ଯ୍ୟଗୁଡ଼ିକ ଦ୍ୱାରା ବ୍ରହ୍ମକୁମାରୀମାନଙ୍କ ଉପରେ ମୋର ବିଶ୍ୱାସକୁ ଆହୁରି ମଧ୍ୟ ଅନେକ ଗୁଣ ବଢ଼ାଇ ଦେଲା । କିନ୍ତୁ, ଆପଣ ଜାଣିଛନ୍ତି ଯେ ଯେତେବେଳେ ବିଶ୍ୱାସ ବଢ଼ିଥାଏ ସେତେବେଳେ ଆଶା ମଧ୍ୟ ବଢ଼ି ଯାଇଥାଏ । ଏବଂ ସେଥିପାଇଁ, ସ୍ୱାଭାବିକ ଅଟେ ଯେ ଆପଣଙ୍କ ପ୍ରତି ମୋର ମଧ୍ୟ ଆଶା ବହୁତ ବଢ଼ିଯାଇଛି । ଆଜି ଭାରତ ଶ୍ରୀ ଅନ୍ନ ଅର୍ଥାତ ମିଲେଟକୁ ନେଇ ଏକ ବୈଶ୍ୱିକ ଆଂଦୋଳନକୁ ଆଗକୁ ପ୍ରୋତ୍ସାହନ ଦେଉଛନ୍ତି । ଆଜି ଦେଶରେ ଆମେ ପ୍ରାକୃତିକ ଚାଷ ଭଳି ଅଭିଯାନକୁ ଆଗକୁ ବଢ଼ାଉଛୁ । ଆମକୁ ଆମର ନଦୀକୁ ସଫା କରିବାକୁ ପଡ଼ିବ। ଆମକୁ ଭୂତଳ ଜଳ ସଂରକ୍ଷଣ କରିବାକୁ ପଡ଼ିବ । ଏହି ସମସ୍ତ ବିଷୟଗୁଡ଼ିକ ଏପରି ଯେ ସେଗୁଡ଼ିକ କୌଣସି ପ୍ରକାରେ ଆମର ହଜାରେ ବର୍ଷ ପୁରୁଣା ସଂସ୍କୃତି ଏବଂ ପରମ୍ପରା ସହିତ ଜଡ଼ିତ । ତେଣୁ, ଏହି ପ୍ରୟାସରେ ଆପଣଙ୍କ ଠାରୁ ଯେତେ ଅଧିକ ସହଯୋଗ ମିଳିବ, ସେତିକି ଦେଶର ସେବା ଆହୁରି ବ୍ୟାପକ ହେବ ।

 

ମୁଁ ଆଶା କରୁଛି, ବ୍ରହ୍ମାକୁମାରୀମାନେ ରାଷ୍ଟ୍ର ନିର୍ମାଣ ସହ ଜଡ଼ିତ ନୂତନ ପ୍ରସଙ୍ଗଗୁଡ଼ିକୁ ଏକ ଅଭିନବ ଉପାୟରେ ଆଗକୁ ନେଇଯିବେ । ଏକ ବିକଶିତ ଭାରତର ନିର୍ମାଣ ମାଧ୍ୟମରେ, ଆମେ ବିଶ୍ୱ ପାଇଁ ‘ସର୍ବେ ଭବନ୍ତୁ ସୁଖିନଃ’ର ମନ୍ତ୍ରକୁ ଅନୁଭବ କରିବୁ ଏବଂ ଆପଣମାନେ ଜାଣିଛନ୍ତି ଯେ ବର୍ତ୍ତମାନ ଏଠାରେ ଜି-୨୦ ଶିଖର ସମ୍ମିଳନୀ ବିଷୟରେ ମଧ୍ୟ ଆଲୋଚନା କରିଛୁ । ଯେତେବେଳେ ଦୁନିଆ ମହିଳା ବିକାଶର କଥା କହିଥାଏ ସେତେବେଳେ ଜି-୨୦ ଶିଖର ସମ୍ମିଳନୀରେ ଆମେ ମହିଳାମାନଙ୍କ ନେତୃତ୍ୱର ବିକାଶ ଉପରେ ଗୁରୁତ୍ୱ ଦେଇଥାଉ । ଆମେ ମହିଳାମାନଙ୍କ ନେତୃତ୍ୱ ଥିବା ବିକାଶ ଦିଗରେ କାର୍ଯ୍ୟ କରୁଛୁ । ମୋର ପୂର୍ଣ୍ଣ ବିଶ୍ୱାସ ଅଛି ଯେ ଆପଣଙ୍କର ସଂଗଠନ, ଯାହା ବ୍ୟାପକ ଭାବରେ ବିସ୍ତୃତ ହୋଇଥିବା ସଂଗଠନ ଅଟେ, ଦେଶର ପ୍ରାଥମିକତା ସହିତ ଜଡ଼ିତ ନୂତନ ଶକ୍ତି ଏବଂ କ୍ଷମତା ସହିତ ନିଜକୁ ବିସ୍ତାର କରିବ ଏବଂ ରାଷ୍ଟ୍ର ବିକାଶରେ ମଧ୍ୟ ସହାୟକ ହେବ ।

 

ଏହି କାମନା ସହିତ ମୋତେ ଆପଣମାନେ ଡାକିଥିବାରୁ, ନିମନ୍ତ୍ରଣ କରିଥିବାରୁ ଆପଣ ସମସ୍ତଙ୍କୁ ମୁଁ ବହୁତ ବହୁତ ଧନ୍ୟବାଦ ଜଣାଉଛି । ମୁଁ ସବୁବେଳେ ଚେଷ୍ଟା କରିଥାଏ ଯେତେ ସମୟ ବାହାର କରିପାରିବି, ଆପଣଙ୍କ ମଧ୍ୟକୁ ଆସିବା ପାଇଁ । କାରଣ ଏଠାକୁ ମୁଁ ଯେତେବେଳେ ଆସିଥାଏ କିଛି ନେଇକି ଯାଇଥାଏ । ତାହା ଆପଣମାନଙ୍କର ଆଶୀର୍ବାଦ ହେଉ, ପ୍ରେରଣା ହେଉ, ଶକ୍ତି ହେଉ ଯାହା ମୋତେ ଦେଶ ପାଇଁ କାର୍ଯ୍ୟ କରିବାକୁ ଏବଂ ମୋତେ ନୂତନ ଶକ୍ତି ପ୍ରଦାନ କରିବାକୁ ପ୍ରେରଣା ଦେଇଥାଏ । ତେବେ ମୋତେ ଏଠାକୁ ଆସିବାର ସୁଯୋଗ ଦେଇଥିବାରୁ ମୁଁ ଆପଣଙ୍କୁ ଧନ୍ୟବାଦ ଜଣାଉଛି ।

ଓଁ ଶାନ୍ତି ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
DBT saves Centre Rs 5.14 lakh-crore in a decade

Media Coverage

DBT saves Centre Rs 5.14 lakh-crore in a decade
NM on the go

Nm on the go

Always be the first to hear from the PM. Get the App Now!
...
Mr. Andy Jassy meets the Prime Minister
June 25, 2026

CEO of Amazon, Mr. Andy Jassy met with the Prime Minister Shri Narendra Modi, today, at New Delhi. Shri Modi remarked that Amazon's record $48 billion investment in India shows the growing interest across the world to invest in India.

The Prime Minister posted on X;

A great meeting with Mr. Andy Jassy. I welcome Amazon's record $48 billion investment in India. This will create new opportunities for our youth. At the same time, it shows the growing interest across the world to invest in India!

@amazon