“Need of the hour to solve the challenge faced by our planet using human-centric, collective efforts and robust action that further sustainable development”
“Mission LiFE borrows from the past, operates in the present and focuses on the future”
“Reduce, Reuse and Recycle are the concepts woven into our life. The Circular Economy has been an integral part of our culture and lifestyle”
“When technology and tradition mix, the vision of life is taken further”
“Our planet is one but our efforts have to be many - One earth, many efforts”
I congratulate Prime Minister Modi for taking a lead on this global initiative of citizen action to promote pro-climate behaviours: Bill Gates
India and the Prime Minister have been the world leaders with respect to environmental protection and climate change and human behaviour :Prof. Cass Sunstein, author of Nudge Theory
India is central to global environmental action: Ms Inger Andersen, UNEP Global Head
India is serving as kinetic energy behind the decisive climate action on the world stage: Mr Achim Steiner, UNDP Global Head
Mr Aniruddha Dasgupta, CEO and President of World Resources Institute thanks PM for a much needed global movement and conversation
Lord Nicholas Stern, Climate Economist recalls Prime MInister’s landmark speech at CoP 26 at Glasgow to set out an inspiring vision of a new path of development
Mr David Malpass, World Bank President praises Prime Minister’s leadership and empowerment of frontline workers in India’s key initiatives like Swachh Bharat, Jan Dhan, POSHAN etc

ନମସ୍କାର!

ଏଇ ସଙ୍ଗେ ସଙ୍ଗେ ଆମେ ଯେଉଁସବୁ ବିଶିଷ୍ଟ ବ୍ୟକ୍ତିମାନଙ୍କ ଭାବପୂର୍ଣ୍ଣ ମତାମତ ଶୁଣିଲେ ସେମାନେ ହେଲେ:

ୟୁଏନଇପିର ଗ୍ଲୋବାଲ୍ ମୁଖ୍ୟ ମହାମହୀମ ଇଙ୍ଗର ଆଣ୍ଡରସନ, ୟୁଏନଡିପିର ଗ୍ଲୋବାଲ୍ ହେଡ୍ ମହାବହୀମ ଆଚିମ୍ ଷ୍ଟେନର, ମୋର ବନ୍ଧୁ ବିଶ୍ୱ ବ୍ୟାଙ୍କର ସଭାପତି ଲର୍ଡ ନିକୋଲାସ୍ ଷ୍ଟର୍ଣ୍ଣ, ମିଷ୍ଟର କାସ୍ ସନଷ୍ଟେନ୍‌, ମୋର ବନ୍ଧୁ ବିଲ୍ ଗେଟ୍ସ, ଶ୍ରୀ ଅନୀଲ ଦାସଗୁପ୍ତା, ଭାରତର ପରିବେଶ ବିଭାଗ ମନ୍ତ୍ରୀ ଶ୍ରୀ ଭୂପୀନ୍ଦର ଯାଦବ,

ସେମାନଙ୍କର ସମସ୍ତଙ୍କର ସୁଚିନ୍ତିତ ମତାମତ ପାଇଁ ମୁଁ ସମସ୍ତଙ୍କୁ ଧନ୍ୟବାଦ ଜଣାଉଛି,

ଭଦ୍ରମହିଳା ଏବଂ ଭଦ୍ରବ୍ୟକ୍ତିଗଣ,

ପ୍ରିୟ ବନ୍ଧୁଗଣ,

ନମସ୍ତେ ।

ଆଜିର ଏହି ଅବସର ଏବଂ ଏହି ତିଥିର ଦିବସ, ଉଭୟ ବେଶ୍ ତାତ୍ପର୍ଯ୍ୟପୂର୍ଣ୍ଣ । ଆମେ ‘ଲାଇଫ୍‌’ – ଲାଇଫ୍‌ଷ୍ଟାଇଲ୍ ଫର୍ ଏନଭିରନମେଣ୍ଟ ମୁଭମେଣ୍ଟ’ (ପରିବେଶ ପାଇଁ ଜୀବନଶୈଳୀର ଆନ୍ଦୋଳନ) ଆରମ୍ଭ କରିଥିଲୁ । ଚଳିତ ବର୍ଷ ବିଶ୍ୱ ପରିବେଶ ଦିବସ ଅଭିଯାନର ସ୍ଲୋଗାନ ରଖାଯାଇଛି – “କେବଳ ଗୋଟିଏ ବିଶ୍ୱ” । ଏବଂ ଏଥିରେ ଅଧିକ ପ୍ରାଧାନ୍ୟ ଦିଆଯାଇଥିବା କ୍ଷେତ୍ରଟି ହେଲା-  “ପ୍ରକୃତି ସହିତ ସମନ୍ୱୟ ରକ୍ଷାକରି ପୋଷଣୀୟ ଜୀବନ ବଞ୍ôଚବା ।” ଏଭଳି  ପ୍ରସଙ୍ଗର ଗାମ୍ଭୀର୍ଯ୍ୟ ଏବଂ ଏହାର ସମାଧାନ ଏହି ପର୍ଯର୍୍ୟାୟରେ ସାମିଲ କରାଯାଇଛି ।

ବନ୍ଧୁଗଣ,

ଆମେ ବଞ୍ଚୁଥିବା ପୃଥିବୀ ଏବେ କେଉଁସବୁ ଚାଲେଞ୍ଜର ମୁକାବିଲା କରୁଛି ସେ ସମ୍ପର୍କରେ ଆମେ ସଭିଏଁ ଭଲଭାବେ ଅବଗତ ଅଛୁଁ । ବର୍ତ୍ତମାନର ଆବଶ୍ୟକତା ହେଲା ମାନବକୈନ୍ଦ୍ରିକ, ସାମୂହିକ ପ୍ରୟାସ ଗ୍ରହଣ କରିବା ଏବଂ ବ୍ୟାପକ କାର୍ଯ୍ୟକ୍ରମ ଜରିଆରେ ପୋଷଣୀୟ ବିକାଶ କାର୍ଯ୍ୟକ୍ରମକୁ ଆଗକୁ ଆଗେଇ ନେବା । ଗ୍ଲାସଗୋଠାରେ ଗତ ବର୍ଷ ଅନୁଷ୍ଠିତ କୋପ୍‌-୨୬ ସମ୍ମିଳନୀ ଅବସରରେ ମୁଁ ମିଶନ ଲାଇଫ୍‌- ଲାଇଫ୍‌ଷ୍ଟାଇଲ୍ ଫର୍ ଏନଭିରନମେଣ୍ଟ୍ (ଖସୠଋ-ଖସଲରଗ୍ଦଗ୍ଧଚ୍ଚକ୍ଷର ଲକ୍ଟକ୍ସ ଋଦ୍ଭଙ୍ଖସକ୍ସକ୍ଟଦ୍ଭଜ୍ଞରଦ୍ଭଗ୍ଧ) ଅଭିଯାନର ପ୍ରସ୍ତାବ ଉପସ୍ଥାପନ କରିଥିଲି । ଏଭଳି ଏକ ମିଶନର ପ୍ରୟାସ ପାଇଁ ସମଗ୍ର ବିଶ୍ୱର ଚାରିଆଡ଼ୁ ଆମକୁ ସମର୍ଥନ ମିଳିଥିଲା । ଏବଂ ମୁଁ ଅତ୍ୟନ୍ତ ଖୁସିଯେ ‘ଲାଇଫ୍‌’ ଆନ୍ଦୋଳନର ଏହି ପ୍ରତିବଦ୍ଧତା ଆଜି ସାକାର ହେବାକୁ ଯାଉଛି । ଏଭଳି ରେକର୍ଡ଼ ମାତ୍ରାର ସମର୍ଥନ ପାଇଁ ମୁଁ ସମସ୍ତଙ୍କ ନିକଟରେ ଋଣୀ । ଏହି ଆନ୍ଦୋଳନର ନାମ ଯାହା ସୂଚୀତ କରେ- ‘ମିଶନ ଲାଇଫ୍‌’ ତାହା ଆମମାନଙ୍କ ସମସ୍ତଙ୍କ ଉପରେ ବ୍ୟକ୍ତିଗତ ତଥା ସାମୂହିକ କର୍ତ୍ତବ୍ୟର ଦାୟିତ୍ୱ ପ୍ରଦାନ କରେ । ଆମେ ଯେଉଁ ପ୍ରକାରେ ହେଉ ଆମର ସାମର୍ଥ୍ୟ ଅନୁସାରେ ଆମର ଧରିତ୍ରୀକୁ ସରସ ସୁନ୍ଦର ଓ ସୁରକ୍ଷିତ ରଖିବା ପାଇଁ ଯାହାକିଛି କରିପାରିବୁ । ‘ଲାଇଫ୍‌’ ଆନ୍ଦୋଳନର ପରିକଳ୍ପନାଟି ହେଲା ଏହା ଯେ ଆମେ ସମସ୍ତେ ଏଭଳି ଏକ ଜୀବନଶୈଳୀ ବଞ୍ôଚବା ଯାହାକି ଆମ ପୃଥିବୀ ଗ୍ରହ ପାଇଁ ଅନୁକୂଳ ହୋଇଥିବ ଏବଂ ତାକୁ କୌଣସି ପ୍ରକାର ଆଞ୍ଚ ପହଞ୍ଚାଉ ନଥିବ । ଏବଂ ଯେଉଁମାନେ ଏଭଳି ଜୀବନଶୈଳୀରେ ବଞ୍ଚୁଛନ୍ତି ସେମାନଙ୍କୁ ‘ପୃଥିବୀ ଅନୁକୂଳ ମାନବ’ ବୋଲି ନାମିତ କରାଯିବ । ମିଶନ୍ ଲାଇଫ୍ ଅତୀତରୁ ତା’ର କାର୍ଯ୍ୟାବଳୀ ଆହରଣ କରିଛି ଓ ବର୍ତ୍ତମାନ ତାହାକୁ କାର୍ଯ୍ୟକାରୀ କରୁଛି ଏବଂ ଭବିଷ୍ୟତ ଉପରେ ଧ୍ୟାନ କେନ୍ଦ୍ରୀତ କରିଛି ।

ବନ୍ଧୁଗଣ,

ଧରିତ୍ରୀର ଦୀର୍ଘ ଜୀବନର ସୁରକ୍ଷା ପଛରେ ଥିବା ଗୂଢ଼ ସୂତ୍ରଟି ହେଲା ପ୍ରକୃତି ସହିତ ଆମର ପୂର୍ବଜମାନେ ଯେପରି ସମନ୍ୱୟ ରକ୍ଷାକରି ଜୀବନ ବଞ୍ଚୁଥିଲେ । ଯେତେବେଳେ ପରମ୍ପରା କଥା ଉଠେ, ବିଶ୍ୱର ପ୍ରାୟ ସମସ୍ତ କ୍ଷେତ୍ରରେ ପରିବେଶ ସମସ୍ୟାର ସମାଧାନ ପାଇଁ ଅତି ସରଳ ଏବଂ ପୋଷଣୀୟ ସମାଧାନ ସୂତ୍ରମାନଙ୍କର ସୁଦୀର୍ଘ ପରମ୍ପରା ରହିଆସିଛି ।

ଘାନାରେ, କଇଁଛମାନଙ୍କ ସଂରକ୍ଷଣ ନିମନ୍ତେ ଏଭଳି ଏକ ବିଚିତ୍ର ପରମ୍ପରା ରହିଛି ଯାହାକି ସେ ଦେଶରେ କଇଁଛମାନଙ୍କୁ ସୁରକ୍ଷିତ ରଖିପାରିଛି । ତାଞ୍ଜାନିଆର ସେରେଙ୍ଗେଟି କ୍ଷେତ୍ରରେ ହାତୀ ଏବଂ ବାଲି ହରିଣମାନଙ୍କ ଧୀରେ ଧୀରେ ବିରଳ ହେବାରେ ଲାଗିଛି ।

ତେଣୁ ସେମାନେ ଆଇନଗତ ଶିକାର ଦୃଷ୍ଟିରୁ କମ୍ ବିପଦର ସମ୍ମୁଖୀନ ହୋଇଛନ୍ତି । ଇଥିଓପିଆରେ ଓକପାଘା ଏବଂ ଓଗ୍ରିକି ଗଛ ବହୁଳ ସଂଖ୍ୟାରେ ପରିଲକ୍ଷିତ ହୁଏ । ଜାପାନରେ ଫୁରୋସିକି ନାମକ ଏକ ବୃକ୍ଷ ରହିଛି ଯାହା ପୋଷଣୀୟ ଭାବେ ପ୍ଲାଷ୍ଟିକର ବିକଳ୍ପ ଭାବେ ବ୍ୟବହୃତ ହୋଇପାରିବ । ସ୍ୱୀଡେନ୍‌ର ଲାଗୋମ ଦର୍ଶନରେ ସନ୍ତୁଳିତ ଜୀବନ ବଞ୍ôଚବା ଉପରେ ଗୁରୁତ୍ୱ ଆରୋପ କରାଯାଇଛି । ଆମେ ଭାରତରେ ପ୍ରକୃତିକୁ ଦିବତ୍ୱ ସହିତ ସମାନ ଦୃଷ୍ଟିରେ ଦେଖିଥାଉ । ଆମର ଅନେକ ଦେବାଦେବୀଙ୍କ ସହିତ ବୃକ୍ଷ ଠାରୁ ବନ୍ୟପ୍ରାଣୀମାନେ ଘନିଷ୍ଠ ଭାବେ ସଂପୃକ୍ତ । ମୁଁ ଏଠାରେ କେବଳ କେତେଗୋଟି ଉଦାହରଣ ଦେଇଛି ମାତ୍ର । ବିଶ୍ୱବ୍ୟାପୀ ଏଭଳି ଆହୁରି ଅନେକ ପରମ୍ପରା ରହିଛି । ହ୍ରାସକର, ପୁନଃବ୍ୟବହାର କର ଏବଂ ପୁନଃଚକ୍ରଣ କର- ଏହି ଚିନ୍ତାଧାରା ହିଁ ଆମ ଜୀବନ ସହିତ ଓତଃପ୍ରେତ ଭାବେ ଜଡ଼ିତ ହୋଇ ରହିଆସିଛି । ସର୍କୁଲାର ଇକୋନୋମି ହେଉଛି ଆମ ସଂସ୍କୃତି ଏବଂ ଜୀବନଶୈଳୀର ଅବିଚ୍ଛେଦ୍ୟ ଅଙ୍ଗ ।

ବନ୍ଧୁଗଣ,

ଆମର ୧୩୦ କୋଟି ଭାରତୀୟଙ୍କୁ ଧନ୍ୟବାଦ ଦେବା ଉଚିତ ଯେ ଆମେ ଆମ ଦେଶର ପରିବେଶର ସୁରକ୍ଷା ନିମନ୍ତେ ଆମେ ଅନେକ କିଛି ଉତ୍ତମ କାର୍ଯ୍ୟ କରିଆସୁଛୁ । ଆମର ଜଙ୍ଗଲର ବ୍ୟାପ୍ତ ବୃଦ୍ଧି ପାଇଛି ଏବଂ ସେଥିରେ ବସବାସ କରୁଥିବା ସିଂହ, ବ୍ୟାଘ୍ର, ଚିତାବାଘ, ହାଦୀ ଓ ଗଣ୍ଡାଙ୍କ ସଂଖ୍ୟା ମଧ୍ୟ ବଢ଼ିଚାଲିଛି । ଆମର ଶକ୍ତି ଉତ୍ପାଦନ କେନ୍ଦ୍ରମାନଙ୍କର ସ୍ଥାପନ କ୍ଷମତାର ୪୦% ବିଜୁଳି ଶକ୍ତି ଅଣ- ଜୀବାଷ୍ମ ଉତ୍ସରୁ ସଂଗ୍ରହ କରିବାର ପ୍ରତିବଦ୍ଧତାକୁ ଆମେ ହାସଲ କରିସାରିଛୁ ଏବଂ ତାହା ଧାର୍ଯ୍ୟ ସମୟର ନଅବର୍ଷ ଆଗରୁ ହାସଲ କରାଯାଇଛି । ଗତ କିଛି ବର୍ଷ ମଧ୍ୟରେ ଦେଶରେ ୩୭୦ ନିୟୁତ ଏଲଇଡ଼ି ବଲବ୍ ବଣ୍ଟାଯାଇଛି । ଏହା ଫଳରେ ପ୍ରତି ବର୍ଷ ଆମେ ପ୍ରାୟ ୫୦ ବିଲିଅନ୍ ୟୁନିଟ୍ ବିଜୁଳି ଶକ୍ତି ସଞ୍ଚୟ କରିପାରିଛୁ । କେବଳ ସେତିକି ନୁହେଁ ଏଭଳି ପଦକ୍ଷେପ ଗ୍ରହଣ ଦ୍ୱାରା ଆମେ ବର୍ଷକୁ ପ୍ରାୟ ୪୦ ନିୟୁତ ଟନ୍ କାର୍ବନ ଡାଇଅକ୍ସାଇଡ୍ ଉତ୍ସର୍ଜନ ମଧ୍ୟ କମାଇ ପାରିଛୁ । ଆମେ ଏବେସୁଦ୍ଧା ପେଟ୍ରୋଲରେ ୧୦ ପ୍ରତିଶତ ଇଥାନୋଲ ମିଶ୍ରଣ ଘଟାଇଛୁ ଯାହାକି ନଭେମ୍ବର ୨୦୨୨ ସୁଦ୍ଧା ହୋଇଥିବା ଧାର୍ଯ୍ୟ ଲକ୍ଷ୍ୟର ୫ ମାସ ପୂର୍ବରୁ ହାସଲ କରାଯାଇପାରିଛି ।

ଏହା ଏକ ବିରାଟ ସଫଳତା ଯାହାକି ପେଟ୍ରୋଲିୟମ୍‌ଜାତ ଇନ୍ଧନରେ ଇଥାନୋଲ ମିଶ୍ରଣରେ ହାସଲ କରାଯାଇଛି । ୨୦୧୩୦୧୪ ମସିହାରେ ଏହି ମାତ୍ରା ମାତ୍ର ୧.୫ ପ୍ରତିଶତ ଥିଲା ଏବଂ ୨୦୧୯-୨୦ ମସିହା ବେଳକୁ ତାହା ୫ ପ୍ରତିଶତ ଛୁଇଁଥିଲା । ଏଭଳି ସଫଳତା ଭାରତର ଶକ୍ତି ନରାପତ୍ତାକୁ ଆହୁରି ବଢ଼ାଇ ଦେଇଛି ଏବଂ ବିଦେଶରୁ ଅଶୋଧିତ ତୈଳ ରପ୍ତାନି ମାତ୍ରା ହ୍ରାସ କରିଛି ଯାହା ଫଳରେ ଦେଶର ରାଜକୋଷକୁ ୫.୫ ବିଲିଅନ ଡଲାରରୁ ଅଧିକ ଫାଇଦା ପହଞ୍ôଚଛି । ସେହିଭଳି ଏଭଳି ମିଶ୍ରଣ ଦ୍ୱାରା ପ୍ରାୟ ୨.୭ ନିୟୁତ ଟନର କାର୍ବନ ଡାଇଅକ୍ସାଇଡ୍ ଉତ୍ସର୍ଜନ ହ୍ରାସ ପାଇଛି । ସର୍ବୋପରି ଏହା ଫଳରେ କୃଷକମାନଙ୍କୁ ୫.୫ ବିଲିଅନ ଡଲାର ମୂଲ୍ୟର ଫାଇଦା ପହଞ୍ôଚଛି । ଦିନକୁ ଦିନ ଦେଶରେ ଅକ୍ଷୟ ଶକ୍ତି ଅଧିକ ଲୋକପ୍ରିୟ ହେବାରେ ଲାଗିଛି ଏବଂ ଆମ ସରକାର ଏହି କ୍ଷେତ୍ରର ବିକାଶ ଉପରେ ସର୍ବାଧିକ ଗୁରୁତ୍ୱ ଆରୋପ କରୁଛନ୍ତି ।

ବନ୍ଧୁଗଣ,

ଆଗକୁ ପଡ଼ିଥିବା ମାର୍ଗଟି ହେଉଛି ନବସୃଜନ ଏବଂ ଉନ୍ମୁକ୍ତତାର ପଥ । ପ୍ରତ୍ୟେକ ସ୍ତରରେ, ଆମକୁ ନବସୃଜକମାନଙ୍କୁ ପ୍ରୋତ୍ସାହିତ କରିବାକୁ ପଡ଼ିବ ଏବଂ ପୋଷଣୀୟ ବିକାଶ ଉପରେ ଧ୍ୟାନ କେନ୍ଦ୍ରୀତ କରିବାକୁ ହେବ । ଏହି ଲକ୍ଷ୍ୟ ହାସଲ କରିବା ଦିଗରେ ଆମକୁ ପ୍ରଯୁକ୍ତି ଢେର୍ ମାତ୍ରାରେ ସହାୟକ ହୋଇପାରିବ । ଯେତେବେଳେ ପରମ୍ପରା ସହିତ ପ୍ରଯୁକ୍ତିର ମିଶ୍ରଣ ଘଟିବ, ସେତେବେଳେ ‘ଲାଇଫ୍‌’ର ପରିକଳ୍ପନା ଆହୁରି ଆଗକୁ ବୃଦ୍ଧି ପାଇବ । ମୁଁ ବିଶେଷ କରି ଶୈକ୍ଷିକ ଦୁନିଆକୁ ନିବେଦନ କରିବାକୁ ଚାହିଁବି, ଗବେଷକମାନଙ୍କୁ ଏବଂ ଆମର ସକ୍ରିୟ ଓ ସକ୍ଷମ ଷ୍ଟାର୍ଟ ଅପ୍‌ମାନଙ୍କୁ ଏହି ଦିଗରେ ଚିନ୍ତା କରିବା ସକାଶେ ଆହ୍ୱାନ ଜଣାଇବି । ସେମାନଙ୍କ ମନରେ ଥିବା ଯୁବସୁଲଭ ଶକ୍ତି ହିଁ ବିଶ୍ୱ ବର୍ତ୍ତମାନର ଗୁରୁତ୍ୱପୂର୍ଣ୍ଣ ସମୟ ଲାଗି ରଖିଥିବା ପ୍ରତ୍ୟାଶା ପାଇଁ ବେଶ୍ ଜରୁରି । ଆମମାନଙ୍କୁ ମଧ୍ୟ ଆମର ଶ୍ରେଷ୍ଠ କାର୍ଯ୍ୟାବଳୀକୁ ଅନ୍ୟମାନଙ୍କ ସହିତ ବାଣ୍ଟିବାକୁ ପଡ଼ିବ ଏବଂ ଅନ୍ୟମାନଙ୍କ ସଫଳତାର କାହାଣୀକୁ ଆମେ ଶିକ୍ଷାଲାଭ କରିବା ଆବଶ୍ୟକ ।

ଉହାତ୍ମା ଗାନ୍ଧୀ ଜିରୋ କାର୍ବନ ଜୀବନଶୈଳୀ ଆପଣାଇବା ସକାଶେ ସଦାବେଳେ କହୁଥିଲେ । ଆମର ଦୈନନ୍ଦିନ ଜୀବନ ଋଚିରେ ଆସନ୍ତୁ ଆମେ ସଭିଏଁ ଏହି ପୋଷଣୀୟ ମାର୍ଗକୁ ଆପଣାଇବା । ଆସନ୍ତୁ ଆମେ ପୁନଃ-ବ୍ୟବହାର, ଆବଶ୍ୟକତା ଓ ବ୍ୟବହାର ହ୍ରାସ ଏବଂ ପୁନଃଚକ୍ରଣ ନୀତି ଅବଲମ୍ବନ କରିବା । ଆମର ଏହା ଗୋଟିଏ ମାତ୍ର ଗ୍ରହ କିନ୍ତୁ ଆମର ପ୍ରୟାସ ଏକାଧିକ ହେବା ଉଚିତ । ଗୋଟିଏ ବିଶ୍ୱ, ଅନେକ ପ୍ରୟାସ ।

ବନ୍ଧୁଗଣ,

ପରିବେଶକୁ ଉତ୍ତମ କରିବା ଏବଂ ବୈଶ୍ୱିକ ନିରାମୟତା ନିମନ୍ତେ ଯେକୌଣସି ପ୍ରୟାସକୁ ଭାରତ ସମର୍ଥନ କରିବା ନିମନ୍ତେ ସଦାସର୍ବଦା ପ୍ରସ୍ତୁତ ରହିଛି । ଆମର କାର୍ଯ୍ୟଦକ୍ଷତା ହେଉଛି ଏହାର ପ୍ରମାଣ । ଯୋଗକୁ ଅଧିକ ଲୋକପ୍ରିୟ କରିବା ଦିଗରେ ଆମେ ନେଇଥିବା ନେତୃତ୍ୱ ନିମନ୍ତେ ଆମେ ନିଜକୁ ଗର୍ବ ଅନୁଭବ କରୁ । ଆନ୍ତର୍ଜାତିକ ସୌର ସଂଗଠନ ଭଳି ପ୍ରୟାସ ଗୋଟିଏ ସୂର୍ଯ୍ୟ, ଗୋଟିଏ ବିଶ୍ୱ, ଗୋଟିଏ ଗ୍ରୀଡ଼, ବିପର୍ଯ୍ୟୟ ସହନଶୀଳ ସଂସାଧନ ପାଇଁ ସହଯୋଗ ଏ ଦିଗରେ ପ୍ରମୁଖ ଅବଦାନ ବୋଲି ବିବେଚନା କରାଯାଇପାରେ । ଆମେ ଖୁସି ଯେ ବିଶ୍ୱ ଆମକୁ ଏହି ପ୍ରୟାସରେ ସହଯୋଗର ହାତ ବଢ଼ାଇଛି । ମୋର ଦୃଢ଼ ବିଶ୍ୱାସ ଯେ ‘ଲାଇଫ୍ ଆନ୍ଦୋଳନ’ ଆମକୁ ଆହୁରି ନିବିଡ଼ ଭାବେ ଐକ୍ୟବଦ୍ଧ ହେବାର ଅବସର ପ୍ରଦାନ କରିବ ଏବଂ ଆଗାମୀ ପିଢ଼ି ନିମନ୍ତେ ଏକ ସୁରକ୍ଷିତ ଭବିଷ୍ୟତ ସୁନିଶ୍ଚିତ କରିପାରିବ । ଏହି ଯାତ୍ରାରେ ସାମିଲ ହେବାକୁ ମୁଁ ପୁଣି ଥରେ ସମଗ୍ର ବିଶ୍ୱକୁ ଆହ୍ୱାନ ଜଣାଉଛି । ସଭିଏଁ ମିଶି ଆମର ଏହି ଧରିତ୍ରୀକୁ ଏକ ଉତ୍ତମ ପୃଥିବୀରେ ପରିଣତ କରିବା । ତେଣୁ ଆମକୁ ଏକଜୁଟି ହୋଇ କାମ କରିବାକୁ ହେବ । ଏହା ହେଉଛି କାର୍ଯ୍ୟପନ୍ଥା ଗ୍ରହଣର ଅବସର । ‘ଲାଇଫ’ ପାଇଁ କାର୍ଯ୍ୟାନୁଷ୍ଠାନ, ଜୀବନଶୈଳୀ ପାଇଁ କାର୍ଯ୍ୟାନୁଷ୍ଠାନ ଏବଂ ପରିବେଶ ପାଇଁ କାର୍ଯ୍ୟାନୁଷ୍ଠାନ ।

ଆପଣମାନଙ୍କୁ ଧନ୍ୟବାଦ ।

ଆପଣମାନଙ୍କୁ ସମସ୍ତଙ୍କୁ ଅନେକ ଧନ୍ୟବାଦ ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
173 years of Indian Railways: From steam engines to India’s first hydrogen train

Media Coverage

173 years of Indian Railways: From steam engines to India’s first hydrogen train
NM on the go

Nm on the go

Always be the first to hear from the PM. Get the App Now!
...
Prime Minister speaks with the Amir of Qatar
July 16, 2026
PM conveys heartfelt condolences on the passing of the Father Amir of Qatar
PM recalls the Father Amir’s visionary leadership and his contribution to strengthening India-Qatar relations
The two leaders reaffirm their resolve to carry forward the Father Amir’s legacy

Prime Minister Shri Narendra Modi had a telephone conversation today with the Amir of the State of Qatar, H.H. Sheikh Tamim bin Hamad Al Thani.

Prime Minister conveyed his heartfelt condolences on the passing of H.H. Sheikh Hamad bin Khalifa Al Thani, the Father Amir of Qatar.

Recalling the Father Amir’s significant contributions as the chief architect of modern Qatar, Prime Minister paid tribute to his visionary leadership, and recalled his pivotal role in strengthening India-Qatar relations over the years as well as his deep affection for India and the Indian community in Qatar.

The Amir of Qatar thanked Prime Minister for his call and conveyed his appreciation for the words of support in this difficult hour.

The two leaders reaffirmed their resolve to carry forward the Father Amir’s legacy and further strengthen the India-Qatar Strategic Partnership and people-to-people ties.

They agreed to remain in close touch.