ଆନ୍ତର୍ଜାତୀୟ ପ୍ରଦର୍ଶନୀ ତଥା ସମ୍ମିଳନୀ କେନ୍ଦ୍ର (ଆଇଇସିସି) ସୌଧର ନାମ "ଭାରତ ମଣ୍ଡପମ୍‌”
ଜି-୨୦ ମୁଦ୍ରା ଏବଂ ଜି-୨୦ ଡାକ ଟିକଟ ଉନ୍ମୋଚନ କରିଛନ୍ତି
“ଭାରତର ସାମର୍ଥ୍ୟ ତଥା ଦେଶର ନୂତନ ଶକ୍ତି ପାଇଁ ଭାରତ ମଣ୍ଡପମ ଏକ ଆହ୍ୱାନ, ଏହା ଭାରତର ମହାନତା ଏବଂ ଶକ୍ତିର ନିଦର୍ଶନ ଅଟେ”
“ଭଗବାନ୍ ବାସଭେଶ୍ୱରଙ୍କ ଅନୁଭବ ମଣ୍ଡପମ୍ ହେଉଛି ଭାରତ ମଣ୍ଡପମ୍ ନାମ ପଛର ପ୍ରେରଣା”
“ସ୍ୱାଧୀନତାର ୭୫ ତମ ବାର୍ଷିକୀ ପାଳନ କରୁଥିବା ବେଳେ ଏହି ଭାରତ ମଣ୍ଡପମ୍‍ ହେଉଛି ଆମ ଗଣତନ୍ତ୍ର ପାଇଁ ଏକ ସୁନ୍ଦର ଉପହାର”
“ଏକବିଂଶ ଶତାବ୍ଦୀରେ ଆମକୁ ଏକବିଂଶ ଶତାବ୍ଦୀ ପାଇଁ ଉପଯୁକ୍ତ ଭିତ୍ତିଭୂମି ର୍ନିମାଣ କରିବାକୁ ପଡିବ”
“ଥିଙ୍କ୍‍ ବିଗ୍‌, ଡ୍ରିମ୍ ବିଗ୍‌, ଆକ୍ଟ ବିଗ୍ ନୀତି ସହ ଭାରତ ଆଗକୁ ବଢୁଛି”
“ଭାରତର ବିକାଶ ଯାତ୍ରା ବର୍ତ୍ତମାନ ଅଟକି ନାହିଁ । ସରକାରଙ୍କ ତୃତୀୟ କାର୍ଯ୍ୟକାଳରେ ଭାରତ ବିଶ୍ୱର ଶ୍ରେଷ୍ଠ ତିନୋଟି ଅର୍ଥନୀତି ମଧ୍ୟରେ ସ୍ଥାନ ପାଇବ । ଏହା ହେଉଛି ମୋଦୀଙ୍କ ଗ୍ୟାରେଣ୍ଟି”
“ଆମେ ଦେଶର ୫୦ ରୁ ଅଧିକ ସହରରେ ଜି -୨୦ ବୈଠକକୁ ନେଇ ଭାରତର ବିବିଧତା ପ୍ରଦର୍ଶନ କରିଛୁ”

ନମସ୍କାର,

ଏକ ଅଦ୍ଭୁତ ଦୃଶ୍ୟ ମୋ ସମ୍ମୁଖରେ ଅଛି । ହେଉଛି ଭବ୍ୟ, ହେଉଛି ବିରାଟ, ହେଉଛି ବିହଙ୍ଗମ । ଆଉ ଆଜିର ଏ ଯେଉଁ ଅବସର ଅଛି, ଏହା ପଛରେ ଯେଉଁ କଳ୍ପନା ରହିଛି, ଏବଂ ଆଜି ଆମ ଆଖି ସାମ୍ନାରେ ସେହି ସ୍ୱପ୍ନକୁ ସାକାର ହେଉଥିବା ଦେଖୁଛେ, ସେତେବେଳେ ମୋତେ ଏକ ପ୍ରସିଦ୍ଧ କବିତା ପଂକ୍ତି ଗୁଣୁଗୁଣେଇବାକୁ ଇଚ୍ଛା ହେଉଛି:-

ହେଉଛି ନୂଆ ସକାଳ, ହେଉଛି ନୂତନ କଥା, ହେଉଛି ନୂଆ କିରଣ, ଜ୍ୟୋତି ମଧ୍ୟ ନୂଆ ।

ନୂତନ ଉତ୍ସାହ, ନୂତନ ତରଙ୍ଗ, ହେଉଛି ନୂତନ ଆଶା, ପ୍ରଶ୍ୱାସ ମଧ୍ୟ ନୂଆ ।

ଉଠ ଏ ଧରାର ଅମର ସନ୍ତାନ, ପୁନଃ ନୂତନ ନିର୍ମାଣ କର ।

ଜନ- ଜନଙ୍କ ଜୀବନରେ ପୁଣି ନୂତନ ସ୍ଫୂର୍ତି, ନବ ପ୍ରାଣ ଭରି ଦିଅ ।

ଆଜିର ଏହି ଦିବ୍ୟ, ଏବଂ ଭବ୍ୟ ‘ଭାରତ ମଣ୍ଡପମ୍‌’ ତାହାକୁ ଦେଖି କରି ପ୍ରତ୍ୟେକ ଭାରତୀୟ ଖୁସିରେ ଭରି ଯାଇଛନ୍ତି, ଆନନ୍ଦିତ ହୋଇ ଉଠିଛନ୍ତି, ଆଉ ଗର୍ବ ଅନୁଭବ କରୁଛନ୍ତି । ‘ଭାରତ ମଣ୍ଡପମ୍‌’ ଆହ୍ୱାନ ହେଉଛି ଭାରତର ସାମର୍ଥ୍ୟର, ଭାରତର ନୂତନ ଉର୍ଜ୍ଜାର । ‘ଭାରତ ମଣ୍ଡପମ୍‌’ର ଦର୍ଶନ ହେଉଛି, ଭାରତର ଭବ୍ୟତାର ଏବଂ ଭାରତର ଇଚ୍ଛାଶକ୍ତିର । କରୋନା କଠିନ ସମୟରେ ଯେତେବେଳେ ଚାରିଆଡେ କାର୍ଯ୍ୟ ଅଟକି ଯାଇଥିଲା, ଆମ ଦେଶର ଶ୍ରମଜୀବୀମାନେ ଦିନ-ରାତି ପରିଶ୍ରମ କରି ଏହାର ନିର୍ମାଣ ସମ୍ପୂର୍ଣ୍ଣ କରିଛନ୍ତି ।

‘ଭାରତ ମଣ୍ଡପମ୍‌’ର ନିର୍ମାଣ ସହିତ ଜଡ଼ିତ ପ୍ରତ୍ୟେକ ଶ୍ରମିକ ଭାଇ- ଭଉଣୀମାନଙ୍କୁ, ପ୍ରତ୍ୟେକ କର୍ମଚାରୀଙ୍କୁ ଆଜି ପ୍ରକୃତରେ ହୃଦୟର ସହିତ ମୁଁ ଅଭିନନ୍ଦନ ଜଣାଉଛି, ସେମାନଙ୍କୁ ସାଧୁବାଦ ଜଣାଉଛି । ଆଜି ସକାଳେ ମୋତେ ଏହି ସମସ୍ତ ଶ୍ରମଜୀବୀମାନଙ୍କ ସହିତ ସାକ୍ଷାତ କରିବାର ସୁଯୋଗ ମିଳିଥିଲା, ଆମର ଏହି ଶ୍ରମିକ ବନ୍ଧୁମାନଙ୍କୁ ସମ୍ମାନିତ କରିବାର ସୌଭାଗ୍ୟ ମୋତେ ମିଳିଥିଲା । ଆଜି ସେମାନଙ୍କ ପରିଶ୍ରମ ଦେଖି, ସମଗ୍ର ଭାରତ ବିସ୍ମିତ ହୋଇ ଯାଇଛି, ଭାରତ ଚକିତ ହୋଇ ଯାଇଛି ।

ମୁଁ ରାଜଧାନୀ ଦିଲ୍ଲୀର ଲୋକମାନଙ୍କୁ, ଦେଶର ଲୋକମାନଙ୍କୁ ଏହି ନୂତନ ଆନ୍ତର୍ଜାତୀୟ ସମ୍ମିଳନୀ କେନ୍ଦ୍ର- ‘ଭାରତ ମଣ୍ଡପମ୍‌’ ପାଇଁ ବହୁତ- ବହୁତ ଶୁଭେଚ୍ଛା ଜଣାଉଛି । ଏଠାକୁ ଦେଶର କୋଣ ଅନୁକୋଣରୁ ଅତିଥି ଆସିଛନ୍ତି, ମୁଁ ସେହି ସମସ୍ତଙ୍କୁ ହୃଦୟର ସହିତ ସ୍ୱାଗତ କରୁଛି । ଟିଭି ମାଧ୍ୟମରେ, ସାମାଜିକ ଗଣମାଧ୍ୟମରେ ଯେଉଁ କୋଟି- କୋଟି ଲୋକ ଏହି ସମୟରେ ଆମ ସହିତ ସାମିଲ ହୋଇଛନ୍ତି, ମୁଁ ସେମାନଙ୍କୁ ମଧ୍ୟ ଅଭିନନ୍ଦନ ଜଣାଉଛି ।

 

ସାଥୀଗଣ,

ଆଜିର ଦିନ ଏଭଳି ଭାବେ ମଧ୍ୟ ପ୍ରତ୍ୟେକ ଦେଶବାସୀଙ୍କ ପାଇଁ ହେଉଛି ବହୁତ ଐତିହାସିକ, ଆଜି ହେଉଛି କାରଗିଲ ବିଜୟ ଦିବସ । ଦେଶର ଶତ୍ରୁମାନେ ଯେଉଁ ଦୁଃସାହସ ଦେଖାଇଥିଲେ, ତାକୁ ମାଆ ଭାରତୀର ପୁଅ- ଝିଅମାନେ ନିଜ ପରାକ୍ରମରେ ପରାସ୍ତ କରି ଦେଇଥିଲେ । କାରଗିଲ ଯୁଦ୍ଧରେ ନିଜର ବଳୀଦାନ ଦେଇଥିବା ପ୍ରତ୍ୟେକ ବୀରମାନଙ୍କୁ ମୁଁ କୃତଜ୍ଞ ରାଷ୍ଟ୍ର ତରଫରୁ ଶ୍ରଦ୍ଧାଞ୍ଜଳୀ ଜଣାଉଛି ।

ସାଥୀଗଣ,

‘ଭାରତ ମଣ୍ଡପମ୍‌’ର ଏହି ନାମ ପଛରେ ଆଉ ଏବେ ଯେପରି ପିୟୂଷ ମହାଶୟ କହୁଥିଲେ, ଭଗବାନ ବସବେଶ୍ୱରଙ୍କ ‘ଅନୁଭବ ମଣ୍ଡପମ୍‌’ର ପ୍ରେରଣା ରହିଛି । ଅନୁଭବ ମଣ୍ଡପମ୍ ଅର୍ଥାତ ବିତର୍କ ଓ ଆଲୋଚନାର ଗଣତାନ୍ତ୍ରିକ ପଦ୍ଧତି, ଅନୁଭବ ମଣ୍ଡପମ୍ ଅର୍ଥାତ ଅଭିବ୍ୟକ୍ତି, ଅଭିମତ । ଆଜି ସମଗ୍ର ବିଶ୍ୱ ଏହା ସ୍ୱୀକାର କରି ସାରିଛି ଯେ, ଭାରତ ହେଉଛି ଗଣତନ୍ତ୍ରର ଜନନୀ । ତାମିଲନାଡ଼ୁର ଉତରାମେରୁରରେ ମିଳିଥିବା ଶିଳାଖଣ୍ଡରୁ ନେଇ ବୈଶାଳୀ ପର୍ଯ୍ୟନ୍ତ, ଭାରତର ଜୀବନ୍ତ ଗଣତନ୍ତ୍ର ଶତାବ୍ଦୀ ଶତାବ୍ଦୀ ଧରି ଆମର ଗୌରବ ହୋଇ ରହି ଆସିଛି ।

ଆଜି ଯେତେବେଳେ ଆମେ ସ୍ୱାଧୀନତାର 75 ବର୍ଷ ପୂରଣ ହେବା ପରେ ଅମୃତ ମହୋତ୍ସବ ପାଳନ କରୁଛେ, ସେତେବେଳେ ଏହି ‘ଭାରତ ମଣ୍ଡପମ୍‌’, ହେଉଛି ଆମ ଭାରତୀୟଙ୍କ ଦ୍ୱାରା ନିଜ ଗଣତନ୍ତ୍ରକୁ ଦିଆ ଯାଇଥିବା ଏକ ସୁନ୍ଦର ଉପହାର । କିଛି ସପ୍ତାହ ପରେ ହିଁ ଏଠାରେ G-20 ସହିତ ଜଡ଼ିତ ଆୟୋଜନ ହେବ, ବିଶ୍ୱର ବଡ଼- ବଡ଼ ଦେଶର ରାଷ୍ଟ୍ରମୁଖ୍ୟ ଏଠାରେ ଉପସ୍ଥିତ ହେବେ । ଭାରତର ବୃଦ୍ଧି ପାଉଥିବା ପଦକ୍ଷେପ ଏବଂ ଭାରତର ବୃଦ୍ଧି ପାଉଥିବା ମାନ୍ୟତା, ଏହି ଭବ୍ୟ ‘ଭାରତ ମଣ୍ଡପମ୍‌’ ଦ୍ୱାରା ସମଗ୍ର ବିଶ୍ୱ ଦେଖିବ ।

ସାଥୀଗଣ,

ଆଜି ସାରା ବିଶ୍ୱ ହେଉଛି ଅନ୍ତଃ- ସଂଯୁକ୍ତ, ହେଉଛି ଅନ୍ତଃ- ନିର୍ଭରଶୀଳ ଏବଂ ବୈଶ୍ୱିକ ସ୍ତରରେ ବିଭିନ୍ନ କାର୍ଯ୍ୟକ୍ରମ ଏବଂ ସମ୍ମିଳନୀର ଶୃଙ୍ଖଳ କ୍ରମାଗତ ଭାବେ ଜାରି ରହିଛି । ଏହି କାର୍ଯ୍ୟକ୍ରମ କେବେ ଗୋଟିଏ ଦେଶରେ ତ, ପୁଣି କେବେ ଅନ୍ୟ ଦେଶରେ ହୋଇଥାଏ । ଏଭଳି ଭାବେ ଭାରତରେ, ଦେଶର ରାଜଧାନୀ ଦିଲ୍ଲୀରେ, ଅନ୍ତରାଷ୍ଟ୍ରୀୟ ସ୍ତରର ଏକ ସମ୍ମିଳନୀ କେନ୍ଦ୍ର ରହିବା ବହୁତ ଆବଶ୍ୟକ ଥିଲା । ଏଠାରେ ଯେଉଁ ବ୍ୟବସ୍ଥା ଥିଲା, ଯେଉଁ କକ୍ଷ ସବୁ ଥିଲା, ତାହା ଅନେକ ଦଶକ ପୂର୍ବରୁ ଏଠାରେ ନିର୍ମାଣ ହୋଇଥିଲା । ବିଗତ ଶତାବ୍ଦୀର ସେହି ପୁରୁଣା ବ୍ୟବସ୍ଥା, ଏକବିଂଶ ଶତାବ୍ଦୀର ଭାରତ ସହିତ ପାଦ ମିଳାଇ ଚାଲି ପାରୁ ନ ଥିଲା । ଏକବିଂଶ ଶତାବ୍ଦୀର ଭାରତରେ ଆମକୁ ଏକବିଂଶ ଶତାବ୍ଦୀର ଆବଶ୍ୟକତା ଗୁଡ଼ିକୁ ପୂରଣ କରୁଥିବା ଭଳି ନିର୍ମାଣ କରିବାକୁ ହେବ ।

ଏଥିପାଇଁ ଏହି ଭବ୍ୟ ନିର୍ମାଣ, ଏହି ‘ଭାରତ ମଣ୍ଡପମ୍‌’ ଆଜି ମୋର ଦେଶବାସୀଙ୍କ ସାମ୍ନାରେ ଅଛି, ଆପଣମାନଙ୍କ ସାମ୍ନାରେ ଅଛି । ‘ଭାରତ ମଣ୍ଡପମ୍‌’ ଦେଶ- ବିଦେଶର ବଡ଼-ବଡ଼ ପ୍ରଦର୍ଶନକାରୀମାନଙ୍କୁ ସହାୟତା କରିବ । ‘ଭାରତ ମଣ୍ଡପମ୍‌’ ଦେଶରେ ସମ୍ମିଳନୀ, ପର୍ଯ୍ୟଟନ ସମ୍ମିଳନୀର ବହୁତ ବଡ଼ ମାଧ୍ୟମ ପାଲଟିବ । ‘ଭାରତ ମଣ୍ଡପମ୍‌’ ଆମର ଷ୍ଟାର୍ଟ ଅପ୍ସର ଶକ୍ତିକୁ ପ୍ରଦର୍ଶିତ କରିବାର ମାଧ୍ୟମ ପାଲଟିବ । ‘ଭାରତ ମଣ୍ଡପମ୍‌’ ଆମର ଚଳଚ୍ଚିତ୍ର ଜଗତ, ଆମର କଳାକାରଙ୍କର ପ୍ରଦର୍ଶନର ସାକ୍ଷୀ ପାଲଟିବ ।

‘ଭାରତ ମଣ୍ଡପମ୍‌’ ଆମର ହସ୍ତଶିଳ୍ପୀ ମାନଙ୍କର, କାରିଗର- ବୁଣାକାରମାନଙ୍କର ପରିଶ୍ରମକୁ ମଂଚ ପ୍ରଦାନ କରିବାରେ ଏକ ଗୁରୁତ୍ୱପୂର୍ଣ୍ଣ ମାଧ୍ୟମ ହେବାକୁ ଯାଉଛି ଆଉ ‘ଭାରତ ମଣ୍ଡପମ୍‌’ ଆତ୍ମନିର୍ଭର ଭାରତ ଏବଂ ଭୋକାଲ ଫର୍ ଲୋକାଲ ଅଭିଯାନର ପ୍ରତିବିମ୍ବ ପାଲଟିବ । ଅର୍ଥାତ ଅର୍ଥନୀତିରୁ ନେଇ ଇକୋଲୋଜି ପର୍ଯ୍ୟନ୍ତ, ବ୍ୟବସାୟ ଠାରୁ ନେଇ ପ୍ରଯୁକ୍ତିବିଦ୍ୟା ପର୍ଯ୍ୟନ୍ତ, ଏଭଳି ପ୍ରତ୍ୟେକ ଆୟୋଜନ ପାଇଁ ଏହି ବିଶାଳ ପରିଶ୍ରମ ଆଉ ଏହି ବିଶାଳ ପରିସର, ଏହି ‘ଭାରତ ମଣ୍ଡପମ୍‌’ ବହୁତ ବଡ଼ ମଂଚ ପାଲଟିବ ।

 

ଭାରତ ମଣ୍ଡପମ୍ ଭଳି ଏହି ବ୍ୟବସ୍ଥାର ନିର୍ମାଣ ଅନେକ ଦଶକ ପୂର୍ବରୁ ହୋଇ ଯିବାର ଆବଶ୍ୟକ ଥିଲା । କିନ୍ତୁ ବୋଧହୁଏ ମୋତେ ଲାଗୁଛି, ବହୁତଗୁଡ଼ିଏ କାମ ମୋ ହାତରେ କରିବା ପାଇଁ ଲେଖା ହୋଇଛି । ଆଉ ଆମେ ଦେଖୁଛେ, ବିଶ୍ୱରେ କୌଣସି ଦେଶରେ ଯଦି ଗୋଟିଏ ଅଲମ୍ପିକ ସମ୍ମିଳନୀ ହୋଇଥାଏ, ସାରା ବିଶ୍ୱରେ ସେହି ଦେଶର ପ୍ରୋଫାଇଲ ସମ୍ପୂର୍ଣ୍ଣ ଭାବେ ବଦଳି ଯାଇଥାଏ । ଆଜି ଏହି ବିଶ୍ୱରେ ଏହି ସମସ୍ତ କଥାର ମାହାତ୍ମ୍ୟ ବହୁତ ବଢ଼ି ଯାଇଛି ଆଉ ଦେଶର ପ୍ରୋଫାଇଲ ମଧ୍ୟ ବହୁତ ଗୁରୁତ୍ୱ ରଖିଥାଏ । ଆଉ ଏହିଭଳି ହିଁ ବ୍ୟବସ୍ଥାମାନ ହେଉଛି ଯାହା କିଛି ନା କିଛି ସେଥିରେ ମୂଲ୍ୟଯୁକ୍ତ କରିଥାଏ । କିନ୍ତୁ ଆମ ଦେଶରେ କିଛି ଭିନ୍ନ ଚିନ୍ତାଧାରାର ଲୋକ ମଧ୍ୟ ଅଛନ୍ତି । ନକରାତ୍ମକ ଚିନ୍ତାଧାରାର ଆମର ଏଠାରେ କୌଣସି ଅଭାବ ନାହିଁ । ଏହି ନିର୍ମାଣକୁ ରୋକିବା ପାଇଁ ମଧ୍ୟ ନକରାତ୍ମକ ଚିନ୍ତାଧାରା ଥିବା ଲୋକମାନେ କ’ଣ କ’ଣ ପ୍ରୟାସ କରି ନାହାଁନ୍ତି । ବହୁତ ତୋଫାନ ସୃଷ୍ଟି କରାଗଲା, ଅଦାଲତକୁ ଯିବାକୁ ପଡ଼ିଲା । କିନ୍ତୁ ଯେଉଁଠାରେ ସତ୍ୟ ଥାଏ, ସେଠାରେ ଈଶ୍ୱର ମଧ୍ୟ ରହି ଥାଆନ୍ତି । କିନ୍ତୁ ଏବେ ଏହି ସୁନ୍ଦର ପରିସର ଆପଣମାନଙ୍କ ଆଖି ସାମ୍ନାରେ ପ୍ରସ୍ତୁତ ଅଛି ।

ପ୍ରକୃତରେ, କିଛି ଲୋକମାନଙ୍କର ପ୍ରକୃତି ହୋଇଥାଏ, ପ୍ରତ୍ୟେକ ଭଲ କାର୍ଯ୍ୟକୁ ବନ୍ଦ କରିବା ପାଇଁ, ଅଟକାଇବା ପାଇଁ । ଏବେ ଆପଣମାନଙ୍କର ଏହା ମନେ ଥିବ ଯେତେବେଳେ କର୍ତବ୍ୟ ପଥ ନିର୍ମାଣ ହେଉଥିଲା ସେତେବେଳେ କ’ଣ କ’ଣ କେତେ କେତେ କଥା କୁହାଯାଉଥିଲା, ପ୍ରଥମ ପୃଷ୍ଠାରେ, ବ୍ରେକିଂ ନ୍ୟୁଜରେ କେତେ କ’ଣ ଚାଲୁଥିଲା । ଅଦାଲତରେ କେତେ କ’ଣ ମାମଲା ଉଠା ଯାଇଥିଲା । କିନ୍ତୁ ଏବେ କର୍ତବ୍ୟ ପଥ ପ୍ରସ୍ତୁତ ହୋଇଗଲା,  ସେହି ଲୋକମାନେ ଏବେ ଧିର କଣ୍ଠରେ କହୁଛନ୍ତି ଯେ କିଛି ଭଲ ହେଲା, ଦେଶର ଶୋଭା ବଢାଉଥିବା ଭଳି କାର୍ଯ୍ୟ ହୋଇଛି । ଆଉ ମୋର ବିଶ୍ୱାସ ଯେ କିଛି ସମୟ ପରେ ‘ଭାରତ ମଣ୍ଡପମ୍‌’ ପାଇଁ ସେହି ଗୋଷ୍ଠୀ ଖୋଲାଖୋଲି ଭାବେ କୁହନ୍ତୁ ଅବା ନ କୁହନ୍ତୁ, କିନ୍ତୁ ଭିତରେ ଭିତରେ ତ’ ସେମାନେ ସ୍ୱୀକାର କରିବେ ଆଉ ହୋଇପାରେ କୌଣସି ଏକ ସମାରୋହରେ ଏଠାକୁ ଭାଷଣ ଦେବାକୁ ଆସିଯିବେ ।

ବନ୍ଧୁଗଣ,

କୌଣସି ମଧ୍ୟ ଦେଶ ହେଉ, କୌଣସି ମଧ୍ୟ ସମାଜ ହେଉ, ସେମାନେ ଛୋଟ- ଛୋଟ କଥା ଚିନ୍ତା କରି, ଛୋଟ- ଛୋଟ କାମ କରି ଆଗକୁ ବଢ଼ି ପାରିବେ ନାହିଁ । ଆଜି ଏହି ସମ୍ମିଳନୀ କେନ୍ଦ୍ର, ଏହି ‘ଭାରତ ମଣ୍ଡପମ୍‌’ ହେଉଛି ଏହି କଥାର ମଧ୍ୟ ସାକ୍ଷୀ ଯେ ଆମ ସରକାର କିଭଳି ସାମଗ୍ରିକ ଭାବେ ବହୁତ ଦୂରଦୃଷ୍ଟି ସମ୍ପନ୍ନ ହୋଇ ଚିନ୍ତା କରି କାର୍ଯ୍ୟ କରୁଛନ୍ତି । ଏହିଭଳି କେନ୍ଦ୍ରଗୁଡ଼ିକୁ ଆସିବା ସହଜ ହେଉ, ଦେଶ- ବିଦେଶର ବଡ଼- ବଡ଼ କମ୍ପାନୀମାନେ ଏଠାକୁ ଆସି ପାରିବେ, ଏଥିପାଇଁ ଆଜି ଭାରତ 160 ରୁ ଅଧିକ ଦେଶକୁ ଇ-ସମ୍ମିଳନୀ ଭିସାର ସୁବିଧା ଦେଉଛି । ଅର୍ଥାତ କେବଳ ଏହି ନିର୍ମାଣ ଏଭଳି ନୁହେଁ, ସମଗ୍ର ଯୋଗାଣ ଶୃଙ୍ଖଳ, ବ୍ୟବସ୍ଥା ଶୃଙ୍ଖଳ ଏହାର ବ୍ୟବସ୍ଥା ମଧ୍ୟରେ ଅଛି ।

2014 ରେ ଦିଲ୍ଲୀ ବିମାନବନ୍ଦରର କ୍ଷମତା ମଧ୍ୟ ବାର୍ଷିକ ପ୍ରାୟ 5 କୋଟି ଯାତ୍ରୀଙ୍କ ପାଇଁ ରହିଥିଲା। ଆଜି ଏହା ମଧ୍ୟ ବୃଦ୍ଧି ପାଇ ବାର୍ଷିକ ସାଢ଼େ 7 କୋଟି ଯାତ୍ରୀଙ୍କ ପାଇଁ ହୋଇ ଯାଇଛି । ଟର୍ମିନାଲ-2 ଅବା ଚତୁର୍ଥ ରନ-ୱେ ମଧ୍ୟ ଆରମ୍ଭ ହୋଇ ସାରିଛି । ଗ୍ରେଟର ନୋଏଡ଼ାର ଜେବରରେ ଅନ୍ତର୍ଜାତୀୟ ବିମାନବନ୍ଦର ଆରମ୍ଭ ହେବା ପରେ ଏହାକୁ ଆହୁରି ଶକ୍ତି ମିଳିବ । ବିଗତ ବର୍ଷରେ ଦିଲ୍ଲୀ- ଏନସିଆରରେ ହୋଟେଲ ଶିଳ୍ପ ମଧ୍ୟ ବହୁତ ସମ୍ପ୍ରସାରିତ ହୋଇଛି । ଅର୍ଥାତ ସମ୍ମିଳନୀ ପର୍ଯ୍ୟଟନ ପାଇଁ ମଧ୍ୟ ଏକ ସମ୍ପୂର୍ଣ୍ଣ ଇକୋ ସିଷ୍ଟମ ପ୍ରସ୍ତୁତ କରିବାରେ ଆମେ ସମଗ୍ର ଯୋଜନା ସହିତ ପ୍ରୟାସ କରିଛୁ ।

ସାଥୀଗଣ,

ଏହା ବ୍ୟତୀତ ମଧ୍ୟ ଏଠାରେ ରାଜଧାନୀ ଦିଲ୍ଲୀରେ ବିଗତ ବର୍ଷମାନଙ୍କରେ ଯେଉଁ ନିର୍ମାଣ ହୋଇଛି ତାହା ଦେଶର ଗୌରବ ବୃଦ୍ଧି କରୁଛି । କୌଣସି ଭାରତୀୟ ନ ଥିବେ, ଯେଉଁମାନଙ୍କର ମୁଣ୍ଡ ଦେଶର ନୂତନ ସଂସଦ ଭବନ ଦେଖି ଗର୍ବରେ ଉଚ୍ଚ ହେଉ ନ ଥିବ । ଆଜି ଦିଲ୍ଲୀରେ ଜାତୀୟ ସମର ସ୍ମାରକୀ ହେଉ, ପୁଲିସ ସ୍ମାରକୀ ହେଉ, ବାବା ସାହେବ ଆମ୍ବେଦକର ସ୍ମାରକୀ ହେଉ । ଆଜି କର୍ତବ୍ୟ ପଥର ଆଖପାଖରେ ସରକାରଙ୍କର ଆଧୁନିକ କାର୍ଯ୍ୟାଳୟଗୁଡ଼ିକ, ଦପ୍ତର, ତାହା ଉପରେ ବହୁତ ଦ୍ରୁତ ଗତିରେ କାର୍ଯ୍ୟ ଚାଲୁ ରହିଛି । ଆମକୁ କାର୍ଯ୍ୟ ସଂସ୍କୃତି ମଧ୍ୟ ବଦଳାଇବାର ଅଛି, କାର୍ଯ୍ୟ ବାତାବରଣ ମଧ୍ୟ ବଦଳାଇବାର ଅଛି ।

ଆପଣ ସମସ୍ତେ ଦେଖିଥିବେ, ପ୍ରଧାନମନ୍ତ୍ରୀ ସଂଗ୍ରହାଳୟରେ ଆଜିର ନୂତନ ପିଢ଼ୀକୁ ଦେଶର ସମସ୍ତ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ବିଷୟରେ ଜାଣିବାର ସୁଯୋଗ ମିଳୁଛି । ଖୁବ୍ ଶୀଘ୍ର ହିଁ ଦିଲ୍ଲୀରେ, ଆଉ ଏହା ମଧ୍ୟ ଆପଣମାନେ ଜାଣି ଖୁସି ହେବେ, ବିଶ୍ୱ ପାଇଁ ମଧ୍ୟ ଖୁସି ଖବର ହେବ, ଅତିଶୀଘ୍ର ଦିଲ୍ଲୀରେ ବିଶ୍ୱର ସବୁଠାରୁ ବଡ଼ ଆଉ ଯେତେବେଳେ ମୁଁ କହୁଛି ବିଶ୍ୱର ସବୁଠାରୁ ବଡ଼ ଅର୍ଥାତ ଏଇ ଯୁଗରେ ପୃଥିବୀର ସବୁଠାରୁ ବଡ଼ ସଂଗ୍ରହାଳୟ ଭାରତରେ ମଧ୍ୟ ନିର୍ମାଣ ହେବାକୁ ଯାଉଛି ।

 

ସାଥୀଗଣ,

ଆଜି ସମଗ୍ର ବିଶ୍ୱ ଭାରତ ଆଡ଼କୁ ଦେଖୁଛି । ଭାରତ ଆଜି ତାହା ହାସଲ କରୁଛି, ଯାହା ପୂର୍ବରୁ ଅକଳ୍ପନୀୟ ଥିଲା, କେହି ଚିନ୍ତା ମଧ୍ୟ କରି ନ ଥିଲେ । ବିକଶିତ ହେବା ପାଇଁ ଆମକୁ ବଡ଼ ଚିନ୍ତା ମଧ୍ୟ କରିବାକୁ ହେବ, ବଡ଼ ଲକ୍ଷ୍ୟ ହାସଲ କରିବାକୁ ହେବ । ଏଥିପାଇଁ ‘ବଡ଼ ଚିନ୍ତା କରନ୍ତୁ, ବଡ଼ ସ୍ୱପ୍ନ ଦେଖନ୍ତୁ, ବହୁତ କିଛି କରନ୍ତୁ’ ଏହି ସିଦ୍ଧାନ୍ତକୁ ଆପଣାଇ ଭାରତ ଆଜି ଦ୍ରୁତ ଗତିରେ ଆଗକୁ ବଢ଼ୁଛି । ଆଉ ଏହା ମଧ୍ୟ କୁହାଯାଇଛି ଯେ- ଏତେ ଉପରକୁ ଉଠ ଯେ, ଯେତେ ଉଚ୍ଚରେ ଆକାଶ ଅଛି । ଆମେ ପୂର୍ବରୁ ବଡ଼ ନିର୍ମାଣ କରିଛେ, ଆମେ ପୂର୍ବ ଅପେକ୍ଷା ଉନ୍ନତ ନିର୍ମାଣ କରୁଛେ, ଆମେ ପୂର୍ବ ଅପେକ୍ଷା ଦ୍ରୁତ ଗତିରେ ନିର୍ମାଣ କରୁଛେ ।

ପୂର୍ବରୁ ନେଇ ପଶ୍ଚିମ ପର୍ଯ୍ୟନ୍ତ, ଉତରରୁ ନେଇ ଦକ୍ଷିଣ ପର୍ଯ୍ୟନ୍ତ, ଭାରତର ଭିତିଭୂମି ବଦଳୁଛି । ବିଶ୍ୱର ସର୍ବବୃହତ ସୌର ପବନ ପାର୍କ ଆଜି ଭାରତରେ ନିର୍ମାଣ ହେଉଛି । ବିଶ୍ୱର ସବୁଠାରୁ ଉଚ୍ଚ ରେଳ ସେତୁ ଆଜି ଭାରତରେ ରହିଛି । 10 ହଜାର ଫୁଟରୁ ଅଧିକ ଉଚ୍ଚତା ବିଶିଷ୍ଟ ବିଶ୍ୱର ସବୁଠାରୁ ଦୀର୍ଘ ସୁଢ଼ଙ୍ଗ ଆଜି ମଧ୍ୟ ଭାରତରେ ଅଛି । ବିଶ୍ୱର ସବୁଠାରୁ ଉଚ୍ଚ ମୋଟରଚାଳିତ ସଡ଼କ ପଥ ମଧ୍ୟ ଆଜି ଭାରତରେ ଅଛି । ବିଶ୍ୱର ସବୁଠାରୁ ବଡ଼ କ୍ରିକେଟ ଷ୍ଟାଡିୟମ ଆଜି ଭାରତରେ ଅଛି । ବିଶ୍ୱର ସର୍ବୋଚ୍ଚ ପ୍ରତିମା ଆଜି ଭାରତରେ ଅଛି । ଏସିଆର ଦ୍ୱିତୀୟ ସର୍ବବୃହତ ରେଳ- ପଥ ସେତୁ ମଧ୍ୟ ଭାରତରେ ଅଛି । ଆଜି ଭାରତ ବିଶ୍ୱର ସେହି ଦେଶଗୁଡ଼ିକ ମଧ୍ୟରେ ଅଛି, ଯେଉଁଠାରେ ଗ୍ରୀନ ହାଇଡ୍ରୋଜେନ ଉପରେ ଏତେ ବ୍ୟାପକ ସ୍ତରରେ କାର୍ଯ୍ୟ ହେଉଛି ।

ସାଥୀଗଣ,

ଆଜି ଆମ ସରକାରର ଏହି କାର୍ଯ୍ୟକାଳ ଏବଂ ବିଗତ କାର୍ଯ୍ୟକାଳକୁ ସାରା ଦେଶ ଦେଖୁଛି । ଆଜି ଦେଶର ବିଶ୍ୱାସ ଦୃଢ଼ ହୋଇ ଯାଇଛି ଯେ ଏବେ ଭାରତର ବିକାଶ ଯାତ୍ରା ଆଉ ଅଟକିବା ଭଳି ନୁହେଁ । ଆପଣମାନେ ଜାଣିଛନ୍ତି ଯେ ଆମର ପ୍ରଥମ କାର୍ଯ୍ୟକାଳର ଶୁଭାରମ୍ଭରେ ଭାରତ, ବିଶ୍ୱ ଅର୍ଥନୀତିରେ ଦଶମ ସ୍ଥାନରେ ଥିଲା । ଯେତେବେଳେ ମୋତେ ଆପଣମାନେ ଆଜି କାର୍ଯ୍ୟ କରିବାକୁ ଦେଇଛନ୍ତି, ସେତେବେଳେ ଦଶ ନମ୍ବରରେ ଥିଲୁ । ଦ୍ୱିତୀୟ କାର୍ଯ୍ୟକାଳ ମଧ୍ୟରେ ଆଜି ଭାରତ ବିଶ୍ୱର ପଂଚମ ସର୍ବବୃହତ ଅର୍ଥନୀତି ହୋଇ ପାରିଛି । ଆଉ ଏହି ଟ୍ରାକ ରେକର୍ଡ ଆଧାରରେ, କେବଳ କଥା- କଥାରେ ନୁହେଁ, ଟ୍ରାକ ରେକର୍ଡ ଆଧାରରେ ମୁଁ କହୁଛି ।

ମୁଁ ଦେଶକୁ ଏହା ମଧ୍ୟ ବିଶ୍ୱାସ ଦେବାକୁ ଚାହୁଁଛି ଯେ ତୃତୀୟ କାର୍ଯ୍ୟକାଳରେ, ବିଶ୍ୱର ପ୍ରଥମ ତିନୋଟି ଅର୍ଥନୀତି ମଧ୍ୟରେ ଗୋଟିଏ ନାମ ଭାରତର ରହିବ । ଅର୍ଥାତ, ତୃତୀୟ କାର୍ଯ୍ୟକାଳରେ ପ୍ରଥମ ତିନୋଟି ଅର୍ଥନୀତିରେ, ମୁଁ ଗର୍ବର ସହିତ କହୁଛି ହିନ୍ଦୁସ୍ତାନ ନିଶ୍ଚୟ ଦୃଢ଼ ଭାବରେ ଠିଆ ହେବ ବନ୍ଧୁଗଣ । ତୃତୀୟ କାର୍ଯ୍ୟକାଳ- ଶ୍ରେଷ୍ଠ ତିନି ଅର୍ଥବ୍ୟବସ୍ଥାରେ ଭାରତ ପହଂଚି ଯାଇ ପାରିବ, ଏହା ହେଉଛି ମୋଦୀର ଗ୍ୟାରେଂଟି । ମୁଁ ଦେଶବାସୀଙ୍କୁ ଏହା ମଧ୍ୟ ବିଶ୍ୱାସ ଦେଉଛି ଯେ 2024 ପରେ ଆମର ତୃତୀୟ କାର୍ଯ୍ୟକାଳରେ, ଦେଶର ବିକାଶ ଯାତ୍ରା ଆହୁରି ଦ୍ରୁତ ଗତିରେ ବଢ଼ିବ । ଆଉ ଆମର ତୃତୀୟ କାର୍ଯ୍ୟକାଳରେ ଆପଣମାନେ ନିଜର ସ୍ୱପ୍ନ, ନିଜର ଆଖି ଆଗରେ ପୂରଣ ହେଉଥିବାର ଦେଖିବେ ।

ସାଥୀଗଣ,

ଆଜି ଭାରତରେ ନବ ନିର୍ମାଣର ବିପ୍ଳବ ଚାଲୁ ରହିଛି । ବିଗତ 9 ବର୍ଷରେ ଭାରତରେ ଆଧୁନିକ ଭିତିଭୂମିର ନିର୍ମାଣ ପାଇଁ ପାଖାପାଖି 34 ଲକ୍ଷ କୋଟି ଟଙ୍କା ବ୍ୟୟ କରାଯାଇଛି । ଚଳିତ ବର୍ଷର ବଜେଟରେ ମଧ୍ୟ କ୍ୟାପିଟାଲ ବ୍ୟୟ 10 ଲକ୍ଷ କୋଟି ଟଙ୍କା ରଖାଯାଇଛି । ନୂତନ ବିମାନବନ୍ଦର, ନୂତନ ଏକ୍ସପ୍ରେସ-ୱେ, ନୂତନ ରେଳପଥ, ନୂତନ ସେତୁ, ନୂତନ ହସ୍ପାତାଳ, ଆଜି ଭାରତ ଯେଉଁ ଗତି ଏବଂ ମାପରେ କାର୍ଯ୍ୟ କରୁଛି, ତାହା ହେଉଛି ବାସ୍ତବରେ ଅଦ୍ଭୂତପୂର୍ବ ।

70 ବର୍ଷରେ, ଏହା ମୁଁ ଆଉ କାହାର ସମାଲୋଚନା କରିବା ପାଇଁ କହୁ ନାହିଁ, ବରଂ ହିସାବ-କିତାବ ପାଇଁ କିଛି ଉଦାହରଣ ଜରୁରୀ ହୋଇଥାଏ । ଆଉ ଏଥିପାଇଁ ମୁଁ ସେହି ଉଦାହରଣ ଆଧାରରେ କହୁଛି । 70 ବର୍ଷରେ ଭାରତରେ କେବଳ 20 ହଜାର କିଲୋମିଟର ପାଖାପାଖି ରେଳ ଲାଇନର ବିଦ୍ୟୁତୀକରଣ ହୋଇଥିଲା । ଯେତେବେଳେ କି ବିଗତ 9 ବର୍ଷରେ ଭାରତରେ ପ୍ରାୟ 40 ହଜାର କିଲୋମିଟର ପାଖାପାଖି ରେଳ ଲାଇନର ବିଦ୍ୟୁତୀକରଣ ହୋଇଛି । 0214 ପୂର୍ବରୁ ଦେଶରେ ପ୍ରତ୍ୟେକ ମାସରେ କେବଳ 600 ମିଟର, କିଲୋମିଟର ବୋଲି ଭାବନ୍ତୁ ନାହିଁ, କେବଳ 600 ମିଟର ନୂତନ ମେଟ୍ରୋ ଲାଇନ ବିଛା ଯାଉଥିଲା । ଆଜି ଭାରତରେ ପ୍ରତ୍ୟେକ ମାସରେ 6 କିଲୋମିଟର ନୂତନ ମେଟ୍ରୋ ଲାଇନ ବିଛାଇବାର କାର୍ଯ୍ୟ ସମ୍ପୂର୍ଣ୍ଣ କରାଯାଉଛି ।

2014 ପୂର୍ବରୁ ଦେଶରେ 4 ଲକ୍ଷ କିଲୋମିଟରରୁ ମଧ୍ୟ କମ୍ ଗ୍ରାମୀଣ ସଡ଼କ ଥିଲା । ଆଜି ଦେଶରେ ସାତ ଶହ ପଚିଶି ଲକ୍ଷ କିଲୋମିଟରରୁ ଅଧିକ ଗ୍ରାମୀଣ ସଡ଼କ ରହିଛି ।  2014 ପୂର୍ବରୁ ଦେଶରେ ପ୍ରାୟ 70 ଟି ବିମାନବନ୍ଦର ଥିଲା । ଆଜି ଦେଶରେ ବିମାନବନ୍ଦରର ସଂଖ୍ୟା ପାଖାପାଖି 150 ରେ ପହଂଚି ସାରିଛି । 2014 ପୂର୍ବରୁ ଦେଶରେ ସିଟି ଗ୍ୟାସ ବିତରଣ ବ୍ୟବସ୍ଥା କେବଳ 60 ଟି ସହରରେ ଥିଲା । ଏବେ ଦେଶରେ ସିଟି ଗ୍ୟାସ ବିତରଣ ବ୍ୟବସ୍ଥା 600ରୁ ମଧ୍ୟ ଅଧିକ ସହରରେ ପହଂଚି ସାରିଛି ।

 

ସାଥୀଗଣ,

ବଦଳୁଥିବା ଭାରତ ଆଜି ପୁରୁଣା ଆହ୍ୱାନକୁ ସମାପ୍ତ କରି ଆଗକୁ ଅଗ୍ରସର ହେଉଛି । ପ୍ରତ୍ୟେକ ସମସ୍ୟା ଗୁଡ଼ିକର ସ୍ଥାୟୀ ସମାଧାନ ଉପରେ, ସ୍ଥାୟୀ ସମାଧାନ ଉପରେ ମଧ୍ୟ ଗୁରୁତ୍ୱ ଦେଉଛି । ଆଉ ଏହାର ଏକ ଉଦାହରଣ ମଧ୍ୟ ହେଉଛି ପିଏମ ଗତିଶକ୍ତି ଜାତୀୟ ମାଷ୍ଟର ପ୍ଲାନ । ଏଠାରେ ଉଦ୍ୟୋଗ ଜଗତର ବନ୍ଧୁମାନେ ବସିଛନ୍ତି, ମୁଁ ଚାହୁଁଛି ଯେ ଆପଣମାନେ ଯାଇ ସେହି ପୋର୍ଟାଲକୁ ଦେଖନ୍ତୁ । ଦେଶରେ ରେଳପଥ ଭଳି ଭୌତିକ ଭିତିଭୂମି ପାଇଁ, ସ୍କୁଲ ନିର୍ମାଣ ହେଉ, ହସ୍ପାତାଳ ନିର୍ମାଣ ହେଉ, ଏଭଳି ସାମାଜିକ ଭିତିଭୂମି ପାଇଁ, ପିଏମ ଗତିଶକ୍ତି ଜାତୀୟ ମାଷ୍ଟର ପ୍ଲାନ ଏକ ବହୁତ ବଡ଼ ପରିବର୍ତନକାରୀ ମାଧ୍ୟମ ସାବ୍ୟସ୍ତ ହେବାକୁ ଯାଉଛି । ଏଥିରେ ଭିନ୍ନ- ଭିନ୍ନ ସ୍ତରରେ 1600 ରୁ ଅଧିକ ଭିନ୍ନ- ଭିନ୍ନ ସ୍ତରର ଡାଟା ଡିଜିଟାଲ ପ୍ଲାଟଫର୍ମ ମାଧ୍ୟମରେ ଏହା ମଧ୍ୟକୁ ଅଣାଯାଇଛି । ଏହି ପ୍ରୟାସ ରହିଛି ଯେ ଦେଶର ଅର୍ଥ ଏବଂ ଦେଶର ସମୟ ପୂର୍ବଭଳି ନଷ୍ଟ ନ ହେଉ ।

ସାଥୀଗଣ,

ଆଜି ଭାରତ ସମ୍ମୁଖରେ ବହୁତ ବଡ଼ ସୁଯୋଗ ରହିଛି । ଆଜିଠାରୁ ଶହେ ବର୍ଷ ପୂର୍ବେ, ମୁଁ ଗତ ଶତାବ୍ଦୀର କଥା କହୁଛି, ଆଜିଠାରୁ ଶହେ ବର୍ଷ ପୂର୍ବେ, ଯେତେବେଳେ ଭାରତ ସ୍ୱାଧୀନତାର ଲଢ଼େଇ ଲଢ଼ୁଥିଲା, ସେତେବେଳେ ତାହା ବିଗତ ଶତାବ୍ଦୀର ତୃତୀୟ ଦଶକ ଥିଲା, ମୁଁ ଆପଣମାନଙ୍କ ଧ୍ୟାନ ଆକର୍ଷଣ କରିବାକୁ ଚାହୁଁଛି । 1923-1930ର ସେହି କାଳଖଣ୍ଡକୁ ମନେ ପକାନ୍ତୁ, ବିଗତ ଶତାବ୍ଦୀର ତୃତୀୟ ଦଶକ ଭାରତର ସ୍ୱାଧୀନତା ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ ଥିଲା । ସେହିପରି ଏକବିଂଶ ଶତାବ୍ଦୀର ଏହି ତୃତୀୟ ଦଶକ ମଧ୍ୟ ହେଉଛି ସେତିକି ଗୁରୁତ୍ୱପୂର୍ଣ୍ଣ ।

ବିଗତ ଶତାବ୍ଦୀର ତୃତୀୟ ଦଶକରେ ଯେଉଁ ଆହ୍ୱାନ ଥିଲା, ଲକ୍ଷ୍ୟ ଥିଲା ସ୍ୱରାଜ୍ୟର, ଆଜିର ଲକ୍ଷ୍ୟ ହେଉଛି ସମୃଦ୍ଧ ଭାରତର, ବିକଶିତ ଭାରତ ନିର୍ମାଣ କରିବାର । ସେହି ତୃତୀୟ ଦଶକରେ ଦେଶ ସ୍ୱାଧୀନତା ପାଇଁ ବାହାରି ପଡ଼ିଥିଲା, ଦେଶର କୋଣ- ଅନୁକୋଣରେ ସ୍ୱାଧୀନତାର ସ୍ୱର ଶୁଣିବାକୁ ମିଳୁଥିଲା । ସ୍ୱରାଜ ଆନ୍ଦୋଳନର ସମସ୍ତ ଧାରା, ସମସ୍ତ ବିଚାର, ସେ ବିପ୍ଳବର ମାର୍ଗ ହେଉ, ଅବା ଅସହଯୋଗର ମାର୍ଗ ହେଉ, ସମସ୍ତ ମାର୍ଗ ପୂର୍ଣ୍ଣ ରୂପରେ ସଚେତନ ଥିଲେ, ଉର୍ଜ୍ଜାରେ ଭରପୂର ହୋଇ ରହିଥିଲେ, ଏହାର ପରିଣାମ ଥିଲା ଯେ ଏହାର 25 ବର୍ଷ ମଧ୍ୟରେ ଭାରତ ସ୍ୱାଧୀନ ଦେଶ ହୋଇଗଲା, ଆମର ସ୍ୱାଧୀନତାର ସ୍ୱପ୍ନ ସାକାର ହେଲା । ଆଉ ଚଳିତ ଶତାବ୍ଦୀର ଏହି ତୃତୀୟ ଦଶକରେ ଆମ ସାମ୍ନାରେ ଆଗାମୀ 25 ବର୍ଷର ଲକ୍ଷ୍ୟ ରହିଛି । ଆମେ ସାମର୍ଥ ଭାରତର ସ୍ୱପ୍ନ ନେଇ, ବିକଶିତ ଭାରତର ସ୍ୱପ୍ନ ନେଇ ବାହାରି ପଡ଼ିଛୁ । ଆମ୍ଭମାନଙ୍କୁ, ଭାରତକୁ ସେହି ଶୀଖରକୁ ନେବାର ଅଛି, ସେହି ସଫଳତାରେ ପହଂଚାଇବାର ଅଛି, ଯେଉଁ ସ୍ୱପ୍ନ ପ୍ରତ୍ୟେକ ପ୍ରତ୍ୟେକ ସ୍ୱାଧୀନତା ସଂଗ୍ରାମୀମାନେ ଦେଖିଥିଲେ ।

ଆମକୁ ଏହି ସଂକଳ୍ପକୁ ସିଦ୍ଧି କରିବା ପାଇଁ ସମସ୍ତ ଦେଶବାସୀ, 140 କୋଟି ହିନ୍ଦୁସ୍ତାନୀ ଦିନ- ରାତି ଏକ କରି ଦେବାର ଅଛି । ଆଉ ସାଥୀଗଣ, ମୁଁ ଅନୁଭବରୁ କହୁଛି, ମୁଁ ଗୋଟିଏ କଥା ଗୋଟିଏ ସଫଳତାକୁ ନିଜ ଆଖି ଆଗରେ ଦେଖିଛି । ମୁଁ ଦେଶର ଶକ୍ତିକୁ ଭଲଭାବେ ବୁଝିଛି, ଦେଶର ସାମର୍ଥ୍ୟକୁ ଜାଣିଛି ଆଉ ତାହାର ଆଧାର ଉପରେ ମଧ୍ୟ କହୁଛି, ବଡ଼ ବିଶ୍ୱାସର ସହିତ କହୁଛି, ଭାରତ ମଣ୍ଡପମ୍‌ରେ ଠିଆ ହୋଇ ଏହି ସୁଯୋଗ୍ୟ ଜନତାଙ୍କ ସାମ୍ନରେ କହୁଛି ଭାରତ ବିକଶିତ ହୋଇ ପାରିବ, ଅବଶ୍ୟ ହୋଇ ପାରିବ । ଭାରତ ଦାରିଦ୍ର‌୍ୟ ଦୂର କରିପାରିବ, ନିଶ୍ଚିତ ଦୂର କରିପାରିବ । ଆଉ ମୋର ଏହି ବିଶ୍ୱାସ ପଛରେ ଯେଉଁ ଆଧାର ଅଛି, ତାହା ମଧ୍ୟ ମୁଁ ଆଜି ଆପଣମାନଙ୍କୁ କହିବାକୁ ଚାହୁଁଛି ।

ନୀତି ଆୟୋଗର ରିପୋର୍ଟ ସାମ୍ନାକୁ ଆସିଛି ଯେ ଭାରତରେ କେବଳ 5 ବର୍ଷରେ ସାଢ଼େ 13 କୋଟି ଲୋକ ଦାରିଦ୍ର‌୍ୟରୁ ବାହାରିଛନ୍ତି । ଆଉ ମଧ୍ୟ ଅନ୍ତରାଷ୍ଟ୍ରୀୟ ସଂସ୍ଥା ଗୁଡ଼ିକ ଏହା ମଧ୍ୟ କହିଛନ୍ତି ଯେ ଭାରତରେ ଅତି ଦରିଦ୍ର, ଯେଉଁମାନେ ଅତି ଗରିବ ଅଛନ୍ତି, ତାହା ଶେଷ ହେବା ଉପରେ ରହିଛି । ଅର୍ଥାତ ବିଗତ 9 ବର୍ଷରେ ଦେଶ ଯେଉଁ ନୀତିଗୁଡ଼ିକ ପ୍ରସ୍ତୁତ କରିଛି, ଯେଉଁ ନିଷ୍ପତି ନେଇଛି, ତାହା ଦେଶକୁ ସଠିକ ପଥରେ ନେଇ ଚାଲିଛି ।

ସାଥୀଗଣ,

ଦେଶର ବିକାଶ ସେତେବେଳେ ହୋଇ ପାରିବ, ଯେତେବେଳେ ଉଦ୍ଦେଶ୍ୟ ସ୍ପଷ୍ଟ ରହିବ, ସଠିକ ନୀତି ରହିବ, ଦେଶରେ ସାର୍ଥକ ପରିବର୍ତନ ଆଣିବା ପାଇଁ ଉପଯୁକ୍ତ ନୀତି ରହିବ । ଭାରତର ଅଧ୍ୟକ୍ଷତା ସମୟରେ, ସାରା ଦେଶରେ ଅନୁଷ୍ଠିତ ହେଉଥିବା G-20 ର ଆୟୋଜନ ମଧ୍ୟ ହେଉଛି ଏହାର ଏକ ପ୍ରେରକ ଉଦାହରଣ । ଆମେ G-20କୁ କେବଳ ଏକ ସହର, ଏକ ସ୍ଥାନ ପର୍ଯ୍ୟନ୍ତ ସୀମିତ ରଖି ନାହୁଁ । ଆମେ G-20 ର ବୈଠକ ଗୁଡ଼ିକୁ ଦେଶର ପ୍ରାୟ 50ରୁ ଅଧିକ ସହରକୁ ନେଇ ଯାଇଛୁ । ଆମେ ଏହା ମାଧ୍ୟମରେ ଭାରତର ବିବିଧତାକୁ ପ୍ରଦର୍ଶନ କରିଛୁ । ଆମେ ବିଶ୍ୱକୁ ଦେଖାଇ ଦେଇଛୁ ଯେ ଭାରତର ସାଂସ୍କୃତିକ ଶକ୍ତି ହେଉଛି କ’ଣ, ଭାରତର ପରମ୍ପରା ହେଉଛି କ’ଣ । ବିବିଧତା ଗୁଡ଼ିକ ମଧ୍ୟରେ ଭାରତ କିଭଳି ଭାବେ ପ୍ରଗତି କରୁଛି । ଭାରତ କିଭଳି ଭାବେ ବିବିଧତାକୁ ପାଳନ କରୁଛି ।

ଆଜି ସାରା ବିଶ୍ୱର ଲୋକ ଏହି ଆୟୋଜନରେ ଅଂଶଗ୍ରହଣ କରିବା ପାଇଁ ଭାରତ ଆସୁଛନ୍ତି । G-20ର ବୈଠକ ପାଇଁ ଅନେକ ସହରଗୁଡ଼ିକରେ ନୂଆ- ନୂଆ ସୁବିଧାମାନ ନିର୍ମାଣ ହେଲା, ପୁରୁଣା ସୁବିଧାଗୁଡ଼ିକର ଆଧୁନିକୀକରଣ ହେଲା, ଏହାଦ୍ୱାରା ଦେଶକୁ ଲାଭ ମିଳିଲା, ଦେଶର ଲୋକଙ୍କୁ ଲାଭ ହେଲା । ଆଉ ଏହା ତ ହେଉଛି ସୁଶାସନ, ଏହା ହିଁ ହେଉଛି ସୁଶାସନ । ଦେଶ ପ୍ରଥମ, ନାଗରିକ ପ୍ରଥମର ଭାବନାରେ ଆଗେଇ ଚାଲି ଆମେ ଭାରତକୁ ବିକଶିତ ଭାରତ କରିବାକୁ ଯାଉଛୁ ।

ସାଥୀଗଣ,

ଏହି ଗୁରୁତ୍ୱପୂର୍ଣ୍ଣ ଅବସରରେ ଆପଣ ସମସ୍ତଙ୍କର ଏଠାକୁ ଆସିବା, ଏହା ହେଉଛି ନିଜକୁ ନିଜ ମଧ୍ୟରେ ଆପଣମାନଙ୍କ ହୃଦୟର କୋଣରେ ମଧ୍ୟ ଭାରତ ପାଇଁ ଯେଉଁ ସ୍ୱପ୍ନ ରହିଛି, ସେହି ସ୍ୱପ୍ନକୁ ଉର୍ବରକ- ପାଣି ଦେବା ଭଳି ଏହା ହେଉଛି ସୁଯୋଗ ଆଜ୍ଞା । ପୁଣିଥରେ ଭାରତ ମଣ୍ଡପମ୍ ଭଳି ଭବ୍ୟ ସୁବିଧା ପାଇଁ ଦିଲ୍ଲୀର ଲୋକମାନଙ୍କୁ, ଦେଶର ଲୋକମାନଙ୍କୁ ବହୁତ- ବହୁତ ଶୁଭେଚ୍ଛା ଜଣାଉଛି । ଆଉ ଏତେ ବଡ଼ ସଂଖ୍ୟାରେ ଆପଣମାନେ ଆସିଲେ, ମୁଁ ଆପଣମାନଙ୍କୁ ପୁଣିଥରେ ସ୍ୱାଗତ ଏବଂ ଅଭିନନ୍ଦନ ଜଣାଉଛି ।

ଧନ୍ୟବାଦ ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
UPI — an eventful journey

Media Coverage

UPI — an eventful journey
NM on the go

Nm on the go

Always be the first to hear from the PM. Get the App Now!
...
PM chairs 53rd PRAGATI Meeting
August 25, 2026
PM reviews six key infrastructure projects across the Railway, Road and Power sectors
Projects reviewed span across 9 States with cumulative investment of more than ₹30,000 crore
PM says Infrastructure projects should be viewed as an integrated whole, rather than as individual sections or packages
PM calls for continuous reforms across all stages of project implementation and a proactive work culture across Ministries and States
PM says Speed must go hand-in-hand with quality
While reviewing AgriStack, PM emphasises the need to leverage the latest digital technologies including AI to derive greater value from agricultural data
On cyber fraud and ‘digital arrest’, PM stresses training, public awareness, cyber-safety education and coordinated action

Prime Minister Shri Narendra Modi chaired the 53rd meeting of PRAGATI, the ICT-enabled, multi-modal platform for Pro-Active Governance and Timely Implementation, at Seva Teerth earlier today.

During the meeting, Prime Minister reviewed six key infrastructure projects across the Railway, Road and Power sectors, spanning nine States with a cumulative cost of more than ₹30,000 crore. The projects, significant for strengthening connectivity, supporting industrial and economic activity and improving public services, were reviewed with particular emphasis on adherence to timelines, inter-agency coordination, resolution of pending issues and expeditious completion.

Prime Minister emphasised that delays in infrastructure projects have consequences beyond cost escalation, as they also postpone the benefits intended for citizens, businesses and the economy. He said that infrastructure projects should be viewed and monitored as an integrated whole, rather than as isolated sections, stretches or packages. He noted that progress in individual packages should ultimately translate into timely completion and operationalisation of the entire project. Ministries and States were therefore asked to adopt an end-to-end approach, and address critical gaps that could delay the overall commissioning and delivery of benefits. He called for fostering a proactive work culture across Ministries and State Governments, with greater ownership at every level of project implementation.

Prime Minister stressed the need to explore common utility corridors for infrastructure services, wherever feasible, particularly while planning major transport and infrastructure projects. He called upon Ministries and States to examine such integrated approaches at the planning stage itself, keeping in view their technical and economic feasibility.

Prime Minister said that speed of execution must be accompanied by uncompromising quality. He called upon Ministries, States and implementing agencies to adopt modern technologies and strengthen quality assurance and supervision at every stage.

While reviewing AgriStack under the Digital Agriculture Mission, Prime Minister emphasised the need to leverage the latest digital technologies, including Artificial Intelligence, to derive greater value from agricultural data. He stressed that the data ecosystem should be effectively utilised across the agricultural value chain, from input planning to processing, enabling more informed interventions, better targeting and data-driven decision-making. He appreciated the efforts of the States and the Central Government in building the AgriStack ecosystem and called for further strengthening its use for delivering better outcomes for farmers.

During the review of cyber fraud cases, including incidents of digital arrest, Prime Minister said that prevention must be strengthened through a sustained focus on training, awareness and education. He stressed the need for continuous and targeted public-awareness campaigns, particularly for senior citizens, youth and other vulnerable sections, to familiarise them with common fraud techniques, warning signs and safe digital practices. He also called for regular capacity-building of personnel involved so that emerging modes of cyber fraud are identified and acted upon swiftly.