“ତୁମେ ଉଦ୍ଭାବକମାନେ ‘ଜୟ ଅନୁସନ୍ଧାନ” ସ୍ଲୋଗାନର ପତାକା ଧାରଣକାରୀ”
“ତୁମର ଅଭିନବ ମାନସିକତା ଆସନ୍ତା ୨୫ ବର୍ଷ ମଧ୍ୟରେ ଭାରତକୁ ଶୀର୍ଷକୁ ନେଇଯିବ”
“ଆସନ୍ତା ୨୫ ବର୍ଷରେ ଭାରତର ଆକାଂକ୍ଷା ସମାଜର ନବସୃଜନ ପାଇଁ ଏକ ପ୍ରେରଣା ଶକ୍ତି ଭାବରେ କାର୍ଯ୍ୟ କରିବ ବୋଲି ସେ କହିଛନ୍ତି”
“ଆଜି ଭାରତରେ ପ୍ରତିଭା ବିପ୍ଳବ ଘଟୁଛି”
“ଗବେଷଣା ଏବଂ ନୂତନତ୍ୱ କାର୍ଯ୍ୟ କରିବାର ପଦ୍ଧତି ଜୀବନଶୈଳୀରେ ରୂପାନ୍ତରିତ ହେବା ଆବଶ୍ୟକ”
“ଭାରତୀୟ ଉଦ୍ଭାବନ ସବୁବେଳେ ସବୁଠାରୁ ପ୍ରତିଯୋଗୀ, ସୁଲଭ, ସ୍ଥାୟୀ, ସୁରକ୍ଷିତ ଏବଂ ସମାଧାନ ପ୍ରଦାନ କରିଥାଏ”
“ଏକବିଂଶ ଶତାବ୍ଦୀର ଭାରତ ନିଜ ଯୁବଗୋଷ୍ଠିଙ୍କ ଉପରେ ସମ୍ପୂର୍ଣ୍ଣ ଆତ୍ମବିଶ୍ୱାସ ରଖି ଆଗକୁ ବଢୁଛି”

ଯୁବ ସାଥୀଗଣ,

ବାସ୍ତବିକ, ତୁମେମାନେ ସଭିଏଁ ଇନୋଭେଟର୍ସମାନେ ମିଳିତ ଭାବେ, ପରସ୍ପର ମଧ୍ୟରେ ଆଲୋଚନା କରୁଥିବା ଦେଖି ମୋତେ ଖୁବ୍‍ ଆନନ୍ଦ ଲାଗୁଛି । ଏଭଳି ନୂଆ ନୂଆ ବିଷୟମାନ ତୁମମାନଙ୍କ ମନକୁ ଛୁଇଁଛି, ତୁମମାନଙ୍କ ଭଳି ଯୁବକମାନେ ନିଜ କାର୍ଯ୍ୟରେ ଯେଉଁ ନବୀନତା ଆଣିପାରିଛ, ଯେଉଁ ଆତ୍ମବିଶ୍ୱାସର ସହିତ କାର୍ଯ୍ୟ କରୁଛ, ଏହା ମୋ ଭଳି ଅନେକ ଲୋକଙ୍କ ନିମନ୍ତେ କିଛି ନା କିଛି ନୂଆ କରି ଦେଖାଇବାର ପ୍ରେରଣାରେ ପରିଣତ ହେଉଛି । ଏକ ପ୍ରକାର କହିଲେ ତୁମେମାନେ ପ୍ରେରଣାର ଉତ୍ସ ବନିଯାଇଛ, ତେଣୁ ତୁମମାନଙ୍କୁ ସମସ୍ତଙ୍କୁ ଅନେକ ଅନେକ ବଧେଇ ଜଣାଉଛି ।

ସ୍ମାର୍ଟ ଇଣ୍ଡିଆ ହାକାଥନ, ଜନ ସହଯୋଗୀତାର ଏକ ଉତ୍ତମ ଉଦାହରଣରେ ପରିଣତ ହୋଇପାରିଛି । ଏବଂ ସାଥୀଗଣ, ଏଥରର ସ୍ମାର୍ଟ ଇଣ୍ଡିଆ ହାକାଥନ ଅନେକ ଦୃଷ୍ଟିରୁ ବେଶ୍‍ ମହତ୍ତ୍ୱପୂର୍ଣ୍ଣ । ଆଜିଠାରୁ କିଛି ଦିନ ପୂର୍ବରୁ ଆମେ ସ୍ୱାଧୀନତାର ୭୫ତମ ବର୍ଷ ପୂରଣ କରିଛୁ । ସ୍ୱାଧୀନତାର ୧୦୦ ବର୍ଷ ପୂରଣ ହେବା ବେଳକୁ ଆମ ଦେଶର ସ୍ୱରୂପ କିପରି ହୋଇଥିବ, ତାହାକୁ ନେଇ ଦେଶ ବିରାଟ ସଂକଳ୍ପ ଉପରେ କାର୍ଯ୍ୟ କରୁଛି। ଏହିସବୁ ସଂକଳ୍ପମାନଙ୍କର ପୂର୍ତ୍ତି ନିମନ୍ତେ ‘ଜନ ଅନୁସନ୍ଧାନ’ ଏହାର ହେଉଛି ଉଦ୍‍ଘୋଷର ଧ୍ୱଜାବାହକ ତୁମେମାନେ, ନବସୃଜକମାନେ । 

ଅମୃତକାଳର ଏହି ୨୫ ବର୍ଷର ଅବଧି ତୁମମାନଙ୍କ ଲାଗି ଅଭୂତପୂର୍ବ ସମ୍ଭାବନାମାନ ନେଇ ଆସିଛି । ଏହିସବୁ ସମ୍ଭାବନାମାନ ଏବଂ ସଂକଳ୍ପ ସିଧାସଳଖ ଭାବେ ତୁମମାନଙ୍କ କ୍ୟାରିଅର୍‍ ଗ୍ରୋଥ୍‍ ସହିତ ମଧ୍ୟ ଜଡ଼ିତ । ଆଗାମୀ ୨୫ ବର୍ଷରେ ତୁମେ, ଅର୍ଥାତ୍‍, ଯୁବକମାନଙ୍କ ସଫଳତାକୁ ନିର୍ଦ୍ଧାରଣ କରିବ । ସେଥିପାଇଁ ମୋ ମନରେ ତୁମମାନଙ୍କୁ ସମସ୍ତଙ୍କୁ ନେଇ ବହୁତ ବଡ଼ ବିଶ୍ୱାସ ଭରି ରହିଛି । ଭାରତ ତୁମମାନଙ୍କ ଉପରେ ବେଶ୍‍ ଗର୍ବ ଅନୁଭବ କରେ । ତୁମେମାନଙ୍କୁ ସମସ୍ତଙ୍କୁ ନବସୃଜନାତ୍ମକ ମାନସିକତାର ସହିତ ଆଗାମୀ ୨୫ ବର୍ଷରେ ଭାରତକୁ ଶୀର୍ଷରେ ପହଞ୍ଚାଇବାକୁ ପଡ଼ିବ । ତୁମମାନଙ୍କ ଉପରେ ଏଭଳି ଆସ୍ଥା ସ୍ଥାପନ କରିବାର ମଧ୍ୟ ନିର୍ଦ୍ଦିଷ୍ଟ କାରଣମାନ ରହିଛି ।

 

 

ସାଥୀଗଣ,

ଏଥର ଅଗଷ୍ଟ ୧୫ ତାରିଖକୁ ମୁଁ ଲାଲକିଲ୍ଲାର ମଞ୍ଚ ଉପରୁ କହିଥିଲି ଯେ ଭାରତରେ ଏବେ କେତେ ବଡ଼ ଆକାଂକ୍ଷୀ ସମାଜର ବିକାଶ ଲାଭ କରୁଛି, ବିସ୍ତାର ଲାଭ କରୁଛି । ଏହି ଅମୃତକାଳରେ ଏହିସବୁ ଆକାଂକ୍ଷୀ ସମାତ, ଏକ ଡ୍ରାଇଭିଂ ଫୋର୍ସ ଭଳି କାର୍ଯ୍ୟ କରିବ । ଏହାର ଆଶା, ଏହାର ବିଶ୍ୱାସ, ଏହା ସହିତ ସଂଶ୍ଳିଷ୍ଟ ଥିବା ଚ୍ୟାଲେଞ୍ଜମାନ ତୁମମାନଙ୍କ ନିମନ୍ତେ ବିପୁଳ ନୂଆ ନୂଆ ଅବସର ନେଇ ଆସିବ ।

ସାଥୀଗଣ,

ତୁମେମାନେ ସମସ୍ତେ ନିଜ ନିଜର ଶିକ୍ଷାର ପ୍ରାରମ୍ଭିକ ଅବସ୍ଥାରେ ନିଶ୍ଚିତ ଭାବେ ପଢ଼ିଥିବ ଯେ ୬୦- ୭୦ ଦଶକରେ ସବୁଜ ବିପ୍ଳବ ହୋଇଥିଲା । ଭାରତରେ କୃଷକମାନେ ନିଜର ସାମର୍ଥ୍ୟ ଦେଖାଇଥିଲେ ଏବଂ ଆମମାନଙ୍କୁ ଅନ୍ନ ଯୋଗାଡ଼ କରିବାରେ ଆତ୍ମନିର୍ଭର କରିଥିଲେ । କିନ୍ତୁ ତୁମେମାନେ ଦେଖିପାରୁଛ ଯେ ବିଗତ ୭-୮ବର୍ଷ ଭିତରେ ଦେଶ ଗୋଟିଏ ପରେ ଗୋଟିଏ ବିପ୍ଳବ କରି ଖୁବ୍‍ ବ୍ୟଗ୍ରର ସହିତ ଆଗକୁ ବଢ଼ିବାରେ ଲାଗିଛି ।

ଭାରତରେ ଆଜି ଭିତ୍ତିଭୂମି ବିପ୍ଳବ ଜାରି ରହିଛି । ଭାରତରେ ଆଜି ସ୍ୱାସ୍ଥ୍ୟ କ୍ଷେତ୍ରରେ ବିପ୍ଳବ ଚାଲିଛି । ଭାରତରେ ଆଜି ଡିଜିଟାଲ ବିପ୍ଳବ ଚାଲିଛି । ଭାରତରେ ଆଜି ପ୍ରଯୁକ୍ତି ବିପ୍ଳବ ଚାଲିଛି । ଭାରତରେ ଆଜି ପ୍ରଜ୍ଞା ବିପ୍ଳବ ଚାଲିଛି । କୃଷି କ୍ଷେତ୍ର ହୋଇଥାଉ, ଶିକ୍ଷା କ୍ଷେତ୍ର ହୋଇଥାଉ, ପ୍ରତିରକ୍ଷା କ୍ଷେତ୍ର ହୋଇଥାଉ, ଆଜି ଦେଶର ଶକ୍ତି ପ୍ରତି କ୍ଷେତ୍ରକୁ ଆଧୁନିକତାରେ ରୂପାନ୍ତରୀତ କରିଚାଲିଛି । ପ୍ରତ୍ୟେକ କ୍ଷେତ୍ରକୁ ଆତ୍ମନିର୍ଭର କରିବା ଦିଗରେ କାର୍ଯ୍ୟ ଚାଲିଛି । ଏବଂ ସେଇଥିପାଇଁ ଆପଣମାନଙ୍କ ସମସ୍ତ ଯୁବକଯୁବତୀଙ୍କ ନିମନ୍ତେ ଭାରତରେ ପ୍ରତି ଦିନ ନୂଆ ନୂଆ ସୁଯୋଗମାନ ସୃଷ୍ଟି ହୋଇଚାଲିଛି ।

ସାଥୀଗଣ,

ଆଜି ଦେଶରେ ଗାଁ ଗାଁରେ ଅପ୍ଟିକାଲ୍‍ ଫାଇବର ବିଛାଇବା କାର୍ଯ୍ୟ କ୍ଷିପ୍ର ଗତିରେ ଚାଲିଛି । ତୁମେମାନେ ଏକଥା ମଧ୍ୟ ଦେଖିଛ ଯେ ଏବେ ଭାରତରେ ୫ଜି ସେବାର ଶୁଭାରମ୍ଭ ହେଉଛି । ଏହି ଦଶକ ଶେଷସୁଦ୍ଧା ଆମେ ୬ଜି ଶୁଭାରମ୍ଭ କରିବା ନିମନ୍ତେ ପ୍ରସ୍ତୁତ ହେଉଛୁ । ଗେମିଂ ଏବଂ ଏଣ୍ଟରଟେନମେଣ୍ଟ ମଧ୍ୟ ଭାରତୀୟ ସଲ୍ୟୁସନ୍ସକୁ ସରକାର ବିଶେଷ ଭାବେ ପ୍ରୋତ୍ସାହିତ କରୁଛନ୍ତି । ଏତେ ସାରା ନୂଆ ନୂଆ କ୍ଷେତ୍ରରେ ସରକାର ଯେଉଁଭଳି ଭାବେ ପୁଞ୍ଜିନିବେଶ କରୁଛନ୍ତି, ଯେଉଁଭଳି ଭାବେ ଏହାକୁ ପ୍ରୋତ୍ସାହିତ କରୁଛନ୍ତି, ଏହାର ଲାଭ ତୁମମାନଙ୍କ ଭଳି ସମସ୍ତ ଯୁବଗୋଷ୍ଠୀଙ୍କୁ ଅବଶ୍ୟ ଉଠାଇବା ଦରକାର ।

ଏବଂ ସାଥୀଗଣ,

 ତୁମମାନଙ୍କୁ ଆଉ ଗୋଟିଏ କଥା ମଧ୍ୟ ସ୍ମରଣ ରଖିବାକୁ ପଡ଼ିବ । ବିଶ୍ୱରେ ଏକ ବିରାଟ ଜନସଂଖ୍ୟ ଗୋଷ୍ଠୀ ଅଛନ୍ତି ଯେଉଁମାନଙ୍କ ସମସ୍ୟା ଭାରତ ଭଳି । କିନ୍ତୁ ସେଠାରେ ସେହିସବୁ ସମସ୍ୟାଗୁଡ଼ିକୁ ମୁକାବିଲା କରିବା ନିମନ୍ତେ ନବସୃଜନ ଏବଂ ଷ୍ଟାର୍ଟଅପ୍ସର ସମ୍ଭାବନା ସୀମିତ । ଭାରତର ଇନୋଭେସନ ବିଶ୍ୱର ସବୁଠାରୁ ପ୍ରତିଦ୍ୱନ୍ଦ୍ୱୀ, ସୁଲଭ, ପୋଷଣୀୟ, ନିରାପଦ ଏବଂ ବିରାଟ ମାତ୍ରାରେ ପ୍ରୟୋଗ କରାଯାଇ ସେସବୁର ସମାଧାନ କରାଯାଇପାରିବ । ସେଥିପାଇଁ ବିଶ୍ୱର ଆସ୍ଥା ଭାରତ ଉପରେ ହିଁ ନିବଦ୍ଧ, ତୁମମାନଙ୍କ ଭଳି ଯୁବଗୋଷ୍ଠୀଙ୍କ ଉପରେ ନିବଦ୍ଧ ।

ସାଥୀଗଣ,

ଆଜିର ଏହି କାର୍ଯ୍ୟକ୍ରମରେ ଆମର ସହିତ ଶିକ୍ଷା ଜଗତର ବହୁ ବଡ଼ ବଡ଼ ହସ୍ତୀ, ନୀତିନିର୍ଦ୍ଧାରକମାନେ ଯୋଡ଼ି ହୋଇଛନ୍ତି । ଭାରତରେ ନବସୃଜନର ସଂସ୍କୃତିକୁ ବୃଦ୍ଧି କରିବା ନିମନ୍ତେ ଆମକୁ ଦୁଇଟି କଥା ଉପରେ ସଦାସର୍ବଦା ଧ୍ୟାନ ଦେବାକୁ ପଡ଼ିବ । ସାମାଜିକ ସହଯୋଗ ଏବଂ ଆନୁଷ୍ଠାନିକ ସହଯୋଗ, ଆଜି ଆମେ ଦେଖିପାରୁଛେ ଯେ ନବସୃଜନ ଏବଂ ଉଦ୍ୟୋଗକୁ ନେଇ ସମାଜରେ ପରିବର୍ତ୍ତନ ଦୃଶ୍ୟ ହେବାରେ ଲାଗିଛି । ଆମେ କ୍ୟାରିଅର୍‍ ବନେଇବା ପାଇଁ ପାରମ୍ପରିକ ବିକଳ୍ପମାନଙ୍କ ବ୍ୟତୀତ ନୂଆ ନୂଆ କ୍ଷେତ୍ରରେ ହାତ ଥାପିବା ଆରମ୍ଭ କରିଛେ । ଅର୍ଥାତ୍‍, ସମାଜରେ ନବସୃଜନକୁ ପେଶା ଭାବେ, ଏହାର ସ୍ୱୀକୃତି ବୃଦ୍ଧି ପାଇବାରେ ଲାଗିଛି । ଏଭଳି ସ୍ଥିତିରେ ଆମକୁ ନୂଆ ନୂଆ ଚିନ୍ତାଧାରା ଏବଂ ମୌଳିକ ଚିନ୍ତନକୁ ମଧ୍ୟ ସ୍ୱୀକୃତି ଦେବାକୁ ପଡ଼ିବ । ସମ୍ମାନ ଦେବାକୁ ପଡ଼ିବ । ଗବେଣୋ ଏବଂ ନବସୃଜନକୁ କାର୍ଯ୍ୟଶୈଳୀ ଏବଂ ଜୀବନଶୈଳୀ ବନେଇବାକୁ ପଡ଼ିବ ।

ସାଥୀଗଣ,

ଗବେଷଣା ଏବଂ ନବସୃଜନ ଦିଗରେ ଆନୁଷ୍ଠାନିକ ସହଯୋଗକୁ ବୃଦ୍ଧି କରିବା ନିମନ୍ତେ ସରକାର ନିରବଚ୍ଛିନ୍ନ ଭାବେ କାର୍ଯ୍ୟ କରିଆସୁଛନ୍ତି । ନୂତନ ରାଷ୍ଟ୍ରୀୟ ଶିକ୍ଷା ନୀତିରେ ନବସୃଜନ ନିମନ୍ତେ ଏକ ସୁଦୃଢ଼ ମୂଳଦୁଆ ପ୍ରସ୍ତୁତ କରିବାର ରୋଡମ୍ୟାପ୍‍ ପ୍ରସ୍ତୁତ ହୋଇଛି । ଅଟଳ ଇନକୁବେସନ ମିଶନ ଅଧୀନରେ ସ୍ଥାପିତ ହେଉଥିବା ଅଟଳ ଟିଙ୍କ ରିଙ୍ଗ୍‍ ଲାବ୍‍ ବିଦ୍ୟାଳୟମାନଙ୍କରେ ନବସୃଜନର ଏକ ନୂତନ ପିଢ଼ିକୁ ପ୍ରସ୍ତୁତ କରୁଛନ୍ତି। 

ଦେଶରେ i-Create ଭଳି ସଂସ୍ଥାମାନ ସଫଳତାର ସହିତ କାର୍ଯ୍ୟ କରୁଛନ୍ତି ଯଦ୍ୟପି ଏପର୍ଯ୍ୟନ୍ତ ୫୦୦ରୁ ଅଧିକ ଷ୍ଟାର୍ଟଅପ୍ସକୁ ସମର୍ଥନ ଯୋଗାଇ ଦିଆଯାଇଛି । 

ସାଥୀଗଣ,

ଏକବିଂଶ ଶତାବ୍ଦୀର ବର୍ତ୍ତମାନର ଭାରତ, ନିଜର ଯୁବଗୋଷ୍ଠୀ ଉପରେ ସଂପୂର୍ଣ୍ଣରୂପେ ଆସ୍ଥା ସ୍ଥାପନ କରି ଆଗକୁ ବଢ଼ିବାରେ ଲାଗିଛି । ଏହାର ପରିଣାମ ସ୍ୱରୂପ ଆଜି ନବସୃଜନ ସୂଚକାଙ୍କରେ ଭାରତର ରାଙ୍କିଙ୍ଗ୍‍ ବୃଦ୍ଧି ପାଇଛି । ବିଗତ ୮ ବର୍ଷରେ ପେଟେଣ୍ଟ୍‍ ସଂଖ୍ୟା ୭ଗୁଣ ବୃଦ୍ଧି ପାଇଛି । ୟୁନକର୍ଣ୍ଣର ଗଣନା ମଧ୍ୟ ୧୦୦କୁ ଅତିକ୍ରମ କରିସାରିଛି । ଆମେ ଏଥିରେ ବିଶ୍ୱାସ ରଖନା ଯେ କେବଳ ସରକାରଙ୍କ ପାଖରେ ହିଁ ସମସ୍ୟାଗୁଡ଼ିକର ସମାଧାନ ସୂତ୍ର ମହଜୁଦ ରହିଛି । ତୁମେମାନେ ଲକ୍ଷ୍ୟ କରିପାରିବ, ମୁଁ ତ ସରକାରକୁ ତୁମମାନଙ୍କ ପାଖକୁ ଆଣି ଆସିଛି । ସରକାରଙ୍କର ଏହିସବୁ ସମସ୍ୟାଗୁଡ଼ିକୁ ମୋର ନବଯୁବକମାନେ ସମାଧାନ ପ୍ରଦାନ କରନ୍ତୁ ଏବଂ ତୁମେମାନେ ଅବଶ୍ୟ ଲକ୍ଷ୍ୟ କରିପାରୁଥିବ । ତୁମମାନଙ୍କ ସାମର୍ଥ୍ୟକୁ ମୁଁ ଉତ୍ତମ ରୂପେ ବୁଝିପାରୁଛି । ଆଜିର ଯୁବ ପିଢ଼ି ଅଧିକ କ୍ଷୀପ୍ରତା ଏବଂ ସ୍ମାର୍ଟ ସଲ୍ୟୁସନ ସହିତ ଆଗକୁ ବଢ଼ୁଛନ୍ତି ।

ଏହି ହାକାଥନର ଆୟୋଜନ ପଛରେ ଏକ ବିଶେଷ ଉଦ୍ଦେଶ୍ୟ ଏହା ଥିଲା ଯେ ସରକାର ଯେଉଁସବୁ ସମସ୍ୟା ମାନଙ୍କର ସମାଧାନ ଚାହାନ୍ତି, ସେସବୁକୁ ସାରା ଦେଶରୁ ଆସିଥିବା ମୋର ଯୁବ ସାଥୀମାନେ ବୁଝନ୍ତୁ, ସମସ୍ୟାର କାରଣକୁ ବୁଝନ୍ତୁ ଏବଂ ସମସ୍ୟାରୁ ମୁକ୍ତି ପାଇବାର ମାର୍ଗ ଅନୁସନ୍ଧାନ କରନ୍ତୁ । ଯୁବବନ୍ଧୁମାନେ ଏହାକୁ ସମାଧାନ କରନ୍ତୁ । ଛାତ୍ରଛାତ୍ରୀ, ସରକାର ଏବଂ ଘରୋଇ ସଂସ୍ଥାମାନଙ୍କ ମଧ୍ୟରେ ସହଯୋଗର ଏଭଳି ମାନସିକତା, ସବ୍‍କା ପ୍ରୟାସର ଏହି ଭାବନା, ବିକଶିତ ଭାରତ ନିର୍ମାଣ ନିମନ୍ତେ ଆବଶ୍ୟକ ।

ସାଥୀଗଣ, 

ମୋର ପୂର୍ଣ୍ଣ ବିଶ୍ୱାସ ଯେ ତୁମେମାନେ ସମସ୍ତେ ଏହିସବୁ କଥାକୁ ସ୍ମରଣ ରଖିବ ଏବଂ ନବସୃଜନର ଏହି ପ୍ରତୀକକୁ ଏଭଳି ପ୍ରଜ୍ଜ୍ୱଳିତ କରିରଖିବ । ମୁଁ ତୁମମାନଙ୍କୁ ଆଶ୍ୱସ୍ତ କରୁଛି ଯେ ତୁମମାନଙ୍କ ପରିଶ୍ରମକୁ, ତୁମମାନଙ୍କ ପ୍ରୟାସକୁ ସରକାର ନିରନ୍ତର ସମର୍ଥନ ଜଣାଇବେ । ସରକାର ପ୍ରତି ପଦକ୍ଷେପରେ ତୁମମାନଙ୍କ ସହିତ ଠିଆ ହେବେ ।

ମୁଁ ପୁଣି ଥରେ ତୁମମାନଙ୍କୁ ସମସ୍ତ ଯୁବକଯୁବତୀଙ୍କୁ...... ତୁମମାନଙ୍କ ନିକଟରେ ତ କହିବାକୁ ଢେର୍‍ କିଛି ଅଛି । ତୁମେମାନେ ତ ଘଣ୍ଟା ଘଣ୍ଟା ଧରି ସେଥିରେ ମନୋନିବେଶ କରିଛ । ତୁମମାନଙ୍କୁ ଶୁଣିବା ଏହା ମଧ୍ୟ ମୋ ପାଇଁ ବହୁତ କିଛି ଶିଖିବାର କାରଣ ଅଛି । ତୁମମାନଙ୍କ ସମସ୍ତଙ୍କ ନିକଟରେ ଢେର୍‍ କିଛି ଅଛି । ମୁଁ ତ ସମସ୍ତଙ୍କୁ ଶୁଣି ପାରିବିନି । ତେବେ କିଛି କଥା ଅବଶ୍ୟ କିଛି ଯୁବକଙ୍କ ଠାରୁ ଶୁଣିବି । ଯେଉଁମାନଙ୍କ ସହିତ ମୋର ବାର୍ତ୍ତାଳାପ ହୋଇ ନ ପାରିଛି, ସେମାନଙ୍କ ପାଖରେ ସୁଦ୍ଧା କମ୍‍ କାମ ନାହିଁ । ସେମାନଙ୍କ ପ୍ରୟାସ କୌଣସି ଗୁଣେ କମ୍‍ ନୁହେଁ। ଏବଂ ମୁଁ ତୁମମାନଙ୍କୁ ବିଶ୍ୱାସ ଦେଉଛି, ମୁଁ ବିଭାଗ ଦ୍ୱାରା ସେସବୁର ବ୍ରିଫିଂ ଅବଶ୍ୟ ନେବି ଏବଂ ତୁମେମାନେ ଯେଉଁ କାମ କରିଛ, ସେସବୁକୁ ମୁଁ ବୁଝିବାକୁ ଅବଶ୍ୟ ପ୍ରୟାସ କରିବି । ଭଲ ହୋଇଥାନ୍ତା, ଯଦି ଅଧିକ ସମୟ ଥାଆନ୍ତା, ତେବେ ମୁଁ ତୁମମାନଙ୍କ ସମସ୍ତଙ୍କ ସହିତ କଥାବାର୍ତ୍ତା କରିଥାନ୍ତି । କିନ୍ତୁ ଯେଉଁମାନଙ୍କ ସହିତ ବାର୍ତ୍ତାଳାପ ନହୋଇଛି, ସେମାନଙ୍କ କାମ ମଧ୍ୟ ସେତିକି ମହତ୍ତ୍ୱପୂର୍ଣ୍ଣ । 

ମୁଁ ପୁଣି ଥରେ ତୁମମାନଙ୍କୁ ସମସ୍ତ ଯୁବକଯୁବତୀଙ୍କ ହୃଦୟର ସହିତ ବହୁତ ବହୁତ ବଧେଇ ଜଣାଉଛି । ଏବଂ ସରକାରଙ୍କ କାମରେ ସରକାରଙ୍କ ସହିତ ଠିଆ ହୋଇ ଜନସାଧାରଣଙ୍କର ଉପକାର ନିମନ୍ତେ ଏହି ଅଭିଯାନରେ ଆମେ ନିରନ୍ତର ଆଗକୁ ବଢ଼ିଚାଲିବା, ଏହା ମୋର କାମନା । ତୁମମାନଙ୍କୁ ସମସ୍ତଙ୍କୁ ଶୁଭକାମନା ।

ବହୁତ ବହୁତ ଧନ୍ୟବାଦ!

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
First multilingual Indian speech recognition model trained on 65 languages and dialects released

Media Coverage

First multilingual Indian speech recognition model trained on 65 languages and dialects released
NM on the go

Nm on the go

Always be the first to hear from the PM. Get the App Now!
...
President’s address on the eve of 80th Independence Day reflects the nation’s strength and inspires renewed determination for a Viksit Bharat: PM
August 14, 2026

Prime Minister Shri Narendra Modi today lauded the address delivered by President of India, Smt. Droupadi Murmu, on the eve of 80th Independence Day noting that it was motivating and thoughtful.

The Prime Minister observed that her thoughts reflect the strength of our nation and the aspirations of every Indian. He stated that her message inspires us all to work with renewed determination for a Viksit Bharat.

In a post on X, the Prime Minister shared:

"A motivating and thoughtful address by Rashtrapati Ji on the eve of Independence Day.

Her thoughts reflect the strength of our nation and the aspirations of every Indian.

Her message inspires us all to work with renewed determination for a Viksit Bharat.

@rashtrapatibhvn"