“Dedicating this project on Ekta Diwas makes it more special”
“Due to double-engine government ‘Gati’ as well as ‘Shakti’ of development is increasing”
“Improvement in the condition of railway stations across the country is clearly visible today”
“Poor and middle class are getting the ambience that was once accessible only to the well-to-do”
​​​​​​​“Unbalanced development has been a big challenge in our country. Our government is working to solve this”

କେନ୍ଦ୍ର ମନ୍ତ୍ରିମଣ୍ଡଳର ମୋର ସହକର୍ମୀ ଶ୍ରୀ ଅଶ୍ୱିନୀ ବୈଷ୍ଣବ ଜୀ, ଦର୍ଶନା ବେନ ଜର୍ଦୋଶ, ଗୁଜରାଟର ମନ୍ତ୍ରୀଗଣ, ସାଂସଦ ଏବଂ ବିଧାୟକଗଣ ଏବଂ ବହୁ ସଂଖ୍ୟାରେ ଆସିଥିବା ମୋର ପ୍ରିୟ ଭାଇ ଏବଂ ଭଉଣୀମାନେ!

ଗୁଜରାଟର ବିକାଶ ପାଇଁ, ଗୁଜରାଟର ସଂଯୋଗୀକରଣ ପାଇଁ ଆଜି ବହୁତ ବଡ଼ ଦିନ ଅଟେ । ଗୁଜରାଟର ଲକ୍ଷ ଲକ୍ଷ ଲୋକ ଯେଉଁମାନେ ଗୋଟିଏ ବଡ଼ କ୍ଷେତ୍ରରୁ ବ୍ରଡଗେଜ ରେଳ ଲାଇନ ନ ଥିବା ସତ୍ତ୍ୱେ ବହୁ କଷ୍ଟରେ ଥିଲେ, ସେମାନଙ୍କୁ ଆଜିଠାରୁ ବହୁତ ସୁବିଧା ମିଳିବାକୁ ଯାଉଛି । ଏବେ କିଛି ସମୟ ପୂର୍ବରୁ ମୋତେ ଅସାରବା ରେଲୱେ ଷ୍ଟେସନରେ, ଅସାରବା ଠାରୁ ଉଦୟପୁର ଯିବାକୁ ଥିବା ଟ୍ରେନକୁ ସବୁଜ ପତାକା ଦେଖାଇବାର ସୁଯୋଗ ମିଳିଲା । ଲୁଣୀଧରରୁ ଜେତଲସର ମଧ୍ୟରେ ବଡ଼ ଲାଇନ ଉପରେ ଚାଲିବାକୁ ଥିବା ଟ୍ରେନଗୁଡ଼ିକୁ ମଧ୍ୟ ଆଜି ସବୁଜ ପତାକା ଦେଖାଯାଇଛି ।

ସାଥୀମାନେ,

ଆଜିର ଏହି ଆୟୋଜନ, କେବଳ ଦୁଇଟି ରେଲୱେ ରୁଟ ଉପରେ ଦୁଇଟି ଟ୍ରେନ ଚାଲିବା ପାଇଁ ନୁହେଁ, ଏହା କେତେ ବଡ଼ କାମ ପୂରା ହୋଇଛି, ଏହାର ଅନୁମାନ ବାହାର ଲୋକମାନେ ସହଜରେ ଲଗାଇ ପାରିବେ ନାହିଁ । ଏହି କାମ ପୂରା ହେବା ପାଇଁ ଅପେକ୍ଷା କରି କରି ଦଶନ୍ଧି ବିତିଯାଇଛି । କିନ୍ତୁ ଏହି କାମ ପୂରା କରିବାର ସୌଭାଗ୍ୟ ମଧ୍ୟ ମୋ ଖାତାରେ ଲେଖା ହୋଇଥିଲା ।

ସାଥୀମାନେ,

ବିନା ବ୍ରଡଗେଜରେ ରେଲୱେ ଲାଇନ ଏକ ଏକୁଟିଆ ଟାପୁ ଭଳି ହୋଇଥାଏ । ଅର୍ଥାତ କାହା ସହିତ ଯୋଡ଼ି ହୋଇ ନ ଥାଏ । ସେ ସେହିଭଳି ହିଁ ଅଟେ, ଯେମିତି ବିନା ଇଣ୍ଟରନେଟରେ କମ୍ପୁଟର, ବିନା କନ୍ସେକ୍ସନରେ ଟିଭି, ବିନା ନେଟୱାର୍କରେ ମୋବାଇଲ । ଏହି ରୁଟରେ ଚାଲିବାକୁ ଥିବା ଟ୍ରେନଗୁଡ଼ିକ, ଦେଶର ଅନ୍ୟ ରାଜ୍ୟକୁ ଯାଇପାରିବ ନାହିଁ, ନା ଅନ୍ୟ ରାଜ୍ୟରୁ ଟ୍ରେନ ଏଠାକୁ ଆସିପାରିବ ନାହିଁ । ବର୍ତ୍ତମାନ ଆଜିଠାରୁ ଏହି ପୂରା ରୁଟର କାୟାକଳ୍ପ ହୋଇଗଲା । ଏବେ ଅସରବା ଠାରୁ ହିମ୍ମତନଗର ଦେଇ ଉଦୟପୁର ପର୍ଯ୍ୟନ୍ତ ମୀଟର ଗେଜ ଲାଇନ, ବ୍ରଡ ଗେଜରେ ପରିବର୍ତ୍ତନ ହୋଇଛି ଏବଂ ଆଜି ଆମର ଏହି କାର୍ଯ୍ୟକ୍ରମରେ ଗୁଜରାଟ ସହିତ ରାଜସ୍ଥାନର ଲୋକମାନେ ମଧ୍ୟ ବହୁ ସଂଖ୍ୟାରେ ଯୋଡ଼ି ହୋଇଛନ୍ତି । ଲୁଣିଧର-ଜେଲତସର ମଧ୍ୟରେ ଯେଉଁ ଗେଜ ପରିବର୍ତ୍ତନର କାର୍ଯ୍ୟ ହୋଇଛି, ତାହା ମଧ୍ୟ ଏହି କ୍ଷେତ୍ରରେ ରେଲୱେ ସଂଯୋଗୀକରଣକୁ ସହଜ କରିବ । ଏଠାରୁ ବାହାରୁଥିବା ଟ୍ରେନ ଦେଶର କୌଣସି ମଧ୍ୟ ଭାଗକୁ ଯାଇପାରିବ ।

ସାଥୀମାନେ,

ଯେତେବେଳେ କୌଣସି ରୁଟରେ ମିଟର ଗେଜର ଲାଇନ, ବ୍ରଡ ଗେଜରେ ବଦଳିଥାଏ, ସେତେବେଳେ ସେ ନିଜ ସହିତ ଅନେକ ନୂତନ ସମ୍ଭାବନା ନେଇ ଆସିଥାଏ । ଅସାରବା ଠାରୁ ଉଦୟପୁର ପର୍ଯ୍ୟନ୍ତ ପ୍ରାୟତଃ ୩ଠଠ କିଲୋମିଟର ଦୀର୍ଘ ରେଳ ଲାଇନ, ତାହା ବ୍ରଡ ଗେଜରେ ବଦଳିବା, ଏଥିପାଇଁ ମଧ୍ୟ ବହୁତ ମହତ୍ତ୍ୱପୂର୍ଣ୍ଣ ଅଟେ । ଏହି ରେଳ ଖଣ୍ଡର ବ୍ରଡ ଗେଜ ହେଉ ଯିବାରେ ଗୁଜରାଟ ଏବଂ ରାଜସ୍ଥାନର ଆଦିବାସୀ କ୍ଷେତ୍ର, ଦିଲ୍ଲୀ ସହିତ ଯୋଡ଼ି ଯୋଇଯିବ, ଉତ୍ତର ଭାରତ ସହିତ ଯୋଡ଼ି ହୋଇଯିବ, ଏହି ରେଳ ଲାଇନକୁ ବ୍ରଡ ଗେଜରେ ବଦଳିବା କାରଣରୁ ଅହମ୍ମଦାବାଦ ଏବଂ ଦିଲ୍ଲୀ ପାଇଁ ଏକ ବିକଳ୍ପ ରୁଟ ମଧ୍ୟ ଉପଲବ୍ଧ ହୋଇଯାଇଛି । ଏତିକି ନୁହେଁ, ବର୍ତ୍ତମାନ କଚ୍ଛର ପର୍ଯ୍ୟଟନ ସ୍ଥଳ ଏବଂ ଉଦୟପୁରର ପର୍ଯ୍ୟଟନସ୍ଥଳ ମଧ୍ୟରେ ଏକ ସିଧାସଳଖ ରେଳ ସଂଯୋଗୀକରଣ ସ୍ଥାପିତ ହୋଇଗଲା । ଏହାଦ୍ୱାରା କଚ୍ଛ, ଉଦୟପୁର, ଚିନ୍ତୋଡ଼ଗଡ଼ ଏବଂ ନାଥଦ୍ୱାରର ପର୍ଯ୍ୟଟନ ସ୍ଥଳକୁ ବହୁତ ଅଗ୍ରାଧିକାର ମିଳିବ । ଦିଲ୍ଲୀ, ମୁମ୍ବାଇ ଏବଂ ଅହମ୍ମଦାବାଦ ଭଳି ବଡ଼ ଶିଳ୍ପ କେନ୍ଦ୍ରଗୁଡ଼ିକ ସହିତ ସିଧାସଳଖ ଯୋଡ଼ି ହେବାରେ ଲାଭ ମଧ୍ୟ ଏଠିକାର ବ୍ୟବସାୟୀଙ୍କୁ ମିଳିବ । ବିଶେଷକରି ହିମ୍ମତନଗରର ଟାଇଲ୍ସ ଉଦ୍ୟୋଗକୁ ମଧ୍ୟ ବହୁତ ସାହାଯ୍ୟ ମିଳିବ। ଏହିଭଳି ଭାବରେ, ଲୁଣୀଧର-ଜେତଲସର ରେଳ ଲାଇନର ବ୍ରଡଗେଜ ବଦଳିବା ଯୋଗୁ ଏବେ ଢାସା-ଜେତଲସର ଖଣ୍ଡ ସମ୍ପୂର୍ଣ୍ଣ ଭାବରେ ବ୍ରଡଗେଜରେ ପରିବର୍ତ୍ତିତ ହୋଇଗଲା । ଏହି ରେଳ ଲାଇନ ବୋଟାଦ, ଅମରେଲୀ ଏବଂ ରାଜକୋଟ ଜିଲ୍ଲା ହୋଇ ଯାତାୟାତ କରିବ, ଯେତେବେଳେ ଏ ପର୍ଯ୍ୟନ୍ତ ସୀମିତ ରେଳ ସଂଯୋଗୀକରଣ ରହିଛି। ଏହି ଲାଇନର କାର୍ଯ୍ୟ ପୂରା ହେବାରେ ଏବେ ଭାବନଗର ଏବଂ ଅମରେଲି, ଏହି କ୍ଷେତ୍ରର ଲୋକମାନେ ସୋମନାଥ ଏବଂ ପୋରବନ୍ଦର ସହିତ ସିଧାସଳଖ ସଂଯୋଗୀକରଣର ଲାଭ ମିଳିବ ।

ଏବଂ ସାଥୀମାନେ, ଏହାର ଆହୁରି ଗୋଟିଏ ଲାଭ ହେବ । ଏହି ରୁଟରୁ ଭାବନଗର ଏବଂ ସୌରାଷ୍ଟ୍ର କ୍ଷେତ୍ରରେ ଆମର ରାଜକୋଟ, ପୋରବନ୍ଦର ଏବଂ ବେରାବଲ, ଏମିତି ସହରର ଦୂରତା ମଧ୍ୟ କମ ହୋଇଗଲା । ବର୍ତ୍ତମାନ ଭାବନଗର-ବେରାବଲର ଦୂରତା ପ୍ରାୟ ୪୭ଠ କିଲୋମିଟର ଅଛି । ଯେଉଁଥିରେ ୧୨ ଘଣ୍ଟା ଲାଗିଥାଏ । ଏହି ବ୍ରଡଗେଜର ପୂରା କାମ ହେବା ପରେ, ନୂଆ ରୁଟରେ ଖୋଲିବା ପରେ ଏବେ ଏହା କମ ହୋଇ ପାଖାପାଖି ୨୯ଠ କିଲୋମିଟରରୁ ମଧ୍ୟ କମ ହୋଇଯାଇଛି । ଏହି କାରଣରୁ ଯାତ୍ରାର ସମୟ ମଧ୍ୟ ୧୨ ଘଣ୍ଟାରୁ କମ ହୋଇ ସାଢ଼େ ଛଅ ଘଣ୍ଟାରେ ରହିଯିବ ।

ସାଥୀମାନେ,

ନୂଆ ରୁଟ ଖୋଲିବା ପରେ ଭାବନଗର - ପୋରବନ୍ଦର ମଧ୍ୟରେ ଦୂରତା ପାଖା-ପାଖି ୨ଠଠ କିଲୋମିଟର ଏବଂ ଭାବନବର - ରାଜକୋଟ ମଧ୍ୟରେ ଦୂରତା ପ୍ରାୟ ୩ଠ କିଲୋମିଟର କମ ହୋଇଯାଇଛି । ଏହି ରେଳ ରୁୂଟ, ଏତେ ବ୍ୟସ୍ତ ରହୁଥିବା ସୁନେନ୍ଦ୍ର ନଗର - ରାଜକୋଟ - ସୋମନାଥ - ପୋରବନ୍ଦର ଦିଗ ମଧ୍ୟରେ ଏକ ବିକଳ୍ପ ରୁଟ ଭାବରେ ଉପଲବ୍ଧ ହୋଇଗଲା । ବ୍ରଡଗେଜ ରୁଟରେ ଚାଲିବାକୁ ଥିବା ଟ୍ରେନ, ଗୁଜରାଟରେ ଶିଳ୍ପର ବିକାଶକୁ ମଧ୍ୟ ତୀବ୍ରତା ଆଣିଦେବ, ଗୁଜରାଟରେ ପର୍ଯ୍ୟଟନ ମଧ୍ୟ ସହଜ କରିବ ଏବଂ ଯେଉଁ କ୍ଷେତ୍ର, ଦେଶରୁ କଟି ଯାଇଥିଲେ, ତାଙ୍କୁ ପୂରା ଦେଶ ସହିତ ଯୋଡ଼ି ହେବ । ଆଜି ରାଷ୍ଟ୍ରୀୟ ଏକତା ଦିବସର ଦିନ, ଏହି ପ୍ରକଳ୍ପର ଲୋକାର୍ପଣ କରିବା, ଏହାକୁ ଆହୁରି ବିଶେଷ କରିଦେଇଥାଏ ।

ସାଥୀମାନେ,

ଯେତେବେଳେ ଡବଲ ଇଞ୍ଜିନର ସରକାର କାମ କରିଥାଏ, ସେତେବେଳେ ତାହାର ପ୍ରଭାବ କେବଳ ଡବଲ ହୋଇଥାଏ, ବରଂ ଅନେକ ଗୁଣ ଅଧିକ ହୋଇଥାଏ । ଏଠାରେ ଏକ ଏବଂ ଏକ ମିଶି ୨ ନୁହେଁ ବରଂ ୧ ପାଖରେ ୧, ୧୧ର ଶକ୍ତି ଧାରଣ କରି ନେଇଥାଏ । ଗୁଜରାଟରେ ରେଳ ଇନଫ୍ରାଷ୍ଟ୍ରକଚର ବିକାଶ ମଧ୍ୟ ଏହାର ଏକ ଉଦାହରଣ ଅଟେ । ମୁଁ ସେ ଦିନ କେବେ ଭୁଲିବେ ନାହିଁ, ଯେତେବେଳେ ୨୦୧୪ ପୂର୍ବରୁ ଗୁଜରାଟରେ ନୂଆ ରେଳ ରୁଟ ପାଇଁ ମୋତେ କେନ୍ଦ୍ର ସରକାରଙ୍କ ପାଖକୁ ବାରମ୍ବାର ଯିବାକୁ ପଡ଼ିଥାଏ । କିନ୍ତୁ ସେତେବେଳେ ଅନ୍ୟ କ୍ଷେତ୍ର ଭଳି ରେଲୱେ ସମ୍ବନ୍ଧରେ ମଧ୍ୟ ଗୁଜରାଟ ସହିତ ଅନ୍ୟାୟପୂର୍ଣ୍ଣ ବ୍ୟବହାର କରାଯାଇଥାଏ । ଡବଲ ଇଞ୍ଜିନର ସରକାର ରହିବା ଦ୍ୱାରା ଗୁଜରାଟରେ କାମର ବେଗରେ ତୀବ୍ରତା ଆସିଛି, ତାହାର ବିସ୍ତାର କରିବାରେ ଶକ୍ତି ମଧ୍ୟ ତେଜ୍ ହୋଇଛି । ୨୦୦୯ରୁ ୨୦୧୪ ମଧ୍ୟରେ ୧୨୫ କୋଟି କିଲୋମିଟରରୁ ମଧ୍ୟ କମ ରେଳ ଲାଇନର ଦୋହରୀକରଣ ହୋଇଥିଲା, ୨୦୦୯-୨୦୧୪ ୧୨୫ କିଲୋମିଟରରୁ କମ । ଯାହାକି ୨୦୧୪ରୁ ୨୦୨୨ ମଧ୍ୟରେ ପାଞ୍ଚ ହଜାର ପାଞ୍ଚ ଶହରୁ ଅଧିକ ରେଳ ଲାଇନର ଦୋହରୀକରଣ, ଏହି ଗୁଜରାଟର ହୋଇଛି । ଏହିଭଳି ଭାବରେ, ଗୁଜରାଟରେ ୨୦୦୯ରୁ ୨୦୧୪ ମଧ୍ୟରେ ପାଖାପାଖି ୬ଠ କିଲୋମିଟର ଟ୍ରାକର ବିଦୁତକରଣ ହୋଇଥିଲା । ଯାହାକି ୨୦୧୪ରୁ ୨୦୨୨ ମଧ୍ୟରେ ୧୭ଠଠ କିଲୋମିଟରରୁ ଅଧିକ ଟ୍ରାକର ବିଦୁତକରଣ ହୋଇସାରିଛି । ଅର୍ଥାତ ଡବଲ ଇଞ୍ଜିନର ସରକାର ପୂର୍ବ ତୁଳନାରେ ଅନେକ ଗୁଣ ଅଧିକ କାମ କରି ଦେଖାଉଛନ୍ତି ।

ଏବଂ ସାଥୀମାନେ, ଆପଣ କେବଳ ସ୍କେଲ ଓ ସ୍ପିଡକୁ ଉତ୍ତମ କରିନାହୁଁ, ବରଂ ଅନେକ ସ୍ତରରେ ସୁଧାର ଆଣିଛୁ । ଏହି ସୁଧାର କ୍ୱାଲିଟିରେ ଆସିଛି, ସୁବିଧାରେ ଆସିଛି, ସୁରକ୍ଷାରେ ଆସିଛି, ସ୍ୱଚ୍ଛତାରେ ଆସିଛି । ସମଗ୍ର ଦେଶରେ ରେଲୱେ ଷ୍ଟେସନର ସ୍ଥିତିରେ ସୁଧାର ଆଜି ସ୍ପଷ୍ଟ ଦେଖାଯାଉଛି । ଗରୀବ ଏବଂ ମଧ୍ୟମବର୍ଗଙ୍କୁ ମଧ୍ୟ ଆଜି ସେହି ପରିବେଶ ଦିଆଯାଉଛି, ଯିଏ କେବେ ସାଧନ - ସମ୍ପନ୍ନ ଲୋକମାନଙ୍କ ପାଖରେ ପହଂଚିବାରେ ହୋଇଥାଏ । ଏଠାରେ ଗାନ୍ଧୀ ନଗର ଷ୍ଟେସନ କେତେ ଆଧୁନିକ ଏବଂ ସୁନ୍ଦର ହୋଇଛି, ଏହା ଆପଣ ଦେଖୁଛନ୍ତି । ବର୍ତ୍ତମାନ ଅହମ୍ମଦାବାଦ ଷ୍ଟେସନକୁ ମଧ୍ୟ ଏମିତି ବିକଶିତ କରାଯାଉଛି । ଏହା ବ୍ୟତୀତ ଭବିଷ୍ୟତରେ ସୁରଟ, ଉଧନା, ସାବରମତୀ, ସୋମନାଥ ଏବଂ ନିଉ ଭୂଜ୍ ଭଳି ଷ୍ଟେସନ ମଧ୍ୟ ଆଧୁନିକ ଅବତାର ଭାବରେ ସମ୍ମୁଖକୁ ନୂଆ ରୂପରେ ଆସିବାରେ ଲାଗିଛି । ଏବେ ଗାନ୍ଧୀ ନଗରକୁ ମୁମ୍ବାଇ ମଧ୍ୟରେ ବଂଦେ ଭାରତ ଏକ୍ସପ୍ରେସ ସେବା ମଧ୍ୟ ଆରମ୍ଭ ହୋଇଯାଇଛି । ଏହି ରୁଟରେ ସବୁଠାରୁ ଦ୍ରୁତ ବେଗରେ ଚାଲୁଥିବା ଟ୍ରେନ ସେବା ଆରମ୍ଭ ସେବାରେ ଏହି ଦେଶର ସବୁଠାରୁ ମହତ୍ତ୍ୱପୂର୍ଣ୍ଣ ବ୍ୟବସାୟ କରିଡର ହୋଇଛି । ଏହି ଉପଲବ୍ଧି ଡବଲ ଇଞ୍ଜିନର ସରକାରଙ୍କ ପାଇଁ ହିଁ ସମ୍ଭବ ହୋଇପାରିଛି ।

ସାଥୀମାନେ,

ପଶ୍ଚିମ ରେଲୱେର ବିକାଶକୁ ନୂତନ ଆରମ୍ଭ ଦେବାରେ ୧୨ ଗତି ଶକ୍ତି କାର୍ଗୋ ଟର୍ମିନାଲର ଯୋଜନା ମଧ୍ୟ ତିଆରି ହୋଇଛି । ବରୋଦା ସର୍କଲରେ ପ୍ରଥମ ଗତି ଶକ୍ତି ମଲ୍ଟିମୋଡାଲ କାର୍ଗୋ ଟର୍ମିନାଲ ଆରମ୍ଭ ହୋଇସାରିଛୁ । ବହୁତ ଶୀଘ୍ର ଅନ୍ୟ ସମସ୍ତ ଟର୍ମିନାଲ ମଧ୍ୟ ନିଜର ସେବା ଦେବା ପାଇଁ ପ୍ରସ୍ତୁତ ହୋଇଯିବେ । ଡବଲ ଇଞ୍ଜିନର ସରକାରଙ୍କ ଠାରୁ ପ୍ରତ୍ୟେକ କ୍ଷେତ୍ରରେ ବିକାଶର ବେଗ ମଧ୍ୟ ବଢୁଛି, ଏବଂ ତାହାର ଶକ୍ତି ମଧ୍ୟ ବଢୁଛି ।

ସାଥୀମାନେ,

ସ୍ୱାଧୀନତା ପରେ ଦଶକ ପର୍ଯ୍ୟନ୍ତ ଆମ ଦେଶର ଧନୀ-ଗରୀବର ଖାଇ, ଗାଁ-ସହରର ଖାଇ, ଅସନ୍ତୁଳିତ ବିକାଶ, ବହୁତ ବଡ଼ ଆହ୍ୱାନ ରହିଛି । ଆମ ସରକାର ଦେଶର ଏହି ଆହ୍ୱାନର ମଧ୍ୟ ସମାଧାନ କରିବାରେ ଯୋଡ଼ି ହୋଇଛନ୍ତି । ସମସ୍ତଙ୍କ ବିକାଶ ପାଇଁ ଆମ ନୀତି ଏକଦମ ସ୍ୱଚ୍ଛ ରହିଛି । ଇନଫ୍ରାଷ୍ଟ୍ରକଚର ଉପରେ ଗୁରୁତ୍ୱ ଦିଅ, ମଧ୍ୟମ ବର୍ଗକୁ ସୁବିଧା ଦିଅ ଏବଂ ଗରୀବକୁ ଗରିବ ସହିତ ଲଢ଼ିବାକୁ ସାଧନ ଦିଅ । ବିକାଶର ଏହି ପରମ୍ପରା ଆଜି ସମଗ୍ର ଦେଶରେ ସ୍ଥାପିତ ହୋଇସାରିଛି । ଗରୀବଙ୍କ ପାଇଁ ପକ୍କା ଘର, ଶୌଚାଳୟ, ବିଜୁଳି, ପାଣି, ଗ୍ୟାସ, ମାଗଣାରେ ଚିକିତ୍ସା ଏବଂ ବୀମାର ସୁବିଧା, ଏହା ଆଜି ସୁଶାସନର ପରିଚୟ ଅଟେ । ଆଜି ମେଟ୍ରୋ ସଂଯୋଗୀକରଣ, ବୈଦୁତିକ ଯାନ, ସୋଲାର ଶକ୍ତି, ଶସ୍ତା ଇଣ୍ଟରନେଟ, ଉତ୍ତମ ସଡ଼କ, ଏମ୍ସ, ମେଡିକାଲ କଲେଜ, ଆଇଆଇଟି, ଏହି ପ୍ରକାରର ଇନଫ୍ରାଷ୍ଟ୍ରକଚର ଆଜି ଦେଶବାସୀଙ୍କୁ ନୂଆ ଅବସର ଦେଉଛନ୍ତି । ଚେଷ୍ଟା ଏହା ହେବ ଯେ ସାଧାରଣ ପରିବାରର ଜୀବନ କେମିତି ସହଜ ହେବ । ଯିବା-ଆସିବା, ବାଣିଜ୍ୟ କାରବାର କରିବା ସରଳ କେମିତି ହେବ ।

ଭାଇ ଏବଂ ଭଉଣୀମାନେ,

ଦେଶରେ ଏବେ ସଂଯୋଗୀକରଣ ଭିତ୍ତିଭୂମିର ବିକାଶ ପାଇଁ ଆପ୍ରୋଚରେ ବହୁତ ବଡ଼ ପରବର୍ତ୍ତନ ଆସିଛି । ବର୍ତ୍ତମାନ କେବଳ ଏହା ନୁହେଁ ଯେ କେଉଁଠି ଗୋଟିଏ ଜାଗାରେ ସଡ଼କ ହୋଇଛି, କେଉଁଠି ଅନ୍ୟ ସ୍ଥାନରେ ରେଳ ଟ୍ରାକ ବିଛାଯାଇଛି, କେଉଁଠି ତୃତୀୟ ସ୍ଥାନରେ ଏୟାରପୋର୍ଟ ତିଆରି ହୋଇଗଲା, ବର୍ତ୍ତମାନ ସଂଯୋଗୀକରଣର ଏକ ସମ୍ପୂର୍ଣ୍ଣ ବ୍ୟବସ୍ଥା ପ୍ରସ୍ତୁତ କରାଯାଉଛି । ଅର୍ଥାତ ଯାତାୟତର ଭିନ୍ନ ଭିନ୍ନ ମାଧ୍ୟମ ଜଣେ ଅନ୍ୟ ଜଣଙ୍କ ସହିତ ଯୋଡ଼ାଯାଉଛି । ଏହି ପ୍ରକାରରେ ଅନ୍ୟ ସହରରେ ମଧ୍ୟ ଏହିଭଳି ଭାବରେ କାମ ହେଉଛି । ଚେଷ୍ଟା ଏହା ରହିବ ଯେ ସେ ଯାତ୍ରା ହେଉ କିମ୍ବା ମାଲ ଢ଼ଳାଇ, ପ୍ରତ୍ୟେକ ପ୍ରକାରରେ ଏକ ନିରନ୍ତରତା ହୋଇଯାଇଛି । ଗୋଟିଏ ମୋଡରୁ ବାହାରିବା ଏବଂ ସିଧା ଅନ୍ୟ ମୋଡରେ ଚଢ଼ିବ । ଏହାଦ୍ୱାରା ସମୟ ମଧ୍ୟ ବଂଚିବ ଏବଂ ପଇସା ମଧ୍ୟ ବଂଚିବ ।

ସାଥୀମାନେ,

ଗୁଜରାଟ ଏକ ବହୁତ ବଡ଼ ଶିଳ୍ପ କେନ୍ଦ୍ର ଅଟେ । ଏଠାରେ ଲଜିଷ୍ଟିକ କାଷ୍ଟ ଏକ ବହୁତ ବଡ଼ ବିଷୟ ଥିଲା । ଏହାଦ୍ୱାରା ବାଣିଜ୍ୟ-କାରବାରକୁ, ଉଦ୍ୟୋଗ ଜଗତକୁ ଅସୁବିଧା ହୋଇଥାଏ, ଏହାଦ୍ୱାରା ଜିନିଷର ମୂଲ୍ୟ ମଧ୍ୟ ବଢ଼ିଯାଇଥାଏ । ଏଥିପାଇଁ ଆଜି ରେଲୱେ ହେଉ, ହାଇୱେ ହେଉ, ଏୟାରପୋର୍ଟ ହେଉ, ବନ୍ଦର ହେଉ, ଏହାର ସଂଯୋଗୀକରଣ ଉପରେ ଗୁରୁତ୍ୱ ଦିଆଯାଉଛି । ଗୁଜରାଟର ବନ୍ଦର ଯେତେବେଳେ ସଶକ୍ତ ହୋଇଥାଏ, ତେବେ ଏହାର ସିଧାସଳଖ ପ୍ରଭାବ ସମଗ୍ର ଦେଶର ଅର୍ଥ ବ୍ୟବସ୍ଥା ଉପରେ ପଡ଼ିଥାଏ । ଏହା ଆମେ ଗତ ୮ ବର୍ଷରେ ଅନୁଭବ ମଧ୍ୟ କରିଛୁ । ଏହା ମଧ୍ୟରେ ଗୁଜରାଟର ବନ୍ଦରର କ୍ଷମତା ପ୍ରାୟତଃ ଦ୍ୱିଗୁଣ ହୋଇଯାଇଛି । ବର୍ତ୍ତମାନ ପଶ୍ଚିମ ଡେଡିକେଟେଡ ଫ୍ରେଟ କରିଡରକୁ ଗୁଜରାଟର ବନ୍ଦରକୁ ଦେଶର ଅନ୍ୟ ଭାଗରେ ଯୋଡ଼ାଯାଉଛି । ଏହାର ଏକ ବହୁତ ବଡ଼ ଅଂଶ ପୂରା ମଧ୍ୟ ହୋଇସାରିଛି । ମାଲ ଗାଡ଼ିଗୁଡ଼ିକ ପାଇଁ ଯେଉଁ ସ୍ୱତନ୍ତ୍ର ଟ୍ରାକ ବିଛାଯାଉଛି, ଏହାଦ୍ୱାରା ଗୁଜରାଟରେ ମଧ୍ୟ ଶିଳ୍ପର ବିସ୍ତାର ହେବ, ନୂତନ କ୍ଷେତ୍ର ପାଇଁ ସୁଯୋଗ ଆସିବ । ଏହିଭଳି ଭାବରେ ସାଗରମାଳା ଯୋଜନାରୁ ପୂରା କୋଷ୍ଟାଲ ଲାଇନରେ ଭଲ ସଡ଼କର ଜାଲ ବିଛାଯାଉଛି ।

ସାଥୀମାନେ,

ବିକାଶର ଏକ ଶତତ ପ୍ରକ୍ରିୟା ହୋଇଥାଏ । ବିକାଶ ସହିତ ଜଡ଼ିତ ଲକ୍ଷ୍ୟ କୌଣସି ପର୍ବତର ଶିଖର ଭଳି ହୋଇଥାଏ । ଗୋଟିଏ ଶିଖର ଉପରକୁ ପହଂଚିବା ପରେ ଅନ୍ୟଜଣକ ତା’ଠାରୁ ଉଚ୍ଚା ଶିଖରକୁ ଦେଖିବାରେ ଲାଗିଥାଏ । ପୁଣି ସେ ପର୍ଯ୍ୟନ୍ତ ପହଂଚିବାକୁ ପ୍ରୟାସ ଚାଲିଥାଏ, ବିକାଶ ମଧ୍ୟ ଏମିତି ଏକ ପ୍ରକ୍ରିୟା ହୋଇଥାଏ । ଗତ ୨୦ ବର୍ଷରେ ଗୁଜରାଟ ବିକାଶର ଅନେକ ଶିଖର ପାର କରିସାରିଛି । କିନ୍ତୁ ଆଗାମୀ ୨୫ ବର୍ଷରେ ବିକଶିତ ଗୁଜରାଟର ଏକ ବିରାଟ ଲକ୍ଷ୍ୟ ଆମ ସମ୍ମୁଖରେ ଅଛି । ଯେଉଁଭଳି ଭାବରେ ଗତ ୨ ଦଶକରେ ଆମେ ମିଳିମିଶି ସଫଳତା ହାସଲ କରିଥିଲେ, ସେହିଭଳି ଭାବରେ ଅମୃତକାଳରେ ମଧ୍ୟ ଗୋଟିଏ ଗୋଟିଏ ଗୁଜରାଟୀଙ୍କୁ ଯୋଡ଼ିବାରେ ଅଛି । ଗୋଟିଏ  ଗୋଟିଏ ଗୁଜରାଟବାସୀଙ୍କୁ ଏକତ୍ରିତ କରିବା । ବିକଶିତ ଭାରତ ପାଇଁ ବିକଶିତ ଗୁଜରାଟର ନିର୍ମାଣ, ଏହା ଆମର ଧ୍ୟେୟ ଅଟେ । ଏବଂ ମୁଁ ସବୁ ଜାଣିଛି, ଥରେ ଯଦି କେହି ଗୁଜରାଟୀ କିଛି ସ୍ଥିର କରି ନେଇଥାଏ, ସେ ତାକୁ ପୂରା କରିବା ପରେ ରହିଥାଏ । ଏହି ସଂକଳ୍ପବୋଧ ସହିତ ଏବଂ ମୁଁ ଆଜି ଆଶ୍ଚର୍ଯ୍ୟ ଯେ, ଆଜି ସର୍ଦ୍ଦାର ପଟେଲଙ୍କର ଜନ୍ମ ଜୟନ୍ତୀ ଅଛି । ଦେଶ ପାଇଁ ଗୌରବର ମୁହୂର୍ତ୍ତ । ଯେଉଁ ପୁରୁଷ, ଯେଉଁ ମହାପୁରୁଷ ଭାରତକୁ ଯୋଡ଼ିଲେ, ହିନ୍ଦୁସ୍ଥାନକୁ ଏକାଠି କଲେ, ଆଜି ସେହି ଏକତାର ଲାଭ ଆମେ ନେଉଛୁ । ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ଦେଶର ପ୍ରଥମ ଗୃହମନ୍ତ୍ରୀ ଥିଲେ। ଦେଶକୁ ଯୋଡ଼ିବାର କାର୍ଯ୍ୟ କରିଥିଲେ । ପ୍ରତ୍ୟେକ ଭାରତୀୟଙ୍କୁ ସର୍ଦ୍ଦାରପଟେଲଙ୍କ ଉପରେ ଗର୍ବ ହୋଇଥାଏ, ହୋଇଥାଏ କି ହୋଇ ନ ଥାଏ? ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ଭାଜପାର ଥିଲେ? ସେ ତ ଭାଜପାର ନ ଥିଲେ । ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ କଂଗ୍ରେସର ବହୁତ ବଡ଼ ନେତା ରହିଥିଲେ । ଆଜି ତାଙ୍କର ଜନ୍ମ ଦିନରେ ମୋର ଦୁଇଟି ଖବରକାଗଜ ଉପରେ ନଜ ଗଲା, ଦୁଇଟି ଖବରକାଗଜ ଉପରେ । କଂଗ୍ରେସ ପାର୍ଟି ରାଜସ୍ଥାନର କଂଗ୍ରେସ ସରକାର ଗୁଜରାଟୀ ଖବରକାଗଜରେ ପୂରା ଫର୍ଦ୍ଦରେ ତାଙ୍କର ବିଜ୍ଞାପନ ଛପା ଯାଇଥିଲା । କଂଗ୍ରେସର ସରକାରଙ୍କ ବିଜ୍ଞାପନ, କିନ୍ତୁ ସେହି ବିଜ୍ଞାପନରେ ଆଜି ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଜନ୍ମ ଦିନରେ ସେହି ବିଜ୍ଞାପନରେ ସର୍ଦ୍ଦାର ପଟେଲଙ୍କର ନାମ ନ ଥିଳା, ସର୍ଦ୍ଦାର ପଟେଲଙ୍କର ଫଟୋ ମଧ୍ୟ ନ ଥିଲା, ସର୍ଦ୍ଦାର ପଟେଲଙ୍କୁ ଶ୍ରଦ୍ଧାଞ୍ଜଳି ନ ଥିଲା । ଏହି ଅପମାନ, ତାହା ମଧ୍ୟ ଗୁଜରାଟର ଭୂମିରେ, ଯେଉଁ କଂଗ୍ରେସ ସର୍ଦ୍ଦାର ପଟେଲଙ୍କୁ ନିଜ ସହିତ ଯୋଡ଼ି ପାରୁନାହାନ୍ତି, ଏହା କ’ଣ ଯୋଡ଼ି ପାରିବ? ଏହା ସର୍ଦ୍ଦାର ସାହେବଙ୍କ ଅପମାନ ଅଟେ, ଏହା ଦେଶର ଅପମାନ ଅଟେ । ସେ’ତ ଭାଜପାର ନ ଥିଲେ, ସେ କଂଗ୍ରେସର ଥିଲେ । କିନ୍ତୁ ଦେଶ ପାଇଁ ବଂଚିଥିଲେ, ଦେଶକୁ କିଛି ଦେଇଗଲେ । ଆଜି ଆମେ ଗର୍ବ କରୁଛୁ ଯେ, ଆମକୁ ସବୁଠାରୁ ବଡ଼ ପ୍ରତିମୂର୍ତ୍ତି ନିର୍ମାଣ କରି ଆମକୁ ସନ୍ତୋଷ ମନେ ହେଉଛି, ଏହାର ନାମ ପର୍ଯ୍ୟନ୍ତ ନେବାର ପ୍ରସ୍ତୁତ ନୁହେଁ ।

ଭାଇ ଏବଂ ଭଉଣୀମାନେ,

ଗୁଜରାଟ ଏହି ଜିନିଷଗୁଡ଼ିକୁ କେବେ କ୍ଷମା କରିବେ ନାହିଁ ଏବଂ ଦେଶ ମଧ୍ୟ କେବେ କ୍ଷମା କରି ନଥାଏ ।

ସାଥୀମାନେ,

ଏହି ରେଲୱେ ମଧ୍ୟ ଯୋଡ଼ିବାରେ କାମ କରିଥାଏ । ଉତ୍ତରରୁ ଦକ୍ଷିଣ, ପୂର୍ବରୁ ପଶ୍ଚିମ, ଏହି ଯୋଡ଼ିବାର ପ୍ରକ୍ରିୟାକୁ ଗତି ଦେବା, ତାହାର ବିସ୍ତାର କରିବା, ଏହା ନିରନ୍ତର କାମ ଚାଲିଥାଏ, ଦ୍ରୁତ ଗତିରେ ଚାଲିଥାଏ ଏବଂ ଏହାର ଏକ ଲାଭ ଆଜି ଆପଣଙ୍କୁ ମଧ୍ୟ ମିଳୁଛି । ମୋ ତରଫରୁ ଆପଣଙ୍କୁ ବହୁତ ବହୁତ ଶୁଭକାମନା!

ବହୁତ ବହୁତ ଧନ୍ୟବାଦ!

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
PM Modi inaugurates Micron’s ₹22,516-crore ATMP facility in Gujarat; calls chips ‘Regulator of 21st century’

Media Coverage

PM Modi inaugurates Micron’s ₹22,516-crore ATMP facility in Gujarat; calls chips ‘Regulator of 21st century’
NM on the go

Nm on the go

Always be the first to hear from the PM. Get the App Now!
...
Prime Minister expresses grief over loss of lives in factory explosion in Nagpur, Maharashtra
March 01, 2026
Prime Minister announces ex-gratia from PMNRF

The Prime Minister has expressed deep distress over the explosion at a factory in Nagpur, Maharashtra.

Extending his condolences to the families of the deceased, the Prime Minister also prayed for the speedy recovery of the injured. The Prime Minister further affirmed that the local administration is assisting those affected.

The Prime Minister has announced an ex-gratia of Rs. 2 lakh from the Prime Minister’s National Relief Fund (PMNRF) for the next of kin of each deceased. The injured would be given Rs. 50,000.

The Prime Minister Shared on X;

"The explosion at a factory in Nagpur, Maharashtra, is deeply distressing. My condolences to the families of the deceased. I pray for the speedy recovery of the injured. The local administration is assisting those affected.

An ex-gratia of Rs. 2 lakh from PMNRF would be given to the next of kin of each deceased. The injured would be given Rs. 50,000"