Says India is becoming a leading attractions for Foreign Investment
India received over 20 Billion Dollars of Foreign Investment this year: PM
India offers affordability of geography, reliability and political stability: PM
India offers transparent and predictable tax regime; encourages & supports honest tax payers: PM
India being made one of the lowest tax destinations in the World with further incentive for new manufacturing units: PM
There have been far reaching reforms in recent times which have made the business easier and red-tapism lesser: PM
India is full of opportunities both public & private sector: PM

ଭାରତ ଓ ୟୁଏସ୍ଏର ମାନ୍ୟଗଣ୍ୟ ଅତିଥିବୃନ୍ଦ,

ନମସ୍କାର,

ୟୁଏସ୍ ଇଣ୍ଡିଆ ସମିଟ୍ 2020 ପାଇଁ ୟୁଏସ୍-ଆଇଏସପିଏଫ୍ ବିଭିନ୍ନ ରେଞ୍ଜର ଲୋକଙ୍କୁ ଏକତ୍ରିତ କରିଥିବାରୁ ମୁଁ ଆନନ୍ଦିତ । ଭାରତ ଓ ୟୁଏସ୍ଏକୁ ନିକଟତର କରାଇବା ନେଇ ୟୁଏସ୍-ଆଇଏସପିଏଫର କାର୍ଯ୍ୟ ପ୍ରଶଂସନୀୟ ।

ଜନ୍ ଚାମ୍ବର୍ସଙ୍କୁ ମୁଁ ବହୁ ବର୍ଷ ପୂର୍ବରୁ ଜାଣିଛି । ଭାରତ ପ୍ରତି ତାଙ୍କର ବେଶ୍ ଅନୁରାଗ ରହିଛି । କିଛି ବର୍ଷ ପୂର୍ବରୁ ତାଙ୍କୁ ‘ପଦ୍ମଶ୍ରୀ’ ସମ୍ମାନରେ ସମ୍ମାନିତ କରାଯାଇଥିଲା ।

ବନ୍ଧୁଗଣ,

ଚଳିତ ବର୍ଷର ବିଷୟବସ୍ତୁ ଏକ ପ୍ରାସଙ୍ଗିକ ବିଷୟ-ନୂଆ ଆହ୍ୱାନର ପରିଚାଳନା । ଯେତେବେଳେ 2020 ଆରମ୍ଭ ହେଲା, ଏହା କିଭଳି ରହିବ ବୋଲି କେହି କଳ୍ପନା କରିଥିଲେ କି? ଏକ ବିଶ୍ୱ ମହାମାରୀ ସମସ୍ତଙ୍କୁ ପ୍ରଭାବିତ କରିଛି । ଏହା ଆମମାନଙ୍କର ଧୈର୍ଯ୍ୟ, ଆମର ଜନସ୍ୱାସ୍ଥ୍ୟ ବ୍ୟବସ୍ଥା, ଆମ ଆର୍ଥିକ ବ୍ୟବସ୍ଥାର ପରୀକ୍ଷା ନେଉଛି ।

ବର୍ତ୍ତମାନର ପରିସ୍ଥିତି ଏକ ତାଜା ମାଇଣ୍ଡ ସେଟ୍ ଚାହୁଁଛି । ଏଭଳି ଏକ ମାଇଣ୍ଡ ସେଟ୍ ଯାହାକି ମାନବ କୈନ୍ଦ୍ରୀକ ବିକାଶ ଚାହୁଁଥିବ । ଯେଉଁଠାରେ ସମସ୍ତଙ୍କ ମଧ୍ୟରେ ସମନ୍ୱୟର ଭାବନା ରହିଥିବ ।

ବନ୍ଧୁଗଣ,

ଆଗାମୀ ଦିନଗୁଡ଼ିକ ପାଇଁ ଆମ୍ଭମାନଙ୍କୁ ଆମର କ୍ଷମତା, ଗରିବଙ୍କୁ ନିରାପତ୍ତା ଏବଂ ଆମର ନାଗରିକମାନଙ୍କୁ ଭବିଷ୍ୟତ ସୁରକ୍ଷା ଉପରେ ଗୁରୁତ୍ୱାରୋପ କରିବାକୁ ହେବ । ଭାରତ ଏହି ବାଟରେ ଗତି କରୁଛି । ଏକ ପ୍ରତିକ୍ରିୟାଶୀଳ ଲକଡାଉନ୍ ବ୍ୟବସ୍ଥା ସୃଷ୍ଟିରେ ଭାରତ ଅନ୍ୟତମ ପ୍ରଥମ ରାଷ୍ଟ୍ର । ଏକ ଜନସ୍ୱାସ୍ଥ୍ୟ ପଦକ୍ଷେପ ସ୍ୱରୂପ ମାସ୍କ ଓ ମୁହଁ ଢାଙ୍କିବା ପାଇଁ ପ୍ରବର୍ତାଇବାରେ ଭାରତ ଅନ୍ୟତମ ପ୍ରଥମ ରାଷ୍ଟ୍ର । ସାମାଜିକ ଦୂରତା ନେଇ ଆଗୁଆ ଜନ ସଚେତନତା ସୃଷ୍ଟି କରିବାରେ ମଧ୍ୟ ଭାରତ ଅଗ୍ରଣୀ । ରେକର୍ଡ ସମୟ ମଧ୍ୟରେ ମେଡିକାଲ ଭିତ୍ତିଭୂମି ଯଥା- କୋଭିଡ୍ ହସ୍ପିଟାଲ, ଆଇସିୟୁ କ୍ଷମତା ବୃଦ୍ଧି ଅଥବା ଅନ୍ୟ କିଛି ତ୍ୱରାନ୍ୱିତ କରିଛି । ଜାନୁଆରୀରେ ଗୋଟିଏ ଟେଷ୍ଟିଂ ଲାବ୍ ଥିଲା ବେଳେ ଏବେ ଆମ ପାଖରେ ସାରା ଦେଶରେ ପାଖାପାଖି 1600 ଲାବ୍ ରହିଛି ।

ଏସବୁ ପଦକ୍ଷେପର ଫଳସ୍ୱରୂପ 130 କୋଟି ଜନତା ବାସ କରୁଥିବା ଏବଂ ସୀମିତ ସମ୍ବଳ ଥିବା ଏକ ରାଷ୍ଟ୍ରରେ ପ୍ରତି ନିୟୁତ ପିଛା ମୃତ୍ୟୁହାର ବିଶ୍ୱରେ ସର୍ବନିମ୍ନ ରହିଛି । ଆରୋଗ୍ୟ ହାର ମଧ୍ୟ ବଢ଼ିବାରେ ଲାଗିଛି । ମୁଁ ଖୁସି ଯେ ଆମର ବ୍ୟବସାୟ ସମୁଦାୟ, ମୁଖ୍ୟତଃ କ୍ଷୁଦ୍ର ବ୍ୟବସାୟୀ ବେଶ୍ ସକ୍ରିୟ ରହିଛନ୍ତି । ଶୂନରୁ ଆରମ୍ଭ ହୋଇ ଭାରତ ଏବେ ବିଶ୍ୱର ଦ୍ୱିତୀୟ ବୃହତ ପିପିଇ କିଟ୍ ମାନୁଫାକ୍ଚରରରେ ପରିଣତ ହୋଇଛି ।

ଆହ୍ୱାନକୁ ଆହ୍ୱାନ ଦେଇ ଅଧିକ ମଜଭୁତ ହେବା ନେଇ ଭାରତର ଭାବନା ଆଧାରରେ ଏହା ସମ୍ଭବପର ହୋଇଛି । ଗତ କିଛି ମାସ ମଧ୍ୟରେ ଦେଶ କୋଭିଡ୍ ସମେତ ବନ୍ୟା, ଦୁଇ ଦୁଇଟି ବାତ୍ୟା, ପଙ୍ଗପାଳ ଆତଙ୍କ ଭଳି ଅନ୍ୟ ସଙ୍କଟ ସମ୍ମୁଖୀନ ହୋଇଛି । କିନ୍ତୁ ଏହା ଲୋକମାନଙ୍କ ସମସ୍ୟା ସମାଧାନ ପନ୍ଥାକୁ ଅଧିକ ସୁଦୃଢ଼ କରିଛି ।

ବନ୍ଧୁଗଣ,

ସମ୍ପୂର୍ଣ୍ଣ କୋଭିଡ୍-19 ଏବଂ ଲକଡାଉନ୍ କାଳରେ ଭାରତ ସରକାର ଗୋଟିଏ ଜିନିଷକୁ ସ୍ପଷ୍ଟ ରଖିଥିଲେ- ତାହା ହେଲା ଗରିବଙ୍କ ସୁରକ୍ଷିତ ରଖାଯିବ । ଭାରତର ଗରିବ ଲୋକଙ୍କ ପାଇଁ ଅଣାଯାଇଥିବା ‘ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା’ ବିଶ୍ୱରେ ଦେଖିବାକୁ ମିଳିଥିବା ଅନ୍ୟତମ ସର୍ବବୃହତ ସହାୟତା ବ୍ୟବସ୍ଥା । 800 ନିୟୁତ ଲୋକଙ୍କୁ ମାଗଣାରେ ଖାଦ୍ୟ ଶସ୍ୟ ଯୋଗାଇ ଦିଆଯାଉଛି, ଅର୍ଥାତ୍ ଏହାର ୟୁଏସ୍ଏର ଜନସଂଖ୍ୟା ତୁଳନାରେ ଦୁଇଗୁଣା । 80 ନିୟୁତ ପରିବାରକୁ ମାଗଣା ରନ୍ଧନ ଗ୍ୟାସ୍ ଯୋଗାଇ ଦିଆଯାଉଛି । 345 ନିୟୁତ ଚାଷୀ ଓ ଗରିବ ଲୋକଙ୍କୁ ନଗଦ ସହାୟତା ପ୍ରଦାନ କରାଯାଉଛି । ଏହି ସ୍କିମ୍ ପାଖାପାଖି 200 ନିୟୁତ ବ୍ୟକ୍ତିଦିବସ କାର୍ଯ୍ୟ ସୃଷ୍ଟି କରି ପ୍ରବାସୀ ଶ୍ରମିକଙ୍କୁ ନିଯୁକ୍ତି ଦେଇଛି ।

ବନ୍ଧୁଗଣ,

ଏହି ମହାମାରୀ ଅନେକ ଜିନିଷକୁ ପ୍ରଭାବିତ କରିଛି । କିନ୍ତୁ ଏହା 130 କୋଟି ଭାରତୀୟଙ୍କ ଆକାଂକ୍ଷା ଓ ଲକ୍ଷ୍ୟକୁ ପ୍ରଭାବିତ କରିପାରିନାହିଁ । ନିକଟ ମାସଗୁଡ଼ିକରେ ଅନେକ ସୁଦୂରପ୍ରସାରୀ ସଂସ୍କାର ନିଆଯାଇଛି । ଏହା ବ୍ୟବସାୟ କରିବାକୁ ସରଳ କରିଛି ଏବଂ ରେଡ୍-ଟାପିଜିମ୍ ହ୍ରାସ କରିଛି । ବିଶ୍ୱର ସର୍ବବୃହତ ହାଉସିଂ କାର୍ଯ୍ୟକ୍ରମର କାମ ସକ୍ରିୟ ଭାବେ ଚାଲିଛି । ଅକ୍ଷୟ ଶକ୍ତି ଭିତ୍ତିଭୂମି ସମ୍ପ୍ରସାରଣ ହେଉଛି । ରେଳ, ସଡ଼କ ଓ ବିମାନ ସଂଯୋଗକୁ ତ୍ୱରାନ୍ୱିତ କରାଯାଉଛି । ଏକ ରାଷ୍ଟ୍ରୀୟ ଡିଜିଟାଲ ସ୍ୱାସ୍ଥ୍ୟ ମିଶନ ନିର୍ମାଣ ପାଇଁ ଆମ ଦେଶ ଏକ ଅନନ୍ୟ ଡିଜିଟାଲ ମଡେଲ ତିଆରି କରୁଛି । କୋଟି କୋଟି ଲୋକଙ୍କୁ ବ୍ୟାଙ୍କିଙ୍ଗ୍, ଋଣ, ଡିଜିଟାଲ ପେମେଂଟ ସୁବିଧା ଯୋଗାଇବାକୁ ଆମେ ସର୍ବୋତମ ଫିନ୍-ଟେକ୍ ବ୍ୟବହାର କରୁଛୁ । ବିଶ୍ୱଶ୍ରେଣୀୟ ଟେକ୍ନୋଲୋଜି ଓ ବିଶ୍ୱସ୍ତରୀୟ ସର୍ବୋତମ ପ୍ରାକ୍ଟିସ୍ ବ୍ୟବହାର କରି ଏସବୁ କାର୍ଯ୍ୟକ୍ରମ କରାଯାଉଛି ।

ବନ୍ଧୁଗଣ,

ବିଶ୍ୱ ଯୋଗାଣ ଶୃଙ୍ଖଳ କେବଳ ମୂଲ୍ୟ ଆଧାରିତ ହେବା ଅନୁଚିତ ବୋଲି ଏହି ମହାମାରୀ ଦେଖାଇଛି । ଏହା ବିଶ୍ୱାସ ଆଧାରିତ ମଧ୍ୟ ହେବା ଉଚିତ । ଭୌଗୋଳିକ ଶସ୍ତା ସହ କମ୍ପାନିଗୁଡ଼ିକ ଏବେ ବିଶ୍ୱସନୀୟ ଓ ନୀତିଗତ ସ୍ଥିରତାକୁ ଦେଖୁଛନ୍ତି । ଭାରତ ହେଉଛି ଏହି ସ୍ଥାନ, ଯେଉଁଠି ଏସବୁ ଗୁଣ ରହିଛି ।

ଫଳସ୍ୱରୂପ ଭାରତ ଏବେ ବିଦେଶୀ ନିବେଶକଙ୍କ ପାଇଁ ପ୍ରମୁଖ ଆକର୍ଷଣ ପାଲଟିଛି । ଏହା ଆମେରିକା ହେଉ କି ଗଲ୍ଫ, ଅଥବା ୟୁରୋପ କିମ୍ବା ଅଷ୍ଟ୍ରେଲିଆ, ସାରା ବିଶ୍ୱ ଆମକୁ ବିଶ୍ୱାସ କରୁଛି । ଚଳିତ ବର୍ଷ ଆମେ 20 ବିଲିୟନ ଡଲାରର ବିଦେଶୀ ପୁଞ୍ଜିନିବେଶ ଗ୍ରହଣ କରିଛୁ । ଗୁଗୁଲ, ଆମାଜନ ଓ ମୁବାଦଲା ଇନଭେଷ୍ଟମେଣ୍ଟ୍ସ ଭାରତ ପାଇଁ ଦୀର୍ଘମିଆଦୀ ଯୋଜନା ଘୋଷଣା କରିଛନ୍ତି ।

ବନ୍ଧୁଗଣ,

ଭାରତ ଏକ ସ୍ୱଚ୍ଛ ଓ ଆକଳନଯୋଗ୍ୟ ଟିକସ ବ୍ୟବସ୍ଥା ପ୍ରଦାନ କରୁଛି । ଆମର ବ୍ୟବସ୍ଥା ସଚ୍ଚୋଟ ଟିକସଦାତାଙ୍କୁ ପ୍ରୋତ୍ସାହିତ ଓ ସହାୟତା କରିଥାଏ । ଆମର ଜିଏସଟି ଏକ ଏକକ, ସମ୍ପୂର୍ଣ୍ଣ ଆଇଟି ପରିଚାଳିତ ପରୋକ୍ଷ ଟିକସ ବ୍ୟବସ୍ଥା । ଇନସଲଭେନ୍ସି ଆଣ୍ଡ ବ୍ୟାଙ୍କରପ୍ସି କୋଡ୍ ସମ୍ପୂର୍ଣ୍ଣ ଆର୍ଥିକ ବ୍ୟବସ୍ଥା ପାଇଁ ବିପଦ କମ୍ କରିଛି । ଆମର ବ୍ୟାପକ ଶ୍ରମ ସଂସ୍କାର ନିଯୁକ୍ତିଦାତାଙ୍କ ଅନୁପାଳନ ବୋଝ କମାଇବ । ଏହା ଶ୍ରମିକମାନଙ୍କୁ ସାମାଜିକ ନିରାପତ୍ତା ମଧ୍ୟ ପ୍ରଦାନ କରିବ ।

ବନ୍ଧୁଗଣ,

ଅଭିବୃଦ୍ଧି ତ୍ୱରାନ୍ୱିତ କରିବାରେ ପୁଞ୍ଜିନିବେଶର ପ୍ରାଧାନ୍ୟକୁ ଅତିରଞ୍ଜିତ କରାଯାଇପାରିବ ନାହିଁ । ଭାରତକୁ ବିଶ୍ୱର ସର୍ବନିମ୍ନ ଟିକସ ପେଣ୍ଠସ୍ଥଳୀରେ ପରିଣତ କରି ଏବଂ ନୂଆ ମାନୁଫାକ୍ଚରିଂ ୟୁନିଟ୍କୁ ପୁନଶ୍ଚ ପ୍ରୋତ୍ସାହିତ କରି ଆମେ ଉଭୟ ଚାହିଦା ଓ ଯୋଗାଣ ଶୃଙ୍ଖଳକୁ ନିୟନ୍ତ୍ରିତ କରୁଛୁ । ବାଧ୍ୟତାମୂଳକ ଇ-ପ୍ଲାଟଫର୍ମ ଭିତିକ ‘ଫେସ୍ଲେସ୍ ଆସେସମେଂଟ’ ନାଗରିକମାନଙ୍କୁ ଦୀର୍ଘମିଆଦୀ ସୂତ୍ରରେ ସହାୟକ ହେବ । ଟାକ୍ସପେୟର ଚାର୍ଟର୍ ମଧ୍ୟ ଏ ଦିଗରେ ସହାୟତା କରିବ । ବଣ୍ଡ୍ ବଜାରରେ ଲଗାତର ନିୟାମକ ସଂସ୍କାର ନିବେଶକଙ୍କ ପାଇଁ ଇଜ୍ ଅଫ୍ ଆକ୍ସେସକୁ ସୁନିଶ୍ଚିତ କରୁଛି । ଭିତ୍ତିଭୂମି ନିବେଶରେ ସାର୍ବଭୌମ୍ୟ ୱେଲ୍ଥ ଫଣ୍ଡ ଓ ପେନସନ୍ ଫଣ୍ଡକୁ ଟିକସଛାଡ଼ କରାଯାଇଛି । 2019ରେ ଯେତେବେଳେ ଏଫଡିଆଇ ଆଗମନ 1% ଖସିଥିଲା, ଭାରତକୁ ଏଫଡିଆଇ ଆଗମନ 20% ବଢ଼ିଛି । ଏହା ଆମର ଏଫଡିଆଇ ବ୍ୟବସ୍ଥାର ସଫଳତାକୁ ଦର୍ଶାଉଛି । ଉପରୋକ୍ତ ପଦକ୍ଷେପ ଏକ ଉଜ୍ଜ୍ୱଳ ଓ ଅଧିକ ସମୃଦ୍ଧ ଆସନ୍ତାକାଲି ସୁନିଶ୍ଚିତ କରିବ । ଏଗୁଡ଼ିକ ବିଶ୍ୱ ଅର୍ଥନୀତିକୁ ସମୃଦ୍ଧ କରିବାରେ ଅବଦାନ ରଖିବେ ।

ବନ୍ଧୁଗଣ,

ଏକ ଆତ୍ମନିର୍ଭର ଭାରତ ତିଆରି କରିବାକୁ 130 କୋଟି ଭାରତୀୟ ଏକ ମିଶନରେ ଏକତ୍ରିତ ହୋଇଛନ୍ତି । ‘ଆତ୍ମନିର୍ଭର ଭାରତ’ ବିଶ୍ୱ ସହ ଲୋକାଲକୁ ସମ୍ମିଶ୍ରଣ କରିବ । ଏହା ଭାରତର ସବଳତାକୁ ଏକ ଗ୍ଲୋବାଲ ଫୋର୍ସ ମଲ୍ଟିପ୍ଲାଏର ଭାବେ ସୁନିଶ୍ଚିତ କରିବ । ଅନେକ ଥର ଭାରତ ବିଶ୍ୱ ମଙ୍ଗଳ ନେଇ ଆମର ଲକ୍ଷ୍ୟକୁ ପ୍ରଦର୍ଶିତ କରିଛି । ଆମର ବୃହତ ଘରୋଇ ଚାହିଦା ସତ୍ୱେ, ଆମର ବିଶ୍ୱ ଦାୟିତ୍ୱବୋଧରୁ ଆମେ ଦୂରେଇ ଯାଇନୁ । ବିଶ୍ୱର ପ୍ରମୁଖ ଜେନେରିକ୍ ଔଷଧ ଉତ୍ପାଦକ ଭାବେ ଆମେ ବିଶ୍ୱକୁ ଲଗାରତ ଯୋଗାଣ ସୁନିଶ୍ଚିତ କରିଛୁ । କୋଭିଡ୍-19 ପାଇଁ ଟିକା ଗବେଷଣାରେ ଆମେ ଆଗରେ ରହିଛୁ । ଏକ ଆତ୍ମନିର୍ଭର ଓ ଶାନ୍ତିପୂର୍ଣ୍ଣ ଭାରତ ଏକ ଉତ୍ତମ ବିଶ୍ୱକୁ ସୁନିଶ୍ଚିତ କରିବ ।

‘ଆତ୍ମନିର୍ଭର ଭାରତ’ ଭାରତକୁ ଏକ ନିଷ୍କ୍ରିୟ ବଜାରରୁ ବିଶ୍ୱ ମୂଲ୍ୟ ଶୃଙ୍ଖଳରେ ଏକ ସକ୍ରିୟ ମାନୁଫାକ୍ଚରିଂ ହବରେ ପରିଣତ କରିବ ।

ବନ୍ଧୁଗଣ,

ଆଗାମୀ ରାସ୍ତାରେ ସୁଯୋଗ ପୂରି ରହିଛି । ଏହି ସୁଯୋଗଗୁଡ଼ିକ ଉଭୟ ସରକାରୀ ଓ ଘରୋଇ କ୍ଷେତ୍ରରେ ଅଛି । ସେଗୁଡ଼ିକ ଅର୍ଥନୈତିକ କ୍ଷେତ୍ର ତଥା ସାମାଜିକ କ୍ଷେତ୍ରରେ ରହିଛି । ନିକଟରେ ଉନ୍ମୁକ୍ତ ହୋଇଥିବା କ୍ଷେତ୍ରଗୁଡ଼ିକ ହେଲା, କୋଇଲା, ମାଇନିଂ, ରେଳପଥ, ପ୍ରତିରକ୍ଷା, ମହାକାଶ ଓ ଆଣବିକ ଶକ୍ତି ।

ମୋବାଇଲ ଓ ଇଲେକ୍ଟ୍ରୋନିକ୍ସ, ମେଡିକାଲ ଉପକରଣ, ଫାର୍ମା କ୍ଷେତ୍ର ପାଇଁ ଉତ୍ପାଦକ ଲିଙ୍କ୍ଡ ପ୍ରୋତ୍ସାହନ ସ୍କିମ୍ ଶୁଭାରମ୍ଭ ହୋଇଛି- ସେଗୁଡ଼ିକ ବେଶ୍ ଉତ୍ତମ ପ୍ରତିକ୍ରିୟା ମିଳୁଛି । ଅନ୍ୟ ଚାମ୍ପିଅନ୍ କ୍ଷେତ୍ର ପାଇଁ ମଧ୍ୟ ଏଭଳି ସ୍କିମ୍ ଯୋଜନା କରାଯାଇଛି । କୃଷି ବିପଣନରେ ସଂସ୍କାର ଏବଂ 14 ବିଲିଅନ୍ ଡଲାରର କୃଷି ଆର୍ଥିକ ସୁବିଧା ଅନେକ ସୁଯୋଗ ଆଣିଛି ।

ବନ୍ଧୁଗଣ,

ଭାରତରେ ଆହ୍ୱାନ ପାଇଁ ଆପଣମାନଙ୍କ ପାଖରେ ଏଭଳି ଏକ ସରକାର ଅଛି ଯାହାକି ଫଳାଫଳ ପ୍ରଦାନରେ ବିଶ୍ୱାସ ରଖେ । ଏକ ସରକାର ଯାହା ପାଇଁ ଇଜ୍ ଅଫ୍ ଡୁଇଂ ବିଜନେସ୍ ଭଳି ଇଜ୍ ଅଫ୍ ଲିଭିଂ ସମାନ ପ୍ରାଧାନ୍ୟ ରଖେ । ଆପଣମାନେ ଏଭଳି ଏକ ଯୁବ ରାଷ୍ଟ୍ରକୁ ଚାହୁଁଛନ୍ତି, ଯାହାର 65% ଜନସଂଖ୍ୟାର ବୟସ 35 ବର୍ଷରୁ କମ୍ । ଆପଣମାନେ ଏକ ଆକାଂକ୍ଷୀ ରାଷ୍ଟ୍ରକୁ ଚାହୁଁଛନ୍ତି, ଯାହାକି ରାଷ୍ଟ୍ରକୁ ଏକ ନୂଆ ଉଚ୍ଚତାକୁ ନେବାକୁ ନିଷ୍ପତ୍ତି ନେଇଛି । । ଯେତେବେଳେ ଭାରତ ସ୍ୱାଧୀନତାର 75 ବର୍ଷ ପାଳନ କରୁଛି, ଆପଣମାନେ ଏକ ରାଜନୈତିକ ସ୍ଥିରତା ଓ ନୀତିଗତ ପଦକ୍ଷେପ ଜାରି ରଖିଥିବା ରାଷ୍ଟ୍ରକୁ ଚାହୁଁଛନ୍ତି । ଆପଣମାନେ ଏଭଳି ଏକ ରାଷ୍ଟ୍ରକୁ ଚାହୁଁଛନ୍ତି ଯାହା ଗଣତନ୍ତ୍ର ଓ ବିବିଧତା ପ୍ରତି ପ୍ରତିଶ୍ରୁତିବଦ୍ଧ ।

ଆସନ୍ତୁ, ଆମ ସହ ଏହି ଯାତ୍ରାରେ ଏକ ଅଂଶ ହୁଅନ୍ତୁ ।

ଧନ୍ୟବାଦ । ବହୁତ ବହୁତ ଧନ୍ୟବାଦ ।

 
Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Exports may hit $1 Tn in FY27 on new trade deals, tariff cuts

Media Coverage

Exports may hit $1 Tn in FY27 on new trade deals, tariff cuts
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଫେବୃୟାରୀ 10, 2026
February 10, 2026

Stable Banks, Soaring Growth, Sectoral Wins: Celebrating India's Unstoppable Rise in 2026 Under PM Modi