ସାରା ବିଶ୍ୱରୁ ଆସିଥିବା ଅନେକ ଜାହାଜ ହର୍ମୁଜ୍ ପ୍ରଣାଳୀରେ ଫସି ରହିଛନ୍ତି, ଯେଉଁଥିରେ ବହୁ ସଂଖ୍ୟକ ଭାରତୀୟ କ୍ରୁ ସଦସ୍ୟ ଅଛନ୍ତି। ଏହା ଭାରତ ପାଇଁ ମଧ୍ୟ ଚିନ୍ତାର ଏକ ପ୍ରମୁଖ କାରଣ: ପ୍ରଧାନମନ୍ତ୍ରୀ
ଏପରି ଏକ ଗମ୍ଭୀର ପରିସ୍ଥିତିରେ, ଭାରତ ସଂସଦର ଏହି ଉଚ୍ଚ ସଦନ ସମଗ୍ର ବିଶ୍ୱକୁ ଶାନ୍ତି ଏବଂ ଆଲୋଚନାର ଏକ ମିଳିତ ବାର୍ତ୍ତା ପଠାଇବା ଗୁରୁତ୍ୱପୂର୍ଣ୍ଣ: ପ୍ରଧାନମନ୍ତ୍ରୀ
ପ୍ରାୟ ୧୦ ନିୟୁତ ଭାରତୀୟ ଉପସାଗରୀୟ ଦେଶଗୁଡ଼ିକରେ ବାସ କରନ୍ତି ଏବଂ କାମ କରନ୍ତି। ସେମାନଙ୍କ ଜୀବନ ଏବଂ ଜୀବିକାର ସୁରକ୍ଷା ମଧ୍ୟ ଭାରତ ପାଇଁ ଏକ ଚିନ୍ତାର ବିଷୟ: ପ୍ରଧାନମନ୍ତ୍ରୀ
ପଶ୍ଚିମ ଏସିଆରେ ଯୁଦ୍ଧ ଆରମ୍ଭ ହେବାର ତିନି ସପ୍ତାହରୁ ଅଧିକ ସମୟ ବିତିଗଲାଣି। ଏହି ଯୁଦ୍ଧ ସାରା ବିଶ୍ୱରେ ଏକ ଗମ୍ଭୀର ଶକ୍ତି ସଙ୍କଟ ସୃଷ୍ଟି କରିଛି: ପ୍ରଧାନମନ୍ତ୍ରୀ
ବାଣିଜ୍ୟିକ ଜାହାଜ ଉପରେ ଆକ୍ରମଣ ଏବଂ ହର୍ମୁଜ୍ ପ୍ରଣାଳୀ ଭଳି ଅନ୍ତର୍ଜାତୀୟ ଜଳପଥରେ ବାଧା ସୃଷ୍ଟି କରିବା ଗ୍ରହଣୀୟ ନୁହେଁ: ପ୍ରଧାନମନ୍ତ୍ରୀ
ଭାରତ ନାଗରିକ, ନାଗରିକ ଭିତ୍ତିଭୂମି ଏବଂ ଶକ୍ତି ତଥା ପରିବହନ ଭିତ୍ତିଭୂମି ଉପରେ ଆକ୍ରମଣକୁ ନିନ୍ଦା କରେ: ପ୍ରଧାନମନ୍ତ୍ରୀ
ଯୁଦ୍ଧ ଆରମ୍ଭ ହେବା ପରଠାରୁ, ମୁଁ ପଶ୍ଚିମ ଏସିଆର ଅଧିକାଂଶ ଦେଶର ରାଷ୍ଟ୍ରମୁଖ୍ୟଙ୍କ ସହିତ ଦୁଇ ଥର ଫୋନ୍ ମାଧ୍ୟମରେ ଆଲୋଚନା କରିଛି: ପ୍ରଧାନମନ୍ତ୍ରୀ
ଆମେ ସମସ୍ତ ଉପସାଗରୀୟ ଦେଶ ସହିତ ନିରନ୍ତର ଯୋଗାଯୋଗରେ ଅଛୁ। ଆମେ ଇରାନ, ଇସ୍ରାଏଲ ଏବଂ ଆମେରିକା ସହିତ ମଧ୍ୟ ଯୋଗାଯୋଗରେ ଅଛୁ: ପ୍ରଧାନମନ୍ତ୍ରୀ
ଆମର ଲକ୍ଷ୍ୟ ହେଉଛି ଆଲୋଚନା ଏବଂ କୂଟନୀତି ମାଧ୍ୟମରେ ଏହି ଅଞ୍ଚଳରେ ଶାନ୍ତି ଫେରାଇ ଆଣିବା: ପ୍ରଧାନମନ୍ତ୍ରୀ
ଆମେ ସେମାନଙ୍କ ସହିତ ଉତ୍ତେଜନା ହ୍ରାସ କରିବା ଏବଂ ହର୍ମୁଜ୍ ପ୍ରଣାଳୀକୁ ପୁନଃ ଖୋଲିବା ବିଷୟରେ ମଧ୍ୟ ଆଲୋଚନା କରିଛୁ: ପ୍ରଧାନମନ୍ତ୍ରୀ
ଏହି ଯୁଦ୍ଧ ଭଳି ପରିବେଶରେ ମଧ୍ୟ ଭାରତୀୟ ଜାହାଜର ସୁରକ୍ଷିତ ପଥ ସୁନିଶ୍ଚିତ କରିବା ପାଇଁ ଭାରତ କୂଟନୀତି ମାଧ୍ୟମରେ ନିରନ୍ତର ପ୍ରୟାସ କରୁଛି: ପ୍ରଧାନମନ୍ତ୍ରୀ
ଯୁଦ୍ଧ ଆରମ୍ଭ ହେବା ପରଠାରୁ, ହର୍ମୁଜ୍ ପ୍ରଣାଳୀ ଦେଇ ଜାହାଜର ପଥ ଅତ୍ୟନ୍ତ ଆହ୍ବାନମୂଳକ ହୋଇପଡୁଛି। କିନ୍ତୁ ଏହି ପ୍ରତିକୂଳ ପରିସ୍ଥିତି ସତ୍ତ୍ୱେ, ଆମର ସରକାର ଆଲୋଚନା ଏବଂ କୂଟନୀତି ମାଧ୍ୟମରେ ଆଗକୁ ବଢିବାକୁ ଚେଷ୍ଟା କରୁଛି: ପ୍ରଧାନମନ୍ତ୍ରୀ
ଯେତେବେଳେ ସମ୍ଭବ ହୁଏ ତେଲ ଏବଂ ଗ୍ୟାସ ଯୋଗାଣ ଭାରତରେ ପହଞ୍ଚୁ ତାହା ନିଶ୍ଚିତ କରିବା ପାଇଁ ପ୍ରୟାସ କରାଯାଉଛି। ଦେଶ ଏପରି ପ୍ରତ୍ୟେକ ପ୍ରୟାସର ଫଳାଫଳ ଦେଖୁଛି: ପ୍ରଧାନମନ୍ତ୍ରୀ
ଗତ କିଛି ଦିନ ମଧ୍ୟରେ, ବିଶ୍ୱର ଅନେକ ଦେଶରୁ ଅଶୋଧିତ ତେଲ ଏବଂ ଏଲପିଜି ବହନ କରୁଥିବା ଜାହାଜ ଭାରତରେ ପହଞ୍ଚିଛି। ଆଗାମୀ ଦିନରେ ଏହି ଦିଗରେ ଆମର ପ୍ରୟାସ ଜାରି ରହିବ: ପ୍ରଧାନମନ୍ତ୍ରୀ
ଆମର ଅର୍ଥନୀତିର ମୂଳଦୁଆ ଦୃଢ଼; ସରକାର ଦ୍ରୁତ ଗତିରେ ବିକଶିତ ହେଉଥିବା ପରିସ୍ଥିତି ଉପରେ କଡ଼ା ନଜର ରଖିଛି: ପ୍ରଧାନମନ୍ତ୍ରୀ
ସରକାର କ୍ଷୁଦ୍ର, ମଧ୍ୟମ ଏବଂ ଦୀର୍ଘକାଳୀନ ପ୍ରତ୍ୟେକ ପ୍ରଭାବକୁ ମୁକାବିଲା କରିବା ପାଇଁ ଏକ ରଣନୀତି ସହିତ କାର୍ଯ୍ୟ କରୁଛି: ପ୍ରଧାନମନ୍ତ୍ରୀ
ସରକାର ପର୍ଯ୍ୟାପ୍ତ ପରିମାଣର ସାର ଯୋଗାଣ ସୁନିଶ୍ଚିତ କରିବା ପାଇଁ ଆବଶ୍ୟକ ପ୍ରସ୍ତୁତି କରିଛି: ପ୍ରଧାନମନ୍ତ୍ରୀ
କୃଷକମାନଙ୍କୁ କୌଣସି ସଙ୍କଟର ବୋଝ ବହନ କରିବାକୁ ନପଡ଼େ ସେଥିପାଇଁ ସରକାର ନିରନ୍ତର ପ୍ରୟାସ କରୁଛି: ପ୍ରଧାନମନ୍ତ୍ରୀ
ମୁଁ ପୁଣି ଥରେ ଦେଶର ଚାଷୀମାନଙ୍କୁ ଆଶ୍ୱସ୍ତ କରିବାକୁ ଚାହୁଁଛି ଯେ ପ୍ରତ୍ୟେକ ଆହ୍ବାନର ମୁକାବିଲା ପାଇଁ ସରକାର ସେମାନଙ୍କ ସହିତ ରହିଛନ୍ତି: ପ୍ରଧାନମନ୍ତ୍ରୀ

ମାନ୍ୟବର ଅଧ୍ୟକ୍ଷ ମହୋଦୟ,

 

ଆମେ ସମସ୍ତେ ପଶ୍ଚିମ ଏସିଆରେ ଚାଲିଥିବା ଯୁଦ୍ଧ ଏବଂ ଏହାର ପରିଣାମସ୍ୱରୂପ ପରିସ୍ଥିତି ବିଷୟରେ ଅବଗତ। ଏହି କଠିନ ପରିସ୍ଥିତି ଉପରେ ସରକାରଙ୍କ ମତାମତ ରଖିବା ପାଇଁ ମୁଁ ଆଜି ସଂସଦର ଉଚ୍ଚ ସଦନ ସମ୍ମୁଖରେ ତଥା ଦେଶବାସୀଙ୍କ ସମ୍ମୁଖରେ ଉପସ୍ଥିତ ହୋଇଛି। ପଶ୍ଚିମ ଏସିଆରେ ଏହି ଯୁଦ୍ଧ ତିନି ସପ୍ତାହରୁ ଅଧିକ ସମୟ ଧରି ଚାଲିଛି। ଏହି ଯୁଦ୍ଧ ସାରା ବିଶ୍ୱରେ ଏକ ଗୁରୁତର ଶକ୍ତି ସଙ୍କଟ ସୃଷ୍ଟି କରିଛି। ଭାରତ ପାଇଁ ମଧ୍ୟ ଏହି ପରିସ୍ଥିତି ଚିନ୍ତାଜନକ। ଏହି ଯୁଦ୍ଧ ଆମର ବ୍ୟବସାୟିକ ପଥକୁ ପ୍ରଭାବିତ କରୁଛି। ଏହାର ପ୍ରଭାବରେ ପେଟ୍ରୋଲ, ଡିଜେଲ, ଗ୍ୟାସ ଏବଂ ସର ଭଳି ଆବଶ୍ୟକ ସାମଗ୍ରୀର ନିୟମିତ ଯୋଗାଣ ବାଧାପ୍ରାପ୍ତ ହେଉଛି। ପ୍ରାୟ ୧ କୋଟି ଭାରତୀୟ ଉପସାଗରୀୟ ଦେଶଗୁଡ଼ିକରେ ବସବାସ କରନ୍ତି ଏବଂ କାମ କରନ୍ତି। ସେମାନଙ୍କ ଜୀବନ ଓ ଜୀବିକାର ସୁରକ୍ଷା ମଧ୍ୟ ଭାରତ ପାଇଁ ଏକ ପ୍ରମୁଖ ଚିନ୍ତାର ବିଷୟ। ବିଶ୍ୱର ବିଭିନ୍ନ ସ୍ଥାନରୁ ଅସଂଖ୍ୟ ଜାହାଜ ହରମୁଜ୍ ପ୍ରଣାଳୀରେ ଅଟକି ରହିଛି, ଯେଉଁଥିରେ ବହୁ ସଂଖ୍ୟକ ଭାରତୀୟ କ୍ରୁ ସଦସ୍ୟ ଅଛନ୍ତି। ଏହା ଭାରତ ପାଇଁ ମଧ୍ୟ ଏକ ବଡ଼ ଚିନ୍ତାର ବିଷୟ। ଏପରି ଏକ କଠିନ ପରିସ୍ଥିତିରେ, ଭାରତୀୟ ସଂସଦର ଏହି ଉଚ୍ଚ ସଦନରୁ ସମଗ୍ର ବିଶ୍ୱକୁ ଶାନ୍ତି ଏବଂ ଆଲୋଚନା ପାଇଁ ଏକ ମିଳିତ ସ୍ୱର ଶୁଣାଯିବା ଅତ୍ୟନ୍ତ ଜରୁରୀ।

 

ଅଧ୍ୟକ୍ଷ ମହୋଦୟ,

 

ଯୁଦ୍ଧ ଆରମ୍ଭ ହେବା ପରଠାରୁ, ମୁଁ ପଶ୍ଚିମ ଏସିଆର ଅଧିକାଂଶ ଦେଶର ରାଷ୍ଟ୍ରମୁଖ୍ୟଙ୍କ ସହିତ ଦୁଇ ପର୍ଯ୍ୟାୟରେ ଫୋନରେ କଥାହୋଇଛି। ଆମେ ସମସ୍ତ ଉପସାଗରୀୟ ଦେଶ ସହିତ ନିରନ୍ତର ଯୋଗାଯୋଗରେ ଅଛୁ। ଆମେ ଇରାନ, ଇସ୍ରାଏଲ ଏବଂ ଆମେରିକା ସହିତ ମଧ୍ୟ ଯୋଗାଯୋଗରେ ଅଛୁ। ଆମର ଲକ୍ଷ୍ୟ ହେଉଛି ଆଲୋଚନା ଏବଂ କୂଟନୀତି ମାଧ୍ୟମରେ ଏହି ଅଞ୍ଚଳରେ ଶାନ୍ତି ଫେରାଇ ଆଣିବା। ଆମେ ଉତ୍ତେଜନା ହ୍ରାସ ଏବଂ ହରମୁଜ୍ ପ୍ରଣାଳୀ ଖୋଲିବା ବିଷୟରେ ମଧ୍ୟ ଆଲୋଚନା କରିଛୁ। ବାଣିଜ୍ୟିକ ଜାହାଜ ଉପରେ ଆକ୍ରମଣ ଏବଂ ହରମୁଜ୍ ପ୍ରଣାଳୀ ଭଳି ଅନ୍ତର୍ଜାତୀୟ ଜଳପଥରେ ବାଧା ସୃଷ୍ଟି କରିବା ଗ୍ରହଣୀୟ ନୁହେଁ। ଭାରତ ନାଗରିକ, ନାଗରିକ ଭିତ୍ତିଭୂମି ଏବଂ ଶକ୍ତି ଓ ପରିବହନ ଭିତ୍ତିଭୂମି ଉପରେ ଆକ୍ରମଣକୁ ନିନ୍ଦା କରିଛି। କୂଟନୀତି ମାଧ୍ୟମରେ, ଭାରତ ଏହି ଯୁଦ୍ଧରେ ମଧ୍ୟ ଭାରତୀୟ ଜାହାଜର ନିରାପଦ ପଥ ସୁନିଶ୍ଚିତ କରିବା ପାଇଁ ନିରନ୍ତର ପ୍ରୟାସ କରୁଛି। ଭାରତ ଏହି ସମସ୍ୟାର ସମାଧାନ ପାଇଁ ଆଲୋଚନାକୁ ପଥ ଭାବରେ ସମର୍ଥନ କରିଛି। ଏହି ଯୁଦ୍ଧରେ କାହାର ଜୀବନ ବିପଦରେ ପକାଇବା ମାନବତା ପାଇଁ ହିତକର ନୁହେଁ। ତେଣୁ, ଭାରତର ନିରନ୍ତର ପ୍ରୟାସ ହେଉଛି ସମସ୍ତ ପକ୍ଷଙ୍କୁ ଯଥାଶୀଘ୍ର ଏକ ଶାନ୍ତିପୂର୍ଣ୍ଣ ସମାଧାନରେ ପହଞ୍ଚିବାକୁ ଉତ୍ସାହିତ କରିବା।

 

ଅଧ୍ୟକ୍ଷ ମହୋଦୟ,

 

ସଙ୍କଟ ସମୟରେ ଦେଶ ଓ ବିଦେଶରେ ଭାରତୀୟଙ୍କ ସୁରକ୍ଷା ଆମ ପାଇଁ ସର୍ବୋଚ୍ଚ ପ୍ରାଥମିକତା। ଯୁଦ୍ଧ ଆରମ୍ଭ ହେବା ପରଠାରୁ, ୩୭୫,୦୦୦ ରୁ ଅଧିକ ଭାରତୀୟ ସୁରକ୍ଷିତ ଭାବରେ ଭାରତ ଫେରିଛନ୍ତି। ୧,୦୦୦ ରୁ ଅଧିକ ଭାରତୀୟ କେବଳ ଇରାନରୁ ସୁରକ୍ଷିତ ଭାବରେ ଫେରି ଆସିଛନ୍ତି, ଯେଉଁଥିରେ ୭୦୦ ରୁ ଅଧିକ ଯୁବ ଡାକ୍ତରୀ ଛାତ୍ର ମଧ୍ୟ ଅଛନ୍ତି। ଏହି ସଙ୍କଟ ସମୟରେ ଆମ ସରକାର ଅତ୍ୟନ୍ତ ସମ୍ବେଦନଶୀଳତାର ସହିତ ପ୍ରତିକ୍ରିୟା ଦେଉଛି। ସମସ୍ତ ଦେଶ ସେଠାରେ ଥିବା ଭାରତୀୟଙ୍କ ସୁରକ୍ଷାକୁ ନିଶ୍ଚିତ କରିଛନ୍ତି। କିନ୍ତୁ, ଏହା ଅତ୍ୟନ୍ତ ଦୁଃଖର ବିଷୟ ଯେ,  ଆକ୍ରମଣ ଫଳରେ କିଛି ଭାରତୀୟଙ୍କର ମୃତ୍ୟୁ ହୋଇଛି ଏବଂ କିଛି ଆହତ ହୋଇଛନ୍ତି। ଏପରି କଠିନ ପରିସ୍ଥିତିରେ ପରିବାରସଦସ୍ୟମାନଙ୍କୁ ଆବଶ୍ୟକ ସହାୟତା ଦିଆଯାଉଛି ଏବଂ ଆହତମାନଙ୍କ ପାଇଁ ଉତ୍ତମ ଚିକିତ୍ସା ସୁନିଶ୍ଚିତ କରାଯାଉଛି।

 

ଅଧ୍ୟକ୍ଷ ମହୋଦୟ,

 

ହର୍ମୁଜ୍ ପ୍ରଣାଳୀ ବିଶ୍ୱ ବାଣିଜ୍ୟ ପାଇଁ ସବୁଠାରୁ ବଡ଼ ମାର୍ଗ ମଧ୍ୟରୁ ଗୋଟିଏ। ବିଶେଷକରି ଅଶୋଧିତ ତୈଳ, ଗ୍ୟାସ ଏବଂ ସାର, ଏହି ଅଞ୍ଚଳ ଦେଇ ଯଥେଷ୍ଟ ପରିମାଣରେ ପରିବହନ କରାଯାଏ। ଯୁଦ୍ଧ ପରେ ଏହି ପଥରେ ଜାହାଜଗୁଡ଼ିକର ଆଗମନ-ପ୍ରସ୍ଥାନ ବହୁତ କଠିନ ହୋଇପଡ଼ିଛି, ତଥାପି, ପ୍ରତିକୂଳ ପରିସ୍ଥିତି ସତ୍ତ୍ୱେ, ଆମ ସରକାର ଆଲୋଚନା ଏବଂ କୂଟନୀତି ମାଧ୍ୟମରେ ରାସ୍ତା ଖୋଜିବାର ପ୍ରୟାସ କରିଛି।  ଆମର ପ୍ରୟାସ ହେଉଛି ଯେ, ଯେକୌଣସି ସ୍ଥାନରୁ ସମ୍ଭବ ତେଲ ଏବଂ ଗ୍ୟାସ ଯୋଗାଣ ଭାରତରେ ପହଞ୍ଚିବା ନିଶ୍ଚିତ କରିବା। ଦେଶ ଏପରି ପ୍ରତ୍ୟେକ ପ୍ରୟାସର ଫଳାଫଳ ଦେଖୁଛି। ଗତ କିଛି ଦିନ ମଧ୍ୟରେ ବିଶ୍ୱର ଅନେକ ଦେଶରୁ ଅଶୋଧିତ ତେଲ ଏବଂ ଏଲପିଜି ବୋଝେଇ ଜାହାଜ ଭାରତରେ ପହଞ୍ଚିଛି। ଆଗାମୀ ଦିନରେ ଏହି ଦିଗରେ ଆମର ପ୍ରୟାସ ଜାରି ରହିବ।

 

ଅଧ୍ୟକ୍ଷ ମହୋଦୟ,

 

ଭାରତର ପ୍ରୟାସ ହେଉଛି ଯେ, ତେଲ, ଗ୍ୟାସ କିମ୍ବା ସାର ହେଉ ଅତ୍ୟାବଶ୍ୟକୀୟ ସାମଗ୍ରୀ ବହନ କରୁଥିବା ଜାହାଜଗୁଡ଼ିକ ସୁରକ୍ଷିତ ଭାବରେ ଭାରତରେ ପହଞ୍ଚିବ। କିନ୍ତୁ, ଯଦି ଏହି ଯୁଦ୍ଧ ଦ୍ୱାରା ସୃଷ୍ଟି ହୋଇଥିବା ବିଶ୍ୱ ପରିସ୍ଥିତି ଦୀର୍ଘ ସମୟ ପର୍ଯ୍ୟନ୍ତ ଜାରି ରହେ, ତେବେ ଗମ୍ଭୀର ପରିଣାମ ସୃଷ୍ଟି ହେବା ନିଶ୍ଚିତ। ତେଣୁ, ଭାରତ ଏହାର ସ୍ଥିରତା ବୃଦ୍ଧି କରିବା ପାଇଁ ଗତ ବର୍ଷଗୁଡ଼ିକରେ କରାଯାଇଥିବା ପ୍ରୟାସକୁ ତ୍ୱରାନ୍ୱିତ କରୁଛି।

 

ଶ୍ରୀଯୁକ୍ତ ଅଧ୍ୟକ୍ଷ,

 

କୌଣସି ସଙ୍କଟ ଆସିଲେ ଆମର ସାହସ ଏବଂ ଆମର ପ୍ରୟାସ ଉଭୟ ପରୀକ୍ଷା ହୁଏ। ଏପରି ସଙ୍କଟ ପାଇଁ ଦେଶକୁ ଭଲ ଭାବରେ ପ୍ରସ୍ତୁତ କରିବା ପାଇଁ ଗତ ୧୧ ବର୍ଷ ମଧ୍ୟରେ ନିରନ୍ତର ନିଷ୍ପତ୍ତି ନିଆଯାଇଛି। ଶକ୍ତି ଆମଦାନୀର ବିବିଧତା ଏପରି ପ୍ରୟାସର ଏକ ଅଂଶ। ପୂର୍ବରୁ, ୨୭ ଦେଶରୁ ସେମାନଙ୍କର ଶକ୍ତି ଆବଶ୍ୟକତା ପାଇଁ ଅଶୋଧିତ ତୈଳ, ଏଲ୍‌ଏନ୍‌ଜି ଏବଂ ଏଲ୍‌ପିଜି ଆମଦାନୀ କରାଯାଉଥିଲା। ଆଜି, ଭାରତ ୪୧ ଦେଶରୁ ଶକ୍ତି ଆମଦାନୀ କରୁଛି। ଗତ ଦଶନ୍ଧି ମଧ୍ୟରେ, ଭାରତ ଏହି ସଙ୍କଟ ସମୟରେ ଅଶୋଧିତ ତୈଳ ସଂରକ୍ଷଣକୁ ପ୍ରାଥମିକତା ଦେଇଛି। ଆମର ତୈଳ କମ୍ପାନୀଗୁଡ଼ିକ ସଙ୍କଟ ସମୟରେ ପେଟ୍ରୋଲ ଏବଂ ଡିଜେଲର ବିପୁଳ ଭଣ୍ଡାର ବଜାୟ ରଖିଛନ୍ତି। ଗତ ୧୧ ବର୍ଷ ମଧ୍ୟରେ, ୫.୩ ନିୟୁତ ମେଟ୍ରିକ୍ ଟନ୍ ରୁ ଅଧିକ ରଣନୈତିକ ପେଟ୍ରୋଲିୟମ୍ ସଂରକ୍ଷଣ ବିକଶିତ ହୋଇଛି, ଏବଂ ଦେଶ ୬.୫ ନିୟୁତ ମେଟ୍ରିକ୍ ଟନ୍ ରୁ ଅଧିକ ଭଣ୍ଡାର ସୃଷ୍ଟି କରିବା ପାଇଁ କାର୍ଯ୍ୟ କରୁଛି। ଏହା ବ୍ୟତୀତ, ଗତ ଦଶନ୍ଧିରେ ଭାରତର ବିଶୋଧନ କ୍ଷମତା ଯଥେଷ୍ଟ ବୃଦ୍ଧି ପାଇଛି। ଆପଣଙ୍କ ମାଧ୍ୟମରେ, ମୁଁ ଗୃହ ଏବଂ ଦେଶକୁ ଜଣାଇବାକୁ ଚାହୁଛି ଯେ, ଭାରତରେ ପର୍ଯ୍ୟାପ୍ତ ଅଶୋଧିତ ତୈଳ ସଂରକ୍ଷଣ ଏବଂ ନିରବଚ୍ଛିନ୍ନ ଯୋଗାଣ ବ୍ୟବସ୍ଥା ଅଛି।

 

ଅଧ୍ୟକ୍ଷ ମହୋଦୟ,

 

ଆମର ସରକାର ଇନ୍ଧନର ଯେକୌଣସି ଏକକ ଉତ୍ସ ଉପରେ ଅତ୍ୟଧିକ ନିର୍ଭରଶୀଳତା ଏଡାଇବାକୁ ଚେଷ୍ଟା କରୁଛି। ସରକାର ଘରୋଇ ଗ୍ୟାସ ଯୋଗାଣରେ ଏଲ୍‌ପିଜି ବ୍ୟତୀତ ପିଏନ୍‌ଜି ଉପରେ ଗୁରୁତ୍ୱ ଦେଉଛି। ଗତ ଦଶନ୍ଧିରେ ଦେଶରେ ପିଏନଜି ସଂଯୋଗରେ ଅଭୂତପୂର୍ବ ବୃଦ୍ଧି ଘଟିଛି ଏବଂ ସମ୍ପ୍ରତି ଏହି କାମକୁ ଆହୁରି ତ୍ୱରାନ୍ୱିତ କରାଯାଇଛି। ଏହା ବ୍ୟତୀତ, ଘରୋଇ ଏଲ୍‌ପିଜି ଉତ୍ପାଦନକୁ ଉଲ୍ଲେଖନୀୟ ଭାବରେ ବୃଦ୍ଧି କରିବା ପାଇଁ ପ୍ରୟାସ କରାଯାଉଛି।

 

ଅଧ୍ୟକ୍ଷ ମହୋଦୟ,

 

ବିଗତ ବର୍ଷଗୁଡ଼ିକରେ, ସରକାର ପ୍ରତ୍ୟେକ କ୍ଷେତ୍ରରେ ଅନ୍ୟ ଦେଶ ଉପରେ ନିର୍ଭରଶୀଳତା ହ୍ରାସ କରିବାକୁ ନିରନ୍ତର ପ୍ରୟାସ କରିଆସିଛନ୍ତି। ଆମେ କ୍ରମାଗତ ଭାବରେ ଆତ୍ମନିର୍ଭରଶୀଳ ହେଉଛୁ; ଏହା ଏକମାତ୍ର ବିକଳ୍ପ। ଯେହେତୁ ଭାରତର ୯୦% ରୁ ଅଧିକ ତୈଳ ବିଦେଶୀ ଜାହାଜରେ ପରିବହନ କରାଯାଏ, ଏହି ପରିସ୍ଥିତି ଯେକୌଣସି ବିଶ୍ୱ ସଙ୍କଟରେ ଭାରତର ସ୍ଥିତିକୁ ଆହୁରି ଗୁରୁତ୍ୱପୂର୍ଣ୍ଣ କରିଥାଏ। ତେଣୁ, ସରକାର ଭାରତରେ ତିଆରି ଜାହାଜ ନିର୍ମାଣ ପାଇଁ ପ୍ରାୟ ₹୭୦,୦୦୦ କୋଟି ଟଙ୍କାର ଏକ ଅଭିଯାନ ଆରମ୍ଭ କରିଛନ୍ତି। ଭାରତ ଆଜି ଶିପ୍ ବିଲ୍ଡିଂ, ଶିପ୍ ବ୍ରେକିଂ, ମେଣ୍ଟେନାନ୍ସ ଏବଂ ଓଭରହଲିଂ ଭଳି ସମସ୍ତ ସୁବିଧାର ବିକାଶରେ ଦ୍ରୁତ ଗତିରେ କାମ କରୁଛି। ଭାରତ ଏହାର ପ୍ରତିରକ୍ଷା କ୍ଷେତ୍ରକୁ ମଧ୍ୟ ଅଧିକ ଶକ୍ତିଶାଳୀ କରୁଛି। ଗତ ଦଶନ୍ଧି ଧରି କରାଯାଇଥିବା ପ୍ରୟାସ ଯୋଗୁଁ, ଭାରତ ଏବେ ଏହାର ଅଧିକାଂଶ ଅସ୍ତ୍ରଶସ୍ତ୍ର ଆବଶ୍ୟକତା ଭାରତରେ ଉତ୍ପାଦନ କରୁଛି। ଗୋଟିଏ ସମୟ ଥିଲା ଯେତେବେଳେ ଭାରତ ଏପିଆଇ ପାଇଁ ଅନ୍ୟ ଦେଶ ଉପରେ ଅତ୍ୟଧିକ ନିର୍ଭରଶୀଳ ଥିଲା, ଯାହା ଏକ ଜୀବନ ରକ୍ଷାକାରୀ ଔଷଧର କଞ୍ଚାମାଲ। ବର୍ଷ ବର୍ଷ ଧରି, ଦେଶ ଭାରତ ଭିତରେ ଏକ ଏପିଆଇ ଇକୋସିଷ୍ଟମ ନିର୍ମାଣ ପାଇଁ ଅନେକ ପ୍ରୟାସ କରିଛି। ସେହିପରି, ବିରଳ ମୃତ୍ତିକା ଖଣିଜ ପଦାର୍ଥ ଉପରେ ବୈଦେଶିକ ନିର୍ଭରତା ହ୍ରାସ କରିବା ପାଇଁ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନିଆଯାଉଛି।

 

ସମ୍ମାନୀୟ ଅଧ୍ୟକ୍ଷ ମହୋଦୟ,

 

ବର୍ତ୍ତମାନର ସଙ୍କଟ ସମଗ୍ର ବିଶ୍ୱ ଅର୍ଥନୀତିକୁ ଦୋହଲାଇ ଦେଇଛି। ପଶ୍ଚିମ ଏସିଆରେ ହୋଇଥିବା କ୍ଷତିରୁ ମୁକ୍ତି ପାଇବା ପାଇଁ ବିଶ୍ୱକୁ ଅନେକ ସମୟ ଲାଗିବ। ଭାରତ ଉପରେ ଏହି ମହାମାରୀ ପ୍ରଭାବକୁ କମ କରିବା ପାଇଁ ନିରନ୍ତର ପ୍ରୟାସ କରାଯାଉଛି। ଆମର ଅର୍ଥନୀତିର ମୌଳିକତା ଦୃଢ଼, ଏବଂ ସରକାର ସର୍ବଦା ପରିବର୍ତ୍ତିତ ପରିସ୍ଥିତି ଉପରେ କଡ଼ା ନଜର ରଖିଛି। ସମସ୍ତ କ୍ଷଣସ୍ଥାୟୀ, ମଧ୍ୟମକାଳୀନ ଏବଂ ଦୀର୍ଘକାଳୀନ ପ୍ରଭାବକୁ ସମାଧାନ କରିବା ନିମନ୍ତେ ଏକ ରଣନୀତି ବିକଶିତ କରିବା ଦିଗରେ ସରକାର କାର୍ଯ୍ୟ କରୁଛନ୍ତି। ଭାରତ ସରକାର ଏକ ଆନ୍ତଃ-ମନ୍ତ୍ରଣାଳୟ ଗୋଷ୍ଠୀ ମଧ୍ୟ ଗଠନ କରିଛନ୍ତି। ଏହି ଗୋଷ୍ଠୀ ନିୟମିତ ଭାବରେ ଆମର ଆମଦାନୀ ଏବଂ ରପ୍ତାନୀ ସମ୍ମୁଖୀନ ହେଉଥିବା ସମସ୍ତ ଚ୍ୟାଲେଞ୍ଜର ମୂଲ୍ୟାଙ୍କନ କରିବା ପାଇଁ ସମୀକ୍ଷା ବୈଠକ କରେ। ଏହା ନିରନ୍ତର ଭାବରେ ଆବଶ୍ୟକୀୟ ସମାଧାନ ଉପରେ କାର୍ଯ୍ୟ କରିଆସୁଛି। କୋଭିଡ୍‌-୧୯ ମହାମାରୀ ସମୟରେ ବିଭିନ୍ନ କ୍ଷେତ୍ରରେ ଚ୍ୟାଲେଞ୍ଜର ମୁକାବିଲା ପାଇଁ ଯେପରି ରପ୍ତାନିକାରୀ ଏବଂ ଅଧିକାରୀମାନଙ୍କର ସଶକ୍ତ ଗୋଷ୍ଠୀ ଗଠନ କରାଯାଇଥିଲା, ସେହିପରି ଗତକାଲି ସାତଟି ନୂତନ ସଶକ୍ତ ଗୋଷ୍ଠୀ ଗଠନ କରାଯାଇଥିଲା। ଏହି ଗୋଷ୍ଠୀଗୁଡ଼ିକ ଯୋଗାଣ ଶୃଙ୍ଖଳ, ପେଟ୍ରୋଲ-ଡିଜେଲ, ସାର, ଗ୍ୟାସ ଏବଂ ମୁଦ୍ରାସ୍ଫୀତି ଭଳି ପ୍ରସଙ୍ଗରେ ଦ୍ରୁତ ଓ ଦୀର୍ଘକାଳୀନ ରଣନୀତି ବିକଶିତ କରିବା ପାଇଁ କାର୍ଯ୍ୟ କରିବେ। ମୋର ପୁରା ବିଶ୍ୱାସ ଯେ, ଏହି ମିଳିତ ପ୍ରୟାସ ମାଧ୍ୟମରେ, ଆମେ ପରିସ୍ଥିତିକୁ ଭଲ ଭାବରେ ମୁକାବିଲା କରିପାରିବୁ।

 

ଆଦରଣୀୟ ଅଧ୍ୟକ୍ଷ ମହୋଦୟ,

 

ଆସନ୍ତା ବିହନ ବୁଣା ଋତୁରେ ଚାଷୀମାନଙ୍କୁ ପର୍ଯ୍ୟାପ୍ତ ସାର ଉପଲବ୍ଧ କରାଇବା ପାଇଁ ସରକାର ମଧ୍ୟ ପ୍ରୟାସ କରୁଛନ୍ତି। ସରକାର ପର୍ଯ୍ୟାପ୍ତ ପରିମାଣରେ ସାର ଯୋଗାଣ ପାଇଁ ଆବଶ୍ୟକ ପ୍ରସ୍ତୁତି କରିଛନ୍ତି। ଚାଷୀମାନେ ଯେପରି କୌଣସି ସଙ୍କଟରେ ଚାପଗ୍ରସ୍ତ ନ ହୁଅନ୍ତି ସେଥିପାଇଁ ସରକାର ନିରନ୍ତର ପ୍ରୟାସ କରୁଛନ୍ତି। ମୁଁ ଦେଶର ଚାଷୀମାନଙ୍କୁ ଆଶ୍ୱସ୍ତ କରିବାକୁ ଚାହୁଛି ଯେ, ପ୍ରତ୍ୟେକ ଚ୍ୟାଲେଞ୍ଜର ମୁକାବିଲା ପାଇଁ ସରକାର ସେମାନଙ୍କ ସହିତ ଠିଆ ହୋଇଛି।

 

ମାନନୀୟ ଅଧ୍ୟକ୍ଷ ମହୋଦୟ,

 

ଏହା ରାଜ୍ୟମାନଙ୍କର ସଦନ ରାଜ୍ୟସଭା। ଆଗାମୀ ସମୟରେ ଏହି ସଙ୍କଟ ଆମ ଦେଶ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପରୀକ୍ଷା ହେବ ଏବଂ ଏହି ପରୀକ୍ଷାରେ ସଫଳତା ପାଇଁ ରାଜ୍ୟଗୁଡ଼ିକର ସହଯୋଗ ଅପରିହାର୍ଯ୍ୟ। ତେଣୁ, ଏହି ଗୃହ ମାଧ୍ୟମରେ, ମୁଁ ଦେଶର ସମସ୍ତ ରାଜ୍ୟ ସରକାରଙ୍କୁ ଅନୁରୋଧ କରିବାକୁ ଚାହୁଛି। ସଙ୍କଟ ସମୟର ଗରିବ, ଶ୍ରମିକ ଓ ପ୍ରବାସୀ ଶ୍ରମିକଙ୍କ ଉପରେ ଏକ ବଡ଼ ପ୍ରଭାବ ପଡ଼ିଥାଏ। ତେଣୁ, ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାର ଲାଭ ସମୟ ମଧ୍ୟରେ ପହଞ୍ଚାଇବା ନିଶ୍ଚିତ କରିବା ଆବଶ୍ୟକ। ପ୍ରବାସୀ ଶ୍ରମିକମାନେ ଯେଉଁଠାରେ କାମ କରନ୍ତି ସେମାନଙ୍କ ସମସ୍ୟାର ସମାଧାନ ପାଇଁ ସକ୍ରିୟ ପଦକ୍ଷେପ ନିଆଯିବା ଉଚିତ। ଯଦି ରାଜ୍ୟ ସରକାର ଏପରି ପରିସ୍ଥିତି ଉପରେ ନଜର ରଖିବା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରନ୍ତି, ତେବେ ଏହା ବହୁତ ସହାୟକ ହେବ। ରାଜ୍ୟ ସରକାରଗୁଡ଼ିକୁ ଆଉ ଏକ ଚ୍ୟାଲେଞ୍ଜ ପ୍ରତି ମଧ୍ୟ ଧ୍ୟାନ ଦେବାକୁ ପଡିବ: ଏପରି ସମୟରେ କଳାବଜାରୀ ଏବଂ ମହଜୁଦକାରୀମାନେ ବହୁତ ସକ୍ରିୟ ହୋଇଯାଆନ୍ତି। ଯେଉଁଠାରେ ଏପରି ଅଭିଯୋଗ ଆସେ, ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଉଚିତ। ଅତ୍ୟାବଶ୍ୟକୀୟ ସାମଗ୍ରୀର ନିରନ୍ତର ଯୋଗାଣ ସୁନିଶ୍ଚିତ କରିବା ପ୍ରତ୍ୟେକ ରାଜ୍ୟ ପାଇଁ ପ୍ରାଥମିକତା ହେବା ଉଚିତ।

 

ସମ୍ମାନୀୟ ଅଧ୍ୟକ୍ଷ ମହୋଦୟ,

 

ମୁଁ ସମସ୍ତ ରାଜ୍ୟ ସରକାରଙ୍କୁ ଆଉ ଏକ ଅନୁରୋଧ କରିବାକୁ ଚାହୁଛି। ସଙ୍କଟ ଯେତେ ବଡ଼ ହେଉନା କାହିଁକି, ଭାରତର ଦ୍ରୁତ ଅଭିବୃଦ୍ଧି ବଜାୟ ରଖିବା ଆମର ଦାୟିତ୍ୱ। ଆମକୁ ସମସ୍ତ ଆବଶ୍ୟକୀୟ ପଦକ୍ଷେପ ନେବା ଏବଂ ସମସ୍ତ ଆବଶ୍ୟକୀୟ ସଂସ୍କାର କାର୍ଯ୍ୟକାରୀ କରିବା ଜାରି ରଖିବାକୁ ପଡିବ। ଏହା ରାଜ୍ୟ ସରକାରଗୁଡ଼ିକ ପାଇଁ ଏକ ଅପାର ସୁଯୋଗ ଉପସ୍ଥାପନ କରେ। ଏହା ଟିମ୍ ଇଣ୍ଡିଆ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପରୀକ୍ଷା ମଧ୍ୟ। କୋଭିଡ୍-୧୯ ସଙ୍କଟ ସମୟରେ, କେନ୍ଦ୍ର ଏବଂ ରାଜ୍ୟ ସରକାରମାନେ, ଟିମ୍ ଇଣ୍ଡିଆ ଭାବରେ କାର୍ଯ୍ୟ କରି, କୋଭିଡ୍ ପରିଚାଳନାର ଏକ ଉତ୍କୃଷ୍ଟ ମଡେଲ୍ ଉପସ୍ଥାପନ କରିଥିଲେ। ବିଭିନ୍ନ ରାଜନୈତିକ ଦଳର ସରକାର ସତ୍ତ୍ୱେ, କେବଳ ଟିମ୍ ଇଣ୍ଡିଆର ପ୍ରୟାସ ଦ୍ୱାରା ପରୀକ୍ଷା, ଟିକାକରଣ ଏବଂ ଅତ୍ୟାବଶ୍ୟକ ସାମଗ୍ରୀର ଯୋଗାଣ ସୁନିଶ୍ଚିତ କରାଯାଇଥିଲା। ଆମକୁ ଏହି ସମାନ ମନୋଭାବ ସହିତ କାମ କରିବାକୁ ପଡିବ। ସମସ୍ତ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ମିଳିତ ପ୍ରୟାସରେ ଦେଶ ଏହି ଗମ୍ଭୀର ବିଶ୍ୱ ସଙ୍କଟକୁ ସଫଳତାର ସହିତ ମୁକାବିଲା କରିପାରିବ।

 

ସମ୍ମାନୀୟ ଅଧ୍ୟକ୍ଷ ମହୋଦୟ,

 

ଏହି ସଙ୍କଟ ଭିନ୍ନ ପ୍ରକାରର ଅଟେ ଏବଂ ଏହାର ସମାଧାନ ମଧ୍ୟ ଭିନ୍ନ ଉପାୟରେ ନିର୍ଣ୍ଣୟ କରାଯାଉଛି। ଆମକୁ ଧର୍ଯ୍ୟ, ସଂଯମ ଏବଂ ଶାନ୍ତ ମନରେ ପ୍ରତ୍ୟେକ ଚ୍ୟାଲେଞ୍ଜର ସମ୍ମୁଖୀନ ହେବାକୁ ପଡିବ।

 

ସମ୍ମାନୀୟ ଅଧ୍ୟକ୍ଷ ମହୋଦୟ,

 

ଆମେ ଦେଖିପାରୁଛୁ ଯେ, ଏହି ଯୁଦ୍ଧ ସମ୍ପର୍କିତ ପରିସ୍ଥିତି ପ୍ରତ୍ୟେକ ମୁହୂର୍ତ୍ତରେ ପରିବର୍ତ୍ତନ ହେଉଛି। ତେଣୁ, ମୁଁ ମୋର ଦେଶବାସୀଙ୍କୁ ଏହା ମଧ୍ୟ କହିବାକୁ ଚାହୁଁଛି ଯେ, ଆମକୁ ପ୍ରତ୍ୟେକ ଚ୍ୟାଲେଞ୍ଜ ପାଇଁ ପ୍ରସ୍ତୁତ ରହିବାକୁ ପଡିବ। ଏହି ଯୁଦ୍ଧର କୁପ୍ରଭାବ ଦୀର୍ଘ ସମୟ ପର୍ଯ୍ୟନ୍ତ ରହିବାର ସମ୍ଭାବନା ରହିଛି। କିନ୍ତୁ ମୁଁ ମୋର ଦେଶବାସୀଙ୍କୁ ଆଶ୍ୱାସନା ଦେଉଛି ଯେ, ସରକାର ସତର୍କ, ସଜାଗ ଓ ରଣନୀତି ପ୍ରସ୍ତୁତ କରୁଛନ୍ତି ଏବଂ ପ୍ରତ୍ୟେକ ନିଷ୍ପତ୍ତି ଅତ୍ୟନ୍ତ ଗମ୍ଭୀରତାର ସହିତ ନେଉଛନ୍ତି। ଦେଶର ଲୋକଙ୍କ ସ୍ୱାର୍ଥ ଆମ ପାଇଁ ସର୍ବୋପରି। ଏହା ଆମର ପରିଚୟ, ଏହା ଆମର ଶକ୍ତି। ଏହି ଭାବନା ସହିତ, ମୁଁ ମୋର ବକ୍ତବ୍ୟ ସମାପ୍ତ କରୁଛି।

 

ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ!

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
EU Firms Generate 186 Billion Euros In India, Support 6 Million Jobs: Report

Media Coverage

EU Firms Generate 186 Billion Euros In India, Support 6 Million Jobs: Report
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ମେ 8, 2026
May 08, 2026

Nari Shakti to National Security: One Vision, a Thousand Victories Under PM Modi