ଏଆଇ ଇମ୍ପାକ୍ଟ ସମିଟ୍‌ ଏକ ମାନବ-କୈନ୍ଦ୍ରୀକ, ସଂବେଦନଶୀଳ ବିଶ୍ବ ଇକୋସିଷ୍ଟମକୁ ଆକାର ଦେବ: ପ୍ରଧାନମନ୍ତ୍ରୀ
ବିଶ୍ବ ଦକ୍ଷିଣର ପ୍ରାଥମିକତାଗୁଡ଼ିକ ଶାସନର କେନ୍ଦ୍ରରେ ରହିବା ସହ ଏଆଇ ସମସ୍ତଙ୍କ ପାଇଁ ଉପଲବ୍ଧ ହେବା ଉଚିତ୍: ପ୍ରଧାନମନ୍ତ୍ରୀ
ଏଆଇରେ ନୈତିକତା ଅସୀମିତ ହେବା ଉଚିତ୍‌, ଉଦ୍ଦେଶ୍ୟ ସହ ଲାଭ ସଂଯୁକ୍ତ ହେବା ଉଚିତ୍‌: ପ୍ରଧାନମନ୍ତ୍ରୀ
ଏଆଇର ନୈତିକ ବ୍ୟବହାର ଲାଗି ପ୍ରଧାନମନ୍ତ୍ରୀଙ୍କ ତିନୋଟି ପ୍ରସ୍ତାବ: ଭରସାଯୋଗ୍ୟ ବୈଶ୍ବିକ ଡାଟା ବିଧିବ୍ୟବସ୍ଥା, ସ୍ବଚ୍ଛ ଗ୍ଲାସବକ୍ସ ନିରାପତ୍ତା ନିୟମ ଓ ଏଆଇରେ ମାନବିକ ମୂଲ୍ୟବୋଧ ନିହିତ କରିବା
ମାନବତାର କଲ୍ୟାଣ ପାଇଁ ଏଆଇ ହେଉଛି ଏକ ସହଭାଗୀ ସମ୍ବଳ: ପ୍ରଧାନମନ୍ତ୍ରୀ

ଏଆଇ ପ୍ରଭାବ ସମ୍ମିଳନୀରେ ଭାରତକୁ ପୁଣି ଥରେ ଆପଣ ସମସ୍ତଙ୍କୁ ସ୍ୱାଗତ କରି ମତେ ବହୁତ ଆନନ୍ଦ ଲାଗୁଛି। ମୋର ବିଶ୍ୱାସ, ଏହି ସମ୍ମିଳନୀ ଏକ ମାନବକେନ୍ଦ୍ରିତ, ସମ୍ବେଦନଶୀଳ ବିଶ୍ୱ ଏଆଇ ବ୍ୟବସ୍ଥା ନିର୍ମାଣ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ।

ବନ୍ଧୁଗଣ,

ଆମେ ଇତିହାସ ଉପରେ ନଜର ପକାଇଲେ ଜଣାପଡ଼େ ଯେ ଯେତେବେଳେ ମଧ୍ୟ କୌଣସି ନୂଆ ସମସ୍ୟା ଆସେ, ମଣିଷ ତାକୁ ନିଜର ସୁଯୋଗରେ ପରିଣତ କରିଥାଏ। ଆଜି ଆମ ସାମ୍ନାରେ ପୁଣି ଥରେ ସେମିତି ଏକ ଅବସର ଆସିଛି। ଆମେ ସମସ୍ତେ ମିଶି କରି ଏହାକୁ ମାନବିକତାର ସବୁଠୁ ବଡ଼ ସୁଯୋଗରେ ପରିଣତ କରିବା। 

 

ବନ୍ଧୁଗଣ,

ଭାରତ ହେଉଛି ବୁଦ୍ଧଙ୍କ ଭୂଇଁ ଓ ଭଗବାନ ବୁଦ୍ଧ କହିଥିଲେ-ଠିକ୍ ଭାବେ ବୁଝିପାରିଲେ ଠିକ କାମ ହୁଏ। ସେଥିପାଇଁ ଆମ ସମସ୍ତେ ମିଳିମିଶି ଏପରି ଏକ ଯୋଜନା ପ୍ରସ୍ତୁତ କରିବା ଜରୁରୀ ଯାହା ଦ୍ୱାରା ଏଆଇର ଉଚିତ ପ୍ରଭାବ ଦେଖିବାକୁ ମିଳିବ। ଉଚିତ ପ୍ରଭାବ ସେତେବେଳେ ଆସେ ଯେତେବେଳେ ଆମେ ଉଚିତ ସମୟରେ ଉଚିତ ମନୋଭାବରେ ଉଚିତ ପଦକ୍ଷେପ ନେଉ।

ବନ୍ଧୁଗଣ,

ବିଶ୍ୱ ମହାମାରୀ କୋଭିଡ  ସମୟରେ ଦୁନିଆ ଦେଖିଥିଲା, ଯେତେବେଳେ ଆମେ ପରସ୍ପର ସହିତ ଠିଆ ହୋଇ ପରସ୍ପରକୁ ସହଯୋଗ କରୁ, ସେତେବେଳେ ଅସମ୍ଭବ ମଧ୍ୟ ସମ୍ଭବ ହୋଇଥାଏ। ଟିକା ପ୍ରସ୍ତୁତିଠାରୁ ଆରମ୍ଭ କରି ସପ୍ଲାଏ ଚେନ୍, ଡାଟା ଉପଲବ୍‌ଧଠାରୁ ଆରମ୍ଭ କରି ଜୀବନ ବଞ୍ଚାଇବା ଯାଏ, ସହଯୋଗ ହିଁ ସମାଧାନ କରିଥିଲା। ଟେକ୍ନୋଲଜି କେମିତି ମାନବତା ସେବାର ମାଧ୍ୟମ ହୋଇପାରେ, ତାହା ଆମେ ଭାରତରେ କରୋନା ସମୟରେ ଦେଖିଛୁ। ଆମର ଯେଉଁ ଡିଜିଟାଲ ଟିକା ପ୍ଲାଟଫର୍ମ ଥିଲା, କୋଟି କୋଟି ଲୋକଙ୍କୁ ଠିକ୍ ସମୟରେ ଟିକା ପ୍ରଦାନରେ ତାହା ବହୁତ ସାହାଯ୍ୟ କରିଥିଲା। ସେତେବେଳର କଠିନ ପରିସ୍ଥିତିରେ ମଧ୍ୟ କେମିତି ସହଜରେ ଲୋକମାନେ ଅନଲାଇନ କାରବାର କରୁଥିଲେ, ତାହା ସୁନିଶ୍ଚିତ କରିଥିଲା  ଆମର ୟୁପିଆଇ। ୟୁପିଆଇ ଭାରତରେ ଡିଜିଟାଲ ବିଭେଦକୁ ଦୂର କରିବାରେ ଏକ ବହୁତ ବଡ଼ ଭୂମିକା ଗ୍ରହଣ କରିଛି। ବିଗତ ଦିନରେ ଭାରତ ଏକ ସମୃଦ୍ଧ ଡିଜିଟାଲ ପବ୍ଲିକ ଇନଫ୍ରାଷ୍ଟ୍ରକଚର ତିଆରି କରିଛି। ଆମେ ତାକୁ ବିଶ୍ୱ ସହିତ ସେୟାର୍ ବି କରିଛୁ। କାହିଁକିନା ଆମ ପାଇଁ ଟେକ୍ନୋଲଜି କ୍ଷମତା ନୁହେଁ, ବରଂ ଏହା ହେଉଛି ସେବା କରିବାର ମାଧ୍ୟମ, ଶକ୍ତି ନୁହେଁ ସାମ୍ରାଜ୍ୟ କରିବାକୁ ହେବ। ଏଆଇ ଦିଗରେ ମଧ୍ୟ ଏପରି ହେବା ଉଚିତ, ଯାହା ଦ୍ୱାରା ସମଗ୍ର ମାନବିକତାର କଲ୍ୟାଣ ହେବ।  

 

ବନ୍ଧୁଗଣ,

ଅତୀତରେ ଟେକ୍ନୋଲଜି ବିଭେଦ ସୃଷ୍ଟି କରିଥିଲା। କିନ୍ତୁ ବର୍ତ୍ତମାନ ଏଆଇ ଟେକ୍ନୋଲଜି ସମସ୍ତଙ୍କ ପାଇଁ ସୁଲଭ ହେଉ, ସମସ୍ତଙ୍କୁ ହାତପାହାନ୍ତାରେ ମିଳୁ, ଏହା ଆମର ଲକ୍ଷ୍ୟ ହେବା ଉଚିତ। ଏଥିପାଇଁ ଆଜି ଯେତେବେଳେ ଆମେ ଏଆଇର ଭବିଷ୍ୟତ ଉପରେ ଚର୍ଚ୍ଚା କରୁଛୁ, ସେତେବେଳେ ବିଶ୍ୱର ଗରିବ ଦେଶଗୁଡ଼ିକର ପ୍ରାଥମିକତାକୁ ମଧ୍ୟ ଏଆଇ ପ୍ରୟୋଗର କେନ୍ଦ୍ରରେ ରଖିବାକୁ ପଡ଼ିବ।

ମହାମହିମ,

ଯେଉଁ ଯୁଗ ହୋଇଥାଉ ନା କାହିଁକି, ନୀତି ନୈତିକତା ସବୁବେଳେ ଚର୍ଚ୍ଚାର କେନ୍ଦ୍ରରେ ରହିଥାଏ। ଫରକ୍ କେବଳ ଏତିକି ମାତ୍ର ଯେ ଆଗକାଳରେ ଏହି ନୀତି ନୈତିକତାର ଆଚରଣର ପରିସର ବହୁତ ଛୋଟ ଥିଲା। କିନ୍ତୁ ଏଆଇରେ ଏହି ପରିସର ଅସୀମିତ ଅଟେ। ସେଥିପାଇଁ ଏଆଇ ଲାଗି ଆମକୁ ନୈତିକତାର ଆଚରଣ ଓ ନିୟମର ପରିସରକୁ ମଧ୍ୟ ଅସୀମିତ କରିବାକୁ ପଡ଼ିବ। ଏଆଇ କମ୍ପାନୀଗୁଡ଼ିକ ଆଗରେ ବହୁତ ବଡ଼ ଦାୟିତ୍ୱ ରହିଛି। ଲାଭ ସହିତ ଲକ୍ଷ୍ୟ ଉପରେ ମଧ୍ୟ ଫୋକସ୍ ରହୁ, ଏପରି ନୈତିକତାର ପ୍ରତିଶ୍ରୁତିବଦ୍ଧତାର ବହୁତ ଆବଶ୍ୟକତା ରହିଛି। ବ୍ୟକ୍ତିଗତ ସ୍ତରରେ ଏଆଇ ଆମର ଶିକ୍ଷା, ବୁଦ୍ଧି ଓ ଭାବପ୍ରବଣତାକୁ ପ୍ରଭାବିତ କରୁଛି।

 

ମହାମହିମ,   

ଏଆଇର ନୈତିକତାପୂର୍ଣ୍ଣ ଉପଯୋଗ ପାଇଁ ମୋର ତିନିଟି ପ୍ରସ୍ତାବ ରହିଛି। ପ୍ରଥମ-ଡାଟା ସାର୍ବଭୌମତ୍ୱକୁ ସମ୍ମାନ ଦେଇ ଏଆଇ ଟ୍ରେନିଂ ପାଇଁ ଏକ ଡାଟା ଢାଞ୍ଚା ପ୍ରସ୍ତୁତ କରାଯାଉ। ଯେପରିକି ଏଆଇରେ କୁହାଯାଇଥାଏ-ଗାର୍ବେଜ୍ ଇନ୍, ଗାର୍ବେଜ୍ ଆଉଟ। ଯଦି ସୂଚନା ସୁରକ୍ଷିତ, ସନ୍ତୁଳିତ, ବିଶ୍ୱସନୀୟ ହେବନି ତେବେ ପରିଣାମ ମଧ୍ୟ ବିଶ୍ୱାସଯୋଗ୍ୟ ହେବ ନାହିଁ। ସେଥିପାଇଁ ବିଶ୍ୱସ୍ତରୀୟ ବିଶ୍ୱସନୀୟ ଡାଟା ଢାଞ୍ଚା ଜରୁରୀ। ଦ୍ୱିତୀୟରେ ଏଆଇ ପ୍ଲାଟଫର୍ମ ନିଜର ସୁରକ୍ଷା ନିୟମ ବହୁତ ସ୍ପଷ୍ଟ ଓ ସ୍ୱଚ୍ଛ କରିବା ଉଚିତ। ଆମର ଦରକାର ବ୍ଲାକ ବକ୍ସ ବଦଳରେ ଗ୍ଲାସ୍ ବକ୍ସ ଆଭିମୁଖ୍ୟ, ଯେଉଁଠି ସୁରକ୍ଷା ନିୟମ ଦିଶିବ ଓ ତାକୁ ଯାଞ୍ଚ କରାଯାଇପାରିବ, ସେତେବେଳେ ଦାୟିତ୍ୱ ମଧ୍ୟ ସ୍ପଷ୍ଟ ହେବ ଓ ବ୍ୟବସାୟରେ ନୈତିକତା ଆଚରଣକୁ ମଧ୍ୟ ବଳ ମିଳିବ। ତୃତୀୟରେ – ଏଆଇ ଗବେଷଣରେ ପେପର କ୍ଲିପ୍ ସମସ୍ୟାର ଉଦାହରଣ ଦିଆ ଯାଇଥାଏ। ଯଦି କୌଣସି ମେସିନକୁ କେବଳ ପେପର କ୍ଲିପ୍ ତିଆରି କରିବାର ଲକ୍ଷ୍ୟ ଦିଆଯାଏ ତ ତାର ଗୋଟିଏ ମାତ୍ର କାମ ପାଇଁ ଦୁନିଆର ସବୁ ସମ୍ବଳକୁ ବାଜିରେ ଲଗାଇବାକୁ ପଡ଼ିଲେ ମଧ୍ୟ ସେ କାମ ଜାରି ରଖିବ। ଏଥିପାଇଁ ଏଆଇକୁ ସ୍ପଷ୍ଟ ମାନବ ମୂଲ୍ୟବୋଧ ଓ ମାର୍ଗଦର୍ଶନର ଆବଶ୍ୟକତା ଅଛି। ଟେକ୍ନୋଲଜି ଶକ୍ତିଶାଳୀ ଅଟେ, କିନ୍ତୁ ଦିଗ ସବୁବେଳେ ମଣିଷ ହିଁ ସ୍ଥିର କରିବ।

ବନ୍ଧୁଗଣ, 

ଆର୍ଟିଫିସିଆଲ ଇଣ୍ଟିଲିଜେନ୍‌ସ, ଏଆଇର ବିଶ୍ୱସ୍ତରୀୟ ଯାତ୍ରାରେ ଉଚ୍ଚାକାଂକ୍ଷୀ ଭାରତ ଏଆଇର ବହୁତ ବଡ଼ ଭୂମିକା ରହିଛି ଏବଂ ନିଜର ଏହି ଦାୟିତ୍ୱକୁ ଭଲ ଭାବେ ବୁଝି ଭାରତ ଆଜି ବହୁତ ବଡ଼ ପଦକ୍ଷେପ ନେବାକୁ ଯାଉଛି। ନିଜର ଏଆଇ ମିଶନ ମଧ୍ୟମରେ ଆଜି ଭାରତରେ ୩୮,୦୦୦ ଜିପିୟୁ ରହିଛି। ଆସନ୍ତା ୬ ମାସରେ ଆମେ ଆହୁରି ୨୪୦୦୦ ଜିପିୟୁ ଲଗାଇବାକୁ ଯାଉଛୁ। ଆମେ ନିଜର ଷ୍ଟାର୍ଟଅପ୍ କୁ ବହୁତ ସୁଲଭ ଦରରେ ବିଶ୍ୱସ୍ତରୀୟ କମ୍ପ୍ୟୁଟିଂ ଶକ୍ତି ପ୍ରଦାନ କରୁଛୁ। ଆମେ ଏକ ଏଆଇ କୋଷ୍ଟ ମଧ୍ୟ ତିଆରି କରିଛୁ, ଏହାର ମାଧ୍ୟମରେ ୭୫୦୦ରୁ ଅଧିକ ଡାଟା ସେଟ୍ ଓ ୨୭୦ ଏଆଇ ମଡେଲକୁ ଜାତୀୟ ସମ୍ବଳ ଭାବେ ସେୟାର କରାଯାଇଛି।

 

ବନ୍ଧୁଗଣ,

ଏଆଇକୁ ନେଇ ଭାରତର ଆଭିମୁଖ୍ୟ ପୂରା ସ୍ପଷ୍ଟ ଅଛି, ଭାରତର ବିଚାର ସ୍ପଷ୍ଟ ଅଛି। ଏଆଇ ହେଉଛି ପୂରା ମାନବିକତାର ହିତ ପାଇଁ ଏକ ମିଳିତ ସମ୍ବଳ। ଆମେ ସମସ୍ତେ ମିଳିମିଶି ଏପରି ଏଆଇ ଭବିଷ୍ୟତ ତିଆରି କରିବାର ଅଛି ଯାହା ନବସୃଜନକୁ ଆଗକୁ ନେବ, ଅନ୍ତର୍ଭୁକ୍ତିକୁ ମଜଭୁତ କରିବ ଓ ମାନବିକତାର ମୂଲ୍ୟବୋଧକୁ ନେଇ ଆଗକୁ ଯିବ। ଯେତେବେଳେ ଟେକ୍ନୋଲଜି ଓ ମାନବ ଭରସା ଏକା ସାଙ୍ଗରେ ଚାଲିବେ, ସେତେବେଳେ ଏଆଇର ଉଚିତ ପ୍ରଭାବ ସାରା ଦୁନିଆ ଦେଖିବ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Indian scientists break a century-old limit on turning heat into electricity

Media Coverage

Indian scientists break a century-old limit on turning heat into electricity
NM on the go

Nm on the go

Always be the first to hear from the PM. Get the App Now!
...
Prime Minister congratulates Italian PM Giorgia Meloni on becoming the longest continuously serving Prime Minister in Italy's postwar history
September 04, 2026

Prime Minister Shri Narendra Modi today congratulated Italian Prime Minister Giorgia Meloni on becoming the longest continuously serving Prime Minister in Italy's postwar history.

The Prime Minister stated that this milestone is a reflection of the trust and confidence of the Italian people in her leadership. He further noted that her friendship has been instrumental in strengthening the India-Italy Special Strategic Partnership, adding that he looks forward to continuing their close cooperation to build a prosperous future for the people of both countries. He extended his best wishes for her continued success in the years ahead.

In a post on X, the Prime Minister shared:

"Congratulations to my friend Prime Minister Meloni on becoming the longest continuously serving Prime Minister in Italy's postwar history. This milestone is a reflection of the trust and confidence of the Italian people in her leadership.

Her friendship has also been instrumental in strengthening the India-Italy Special Strategic
Partnership and I look forward to continuing our close cooperation to build a prosperous future for the people of our countries.

My best wishes for her continued success in the years ahead.

@GiorgiaMeloni"