ଆଜି ଭାରତ ଶକ୍ତି କ୍ଷେତ୍ର ପାଇଁ ଅପାର ସୁଯୋଗର ଭୂମି: ପ୍ରଧାନମନ୍ତ୍ରୀ
ଭାରତ-ୟୁରୋପୀୟ ସଂଘର ମୁକ୍ତ ବାଣିଜ୍ୟ ଚୁକ୍ତିନାମା ବିଶ୍ୱର ଦୁଇଟି ବୃହତ ଅର୍ଥନୀତି ମଧ୍ୟରେ ସମନ୍ୱୟର ଏକ ଉଲ୍ଲେଖନୀୟ ଉଦାହରଣ: ପ୍ରଧାନମନ୍ତ୍ରୀ
ଭାରତ ଏବେ ଶକ୍ତି ସୁରକ୍ଷାଠାରୁ ଶକ୍ତି ସ୍ୱାଧୀନତା ମିଶନ ଦିଗରେ ଆଗକୁ ବଢ଼ୁଛି: ପ୍ରଧାନମନ୍ତ୍ରୀ
ଆମ ଶକ୍ତି କ୍ଷେତ୍ର ଆମ ଆକାଂକ୍ଷାର କେନ୍ଦ୍ରବିନ୍ଦୁ, ଏଥିରେ ୫୦୦ ବିଲିୟନ ଡଲାର ନିବେଶ ସୁଯୋଗ ରହିଛି; ସେଥିପାଇଁ ମେକ୍ ଇନ୍ ଇଣ୍ଡିଆ, ନବସୃଜନ, ଭାରତରେ ନିବେଶ ଓ ଅଭିବୃଦ୍ଧିର ଗୁରୁତ୍ୱ ବଢ଼ିଛି: ପ୍ରଧାନମନ୍ତ୍ରୀ

ନମସ୍କାର।

 

କେନ୍ଦ୍ର କ୍ୟାବିନେଟରେ ମୋର ସହଯୋଗୀ , ଗୋଆର ମୁଖ୍ୟମନ୍ତ୍ରୀ, ଅନ୍ୟ ମନ୍ତ୍ରୀଗଣ , ରାଷ୍ଟ୍ରଦୂତ, ସିଇଓ, ସମ୍ମାନିତ ଅତିଥି ଏବଂ ଅନ୍ୟ ସମସ୍ତ ମାନ୍ୟଗଣ୍ୟବ୍ୟକ୍ତି , ମହିଳା ଏବଂ ଭଦ୍ରବ୍ୟକ୍ତିମାନେ !

ଶକ୍ତି ସପ୍ତାହର ଏହି ନୂତନ ସଂସ୍କରଣରେ , ବିଶ୍ୱର ପ୍ରାୟ ୧୨୫ଟି ଦେଶର ପ୍ରତିନିଧି ଗୋଆରେ ଏକତ୍ରିତ ହୋଇଛନ୍ତି। ଆପଣ ଏକ ଶକ୍ତି ସୁରକ୍ଷିତ ଏବଂ ସ୍ଥାୟୀ ଭବିଷ୍ୟତ ବିଷୟରେ ଆଲୋଚନା କରିବାକୁ ଭାରତ ଆସିଛନ୍ତି। ମୁଁ ଆପଣମାନଙ୍କୁ ସମସ୍ତଙ୍କୁ ସ୍ୱାଗତ କରୁଛି  ଏବଂ ଅଭିନନ୍ଦନ ଜଣାଉଛି।

ବନ୍ଧୁଗଣ,

ଭାରତ, ଶକ୍ତି ସପ୍ତାହ ଆଲୋଚନା ଏବଂ କାର୍ଯ୍ୟ ପାଇଁ ଏକ ବିଶ୍ୱସ୍ତରୀୟ ମଞ୍ଚ ଭାବରେ ବହୁତ କମ୍ ସମୟ ମଧ୍ୟରେ ଉଭା ହୋଇଛି। ଆଜି, ଭାରତ ଶକ୍ତି କ୍ଷେତ୍ର ପାଇଁ ବହୁତ ବଡ଼ ସୁଯୋଗର ଭୂମି । ଭାରତ ବିଶ୍ୱର ସବୁଠାରୁ ଦ୍ରୁତ ଗତିରେ ବୃଦ୍ଧି ପାଉଥିବା ପ୍ରମୁଖ ଅର୍ଥନୀତି। ଏହାର ଅର୍ଥ ହେଉଛି , ଆମର ଏଠାରେ ଶକ୍ତି ଉତ୍ପାଦର ଚାହିଦା ନିରନ୍ତର ଭାବେ ବୃଦ୍ଧି ପାଉଛି। ଏହା ବ୍ୟତୀତ, ଭାରତ ବିଶ୍ୱ ଚାହିଦା ପୂରଣ କରିବା ପାଇଁ ମଧ୍ୟ ଉତ୍କୃଷ୍ଟ ସୁଯୋଗ ପ୍ରଦାନ କରିଥାଏ । ଆଜି, ଆମେ ବିଶ୍ୱର ପେଟ୍ରୋଲିୟମ ଉତ୍ପାଦର ଶୀର୍ଷ ପାଞ୍ଚ ରପ୍ତାନିକାରୀଙ୍କ ମଧ୍ୟରେ ଗୋଟିଏ ହୋଇପାରିଛୁ । ବିଶ୍ବରେ ୧୫୦ରୁ ଅଧିକ  ଦେଶକୁ ଆମର ରପ୍ତାନି ପରିସୀମା ବ୍ୟାପିଛି। ଏବଂ ଭାରତର ଏହି ସମ୍ଭାବନା ଆପଣଙ୍କ ପାଇଁ ବହୁତ ଉପଯୋଗୀ ହେବ। ତେଣୁ, ଶକ୍ତି ସପ୍ତାହର ଏହି ପ୍ଲାଟଫର୍ମ ଆମର ସହଭାଗୀତା ଅନୁସନ୍ଧାନ କରିବା ପାଇଁ ଏକ ଉତ୍କୃଷ୍ଟ ସ୍ଥାନ। ମୁଁ  ଆପଣ ସମସ୍ତଙ୍କୁ ବହୁତ-ବହୁତ  ଶୁଭକାମନା ଜଣାଉଛି।

ବନ୍ଧୁଗଣ,

ମୁଁ ମୋର କଥା ଆଗକୁ ବଢ଼ାଇବା ପୂର୍ବରୁ, ଏକ ପ୍ରମୁଖ ବିକାଶ ବିଷୟରେ ଆଲୋଚନା କରିବାକୁ ଚାହୁଁଛି। ଗତକାଲି ଭାରତ ଏବଂ ୟୁରୋପୀୟ ସଂଘ ମଧ୍ୟରେ ଏକ ପ୍ରମୁଖ ଚୁକ୍ତି ସ୍ୱାକ୍ଷରିତ ହୋଇଛି। ବିଶ୍ୱର ଲୋକମାନେ ଏହାକୁ " ମଦର ଅଫ୍ ଅଲ୍ ଡ଼ିଲ୍ସ “ ଅର୍ଥାତ “ସମସ୍ତ ଚୁକ୍ତିର ଜନନୀ" ଭାବରେ ସମ୍ବୋଧିତ କରୁଛନ୍ତି। ଏହି ବୁଝାମଣା ଭାରତର ୧୪୦ କୋଟି ଲୋକ ଏବଂ ୟୁରୋପୀୟ ଦେଶର ଲକ୍ଷ ଲକ୍ଷ ଲୋକଙ୍କ ପାଇଁ ବହୁତ ବଡ଼ ସୁଯୋଗ ନେଇ ଆସିଛି । ଏହା ବିଶ୍ୱର ଦୁଇଟି ବୃହତ୍ ଅର୍ଥନୀତି ମଧ୍ୟରେ ସହଯୋଗର ଏକ ଉଜ୍ଜ୍ୱଳ ଉଦାହରଣ ପାଲଟିଛି। ଏହି ଚୁକ୍ତି ବିଶ୍ୱ ଜିଡିପିର ପ୍ରାୟ ୨୫ ପ୍ରତିଶତ ଏବଂ ବିଶ୍ୱ ବାଣିଜ୍ୟର ପ୍ରାୟ ଏକ-ତୃତୀୟାଂଶ ପ୍ରତିନିଧିତ୍ୱ କରୁଛି । ଏହି ଚୁକ୍ତି ବାଣିଜ୍ୟ ପ୍ରତି ଆମର ସହଭାଗୀ ପ୍ରତିବଦ୍ଧତା, ଗଣତନ୍ତ୍ର ଏବଂ ଆଇନର ଶାସନକୁ ମଜବୁତ କରୁଛି ।

ବନ୍ଧୁଗଣ,

ୟୁରୋପୀୟ ସଂଘ ସହିତ ଏହି ମୁକ୍ତ ବାଣିଜ୍ୟ ଚୁକ୍ତିନାମା ୟୁକେ ଏବଂ ଇଏଫଟିଏ ବୁଝାମଣାକୁ ମଧ୍ୟ ପରିପୂରକ କରିବ। ଏହା ବାଣିଜ୍ୟ ଏବଂ ବିଶ୍ୱ ଯୋଗାଣ ଶୃଙ୍ଖଳା ଉଭୟକୁ ମଜବୁତ କରିବ। ଏଥିପାଇଁ ମୁଁ ଭାରତର ଯୁବପିଢ଼ି ଏବଂ ଆମର ସମସ୍ତ ଦେଶବାସୀଙ୍କୁ ଅଭିନନ୍ଦନ ଜଣାଉଛି। ମୁଁ ବୟନଶିଳ୍ପ, ରତ୍ନ ଏବଂ ଅଳଙ୍କାର, ଚମଡା ଏବଂ ଜୋତା ସମେତ ସମସ୍ତ କ୍ଷେତ୍ରର ମୋର ସହକର୍ମୀଙ୍କୁ ମଧ୍ୟ ଅଭିନନ୍ଦନ ଜଣାଉଛି। ଏହି ଚୁକ୍ତି ଆପଣସମସ୍ତଙ୍କ ପାଇଁ ବହୁତ ସହାୟକ ପ୍ରମାଣିତ ହେବ।

ବନ୍ଧୁଗଣ,

ଏହି ବାଣିଜ୍ୟ ଚୁକ୍ତି ଭାରତରେ କେବଳ ଉତ୍ପାଦନକୁ ପ୍ରୋତ୍ସାହିତ କରିବ ନାହିଁ ବରଂ ସେବା କ୍ଷେତ୍ରକୁ ମଧ୍ୟ ଆହୁରି ଅଧିକ ବିସ୍ତାର କରିବ। ଏହି ମୁକ୍ତ ବାଣିଜ୍ୟ ଚୁକ୍ତିନାମା ବିଶ୍ୱର ପ୍ରତ୍ୟେକ ବ୍ୟବସାୟ ଏବଂ ପ୍ରତ୍ୟେକ ନିବେଶକଙ୍କୁ ଭାରତରେ ବିଶ୍ୱାସକୁ ଆହୁରି ମଜବୁତ କରିବ।

ବନ୍ଧୁଗଣ,

ଭାରତ ବର୍ତ୍ତମାନ ପ୍ରତ୍ୟେକ କ୍ଷେତ୍ରରେ ବିଶ୍ୱସ୍ତରୀୟ ସହଭାଗୀତା ଉପରେ ବ୍ୟାପକ ଭାବରେ କାର୍ଯ୍ୟ କରୁଛି। ଯଦି ମୁଁ କେବଳ ଶକ୍ତି କ୍ଷେତ୍ର ବିଷୟରେ ଆଲୋଚନା କରିବି, ତେବେ ଏଠାରେ ଶକ୍ତି ମୂଲ୍ୟ ଶୃଙ୍ଖଳରେ ବିଭିନ୍ନ କ୍ଷେତ୍ରରେ ନିବେଶର ସୁଯୋଗ ବିପୁଳ ପରିମାଣରେ  ରହିଛି। ଆପଣ ଅନୁସନ୍ଧାନ କ୍ଷେତ୍ରକୁ ନିଅନ୍ତୁ। ଭାରତ ଏହାର ଅନୁସନ୍ଧାନ କ୍ଷେତ୍ରକୁ ଉଲ୍ଲେଖନୀୟ ଭାବରେ ଖୋଲି ଦେଇଛି। ଆପଣ ଗଭୀର ସମୁଦ୍ର ଅନୁସନ୍ଧାନ ସହିତ ଜଡିତ ଆମର ସମୁଦ୍ର ମନ୍ଥନ ମିଶନ ବିଷୟରେ ମଧ୍ୟ ଅବଗତ ଅଛନ୍ତି । ଆମେ ଏହି ଦଶନ୍ଧି ଶେଷ ସୁଦ୍ଧା ଆମର ତୈଳ ଏବଂ ଗ୍ୟାସ କ୍ଷେତ୍ରରେ ନିବେଶକୁ ୧୦୦ ବିଲିୟନ ଡ଼ଲାର୍ସକୁ ବୃଦ୍ଧି କରିବାକୁ ଚେଷ୍ଟା କରୁଛୁ। ଆମର ଲକ୍ଷ୍ୟ ହେଉଛି ଅନୁସନ୍ଧାନ କ୍ଷେତ୍ରକୁ ମଧ୍ୟ ଏକ ମିଲିୟନ୍ ବର୍ଗ କିଲୋମିଟରକୁ ବିସ୍ତାର କରିବା । ଏହି ଦୃଷ୍ଟିକୋଣ ସହିତ, ଆମର ଏଠାରେ ୧୭୦ରୁ ଅଧିକ ବ୍ଲକ ପ୍ରଦାନ କରାଯାଇଛି। ଆଣ୍ଡାମାନ ଏବଂ ନିକୋବରର ବେସିନ ମଧ୍ୟ ଆମର ପରବର୍ତ୍ତୀ ହାଇଡ୍ରୋକାର୍ବନ ଆଶା ସଂଚାର କରୁଛି।

ବନ୍ଧୁଗଣ,

ଆମେ ଅନୁସନ୍ଧାନ କ୍ଷେତ୍ରରେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ସଂସ୍କାର କାର୍ଯ୍ୟକାରୀ କରିଛୁ। ନୋଗୋ କ୍ଷେତ୍ରକୁ ଯଥେଷ୍ଟ ହ୍ରାସ କରାଯାଇଛି। ଭାରତ ଶକ୍ତି ସପ୍ତାହର ପୂର୍ବ ସଂସ୍କରଣରେ ଆପଣଙ୍କ ପରାମର୍ଶ ଅନୁଯାୟୀ ଆମେ ଆମର କାର୍ଯ୍ୟ ଏବଂ ନିୟମରେ ମଧ୍ୟ ପରିବର୍ତ୍ତନ କରିଛୁ। ଯଦି ଆପଣ ଅନୁସନ୍ଧାନ କ୍ଷେତ୍ରରେ ନିବେଶ କରନ୍ତି, ତେବେ ଆପଣଙ୍କ କମ୍ପାନୀର ଲାଭ ନିଶ୍ଚିତ ଭାବରେ ବୃଦ୍ଧି ପାଇବ।

ବନ୍ଧୁଗଣ,

ଭାରତର ଆଉ ଏକ ବିଶେଷତ୍ୱ ​​ରହିଛି, ଯାହା ଶକ୍ତି କ୍ଷେତ୍ରରେ ନିବେଶକୁ ବହୁତ ଲାଭଦାୟକ କରିଥାଏ। ଆମର ଏକ ବିଶାଳ ବିଶୋଧନ କ୍ଷମତା ଅଛି। ବିଶୋଧନ କ୍ଷମତା ଦୃଷ୍ଟିରୁ ଆମେ ବିଶ୍ୱରେ ଦ୍ୱିତୀୟ ସ୍ଥାନରେ ଅଛୁ। ଖୁବ୍ ଶୀଘ୍ର, ଆମେ ବିଶ୍ୱରେ ଏକ ନମ୍ବର ସ୍ଥାନରେ ରହିବୁ । ଆଜି, ଭାରତର ବିଶୋଧନ କ୍ଷମତା ପ୍ରାୟ ୨୬୦ ଏମ୍.ଏମ୍.ଟିପିଏ ରହିଛି। ଏହାକୁ ୩୦୦ ଏମ୍.ଏମ୍.ଟିପିଏ ରୁ ଅଧିକ କରିବା ପାଇଁ ନିରନ୍ତର ପ୍ରୟାସ ଚାଲିଛି। ଏହା ନିବେଶକମାନଙ୍କ ପାଇଁ ଏକ ବହୁତ ବଡ଼ ସୁବିଧା।

ବନ୍ଧୁଗଣ,

ଭାରତରେ ଏଲଏନଜିର ଚାହିଦା ମଧ୍ୟ ନିରନ୍ତର ବୃଦ୍ଧି ପାଉଛି। ଆମେ ଏଲଏନଜି ମାଧ୍ୟମରେ ଆମର ମୋଟ ଶକ୍ତି ଚାହିଦାର ୧୫ ପ୍ରତିଶତ ପୂରଣ କରିବାର ଲକ୍ଷ୍ୟ ରଖିଛୁ। ସେଥିପାଇଁ, ଆମକୁ ସମଗ୍ର ଏଲଏନଜି ମୂଲ୍ୟ ଶୃଙ୍ଖଳରେ କାମ କରିବାକୁ ପଡିବ। ଆଜି, ଭାରତ ମଧ୍ୟ ବଡ଼ ପରିମାଣରେ ପରିବହନ ଉପରେ କାମ କରୁଛି। ଆମେ ଭାରତରେ ଏଲଏନଜି ପରିବହନ ପାଇଁ ଆବଶ୍ୟକ ଜାହାଜ ନିର୍ମାଣ କରିବା ପାଇଁ କାମ କରୁଛୁ। ସମ୍ପ୍ରତି, ଭାରତରେ ସତୁରି ହଜାର କୋଟି ଟଙ୍କାର ଜାହାଜ ନିର୍ମାଣ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଏହା ବ୍ୟତୀତ, ଦେଶର ବନ୍ଦରଗୁଡ଼ିକରେ ଏଲଏନଜି ପାଇଁ ଟର୍ମିନାଲ ନିର୍ମାଣରେ ଅନେକ ନିବେଶ ସୁଯୋଗ ରହିଛି। ପୁନଃ-ଗ୍ୟାସିଫିକେସନ୍ ସହ ଜଡ଼ିତ ପ୍ରକଳ୍ପରେ ଆପଣଙ୍କ ପାଇଁ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ନିବେଶ କରିବାର ବଡ଼ ସମ୍ଭାବନାର ସୁଯୋଗ ରହିଛି।

ବନ୍ଧୁଗଣ,

ଭାରତକୁ ଏବେ ଏଲଏନଜି ପରିବହନ ପାଇଁ ଏକ ବଡ଼ ପାଇପ୍ ଲାଇନର ଆବଶ୍ୟକତା ଅଛି। ଆମେ ଗତ ବର୍ଷ ଧରି ଏହି କ୍ଷେତ୍ରରେ ପ୍ରଚୁର ନିବେଶ କରିଛୁ। ତଥାପି, ବଡ଼ ପରିମାଣର ନିବେଶ ପାଇଁ ଏବେ ବି ସମ୍ଭାବନା ଅଛି। ଆଜି, ଭାରତର ଅନେକ ସହରରେ ସହର ଗ୍ୟାସ ବଣ୍ଟନ ନେଟୱାର୍କ ପହଞ୍ଚିଛି, ଏବଂ ଆମେ ସେଗୁଡ଼ିକୁ ଦ୍ରୁତ ଗତିରେ ଅନ୍ୟ ସହରଗୁଡ଼ିକ ସହିତ ସଂଯୋଗ କରୁଛୁ। ସହର ଗ୍ୟାସ ବଣ୍ଟନ ମଧ୍ୟ ଆପଣଙ୍କ ନିବେଶ ପାଇଁ ଏକ ବହୁତ ଆକର୍ଷଣୀୟ କ୍ଷେତ୍ର।

ବନ୍ଧୁଗଣ,

ଭାରତରେ ବଡ଼ ଜନସଂଖ୍ୟା ଅଛି ଏବଂ ଆମର ଅର୍ଥନୀତି ନିରନ୍ତର ଭାବେ ବୃଦ୍ଧି ପାଉଛି। ଭାରତରେ ପେଟ୍ରୋକେମିକାଲ୍ ଉତ୍ପାଦର ଚାହିଦା ମଧ୍ୟ ଲଗାତାର ବୃଦ୍ଧି ପାଇବାର ଆଶା କରାଯାଉଛି। ତେଣୁ, ଆମକୁ ଏକ ବଡ଼ ଶକ୍ତି ଭିତ୍ତିଭୂମିର ଆବଶ୍ୟକତା ପଡ଼ିବ ଏବଂ ଏଥିରେ ଆପଣଙ୍କ ନିବେଶ ମଧ୍ୟ ଉଲ୍ଲେଖନୀୟ ଅଭିବୃଦ୍ଧି ପ୍ରଦାନ କରିବ। ଏହା ସହିତ, ଭାରତରେ ଡାଉନଷ୍ଟ୍ରିମ୍ କାର୍ଯ୍ୟକଳାପରେ ଆପଣଙ୍କ ପାଇଁ ଅନେକ ନିବେଶର ସୁଯୋଗ ମଧ୍ୟ ରହିଛି।

ବନ୍ଧୁଗଣ,

ଆଜିର ଭାରତ ସଂସ୍କାର ଏକ୍ସପ୍ରେସରେ ଉପରେ ଗତି କରୁଛି, ଏବଂ ପ୍ରତ୍ୟେକ କ୍ଷେତ୍ରରେ ସଂସ୍କାରକୁ ଦ୍ରୁତ ଗତିରେ କାର୍ଯ୍ୟକାରୀ କରୁଛି। ଆମେ ଘରୋଇ ହାଇଡ୍ରୋକାର୍ବନକୁ ମଜବୁତ କରିବାପାଇଁ, ଏବଂ ବିଶ୍ୱ ସହଯୋଗ ପାଇଁ ଏକ ସ୍ୱଚ୍ଛ ଏବଂ ନିବେଶକ-ଅନୁକୂଳ ପରିବେଶ ସୃଷ୍ଟି କରିବା ପାଇଁ ସଂସ୍କାର କାର୍ଯ୍ୟକାରୀ କରୁଛୁ । ଭାରତ ଏବେ ଶକ୍ତି ସୁରକ୍ଷାଠାରୁ ଆଗକୁ ବଢ଼ି ଶକ୍ତି ସ୍ୱାଧୀନତାର ମିଶନରେ କାମ କରୁଛି। ଭାରତ ଏକ ଏପରି ଶକ୍ତି କ୍ଷେତ୍ର ଇକୋସିଷ୍ଟମ ବିକଶିତ କରୁଛି , ଯାହା ଭାରତର ସ୍ଥାନୀୟ ଚାହିଦାକୁ ପୂରଣ କରିପାରିବ ଏବଂ ସୁଲଭ ବିଶୋଧନ ଏବଂ ପରିବହନ ସମାଧାନ ମାଧ୍ୟମରେ ବିଶ୍ୱକୁ ଅତ୍ୟନ୍ତ ପ୍ରତିଯୋଗିତାମୂଳକ ରପ୍ତାନି ମଧ୍ୟ ସୁନିଶ୍ଚିତ କରିପାରିବ।

ବନ୍ଧୁଗଣ,

ଆମର ଶକ୍ତି କ୍ଷେତ୍ର ଆମର ଆକାଂକ୍ଷାର କେନ୍ଦ୍ରରେ ଅଛି। ଏଥିରେ ୫୦୦ ବିଲିୟନ ଡ଼ଲାର୍ସ ନିବେଶର ସୁଯୋଗ ରହିଛି। ସେଥିପାଇଁ, ମୋର ଆହ୍ୱାନ ହେଉଛି - ମେକ୍ ଇନ୍ ଇଣ୍ଡିଆ, ଇନୋଭେଟ୍ ଇନ୍ ଇଣ୍ଡିଆ , ସ୍କେଲ୍ ୱିଥ ଇଣ୍ଡିଆ, ଇନ୍ ଭେଷ୍ଟ ଇନ୍ ଇଣ୍ଡିଆ । ଏହି ଆଗ୍ରହ ସହିତ ମୁଁ ଆପଣ ସମସ୍ତଙ୍କୁ ଭାରତ ଶକ୍ତି ସପ୍ତାହ ଅବସରରେ  ବହୁତ - ବହୁତ ଶୁଭକାମନା ଜଣାଉଛି।

 

ବହୁତ - ବହୁତ ଧନ୍ୟବାଦ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
PM announces exam reform task force, Infosys co-founder Nandan Nilekani to lead

Media Coverage

PM announces exam reform task force, Infosys co-founder Nandan Nilekani to lead
NM on the go

Nm on the go

Always be the first to hear from the PM. Get the App Now!
...
Prime Minister shares a Sanskrit Subhashitam, highlights noble character as the foundation of respect, trust, and effective leadership
July 27, 2026

Prime Minister Shri Narendra Modi shared a Sanskrit Subhashitam today, highlighting how a person of noble character earns respect in society and is regarded as worthy of every responsibility.

The Prime Minister wrote on X;

"शीलवान् पूजितो लोके शीलवान् साधुसम्मतः।

शीलवान् सर्वकर्मार्हः शीलवान् प्रियदर्शनः॥"

A person of noble character earns respect in society and the esteem of the virtuous. Through integrity, humility and disciplined conduct, such an individual is regarded as worthy of every responsibility. Their personality is admirable, inspiring and worthy of emulation. In truth, noble character is the true foundation of lasting success, effective leadership, and enduring trust.