କମ୍ ଟିକାକରଣ ହୋଇଥିବା ଝାଡ଼ଖଣ୍ଡ, ମଣିପୁର, ନାଗାଲାଣ୍ଡ, ଅରୁଣାଚଳ ପ୍ରଦେଶ, ମହାରାଷ୍ଟ୍ର, ମେଘାଳୟ ଓ ଅନ୍ୟ ରାଜ୍ୟର 40ରୁ ଅଧିକ ଜିଲ୍ଲାର ଜିଲ୍ଲାପାଳମାନଙ୍କ ସହିତ ପ୍ରଧାନମନ୍ତ୍ରୀଙ୍କ ଆଲୋଚନା
ଚଳିତ ବର୍ଷ ଶେଷ ସୁଦ୍ଧା ଦେଶରେ ଟିକାକରଣର ବ୍ୟାପକ ପ୍ରସାର ସୁନିଶ୍ଚିତ କରିବା ସହିତ ନୂତନ ଆତ୍ମବିଶ୍ୱାସ ଏବଂ ଦୃଢ଼ ମନୋବଳ ନେଇ ନୂତନ ବର୍ଷରେ ପ୍ରବେଶ କରିବା ଲାଗି ପଦକ୍ଷେପ ନେବା ନିମନ୍ତେ ଅଧିକାରୀମାନଙ୍କୁ ଆହ୍ୱାନ
“ବର୍ତ୍ତମାନ ପ୍ରତ୍ୟେକ ପରିବାର ନିକଟରେ ଟିକାକରଣ ଅଭିଯାନ ପହଞ୍ଚାଇବା ଲାଗି ଆମେ ପ୍ରସ୍ତୁତ ହେଉଛୁ। ‘ହର ଘର ଦସ୍ତକ’, ପ୍ରତ୍ୟେକଙ୍କ ଘରଦୁଆରେ ପହଞ୍ଚିବା ମନ୍ତ୍ର ସହିତ ଡବଲ ଡୋଜ୍ ଟିକା ସୁରକ୍ଷାରୁ ବଞ୍ଚିତ ପ୍ରତ୍ୟେକ ପରିବାର ନିକଟରେ ଆମେ ପହଞ୍ଚିବୁ”
“ସ୍ଥାନୀୟ ସ୍ତରରେ ରହିଥିବା ବ୍ୟବଧାନକୁ ଦୂର କରିବା ସହିତ ସମ୍ପୂର୍ଣ୍ଣ ଟିକାକରଣ ଲକ୍ଷ୍ୟ ହାସଲ ପାଇଁ ବର୍ତ୍ତମାନର ଅଭିଜ୍ଞତାକୁ ଧ୍ୟାନରେ ରଖି, ସୂକ୍ଷ୍ମ ରଣନୀତି ବିକଶିତ କରାଯିବା ଆବଶ୍ୟକ”
“ଆପଣଙ୍କ ଜିଲ୍ଲାକୁ ଜାତୀୟ ହାର ସହ ନିକଟତର କରିବାକୁ ହେଲେ ଆପଣମାନଙ୍କୁ ଶ୍ରେଷ୍ଠ ଯୋଗଦାନ ଦେବାକୁ ହେବ”
“ସ୍ଥାନୀୟ ଧାର୍ମିକ ନେତାମାନଙ୍କ ଠାରୁ ଆପଣ ଅଧିକ ସହାୟତା ନେଇପାରିବେ। ସମସ୍ତ ଧର୍ମର ଲୋକମାନେ ଟିକାକରଣ ପ୍ରଚାରରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବାର ନଜିର ରହିଛି”
“ନିର୍ଦ୍ଦିଷ୍ଟ ସମୟ ସୁଦ୍ଧା ପ୍ରାଥମିକତା ଭିତ୍ତିରେ ଦ୍ୱିତ

ଆପଣ ସମସ୍ତ ସାଥୀଗଣ ଯେଉଁ କଥା ଉପସ୍ଥାପନ କଲେ, ଯେଉଁ ଅନୁଭବ କଥା କହିଲେ, ସେଗୁଡ଼ିକ ହେଉଛି ବହୁତ ଗୁରୁତ୍ୱପୂର୍ଣ୍ଣ। ମୁଁ ଦେଖୁଛି ଯେ ଆପଣମାନଙ୍କ ମନ ଓ ହୃଦୟରେ ମଧ୍ୟ ସେହି ଭାବନା ରହିଛି ଯେ ଭାଇ ଆପଣଙ୍କର ରାଜ୍ୟ, ଆପଣଙ୍କର ଜିଲ୍ଲା, ଆପଣଙ୍କର ଅଂଚଳ ଏହି ସଙ୍କଟରୁ ଶୀଘ୍ରରୁ ଅତି ଶୀଘ୍ର ମୁକ୍ତ ହୋଇଯାଉ। ଏହି ଦୀପାବଳିର ଉତ୍ସବରେ ମୁଁ ମୁଖ୍ୟମନ୍ତ୍ରୀମାନଙ୍କର ବ୍ୟସ୍ତତା ବୁଝି ପାରୁଛି। ଆଉ ପୁଣି ମଧ୍ୟ ମୁଁ ସମସ୍ତ ଆଦରଣୀୟ ମୁଖ୍ୟମନ୍ତ୍ରୀମାନଙ୍କ ନିକଟରେ ବହୁତ କୃତଜ୍ଞ ଯେ ସେମାନେ ସମୟ ବାହାର କରି ଆମ ସହିତ ବସିଛନ୍ତି । ଏହା ସତ ଯେ ମୁଁ ଜିଲ୍ଲାର ଲୋକମାନଙ୍କ ସହିତ କଥା ହେବାକୁ ଚାହୁଁଥିଲି, ମୁଁ ମୁଖ୍ୟମନ୍ତ୍ରୀମାନଙ୍କୁ ବ୍ୟସ୍ତ କରାଇବାକୁ ଚାହୁଁ ନଥିଲି। କିନ୍ତୁ ଏହା ହେଉଛି ପ୍ରତିବଦ୍ଧତା, ମୁଖ୍ୟମନ୍ତ୍ରୀମାନଙ୍କର ହୃଦୟରେ ମଧ୍ୟ ନିଜ ରାଜ୍ୟକୁ 100 % ଟିକାକରଣର ଯେଉଁ ଲକ୍ଷ୍ୟ ରହିଛି ଏଥିପାଇଁ ସେହି ମୁଖ୍ୟମନ୍ତ୍ରୀମାନେ ମଧ୍ୟ ଆଜି ଆମ ସହିତ ବସିଲେ ଆଉ ସେମାନଙ୍କର ଉପସ୍ଥିତିରେ ଆମ ଜିଲ୍ଲାର ଯେଉଁ ଅଧିକାରୀ ଅଛନ୍ତି, ସେମାନଙ୍କୁ ଏକ ନୂତନ ଆତ୍ମବିଶ୍ୱାସ ପ୍ରଦାନ କରିବ, ନୂତନ ଶକ୍ତି ପ୍ରଦାନ କରିବ । ଆଉ ଏହା ମୋ ପାଇଁ ବହୁତ ଖୁସିର ବିଷୟ ଏବଂ ଏଥିପାଇଁ ମୁଁ ମୁଖ୍ୟମନ୍ତ୍ରୀମାନଙ୍କୁ ବିଶେଷ ଭାବେ କୃତଜ୍ଞତା ଜ୍ଞାପନ କରୁଛି...ସେମାନେ ଏହାକୁ ଏତେ ଗୁରୁତ୍ୱ ଦେଲେ ଆଉ ସମୟ ବାହାର କରି ସେମାନେ ଆଜି ପର୍ବର ଦିନରେ ମଧ୍ୟ ବସିଛନ୍ତି।

ମୁଁ ହୃଦୟର ସହିତ ସମସ୍ତ ମୁଖ୍ୟମନ୍ତ୍ରୀମାନଙ୍କୁ ଧନ୍ୟବାଦ ଜଣାଉଛି ଆଉ ମୋର ବିଶ୍ୱାସ ରହିଛି ଯେ ଆଜି ଯେଉଁସବୁ କଥା ହେଲା, ଏବେ ମୁଖ୍ୟମନ୍ତ୍ରୀମାନଙ୍କର ଆଶୀର୍ବାଦ ପରେ ଏହା ବହୁତ ଦ୍ରୁତ ଗତିରେ ଆଗକୁ ବଢ଼ିଯିବ ଆଉ ଆମକୁ ପରିଣାମ ମିଳିବ। ଆଉ ମୁଁ ଜଣାଉଛି ଯେ ଆଜି ପର୍ଯ୍ୟନ୍ତ ଆମେ ଯେତେ ମଧ୍ୟ ପ୍ରଗତି କରିଛେ ସେସବୁ ଆପଣମାନଙ୍କ ପରିଶ୍ରମ ଦ୍ୱାରା ହୋଇଛି । ଆଜି ଜିଲ୍ଲାର, ଗାଁର, ଛୋଟ-ମୋଟ ପ୍ରତ୍ୟେକ କର୍ମଚାରୀ, ଆମର ଆଶାକର୍ମୀ, କେତେ ପରିଶ୍ରମ କରିଛନ୍ତି। କେତେ ଦୂର- ଦୂରାନ୍ତର ଅଂଚଳରେ ପାଦରେ ଚାଲି- ଚାଲି ଯାଇ ଲୋକମାନଙ୍କ ପାଖରେ ଟିକା ପହଂଚାଇଛନ୍ତି। କିନ୍ତୁ 1 କୋଟି ପରେ ଯଦି ଆମେ ସାମାନ୍ୟତମ ଅବହେଳା କରିଦେବା ତେବେ ନୂତନ ସଙ୍କଟ ଆସିପାରେ। ଆଉ ଏଥିପାଇଁ ତ ଆମର ଏଠାରେ କୁହାଯାଏ କି ରୋଗ ଏବଂ ଶତ୍ରୁକୁ କେବେ ହେଲେ ମଧ୍ୟ କମ୍ ବୋଲି ଭାବିବ ନାହିଁ। ତାହାକୁ ଶେଷ ପର୍ଯ୍ୟନ୍ତ ଲଢ଼େଇ ଲଢ଼ିବାକୁ ପଡ଼ିବ। ଆଉ ଏଥିପାଇଁ ମୁଁ ଚାହିଁବି ଯେ ଆମେ ସମାନ୍ୟତମ ଅବହେଳା କରିବାକୁ ଦେବା ନାହିଁ।

ସାଥୀଗଣ,

100 ବର୍ଷର ଏହି ସବୁଠାରୁ ବଡ଼ ମହାମାରୀରେ ଦେଶ ଅନେକ ଆହ୍ୱାନର ସାମ୍ନା କରିଛି। କରୋନା ସହିତ ଦେଶର ଲଢ଼େଇରେ ଗୋଟିଏ ବିଶେଷ କଥା ଏହା ମଧ୍ୟ ରହିଲା ଯେ ଆମ୍ଭେମାନେ ନୂଆ- ନୂଆ ସମାଧାନ ଖୋଜିଲେ, ଅଭିନବ ଉପାୟର ପରୀକ୍ଷଣ କଲେ। ପ୍ରତ୍ୟେକ ଅଂଚଳରେ ଲୋକମାନେ ନିଜସ୍ୱ ଚିନ୍ତାଧାରା ଲଗାଇ ନୂଆ- ନୂଆ ଜିନିଷ କରିଛନ୍ତି, ଆପଣଙ୍କୁ ମଧ୍ୟ ନିଜ- ନିଜ ଜିଲ୍ଲାରେ ଟିକାକରଣକୁ ବୃଦ୍ଧି କରିବା ପାଇଁ ନୂଆ- ନୂଆ ଅଭିନବ ଉପାୟଗୁଡ଼ିକ ଉପରେ ଆହୁରି ଅଧିକ କାର୍ଯ୍ୟ କରିବାକୁ ପଡ଼ିବ। ନୂଆ ଉପାୟ ନୂଆ ଉତ୍ସାହ ନୂଆ ଟେକ୍ନୋଲୋଜି ଏଗୁଡ଼ିକ ଏହାକୁ ଜୀବନ୍ତ କରିଦେବ। ଆପଣମାନଙ୍କୁ ଏହା ମଧ୍ୟ ମନେ ରଖିବାକୁ ପଡ଼ିବ ଯେ ଦେଶର ଯେଉଁସବୁ ରାଜ୍ୟଗୁଡ଼ିକ ଶତ- ପ୍ରତିଶତ ପ୍ରଥମ ଡୋଜର ସ୍ତରକୁ ପୂରଣ କରି ସାରିଛନ୍ତି, ସେଗୁଡ଼ିକରେ ମଧ୍ୟ କେତେକ ସ୍ଥାନରେ ଭିନ୍ନ- ଭିନ୍ନ ପ୍ରକାରର ଆହ୍ୱାନ ରହିଥିଲା। କେଉଁଠାରେ ଭୌଗୋଳିକ ପରିସ୍ଥିତି କାରଣରୁ ଅସୁବିଧା ହେଲା, ତେବେ ଆଉ କେଉଁଠାରେ ସାଧନ- ସଂସାଧନର ଆହ୍ୱାନ ରହିଲା। କିନ୍ତୁ ଏହି ସବୁ ଜିଲ୍ଲାଗୁଡ଼ିକ, ଏହିସବୁ ଆହ୍ୱାନ ଗୁଡ଼ିକର ମୁକାବିଲା କରି ହିଁ ଆଗକୁ ଯାଇଛନ୍ତି। ଟିକାକରଣ ସହିତ ଜଡ଼ିତ ଅନେକ ମାସର ଅନୁଭୂତି ଆମ୍ଭମାନଙ୍କ ପାଖରେ ରହିଛି। ଆମେ ସବୁ ବହୁତ କିଛି ଶିଖିଛୁ ଆଉ ଏକ ଅଜଣା ଶତ୍ରୁ ସହିତ କିଭଳି ଲଢ଼ା ଯାଇ ପାରେ ଏହା ଆମର ଛୋଟ- ଛୋଟ ଆଶା କର୍ମୀମାନେ ମଧ୍ୟ ଶିଖି ସାରିଛନ୍ତି। ଏବେ ଆପଣମାନଙ୍କୁ ଅଣୁ- ରଣନୀତି(ମାଇକ୍ରୋ ଷ୍ଟାଟେଜି) ପ୍ରସ୍ତୁତ କରି ଆଗକୁ ଚାଲିବାକୁ ହେବ । ଏବେ ଆମେ ରାଜ୍ୟର ହିସାବ, ଜିଲ୍ଲାର ହିସାବ ଏହାକୁ ଭୁଲିଯିବା, ଆମେ ପ୍ରତ୍ୟେକ ଗାଁ, ଗାଁମାନଙ୍କରେ ମଧ୍ୟ ସାହି- ବସ୍ତି, ସେଥିରେ ମଧ୍ୟ ଚାରୋଟି ଘର ବାକି ରହିଯାଇଥିବ ତେବେ ସେହି ଚାରୋଟି ଘର, ସୂକ୍ଷ୍ମତା ଆଡ଼କୁ ଆମେ ଯେତିକି ଆଗେଇବା ଆମେ ସେତେ ପରିମାଣରେ ପରିଣାମ ପ୍ରାପ୍ତ କରିବା। ଆଉ ଯେଉଁଠି ମଧ୍ୟ, ଯାହାକିଛି ମଧ୍ୟ ଅଭାବ ରହିଛି, ସେଗୁଡ଼ିକୁ ଶୀଘ୍ରରୁ ଅତି ଶୀଘ୍ର ଦୂର କରିବାକୁ ହିଁ ପଡ଼ିବ। ଯେଭଳି ଏବେ ଆପଣମାନଙ୍କ ସହିତ ବାର୍ତାଳାପ ସମୟରେ ମଧ୍ୟ ସ୍ୱତନ୍ତ୍ର ଶିବିର କରି ଟିକା ଦେବାର କଥା ଉଠିଥିଲା। ଏହା ମଧ୍ୟ ଏକ ଉତମ ବିଚାର। ନିଜ ଜିଲ୍ଲାର ଗୋଟିଏ- ଗୋଟିଏ ଗାଁ, ଗୋଟିଏ- ଗୋଟିଏ ଅଂଚଳ ପାଇଁ ଯଦି ଭିନ୍ନ ଭିନ୍ନ ରଣନୀତି ପ୍ରସ୍ତୁତ କରୁଛନ୍ତି ତେବେ ତାହା ମଧ୍ୟ ଜଣାନ୍ତୁ। ଆପଣ ଅଂଚଳ ଅନୁସାରେ 20-25 ଲୋକଙ୍କର ଟିମ୍ ଗଠନ କରି ମଧ୍ୟ ଏଭଳି କରି ପାରିବେ। ଯେଉଁ ଟିମ ଆପଣ ପ୍ରସ୍ତୁତ କରିବେ, ସେମାନଙ୍କ ମଧ୍ୟରେ ଏକ ସୁସ୍ଥ ପ୍ରତିଯୋଗିତା ହେଉ, ଏଥିପାଇଁ ଆମ୍ଭେମାନେ ମଧ୍ୟ ପ୍ରୟାସ କରି ପାରିବା। ଆମର ଯେଉଁ ଏନସିସି- ଏନଏସଏସର ଯୁବ ସାଥୀ ଅଛନ୍ତି, ଆପଣମାନେ ଅଧିକରୁ ଅଧିକ ସେମାନଙ୍କର ସାହାଯ୍ୟ ନିଅନ୍ତୁ। ଆପଣମାନେ ନିଜ- ନିଜ ଜିଲ୍ଲାର ବିଭିନ୍ନ ଅଂଚଳର ସମୟ-ସାରଣୀ ମଧ୍ୟ ତିଆରି କରି ପାରିବେ, ନିଜର ସ୍ଥାନୀୟ ଲକ୍ଷ୍ୟ ସ୍ଥିର କରି ପାରନ୍ତି। ମୁଁ ତୃଣମୂଳ ସ୍ତରରେ ରହିଥିବା ସରକାରଙ୍କର ଆମର ସାଥୀମାନଙ୍କ ସହିତ କଥା ହେଉଛି। ମୁଁ ଦେଖିଛି ଯେ ଯେଉଁ ମହିଳା ଅଧିକାରୀମାନେ ଟିକାକରଣ କାର୍ଯ୍ୟ ସହିତ ସାମିଲ ହୋଇଛନ୍ତି ସେମାନେ ମନପ୍ରାଣ ଦେଇ ଲାଗି ପଡ଼ିଛନ୍ତି, ସେମାନେ ଉତମ ପରିଣାମ ଦେଇଛନ୍ତି। ଆମର ସରକାରରେ ଯେଉଁ ମହିଳା କର୍ମୀମାନେ ଅଛନ୍ତି, ଏମିତିକି ପୁଲିସରେ ମଧ୍ୟ ଆମର ଯେଉଁ ମହିଳାମାନେ ଅଛନ୍ତି, ସେମାନଙ୍କୁ କେବେ-କେବେ 5 ଦିନ 7ଦିନ ପାଇଁ ଏହି କାର୍ଯ୍ୟ ପାଇଁ ସାଙ୍ଗରେ ନେଇ ଚାଲନ୍ତୁ। ଆପଣମାନେ ଦେଖିବେ ପରିଣାମ ଦ୍ରୁତ ଗତିରେ ପ୍ରାପ୍ତ ହେବ। ଆପଣଙ୍କ ଜିଲ୍ଲା ଶୀଘ୍ରରୁ ଅତି ଶୀଘ୍ର ରାଷ୍ଟ୍ରୀୟ ହାରାହାରି ସ୍ତର ପର୍ଯ୍ୟନ୍ତ ପହଂଚିପାରୁ, ମୁଁ ଚାହୁଁଛି ତା’ଠାରୁ ମଧ୍ୟ ଆଗକୁ ବଢ଼ି ଯାଉ, ଏଥିପାଇଁ ଆପଣଙ୍କୁ ସମ୍ପୂର୍ଣ୍ଣ ଶକ୍ତି ଲଗାଇ ଦେବାକୁ ପଡ଼ିବ। ମୋତେ ଜଣାଅଛି ଯେ ଆପଣଙ୍କ ସାମ୍ନାରେ ଗୋଟିଏ ଆହ୍ୱାନ ଏବଂ ଲୋକମାନଙ୍କ ସାମ୍ନାରେ ଭ୍ରମର ପରିସ୍ଥିତି ମଧ୍ୟ ରହିଛି। ଆଉ ଯେପରି ଯେଭଳି ଆମେ ଆଗକୁ ବଢ଼ିବା, ବୋଧହୁଏ.. ବୋଧହୁଏ ଏହିସବୁ ସମସ୍ୟା ଆମକୁ କେତେକ ଅଂଚଳରେ ସମ୍ମୁଖକୁ ଆସିବ। ଏବେ କଥାବର୍ତା ସମୟରେ ମଧ୍ୟ ଆପଣମାନଙ୍କ ମଧ୍ୟରୁ କିଛି ଜଣ ଏହି କଥାର ଚର୍ଚ୍ଚା କରିଥିଲେ। ଏହାର ଏକ ବଡ଼ ସମାଧାନ ହେଉଛି ଯେ ଲୋକମାନଙ୍କୁ ଅଧିକରୁ ଅଧିକ ସତର୍କ କରାଯାଉ। ଆପଣମାନେ ଏଥିରେ ସ୍ଥାନୀୟ ଧର୍ମଗୁରୁମାନଙ୍କୁ ମଧ୍ୟ ସାମିଲ କରନ୍ତୁ, ତାଙ୍କର ସାହାଯ୍ୟ ନିଅନ୍ତୁ, ତାଙ୍କର ଛୋଟ-ଛୋଟ ଭିଡିଓ ପ୍ରସ୍ତୁତ କରନ୍ତୁ 2-2, 3-3 ମିନିଟର ଆଉ ତାଙ୍କର ଭିଡିଓକୁ ଲୋକପ୍ରିୟ କରାନ୍ତୁ, ପ୍ରତ୍ୟେକ ଘରେ ସେହି ଧର୍ମଗୁରୁଙ୍କ ଭିଡିଓକୁ ପହଂଚାନ୍ତୁ, ଧର୍ମଗୁରୁ ସେମାନଙ୍କୁ ବୁଝାଇବେ ଏଥିପାଇଁ ଆପଣମାନେ ପ୍ରୟାସ କରନ୍ତୁ। ମୁଁ ମଧ୍ୟ ଭିନ୍ନ- ଭିନ୍ନ ପରମ୍ପରାର ଗୁରୁମାନଙ୍କ ସହିତ କ୍ରମାଗତ ଭାବେ ସାକ୍ଷାତ କରୁଛି। ମୁଁ ବହୁ ଆଗରୁ ପ୍ରାରମ୍ଭରୁ ସମସ୍ତ ଧର୍ମଗୁରୁଙ୍କ ସହିତ କଥା ହୋଇ ଏହି କାର୍ଯ୍ୟ ପାଇଁ ସାହାଯ୍ୟ ପାଇଁ ଅନୁରୋଧ କରିଥିଲି। ସମସ୍ତେ ଟିକାକରଣ ନିମନ୍ତେ ବହୁତ ସମଥନ ଦେଉଛନ୍ତି, କେହି ବିରୋଧ କରୁ ନାହାଁନ୍ତି। ଏବେ 2 ଦିନ ପୂର୍ବରୁ ଭାଟିକାନର ପୋପ ଫ୍ରାନସିସ ମହୋଦୟଙ୍କ ସହିତ ମଧ୍ୟ ମୋର ସାକ୍ଷାତ ହୋଇଥିଲା। ଟିକାକରଣକୁ ନେଇ ଧର୍ମଗୁରୁମାନଙ୍କର ସନ୍ଦେଶକୁ ମଧ୍ୟ ଆମକୁ ଜନତାଙ୍କ ନିକଟରେ ପହଂଚାଇବା ଉପରେ ବିଶେଷ ଧ୍ୟାନ ଦେବାକୁ ପଡ଼ିବ।

 

ସାଥୀଗଣ,

ଆପଣଙ୍କ ଜିଲ୍ଲାରେ ରହୁଥିବା ଲୋକମାନଙ୍କର ସହାୟତା କରିବା ପାଇଁ, ସେମାନଙ୍କୁ ପ୍ରେରିତ କରିବା ପାଇଁ, ଟିକାକରଣ ଅଭିଯାନକୁ ଏବେ ପ୍ରତିଟି ଘରକୁ ନେଇଯିବାର ପ୍ରସ୍ତୁତି ଚାଲିଛି। ‘ହର ଘର ଦସ୍ତକ’ ଏହି ମନ୍ତ୍ର ସହିତ ସେହି ପ୍ରତିଟି ଘରେ ଯାଇ ପହଂଚାଯିବ, ଯେଉଁଠାରେ ଏ ପର୍ଯ୍ୟନ୍ତ ଦୁଇଟି ଯାକ ଟିକାର ସମ୍ପୂର୍ଣ୍ଣ ସୁରକ୍ଷା କବଚ ମିଳି ନାହିଁ । ଏପର୍ଯ୍ୟନ୍ତ ଆପଣମାନେ ସମସ୍ତେ ଲୋକମାନଙ୍କୁ ଟିକାକରଣ କେନ୍ଦ୍ର ପର୍ଯ୍ୟନ୍ତ ପହଂଚାଇବା ଏବଂ ସେଠାରେ ସୁରକ୍ଷିତ ଟିକାକରଣ ପାଇଁ ବ୍ୟବସ୍ଥା କଲେ । ଏବେ (ହର ଘର ଟିକା, ଘର- ଘର ଟିକା) ପ୍ରତି ଘରେ ଟିକା, ଘରେ-ଘରେ ଟିକା, ଏହି ଆନ୍ତରିକତା ସହିତ ଆମ ସମସ୍ତଙ୍କୁ ପ୍ରତ୍ୟେକ ଘରେ ପହଂଚିବାକୁ ପଡ଼ିବ।

ସାଥୀଗଣ,

ଏହି ଅଭିଯାନର ସଫଳତା ପାଇଁ ଆମକୁ ଯୋଗାଯୋଗ ଏବଂ ଟେକ୍ନୋଲୋଜିରୁ ନେଇ ନିଜର ସାମାଜିକ ଭିତିଭୂମିର ଭରପୂର ଉପଯୋଗ କରିବାକୁ ପଡ଼ିବ। ଆମ ପାଖରେ ଦେଶର ଅନେକ ରାଜ୍ୟ, ଅନେକ ଜିଲ୍ଲାରେ ଏଭଳି ମଡେଲ ଅଛି, ଯେଉଁମାନେ ଦୂର- ଦୂରାନ୍ତର ଗାଁରୁ ନେଇ ସହର ପର୍ଯ୍ୟନ୍ତ ଶତ- ପ୍ରତିଶତ ଟିକାକରଣ ପାଇଁ ଆପଣାଇଛନ୍ତି । ସାମାଜିକ କିମ୍ବା ଭୌଗୋଳିକ ପରିସ୍ଥିତି ହିସାବରେ ଯେଉଁ ମଧ୍ୟ ମଡେଲ ଆପଣଙ୍କ ପାଇଁ, କିମ୍ବା କୌଣସି କ୍ଷେତ୍ର ବିଶେଷ ପାଇଁ ଅନୁକୂଳ ହେବ, ତାହାକୁ ନିଶ୍ଚିତ ଭାବେ ଆପଣାଇବାକୁ ପଡ଼ିବ। ଆପଣମାନେ ଆଉ ଏକ କାର୍ଯ୍ୟ କରି ପାରନ୍ତି। ଆପଣଙ୍କ ସହଯୋଗୀମାନେ, ଆପଣଙ୍କ ସାଥୀମାନେ ଅନ୍ୟାନ୍ୟ ଜିଲ୍ଲାରେ ଦ୍ରୁତ ଗତିରେ ଟିକାକରଣ କରିଛନ୍ତି। ସମ୍ଭବ ହୋଇପାରେ, ଆପଣ ଯେଉଁସବୁ ଆହ୍ୱାନଗୁଡ଼ିକର ସମ୍ମୁଖୀନ ହେଉଛନ୍ତି, ସେମାନେ ମଧ୍ୟ ସେହିସବୁ ଆହ୍ୱାନଗୁଡ଼ିକ ମଧ୍ୟ ଦେଇ ଗତି କରିଥାଇ ପାରନ୍ତି। ଆପଣ ସେମାନଙ୍କ ଠାରୁ ମଧ୍ୟ ଜାଣନ୍ତୁ ଯେ ସେମାନେ କିଭଳି ଭାବେ ଟିକାକରଣର ଗତିକୁ ବୃଦ୍ଧି କଲେ, ସମସ୍ୟାଗୁଡ଼ିକର କିଭଳି ସମାଧାନ କଲେ। କେଉଁପ୍ରକାରର ନୂତନ ଉପାୟ ଅବଲମ୍ବନ କଲେ, ଆପଣ ସେମାନଙ୍କୁ ଗୋଟିଏ ଫୋନ କଲ କରି ମଧ୍ୟ ଆପଣଙ୍କ ଜିଲ୍ଲାରେ ପରିବର୍ତନ ଆଣି ପାରିବେ। ଯଦି ସେମାନେ ନିଜ ଜିଲ୍ଲାରେ କିଛି ନୂତନ କୌଶଳ ଆପଣାଇଛନ୍ତି, କିଛି ଭଲ ବ୍ୟବସ୍ଥା ବା ଅଭ୍ୟାସକୁ ଆପଣାଇଛନ୍ତି, ତେବେ ତାହାକୁ ଆପଣ ନିଜ ଜିଲ୍ଲାରେ ଦୋହରାଇ ପାରିବେ। ଆମର ଯେଉଁ ଆଦିବାସୀ, ବନବାସୀ ସାଥୀ ଅଛନ୍ତି, ସେମାନଙ୍କୁ ଟିକା ଦେବା ପାଇଁ ମଧ୍ୟ ଆମକୁ ନିଜର ପ୍ରୟାସ ଗୁଡ଼ିକୁ ଆହୁରି ବୃଦ୍ଧି କରିବାକୁ ପଡ଼ିବ। ଏ ପର୍ଯ୍ୟନ୍ତ ଆମର ଯେଉଁ ଅନୁଭବ ରହି ଆସିଛି ସେହି ଅନୁସାରେ ସ୍ଥାନୀୟ ନେତୃତ୍ୱ, ସମାଜର ଅନ୍ୟ ସମ୍ମାନିତ ସାଥୀମାନଙ୍କ ସମର୍ଥନ ଏବଂ ସହଯୋଗ ହେଉଛି ଏକ ବହୁତ ବଡ଼ କାରକ। ଆମକୁ କିଛି ନିର୍ଦ୍ଧଷ୍ଟ ଦିନଗୁଡ଼ିକୁ ମଧ୍ୟ ବାଛି ସ୍ଥିର କରିବାକୁ ପଡ଼ିବ, ଯେଭଳି ଏବେ ବିର୍ସାମୁଣ୍ଡା ମହାଶୟଙ୍କର ଜୟନ୍ତୀ ଆସିବ। ବିର୍ସାମୁଣ୍ଡା ମହାଶୟଙ୍କର ଜୟନ୍ତୀ ପୂର୍ବରୁ ସମଗ୍ର ଆଦିବାସୀ ଅଂଚଳରେ ଏଭଳି ପରିବେଶ ସୃଷ୍ଟି କରି ଦିଅନ୍ତୁ, ଆଉ ଏକ ପ୍ରକାରରେ ବିର୍ସାମୁଣ୍ଡା ମହାଶୟଙ୍କୁ ଆମର ଶ୍ରଦ୍ଧାଞ୍ଜଳୀ ଦେଇ ଏଥର ଆମେ ଟିକା ନେବା। ଏଭଳି କିଛି ଭାବାବେଗ ଜଡ଼ିତ ଜିନିଷକୁ ଯୋଡ଼ିବା ଆଉ ମୁଁ ଚାହିଁବି ଯେ ଏହି ଆଦିବାସୀ ସମୁଦାୟଙ୍କ ସମ୍ପୂର୍ଣ୍ଣ ଟିକାକରଣରେ ମଧ୍ୟ ଏହି ଅଭିବ୍ୟକ୍ତି ବହୁତ କାର୍ଯ୍ୟରେ ଆସିବ। ଟିକାକରଣ ସହିତ ଜଡ଼ିତ ଯୋଗଯୋଗକୁ ଆମେ ଯେତିକି ମାତ୍ରାରେ ସରଳ ଭାବେ କରିବା, ସ୍ଥାନୀୟ ଭାଷାରେ- କଥାରେ କରିବା, ମୁଁ ଦେଖିଛି ଯେ କିଛି ଲୋକମାନେ ଗ୍ରାମୀଣ ଭାଷାରେ ଗୀତ ଲେଖିଛନ୍ତି ଗୀତ ଗାଇ- ଗାଇ ଟିକାକରଣର କଥାକୁ ଜଣାଉଛନ୍ତି। ଏହାର ଭଲ ପରିଣାମ ଆସି ପାରିବ।

ସାଥୀଗଣ,

‘ହର ଘର ଦସ୍ତକ’ଅର୍ଥାତ ପ୍ରତ୍ୟେକଙ୍କ ଘର ଦେଇ ଯିବା ସମୟରେ, ପ୍ରଥମ ଡୋଜ ସହିତ ଆପଣ ସମସ୍ତଙ୍କୁ ଦ୍ୱିତୀୟ ଡୋଜ ଉପରେ ମଧ୍ୟ ସମପରିମାଣରେ ଧ୍ୟାନ ଦେବାକୁ ପଡ଼ିବ। କାରଣ ଯେତେବେଳେ ମଧ୍ୟ ସଂକ୍ରମଣର କମ ହେବାକୁ ଲାଗେ, ସେତେବେଳେ ବହୁବାର ଜରୁରୀ ଭାବନା କମ ହୋଇ ଯାଇଥାଏ। ଲୋକମାନଙ୍କୁ ଲାଗିଥାଏ ଯେ, ଏତେ କ’ଣ ବ୍ୟସ୍ତ କାହିଁକି, ଦେଇ ଦେବା । ମୋର ମନେଅଛି ଯେତେବେଳେ ଆମେ 1 କୋଟି ସଂଖ୍ୟାକୁ ଅତିକ୍ରମ କରିଗଲେ ସେତେବେଳେ ମୁଁ ହାସ୍ପାତାଳ ଯାଇଥିଲି ସେଠାରେ ଜଣେ ବ୍ୟକ୍ତିଙ୍କ ସହିତ ମୋର ସାକ୍ଷାତ ହେଲା, ମୁଁ ତାଙ୍କ ସହିତ କଥା ହେଲି ଯେ ଏତେ ଦିନ ପର୍ଯ୍ୟନ୍ତ ଟିକା ନେଇ ନାହାଁନ୍ତି କାହିଁକି? ତେବେ ସେ କହିବାକୁ ଲାଗିଲେ ନାଇଁ- ନାଇଁ ମୁଁ ଜଣେ ମଲ୍ଲଯୋଦ୍ଧା ତେଣୁ ମୋର ମନ କହୁଥିଲା ଯେ କ’ଣ ଆବଶ୍ୟକତା ଅଛି? କିନ୍ତୁ ଏବେ ଯେତେବେଳେ 1 କୋଟି ହୋଇଗଲା ତେବେ ମୁଁ ଭାବୁଛି କି ମୁଁ ଅଛୁଆଁ ବୋଲି ଅନ୍ୟମାନେ ମାନିବେ, ଲୋକମାନେ ମୋତେ ପଚାରିବେ ଆଉ ମୋର ମୁଣ୍ଡ ତଳକୁ ହୋଇଯିବ। ତେଣୁ ମୋର ମନେ ହେଲା ଯେ ଚାଲ ଏବେ ମୁଁ ମଧ୍ୟ ଟିକା ନେଇଯିବି, ଏଥିପାଇଁ ସେ ଆସିଗଲେ ଆଉ ଏଥିପାଇଁ ମୁଁ କହୁଛି ଯେ ଆମେ କୌଣସି ମଧ୍ୟ ପରିସ୍ଥିତିରେ ଲୋକମାନଙ୍କର ଚିନ୍ତାଧାରାକୁ ଶୀଥିଳ ପଡ଼ିବାକୁ ଦେବାନାହିଁ। ଏହି ଚିନ୍ତାଧାରା କାରଣରୁ ଦୁନିଆର ଅନେକ ଦେଶମାନଙ୍କରେ, ଆପଣମାନେ ଦେଖନ୍ତୁ ଭଲ- ଭଲ ସମୃଦ୍ଧ ଦେଶମାନଙ୍କରେ ମଧ୍ୟ ପୁଣିଥରେ କରୋନାର ଖବରମାନ ଚିନ୍ତା ସୃଷ୍ଟି କରୁଛି। ଆମ ଭଳି ଦେଶକୁ ପାଇଁ ଏହା ସାମାନ୍ୟତମ, ଆମେ ଏହାକୁ ସ୍ୱୀକାର କରି ପାରିବା ନାହିଁ, ଆମେ ଏହାକୁ ସହ୍ୟ କରି ପାରିବା ନାହିଁ। ଏଥିପାଇଁ ଟିକାର ଦୁଇଟି ଯାକ ଡୋଜ ସ୍ଥିରୀକୃତ ସମୟ ମଧ୍ୟରେ ନେଇ ଯିବା ହେଉଛି ବହୁତ ଜରୁରୀ । ଆପଣଙ୍କ ଅଂଚଳର ଯେଉଁ ଲୋକମାନଙ୍କୁ ସ୍ଥିରୀକୃତ ସମୟ ପୂରଣ ହେବା ପରେ ମଧ୍ୟ ଦ୍ୱିତୀୟ ଡୋଜ ନେଇ ନାହାନ୍ତି, ସେମାନଙ୍କ ସହିତ ପ୍ରାଥମିକତା ଆଧାରରେ ଆପଣମାନଙ୍କୁ ଯୋଗାଯୋଗ କରିବାକୁ ପଡ଼ିବ, ସେମାନଙ୍କୁ ଦ୍ୱିତୀୟ ଡୋଜ ନେବାକୁ ହିଁ ପଡ଼ିବ।

ସାଥୀଗଣ,

ସମସ୍ତଙ୍କୁ ଟିକା, ମାଗଣା ଟିକା ଅଭିଯାନ ମାଧ୍ୟମରେ ଆମେ ଗୋଟିଏ ଦିନରେ ପ୍ରାୟ-ପ୍ରାୟ ଅଢ଼େଇ କୋଟି ଟିକା ଦେଇକରି ଦେଖି ସାରିଛେ, ଆମକୁ ଆମ ଶକ୍ତିର ଅନୁଭବ ହୋଇ ସାରିଛି। ଏହା ଦର୍ଶାଉଛି ଯେ ଆମର ସାମର୍ଥ୍ୟ ହେଉଛି କେତେ। ଟିକାକୁ ପ୍ରତ୍ୟେକଙ୍କ ଘରେ ପହଂଚାଇବା ପାଇଁ ଯାହା କିଛି ମଧ୍ୟ ଆବଶ୍ୟକୀୟ ଯୋଗାଣ ଶୃଙ୍ଖଳ ନେଟୱର୍କ ରହିଛି, ତାହା ଏବେ ପ୍ରସ୍ତୁତ। ଚଳିତ ମାସରେ କେତେ ଟିକା ଉପଲବ୍ଧ ହେବ ଏହାର ବିସ୍ତୃତ ବିବରଣୀ ମଧ୍ୟ ପ୍ରତ୍ୟେକ ରାଜ୍ୟକୁ ଆଗୁଆ ସୂଚନା ଦିଆଯାଇ ସାରିଛି। ଏଥିପାଇଁ ଆପଣ ଆପଣଙ୍କ ସୁବିଧା ଅନୁସାରେ ଏହି ମାସ ପାଇଁ ଆପଣଙ୍କର ଲକ୍ଷ୍ୟ ଆଗୁଆ ଯୋଜନା କରି ପାରିବେ। ମୁଁ ଆଉଥରେ ପୁଣି କହୁଛି, ଏଥର 1 କୋଟି ଡୋଜ ପରେ ଦୀପାବଳୀ ପାଳନ କରିବାର ଉଦ୍ଦିପନା ସୃଷ୍ଟି ହୋଇଛି ଆମେ ନୂତନ ଲକ୍ଷ୍ୟକୁ ଅତିକ୍ରମ କରି ଖ୍ରୀଷ୍ଟମାସକୁ ଉତ୍ସାହର ସହିତ ପାଳନ କରିବା ଏହି ଉତ୍ସାହ ସହିତ ଆଗକୁ ବଢ଼ିବାକୁ ହେବ।

ଶେଷରେ, ଆପଣ ସମସ୍ତ ସାଥୀମାନଙ୍କୁ ମୁଁ ଆଉ ଗୋଟିଏ କଥା ମନେ ପକାଇ ଦେବାକୁ ଚାହୁଁଛି। ଆପଣମାନେ ସେହି ଦିନକୁ ମନେ ପକାନ୍ତୁ, ଯେତେବେଳେ ଆପଣମାନଙ୍କର ସରକାରୀ ସେବାର ପ୍ରଥମ ଦିନ ଥିଲା। ମୁଁ ସମସ୍ତ ଜିଲ୍ଲାର ଅଧିକାରୀଙ୍କୁ, ସେମାନଙ୍କ ଗହଣରେ ବସିଥିବା ଟିମକୁ, ମୁଁ ଆନ୍ତରିକତାର ସହିତ ଅନୁରୋଧ କରିବାକୁ ଚାହୁଁଛି ଯେ ଆପଣମାନେ କଳ୍ପନା କରନ୍ତୁ ଯେଉଁ ଦିନ ଡ୍ୟୁଟିର ପ୍ରଥମ ଦିନ ଥିଲା, ଯେଉଁଦିନ ଆପଣ ମସୁରୀର ଟ୍ରେନିଂରୁ ବାହାରିଥିଲେ ଆପଣଙ୍କ ନିକଟରେ କେଉଁସବୁ ଭାବନାଗୁଡ଼ିକ ଭରି ହୋଇ ରହିଥିଲା, ଆପଣଙ୍କର କିଭଳି ଉତ୍ସାହ ଥିଲା, କିଭଳି ସ୍ୱପ୍ନ ଥିଲା, ମୋର ଦୃଢ଼ ବିଶ୍ୱାସ ରହିଛି ଆପଣଙ୍କ ମନରେ ଏହି ଇଚ୍ଛା ରହିଥିବ ଯେ ଆପଣ କିଛି ଭଲ କାର୍ଯ୍ୟ କରିବେ, ସମାଜ ପାଇଁ ନୂଆ କିଛି କରିବେ ମନପ୍ରାଣ ଦେଇ ଲାଗି ରହିବେ, ପୁଣି ଥରେ ସେହି ସ୍ୱପ୍ନକୁ ମନେ ପକାନ୍ତୁ, ସେହି ସଂକଳ୍ପକୁ ପକାନ୍ତୁ, ଆଉ ଆମେ ସ୍ଥିର କରିବା ଯେ ସମାଜରେ ଯେଉଁମାନେ ପଛରେ ଅଛନ୍ତି, ଯେଉଁମାନେ ବଂଚିତ ହୋଇ ରହିଛନ୍ତି, ସେମାନଙ୍କ ପାଇଁ ନିଜ ଜୀବନକୁ ସମର୍ପିତ କରିବା ପାଇଁ ଏହାଠାରୁ କୌଣସି ବଡ଼ ସୁଯୋଗ ହୋଇ ନ ପାରେ। ସେହି ଭାବକୁ ମନେ ପକାଇ ସାମିଲ ହୋଇ ଯିବେ। ମୋର ବିଶ୍ୱାସ ଯେ, ଆପଣମାନଙ୍କର ସାମୁହିକ ପ୍ରୟାସ ଦ୍ୱାରା, ଖୁବ ଶୀଘ୍ର ଆପଣଙ୍କ ଜିଲ୍ଲାରେ ଟିକାକରଣ ସ୍ଥିତିରେ ସୁଧାର ଆସିବ। ଆସନ୍ତୁ, ‘ହର ଘର ଦସ୍ତକ’, ଘରକୁ ଘର ଯାଇ ଟିକାକରଣ ଅଭିଯାନକୁ ଆମେ ସଫଳ କରିବା। ଆଜି ଦେଶର ଯେଉଁ ଲୋକମାନେ ମୋତେ ଶୁଣୁଛନ୍ତି, ମୁଁ ଆପଣ ସମସ୍ତଙ୍କୁ କହୁଛି ଆପଣମାନେ ମଧ୍ୟ ଆଗକୁ ଆସନ୍ତୁ, ନିଜେ ଟିକା ନେଇଛନ୍ତି ବହୁତ ଭଲ କଥା କିନ୍ତୁ ଆପଣ ଅନ୍ୟମାନଙ୍କୁ ଟିକା ନେବା ପାଇଁ ପରିଶ୍ରମ କରନ୍ତୁ। ସ୍ଥିର କରନ୍ତୁ, ପ୍ରତ୍ୟେକ ଦିନ 5 ଜଣ ଲୋକଙ୍କୁ, 10 ଜଣ ଲୋକଙ୍କୁ, 2 ଜଣ ଲୋକଙ୍କୁ ଏହି କାର୍ଯ୍ୟରେ ସାମିଲ କରନ୍ତୁ। ଏହା ହେଉଛି ମାନବତା ପାଇଁ କାର୍ଯ୍ୟ, ହେଉଛି ମାଆ ଭାରତୀର ସେବା କାର୍ଯ୍ୟ, 130 କୋଟି ଦେଶବାସୀଙ୍କ କଲ୍ୟାଣର କାର୍ଯ୍ୟ, ଆମେ କୌଣସି କୋହଳ ମନୋଭାବ ପୋଷଣ କରିବା ନାହିଁ ଆମର ଦୀପାବଳି ସେହି ସଂକଳ୍ପର ଦୀୱାଲୀ ହେଉ। ଆମେ ସ୍ୱାଧୀନତାର 75 ବର୍ଷ ପାଳନ କରିବାକୁ ଯାଉଛୁ। ସ୍ୱାଧୀନତାର ଏହି 75 ବର୍ଷ ହସଖୁସିରେ ଭରି ଯାଉ, ଆତ୍ମବିଶ୍ୱାସରେ ଭରିଯାଉ, ଏକ ନୂତନ ଉଦ୍ଦୀପନା ଏବଂ ଉତ୍ସାହରେ ଭରି ଯାଉ, ଏଥିପାଇଁ ଏବେ ବହୁତ କମ ସମୟରେ ପରିଶ୍ରମ କରିବାର ଅଛି, ମୋର ଆପଣ ସମସ୍ତଙ୍କ ଉପରେ ବିଶ୍ୱାସ ରହିଛି, ଆପଣଙ୍କ ଭଳି ଯୁବ ଟିମଙ୍କ ଉପରେ ମୋର ବିଶ୍ୱାସ ରହିଛି ଆଉ ଏଥିପାଇଁ ମୁଁ ଜାଣିଶୁଣି ବିଦେଶରୁ ଫେରିବା ମାତ୍ରେ ହିଁ ମୋ ଦେଶର ଏହି ସାଥୀମାନଙ୍କୁ ସାକ୍ଷାତ କରିବା ପାଇଁ ଚିନ୍ତା କଲି। ସମସ୍ତ ମୁଖ୍ୟମନ୍ତ୍ରୀ ମହୋଦୟ ଉପସ୍ଥିତ ରହିଲେ, ଏହାର କେତେ ଗମ୍ଭୀରତା ରହିଛି, ଆଜି ଏହା ମୁଖ୍ୟମନ୍ତ୍ରୀମାନେ ମଧ୍ୟ ଦେଖାଇ ଦେଇଛନ୍ତି। ମୁଁ ସମସ୍ତ ଆଦରଣୀୟ ମୁଖ୍ୟମନ୍ତ୍ରୀମାନଙ୍କୁ କୃତଜ୍ଞତା ଜଣାଉଛି। ପୁଣିଥରେ ଆପଣ ସମସ୍ତଙ୍କୁ ବହୁତ- ବହୁତ ଧନ୍ୟବାଦ ଜଣାଉଛି। ନମସ୍କାର!

 

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Startup India recognises 2.07 lakh ventures, 21.9 lakh jobs created

Media Coverage

Startup India recognises 2.07 lakh ventures, 21.9 lakh jobs created
NM on the go

Nm on the go

Always be the first to hear from the PM. Get the App Now!
...
Prime Minister inaugurates the first Emergency Landing Facility (ELF) of the northeast in Dibrugarh, Assam
February 14, 2026

The Prime Minister, Shri Narendra Modi inaugurated the first Emergency Landing Facility (ELF) of the northeast in Dibrugarh, Assam. Shri Modi stated that it is a matter of immense pride that the Northeast gets an Emergency Landing Facility, and is of great importance from a strategic point of view and during times of natural disasters.

The Prime Minister posted on X:

"It is a matter of immense pride that the Northeast gets an Emergency Landing Facility. From a strategic point of view and during times of natural disasters, this facility is of great importance."

"উত্তৰ-পূৰ্বাঞ্চলে ইমাৰ্জেঞ্চি লেণ্ডিং ফেচিলিটি লাভ কৰাটো অপৰিসীম গৌৰৱৰ বিষয়। কৌশলগত দৃষ্টিকোণৰ পৰা আৰু প্ৰাকৃতিক দুৰ্যোগৰ সময়ত এই সুবিধাৰ গুৰুত্ব অতিশয় বেছি।"