ମହାମହିମଗଣ, 

ଗ୍ଲୋବାଲ ସାଉଥର ନେତାମାନଙ୍କୁ ନମସ୍କାର ! ଏହି ଶିଖର ସମ୍ମିଳନୀରେ ଆପଣମାନଙ୍କୁ ସ୍ୱାଗତ ଜଣାଇବା ମୋର ସୌଭାଗ୍ୟ । ବିଭିନ୍ନ ଭାଗରୁ ଆସି ଏଥିରେ ଅଂଶଗ୍ରହଣ କରିଥିବାରୁ ମୁଁ ଆପଣମାନଙ୍କୁ ଧନ୍ୟବାଦ ଜଣାଉଛି । ନୂଆବର୍ଷର ଏକ ସକାଳରେ ଆମେ ମିଳିତ ହୋଇଛୁ ଯାହା ନୂତନ ଆଶା ଓ ଶକ୍ତି ଦେଉଛି । ୧.୩ ବିଲିୟନ ଭାରତବାସୀଙ୍କ ପକ୍ଷରୁ ମୁଁ ଏକ ସୁଖ ଓ ସନ୍ତୁଷ୍ଟିର ୨୦୨୩ ଆପଣ ଓ ଆପଣଙ୍କ ଦେଶକୁ ଜଣାଉଛି ।

ଆମେ ଆଉ ଗୋଟେ କଷ୍ଟକର ବର୍ଷର ପୃଷ୍ଠା ଓଲଟାଉଛୁ ଯାହା ଯୁଦ୍ଧ, ଗଣ୍ଡଗୋଳ, ଆତଙ୍କବାଦ, ଭୂ-ରାଜନୈତିକ ଅଶାନ୍ତି, ଖାଦ୍ୟ, ସାର ଓ ଇନ୍ଧନ ଦରଦାମ ବୃଦ୍ଧି, ଜଳବାୟୁ ପରିବର୍ତ୍ତନଜନିତ ପ୍ରାକୃତିକ ବିପର୍ଯ୍ୟୟ ଓ କୋଭିଡ ବୈଶ୍ୱିକ ମହାମାରୀର ଆର୍ଥିକ ପ୍ରଭାବ ଇତ୍ୟାଦି । ଏ କଥା ସ୍ପଷ୍ଟ ଯେ ବିଶ୍ୱ ଏକ ଜଟିଳ ପରିସ୍ଥିତି ଦେଇ ଗତି କରୁଛି । ଏପରି ଅସ୍ଥିରତା କେତେ ଦିନ ପର୍ଯ୍ୟନ୍ତ ଚାଲିବ ତାହା ଅନୁମାନ କରିବା କଷ୍ଟକର । 

ମହାମହିମ ଗଣ, 

ଆମେ ଦକ୍ଷିଣ ଗୋଲାର୍ଦ୍ଧ ବାଲାଙ୍କୁ ଭବିଷ୍ୟତରେ ଅନେକ ବାଜି ମାରିବାର ଅଛି । ଆମ ଦେଶଗୁଡିକରେ ଜନ ସଂଖ୍ୟାର ତିନି ଚତୁର୍ଥାଂଶ ଏଠାରେ ବାସ କରନ୍ତି । ସେ ଦୃଷ୍ଟିରୁ ଆମର ମଧ୍ୟ ସମାନ ଅଧିକାର ରହିଛି । ତେଣୁ ଆଠ ଦଶନ୍ଧି ଧରି ଚାଲିଥିବା ବୈଶ୍ୱିକ ପ୍ରଶାସନ ବଦଳୁଥିବା ବେଳେ, ଆମେ ନୂତନ ଭାବେ ଆସୁଥିବା ବ୍ୟବସ୍ଥାକୁ ଆପଣାଇବା ପାଇଁ ଚେଷ୍ଟା କରିବା ଉଚିତ୍ । 

ମହାମହିମଗଣ, 

ଅଧିକାଂଶ ବୈଶ୍ୱିକ ସମସ୍ୟା ଦକ୍ଷିଣ ଗୋଲାର୍ଦ୍ଧ ଦ୍ୱାରା ସୃଷ୍ଟି ହୋଇନାହିଁ । ମାତ୍ର ସେଗୁଡିକ ଆମକୁ ଘୋର ପ୍ରଭାବିତ କରିଛି । କୋଭିଡ ବୈଶ୍ୱିକ ମହାମାରୀ, ଜଳବାୟୁ ପରିବର୍ତ୍ତନ, ଆତଙ୍କବାଦ ଓ ଏପରିକି ୟୁକ୍ରେନ ପରିସ୍ଥିତି ଯୋଗୁଁ ଆମେ ପ୍ରଭାବିତ ହୋଇଛୁ। ଏଗୁଡିକ ସମାଧାନ ଖୋଜିବାରେ ଆମର କୌଣସି ଭୂମିକା ବା କହିବାର ଅଧିକାର ନାହିଁ । 

ମହାମହିମଗଣ

ଭାରତ ସବୁବେଳେ ଏହାର ବିକାଶଗତ ଅଭିଜ୍ଞତାକୁ ଦକ୍ଷିଣ ଗୋଲାର୍ଦ୍ଧର ଭାଇମାନଙ୍କ ସହ ସେୟାର କରିଆସିଛି । ଆମର ବିକାଶ ଅଂଶୀଦାରିତା ସମସ୍ତ ଭୂଗୋଳ ଓ ବିବିଧ କ୍ଷେତ୍ରରେ ବିସ୍ତାରିତ । ବୈଶ୍ୱିକ ମହାମାରୀ କାଳରେ ଆମେ ଶହେରୁ ଅଧିକ ଦେଶକୁ ଟିକା ଓ ଔଷଧପତ୍ର ପଠାଇଥିଲୁ । ଆମର ସମାନ ଭବିଷ୍ୟତ ନିର୍ଦ୍ଧାରଣ ନିମନ୍ତେ ଭାରତ ସବୁବେଳେ ବିକାଶଶୀଳ ଦେଶମାନଙ୍କ ପାଇଁ ବଡ ଭୂମିକା ଗ୍ରହଣ କରିଛି । 

ମହାମହିମଗଣ, 

ଭାରତ ଚଳିତବର୍ଷ ଜି-୨୦ରେ ଅଧ୍ୟକ୍ଷତା କରୁଥିବାବେଳେ ଏହା ସ୍ୱାଭାବିକ ଯେ ଆମର ସ୍ୱର ଦକ୍ଷିଣ ଗୋଲାର୍ଦ୍ଧ ନିମନ୍ତେ ଅଧିକ ହେବ । ଆମର ଜି-୨୦ ଅଧ୍ୟକ୍ଷତା ନିମନ୍ତେ ଆମେ “ଗୋଟିଏ ପୃଥିବୀ, ଗୋଟିଏ ପରିବାର, ଗୋଟିଏ ଭବିଷ୍ୟତ”ର ବିଷୟବସ୍ତୁ ବାଛିଛୁ । ଏହା ଆମ ସଭ୍ୟତାର ଅଂଶବିଶେଷ । ଏକତ୍ୱର ପଥକୁ ପାଇବାକୁ ହେଲେ ମାନବ କୈନ୍ଦ୍ରିକ ବିକାଶପଥରେ ଯିବାକୁ ପଡିବ ବୋଲି ଆମେ ବିଶ୍ୱାସ କରୁ । ଦକ୍ଷିଣ ଗୋଲାର୍ଦ୍ଧର ଅଧିବାସୀମାନେ ବିକାଶର ସୁବିଧାରୁ ଆଉ ବେଶୀଦିନ ବଂଚିତ ହୋଇ ରହିବେ ନାହିଁ । ମିଳିମିଶି ଆମେ ନିଶ୍ଚିତ ବୈଶ୍ୱିକ ରାଜନୀତିକ ଓ ଆର୍ଥିକ ପ୍ରଶାସନର ପୁନର୍ଗଠନ କରିବା । ଏହା ଅସାମାଞ୍ଜସ୍ୟ ଦୂର କରିପାରିବ, ଅଧିକ ସୁଯୋଗ ସୃଷ୍ଟି କରିପାରି, ଅଭିବୃଦ୍ଧିରେ ସହାୟକ ହେବ ଓ ପ୍ରଗତି ଏବଂ ସମୃଦ୍ଧି ବିସ୍ତାର କରିବ । 

ମହାମହିମ ଗଣ, 

ବିଶ୍ୱକୁ ପୁର୍ନଶକ୍ତି ବାନ କରିବା ପାଇଁ ଆମେ ମିଳିମିଶି ଏକ ଜବାବଦାହୀ, ଚିହ୍ନଟ, ସମ୍ମାନ ଓ ସଂସ୍କାର କାର୍ଯ୍ୟକ୍ରମ ନିମନ୍ତେ ଆହ୍ୱାନଦେବା । ଜବାବଦାହୀ ହେଲା ଦକ୍ଷିଣ ଗୋଲାର୍ଦ୍ଧର ଅଗ୍ରାଧିକାର ବିଷୟଗୁଡିକୁ ନେଇ ଏକ ସାମଗ୍ରିକ ଓ ସନ୍ତୁଳିତ ଆନ୍ତର୍ଜାତିକ କାର୍ଯ୍ୟକ୍ରମ ପ୍ରସ୍ତୁତ କରିବା । ଚିହ୍ନଟ ହେଉଛି ସାଧାରଣ ଅଥଚ ଦାୟିତ୍ୱ ପୃଥିୀକରଣ ଯାହା ବୈଶ୍ୱିକ ଆହ୍ୱାନ ମୁକାବିଲାରେ ସମର୍ଥ । ସମ୍ମାନ ହେଉଛି ସମସ୍ତ ଦେଶର ସାର୍ବଭୌମତ୍ୱ, ଆଇନର ଶାସନ ଓ ବିବାଦ ଓ ମତପାର୍ଥକ୍ୟର ଶାନ୍ତିପୂର୍ଣ୍ଣ ସମାଧାନ ଓ ସଂସ୍କାର ହେଉଛି ଜାତିସଂଘ ସମେତ ଆର୍ନ୍ତଜାତିକ ପ୍ରତିଷ୍ଠାନଗୁଡିକୁ ଅଧିକ ପ୍ରାସଙ୍ଗିକ କରିବା । 

ମହାମହିମଗଣ,

 ବିଶ୍ୱରେ ବିକାଶଶୀଳ ଦେଶଗୁଡିକ ଅନେକ ଆହ୍ୱାନର ସମ୍ମୁଖୀନ ହେଉଥିଲେ ମଧ୍ୟ ମୁଁ ଆଶାବାଦୀ ଯେ ଆମର ଦିନ ଆସୁଛି । ବର୍ତ୍ତମାନର ଆବଶ୍ୟକତା ହେଉଛି ସରଳ, ଅତିକ୍ରମ ଯୋଗ୍ୟ ଓ ସ୍ଥାୟୀ ଓ ନିରନ୍ତର ସମାଧାନ ପନ୍ଥା ଚିହ୍ନଟ କରି ଆମ ସମାଜ ଓ ଅର୍ଥନୀତିରେ ପରିବର୍ତ୍ତନ ଆଣିବା । ଏଭଳି ପନ୍ଥା ଗ୍ରହଣ କରି ଦାରିଦ୍ର‌୍ୟ ହେଉ ବା ସାର୍ବଜନନୀ ସ୍ୱାସ୍ଥ୍ୟ ଯତ୍ନ ବା ମାନବ ସାମର୍ଥ୍ୟ ବୃଦ୍ଧି ଇତ୍ୟାଦି ଭଳି କଠିନ ଆହ୍ୱାନଗୁଡିକର ଆମେ ସାମ୍ନା କରିପାରିବା । ଗତ ଶତାବ୍ଦୀରେ ଆମେ ବିଦେଶୀ ଶାସନ ବିରୁଦ୍ଧରେ ପରସ୍ପରକୁ ସମର୍ଥନ କରିଥିଲୁ । ଚଳିତ ଶତାବ୍ଦୀରେ ଆମେ ନୂତନ ବିଶ୍ୱ ବ୍ୟବସ୍ଥା ସୃଷ୍ଟି କରି ଆମ ନାଗରିକମାନଙ୍କ କଲ୍ୟାଣ ସୁନିଶ୍ଚିତ କରିପାରିବା । ଭାରତ ଦୃଷ୍ଟିରୁ ଦେଖିଲେ ଆପଣମାନଙ୍କ ସ୍ୱର ହେଉଛି ଭାରତ ସହ ସମାନ । ଆପଣମାନଙ୍କୁ ପ୍ରାଥମିକତା ମଧ୍ୟ ଭାରତର ପ୍ରାଥମିକତା । ଆଗାମୀ ଦୁଇଦିନଧରି ଦକ୍ଷିଣ ଗୋଲାର୍ଦ୍ଧର ସମସ୍ତ ଅଗ୍ରାଧିକାର ପ୍ରଦାନ କରାଯାଉଥିବା ବିଷୟମାନ ଶିଖର ସମ୍ମିଳନୀରେ ଆଲୋଚନା ହେବ । ମୁଁ ନିଶ୍ଚିତ ଯେ ମିଳିମିଶି ଦକ୍ଷିଣ ଗୋଲାର୍ଦ୍ଧ ନେଇ ନୂତନ ଓ ସୃଜନାତ୍ମକ ବିଷୟମାନ ଉତଥାପନ ହେବ । ଏହି ଚିନ୍ତାଧାରାଗୁଡିକ ଆମର ଜି-୨୦ ଓ ଅନ୍ୟାନ୍ୟ ଅଞ୍ଚଳରେ ଆମ ଦୃଷ୍ଟିଭଙ୍ଗୀର ଭିତ୍ତି ହେବ । ଭାରତରେ ଆମର ଏକ ପ୍ରାର୍ଥନା ଅଛି ଆ ନୋ ଭ୍ରଦାଃ, କ୍ରତବୋ ୟନ୍ତୁ ବିଶ୍ୱତଃ! ଏହାର ଅଥ ର୍ହେଲା ମହତ୍ ଚିନ୍ତାଧାରା ଜଗତର ସବୁ ଦିଗରୁ ଆମ ପାଖକୁ ଆସୁ । ଆମର ସମନ୍ୱିତ ଭବିଷ୍ୟତ ନିମନ୍ତେ ଦକ୍ଷିଣ ଗୋଲାର୍ଦ୍ଧର ଏହି ମହତ୍ ସ୍ୱର ପାଇଁ ଏକ ସମନ୍ୱିତ ଉଦ୍ୟମ ହେଉ।

ମହାମହିମଗଣ

ମୁଁ ଆପଣମାନଙ୍କ ଚିନ୍ତାଧାରା ଓ ଧାରଣା ସମ୍ପର୍କରେ ଅବଗତ ହେବାର ପାଇଁ ଅପେକ୍ଷା କରୁଛି । ମୁଁ ପୁଣି ଥରେ ଆପଣମାନେ ଅଂଶଗ୍ରହଣ କରିଥିବାରୁ ଧନ୍ୟବାଦ ଜଣାଇଛି ।

ଧନ୍ୟବାଦ ।

 

 

 

 

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Inspiring India: Gujarat Woman's Solar Mission Earns PM Modi’s Praise, Invitation to I-Day Ceremony

Media Coverage

Inspiring India: Gujarat Woman's Solar Mission Earns PM Modi’s Praise, Invitation to I-Day Ceremony
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଅଗଷ୍ଟ 06, 2026
August 06, 2026

New India Defies the Storm: Multi-Front Progress Under PM Modi