ଭବିଷ୍ୟତର ଯେକୌଣସି ମହାମାରୀରୁ ବିଶ୍ୱକୁ ସୁରକ୍ଷା କବଚ ପ୍ରଦାନ କରିବାର ଆବଶ୍ୟକତା ଉପରେ ପ୍ରଧାନମନ୍ତ୍ରୀଙ୍କ ଗୁରୁତ୍ୱାରୋପ
କରୋନା ମହାମାରୀ ସମୟରେ ଡିଜିଟାଲ ପ୍ରଯୁକ୍ତି ଲୋକମାନଙ୍କୁ ସହ୍ୟ କରିବା, ଅନ୍ୟ ସଂହିତ ସଂଯୋଗ ସ୍ଥାପନ କରିବା ଏବଂ ପରସ୍ପରଙ୍କୁ ସମବେଦନା ଜଣାଇବାରେ ବିଶେଷ ସହାୟକ ହୋଇଛି: ପ୍ରଧାନମନ୍ତ୍ରୀ
ବିଚ୍ୟୁତିକୁ ଦୁର୍ଯୋଗ ବୋଲି ଭାବିବା ଅନୁଚିତ, ଆମକୁ ମରାମତି ଓ ପ୍ରସ୍ତୁତି ଭଳି ଦୁଇଟି ଭିତ୍ତିଭୂମି ଉପରେ ଦୃଷ୍ଟି ଦେବାକୁ ପଡ଼ିବ: ପ୍ରଧାନମନ୍ତ୍ରୀ
ଆମ ବିଶ୍ୱ ଏବେ ସମ୍ମୁଖୀନ ହେଉଥିବା ଚାଲେଞ୍ଜଗୁଡ଼ିକୁ ସାମୂହିକ ମନୋଭାବ ଏବଂ ମାନବ କୈନ୍ଦ୍ରିକ ଆଭିମୁଖ୍ୟ ଜରିଆରେ ମୁକାବିଲା କରାଯାଇପାରିବ: ପ୍ରଧାନମନ୍ତ୍ରୀ
କରୋନା ମହାମାରୀ କେବଳ ଆମର ସହନଶୀଳତାର ଏକ ପରୀକ୍ଷା ନୁହେଁ, ଅପରନ୍ତୁ ଆମର ଚିନ୍ତନର ମଧ୍ୟ ଏହା ଏକ ମହା ପରୀକ୍ଷା ଯଦ୍ୱାରା ଆମେ ଭବିଷ୍ୟତ ପାଇଁ କେତେ ସମାବେଶୀ, ଯତ୍ନଶୀୟ ଓ ପୋଷଣୀୟ ବିକାଶ କରିପାରିବା :ପ୍ରଧାନମନ୍ତ୍ରୀ
ଭାରତ ହେଉଛି ବିଶ୍ୱର ସର୍ବାଧିକ ଷ୍ଟାର୍ଟ ଅପ୍‍ ଇକୋ ସିଷ୍ଟମର ଭୂମି, ଅଭିନବତ୍ୱ ସୃଷ୍ଟିକାରୀ ଏବଂ ନିବେଶକମାନେ ଯାହା ଚାହାନ୍ତି ସେସବୁ ଭାରତରେ ମହଜୁଦ ରହିଛି: ପ୍ରଧାନମନ୍ତ୍ରୀ
ଭାରତରେ ପାଞ୍ଚଟି ପ୍ରମୁଖ ଖୁଣ୍ଟ - ପ୍ରଜ୍ଞା, ବଜାର, ପୁଂଜି, ଅନୁକୂଳ ବାତାବରଣ ଏବଂ ଉନ୍ମୁକ୍ତତାର ସଂସ୍କୃତି ଆଧାରରେ ନିବେଶ କରିବା ସକାଶେ ମୁଁ ସମଗ୍ର ବିଶ୍ୱକୁ ଆହ
ଭିଭା ଟେକ୍‍ର ପଞ୍ଚମ ସଂସ୍କରଣରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିଭାଷଣ

ମହାମହିମ, ମୋର ଉତ୍ତମ ବନ୍ଧୁ, ରାଷ୍ଟ୍ରପତି ମାକ୍ରନ । 

ମିଷ୍ଟର ମଭରିସ୍ ଲେଭି, ପବ୍ଲିସିସ୍ ଗ୍ରୁପର ଚେୟାରମ୍ୟାନ ।

ବିଶ୍ୱର ବିଭିନ୍ନ ପ୍ରାନ୍ତରୁ ଆସିଥିବା ଅଂଶଗ୍ରହଣକାରୀ ଗଣ ।

ନମସ୍ତେ, 

ଏହି ଜଟିଳ ସମୟରେ ଭିଭାଟେକ୍‌ର ସଫଳ ଆୟୋଜନ କରିଥିବାରୁ ଆୟୋଜକମାନଙ୍କୁ ଅଭିନନ୍ଦନ । 

ଏହି ମଞ୍ଚ ଫ୍ରାନ୍ସର ବୈଷୟିକ ଦୃଷ୍ଟିଭଙ୍ଗୀକୁ ପ୍ରତିଫଳିତ କରୁଛି । ଭାରତ ଓ ଫ୍ରାନ୍ସ ବିଭିନ୍ନ କ୍ଷେତ୍ରରେ ମିଳିତଭାବେ କାମ କରିଆସୁଛନ୍ତି । ସେଥିମଧ୍ୟରୁ ଟେକ୍‌ନୋଲୋଜି ଓ ଡିଜିଟାଲ ଦୁଇଟି କ୍ଷେତ୍ର ଯାହା ଦୁଇଦେଶକୁ ମିଳିତଭାବେ କାମ କରିବାର ନୂଆ ସୁଯୋଗ ଦେଇଛି । ଏହି ସହଯୋଗ ଆହୁରୀ ଦୃଢୀଭୂତ ହୋଇ ଆଗକୁ ବଢୁ ଏହା ସମୟର ଆହ୍ୱାନ । ଏହା କେବଳ ଆମ ଦୁଇଦେଶ ନୁହେଁ, ସମଗ୍ର ବିଶ୍ୱକୁ ସାହାଯ୍ୟ କରିବ ।

ଅନେକ ଯୁବ କ୍ରୀଡାପ୍ରେମୀ ‘ଫ୍ରେଞ୍ଚ ଓପନ’ ବେଶ୍ ଉତ୍ସାହର ସହିତ ଦେଖିଲେ । ଏହି ଟୁର୍ଣ୍ଣାମେଣ୍ଟ ପାଇଁ ଭାରତର ଅନ୍ୟତମ ଟେକ୍ କମ୍ପାନୀ ଇନ୍‌ଫୋସିସ୍ ବୈଷୟିକ ସହାୟତା ଯୋଗାଇ ଦେଇଥିଲା । ସେହିଭଳି ଫରାସୀ କମ୍ପାନୀ ଆଟସ୍ ଭାରତରେ ସବୁଠାରୁ ଦ୍ରୁତଗ୍ରାମୀ ସୁପର କମ୍ପ୍ୟୁଟର ନିର୍ମାଣ ପ୍ରକଳ୍ପରେ ସମ୍ପୃକ୍ତ । ଏହା ଫ୍ରାନ୍ସର କ୍ୟାପଜେମିନ୍ ହେଉ କିମ୍ବା ଭାରତର ଟିସିଏସ୍ ଓ ୱିପ୍ରୋ, ଆମର ଆଇଟି ପ୍ରତିଭା ସମଗ୍ର ବିଶ୍ୱର ନାଗରିକ ଓ କମ୍ପାନୀଗୁଡିକୁ ସେବା ଯୋଗାଉଛନ୍ତି ।

ବନ୍ଧୁଗଣ, 

ମୋ ବିଚାରରେ ଯେଉଁଠି ପାରମ୍ପରିକତା ବିଫଳ ହୁଏ, ସେଠାରେ ନବସୃଜନ ସହାୟତା ଯୋଗାଏ । କରୋନା ବୈଶ୍ୱିକ ମହାମାରୀ କାଳରେ ଏହା ପ୍ରମାଣିତ ହୋଇଛି । ଏହି ମହାମାରୀ ଆମ ସମୟର ସବୁଠୁ ବଡ ବିଘଟନ ଓ ଅଘଟଣ । 

ସବୁ ଦେଶ ଏହା ଦ୍ୱାରା କ୍ଷତିଗ୍ରସ୍ତ ହୋଇଛନ୍ତି ଏବଂ ଭବିଷ୍ୟତ ଘେନି ଉଦ୍‌ବିଗ୍ନ । କରୋନା ମହାମାରୀ ଆମର ଅନେକ ପାରମ୍ପରିକ ପ୍ରଣାଳୀକୁ ଚରମ ପରୀକ୍ଷାର ସମ୍ମୁଖୀନ କରାଇଛି । ତେବେ ସେ ଯା’ ହେଉ ନବସୃଜନ ମାଧ୍ୟମରେ ଆମେ ଏ ବିପଦରୁ ଅନେକାଂଶରେ ରକ୍ଷା ପାଇଛୁ । ଏହି ନବସୃଜନର ଅର୍ଥ ମୁଁ ଦୁଇପ୍ରକାର ସ୍ଥିତିରେ କରିବାକୁ ଚାହୁଁଛି । ଗୋଟିଏ ମହାମାରୀ ପୂର୍ବର ଓ ଅନ୍ୟଟି ମହାମାରୀ କାଳର ।

ମହାମାରୀ ପୂର୍ବର ନବସୃଜନ କହିଲେ ମୁଁ ଆମେ ହାସଲ କରିସାରିଥିବା ପ୍ରଗତି ଓ ବ୍ୟବସ୍ଥା କଥା କହୁଛି, ଯାହା ଆମକୁ ମହାମାରୀ କାଳରେ ସାହାଯ୍ୟ କରିଛି । ଡିଜିଟାଲ ଟେକ୍ନୋଲୋଜି ସେଥିରୁ ଗୋଟିଏ ଯାହା କରୋନା କାଳରେ ଆମକୁ ପରିସ୍ଥିତି ସହିତ ଖାପ ଖୁଆଇବା, ସଂଯୋଗ ସ୍ଥାପନ କରିବା, ପରସ୍ପରକୁ ଆଶ୍ୱାସନା ଓ ସାନ୍ତ୍ୱନା ଦେବାର ସହାୟକ ହୋଇଛି । ଡିଜିଟାଲ ମିଡିଆ ମାଧ୍ୟମରେ ଆମେ କାମ କରିପାରିଲୁ, ଆମର ନିକଟ ସମ୍ପର୍କୀୟ ଓ ପ୍ରିୟଜନମାନଙ୍କ ସହିତ କଥା ହୋଇ ପାରିଲୁ ଓ ଅନ୍ୟମାନଙ୍କୁ ସାହାଯ୍ୟ ଯୋଗାଇଦେବାରେ ସମର୍ଥ ହେଲୁ । ଭାରତର ସାର୍ବଜନୀନ ଓ ଅଦ୍ୱିତୀୟ ବାୟୋ-ମେଟ୍ରିକ ଡିଜିଟାଲ ଆଡେଣ୍ଟିଟି ବ୍ୟବସ୍ଥା-ଆଧାର, ଆମକୁ ଠିକ ସମୟରେ ଗରିବଙ୍କୁ ଆର୍ଥିକ ସହାୟତା ପଠାଇବାରେ ସାହାଯ୍ୟ କଲା । ଆମେ ୮୦କୋଟି ଲୋକଙ୍କ ପାଖକୁ ମାଗଣା ଖାଦ୍ୟ ଓ ଅନେକ ପରିବାରକୁ ରନ୍ଧନ ଇନ୍ଧନ ବାବଦ ରିହାତି ଅର୍ଥ ଯୋଗାଇ ପାରିଲୁ । ଆମେ ଭାରତରେ ସ୍ୱୟମ୍ ଓ ଦୀକ୍ଷା ନାମରେ ଦୁଇଟି ସର୍ବସାଧାରଣ ଡିଜିଟାଲ ଶିକ୍ଷା କାର୍ଯ୍ୟକ୍ରମକୁ କାର୍ଯ୍ୟକାରୀ କରିବାରେ ସଫଳ ହୋଇଛୁ । ଖୁବ୍ କମ୍ ସମୟରେ ଆମେ ଏହି ଚେଷ୍ଟାକୁ କାର୍ଯ୍ୟକ୍ଷମ କରି ପିଲାଙ୍କୁ ପାଠପଢାରେ ସାହାଯ୍ୟ ସହଯୋଗ କରିପାରୁଛୁ । 

ଦ୍ୱିତୀୟ ଭାଗଟି ହେଲା-ମହାମାରୀ ପାଇଁ ନବସୃଜନ । ଏହାର ଅର୍ଥ, ମାନବ ସମାଜ କିପରି ପରିସ୍ଥିତିର ମୁକାବିଲା କଲା ଏବଂ ମହାମାରୀ ବିରୋଧରେ ଲଢେଇକୁ ସଫଳ ଏବଂ ଯଥାର୍ଥ କରିପାରିଲା । ଏଥିରେ ଆମ ଷ୍ଟାର୍ଟଅପ କ୍ଷେତ୍ରର ଭୂମିକା ସର୍ବାଗ୍ରେ ରହିଛି । ଭାରତର ଉଦାହରଣ ଦେଉଛି । ଭାରତକୁ ଯେତେବେଳେ ମହାମାରୀ ଛୁଇଁଲା, ଆମ ପାଖରେ ଯଥେଷ୍ଟ ଟେଷ୍ଟିଂ ସୁବିଧା ଏବଂ ଆବଶ୍ୟକ ମାସ୍କ, ପିପିଇ, ଭେଣ୍ଟିଲେଟର ଓ ଅନ୍ୟାନ୍ୟ ଦରକାରୀ ଉପକରଣ ନ ଥିଲା । ଏହି ଅଭାବ ଦୂର କରିବାରେ ଆମ ଘରୋଇ ଉଦ୍ୟୋଗ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲା । 

ଫଳରେ ଏସବୁ ଦରକାରୀ ସାମଗ୍ରୀର ଅଭାବ ଶୀଘ୍ର ଦୂର ହେଇଥିଲା । ଆମର ଚିକିତ୍ସକମାନେ ଟେଲି ମେଡିସିନ ବ୍ୟବସ୍ଥାର ଉପଯୋଗ ବ୍ୟାପକ ଆକାରରେ କରି ଉଭୟ କୋଭିଡ ଓ ଅଣକୋଭିଡ ପ୍ରସଙ୍ଗରେ ସମାଧାନ ଆଭାସୀ ବ୍ୟବସ୍ଥାରେ କରିବାରେ ସଫଳ ହୋଇଥିଲେ । ଭାରତରେ ଏବେ ଦୁଇଟି କରୋନା ଟିକା ତିଆରି ହେଉଛି ଏବଂ ଆଉ କେତେକ ବିକାଶ ବା ପରୀକ୍ଷଣ ପର୍ଯ୍ୟାୟରେ ରହିଛି । ସରକାରୀ ପାଶ୍ୱର୍ରେ ଆମର ଦେଶୀ ଆଇଟି ଫ୍ଲାର୍ଟଫର୍ମ, ଆରୋଗ୍ୟ ସେତୁ ମାଧ୍ୟମରେ ଆମେ ସଫଳତାର ସହ କଣ୍ଟ୍ରାକ୍ଟ ଟ୍ରେସିଂ କରିପାରିଲୁ । ଆମ କ୍ୱୋ-ୱିନ ଡିଜିଟାଲ ପ୍ଲାଟଫର୍ମ, ଇତିମଧ୍ୟରେ କୋଟି କୋଟି ଲୋକଙ୍କୁ କରୋନା ଟିକା ପ୍ରଦାନ କ୍ଷେତ୍ରରେ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିପାରିଛି । ଆମର ଯଦି ନବସୃଜନ ଓ ନୂଆ ନୂଆ କଥା ବାହାର କରିବାର ପ୍ରଚେଷ୍ଟା ନ ଥା’ନ୍ତା, ଆମେ ଏହି ଲଢେଇରେ ଯଥେଷ୍ଟ ଦୁର୍ବଳ ସାବ୍ୟସ୍ତ ହୋଇଥାଆନ୍ତୁ । ଆମର ଏହି ନବସୃଜନ ଉତ୍ସାହକୁ ପରିହାର କରିବା ଠିକ୍ ହେବ ନାହିଁ । ଏହା ଜାରି ରହିଲେ ଆମକୁ ପରବର୍ତ୍ତୀ ଆହ୍ନାନର ମୁକାବିଲା କରିବା ସହଜ ହେବ । 

 

 

ବନ୍ଧୁଗଣ, 

 ଟେକ ଓ ଷ୍ଟାର୍ଟଅପ୍ ଦୁନିଆରେ ଭାରତର ପ୍ରଗତି ଓ ପ୍ରୟାସ ସମସ୍ତଙ୍କୁ ଜଣା । ଭାରତ ବିଶ୍ୱର ଏକ ଅନ୍ୟତମ ବୃହତ ଷ୍ଟାର୍ଟଅପ ପରିତନ୍ତ୍ର ଭାବେ ପରିଗଣିତ । ନିକଟ ଅତୀତରେ ଅନେକ ୟୁନିକର୍ଣ୍ଣ ଏଠାରେ ମୁଣ୍ଡ ଟେକିଛି । ଇନୋଭେଟର ଓ ବିଶେଷକ ଯାହା ଲୋଡୁଛନ୍ତି, ଭାରତ ତାହା ଯୋଗାଇ ଦେଉଛି । ଭାରତରେ ପୁଞ୍ଜିନିବେଶ କରିବାକୁ ମୁଁ ସମଗ୍ର ବିଶ୍ୱକୁ ନିମନ୍ତ୍ରଣ କରୁଛି । ଏଥିପାଇଁ ୫ଟି ଖମ୍ବ ରହିଛି ଓ ସେଗୁଡିକ ହେଲା ପ୍ରତିଭା ବା ମେଧା, ବଜାର, ପୁଞ୍ଜି, ଇକୋସିଷ୍ଟମ, ସଂସ୍କୃତି ଓ ଉନ୍ମୁକ୍ତତା । ଭାରତୀୟ ପ୍ରତିଭା ସମଗ୍ର ବିଶ୍ୱରେ ଆଦୃତ ଓ ଖ୍ୟାତ । ବିଶ୍ୱରେ କେତେକ ଅତି ଜଟିଳ ସମସ୍ୟାର ବୈଷୟିକ ସମାଧାନ ଭାରତୀୟ ବୈଷୟିକ ପ୍ରତିଭାଧରମାନେ କହିଛନ୍ତି । ଏବେ ଭାରତରେ ମୋବାଇଲ ବ୍ୟବହାରକାରୀଙ୍କ ସଂଖ୍ୟା ୧. ୧୮ବିଲିୟନ । ଇଣ୍ଟରନେଟ ବ୍ୟବହାରକାରୀ ସଂଖ୍ୟା ୭୫ନିୟୁତ । ଏହି ସଂଖ୍ୟା ଅନେକ ଦେଶର ଜନସଂଖ୍ୟା ଠାରୁ ଅଧିକ । ଭାରତରେ ଡାଟା କନ୍‌ଜପସନ (ବ୍ୟବହାର) ‌ବିଶ୍ୱରେ ସର୍ବାଧିକ ଓ ସବୁଠୁ ଶସ୍ତା । ଭାରତରେ ସର୍ବାଧିକ ସୋସିଆଲ ମିଡିଆ ବ୍ୟବହାରକାରୀ ଅଛନ୍ତି । ଅତଏବ ଭାରତର ଏକ ବିବିଧ ଓ ବ୍ୟାପକ ବଜାର ଆପଣଙ୍କୁ ଅପେକ୍ଷା କରିଛି ।

ବନ୍ଧୁଗଣ,

ଅତ୍ୟାଧୁନିକ ପବ୍ଲିକ ଡିଜିଟାଲ ପ୍ଲାଟଫର୍ମ ସୃଷ୍ଟି କରି ଭାରତରେ ଡିଜିଟାଲ ସମ୍ପ୍ରସାରଣ କରାଯାଉଛି । ମୋଟ ୫୨୩ହଜାର କିଲୋମିଟର ଲମ୍ବର ଫାଇବର ଅପଟିକ୍ସ ନେଟୱାର୍କ ଦ୍ୱାରା ୧୫୬ହଜାର ଗ୍ରାମପରିଷଦ ସଂଯୁକ୍ତ ହୋଇଛି । ଏହି ପ୍ରକ୍ରିୟା ଅବ୍ୟାହତ ଚାଲିଛି । ଦେଶରେ ବିଭିନ୍ନ ସ୍ଥାନରେ ପବ୍ଲିକ ୱାଇ-ଫାଇ ନେଟୱାର୍କ ସୁବିଧା ଯୋଗାଇ ଦିଆଯାଉଛି । ଭାରତରେ ମଧ୍ୟ ନବସୃଜନର ଏକ ସଂସ୍କୃତି ଆରମ୍ଭ ହୋଇଛି । ଦେଶର ୭ହଜାର ୫ଶହ ସ୍କୁଲରେ ଅଟଳ ଇନୋଭେସନ ମିଶନ ଯୋଜନାରେ ଅତ୍ୟାଧୁନିକ ଲ୍ୟାବ୍‌ମାନ ପ୍ରତିଷ୍ଠା କରାଯାଇଛି । ଆମ ବିଦ୍ୟାର୍ଥମାନେ ବିଭିନ୍ନ ହାକାଥନରେ ଦେଶବିଦେଶର ପିଲାଙ୍କ ସହିତ ଭାଗ ନେଉଛନ୍ତି । ଏହା ସେମାନଙ୍କୁ ବୈଶ୍ୱିକ ପ୍ରତିଭା ଓ ସର୍ବଶ୍ରେଷ୍ଠ ନୀତି / ପ୍ରଣାଳୀ ସହ ପରିଚିତ କରାଉଛି । 

ବନ୍ଧୁଗଣ, 

ଗତବର୍ଷ ଆମେ ବିଭିନ୍ନ କ୍ଷେତ୍ରରେ ଅନେକ ବ୍ୟାଘାତ ଓ ବାଧାର ସମ୍ମୁଖୀନ ହୋଇଥିଲୁ । ଏବେ ସେ ସ୍ଥିତିରେ ସମ୍ପୂର୍ଣ୍ଣ ସୁଧାର ଆସିନାହିଁ । ଏହି ଅସୁବିଧା ଓ ବିଘ୍ନକୁ ନେଇ ହତାଶ ହେବା ଅନୁଚିତ । ଆମକୁ ସେ କ୍ଷତି ଭରସା କରିବାକୁ ପଡିବ ଏବଂ ରିପ୍ୟାର ଆଣ୍ଡ ରିପେୟାର ନୀତି ଅବଲମ୍ବନ କରିବାକୁ ହେବ । ଗତବର୍ଷ ଏହି ସମୟରେ ସମଗ୍ର ବିଶ୍ୱ ଟିକା ପାଇଁ ବ୍ୟାକୁଳ ହେଉଥିଲା । ଏବେ ସେଥିମଧ୍ୟରୁ କେତେକ ଟିକା ବାହାରି କାମରେ ଲାଗିଲାଣି। ଆମ ସ୍ୱାସ୍ଥ୍ୟ ଭିତ୍ତିଭୂମି ଓ ଅର୍ଥନୀତିକୁ ସଜାଡିବାକୁ ପଡିବ । ଆମେ ଭାରତରେ ମହାକାଶ, ଖଣି, ବ୍ୟାଙ୍କିଙ୍କ, ଆଣବିକ ଶକ୍ତି ଆଦି ବିଭିନ୍ନ କ୍ଷେତ୍ରରେ ବ୍ୟାପକ ସଂସ୍କାର ଆରମ୍ଭ କରିଛୁ । ଏହା ଦର୍ଶାଉଛି ଯେ, ମହାମାରୀ ସମୟରେ ଭାରତ ଆବଶ୍ୟକ ପରିବର୍ତ୍ତନ ବିଭିନ୍ନ କ୍ଷେତ୍ରରେ ଆଣି ପରିସ୍ଥିତି ସହ ଖାପ ଖାଇବାକୁ ଚେଷ୍ଟା କରୁଛି । ମୁଁ ଯେତେବେଳେ ପ୍ରିପେୟାର (ପ୍ରସ୍ତୁତି)କଥା କହୁଛି, ତାହାର ଅର୍ଥ ଆମ ପୃଥିବୀକୁ ପରବର୍ତ୍ତୀ ମହାମାରୀରୁ ସୁରକ୍ଷିତ କରିବାକୁ ଉଦ୍ୟମ କରିବାକୁ ହେବ । ଜୀବନଜୀବିକାକୁ ସୁରକ୍ଷିତ ଓ ନିରନ୍ତର କରିବା ପାଇଁ ଆମକୁ ପରିବେଶର ଅବକ୍ଷୟ ରୋକିବା ସହିତ ନବସୃଜନ ଓ ନୂଆ ପ୍ରସ୍ତୁତିରେ ସହଯୋଗ ଭିତ୍ତିରେ କାମ କରିବାକୁ ପଡିବ ।

ବନ୍ଧୁଗଣ, 

ଆମ ପୃଥିବୀ ଯେଉଁ ଆହ୍ୱାନର ସମ୍ମୁଖୀନ, ତାଙ୍କୁ ମିଳିତ ପ୍ରୟାସ, ଆଗ୍ରହ ଓ ମାନବ କେନ୍ଦ୍ରିକ ଦୃଷ୍ଟିକୋଣ ଦ୍ୱାରା ମୁକାବିଲା କରିହେବ । ଏଥିପାଇଁ ଆମ ଷ୍ଟାର୍ଟଅପ ସମୁଦାୟ ନେତୃତ୍ୱ ନେବାକୁ ଆହ୍ୱାନ ଜଣାଉଛି । ଏହି କ୍ଷେତ୍ର ଯୁବବର୍ଗ ଦ୍ୱାରା ଅଧୁଷିତ । ସେମାନେ ଅତୀତର ଜଞ୍ଜାଳ ଓ ବୋଝରୁ ମୁକ୍ତ । ସେମାନେ ବୈଶ୍ୱିକ ପରିବର୍ତ୍ତନକୁ ଶକ୍ତିଦେବାକୁ ସୁବିଧାଜନକ ସ୍ଥିତିରେ ଅଛନ୍ତି । ଆମ ଷ୍ଟାର୍ଟଅପମାନେ ସ୍ୱାସ୍ଥ୍ୟସେବା, ପରିବେଶ ଅନୁକୂଳ ଟେକ୍ନୋଲୋଜି, ଆବର୍ଜନା ପ୍ରକ୍ରିୟାକରଣ, କୃଷି ଓ ନବଯୁଗର ସାଧକ ନିର୍ମାଣ ଆଦି କ୍ଷେତ୍ରରେ ନୂଆ ସମ୍ଭାବନା ସୃଷ୍ଟି କରିବାର ଆବଶ୍ୟକତା ରହିଛି । 

ବନ୍ଧୁଗଣ,

ଏକ ମୁକ୍ତ ସମାଜ ଓ ଅର୍ଥନୀତିର ଦେଶଭାବେ ଭାରତ ଆନ୍ତର୍ଜାତିକ ବ୍ୟବସ୍ଥା ଓ ଅଂଶୀଦାରୀ ପ୍ରତି ଅଙ୍ଗୀକୃତ । ଫ୍ରାନ୍ସ ଓ ୟୁରୋପ ଆମର ଗୁରୁତ୍ୱପୂର୍ଣ୍ଣ ଅଂଶୀଦାର । ମେ’ ମାସେରେ ପୋର୍ଟୋରେ ଅନୁଷ୍ଠିତ ୟୁରୋପୀୟ ଶିଖର ସମ୍ମିଳନୀରେ ରାଷ୍ଟ୍ରପ୍ରତି ମାକ୍ରେନଙ୍କ ସହ ମୋର ଆଲୋଚନା ଡିଜିଟାଲ କ୍ଷେତ୍ର, ଷ୍ଟାର୍ଟଅପ୍ ଓ କ୍ୱାଂଣ୍ଟମ୍ କମ୍ପ୍ୟୁଟିଙ୍ଗ କ୍ଷେତ୍ରରେ ଭାଗିଦାରୀ ଘେନି ହୋଇଥିଲା । ୟୁରୋପୀୟ ସଂଘର ଦେଶମାନଙ୍କ ସହ ବିଭିନ୍ନ କ୍ଷେତ୍ରରେ ଅଂଶୀଦାର ନିର୍ମାଣ ଉପରେ କଥାବାର୍ତ୍ତା କରିଥିଲି । ଇତିହାସ ପ୍ରମାଣିତ କରିଛି ଯେ, ନୂଆ ଟେକ୍ନୋଲୋଜିର ନେତୃତ୍ୱ ଅର୍ଥନୈତିକ ସାମର୍ଥ୍ୟ, ନିଯୁକ୍ତି ଓ ସମୃଦ୍ଧିକୁ ତ୍ୱରାନ୍ୱିତ କରେ । ଆମ ଅଂଶୀଦାରୀ ମଧ୍ୟ ମାନବ ସମାଜର ସେବା ଭଳି ବୃହତର ଉଦ୍ଦେଶ୍ୟ ପୂରଣ ପାଇଁ ଉଦ୍ଦିଷ୍ଟ । ଏହି ମହାମାରୀ ଆମ ସ୍ଥିତି ସ୍ଥାପତ୍ୱର ପରୀକ୍ଷା କେବଳ ନେଉନାହିଁ, ଆମ କଳ୍ପନା ଓ ବିଚାରକୁ ପରଖୁଛି । ଏହି ଅଧିକ ସମାବେଶୀ, ଯତ୍ନଶୀଳ ଓ ସମୃଦ୍ଧ ଭବିଷ୍ୟତ ନିର୍ମାଣ ପାଇଁ ମହାମାରୀ ଏକ ସୁଯୋଗ ଦେଇଛି । ରାଷ୍ଟ୍ରପତି ମାକ୍ରନଙ୍କ ଭଳି ମୋର ମଧ୍ୟ ବିଜ୍ଞାନର ଶକ୍ତି ଓ ନବସୃଜନର ସମ୍ଭାବନା ଉପରେ ଗଭୀର ବିଶ୍ୱାସ ରହିଛି, ଯାହା ଆମକୁ ଭବିଷ୍ୟତକୁ ସୁରକ୍ଷିତ ସୁନିଶ୍ଚିତ କରିପାରିବ । 

 

ଧନ୍ୟବାଦ

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
'Hope for productive monsoon session': PM Modi highlights India's gains ahead of Parliament proceedings

Media Coverage

'Hope for productive monsoon session': PM Modi highlights India's gains ahead of Parliament proceedings
NM on the go

Nm on the go

Always be the first to hear from the PM. Get the App Now!
...
Prime Minister expresses anguish over the loss of lives due to tunnel collapse in Namchi, Sikkim
July 21, 2026
PM announces ex-gratia from PMNRF

Prime Minister Shri Narendra Modi today expressed anguish over the loss of lives due to the collapse of an under-construction tunnel in Namchi, Sikkim. He extended his deepest condolences to the bereaved families and prayed that those injured recover at the earliest.

The Prime Minister announced that an ex-gratia of Rs. 2 lakh from PMNRF would be given to the next of kin of each deceased. Shri Modi stated that the injured would be given Rs. 50,000.

In a post on X, the Prime Minister shared:

"Anguished by the loss of lives due to the collapse of an under-construction tunnel in Namchi, Sikkim. I extend my deepest condolences to the bereaved families. I pray that those injured recover at the earliest.

An ex-gratia of Rs. 2 lakh from PMNRF would be given to the next of kin of each deceased. The injured would be given Rs. 50,000: PM @narendramodi"