କରୋନାର ଦ୍ୱିତୀୟ ଲହର ସହିତ ଲଢିବା ପାଇଁ, ଜିଲ୍ଲାମାନଙ୍କରେ ଆପଣମାନେ ହେଉଛନ୍ତି ପ୍ରମୁଖ ଯୋଦ୍ଧା। ଶହେ ବର୍ଷ ପରେ ଆସିଥିବା ଏହି ସବୁଠାରୁ ବଡ ବିପର୍ଯ୍ୟୟରେ ଆମ ପାଖରେ ଯେଉଁ ସଂସାଧନ ଥିଲା, ତାହାର ଅଧିକ ତଥା ଉନ୍ନତରୁ ଉନ୍ନତ ଉପଯୋଗ କରି ଆପଣ ଏତେ ବଡ଼ ଲହରର ମୁକାବିଲା କରିଛନ୍ତି।

ସାଥୀଗଣ,

ଆପଣମାନଙ୍କ ସହିତ କଥାବାର୍ତା ଆରମ୍ଭ କରିବା ସମୟରେ, ଆପଣମାନଙ୍କୁ ମୁଁ ସେହି ଦିନ ବିଷୟରେ ମନେ ପକାଇ ଦେବାକୁ ଚାହୁଁଛି, ଯେତେବେଳେ ଆପଣମାନେ ଏହି ସେବାରେ ଆସିବା ପାଇଁ ପ୍ରସ୍ତୁତି କରୁଥିଲେ। ଆପଣ ମନେ ପକାନ୍ତୁ, ଯେତେବେଳେ ଆପଣ ସିଭିଲ ସର୍ଭିସ ଅବା ଅନ୍ୟ ପରୀକ୍ଷାଗୁଡ଼ିକ ପାଇଁ ଲାଗିଥିଲେ, ସେତେବେଳେ ଆପଣ ନିଜ ପରିଶ୍ରମ ଉପରେ, ନିଜ କାମ କରିବାର ଶୈଳୀ ଉପରେ ସବୁଠାରୁ ଅଧିକ ବିଶ୍ୱାସ କରୁଥିଲେ। ଆପଣ ଯେଉଁଭଳି କ୍ଷେତ୍ରରେ ମଧ୍ୟ ଥାଆନ୍ତୁ, ସେଠାକାର ଛୋଟରୁ ଛୋଟ କାର୍ଯ୍ୟ ସହିତ ଅତି ସୂକ୍ଷ୍ମ ଭାବରେ ପରିଚିତ ହୋଇ ଥାଆନ୍ତି, ଆପଣ ଚିନ୍ତା କରୁଥିଲେ ଯେ କିଭଳି ମୁଁ ଏହି ସମସ୍ୟାକୁ, ଏହିଭଳି ଭାବେ ସମାଧାନ କରିବି।

ଆପଣଙ୍କର ଏହି ଚିନ୍ତାଧାରା ଆପଣଙ୍କ ସଫଳତାର ସିଡି ପାଲଟିଛି। ଆଜିର ପରିସ୍ଥିତିଗୁଡ଼ିକ ଆପଣମାନଙ୍କୁ ନିଜ ଦକ୍ଷତାକୁ ନୂତନ ଭାବେ ପରୀକ୍ଷା ଦେବାର ସୁଯୋଗ ଆଣି ଦେଇଛି। ନିଜ ଜିଲାର ଛୋଟରୁ ଛୋଟ ସମସ୍ୟାକୁ ଦୂର କରିବା ପାଇଁ, ସମ୍ପୂର୍ଣ୍ଣ ସମ୍ବେଦନଶୀଳତା ସହିତ ଲୋକମାନଙ୍କର ସମସ୍ୟାଗୁଡ଼ିକୁ ସମାଧାନ କରିବା ପାଇଁ, ଆପଣମାନଙ୍କର ଏହି ଭାବନା କାର୍ଯ୍ୟରେ ଆସୁଛି।

ହଁ, କରୋନାର ଏହି ସମୟ ମଧ୍ୟରେ ଆପଣମାନଙ୍କ କାର୍ଯ୍ୟ କେତେ ଅଧିକ ଗୁଣ ଅହ୍ୱାନପୂର୍ଣ୍ଣ ଏବଂ ଚାହିଦାପୂର୍ଣ୍ଣ କରି ଦେଇଛି। ମହାମାରୀ ଭଳି ବିପର୍ଯ୍ୟୟ ସାମ୍ନାରେ ସବୁଠାରୁ ଅଧିକ ଗୁରୁତ୍ୱପୂର୍ଣ୍ଣ ହେଉଛି ଆମର ସମ୍ବେଦନଶୀଳତା ଏବଂ ଆମର ସାହସ। ଏହି ଭାବନା ଦ୍ୱାରା ଆପଣମାନେ ଲୋକମାନଙ୍କ ପାଖରେ ପହଞ୍ଚି ଯେଭଳି କାର୍ଯ୍ୟ କରୁଛନ୍ତି, ତାହାକୁ ଆହୁରି ଅଧିକ ଶକ୍ତିଶାଳୀ ଏବଂ ବ୍ୟାପକ ସ୍ତରରେ କରି ଚାଲିବା ଆବଶ୍ୟକ।

ସାଥୀଗଣ,

ନୂଆ-ନୂଆ ଆହ୍ୱାନ ମଧ୍ୟରେ ଆମକୁ ନୂଆ-ନୂଆ କୌଶଳ ଓ ପଦ୍ଧତି ଏବଂ ସମାଧାନର ଆବଶ୍ୟକତା ରହିଛି। ଆଉ ଏଥିପାଇଁ, ଏହା ଜରୁରୀ ହୋଇଯାଇଛି ଯେ ଆମେ ସ୍ଥାନୀୟ ଅନୁଭବକୁ ଆଦାନ-ପ୍ରଦାନ କରିବା ଏବଂ ଗୋଟିଏ ଦେଶ ଭାବେ ମିଳିମିଶି ଆମେ ସମସ୍ତେ କାର୍ଯ୍ୟ କରିବା।

ଏବେ ଦୁଇ ଦିନ ତଳେ ହିଁ ଅନ୍ୟ କିଛି ରାଜ୍ୟଗୁଡ଼ିକର ଅଧିକାରୀମାନଙ୍କ ସହିତ ମୋତେ କଥା ହେବାର ସୁଯୋଗ ମିଳିଥିଲା। ସେହି ବୈଠକରେ ସେମାନଙ୍କର ପ୍ରସ୍ତାବ, ଅନେକ ସମାଧାନ, ଭିନ୍ନ-ଭିନ୍ନ ଜିଲାଗୁଡ଼ିକର ସାଥୀମାନଙ୍କଠାରୁ ଆସିଥିଲା। ଆଜି ମଧ୍ୟ ଏହି ବୈଠକରେ ଅନେକ ପ୍ରସ୍ତାବ, ଅନେକ ସମାଧାନ, ଭିନ୍ନ-ଭିନ୍ନ ଜିଲାଗୁଡ଼ିକର ସାଥୀମାନଙ୍କ ଠାରୁ ଆସିଛି। ଆଜି ମଧ୍ୟ ଏଠାରେ କିଛି ଜିଲାର ଅଧିକାରୀମାନେ ନିଜ ଜିଲାର ସ୍ଥିତି ଏବଂ ସେମାନଙ୍କର ରଣନୀତିକୁ ଆମ ସମସ୍ତଙ୍କୁ ଜଣାଇଛନ୍ତି।

ଯେତେବେଳେ କ୍ଷେତ୍ରରେ ଉପସ୍ଥିତ ଥିବା ଲୋକମାନଙ୍କ ସହିତ କଥାବାର୍ତା ହୋଇଥାଏ, ସେତେବେଳେ ଏଭଳି ଅଦ୍ଭୁତପୂର୍ବ ପରିସ୍ଥିତି ସହିତ ଲଢ଼େଇ କରିବାରେ ବହୁତ ଅଧିକ ପରିମାଣରେ ସାହାଯ୍ୟ ମିଳିଥାଏ। ବିଗତ କିଛି ସମୟ ମଧ୍ୟରେ ଏଭଳି ଅନେକ ପରାମର୍ଶ ମିଳିଛି। ଅନେକ ଜିଲାରେ ପରିସ୍ଥିତି ଅନୁସାରେ ଅନେକ ଅଭିନବ ଢ଼ଂଗରେ ଆପଣମାନଙ୍କ ଠାରୁ ସୂଚନା ମିଳିଛି। ଗାଁରେ କରୋନା ପରୀକ୍ଷା ସୁବିଧା ଅଧିକରୁ ଅଧିକ ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ, ଭ୍ରାମ୍ୟମାଣ ଭ୍ୟାନର ବ୍ୟବହାର ଉପାୟକୁ ବହୁତ ଲୋକ ଗ୍ରହଣ କରିଛନ୍ତି। ସ୍କୁଲ, ପଞ୍ଚାୟତ ଭବନକୁ କୋଭିଡ଼ କେୟାର କେନ୍ଦ୍ରରେ ପରିବର୍ତିତ କରିବା ପାଇଁ କିଛି ଲୋକ ପଦକ୍ଷେପ ନେଇଛନ୍ତି।

ଆପଣମାନେ ନିଜେ ଗାଁ-ଗାଁକୁ ଯାଉଛନ୍ତି, ସେଠାରେ ମଧ୍ୟ ବ୍ୟବସ୍ଥାକୁ ନୀରିକ୍ଷଣ କରୁଛନ୍ତି, ଆପଣମାନେ ଗ୍ରାମବାସୀଙ୍କ ସହିତ କଥା ହେଉଛନ୍ତି, ଏହାଦ୍ୱାରା ସେଠାକାର ଯେଉଁ ସାଧାରଣ ନାଗରିକ ଅଛନ୍ତି, ଅବା ସେଠାରେ ଗାଁରେ ଯେଉଁ ନେତୃସ୍ଥାନୀୟ ଲୋକ ଅଛନ୍ତି, ପାଞ୍ଚଜଣ ଥାଆନ୍ତୁ, 10 ଜଣ ଅଛନ୍ତି, 15 ଜଣ ଥାଆନ୍ତି, ଭିନ୍ନ-ଭିନ୍ନ କ୍ଷେତ୍ରର ହୋଇ ଥାଆନ୍ତି, ଯେତେବେଳେ ସେମାନଙ୍କର ଆଶଙ୍କାର ସମାଧାନ ହୋଇଥାଏ, ଏବଂ ତାହା ସିଧାସଳଖ ଆପଣଙ୍କ ସହିତ ଯୋଡି ହୋଇଥାଏ, ସେତେବେଳେ ସେମାନଙ୍କର ଆତ୍ମବିଶ୍ୱାସ ଅନେକ ଗୁଣ ବଢ଼଼ିଯାଇଥାଏ। ସମସ୍ତ ଆଶଙ୍କା ଏକ ପ୍ରକାରରେ ଆତ୍ମବିଶ୍ୱାସରେ ପରିବର୍ତିତ ହୋଇ ଯାଇଥାଏ।

ଆପଣଙ୍କ ଉପସ୍ଥିତିରେ, ଆପଣଙ୍କ ଆଲୋଚନାରେ ଗାଁଗୁଡ଼ିକରୁ ଏହି ଭୟ ଦୂର ହୋଇ ଯାଇଥାଏ ଯେ ଯଦି କିଛି ହୋଇଗଲା, ତେବେ ଆମେ କେଉଁଠାକୁ ଯିବା, ଆମର କ’ଣ ହେବ? ଆପଣଙ୍କୁ ଦେଖିବା ମାତ୍ରେ ହିଁ ତାଙ୍କ ସମସ୍ତଙ୍କର ମନ ବଦଳି ଯାଇଥାଏ। ଏହାଦ୍ୱାରା ଲୋକମାନଙ୍କ ମଧ୍ୟରେ ସାହସର ସହିତ ନିଜ ଗାଁକୁ ବଞ୍ଚାଇବାର ସଚେତନତା ମଧ୍ୟ ବୃଦ୍ଧି ପାଇଥାଏ ଆଉ ମୋର ଅନୁରୋଧ ରହିବ ଯେ ଆମକୁ ଗାଁ-ଗାଁରେ ଏହି ସନ୍ଦେଶକୁ ନିର୍ଦ୍ଦିଷ୍ଟ ଭାବେ ପହଞ୍ଚାଇବାର ଅଛି ଯେ ଆମକୁ ନିଜ ଗାଁକୁ କରୋନା ମୁକ୍ତ ରଖିବାର ଅଛି ଏବଂ ଦୀର୍ଘ ସମୟ ପର୍ଯ୍ୟନ୍ତ ସଚେତନତା ମାଧ୍ୟମରେ ପ୍ରୟାସ କରିବାର ଅଛି।

ସାଥୀଗଣ,

ବିଗତ କିଛି ସମୟ ଧରି... ଏହି କଥା ହୋଇଛି ଯେ ଦେଶରେ ସକ୍ରିୟ ମାମଲା କମିବାରେ ଲାଗିଛି, ଆପଣମାନେ ମଧ୍ୟ ନିଜ ଜିଲାରେ ଅନୁଭବ କରୁଥିବେ, ଯେ 20 ଦିନ ପୂର୍ବେ ଆପଣଙ୍କ ଉପରେ ଯେଉଁ ବହୁତ ଚାପ ଆସିଥିଲା, ଆପଣ ଏବେ ଅନୁଭବ କରୁଥିବେ ତାହା ବଦଳି ଯାଇଛି। କିନ୍ତୁ ଆପଣ ଏହି ଦେଢ଼ ବର୍ଷ ମଧ୍ୟରେ ଏହି ଅନୁଭବ କରିଛନ୍ତି ଯେ ଯେତେବେଳେ ଏହି ସଂକ୍ରମଣ ସାଧାରଣ ସ୍ତରରେ ମଧ୍ୟ ରହିଛି, ସେ ପର୍ଯ୍ୟନ୍ତ ଆହ୍ୱାନ ହୋଇ ରହିଛି। ଅନେକ ଥର ଯେତେବେଳେ ସଂକ୍ରମଣ ମାମଲା କମ୍‍ ହେବାରେ ଲାଗିଥାଏ, ସେତେବେଳେ ଲୋକଙ୍କୁ ମଧ୍ୟ ଲାଗିଥାଏ ଯେ ଏବେ ଚିନ୍ତାର କୌଣସି କଥା ନାହିଁ, ତାହା ଚାଲିଗଲା, କିନ୍ତୁ ଅନୁଭବ ହେଉଛି ଭିନ୍ନ ପ୍ରକାରର। ଟେଷ୍ଟିଂ ଏବଂ ଦୂରତା ଭଳି ପଦକ୍ଷେପକୁ ନେଇ ଲୋକମାନଙ୍କ ମଧ୍ୟରେ ଗମ୍ଭୀରତା କମ୍‍ ନ ହେଉ, ଏଥିପାଇଁ ସରକାରୀ କଳ ସାମାଜିକ ସଂଗଠନ, ଜନ-ପ୍ରତିନିଧି, ଏହି ସମସ୍ତଙ୍କ ମଧ୍ୟରେ ଏକ ସାମୁହିକ ଦାୟିତ୍ୱବୋଧର ଭାବ ଆମକୁ ମଜବୁତ କରିବାକୁ ହେବ ଆଉ ପ୍ରଶାସନର ଦାୟିତ୍ୱ ଆହୁରି ଅଧିକ ବଢ଼଼ି ଯାଇଥାଏ।

କୋଭିଡ଼ ଉପଯୁକ୍ତ ବ୍ୟବହାର, ଯେପରି ମାସ୍କ ପିନ୍ଧିବା, ହାତ ଧୋଇବା, ଏଥି ମଧ୍ୟରୁ କୌଣସିଟିରେ ମଧ୍ୟ ଊଣା ହୋଇନଥାଏ, ଆପଣଙ୍କ ଜିଲାରେ, ଆପଣଙ୍କ ଜିଲାର ବଜାରରେ, ଗାଁଗୁଡ଼ିକରେ, ସଂକ୍ରମଣର ମାମଲା କମ୍‍ ହେବା ପରେ ମଧ୍ୟ ଲୋକ ଯେପରି ସଠିକ ମାର୍ଗଦର୍ଶିକା ପାଳନ କରନ୍ତି, ତେବେ ଏହା କରୋନା ଲଢ଼େଇରେ ବହୁତ ସହାୟତା କରିଥାଏ। ସ୍ଥିତି ଉପରେ କ୍ରମାଗତ ଭାବେ ଦୃଷ୍ଟି ରଖିବା ଦ୍ୱାରା ଜିଲାର ସମସ୍ତ ପ୍ରମୁଖ ବିଭାଗ ଗୁଡ଼ିକ, ଯେପରି ପୁଲିସ ବିଭାଗ ହେଉ, ପରିଷ୍କାର ପରିଚ୍ଛନ୍ନତାର କଥା ହେଉ, ଏହି ସମସ୍ତ ବ୍ୟବସ୍ଥାଗୁଡ଼ିକୁ ନେଇ ଏମାନଙ୍କ ମଧ୍ୟରେ ଉନ୍ନତ ସମନ୍ୱୟ ଦ୍ୱାରା ଏବଂ ପ୍ରଭାବଶାଳୀ ପରିଣାମ ସ୍ୱାଭାବିକ ଭାବେ ମିଳିବାରେ ଲାଗିଥାଏ।

ମୋତେ ଆପଣମାନଙ୍କର ଅନେକ ଜିଲାଗୁଡ଼ିକରୁ ଏହି ରଣନୀତି ଉପରେ କାର୍ଯ୍ୟ କରିବାର ପରିଣାମର ସୂଚନା ମିଳିବାରେ ଲାଗିଛି। ଏହିସବୁ ସ୍ଥାନରେ ଆପଣମାନେ ବାସ୍ତବରେ ବ୍ୟାପକ ମାତ୍ରାରେ ଲୋକଙ୍କ ଜୀବନ ବଞ୍ଚାଇଛନ୍ତି।

ସାଥୀଗଣ,

କ୍ଷେତ୍ରରେ ଆପଣମାନଙ୍କ ଦ୍ୱାରା କରାଯାଉଥିବା କାର୍ଯ୍ୟ ଦ୍ୱାରା, ଆପଣଙ୍କ ଅନୁଭବ ଏବଂ ମତାମତ ଦ୍ୱାରା ହିଁ ବାସ୍ତବ ଏବଂ ପ୍ରଭାବଶାଳୀ ନୀତି ପ୍ରସ୍ତୁତ କରିବାରେ ସହାୟତା ମିଳିଥାଏ। ଟିକାକରଣର ନୀତିରେ ମଧ୍ୟ ପ୍ରତ୍ୟେକ କ୍ଷେତ୍ରରେ ରାଜ୍ୟ ଏବଂ ଅନେକ ହିତଧାରକଙ୍କ ଠାରୁ ମିଳୁଥିବା ପ୍ରସ୍ତାବକୁ ସାମିଲ କରି ଆଗକୁ ବଢ଼଼ିବାର ଯୋଜନା କରାଯାଉଛି।

ଏହି କ୍ରମରେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ତରଫରୁ 15 ଦିନର ଟିକା ଉପଲବ୍ଧତାର ସୂଚନା ରାଜ୍ୟଗୁଡ଼ିକୁ ଦିଆଯାଉଛି। ଟିକା ଯୋଗାଣ ସମୟସୀମା ସ୍ପଷ୍ଟ ହେବା ଦ୍ୱାରା ଟିକାକରଣ ସହିତ ସମସ୍ତ ପରିଚାଳନାରେ ଆପଣ ସମସ୍ତଙ୍କର କାର୍ଯ୍ୟ ଆହୁରି ସହଜ ହେବାକୁ ଯାଉଛି।

ମୋର ବିଶ୍ୱାସ ଯେ ପ୍ରତ୍ୟେକ ଜିଲା ଏବଂ ଟିକାକରଣ କେନ୍ଦ୍ର ସ୍ତରରେ ଯୋଗାଣ ଆହୁରି ସୁଦୃଢ଼ ହେବ। ଏହାଦ୍ୱାରା ଟିକାକରଣ ସହିତ ଜଡ଼ିତ ଅନିଶ୍ଚିତତା ଗୁଡ଼ିକ ଦୂର କରିବାରେ ସମ୍ପୂର୍ଣ୍ଣ ପ୍ରକ୍ରିୟାକୁ ବ୍ୟବସ୍ଥିତ କରିବାରେ ବହୁତ ସହାୟତା ମିଳିବ। ଟିକାକରଣର ଯେଉଁ ଯୋଜନା ଅଛି, ଯେଉଁ କାର୍ଯ୍ୟସୂଚୀ ଅଛି, ଆମକୁ ତାହାର ନିୟମିତ ଭାବରେ ଭିନ୍ନ-ଭିନ୍ନ ମିଡିଆ ପ୍ଲାଟଫର୍ମରେ ଯଦି ଅଧିକରୁ ଅଧିକ ବିନିମୟ କରିବା ତେବେ ଲୋକମାନଙ୍କୁ କମ୍‍ ରୁ ଅତି କମ୍‍ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିବ।

ସାଥୀଗଣ,

ବିଗତ ଦିନର ମହାମାରୀ ହେଉ, ଅବାପୁଣି ଏହି ସମୟର, ପ୍ରତ୍ୟେକ ମହାମାରୀ ଆମକୁ ଗୋଟିଏ କଥା ଶିଖାଇଛି। ମହାମାରୀର ମୁକାବିଲା କରିବା ପାଇଁ ଆମର ପଦ୍ଧତି-କୌଶଳରେ ନିରନ୍ତର ପରିବର୍ତନ, ନିରନ୍ତର ଅଭିନବତା, ନିରନ୍ତର ଉନ୍ନତୀକରଣ ହେଉଛି ବହୁତ ଜରୁରୀ। ଏହି ଭୂତାଣୁ ମ୍ୟୁଟେସନରେ, ନିଜର ସ୍ୱରୂପ ବଦଳାଇବାରେ ଓସ୍ତାଦ ଅଛି, ଗୋଟିଏ ପ୍ରକାରରେ ବହୁରୂପୀ ଏବଂ ଏହି ଭୂତାଣୁ ମଧ୍ୟ ହେଉଛି ବହୁତ ଧୂର୍ତ। ତେବେ ଆମର କୌଶଳ ଏବଂ ରଣନୀତି ମଧ୍ୟ ଗତିଶୀଳ ହେବା ଉଚିତ।

ବୈଜ୍ଞାନିକ ସ୍ତରରେ ଆମର ବୈଜ୍ଞାନିକମାନେ ଭୂତାଣୁର ପରିବର୍ତିତ ସ୍ୱରୂପ ଗୁଡ଼ିକ ସହିତ ମୁକାବିଲା କରିବା ପାଇଁ ଦିନରାତି କାର୍ଯ୍ୟ କରୁଛନ୍ତି। ଟିକା ପ୍ରସ୍ତୁତି ଠାରୁ ଆରମ୍ଭ କରି, ଏସଓପି ଏବଂ ନୂତନ ଔଷଧ ତିଆରି କରିବା ପର୍ଯ୍ୟନ୍ତ, କ୍ରମାଗତ ଭାବେ କାର୍ଯ୍ୟ ଚାଲୁଛି। ଯେତେବେଳେ ଆମର ପ୍ରଶାସନିକ ଅଭିବ୍ୟକ୍ତି ମଧ୍ୟ ସେତିକି ଅଭିନବତା ଏବଂ ଗତିଶୀଳ ରହିଥାଏ, ତେବେ ଆମକୁ ଅସାଧାରଣ ପରିଣାମ ମିଳିଥାଏ। ଆପଣଙ୍କ ଜିଲାର ଆହ୍ୱାନଗୁଡ଼ିକ ସ୍ୱତନ୍ତ୍ର ହୋଇଥିବ, ଏଥିପାଇଁ ଆପଣଙ୍କ ସମାଧାନ ମଧ୍ୟ ସେତିକି ସ୍ୱତନ୍ତ୍ର ଏବଂ ଅନନ୍ୟ ହେବା ଉଚିତ। ଆଉ ଏକ ବିଷୟ ହେଉଛି ଟିକା ଯେପରି ନଷ୍ଟ ନ ହେଉ। ଗୋଟିଏ ମଧ୍ୟ ଟିକା ନଷ୍ଟ ହେବା ଅର୍ଥ ହେଉଛି କୌଣସି ଏକ ଜୀବନକୁ ଆବଶ୍ୟକ ସୁରକ୍ଷା କବଚ ଦେଇ ନ ପାରିବା। ଏଥିପାଇଁ ଟିକା ନଷ୍ଟ ରୋକିବା ହେଉଛି ବହୁତ ଜରୁରୀ।

ମୁଁ ଏହା ମଧ୍ୟ କହୁଛି ଯେ, ଯେତେବେଳେ ଆପଣ ନିଜ ଜିଲାର ପରିସଂଖ୍ୟାନକୁ ସମୀକ୍ଷା କରୁଛନ୍ତି, ସେତେବେଳେ ସେଥିରେ ସହରାଞ୍ଚଳ ଏବଂ ଗ୍ରାମାଞ୍ଚଳ, ଏହା ଉପରେ ମଧ୍ୟ ଭିନ୍ନ-ଭିନ୍ନ ଭାବରେ ଆପଣ ତର୍ଜମା କରନ୍ତୁ। ଫଳରେ ଏହା ଉପରେ ଆପଣଙ୍କର ଦୃଷ୍ଟି ରହିବ। ଏପରିକି ଦ୍ୱିତୀୟ ଶ୍ରେଣୀ ଏବଂ ତୃତୀୟ ଶ୍ରେଣୀ ସହରକୁ ମଧ୍ୟ ଭିନ୍ନ-ଭିନ୍ନ ଭାବରେ ସମୀକ୍ଷା କରନ୍ତୁ, ଫଳରେ ଆପଣ ଏକ ସ୍ୱତନ୍ତ୍ର ଦୃଷ୍ଟିଭଙ୍ଗୀ ଭାବରେ ନିଜର ରଣନୀତି ପ୍ରସ୍ତୁତ କରି ପାରିବେ-କେଉଁଠାରେ କେତେ ଶକ୍ତି ଲଗାଇବାର ଅଛି, କେଉଁଭଳି ଭାବରେ ଶକ୍ତି ଲଗାଇବାର ଅଛି, ତାହା ଖୁବ ସହଜରେ ଆପଣ କରି ପାରିବେ। ଆଉ ଏହାକୁ ଯେତେବେଳେ ଆପଣ ଗୋଟିଏ ପ୍ରକାରରେ ଦେଖିବେ, ସେତେବେଳେ ଗ୍ରାମୀଣ ଅଞ୍ଚଳରେ କରୋନାର ମୁକାବିଲା କରିବାରେ ସହାୟତା ମିଳି ପାରିବ।

ଆଉ ମୁଁ ମଧ୍ୟ ଦୀର୍ଘ ସମୟ ପର୍ଯ୍ୟନ୍ତ ଆପଣଙ୍କ ଭଳି କିଛି ନା କିଛି କାର୍ଯ୍ୟ କରି-କରି ଏଠାରେ ପହଞ୍ଚିଛି। ମୋର ଅନୁଭବ ହେଉଛି ଯେ ଗାଁର ଲୋକଙ୍କ ପାଖରେ ଯଦି ସଠିକ କଥା ସଠିକ ସମୟରେ ପହଞ୍ଚାଇ ଦିଆଯାଏ, ତେବେ ସେମାନେ ତାହାକୁ ଖୁବ ଭଲ ଭାବେ ଅନୁସରଣ କରି ଥାଆନ୍ତି। ଆଉ ଯାହା ଆମକୁ ସହରରେ କେବେ-କେବେ କୌଣସି କଥା ଲାଗୁ କରିବାରେ ପରିଶ୍ରମ କରିବାକୁ ପଡ଼ିଥାଏ, ଗାଁରେ ସେତେ ପରିଶ୍ରମ କରିବାକୁ ପଡେ ନାହିଁ। ହଁ, ତେବେ ସେଥିରେ ସ୍ପଷ୍ଟତା ଆବଶ୍ୟକ। ଗାଁରେ ଏକ ଟିମ୍‍ ଗଠନ କରିବା ଆବଶ୍ୟକ। ଆପଣ ଦେଖନ୍ତୁ, ସେମାନେ ନିଜକୁ ନିଜେ ଆପଣଙ୍କୁ ଭଲ ପରିଣାମ ଦେବେ।

ସାଥୀଗଣ,

ଦ୍ୱିତୀୟ ଲହର ମଧ୍ୟରେ, ଭୂତାଣୁ ମ୍ୟୁଟେସନ କାରଣରୁ ଏବେ ଯୁବକ ଏବଂ ପିଲାମାନଙ୍କ ପାଇଁ ମଧ୍ୟ ଅଧିକ ଚିନ୍ତା ପ୍ରକଟ କରାଯାଉଛି। ଏ ପର୍ଯ୍ୟନ୍ତ ଆମର ଯେଉଁ ରଣନୀତି ରହିଛି, ଆପଣମାନେ ଯେଉଁଭଳି ଭାବେ କ୍ଷେତ୍ରରେ କାର୍ଯ୍ୟ କରିଛନ୍ତି, ତାହା ଫଳରେ ଏହି ଚିନ୍ତାକୁ ସେତେ ଗମ୍ଭୀର ହେବାରେ ରୋକିବା ପାଇଁ ସହାୟତା କରିଛନ୍ତି କିନ୍ତୁ ଆମକୁ ଭବିଷ୍ୟତ ପାଇଁ ଅଧିକ ପ୍ରସ୍ତୁତ ରହିବାକୁ ପଡ଼ିବ। ଆଉ ସର୍ବପ୍ରଥମ କାର୍ଯ୍ୟ କରି ପାରିବେ ଯେ ନିଜ ଜିଲାରେ ଯୁବକ, ପିଲାମାନଙ୍କ ମଧ୍ୟରେ ସଂକ୍ରମଣ ଏବଂ ଏହାର ଗମ୍ଭୀରତାର ପରିସଂଖ୍ୟାନ ବ୍ୟବସ୍ଥିତ କରନ୍ତୁ। ଏହା ଉପରେ ଭିନ୍ନ ଭାବରେ ଏବଂ ନିୟମିତ ସମୀକ୍ଷା କରନ୍ତୁ। ଆପଣ ନିଜେ ମଧ୍ୟ... ମୋର ଆପଣ ସମସ୍ତ ପ୍ରମୁଖ ଅଧିକାରୀମାନଙ୍କୁ ଅନୁରୋଧ ଯେ ଆପଣ ସ୍ୱୟଂ ମଧ୍ୟ ଏହାର ଆକଳନ କରନ୍ତୁ। ଏହାଦ୍ୱାରା ଭବିଷ୍ୟତ ପାଇଁ ପ୍ରସ୍ତୁତି କରିବାରେ ସହାୟତା ମିଳିବ।

ସାଥୀଗଣ,

ମୁଁ ପୂର୍ବଥର ଏଭଳି ଏକ ବୈଠକରେ ମଧ୍ୟ କହିଥିଲି ଯେ ଜୀବନ ବଞ୍ଚାଇବା ସହିତ ଆମର ପ୍ରାଥମିକତା ରହିବ ଜୀବନକୁ ସହଜ କରି ରଖିବା ଉପରେ। ଗରିବମାନଙ୍କ ପାଇଁ ମାଗଣା ରାସନର ସୁବିଧା ହେଉ, ଅନ୍ୟାନ୍ୟ ଆବଶ୍ୟକ ସାମଗ୍ରୀର ଯୋଗାଣ ହେଉ, କଳାବଜାରୀ ଉପରେ ରୋକ ଲଗାଇବା ହେଉ,ଏ ସମସ୍ତ କାର୍ଯ୍ୟ ହେଉଛି ଏହି ଲଢ଼େଇକୁ ଜିତିବା ପାଇଁ ମଧ୍ୟ ଆବଶ୍ୟକ, ଆଉ ଆଗକୁ ବଢ଼଼ିବାର ଆବଶ୍ୟକ ଅଛି। ଆପଣଙ୍କ ପାଖରେ ବିଗତ ଦିନର ଅନୁଭବର ଶକ୍ତି ମଧ୍ୟ ଅଛି, ଏବଂ ବିଗତ ଦିନର ପ୍ରୟାସର ସଫଳତାର ପ୍ରେରଣା ମଧ୍ୟ ରହିଛି। ମୋର ସମ୍ପୂର୍ଣ୍ଣ ବିଶ୍ୱାସ ଯେ ଆପଣ ସମସ୍ତେ ନିଜ-ନିଜ ଜିଲାଗୁଡ଼ିକୁ ସଂକ୍ରମଣ ମୁକ୍ତ କରିବାରେ ସଫଳତା ପାଇବେ।

ଦେଶର ନାଗରିକଙ୍କ ଜୀବନ ବଞ୍ଚାଇବାରେ, ଦେଶକୁ ବିଜୟୀ କରିବାରେ ଆମେ ସମସ୍ତେ ସଫଳ ହେବା, ଆଉ ମୋତେ ଆଜି କିଛି ସାଥୀଙ୍କୁ ଶୁଣିବାର ସୁଯୋଗ ମିଳିଛି, କିନ୍ତୁ ଆପଣଙ୍କ ପାଖରେ, ପ୍ରତ୍ୟେକଙ୍କ ପାଖରେ କିଛି ନା କିଛି ସଫଳତାର ଗାଥାସବୁ ରହିଛି। ବହୁତ ଭଲ ଅଭିନବ ପ୍ରୟୋଗ ସବୁ ଆପଣମାନେ କେଉଁଠି ନା କେଉଁଠି କରିଛନ୍ତି। ଯଦି ଆପଣମାନେ ସେ ସବୁକୁ ମୋ ପାଖରେ ପହଞ୍ଚାଇ ଦେବେ ତେବେ ନିଶ୍ଚିତ ଭାବେ ତାହାକୁ ସାରା ଦେଶରେ ପହଞ୍ଚାଇବା ପାଇଁ ମୋତେ ସୁବିଧା ହେବ। କାରଣ ବୁଦ୍ଧିଜୀବୀମାନଙ୍କ ପାଖରେ ବିତର୍କ କରିବାରେ ଯେତେ ମଧ୍ୟ ଜିନିଷ ଥାଉ ନା କାହିଁକି କିନ୍ତୁ କ୍ଷେତ୍ର ସ୍ତରରେ କାର୍ଯ୍ୟ କରିବାରେ ଅଧିକ ଶକ୍ତି ଥାଏ। ସେଥିରୁ ଯେଉଁ ଅନୁଭବ ମିଳିଥାଏ, ଆଉ ସେଥିରୁ ଯେଉଁ ମାର୍ଗ ମିଳିଥାଏ, ତାହା ବହୁତ ଶକ୍ତିଶାଳୀ ହୋଇଥାଏ। ଆଉ ଏଥିପାଇଁ ଆପଣ ସମସ୍ତଙ୍କ ଭୂମିକା ହେଉଛି ବହୁତ ବଡ଼। ଆଉ ଏଥିପାଇଁ ମୋର ଆପଣମାନଙ୍କୁ ଅନୁରୋଧ ଯେ ଆପଣ ଏହାକୁ ବାହାର କରିବେ।

ଦ୍ୱିତୀୟରେ, ବିଗତ ଶହେ ବର୍ଷରେ କାହା ଜୀବନରେ ଏତେ ବଡ଼ ସଙ୍କଟ ସହିତ ଲଢ଼େଇ କରିବାର ଦାୟିତ୍ୱ ଆସି ନଥିଲା। ଆପଣମାନେ ଜିଲାରେ ବସିଛନ୍ତି, ଆପଣଙ୍କ ଦାୟିତ୍ୱ ଭାବେ ଏହା ସବୁଠାରୁ ବଡ଼ ବୋଝ ହୋଇ ଆସିଛି। ଆପଣ ବହୁତ କଥା ନୀରିକ୍ଷଣ କରିଥିବେ... ମଣିଷମାନଙ୍କ ମନକୁ ଅନୁଧ୍ୟାନ କରିଥିବେ, ବ୍ୟବସ୍ଥା ଗୁଡ଼ିକର ମର୍ଯ୍ୟାଦାକୁ ଦେଖିଥିବେ, କମ୍‍ ରୁ ଅତି କମ୍‍ ସଂସାଧନର ସର୍ବୋତମ ବ୍ୟବହାର କରି ନିଜର ନୂଆ ରେକର୍ଡ ପ୍ରତିଷ୍ଠା କରିଥିବେ। ଯେତେବେଳେ ମଧ୍ୟ ସୁଯୋଗ ମିଳିବ ଏହାକୁ ଟିକେ ନିଶ୍ଚିତ ନିଜ ଡାଏରୀରେ ଲେଖି କରି ରଖନ୍ତୁ। ଆଗାମୀ ପିଢ଼ୀକୁ ଆପଣଙ୍କ ଅନୁଭବ କାର୍ଯ୍ୟରେ ଆସିବ କାରଣ ବିଗତ ଶତାବ୍ଦୀରେ ଶହେ ବର୍ଷ ପୂର୍ବେ ଯେଉଁ ବଡ଼ ମହାମାରୀ ଆସିଥିଲା ତା’ର ଏତେ ରେକର୍ଡ ଉପଲବ୍ଧ ନାହିଁ। ତାହାର ରୂପ କିପରି ଥିଲା, ସଙ୍କଟ କେତେ ଗଭୀର ଥିଲା, କେଉଁଠାରେ କ’ଣ ଥିଲା, ବାହାରକୁ ବାହାରିବାର ପଥ କ’ଣ ଖୋଜା ଯାଇଥିଲା। କିନ୍ତୁ ଆଜି ଆମର ଜିଲାର ଅଧିକାରୀମାନେ ଯଦି ଜିଲା ଗେଜେଟ ଭଳି ଏହାକୁ ପ୍ରସ୍ତୁତ କରିବେ, ତେବେ ଭବିଷ୍ୟତର ପିଢ଼ୀକୁ ମଧ୍ୟ ଆମର ଏହି ପରିଶ୍ରମ, ଆମର ଅନୁଭବ...ଏହା ଆଗାମୀ ପିଢ଼ୀଗୁଡ଼ିକ ପାଇଁ ମଧ୍ୟ କାର୍ଯ୍ୟରେ ଆସିବ।

ଆଉ ମୁଁ ଆପଣମାନଙ୍କୁ ମଧ୍ୟ ଏହି ସଫଳତା ପାଇଁ, ଏହି ପରିଶ୍ରମ ପାଇଁ ଆଉ ଆପଣଙ୍କୁ-ଆପଣଙ୍କ ସମଗ୍ର ଟିମକୁ, ଯେଉଁଭଳି ଭାବେ ଆପଣମାନେ ଏହାର ନେତୃତ୍ୱ ନେଇଛନ୍ତି, ଆପଣମାନଙ୍କୁ ଶୁଭେଚ୍ଛା ଜଣାଉଛି, ଆପଣମାନଙ୍କୁ ମୁଁ ପ୍ରଶଂସା କରୁଛି ଆଉ ମୁଁ ଆଶା କରୁଛି ଯେ ଆପଣ ଆହୁରି ଅଧିକ ସଫଳତା ପ୍ରାପ୍ତ କରିବେ, ଦ୍ରୁତ ଗତିରେ ସଫଳତା ପ୍ରାପ୍ତ କରିବେ ଏବଂ ଜନସାଧାରଣଙ୍କ ମଧ୍ୟରେ ବିଶ୍ୱାସ ସୃଷ୍ଟି କରିବେ।

ସାଧାରଣ ମାନବଙ୍କ ବିଶ୍ୱାସ ଜୟ କରିବାର ସବୁଠାରୁ ବଡ଼ ଜଡ଼ି-ବୁଟୀ ହେଉଛି... ଏହାଠାରୁ ବଡ଼ କୌଣସି ବଡ଼ ଜଡ଼ି-ବୁଟୀ ହୋଇ ନ ପାରେ ଆଉ ଏହି କାର୍ଯ୍ୟକୁ ଆପଣ ସହଜରେ କରି ପାରିବେ। ଆପଣମାନେ ସୁସ୍ଥ ରୁହନ୍ତୁ, ଆପଣମାନଙ୍କ ଉପରେ କାର୍ଯ୍ୟର ଭାର ଅଧିକ ରହିଛି, ଏହି କଥାକୁ ମୁଁ ଅନୁଭବ କରି ପାରୁଛି। ଏବେ ବର୍ଷା ଋତୁ ଆସିବ, ତେବେ ଆଉ ଏକ ଋତୁଜନିତ ଯେଉଁ ଚାପ ରହିଥାଏ, ତାହା ମଧ୍ୟ ବୃଦ୍ଧି ପାଇବ। କିନ୍ତୁ ଏ ସବୁ ଭିତରେ ମଧ୍ୟ ଆପଣମାନେ ମଧ୍ୟ ସୁସ୍ଥ ରୁହନ୍ତୁ... ଆପଣଙ୍କ ପରିବାର ସୁସ୍ଥ ରୁହନ୍ତୁ ଏବଂ ଆପଣଙ୍କ ଜିଲା ଶୀଘ୍ରରୁ ଅତି ଶୀଘ୍ର ସୁସ୍ଥ ହେଉ, ପ୍ରତ୍ୟେକ ନାଗରିକ ସୁସ୍ଥ ରୁହନ୍ତୁ, ଆପଣମାନଙ୍କର ଏହି କାମନା ଈଶ୍ୱର ପୂରଣ କରନ୍ତୁ... ଆପଣଙ୍କ ପୁରୁଷାର୍ଥ ପୂରଣ କରିବ।

ମୋ ତରଫରୁ ଆପଣମାନଙ୍କୁ ବହୁତ ଶୁଭକାମନା।

ବହୁତ-ବହୁତ ଧନ୍ୟବାଦ!

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Tier-2 cities drive growth in India's tech hiring as GCC expansion spreads beyond metros

Media Coverage

Tier-2 cities drive growth in India's tech hiring as GCC expansion spreads beyond metros
NM on the go

Nm on the go

Always be the first to hear from the PM. Get the App Now!
...
List of Outcomes: Prime Minister of Japan’s visit to India for the 16th India-Japan Annual Summit
July 02, 2026
Sl. No.OutcomeDescription
1. India-Japan Joint Declaration on Economic Security Promotes project-based collaboration for enhancing joint resilience in key sectors including semiconductors, critical minerals, information and communication technology including AI, clean energy and pharmaceuticals. India-Japan Fact Sheet 2.0 captures growing India-Japan G2G and B2B engagement in this crucial area.
2. India-Japan Joint Statement on Cooperation in the Field of Artificial Intelligence Elevates the India-Japan relationship to a strategic research and development partnership in the AI domain. Building on the India-Japan AI Initiative, the Joint Statement provides a roadmap for greater cooperation across the entire AI technology stack in pursuit of the shared vision of safe, secure, trusted, inclusive, and human-centric AI.
3 Joint Statement on Energy Resilience (between MoPNG and METI, Japan) Strengthens cooperation in strategic stockpiling and reserve mechanisms for crude oil and petroleum products. Promotes collaboration in joint investments across the maritime energy transport value chain.
4. Celebrating the 75th Anniversary of India-Japan Diplomatic Relations Outlines a series of commemorative events to celebrate 2027, the 75th anniversary of establishment of diplomatic relations, as the India-Japan Year of Shared Horizons
5. Memorandum of Cooperation for India-Japan Cooperative Biogas for Growth (CBG) Initiative Promotes cooperation towards the goal of establishing 1,000 biogas and organic fertilizer plants all across India, leveraging the extensive network of dairy cooperatives.
6. Memorandum of Cooperation in the Field of Batteries Promotes cooperation in battery-related projects and expands business opportunities with an aim of building a trusted, resilient and sustainable battery supply chain.
7. Memorandum of Cooperation in the Field of Pharmaceuticals and Medical Devices Sector Strengthens pharma supply chains, including in Active Pharmaceutical Ingredients (APIs) and Key Starting Materials (KSMs), through promotion of bilateral investment and business linkages, technical collaboration and industry-academia collaboration.
8. Memorandum of Cooperation in the Field of Geology and Mineral Exploration Strengthens cooperation in upstream critical minerals exploration through exchange of technical expertise.
9. Memorandum of Cooperation between IndiaAI Mission and Ministry of Economy, Trade and Industry (METI), Japan Promotes institutional cooperation between IndiaAI Mission and Japan’s GENIAC initiative – through B2B matchmaking, webinars on AI policies and challenges and support for joint projects through access to computing resources
10. Memorandum of Cooperation on Next Generation Mobility Partnership (NGMP) Establishes a framework for operationalizing the Next Generation Mobility Partnership (NGMP) which was announced at the 15th Annual Summit in August 2025. The NGMP would accelerate private sector-led cooperation and investment in mobility sectors including rail, automotive and road infrastructure, aviation, shipbuilding and ports, logistics, and urban development, positioning India as a hub for “Make in India for the World” exports to third countries.
11. Memorandum of Understanding between India’s Centre for Cellular and Molecular Platforms (C-CAMP) and RIKEN, Japan Establishes a framework for academic, translational research and start-up oriented innovation in deep-tech and life sciences, covering healthcare, agriculture and environment.
12. Memorandum of Understanding between National Center for Biological Sciences-Tata Institute of Fundamental Research and RIKEN, Japan Creates a framework for cooperation in basic biological and neuroscience research between the two leading research institutions
13. Memorandum of Understanding between IIT Bombay, BharatGen Technology Foundation and National Institute of Informatics, Japan Furthers collaboration on large language models (LLMs), with a focus on developing LLMs for enhanced scientific reasoning, through joint research exchanges
14. Memorandum of Understanding between SarvamAI and Preferred Network on LLM Development Creates a framework for cooperation across the full AI technology stack, including foundation models.
15. Memorandum of Understanding Between National Internet Exchange of India (NIXI) and Japan Network Information Center (JPNIC) Promotes cooperation in National Internet Registry operations, IPv6 adoption, internet security improvements, capacity building, student/professional exchanges and exchange of views on internet governance at regional and global forums.
16. Exchange of Letters Between International Financial Services Centres Authority (IFSCA) and Financial Services Agency, Japan (JFSA) Establishes a framework for cooperation in development, regulation and supervision of financial services as well as information exchange on financial-market trends and best practices, particularly in FinTech and RegTech.