“ଖେଳାଳୀମାନଙ୍କ ଦୃଷ୍ଟାନ୍ତମୂଳକ କ୍ରୀଡା ନୈପୁଣ୍ୟ ଯୋଗୁଁ ଦେଶ ଏକ ଉତ୍ସାହଜନକ ସଫଳତାର ନିଦର୍ଶନ ସ୍ୱରୂପ ସ୍ୱାଧୀନତାର ଅମୃତ କାଳରେ ପ୍ରବେଶ କରୁଛି”
“କ୍ରୀଡାବିତମାନେ ଦେଶର ଯୁବକଯୁବତୀଙ୍କୁ ଅନୁପ୍ରାଣୀତ କରିବା ଦ୍ୱାରା ସେମାନେ କ୍ରୀଡା ବ୍ୟତୀତ ଅନ୍ୟାନ୍ୟ କ୍ଷେତ୍ରରେ ମଧ୍ୟ ଭଲ କରୁଛନ୍ତି”
“ଆପଣମାନେ ଦେଶର ଚିନ୍ତାଧାରା ଓ ଲକ୍ଷ୍ୟକୁ ଏକତା ସୂତ୍ରରେ ବାନ୍ଧି ରଖିଛନ୍ତି ଯାହା ଆମ ସ୍ୱାଧୀନତା ସଂଗ୍ରାମର ଏକ ବିରାଟ ଶକ୍ତି ଥିଲା”
“ତ୍ରିରଙ୍ଗାର ଶକ୍ତି ୟୁକ୍ରେନରେ ମଧ୍ୟ ଦେଖିବାକୁ ମିଳିଥିଲା, ଯେତେବେଳେ ଏହା କେବଳ ଭାରତୀୟମାନଙ୍କ ନିମନ୍ତେ ରକ୍ଷା କବଚ ଭାବେ କାମ କରିନଥିଲା ବରଂ ଯୁଦ୍ଧକ୍ଷେତ୍ରରୁ ନିରାପଦରେ ଆସିବାକୁ ଅନ୍ୟ ଦେଶର ନାଗରିକମାନଙ୍କୁ ମଧ୍ୟ ସାହାଯ୍ୟ କରିଥିଲା”
“ଆମ ଉପରେ ବିଶ୍ୱର ଏକ ସର୍ବୋତ୍ତମ କ୍ରୀଡା ବାତାବରଣ ସୃଷ୍ଟି କରିବାର ଦାୟୀତ୍ୱ ରହିଛି ଯାହା ବିବିଧ, ସାମଗ୍ରିକ ଓ ଗତିଶୀଳ, କୌଣସି ମେଧାବୀ ପଛରେ ରହିବେ ନାହିଁ”

ଚାଲନ୍ତୁ, ଏମିତି ଭାବେ ସମସ୍ତଙ୍କ ସହିତ କଥାବାର୍ତ୍ତା କରିବା ମୋ ପାଇଁ ବହୁତ ପ୍ରେରଣାଦାୟକ ଅଟେ, କିନ୍ତୁ ସମସ୍ତଙ୍କ ସହିତ ବୋଧହୁଏ କଥାବାର୍ତ୍ତା କରିବା ସମ୍ଭବ ହୋଇନଥାଏ, କିନ୍ତୁ ଭିନ୍ନ ଭିନ୍ନ ସମୟରେ ଆପଣଙ୍କ ମଧ୍ୟରେ କେତେକଙ୍କ ସହିତ କୌଣସି ନା କୌଣସି ଭାବରେ ମୋତେ ସମ୍ପର୍କରେ ରହିବାର ସୁଯୋଗ ମିଳିଥାଏ, କଥାବାର୍ତ୍ତା ହେବାର ଅବସର ମିଳିଛି, କିନ୍ତୁ ମୋ ପାଇଁ ଖୁସି ଯେ ଆପଣ ସମୟ ବାହାର କରି ମୋର ଘରକୁ ଆସିଲେ ଏବଂ ପରିବାରର ଜଣେ ସଦସ୍ୟ ଭାବରେ ଆସିଛନ୍ତି । ତେବେ ଆପଣଙ୍କ ସିଦ୍ଧିର ଯଶ ଆପଣଙ୍କ ସହିତ ଯୋଡ଼ି ହୋଇ ଯେମିତି ପ୍ରତ୍ୟେକ ଭାରତୀୟ ଗର୍ବ କରୁଛନ୍ତି, ମୁଁ ମଧ୍ୟ ଗର୍ବ କରୁଛି । ଆପଣ ସମସ୍ତଙ୍କୁ ମୋର ଏହି ସ୍ଥାନକୁ ବହୁତ ବହୁତ ସ୍ୱାଗତ ।

ଦେଖନ୍ତୁ ଦୁଇଦିନ ପରେ ଦେଶ ସ୍ୱାଧୀନତାର ୭୫ ବର୍ଷ ପୂରଣ କରିବାକୁ ଯାଉଛି । ଏହା ଗର୍ବର ବିଷୟ ଯେ ଦେଶ ଆପଣ ସମସ୍ତଙ୍କ କଷ୍ଟ ଦ୍ୱାରା ଏକ ପ୍ରେରଣାଦାୟକ ଉପଲବ୍ଧି ସହିତ ସ୍ୱାଧୀନତାର ଅମୃତକାଳରେ ପ୍ରବେଶ କରୁଛି ।

ସାଥୀମାନେ,

ଗତ କିଛି ସପ୍ତାହ ମଧ୍ୟରେ ଦେଶ ଖେଳ କ୍ଷେତ୍ରରେ ଦୁଇଟି ବଡ଼ ଉପଲବ୍ଧିମାନ ହାସଲ କରିଛି । ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଐତିହାସିକ ପ୍ରଦର୍ଶନ ସହ ଦେଶ ପ୍ରଥମ ଥର ଚେସ ଅଲିମ୍ପିଆଡର ଆୟୋଜନ କରିଛି । ନା’ କେବଳ ସଫଳ ଆୟୋଜନ କରିଛି, ବରଂ ଚେସରେ ନିଜର ସମୃଦ୍ଧ ପରମ୍ପରାକୁ ଜାରି କରିବାରେ, ଶ୍ରେଷ୍ଠ ପ୍ରଦର୍ଶନ ମଧ୍ୟ କରିଛି। ମୁଁ ଚେସ ଅଲିମ୍ପିଆଡରେ ଅଂଶଗ୍ରହଣ କରିଥିବା ଖେଳାଳିମାନଙ୍କୁ ଏବଂ ସମସ୍ତ ମଡେଲ ବିଜେତାମାନଙ୍କୁ ମଧ୍ୟ ଆଜି ଏହି ଅବସରରେ ବହୁତ ବହୁତ ଶୁଭେଚ୍ଛା ଜଣାଉଛି ।

ସାଥୀମାନେ,

ରାଜ୍ୟଗୋଷ୍ଠୀ କ୍ରୀଡ଼ା ଆରମ୍ଭ ହେବା ପୂର୍ବରୁ ମୁଁ ଆପଣ ସମସ୍ତଙ୍କୁ କହିଥିଲି, ଗୋଟିଏ ପ୍ରକାରରେ ପ୍ରତିଶ୍ରୁତି ଦେଇଥିଲି ଯେ ଯେତେବେଳେ ଆପଣମାନେ ଫେରିବେ ସେତେବେଳେ ଏହି ଦୃଢ଼ତା ଥିଲା ଯେ ଆପଣ ବିଜୟୀ ହୋଇ ଆସିବେ ଏବଂ ମୋର ଏହି ମ୍ୟାନେଜମେଣ୍ଟ ମଧ୍ୟ ଥିଲା ଯେ ମୁଁ ନିଶ୍ଚିତ ଭାବରେ କେତେ ବ୍ୟବସ୍ଥା ହେବ, ଆପଣମାନଙ୍କ ମଧ୍ୟରେ ସମୟ ବାହାର କରିବି ଏବଂ ବିଜୟ ଉତ୍ସବ ପାଳନ କରିବି । ଆଜି ଏହା ବିଜୟ ଉତ୍ସବର ଅବସର ଅଟେ । ବର୍ତ୍ତମାନ ଯେତେବେଳେ ଉଭୟଙ୍କ ମଧ୍ୟରେ କଥାବାର୍ତ୍ତା ହେଉଥିଲା ସେତେବେଳେ ମୁଁ ସେହି ଆତ୍ମବିଶ୍ୱାସ, ସେହି ସାହସ ଦେଖୁଥିଲି ଏବଂ ତାହା ହିଁ ଆପଣଙ୍କର ପରିଚୟ ଅଟେ, ତାହା ଆପଣଙ୍କ ପରିଚୟ ସହିତ ଯୋଡ଼ି ହୋଇଯାଇଛି। ଯେଉଁମାନେ ମେଡାଲ ଜିତିଛନ୍ତି ସେମାନେ ମଧ୍ୟ ଏବଂ ଯେଉଁମାନେ ଆଗକୁ ମେଡାଲ ଜିତିବାକୁ ଯାଉଛନ୍ତି, ସେମାନେ ମଧ୍ୟ ଆଜି ପ୍ରଶଂସାର ପାତ୍ର ଅଟନ୍ତି ।

ସାଥୀମାନେ,

ସେମିତି ମୁଁ ଆପଣମାନଙ୍କୁ ଆଉ ଗୋଟିଏ କଥା କହିବାକୁ ଚାହୁଁଛି, ଆପଣମାନେ ସମସ୍ତେ ସେଠାରେ ମୁକାବିଲା କରୁଥିଲେ, କିନ୍ତୁ ଭାରତରେ କାରଣ ସମୟର ବ୍ୟବଧାନ ରହିଥାଏ, ଏଠାରେ କୋଟି କୋଟି ଭାରତୀୟ ରାତିରେ ଚେଇଁ ରହୁଥିଲେ । ବହୁତ ରାତି ପର୍ଯ୍ୟନ୍ତ ଆପଣଙ୍କର ପ୍ରତ୍ୟେକ କାର୍ଯ୍ୟ, ପ୍ରତ୍ୟେକ ପଦକ୍ଷେପ ଦେଶବାସୀଙ୍କ ଦୃଷ୍ଟିରେ ଥିଲା । ବହୁତ ଲୋକ ଆଲାର୍ମ ଦେଇ ଶୋଉଥିଲେ ଯେ ଆପଣଙ୍କର କାର୍ଯ୍ୟ ଦକ୍ଷତାକୁ ଅପଡେଟ କରିବ । କେତେ ଲୋକ ବାରମ୍ବାର ଯାଇ ଚେକ୍ କରୁଥିଲେ ଯେ ସ୍କୋର କ’ଣ ହୋଇଛି, କେତେ ଗୋଲ, କେତେ ପଏଣ୍ଟ ହୋଇଛି । ଖେଳ ପ୍ରତି ଏହି ଉତ୍ସାହକୁ ବଢ଼ାଇବା ପାଇଁ, ଏହି ଆକର୍ଷଣ ବଢ଼ାଇବା ପାଇଁ ଆପଣ ସମସ୍ତଙ୍କର ବହୁତ ବଡ଼ ଭୂମିକା ରହିଛି ଏବଂ ଏଥିପାଇଁ ଆପଣ ସମସ୍ତେ ଧନ୍ୟବାଦର ପାତ୍ର ଅଟନ୍ତି ।

ସାଥୀମାନେ,

ଚଳିତ ଥର ଆମର ଯେଉଁ ପ୍ରଦର୍ଶନ ରହିଥିଲା, ତାହାର ସଠିକ ଆକଳନ କେବଳ ମେଡାଲର ସଂଖ୍ୟାରେ ସମ୍ଭବ ନାହିଁ। ଆମର କେତେ ଖେଳାଳି ଏଥର ନେକ୍ ଟୁ ନେକ୍ କମ୍ପିଟ କରିବାର ଦେଖିବାକୁ ମିଳିଥିଲା । ଏହା ମଧ୍ୟ ନିଜେ କୌଣସି ମେଡାଲ ଠାରୁ କମ ନୁହେଁ । ଠିକ ଅଛି ପଏଣ୍ଟ ୱାନ ସେକେଣ୍ଡ, ପଏଣ୍ଟ ୱାନ ସେଣ୍ଟିମିଟରର ଦୂରତା ରହିଯାଇଥିବ, କିନ୍ତୁ ତାହାକୁ ମଧ୍ୟ ଆମେ ପୂରଣ କରିନେବୁ, ଏହା ମୋର ଆପଣଙ୍କ ପ୍ରତି ପୂରା ବିଶ୍ୱାସ ରହିଛି । ମୁଁ ଏଥିପାଇଁ ମଧ୍ୟ ଉତ୍ସାହିତ ଅଛି ଯେ ଯେଉ ଖେଳ ଆମର ଶକ୍ତି ରହିଆସିଛି, ତାହାକୁ ଆମେ ମଜବୁତ କରିଛୁ, ଆମେ ନୂଆ ଖେଳରେ ମଧ୍ୟ ଆମର ନିଜସ୍ୱ ଛାପ ଛାଡୁଛୁ । ଯେମିତିକି ଯେଉଁ ଭଳି ଭାବରେ ଆମେ ଆମର  ଉତ୍ତରାଧିକାରୀକୁ ପୁଣିଥରେ ହାସଲ କରୁଛୁ, ସେଥିପାଇଁ ମୁଁ ଦୁଇଟି ଟିମର ପ୍ରୟାସ, ତାଙ୍କର ପରିଶ୍ରମ, ତାଙ୍କ ମାନସିକତା, ତାହାର ବହୁତ ବହୁତ ପ୍ରଶଂସା କରୁଛି, ସମ୍ପୂର୍ଣ୍ଣ ପ୍ରଶଂସା କରୁଛି । ଗତଥର ତୁଳନାରେ ଏଥର ଆମେ ୪ଟି ନୂଆ ଖେଳରେ ବିଜୟର ନୂଆ ରାସ୍ତା ତିଆରି କରିଛୁ । ଲନ୍ ବାଉନ୍ସରୁ ଆରମ୍ଭ କରି ଆଥଲେଟିକ୍ସ ପର୍ଯ୍ୟନ୍ତ, ଅଦ୍ଭୁତପୂର୍ବ ପ୍ରଦର୍ଶନ ରହିଛି । ଏହି ପ୍ରଦର୍ଶନ ଦ୍ୱାରା ଦେଶରେ ନୂଆ ଖେଳଗୁଡ଼ିକ ପ୍ରତି ଯୁବଗୋଷ୍ଠୀଙ୍କର ଧାରା ବହୁତ ବଢ଼ିବ । ନୂଆ ଖେଳରେ ଆମେ ଏଭଳି ଭାବରେ ଆମର ପ୍ରଦର୍ଶନକୁ ଆହୁରି ସୁଧାରିବାକୁ ହେବ । ମୁଁ ଦେଖୁଛି, ପୁରୁଣା ସମସ୍ତ ମୁହଁ ମୋ ଆଗରେ ଅଛି। ଶରତ ହେଉ, କିଦାମ୍ବୀ ହେଉ, ସିନ୍ଧୁ ହେଉ, ସୌରଭ ହେଉ, ମୀରାବାଇ ହେଉ, ବଜରଙ୍ଗ ହେଉ, ଭିନେଶ, ସାକ୍ଷୀ, ଆପଣ ସମସ୍ତେ ସିନିଅର ଆଥଲେଟିକ୍ସ ଆଶା ହିସାବରେ ଆଗୁଆ ରହିଥିଲେ । ପ୍ରତ୍ୟେକଙ୍କ ସାହସକୁ ବଜାୟ ରଖିଥିଲେ ଏବଂ ତାହା ଆମର ଯୁବ ଆଥଲେଟମାନେ ବହୁତ କମାଲ କରିଦେଇଛନ୍ତି । ଖେଳ ଆରମ୍ଭ ହେବା ପୂର୍ବରୁ ମୋର ଯେଉଁ ଯୁବଗୋଷ୍ଠୀମାନଙ୍କ ସହିତ କଥାବାର୍ତ୍ତା ହୋଇଥିଲା, ସେମାନେ ତାଙ୍କର ପ୍ରତିଶ୍ରୁତି ପୂରଣ କଲେ, ଯେଉଁମାନେ ଡେବୁ୍ୟ କରିଛନ୍ତି ସେମାନଙ୍କ ମଧ୍ୟରୁ ୩ ଜଣ ସାଥୀମାନେ ମେଡାଲ ଜିତିଛନ୍ତି । ଏହା ଦେଖାଯାଉଛି ଯେ ଆଜି ଆମର ଯୁବଗୋଷ୍ଠୀଙ୍କ ନିକଟରେ କେତେ ଆତ୍ମବିଶ୍ୱାସ ବଢୁଛି । ଯେତେବେଳେ ଅନୁଭବୀ ଶରତ ପ୍ରାଧାନ୍ୟ ଦେଇଥାନ୍ତି ଏବଂ ଅବିନାଶ, ପ୍ରିୟଙ୍କା ଏବଂ ସନ୍ଦୀପ, ପ୍ରଥମ ଥର ଦେଶର ଶ୍ରେଷ୍ଠ ଆଥଲେଟିକ୍ସଙ୍କର ଟକ୍କର ଦେଇଥାନ୍ତି, ସେତେବେଳେ ନୂତନ ଭାରତର ଗତି ଦେଖାଯାଇଥାଏ । ଗତି ଏହା ଯେ, ଆମେ ପ୍ରତ୍ୟେକ ଦୌଡ଼ରେ, ପ୍ରତ୍ୟେକ ପ୍ରତିଯୋଗିତାରେ ପ୍ରସ୍ତୁତ ହୋଇ ଠିଆ ହୋଇଛୁ । ଆଥଲେଟିକ୍ସର ପୋଡିୟମରେ ଏକା ସହିତ, ଦୁଇ ଦୁଇଟି ସ୍ଥାନରେ ତ୍ରିରଙ୍ଗାକୁ ସଲାମ ଦେବାର ଭାରତୀୟ ଖେଳାଳିମାନଙ୍କୁ ବହୁତ ଥର ମୁଁ ଦେଖିଛି ଏବଂ ସାଥୀମାନେ, ଆମ ଝିଅମାନଙ୍କ ପ୍ରଦର୍ଶନରେ ପୁରା ଦେଶ ଗଦଗଦ ହୋଇଯାଇଛି । ଏବେ ଯେତେବେଳେ ମୁଁ ପୂଜା ସହିତ କଥାବାର୍ତ୍ତା କରୁଥିଲି ସେତେବେଳେ ମୁଁ ଉଲ୍ଲେଖ ମଧ୍ୟ କରିଥିଲି, ପୂଜାର ସେହି ଭାବବିହ୍ୱଳ ହୋଇଯାଇଥିବା ଭିଡ଼ିଓ ସୋସିଆଲ ମିଡିଆ ମାଧ୍ୟମରେ ଦେଖିଲି ଏବଂ ସେ ମଧ୍ୟ କହିଥିଲା ଯେ ଆପଣଙ୍କୁ କ୍ଷମା ମାଗିବାର କୌଣସି ଆବଶ୍ୟକତା ନାହିଁ । ଆପଣ ଦେଶ ପାଇଁ ବିଜେତା ଅଟନ୍ତି, କେବଳ ଆପଣଙ୍କର ସଚ୍ଚୋଟତା ଏବଂ ପରିଶ୍ରମରେ କେତେବେଳେ କମ ହେବାକଥା ନୁହେଁ । ଅଲିମ୍ପିକ୍ସ ପରେ ଭିନେଶକୁ ମଧ୍ୟ ମୁଁ ଏହି କଥା କହିଥିଲି ଏବଂ ମୋତେ ଖୁସି ଲାଗୁଛି ଯେ ସେ ନିରାଶାକୁ ପଛରେ ଛାଡ଼ି ଶ୍ରେଷ୍ଠ ପ୍ରଦର୍ଶନ କଲା । ବକ୍ସିଙ୍ଗ ହେଉ, ଜୁଡ଼ୋ ହେଉ, କୁସ୍ତି ହେଉ, ଯେଉଁଭଳି ଭାବରେ ଝିଅମାନେ ପ୍ରାଧାନ୍ୟ ବିସ୍ତାର କଲେ, ତାହା ଅଦ୍ଭୁତ ଅଟେ । ନିତୁ ତ ପ୍ରତିଦ୍ୱନ୍ଦ୍ୱୀମାନଙ୍କୁ ପଡ଼ିଆରେ ଛାଡ଼ିବାକୁ ମଜବୁର କରିଦେଲା । ହରମନପ୍ରୀତଙ୍କ ନେତୃତ୍ୱରେ ପ୍ରଥମ ଥର କ୍ରିକେଟରେ ଉତ୍ତମ ପ୍ରଦର୍ଶନ କରିଛି । ସମସ୍ତ ଖେଳାଳିମାନଙ୍କର ପ୍ରଦର୍ଶନ ଖୁବ ଭଲ ରହିଛି । କିନ୍ତୁ ରେଣୁକାର ସ୍ୱିଙ୍ଗର ଜବାବ କାହାରି ପାଖରେ ବର୍ତ୍ତମାନ ମଧ୍ୟ ନାହିଁ । କିମ୍ବଦନ୍ତୀଙ୍କ ମଧ୍ୟରେ ଶ୍ରେଷ୍ଠ ୱିକେଟ ଟେକର ରହିବା, କୌଣସି କମ ଉପଲବ୍ଧି ନୁହେଁ । ତାଙ୍କ ମୁହଁରେ ସେ ଶିମଲାର ଶାନ୍ତି ରହିଥାଉ, ପାହାଡ଼ର ନିରୀହ ହସ ରହିଥାଉ, କିନ୍ତୁ ତାଙ୍କର ଆକ୍ରୋଶ ବଡ଼ ବଡ଼ ଖେଳାଳିମାନଙ୍କର ସାହସକୁ ହରାଇ ଦେଇଥାଏ । ଏହି ପ୍ରଦର୍ଶନ ନିଶ୍ଚିତ ଭାବରେ ଦୂର-ସୁଦୂର କ୍ଷେତ୍ରରେ ଝିଅମାନଙ୍କୁ ପ୍ରେରଣା ଦେବ; ପ୍ରୋତ୍ସାହିତ କରିବ ।

ସାଥୀମାନେ,

ଆପଣ ସମସ୍ତେ ଦେଶକୁ ଗୋଟିଏ ମେଡାଲ ନୁହେଁ, କେବଳ ଉତ୍ସବ ପାଳନ କରିବାର, ଗର୍ବ କରିବାର ଅବସର ହିଁ ଦେଇଥାଏ, ଏମିତି ନୁହେଁ । ବରଂ ଏକ ଭାରତ ଶ୍ରେଷ୍ଠ ଭାରତର ଭାବନାକୁ ଆପଣ ଆହୁରି ସଶକ୍ତ କରୁଛନ୍ତି । ଆପଣ ଖେଳରେ ନୁହେଁ, ବଳକା କ୍ଷେତ୍ରରେ ମଧ୍ୟ ଦେଶର ଯୁବଗୋଷ୍ଠୀଙ୍କୁ ଉତ୍ତମ କରିବା ପାଇଁ ପ୍ରେରିତ କରିଥାନ୍ତି । ଆପଣ ସମସ୍ତ ଦେଶକୁ ଏକ ସଂକଳ୍ପ, ଏକ ଲକ୍ଷ୍ୟ ସହିତ ଯୋଡ଼ିଥାନ୍ତି, ଯାହା ଆମର ସ୍ୱାଧୀନତାର ଲଢ଼େଇରେ ମଧ୍ୟ ବହୁତ ବଡ଼ ଶକ୍ତି ଥିଲା । ମହାତ୍ମା ଗାନ୍ଧୀ, ନେତାଜୀ ସୁଭାସ ଚନ୍ଦ୍ର ବୋଷ, ମଙ୍ଗଲ ପାଣ୍ଡେ, ତାତ୍ୟା ଟୋପେ, ଲୋକମାନ୍ୟ ତିଲକ, ସର୍ଦ୍ଦାର ଭଗତ ସିଂହ, ଚନ୍ଦ୍ରଶେଖର ଆଜାଦ, ଅଶଫାକ ଉଲ୍ଲା ଖାଁ ଏବଂ ରାମପ୍ରସାଦ ବିସ୍ମିଲ, ଅଗଣିତ ସେନାନୀ, ଅଗଣିତ କ୍ରାନ୍ତିବୀର, ଯେଉଁମାନଙ୍କ ଧାରା ଅଲଗା ଥିଲା; କିନ୍ତୁ ଲକ୍ଷ୍ୟ ଗୋଟିଏ ଥିଲା । ରାଣୀ ଲକ୍ଷ୍ମୀବାଈ, ଝାଲକାରୀ ବାଈ, ଦୁର୍ଗା ଭାବୀ, ରାନୀ ଚେନ୍ନମ୍ମା, ରାଣୀ ଗାଇଦିନଲ୍ୟୁ ଏବଂ ବେଲୁ ନାଚିୟାର ଭଳି ଅଗଣିତ ବୀରାଙ୍ଗନାମାନେ ପ୍ରତ୍ୟେକ ପ୍ରଥାକୁ ଭାଙ୍ଗିଦେଇ ସ୍ୱାଧୀନତାର ଲଢ଼େଇ ଲଢ଼ିଥିଲେ । ବିର୍ସା ମୁଣ୍ଡା ହୁଅନ୍ତୁ ଏବଂ ଅଲ୍ଲୁରୀ ସୀତାରାମ ରାଜୁ ହୁଅନ୍ତୁ, ଗୋବିନ୍ଦ ଗୁରୁ ହୁଅନ୍ତୁ, ଯେମିତି ଅନେକ ମହାନ ଆଦିବାସୀ ସେନାନୀମାନେ କେବଳ ଏବଂ କେବଳ ନିଜର ସାହସ, ନିଜର ଆବେଗରେ ଏତେ ଶକ୍ତିଶାଳୀ ସେନା ସହିତ ଟକ୍କର ଦେଇଥିଲେ । ଡକ୍ଟର ରାଜେନ୍ଦ୍ର ପ୍ରସାଦ, ପଣ୍ଡିତ ନେହରୁ, ସର୍ଦ୍ଦାର ପଟେଲ, ବାବା ସାହେବ ଆମ୍ବେଦକର, ଆଚାର୍ଯ୍ୟ ବିନୋବାଭାବେ, ନାନା ଜୀ ଦେଶମୁଖ, ଲାଲବାହାଦୂର ଶାସ୍ତ୍ରୀ, ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ଭଳି ଅନେକ ବିଭୂତିମାନ ସ୍ୱାଧୀନ ଭାରତର ସ୍ୱପ୍ନକୁ ପୂରଣ କରିବା ପାଇଁ ଜୀବନ ଉତ୍ସର୍ଗ କରି ଦେଇଥିଲେ । ସ୍ୱାଧୀନତାର ଲଢ଼େଇ ଠାରୁ ଆରମ୍ଭ କରି ସ୍ୱାଧୀନ ଭାରତର ନବନିର୍ମାଣରେ ଯେଉଁଭଳି ଭାବରେ ପୂରା ଭାରତ ଏକଜୁଟ ହୋଇ ପ୍ରୟାସ କରିଥିଲା, ସେହି ଭାବନା ସହିତ ଆପଣ ମଧ୍ୟ ପଡ଼ିଆକୁ ଓହ୍ଲାଇଥାନ୍ତି । ଆପଣ ସମସ୍ତଙ୍କ ରାଜ୍ୟ, ଜିଲ୍ଲା, ଗାଁ, ଭାଷା ସେ ଯାହା ମଧ୍ୟ ହେଉ ନା କାହିଁକି, କିନ୍ତୁ ଆପଣ ଭାରତର ମାନ, ଅଭିମାନ ପାଇଁ, ଦେଶର ପ୍ରତିଷ୍ଠା ପାଇଁ ନିଜର ସର୍ବଶ୍ରେଷ୍ଠ ପ୍ରଦର୍ଶନ କରିଥାନ୍ତି । ଆପଣଙ୍କ ପ୍ରେରଣା ଶକ୍ତି ତ୍ରିରଙ୍ଗା ଅଟେ ଏବଂ ତ୍ରିରଙ୍ଗାର ଶକ୍ତି କ’ଣ ହୋଇଥାଏ, ଏହା ଆମେ କିଛି ସମୟ ପୂର୍ବରୁ ହିଁ ୟୁକ୍ରେନରେ ଦେଖିଛୁ । ତ୍ରିରଙ୍ଗା ଯୁଦ୍ଧ କ୍ଷେତ୍ରରୁ ବାହାରିବାରେ ଭାରତୀୟମାନଙ୍କର ନୁହେଁ, ବରଂ ଅନ୍ୟ ଦେଶର ଲୋକମାନଙ୍କ ପାଇଁ ମଧ୍ୟ ସୁରକ୍ଷା କବଚ ହୋଇ ଯାଇଥିଲା ।

ସାଥୀମାନେ,

ବିଗତ ସମୟରେ ଆମେ ଅନ୍ୟ ଟୁର୍ଣ୍ଣାମେଣ୍ଟରେ ମଧ୍ୟ ଉତ୍ତମ ପ୍ରଦର୍ଶନ କରିଛନ୍ତି । ବିଶ୍ୱ ଆଥଲେଟିକ୍ସ ଚାମ୍ପିଅନସିପରେ ଆମର ବର୍ତ୍ତମାନ ପର୍ଯ୍ୟନ୍ତ ସବୁଠାରୁ ସଫଳତମ ପ୍ରଦର୍ଶନ ରହିଛି । ବିଶ୍ୱ ଅଣ୍ଡର-୨ଠ ଆଥଲେଟିକ୍ସ ଚାମ୍ପିଅନସିପରେ ମଧ୍ୟ ବହୁତ ପ୍ରଶଂସନୀୟ ପ୍ରଦର୍ଶନ ରହିଛି । ଏହିଭଳି ଭାବରେ ବିଶ୍ୱ କ୍ୟାଡେଟ ରେସଲିଂ ଚାମ୍ପିଅନସିପ ଏବଂ ପାରା ବ୍ୟାଡମିଣ୍ଟନ ଇଣ୍ଟରନ୍ୟାସନାଲ ଟୁର୍ଣ୍ଣାମେଣ୍ଟସ ଏଥିରେ ମଧ୍ୟ କେତେକ ନୂଆ ରେକର୍ଡ କରିଛି । ଏହା ଭାରତୀୟ ଖେଳ ପାଇଁ ନିଶ୍ଚିତ ଭାବରେ ଉତ୍ସାହ ଏବଂ ଆନନ୍ଦର ସମୟ ଅଟେ । ଏଠାରେ ଅନେକ କୋଚ ମଧ୍ୟ ଅଛନ୍ତି, କୋଚିଂ ଷ୍ଟାଫ ମେମ୍ବର୍ସ ମଧ୍ୟ ଅଛନ୍ତି ଏବଂ ଏଥିରେ ଖେଳ ପ୍ରଶାସନ ସହିତ ଜଡ଼ିତ ସାଥୀମାନେ ମଧ୍ୟ ଅଛନ୍ତି । ଏହି ସଫଳତାରେ ଆପଣଙ୍କର ଭୂମିକା ମଧ୍ୟ ଉତ୍ତମ ରହିଛି । ଆପଣଙ୍କର ଭୂମିକା ବହୁତ ମହତ୍ତ୍ୱପୂର୍ଣ୍ଣ ରହିଛି । କିନ୍ତୁ ଏହା ମଧ୍ୟ ମୋ ହିସାବରେ ଶୁଭାରମ୍ଭ ଅଟେ, ଆମେ ସନ୍ତୁଷ୍ଟ ହୋଇ ଚୁପ ବସିପାରିବୁ ନାହିଁ, ଭାରତର ଖେଳର ସ୍ୱର୍ଣ୍ଣିମ କାଳ ଠକ ଠକ କରୁଛି ସାଙ୍ଗମାନେ । ମୋତେ ଖୁସି ଲାଗୁଛି ଯେ ଖେଲୋ ଇଣ୍ଡିଆର ମଞ୍ଚରୁ ବାହାରୁ ଅନେକ ଖେଳାଳିମାନେ ଚଳିତଥର ବହୁତ ଭଲ ପ୍ରଦର୍ଶନ କରିଛନ୍ତି । ଟିଓପିଏସର ମଧ୍ୟ ସକାରାତ୍ମକ ପ୍ରଭାବ ଦେଖିବାକୁ ମିଳୁଛି । ନୂଆ ପ୍ରତିଭାର ସନ୍ଧାନ ଏବଂ ତାଙ୍କୁ ପୋଡିୟମ ପର୍ଯ୍ୟନ୍ତ ପହଞ୍ଚାଇବାରେ ଆମର ପ୍ରୟାସକୁ ଆମକୁ ଆହୁରି ଶୀଘ୍ର କରିବାକୁ ହେବ । ଆମ ଉପରେ ଏକ ଏପରି ସ୍ପୋର୍ଟିଂ ଇକୋ ସିଷ୍ଟମର ନିର୍ମାଣର ଦାୟିତ୍ୱ ଅଛି ଯାହା ବିଶ୍ୱରେ ଶ୍ରେଷ୍ଠ ହେବ, ସ୍ୱତନ୍ତ୍ର ହେବ, ଡାୟନାମିକ ହେବ । କୌଣସି ମଧ୍ୟ ପ୍ରତିଭା ରହି ନଯାଉ, କାରଣ ତାହା ଦେଶର ସମ୍ପଦ ଅଟେ, ଦେଶର ଅମାନତ ଅଟେ । ମୁଁ ସମସ୍ତ ଆଥଲେଟିକ୍ସମାନଙ୍କୁ ଆଗ୍ରପୂର୍ବକ କହିବି ଯେ ଆପଣଙ୍କ ସମ୍ମୁଖରେ ବର୍ତ୍ତମାନ ଏସିଆନ ଗେମ୍ସ ଅଛି, ଅଲିମ୍ପିକ୍ସ ଅଛି । ଆପଣ ଭଲ ଭାବରେ ପ୍ରସ୍ତୁତ କରନ୍ତୁ । ସ୍ୱାଧୀନତାର ୭୫ ବର୍ଷରେ ମୋର ଆପଣଙ୍କୁ ଆଉଏକ ଅନୁରୋଧ ଅଛି । ଗତଥର ମୁଁ ଆପଣଙ୍କୁ ଦେଶର ୭୫ଟି ସ୍କୁଲ, ଶିକ୍ଷାନଷ୍ଟାନରେ ଯାଇ ପିଲାମାନଙ୍କୁ ପ୍ରୋତ୍ସାହିତ କରିବା ପାଇଁ ଆଗ୍ରହ ପ୍ରକାଶ କରିଥିଲି, ମିଟ୍ ଦ ଚାମ୍ପିଅନ ଅଭିଯାନ ଅନ୍ତର୍ଗତ ଅନେକ ସାଥୀମାନେ ବ୍ୟସ୍ତତା ମଧ୍ୟରେ କାମ ମଧ୍ୟ କରିଛନ୍ତି । ଏହି ଅଭିଯାନକୁ ଜାରି ରଖନ୍ତୁ । ଯେଉଁ ସାଥୀ ଏବେ ଯାଇପାରୁ ନାହାନ୍ତି, ସେମାନଙ୍କୁ ମଧ୍ୟ ମୋର ଅନୁରୋଧ ଯେ ଆପଣ ନିଶ୍ଚିତ ଯାଆନ୍ତୁ । ଆପଣଙ୍କୁ ଦେଶର ଯୁବଗୋଷ୍ଠୀ ବର୍ତ୍ତମାନ ରୋଲ ମଡେଲ ଭାବରେ ଦେଖୁଛି ଏବଂ ଏଥିପାଇଁ ଆପଣଙ୍କ କଥାକୁ ମୁଁ ଧ୍ୟାନର ସହିତ ଶୁଣୁଥିଲି । ଆପଣଙ୍କ ପରାମର୍ଶକୁ ସେମାନେ ଜୀବନରେ ଆଣିବା ପାଇଁ ଉଦବେଳିତ ହେଉଛନ୍ତି ଏବଂ ସେଥିପାଇଁ ଆପଣଙ୍କ ନିକଟରେ ଯେଉଁ ସାମର୍ଥ୍ୟ ଜନ୍ମ ନେଇଛି । ଯେଉଁ ସ୍ୱୀକୃତି ତିଆରି ହୋଇଛି, ଯେଉଁ ସମ୍ମାନ ବଢ଼ିଛି ତାହା ଦେଶର ଯୁବପିଢ଼ିମାନଙ୍କ ପାଇଁ ମଧ୍ୟ କାମରେ ଆସିବା ଆବଶ୍ୟକ । ମୁଁ ପୁଣିଥରେ ଆପଣ ସମସ୍ତଙ୍କୁ ଏହି ବିଜୟ ଯାତ୍ରାକୁ ଅନେକ ଅନେକ ଶୁଭକାମନା ଜଣାଉଛି! ବହୁତ ବହୁତ ଶୁଭେଚ୍ଛା ଜଣାଉଛି! ଧନ୍ୟବାଦ!

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India's Major Ports Handled Record 915 Million Tonnes Cargo In FY26, Surpass Annual Target

Media Coverage

India's Major Ports Handled Record 915 Million Tonnes Cargo In FY26, Surpass Annual Target
NM on the go

Nm on the go

Always be the first to hear from the PM. Get the App Now!
...
PM Modi addresses Party Karyakartas on BJP Sthapana Diwas
April 06, 2026
We have fulfilled our commitment by bringing the Nari Shakti Vandan Adhiniyam, with the aim of implementing it in the 2029 elections: PM on Sthapana Diwas
Inspired by the ideals of the Rashtriya Swayamsevak Sangh, the BJP entered politics with a commitment to ‘clean and value-based governance’: PM Modi
India is achieving its climate goals ahead of time and has significantly expanded its renewable energy capacity, especially in solar power: PM Modi
The BJP has balanced development with heritage, ensuring due recognition to all great personalities of India, including Netaji Subhas Chandra Bose and the Azad Hind Fauj, while also promoting Khadi: PM
The BJP has consistently worked to strengthen national unity through initiatives like One Nation One Tax with GST, One Nation One Ration Card, and One Nation One Grid: PM Modi

PM Modi addressed BJP Karyakartas on the party’s Sthapana Diwas, paying tribute to generations of workers and their dedication, sacrifice and unwavering commitment. He reminisced about the early years when the BJP had neither power nor resources, and karyakartas travelled tirelessly to connect with people. He reiterated their belief in a brighter future for Bharat, which kept them going despite challenges like the Emergency, political isolation and violence.

The PM paid homage to all those who lost their lives for the welfare of people, particularly in states like West Bengal and Keralam and said BJP workers have always remained fearless and committed to nation-building.

Reflecting on BJP’s growth, PM Modi said the party’s success is rooted in a long journey of intent, policy and dedication. Inspired by the ideals of the Rashtriya Swayamsevak Sangh, BJP entered politics with a commitment to ‘clean and value-based governance’. Over the decades, the party built a strong cadre driven by service, discipline and ideological clarity.

He highlighted that the BJP has also set a new benchmark in coalition politics through the NDA, which has completed over 25 years, reflecting inclusivity and respect for regional aspirations.

Speaking on governance, he recalled that the party had resolved to ensure greater participation of women and fulfilled its commitment by bringing the Nari Shakti Vandan Adhiniyam, with the aim of implementing it in the 2029 elections.

He said that today, the BJP is guided by the principle of Antyodaya. He noted that through a saturation approach, the government has helped lift 25 crore people out of poverty.

PM Modi highlighted key milestones achieved by the government, including the removal of Article 370 in Jammu and Kashmir, fulfilling a long-standing commitment of the party.

He added that BJP has consistently worked to strengthen national unity through initiatives like One Nation One Tax with GST, One Nation One Ration Card, and One Nation One Grid, etc.,

Emphasising India’s global outlook, the PM said the country is guided by the spirit of “Vasudhaiva Kutumbakam” and is engaging with the world with equal closeness. He said BJP has balanced development with heritage, ensuring due recognition to all great personalities of India, including Netaji Subhas Chandra Bose and the Azad Hind Fauj, while also promoting Khadi and the spirit of self-reliance.

On economic and environmental progress, PM Modi noted that India is achieving its climate goals ahead of time and has significantly expanded its renewable energy capacity, especially in solar power.

Concluding his address, the Prime Minister reaffirmed that BJP will continue to work with dedication towards nation-building, guided by its core principle:
“Rashtra Pratham (Nation First)”.