Indian Deaflympics contingent scripts history with best ever haul of medals
“When a divyang athlete excels at international sporting platforms, the achievement reverberates beyond sporting accomplishment”
“Your contribution in creating positive image of the country is many times more than other sportspersons”
“Maintain your passion and enthusiasm. This passion will open new avenues of our country’s progress”

ପ୍ରଧାନମନ୍ତ୍ରୀ ମହୋଦୟ : ରୋହିତ ମହାଶୟ, ଆପଣ ତ, ହେଉଛନ୍ତି ବିଶ୍ୱରେ ସବୁଠାରୁ ବରିଷ୍ଠ। ରୋହିତ ମହାଶୟ, ଖେଳୁ ଖେଳୁ କେତେ ବର୍ଷ ହୋଇଗଲା?

ରୋହିତ ମହାଶୟ : 1997ରୁ, ବହୁତ ବର୍ଷ ହେବ ମୁଁ ଅଲିମ୍ପିକ ଖେଳି ସାରିଛି।

ପ୍ରଧାନମନ୍ତ୍ରୀ ମହୋଦୟ : ଯେତେବେଳେ ଆପଣ ସାମ୍ନାରେ ଥିବା ଖେଳାଳୀ ସହିତ ଖେଳନ୍ତି, ଆପଣ ତ, ହେଉଛନ୍ତି ବହୁତ ପୁରୁଣା ଯେତେବେଳେ ଖେଳାଳୀ ସାମ୍ନାରୁ ଆସୁଥିବେ। କ’ଣ ଅନୁଭବ ହୋଇଥାଏ?

ରୋହିତ ମହାଶୟ : ସାର୍ ଯେତେବେଳେ ମୁଁ ପ୍ରଥମେ ଖେଳିଥିଲି 1997ରେ, ସେତେବେଳେ ଶ୍ରୁତି ଶକ୍ତି ଥିବା ଲୋକଙ୍କ ସହିତ ମୋର ପ୍ରତିଯୋଗିତା ହେଉଥିଲା। ଆଉ ମୁଁ ମଧ୍ୟ ସେଥିରେ ଆଗକୁ ଯିବାର ପ୍ରୟାସ କଲି ଏବଂ ଅଲିମ୍ପିକ୍ସ ଖେଳିଲି । ଆଉ ପ୍ରତିଯୋଗିତା ଯେଭଳି ଶୁଣିପାରୁଥିବା ଲୋକଙ୍କ ସହିତ ପ୍ରତିଯୋଗିତା ହେଉଥିଲା। ଆଉ ମୁଁ ମଧ୍ୟ ସେଥିରେ ଆଗକୁ ବଢିବାର ପ୍ରୟାସ କଲି ଏବଂ ଏ ପର୍ଯ୍ୟନ୍ତ ବୋଧହୁଏ ଶ୍ରବଣ ଶକ୍ତିଥିବା ପ୍ରତିଦ୍ୱନ୍ଦୀଙ୍କ ସହିତ ଖେଳି ପାରିବି।

ପ୍ରଧାନମନ୍ତ୍ରୀ ମହୋଦୟ : ଆଚ୍ଛା ରୋହିତ ଏବେ ନିଜ ବିଷୟରେ କିଛି କୁହ। ଏ କ୍ଷେତ୍ରକୁ କିଭଳି ଆସିଲ, ପ୍ରାରମ୍ଭିକ ସମୟରେ କିଏ ପ୍ରେରଣା ଦେଲେ? ଆଉ ଏତେ ଦୀର୍ଘ ସମୟ ଧରି ମନ ପ୍ରାଣ ଦେଇ ଖେଳି ଚାଲିବା କେବେ ଥକି ପଡିବା ନାହିଁ।

ରୋହିତ ମହାଶୟ : ଆଜ୍ଞା, ଯେତେବେଳେ ମୁଁ ବହୁତ ଛୋଟ ଥିଲି, ସେତେବେଳେ ଠାରୁ ମୋର ମଧ୍ୟ ମନେ ନାହିଁ ଯେ ମୁଁ ଯେତେବେଳେ ଦେଖୁଥିଲି, ମୁଁ ମୋ ବାପା-ମାଆଙ୍କ ସହ ଯାଉଥିଲି ମୁଁ ଦେଖୁଥିଲି। ସବୁକିଛି ଦେଖୁଥିଲି ଓ ଖୁସି ହେଉଥିଲି କିଭଳି ଶ୍ରୁତି ଶକ୍ତି ଥିବା ଲୋକ ଖେଳୁଛନ୍ତି, ମୁଁ ମଧ୍ୟ ଚାହୁଁଥିଲି ମୁଁ ଖେଳିବି। ମୁଁ ମଧ୍ୟ ସେହିଠାରୁ ମୋର ଲକ୍ଷ୍ୟ ସ୍ଥିର କଲି ଆଉ ପୁଣି ଆଉ ଆଗକୁ ବଢି ଚାଲିଲି। ଯେତେବେଳେ ମୁଁ 1997ରେ ଖେଳିବା ଆରମ୍ଭ କଲି ସେତେବେଳେ ବଧିର ଲୋକମାନେ ଖେଳୁ ନ ଥିଲେ, ମୋତେ କୌଣସି ପ୍ରକାରର ସହାୟତା ମିଳୁ ନ ଥିଲା, କେବଳ ସାନ୍ତ୍ୱନା ଦିଆଯାଉଥିଲା। ମୋ ବାପା ଏ କ୍ଷେତ୍ରରେ ମୋତେ ବହୁତ ସହଯୋଗ କରୁଥିଲେ। ଖାଇବା- ପିଇବା, ଫଳ ରସ, ଯାହା ମଧ୍ୟ ଖାଦ୍ୟ ଆବଶ୍ୟକ ଥିଲା, ତାହା ପ୍ରତି ମଧ୍ୟ ବହୁତ ଧ୍ୟାନ ଦେଇଥିଲେ, ଭଗବାନଙ୍କର ବହୁତ ଦୟା ଥିଲା, ତେଣୁ ଏଥିପାଇଁ ମେତେ, ବ୍ୟାଡମିଂଟନ ହେଉଛି ମୋର ବହୁତ ପ୍ରିୟ।

ପ୍ରଧାନମନ୍ତ୍ରୀ ମହୋଦୟ : ରୋହିତ ଆପଣ ଯେତେବେଳେ ଡବଲ୍ସ ଖେଳିଥାନ୍ତି, ସେତେବେଳେ ଆପଣଙ୍କ ସାଥୀ, ମୁଁ ଶୁଣିଛି ମହେଶ ଆପଣଙ୍କଠାରୁ ବୟସରେ ବହୁତ ଛୋଟ। ଏତେ ପାର୍ଥକ୍ୟ, ଆପଣ ହେଉଛନ୍ତି ଏତେ ବରିଷ୍ଠ ପୁଣି ମହେଶ ହେଉଛନ୍ତି ବୟସରେ ବହୁତ ସାନ। ଆପଣ କିଭଳି ତାହାକୁ ନିୟନ୍ତ୍ରିତ କରୁଛନ୍ତି, କିପରି ମାର୍ଗଦର୍ଶନ କରୁଛନ୍ତି, ତାଙ୍କ ସହିତ କିପରି ନିଜକୁ ମିଶାଇ ଖେଳି ପାରୁଛନ୍ତି?

ରୋହିତ ମହାଶୟ : ମହେଶ ହେଉଛି ବହୁତ ଛୋଟ, 2014ରେ ମୋ ସହିତ ଖେଳିବା ଆରମ୍ଭ କରିଛି। ମୋ ଘର ପାଖରେ ରହୁଥିଲା, ମୁଁ ତାକୁ ବହୁତ କିଛି ଶିଖାଇଛି। କିଭଳି ଚଳପ୍ରଚଳ କରିବାକୁ ହୁଏ, କିଭଳି କଠିନ ପରିଶ୍ରମ କରିବାକୁ ପଡିଥାଏ। ଶ୍ରବଣ ବାଧିତ ଅଲିମ୍ପିକ୍ସରେ କିଭଳି ପ୍ରସ୍ତୁତି କରିବାକୁ ପଡ଼ିଥାଏ ତେବେ ସେ ଟିକିଏ ଅସ୍ଥିର ହୋଇଥାଏ, କିନ୍ତୁ ମୁଁ ତାକୁ ଯାହା କିଛି ମଧ୍ୟ ଶିଖାଇଛି, ସେ ମୋତେ ବହୁତ ଭଲ ଭାବେ ସପୋର୍ଟ କରେ।

ପ୍ରଧାନମନ୍ତ୍ରୀ ମହୋଦୟ : ରୋହିତ ମହାଶୟ, ଆମେ ମଧ୍ୟ ଆପଣଙ୍କ ସହିତ ସବୁ କିଛି କରିଦେବୁ। ରୋହିତ ମହାଶୟ ଆପଣଙ୍କ ଜୀବନ ଏକ ଖେଳାଳୀ ଭାବେ ଆଉ ଜଣେ ବ୍ୟକ୍ତି ହିସାବରେ ମୁଁ ଭାବୁଛି ଆପଣଙ୍କ ଠାରେ ନେତୃତ୍ୱ ନେବାର କଳା ରହିଛି, ଆପଣଙ୍କ ଠାରେ ଦୃଢ଼ତାର ସ୍ତର ଭଲ ରହିଛି ଆଉ ଆପଣ କୌଣସି ମଧ୍ୟ କଥାରେ ଅନାଗ୍ରହ ପ୍ରକାଶ କରନ୍ତି ନାହିଁ। କ୍ରମାଗତ ଭାବେ ସେଥିରେ ଏକାଗ୍ରତା ଭରି ରହି ଥାଆନ୍ତି। ମୁଁ ଦୃଢତାର ସହ ସ୍ୱୀକାର କରୁଛି ଯେ, ଦେଶର ଯୁବକ, ସେମାନଙ୍କ ପାଇଁ ଆପଣ ପ୍ରକୃତରେ ହେଉଛନ୍ତି ବହୁତ ହିଁ ପ୍ରେରଣାର ଉତ୍ସ। ଆପଣ ଆପଣଙ୍କ ଜୀବନରେ ଆସିଥିବା ପ୍ରତିବନ୍ଧକଗୁଡ଼ିକ ଠାରୁ କେବେ ହେଲେ ମଧ୍ୟ ହାର୍ ମାନି ଯାଇ ନାହାଁନ୍ତି। ଠିକ୍ ଅଛି ଯଦିଓ ପରମାତ୍ମା ଆପଣଙ୍କ ଠାରେ କିଛି ଊଣା ରଖି ଦେଇଛନ୍ତି, କିନ୍ତୁ ଆପଣ କେବେ ହେଲେ ମଧ୍ୟ ହାର୍ ମାନି ଯାଇ ନାହାଁନ୍ତି। ଆପଣ ବିଗତ 27 ବର୍ଷ ଧରି ଦେଶ ପାଇଁ ପଦକ ଲାଭ କରି ଆସୁଛନ୍ତି। ଆଉ ମୁଁ ଦେଖୁଛି ଯେ ଆପଣ ଏବେ ମଧ୍ୟ ସନ୍ତୁଷ୍ଟ ନୁହଁନ୍ତି, କିଛି ନା କିଛି କରିବାର ଉତ୍ସାହ ରହିଛି ଆଉ ମୁଁ ଦେଖୁଛି ଯେ ବୟସ ବଢ଼ି ଚାଲିଛି କିନ୍ତୁ ଏହା ସହିତ ଆପଣଙ୍କର ପ୍ରଦର୍ଶନ ମଧ୍ୟ ବହୁତ ଉନ୍ନତ ହୋଇ ଚାଲିଛି। ଆପଣ ଆପଣଙ୍କ ପାଇଁ ନୂତନ ଲକ୍ଷ୍ୟ ସ୍ଥିର କରି ଚାଲୁଛନ୍ତି। ନୂତନ ଲକ୍ଷ୍ୟ ପ୍ରାପ୍ତ କରିବାର ଚେଷ୍ଟା କରୁଛନ୍ତି । ମୁଁ ଭାବୁଛି ଯେ କ୍ରୀଡ଼ାବିତଙ୍କ ଜୀବନରେ ଏହି ଗୁଣ ବହୁତ ବଡ଼ ଶକ୍ତି ହୋଇଥାଏ। ସେ କେବେ ହେଲେ ମଧ୍ୟ ସନ୍ତୁଷ୍ଟ ହୋଇ ଯାଇ ନଥାଏ। ବହୁତ ନୂତନ ଲକ୍ଷ୍ୟ ସ୍ଥିର କରି ନିଅନ୍ତି, ସେଥିପାଇଁ ନିଜକୁ ନିୟୋଜିତ କରି ଦିଅନ୍ତି ଆଉ ତାହାର ହେଉଛି ପରିଣାମ ଯେ କିଛି ନା କିଛି ପ୍ରାପ୍ତ କରି ଚାଲିଥାନ୍ତି। ମୋ ତରଫରୁ, ମୋ ଦେଶ ତରଫରୁ ରୋହିତଙ୍କୁ ବହୁତ- ବହୁତ ଶୁଭକାମନା ଏବଂ ବହୁତ- ବହୁତ ଶୁଭେଚ୍ଛା ଜଣାଉଛି।

ରୋହିତ ମହାଶୟ : ବହୁତ- ବହୁତ ଧନ୍ୟବାଦ! ମୁଁ ମଧ୍ୟ ଆପଣଙ୍କୁ ଅଭିନନ୍ଦନ ଜଣାଉଛି ସାର୍।

ଉଦଘୋଷକ : ଶ୍ରୀ ବୀରେନ୍ଦ୍ର ସିଂହ (କୁସ୍ତି)

ପ୍ରଧାନମନ୍ତ୍ରୀ ମହୋଦୟ : ଆଜ୍ଞା ବୀରେନ୍ଦ୍ର! କିପରି ଅଛନ୍ତି?

ବୀରେନ୍ଦ୍ର ସିଂହ : ଆଜ୍ଞା, ମୁଁ ସମ୍ପୂର୍ଣ୍ଣ ଭାବେ ଠିକ୍ ଅଛି।

ପ୍ରଧାନମନ୍ତ୍ରୀ ମହୋଦୟ : ଆପଣ ଠିକ୍ ଅଛନ୍ତି?

ବୀରେନ୍ଦ୍ର ସିଂହ : ଆଜ୍ଞା, ଆଜ୍ଞା!

ପ୍ରଧାନମନ୍ତ୍ରୀ ମହୋଦୟ : ନିଜ ବିଷୟରେ କିଛି ଅବଗତ କରାନ୍ତୁ, କୁହନ୍ତୁ ଦେଶବାସୀ ଆପଣଙ୍କୁ ଦେଖିବାକୁ ଚାହାଁନ୍ତି।

ବୀରେନ୍ଦ୍ର ସିଂହ : ମୋର ପିତା ଏବଂ ମୋର କାକା ପହିଲମାନ ଥିଲେ। ମୁଁ ସେମାନଙ୍କୁ ଦେଖି ପହଲୱାନୀ ଶିଖିଲି ଆଉ ସେହି ଗୁଣ ମୋ ଭିତରେ ଆସିଲା ଆଉ ମୁଁ ନିରନ୍ତର ଭାବେ ଏହି ପ୍ରୟାସ କଲି ଯେ ମୁଁ ବଢ଼ି ଚାଲିବି। ପିଲାଦିନରୁ ହିଁ ମୋର ମମ୍ମି- ପାପା ମୋତେ ସମର୍ଥନ କରୁଥିଲେ। ମୋର ବାପା ମୋତେ ସହାୟତା କଲେ ଆଉ ମୁଁ ସେହି କୁସ୍ତି ଶିଖି ଚାଲିଲି ଆଉ ଆଜି ଏହି ସ୍ତରରେ ଆସି ପହଂଚିଛି।

ପ୍ରଧାନମନ୍ତ୍ରୀ ମହୋଦୟ : କିନ୍ତୁ ଆପଣଙ୍କ ବାପା ଏବଂ କାକାଙ୍କୁ ସନ୍ତୁଷ୍ଟି ରହିଛି?

ବୀରେନ୍ଦ୍ର ସିଂହ : ନା, ସେମାନେ ଚାହାଁନ୍ତି ଯେ ମୁଁ ଆହୁରି ଆଗକୁ ରେକର୍ଡ କରି ଚାଲିବି, ଆହୁରି ଖେଳିବି, ଆହୁରି ଆଗକୁ ବଢ଼ି ଚାଲିବି, ଆହୁରି ଉନ୍ନତି କରି ଚାଲିବି ଯେମିତି- ଯେମିତି ଭାବେ ଦେଖୁଛି ଯେ ଶ୍ରବଣ ବାଧିତ ସମାଜର ଲୋକମାନେ ଅଛନ୍ତି ସେମାନେ ନିରନ୍ତର ଭାବେ ଆଗକୁ ବଢ଼ି ଚାଲିଛନ୍ତି, ଯେମିତିକି ସେହି ଲୋକମାନେ ଜିତି ଚାଲୁଛନ୍ତି, ମୁଁ ମଧ୍ୟ ଶୁଣି ପାରୁଥିବା ଲୋକମାନଙ୍କ ସହିତ ଖେଳୁଛି, ମୁଁ ମଧ୍ୟ ସେମାନଙ୍କୁ ହରାଇଛି ଆଉ ମୁଁ ମନୋନୀତ ହୋଇ ଆସିଛି, କିନ୍ତୁ ମୁଁ ଶୁଣି ପାରୁ ନ ଥିଲି ସେଥିପାଇଁ ମୋତେ ବାହାର କରି ଦିଆ ଯାଇଥିଲା ଆଉ ମୁଁ ରହି ପାରିଲି ନାହିଁ। ଆଉ ଏଥିପାଇଁ ମୁଁ ବହୁତ ଅନୁତାପ କଲି ଏବଂ କାନ୍ଦିଲି ମଧ୍ୟ। କିନ୍ତୁ ପୁଣି ଯେତେବେଳେ ମୁଁ ବଧିର ସମାଜ ମଧ୍ୟକୁ ଆସିଲି, ମୁଁ ଆସିଲି ତ ମୋର ଲୋମ ଟାଙ୍କୁରି ଉଠିଲା ଆଉ ଖୁସିରେ ମୋର ଛାତି ଫୁଲି ଉଠିଲା ଯେ ମୁଁ ଜିତିଗଲି। ଯେତେବେଳେ ପ୍ରଥମ ଥର ପାଇଁ ମୁଁ ପଦକ ଜିତିଲି, ଏମିତିରେ ମୋତେ ଲାଗିଥିଲା ଯେ ଚାଲ ଛାଡ଼ ଏବେ, ମୁଁ କାହିଁକ ଶୁଣି ପାରୁଥିବା ସମାଜ ପଛରେ ଯିବି? ଏବେ ମୁଁ ବଧିର ସମାଜରେ ହିଁ ଗୋଟିଏ ସୁନାମ ଅର୍ଜନ କରି ପାରିବି ଆଉ ମୁଁ ତାହାକୁ ନିରନ୍ତର ଭାବେ ଆଗକୁ ବଢ଼ାଇ ପାରିବି। ମୁଁ କେତେଗୁଡ଼ିଏ ପଦକ ଜିତିଲି, 2005ରେ, ତାହା ପରେ 2007ରେ, ତା’ପରେ ମୁଁ ଯେତେବେଳେ ପ୍ରଥମ ଅଲିମ୍ପିକ୍ସ ପଦକ ଜିତିଥିଲି, ତୁର୍କୀରେ ଜିତିଥିଲି।    

ପ୍ରଧାନମନ୍ତ୍ରୀ ମହୋଦୟ : ଆଚ୍ଛା ବୀରେନ୍ଦ୍ର ଏହା ଜଣାଅ। ଆଚ୍ଛା 2005ରୁ ନେଇ ଏ ପର୍ଯ୍ୟନ୍ତ ପ୍ରତ୍ୟେକ ଶ୍ରବଣ ବାଧିତ ଅଲିମ୍ପିକ୍ସରେ ଆପଣ ପଦକ ହିଁ ଜିଣି ଆସୁଛନ୍ତି। ଏହି ନିରନ୍ତରତା ଆପଣ କେଉଁଠାରୁ ଆଣୁଛନ୍ତି? ଏହା ପଛରେ ଆପଣଙ୍କର କ’ଣ ପ୍ରେରଣା ରହିଛି?

ବୀରେନ୍ଦ୍ର ସିଂହ : ମୁଁ ଖାଦ୍ୟ ଉପରେ ଏତେ ଧ୍ୟାନ ଦିଏ ନାହିଁ ଯେତିକି ଧ୍ୟାନ ମୁଁ ଅଭ୍ୟାସ ଉପରେ ଦିଏ। ମୁଁ କ୍ରମାଗତ ଭାବେ ଶୁଣି ପାରୁଥିବା ଲୋକମାନଙ୍କ ସହିତ ଅଭ୍ୟାସ କରେ। ବହୁତ ପରିଶ୍ରମ କରୁଛି। ସେହି ପରିଶ୍ରମ ବ୍ୟର୍ଥ ଯାଏ ନାହିଁ, ମୁଁ ସମ୍ପୂର୍ଣ୍ଣ ଭାବେ ଦେଖୁଛି ଯେ ସେମାନେ କିପରି ଖେଳୁଛନ୍ତି ଆଉ ତାହାକୁ ନିରନ୍ତର ବୃଦ୍ଧି କରି ଚାଲିଥାଏ। ସକାଳେ- ସନ୍ଧ୍ୟାରେ କ୍ରମାଗତ ଭାବେ ଅଭ୍ୟାସ କରିବାରେ ବହୁତ ଧ୍ୟାନ ଦେଇଥାଏ। ଏହା ଆମର ଲକ୍ଷ୍ୟ ରହିଥାଏ ଯେ ମୁଁ କେଉଁଠିକୁ ବାହାରକୁ ଖେଳିବାକୁ ଯିବି ତେବେ ମୋର ବାପା- ମାଆଙ୍କର ଚରଣ ସ୍ପର୍ଶ କରି ବାହାରେ ନିଜ ଦେଶକୁ ଛାଡ଼ି ଆଉ ମୁଁ ସେମାନଙ୍କୁ ସ୍ମରଣ କରି ହିଁ ଖେଳିଥାଏ। ଆଉ ମୁଁ ଖୁସି ରହିଥାଏ ଯେ ମୁଁ ବିଜୟୀ ହୋଇ ଆସେ। ଏହା ମୋ ମନରେ ମୋର ଆଶା ରହିଥାଏ।

ପ୍ରଧାନମନ୍ତ୍ରୀ ମହୋଦୟ : ଆଚ୍ଛା ବୀରେନ୍ଦ୍ର ଦୁନିଆରେ ସେ କେଉଁ ଖେଳାଳୀ ଅଛନ୍ତି ଯାହାଙ୍କ ସହିତ ଖେଳିବା ସମୟରେ ତୁମକୁ କିଛି ନା କିଛି ଶିଖିବାକୁ ମିଳିଛି? ତୁମକୁ ତାଙ୍କର ଖେଳ ଦେଖିବା ପାଇଁ ମନ ହୋଇଥାଏ, ସେ କିଏ?

ବୀରେନ୍ଦ୍ର ସିଂହ : ଯେତେ ମଧ୍ୟ ମଲ୍ଲଯୋଦ୍ଧା ଥାଆନ୍ତି, ମୁଁ ସେମାନଙ୍କୁ ଦେଖୁଛି ଯେ ରଣନୀତି କ’ଣ ଅଛି? ମୁଁ ତାହା ଦେଖି ଶିଖିଥାଏ ଯେ ସେମାନେ କିଭଳି ବାଜି ଲଗାଇ ଖେଳିଥାନ୍ତି। ମୁଁ ସେମାନଙ୍କୁ ଦେଖି ଖେଳିଥାଏ ଆଉ ମୁଁ ଭାବିଥାଏ ତାହା ଉପରେ ମଧ୍ୟ ମୋର ଧ୍ୟାନ ରଖିବାର ଅଛି। ମୁଁ ମଧ୍ୟ ଘରେ ତାହା ଉପରେ ନିରନ୍ତର ଚିନ୍ତା କରିଥାଏ ଯେ, ସେହି ଖେଳାଳୀ କିଭଳି ଖେଳୁଥିଲେ। ତେଣୁ ମୋତେ ମଧ୍ୟ ତାଙ୍କଠାରୁ ଭଲ ଏବଂ ଉପଯୁକ୍ତ ମୁକାବିଲା କରି ଖେଳିବାର ଅଛି। ମୋର ତାଙ୍କୁ ଭୟ କରିବାର ନାହିଁ। ସଂମ୍ପୂର୍ଣ୍ଣ ସମ୍ମୁଖରୁ ଦମଦାର ଭାବେ ଖେଳିବାର ଅଛି ଏବଂ ରଣ- କୌଶଳ ପ୍ରସ୍ତୁତ କରି ଜିତିବାର ଅଛି।

ପ୍ରଧାନମନ୍ତ୍ରୀ ମହୋଦୟ : ଆଚ୍ଛା ବୀରେନ୍ଦ୍ର ଭଲ କଥା ଯେ ଆପଣ ମଧ୍ୟ କ୍ରୀଡ଼ା ଜଗତରେ ହେଉଛନ୍ତି ଓସ୍ତାଦ, ଏହା ସହିତ ବିଦ୍ୟାର୍ଥୀ ମଧ୍ୟ। ଏହା ନିଜକୁ ନିଜ ମଧ୍ୟରେ ହେଉଛି ବହୁତ ବଡ଼ କଥା। ଆପଣଙ୍କର ଯେଉଁ ଇଚ୍ଛାଶକ୍ତି ଅଛି, ତାହା ବାସ୍ତବରେ ଯେ କୌଣସି ଖେଳାଳୀକୁ ମଧ୍ୟ ପ୍ରେରଣା ଦେଇଥାଏ। ଏହା ସହିତ ମୋର କହିବାର କଥା ହେଉଛି ଆପଣଙ୍କ ଠାରୁ ଦେଶର କ୍ରୀଡ଼ାବିତ ଏବଂ ଯୁବବର୍ଗ ଉଭୟ ଯାହା ମଧ୍ୟ ଶିଖି ପାରିବେ, ତାହା ହେଉଛି ଆପଣଙ୍କର ନିରନ୍ତରତା ଥରେ ଶୀଖରରେ ପହଂଚିବା ହେଉଛି କଠିନ କିନ୍ତୁ ତାହାଠାରୁ ଅଧିକ କଠିନ ହେଉଛି ଯେଉଁଠାରେ ପହଂଚିବା ସେହିଠାରେ ତିଷ୍ଠି ରହିବା ଏବଂ ପୁଣି ମଧ୍ୟ ଆହୁରି ଉପରକୁ ଯିବାର ପ୍ରୟାସ କରି ଚାଲିବା । ଆପଣ ଶୀଖରରେ ପହଂଚିବା ପାଇଁ ତପସ୍ୟା କଲେ। ଆପଣଙ୍କ କାକା, ଆପଣଙ୍କ ପିତା କ୍ରମାଗତ ଭାବରେ ଆପଣଙ୍କର ମାର୍ଗଦର୍ଶନ କଲେ, ଆପଣଙ୍କର ସହାୟତା କଲେ। ପହଂଚିବା ହେଉଛି ଗୋଟିଏ କଥା, ପହଂଚିବା ପରେ ତିଷ୍ଠି ରହିବା, ମୁଁ ଭାବୁଛି ଏହା ହେଉଛି ଆପଣଙ୍କର ଅଦ୍ଭୁତ ଶକ୍ତି ଆଉ ଏଥିପାଇଁ କ୍ରୀଡ଼ା ଜଗତ ଏହି କଥାକୁ ବୁଝିପାରିବ, ଆପଣଙ୍କ ଠାରୁ ଶିଖିବ, ମୋ ତରଫରୁ ଆପଣଙ୍କୁ ବହୁତ- ବହୁତ ଶୁଭକାମନା, ବହୁତ- ବହୁତ ଧନ୍ୟବାଦ।

ପ୍ରଧାନମନ୍ତ୍ରୀ ମହୋଦୟ : ଧନୁଷ, ନାମ ତ ହେଉଛି ଧନୁଷ, କିନ୍ତୁ ବନ୍ଧୁକଚାଳନା କରୁଛନ୍ତି?

ଧନୁଷ : ଆଜ୍ଞା, ମହାଶୟ ମୁଁ ବନ୍ଧୁକଚାଳନା କରୁଛି।

ପ୍ରଧାନମନ୍ତ୍ରୀ ମହୋଦୟ : କୁହନ୍ତୁ ଧନୁଷ! ନିଜ ବିଷୟରେ କିଛି କୁହନ୍ତୁ!

ଧନୁଷ : ଆଜ୍ଞା, ମୁଁ ନିରନ୍ତର ବନ୍ଧୁକଚାଳନା ପାଇଁ ଅଭ୍ୟାସ କରୁଥିଲି। ମୋ ପରିବାରର ମୋ ପ୍ରତି ବହୁତ ଭଲ ସମର୍ଥନ ରହିଛି। ଫଳରେ ସେମାନେ ମୋତେ ପର୍ଯ୍ୟାୟକ୍ରମେ ଜିତିବାର ଅଛି ଏହା କହି ଆସୁଥିଲେ, ପ୍ରଥମ ହେବାର ଅଛି। ମୁଁ ଚାରିଥର ବିଦେଶ ଯାଇ ସାରିଛି, ଜିତିବା ପାଇଁ ଆଉ ଏହା ଆମର ଦୃଢ଼ ନିଶ୍ଚୟ ଥିଲା ଯେ ମୋତେ ପ୍ରଥମ ସ୍ଥାନରେ ରହି ପଦକ ଆଣିବାର ଅଛି, ସ୍ୱର୍ଣ୍ଣ ପଦକ ଜିତିବାର ଅଛି।

ପ୍ରଧାନମନ୍ତ୍ରୀ ମହୋଦୟ : ଧନୁଷ ମହାଶୟ, ଆପଣ, ଏବଂ ବିଦ୍ୟାର୍ଥୀ ଯେଉଁମାନେ ଚାହୁଁଛନ୍ତି ଏହି ଖେଳରେ ଆଗକୁ ବଢ଼ିବା ପାଇଁ, ଆପଣ ସେମାନଙ୍କର କିଭଳି ସହାୟତା କରି ପାରିବେ?

ଧନୁଷ : ମୁଁ ଏହି କ୍ରୀଡ଼ା ପାଇଁ ପିଲାମାନଙ୍କୁ କହିବାକୁ ଚାହୁଁଛି ଯେ ଆମେ ଏ କ୍ଷେତ୍ରରେ ଆଗକୁ ବଢ଼ି ପାରିବା। ଆମକୁ ପ୍ରୟାସ କରି ଚାଲିବାକୁ ପଡ଼ିବ। କ୍ରମାଗତ ଭାବେ ଅଭ୍ୟାସ ଆପଣଙ୍କୁ ଆଗକୁ ବଢ଼ାଇବ। ଆପଣମାନଙ୍କୁ କ୍ରମାଗତ ଭାବେ ଅଭ୍ୟାସ କରିବା ଆବଶ୍ୟକ, ଫିଟ୍ ରହିବା ଆବଶ୍ୟକ। କେବଳ ମାତ୍ର ଏତିକି କହିବାକୁ ଚାହୁଁଛି ସାର୍।

ପ୍ରଧାନମନ୍ତ୍ରୀ ମହୋଦୟ : ଯୋଗ କରୁଛନ୍ତି?

ଧନୁଷ : ଆଜ୍ଞା ମୁଁ ବହୁତ ସମୟ ହେବ ଯୋଗ କରି ଚାଲିଛି।

ପ୍ରଧାନମନ୍ତ୍ରୀ ମହୋଦୟ : ଆଉ ଧ୍ୟାନ କରୁଛନ୍ତି?

ଧନୁଷ : ହଁ କରୁଛି କିନ୍ତୁ ବହୁତ ଅଧିକ ନୁହେଁ, କିନ୍ତୁ କେବେ-କେମିତି କରୁଛି, ଧ୍ୟାନ ରଖିବା ପାଇଁ।

ପ୍ରଧାନମନ୍ତ୍ରୀ ମହୋଦୟ : ଆପଣଙ୍କୁ ଜଣାଅଛି ବନ୍ଧୁକଚାଳନାରେ ଧ୍ୟାନ ଲଗାଇବା ସମ୍ପର୍କରେ, ଧ୍ୟାନ ଦ୍ୱାରା ବହୁତ କାର୍ଯ୍ୟ କରାଯାଇପାରେ।

ଧନୁଷ : ଆଜ୍ଞା, ସମ୍ପୂର୍ଣ୍ଣ ଠିକ୍। ଧ୍ୟାନ କେନ୍ଦ୍ରିତ କରିବାକୁ ପଡ଼ିଥାଏ ଆଜ୍ଞା। ସମ୍ପୂର୍ଣ୍ଣ ଭାବେ ରନ୍ଧ୍ର ଉପରେ ଧ୍ୟାନ କେନ୍ଦ୍ରିତ କରି ଲକ୍ଷ୍ୟ ହାସଲ କରିବାକୁ ପଡ଼ିଥାଏ। ଧ୍ୟାନର ସହ କାର୍ଯ୍ୟ କରିବାକୁ ପଡ଼ିଥାଏ।

ପ୍ରଧାନମନ୍ତ୍ରୀ ମହୋଦୟ : ଆଚ୍ଛା ଧନୁଷ କୁହନ୍ତୁ, ଛୋଟ ବୟସରେ ଆପଣ ଏତେ ଗୁଡ଼ିଏ ସିଦ୍ଧି ପ୍ରାପ୍ତ କରିଛନ୍ତି, ସାରା ବିଶ୍ୱ ବୁଲି ଆସିଛନ୍ତି। ଆପଣଙ୍କର ସବୁଠାରୁ ବଡ଼ ପ୍ରେରଣା ହେଉଛି କ’ଣ? କିଏ ତୁମକୁ ପ୍ରେରଣା ଦେଇଥାନ୍ତି?

ଧନୁଷ : ମୋର ସବୁଠାରୁ ଅଧିକ, ମୋ ମାଆଙ୍କ ସହିତ ବହୁତ ଆତ୍ମୀୟତା ରହିଛି। ତାଙ୍କଠାରୁ ମେତେ ବହୁତ ଖୁସି ମିଳିଥାଏ। ମୋ ବାପା ମଧ୍ୟ ମୋତେ ବହୁତ ସହାୟତା କରନ୍ତି ଏବଂ ମୋତେ ଭଲ ପାଆନ୍ତି। କିନ୍ତୁ ପ୍ରଥମେ 2017ରେ, ମୁଁ ଯେତେବେଳେ ବହୁତ ବ୍ୟତିବ୍ୟସ୍ତ ଥିଲି, ଉଦାସ ରହୁଥିଲି ସେତେବେଳେ ମୋ ମାଆଙ୍କର ବହୁତ ସମର୍ଥନ ମିଳୁଥିଲା ଆଉ ପୁଣି ନିରନ୍ତର ପ୍ରୟାସ କରିଚାଲି ଯେତେବେଳେ ମୁଁ ଜିତିବାରେ ଲାଗିଲି, ସେତେବେଳେ ମୋତେ ବହୁତ ଖୁସି ମିଳିବାରେ ଲାଗିଲା। ଆଉ ତାହା ମୋର ପ୍ରେରଣାର ସ୍ରୋତ ହୋଇ ଚାଲିଲା।

ପିଏମ୍ : ଧନୁଷ ସର୍ବ ପ୍ରଥମେ ତ, ମୁଁ ଆପଣଙ୍କର ମାଆ ଏବଂ ଆପଣଙ୍କ ପରିବାରକୁ ପ୍ରଣାମ କରୁଛି, ଆଉ ବିଶେଷ କରି ଆପଣଙ୍କ ମାଆଙ୍କୁ। ଯେଭଳି ଆପଣ ବର୍ଣ୍ଣନା କଲେ ଯେ, ସେ କିଭଳି ଆପଣଙ୍କୁ ସମ୍ଭାଳୁ ଥିଲେ, କିଭଳି ଆପଣଙ୍କୁ ପ୍ରୋତ୍ସାହିତ କରୁଥିଲେ, କିଭଳି ଆପଣଙ୍କୁ ଲଢେଇ ଜିତିବାରେ ସହାୟତା କରୁଥିଲେ ଆଉ ପ୍ରତ୍ୟେକ ଆହ୍ୱାନ ସମ୍ମୁଖରେ ଛିଡା ହେବା ପାଇଁ ଆପଣଙ୍କୁ ପ୍ରସ୍ତୁତ କରୁଥିଲେ। ତେଣୁ ବାସ୍ତବରେ ଆପଣ ହେଉଛନ୍ତି ବଡ଼ ଭାଗ୍ୟବାନ, ଆଉ ଆପଣ କହିଲେ ଯେ ଆପଣ ଖେଲୋ ଇଣ୍ଡିଆ ଦ୍ୱାରା ବହୁତ କିଛି ଶିଖିବାକୁ ପ୍ରୟାସ କଲେ, ନୂଆ ନୂଆ କଥା ଜାଣିବାକୁ ପ୍ରୟାସ କଲେ। ଆଉ ଖେଲୋ ଇଣ୍ଡିଆ ଆଜି ଦେଶକୁ ବହୁତ ଭଲ- ଭଲ ଖେଳାଳୀ ଉପହାର ଭାବେ ଦେଇଛି। ଅନେକ କ୍ରୀଡା ପ୍ରତିଭାଙ୍କୁ ଆଗକୁ ଯିବାରେ ମଧ୍ୟ ସହାୟତା ମିଳିଛି। ଆପଣ ନିଜର ସାମର୍ଥ୍ୟକୁ ଚିହ୍ନିଲେ। କିନ୍ତୁ ମୋର ବିଶ୍ୱାସ ଯେ, ଆପଣଙ୍କ ସାମର୍ଥ୍ୟ, ଧନୁଷ ଏହାଠାରୁ ମଧ୍ୟ ଅଧିକ ରହିଛି ଏବଂ ଆପଣ ଏହାଠାରୁ ମଧ୍ୟ ଅଧିକ ପରାକ୍ରମ କରି ଦେଖାଇବେ, ଏହା ହେଉଛି ମୋର ବିଶ୍ୱାସ। ମୋର ଆପଣଙ୍କୁ ବହୁତ- ବହୁତ ଶୁଭକାମନା।

ଧନୁଷ : ବହୁତ- ବହୁତ ଧନ୍ୟବାଦ।

ଉଦଘୋଷକ – ସୁଶ୍ରୀ ପ୍ରିୟଶା ଦେଶମୁଖ – ସୁଟିଂ

ପ୍ରଧାନମନ୍ତ୍ରୀ ମହୋଦୟ - ଆଚ୍ଛା ପ୍ରିୟଶା, ଆପଣ ହେଉଛନ୍ତି ପୁଣେର।

ପ୍ରିୟଶା- ବାସ୍ତବରେ ମୁଁ ହେଉଛି ମହାରାଷ୍ଟ୍ରର। ମୋର ନାମ ହେଉଛି ପ୍ରିୟଶା ଦେଶମୁଖ। ମୁଁ ଦୀର୍ଘ ଆଠ ବର୍ଷ ଧରି ବନ୍ଧୁକଚାଳନାର ଅଭ୍ୟାସ କରୁଛି। ତା’ପୂର୍ବରୁ ମୁଁ ବ୍ୟାଡମିଂଟନ୍, ସବୁକିଛି ଖେଳୁଥିଲି କିନ୍ତୁ ମୁଁ ହାରିଗଲି। ତେଣୁ ମୁଁ ଚିନ୍ତାକଲି ବନ୍ଧୁକଚାଳନା ହେଉଛି ସହଜ। ତେଣୁ ମୁଁ 2014ରେ ବନ୍ଧୁକଚାଳନାରେ ଯୋଗଦେଲି। ଏହାପରେ 2014-15ରେ ଜାତୀୟ ଶିବିର ଥିଲା । ସେଠାରେ ମୁଁ ନିଜ ବର୍ଗରେ 7ଟି ସ୍ୱର୍ଣ୍ଣ ପଦକ ଏବଂ ବ୍ୟକ୍ତଗତ ବର୍ଗରେ ରୌପ୍ୟ ପଦକ ଜିତିଥିଲି ଆଉ ପ୍ରଥମେ ମୁଁ ବିଶ୍ୱ ଚମ୍ପିୟନସିପରେ ଏସିଆରୁ ଯୋଗଦେଇ ପ୍ରଥମ ଥର ପାଇଁ ଅନ୍ତର୍ଜାତୀୟ ପ୍ରତିଯୋଗିତା ଖେଳିଥିଲି। ସେତେବେଳେ ମୋତେ ଟିକେ ଭୟ ଲାଗୁଥିଲା ଏବଂ ବ୍ୟସ୍ତ ହୋଇ ପଡ଼ିଥିଲି। କିନ୍ତୁ ଜେଜେମାଆଙ୍କ ଆଶୀର୍ବାଦ ଏବଂ ମୋ ପାପା ମୋତେ ବୁଝାଇଲେ ଯାହାକିଛି ହେଉ ତୁମେ ପ୍ରଥମ ଥର ପାଇଁ ଯାଉଛ, ଯାଅ। ଖେଳ, ଯାହା ମିଳିବ ମିଳିବ। କିନ୍ତୁ ଏବେ ପ୍ରଦର୍ଶନ କରି ଦେଖାଇଛି। କିନ୍ତୁ ମୋତେ ଜଣାନାହିଁ କ’ଣ ମିଳିଲା। କିନ୍ତୁ ଯେତେବେଳେ ଶେଷଥର ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚ ହୋଇଥିଲା, ଫାଇନାଲ ମ୍ୟାଚ ହେଲା । ପରେ ଫାଇନାଲ ମ୍ୟାଚରେ ମୋତେ ପଦକ ମିଳିଲା।

ପ୍ରଧାନମନ୍ତ୍ରୀ ମହୋଦୟ - ଆଚ୍ଛା 2017ରେ ଆପଣ ଷଷ୍ଠ ସ୍ଥାନରେ ଥିଲେ। ଚଳିତ ଥର ସ୍ୱର୍ଣ୍ଣ ପଦକ ନେଇକରି ଆସିଛନ୍ତି। ଏହା କୌଣସି ଛୋଟ ସିଦ୍ଧି ନୁହେଁ। କିନ୍ତୁ ଆପଣ ଏବେ ମଧ୍ୟ ସନ୍ତଷ୍ଟ ନୁହେଁ। ଏବେ ମଧ୍ୟ ନିଜକୁ ନିଜେ ଅଭିଯୋଗ କରି ଆସୁଛନ୍ତି।

ପ୍ରିୟଶା - ନଥିଲା, ମୋର ଆତ୍ମବିଶ୍ୱାସ ନ ଥିଲା, ମୁଁ ପୁଣି ମଧ୍ୟ ଡରୁଛି। ଜେଜେ ମାଆ ଏବଂ ବାପାଙ୍କ ଆଶୀର୍ବାଦ ଆଉ ମୋର ଗୁରୁ ହେଉଛନ୍ତି ଅଞ୍ଜଳୀ ଭାଗୱତ, ସେହି ପ୍ରଶିକ୍ଷକ ମୋତେ ଶିଖାଇଛନ୍ତି ଯାହା କରିବାର ଅଛି କର କିନ୍ତୁ ସକରାତ୍ମକ ଚିନ୍ତାଧାରା ରଖି କାର୍ଯ୍ୟ କର। ଆଉ ଏବେ, ଦ୍ୱିତୀୟ ଅଲିମ୍ପିକ ବ୍ରାଜିଲରେ ହେଲା ସେଥିରେ ଧନୁଷଙ୍କ ସହିତ ଦଳରେ ମୋତେ ସ୍ୱର୍ଣ୍ଣ ପଦକ ମିଳିଲା। ତେବେ ଜେଜେ ମାଆ ଅଲିମ୍ପିକ ଆରମ୍ଭ ହେବା ପୂର୍ବରୁ, ଏହି ଦୁନିଆରୁ ବିଦାୟ ନେଇଛନ୍ତି, ତେବେ ମୁଁ ତାଙ୍କୁ ପ୍ରତିଶ୍ରୁତି ଦେଇଥିଲି ନିଶ୍ଚିତ ପଦକ ନେଇକରି ଆସିବି, ଜେଜେ ମାଆ ମୋତେ କହିଥିଲେ, ନିଶ୍ଚୟ ପଦକ ମିଳିବ। କିନ୍ତୁ ହଠାତ ତାଙ୍କର ପରଲୋକ ହୋଇଯିବା ପରେ ମୁଁ ତାଙ୍କର ସ୍ୱପ୍ନକୁ ପୂରଣ କରି ପାରିଥିବା ଯୋଗୁଁ ମୋତେ ବହୁତ ଭଲ ଲାଗୁଛି।

ପ୍ରଧାନମନ୍ତ୍ରୀ ମହୋଦୟ – ଦେଖ ପ୍ରିୟଶା, ସର୍ବପ୍ରଥମେ ମୁଁ ଅଞ୍ଜଳି ଭାଗୱତ ମହାଶୟାଙ୍କୁ ଶୁଭେଚ୍ଛା ଜଣାଉଛି, ସେ ତୁମ ପାଇଁ ମନ-ପ୍ରାଣ ଦେଇ ପରିଶ୍ରମ କରିଛନ୍ତି।

ପ୍ରିୟଶା- ଧନ୍ୟବାଦ ସାର୍ ।

ପ୍ରଧାନମନ୍ତ୍ରୀ ମହୋଦୟ – ମୁଁ ବାସ୍ତବରେ କହିବାକୁ ଚାହୁଁଛି ଯେ ଗୋଟିଏ ପକ୍ଷରେ ହେଉଛି ତୁମର, ତୁମ ମାତା-ପିତାଙ୍କର, କିନ୍ତୁ ପ୍ରଶିକ୍ଷକ ଯଦି ମନ-ପ୍ରାଣ ଦେଇ କାର୍ଯ୍ୟ କରି ଥାଆନ୍ତି, ତେଣୁ ସେଥିପାଇଁ ବହୁତ ପରିବର୍ତନ ମୁଁ ଦେଖିପାରୁଛି। ଆଚ୍ଛା ମୋତେ ଏହା କୁହ ଯେ ଆପଣ ହେଉଛନ୍ତି ପୁଣେର, ଆଉ ପୁଣେର ଲୋକ ବହୁତ ଶୁଦ୍ଧ ମରାଠୀ କହି ପାରନ୍ତି।

ପ୍ରିୟଶା- ହଁ ଜଣାଅଛି ମୁଁ ହେଉଛି ମରାଠୀ।

ପ୍ରଧାନମନ୍ତ୍ରୀ ମହୋଦୟ – ତେବେ ଆପଣ ଏତେ ବଢ଼ିଆ ହିନ୍ଦୀ କିପରି କହି ପାରୁଛନ୍ତି?

ପ୍ରିୟଶା- ମୁଁ ମରାଠୀ, ହିନ୍ଦୀ ସବୁକିଛି କହିପାରେ କିନ୍ତୁ ସମସ୍ୟା ଏହା ଯେ ମରାଠୀରେ.. ମରାଠୀ ତ ହେଉଛି ମୋର ଭାଷା। ମୁଁ ଜାଣିବାରେ ଦୁନିଆରେ ଗୋଟିଏ ଭାଷାରେ କଥା କହି ହେବ ନାହିଁ, ସବୁ ଭାଷାରେ କଥାବାର୍ତା କରୁଛି, କିନ୍ତୁ ମୁଁ ମରାଠୀରେ କମ୍ କଥାବାର୍ତା କରିଥାଏ।

ପ୍ରଧାନମନ୍ତ୍ରୀ ମହୋଦୟ – ମୋତେ ଏହା ମଧ୍ୟ ଅବଗତ କରାଯାଇଛି, ଆପଣଙ୍କର ଜେଜେ ମାଆ ସଦା ସର୍ବଦା ଆପଣଙ୍କୁ ପ୍ରୋତ୍ସାହିତ କଲେ, କେବେ ନିରାଶ ହେବାକୁ ଦେଲେ ନାହିଁ, କେବେ ଉଦାସ ହେବାକୁ ଦେଲେ ନାହିଁ। ଅନେକ ଆହ୍ୱାନଗୁଡ଼ିକୁ ଆପଣ ଅତିକ୍ରମ କରି ପାରିଲେ ଆଉ ଯେମିତି ମୋତେ କୁହାଯାଇଛି ଯେ ଆପଣ ନୂଆ- ନୂଆ କୌଶଳର ସହିତ ଏହାକୁ ଶିଖିବାର ପ୍ରୟାସ କରିଛନ୍ତି। ମୁଁ ଆପଣଙ୍କୁ ବହୁତ- ବହୁତ ଶୁଭେଚ୍ଛା ଜ୍ଞାପନ କରୁଛି, ବହୁତ- ବହୁତ ଶୁଭକାମନା ଜଣାଉଛି। ଆପଣ ସମସ୍ତଙ୍କୁ ପ୍ରେରଣା ଦେଇ ଚାଲିବେ।

ପ୍ରିୟଶା- ଧନ୍ୟବାଦ!

ଉଦଘୋଷକ – ଜାଫରିନ ଶେଖ- ଟେନିସ

ପ୍ରଧାନମନ୍ତ୍ରୀ ମହୋଦୟ – ହଁ ଜାଫରିନ୍ ନମସ୍ତେ।

ଜାଫରିନ୍ – ମୁଁ ଜାଫରିନ ଶେଖ୍, ଟେନିସ୍ ଖେଳାଳୀ। ମୁଁ ଶ୍ରବଣ ବାଧିତ ଅଲିମ୍ପିକ ୨୦୨୧ରେ କାଂସ୍ୟ ପଦକ ଜିତିଛି। ମୋ ବାପା ମୋତେ ବହୁତ ସହାୟତା କରନ୍ତି, ବହୁତ ବହୁତ ପରିଶ୍ରମ କରନ୍ତି। ମୁଁ ଭାରତରେ ବହୁତ ପଦକ ଜିତିଛି। ଧନ୍ୟବାଦ ଭାରତର ପ୍ରଧାନମନ୍ତ୍ରୀ, ନରେନ୍ଦ୍ର ମୋଦୀ ମହାଶୟ।

ପ୍ରଧାନମନ୍ତ୍ରୀ ମହୋଦୟ - ଆଚ୍ଛା ଜାଫରିନ୍, ଆପଣ ଏବଂ ପୃଥ୍ୱୀ ଶେଖର, ଆପଣଙ୍କର ଯୋଡ଼ି ବହୁତ ଚମତ୍କାର କରି ଦେଇଛନ୍ତି। ଆପଣ ଉଭୟ ଜଣେ ଅନ୍ୟ ଜଣଙ୍କୁ କୋର୍ଟରେ କିଭଳି ସହାୟତା କରୁଥିଲେ। ଜଣେ ଅନ୍ୟ ଜଣଙ୍କୁ କିପରି ସପୋର୍ଟ କରୁଥିଲେ।

ଜାଫରିନ୍ - ଆମେ ଦୁଇ ଜଣ ଉଭୟଙ୍କୁ ସହାୟତା କରିଥାଉ। (ଅସ୍ପଷ୍ଟ)

ପ୍ରଧାନମନ୍ତ୍ରୀ ମହୋଦୟ – ଦେଖନ୍ତୁ, ମୁଁ ତ ଟେନିସର କୌଣସି ଖେଳାଳୀ ନୁହେଁ, ମୋ ଦ୍ୱାରା ଟେନିସ ହୁଏ ନାହିଁ। କିନ୍ତୁ କୁହାଯାଏ ଯେ ଟେନିସ ହେଉଛି ଏକ ଏପରି ଖେଳ ଯେ ସେଥିରେ ଟେକ୍ନିକ ଉପରେ ବହୁତ ଗୁରୁତ୍ୱ ଦେବାକୁ ପଡ଼ିଥାଏ ଆଉ କୌଶଳ ଉପରେ ଅଧିକ ଧ୍ୟାନ ରହିଥାଏ। ଆପଣମାନେ ଏହି ଖେଳକୁ ନା କେବଳ ଗ୍ରହଣ କରିଛନ୍ତି, ବରଂ ଅନେକ ଥର ନିଜ ଦେଶର ନାମକୁ ଗୌରବାନ୍ୱିତ କରିଛନ୍ତି । ସମସ୍ତ କଥାକୁ ଅଭ୍ୟାସ କରିବା ପାଇଁ ଆପଣମାନଙ୍କୁ କେତେ ପରିଶ୍ରମ କରିବାକୁ ପଡ଼ିଥିଲା।

ଜାଫରିନ୍ - ସାର୍ ମୁଁ ବହୁତ ପରିଶ୍ରମ କରିଛି, ସର୍ବଦା ବହୁତ ପରିଶ୍ରମ କରିଛି (ଅସ୍ପଷ୍ଟ)

ପ୍ରଧାନମନ୍ତ୍ରୀ ମହୋଦୟ - ଆଚ୍ଛା ଆପଣ ଏକ ପ୍ରକାରରେ ଦେଶର ଝିଅମାନଙ୍କର, ସେମାନଙ୍କର ସାମର୍ଥ୍ୟର ହେଉଛନ୍ତି ଉଦାହରଣ, ଏହା ସହିତ ଆପଣ ଛୋଟ- ଛୋଟ ଝିଅମାନଙ୍କ ପାଇଁ ମଧ୍ୟ ହେଉଛନ୍ତି ପ୍ରେରଣାର ଉତ୍ସ। ଆପଣ ପ୍ରମାଣିତ କରି ଦେଖାଇଛନ୍ତି ଯେ ଭାରତର ଝିଅ ଯଦି କିଛି କରି ନେବା ପାଇଁ ସଂକଳ୍ପ ନିଏ ତେବେ କୌଣସି ପ୍ରତିବନ୍ଧକ ତାକୁ ଅଟକାଇ ପାରେ ନାହିଁ। ମୋ ତରଫରୁ ଜାଫରିନଙ୍କୁ ବହୁତ- ବହୁତ ଶୁଭକାମନା। ଆପଣଙ୍କ ପିତାଙ୍କୁ ସ୍ୱତନ୍ତ୍ର ଭାବେ ଅଭିନନ୍ଦନ ଯେ ସେ ଆପଣଙ୍କ ପଛରେ ଏତେ ପରିଶ୍ରମ କଲେ ଏବଂ ଆପଣଙ୍କୁ ଏଠାରେ ପହଂଚାଇଛନ୍ତି।

ଜାଫରିନ୍ - ସାର୍, ଆପଣ ସମସ୍ତଙ୍କୁ ପ୍ରୋତ୍ସାହିତ କରୁଛନ୍ତି, (ଅସ୍ପଷ୍ଟ) ପ୍ରୋତ୍ସାହିତ କରନ୍ତୁ।

ପ୍ରଧାନମନ୍ତ୍ରୀ ମହୋଦୟ – ମୁଁ ପ୍ରୋତ୍ସାହିତ କରିବି।

ଜାଫରିନ୍ - ଧନ୍ୟବାଦ ସାର୍, ଧନ୍ୟବାଦ!

ପ୍ରଧାନମନ୍ତ୍ରୀ ମହୋଦୟ - ମୁଁ ପ୍ରୋତ୍ସାହିତ କରିବି। ଆପଣଙ୍କର ଏହି ଉର୍ଜ୍ଜା, ମୁଁ କହି ପାରୁଛି ଆପଣମାନେ ଯେଉଁ ଉପଲବ୍ଧି ହାସଲ କରିଛନ୍ତି, ଆପଣମାନଙ୍କର ଉତ୍ସାହ ବହୁତ ଆଗକୁ ଯିବାର ଅଛି। ଏହି ଉତ୍ସାହକୁ ବଜାୟ ରଖିଥାଆନ୍ତୁ। ଏହି ଉଦ୍ଦୀପନା ବଜାୟ ରଖିବେ। ଏହି ଉତ୍ସାହ ଦ୍ୱାରା ଦେଶ ପାଇଁ ବିଜୟର ନୂତନ ପଥ ଉନ୍ମୁକ୍ତ ହେବ। ଭାରତର ଉଜ୍ଜ୍ୱଳ ଭବିଷ୍ୟତର ନିର୍ମାଣ ହେବ। ଆଉ ମୁଁ ଏହା ସ୍ୱୀକାର କରୁଛି ଆମ ଭାରତରେ ସାଧାରଣ କ୍ରୀଡ଼ା ଜଗତରେ ଯଦି କୌଣସି ବ୍ୟକ୍ତି ସୁନାମ ନେଇ କରି ଆସିଥାଏ, ତେବେ ସେଠାକାର କ୍ରୀଡ଼ା ସଂସ୍କୃତିର, କ୍ରୀଡ଼ା ଦକ୍ଷତାର କଥା ଆଲୋଚନା ହୋଇଥାଏ। କିନ୍ତୁ କୌଣସି ଦିବ୍ୟାଙ୍ଗ, ଶାରିରୀକ ଭାବେ କୌଣସି ବାଧ୍ୟ ବାଧକତାକୁ ନେଇ ଜୀବନ ଜୀଉଁଥିବା ବ୍ୟକ୍ତି, ସେ ଯେତେବେଳେ ବିଶ୍ୱରେ ଗୌରବ ଅର୍ଜନ କରିଥାଏ, ସେତେବେଳେ କେବଳ ଖେଳାଳୀ ଜିତିକରି ଆସି ନଥାଆନ୍ତି, ତାହା କେବଳ ଏକ କ୍ରୀଡ଼ା ହୋଇ ରହି ନଥାଏ, ସେ ସେହି ଦେଶର ପ୍ରତିଛବିକୁ ମଧ୍ୟ ନେଇକରି ଯାଇ ଥାଆନ୍ତି। ହଁ ଏହା ହେଉଛି ସେହି ଦେଶ ଯେଉଁଠାରେ ଦିବ୍ୟାଙ୍ଗ ଜନଙ୍କ ପ୍ରତି ମଧ୍ୟ ଏହି ସମ୍ବେଦନା ରହିଛି, ଏହି ଭାବ ରହିଛି ଆଉ ଏହି ସାମର୍ଥ୍ୟକୁ ଦେଶ ପୂଜା କରିଥାଏ।

ଏହା ହେଉଛି ବହୁତ ବଡ଼ ଶକ୍ତି। ଆଉ ଏହି କାରଣରୁ ବିଶ୍ୱରେ ଆପଣ ଯେଉଁଠାକୁ ମଧ୍ୟ ଯାଇଥିବେ, ବିଶ୍ୱରେ ଯେତେବେଳେ ଆପଣଙ୍କର ଏହି ସିଦ୍ଧିକୁ କେହି ଦେଖିଥିବେ, ଆପଣଙ୍କୁ ଦେଖିଥିବେ, ଆପଣଙ୍କ ଖେଳକୁ ଦେଖିଥିବେ, ଆପଣଙ୍କ ମଣ୍ଡଳକୁ ଦେଖିଥିବେ, କିନ୍ତୁ ମନରେ ଚିନ୍ତା କରୁଥିବେ, ଆଚ୍ଛା! ହିନ୍ଦୁସ୍ତାନରେ ଏହି ବାତାବରଣ ଅଛି, ପ୍ରତ୍ୟେକଙ୍କ ପାଇଁ ସମାନତା ଅଛି, ପ୍ରତ୍ୟେକଙ୍କ ପାଇଁ ଅବସର ଅଛି। ଆଉ ତାହାଦ୍ୱାରା ଦେଶର ଏକ ନୂଆ ଛବି ସୃଷ୍ଟି ହୋଇଥାଏ ଅର୍ଥାତ ସାଧାରଣ ଖେଳାଳୀ ଦେଶର ଛବି ସୃଷ୍ଟି କରିଥାଏ, ଏହାଦ୍ୱାରା ଦେଶର ଛବି ଅନେକ ଗୁଣ ଅଧିକ ବୃଦ୍ଧି ପାଇଥାଏ। ଏହି କାର୍ଯ୍ୟ ଆପଣଙ୍କ ଦ୍ୱାରା ହୋଇଥାଏ। ଆପଣଙ୍କ ପ୍ରଚେଷ୍ଟା ଦ୍ୱାରା ହୋଇଥାଏ। ଅର୍ଥାତ, ଏହା ହେଉଛି ନିଜକୁ ନିଜ ମଧ୍ୟରେ ବହୁତ ବଡ଼ କଥା।

ଆପଣ ସମସ୍ତଙ୍କୁ ପୁଣିଥରେ ଉନ୍ନତ ପ୍ରଦର୍ଶନ ତଥା ବିଜୟ ପାଇଁ ଏବଂ ଦେଶର ନାମ ଗୌରବାନ୍ୱିତ କରି ଥିବାରୁ ଦେଶର ସମ୍ମାନ ବଢ଼ାଇଥିବାରୁ, ଭାରତର ତ୍ରିରଙ୍ଗା ଉଡ଼ାଇଥିବାରୁ, ଆଉ ତାହା ମଧ୍ୟ ଆଜାଦୀକା ଅମୃତ ମହୋତ୍ସବ ପାଳନ ସମୟରେ, ସେହି ସମୟରେ ଦେଶର ତ୍ରିରଙ୍ଗାକୁ ଲହରାଇଥିବା ଯୋଗୁଁ ଆପଣ ସମସ୍ତେ ହେଉଛନ୍ତି ଅଭିନନ୍ଦନର ପାତ୍ର।

ଆପଣଙ୍କର ଏହି ପୁରୁଷାର୍ଥରେ ମୁଁ ଆପଣଙ୍କ ପରିବାର ଜନଙ୍କୁ, ଆପଣଙ୍କର ମାତା-ପିତାଙ୍କୁ, ଆପଣଙ୍କର ପ୍ରଶିକ୍ଷକଙ୍କୁ, ଆପଣଙ୍କର ଆଖପାଖରେ ଯେଉଁ ବାତାବରଣ ଥିବ, ତାହାର ବହୁତ ବଡ଼ ଯୋଗଦାନ ରହିଛି। ଆଉ ଏଥିପାଇଁ ସେହି ସମସ୍ତଙ୍କୁ ମଧ୍ୟ ମୁଁ ବହୁତ ଶୁଭେଚ୍ଛା ଜଣାଉଛି।

ଯେଉଁ ଖେଳାଳୀମାନେ ମଧ୍ୟ ଏହି ବୈଶ୍ୱିକ ପ୍ରତିଯୋଗିତାରେ ଅଂଶଗ୍ରହଣ କଲେ, ସେମାନେ ସମଗ୍ର ଦେଶ ସମ୍ମୁଖରେ ସାହସର ଏକ ଅଦ୍ଭୂତପୂର୍ବ ଉଦାହରଣ ପ୍ରସ୍ତୁତ କରିଛନ୍ତି। କିଛି ଲୋକ ଅଛନ୍ତି, ଯେଉଁମାନେ ପଦକ ପାଇବା ପର୍ଯ୍ୟନ୍ତ ବୋଧହୁଏ ପହଂଚି ପାରିଲେ ନାହିଁ, କିନ୍ତୁ ଏହା ଧରି ନିଅନ୍ତୁ ଯେ ସେହି ପଦକ ଆପଣଙ୍କୁ ଦେଖି ନେଇଛି। ଏବେ ସେହି ପଦକ ଆପଣଙ୍କର ପ୍ରତୀକ୍ଷା କରିଛି। ସେହି ପଦକ ଆପଣଙ୍କର ପ୍ରତୀକ୍ଷା କରି ରହିଛି। ଆପଣ କେବେ ଏହା ଭାବନ୍ତୁ ନାହିଁ ଯେ ଏବେ ଆପଣ ପଛରେ ଅଛନ୍ତି। ଆପଣ ନିଶ୍ଚିତ ସିଦ୍ଧି ପ୍ରାପ୍ତ କରିବେ, ଆପଣ ବିଜୟୀ ହୋଇ ଆସିବେ ଆଉ ଯେଉଁମାନେ ବିଜୟୀ ହୋଇଛନ୍ତି ସେମାନେ ଏବେ ଆପଣଙ୍କ ପାଇଁ ପ୍ରେରଣାର କାରଣ ପାଲଟିବେ। ଆଉ ଏହି ଖେଳରେ ରହିଥିବା ସମସ୍ତ ରେକର୍ଡକୁ ଆପଣ ଅତିକ୍ରମ କରି ଆସିଛନ୍ତି । ହିନ୍ଦୁସ୍ତାନର ସମସ୍ତ ରେକର୍ଡ ଆପଣ ଭାଙ୍ଗିକରି ଆସିଛନ୍ତି।

ତେଣୁ ଏହି ଟିମ୍ ପାଇଁ ମୁଁ ହୃଦୟର ସହିତ ଗର୍ବ ଅନୁଭବ କରୁଛି, ଅଭିନନ୍ଦନ ଜଣାଉଛି ଆଉ ଆଜାଦୀର ଅମୃତ ମହୋତ୍ସବ, ସେଥିରେ ମଧ୍ୟ ଆପଣ ପ୍ରେରଣାର ଉତ୍ସ ହେବେ, ଦେଶର ତ୍ରିରଙ୍ଗାକୁ ଉଡ଼ାଇବାରେ ଆପଣ ପ୍ରତ୍ୟେକ ଯୁବକଙ୍କ ପାଇଁ ପ୍ରେରଣା ପାଲଟିବେ, ଏହି ଆଶା ସହିତ ମୁଁ ସର୍ବପ୍ରଥମେ ଆପଣ ସମସ୍ତଙ୍କୁ ବହୁତ- ବହୁତ ଶୁଭେଚ୍ଛା ଜଣାଉଛି, ଆଗକୁ ଅଗ୍ରସର ହେବା ପାଇଁ ବହୁତ- ବହୁତ ନିମନ୍ତ୍ରଣ କରୁଛି।

ବହୁତ- ବହୁତ ଧନ୍ୟବାଦ।  

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Tier-2 cities drive growth in India's tech hiring as GCC expansion spreads beyond metros

Media Coverage

Tier-2 cities drive growth in India's tech hiring as GCC expansion spreads beyond metros
NM on the go

Nm on the go

Always be the first to hear from the PM. Get the App Now!
...
List of Outcomes: Prime Minister of Japan’s visit to India for the 16th India-Japan Annual Summit
July 02, 2026
Sl. No.OutcomeDescription
1. India-Japan Joint Declaration on Economic Security Promotes project-based collaboration for enhancing joint resilience in key sectors including semiconductors, critical minerals, information and communication technology including AI, clean energy and pharmaceuticals. India-Japan Fact Sheet 2.0 captures growing India-Japan G2G and B2B engagement in this crucial area.
2. India-Japan Joint Statement on Cooperation in the Field of Artificial Intelligence Elevates the India-Japan relationship to a strategic research and development partnership in the AI domain. Building on the India-Japan AI Initiative, the Joint Statement provides a roadmap for greater cooperation across the entire AI technology stack in pursuit of the shared vision of safe, secure, trusted, inclusive, and human-centric AI.
3 Joint Statement on Energy Resilience (between MoPNG and METI, Japan) Strengthens cooperation in strategic stockpiling and reserve mechanisms for crude oil and petroleum products. Promotes collaboration in joint investments across the maritime energy transport value chain.
4. Celebrating the 75th Anniversary of India-Japan Diplomatic Relations Outlines a series of commemorative events to celebrate 2027, the 75th anniversary of establishment of diplomatic relations, as the India-Japan Year of Shared Horizons
5. Memorandum of Cooperation for India-Japan Cooperative Biogas for Growth (CBG) Initiative Promotes cooperation towards the goal of establishing 1,000 biogas and organic fertilizer plants all across India, leveraging the extensive network of dairy cooperatives.
6. Memorandum of Cooperation in the Field of Batteries Promotes cooperation in battery-related projects and expands business opportunities with an aim of building a trusted, resilient and sustainable battery supply chain.
7. Memorandum of Cooperation in the Field of Pharmaceuticals and Medical Devices Sector Strengthens pharma supply chains, including in Active Pharmaceutical Ingredients (APIs) and Key Starting Materials (KSMs), through promotion of bilateral investment and business linkages, technical collaboration and industry-academia collaboration.
8. Memorandum of Cooperation in the Field of Geology and Mineral Exploration Strengthens cooperation in upstream critical minerals exploration through exchange of technical expertise.
9. Memorandum of Cooperation between IndiaAI Mission and Ministry of Economy, Trade and Industry (METI), Japan Promotes institutional cooperation between IndiaAI Mission and Japan’s GENIAC initiative – through B2B matchmaking, webinars on AI policies and challenges and support for joint projects through access to computing resources
10. Memorandum of Cooperation on Next Generation Mobility Partnership (NGMP) Establishes a framework for operationalizing the Next Generation Mobility Partnership (NGMP) which was announced at the 15th Annual Summit in August 2025. The NGMP would accelerate private sector-led cooperation and investment in mobility sectors including rail, automotive and road infrastructure, aviation, shipbuilding and ports, logistics, and urban development, positioning India as a hub for “Make in India for the World” exports to third countries.
11. Memorandum of Understanding between India’s Centre for Cellular and Molecular Platforms (C-CAMP) and RIKEN, Japan Establishes a framework for academic, translational research and start-up oriented innovation in deep-tech and life sciences, covering healthcare, agriculture and environment.
12. Memorandum of Understanding between National Center for Biological Sciences-Tata Institute of Fundamental Research and RIKEN, Japan Creates a framework for cooperation in basic biological and neuroscience research between the two leading research institutions
13. Memorandum of Understanding between IIT Bombay, BharatGen Technology Foundation and National Institute of Informatics, Japan Furthers collaboration on large language models (LLMs), with a focus on developing LLMs for enhanced scientific reasoning, through joint research exchanges
14. Memorandum of Understanding between SarvamAI and Preferred Network on LLM Development Creates a framework for cooperation across the full AI technology stack, including foundation models.
15. Memorandum of Understanding Between National Internet Exchange of India (NIXI) and Japan Network Information Center (JPNIC) Promotes cooperation in National Internet Registry operations, IPv6 adoption, internet security improvements, capacity building, student/professional exchanges and exchange of views on internet governance at regional and global forums.
16. Exchange of Letters Between International Financial Services Centres Authority (IFSCA) and Financial Services Agency, Japan (JFSA) Establishes a framework for cooperation in development, regulation and supervision of financial services as well as information exchange on financial-market trends and best practices, particularly in FinTech and RegTech.