ଭାରତରେ ପ୍ରଥମ ରାଜ୍ୟ ଭାବେ ହିମାଚଳ ଏହାର ସମସ୍ତ ଯୋଗ୍ୟ ଲୋକଙ୍କୁ କରୋନା ଟିକାର ଅତିକମରେ ଗୋଟିଏ ଡୋଜ ପ୍ରଦାନ କରିଛି
ହିମାଚଳରୁ ଏହା ପ୍ରମାଣିତ ହୋଇଛି ଦେଶର ଗ୍ରାମୀଣ ସମାଜ କିଭଳି ବିଶ୍ୱର ସର୍ବବୃହତ ତଥା ଦ୍ରୁତତମ ଟିକାକରଣ ଅଭିଯାନକୁ ସଶକ୍ତ ବନାଉଛି: ପ୍ରଧାନମନ୍ତ୍ରୀ
ନୂଆ ଡ୍ରୋନ ନିୟମ ଦ୍ୱାରା ସ୍ୱାସ୍ଥ୍ୟ ଓ କୃଷି ଭଳି ଅନେକ କ୍ଷେତ୍ରକୁ ସହାୟତା ମିଳିବ: ପ୍ରଧାନମନ୍ତ୍ରୀ
ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ନିମନ୍ତେ ଆଗାମୀ ସ୍ୱତନ୍ତ୍ର ଅନଲାଇନ ପ୍ଲାଟଫର୍ମ, ଆମର ଭଉଣୀମାନଙ୍କୁ ଦେଶ ଓ ବିଦେଶରେ ନିଜର ଉତ୍ପାଦ ବିକି୍ର କରିବାରେ ସହାୟତା ପ୍ରଦାନ କରିବ: ପ୍ରଧାନମନ୍ତ୍ରୀ
ହିମାଚଳର ମାଟିକୁ ରସାୟନମୁକ୍ତ କରିବା, ଚାଷୀ ଓ ବଗିଚା କର୍ମୀମାନଙ୍କୁ ‘ଅମୃତ କାଳ’ ସମୟରେ ହିମାଚଳକୁ ଜୈବିକ ଚାଷ ଅଭିମୁଖେ ନେଇଯିବାକୁ ଆହ୍ୱାନ

ହିମାଚଳ ପ୍ରଦେଶ ଆଜି ମତେ କେବଳ ପ୍ରଧାନ ସେବକ ଭାବରେ ନହେଁ, ବରଂ ଜଣେ ପରିବାର ସଦସ୍ୟ ଭାବରେ ମଧ୍ୟ ଗର୍ବିତ ହେବାର ସୁଯୋଗ ଦେଇଛି । ମୁଁ ଛୋଟ ଛୋଟ ସୁବିଧା ପାଇଁ ସଂଘର୍ଷରତ ହିମାଚଳକୁ ବି ଦେଖିଛି ଏବଂ ଆଜି ବିକାଶର ଗାଥା ଲେଖୁଥିବା ହିମାଚଳକୁ ମଧ୍ୟ ଦେଖୁଛି । ଏସବୁ ଦେବୀ ଦେବତାଙ୍କ ଆଶୀର୍ବାଦରୁ, ହିମାଚଳ ସରକାରଙ୍କ କର୍ମକୁଶଳତାରୁ ଏବଂ ହିମାଚଳର ପ୍ରତ୍ୟେକ ବ୍ୟକ୍ତିଙ୍କର ସଚେତନତା ଯୋଗୁଁ ସମ୍ଭବ ହୋଇ ପାରିଛି । ଯେଉଁମାନଙ୍କ ସହ ମତେ କଥାବାର୍ତା କରିବାର ସୁଯୋଗ ମିଳିଲା ଏବଂ ଯେଉଁଭଳି ଭାବରେ ସେମାନେ ସମସ୍ତେ ନିଜ ନିଜ କଥାସବୁ ବଖାଣିଲେ ସେଥିପାଇଁ ମୁଁ ପୁଣି ଥରେ ସେମାନଙ୍କୁ କୃତଜ୍ଞତା ଜଣାଉଛି । ମୁଁ ସମଗ୍ର ଟିମକୁ ଧନ୍ୟବାଦ ଦେଉଛି । ହିମାଚଳ ଏକ ଟିମ ଭାବରେ କାମ କରି ଉଲ୍ଲେଖନୀୟ ସଫଳତା ହାସଲ କରିଛି । ମୋ ତରଫରୁ ଆପଣ ସମସ୍ତଙ୍କୁ ଅନେକ ଅନେକ ଶୁଭେଚ୍ଛା!!

ହିମାଚଳ ପ୍ରଦେଶର ରାଜ୍ୟପାଳ ଶ୍ରୀମାନ ରାଜେନ୍ଦ୍ର ଆଲେକର ମହୋଦୟ, ତେଜସ୍ୱୀ ତଥା ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀ ଜୟରାମ ଠାକୁର ମହୋଦୟ, ସଂସଦରେ ମୋର ସାଥୀ ତଥା ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ, ହିମାଚଳର ହିଁ ସନ୍ତାନ ଶ୍ରୀ ଜଗତ ପ୍ରକାଶ ନଡ୍‌ଡା ମହୋଦୟ, କେନ୍ଦ୍ର ମନ୍ତ୍ରୀମଣ୍ଡଳରେ ମୋର ସହଯୋଗୀ ଶ୍ରୀ ଅନୁରାଗ ଠାକୁର ମହୋଦୟ, ସଂସଦରେ ମୋର ସାଥୀ ଏବଂ ହିମାଚଳ ଭାଜପା ଅଧ୍ୟକ୍ଷ ଶ୍ରୀ ସୁରେଶ କଶ୍ୟପ ମହୋଦୟ, ଅନ୍ୟ ସମସ୍ତ ମନ୍ତ୍ରୀଗଣ, ସାଂସଦ ଏବଂ ବିଧାୟକଗଣ, ପଂଚାୟତଗୁଡିକର ଲୋକ ପ୍ରତିନିଧି ତଥା ହିମାଚଳର ମୋର ପ୍ରିୟ ଭାଇ ଓ ଭଉଣୀମାନେ!

                ଶହେ ବର୍ଷର ସବୁଠାରୁ ବଡ ମହାମାରୀ, ଶହେ ବର୍ଷରେ ଏଭଳି କେବେ ମଧ୍ୟ ଦେଖା ଯାଇନଥିବା ଦିନ, ବିରୁଦ୍ଧରେ ଲଢେଇରେ ହିମାଚଳ ପ୍ରଦେଶ ଚାମ୍ପିଅନ୍ ଭାବରେ ଉଭା ହୋଇଛି । ହିମାଚଳ ଭାରତର ପ୍ରଥମ ରାଜ୍ୟ ପାଲଟିଛି, ଯାହା ନିଜର ସମ୍ପୁର୍ଣ୍ଣ ଯୋଗ୍ୟ ଜନସଂଖ୍ୟାକୁ କରୋନା ଟିକାର ଅତିକମରେ ଗୋଟିଏ ଡୋଜ୍ ଟିକା ପ୍ରଦାନ କରିଛି । କେବଳ ଏତିକି ନୁହେଁ, ଦ୍ୱିତୀୟ ଡୋଜ୍ କ୍ଷେତ୍ରରେ ମଧ୍ୟ ହିମାଚଳ ପ୍ରାୟ ଏକ ତୃତୀୟାଂଶ ଜନସଂଖ୍ୟାକୁ ଅତିକ୍ରମ କରିସାରିଛି ।

                ଶହେ ବର୍ଷର ସବୁଠାରୁ ବଡ ମହାମାରୀ, ଶହେ ବର୍ଷରେ ଏଭଳି କେବେ ମଧ୍ୟ ଦେଖା ଯାଇନଥିବା ଦିନ, ବିରୁଦ୍ଧରେ ଲଢେଇରେ ହିମାଚଳ ପ୍ରଦେଶ ଚାମ୍ପିଅନ୍ ଭାବରେ ଉଭା ହୋଇଛି । ହିମାଚଳ ଭାରତର ପ୍ରଥମ ରାଜ୍ୟ ପାଲଟିଛି, ଯାହା ନିଜର ସମ୍ପୁର୍ଣ୍ଣ ଯୋଗ୍ୟ ଜନସଂଖ୍ୟାକୁ କରୋନା ଟିକାର ଅତିକମରେ ଗୋଟିଏ ଡୋଜ୍ ଟିକା ପ୍ରଦାନ କରିଛି । କେବଳ ଏତିକି ନୁହେଁ, ଦ୍ୱିତୀୟ ଡୋଜ୍ କ୍ଷେତ୍ରରେ ମଧ୍ୟ ହିମାଚଳ ପ୍ରାୟ ଏକ ତୃତୀୟାଂଶ ଜନସଂଖ୍ୟାକୁ ଅତିକ୍ରମ କରିସାରିଛି ।

ବନ୍ଧୁଗଣ,

ହିମାଚଳର ଲୋକମାନଙ୍କର ଏହି ସଫଳତା ଦେଶର ଆତ୍ମବିଶ୍ୱାସକୁ ବୃଦ୍ଧି କରିଛି ଏବଂ ଆତ୍ମନିର୍ଭର ହେବା କେତେ ଯେ ଜରୁରୀ ଏହା ମଧ୍ୟ ସେମାନଙ୍କୁ ମନେ ପକାଇ ଦେଇଛି । ସମସ୍ତଙ୍କୁ ଟିକା, ମାଗଣା ଟିକା ହେଉଛି ୧୩୦ କୋଟି ଭାରତୀୟଙ୍କ ଏହି ଆତ୍ମବିଶ୍ୱାସ ଏବଂ ଟିକା ଉପରେ ଆତ୍ମନିର୍ଭରଶୀଳତାର ହିଁ ପରିଣାମ ଅଟେ । ଭାରତ ଆଜି ଗୋଟିଏ ଦିନରେ ଏକ କୋଟି ୨୫ ଲକ୍ଷ ଡୋଜ୍ ଟିକା ଦେଇ ରେକର୍ଡ ସୃଷ୍ଟି କରିଚାଲିଛି । ଯେତିକି ଟିକା ଭାରତ ଆଜି ଗୋଟିଏ ଦିନରେ ଦେଉଛି, ତାହା କେତେକ ଦେଶର ସମ୍ପୁର୍ଣ୍ଣ ଜନସଂଖ୍ୟାଠାରୁ ମଧ୍ୟ ଅଧିକ । ଭାରତର ଟିକାକରଣ ଅଭିଯାନର ସଫଳତା ହେଉଛି ପ୍ରତ୍ୟେକ ଭାରତୀୟଙ୍କ ପରିଶ୍ରମ ଏବଂତ୍ତପରାକ୍ରମର ପରାକାଷ୍ଠାର ପରିଣାମ ଅଟେ । ଯେଉଁ ‘ସବକା ପ୍ରୟାସ’ କଥା ମୁଁ ୭୫ତମ ସ୍ୱାଧୀନତା ଦିବସ ଅବସରରେ ଲାଲକିଲ୍ଲାରୁ କହିଥିଲି, ମୁଁ କହୁଛି ଏହା ତାହାର ପ୍ରତିଫଳନ ଅଟେ । ହିମାଚଳ ପରେ ସିକ୍କିମ ଏବଂ ଦାଦ୍ରା ଓ ନଗର ହାବେଳୀ ୧୦୦ ପ୍ରତିଶତ ପ୍ରଥମ ଡୋଜ ଟିକା ପ୍ରଦାନର ମାଇଲଖୁଂଟ ଅତିକ୍ରମ କରିଛନ୍ତି ଏବଂ ଅନେକ ରାଜ୍ୟ ଏହାର ନିକଟତର ହୋଇଛନ୍ତି । ବର୍ତମାନ ଆମକୁ ଏକାଠି ହୋଇ ଏହି ପ୍ରୟାସ କରିବାକୁ ପଡିବ ଯେ ଯେଉଁମାନେ ପ୍ରଥମ ଡୋଜ ନେଇଛନ୍ତି, ସେମାନେ ଯେପରି ନିଶ୍ଚିତ ଦ୍ୱିତୀୟ ଡୋଜ ନେବେ ।

ଭାଇ ଓ ଭଉଣୀମାନେ,

ଆତ୍ମବିଶ୍ୱାସର ଏହି ଜଡିବୁଟି ହିମାଚଳ ପ୍ରଦେଶର ସବୁଠାରୁ ଦୃତତମ ଟିକାକରଣ ଅଭିଯାନର ମଧ୍ୟ ମୂଳାଧାର ଅଟେ । ହିମାଚଳ ନିଜର ସାମର୍ଥ୍ୟ ଉପରେ ବିଶ୍ୱାସ କଲା, ନିଜର ସ୍ୱାସ୍ଥ୍ୟକର୍ମୀ ଏବଂ ଭାରତର ବୈଜ୍ଞାନିକମାନଙ୍କ ଉପରେ ବିଶ୍ୱାସ ରଖିଲା । ଏହି ଉପଲବଧି ସମସ୍ତ ସ୍ୱାସ୍ଥ୍ୟକର୍ମୀ, ଆଶା କର୍ମୀ, ଅଙ୍ଗନବାଡି କର୍ମୀ, ଶିକ୍ଷକ ଏବଂ ଅନ୍ୟ ସମସ୍ତ ସାଥୀଙ୍କର ଦୃଢ ବିଶ୍ୱାସର ପରିଣାମ ଅଟେ । ଆରୋଗ୍ୟ କ୍ଷେତ୍ର ସହ ଜଡିତ ଲୋକମାନଙ୍କର ତ ଢେର ପରିଶ୍ରମ ରହିଥିଲା । ଡାକ୍ତର ହୁଅନ୍ତୁ, ସ୍ୱାସ୍ଥ୍ୟକର୍ମୀ କର୍ମଚାରୀ ହୁଅନ୍ତୁ, ଅନ୍ୟ ସହାୟକ ହୁଅନ୍ତୁ, ସମସ୍ତଙ୍କର ପରିଶ୍ରମ ଅଛି । ଏଥିରେ ବହୁତ ବଡ ସଂଖ୍ୟାରେ ଆମ ଭଉଣୀମାନଙ୍କର ବିଶେଷ ଭୂମିକା ରହିଛି । ଏବେ କିଛି ସମୟ ପୂର୍ବରୁ କ୍ଷେତ୍ରସ୍ତରରେ କାମ କରୁଥିବା ଆମର ସମସ୍ତ ସାଥୀମାନେ ଯେପରି ବିସ୍ତୃତ ଭାବରେ ବ୍ୟାଖ୍ୟା କଲେ ଯେ, ସେମାନେ କେଉଁ ପ୍ରକାରର ଆହ୍ୱାନର ସମ୍ମୁଖୀନ ହୋଇଛନ୍ତି । ହିମାଚଳ ପ୍ରଦେଶରେ ସେହି ସବୁ ପ୍ରକାରର ଅସୁବିଧା ଥିଲା ଯାହା ଟିକାକରଣରେ ବାଧା ଉପୁଜାଇଥାଏ । ପାହାଡିଆ ଅଂଚଳ ହୋଇଥିବାରୁ ଆନୁଷଙ୍ଗିକ ପରିବହନର ସମସ୍ୟା ରହିଥାଏ । କରୋନା ଟିକାର ଭଣ୍ଡାରଣ ଏବଂ ପରିବହନ ତ ଆହୁରି କଷ୍ଟସାଧ୍ୟ ହୋଇଥାଏ । କିନ୍ତୁ ଜୟରାମ ଜୀଙ୍କ ସରକାର ଯେଉଁଭଳି ଭାବରେ ବ୍ୟବସ୍ଥା ବିକଶିତ କଲେ, ଯେଉଁଭଳି ପରିସ୍ଥିତିକୁ ସମ୍ଭାଳିଲେ ତାହା ପ୍ରକୃତରେ ପ୍ରଶଂସନୀୟ । ଏଣୁ ହିମାଚଳ ଟିକା ନଷ୍ଟ ନକରି ସବୁଠାରୁ ଦୃତ ଟିକାକରଣ ସୁନିଶ୍ଚିତ କରିଛି, ଏଇଟା ଖୁବ ବଡ କଥା ।

ବନ୍ଧୁଗଣ,

ଅନେକ କଠିନ ଭୌଗୋଳିକ ପରିସ୍ଥିତି ସହିତ ଜନ ସାଧାରଣଙ୍କ ସହ ବିଚାର ଆଲୋଚନା ଏବଂ ଜନ ଭାଗିଦାରୀ ମଧ୍ୟ, ଟିକାକରଣର ସଫଳତା ପାଇଁ ଏକ ବହୁତ ବଡ ଦିଗ । ହିମାଚଳରେ ତ ପାହାଡର ଆଖପାଖ ଅଂଚଳ ମଧ୍ୟରେ ଭାଷା ପର୍ଯ୍ୟନ୍ତ ସମ୍ପୁର୍ଣ୍ଣ ଭାବରେ ଅଲଗା ହୋଇଥାଏ । ଏଠାରେ ଅଧିକାଂଶ ଭାଗ ଗ୍ରାମାଂଚଳ ଅଟେ । ଯେଉଁଠାରେ ଆସ୍ଥା ଜୀବନର ଏକ ଅବିଚ୍ଛେଦ୍ୟ ଅଙ୍ଗ । ଜୀବନରେ ଦେବୀ ଦେବତାମାନଙ୍କ ଭାବନାତ୍ମକ ଉପସ୍ଥିତି ଅଛି । କିଛି ସମୟ ପୂର୍ବରୁ କୁଲ୍ଲୁ ଜିଲ୍ଲାର ମଲାନା ଗାଁ ବିଷୟରେ ଆମର ଭଉଣୀ ଆମକୁ ଜଣାଇଲେ । ମଲ୍ଲାନା ଗଣତନ୍ତ୍ରକୁ ମାର୍ଗ ଦର୍ଶନ କରାଇବାରେ, ଶକ୍ତି ଦେବାରେ ସର୍ବଦା ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଆସିଛି । ସେଠାକାର ଟିମ ସ୍ୱତନ୍ତ୍ର ଶିବିର ସ୍ଥାପନ କଲା, ତାର ମାଧ୍ୟମରେ ଟିକାର ବାକ୍ସ ପହଂଚାଇଲା, ଏବଂ ସେଠାକାର ଦେବସମାଜ ସହ ଜଡିତ ପ୍ରମୁଖ ବ୍ୟକ୍ତିମାନଙ୍କୁ ବିଶ୍ୱାସକୁ ନେଲା । ଜନଭାଗିଦାରୀ ଏବଂ ଜନସାଧାରଣଙ୍କ ସହ ବିଚାର ବିମର୍ଷର ଏଭଳି ରଣନୀତି ଶିମଲାର ଡୋଡରା କ୍ୱାର, କାଙ୍ଗଡାର ଛୋଡ-ବଡ ଭଙ୍ଗାଲ, କିନ୍ନୋର, ଲାହୋଲ-ସ୍ପିତି ଏବଂ ପାଙ୍ଗୀ-ଭରମୌର ଭଳି ପ୍ରତ୍ୟେକ ଦୁର୍ଗମ ଅଂଚଳରେ ମଧ୍ୟ କାମରେ ଆସିଲା ।

ବନ୍ଧୁଗଣ,

ମୁଁ ଖୁସି ଯେ ହିମାଚଳରେ ଲାହୋଲ-ସ୍ପିତି ଭଳି ଦୁର୍ଗମ ଜିଲ୍ଲା ମଧ୍ୟ ଶତ ପ୍ରତିଶତ ପ୍ରଥମ ଡୋଜ ଟିକା ଦେବାରେ ଅଗ୍ରଣୀ ରହିଛି । ଏହା ହେଉଛି ସେହି କ୍ଷେତ୍ର ଯାହା କି ଅଟଳ ଟନେଲ ନିର୍ମାଣ ହେବା ପୂର୍ବରୁ ମାସ ମାସ ଧରି ଦେଶର ଅନ୍ୟ ସ୍ଥାନଠାରୁ ବିଚ୍ଛିନ୍ନ ହୋଇ ରହୁଥିଲା । ଆସ୍ଥା, ଶିକ୍ଷା ଏବଂ ବିଜ୍ଞାନ ଏକତ୍ର ଭାବେ କିପରି ଜୀବନକୁ ବଦଳାଇ ପାରନ୍ତି ଏହା ହିମାଚଳ ବାରମ୍ବାର କରି ଦେଖାଇଛି । ହିମାଚଳବାସୀ କୌଣସି ଗୁଜବ, କୌଣସି ଅପପ୍ରଚାରକୁ ତିଷ୍ଠିବାକୁ ଦେଲେ ନାହିଁ । ହିମାଚଳ ଏହି କଥାର ପ୍ରମାଣ ଯେ ଦେଶର ଗ୍ରାମୀଣ ସମାଜ କିପରି ବିଶ୍ୱର ସର୍ବବୃହତ ତଥା ଦୃତତମ ଟିକାକରଣ ଅଭିଯାନକୁ ସଶକ୍ତ କରୁଛି ।

ବନ୍ଧୁଗଣ,

ଦୃତ ଟିକାକରଣର ଲାଭ ହିମାଚଳର ପର୍ଯ୍ୟଟନ ଶିଳ୍ପ ଉପରେ ମଧ୍ୟ ପଡିବ, ଯାହା ବହୁ ସଂଖ୍ୟାରେ ଯୁବକମାନଙ୍କ ରୋଜଗାରର ମାଧ୍ୟମ ଅଟେ । କିନ୍ତୁ ଏକଥା ମଧ୍ୟ ମନେ ରଖିବାକୁ ହେବ ଯେ, ଟିକା ନେବା ସତ୍ୱେ ମାସ୍କ ଏବଂ ଦୁଇ ଗଜର ଦୂରତା ଯେପରି ଭୁଲିବା ନାହିଁ । ଆମେ ତ ହିମାଚଳବାସୀ, ଆମେ ଜାଣୁ ଯେ ତୁଷାରପାତ ବନ୍ଦ ହୋଇଯାଏ । ଏହା ସତ୍ୱେ ଆମେ ଯେତେବେଳେ ଘରୁ ବାହାରକୁ ପାଦ ରଖିଥାଉ ସେତେବେଳେ ମଧ୍ୟ ଆମକୁ ସମ୍ଭାଳି ସମ୍ଭାଳି ପାଦ ପକାଇବାକୁ ପଡିଥାଏ । ଆମେ ଜାଣୁ ଯେ ତୁଷାରପାତ ବନ୍ଦ ହେବା ପରେ ମଧ୍ୟ ସତର୍କତାର ସହ ଚାଲିବାକୁ ହୁଏ । ବର୍ଷା ପରେ ମଧ୍ୟ ଆପଣମାନେ ଦେଖିଥିବେ, ବର୍ଷା ବନ୍ଦ ହୋଇ ଯାଇଥିବ, ଛତା ବନ୍ଦ କରି ଦେଇଥିବେ, କିନ୍ତୁ ପାଦ ସତର୍କତାର ସହ ରଖୁଥିବେ । ସେହିଭଳି ଏହି କରୋନା ମହାମାରୀ ପରେ ଯେଉଁ କଥା ଉପରେ ସତର୍କତା ଅବଲମ୍ବନ କରିବା କଥା ତାହା କରିବାକୁ ପଡିବ । କରୋନା କାଳରେ ହିମାଚଳ ପ୍ରଦେଶ ଅନେକ ଯୁବକଙ୍କ ପାଇଁଁ ‘ଘରୁ ରହି କାମ କରିବା, ଯେକୌଣସି ସ୍ଥାନରୁୁ ମଧ୍ୟ କାମ କରିବା’ ଏହାର ମନପସନ୍ଦ ଳକ୍ଷ୍ୟସ୍ଥଳୀ ପାଲଟିଗଲା । ଉତମ ସୁବିଧା, ସହରଗୁଡିକରେ ଉନ୍ନତ ଇଂଟରନେଟ ସଂଯୋଗର ଅନେକ ଲାଭ ହିମାଚଳକୁ ମିଳୁଛି ।

ଭାଇ ଓ ଭଉଣୀମାନେ,

ଜୀବନ ଓ ଜୀବିକା ପରେ ସଂଯୋଗର କେତେ ସକରାତ୍ମକ ପ୍ରଭାବ ପଡିଥାଏ, ଏହା ଏହି କରୋନା ସମୟରେ ହିମାଚଳ ପ୍ରଦେଶ ଅନୁଭବ କରିଛି । ସଂଯୋଗ ସଡକର ହେଉ, ରେଳର ହେଉ, ବିମାନ ସଂଯୋଗ ହେଉ ଅବା ଇଂଟରନେଟ ସଂଯୋଗ ହେଉ ଆଜି ଏହା ହେଉଛି ଦେଶର ସବୁଠାରୁ ବଡ ପ୍ରାଥମିକତା । ଆଜି ପ୍ରଧାନମନ୍ତ୍ରୀ ଗ୍ରାମୀଣ ସଡକ ଯୋଜନା ଅଧୀନରେ ୮-୧୦ ଘର ବିଶିଷ୍ଟ ବସ୍ତିକୁ ମଧ୍ୟ ସଡକ ସଂଯୋଗ କରାଯାଉଛି । ହିମାଚଳର ଜାତୀୟ ରାଜପଥ ପ୍ରଶସ୍ତ କରାଯାଉଛି । ଏଭଳି ସଶକ୍ତ ହେଉଥିବା ସଂଯୋଗ ବ୍ୟବସ୍ଥାର ପ୍ରତ୍ୟକ୍ଷ ଲାଭ ପର୍ଯ୍ୟଟନ କ୍ଷେତ୍ରକୁ ମଧ୍ୟ ମିଳୁଛି, ଫଳ- ପନିପରିବା ଉତ୍ପାଦନ କରୁଥିବା କୃଷକ-ମାଳିମାନଙ୍କୁ ସ୍ୱାଭାବିକ ଭାବରେ ମିଳୁଛି । ଗାଁ ଗାଁରେ ଇଂଟରନେଟ ପହଂଚିବା ଦ୍ୱାରା ହିମାଚଳର ଯୁବ ପ୍ରତିଭାମାନେ, ସେଠାକାର ସଂସ୍କୃତିକୁ, ପର୍ଯ୍ୟଟନର ନୂତନ ସମ୍ଭାବନାକୁ ଦେଶ ବିଦେଶରେ ପହଂଚାଇ ପାରୁଛନ୍ତି ।

ଭାଇ ଓ ଭଉଣୀମାନେ,

ଆଧୁନିକ ପ୍ରଯୁକ୍ତି ବିଦ୍ୟା, ଡିଜିଟାଲ ଜ୍ଞାନକୌଶଳର ଏହି ଲାଭ ହିମାଚଳକୁ ଆଗାମୀ ଦିନରେ ଆହୁରି ଅଧିକ ଭାବେ ମିଳିବାକୁ ଯାଉଛି । ବିଶେଷକରି ଶିକ୍ଷା ଏବଂ ସ୍ୱାସ୍ଥ୍ୟ କ୍ଷେତ୍ରରେ ବହୁତ ବଡ ପରିବର୍ତନ ଘଟିବାକୁ ଯାଉଛି । ଏହାଦ୍ୱାରା ଦୂରଦୂରାନ୍ତର ସ୍କୁଲ ଏବଂ ସ୍ୱାସ୍ଥ୍ୟ କେନ୍ଦ୍ରଗୁଡିକରେ ମଧ୍ୟ ବଡ ବଡ ହସ୍ପିଟାଲରୁ, ବଡ ବଡ ସ୍କୁଲରୁ ଡାକ୍ତର ଏବଂ ଶିକ୍ଷକମାନେ ଭର୍ଚୁଆଲ ମାଧ୍ୟମରେ ସାମିଲ ହୋଇପାରିବେ ।

ଏବେ ନିକଟରେ ଦେଶ ଆଉ ଏକ ନିଷ୍ପତି ନେଇଛି ଯେଉଁଥିରେ ବିଶେଷକରି ହିମାଚଳର ଲୋକମାନଙ୍କୁ ଜଣାଇବାକୁ ଚାହୁଁଛି । ଏହା ହେଉଛି ଡ୍ରୋନ୍ ଟେକ୍ନୋଲୋଜି ସହ ଜଡିତ ନିୟମଗୁଡିକରେ ହୋଇଥିବା ପରିବର୍ତନ । ଏବେ ଏହାର ନିୟମକୁ ଖୁବ ସରଳ କରିଦିଆଯାଉଛି । ଏହାଦ୍ୱାରା ହିମାଚଳରେ ସ୍ୱାସ୍ଥ୍ୟଠାରୁ ଆରମ୍ଭ କରି କୃଷି ଭଳି ଅନେକ କ୍ଷେତ୍ରରେ ନୂଆ ନୂଆ ସମ୍ଭାବନା ସୃଷ୍ଟି ହେବାକୁ ଯାଉଛି । ଡ୍ରୋନ୍ ଏବେ ଔଷଧପତ୍ରକୁ ଘରେ ପହଂଚାଇବା କାମରେ ମଧ୍ୟ ଲାଗିପାରିବ । ବାଡି ବଗିଚାରେ ମଧ୍ୟ କାମରେ ଆସିପାରିବ । ଏବଂ ଏହାର ବ୍ୟବହାର ଜମିର ସର୍ବେକ୍ଷଣ କ୍ଷେତ୍ରରେ ମଧ୍ୟ କରାଯାଉଛି । ମୁଁ ବୁଝୁଛି ଯେ, ଡ୍ରୋନ୍ ଟେକ୍ନୋଲୋଜିର ସଠିକ୍ ବ୍ୟବହାର, ଆମର ପାହାଡି ଇଲାକାଗୁଡିକରେ ଲୋକମାନଙ୍କର ଜୀବନକୁ ସମ୍ପୁର୍ଣ୍ଣ ଭାବେ ବଦଳାଇ ପାରିବ । ଜଙ୍ଗଲଗୁଡିକର ସୁରକ୍ଷା ଏବଂ ସଂରକ୍ଷଣ ପାଇଁ ମଧ୍ୟ ହିମାଚଳରେ ଡ୍ରୋନ୍ ଟେକ୍ନୋଲୋଜିର ବହୁଳ ଭାବରେ କରାଯାଇପାରିବ । କେନ୍ଦ୍ର ସରକାରଙ୍କ ଏହା ନିରନ୍ତର ପ୍ରୟାସ ଯେ ଆଧୁନିକ ଜ୍ଞାନକୌଶଳର ଅଧିକରୁ ଅଧିକ ଉପଯୋଗ ସରକାରୀ ସେବାଗୁଡିକରେ ମଧ୍ୟ ହେଉ ।

ଭାଇ ଓ ଭଉଣୀମାନେ,

ହିମାଚଳ ଆଜି ଦୃତ ବିକାଶର ପଥରେ ଅଗ୍ରସର ହେଉଛି । କିନ୍ତୁ ପ୍ରାକୃତିକ ବିପର୍ଯ୍ୟୟସବୁ ମଧ୍ୟ ଆଜି ହିମାଚଳ ପାଇଁ ବହୁତ ବଡ ଆହ୍ୱାନ ଭାବେ ଉଭା ହୋଇଛି । ବିଗତ ଦିନରେ ଅନେକ ଦୁର୍ଭାଗ୍ୟପୂର୍ଣ୍ଣ ଘଟଣାରେ ଆମକୁ ଅନେକ ସାଥୀଙ୍କୁ ହରାଇବାକୁ ପଡିଛି, ଏଥିପାଇଁ ଆମକୁ  ବୈଜ୍ଞାନିକ ସମାଧାନ ଆଡକୁ ଦୃତ ଗତିରେ ଅଗ୍ରସର େହେବାକୁ ପଡିବ, ଭୂସ୍ଖଳନକୁ ନେଇ ତ୍ୱରିତ ସତର୍କ ସୂଚନା ବ୍ୟବସ୍ଥା ସହ ଜଡିତ ଗବେଷଣାକୁ ପ୍ରୋତ୍ସାହିତ କରିବାକୁ ପଡିବ । ଏତିକି ନୁହେଁ, ପାହାଡିଆ ଅଂଚଳଗୁଡିକର ବିଭିନ୍ନ ଆବଶ୍ୟକତାକୁ ଦୃଷ୍ଟିରେ ରଖି ନିର୍ମାଣ ସହ ଜଡିତ ଜ୍ଞାନକୌଶଳରେ ମଧ୍ୟ ନୂଆ ଅଭିନବତା ନିମନ୍ତେ ଆମର ଯୁବପିଢୀକୁ ଆମକୁ ଅନୁପ୍ରାଣିତ କରିବା ଜାରି ରଖିବାକୁ ପଡିବ ।

ବନ୍ଧୁଗଣ,

ଗାଁ ଏବଂ ଗୋଷ୍ଠୀକୁ ଯୋଡିବାର କେତେ ଯେ ସାର୍ଥକ ପରିଣାମ ମିଳିପାରେ, ଏହାର ବଡ ଉଦାହରଣ ହେଉଛି, ଜଳ ଜୀବନ ମିଶନ୍ । ଆଜି ହିମାଚଳର ସେହିସବୁ କ୍ଷେତ୍ରରେ ମଧ୍ୟ ନଳ ଯୋଗେ ଜଳ ପହଂଚୁଛି, ଯେଉଁଠାରେ କେବେ ଏହାକୁ ଅସମ୍ଭବ ବୋଲି ଧରାରଯାଉଥିଲା । ଏହି ଆଭିମୁଖ୍ୟ ଜଙ୍ଗଲ ସମ୍ପଦକୁ ନେଇ ମଧ୍ୟ ଆପଣା ଯାଇପାରିବ । ଏଥିରେ ଗାଁରେ ଯେଉଁ ଭଉଣୀମାନଙ୍କର ସ୍ୱୟଂ ସହାୟକ ଗୋଷ୍ଠୀ ରହିଛି, ସେସବୁର ଭାଗିଦାରୀରେ ବୃଦ୍ଧି କରାଯାଇପାରିବ । ବିଶେଷକରି ଜଡିବୁଟି, ସାଲାଡ, ପନିପରିବାକୁ ନେଇ ହିମାଚଳର ଜଙ୍ଗଲଗୁଡିକରେ ଅନେକ ସମ୍ଭାବନା ରହିଛି, ଯାହାର ଚାହିଦା ନିରନ୍ତର ଭାବେ ବଢିଚାଲିଛି । ଏହି ସମ୍ପଦକୁ ଆମର ପରିଶ୍ରମୀ ଭଉଣୀମାନେ ବୈଜ୍ଞାନିକ ଉପାୟରେ ଅନେକ ଗୁଣା ବୃଦ୍ଧି କରିପାରିବେ । ଏବେ ତ ଇ-ବାଣିଜ୍ୟର ନୂଆ ମାଧ୍ୟମରେ ଆମର ଭଉଣୀମାନଙ୍କୁ ନୂଆ ଉପାୟ ମଧ୍ୟ ମିଳିପାରୁଛି । ଏହି ୧୫ ଅଗଷ୍ଟରେ ମୁଁ ଲାଲକିଲ୍ଲାରୁ କହିଛି ମଧ୍ୟ ଯେ କେନ୍ଦ୍ର ସରକାର ଏବେ ଭଉଣୀମାନଙ୍କ ସ୍ୱୟଂ ସହାୟକ ଗୋଷ୍ଠୀଗୁଡିକ ନିମନ୍ତେ ସ୍ୱତନ୍ତ୍ର ଅନଲାଇନ ମଂଚ ସ୍ଥାପନ କରିବାକୁ ଯାଉଛନ୍ତି । ଏହି ମାଧ୍ୟମ ଦ୍ୱାରା ଆମର ଭଉଣୀମାନେ ଦେଶ ଦୁନିଆରେ ନିଜର ଉତ୍ପାଦଗୁଡିକୁ ବିକ୍ରୀ କରିପାରିବେ । ସେଓ, କମଳା, କିନ୍ନୁ, ଛତୁ, ବିଲାତି, ଏହିଭଳି ଅନେକ ଉତ୍ପାଦକୁ ହିମାଚଳର ଭଉଣୀମାନେ ଦେଶର କୋଣ ଅନୁକୋଣରେ ପହଂଚାଇ ପାରିବେ । କେନ୍ଦ୍ର ସରକାର ଏକ ଲକ୍ଷ କୋଟି ଟଙ୍କାର ଏକ ସ୍ୱତନ୍ତ୍ର କୃଷି ଭିତିଭୂମୀ ପାଣ୍ଠି ଗଠନ କରିଛନ୍ତି । ଭଉଣୀମାନଙ୍କ ସ୍ୱୟଂ ସହାୟକ ଗୋଷ୍ଠୀ ହେଉ, କୃଷକ ଉତ୍ପାଦକ ସଂଘ ହେଉ, ସେସବୁ ଏହି ପାଣ୍ଠିର ସହାୟତାରେ ନିଜ ନିଜର ଗାଁ ପାଖରେ ହିଁ ଶୀତଳ ଭଣ୍ଡାର ଅବା ଖାଦ୍ୟ ପ୍ରକ୍ରିୟାକରଣ ୟୁନିଟ ପ୍ରତିଷ୍ଠା କରିପାରିବେ । ଏହାଦ୍ୱାରା ନିଜର ଫଳ - ପନିପରିବାର ଭଣ୍ଡାରଣ ନିମନ୍ତେ ସେମାନଙ୍କୁ ଅନ୍ୟମାନଙ୍କ ଉପରେ ନିର୍ଭର ହେବାକୁ ପଡିବ ନାହିଁ । ହିମାଚଳର ଆମ ପରିଶ୍ରମୀ କୃଷକ – ମାଳିମାନେ ଏହାର ଅଧିକରୁ ଅଧିକ ଲାଭ ଉଠାଇବେ, ଏହା ମୋର ପୂର୍ଣ୍ଣ ବିଶ୍ୱାସ ।

ବନ୍ଧୁଗଣ,

ଆଜାଦୀର ଅମୃତ ବେଳାରେ ହିମାଚଳର କୃଷକ ଏବଂ ମାଳୀମାନଙ୍କୁ ଆଉ ଏକ ଅନୁରୋଧ କରିବାକୁ ଚାହିଁବି । ଆଗାମୀ ୨୫ ବର୍ଷରେ ଆମେ କ’ଣ ହିମାଚଳର କୃଷିକୁ ପୁଣିଥରେ ଜୈବିକ କରିବା ପାଇଁ ପ୍ରୟାସ କରିପାରିବା? ଧିରେ ଧିରେ ଆମକୁ ରସାୟନରୁ ନିଜର ମାଟିକୁ ମୁକ୍ତ କରିବାର ଅଛି । ଆମକୁ ଏଭଳି ଭବିଷ୍ୟତ ଆଡକୁ ଅଗ୍ରସର ହେବାର ଅଛି, ଯେଉଁଠାରେ ମାଟି ଏବଂ ଆମର ସନ୍ତାନ ସନ୍ତତିମାନଙ୍କର ସ୍ୱାସ୍ଥ୍ୟ ଭଲ ରହୁଥିବ । ମୋର ହିମାଚଳର ସାମର୍ଥ୍ୟ ଉପରେ ବିଶ୍ୱାସ ରହିଛି । ହିମାଚଳର ଯୁବଶକ୍ତି ଉପରେ ଭରସା ରହିଛି । ଯେଭଳି ସୀମାର ସୁରକ୍ଷାରେ ହିମାଚଳର ଯୁବକମାନେ ଆଗରେ ଅଛନ୍ତି, ସେହିପରି ମାଟିର ସୁରକ୍ଷାରେ ମଧ୍ୟ ଆମ ହିମାଚଳର ପ୍ରତିଟି ଗାଁ, ପ୍ରତ୍ୟେକ କୃଷକ ଅଗ୍ରଣୀ ଭୂମିକା ନିର୍ବାହ କରିବେ । ହିମାଚଳ, ଅସାଧ୍ୟକୁ ସାଧ୍ୟ କରିବାରେ ନିଜର ପରିଚୟକୁ ମଜବୁତ କରିଚାଲୁ । ଏହି କାମନା ସହିତ ପୁଣିଥରେ ଆପଣ ସମସ୍ତଙ୍କୁ ଅନେକ ଅନେକ ଅଭିନନ୍ଦନ । ହିମାଚଳ ସମ୍ପୁର୍ଣ୍ଣ ଟିକାକରଣର ଲକ୍ଷ୍ୟକୁ ମଧ୍ୟ ଦେଶରେ ସର୍ବପ୍ରଥମେ ହାସଲ କରୁ । ଏଥିପାଇଁ ଅନେକ ଶୁଭକାମନା । ଆଜି ସମସ୍ତ ଦେଶବାସୀଙ୍କୁ କରୋନାକୁ ନେଇ ସତର୍କ ରହିବା ପାଇଁ ପୁଣିଥରେ ନିବେଦନ କରିବି । ଏପର୍ଯ୍ୟନ୍ତ ପ୍ରାୟ ୭୦ କୋଟି ଡୋଜ ଟିକା ଲଗାଯାଇ ସାରିଛି । ଏଥିରେ ସମଗ୍ର ଦେଶର ଡାକ୍ତର, ନର୍ସ, ଅଙ୍ଗନବାଡି, ଆଶା କର୍ମୀ ଭଉଣୀମାନଙ୍କର, ସ୍ଥାନୀୟ ପ୍ରଶାସନ, ଟିକା ପ୍ରସ୍ତୁତକାରୀ କର୍ମଚାରୀ ଏବଂ ଭାରତର ବୈଜ୍ଞାନିକମାନଙ୍କର ବହୁତ ବଡ ତପସ୍ୟା ରହିଛି । ଟିକା ଦୃତ ଗତିରେ ଲଗାଯାଉଛି, କିନ୍ତୁ ଆମକୁ କୌଣସି ଉଦାସୀନତା ଓ ଅସାବଧାନତାରୁ ଦୂରେଇ ରହିବାକୁ ପଡିବ । ଏବଂ ମୁଁ ପ୍ରଥମ ଦିନରୁ ଗୋଟିଏ ମନ୍ତ୍ର ଉଚ୍ଚାରଣ କରିଆସୁଛି । ‘ଦବାଇ ଭି କଡାଇ ଭି’ ମନ୍ତ୍ରକୁ ଆମକୁ ଭୁଲିବାର ନାହିଁ । ପୁଣିଥରେ ହିମାଚଳର ଲୋକମାନଙ୍କୁ ଅନେକ ଅନେକ ଶୁଭକାମନା । ବହୁତ ବହୁତ ଧନ୍ୟବାଦ ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Parliament on verge of history, says PM Modi, as it readies to take up women's bills

Media Coverage

Parliament on verge of history, says PM Modi, as it readies to take up women's bills
NM on the go

Nm on the go

Always be the first to hear from the PM. Get the App Now!
...
PM to visit Karnataka on 15th April
April 14, 2026
PM to inaugurate Sri Guru Bhairavaikya Mandira at Sri Kshetra Adichunchanagiri in Mandya
Sri Guru Bhairavaikya Mandira is a memorial dedicated to Sri Sri Sri Dr. Balagangadharanatha Mahaswamiji, the 71st Pontiff of Sri Adichunchanagiri Mahasamsthana Math
PM to also jointly release the book titled “Saundarya Lahari and Shiva Mahimna Stotram” along with former Prime Minister Shri H. D. Deve Gowda ji

Prime Minister, Shri Narendra Modi will visit Karnataka on 15th April 2026. At around 11 AM, Prime Minister will inaugurate the Sri Guru Bhairavaikya Mandira at Sri Kshetra Adichunchanagiri in Mandya district. He will also address the gathering on the occasion.

During the visit, Prime Minister will also jointly release the book titled “Saundarya Lahari and Shiva Mahimna Stotram” along with former Prime Minister Shri H. D. Deve Gowda ji.

Sri Guru Bhairavaikya Mandira is a memorial dedicated to the revered seer, Sri Sri Sri Dr. Balagangadharanatha Mahaswamiji, the 71st Pontiff of Sri Adichunchanagiri Mahasamsthana Math. Constructed in the traditional Dravidian architectural style, the Mandira stands as a tribute to the life and legacy of the late seer. The Mandira is envisioned not only as a place of reverence but also as a source of inspiration for future generations.

Sri Sri Sri Dr. Balagangadharanatha Mahaswamiji was widely respected for his lifelong commitment to social service, having established numerous educational institutions and healthcare facilities. He firmly believed that service to society is the highest form of worship, and his teachings transcended barriers of caste, creed, and region, inspiring millions.