QuoteWe need to follow a new mantra - all those who have come in contact with an infected person should be traced and tested within 72 hours: PM
Quote80% of active cases are from 10 states, if the virus is defeated here, the entire country will emerge victorious: PM
QuoteThe target of bringing down the fatality rate below 1% can be achieved soon: PM
QuoteIt has emerged from the discussion that there is an urgent need to ramp up testing in Bihar, Gujarat, UP, West Bengal, and Telangana: PM
QuoteContainment, contact tracing, and surveillance are the most effective weapons in this battle: PM
QuotePM recounts the experience of Home Minister in preparing a roadmap for successfully tackling the pandemic together with Delhi and nearby states

ନମସ୍କାର!

ଆପଣମାନଙ୍କ ସମସ୍ତଙ୍କ ବାର୍ତ୍ତାଳାପ କରି ମୋତେ ରାଜ୍ୟମାନଙ୍କରେ ବାସ୍ତବ ସ୍ଥିତି ସଂପର୍କରେ ସବିଶେଷ ସୂଚନା ପ୍ରାପ୍ତ ହୋଇପାରିଛି ଏବଂ ମୋର ଏ ସଂପର୍କୀତ ଜ୍ଞାନ ବ୍ୟାପକ ହୋଇଛି । ଏବଂ ମୁଁ ଜାଣିବାକୁ ପାଇଛି ଯେ ଆମେମାନେ ସମସ୍ତେ ଉଚିତ ଦିଗରେ ଆଗକୁ ଅଗ୍ରସର ହୋଇ ଚାଲିଛେ । ଏଭଳି ସୂଚନା ଲଗାତାର ମିଳିବା, ଏ ସଂପର୍କରେ ଚର୍ଚ୍ଚା ହେବା ମଧ୍ୟ ଜରୁରି । କାରଣ, କରୋନା ମହାମାରୀ ଯେଉଁଭଳି ଭାବେ ଆଗକୁ ଆଗକୁ ସମୟ ବିତିବା ସହ ମାଡ଼ି ଚାଲିଛି, ନୂଆ ନୂଆ ପରିସ୍ଥିତିମାନ ସୃଷ୍ଟି ହୋଇଚାଲିଛି ।

ହସପିଟାଲମାନଙ୍କରେ ଚାପ ବଢିଚାଲିଛି, ଆମର ସ୍ୱାସ୍ଥ୍ୟକର୍ମୀମାନଙ୍କ ଉପରେ ଚାପ ବୃଦ୍ଧି ପାଇଚାଲିଛି । ପ୍ରତିଦିନିଆ ଜୀବନ ଜୀବିକା କାମରେ ନା ରହିଛି ନିରନ୍ତରତା, ନା ରହିଛି ଆତଯାତ । ପ୍ରତିଦିନ ନୂଆ ନୂଆ ଚାଲେଞ୍ଜମାନ ଆମ ସମ୍ମୁଖରେ ଉଭା ହୋଇଚାଲିଛି । ମୁଁ ସନ୍ତୁଷ୍ଟ ଯେ ପ୍ରତ୍ୟେକ ରାଜ୍ୟ ନିଜ ନିଜ ସ୍ତରରେ ଏହି ମହାମାରୀ ବିରୋଧରେ ସେମାନଙ୍କର ଲଢ଼େଇ ଜାରି ରଖିଛନ୍ତି ଏବଂ କେନ୍ଦ୍ର ସରକାର ହୋଇଥାନ୍ତୁ କିମ୍ବା ରାଜ୍ୟ ସରକାର, ଆମେ ଅନୁଭବ କରିପାରିଛୁ ଯେ ଆମେ ନିରବଚ୍ଛିନ୍ନ ଭାବେ ସଂଘବଦ୍ଧ ହୋଇ ଏ ସଂଗ୍ରାମ ଜାରି ରଖିପାରିଛୁ ଏବଂ ଏହି ଟିମ୍‌ ସ୍ପିରିଟ୍‌ ଯାହା ଆମକୁ ଏହାର ପରିଣାମ ଆଣି ପହଞ୍ଚାଇଛି ଏବଂ ସଫଳତା ପ୍ରଦାନ କରିଛି । ଏଭଳି ବିରାଟ ସଂକଟର ଘଡ଼ିରେ ଆମେ ଯେଉଁଭଳି ଭାବେ ସଭିଏଁ ଏକ ମନରେ ମିଳିମିଶି ଏହାର ମୁକାବିଲା କରୁଛୁ, ସେଥିରୁ ସମସ୍ତେ ସାଥୀରେ ମିଶି କାମ କରିବା ସବୁଠାରୁ ବଳି ବଡ଼ କାମ ।

|

ସମସ୍ତ ମାନନୀୟ ମୁଖ୍ୟମନ୍ତ୍ରୀଜୀ, ଆଜି 80 ପ୍ରତିଶତ ସକ୍ରିୟ କରୋନା ସଂକ୍ରମଣର ଯେଉଁ ମାମଲା ରହିଛି ତାହା କେବଳ 10ଟି ରାଜ୍ୟରୁ ହିଁ ଆସିଥିବାର ଜଣା ପଡ଼ିଛି ଏବଂ ସେଇଥିପାଇଁ କରୋନା ବିରୋଧରେ ଏହି ସଂଗ୍ରାମରେ ସମସ୍ତ ରାଜ୍ୟଙ୍କର ବହୁତ ବଡ଼ ଭୂମିକା ରହିଛି ବୋଲି ଆମେ ଅନୁଭବ କରିପାରୁଛୁ । ଆଜି ଦେଶରେ ମୋଟ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା 6 ଲକ୍ଷରୁ ମଧ୍ୟ ଅଧିକ ହୋଇସାରିଛି ଯେଉଁମାନଙ୍କ ଭିତରୁ ଅଧିକତର ମାମଲା ଆମର ଏହି ଦଶଟି ରାଜ୍ୟରୁ ହିଁ ହୋଇଥିବା ଜଣାପଡ଼ିଛି । ସେଇଥିପାଇଁ ଏହା ଜରୁରି ଆବଶ୍ୟକ ଯେ ଏହି ଦଶଟି ରାଜ୍ୟଙ୍କ ସହିତ ଏକତ୍ର ବସି ଆମେ ପରିସ୍ଥିତିର ସମୀକ୍ଷା କରିବା ଦରକାର, ଚର୍ଚ୍ଚା କରିବା ଉଚିତ ଏବଂ ସେମାନେ ଏ ଦିଗରେ ଯେଉଁ ଯେଉଁ ଶ୍ରେଷ୍ଠ ପ୍ରତିକାର ପନ୍ଥା ଆପଣାଇଛନ୍ତି, କି କି ପ୍ରକାର ନୂଆ ନୂଆ ପଦକ୍ଷେପମାନ ଗ୍ରହଣ କରିଛନ୍ତି, ତାହା ସଭିଏଁ ଜାଣିବା ବାଂଛନୀୟ । ଏକଥା ସମସ୍ତଙ୍କ ଧ୍ୟାନକୁ ଆସିବା ଦରକାର କାରଣ ପ୍ରତ୍ୟେକଙ୍କର କୌଣସି ନା କୌଣସି ନିଜ ନିଜର ଉପାୟ ରହିଛି, ପ୍ରୟାସ ରହିଛି । ସେମାନେ ନିଜ ନିଜ ଢ଼ଙ୍ଗରେ ତାହା କରିଚାଲିଛନ୍ତି ଏବଂ ଆଜିର ଏହି ଚର୍ଚ୍ଚାରେ ଆମେ ପରସ୍ପରର ଅନୁଭବରୁ ଢ଼େର୍‌ କିଛି ଶିଖିବାକୁ, ବୁଝିବାର ଅବସର ମିଳିପାରିଛି ।

କେଉଁଠି ନା କେଉଁଠି ଗୋଟିଏ ଭାବନା ବାହାରି ଆସିପାରିଛି ଯେ ଯଦି ଆମେ ସମସ୍ତେ ମିଳିମିଶି ନିଜର ଏହି ଦଶଟି ରାଜ୍ୟ ଯାହାକି ସର୍ବାଧିକ କରୋନା ଆକ୍ରାନ୍ତ, ସେଠାରେ ଏହି ମହାମାରୀକୁ ହରାଇ ପାରିବା, ତେବେ ଏହା ଆମର ସବୁଠାରୁ ବଡ଼ ବିଜୟ ହେବ!
ସାଥୀଗଣ, ପରୀକ୍ଷଣର ସଂଖ୍ୟା ବଢ଼ାଯାଇ ଏବେ ଏହା ପ୍ରତିଦିନ 7 ଲକ୍ଷରେ ପହଞ୍ଚି ସାରିଛି ଏବଂ ଲଗାତାର ଏହା ବଢ଼ି ବଢ଼ି ଚାଲିଛି ।

|

ଏହାଦ୍ୱାରା କରୋନା ସଂକ୍ରମଣକୁ ଚିହ୍ନଟ କରିବା ଏବଂ ଏହାକୁ ରୋକିବା ସକାଶେ ଆମକୁ ସବୁଠାରୁ ବଡ଼ ସାହାଯ୍ୟ ମିଳିପାରୁଛି । ଆଜି ଆମେ ଏହାର ପରିଣାମ ଦେଖି ପାରୁଛେ । ଆମର ଏଠାରେ ହାରାହାରି ମୃତ୍ୟୁ ହାର ପୂର୍ବରୁ ମଧ୍ୟ ବିଶ୍ୱର ହାରାହାରି ମାତ୍ରା ଠାରୁ କମ୍‌ ଥିଲା, ଏକଥା ନିଶ୍ଚିତ ରୂପେ ସନ୍ତୋଷର କଥା ଏବଂ ଏହା ଲଗାତାର ଭାବେ କମି ଚାଲିଛି । ସକ୍ରିୟ ସଂକ୍ରମଣ ମାମଲା ପ୍ରତିଶତରେ ମଧ୍ୟ କମି ଆସିଛି । ଆରୋଗ୍ୟ ହାର କ୍ରମାଗତ ଭାବେ ବଢ଼ି ବଢ଼ି ଚାଲିଛି । ଏଭଳି ପରିସ୍ଥିତିରେ ମଧ୍ୟ ସୁଧାର ଆସୁଛି । ଏହାର ଅର୍ଥ ହେଲା ଏଇଆ ଯେ ଆମର ପ୍ରୟାସ ପ୍ରମାଣସିଦ୍ଧ ହୋଇ ଚାଲିଛି । ସବୁଠାରୁ ବଡ଼ କଥାଟି ହେଲା, ଏହାଦ୍ୱାରା ଲୋକମାନଙ୍କ ମନରେ ମଧ୍ୟ ଏକ ଭରସା ବୃଦ୍ଧି ପାଇଛି, ଆତ୍ମ ବିଶ୍ୱାସ ବଢ଼ିଛି ଏବଂ ସେମାନଙ୍କ ମନରେ ଥିବା ଭୟର ମାନସିକତା ଓ ବାତାବରଣରେ ମଧ୍ୟ କମି ଆସିଛି ।

ଆମେ ଯେତେ ଯେତେ ପରୀକ୍ଷା ମାତ୍ରା ବଢ଼ାଇ ଚାଲିବା, ଆମର ଏହି ସଫଳତା ଆଗକୁ ଆହୁରି ବଢ଼ି ବଢ଼ି ଚାଲିବ ଏବଂ ଗୋଟିଏ ଆଶ୍ୱସ୍ତିର ଭାବ ଆମକୁ ଅନୁଭୂତ ହେବ । ଆମେ ମୃତ୍ୟୁହାରକୁ 1 ପ୍ରତିଶତ ଠାରୁ ମଧ୍ୟ ତଳକୁ ଖସାଇବାର ଯେଉଁ ଲକ୍ଷ୍ୟ ରଖିଛେ, ସେହି ଦିଗରେ ଆମେ ଯଦି ଆଉ ସାମାନ୍ୟ ଅଧିକ ପ୍ରୟାସ କରିବା, ତେବେ ତାହା 1 ପ୍ରତିଶତ ଠାରୁ ସୁଦ୍ଧା ଆହୁରି ତଳକୁ ଖସି ପାରିବ । ଏ ଲକ୍ଷ୍ୟ ଆମେ ଅବଶ୍ୟ ହାସଲ କରିପାରିବା ଏବଂ ଆଗକୁ ଆମମାନଙ୍କୁ କ’ଣ କରିବାର ଅଛି, କେମିତି ବଢ଼ିବାର ଅଛି, ତାହାକୁ ନେଇ ବେଶ୍‌ ସ୍ପଷ୍ଟତା ଆମମାନଙ୍କ ମଧ୍ୟରୁ ବାହାରି ପାରିଛି । ଏକ ପ୍ରକାର ତୃଣମୂଳ ସ୍ତର ପର୍ଯ୍ୟନ୍ତ ସମସ୍ତ ଲୋକଙ୍କ ମନରେ ତାହା କିପରି ପହଞ୍ଚି ପାରିଛି ତାହା ବିସ୍ମୟର କଥା । ସେମାନେ ପରସ୍ପର ମଧ୍ୟରେ ପଚରା ପଚରି ହେଉଛନ୍ତି- ଭାଇ ଆଗକୁ କ’ଣ କରିବାର ଅଛି, କେମିତି କରିବାର ଅଛି, କେତେବେଳେ କରିବାର ଅଛି, ଏହି କଥା ଭାରତର ପ୍ରତ୍ୟେକ ନାଗରିକଙ୍କ ପର୍ଯ୍ୟନ୍ତ ଆମକୁ ପହଞ୍ଚାଇବାକୁ ପଡ଼ିବ ।

ଏବେ ଦେଖନ୍ତୁ, ଯେଉଁସବୁ ରାଜ୍ୟରେ କରୋନା ନମୁନା କମ୍‌ ପରୀକ୍ଷା କରାଯାଉଛି ଏବଂ ଯେଉଁଠାରେ ପଜିଟିଭ୍‌ ହାର ଅଧିକ ରହିଛି, ସେଠାରେ ଟେଷ୍ଟିଂ ବଢ଼ାଯିବାର ବାସ୍ତବତା ଏବଂ ଆବଶ୍ୟକତା ସାମ୍ନାକୁ ଆସିଛି । ବିଶେଷ କରି, ବିହାର, ଗୁଜରାଟ, ଉତ୍ତର ପ୍ରଦେଶ, ପଶ୍ଚିମବଙ୍ଗ ଏବଂ ତେଲଙ୍ଗାନା, ସେଠାରେ ଟେଷ୍ଟିଂ ବଢ଼ାଯିବା ଉପରେ ବିଶେଷ ଗୁରୁତ୍ୱ ପ୍ରଦାନ କରିବା ପରେ ଆମମାନଙ୍କ ସମ୍ମୁଖକୁ ଏକ ନୂଆ ଚିତ୍ର ଆସିଛି ।

ସାଥୀଗଣ, ଏପର୍ଯ୍ୟନ୍ତ ଆମର ଅନୁଭବ ରହିଛି ଯେ କରୋନା ବିରୋଧରେ କଣ୍ଟେନମେଣ୍ଟ୍‌, ସଂସ୍ପର୍ଶ ଠାବ କରିବା ଏବଂ ସଚେତନ ରହିବା – ଏହା ହେଉଛି ସବୁଠାରୁ ବଳି ପ୍ରଭାବୀ ଅସ୍ତ୍ର । ଏବେ ସାଧାରଣ ଜନତା ଏହି କଥାକୁ ବୁଝି ପାରୁଛନ୍ତି, ଲୋକମାନେ ସଂପୂର୍ଣ୍ଣ ରୂପେ ସହଯୋଗ କରୁଛନ୍ତି । ଏଭଳି ସଚେତନତା ଆମ ସମସ୍ତଙ୍କର ପ୍ରୟାସର ହିଁ ସୁପରିଣାମ ଦିଗରେ ଆମମାନଙ୍କୁ ଆଗକୁ ଅଗ୍ରସର ହେବାକୁ ପ୍ରେରଣା ଯୋଗାଉଛି । ଘରୋଇ ସଙ୍ଗରୋଧର ବ୍ୟବସ୍ଥା ଏହି କାରଣରୁ ଆଜି ଏତେ ଉତ୍ତମ ରୂପେ ଲାଗୁ ହୋଇପାରିଛି ।

ବିଶେଷଜ୍ଞମାନେ ଏବେ ଏକଥା କହୁଛନ୍ତି ଯେ ଯଦି ଆମେ ସଂକ୍ରମଣର 72 ଘଣ୍ଟା ଭିତରେ ସଂକ୍ରମିତ ବ୍ୟକ୍ତିଙ୍କୁ ଚିହ୍ନଟ କରିପାରିବା, ତେବେ ସଂକ୍ରମଣକୁ ଢ଼େର୍‌ ମାତ୍ରାରେ ହ୍ରାସ କରାଯାଇପାରିବ ଏବଂ ସେଇଥିପାଇଁ ମୋର ଆପଣମାନଙ୍କୁ ସମସ୍ତଙ୍କୁ ନିବେଦନ ଯେ ଯେମିତି ହାତ ଧୋଇବା ଆଲୋଚନା ହେଉଛି, ଦୁଇ ଗଜ ଦୂରତା ରକ୍ଷା କଥା ଆଲୋଚନା ହେଉଛି, ମାସ୍କ ପିନ୍ଧିବା କଥା ଆଲୋଚନା ହେଉଛି, ସର୍ବସାଧାରଣ ସ୍ଥାନରେ କେଉଁଠି ଛେପ ନପକାଇବାକୁ ଆମେ ଅନ୍ୟମାନଙ୍କୁ ନିବେଦନ କରୁଛେ, ଏହିସବୁ କାର୍ଯ୍ୟ ସହ ଏବେ ସରକାରମାନଙ୍କ ଭିତରେ ଏବଂ ସରକାରୀ ବ୍ୟବସ୍ଥାରେ ଗୋଟିଏ ନୂଆ ମନ୍ତ୍ର କରୋନା ସଂପର୍କରେ ସମସ୍ତଙ୍କ ନିକଟରେ ପହଞ୍ଚାଯିବା ଆବଶ୍ୟକ । ତାହା ହେଲା ଯାହାର କରୋନା ହୋଇଥାଉ ନା କାହିଁକି 72 ଘଣ୍ଟା ଭିତରେ ତାଙ୍କ ସଂସ୍ପର୍ଶରେ ଆସିଥିବା ସମସ୍ତଙ୍କୁ ଚିହ୍ନଟ କରାଯିବା, ସେମାନଙ୍କର ନମୁନା ପରୀକ୍ଷା ହେବା ଦରକାର । ଏହାର ଚିହ୍ନଟ ହେବା ଦରକାର । ସେଥିପାଇଁ ଯାହା ଯାହା ଆବଶ୍ୟକ, ସେପରି ବ୍ୟବସ୍ଥା ଗ୍ରହଣ କରାଯିବା ଉଚିତ । ଯଦି ଏହି 72 ଘଣ୍ଟା ବାଲା ଫର୍ମୁଲା ଉପରେ ଆମେ ଜୋର ଦେବା, ତେବେ ଆପଣମାନେ ଧରି ନିଅନ୍ତୁ ଯେ ବାକି ଯେଉଁ ଯେଉଁ କାର୍ଯ୍ୟ ରହିଲା ସେଥି ସହ ଏହାକୁ ଯୋଡ଼ି ଦିଆଯିବା ଦରକାର । 72 ଘଣ୍ଟା ଭିତରେ ଏହି ସମସ୍ତ କାର୍ଯ୍ୟ ସଂପାଦନ କରାଯିବା ବାଂଛନୀୟ ।

|

ଏବେ ଟେଷ୍ଟିଂ ନେଟୱାର୍କ ବ୍ୟତୀତ ଆରୋଗ୍ୟ ସେତୁ ଆପ୍‌ ଆମ ପାଖରେ ଉପଲବ୍ଧ ରହିଛି । ଆରୋଗ୍ୟ ସେତୁ ସହାୟତାରେ ଯଦି ଆମର ଗୋଟିଏ ଟିମ୍‌ ନିୟମିତ ଭାବେ ଏହାର ବିଶ୍ଳେଷଣ କରିପାରିବ ତେବେ ଖୁବ୍‌ ସହଜରେ ଗୋଟିଏ ଅଞ୍ଚଳରୁ ଯେଉଁସବୁ ଅଭିଯୋଗ ଆସୁଛି ସେଠାରେ ଆମେ ଅତି ସହଜରେ ପହଞ୍ଚିପାରିବା । ଆମେ ଦେଖିଛୁ ଯେ ହରିୟାଣାର କିଛି ଜିଲ୍ଲା, ଉତ୍ତର ପ୍ରଦେଶର କିଛି ଜିଲ୍ଲା ଏବଂ ଦିଲ୍ଲୀ, ଏଭଳି ଏକ କାଳଖଣ୍ଡର ସାମ୍ନା କରିଛନ୍ତି ଯେ ତାହା ସମସ୍ତଙ୍କ ପାଇଁ ବଡ଼ ଚିନ୍ତାର ବିଷୟ ପାଲଟିଥିଲା । ସରକାର ମଧ୍ୟ ଦିଲ୍ଲୀରେ ଏଭଳି ଘୋଷଣା କରିଥିଲେ ଯେ ଲାଗୁଥିଲା ଯେପରି ବଡ଼ ସଂକଟ ସୃଷ୍ଟି ହେବ । ସେତେବେଳେ ମୁଁ ଗୋଟିଏ ସମୀକ୍ଷା ବୈଠକ ଡ଼କାଇଲି ଏବଂ ଆମର ସ୍ୱରାଷ୍ଟ୍ର ମନ୍ତ୍ରୀ ଶ୍ରୀମାନ ଅମିତ ଶାହଜୀଙ୍କ ନେତୃତ୍ୱରେ ଏକ ଟିମ୍‌ ଗଠନ କରାଗଲା ଏବଂ ନୂତନ ଢ଼ଙ୍ଗରେ ସାରା ପ୍ରୟାସ ଆରମ୍ଭ କରାଯାଇଥିଲା । ଦିଲ୍ଲୀରେ ବହୁତ ବଡ଼ ମାତ୍ରାରେ ଆମେ ଯାହା ଚାହୁଁଥିଲୁ ସେହି ପରିଣାମ ଆମକୁ ପ୍ରାପ୍ତ ହେଲା ।

ମୁଁ ଯାହା ବୁଝୁଛି ସମସ୍ୟା ଯେତେ ବଡ଼ ଚିତ୍ର ଆମମାନଙ୍କ ସମ୍ମୁଖରେ ପ୍ରଦର୍ଶନ କରୁନା କାହିଁକ, କିନ୍ତୁ ଯଦି ଆମେ ଅତି ସିଷ୍ଟମେଟିକ୍‌ ଢ଼ଙ୍ଗରେ ଆଗକୁ ଅଗ୍ରସର ହେବା ତା’ହେଲେ ଆମେ ସେଭଳି ସମସ୍ୟାକୁ ସପ୍ତାହେ କିମ୍ବା 10 ଦିନ ଭିତରେ ନିଜ ଅନୁସାରେ ଆୟତ୍ତକୁ ଆଣିପାରିବା ଏବଂ ଆମେ ଏକଥା ଅନୁଭବ କରି ଦେଖିଛୁ ଏବଂ ଏହି ରଣନୀତିର ଯେଉଁ ବିନ୍ଦୁ ରହିଛି, କଣ୍ଟେନମେଣ୍ଟନ ଜୋନକୁ ସଂପୂର୍ଣ୍ଣ ରୂପେ ପୃଥକ୍‌ କରି ରଖିବା, ଯେଉଁଠି ଆବଶ୍ୟକ ପଡ଼ିବ ସେଠାରେ ମାଇକ୍ରୋ କଣ୍ଟେନମେଣ୍ଟ୍‌ ଜୋନ୍‌ର ଲାଗୁ କରିବା, ଶତ ପ୍ରତିଶତ ସ୍କ୍ରିନିଂ କରିବା, ରିକ୍ସା- ଅଟୋ‌ଚାଳକ ଏବଂ ଘରେ କାମ କରୁଥିବା ଲୋକଙ୍କୁ ମଧ୍ୟ ତଥା ହାର୍ଡ଼ ରିସ୍କରେ ଥିବା ଲୋକମାନଙ୍କ ସ୍କ୍ରିନିଂ ସଂପୂର୍ଣ୍ଣ କରିନେବା ଆବଶ୍ୟକ । ଆଜି ଏହିସବୁ ପ୍ରୟାସ ଫଳରେ ଆମକୁ ଯେଉଁ ପରିଣାମ ମିଳିପାରିଛି ତାହା ଆମ ସମ୍ମୁଖରେ ରହିଛି । ହସପିଟାଲଗୁଡ଼ିକର ଉତ୍ତମ ପରିଚାଳନା, ଆଇସିୟୁର ସଂଖ୍ୟା ବୃଦ୍ଧି ଭଳି ପ୍ରୟାସ ମଧ୍ୟ କରାଯାଇଛି ।

ସାଥୀଗଣ, ସବୁଠାରୁ ଅଧିକ ପ୍ରଭାବୀ ହେଉଛି ଆପଣମାନଙ୍କ ଅନୁଭବ । ଆପଣମାନଙ୍କ ରାଜ୍ୟରେ ଯାହା ବାସ୍ତବ ସ୍ଥିତି ରହିଛି ତାହା ଉପରେ ନିରନ୍ତର ଦୃଷ୍ଟି ରଖିବାର ଯେଉଁ ଆବଶ୍ୟକତା ରହିଛି, ତାହାର ସୁଫଳ ମିଳିଥିବା ସଫଳତାରୁ ସ୍ପଷ୍ଟ ଏବଂ ତାହା ଆମମାନଙ୍କୁ ଆଗକୁ ଅଗ୍ରସର ହେବାର ମାର୍ଗ ପ୍ରଦର୍ଶନ କରିବ । ଆଜି ପର୍ଯ୍ୟନ୍ତ ଆମେମାନେ ଯାହା କିଛି କରିପାରିଛୁ, ସାହା ଆପଣମାନଙ୍କ ସମସ୍ତଙ୍କ ଅନୁଭବର କଥା ଏବଂ ସେଥିରେ ଆପଣମାନଙ୍କର ପର୍ଯ୍ୟାପ୍ତ ସହଯୋଗ ରହିଛି ।

ମୋର ବିଶ୍ୱାସ ଯେ ଆପଣମାନଙ୍କ ଏହି ଅନୁଭବର ଶକ୍ତିରେ ଦେଶର ଏହି ଯୁଦ୍ଧ ସଂପୂର୍ଣ୍ଣ ରୂପେ ଜିତାଯାଇ ପାରିବ ଏବଂ ଏକ ନୂତନ ଶୁଭାରମ୍ଭ ହେବ । ଆପଣମାନଙ୍କର ଯଦି ଅନ୍ୟ କୌଣସି ପରାମର୍ଶ ଥାଏ, କୌଣସି କଥା କହିବାର ଥାଏ, ସବୁଥର ପରି ମୁଁ ସଦାବେଳେ ଆପଣମାନଙ୍କ ପାଇଁ ଉପଲବ୍ଧ ରହିଛି । ଆପଣମାନେ ନିଶ୍ଚୟ ତାହା ବତାନ୍ତୁ ଏବଂ ମୁଁ ଆପଣମାନଙ୍କୁ ବିଶ୍ୱାସ ଦେବାକୁ ଚାହେଁ ସରକାରଙ୍କର ସବସ୍ତ ଅଧିକାରୀ ମଧ୍ୟ ଆଜି ଉପସ୍ଥିତ ଅଛନ୍ତି ।

ଯେଉଁ ଯେଉଁ କଥା ଆପଣମାନେ ପଚାରିଛନ୍ତି, ଯେଉଁଥି ପାଇଁ ଚିନ୍ତା କରିବା ସକାଶେ କହୁଛନ୍ତି ଟିମ୍‌ ସଂପୂର୍ଣ୍ଣ ରୂପେ ତୁରନ୍ତ ଏହାକୁ ଆଗକୁ ବଢ଼ାଇବ । କିନ୍ତୁ ଆମେ ସଭିଏଁ ଏକଥା ଭଲଭାବେ ଜାଣୁ ଯେ ଏ ଯେଉଁ କାଳଖଣ୍ଡ, ଶ୍ରାବଣ, ଭାଦ୍ରବ ଏବଂ ଦୀପାବଳୀ ପର୍ଯ୍ୟନ୍ତ, ତା’ହେଲେ କିଛି ମାତ୍ରାରେ ଏହି ବେମାରୀ ଓ ଅନ୍ୟ ବେମାରୀର ବାତାବରଣ ମଧ୍ୟ ସୃଷ୍ଟି ହୋଇପାରେ ତାହାକୁ ଆମେ ସମ୍ଭାଳିବାକୁ ପଡ଼ିବ । ମୋର ବିଶ୍ୱାସ ଯେ ଆମେ ମୃତ୍ୟୁହାରକୁ 1 ପ୍ରତିଶତ ତଳେ ରଖିବା ନିମନ୍ତେ ଯେଉଁ ଲକ୍ଷ୍ୟ ରଖିଛେ, ଆରୋଗ୍ୟ ହାର ଦ୍ରୁତ ଗତିରେ ଆଗକୁ ବଢ଼ାଇବାର ଲକ୍ଷ୍ୟ, 72 ଘଣ୍ଟା ଭିତରେ ସଂକ୍ରମିତ ବ୍ୟକ୍ତିଙ୍କ ପର୍ଯ୍ୟନ୍ତ ପହଞ୍ଚିବାର ବ୍ୟବସ୍ଥା କରିବା, ଏହି ମନ୍ତ୍ର ଉପରେ ଆମକୁ ଫୋକସ୍‌ କରି ସକଳ ପ୍ରକାର କାର୍ଯ୍ୟ କରିବାକୁ ପଡ଼ିବ । ତେବେ ଯେଉଁ 10ଟି ରାଜ୍ୟ ଯେଉଁଠାରେ 80 ପ୍ରତିଶତ କେଶ୍‌ ରହିଛି, ଆମର ସେହି 10ଟି ରାଜ୍ୟ ଯେଉଁଠାରେ 82 ପ୍ରତିଶତ ମୃତ୍ୟୁ ଘଟିଛି, ଆମର ସେହି 10ଟି ରାଜ୍ୟର ସ୍ଥିତିକୁ ଆମେ ସଂପୂର୍ଣ୍ଣ ରୂପେ ବଦଳାଇ ଦେଇପାରିବା । ଆମେ ସେହି 10ଟି ରାଜ୍ୟ ଏକତ୍ର ମିଶି ଭାରତକୁ ବିଜୟୀ କରିପାରିବା ଏବଂ ମୋର ପୂର୍ଣ୍ଣ ବିଶ୍ୱାସ ଯେ ଆମେ ଏହି କାର୍ଯ୍ୟ ନିଶ୍ଚିତ ରୂପେ କରିପାରିବା । ମୁଁ ପୁଣି ଥରେ, ଆପଣମାନଙ୍କର ଢ଼େର୍‌ ସମୟ ନେଇଛି, ସମୟର ସ୍ୱଳ୍ପତା ସତ୍ତ୍ୱେ ଆପଣମାନେ ସମସ୍ତେ ଏତେ ଉତ୍ତମ ଢ଼ଙ୍ଗରେ ସବୁ କଥା ଉପସ୍ଥାପନ କରିପାରିଛନ୍ତି ।

ମୁଁ ଆପଣମାନଙ୍କୁ ସମସ୍ତଙ୍କୁ ବହୁତ ବହୁତ ଧନ୍ୟବାଦ ଜ୍ଞାପନ କରୁଛି ।

  • Jitender Kumar BJP Haryana State President December 17, 2024

    CM friend House in Village Musepur District Rewari Haryana 123401
  • Jitender Kumar BJP Haryana State President December 17, 2024

    My House in Village Musepur District Rewari Haryana 123401
  • Jitender Kumar BJP Haryana State President December 17, 2024

    Jitender Kumar BJP Haryana 🇮🇳
  • Laxman singh Rana June 11, 2022

    नमो नमो 🇮🇳🌷
  • Laxman singh Rana June 11, 2022

    नमो नमो 🇮🇳
  • शिवकुमार गुप्ता March 06, 2022

    जय भारत
  • शिवकुमार गुप्ता March 06, 2022

    जय हिंद
  • शिवकुमार गुप्ता March 06, 2022

    जय श्री सीताराम
  • शिवकुमार गुप्ता March 06, 2022

    जय श्री राम
Explore More
ପ୍ରତ୍ୟେକ ଭାରତୀୟଙ୍କ ରକ୍ତ ତାତିଛି  : 'ମନ କୀ ବାତ' ରେ ପ୍ରଧାନମନ୍ତ୍ରୀ ମୋଦୀ

ଲୋକପ୍ରିୟ ଅଭିଭାଷଣ

ପ୍ରତ୍ୟେକ ଭାରତୀୟଙ୍କ ରକ୍ତ ତାତିଛି : 'ମନ କୀ ବାତ' ରେ ପ୍ରଧାନମନ୍ତ୍ରୀ ମୋଦୀ
‘From one chaiwala to another’: UK-based Indian tea seller gets viral ‘chai connect’ moment with PM Modi, Keir Starmer

Media Coverage

‘From one chaiwala to another’: UK-based Indian tea seller gets viral ‘chai connect’ moment with PM Modi, Keir Starmer
NM on the go

Nm on the go

Always be the first to hear from the PM. Get the App Now!
...
List of Outcomes: State Visit of Prime Minister to Maldives
July 26, 2025
SI No.Agreement/MoU

1.

Extension of Line of Credit (LoC) of INR 4,850 crores to Maldives

2.

Reduction of annual debt repayment obligations of Maldives on GoI-funded LoCs

3.

Launch of India-Maldives Free Trade Agreement (IMFTA) negotiations

4.

Joint issuance of commemorative stamp on 60th anniversary of establishment of India-Maldives diplomatic relations

SI No.Inauguration / Handing-over

1.

Handing-over of 3,300 social housing units in Hulhumale under India's Buyers' Credit facilities

2.

Inauguration of Roads and Drainage system project in Addu city

3.

Inauguration of 6 High Impact Community Development Projects in Maldives

4.

Handing-over of 72 vehicles and other equipment

5.

Handing-over of two BHISHM Health Cube sets

6.

Inauguration of the Ministry of Defence Building in Male

SI No.Exchange of MoUs / AgreementsRepresentative from Maldivian sideRepresentative from Indian side

1.

Agreement for an LoC of INR 4,850 crores to Maldives

Mr. Moosa Zameer, Minister of Finance and Planning

Dr. S. Jaishankar, External Affairs Minister

2.

Amendatory Agreement on reducing annual debt repayment obligations of Maldives on GoI-funded LoCs

Mr. Moosa Zameer, Minister of Finance and Planning

Dr. S. Jaishankar, External Affairs Minister

3.

Terms of Reference of the India-Maldives Free Trade Agreement (FTA)

Mr. Mohamed Saeed, Minister of Economic Development and Trade

Dr. S. Jaishankar, External Affairs Minister

4.

MoU on cooperation in the field of Fisheries & Aquaculture

Mr. Ahmed Shiyam, Minister of Fisheries and Ocean Resources

Dr. S. Jaishankar, External Affairs Minister

5.

MoU between the Indian Institute of Tropical Meteorology (IITM), Ministry of Earth Sciences and the Maldives Meteorological Services (MMS), Ministry of Tourism and Environment

Mr. Thoriq Ibrahim, Minister of Tourism and Environment

Dr. S. Jaishankar, External Affairs Minister

6.

MoU on cooperation in the field of sharing successful digital solutions implemented at population scale for Digital Transformation between Ministry of Electronics and IT of India and Ministry of Homeland Security and Technology of Maldives

Mr. Ali Ihusaan, Minister of Homeland Security and Technology

Dr. S. Jaishankar, External Affairs Minister

7.

MoU on recognition of Indian Pharmacopoeia (IP) by Maldives

Mr. Abdulla Nazim Ibrahim, Minister of Health

Dr. S. Jaishankar, External Affairs Minister

8.

Network-to-Network Agreement between India’s NPCI International Payment Limited (NIPL) and Maldives Monetary Authority (MMA) on UPI in Maldives

Dr. Abdulla Khaleel, Minister of Foreign Affairs

Dr. S. Jaishankar, External Affairs Minister