ତ୍ରିନିଦାଦ ଏବଂ ଟୋବାଗୋରେ ଭାରତୀୟ ସମୁଦାୟର ଯାତ୍ରା ସାହସ ଉପରେ ଆଧାରିତ: ପ୍ରଧାନମନ୍ତ୍ରୀ
ମୁଁ ନିଶ୍ଚିତ ଯେ ଆପଣମାନେ ସମସ୍ତେ 500 ବର୍ଷ ପରେ ରାମ ଲଲ୍ଲା ଅଯୋଧ୍ୟାକୁ ଫେରିବା ପରେ ବହୁତ ଆନନ୍ଦର ସହିତ ସ୍ୱାଗତ କରିଛନ୍ତି: ପ୍ରଧାନମନ୍ତ୍ରୀ
ପ୍ରବାସୀ ଭାରତୀୟ ଆମର ଗର୍ବ: ପ୍ରଧାନମନ୍ତ୍ରୀ
ପ୍ରବାସୀ ଭାରତୀୟ ଦିବସରେ, ମୁଁ ବିଶ୍ୱବ୍ୟାପୀ ଗିରମିତିଆ ସମ୍ପ୍ରଦାୟକୁ ସମ୍ମାନିତ କରିବା ଏବଂ ସେମାନଙ୍କ ସହିତ ସଂଯୋଗ ସ୍ଥାପନ କରିବା ପାଇଁ ଅନେକ ପଦକ୍ଷେପ ଘୋଷଣା କରିଛି: ପ୍ରଧାନମନ୍ତ୍ରୀ
ମହାକାଶ କ୍ଷେତ୍ରରେ ଭାରତର ସଫଳତା ଅତୁଳନୀୟ : ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ କମଲା ପ୍ରସାଦ ବିସେସର ଜୀ,

ମନ୍ତ୍ରିମଣ୍ଡଳର ସଦସ୍ୟଗଣ,

ଆଜି ଉପସ୍ଥିତ ସମସ୍ତ ମାନ୍ୟଗଣ୍ୟ ବ୍ୟକ୍ତି,

ପ୍ରବାସୀ ଭାରତୀୟମାନେ,

ମହିଳା ଏବଂ ଭଦ୍ରବ୍ୟକ୍ତିମାନେ,

ନମସ୍କାର!

ସୀତା ରାମ!

ଜୟ ଶ୍ରୀ ରାମ!

ଆପଣ କିଛି ମନେ ପକାଇପାରିବେ କି.... ଏହା କେମିତି ସଂଯୋଗ ଅଟେ!

ଆଜି ସନ୍ଧ୍ୟାରେ ଆପଣମାନଙ୍କ ସହିତ ରହିବା ମୋ ପାଇଁ ଅତ୍ୟନ୍ତ ଗର୍ବ ଏବଂ ଆନନ୍ଦର ବିଷୟ। ମୁଁ ପ୍ରଧାନମନ୍ତ୍ରୀ କମଲା ଜୀଙ୍କୁ ତାଙ୍କର ସୁନ୍ଦର ଆତିଥ୍ୟ ଏବଂ ସୌହାର୍ଦ୍ଧ୍ୟପୂର୍ଣ୍ଣ କଥା ପାଇଁ ଧନ୍ୟବାଦ ଜଣାଉଛି।

 

ମୁଁ କିଛି ସମୟ ପୂର୍ବରୁ ‘ପକ୍ଷୀମାନଙ୍କର ଗୁଞ୍ଜରଣ’ (ହମିଙ୍ଗ ବାର୍ଡ୍ସ)ର ଏହି ସୁନ୍ଦର ଭୂମିକୁ ଆସିଛି। ଏଠାରେ ମୁଁ ପ୍ରଥମ ଥର ପାଇଁ ଭାରତୀୟ ସମ୍ପ୍ରଦାୟ ସହିତ ଯୋଡି ହୋଇଛି । ଏହା ସମ୍ପୂର୍ଣ୍ଣଭାବେ ସ୍ୱାଭାବିକ ମନେ ହେଉଛି। ପରିଶେଷରେ, ଆମେ ଗୋଟିଏ ପରିବାରର ଅଂଶ। ଆପଣଙ୍କ ଉଷ୍ମତା ଏବଂ ଭଲ ପାଇବା ପାଇଁ ମୁଁ ଆପଣଙ୍କୁ ଧନ୍ୟବାଦ ଜଣାଉଛି।

ସାଥିମାନ,

ମୁଁ ଜାଣେ ଯେ ତ୍ରିନିଦାଦ ଏବଂ ଟୋବାଗୋରେ ଭାରତୀୟ ସମ୍ପ୍ରଦାୟର କାହାଣୀ ସାହସର କାହାଣୀ। ଆପଣଙ୍କ ପୂର୍ବପୁରୁଷମାନେ ଯେଉଁ ପରିସ୍ଥିତିର ସମ୍ମୁଖୀନ ହୋଇଥିଲେ, ତାହା ହୁଏତ ସବୁଠାରୁ ଶକ୍ତିଶାଳୀ ମନୋଭାବକୁ ମଧ୍ୟ ଭାଙ୍ଗି ଦେଇଥାନ୍ତା। କିନ୍ତୁ ସେମାନେ ଆଶାର ସହିତ ସମସ୍ତ ଅସୁବିଧାଗୁଡ଼ିକର ସମ୍ମୁଖୀନ ହୋଇଥିଲେ। ସେମାନେ ଧୈର୍ଯ୍ୟର ସହ ସମସ୍ୟା ଗୁଡିକ କାମନା କରିଥିଲେ।

ସେମାନେ ଗଙ୍ଗା ଏବଂ ଯମୁନାକୁ ପଛରେ ଛାଡ଼ିଦେଇଥିଲେ, କିନ୍ତୁ ରାମାୟଣକୁ ନିଜ ହୃଦୟରେ ଧାରଣ କରିଯାଇଥିଲେ। ସେମାନେ ନିଜ ମାଟି ଛାଡ଼ିଦେଇଥିଲେ, କିନ୍ତୁ ଆତ୍ମା ନୁହେଁ, ସେମାନେ କେବଳ ପ୍ରବାସୀ ନ ଥିଲେ। ସେମାନେ ଏକ କାଳଜୟୀ ସଭ୍ୟତାର ବାର୍ତ୍ତାବାହକ ଥିଲେ। ସେମାନଙ୍କର ଅବଦାନ ଏହି ଦେଶକୁ ସାଂସ୍କୃତିକ, ଅର୍ଥନୈତିକ ଏବଂ ଆଧ୍ୟାତ୍ମିକ ଭାବରେ ଉପକୃତ କରିଛି। ଏହି ସୁନ୍ଦର ଦେଶ ଉପରେ ଆପଣମାନଙ୍କ ଦ୍ୱାରା ହୋଇଥିବା ପ୍ରଭାବକୁ ଦେଖନ୍ତୁ।

କମଲା ପ୍ରସାଦ-ବିସେସର ଜୀ ଏହି ଦେଶର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ଭାବେ, ମହାମହିମ କ୍ରିଷ୍ଟିନ କାର୍ଲା କଙ୍ଗାଲୁ ଜୀ-ମହିଳା ରାଷ୍ଟ୍ରପତି ଭାବେ, ସ୍ୱର୍ଗତ ଶ୍ରୀ ବାସଦେଓ ପାଣ୍ଡେ ଜଣେ କୃଷକଙ୍କ ପୁଅ, ଯିଏ ପ୍ରଧାନମନ୍ତ୍ରୀ ଏବଂ ଜଣେ ସମ୍ମାନିତ ବିଶ୍ୱସ୍ତରୀୟ ନେତା ଭାବେ ଉଭା ହୋଇଥିଲେ। ବିଶିଷ୍ଟ ଗଣିତଜ୍ଞ ରୁଦ୍ରନାଥ କାପିଲଦେବା, ସଙ୍ଗୀତ ଆଇକନ୍ ସୁନ୍ଦର ପୋପୋ, କ୍ରିକେଟ୍ ଜଗତର ପ୍ରତିଭାଶାଳୀ ଖେଳାଳି ଡୋରେନ ଗଙ୍ଗା ଏବଂ ସେୱଦାସ ସାଧୁ, ଯାହାଙ୍କ ଭକ୍ତିରେ ମନ୍ଦିର ନିର୍ମାଣ କରାଯାଇଥିଲା। ସଫଳ ବ୍ୟକ୍ତିମାନଙ୍କ ତାଲିକା ଆଗକୁ ବଢ଼ୁଛି।

ଆପଣ, ଗିରମିଟିୟାଙ୍କ ସନ୍ତାନ ଏବେ ଆଉ ସଂଘର୍ଷ ଦ୍ୱାରା ପରିଭାଷିତ ନୁହଁନ୍ତି। ଆପଣ ନିଜର ସଫଳତା, ନିଜର ସେବା ଏବଂ ନିଜର ମୂଲ୍ୟବୋଧ ଦ୍ୱାରା ନିର୍ଦ୍ଧାରିତ ହୋଇଥାନ୍ତି। ସତ କହିବାକୁ ଗଲେ, "ଡବଲ୍ସ" ଏବଂ "ଦାଲ୍ ପୁରି" ରେ ନିଶ୍ଚୟ କିଛି ଅଲୌକିକ ଅଛି, କାରଣ ଆପଣ ଏହି ମହାନ ରାଷ୍ଟ୍ରର ସଫଳତାକୁ ଦ୍ୱିଗୁଣିତ କରିଛନ୍ତି ।

 

ସାଥିମାନେ,

ଯେତେବେଳେ ମୁଁ ଗତ ଥର ୨୫ବର୍ଷ ପୂର୍ବେ ଆସିଥିଲି, ସେତେବେଳେ ଆମେ ସମସ୍ତେ ଲାରାଙ୍କ କବର ଟ୍ରାଇଭ୍ ଏବଂ ପୁଲ ଶାଁଟଙ୍କର ପ୍ରଶଂସା କରିଥିଲେ । ଆଜି, ସୁନୀଲ ନରେନ୍ ଏବଂ ନିକୋଲସ୍ ପୁରନ ଅଛନ୍ତି, ଯେଉଁମାନେ ଆମର ଯୁବଗୋଷ୍ଠୀଙ୍କ ହୃଦୟରେ ସେହି ଉତ୍ସାହ ଉତ୍ପନ୍ନ କରୁଛନ୍ତି । ସେବେଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ, ଆମର ବନ୍ଧୁତା ଆହୁରି ମଜବୁତ ହୋଇଛି ।

ବନାରସ, ପାଟନା, କୋଲକାତା, ଦିଲ୍ଲୀ ଭାରତର ସହର ହୋଇପାରେ। କିନ୍ତୁ ସେଗୁଡ଼ିକ ମଧ୍ୟ ଏଠାକାର ରାସ୍ତାଗୁଡ଼ିକର ନାମ। ଏଠାରେ ନବରାତ୍ର, ମହାଶିବରାତ୍ରି, ଜନ୍ମାଷ୍ଟମୀ ଆନନ୍ଦ, ଉତ୍ସାହ ଏବଂ ଗର୍ବର ସହ ପାଳନ କରାଯାଇଥାଏ। ଏଠାରେ ଚୌତାଲ ଏବଂ ସଙ୍ଗୀତ ଆଦିର ମଧ୍ୟ ବିକାଶ ଜାରି ରହିଛି।

ମୁଁ ଅନେକ ପରିଚିତ ମୁହଁର ଉଷ୍ମତା ଦେଖିପାରୁଛି। ଏବଂ ମୁଁ ଯୁବ ପିଢ଼ିର ଉଜ୍ଜ୍ୱଳ ଆଖିରେ ଦେଖାଯାଉଥିବା କୌତୁହଳକୁ ଦେଖିପାରୁଛି-ଯାହାକି-ଏକାଠି ଜାଣିବା ଏବଂ ବଢ଼ିବା ପାଇଁ ଆଗ୍ରହୀ | ବାସ୍ତବରେ, ଆମର ସମ୍ପର୍କ ଭୌଗୋଳିକ ଏବଂ ପିଢ଼ି ଠାରୁ ବହୁତ ଆଗକୁ ବିସ୍ତୃତ ହୋଇଯାଇଛି ।

ସାଥିମାନେ,

ପ୍ରଭୁ ଶ୍ରୀ ରାମଙ୍କ ଉପରେ ଆପଣଙ୍କର ଗଭୀର ବିଶ୍ୱାସ ବିଷୟ ଥିବା ମୁଁ ଜାଣିଛି।

ଏକ ଶହ ଆଶି ବର୍ଷ ବିତିଗଲାଣି, ମୁଁ ଭୁଲି ନାହିଁ,

ରାମଙ୍କ ଭଜନ, ପ୍ରତ୍ୟେକଙ୍କ ହୃଦୟରେ ପ୍ରତିଧ୍ୱନିତ ହେଉ,

ସାଙ୍ଗ୍ରେ ଗ୍ରାଣ୍ଡେ ଏବଂ ଡାଓ ଗ୍ରାମରେ ଥିବା ରାମ-ଲୀଳା ବାସ୍ତବରେ ଅନନ୍ୟ ବୋଲି କୁହାଯାଏ | ଶ୍ରୀ ରାମ ଚରିତ ମାନସ କୁହାଯାଇଛି,

ରାମ ଧାମଦା ପୁରୀ ସୁହାବନୀ।

ଲୋକେ ସମସ୍ତ ବିଦିତ ଅତି ପାୱନି।।

 

ଅର୍ଥାତ୍ ପ୍ରଭୁ ଶ୍ରୀ ରାମଙ୍କ ପବିତ୍ର ସହର ଏତେ ସୁନ୍ଦର ଯେ ଏହାର ମହିମା ସମଗ୍ର ବିଶ୍ୱରେ ବ୍ୟାପିଯାଇଛି। ମୁଁ ନିଶ୍ଚିତ ଯେ 500 ବର୍ଷ ପରେ ଅଯୋଧ୍ୟାକୁ ରାମ ଲଲ୍ଲାଙ୍କ ପ୍ରତ୍ୟାବର୍ତ୍ତନକୁ ଆପଣମାନେ ସମସ୍ତେ ଅତ୍ୟନ୍ତ ଆନନ୍ଦର ସହ ସ୍ୱାଗତ କରିଛନ୍ତି।

ମୋର ମନେ ଅଛି, ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ ଆପଣ ପବିତ୍ର ଜଳ ଏବଂ ଶିଳା ମାନ ପଠାଇଥିଲେ। ମୁଁ ମଧ୍ୟ ସମାନ ଭକ୍ତିର ଭାବନା ସହିତ ଏଠାକୁ କିଛି ଆଣିଛି। ଅଯୋଧ୍ୟାରେ ରାମ ମନ୍ଦିରର ପ୍ରତି ରୂପ ଏବଂ ସରଯୁ ନଦୀରୁ କିଛି ପାଣି ଆଣିବା ମୋ ପାଇଁ ସମ୍ମାନର କଥା ।

ଜନ୍ମଭୂମି ମମ ପୁରୀ ସୁହାୱାନ ।

ଅନ୍ତର ଦିଶି ଓହ ସରଜୁ ପାୱାନି ।।

ଜା ମଜ୍ଜନ ତେ ବିନାହିଁ ପ୍ରୟାସା ।

ମମ ସମୀପ ନର ପାୱାହିଁ ବାସା ।।

ପ୍ରଭୁ ଶ୍ରୀ ରାମ କହିଛନ୍ତି ଯେ ପବିତ୍ର ସରଜୁ ନଦୀ ଅଯୋଧ୍ୟାର ଗୌରବ ବୃଦ୍ଧି କରିଥାଏ। ଯେ କେହି ଏହାର ପାଣିରେ ବୁଡ଼ ପକାଇଥାଏ, ସେ ନିଜେ ଶ୍ରୀ ରାମଙ୍କର ସାକ୍ଷାତ ଦର୍ଶନ ପାଇଥାଏ।

ସରଜୁର ପବିତ୍ର ସଙ୍ଗମର ଏହି ଜଳ, ଆସ୍ଥାର ଅମୃତ ଅଟେ। ଏହା ସେହି ପ୍ରବାହିତ ଧାରା ଯିଏ ଆମର ମୂଲ୍ୟବୋଧକୁ ବଜାୟ ରଖେ..., ଆମର ସଂସ୍କାରକୁ ସର୍ବଦା ଜୀବନ୍ତ ରଖିଥାଏ ।

ଆପଣମାନେ ସମସ୍ତେ ଜାଣନ୍ତି ଯେ ଚଳିତ ବର୍ଷ ପ୍ରାରମ୍ଭରେ, ବିଶ୍ୱର ସର୍ବବୃହତ୍ ଆଧ୍ୟାତ୍ମିକ ସମାବେଶ, ମହାକୁମ୍ଭ ଅନୁଷ୍ଠିତ ହୋଇଥିଲା। ମହା କୁମ୍ଭରୁ ମଧ୍ୟ ପାଣି ସାଙ୍ଗରେ ନେଇ ଆସିବାର ସୌଭାଗ୍ୟ ମୋତେ ମିଳିଛି। ମୁଁ କମଲା ଜୀଙ୍କୁ ଅନୁରୋଧ କରୁଛି ଯେ ସରଜୁ ନଦୀ ଏବଂ ମହାକୁମ୍ଭର ପବିତ୍ର ଜଳ ଏଠାରେ ଗଙ୍ଗାରେ ଅର୍ପଣ କରନ୍ତୁ। ଏହି ପବିତ୍ର ଜଳ ତ୍ରିନିଦାଦ ଏବଂ ଟୋବାଗୋର ଲୋକମାନଙ୍କୁ ଆଶୀର୍ବାଦ ପ୍ରଦାନ କରୁ।

ସାଥିମାନେ,

ପ୍ରବାସୀ ଭାରତୀୟଙ୍କ ଶକ୍ତି ଏବଂ ସମର୍ଥନକୁ ଆମେ ଗଭୀର ଭାବେ ଗୁରୁତ୍ୱ ଦେଉଛୁ। ସାରା ବିଶ୍ୱରେ 35 ନିୟୁତରୁ ଅଧିକ ଲୋକ ବସବାସ କରୁଥିବାରୁ ପ୍ରବାସୀ ଭାରତୀୟ ହେଉଛନ୍ତି ଆମର ଗର୍ବ। ଯେପରି ମୁଁ ବାରମ୍ବାର କହିଆସିଛି, ଆପଣମାନଙ୍କ ମଧ୍ୟରୁ ପ୍ରତ୍ୟେକ ଜଣେ ରାଷ୍ଟ୍ରଦୂତ-ଭାରତର ମୂଲ୍ୟବୋଧ, ସଂସ୍କୃତି ଏବଂ ଐତିହ୍ୟର ରାଷ୍ଟ୍ରଦୂତ।

ଚଳିତ ବର୍ଷ, ଯେତେବେଳେ ଆମେ ଭୁବନେଶ୍ୱରରେ ପ୍ରବାସୀ ଭାରତୀୟ ଦିବସର ଆୟୋଜନ କରିଥିଲୁ, ସେତେବେଳେ ମହାମହିମ ରାଷ୍ଟ୍ରପତି କ୍ରିଷ୍ଟିନ କାର୍ଲା କାଙ୍ଗାଲୁ ଜୀ ଆମର ମୁଖ୍ୟ ଅତିଥି ଥିଲେ। କିଛି ବର୍ଷ ପୂର୍ବେ ପ୍ରଧାନମନ୍ତ୍ରୀ କମଲା ପ୍ରସାଦ-ବିସେସର ଜୀ ତାଙ୍କ ଉପସ୍ଥିତି ଦ୍ୱାରା ଆମକୁ ସମ୍ମାନିତ କରିଥିଲେ।

ପ୍ରବାସୀ ଭାରତୀୟ ଦିବସ ଅବସରରେ ମୁଁ ସାରା ବିଶ୍ୱରେ ଥିବା ଗିରମିଟିୟା ସମ୍ପ୍ରଦାୟକୁ ସମ୍ମାନିତ କରିବା ଏବଂ ସେମାନଙ୍କ ସହ ଯୋଡ଼ିବା ପାଇଁ ଅନେକ ପଦକ୍ଷେପ ଘୋଷଣା କରିଥିଲି। ଆମେ ଅତୀତର ମାନଚିତ୍ର ପ୍ରସ୍ତୁତ କରୁଛୁ ଏବଂ ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ଲୋକମାନଙ୍କୁ ନିକଟତର କରୁଛୁ। ଆମେ ଗିରମିଟିଆ ସମ୍ପ୍ରଦାୟର ଏକ ବ୍ୟାପକ ଡାଟାବେସ୍ ସୃଷ୍ଟି କରିବା ଦିଗରେ ସକ୍ରିୟ ଭାବେ କାର୍ଯ୍ୟ କରୁଛୁ। ଭାରତରେ ଯେଉଁ ଗ୍ରାମ ଏବଂ ସହରରୁ ସେମାନଙ୍କ ପୂର୍ବପୁରୁଷମାନେ ସ୍ଥାନାନ୍ତରିତ ହୋଇଥିଲେ, ସେଗୁଡ଼ିକର ଦସ୍ତାବିଜ ପ୍ରସ୍ତୁତ କରିବା, ଯେଉଁଠାରେ ସେମାନେ ବସତି ସ୍ଥାପନ କରିଛନ୍ତି, ସେହି ସ୍ଥାନଗୁଡ଼ିକୁ ଚିହ୍ନଟ କରିବା, ଗିରମିଟିୟା ପୂର୍ବପୁରୁଷଙ୍କ ଐତିହ୍ୟକୁ ଅଧ୍ୟୟନ ଏବଂ ସଂରକ୍ଷଣ କରିବା ଏବଂ ନିୟମିତ ଭାବେ ବିଶ୍ୱ ଗିରମିଟିୟା ସମ୍ମିଳନୀର ଆୟୋଜନ କରିବା ଦିଗରେ କାର୍ଯ୍ୟ କରିବା। ଏହା ଦ୍ଵାରା ତ୍ରିନିଦାଦ ଏବଂ ଟୋବାଗୋରେ ମଧ୍ୟ ଆମର ଭାଇ ଓ ଭଉଣୀମାନଙ୍କ ସହିତ ଗଭୀର ଏବଂ ଐତିହାସିକ ସମ୍ପର୍କକୁ ମଧ୍ୟ ସମର୍ଥନ କରିବ।

ଆଜି, ମୁଁ ଏହା ଘୋଷଣା କରି ଖୁସି ଅନୁଭବ କରୁଛି ଯେ ତ୍ରିନିଦାଦ ଏବଂ ଟୋବାଗୋରେ ପ୍ରବାସୀ ଭାରତୀୟଙ୍କ ଷଷ୍ଠ ପିଢ଼ିକୁ ଓସିଆଇ କାର୍ଡ ଦିଆଯିବ। ଆପଣ କେବଳ ସଶରୀରେ କିମ୍ବା ଉପନାମ ଦ୍ୱାରା ଯୋଡି ହୋଇନାହାନ୍ତି । ଆପଣ ଆପନାପଣ ସହ ଦ୍ୱାରା ଯୋଡ଼ି ହୋଇଛନ୍ତି। ଭାରତ ଆପଣଙ୍କୁ ଦେଖୁଛି, ଭାରତ ଆପଣଙ୍କୁ ସ୍ୱାଗତ କରୁଛି ଏବଂ ଭାରତ ଆପଣଙ୍କୁ ଆଲିଙ୍ଗନ କରୁଛି।

 

ସାଥିମାନେ,

ପ୍ରଧାନମନ୍ତ୍ରୀ କମଲା ଜୀଙ୍କ ପୂର୍ବଜମାନେ ବିହାରର ବକ୍ସରରେ ରହୁଥିଲେ। କମଲା ଜୀ ମଧ୍ୟ ସେଠାକୁ ଯାଇ ଆସିଛନ୍ତି... ଲୋକମାନେ ତାଙ୍କୁ ବିହାରର ଝିଅ ବୋଲି ମାନିଥାନ୍ତି ।

ଭାରତର ଲୋକମାନେ ପ୍ରଧାନମନ୍ତ୍ରୀ କମଲା ଜୀଙ୍କୁ ବିହାରର ଝିଅ ଭାବେ ଗ୍ରହଣ କରିଥାନ୍ତି ।

ଏଠାରେ ଉପସ୍ଥିତ ଅନେକ ଲୋକଙ୍କ ପୂର୍ବଜ ବିହାରରୁ ହିଁ ଆସିଥିଲେ। ବିହାରର ଐତିହ୍ୟ... ଭାରତ ସହିତ ବିଶ୍ୱର ମଧ୍ୟ ଗର୍ବ। ଗଣତନ୍ତ୍ର ହେଉ, ରାଜନୀତି ହେଉ, କୂଟନୀତି ହେଉ, ଉଚ୍ଚ ଶିକ୍ଷା ହେଉ, ଶହ ଶହ ବର୍ଷ ପୂର୍ବେ ବିହାର ଏଭଳି ଅନେକ ପ୍ରସଙ୍ଗରେ ବିଶ୍ୱକୁ ଏକ ନୂତନ ଦିଗ ଦେଖାଇଥିଲା। ମୁଁ ବିଶ୍ଵାସ ଯେ ଏକବିଂଶ ଶତାବ୍ଦୀର ବିଶ୍ୱ ପାଇଁ ମଧ୍ୟ ବିହାର ଭୂମିରୁ ନୂତନ ପ୍ରେରଣା, ନୂତନ ସୁଯୋଗ ସୃଷ୍ଟି ହେବ।

କମଲା ଜୀଙ୍କ ଭଳି ଏଠାରେ ମଧ୍ୟ ଅନେକ ଲୋକ ଅଛନ୍ତି, ଯେଉଁମାନଙ୍କ ମୂଳ ବିହାରରେ ରହିଛି। ବିହାରର ଐତିହ୍ୟ ଆମ ସମସ୍ତଙ୍କ ପାଇଁ ଗର୍ବର ବିଷୟ।

ସାଥିମାନେ,

ମୋର ବିଶ୍ଵାସ ଅଛି ଯେ ଯେତେବେଳେ ଭାରତ ଆଗକୁ ବଢ଼ିବ, ସେତେବେଳେ ଆପଣମାନଙ୍କ ମଧ୍ୟରୁ ସମସ୍ତେ ଗର୍ବ ଅନୁଭବ କରିବେ। ନୂତନ ଭାରତ ପାଇଁ ଆକାଶ ମଧ୍ୟ ସୀମା ନୁହେଁ। ଭାରତର ଚନ୍ଦ୍ରଯାନ ଯେତେବେଳେ ଚନ୍ଦ୍ରରେ ଅବତରଣ କରିଥିଲା, ସେତେବେଳେ ଆପଣମାନେ ସମସ୍ତେ ନିଶ୍ଚୟ ଖୁସିରେ ଉଲ୍ଲସିତ ହୋଇ ଉଠିବେ । ଯେଉଁ ସ୍ଥାନରେ ଏହା ଅବତରଣ କରିଥିଲା, ଆମେ ଏହାର ନାମ ‘ଶିବ ଶକ୍ତି’ ପଏଣ୍ଟ ରଖିଛୁ।

ଆପଣମାନେ ମଧ୍ୟ ନିକଟ ଅତୀତରେ ଏହି ଖବର ଶୁଣିଥିବେ। ଆଜି ଯେତେବେଳେ ଆମେ କଥାବାର୍ତ୍ତା କରୁଛୁ ସେତେବେଳେ ସମୟରେ ମଧ୍ୟ ଜଣେ ଭାରତୀୟ ମହାକାଶଚାରୀ ଆନ୍ତର୍ଜାତୀୟ ମହାକାଶ ଷ୍ଟେସନରେ ଅଛନ୍ତି। ଆମେ ବର୍ତ୍ତମାନ ଏକ ମାନବ ମହାକାଶ ଅଭିଯାନ-ଗଗନଯାନ ଉପରେ କାର୍ଯ୍ୟ କରୁଛୁ। ସେ ସମୟ ବେଶୀ ଦୂର ନୁହେଁ ଯେତେବେଳେ କୌଣସି ଜଣେ ଭାରତୀୟ ଚନ୍ଦ୍ରରେ ପାଦ ଦେବେ ଏବଂ ଭାରତର ନିଜର ମହାକାଶ କେନ୍ଦ୍ର ରହିବ।

ଆମେ ଆଉ କେବଳ ତାରା ମାନଙ୍କୁ ଗଣନା କରୁନାହୁଁ... ଆଦିତ୍ୟ ମିଶନ ଭାବରେ...। ସେମାନଙ୍କ ନିକଟରେ ପହଞ୍ଚିବାକୁ ଚେଷ୍ଟା କରଛୁ । ଆମ ପାଇଁ ଚନ୍ଦା ମାମା ଆଉ ବେଶୀ ଦୂରରେ ନାହାନ୍ତି। ଆମେ ମଧ୍ୟ ଆମର କଠିନ ପରିଶ୍ରମ ଦ୍ୱାରା ଅସମ୍ଭବକୁ ସମ୍ଭବ କରୁଛୁ।

ମହାକାଶରେ ଭାରତର ସଫଳତା କେବଳ ଆମର ନୁହେଁ। ଆମେ ଏହାର ଲାଭ ବାକି ବିଶ୍ୱ ସହିତ ବାଣ୍ଟୁଛୁ।

ସାଥିମାନେ,

ଭାରତ ହେଉଛି ବିଶ୍ୱର ଦ୍ରୁତ ଅଭିବୃଦ୍ଧିଶୀଳ ପ୍ରମୁଖ ଅର୍ଥବ୍ୟବସ୍ଥା। ଖୁବ୍ ଶୀଘ୍ର,ଆମେ ବିଶ୍ୱର ଶ୍ରେଷ୍ଠ ତିନୋଟି ଅର୍ଥବ୍ୟବସ୍ଥା ମଧ୍ୟରେ ସାମିଲ ହେବୁ। ଭାରତର ଅଭିବୃଦ୍ଧି ଏବଂ ପ୍ରଗତିର ଫଳ ସବୁଠାରୁ ଅଭାବୀ ଲୋକଙ୍କ ନିକଟରେ ପହଞ୍ଚୁଛି।

ଗରିବଙ୍କୁ ସଶକ୍ତ କରି ଭାରତ ଏହା ପ୍ରମାଣିତ କରିଛି ... ବଳପୂର୍ବକ... ଦାରିଦ୍ର୍ୟକୁ ପରାସ୍ତ କରାଯାଇପାରିବ। ପ୍ରଥମ ଥର ପାଇଁ କୋଟି କୋଟି ଲୋକଙ୍କ ମଧ୍ୟରେ ବିଶ୍ୱାସ ସୃଷ୍ଟି ହୋଇଛି, ଯେ ଭାରତ ଦାରିଦ୍ର୍ୟରୁ ମୁକ୍ତ ହୋଇପାରିବ।

ବିଶ୍ୱ ବ୍ୟାଙ୍କ ଉଲ୍ଲେଖ କରିଛି ଯେ ଗତ ଦଶନ୍ଧିରେ ଭାରତ 25 କୋଟିରୁ ଅଧିକ ଲୋକଙ୍କୁ ଅତ୍ୟଧିକ ଦାରିଦ୍ର୍ୟତାରୁ ଉପରକୁ ଉଠାଇଛି। ଭାରତର ବିକାଶ ଆମର ଅଭିନବ ଏବଂ ଶକ୍ତିଶାଳୀ ଯୁବକମାନଙ୍କ ଦ୍ୱାରା ପରିଚାଳିତ କରାଯାଇ ପାରିବ ।

ଆଜି, ଭାରତ ହେଉଛି ବିଶ୍ୱର ତୃତୀୟ ସର୍ବବୃହତ୍ ଷ୍ଟାର୍ଟଅପ୍ ହବ୍। ଏଥିରୁ ପ୍ରାୟ ଅଧା ଷ୍ଟାର୍ଟଅପ୍‌ରେ ନିର୍ଦ୍ଦେଶକ ଭାବରେ ମହିଳାମାନେ ରହିଛନ୍ତି । ପାଖାପାଖି 120ଟି ଷ୍ଟାର୍ଟଅପ୍ ୟୁନିକର୍ଣ୍ଣ ମାନ୍ୟତା ପାଇଛନ୍ତି। ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ, ସେମିକଣ୍ଡକ୍ଟର ଏବଂ କ୍ୱାଣ୍ଟମ କମ୍ପ୍ୟୁଟିଂ ପାଇଁ ଜାତୀୟ ମିଶନ, ବିକାଶର ନୂତନ ଇଞ୍ଜିନ ହେବାରେ ଲାଗିଛି। ଏକ ପ୍ରକାରରେ, ନବସୃଜନ ଏକ ଜନ ଆନ୍ଦୋଳନରେ ପରିଣତ ହେଉଛି।

ଭାରତର ୟୁନିଫାଏଡ୍ ପେମେଣ୍ଟ ଇଣ୍ଟରଫେସ୍ (ୟୁପିଆଇ) ଡିଜିଟାଲ ପେମେଣ୍ଟରେ ବୈପ୍ଳବିକ ପରିବର୍ତ୍ତନ ଆଣିଛି। ବିଶ୍ୱର ବାସ୍ତବ ସମୟର ଡିଜିଟାଲ ନେଣଦେଣର ପ୍ରାୟ 50 ପ୍ରତିଶତ ଭାରତରେ ହୋଇଥାଏ। ଏହି କ୍ଷେତ୍ରରେ ପ୍ରଥମ ଦେଶ ଭାବେ ୟୁପିଆଇ ଗ୍ରହଣ କରିଥିବାରୁ ମୁଁ ତ୍ରିନିଦାଦ ଓ ଟୋବାଗୋକୁ ଅଭିନନ୍ଦନ ଜଣାଉଛି। ଏବେ ଟଙ୍କା ପଠାଇବା 'ଶୁଭ ସକାଳ’ ବାର୍ତ୍ତା ପଠାଇବା ଭଳି ସହଜ ହୋଇଯିବ! ଏବଂ ମୁଁ ପ୍ରତିଶ୍ରୁତି ଦେଉଛି, ଏହା ୱେଷ୍ଟଇଣ୍ଡିଜ୍ ବୋଲିଂ ଅପେକ୍ଷା ଦ୍ରୁତ ହେବ।

 

ସାଥିମାନେ,

ଆମର ମିଶନ ବିନିର୍ମାଣ ଭାରତକୁ ଏକ ନିର୍ମାଣ ହବ୍ରେ ପରିଣତ କରିବା ପାଇଁ କାର୍ଯ୍ୟ କରୁଛି। ଆମେ ବିଶ୍ୱର ଦ୍ୱିତୀୟ ସର୍ବବୃହତ ମୋବାଇଲ୍ ଉତ୍ପାଦନକାରୀ ହୋଇପାରିଛୁ। ଆମେ ବିଶ୍ୱକୁ ରେଳ ଇଞ୍ଜିନ ରପ୍ତାନୀ କରୁଛୁ।

ଗତ ଦଶନ୍ଧିରେ ଆମର ପ୍ରତିରକ୍ଷା ରପ୍ତାନୀ 20 ଗୁଣ ବୃଦ୍ଧି ପାଇଛି। ଆମେ କେବଳ ଭାରତରେ ତିଆରି କରୁ ନାହୁଁ। ଆମେ ବିଶ୍ୱ ପାଇଁ କାମ କରୁଛୁ। ଆମେ ଯେତେ ଆଗକୁ ବଢ଼ୁଛୁ, ଆମେ ସୁନିଶ୍ଚିତ କରୁଛୁ ଯେ ଏହା ବିଶ୍ୱ ପାଇଁ ପାରସ୍ପରିକଭାବେ ଲାଭଦାୟକ ହେଉ।

ସାଥିମାନେ,

ଆଜିର ଭାରତ ହେଉଛି, ସୁଯୋଗର ଭୂମି। ବ୍ୟବସାୟ ହେଉ, ପର୍ଯ୍ୟଟନ ହେଉ, ଶିକ୍ଷା ହେଉ, ସ୍ୱାସ୍ଥ୍ୟସେବା ହେଉ, ଭାରତ ପାଖରେ ପ୍ରଦାନ କରିବା ପାଇଁ ଅନେକ କିଛି ରହିଛି।

ଆପଣଙ୍କ ପୂର୍ବପୁରୁଷମାନେ ଏଠାରେ ପହଞ୍ଚିବା ପାଇଁ ସମୁଦ୍ର ପାର ହୋଇ 100 ଦିନରୁ ଅଧିକ ଲମ୍ବା ଏବଂ କଠିନ ଯାତ୍ରା କରିଥିଲେ- ସାତ ସମନ୍ଦର ପାର ! ଆଜି, ସେହି ସମାନ ଯାତ୍ରା ମାତ୍ର କିଛି ଘଣ୍ଟାରେ ଶେଷ ହୋଇଯାଉଛି । ମୁଁ ଆପଣ ସମସ୍ତଙ୍କୁ ପ୍ରୋତ୍ସାହିତ କରୁଛି ଯେ କେବଳ ସୋସିଆଲ ମିଡିଆରେ ନୁହେଁ, ବରଂ ବ୍ୟକ୍ତିଗତ ଭାବାରେ ଭାରତ ଆସିବାକୁ ।

ନିଜ ପୂର୍ବପୁରୁଷଙ୍କ ଗ୍ରାମଗୁଡ଼ିକୁ ଯାଆନ୍ତୁ। ସେମାନେ ଯେଉଁ ମାଟିରେ ଚାଲିଥିଲେ ସେହି ମାଟିରେ ଚାଲନ୍ତୁ। ନିଜ ପିଲାମାନଙ୍କୁ ସାଥିରେ ଆଣନ୍ତୁ, ନିଜ ପଡ଼ୋଶୀମାନଙ୍କୁ ସାଥିରେ ଆଣନ୍ତୁ। ଯିଏ ଚା 'ଏବଂ ଏକ ଭଲ କାହାଣୀ ଉପଭୋଗ କରୁଥିବା କୌଣସି ମଧ୍ୟ ବ୍ୟକ୍ତି ସାଥିରେ ତାଙ୍କୁ ଆଣନ୍ତୁ | ଆମେ ଆପଣ ସମସ୍ତଙ୍କୁ ସ୍ୱାଗତ କରିବୁ-ଖୋଲା ହୃଦୟ, ଉଷ୍ମତା ଏବଂ ଜଲେବୀ ସହିତ !

 

ଏହି ଶବ୍ଦଗୁଡ଼ିକ ସହିତ, ମୁଁ ଆପଣ ସମସ୍ତଙ୍କୁ ପୁଣି ଥରେ ସେହି ଭଲପାଇବା ଏବଂ ଶ୍ରଦ୍ଧା ପାଇଁ ଧନ୍ୟବାଦ ଜଣାଉଛି, ଯାହା ଆପଣମାନେ ମୋତେ ଦେଇଛନ୍ତି ।

ପ୍ରଧାନମନ୍ତ୍ରୀ କମଲା ଜୀ ମୋତେ ସର୍ବୋଚ୍ଚ ଜାତୀୟ ପୁରସ୍କାରରେ ସମ୍ମାନୀତ କରିଥିବାରୁ ମୁଁ ବିଶେଷ ଭାବରେ ତାଙ୍କୁ ଧନ୍ୟବାଦ ଜଣାଉଛି।

ବହୁତ ବହୁତ ଧନ୍ୟବାଦ।

ନମସ୍କାର !

ସୀତା ରାମ !

ଜୟ ଶ୍ରୀ ରାମ !

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India Semiconductor Market Set to Hit $300 Billion, Projected Sixfold Growth by 2035

Media Coverage

India Semiconductor Market Set to Hit $300 Billion, Projected Sixfold Growth by 2035
NM on the go

Nm on the go

Always be the first to hear from the PM. Get the App Now!
...
Prime Minister congratulates Mr. Anutin Charnvirakul on his election as Prime Minister of the Kingdom of Thailand
March 20, 2026

Prime Minister Shri Narendra Modi today extended his heartiest congratulations to Mr. Anutin Charnvirakul on his election as the Prime Minister of the Kingdom of Thailand.

The Prime Minister expressed his keen interest in working closely with the new Thai leadership to further strengthen the multifaceted India-Thailand Strategic Partnership. Shri Modi noted that the ties between the two nations are deeply rooted in a shared civilizational heritage, close cultural connections, and vibrant people-to-people ties. He further affirmed that India and Thailand remain united in their shared aspirations for peace, progress, and prosperity for their respective peoples.

The Prime Minister wrote on X:

"Heartiest congratulations to Mr. Anutin Charnvirakul on his election as Prime Minister of the Kingdom of Thailand. I look forward to working closely with him. Together, we will further deepen the multifaceted India-Thailand Strategic Partnership. Our ties are rooted in shared civilisational heritage, close cultural connect and vibrant people-to-people ties. India and Thailand remain united in our shared aspirations for peace, progress and prosperity for our peoples."