ସାମ୍ବା ଜିଲ୍ଲାର ପାଲ୍ଲି ପଞ୍ଚାୟତରୁ ଦେଶର ସବୁ ଗ୍ରାମସଭାକୁ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ
ଜାମ୍ମୁ ଓ କାଶ୍ମୀରରେ ୨୦ହଜାର କୋଟି ଟଙ୍କାର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶୁଭ ଦେଲେ ପ୍ରଧାନମନ୍ତ୍ରୀ
ବନିହାଲ-କାଜିଗଣ୍ଡ ରୋଡ ଟନେଲ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଉଦ୍‌ଘାଟିତ; ଏହା ଫଳରେ ଜାମ୍ମୁ-କାଶ୍ମୀରର ଅନେକ ଅଞ୍ଚଳ ସହିତ ଦୂରତ୍ୱ ହ୍ରାସ ପାଇବ ଓ ସଡକ ଯୋଗଯୋଗ ବ୍ୟବସ୍ଥାରେ ଉନ୍ନତି ଘଟିବ
ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଦିଲ୍ଲୀ-ଅମୃତସର-କାଟରା ଥ୍ରୀରୋଡ ପ୍ୟାକେଜ ଏକ୍ସପ୍ରେସ ସଡକ ଓ ହଟ୍‌ଲେ ଏବଂ କ୍ୱର ଜଳବିଦ୍ୟୁତ ପ୍ରକଳ୍ପର ଶିଳାନ୍ୟାସ
ଅମୃତ ସରୋବର କାର୍ଯ୍ୟକ୍ରମର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ; ଏହି ଯୋଜନାରେ ଦେଶର ସବୁ ଜିଲ୍ଲାରେ ୭୫ଟି ଜଳାଶୟ ଓ ଜଳଉତ୍ସର ଜୀଣ୍ଣୋଦ୍ଧାର କରାଯିବ
“ଜାମ୍ମୁ ଓ କାଶ୍ମୀରରେ ଜାତୀୟ ପଞ୍ଚାୟତିରାଜ ଦିବସର ଉତ୍ସବ ପାଳନ ଏକ ବଡ ପରିବର୍ତ୍ତନର ସୂଚନା ଦିଏ”
“ଏହା ଗଣତନ୍ତ୍ର ହେଉ ଅଥବା ବିକାଶ ପାଇଁ ସଂକଳ୍ପ, ଆଜି ଜାମ୍ମୁ ଓ କାଶ୍ମୀର ଏକ ନୂଆ ଉଦାହରଣ ଉପସ୍ଥାପନ କରିଛି: ବିଗତ ୨-୩ବର୍ଷରେ ଜାମ୍ମୁ ଓ କାଶ୍ମୀରରେ ବିକାଶର ନୂଆ ଦିଗନ୍ତ ସୃଷ୍ଟି ହୋଇଛି”
“ଜାମ୍ମୁ ଓ କାଶ୍ମୀରରେ ଯେଉଁମାନେ ସଂରକ୍ଷଣର ସୁବିଧା ଦୀର୍ଘକାଳ ଧରି ପାଇ ନ ଥିଲେ ଏବେ ତାହା ସେମାନେ ପାଉଛନ୍ତି”
ଏହି ଅବସରରେ ସେ ସାମ୍ବା ଜିଲ୍ଲାର ପାଲ୍ଲିଗ୍ରାମ ଗସ୍ତ କରି ସେଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଦେଶର ସବୁ ଗ୍ରାମସଭାକୁ ସମ୍ବୋଧିଥ କରିଥିଲେ ।
ସେ ମଧ୍ୟ ଆଜି ୨୦ହଜାର କୋଟି ଟଙ୍କାର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶୁଭ ଦେଇଛନ୍ତି ।
ପ୍ରଧାନମନ୍ତ୍ରୀ ଆଜି ମଧ୍ୟ ଜାମ୍ମୁ-କାଶ୍ମୀରରେ ସମଗ୍ର ଦେଶ ପାଇଁ ଅମୃତ ସରୋବର କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି ।
ଏହି କାର୍ଯ୍ୟକ୍ରମରେ ଜାମ୍ମୁ ଓ କାଶ୍ମୀରର ଉପ ରାଜ୍ୟପାଳ ଶ୍ରୀ ମନୋଜ ସିହ୍ନା, କେନ୍ଦ୍ରମନ୍ତ୍ରୀ ଶ୍ରୀ ଗିରିରାଜ ସିଂହ, ଡକ୍ଟର ଜିତେନ୍ଦ୍ର ସିଂହ ଓ କପିଳ ଯୋଗେଶ୍ୱର ପାଟିଲ ପ୍ରମୁଖ ଉପସ୍ଥିତ ଥିଲେ ।
ସେ କହିଥିଲେ ଯେ ୨୦ହଜାର କୋଟି ଟଙ୍କାର ବିକାଶମୂଳକ ପ୍ରକଳ୍ପର ଯେଉଁ ଶୁଭାରମ୍ଭ ଓ ଉଦ୍‌ଘାଟନ ହୋଇଛି ତାହା ମୁଖ୍ୟତଃ ସଡକ ଯୋଗାଯୋଗ ଓ ବିଦ୍ୟୁତ ଯୋଗାଣ ପାଇଁ ଉଦ୍ଦିଷ୍ଟ ।

ଭାରତ ମାତା କୀ ଜୟ

ଭାରତ ମାତା କୀ ଜୟ

ଜମ୍ମୁ କଶ୍ମୀରର ଉପ ରାଜ୍ୟପାଳ ଶ୍ରୀ ମନୋଜ ସିହ୍ନାଜୀ, କେନ୍ଦ୍ର ମନ୍ତ୍ରିମଣ୍ଡଳରେ ମୋର ସହଯୋଗୀ ଗିରିରାଜ ସିଂହଜୀ, ଏହି ମାଟିର ସନ୍ତାନ ମୋର ସାଥୀ ଡକ୍ଟର ଜିତେନ୍ଦ୍ର ସିଂହଜୀ, ଶ୍ରୀ କପିଳ ମାରେଶ୍ୱର ପାଟିଲଜୀ, ସଂସଦରେ ମୋର ସାଥୀ ଶ୍ରୀ ଯୁଗଳ କିଶୋରଜୀ, ଜମ୍ମୁ କଶ୍ମୀର ସହିତ ସମଗ୍ର ଦେଶରୁ ଏହି କାର୍ଯ୍ୟକ୍ରମ ସହିତ ଯୋଡ଼ି ହୋଇଥିବା ସମସ୍ତ ଜନପ୍ରତିନିଧିଗଣ, ଭାଇ ଓ ଭଉଣୀଗଣ!

ସୁରବୀରେଁ ଦି ଇସ୍‌ ଡୁଗ୍‌ଗର ଧରିତୀ ଜମ୍ମୁ- ଚ, ତୁସେଁ ସାରେ ବହନ- ପ୍ରାଏଁ-ଗୀ ମେରା ନମସ୍କାର! ଦେଶବ୍ୟାପୀ ଏହି କାର୍ଯ୍ୟକ୍ରମ ସହିତ ଯୋଡ଼ି ହୋଇଥିବା ସାଥୀମାନଙ୍କୁ ରାଷ୍ଟ୍ରୀୟ ପଞ୍ଚାୟତ ଦିବସ ଅବସରରେ ବହୁତ ବହୁତ ଶୁଭକାମନା ।

ଆଜି ଜମ୍ମୁ କଶ୍ମୀରର ବିକାଶକୁ ଗତି ଦେବା ନିମନ୍ତେ ଏହା ବହୁତ ବଡ଼ ଦିବସ ଭାବେ ପରିଗଣିତ । ଏଠାରେ ମୁଁ ଯେଉଁ ଜନସାଗରକୁ ଦେଖୁଛି, ଯେଉଁ ଯେଉଁ ସ୍ଥାନ ପର୍ଯ୍ୟନ୍ତ ମୋର ଦୃଷ୍ଟି ପହଞ୍ଚୁଛି ସେଠାରେ କେବଳ ଜନତା ଆଉ ଜନତା ହିଁ ନଜର ଆସୁଛନ୍ତି । ସମ୍ଭବତଃ କେତେ ଦଶନ୍ଧି ପରେ ଜମ୍ମୁ କଶ୍ମୀର ଭୂମି, ଭାରତର ନାଗରିକ ଏଭଳି ଭବ୍ୟ ଦୃଶ୍ୟ ଦେଖିବାକୁ ପାଉଛନ୍ତି । ଏହା ଆପଣମାନଙ୍କ ସ୍ନେହ ନିମନ୍ତେ, ଆପଣମାନଙ୍କ ଉତ୍ସାହ ଏବଂ ଆଶ ନିମନ୍ତେ, ବିକାଶ ଏବଂ ପ୍ରଗତି ଆପଣମାନଙ୍କ ସଂକଳ୍ପ ନିମନ୍ତେ ବିଶେଷ ଭାବେ ଆଜି ଜମ୍ମୁ ଏବଂ କଶ୍ମୀରର ଭାଇ ଓ ଭଉଣୀମାନଙ୍କୁ ଆଦରପୂର୍ବକ ମୁଁ ଅଭିନନ୍ଦନ କରିବାକୁ ଚାହେଁ । 

ସାଥୀଗଣ,  

ନା ଏହି ଭୂଭାଗ ମୋ ପାଇଁ ନୂଆ, ନା ମୁଁ ଆପଣମାନଙ୍କ ନିମନ୍ତେ ନୂଆ । ଏବଂ ଏବଂ ମୁଁ ଏହି ଭୂମି ସହିତ ଢ଼େର୍‌ ବର୍ଷ ଧରି ସୁପରିଚିତ ରହିଆସିଛି, ଏବଂ ତାହା ସହିତ ଯୋଡ଼ିହୋଇ ରହିଛି । ମୋ ପାଇଁ ଖୁସିର କଥା ଯେ ଆଜି ଏଠାରେ ସଂଯୋଗୀକରଣ ଏବଂ ବିଜୁଳି ସହିତ ଜଡ଼ିତ ୨୦ ହଜାର କୋଟି ଟଙ୍କା... ଏହି ଅର୍ଥ ଜମ୍ମୁ କଶ୍ମୀର ଭଳି ଛୋଟ ରାଜ୍ୟ ନିମନ୍ତେ ବହୁତ ବଡ଼ ପରିମାଣ । ୨୦ ହଜାର କୋଟି ଟଙ୍କାର ପ୍ରକଳ୍ପର ଆଜି ଲୋକାର୍ପଣ ଏବଂ ଶିଳାନ୍ୟାସ ହୋଇଛି । ଜମ୍ମୁ କଶ୍ମୀରର ବିକାଶକୁ ନୂତନ ଗତି ଦେବା ନିମନ୍ତେ ରାଜ୍ୟରେ ଦ୍ରୁତ ଗତିରେ ବିକାଶ ପ୍ରକଳ୍ପମାନ କାର୍ଯ୍ୟକାରୀ କରାଯାଉଛି । ଏହି ପ୍ରୟାସ ଦ୍ୱାରା ବହୁତ ବଡ଼ ସଖ୍ୟାରେ ଜମ୍ମୁ କଶ୍ମୀର ଯୁବକଯୁବତୀଙ୍କୁ କର୍ମନିଯୁକ୍ତିର ସୁଯୋଗ ମିଳିପାରିବ ।

ସାଥୀଗଣ,

ଆଜି ଅନେକ ପରିବାରଙ୍କୁ ଗାଁରେ ସେମାନଙ୍କ ଘରର ସମ୍ପତ୍ତି ମାଲିକାନା କାର୍ଡ଼ ମଧ୍ୟ ମିଳିଛି । ଏହି ସ୍ୱାମୀତ୍ୱ କାର୍ଡ଼ ଗାଁମାନଙ୍କରେ ନୂତନ ସମ୍ଭାବନାକୁ ପ୍ରୋତ୍ସାହନ ଯୋଗାଇବ । ଆଜି ୧୦୦ଟି ଜନଔଷଧି କେନ୍ଦ୍ର ଜମ୍ମୁ କଶ୍ମୀରର ଗରିମ ଏବଂ ମଧ୍ୟମ ବର୍ଗର ଲୋକମାନଙ୍କୁ ଶସ୍ତାରେ ଔଷଧ, ଶସ୍ତାରେ ସର୍ଜିକାଲ ସାମଗ୍ରୀ ଯୋଗାଇ ଦେବା ନିମନ୍ତେ ମାଧ୍ୟମରେ ପରିଣତ ହୋଇଛି । ୨-୭୦ ମସିହା ପର୍ଯ୍ୟନ୍ତ ଦେଶକୁ କାର୍ବନ ନ୍ୟୁଟ୍ରାଲରେ ପରିଣତ କରିବା ନିମନ୍ତେ ଯେଉଁ ସଂକଳ୍ପ ଦେଶ ଗ୍ରହଣ କରିଛି, ସେହି ଦିଗରେ ମଧ୍ୟ ଜମ୍ମୁ କଶ୍ମୀରରେ ଆଜି ଏକ ବହୁତ ବଡ଼ ପଦକ୍ଷେପ ଗ୍ରହଣ କରାଯାଇଛି । ପଲ୍ଲୀ ପଞ୍ଚାୟତ ଦେଶର ପ୍ରଥମ କାର୍ବନ ନ୍ୟୁଟ୍ରାଲ ପଞ୍ଚାୟତ ହେବା ଦିଗରେ ଆଗକୁ ଅଗ୍ରସର ହୋଇଚାଲିଛି । ଗ୍ଲାସଗୋରେ ବିଶ୍ୱର ବଡ଼ ବଡ଼ ନେତୃବର୍ଗ ଏକତ୍ରିତ ହୋଇଥିଲେ । କାର୍ବନ ନ୍ୟୁଟ୍ରାଲ ପ୍ରସଙ୍ଗକୁ ନେଇ ସେଠାରେ ବହୁତ କିଛି ବକ୍ତବ୍ୟ ରଖାଯାଇଥିଲା, ବହୁତ କିଛି ଘୋଷଣା ମଧ୍ୟ ହୋଇଛି । କିନ୍ତୁ ଏହା ଭାରତ ଯାହା ଗ୍ଲାସଗୋ ଆଜି ଜମ୍ମୁ କଶ୍ମୀରର ଗୋଟିଏ ଛୋଟ ପଞ୍ଚାୟତ, ପଲ୍ଲୀ ପଞ୍ଚାୟତ ଭିତରେ ଦେଶର ପ୍ରଥମ କାର୍ବନ ନ୍ୟୁଟ୍ରାଲ ପଞ୍ଚାୟତ ହେବା ଦିଗରେ ଆଗକୁ ଅଗ୍ରସର ହେଉଛି । ଆଜି ମୋତେ ପଲ୍ଲୀ ଗ୍ରାମରେ ଦେଶର ଗାଁମାନଙ୍କର ଜନ ପ୍ରତିନିଧିମାନଙ୍କ ସହିତ ଯୋଡ଼ି ହେବାର ଅବସର ମଧ୍ୟ ପ୍ରାପ୍ତ ହୋଇଛି । ଏହି ବିରାଟ ଉପଲବ୍ଧି ଏବଂ ବିକାଶ କାର୍ଯ୍ୟ ନିମନ୍ତେ ଜମ୍ମୁ କଶ୍ମୀରକୁ ମୁଁ ବହୁତ ବହୁତ ବଧେଇ ଜଣାଉଛି । 

ଏଠାରେ ମଞ୍ଚ ଉପରକୁ ଆସିବା ପୂର୍ବରୁ ମୁଁ ଏଠାରେ ପଞ୍ଚାୟତ ସଦସ୍ୟମାନଙ୍କ ସହିତ ବସି ଆଲୋଚନା କରୁଥିଲି । ଅନେକ ସ୍ୱପ୍ନ, ଅନେକ ସଂକଳ୍ପ ଏବଂ ଅନେକ ନିଷ୍ଠାପର ଅଭିପ୍ରାୟ ସେମାନଙ୍କ ମନରେ ଥିବା ମୁଁ ଅନୁଭବ କରୁଥିଲି ଏବଂ ମୋତେ ଖୁସି ସେତିକିବେଳେ ଲାଗିଲା ଯେତେବେଳେ ମୁଁ ଦିଲ୍ଲୀର ଲାଲକିଲ୍ଲାର ମଞ୍ଚ ଉପରୁ ‘ସବକା ପ୍ରୟାସ’ କଥା କହେ । କିନ୍ତୁ ଆଜି ଜମ୍ମୁ କଶ୍ମୀରର ଏହି ଭୂମି ପଲ୍ଲୀର ନାଗରିକଗଣ ‘ସବକା ପ୍ରୟାସ’ କହିଲେ କ’ଣ ବୁଝାଏ, ତାହା ମୋତେ ବାସ୍ତବରେ କରି ଦେଖାଇ ଦେଇଛନ୍ତି । ଏଠାରେ ପଞ୍ଚ- ସରପଞ୍ଚ ମୋତେ ସୂଚୀତ କରୁଥିଲେ ଯେ ଯେତେବେଳେ ଏଠାରେ ଏହି କାର୍ଯ୍ୟକ୍ରମର ଆୟୋଜିତ ହେବା ସ୍ଥିରୀକୃତ ହୋଇଥିଲା ସେତେବେଳେ ସରକାରୀ ଅଧିକାରୀମାନେ ଏଠାକୁ କେମିତି ଯିବା ଆସିବା କରୁଥିଲେ, କଣ୍ଟେକ୍ସଟ୍‌ ଆସୁଥିଲା ସବୁକିଛି ଆୟୋଜନ କରିବା ଲାଗି । ଏବେ ଏଠାରେ କୌଣସି ଢାବା ଦୃଶ୍ୟ ହେଉନାହିଁ । ଏଠାରେ ତ କିଛି ଲରଙ୍ଗ ଚାଲିନାହିଁ । ଏ ଲୋକମାନେ ଆସୁଛନ୍ତି ତ ସେମାନଙ୍କ ଖାଦ୍ୟପେୟର କିପ୍ରକାର ବନ୍ଦୋବସ୍ତ କରାଯିବା ଦରକାର । ମୋତେ ଏଠାକାର ସରପଞ୍ଚ ମହୋଦୟ କହୁଥିଲେ ଯେ ପ୍ରତି ଘରୁ, କୌଣସି ଜଣେ ଲୋକଙ୍କ ଘରୁ ୨୦ ପଟ ରୁଟି, କାହା ଘରୁ ୩୦ ଖଣ୍ଡ ରୁଟି ସଂଗ୍ରହ କରାଯାଉଥିଲା ଏବଂ ଗତ ୧୦ ଦିନ ଧରି ଏଠାକୁ ଯେଉଁସବୁ ଲୋକ ଆସିଛନ୍ତି ସେମାନଙ୍କୁ ସମସ୍ତଙ୍କୁ ଗାଁ ଲୋକମାନେ ଖାଦ୍ୟପେୟରେ ଆପ୍ୟାୟିତ କରିଆସିଛନ୍ତି । ‘ସବକା ପ୍ରୟାସ’ କହିଲେ କ’ଣ ବୁଝାଏ ଏହା ଆପଣମାନେ ସମସ୍ତଙ୍କୁ ବାସ୍ତବରେ କରି ଦେଖାଇ ଦେଇଛନ୍ତି । ମୁଁ ସେଥିପାଇଁ ହୃଦୟରୁ ଏଠାକାର ମୋର ସମସ୍ତ ଗ୍ରାମବାସୀମାନଙ୍କୁ ଆଦରପୂର୍ବକ ନମସ୍କାର କରୁଛି ।

ଭାଇ ଓ ଭଉଣୀଗଣ,

ଚଳିତ ବର୍ଷର ପଞ୍ଚାୟତିରାଜ ଦିବସ, ଜମ୍ମୁ କଶ୍ମୀରରେ ପାଳନ କରାଯାଉଛ । ଏହା ଏକ ବିରାଟ ପରିବର୍ତ୍ତନର ପ୍ରତୀକ । ଏହା ଅତି ଗର୍ବର ବିଷୟ ଯେ ଯେତେବେଳେ ଲୋକତନ୍ତ୍ର ଜମ୍ମୁ କଶ୍ମୀରରେ ତୃଣମୂଳ ସ୍ତର ପର୍ଯ୍ୟନ୍ତ ପହଂଚିସାରିଛି, ସେତେବେଳେ ଏଠାରୁ ମୁଁ ଦେଶବ୍ୟାପୀ ସମସ୍ତ ପଞ୍ଚାୟତଙ୍କ ସହ ବାର୍ତ୍ତାଳାପ କରୁଛି । ଭାରତରେ ପଞ୍ଚାୟତିରାଜ ବ୍ୟବସ୍ଥା ଲାଗୁ କରାଯାଇଥିଲା, ଏହାକୁ ନେଇ ବହୁତ ଢୋଲ ପିଟାଯାଇଥିଲା, ଏହାକୁ ବଡ଼ ଗର୍ବ ଓ ଗୌରବ ବୋଲି କୁହାଗଲା ଏବଂ ତାହା କହିବା ମଧ୍ୟ କିଛି ଭୁଲ୍‌ କଥା ନୁହେଁ । କିନ୍ତୁ ଗୋଟିଏ କଥା ଆମେ ଭୁଲିଗଲେ, ଏମିତିରେ ତ ଆମେମାନେ କଥାବାର୍ତ୍ତା ହୋଇଥାଏ ଯେ ଭାରତରେ ପଞ୍ଚାୟତିରାଜ ବ୍ୟବସ୍ଥା ଲାଗୁ କରାଯାଇଛି କିନ୍ତୁ ଦେଶବାସୀଙ୍କୁ ଏକଥା ମାଲୁମ ପଡ଼ିବା ଦରକାର ଯେ ଏହା ଏତେ ଉତ୍ତମ ବ୍ୟବସ୍ଥା ହୋଇଥିବା ସତ୍ତ୍ୱେ ମୋର ଜାମ୍ମୁ କାଶ୍ମୀରର ଲୋକମାନେ ଏଥିରୁ କାହିଁକି ବଂଚିତ ହୋଇଆସିଥିଲେ, ଏଠାରେ ଏହି ବ୍ୟବସ୍ଥା କାହିଁକି ପ୍ରଚଳିତ ନଥିଲା । ଦିଲ୍ଲୀରେ ଆପଣମାନେ ମୋତେ ସେବା କରିବାର ଅବସର ପ୍ରଦାନ କଲେ ଏବଂ ପଞ୍ଚାୟତିରାଜ ବ୍ୟବସ୍ଥା ଜମ୍ମୁ କଶ୍ମୀରର ଭୂମିରେ ଲାଗୁ ହୋଇଗଲା । କେବଳ ଜମ୍ମୁ କଶ୍ମୀର ଗ୍ରାମମାନଙ୍କରେ ୩୦ ହଜାରରୁ ଅଧିକ ଜନ ପ୍ରତିନିଧି ନିର୍ବାଚିତ ହୋଇ ଆସିଛନ୍ତି ଏବଂ ସେମାନେ ଏବେ ସେମାନଙ୍କର କାର୍ଯ୍ୟକ୍ରମ ସମ୍ଭାଳୁଛନ୍ତି । ଏହାକୁ ତ କହନ୍ତି ଗଣତନ୍ତ୍ରର ଅସଲ ଶକ୍ତି । ପ୍ରଥମ ଥର ତ୍ରିସ୍ତରୀୟ ପଞ୍ଚାୟତିରାଜ ବ୍ୟବସ୍ଥା – ଗ୍ରାମ ପଞ୍ଚାୟତ, ପଞ୍ଚାୟତ ସମିତି ଏବଂ ଡିଡିସି ନିର୍ବାଚନ ଏଠାରେ ବେଶ୍‌ ଶାନ୍ତିପୂର୍ଣ୍ଣ ଭାବେ ସମ୍ପନ୍ନ ହୋଇଥିଲା ଏବଂ ଗ୍ରାମର ଲୋକମାନେ ନିଜ ନିଜ ଗାଁର ଭବିଷ୍ୟତ ସ୍ଥିର କରୁଛନ୍ତି ।

ସାଥୀଗଣ,

ଗଣତନ୍ତ୍ର ପ୍ରସଙ୍ଗ ହୋଇଥାଉ କିମ୍ବା ବିକାଶର ସଂକଳ୍ପ ପ୍ରସଙ୍ଗ ହୋଇଥାଉ, ଆଜି ଜମ୍ମୁ କଶ୍ମୀର ସମଗ୍ର ଦେଶ ଲାଗି ଏକ ନୂତନ ଉଦାହରଣ ପ୍ରସ୍ତୁତ କରୁଛି । ବିଗତ ଦୁଇ- ତିନି ବର୍ଷ ଭିତରେ ଜମ୍ମୁ କଶ୍ମୀରରେ ବିକାଶର ନୂତନ ବାତାବରଣ ସୃଷ୍ଟି ହୋଇଛି । କେନ୍ଦ୍ରରେ ହାରାହାରି ପ୍ରାୟ ୧୭୫ଟି ଆଇନ ଯାହା ଜମ୍ମୁ କଶ୍ମୀରର ନାଗରିକମାନଙ୍କୁ ଅଧିକାର ଦେବାଲାଗି ଉଦ୍ଦିଷ୍ଟ ଥିଲା, ତାହା ଲାଗୁ କରାଯାଉ ନଥିଲା । ଆମେ ଜମ୍ମୁ କଶ୍ମୀରର ପ୍ରତ୍ୟେକ ନାଗରିକଙ୍କୁ ସଶକ୍ତ କରିବା ନିମନ୍ତେ ସେହିସବୁ ଆଇନଗୁଡ଼ିକୁ ପ୍ରଚଳନ କଲୁ ଏବଂ ଆପଣମାନଙ୍କୁ ଶକ୍ତିଶାଳୀ କରିବା କାମ ଆରମ୍ଭ କଲୁ । ଏହା ଫଳରେ ସବୁଠାରୁ ଯେଉଁମାନେ ଅଧିକ ଲାଭବାନ ହେଲେ ସେମାନେ ହେଲେ ଜମ୍ମୁ କଶ୍ମୀରର ଭଉଣୀମାନେ, ଏଠାକାର କନ୍ୟାମାନେ, ଏଠାକାର ଗରିବ ଲୋକମାନେ, ଏଠାକାର ଦଳିତମାନେ, ଏଠାକାର ପୀଡ଼ିତ ମାନେ, ଏଠାକାର ବଂଚିତମାନେ, ସେମାନଙ୍କୁ ଏହାର ସର୍ବାଧିକ ଲାଭ ମିଳିପାରିଛି ।

ଆଜି ଏକଥା ଦେଖି ମୁଁ ଗର୍ବ ଅନୁଭବ କରୁଛି ଯେ ସ୍ୱାଧୀନତାର ୭୫ ବର୍ଷ ପରେ ଜମ୍ମୁ କଶ୍ମୀରର ମୋର ବାଲ୍ମିକୀସମାଜର ଭାଇ ଭଉଣୀମାନେ ଭାରତର ନାଗରିକମାନଙ୍କ ସହିତ ସମାନ ହୋଇପାରିଛନ୍ତି ଏବଂ ସେମାନଙ୍କୁ ଏହି ସମାନତା ପ୍ରାପ୍ତ ହେବା ସକାଶେ ଆଇନଗତ ପ୍ରାବଧାନ ରହିଛି । ଦଶନ୍ଧି ଦଶନ୍ଧି ଧରି ଯେଉଁ ଶୃଙ୍ଖଳ ବାଲ୍ମିକୀ ସମାଜର ଲୋକମାନଙ୍କ ପାଦରେ ବନ୍ଧାହୋଇ ରହିଥିଲା ସେଥିରୁ ଆଜି ସେମାନେ ମୁକ୍ତ ହୋଇପାରିଛନ୍ତି । ସ୍ୱାଧୀନତାର ସାତ ଦଶନ୍ଧି ପରେ ସେମାନଙ୍କ ଏହି ସ୍ୱାଧୀନତା ମିଳିପାରିଛି । ଆଜି ପ୍ରତ୍ୟେକ ସମାଜର ପୁତ୍ର କନ୍ୟାମାନେ ନିଜ ନିଜର ସ୍ୱପ୍ନକୁ ସାକାର କରିପାରୁଛନ୍ତି ।

ଜମ୍ମୁ କଶ୍ମୀରରେ ବର୍ଷ ବର୍ଷ ଧରି ଯେଉଁ ସାଥୀମାନଙ୍କ ଆରକ୍ଷଣର ଫାଇଦା ମିଳିପାରୁ ନଥିଲା, ଏବେ ସେମାନଙ୍କୁ ମଧ୍ୟ ଏହି ଆରକ୍ଷଣ ସୁବିଧା ପ୍ରାପ୍ତ ହୋଇଛି । ଆଜି ବାବା ସାହେବଙ୍କ ଆତ୍ମା ଯେଉଁଠାର ଥାଉ ନା କାହିଁକି, ଆମ ସମସ୍ତଙ୍କୁ ଆଶୀର୍ବାଦ ଦେଉଥିବେ ଯେ ଭାରତର ଯେଉଁ କୋଣଟି ଏଥିରୁ ବଂଚିତ ଥିଲା, ମୋଦୀ ସରକାର ଆସିବା ପରେ ବାବା ସାହେବଙ୍କ ସ୍ୱପ୍ନକୁ ମଧ୍ୟ ସାକାର କରିପାରିଛି । କେନ୍ଦ୍ର ସରକାରଙ୍କ ଯୋଜନାମାନ ଏବେ ଏଠାରେ ଖୁବ୍‌ ଦ୍ରୁତ ବେଗରେ କାର୍ଯ୍ୟକାରୀ କରାଯାଉଛି ଯାହାର ସିଧା ଲାଭ ଜମ୍ମୁ କଶ୍ମୀରର ଗ୍ରାମମାନଙ୍କୁ ହେଉଛି । ଏଲପିଜି ଗ୍ୟାସ ସଂଯୋଗ ହୋଇଥାଉ, ବିଜୁଳି ସଂଯୋଗ ହୋଇଥାଉ, ପାନୀୟ ଜଳ ଯୋଗାଣ ବ୍ୟବସ୍ଥା ହୋଇଥାଉ, ସ୍ୱଚ୍ଛ ଭାରତ ଅଭିଯାନ ଅଧୀନରେ ଶୌଚାଳୟ ନିର୍ମାଣ ହୋଇଥାଉ, ଏହାର ସବୁଠାରୁ ବଡ଼ ଫାଇଦା ଜମ୍ମୁ କଶ୍ମୀରବାସୀଙ୍କୁ ମିଳିପାରିଛି ।

ସାଥୀଗଣ,

ସ୍ୱାଧୀନତାର ଅମୃତକାଳ ଅର୍ଥାତ୍‌ ଆଗାମୀ ୨୫ ବର୍ଷରେ ନୂତନ ଜମ୍ମୁ କଶ୍ମୀର, ବିକାଶର ନୂତନ ଗାଥା ଲେଖିବାକୁ ଯାଉଛି । କିଛି ସମୟ ପୂର୍ବରୁ ୟୁଏଇରୁ ଆସିଥିବା ଏକ ପ୍ରତିନିଧି ମଣ୍ଡଳଙ୍କ ସହିତ କଥାବାର୍ତ୍ତା କରିବାର ଅବସର ମୋତେ ମିଳିଥିଲା । ସେମାନେ ଜମ୍ମୁ କଶ୍ମୀରକୁ ନେଇ ବେଶ୍‌ ଉତ୍ସାହିତ ଥିଲେ । ଆପଣମାନେ କଳ୍ପନା କରିପାରିବେ, ସ୍ୱାଧୀନତା ପ୍ରାପ୍ତିର ସାତ ଦଶନ୍ଧି ମଧ୍ୟରେ ଜମ୍ମୁ କଶ୍ମୀରେ ମାତ୍ର ୧୭ ହଜାର କୋଟି ଟଙ୍କାର ଘରୋଇ ନିବେଶ ହୋଇପାରିଥିଲା । ସାତ ଦଶନ୍ଧି ଭିତରେ ମାତ୍ର ୧୭ ହଜାର ! ଏବଂ ବିଗତ ଦୁଇ ବର୍ଷ ଭିତରେ ଏହି ମାତ୍ରା ୩୮ ହଜାର କୋଟି ଟଙ୍କାରେ ପହଂଚି ପାରିଛି । ୩୮ ହଜାର କୋଟି ଟଙ୍କା ଏଠାରେ ନିବେଶ କରିବା ଲାଗି ଘରୋଇ କମ୍ପାନୀମାନେ ଆଗେଇ ଆସିଛନ୍ତି ।

ସାଥୀଗଣ,

ଆଜି କେନ୍ଦ୍ରରୁ ପଠାଯାଉଥିବା ପ୍ରତିଟି ପଇସାକୁ ଏଠାରେ ନିଷ୍ଠା ଓ ସଚ୍ଚୋଟତାର ସହିତ ଉପଯୋଗ କରାଯାଉଛି ଏବଂ ନିବେଶକମାନେ ମଧ୍ୟ ମୁକ୍ତ ମନରେ ଏଠାରେ ସେମାନଙ୍କର ପୁଂଜି ବିନିଯୋଗ ପାଇଁ ଆଗେଇ ଆସୁଛନ୍ତି । ଏବେ ମୋତେ ଆମର ମନୋଜ ସିହ୍ନାଜୀ କହୁଥିଲେ ଯେ ତିନି ବର୍ଷ ପୂର୍ବରୁ ଏଠାକାର ଜିଲ୍ଲାମାନଙ୍କ ହାତରେ, ସମଗ୍ର ରାଜ୍ୟରେ ପାଞ୍ଚ ହଜାର କୋଟି ଟଙ୍କା ହିଁ ସେମାନଙ୍କ ଭାଗ୍ୟରେ ଥିଲା ଏବଂ ସେଥିରେ ଲେହ ଲଦାଖ ଆଦି ସମଗ୍ର କ୍ଷେତ୍ର ସାମିଲ ଥିଲା । ସେ କହୁଥିଲେ – ଛୋଟିଆ ଗୋଟିଏ ରାଜ୍ୟ, ଜନସଂଖ୍ୟା ବି କମ୍‌ । କିନ୍ତୁ ବିଗତ ଦୁଇ ବର୍ଷ ଭିତରେ ଏଠାରେ ବିକାଶର ଯେଉଁ ଗତି ଆସିଛି, ସେଥିରେ ଚଳିତ ଥର ବଜେଟରେ ଜିଲ୍ଲାଗୁଡ଼ିକ ନିକଟରେ ୨୨ ହଜାର କୋଟି ଟଙ୍କା ସିଧା ସଳଖ ଭାବେ ପଞ୍ଚାୟତ ସଂସ୍ଥାମାନଙ୍କୁ ପ୍ରଦାନ କରାଯାଇଛି । ଏତେ ଛୋଟ ଗୋଟିଏ ରାଜ୍ୟରେ ତୃଣମୂଳ ସ୍ତରରେ ଗଣତାନ୍ତ୍ରିକ ବ୍ୟବସ୍ଥା ଦ୍ୱାରା ବିକାଶର କାର୍ଯ୍ୟ ନିମନ୍ତେ କେଉଁଠି ପାଞ୍ଚ ହଜାର କୋଟି ତ କେଉଁଠି ୨୨ ହଜାର କୋଟି ଟଙ୍କା ବିନିଯୋଗ ହୋଇ ଏହିସବୁ କାର୍ଯ୍ୟ ହେଉଛି ମୋର ଭାଇମାନେ ।

ଆଜି ମୋତେ ଖୁସି ଲାଗୁଛି, ରତଲେ ଶକ୍ତି ଉତ୍ପାଦନ କେନ୍ଦ୍ର ଏବଂ କ୍ୱାର ଶକ୍ତି ପ୍ରକଳ୍ପ ଯେତେବେଳେ କାର୍ଯ୍ୟକ୍ଷମ ହେବ, ସେତେବେଳେ ଜମ୍ମୁ କଶ୍ମୀରକୁ ପର୍ଯ୍ୟାପ୍ତ ପରିମାଣର ବିଜୁଳି ଶକ୍ତି ତ ମିଳିବ, ଜମ୍ମୁ କଶ୍ମୀର ନିମନ୍ତେ ଉପାର୍ଜନର ମଧ୍ୟ ଏକ ବହୁତ ବଡ଼ ନୂତନ କ୍ଷେତ୍ର ଉନ୍ମୁକ୍ତ ହେବାକୁ ଯାଉଛି ଯାହା ଜମ୍ମୁ କଶ୍ମୀରର ଆର୍ଥିକ ବ୍ୟବସ୍ଥାକୁ ନୂତନ ଶିଖର ପର୍ଯ୍ୟନ୍ତ ନେଇ ଯିବାକୁ ସହାୟକ ହୋଇପାରିବ । ଏବେ ଦେଖନ୍ତୁ, କେତେବେଳେ ଦିଲ୍ଲୀରେ ଗୋଟିଏ ସରକାରୀ ଫାଇଲ୍‌ ଚାଷ ହେଉଥିଲା, ମୋ କଥାକୁ ଟିକେ ଗଭୀରତାର ସହ ବିଚାର କରି ଦେଖନ୍ତୁ । ଦିଲ୍ଲୀରେ ଗୋଟିଏ ସରକାରୀ ଫାଇଲ ଯେତେବେଳେ ଚାଷ ହେଉଥିଲା ସେତେବେଳେ ତାହାର ନିଷ୍ପତ୍ତି ଜମ୍ମୁ କଶ୍ମୀରରେ ପହଂଚିବା ଲାଗି ଦୁଇ ତିନି ସପ୍ତାହ ଲାଗି ଯାଉଥିଲା । ମୋତେ ଏବେ ଖୁବ୍‌ ଖୁସି ଲାଗୁଛି ଯେ ଆଜି ୫୦୦ କିଲୋୱାଟର ସୌର ଶକ୍ତି ଉତ୍ପାଦନ କେନ୍ଦ୍ର କେବଳ ୩ ସପ୍ତାହ ଭିତରେ ଏଠାରେ କାର୍ଯ୍ୟକାରୀ ହୋଇପାରିଛି, ବିଜୁଳି ଶକ୍ତି ଉତ୍ପାଦନ ମଧ୍ୟ ଆରମ୍ଭ ହୋଇଯାଇଛି । ପଲ୍ଲୀ ଗାଁର ସମସ୍ତ ଘରକୁ ଏବେ ସେହି ସୌର ବିଦ୍ୟୁତ୍‌ କେନ୍ଦ୍ରରୁ ବିଜୁଳି ଶକ୍ତି ପହଂଚି ପାରୁଛି । ଏହି ଗ୍ରାମ ଉର୍ଜା ସ୍ୱରାଜ କାର୍ଯ୍ୟକ୍ରମର ମଧ୍ୟ ଏକ ବଡ଼ ଉଦାହରଣ ଭାବେ ନିଆଯାଇପାରେ । କାର୍ଯ୍ୟ କରିବାର ଏଭଳି ବ୍ୟବସ୍ଥାରେ ପରିବର୍ତ୍ତନ ଜମ୍ମୁ କଶ୍ମୀରକୁ ନୂତନ ଶୀର୍ଷରେ ପହଞ୍ଚାଇବ । 

ସାଥୀଗଣ,

ମୁଁ ଜମ୍ମୁ କଶ୍ମୀରର ଯୁବଗୋଷ୍ଠୀଙ୍କୁ କହିବାକୁ ଚାହିଁବି ଯେ, ‘ସାଥୀଗଣ, ମୋର କଥା ଉପରେ ଭରସା ରଖନ୍ତୁ । ଘାଟିର ଯୁବଗୋଷ୍ଠୀ, ଆପଣମାନଙ୍କ ମାତା ପିତାଙ୍କୁ, ଆପଣମାନଙ୍କ ଜେଜେବାପା ଜେଜେମାଙ୍କୁ, ଆପଣଙ୍କ ଅଜା ଆଈଙ୍କୁ ଯେଉଁଭଳି ସମସ୍ୟା ଭିତରେ ଜୀବନ ବଂଚିବାକୁ ପଡ଼ିଥିଲା, ବନ୍ଧୁଗଣ, ଆପଣମାନଙ୍କୁ ଏଭଳି ଅସୁବିଧାରେ ଜୀବନ ବଂଚିବାକୁ ପଡ଼ିବନାହିଁ । ଏହା ମୁଁ କରି ଦେଖାଇବି । ଏହି ବିଶ୍ୱାସ ମୁଁ ଆପଣମାନଙ୍କୁ ଦେବାକୁ ଚାହୁଁଛି ।’ ଗତ ୮ ବର୍ଷ ଭିତରେ ଏକ ଭାରତ, ଶ୍ରେଷ୍ଠ ଭାରତର ମନ୍ତ୍ରକୁ ମଜଭୁଜ କରିବା ନିମନ୍ତେ ଆମ ସରକାର ଦିନ ରାତି କାର୍ଯ୍ୟ କରିଆସୁଛି । ଯେତେବେଳେ ମୁଁ ଏକ ଭାରତ, ଶ୍ରେଷ୍ଠ ଭାରତ କଥା କହୁଛି, ସେତେବେଳେ ଆମର ଧ୍ୟାନ ସଂଯୋଗୀକରଣ ଉପରେ ମଧ୍ୟ ରହିଛି, ଦୂରତ୍ୱ ମେଣ୍ଟାଇବା ଉପରେ ମଧ୍ୟ ରହିଛି । ଦୂରତ୍ୱ ହୃଦୟର ହୋଇଥାଉ, ଭାଷା- ବ୍ୟବହାରର ହୋଇଥାଉ କିମ୍ବା ସଂସାଧନର, ଏହାକୁ ଦୂର କରିବା ଆଜି ଆମର ବହୁତ ବଡ଼ ପ୍ରାଥମିକତାରେ ପରିଣତ ହୋଇଛି । ଯେମିତି ଆମର ଡୋଗ୍ରା ଭାଷାରେ ଲୋକ ସଙ୍ଗୀତରେ କୁହାଯାଇଛି – ମିଠଡ଼ୀ ଏ ଡୋଗରେଁ ଦୀ ବୋଲୀ, ତେ ଖଣ୍ଡ ମିଠେ ଲୋକ ଡୋଗରେ । ଏଭଳି ମଧୁର, ଏପରି ସମ୍ବେଦନଶୀଳ ଚିନ୍ତାଧାରା ଦେଶ ପାଇଁ ଏକତାର ଶକ୍ତି ବନିଥାଏ ଏବଂ ଦୂରଦ୍ୱକୁ ମଧ୍ୟ କମ୍‌ କରିଥାଏ ।

ଭାଇ ଓ ଭଭଣୀଗଣ,

ଆମ ସରକାରଙ୍କ ପ୍ରୟାସ ଏବେ ବନିହାଲ- କାଜିଗୁଣ୍ଡ ଟନେଲ ଉପରେ ଯାହା ଜମ୍ମୁ ଏବଂ ଶ୍ରୀନଗର ଭିତରେ ୨ ଘଣ୍ଟାର ଦୂରତା କମାଇଦେଇଛି । ଉଧମପୁର- ଶ୍ରୀନଗର- ବାରାମୁଳାକୁ ସଂଯୋଗ କରୁଥିବା ଆକର୍ଷକ ଆର୍କ ବ୍ରିଜ୍‌ ମଧ୍ୟ ଖୁବ୍‌ ଶୀଘ୍ର ଦେଶକୁ ଉପହାର ମିଳିବାକୁ ଯାଉଛି । ଦିଲ୍ଲୀ- ଅମୃତସର- କଟରା ବିମାନ ମଧ୍ୟ ଦିଲ୍ଲୀରୁ ମା’ ବୈଷ୍ଣୋଦେବୀଙ୍କ ଦରବାରର ଦୂରତ୍ୱକୁ ବହୁତ କମ୍‌ କରିବାକୁ ଯାଉଛି । ସେ ଦିନ ଆଉ ଦୂର ନାହିଁ ଯେତେବେଳେ କନ୍ୟାକୁମାରୀର ଦୂରତ୍ୱ ବୈଷ୍ଣୋଦେବୀଙ୍କ ନିକଟକୁ ଗୋଟିଏ ମାତ୍ର ସଡ଼କରେ ଉପଲବ୍ଧ ହେବ । ଜମ୍ମୁ କଶ୍ମୀର ହୋଇଥାଉ, ଲେହ- ଲଦାଖ ହୋଇଥାଉ, ପ୍ରତ୍ୟେକ ଦିଗରୁ ଏବେ ପ୍ରୟାସ କରାଯାଉଛି ଯେ ଜମ୍ମୁ କଶ୍ମୀରର ଅଧିକତର ଭାଗ ୧୨ ମାସ ଧରି ଦେଶର ଅବଶିଷ୍ଟ ଭାଗ ସହିତ କିପରି ସଂଯୋଗରେ ରଖାଯାଇପାରିବ ।

ସୀମାନ୍ତବର୍ତ୍ତୀ ଗାଁଗଣ୍ଡାମାନଙ୍କର ବିକାଶ ନିମନ୍ତେ ହାମ ସରକାର ପ୍ରାଥମିକତା ଆଧାରରେ କାମ କରିଚାଲିଛି । ଭାରତସାରା ସୀମାନ୍ତର ଶେଷତମ ଗ୍ରାମ ନିମନ୍ତେ ଭାଇବ୍ରେଟ୍‌ ଭିଲେଜ୍‌ ଅର୍ଥାତ୍‌ ଚଳଚଞ୍ଚଳ ଗ୍ରାମ ଯୋଜନା ଏଥର ବଜେଟରେ ମଂଜୁର କରାଯାଇଛି । ଏହାର ଲାଭ ଭାରତର ସମସ୍ତ ସୀମାନ୍ତ ଗ୍ରାମକୁ ଯେଉଁମାନେ ସୀମା ସହିତ ଯୋଡ଼ିହୋଇ ରହିଛନ୍ତି, ସେମାନଙ୍କୁ ଚଳଚଞ୍ଚଳ ଗ୍ରାମ ଅଧୀନରେ ବିକାଶର ସକଳ ପ୍ରକାର ସୁବିଧାସୁଯୋଗ ମିଳିପାରିବ । ଏହାର ସର୍ବାଧିକ ସୁଫଳ ପଞ୍ଜାବ ଏବଂ ଜମ୍ମୁ କଶ୍ମୀରକୁ ମିଳିବାକୁ ଯାଉଛି ।

ସାଥୀଗଣ,

ଆଜି ଜମ୍ମୁ କଶ୍ମୀର ସବକା ସାଥ, ସବକା ବିକାଶର ମଧ୍ୟ ଏକ ଉତ୍ତମ ଉଦାହରଣ ଭାବେ ଉଭା ହେବାକୁ ଯାଉଛି । ରାଜ୍ୟରେ ଉତ୍ତମ ତଥା ଆଧୁନିକ ହସପିଟାଲ ହେଉ, ପରିବହନର ନୂତନ ସାଧନ ଲୋକମାନଙ୍କୁ ଉପଲବ୍ଧ କଥା ହେଉ, ଉଚ୍ଚ ଶିକ୍ଷାର ସଂସ୍ଥାନମାନଙ୍କ କଥା ହେଉ, ଏଠାକାର ଯୁବଗୋଷ୍ଠୀଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଯୋଜନାମାନଙ୍କୁ କାର୍ଯ୍ୟାନ୍ୱୟନ କରାଯାଉଛି । ବିକାଶ ଏବଂ ବିଶ୍ୱାସର କ୍ରମବର୍ଦ୍ଧିଷ୍ଣୁ ବାତାବରଣରେ ଜମ୍ମୁ କଶ୍ମୀରରେ ପର୍ଯ୍ୟଟନ ପୁଣି ଥରେ ପ୍ରସାରିତ ହେବାରେ ଲାଗିଛି । ମୋତେ ସୂଚୀତ କରାଯାଇଛି ଯେ ଆଗାମୀ ଜୁନ- ଜୁଲାଇ ମାସ ପର୍ଯ୍ୟନ୍ତ ଏଠାକାର ସବୁ ପର୍ଯ୍ୟଟନ ସ୍ଥଳ ବୁକ୍‌ ହୋଇସାରିଛି, ଏବେ ଅନ୍ୟ କାହାକୁ ଜାଗା ମିଳିବା ମୁସ୍କିଲ୍‌ ହୋଇପଡ଼ିଛି । ବିଗତ କିଛି ବର୍ଷ ଧରି ଯେଉଁ ପର୍ଯ୍ୟଟକମାନେ ଏଠାକୁ ଆସିପାରି ନଥିଲେ ଏଇ କିଛି ମାସ ଭିତରେ ସେମାନେ ପୁଣି ଥରେ ଏଠାକୁ ଆସିବା ଆରମ୍ଭ କରିଛନ୍ତି ।

ସାଥୀଗଣ,

ସ୍ୱାଧୀନତାର ଏହି ଅମୃତକାଳ ଭାରତର ସ୍ୱର୍ଣ୍ଣିମ ସମୟ ହେବାକୁ ଯାଉଛି ଏହି ସଂକଳ୍ପ ସବକା ପ୍ରୟାସ ଦ୍ୱାରା ସିଦ୍ଧ ହେବାକୁ ଯାଉଛି । ସେଥିରେ ଲୋକତନ୍ତ୍ରକୁ ସବୁଠାରୁ ସ୍ଥାନୀୟ ସଂଗଠନ, ଗ୍ରାମ ପଞ୍ଚାୟତ, ଆପଣମାନେ ସବୁ ସାଥୀଙ୍କର ଭୂମିକା ବହୁତ ଗୁରୁତ୍ୱପୂର୍ଣ୍ଣ ଅଟେ । ପଞ୍ଚାୟତ ସଂସ୍ଥାମାନଙ୍କର ଏହି ଭୂମିକାକୁ ହୃଦୟଙ୍ଗମ କରି, ସ୍ୱାଧୀନତାର ଅମୃତ ମହୋତ୍ସବ ଆଧାରରେ ଅମୃତ ସରୋବର ଅଭିଯାନର ଶୁଭାରମ୍ଭ କରାଯାଇଛି । ଆଗାମୀ ଏକ ବର୍ଷ ଭିତରେ, ଆଗାମୀ ବର୍ଷ ୧୫ ଅଗଷ୍ଟ ପର୍ଯ୍ୟନ୍ତ ଆମକୁ ପ୍ରତ୍ୟେକ ଜିଲ୍ଲାରେ ଅତି କମ୍‌ରେ ୭୫ ଅମୃତ ସରୋବର ପ୍ରସ୍ତୁତ କରିବାକୁ ପଡ଼ିବ, ପ୍ରତି ଜିଲ୍ଲାରେ ୭୫ଟି ଲେଖାଏଁ ଅମୃତ ସରୋବର ।

ଆମେମାନେ ଏହା ମଧ୍ୟ ପ୍ରୟାସ କରିବାକୁ ପଡ଼ିବ ଯେ ଏହିସବୁ ସରୋବରର ଆଖପାଖରେ ନୀମ, ଅଶ୍ୱତ୍ଥ, ବରଗଛ ଆଦି ବୃକ୍ଷମାନ ଯେଭଳି ଲଗାଯିବା ଆବଶ୍ୟକ । ସେହିସବୁ ଚାରା ସ୍ଥାନୀୟ ସହିଦମାନଙ୍କ ସ୍ମୃତିରେ ରୋପଣ କରାଯିବ ଏବଂ ଏକଥା ମଧ୍ୟ ପ୍ରୟାସ କରାଯିବ ଯେ ଯେତେବେଳେ ଅମୃତ ସରୋବରର ଶୁଭାରମ୍ଭ କରାଯିବ, ଶିଳାନ୍ୟାସ କରାଯିବ ସେତେବେଳେ ଶିଳାନ୍ୟାସ ମଧ୍ୟ କୌଣସି ନା କୌଣସି ସହିଦଙ୍କ ପରିବାରଙ୍କ ହାତରେ, କୌଣସି ଜଣେ ସ୍ୱାଧୀନତା ସଂଗ୍ରାମୀଙ୍କ ପରିବାର ହାତରେ କରାନ୍ତୁ ଏବଂ ସ୍ୱାଧୀନତା ନିମନ୍ତେ ଏହିସବୁ ଅମୃତ ସରୋବର ଖନନ ଅଭିଯାନକୁ ଆମେ ଏକ ଗୌରବପୂର୍ଣ୍ଣ ପୃଷ୍ଠା ଭାବେ ଇତିହାସରେ ଯୋଡ଼ିପାରିବା ।

ଭାଇ ଓ ଭଉଣୀଗଣ,

ବିଗତ ବର୍ଷମାନଙ୍କରେ ପଞ୍ଚାୟତ ସଂସ୍ଥାମାନଙ୍କୁ ଅଧିକ ଅଧିକାର, ଅଧିକ ପାରଦର୍ଶିତା ଏବଂ ପ୍ରଯୁକ୍ତି ସହିତ ଯୋଡ଼ିବା ନିମନ୍ତେ ନିରନ୍ତର ପ୍ରୟାସ କରାଯାଇ ଆସୁଛି । ଇ-ଗ୍ରାମ ସ୍ୱରାଜ ଅଭିଯାନ ଦ୍ୱାରା ପଞ୍ଚାୟତ ସହିତ ସଂଶ୍ଳିଷ୍ଟ ଯୋଜନା ଠାରୁ ନେଇ ପେମେଣ୍ଟ ପର୍ଯ୍ୟନ୍ତ ସବୁ ବ୍ୟବସ୍ଥାକୁ ଏକତ୍ର ଯୋଡ଼ାଯାଉଛି । ଗ୍ରାମର ସାଧାରଣ ହିତାଧିକାରୀ ଏବେ ନିଜର ମୋବାଇଲ ଫୋନରେ ଏକଥା ଜାଣିପାରିବେ ଯେ ତାଙ୍କ ପଞ୍ଚାୟତରେ କ’ଣ କ’ଣ କାମ ହେଉଛି, ଏହାର ସ୍ଥିତି କ’ଣ, ଏଥିପାଇଁ କେତେ ଅର୍ଥ ବ୍ୟୟ କରାଯାଉଛି । ପଞ୍ଚାୟତ ସଂସ୍ଥାମାନଙ୍କୁ ଯେଉଁ ପାଣ୍ଠି ମିଳୁଛି, ସେଗୁଡ଼ିକର ଅଡ଼ିଟ୍‌ ମଧ୍ୟ ଅନଲାଇନ ବ୍ୟବସ୍ଥା ମାଧ୍ୟମରେ ସଂପାଦନ କରାଯାଉଛି । ନାଗରିକ ସନନ୍ଦ ଅଭିଯାନ ମାଧ୍ୟମରେ ରାଜ୍ୟମାନ ଓ ପଞ୍ଚାୟତ ସଂସ୍ଥାମାନଙ୍କୁ ପ୍ରୋତ୍ସାହିତ କରାଯାଉଛି ଯଦ୍ୱାରା ସେମାନେ ଜନ୍ମ ପ୍ରମାଣ ପତ୍ର, ବିବାହ ସାର୍ଟିଫିକେଟ, ସମ୍ପତ୍ତି ସହିତ ସଂଶ୍ଳିଷ୍ଟ ଅନେକ ବିଷୟକୁ ଗ୍ରାମ ପଞ୍ଚାୟତ ସ୍ତରରେ ହିଁ ସମାଧାନ କରିପାରିବେ । ସ୍ୱାମୀତ୍ୱ ଯୋଜନା ଦ୍ୱାରା ଗ୍ରାମ ପଞ୍ଚାୟତ ସଂସ୍ଥାମାନଙ୍କ ନିମନ୍ତେ ସମ୍ପତ୍ତି ଟିକସର ଆସେସମେଣ୍ଟ ଅତି ସହଜ ହୋଇପାରିଛି ଯାହାର ଲାଭ ଅନେକ ଗ୍ରାମ ପଞ୍ଚାୟତମାନଙ୍କୁ ହୋଇପାରୁଛି ।

 

କିଛି ଦିନ ତଳେ ପଞ୍ଚାୟତ ସଂସ୍ଥାମାନଙ୍କୁ ତାଲିମ ପ୍ରଦାନ ନିମନ୍ତେ ଆଧୁନିକ ପ୍ରଯୁକ୍ତିର ଉପଯୋଗ ସହିତ ସଂଶ୍ଳିଷ୍ଟ ନୂତନ ନୀତିକୁ ମଧ୍ୟ ସ୍ୱୀକୃତି ପ୍ରଦାନ କରାଯାଇଛି । ଚଳିତ ମାସ ୧୧ ତାରିଖ ଠାରୁ ୧୭ ତାରିଖ ପର୍ଯ୍ୟନ୍ତ ପଞ୍ଚାୟତ ସଂସ୍ଥାମାନଙ୍କୁ ନବନିର୍ମାଣର ସଂକଳ୍ପ ସହିତ ଆଇକନିକ୍‌ ସପ୍ତାହର ଆୟୋଜନ ମଧ୍ୟ କରାଯାଇଥିଲା ଯଦ୍ୱାରା ଗ୍ରାମ ସ୍ତର ପର୍ଯ୍ୟନ୍ତ ମୂଳଭୂତ ସୁବିଧାକୁ ପହଞ୍ଚାଯିବାର କାର୍ଯ୍ୟ କରାଯାଇପାରିବ । ସରକାରଙ୍କ ଏହା ସଂକଳ୍ପ ଯେ ଗ୍ରାମମାନଙ୍କରେ ପ୍ରତି ବ୍ୟକ୍ତି, ପ୍ରତି ପରିବାର ନିମନ୍ତେ ଶିକ୍ଷା, ସ୍ୱାସ୍ଥ୍ୟ ଭଳି ପ୍ରତ୍ୟେକ ପ୍ରକାର ସାମାଜିକ ସୁବିଧାର ବିକାଶ ସୁନିଶ୍ଚିତ ହେବ । ସରକାର ମଧ୍ୟ ଏହା ପ୍ରୟାସ କରୁଛନ୍ତି ଯେ ଗ୍ରାମଗୁଡ଼ିକର ବିପାଶ ସହିତ ସଂଶ୍ଳିଷ୍ଟ ପ୍ରତ୍ୟେକ ପ୍ରକଳ୍ପ ନିମନ୍ତେ ଯୋଜନା ପ୍ରସ୍ତୁତ କରିବା, ଏହାର ପ୍ରବର୍ତ୍ତନରେ ପଞ୍ଚାୟତ ସଂସ୍ଥାମାନଙ୍କର ସର୍ବାଧିକ ଭୂମିକା ରହିବା ଜରୁରି । ଏହା ଫଳରେ ରାଷ୍ଟ୍ରୀୟ ସଂକଳ୍ପଗୁଡ଼ିକର ସିଦ୍ଧିରେ ପଞ୍ଚାୟତ ସଂସ୍ଥାମାନେ ଗୁରୁତ୍ୱପୂର୍ଣ୍ଣ ଭାବେ ମୁଣ୍ଡ ଟେକିବେ । 

ସାଥୀଗଣ,

ପଞ୍ଚାୟତ ସଂସ୍ଥାମାନଙ୍କୁ ଅଧିକ ଅଧିକାର ଦେବା ଲକ୍ଷ୍ୟରେ ପଞ୍ଚାୟତମାନଙ୍କୁ ବାସ୍ତବ ଭାବେ ସଶକ୍ତିକରଣର ସେଣ୍ଟର ଭାବେ ପ୍ରସ୍ତୁତ କରାଯାଉଛି । ପଞ୍ଚାୟତ ସଂସ୍ଥାମାନଙ୍କର କ୍ରମବର୍ଦ୍ଧିଷ୍ଣୁ ଶକ୍ତି, ପଞ୍ଚାୟତମାନଙ୍କୁ ମିଳୁଥିବା ଅର୍ଥ ଦ୍ୱାରା ଗ୍ରାମର ବିକାଶକୁ ନୂତନ ଆଲୋକ ମିଳିପାରିଛି । ଏଥି ପ୍ରତି ସରକାର ମଧ୍ୟ ବିଶେଷ ଧ୍ୟାନ ଦେଉଛନ୍ତି । ପଞ୍ଚାୟତିରାଜ ବ୍ୟବସ୍ଥାରେ ଭଉଣୀମାନଙ୍କର ଅଧିକ ଭାଗୀଦାରୀକୁ ଆହୁରି ପ୍ରଖରିତ କରିବା ଉପରେ ଆମ ସରକାର ବିଶେଷ ଗୁରୁତ୍ୱାରୋପ କରିଆସୁଛନ୍ତି ।

ଭାରତର ଭଉଣୀ- କନ୍ୟାମାନେ କ’ଣ କରିବାକୁ ସକ୍ଷମ, ଏହା କରୋନା କାଳରେ ବିଶ୍ୱ ବ୍ୟାପୀ ଭାରତର ସଫଳତାକୁ ଅନୁଭବ କରିଛନ୍ତି । ବିଶ୍ୱ ସେମାନଙ୍କ ଠାରୁ ଢେର୍‌ କିଛି ଶିକ୍ଷାଲାଭ ମଧ୍ୟ କରିଛନ୍ତି । ଆଶା- ଅଙ୍ଗନୱାଡ଼ି କର୍ମକର୍ତ୍ତାମାନେ କିଭଳି ଭାବେ ଟ୍ରାକିଂ ଠାରୁ ଆରମ୍ଭ କରି ଟିକାକରଣ ପର୍ଯ୍ୟନ୍ତ ଛୋଟ ଛୋଟ ପ୍ରତ୍ୟେକ କାମ କରି କରୋନା ବିରୁଦ୍ଧରେ ଲଢ଼େଇକୁ ମଜଭୁତ କରିବା ଦାୟିତ୍ୱ ଆମର କନ୍ୟାମାନେ କରିଥିଲେ, ଆମର ମାତା- ଭଉଣୀମାନେ କରିଥିଲେ ତାହା ଆମେ ସଭିଏଁ ଦେଖିଛେ ।

ଗ୍ରାମର ସ୍ୱାସ୍ଥ୍ୟ ଏବଂ ପୋଷଣ ସହିତ ଜଡ଼ିତ ନେଟୱାର୍କ ମହିଳା ଶକ୍ତି ଦ୍ୱାରା ହିଁ ନିଜର ଆଲୋକ ପାଇପାରୁଛନ୍ତି । ମହିଳା ସ୍ୱୟଂ ସହାୟକ ସମୂହ, ଗ୍ରାମମାନଙ୍କର ଜୀବନଜୀବିକାର ଜନଜାଗରଣକୁ ନୂତନ ଦିଶା ପ୍ରଦାନ କରୁଛି । ପାଣି ସହିତ ଜଡ଼ିତ ବ୍ୟବସ୍ଥାମାନଙ୍କ ଦ୍ୱାରା ପ୍ରତ୍ୟେକ ଘରେ ଜଳ ଅଭିଯାନରେ ମଧ୍ୟ ଯେଉଁ ମହିଳାମାନଙ୍କର ଭୂମିକା ସ୍ଥିର କରାଯାଇଛି, ତାହାକୁ ପ୍ରତି ପଞ୍ଚାୟତ ବେଶ୍‌ ଦ୍ରୁତ ବେଗରେ ବ୍ୟବସ୍ଥିତ କରିବା ଆବଶ୍ୟକ, ଏହା ଏକାନ୍ତ ଜରୁରି ।

ମୋତେ ସୂଚୀତ କରାଯାଇଛି ଯେ ଏପର୍ଯ୍ୟନ୍ତ ତିନି ଲକ୍ଷ ପାଣି ସମିତି ସମଗ୍ର ଦେଶରେ ଗଠିତ ହୋଇସାରିଛି । ଏହିସବୁ ସମିତିମାନଙ୍କରେ ୫୦ ପ୍ରତିଶତ ମହିଳା ସଦସ୍ୟ ରହିବା ଅନିବାର୍ଯ୍ୟ କରାଯାଇଛି, ୨୫ ପ୍ରତିଶତ ପର୍ଯ୍ୟନ୍ତ ସଦସ୍ୟ ସମାଜର ଦୁର୍ବଳ ବର୍ଗର ସଦସ୍ୟ ରହିବେ, ଏସବୁ ମଧ୍ୟ ସୁନିଶ୍ଚିତ କରାଯିବା ଏକାନ୍ତ ଆବଶ୍ୟକ । ଏବେ ଗାଁରେ ନଳ ଯୋଗେ ଜଳ ତ ପହଞ୍ଚୁଛି, କିନ୍ତୁ ଏଥି ସହିତ ଏହି ଜଳର ଶୁଦ୍ଧତା, ଏହାର ନିରନ୍ତର ଯୋଗାଣ, ଏକଥା ସୁନିଶ୍ଚିତ କରିବା ନିମନ୍ତେ ମହିଳାମାନଙ୍କୁ ତାଲିମ ପ୍ରଦାନ କରିବା କାମ ସମଗ୍ର ଦେଶରେ ଜାରି ରହିଛି, କିନ୍ତୁ ମୁଁ ଚାହିଁବି ଯେ ଏହି କାର୍ଯ୍ୟ ଶୀଘ୍ରତର ହେବା ଆବଶ୍ୟକ । ଏପର୍ଯ୍ୟନ୍ତ ସାତ ଲକ୍ଷରୁ ଅଧିକ ଭଉଣୀଙ୍କୁ, କନ୍ୟାଙ୍କୁ ସମଗ୍ର ଦେଶରେ ତାଲିମ ପ୍ରଦାନ କରାଯାଇ ସାରିଛି । କିନ୍ତୁ ମୋତେ ଏହି ବ୍ୟବସ୍ଥାକୁ ମଧ୍ୟ ବଢ଼ାଇବାକୁ ପଡ଼ିବ, ଗତିକୁ ଦ୍ରୁତତର କରିବାକୁ ହେବ । ମୋର ଆଜି ଦେଶବ୍ୟାପୀ ପଞ୍ଚାୟତ ସଂଗଠନମାନଙ୍କୁ ନିବେଦନ ଯେ ଯେଉଁଠାରେ ଏହିସବୁ ବ୍ୟବସ୍ଥା ଏପର୍ଯ୍ୟନ୍ତ ହୋଇପାରିନାହିଁ, ସେଠାରେ ଏହାକୁ ଯଥା ଶୀଘ୍ର ଲାଗୁ କରାଯିବା ଉଚିତ ।

ଗୁଜରାଟରେ ଦୀର୍ଘ ସମୟ ପର୍ଯ୍ୟନ୍ତ ମୁଁ ମୁଖ୍ୟମନ୍ତ୍ରୀ ରହିଥିଲି ଏବଂ ସେତେବେଳେ ମୁଁ ଅନୁଭବ କରିଥିଲି ଯେ ଯେତେବେଳେ ମୁଁ ଗୁଜରାଟରେ ଜଳ ଯୋଗାଣ ଉପରେ କାମ କରୁଥିଲି ଓ ପାନୀୟ ଜଳ ଯେତେବେଳେ ମହିଳାମାନଙ୍କ ନିକଟରେ ପହଞ୍ଚା ଯାଇଥିଲା, ଗାଁମାନଙ୍କରେ ଜଳ ଯୋଗାଣର ବ୍ୟବସ୍ଥାକୁ ନେଇ ମହିଳାମାନେ ଏତେ ଚିନ୍ତାଗ୍ରସ୍ତ ଥିଲେ । କାରଣ ଜଳ ଉପଲବ୍ଧ ନହେବା ଅର୍ଥ କ’ଣ, ତାହା ମହିଳାମାନେ ହିଁ ସବୁଠାରୁ ଅଧିକ ଉପଲବ୍ଧି କରିଥାନ୍ତି । ଅତି ସମ୍ବେଦନଶୀଳତାର ସହ, ଦାୟିତ୍ୱବୋଧର ସହିତ ସେମାନେ ଆମ ସହିତ କାମ କରିଥିଲେ । ସେଇଥିପାଇଁ ମୁଁ ଏହି ଅନୁଭବ ଆଧରରେ କହିପାରିବି ଯେ ମୋ ଦେଶର ସମସ୍ତ ପଞ୍ଚାୟତରେ ଜଳଯୋଗାଣର ଏହି କାମରେ ଯେତେ ଅଧିକ ସଂଖ୍ୟକ ମହିଳାଙ୍କୁ ଯୋଡ଼ାଯାଇପାରିବ ସେତେ ଭଲ । ଯେତେ ଅଧିକ ମହିଳାମାନଙ୍କୁ ତାଲିମ ପ୍ରଦାନ କରାଯାଇପାରିବ, ଯେତେ ଅଧିକ ସଂଖ୍ୟକ ମହିଳାମାନଙ୍କ ଉପରେ ଭରସା କରାଯାଇପାରିବ, ମୁଁ କହିବି ଜଳଯୋଗାଣ ସମସ୍ୟାର ସମାଧାନ ସେତେ ଶୀଘ୍ର ହୋଇପାରିବ । ମୋ କଥା ଉପରେ ଆପଣମାନେ ବିଶ୍ୱାସ ରଖନ୍ତୁ, ଆମର ମାତା- ଭଊଣୀମାନଙ୍କ ଶକ୍ତି ଉପରେ ଭରସା ରଖନ୍ତୁ । ଗାଁରେ ପ୍ରତ୍ୟେକ ସ୍ତରରେ ଭଉଣୀ- କନ୍ୟାମାନଙ୍କ ଭାଗୀଦାରୀକୁ ଆମେ ବୃଦ୍ଧି କରିବା ଉଚିତ, ସେମାନଙ୍କୁ ପ୍ରୋତ୍ସାହିତ କରିବା ଉଚିତ ।

ଭାଇ ଓ ଭଉଣୀଗଣ,

ଭାରତର ଗ୍ରାମ ପଞ୍ଚାୟତମାନଙ୍କ ନିକଟରେ ପାଣ୍ଠି ଏବଂ ରାଜସ୍ୱର ଏକ ସ୍ଥାନୀୟ ମଡ଼େଲ ଉପଲବ୍ଧ ହେବା ଜରୁରି । ପଞ୍ଚାୟତମାନଙ୍କର ଯେଉଁ ସଂସାଧନ ରହିଛି ସେସବୁର କାର୍ଯ୍ୟଦକ୍ଷତାକୁ କିଭଳି ଉପଯୋଗ କରାଯାଇ ପାରିବ, ଏ ସଂପର୍କରେ ଅବଶ୍ୟ ପ୍ରୟାସ କରାଯିବା ଆବଶ୍ୟକ । ଏବେ ଯେମିତି, ବର୍ଜ୍ୟରୁ କଞ୍ଚନ, ଗୋବର୍ଦ୍ଧନ ଯୋଜନା କିମ୍ବା ଆମେ ଯଦି କହିବା ପ୍ରାକୃତିକ ପଦ୍ଧତିରେ କୃଷି ଯୋଜନା । ଏବଂ ଏହିସବୁ ସାମଗ୍ରୀଗୁଡ଼ିକ ଦ୍ୱାରା ଧନ ଅର୍ଜନର ସମ୍ଭାବନା ବୃଦ୍ଧି ପାଇବ, ନୂତନ କୋଷ ପ୍ରସ୍ତୁତ କରାଯାଇପାରିବ । ବାୟୋଗ୍ୟାସ, ବାୟୋ- ସିଏନଜି, ଜୈବିକ ସାର ଏଥିପାଇଁ ଛୋଟ ଛୋଟ ପ୍ଲାଣ୍ଟବି ବସାଯାଇପାରିବ । ଏହା ଦ୍ୱାରା ଗ୍ରାମର ମଧ୍ୟ ଉପାର୍ଜନ ବଢ଼ିବ ଏବଂ ଏଥିପାଇଁ ନିଷ୍ଠାର ସହିତ ପ୍ରୟାସ କରାଯିବା ବାଂଛନୀୟ । ଏବଂ ଏଥିପାଇଁ ବର୍ଜ୍ୟବସ୍ତୁର ଉପଯୁକ୍ତ ପରିଚାଳନା କରାଯିବା ଜରୁରି ।

ମୁଁ ଆଜି ଗ୍ରାମର ଲୋକମାନଙ୍କୁ , ପଞ୍ଚାୟତ ସଂସ୍ଥାର ଲୋକମାନଙ୍କୁ ନିବେଦନ କରିବ ଯେ ଅନ୍ୟ ସ୍ୱେଚ୍ଛାସେବୀ ସଂଗଠନମାନଙ୍କ ସହିତ ମିଳିମିଶି ଏବଂ ସଂଗଠନମାନଙ୍କ ସହିତ କାନ୍ଧକୁ କାନ୍ଧ ମିଳାଇ ଆପଣ ରଣନୀତି ପ୍ରସ୍ତୁତ କରିବା ଦରକାର, ନୂଆ ନୂଆ ସଂସାଧନର ବିକାଶ ଘଟାଯିବା ଆବଶ୍ୟକ । କେବଳ ଏତିକି ନୁହେଁ, ଆଜି ଆମ ଦେଶରେ ଅଧିକତର ରାଜ୍ୟମାନଙ୍କରେ ୫୦ ପ୍ରତିଶତ ଭଉଣୀମାନେ ପ୍ରତିନିଧିତ୍ୱ କରୁଛନ୍ତି । କେତେକ ରାଜ୍ୟରେ ୩୩ ପ୍ରତିଶତରୁ ଅଧିକ ମହିଳା ପ୍ରତିନିଧି ଅଛନ୍ତି । ମୁଁ ସେମାନଙ୍କୁ ବିଶେଷ ଭାବେ ଅନୁରୋଧ କରିବି ଯେ ସେମାନଙ୍କ ଘରୁ ଯେଉଁ ବର୍ଜ୍ୟ ବାହାରୁଛି, ଯେଉଁ ବର୍ଜ୍ୟ ଜଳ ନିଷ୍କାସିତ ହେଉଛି ଏବଂ ଶୁଖିଲା ମଇଳା ସୃଷ୍ଟି ହେଉଛି, ସେମାନେ ତାହା ଘରୁ ହିଁ ଅଲଗା କରିବା ଅଭ୍ୟାସ କରନ୍ତୁ । ସେଗୁଡ଼ିକୁ ଅଲଗା ଅଲଗା ରଖିବା ଅଭ୍ୟାସ କରନ୍ତୁ । ଆପଣମାନେ ଦେଖିବେ, ଯେଉଁ ବର୍ଜ୍ୟ ଆପଣଙ୍କ ଇଲାକାରୁ ବାହାରୁଛି ତାହା କେମିତି ସୁନା ଭଳି କାର୍ଯ୍ୟରେ ଆସିବା ଆରମ୍ଭ କରିବ । ଏହି ଅଭିଯାନକୁ ଗ୍ରାମ୍ୟ ସ୍ତରରେ ଚଳାଇବାକୁ ପଡ଼ିବ ଏବଂ ମୁଁ ଆଜି ଦେଶବ୍ୟାପୀ ପଞ୍ଚାୟତର କର୍ମକର୍ତ୍ତାମାନଙ୍କୁ ମୋ ସହ ଯୋଡ଼ି ହୋଇଥିବାକୁ ଏହି ଅନୁରୋଧ କରୁଛି ।

ସାଥୀଗଣ,

ପାନୀୟ ଜଳ ସହିତ ସିଧା ସମ୍ପର୍କ ଆମର କୃଷି କ୍ଷେତ୍ରର ରହିଛି । କୃଷି ସମ୍ପର୍କରେ ଆମର ପାଣିର ଗୁଣାତ୍ମକ ମାନ ସହିତ ମଧ୍ୟ ସଂପର୍କ ରହିଛି । ଯେଉଁଭଳି ଭାବେ କେମିକାଲ ଆମେ କ୍ଷେତରେ ପକାଉଛେ ଏବଂ ଏହାଦ୍ୱାରା ଆମର ଧରିତ୍ରୀମାତାର ସ୍ୱାସ୍ଥ୍ୟ ବରବାଦ ହୋଇଚାଲିଛି, ଆମର ମୃତ୍ତିକା ଖରାପ ହୋଇଚାଲିଛି । ଏବଂ ଯୋତବେଳେ ପାଣି, ବର୍ଷା ଜଳ ବି ତଳକୁ ଖସୁଛି, ତାହା ମଧ୍ୟ କେମିକାଲକୁ ନେଇ ଆକାଶରୁ ତଳକୁ ଖସୁଛି ଏବଂ ସେହି ପାଣି ଆମେମାନେ ପିଉଛେ, ଆମର ଗୃହପାଳିତ ପ୍ରାଣୀମାନେ ପିଅନ୍ତି, ଆମର ଛୋଟ ଛୋଟ ଶିଶୁମାନେ ମଧ୍ୟ ତାହାକୁ ପିଇଥାନ୍ତି । ବେମାରୀର ବୃକ୍ଷଚାରା ଆମେ ରୋପଣ କରୁଛେ ଏବଂ ସେଥିପାଇଁ ଆମମାନଙ୍କୁ ନିଜର ଏହି ଧରିତ୍ରୀ ମାତାକୁ ରସାୟନରୁ ମୁକ୍ତ କରିବାକୁ ପଡ଼ିବ, ରାସାୟନିକ ସାରରୁ ମୁକ୍ତ କରିବାକୁ ହେବ । ସେଥିପାଇଁ ପ୍ରାକୃତିକ କୃଷି ଦିଗରେ ଆମର ଗାଁ, ଆମର କୃଷକମାନେ ଆଗକୁ ବଢ଼ିବା ସମଗ୍ର ମାନବତା ପାଇଁ ଲାଭପ୍ରଦ ହେବ । ଗ୍ରାମ ପଞ୍ଚାୟତ ସ୍ତରରେ ପ୍ରାକୃତିକ କୃଷି କିଭଳି ଭାବେ କରାଯାଇପାରିବ ସେ ଦିଗରେ ଆମେ ପ୍ରୋତ୍ସାହିତ ହୋଇପାରିବା, ସେଥିପାଇଁ ମଧ୍ୟ ସାମୂହିକ ପ୍ରୟାସ କରାଯିବାର ଆବଶ୍ୟକତା ରହିଛି ।

ଭାଇ ଓ ଭଉଣୀଗଣ,

ପ୍ରାକୃତିକ କୃଷି ଦ୍ୱାରା ସବୁଠାରୁ ଯଦି କାହାକୁ ଅଧିକ ଫାଇଦା ହେଉଥାଏ ତେବେ ତାହା ହେଉଛି ମୋର ଛୋଟ ଛୋଟ କିଷାନ ଭାଇ- ଭଉଣୀମାନଙ୍କୁ । ସେମାନଙ୍କର ସଂଖ୍ୟା ଦେଶର ମୋଟ ଜନସଂଖ୍ୟାର ୮୦ ପ୍ରତିଶତରୁ ଅଧିକ । ଯେତେବେଳେ କମ୍ ଖର୍ଚ୍ଚରେ ଅଧିକ ଫାଇଦା ହେବ, ସେତେବେଳେ ଏହି ଛୋଟ ଛୋଟ ଚାଷୀମାନେ ଅଧିକ ମାତ୍ରାରେ ପ୍ରୋତ୍ସାହିତ ହେବେ । ବିଗତ ବର୍ଷମାନଙ୍କରେ କେନ୍ଦ୍ର ସରକାରଙ୍କ ନୀତି ଫଳରେ ସବୁଠାରୁ ଅଧିକ ଲାଭ ଏହି କ୍ଷୁଦ୍ର ଚାଷୀମାନଙ୍କୁ ହୋଇଛି । ପି ଏମ କିଷାନ ସମ୍ମାନ ନିଧିରୁ ହଜାର ହଜାର କୋଟି ଟଙ୍କା ଏହି ଛୋଟ କୃଷକମାନଙ୍କ କାମରେ ଆସିାପାରିଛି । କିଷାନ ରେଳ ମାଧ୍ୟମରେ ଛୋଟ ଛୋଟ ଚାଷୀମାନଙ୍କ ଫସଲ ଓ ପନିପରିବା ମଧ୍ୟ ସମଗ୍ର ଦେଶରେ ବଡ଼ ବଡ଼ ବଜାର ପର୍ଯ୍ୟନ୍ତ କମ୍ ଖର୍ଚ୍ଚରେ ପହଂଚି ପାରୁଛି । ଏଫପିଓ ଅର୍ଥାତ୍ କୃଷକ ଉତ୍ପାଦକ ସଂଘମାନ ଗଠନ କରାଯିବା ଦ୍ବାରା ଛୋଟ ଛୋଟ କୃଷକମାନେ ଢ଼େର୍ ମାତ୍ରାରେ ସଶକ୍ତ ହୋଇ ପାରିଛନ୍ତି । ଚଳିତ ବର୍ଷ ଭାରତରେ ବିଦେଶରୁ ରେକର୍ଡ ଫଳ ଓ ପନିପରିବା ରପ୍ତାନି କରାଯାଇଛି । ତା’ହେଲେ ଏହାର ସର୍ବାଧିକ ଲାଭ ମଧ୍ୟ ଦେଶର ଛୋଟ ଛୋଟ କୃଷକମାନଙ୍କୁ ମିଳିପାରିଛି ।

ସାଥୀଗଣ,

ଯେତେବେଳେ କମ୍ ଖର୍ଚ୍ଚରେ ଅଧିକ ଫାଇଦା ମିଳିବ, ସେତେବେଳେ ଛୋଟ କୃଷକମାନେ ଅଧିକ ପ୍ରୋତ୍ସାହିତ ହେବେ । ବିଗତ ବର୍ଷମାନଙ୍କରେ କେନ୍ଦ୍ର ଗ୍ରାମ ପଞ୍ଚାୟତମାନଙ୍କୁ ସମସ୍ତଙ୍କୁ ସାଙ୍ଗରେ ନେଇ ଆଉ ଗୋଟିଏ କାମ ମଧ୍ୟ କରିବାକୁ ହେବ । କୁପୋଷଣ, ଏନିମିଆ ଠାରୁ ଦେଶକୁ ବଞ୍ଚାଇବାକୁ ପଡ଼ିବ ଏବଂ ଏ ଦିଗରେ କେନ୍ଦ୍ର ସରକାର ଯେଉଁ ପଦକ୍ଷେପ ଗ୍ରହଣ କରିଛନ୍ତି, ସେଥି ପ୍ରତି ତୃଣମୂଳ ସ୍ତରରେ ଲୋକମାନଙ୍କୁ ଜାଗ୍ରତ ଓ ସଚେତନ କରିବାକୁ ହେବ । ଏବେ ସରକାରଙ୍କ ତରଫରୁ ଯେଉଁସବୁ ଯୋଜନାଗୁଡ଼ିକରେ ଚାଉଳ ଦିଆଯାଉଛି, ତାହାକୁ ଫୋର୍ଟିଫାଏ କରାଯାଉଛି, ପୋଷଣଯୁକ୍ତ କରାଯାଉଛି । ଏହି ଫର୍ଟିଫାଏଡ୍ ଚାଉଳ ସ୍ୱାସ୍ଥ୍ୟ ଲାଗି କେତେ ଆବଶ୍ୟକ, ଏହାକୁ ନେଇ ସଚେତନତା ସୃଷ୍ଟି କରିବା ଆମ ସମସ୍ତଙ୍କର ଦାୟିତ୍ୱ । ସ୍ୱାଧୀନତାର ଅମୃତ ମହୋତ୍ସବରେ ଆମର ଭଉଣୀ- କନ୍ୟା – ଶିଶୁଙ୍କୁ କୁପୋଷଣରୁ , ଏନିମିଆରୁ ମୁକ୍ତ କରିବାର ସଂକଳ୍ପ ଆମକୁ ନେବାକୁ ପଡ଼ିବ ଏବଂ ଯେପର୍ଯ୍ୟନ୍ତ ଏଥିରୁ ଇପ୍ସିତ ପରିଣାମ ନମିଳିଛି, ସିଦ୍ଧି ପ୍ରାପ୍ତ ନହୋଇଛି, ମାନିବାକୁ ପଡ଼ିବ ଯେ ଆମକୁ ଏହି କାମକୁ ଛାଡ଼ିବାକୁ ହେବନାହିଁ । ଏଥିରେ ଆମକୁ ନିୟୋଜିତ ହୋଇ ରହିବାକୁ ପଡ଼ିବ ଏବଂ କୁପୋଷଣକୁ ଆମର ଏହି ଭୂଇଁରୁ ଚିର ବିଦାୟ ଦେବାକୁ ହେବ ।

ଭାରତର ବିକାଶ ଭୋକାଲ ଫର ଲୋକାଲ ମନ୍ତ୍ର ମଧ୍ୟରେ ଛପି ରହିଛି । ଭାରତର ଲୋକତନ୍ତ୍ରର ବିକାଶର ଶକ୍ତି ମଧ୍ୟ ଲୋକାଲ ଗଭର୍ଣ୍ଣାନ୍ସକୁ ବୁଝାଏ । ଆପଣଙ୍କ କାମର ପରିସର ସ୍ଥାନୀୟ ହୋଇଥାଉ ପଛେ, କିନ୍ତୁ ଏହାର ସାମୂହିକ ପ୍ରଭାବ ବୈଶ୍ୱିକ ହେବାକୁ ଯାଉଛି । ଲୋକାଲର ଏହି ଶକ୍ତିକୁ ଆମେ ଚିହ୍ନିବାକୁ ହେବ । ଆପଣ ନିଜର ପଞ୍ଚାୟତରେ ଯାହା ବି କାର୍ଯ୍ୟ କରିବେ, ସେଥିରେ ଦେଶର ଛବି ଏବଂ ଚେହେରା, ଦେଶର ଗ୍ରାମଗୁଡ଼ିକ କିଭଳି ଆହୁରି ସଶକ୍ତ ହୋଇପାରିବ, ତାହା ମୋର ଆଜି ପଞ୍ଚାୟତ ଦିବସରେ ଆପଣମାନଙ୍କୁ ସମସ୍ତଙ୍କୁ କାମନା ।

ପୁଣି ଥରେ ଜମ୍ମୁ କଶ୍ମୀରର ବିକାଶ କାର୍ଯ୍ୟ ନିମନ୍ତେ ମୁଁ ବହୁତ ବହୁତ ବଧେଇ ଜଣାଉଛି ଏବଂ ଦେଶବ୍ୟାପୀ ଲକ୍ଷ ଲକ୍ଷ ସଂଖ୍ୟାରେ ନିର୍ବାଚିତ ହୋଇଥିବା ଜନପ୍ରତିନିଧିମାନଙ୍କୁ ମୁଁ କହିବାକୁ ଚାହିଁବି ଯେ ପଞ୍ଚାୟତ ହେଉ ବା ପାର୍ଲିଆମେଣ୍ଟ, କୌଣସି କାମ ଛୋଟ ନୁହେଁ । ଯଦି ପଞ୍ଚାୟତରେ ବସି ଆମେ ଆମ ଦେଶକୁ ଆଗକୁ ଆଗେଇ ନେଇପାରିବା, ଏହି ସଂକଳ୍ପରୁ ପଞ୍ଚାୟତକୁ ଆଗକୁ ବଢ଼ାଇ ପାରିବା ତେବେ ଦେଶ ଆଗକୁ ବଢ଼ିବାର ସମୟ ଆଉ ବେଶୀ ବିଳମ୍ବ ନୁହେଁ । ମୁଁ ଆଜି ପଞ୍ଚାୟତ ସ୍ତରରେ ନିର୍ବାଚିତ ହୋଇଥିବା ଜନପ୍ରତିନିଧିମାନଙ୍କ ଉତ୍ସାହ ଦେଖିପାରୁଛି, ସେମାନଙ୍କ ମନରେ ଥିବା ଆଶାକୁ ଦେଖିପାରୁଛି, ସଂକଳ୍ପକୁ ଦେଖି ପାରୁଛି । ମୋର ପୂର୍ଣ୍ଣ ବିଶ୍ୱାସ ଯେ ଆମର ପଞ୍ଚାୟତିରାଜ ବ୍ୟବସ୍ଥା ଭାରତକୁ ନୂତନ ଶିଖରକୁ ନେଇଯିବାର ଏକ ସଶକ୍ତ ମାଧ୍ୟମ ବନିପାରିବ । ଏବଂ ଏହି ଶୁଭ ଭାବନାର ସହିତ ମୁଁ ଆପଣମାନଙ୍କୁ ବହୁତ ବହୁତ ଶୁଭକାମନା ଏବଂ ଧନ୍ୟବାଦ ଅର୍ପଣ କରୁଛି ।

ମୋ ସହିତ ଦୁଇ ହାତ ଉପରକୁ କରି ପୂର୍ଣ୍ଣ ସାମର୍ଥ୍ୟର ସହିତ କହନ୍ତୁ –

ଭାରତ ମାତା କୀ - ଜୟ 

ଭାରତ ମାତା କୀ - ଜୟ 

ବହୁତ ବହୁତ ଧନ୍ୟବାଦ ! !

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Second consignment of 37.5 tonnes HADR aid reaches flood-hit Nepal; India sends 47.5 tonnes of relief material in total

Media Coverage

Second consignment of 37.5 tonnes HADR aid reaches flood-hit Nepal; India sends 47.5 tonnes of relief material in total
NM on the go

Nm on the go

Always be the first to hear from the PM. Get the App Now!
...
Prime Minister pays homage to Mahatma Ayyankali on his birth anniversary
August 28, 2026

The Prime Minister, Shri Narendra Modi, has paid homage to Mahatma Ayyankali on his birth anniversary, today. Shri Modi remembered Mahatma Ayyankali as a great pioneer of social justice, who dedicated his life to the empowerment and welfare of the marginalised. The Prime Minister highlighted his efforts to secure educational opportunities for the marginalised, improve the lives of agricultural workers and serve the poor.

The Prime Minister posted on X:

Paying homage to Mahatma Ayyankali on his birth anniversary!

He is remembered as a great pioneer of social justice. His efforts to secure educational opportunities for the marginalised, improve the lives of agricultural workers and serve the poor remain very inspiring. His life gives strength to all those working for social empowerment.