“ଦେଶର ଜନ ସାଧାରଣଙ୍କୁ ସଶକ୍ତ କରିବା ନିମନ୍ତେ ପ୍ରଯୁକ୍ତି ହିଁ ଆମ ପାଇଁ ଏକ ମାଧ୍ୟମ । ଆମ ପାଇଁ ପ୍ରଯୁକ୍ତି ହିଁ ଦେଶକୁ ଆତ୍ମନିର୍ଭର କରିବା ପାଇଁ ମୁଖ୍ୟ ଆୟୁଧ । ଏହି ଦୂରଦୃଷ୍ଟି ଚଳିତବର୍ଷର ବଜେଟରେ ପ୍ରତିଫଳିତ”
“ବଜେଟ୍‌ରେ ୫ଜି ସ୍ପେକ୍ଟ୍ରମ ନିଲାମ, ୫ଜି ଇକୋସିଷ୍ଟମ ଓ ନିର୍ମାଣ କ୍ଷେତ୍ର ପାଇଁ ପିଏଲଆଇ ଯୋଜନା ବିଷୟରେ ପ୍ରସ୍ତାବ ରହିଛି”
“ଆରାମଦାୟକ ଜୀବନ ନିମନ୍ତେ ଆମକୁ ଅଧିକରୁ ଅଧିକ ବୈଷୟିକ ଜ୍ଞାନ ଉପରେ ଜୋର ଦେବାକୁ ପଡିବ”
“ଆମର ନିଜ ଦେଶରେ ତିଆରି ଟିକାର ବିଶ୍ୱସନୀୟତା କୋଭିଡ କାଳରେ ପ୍ରମାଣିତ ହୋଇଛି । ଆମକୁ ଏହି ସଫଳତାର କାହାଣୀ ସବୁ କ୍ଷେତ୍ରରେ ପ୍ରମାଣ କରିବାକୁ ହେବ”

ନମସ୍କାର! 

ଆପଣ ସମସ୍ତେ ଜାଣନ୍ତି ଯେ ଗତ ଦୁଇ ବର୍ଷରୁ ଆମେ ଏକ ନୂତନ ପରମ୍ପରା ଆରମ୍ଭ କରିଛୁ । ପ୍ରଥମତଃ, ବଜେଟକୁ ଆମେ ଏକ ମାସ ପୂର୍ବରୁ ପ୍ରସ୍ତୁତ କରିଛୁ । ଏପ୍ରିଲ ୧ ତାରିଖରୁ ବଜେଟ କାର୍ଯ୍ୟକାରୀ ହେବ, ତେବେ ଏହା ମଧ୍ୟରେ ଆମକୁ ପ୍ରସ୍ତୁତି ପାଇଁ ଦୁଇ ମାସ ସମୟ ମିଳିଯାଇଛି । ଏବଂ ଆମେ ଏହି ପ୍ରୟାସ କରୁଛୁ ବଜେଟର କାର୍ଯ୍ୟାନ୍ୱୟନରେ ଘରୋଇ କ୍ଷେତ୍ର, ଜନସାଧାରଣ, ରାଜ୍ୟ ସରକାର, କେନ୍ଦ୍ର ସରକାର, ସରକାରଙ୍କ ବିଭିନ୍ନ ବିଭାଗ ଭଳି ସମସ୍ତ ଅଂଶୀଦାର ମିଳିତ ଭାବେ କିପରି ଯଥାଶ୍ରୀଘ୍ର ବଜେଟ ପରିପ୍ରେକ୍ଷୀରେ କେମିତି ପ୍ରାବଧାନ ଗୁଡ଼ିକର ଯଥାଶୀଘ୍ର କ୍ରିୟାନ୍ୱୟନ କରିବେ, ନିରନ୍ତର ଭାବେ କିଭଳି କରିବେ ଏବଂ ସେଗୁଡ଼ିକର ସଫଳ କାର୍ଯ୍ୟାନ୍ୱୟନରେ ଆମର ଗୁରୁତ୍ୱ କିଭଳି ହେବା ଉଚିତ, ଏଥିରେ ଯେତେ ଆପଣମାନଙ୍କର ପରାମର୍ଶ ମିଳିବ, ସେଥିରେ ସରକାରଙ୍କୁ ଆପଣଙ୍କର କାର୍ଯ୍ୟାନ୍ୱୟନର ପ୍ରକ୍ରିୟାକୁ ସେତିକି ସରଳ କରିବାକୁ ସୁବିଧା ହେବ । କାର୍ଯ୍ୟାନ୍ୱୟନରେ ରୋଡ ମ୍ୟାପ ଭଲ ତିଆରି ହେବ । ଏବଂ ଫୁଲଷ୍ଟପ, କମା କାରଣରୁ ବେଳେବେଳେ ଏକ ସାଧାରଣ ଜିନିଷ ଛଅ-ଛଅ ମାସ ପର୍ଯ୍ୟନ୍ତ ଫାଇଲରେ ଝୁଲି ରହିଥାଏ, ଏହି ସବୁ ଜିନିଷଗୁଡ଼ିକରୁ ବଞ୍ଚିବା ପାଇଁ ଆମେ ଆପଣଙ୍କ ସହିତ ମିଶି କାମ କରିବାକୁ ଚାହୁଁଛୁ । ଆପଣଙ୍କ ପରାମର୍ଶ ନେଇ ଚାଲିବାକୁ ଚାହୁଛୁ । ଏହି ଆଲୋଚନା ବଜେଟରେ ଏମିତି ହେବା ଦରକାର ଥିଲା, ଏବଂ ଏମିତି ହେବା ଉଚିତ ଥିଲା । ସେଥିପାଇଁ ଏହା ସମ୍ଭବ ନୁହେଁ, କାରଣ ସେହି କାର୍ଯ୍ୟ ସଂସଦରେ କରାଯାଇଛି । କିନ୍ତୁ ଯାହା କିଛି ମଧ୍ୟ ହେଉ, ତାହାର ଭଲ ଲାଭ ଜନସାଧାରଣଙ୍କ ନିକଟରେ କିପରି ପହଞ୍ଚିବ, ଦେଶକୁ କିପରି ମିଳିବ । ଏବଂ ଆମେ ସମସ୍ତେ କିପରି ଏକାଠି କାମ କରି ପାରିବା, ସେଥିପାଇଁ ଆମର ଏହି ଆଲୋଚନା ହେଉଛି । ଆପଣ ଦେଖିଥିବେ ଯେ ଏଥର ବଜେଟରେ ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ସହିତ ଜଡ଼ିତ ଥିବା ଯେଉଁ ନିଷ୍ପତ୍ତି ନିଆଯାଇଛି । ଏହି ସମସ୍ତ ନିଷ୍ପତ୍ତି ବାସ୍ତବରେ ଗୁରୁତ୍ୱପୂର୍ଣ୍ଣ । ବଜେଟ ଘୋଷଣାର କାର୍ଯ୍ୟକାରିତା ମଧ୍ୟ ସେତିକି ସମାନ ଭାବରେ ଶୀଘ୍ର ହେବା ଉଚିତ, ଏହି ୱେବିନାର ଏହି ଦିଗରେ ଏକ ସହଯୋଗାତ୍ମକ ପ୍ରୟାସ ଅଟେ । 

ସାଥୀମାନେ, 

ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା କେବଳ ଆମ ସରକାରଙ୍କ ପାଇଁ ଏକ ପୃଥକ କ୍ଷେତ୍ର ନୁହେଁ । ଆଜି ଅର୍ଥନୀତି କ୍ଷେତ୍ରରେ ଆମର ଦୃଷ୍ଟିକୋଣ, ଡିଜିଟାଲ ଅର୍ଥନୀତି ଏବଂ ଫିନଟେକ୍ ପରି ଭିତ୍ତିଭୂମି ସହିତ ଜନିତ । ଭିତ୍ତିଭୂମି କ୍ଷେତ୍ରରେ ଆମ ବିକାଶର ଦୃଷ୍ଟିକୋଣ, ଉନ୍ନତ ଜ୍ଞାନକୌଶଳ ଉପରେ ଆଧାରିତ । ଜନସେବା ଏବଂ ଶେଷ ମାଇଲ ବିତରଣ ମଧ୍ୟ ବର୍ତ୍ତମାନ ଡାଟା ମାଧ୍ୟମରେ ଡିଜିଟାଲ ପ୍ଲାଟଫର୍ମ ସହିତ ସଂଯୋଗ ହେଉଛି । ଆମ ପାଇଁ ଟେକ୍ନୋଲଜି ଦେଶର ସାଧାରଣ ନାଗରିକମାନଙ୍କୁ ଶସକ୍ତ କରିବା ପାଇଁ ଏକ ଶକ୍ତିଶାଳୀ ମାଧ୍ୟମ ଅଟେ । ଦେଶକୁ ଆତ୍ମନିର୍ଭରଶୀଳ କରିବା ପାଇଁ ଟେକ୍ନାଲୋଜି ପ୍ରମୁଖ ଆଧାର ଅଟେ । ଏବଂ ଯେତେବେଳଳେ ମୁଁ ଭାରତର ଆତ୍ମନିର୍ଭରତା ବିଷୟରେ କଥାବାର୍ତ୍ତା କରେ, ସେତେବେଳେ ଆଜି ମଧ୍ୟ ଆପଣ ନିଶ୍ଚୟ ସକାଳେ ଆମେରିକାର ରାଷ୍ଟ୍ରପରି ବାଇଡେନଙ୍କ ଅଭିଭାଷଣ ଶୁଣିଥିବେ । ଆମେରିକାକୁ ଆତ୍ମନିର୍ଭାଶୀଳ କରିବା ବିଷୟରେ ସେ ମଧ୍ୟ ଆଲୋଚନା କରିଛନ୍ତି । ଆମେରିକାରେ ମେକିନ ଆମେରିକା ପାଇଁ ସେ ଆଜି ବହୁତ ଗୁରୁତ୍ୱ ଦେଇଛନ୍ତି । ଏବଂ ସେଥିପାଇଁ ଆମେ ଜାଣିଛୁ ଯେ ଯେଉଁ ନୂତନ ବ୍ୟବସ୍ଥାମାନ ବିଶ୍ୱରେ ତିଆରି ହେଉଛି । ସେଥିରେ ଆମ ପାଇଁ ମଧ୍ୟ ବହୁତ ଆବଶ୍ୟକ ଅଛି, ଆମେ ଆତ୍ମନିର୍ଭରତା ସହିତ ଆଗକୁ ବଢ଼ିବା । ଏବଂ ଏହି ବଜେଟରେ ସେହି ଜିନିଷ ଗୁଡ଼ିକ ଉପରେ ଗୁରୁତ୍ୱ ଦିଆଯାଇଛି, ଆପଣ ନିଶ୍ଚୟ ଦେଖିଥିବେ ।

ସାଥୀମାନେ, 

ଏଥର ଆମ ବଜେଟରେ ସନରାଇଜ ସେକ୍ଟରସ ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଛି । ଆର୍ଟିଫିସିଆଲ୍ ଲଣ୍ଟେଲ୍ଜେଣ୍ଟ, ଜିଓ-ସ୍ପାର୍ଟିଆଲ୍ ସିଷ୍ଟମସ ଡ୍ରୋନ୍ ଠାରୁ ଆରମ୍ଭ କରି ସେମି-କଣ୍ଡକ୍ଟର ଏବଂ ସ୍ପେସ୍ ଟେକ୍ନୋଲୋଜୀ ପର୍ଯ୍ୟନ୍ତ, ଜେନୋମିକସ୍, ଫରର୍ମସେକ୍ଟିକାଲ୍ ଏବଂ କ୍ଲିନ୍ ଟେକ୍ନୋଲୋଜି ଠାରୁ ନେଇ ୫-ଜି ପର୍ଯ୍ୟନ୍ତ, ଏହି ସମସ୍ତ କ୍ଷେତ୍ରରେ ଆଜି ଦେଶର ପ୍ରାଥମିକତା ରହିଛି । ବଜେଟରେ ସନ୍ରାଇଜ୍ କ୍ଷେତ୍ରକୁ ଫିନେଟକ୍ ପାଣ୍ଠିକୁ ମଧ୍ୟ ପ୍ରୋତ୍ସାହିତ କରିବାକୁ କୁହାଯାଇଛି । ଆପଣ ଜାଣିଛନ୍ତି ଯେ ବଜେଟରେ ଚଳିତ ବର୍ଷ ଫାଇଭ ଜି ସ୍ପେକ୍ଟରମ୍ ନିଲାମୀକୁ ନେଇ ବହୁ ସ୍ପଷ୍ଟ ରୋଡ ମ୍ୟାପ ଦର୍ଶାଯାଇଛି । ଦେଶରେ ଶକ୍ତିଶାଳୀ ୫-ଜି ଇକୋ-ସିଷ୍ଟମସ୍କୁ ଏହା ସହିତ ସଂପୃକ୍ତ ଡିଜାଇନ୍- ଲିଡ ଉତ୍ପାଦନ ପାଇଁ ମଧ୍ୟ ବଜେଟରେ ଅଧିକ ସିଏଲ୍ଆଇ ଯୋଜନା ପାଇଁ ଏକ ପ୍ରସ୍ତାବ ଦିଆଯାଇଛି । ମୁଁ ବିଶେଷ ଭାବରେ ମୋର ବେସରକାରୀ କ୍ଷେତ୍ରକୁ ଅନୁରୋଧ କରିବି ଯେ ଏହି ନିଷ୍ପତ୍ତିଗୁଡ଼ିକ ଦ୍ୱାରା ଯେଉଁ ନୂତନ ସମ୍ଭାବନା ସୃଷ୍ଟି ହେଉଛି ତାହା ଉପରେ ବିସ୍ତୃତ ଆଲୋଚନା ଆପଣମାନେ ନିଶ୍ଚିତ କରନ୍ତୁ । ଏବଂ ଫୋତ୍ ପରାମର୍ଶ ସହିତ ଆମେ ଏକ ସାମୂହିକ ପ୍ରୟାସ ସହିତ ଆଗକୁ ବଢ଼ିବା ଉଚିତ । 

ସାଥୀମାନେ, 

କୁହାଯାଏ ଯେ ବିଜ୍ଞାନ ସାର୍ବଭୌମିକ କିନ୍ତୁ ଟେକ୍ନୋଲୋଜି ନିଶ୍ଚିତ ଲୋକାଲ ହେବା ଜରୁରୀ । ଆମେ ବିଜ୍ଞାନର ନୀତିଗୁଡ଼ିକ ସହିତ ପରିଚିତ ଅଟୁ, କିନ୍ତୁ ସହଜ ଜୀବନଯାପନ ପାଇଁ ଟେକ୍ନୋଲୋଜିର ସର୍ବାଧିକ ବ୍ୟବହାର କିପରି କରିବାକୁ ହେବ, ଆମକୁ ଏହା ଉପରେ ମଧ୍ୟ ଗୁରୁତ୍ୱ ଦେବାକୁ ପଡ଼ିବ । ଦେଶରେ ଶକ୍ତିଶାଳୀ ୫-ଜି ଇକୋ-ସିଷ୍ଟମକୁ ଏହା ସହିତ ସମ୍ପୃକ୍ତ ଡିଜାଇନ- ଲିଡ ଉତ୍ପାଦନ ପାଇଁ ମଧ୍ୟ ବଜେଟରେ ଏକ ପିଏଲଆଇ ଯୋଜନା ପ୍ରସ୍ତାବ ଦିଆଯାଇଛି। ମୁଁ ବିଶେଷ ଭାବରେ ମୋର ବେସରକାରୀ କ୍ଷେତ୍ରକୁ ଅନୁରୋଧ କରିବି ଯେ ଏହି ନିଷ୍ପତ୍ତିଗୁଡ଼ିକ ଦ୍ୱାରା ସୃଷ୍ଟି ହେଉଥିବା ସମ୍ଭାବନାଗୁଡ଼ିକ ଉପରେ ବିସ୍ତୃତ ଆଲୋଚନା ଆପଣମାନେ କରନ୍ତୁ ଫୋର୍ସ ପରାମର୍ଶ ସହିତ ଏକ ସାମୁହିକ ପ୍ରୟାସ ଆଡ଼କୁ ଆମେ ଆଗକୁ ବଢ଼ିବା ଉଚିତ ।

ସାଥୀମାନେ,

କୁହାଯାଏ ଯେ ବିଜ୍ଞାନ ସାର୍ବଭୌମିକ କିନ୍ତୁ ଟେକ୍ନୋଲୋଜୀ ନିଶ୍ଚିତ ଲୋକାଲ ହେବା ଜରୁରୀ । ଆମେ ବିଜ୍ଞାନର ନୀତିଗୁଡ଼ିକ ସହିତ ପରିଚିତ ଅଟୁ କିନ୍ତୁ ସହଜ ଜୀବନଯାପନ ପାଇଁ ଟେକ୍ନୋଲୋଜୀର ସର୍ବାଧିକ ବ୍ୟବହାର କିପରି କରିବାକୁ ହେବ ଆମକୁ ଏହା ଉପରେ ମଧ୍ୟ ଗୁରୁତ୍ୱ ଦେବାକୁ ପଡ଼ିବ । ଆଜି ଆମେ ଦ୍ରୁତଗତିରେ ଘର ନିର୍ମାଣ କରୁଛୁ, ରେଳ- ସଡ଼କ, ବାୟୁପଥ- ଜଳପଥ ଏବଂ ଅପ୍ଟିକାଲ ଫାଇବରରେ ମଧ୍ୟ ଅଦ୍ଭୁତପୂର୍ବ ବିନିଯୋଗ ହେଉଛି । ଏଥିରେ ଅଧିକ ଗତି ଆଣିବା ପାଇଁ, ଆମେ ପିଏମ ଗତିଶକ୍ତି ଦୃଷ୍ଟି ସହିତ ଆଗକୁ ବଢୁଛୁ । ଟେକ୍ନୋଲୋଜୀକୁ ଏହି ଦୃଷ୍ଟିରୁ କ୍ରମାଗତ ଭାବରେ କିପରି ସାହାଯ୍ୟ କରାଯାଇପାରିବ ସେ ଉପରେ ଆମକୁ କାର୍ଯ୍ୟ କରିବାକୁ ପଡ଼ିବ । ଆପଣ ଜାଣିଛନ୍ତି ଯେ ଗୃହ ନିର୍ମାଣ କ୍ଷେତ୍ରରେ ଦେଶରେ ୬ଟି ବଡ଼ ଲାଇଟ ହାଉସ ପ୍ରକଳ୍ପ ଉପରେ କାର୍ଯ୍ୟ ଚାଲିଛି । ଘର ନିର୍ମାଣରେ ଆମେ ଆଧୁନିକ ଜ୍ଞାନକୌଶଳକୁ ଯୋଗ କରୁଛୁ । ଟେକ୍ନୋଲୋଜୀ ମାଧ୍ୟମରେ ଆମେ ଏହାକୁ କିପରି ତ୍ୱରାନ୍ୱିତ କରିପାରିବା ଏବଂ ଏହାକୁ କିପରି ବିସ୍ତୃତ କରିପାରିବା ସେ ସମ୍ବନ୍ଧରେ ଆମର ସହଯୋଗ, ସକ୍ରିୟ ଅବଦାନ ଏବଂ ଅଭିନବ ଚିନ୍ତାଧାରା ଆବଶ୍ୟକ । ଆଜି ଆମେ ମେଡିକାଲ ସାଇନ୍ସକୁ ଦେଖୁଛୁ । ଡାକ୍ତରୀ ବିଜ୍ଞାନ ମଧ୍ୟ ପ୍ରାୟ ଟେକ୍ନୋଲୋଜୀଚାଳିତ ହୋଇଯାଇଛି । ବର୍ତ୍ତମାନ ଅଧିକରୁ ଅଧିକ ଡାକ୍ତରୀ ଚିକିତ୍ସା ଉପକରଣ ଭାରତରେ ଉତ୍ପାଦିତ ହେବା ଉଚିତ ଏବଂ ଭାରତର ଆବଶ୍ୟକତାକୁ ଧ୍ୟାନରେ ରଖି ହେଉ, ସେଥିରେ ସମସ୍ତ ଟେକ୍ନୋଲୋଜୀ କିପରି ବ୍ୟବହାର କରାଯାଇପାରିବ ସେଥିପ୍ରତି ମଧ୍ୟ ଆମ ସମସ୍ତଙ୍କୁ ମିଳିମିଶି ଧ୍ୟାନ ଦେବାକୁ ପଡ଼ିବ । ଏବଂ ବୋଧହୁଏ ଆପଣ ଏଥିରେ ଅଧିକ ଯୋଗଦାନ କରିପାରିବେ । ଆଜି ଆପଣ ଦେଖନ୍ତୁ ଗୋଟିଏ କ୍ଷେତ୍ର ଯାହା ଏତେ ଦ୍ରୁତ ଗତିରେ ବୃଦ୍ଧି ପାଇଛି, ଖେଳର । ବର୍ତ୍ତମାନ ଏହା ବିଶ୍ୱରେ ଏକ ବିରାଟ ବଜାରରେ ପରିଣତ ହୋଇଛି । ଯୁବଗୋଷ୍ଠୀ ବହୁ ଦ୍ରୁତ ଗତିରେ ଯୋଡ଼ି ହୋଇଯାଇଛନ୍ତି । ଏହି ବଜେଟରେ ଆମେ ଏଭିଜିସି ଅର୍ଥାତ ଆନିମେସନ ଭିଜୁଆଲ ଇଫେକ୍ଟ ଗେମିଂ କମିକ୍ ଉପରେ ବହୁତ ଗୁରୁତ୍ୱ ଦେଇଛୁ । ଏହି ଦିଗରେ ମଧ୍ୟ ଯେତେବେଳେ ଭାରତର ଆଇଟିର ସମନ୍ୱୟ ବିଶ୍ୱରେ ନିଜର ଖ୍ୟାତି ଅର୍ଜନ କରିଛି । ଆମେ ବର୍ତ୍ତମାନ ଏକ ନିର୍ଦ୍ଦିଷ୍ଟ କ୍ଷେତ୍ରରେ ଆମର ଶକ୍ତି ଠିଆ କରିପାରିବା । ଆପଣ କ’ଣ ଏଥିରେ ଆପଣଙ୍କର ପ୍ରୟାସ ବୃଦ୍ଧି କରିପାରିବେ କି? ସେହିଭଳି ଭାରତୀୟ ଖେଳନା ପାଇଁ ଏକ ବଡ଼ ବଜାର ଅଛି । ଏବଂ ଆଜି ଯେଉଁ ପିଲାମାନେ ଅଛନ୍ତି, ସେମାନଙ୍କୁ ନିଜ ଖେଳନାରେ କିଛି ନା କିଛି ଟେକ୍ନୋଲୋଜୀର ରଖିବାକୁ ପସନ୍ଦ କରୁଛନ୍ତି । ଆମେ କ’ଣ ଆମ ଦେଶର ପିଲାମାନଙ୍କ ପାଇଁ ଟେକ୍ନୋଲୋଜୀ ସମ୍ବନ୍ଧୀୟ ଖେଳନା ଏବଂ ବିଶ୍ୱର ବଜାରକୁ ଏହାର ବିତରଣ ବିଷୟରେ ଚିନ୍ତା କରିପାରିବା କି? ସେହିଭଳି, ଯୋଗାଯୋଗ କ୍ଷେତ୍ରରେ ନୂତନ ଟେକ୍ନୋଲୋଜୀ ଆଣିବା ପାଇଁ ମଧ୍ୟ ଆମ ସମସ୍ତଙ୍କୁ ଆମର ପ୍ରୟାସକୁ ଅଧିକ ଉତ୍ସାହିତ କରିବା ଆବଶ୍ୟକ । ସର୍ଭରଗୁଡ଼ିକ କେବଳ ଭାରତରେ ରହିବା ଉଚିତ, ବିଦେଶ ଉପରେ ନିର୍ଭରତାକୁ କମ କରାଯିବା ଉଚିତ ଏବଂ ଯୋଗାଯୋଗ ସମ୍ବନ୍ଧରେ ସୁରକ୍ଷା ଦୃଷ୍ଟିରୁ ଅଧିକରୁ ଅଧିକ ନୂଆ-ନୂଆ ଯୋଡ଼ାଯାଉଛି । ଆମକୁ ବହୁତ ସଚେତନତା ସହିତ ଏହି ଦିଗରେ ଆମର ପ୍ରୟାସକୁ ବୃଦ୍ଧି କରିବାକୁ ପଡ଼ିବ । ଫିନଟେକ୍ ବିଷୟରେ ମଧ୍ୟ ଭାରତ ଅତୀତରେ ଚମକ୍ରାର କାର୍ଯ୍ୟ କରିଛି । ଲୋକମାନେ ମାନିଥାନ୍ତି ଯେ ଆମ ଦେଶରେ ଏହି କ୍ଷେତ୍ର? ମୋବାଇଲ ଫୋନ୍ ମାଧ୍ୟମରେ ମଧ୍ୟ ଆମର ଗାଁଗୁଡ଼ିକ ଯେଭଳି ଆର୍ଥିକ କାର୍ଯ୍ୟକଳାପରେ ଜଡ଼ିତ ହେଉଛନ୍ତି । ଏହାର ଅର୍ଥ ହେଉଛି ଫିନଟେକ୍ ମଧ୍ୟ ଅଧିକରୁ ଅଧିକ ଆଧୁନିକ ଜ୍ଞାନକୌଶଳର ସମାବେଶ ଆମ ପାଇଁ ଆଜି ସମୟର ଆବଶ୍ୟକତା ହୋଇପଡ଼ିଛି । ସେଥିରେ ସୁରକ୍ଷା ମଧ୍ୟ ଅଛି । ଫେବ୍ରୁଆରୀ ୨ଠ୨ଠରେ, ଦେଶ ଜିଓ-ସ୍ପାର୍ଟିଆଲ ଡାଟା ସହିତ କାରବାର କହିବାର ପୁରୁଣା ପଦ୍ଧତିକୁ ବଦଳାଇଲା । ଏହାଦ୍ୱାରା ଜିଓ-ସ୍ପାର୍ଟିଆଲ ପାଇଁ ଅସୀମ ନୂତନ ସମ୍ଭାବନା, ନୂତନ ସୁଯୋଗ ଖୋଲିଛି। ଆମର ବେସରକାରୀ କ୍ଷେତ୍ର ଏହାର ସମ୍ପୂର୍ଣ୍ଣ ଲାଭ ଉଠାଇବା ଉଚିତ ।

ସାଥୀମାନେ,

କୋଭିଡ୍ ସମୟରେ ଆମ ଆତ୍ମନିର୍ଭରଶୀଳତା ଠାରୁ ଆରମ୍ଭ କରି ଟିକା ଉତ୍ପାଦନ ପର୍ଯ୍ୟନ୍ତ ଆମର ବିଶ୍ୱସନୀୟତାକୁ ପୃଥିବୀ ଦେଖିଛି । ଏହି ସଫଳତାକୁ ଆମେ ପ୍ରତ୍ୟେକ କ୍ଷେତ୍ରରେ ଦୋହରାଇବାକୁ ପଡ଼ିବ । ଏଥିରେ, ଆମର ଶିଳ୍ପର, ଆପଣ ସମସ୍ତଙ୍କର ବହୁତ ବଡ଼ ଦାୟିତ୍ୱ ଅଛି । ଦେଶରେ ଏକ ଦୃଢ଼ ଡାଟା ସୁରକ୍ଷା ଫ୍ରେମ ୱାର୍କ ଢାଞ୍ଚା ମଧ୍ୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଡାଟାରୁ ଅଧିକରୁ ଅଧିକ ଲାଭ ଉଠାଇବା ପାଇଁ ଡାଟା ଶାସନ ମଧ୍ୟ ଆବଶ୍ୟକ । ଏଭଳି ପରିସ୍ଥିତିରେ ଆମକୁ ଏହାର ମାନ ଏବଂ ଆଦର୍ଶ ମଧ୍ୟ ସ୍ଥିର କରିବାକୁ ପଡ଼ିବ । ଆମେ କିପରି ଏହି ଦିଗରେ ଆଗକୁ ବଢ଼ିବା, ଆପଣମାନେ ଏକତ୍ରିତ ହୋଇ ଏକ ରୋଡମ୍ୟାପ ସ୍ଥିର କରିପାରିବେ ।

ସାଥୀମାନେ,

ଆଜି ଭାରତରେ ବିଶ୍ୱର ତୃତୀୟ ବୃହତ୍ତମ ଏବଂ ଦ୍ରୁତ ଗତିରେ ବଢୁଥିବା ଷ୍ଟାର୍ଟଅପ ଇକୋ-ସିଷ୍ଟମ ଅଛି । ମୁଁ ମୋର ଷ୍ଟାର୍ଟଅପମାନଙ୍କୁ ଭରସା ଦେବାକୁ ଚାହୁଁଛି ଯେ, ସରକାର ସେମାନଙ୍କ ସହିତ ସମ୍ପୂର୍ଣ୍ଣ ଶକ୍ତିର ସହିତ ଛିଡ଼ା ହୋଇଛନ୍ତି । ବଜେଟରେ ଯୁବପିଢ଼ୀଙ୍କ ଦକ୍ଷତା ପୁନଃ ସ୍କିଲିଂ ଏବଂ ଅପ୍ ସ୍କିଲିଂ ପାଇଁ ଏକ ପୋର୍ଟାଲର ପ୍ରସ୍ତାବ ମଧ୍ୟ ଦିଆଯାଇଛି । ଏହାଦ୍ୱାରା, ଯୁବକମାନଙ୍କୁ ଏପିଆଇ ଆଧାରିତ ବିଶ୍ୱସ୍ତ ଦକ୍ଷତା ପ୍ରମାଣପତ୍ର, ଦେୟ ଏବଂ ଆବିଷ୍କାର ସ୍ତର ମାଧ୍ୟମରେ ସଠିକ ଚାକିରି ଏବଂ ସୁଯୋଗ ପାଇପାରିବେ ।

ସାଥୀମାନେ,

ଦେଶରେ ଉତ୍ପାଦନକୁ ପ୍ରୋତ୍ସାହିତ କରିବା ପାଇଁ ଆମେ ୧୪ଟି ପ୍ରମୁଖ କ୍ଷେତ୍ରରେ ୨ ଲକ୍ଷ କୋଟି ଟଙ୍କାର ଏକ ପିଏଲଆଇ ଯୋଜନା ଆରମ୍ଭ କରିଛୁ । ଏହି ୱେବିନାରରୁ ଏହି ଦିଗରେ ଆଗକୁ ବଢ଼ିବା ପାଇଁ ବ୍ୟବହାରିକ ଚିନ୍ତାଧାରାର ଅପେକ୍ଷା ରହିଛି । ଆମକୁ ନିରନ୍ତର ଭାବେ କାର୍ଯ୍ୟାନ୍ୱୟନ ଦିଗରେ ଆପଣ ଆମକୁ ପରାମର୍ଶ ଦିଅନ୍ତୁ । ନାଗରିକ ସେବା ପାଇଁ ଆମେ ଅପ୍ଟିକ ଫାଇବରର କିପରି ଆହୁରି ଭଲ ବ୍ୟବହାର କରିପାରିବା । ଆମ ଗାଁର ଦୂର ଦୂରାନ୍ତର ଛାତ୍ରମାନେ ମଧ୍ୟ ନିଜ ଘରେ ଭାରତର ସର୍ବୋଚ୍ଚ ଶିକ୍ଷା ବ୍ୟବସ୍ଥାର ଲାଭ ଉଠାଇ ପାରିବେ? କିପରି ପାଇପାରିବେ? କୃଷକମାନେ କୃଷି କ୍ଷେତ୍ରରେ ନୂତନତ୍ୱର ଲାଭ ଉଠାଇ ପାରିବେ? ମୋର କ୍ଷୁଦ୍ର ଚାଷୀ କିପରି ଲାଭ ନେଇପାରିବେ? ଯେତେବେଳେ ତାଙ୍କ ହାତରେ ମୋବାଇଲ ଅଛି, ଦୁନିଆରେ ସବୁକିଛି ଉପଲବ୍ଧ ଅଛି । ଆମକୁ ତାହାକୁ ନିରନ୍ତର ଭାବେ ସଂଯୋଗ କରବାକୁ ପଡ଼ିବ । ମୁଁ ଚାହୁଁଛି ଏବଂ ଏଥିପାଇଁ ମୋତେ ଆପଣ ସମସ୍ତ ଭଦ୍ର ଲୋକମାନଙ୍କ ଠାରୁ ଅଭିନବ ପରାମର୍ଶ ଆବଶ୍ୟକ କରୁଛି ।

ସାଥୀମାନେ,

ଇ-ଆବର୍ଜନା ପରି ଟେକ୍ନୋଲୋଜୀ ସହିତ ଯୋଡ଼ି ହୋଇଥିବା ଯେଉଁ ଆହ୍ୱାନଗୁଡ଼ିକ ବିଶ୍ୱ ସମ୍ମୁଖରେ ଅଛି, ସେମାନଙ୍କର ସମାଧାନ ମଧ୍ୟ ଟେକ୍ନୋଲୋଜୀ ମାଧ୍ୟମରେ ହେବ । ମୋର ଆପଣଙ୍କୁ ବିଶେଷ ଅନୁରୋଧ ଅଛି ଯେ ଏହି ୱେବିନାରରେ ଆପଣ ଦେଶକୁ ଏକ ନିର୍ଣ୍ଣାୟକ ନିଷ୍ପତ୍ତି ଦେବା ପାଇଁ ସର୍କୁଲାର ଅର୍ଥନୀତି, ଇ-ଆବର୍ଜନା ପରିଚାଳନା ଏବଂ ବୈଦେଶିକ ଗତିଶୀଳତା ଭଳି ସମାଧାନ ଉପରେ ଧ୍ୟାନ ଦେବା ଉଚିତ । ମୁଁ ନିଶ୍ଚିତ ଯେ ଆପଣମାନଙ୍କ ପ୍ରଚେଷ୍ଟା ଯୋଗୁଁ ଦେଶ ନିଶ୍ଚିତ ଭାବରେ ଏହାର ଲକ୍ଷ୍ୟସ୍ଥଳରେ ପହଞ୍ଚôପାରିବ । ଏବଂ ମୁଁ ପୁଣିଥରେ କହିବି ଯେ ଏହି ୱେବିନାରରେ ସରକାରଙ୍କ ପକ୍ଷରୁ ଆପଣଙ୍କୁ ଜ୍ଞାନ ବାଣ୍ଟିବା ଦରକାର ନାହିଁ, ଏହି ୱେବିନାରରେ ଆପଣଙ୍କ ଠାରୁ ସରକାରଙ୍କୁ କେବଳ ଧାରଣା ଆବଶ୍ୟକ, ଆପଣଙ୍କ ଠାରୁ ସରକାରଙ୍କୁ ନୂତନ ପଦ୍ଧତି, କାର୍ଯ୍ୟ କରିବାର ଶୈଳୀ ଆବଶ୍ୟକ, ଯାହା ଫଳରେ ଗତି ଯେପରି ବଢ଼ିବ । ଏବଂ ଆମେ ଯେତେଶୀଘ୍ର ସମ୍ଭବ, ଆମେ ବିନିଯୋଗ କରିଥିବା ଟଙ୍କା ଉପରେ, ଯେଉଁ ବଜେଟ୍ ଖର୍ଚ୍ଚ କରିଛୁ, ଯାହା ଭାବିଛୁ, ତାହା ପ୍ରଥମ ତିନିମାସରେ ଆମେ କିଛି କରି ଦେଖାଇ ପାରିବା କି? ଆପଣ ସମୟ ସୀମା ମଧ୍ୟରେ କାର୍ଯ୍ୟକ୍ରମ କରିପାରିବେ କି? ମୋତେ ବିଶ୍ୱାସ ଅଛି ଯେ, ଆପଣ ଏହି କ୍ଷେତ୍ରରେ ଅଛନ୍ତି । ଆପଣଙ୍କୁ ପ୍ରତ୍ୟେକ ବିବରଣୀ ଜଣାଅଛି । କେଉଁଠାରେ ଅସୁବିଧା ଅଛି, ତାହା ମଧ୍ୟ ଜାଣିଛନ୍ତି। କ’ଣ କଲେ ସର୍ବୋତ୍ତମ ଉପାୟରେ ସବୁକିଛି ହୋଇପାରିବ, ଦ୍ରୁତ ଗତିରେ ହୋଇପାରିବ ତାହା ମଧ୍ୟ ଆପଣଙ୍କୁ ସବୁ ଜଣାଅଛି । ଆମେ ମିଳିମିଶି ବସି ଏହାକୁ ଆଗକୁ ନେବାକୁ ଚାହୁଁଛୁ । ମୁଁ ଏହି ୱେବିନାର ପାଇଁ ଆପଣଙ୍କୁ ବହୁତ ବହୁତ ଶୁଭକାମନା ଜଣାଉଛି ।

ଧନ୍ୟବାଦ!

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Indian public relations industry pegged to reach ₹4,500 cr by 2030: Report

Media Coverage

Indian public relations industry pegged to reach ₹4,500 cr by 2030: Report
NM on the go

Nm on the go

Always be the first to hear from the PM. Get the App Now!
...
Prime Minister’s visit to Indonesia, Australia and New Zealand
July 03, 2026

At the invitation of the President of the Republic of Indonesia, H.E. Mr. Prabowo Subianto, Prime Minister Shri Narendra Modi will pay a visit to Indonesia from 6-8 July, 2026. This will be Prime Minister’s fourth visit to Indonesia and his first bilateral visit since the elevation of India-Indonesia ties to the level of Comprehensive Strategic Partnership in May 2018. During the visit, Prime Minister will hold bilateral discussions with President Prabowo and review the progress made in the partnership. In Jakarta, Prime Minister will address a large gathering of the Indian Diaspora. India and Indonesia share historical and warm people-to-people ties. In keeping with these special bonds, Prime Minister will visit the Prambanan Temple complex at Yogyakarta, a prominent UNESCO world heritage site in Indonesia.

From Indonesia, at the invitation of the Prime Minister of Australia, the Honourable Anthony Albanese MP, Prime Minister will travel to Melbourne from 8-10 July, 2026. In Melbourne, Prime Minister will hold bilateral discussions with Prime Minister Albanese. He will also call on the Governor General of Australia, the Honourable Ms Sam Mostyn AC. During his visit, Prime Minister will also participate in the India-Australia CEOs Forum, where he will address a gathering of top business leaders from both countries. Prime Minister will also address a large gathering of the Indian Diaspora, who constitute a strong pillar of the India-Australia relationship.

From Melbourne, at the invitation of the Prime Minister of New Zealand, Rt Honourable Christopher Luxon, Prime Minister will travel to Auckland for a state visit from 10-11 July, 2026. This will be the first state visit of an Indian Prime Minister to New Zealand in four decades. In Auckland, Prime Minister will hold bilateral discussions with Prime Minister Luxon and review the entire gamut of the bilateral relationship, which has seen significant progress in the last two years, especially in the areas of trade and commerce and defence. While in Auckland, Prime Minister will also interact with prominent business and sports personalities. In a reflection of the strong people-to-people ties that exist between India and New Zealand, Prime Minister will address a large gathering of the Indian Diaspora during the visit.