“Going to Gurudwaras, spending time in ‘sewa’, getting langar, staying at the homes of Sikh families has been a part of my life”
“Our Gurus have taught us courage and service”
“New India is scaling new dimensions and is leaving its mark on the whole world”
“I have always considered our Indian diaspora as ‘Rashtrdoot’ of India. All of you are the strong voice and lofty identity of Maa Bharati abroad”
“Feet of Gurus sanctified this great land and inspired its people”
“Sikh tradition is a living tradition of ‘Ek Bharat Shreshth Bharat’”
​​​​​​​“Sikh community is synonymous with the courage, prowess and hard work of the country”

ଏନଆଇଡିର ମୁଖ୍ୟ ସଂରକ୍ଷକ ଏବଂ ଚଣ୍ଡୀଗଡ଼ ବିଶ୍ୱବିଦ୍ୟାଳୟର କୁଳପତି ମୋର ବନ୍ଧୁ ଶ୍ରୀ ସତନାମ ସିଂହସାନ୍ଧୁଜୀ, ଏନଆଡ଼ି ଫାଉଣ୍ଡେସନର ସମସ୍ତ ସଦସ୍ୟଗଣ ଏବଂ ସମସ୍ତ ସମ୍ମାନିତ ସାଥୀଗଣ! ଆପଣମାନଙ୍କ ଭିତରୁ କେତେକ ସଦସ୍ୟଙ୍କୁ ମୁଁ ପୂର୍ବରୂ ଜାଣିଛି, ଭେଟିବାର ସୁଯୋଗ ମୋତେ ମିଳିଛି । ଗୁରୁଦ୍ୱାରମାନଙ୍କୁ ଦର୍ଶନ ପାଇଁ ଯିବା, ସେବାରେ ସମୟ ଅତିବାହିତ କରିବା, ଲରଙ୍ଗ ପ୍ରାପ୍ତ ହେବା, ଶିଖ ପରିବାରଙ୍କ ଘରେ ରହିବା, ଏହା ମୋ ଜୀବନର ଏକ ବହୁତ ବଡ଼ ସ୍ୱାଭାବିକ ଅଂଶ ରହିଆସିଛି । ଏଠାରେ ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ସୁଦ୍ଧା ସମୟେ ସମୟେ ଶିଖ ସନ୍ଥମାନଙ୍କ ଚରଣ ସ୍ପର୍ଶ କରିବାର ସୌଭାଗ୍ୟ ମୋତେ ମିଳିଥାଏ ଏବଂ ଏହା ମୋର ପରମ ସୌଭାଗ୍ୟ ବୋଲି ମୁଁ ମନେକରେ । ସେମାନଙ୍କ ସହିତ ବାର୍ତ୍ତାଳାପ କରିବା ଏକ ପରମ ସୌଭାଗ୍ୟ ବୋଲି ମୁଁ ସଦାବେଳେ କହିଆସିଛି ଏବଂ ସେମାନଙ୍କୁ ସମୟାନ୍ତରେ ଭେଟିଆସୁଛି ।

ଭାଇ ଓ ଭଉଣୀମାନେ, 

ଯେତେବେଳେ ମୁଁ କୌଣସି ବିଦେଶ ଗସ୍ତରେ ଯାଇଥାଏ ସେତେବେଳେ ସେଠାରେ ଯେଉଁଠାରେ ଶିଖ୍‌ ସମାଜର ସାଥୀମାନେ ଅଛନ୍ତି ସେମାନଙ୍କୁ ସୁଦ୍ଧା ମୁଁ ଭେଟିଥାଏ ଓ ସେତେବେଳେ ମୋ ମନରେ ଏକ ପ୍ରକାର ଗର୍ବ ଅନୁଭବ କରିଥାଏ । ୨୦୧୫ ମସିହାରେ ମୁଁ କାନାଡ଼ା ଯାତ୍ରରେ ଯାଇଥିଲି, ତାହା ଆପଣମାନଙ୍କ ଭିତରୁ କିଛି ସଦସ୍ୟଙ୍କର ମନେଥିବ । ଦଲାଇଜୀ ତ ସେତେବେଳେ ମୁଖ୍ୟମନ୍ତ୍ରୀ ନଥିଲେ, ସେତେବେଳଠାରୁ ମୁଁ ତାଙ୍କୁ ଜାଣିଛି । ଏହା କାନାଡ଼ା ପାଇଁ ବିଗତ ଚାରି ଦଶନ୍ଧି ମଧ୍ୟରେ କୌଣସି ଜଣେ ଭାରତୀୟ ପ୍ରଧାନମନ୍ତ୍ରୀଙ୍କ ପ୍ରଥମ ଷ୍ଟାଣ୍ଡ୍‌ଆଲୋନ୍‌ ଦ୍ୱିପାକ୍ଷିକ ଗସ୍ତ ଥିଲା ଏବଂ ମୁଁ କେବଳ ଅଟାୱା ଏବଂ ଟରଣ୍ଟୋ ଗସ୍ତ କରିନଥିଲି । ମୋର ସ୍ମରଣ ଅଛି, ସେତେବେଳେ ମୁଁ କହିଥିଲି ଯେ ଭାଙ୍କୋଭର ଯିବି ଏବଂ ସେଠାକୁ ଯିବାକୁ ମୁଁ ଚାହେଁ । ମୁଁ ସେଠାକୁ ଗଲି, ଗୁରୁଦ୍ୱାରା ଖାଲସା ଦିବାନରେ ମୋତେ ମଥାନତ କରି ପ୍ରଣାମ କରିବାର ସୌଭାଗ୍ୟ ମିଳିଥିଲା । ସଙ୍ଗତର ସଦସ୍ୟମାନଙ୍କ ସହିତ ବେଶ୍‌ ଉତ୍ତମ ବାର୍ତ୍ତାଳାପ ହୋଇଥିଲା । ଏହି କ୍ରମରେ, ୨୦୧୬ରେ ଯେତେବେଳେ ମୁଁ ଇରାନ ଗସ୍ତରେ ଯାଇଥିଲି ତାହା ମୋ ଜୀବନର ଏକ ଅବିସ୍ମରଣୀୟ କ୍ଷଣ ଥିଲା, ଫ୍ରାନ୍ସରେ ନବଶପେଲ ଭାରତୀୟ ସ୍ମାରକୀକୁ ଗସ୍ତ କରିବା ମଧ୍ୟ ମୋ ଗସ୍ତକ୍ରମରେ ଥିଲା । ସେହି ସ୍ମାରକୀ ବିଶ୍ୱ ଯୁଦ୍ଧ ସମୟରେ ଭାରତୀୟ ସୈନିକମାନଙ୍କ ବଳିଦାନ ନିମନ୍ତେ ସେମାନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥାଏ ଏବଂ ସେଥିରେ ମଧ୍ୟ ବହୁତ ସଂଖ୍ୟାରେ ଆମର ଶିଖ୍‌ ଭାଇ ଭଉଣୀମାନେ ଅଛନ୍ତି । ଏହି ଅନୁଭବ ଏହି କଥାର ଉଦାହରଣ ପ୍ରଦାନ କରିଥାଏ ଯେ ଆମର ଶିଖ୍‌ ସମାଜ ଭାରତ ତଥା ଅନ୍ୟ ଦେଶମାନଙ୍କ ସହିତ ମଜଭୁତ ସମ୍ପର୍କ ଯୋଡ଼ିବାରେ କିଭଳି ଭାବେ କାର୍ଯ୍ୟ କରିଆସୁଛନ୍ତି । ମୋର ସୌଭାଗ୍ୟ ଯେ ଆଜି ମୋତେ ଏହି ଅବସରରକୁ ଆହୁରି ମଜଭୁତ କରିବାର ଅବସର ମିଳିଛି ଏବଂ ମୁଁ ଏଥିପାଇଁ ସବୁମତେ ପ୍ରୟାସ କରିବି ।

ସାଥୀଗଣ,

ଆମର ଗୁରୁମାନେ ଆମେ ସାହସ ଏବଂ ସେବା ପାଇଁ ଶିକ୍ଷାଦାନ କରିଛନ୍ତି ।

ବିଶ୍ୱର ଭିନ୍ନ ଭିନ୍ନ ଭାଗରେ ବିନା କୌଣସି ସଂସାଧନରେ ଆମର ଭାରତର ଲୋକମାନେ ଯାଇଥିଲେ ଏବଂ ନିଜର ଶ୍ରମ ମାଧ୍ୟମରେ ସେମାନେ ସଫଳତାର ସ୍ୱାଦ ହାସଲ କରିଛନ୍ତି । ଏହି ଭାବନା ଆଜି ନୂତନ ଭାରତର ମାନସିକତାରେ ପରିଣତ ହୋଇଛି ।

ନୂତନ ଭାରତର ନୂତନ ଆଶା ଆକାଂକ୍ଷାକୁ ସ୍ପର୍ଶ କରୁଛି, ସମଗ୍ର ବିଶ୍ୱରେ ସେମାନେ ନିଜର ଛାପ ଛାଡ଼ୁଛନ୍ତି । କରୋନା ମହାମାରୀର ଏହି କାଳଖଣ୍ଡ ଏହାର ସବୁଠାରୁ ବଡ଼ ଉଦାହରଣ ବୋଲି ମୁଁ କହିବି ।

ମହାମାରୀ ଆରମ୍ଭ ବେଳେ ପୁରୁଣା ଚିନ୍ତାଧାରାକୁ ମନରେ ଧରି ରଖିଥିବା ଲୋକ ଭାରତକୁ ନେଇ ନାନା ପ୍ରକାର ଚିନ୍ତା ବ୍ୟକ୍ତ କରିଥିଲେ । ପ୍ରତ୍ୟେକ ବ୍ୟକ୍ତି କିଛି ନା କିଛି କହିବାକୁ ଲାଗିଥିଲେ । କିନ୍ତୁ ଏବେ ଲୋକ ଭାରତର ଉଦାହରଣ ଦେଇ ବିଶ୍ୱକୁ କହୁଛନ୍ତି ଯେ ଦେଖ, ଭାରତ ଏପରି କାର୍ଯ୍ୟ କରିପାରିଛି । ପୂର୍ବରୁ କୁହାଯାଉଥିଲା ଯେ ଭାରତ ଏତେ ବଡ଼ ଜନସଂଖ୍ୟାବିଶିଷ୍ଟ ଦେଶ, ଭାରତରେ କରୋନା ପ୍ରତିଷେଧକ ଟିକା କେଉଁଠୁ ମିଳିବ, କେମିତି ଲୋକମାନଙ୍କ ଜୀବନ ରକ୍ଷା କରାଯିବ ? କିନ୍ତୁ ଆଜି ଭାରତ ଟିକାକରଣରେ ସବୁଠାରୁ ବଡ଼ ସୁରକ୍ଷା କବଚ ପ୍ରସ୍ତୁତ କରିବା ରାଷ୍ଟ୍ର ଭାବେ ବିଶ୍ୱରେ ମୁଣ୍ଡ ଟେକିବାକୁ ଯାଉଛି । 

କୋଟି କୋଟି ଟିକା ଡୋଜ୍‌ ଆମ ଦେଶରେ ଲୋକମାନଙ୍କୁ ଦିଆ ସରିଛି । ଆପଣମାନେ ଏକଥା ଶୁଣି ନିଶ୍ଚୟ ଖୁସି ହେବେ, ଗର୍ବ ଅନୁଭବ କରିବେ ଯେ ଏଥିରେ ବି ୯୯ ପ୍ରତିଶତ ଟିକାକରଣ ଆମର ମେଡ୍‌ ଇନ୍‌ ଇଣ୍ଡିଆ ଟିକା ଦ୍ୱାରା କରାଯାଇଛି । ଏହି କାଳଖଣ୍ଡରେ ଆମେ ବିଶ୍ୱର ସବୁଠାରୁ ବଡ଼ ଷ୍ଟାର୍ଟ ଅପ୍‌ ଇକୋସିଷ୍ଟମ ମଧ୍ୟରୁ ଗୋଟିଏ ଭାବେ ମୁଣ୍ଡ ଟେକିପାରିଛୁ । ଆମର ୟୁନିକର୍ଣ୍ଣଙ୍କ ସଂଖ୍ୟା ଲଗାତାର ବୃଦ୍ଧି ପାଇବାରେ ଲାଗିଛି । 

ଭାରତର ଏହି କ୍ରମବର୍ଦ୍ଧିଷ୍ଣୁ ପଦକ୍ଷେପ, ଏହି ବର୍ଦ୍ଧିଷ୍ଣୁ ସଫଳତାଏ ଏଥିରେ ସବୁଠାରୁ ଅଧିକ ମୁଣ୍ଡ ଉଚ୍ଚା କରିବାର ଅଛି ତ ତାହା ହେଉଛି ଆମର ଡାୟାସ୍ପୋରାମାନଙ୍କର । କାରଣ, ଯେତେବେଳେ ଦେଶର ସମ୍ମାନ ବଢ଼ିଥାଏ ସେତେବେଳେ ଲକ୍ଷ ଲକ୍ଷ, କୋଟି କୋଟି ମୂଳ ଭାରତୀୟ ଲୋକଙ୍କର ବିଦେଶରେ ମଧ୍ୟ ସେତିକି ସମ୍ମାନ ବୃଦ୍ଧି ପାଇଥାଏ । ସେମାନଙ୍କ ପ୍ରତି ବିଶ୍ୱର ଦୃଷ୍ଟିଭଙ୍ଗୀ ମଧ୍ୟ ବଦଳି ଯାଇଥାଏ । ଏହି ସମ୍ମାନ ସହିତ ନୂତନ ଅବସର ସୃଷ୍ଟି ହୋଇଥାଏ ନୂତନ ଭାଗୀଦାରୀ ଆସିଥାଏ ଏବଂ ସୁରକ୍ଷାର ଭାବନା ମଜଭୁତ ହୋଇଥାଏ । ଆମର ଡାୟାସ୍ପୋରାଙ୍କୁ ତ ମୁଁ ସଦାବେଳେ ଭାରତର ପ୍ରକୃତ ରାଷ୍ଟ୍ରଦୂତ ଭାବେ ମାନିଥାଏ । ସରକାର ଯାହାଙ୍କୁ ବିଦେଶକୁ ପଠାଇଥାନ୍ତି ସେମାନେ ତ ରାଜଦୂତ ମାତ୍ର । କିନ୍ତୁ ଆପଣମାନେ ହେଉଛନ୍ତି ରାଷ୍ଟ୍ରଦୂତ । ଆପଣମାନେ ସମସ୍ତେ ଭାରତରୁ ବାହାରେ ରହି, ଭାରତର ଦୃଢ଼ ସ୍ୱର ଓ ଦୃଢ଼ ପରିଚୟକୁ ପ୍ରସାରିତ କରିଚାଲିଛନ୍ତି । ଆପଣମାନେ ହେଲେ ଭାରତ ବାହାରେ ଭାରତର ପ୍ରକୃତ ପରିଚୟ ।

ଭାରତର ପ୍ରଗତିକୁ ଦେଖି ଆପଣମାନଙ୍କର ଛାତି ମଧ୍ୟ କୁଣ୍ଡେମୋଟ ହୋଇଥାଏ । ଆପଣମାନଙ୍କ ମୁଣ୍ଡ ମଧ୍ୟ ଗର୍ବରେ ଉପରକୁ ହୋଇଥାଏ । ବିଦେଶରେ ରହି ସୁଦ୍ଧା ଆପଣମାନେ ନିଜ ଦେଶ କଥା ଚିନ୍ତା କରିଥାନ୍ତି । ସେଥିପାଇଁ ବିଦେଶରେ ରହି ସୁଦ୍ଧା ଭାରତର ସଫଳତାକୁ ଆଗକୁ ଆଗେଇ ନେବାରେ, ଭାରତର ଛବିକୁ ଆହୁରି ମଜଭୁତ କରିବା ଦିଗରେ ଆପଣମାନଙ୍କୁ ବେଶ୍‌ ବଡ଼ ଭୂମିକା ରହିଛି । ଆମେ ବିଶ୍ୱରେ ଯେକୌଣସି କୋଣରେ ବସବାସ କରୁ ନା କାହିଁକି, ଇଣ୍ଡିଆ ଫାଷ୍ଟ୍‌, ରାଷ୍ଟ୍ର ପ୍ରଥମ ଆମର ପ୍ରଥମ ଆସ୍ଥା ହେବା ଆବଶ୍ୟକ ।

ସାଥୀଗଣ,

ଆମର ସମସ୍ତ ଦଶ ଗୁରୁ ରାଷ୍ଟ୍ରକୁ ସବୁଠାରୁ ଉପରେ ରଖି ଭାରତକୁ ଏକତା ସୂତ୍ରରେ ବାନ୍ଧି ରଖିଥିଲେ । ଗୁରୁ ନାନକ ଦେବଜୀ ସମଗ୍ର ରାଷ୍ଟ୍ରର ଚେତନାକୁ ଜାଗରିତ କରିଥିଲେ, ସମଗ ରାଷ୍ଟ୍ରକୁ ଅନ୍ଧକାରରୁ ବାହାର କରି ପ୍ରକାଶର ମାର୍ଗ ପ୍ରଦର୍ଶନ କରିଥିଲେ ।

ଆମର ଗୁରୁମାନେ ପୂର୍ବରୁ ପଶ୍ଚିମ ପର୍ଯ୍ୟନ୍ତ, ଉତ୍ତରରୁ ଦକ୍ଷିଣ ପର୍ଯ୍ୟନ୍ତ ଭାରତକୁ ସଂପୂର୍ଣ୍ଣ ଯାତ୍ରା କରିଥିଲେ । ପ୍ରତ୍ୟେକ ସ୍ଥାନରେ, ପ୍ରତି ସ୍ଥାନକୁ ଯାଆନ୍ତୁ, ସେମାନଙ୍କର ସଂକେତ ଅବଶ୍ୟ ମିଳିବ, ସେମାନଙ୍କର ପ୍ରେରଣା ଅବଶ୍ୟ ଦିଶିବ, ସେମାନଙ୍କ ପାଇଁ ମନରେ ଆସ୍ଥା ଜାତ ହେବ । ପଞ୍ଜାବରେ ଗୁରୁଦ୍ୱାରା ହରମନ୍ଦିର ସାହିବଜୀ ଠାରୁ ନେଇ ଉତ୍ତରାଖଣ୍ଡରେ ଗୁରୁଦ୍ୱାରା ଶ୍ରୀ ହେମକୁଣ୍ଡ ସାହିବ ପର୍ଯ୍ୟନ୍ତ, ମହାରାଷ୍ଟ୍ରରେ ଗୁରୁଦ୍ୱାରା ହୁଜୁର ସାହିବ ଠାରୁ ନେଇ ହିମାଚଳରେ ଗୁରୁଦ୍ୱାରା ପୋଁଟା ସାହିବ ପର୍ଯ୍ୟନ୍ତ, ବିହାରରେ ତଖତ ଶ୍ରୀ ପାଟନା ସାହି ଠାରୁ ନେଇ ଗୁଜରାଟର କଚ୍ଛରେ ଗୁରୁଦ୍ୱାରା ଲଖପତ ସାହିବ ପର୍ଯ୍ୟନ୍ତ ଆମର ଗୁରୁମାନେ ଲୋକମାନଙ୍କୁ ପ୍ରେରଣା ଯୋଗାଇଛନ୍ତି, ନିଜର ପାଦଧୂଳିରେ ଏହି ଭୂମିକୁ ପବିତ୍ର କରିଛନ୍ତି । ସେଥିପାଇଁ ପରମ୍ପରା ବାସ୍ତବରେ ‘ଏକ ଭାରତ, ଶ୍ରେଷ୍ଠ ଭାରତ’ର ଜୀବନ୍ତ ପରମ୍ପରା ଏଠାରେ ସର୍ବତ୍ର ଦୃଶ୍ୟ ହୋଇଥାଏ । 

ଭାଇ ଓ ଭଉଣୀଗଣ,

ସ୍ୱାଧୀନତା ସଂଗ୍ରାମରେ ଏବଂ ସ୍ୱାଧୀନତା ପରେ ମଧ୍ୟ ଶିଖ୍‌ ସମାଜର ଦେଶପାଇଁ ଯେଉଁ ଯୋଗଦାନ ରହିଛି, ସେଥିପାଇଁ ସମଗ୍ର ଭାରତ କୃତଜ୍ଞତା ଅନୁଭବ କରେ ।

ମହାରାଜା ରଣଜିତ ସିଂହଙ୍କ ଯୋଗଦାନ ହୋଇଥାଉ, ଇଂରେଜମାନଙ୍କ ବିରୁଦ୍ଧରେ ସଂଗ୍ରାମ ହୋଇଥାଏ ଅବା ଜାଲିଆନାୱାଲା ବାଗ ଘଟଣା ହୋଇଥାଉ, ଏହା ବ୍ୟତୀତ ଭାରତର ଇତିହାସ କଦାପି ସଂପୂର୍ଣ୍ଣ ହୋଇନପାରେ, ହିନ୍ଦୁସ୍ତାନ କଦାପି ସଂପୂର୍ଣ୍ଣ ବୋଲି ଚିନ୍ତା କରାଯାଇପାରିବ ନାହିଁ । ଆଜି ସୁଦ୍ଧା ସୀମାରେ ଦଣ୍ଡାୟମାନ ଶିଖ ସୈନିକମାନଙ୍କ ଶୌର୍ଯ୍ୟ ଠାରୁ ନେଇ ଦେଶର ଅର୍ଥବ୍ୟବସ୍ଥାରେ ଶିଖ୍‌ ସମାଜର ଭାଗୀଦାରୀ ଏବଂ ଶିଖ ଏନଆରଆଇମାନଙ୍କ ଯୋଗଦାନ ପର୍ଯ୍ୟନ୍ତ, ଶିଖ ସମାଜ ଦେଶର ସାହସ, ଦେଶର ସାମର୍ଥ୍ୟ ଏବଂ ଦେଶର ଶ୍ରମକୁ ପର୍ଯ୍ୟାପ୍ତ କରିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଆସିଛନ୍ତି । 

ସାଥୀଗଣ,

ସ୍ୱାଧୀନତାର ଅମୃତ ମହୋତ୍ସବ ଆମର ସ୍ୱାଧୀନତା ସଂଗ୍ରାମ ସହିତ ଆମର ସଂସ୍କୃତି ଏବଂ ଐତିହ୍ୟକୁ ମଧ୍ୟ ପାଳନ କରିବାର ଏକ ଅବସର । କାରଣ, ସ୍ୱାଧୀନତା ନିମନ୍ତେ ଭାରତର ସଂଘର୍ଷ କେବଳ ଏକ ସୀମିତ କାଳଖଣ୍ଡର ଘଟଣା ନୁହେଁ । ଏହା ପଛରେ ହଜାର ହଜାର ବର୍ଷର ଚେତନା ଏବଂ ଆଦର୍ଶ ଯୋଡ଼ିହୋଇ ରହିଥିଲା । ଏହା ପଛରେ ଆଧ୍ୟାତ୍ମିକ ମୂଲ୍ୟବୋଧ ଏବଂ ଆହୁରି ଅନେକ ତପ-ତ୍ୟାଗ ଯୋଡ଼ି ହୋଇ ରହିଥିଲା । ସେଇଥିପାଇଁ, ଆଜି ଦେଶ ଯେତେବେଳେ ଗୋଟିଏ ପଟେ ସ୍ୱାଧୀନତାର ଅମୃତ ମହୋତ୍ସବ ମନାଉଛି, ସେତେବେଳେ ଏହା ସହିତ ଲାଲକିଲ୍ଲା ଉପରେ ଗୁରୁ ତେଗବାହାଦୂରଜୀଙ୍କ ୪୦୦ତମ ପ୍ରକାଶ ପର୍ବ ମଧ୍ୟ ଆମେ ମନାଉଛୁ ।

ଗୁରୁ ତେଗବାହାଦୂରଜୀଙ୍କ ୪୦୦ତମ ପ୍ରକାଶ ପର୍ବ ପୂର୍ବର ଆମେ ଗୁରୁ ନାନକ ଦେବଜୀଙ୍କ ୫୫୦ତମ ପ୍ରକାଶ ପର୍ବ ମଧ୍ୟ ପୂର୍ଣ୍ଣ ଶ୍ରଦ୍ଧାର ସହିତ ଦେଶ ବିଦେଶରେ ମନାଇଥିଲୁ ।

ଗୁରୁ ଗୋବିନ୍ଦ ସିଂହଜୀଙ୍କ ୩୫୦ତମ ପ୍ରକାଶ ପର୍ବ ମନାଇବାର ସୌଭାଗ୍ୟ ସୁଦ୍ଧା ଆମକୁ ପ୍ରାପ୍ତ ହୋଇଛି । 

ସାଥୀଗଣ,

ଏହା ସହିତ, ଏହି କାଳଖଣ୍ଡରେ କର୍ତ୍ତାରପୁର ସାହିବ କରିଡୋର ନିର୍ମାଣ କାର୍ଯ୍ୟ ସଂପୂର୍ଣ୍ଣ ହୋଇଛି । ଆଜି ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କୁ ସେଠାରୁ ଶିଶ ନେବାର ସୌଭାଗ୍ୟ ମିଳିପାରୁଛି ।

ଲଙ୍ଗରକୁ ଟିକସ ମୁକ୍ତ କରିବା ଠାରୁ ନେଇ, ହରମନ୍ଦିର ସାହିବକୁ ଏଫସିଆରଏର ଅନୁମତି ପ୍ରଦାନ ପର୍ଯ୍ୟନ୍ତ, ଗୁରୁଦ୍ୱାରାମାନଙ୍କ ଆଖପାଖ ଅଞ୍ଚଳର ସ୍ୱଚ୍ଛତା ବୃଦ୍ଧି ଠାରୁ ଆରମ୍ଭ କରି ସେଗୁଡ଼ିକୁ ଉତ୍ତମ ସଂସାଧନ ସହିତ ଯୋଡ଼ିବା ପର୍ଯ୍ୟନ୍ତ, ଦେଶ ଆଜି ପ୍ରତ୍ୟେକ ପ୍ରକାର ପ୍ରୟାସ କରୁଛି ଏବଂ ମୁଁ ସତନାମଜୀଙ୍କ ପ୍ରତି କୃତଜ୍ଞତା ବ୍ୟକ୍ତ କରୁଛି ଯେ ସେ ଯେଉଁ ପ୍ରକାର ଭିଡିଓ ସଂକଳନ କରି ଦେଖାଇଛନ୍ତି, ତାହା ବାସ୍ତବିକ୍‌ ପ୍ରଶଂସନୀୟ । ସେଥିରୁ ସ୍ପଷ୍ଟ ଭାବେ ଜାଣିହେବ ଯେ ସଂପୂର୍ଣ୍ଣ ଶ୍ରଦ୍ଧାର ସହିତ ପ୍ରତି କ୍ଷେତ୍ରରେ କେଉଁଭଳି ଭାବେ କାର୍ଯ୍ୟ ଜାରି ରହିଛି । ଆପଣମାନଙ୍କୁ ସମୟାନ୍ତରେ ଯେଉଁସବୁ ପରାମର୍ଶ ମିଳୁଛି, ଆଜି ମଧ୍ୟ ଆପଣମାନେ ମୋ ନିକଟକୁ ଆସି ଅନେକ ପରାମର୍ଶ ଦେଇଛନ୍ତି । ମୋର ପ୍ରୟାସ ରହିବ ଯେ ତାହାରି ଆଧାରରେ ଦେଶ ସେବାର ମାର୍ଗରେ ମୁଁ ଆଗକୁ ବଢ଼ିପାରିବି ।

ସାଥୀଗଣ,

ଆମର ଗୁରୁମାନଙ୍କ ଜୀବନର ଯାହା ସବୁଠାରୁ ବଡ଼ ପ୍ରେରଣା ଥିଲା ତାହା ହେଉଛି ଆମର କର୍ତ୍ତବ୍ୟବୋଧ । ସ୍ୱାଧୀନତାର ଅମୃତକଳାରେ ଦେଶର ଆଜି ସୁଦ୍ଧା କର୍ତ୍ତବ୍ୟକୁ ପ୍ରାଥମିକତା ପ୍ରଦାନ କରୁଛି । ‘ସବକା ସାଥ, ସବକା ବିକାଶ, ସବକା ବିଶ୍ୱାସ ଏବଂ ସବକା ପ୍ରୟାସ’ ଏହି ମନ୍ତ୍ର ଆମ ସମସ୍ତଙ୍କୁ ଭାରତର ଉଜ୍ଜ୍ୱଳ ଭବିଷ୍ୟତ ଦିଗରେ ଆଗେଇ ନେବାରେ ସୁନିଶ୍ଚିତ ସହଯୋଗ କରିବ । 

ଏହି କର୍ତ୍ତବ୍ୟ କେବଳ ଆମର ବର୍ତ୍ତମାନ ନିମନ୍ତେ ପ୍ରଯୁଜ୍ୟ ନୁହେଁ, ଏହା ଆମର ଏବଂ ଆମ ଦେଶର ଭବିଷ୍ୟତ ନିମନ୍ତେ ମଧ୍ୟ ଜରୁରି । ଏହା ଆମର ଆଗାମୀ ପିଢ଼ି ପାଇଁ ମଧ୍ୟ ଆବଶ୍ୟକ । 

ଉଦାହରଣ ଭାବେ ଆମେ କହିପାରିବା, ଆଜି ପରିବେଶ ସୁରକ୍ଷା ଦେଶ ଏବଂ ବିଶ୍ୱ ସମ୍ମୁଖରେ ଏକ ବଡ଼ ସଂକଟ ଭାବେ ଉଭା ହୋଇଛି । ଏହାର ସମାଧାନ ଭାରତର ସଂସ୍କୃତି ଏବଂ ସଂସ୍କାର ସହିତ ଜଡ଼ିତ । ଶିଖ୍‌ ସମାଜ ଏହାର ଜୀବନ୍ତ ଉଦାହରଣ । ଶିଖ ସମାଜରେ ଆମେ ଯେତେ ଚିନ୍ତା ନିଜ ପିଣ୍ଡ ପାଇଁ କରିଥାଉ, ସେତିକି ଚିନ୍ତା ପର୍ଯ୍ୟାବରଣ ଏବଂ ଜଗତ ପାଇଁ ମଧ୍ୟ କରିଥାନ୍ତି ।

ପ୍ରଦୂଷଣ ବିରୁଦ୍ଧରେ ପ୍ରୟାସ କଥା ହୋଇଥାଉ, କୁପୋଷଣ ବିରୁଦ୍ଧରେ ସଂଗ୍ରାମର କଥା ହେଉ, କିମ୍ବା ନିଜର ସାଂସ୍କୃତିକ ମୂଲବୋଧର ସୁରକ୍ଷା କଥା ହୋଇଥାଉ, ଆପଣମାନେ ଏହିଭଳି ଭାବେ ପ୍ରତ୍ୟେକ ପ୍ରକାର କାର୍ଯ୍ୟ ସହିତ ଆପଣମାନେ ସଂଶ୍ଳିଷ୍ଟ ରହିଥିବା ନଜରକୁ ଆସିବ । ଏହି ଶୃଙ୍ଖଳାରେ ମୋର ଆପଣମାନଙ୍କୁ ଆଉ ଗୋଟିଏ ନିବେଦନ କରିବାର ଅଛି । ଆପଣମାନେ ଜାଣିଛନ୍ତି ଯେ ଅମୃତ ମହୋତ୍ସବରେ ଦେଶର ସମସ୍ତ ଜିଲ୍ଲାରେ ଅର୍ଥାତ ପ୍ରତି ଜିଲ୍ଲାରେ ୭୫ଟି ଅମୃତ ସରୋବର ଖନନର ସଂକଳ୍ପ ନିଆଯାଇଛି ।

ଆପଣମାନେ ମଧ୍ୟ ନିଜର ପ୍ରାଣକୁ ଅମୃତ ସରୋବର ଖନନ ଅଭିଯାନରେ ନିୟୋଜିତ କରିପାରିବେ ।

ସାଥୀଗଣ,

ଆମର ଗୁରୁମାନେ ଆମମାନଙ୍କୁ ଆତ୍ମସମ୍ମାନ ଏବଂ ମାନବ ଜୀବନର ଗୌରବର ଯେଉଁ ଶିକ୍ଷା ପ୍ରଦାନ କରିଛନ୍ତି, ତାହାର ପ୍ରଭାବରେ ଆମେ ପ୍ରତ୍ୟେକ ଶିଖର ଜୀବନକୁ ବଂଚିବାର ଦେଖିଥାଉ । 

ସ୍ୱାଧୀନତାର ଅମୃତକାଳରେ ଆଜି ଦେଶ ପାଇଁ ଏହି ସଂକଳ୍ପ ନେବାକୁ ପଡ଼ିବ । ଆମକୁ ଆତ୍ମନିର୍ଭର ହେବାକୁ ପଡ଼ିବ, ଦରିଦ୍ରରୁ ଦରିଦ୍ରତମ ବ୍ୟକ୍ତିର ଜତ୍ନକୁ ଉତ୍ତମ କରିବାକୁ ହେବ । ଏହି ସବୁ ପ୍ରୟାସ ନିମନ୍ତେ ଆପଣମାନେ ସମସ୍ତେ ସକ୍ରିୟ ଭାବେ ଭାଗୀଦାର ହେବାକୁ ପଡ଼ିବ ଏବଂ ଆପଣମାନଙ୍କ ସମସ୍ତଙ୍କ ଯୋଗଦାନ ବହୁତ ଅନିବାର୍ଯ୍ୟ ଏବଂ ଆବଶ୍ୟକ । ମୋର ପୂର୍ଣ୍ଣ ବିଶ୍ୱାସ, ଗୁରୁମାନଙ୍କ ଆଶୀର୍ବାଦରେ ଆମେ ଆମ କାର୍ଯ୍ୟରେ ସଫଳ ହୋଇପାରିବା ଏବଂ ଖୁବ୍‌ ଶୀଘ୍ର ଏକ ନୂତନ ଭାରତର ଲକ୍ଷ୍ୟ ସ୍ଥଳରେ ପହଂଚିପାରିବା । ଏହି ସଂକଳ୍ପର ସହିତ, ଆପଣମାନଙ୍କୁ ମୁଁ ବହୁତ ବହୁତ ଧନ୍ୟବାଦ ଜ୍ଞାପନ କରୁଛି । ଆପଣମାନେ ଏଠାକୁ ଆସି ମୋ ସହିତ ବାର୍ତ୍ତାଳାପ କରିବା ମଧ୍ୟ ମୋ ପାଇଁ ଏକ ସୌଭାଗ୍ୟ । ଏଥିପାଇଁ ଆପଣମାନଙ୍କ କୃପା ସଦାବେଳେ ଥାଉ ଏବଂ ମୁଁ ସଦାବେଳେ କହିଆସୁଛି ଯେ ପ୍ରଧାନମନ୍ତ୍ରୀଙ୍କ ନିବାସ ସ୍ଥାନ ଏହା ମୋଦୀର ଘର ନୁହେଁ । ଏଠାକୁ ଆସିବା ହେଉଛି ଆପଣମାନଙ୍କର ଅଧିକାର କ୍ଷେତ୍ର । ଏହି ଭାବନାର ସହିତ ଆମମାନଙ୍କ ଭିତରେ ଆପଣାପଣ ସଦାବେଳେ ଥାଉ ଏବଂ ଆମେ ସଭିଏଁ ମିଳିମିଶି ମା’ ଭାରତୀଙ୍କ ଲାଗି, ଆମ ଦେଶର ଗରିବ ଲୋକମାନଙ୍କ ପାଇଁ, ଆମ ଦେଶର ପ୍ରତ୍ୟେକ ସମାଜର ଉତ୍ଥାନ ନିମନ୍ତେ ଆମେମାନେ ନିଜର କର୍ତ୍ତବ୍ୟ ସଂପାଦନ କରିଚାଲିଥିବା । ଗୁରୁମାନଙ୍କ ଆଶୀର୍ବାଦ ଆମମାନଙ୍କ ଉପରେ ସଦାବେଳେ ରହିଥାଉ । ଏହି ଗୋଟିଏ ଭାବନା ସହିତ ମୁଁ ପୁଣି ଥରେ ଆପଣମାନଙ୍କୁ ସମସ୍ତଙ୍କୁ ମୋର ଧନ୍ୟବାଦ ଜ୍ଞାପନ କରୁଛି । ବାହେ ଗୁରୁ କା ଖାଲସା । ବାହେ ଗୁରୁ କୀ ଫତହ ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Semiconductors to clean energy: Inside PM Modi’s high-profile meeting with 16 Dutch CEOs in The Hague

Media Coverage

Semiconductors to clean energy: Inside PM Modi’s high-profile meeting with 16 Dutch CEOs in The Hague
NM on the go

Nm on the go

Always be the first to hear from the PM. Get the App Now!
...
Prime Minister and Prime Minster of Sweden exchange special gifts celebrating the shared cultural legacy of Rabindranath Tagore
May 17, 2026

The Prime Minister of Sweden, H.E. Mr. Ulf Kristersson and Prime Minister Shri Narendra Modi exchanged special commemorative gifts to celebrate the legacy of Nobel Laureate Gurudev Rabindranath Tagore.

The gift from Prime Minister Kristersson comprised a box containing two replicas of hand-written epigrams by Gurudev Rabindranath Tagore, accompanied by a small explanatory text and a photograph of Gurudev Tagore taken in 1921 during his visit to Uppsala University. The originals, recently discovered in the Swedish National Archives, were created by Gurudev Tagore during his visits to Sweden in 1921 and 1926.

Prime Minister Modi presented to Prime Minster Kristersson a set of collected works of Rabindranath Tagore, along with a specially handcrafted bag from Shantiniketan with motifs that Gurudev chose to empower local artisans. The bag symbolizes Tagore’s philosophy that art is not meant to be confined to galleries, but to breathe life into everyday objects, bridging the gap between the intellectual and the functional.

Although Gurudev Tagore could not travel to Sweden in 1913 to receive the Nobel Prize, he was received by King Gustav V when he visited Sweden in 1921. These gifts symbolize the shared cultural and intellectual heritage between India and Sweden, and pay tribute to the enduring legacy of Rabindranath Tagore. The exchange of gifts also coincides with the centenary of Gurudev’s historic visit to Sweden in 1926.