ଭାରତ ଗଣତାନ୍ତ୍ରିକ ଭାବନାକୁ ଏହାର ଶାସନର ଏକ ଦୃଢ଼ ସ୍ତମ୍ଭ କରିଛି : ପ୍ରଧାନମନ୍ତ୍ରୀ
ଗତ ଦଶନ୍ଧିରେ, ଭାରତ ପ୍ରଯୁକ୍ତି କ୍ଷେତ୍ରରେ ଗଣତାନ୍ତ୍ରିକୀକରଣ ହାସଲ କରିଛି, ଆଜିର ଭାରତ ବିଶ୍ୱର ସବୁଠାରୁ ପ୍ରଯୁକ୍ତିବିଦ୍ୟା ଅନ୍ତର୍ଭୁକ୍ତ ସମାଜ ମଧ୍ୟରେ ଅନ୍ୟତମ : ପ୍ରଧାନମନ୍ତ୍ରୀ
ଆମେ ଡିଜିଟାଲ ପ୍ରଯୁକ୍ତିବିଦ୍ୟାକୁ ଗଣତାନ୍ତ୍ରିକ କରିଛୁ, ଯାହା ଦ୍ୱାରା ପ୍ରତ୍ୟେକ ନାଗରିକ ଏବଂ ଦେଶର ପ୍ରତ୍ୟେକ କ୍ଷେତ୍ର ପାଇଁ ଏହା ସୁଲଭ ହୋଇପାରିବ: ପ୍ରଧାନମନ୍ତ୍ରୀ
ଭାରତ ଦେଖାଇଛି ଯେ ପ୍ରଯୁକ୍ତିବିଦ୍ୟା କେବଳ ସୁବିଧାର ଏକ ମାଧ୍ୟମ ନୁହେଁ, ବରଂ ସମାନତା ସୁନିଶ୍ଚିତ କରିବାର ମଧ୍ୟ ଏକ ମାଧ୍ୟମ : ପ୍ରଧାନମନ୍ତ୍ରୀ
ଇଣ୍ଡିଆ ଷ୍ଟାକ୍ ବିଶ୍ୱ ପାଇଁ, ବିଶେଷ କରି ଦକ୍ଷିଣ ବିଶ୍ଵର ଦେଶଗୁଡ଼ିକ ପାଇଁ ଆଶାର କିରଣ : ପ୍ରଧାନମନ୍ତ୍ରୀ
ଆମେ କେବଳ ଅନ୍ୟ ଦେଶମାନଙ୍କ ସହିତ ପ୍ରଯୁକ୍ତିବିଦ୍ୟା ବାଣ୍ଟିବା ନାହିଁ, ବରଂ ସେମାନଙ୍କୁ ଏହାର ବିକାଶ କରିବାରେ ସାହାଯ୍ୟ କରିବା, ଏବଂ ଏହା ଡିଜିଟାଲ୍ ସହାୟତା ନୁହେଁ, ଏହା ହେଉଛି ଡିଜିଟାଲ୍ ସଶକ୍ତିକରଣ : ପ୍ରଧାନମନ୍ତ୍ରୀ
ଭାରତର ଫିନଟେକ୍ ସମୁଦାୟର ପ୍ରୟାସ ପାଇଁ ଧନ୍ୟବାଦ, ଆମର ସ୍ୱଦେଶୀ ସମାଧାନଗୁଡ଼ିକ ବିଶ୍ୱସ୍ତରୀୟ ପ୍ରାସଙ୍ଗିକତା ହାସଲ କରୁଛି : ପ୍ରଧାନମନ୍ତ୍ରୀ
ଏଆଇ କ୍ଷେତ୍ରରେ, ଭାରତର ଆଭିମୁଖ୍ୟ ତିନୋଟି ମୁଖ୍ୟ ନୀତି ଉପରେ ଆଧାରିତ - ସମାନ ଉପଲବ୍ଧତା, ଜନସଂଖ୍ୟା-ସ୍ତରୀୟ ଦକ୍ଷତା ଏବଂ ଦାୟିତ୍ୱପୂର୍ଣ୍ଣ ନିୟୋଜନ : ପ୍ରଧାନମନ୍ତ୍ରୀ
ଭାରତ ସର୍ବଦା ନୈତିକ ଏଆଇ ପାଇଁ ଏକ ବିଶ୍ୱସ୍ତରୀୟ ଢାଞ୍ଚାକୁ ସମର୍ଥନ କରିଆସିଛି : ପ୍ରଧାନମନ୍ତ୍ରୀ
ଆମ ପାଇଁ, ଏଆଇ ଅର୍ଥ ଅନ୍ତର୍ଭୁକ୍ତି : ପ୍ରଧାନମନ୍ତ୍ରୀ
ଆମର ଲକ୍ଷ୍ୟ ହେଉଛି ଏକ ଆର୍ଥିକ ପ୍ରଯୁକ୍ତିବିଦ୍ୟା ସମ୍ପନ୍ନ ବିଶ୍ୱ ସୃଷ୍ଟି କରିବା ଯେଉଁଠାରେ ପ୍ରଯୁକ୍ତିବିଦ୍ୟା ଲୋକ ଏବଂ ଗ୍ରହ ଉଭୟକୁ ସମୃଦ୍ଧ କରିଥାଏ : ପ୍ରଧାନମନ୍ତ୍ରୀ

ମହାମହିମ ପ୍ରଧାନମନ୍ତ୍ରୀ କେର ଷ୍ଟାର୍ମର, ଆରବିଆଇ ଗଭର୍ଣ୍ଣର, ଉଦଭାବକ, ନିବେଶକାରୀ, ନେତାଗଣ । ମୁମ୍ବାଇକୁ ଆପଣମାନଙ୍କୁ ସମସ୍ତଙ୍କୁ ସ୍ୱାଗତ । 

ବନ୍ଧୁଗଣ,

ଯେବେ ୨୦୨୪ରେ ମୁଁ ଶେଷଥର ଲାଗି ଏହି ସମ୍ମିଳନୀରେ ଯୋଗ ଦେଇଥିଲି ସେବେ ନିର୍ବାଚନ ହେବାର ଥିଲା । ସେହିଦିନ ମୁଁ କହିଥିଲି ଯେ ଏହାର ପରବର୍ତୀ ସଂସ୍କରଣକୁ ବି ମୁଁ ଆସିବି । ସେତେବେଳେ ଆପଣମାନେ ସମସ୍ତେ ଏହାକୁ ସହର୍ଷେ ସ୍ୱାଗତ କରିଥିଲେ । ଏଇଠି ଉପସ୍ଥିତ ରାଜନୀତି ବିଶାରଦମାନେ ସେତେବେଳେ ମୋଦୀ ଆଉଥରେ ଆସୁଛନ୍ତି ବୋଲି କହିଥିଲେ । 

ବନ୍ଧୁଗଣ,

 ମୁମ୍ବାଇ ହେଉଛି ଶକ୍ତିର ସହର । ମୁମ୍ବାଇ ହେଉଛି ଉଦ୍ୟୋଗର ସହର । ମୁମ୍ବାଇ ହେଉଛି ଅସରନ୍ତି ସମ୍ଭାବନାର ସହର । ଏହି ମୁମ୍ବାଇରେ ମୁଁ ମୋ ବନ୍ଧୁ ଷ୍ଟାର୍ମରଙ୍କୁ ସ୍ୱତନ୍ତ୍ର ସ୍ୱାଗତ ଜ୍ଞାପନ କରୁଛି । ଗ୍ଲୋବାଲ ଫିନଟେକ ଫେଷ୍ଟିଭାଲରେ ଯୋଗ ଦେବାକୁ ସେ ସମୟ ବାହାର କରିଥିବାରୁ ମୁଁ ତାଙ୍କ ପାଖରେ କୃତଜ୍ଞ । 

 

ବନ୍ଧୁଗଣ,

ଯେବେ ପାଂଚ ବର୍ଷ ପୂର୍ବେ ଗ୍ଲୋବାଲ ଫିନଟେକ ଫେଷ୍ଟିଭାଲ ଆରମ୍ଭ ହେଲା ସେବେ ସାରା ବିଶ୍ୱର ମହାମାରୀର ପୀଡାରେ ଛଟପଟ ହେଉଥିଲା । କିନ୍ତୁ ଆଜି ଏହି ଫେଷ୍ଟିଭାଲ ଅର୍ଥନୈତିକ ପୁଞ୍ଜି ନିବେଶ ଓ ସହଯୋଗ କ୍ଷେତ୍ରରେ ଏକ ବୈଶ୍ୱିକ ପ୍ଲାଟଫର୍ମରେ ପରିଣତ ହୋଇପାରିଛି । ଚଳିତବର୍ଷ ୟୁକେ ବା ବ୍ରିଟେନ ଏହାର ସଦସ୍ୟତା ଗ୍ରହଣ କରିଛି । ସାରା ବିଶ୍ୱର ଏହି ଦୁଇ ଗଣତାନ୍ତ୍ରିକ ଦେଶ ମିଳିତ ଭାବେ ବୈଶ୍ୱିକ ଅର୍ଥନୈତିକ ପଟ୍ଟଭୂମିକୁ ନୂତନ ଦିଗ ଦେଖାଇ ପାରିବେ । ପରିବେଶ, ଊର୍ଜ୍ଜା, ସମ୍ଭାବନା ସବୁକିଛି ମୋ ଜାଣିବାରେ ବେଶ ଉଚ୍ଚକୋଟୀର । ଭାରତର ଅର୍ଥନୀତି ଓ ବିକାଶରେ ରହିଥିବା ବୈଶ୍ୱିକ ବିଶ୍ୱାସକୁ ଏହା ପ୍ରତିଫଳିତ କରୁଛି । ମୁଁ ଏଥିପାଇଁ କ୍ରିସ ଗୋପାଳକୃଷ୍ଣଜୀ ଓ ଆରବିଆଇ ଗଭର୍ଣ୍ଣର ସଞ୍ଜୟ ମାଲହୋତ୍ରାଜୀଙ୍କ ସମେତ ଅନ୍ୟମାନଙ୍କୁ କୃତଜ୍ଞତା ଜ୍ଞାପନ କରୁଛି ।

ବନ୍ଧୁଗଣ,    

ଗଣତନ୍ତ୍ରର ମା’ ହେଉଛି ଭାରତବର୍ଷ । ଆମେ ଯେବେ ଗଣତନ୍ତ୍ରର କଥା କହୁଁ ଏହା କେବଳ ନିର୍ବାଚନ କିମ୍ବା ଯୋଜନା ପ୍ରଣୟନ ଭିତରେ ସୀମିତ ନଥାଏ । ଗଣତାନ୍ତ୍ରିକ ମୂଲ୍ୟବୋଧକୁ ପ୍ରଶାସନର ଏକ ଶକ୍ତ ସ୍ତମ୍ଭ ଭାବରେ ଭାରତ ପରିଣତ କରିପାରିଛି । ପ୍ରଯୁକ୍ତି ହେଉଛି ଏହାର ପ୍ରକୃଷ୍ଟ ଉଦାହରଣ । ଦୀର୍ଘ ସମୟ ଧରି ପ୍ରଯୁକ୍ତିଗତ ଜ୍ଞାନ ଆମକୁ ବିଭାଜିତ କରୁଛି ବୋଲି ଆଲୋଚନା ହୁଏ । ଏଥିରେ କିଛି ବି ସତ୍ୟତା ନାହିଁ ବୋଲି ଆମେ ମନା କରୁନାହୁଁ । ପୂର୍ବରୁ ଭାରତ ଏହା ଦ୍ୱାରା ପ୍ରଭାବିତ ହୋଇନଥିଲା । ଗତ ଶତାବ୍ଦୀରେ ବୈଷୟିକ ଓ ପ୍ରଯୁକ୍ତିଗତ ଜ୍ଞାନକୁ ଭାରତ ଗଣତାନ୍ତ୍ରିକ କରିଥିଲା । ଏବେ ସାରା ବିଶ୍ୱରେ ବୈଷୟିକ ଜ୍ଞାନ ଗାରିମାରେ ଅଗ୍ରଣୀ ଦେଶଗୁଡିକ ଭିତରେ ଭାରତ ସ୍ଥାନିତ ।

ବନ୍ଧୁଗଣ,   

ଡିଜିଟାଲ ଟେକ୍ନୋଲଜି ବା ବୈଷୟିକ ଜ୍ଞାନକୁ ଦେଶର ପ୍ରତିଟି କୋଣରେ ପହଂଚା ଯାଇଥିବା ବେଳେ ଏହା ଏବେ ପ୍ରତିଟି ନାଗରିକଙ୍କ ପାଖରେ ଉପଲବ୍ଧ । ଭାରତୀୟ ସୁଶାସନ ଶୈଳୀର ଏହା ଏକ ଉଦାହରଣ ପାଲଟିଛି । ଲୋକଙ୍କ ସ୍ୱାର୍ଥ ଲାଗି ସରକାରଙ୍କ ଦ୍ୱାରା ଡିଜିଟାଲ ଭିତିଭୂମି ତିଆରି କରାଯାଏ । ଯେଉଁ ପ୍ଲାଟଫର୍ମରେ ପରେ ବେସରକାରୀ ସଂସ୍ଥା ନୂଆ ଉତ୍ପାଦ ତିଆରି କରେ । ବୈଷୟିକ ଓ ପ୍ରଯୁକ୍ତିଗତ ଜ୍ଞାନ ମାଧ୍ୟମରେ କେବଳ ସୁଫଳ ମିଳେନି ବରଂ ଏହା ସମତା ସୃଷ୍ଟି କରେ ।

 

ବନ୍ଧୁଗଣ, 

ଏହା ଆମ ବ୍ୟାଙ୍କିଙ୍ଗ ବ୍ୟବସ୍ଥାକୁ ବି ରୂପାନ୍ତରିତ କରିଛି । ଆଗରୁ ବ୍ୟାଙ୍କିଙ୍ଗ ଏକ ସୁବିଧା ଥିଲା । ହେଲେ ଡିଜିଟାଲ ସୁବିଧା ଏବେ ଏହାକୁ ସଶକ୍ତିକରଣର ଏକ ମାଧ୍ୟମରେ ପରିଣତ କରିପାରିଛି । ଡିଜିଟାଲ ପେମେଂଟ ଭାରତର ଦୈନନ୍ଦିନ ଜୀବନ ଯାତ୍ରା ସହ ଜଡିତ । ଜେଏଏମ ବା ଜାମ ଏଥିପାଇଁ ମୁଖ୍ୟତଃ ଦାୟୀ । ଜେ ଅର୍ଥାତ ଜନଧନ, ଏ ଅର୍ଥାତ ଆଧାର ଓ ଏମ ଅର୍ଥାତ ମୋବାଇଲ ବୋଲି ବିବେଚିତ ହେଉଛି । ୟୁପିଆଇ କାରବାରକୁ ଥରେ ଦେଖନ୍ତୁ । ପ୍ରତି ମାସରେ ପ୍ରାୟ ୨୦ କୋଟି କାରବାର ହେଉଛି । ଯାହାର ଆନୁମାନିକ ମୂଲ୍ୟ ୨୫ ଲକ୍ଷ କୋଟିଠାରୁ ବି ଅଧିକା ବୋଲି ମନେ କରାଯାଏ । ଆଜି ଭାରତରେ ଶହେଟି ରିୟଲ ଟାଇମ କାରବାର ଭିତରୁ ଭାରତରେ କେବଳ ୫୦ଟି କାରବାର ହେଉଛି । 

ବନ୍ଧୁଗଣ,  

ଗ୍ଲୋବାଲ ଫିନଟେକ ଫେଷ୍ଟିଭାଲର ଥିମ ବି ଭାରତର ଗଣତାନ୍ତ୍ରିକ ମୂଲ୍ୟବୋଧକୁ ମଜଭୂତ କରୁଛି । 

ବନ୍ଧୁଗଣ,

ଆଜି ସାରା ବିଶ୍ୱ ଭାରତର ଡିଜିଟାଲ ଷ୍ଟାକ କଥା ଚର୍ଚ୍ଚା କରୁଛି । ୟୁପିଆଇ ବା ଭାରତର ୟୁନିଫାଏଡ ପେମେଂଟସ ଇଂଟରଫେସ, ଆଧାର ସଂଯୁକ୍ତ ପେମେଂଟ, ଭାରତ ବିଲ ପେମେଂଟ, ଭାରତ କ୍ୟୁଆର, ଡିଜି ଲକର, ଡିଜି ଯାତ୍ରା, ଗଭର୍ଣ୍ଣମେଂଟ ଇ-ମାର୍କେଟପ୍ଲେସ ପ୍ରମୁଖ ଭାରତର ଡିଜିଟାଲ ଅର୍ଥନୀତିକୁ ସବଳ କରିଛି । ନୂଆ ଇକୋ ସିଷ୍ଟମରେ ଇଣ୍ଡିଆ ଷ୍ଟାକ ବି ଭଲ କାମ କରୁଛି । ଆପଣମାନଙ୍କ ଭିତରୁ କେହି ଏନେଇ ଅବଗତ ଥାଇ ନପାରନ୍ତି । କିନ୍ତୁ ଓଏନଡିସି ବା ଓପନ ନେଟ ୱାର୍କ ଫର ଡିଜିଟାଲ କମର୍ସ ଏବେ ଏକ ଆଶୀର୍ବାଦରେ ପରିଣତ ହେବାକୁ ଯାଉଛି । ଛୋଟ ଛୋଟ ଦୋକାନୀ ଓ ଏମଏସଏମଇ ପାଇଁ ଏହା ଏକ ଆଶୀର୍ବାଦ । ସାରା ଦେଶରେ ବଜାର ନିକଟରେ ପହଂଚିବା ଲାଗି ଏହା ସାହାଯ୍ୟ କରୁଛି । ସେହିପରି ଓସିଇଏନ ବା ଓପନ କ୍ରେଡିଟ ଏନେବଲମେଂଟ ନେଟୱାର୍କ କ୍ଷୁଦ୍ର ଉଦ୍ୟୋଗପତିମାନଙ୍କୁ ଋଣ ସହାୟତା କ୍ଷେତ୍ରରେ ସାହାଯ୍ୟ କରୁଛି । ଏମଏସଏମଇଗୁଡିକ ସାମ୍ନା କରୁଥିବା ଋଣ ନିଅଂଟ ପ୍ରସଙ୍ଗରେ ବି ଏହା ସାହାଯ୍ୟ କରିଥାଏ । ଆରବିଆଇ ପକ୍ଷରୁ ଆରମ୍ଭ କରାଯାଇଥିବା ଡିଜିଟାଲ କରେନ୍ସି ଅଭିଯାନ ଏନେଇ ଅଧିକା କାମ ଦେବ । ଏସବୁ ସମ୍ମିଳିତ ଭାବେ ଭାରତର ଅଗ୍ରଗତିରେ କାମ ଦେବେ ବୋଲି ମୋର ବିଶ୍ୱାସ ।

 

ବନ୍ଧୁଗଣ,

ଇଣ୍ଡିଆ ଷ୍ଟାକ ଭାରତର କେବଳ ଏକ ସଫଳ କାହାଣୀ ନୁହେଁ । ଗତ ଗସ୍ତ ସମୟରେ ମୁଁ କହିଥିଲି ଯେ ମୁଁ ଦିନେ ଫେରିବି । ଆଉ ଆଜି ମୁଁ ଦୃଢ ନିଶ୍ଚିତ ଯେ ଆଜି ଯାହା ଭାରତ କରୁଛି ତାହା ବିଶ୍ୱର ଦକ୍ଷିଣ ଦେଶଗୁଡିକ ଲାଗି ଆଲୋକ ବର୍ତିକା । ଡିଜିଟାଲ ଇନୋଭେସନ ମାଧ୍ୟମରେ ଡିଜିଟାଲ ସହଭାଗିତା ସହ ସହଯୋଗ ଭାରତ କାମନା କରେ । ସେଥିପାଇଁ ଆମେ ଆମ ଅନୁଭୂତି ବାଂଟିବା ସହ ଓପନସୋର୍ସ ପ୍ଲାଟଫର୍ମକୁ ବି ଖୋଲା ରଖୁଛୁ । ମଡୁଲାର ଓପନସୋର୍ସ ଆଡେଂଟି ପ୍ଲାଟଫର୍ମ ବା ଏମଓଏସଆଇପି ଭାରତରେ ହିଁ ଜନ୍ମିତ । ୨୫ରୁ ଅଧିକା ଦେଶ ଏହାକୁ ଆପଣେଇଛନ୍ତି । ଆମେ କେବଳ ବୈଷୟିକ ଜ୍ଞାନ ବିନିମୟ କରୁନେ ବରଂ ଏହାକୁ ବିକଶିତ କରିବା ଲାଗି ଅନ୍ୟ ଦେଶକୁ ସାହାଯ୍ୟ କରୁଛୁ । ଏହା ଡିଜିଟାଲ ଏଡ ନୁହେଁ । ବିଶ୍ୱର କିଛି ଲୋକ କହୁଥିବେ ଯେ ଆମେ କିଛି ଏଡ ଦେଉଛୁ । ମାତ୍ର ଡିଜିଟାଲ ଏଡ ନୁହେଁ ବରଂ ଡିଜିଟାଲ ସଶକ୍ତିକରଣ ।  

ବନ୍ଧୁଗଣ,

ଭାରତ ଫିନଟେକ କମ୍ୟୁନିଟିକୁ ସାଧୁବାଦ ଯିଏ ସ୍ୱଦେଶୀ ଚିନ୍ତାଧାରାକୁ ବିଶ୍ୱବ୍ୟାପକ କରିଛି । ଇଂଟର ଅପରେବୁଲ କ୍ୟୁଆର ନେଟୱାର୍କ୍ସ, ଖୋଲା ବଜାର କାରବାର, ଫାଇନାନ୍ସ ଫ୍ରେମ ୱାର୍କ ପରି କ୍ଷେତ୍ରରେ ସାରା ବିଶ୍ୱ ବିଭିନ୍ନ ଷ୍ଟାର୍ଟ ଅପର ବିକାଶ ଦେଖୁଛି । ଚଳିତ ବର୍ଷ ପ୍ରଥମ ଛଅ ମାସ ଭିତରେ ସାରା ବିଶ୍ୱରେ ପୂର୍ଣ୍ଣ ଅନୁଦାନକ୍ଷମ ଫିନଟେକ ଇକୋ ସିଷ୍ଟମରେ ଭାରତ ପରିଣତ ହୋଇପାରିଛି । ଆଉ ଏହି ସଫଳତା ଯାହା ଆପଣମାନଙ୍କର ସେ ସମ୍ପର୍କରେ ମୁଁ କହୁଛି ।

ବନ୍ଧୁଗଣ,

କେବଳ ପରିମାପ ଭିତରେ ଭାରତର ବିକାଶ ସୀମିତ ହୋଇ ରହିନାହିଁ । ପରିମାପ, ନମନୀୟତା, ସମାରୋପ ପରି ବିଭିନ୍ନ ବିଭବ ଆମ ସହ ରହିଛି । ଏବଂ ଏହି ସମୟରେ ହିଁ ଏଆଇ ଯୁଗ ଆରମ୍ଭ ହୋଇଛି । ଏହା ମାଧ୍ୟମରେ ଆମେ ଫ୍ରଡ ଚିହ୍ନଟ, କୁସଂସ୍କାର ଅପସାରଣ, ଗୁଣବତା ପରିବର୍ଦ୍ଧନ ପରି ବିଭିନ୍ନ କାମ କରିପାରୁଛୁ । ଏପ୍ରକାର ସମ୍ଭାବନାର ଉତ୍କର୍ଷ ଲାଭ କରିବା ପାଇଁ ଆମକୁ ଡାଟା, ସ୍କିଲ ଓ ପରିଚାଳନାରେ ବହୁ ସତର୍କତା ଅବଲମ୍ବନ କରିବାକୁ ପଡିବ ।

ବନ୍ଧୁଗଣ,

ଏଆଇ ପ୍ରତି ଭାରତର ଆଭିମୁଖ୍ୟ ତିନିଟି ନିୟମ ଉପରେ ପର୍ଯ୍ୟବସିତ । ଗୋଟିଏ ହେଉଛି ସହଜସାଧ୍ୟ ପ୍ରାପ୍ତି, ଜନସଂଖ୍ୟା ପରିମାପ ମେଧା, ଦାୟିତ୍ୱସମ୍ପନ୍ନ ନିୟୋଜନ । ଭାରତ ଏଆଇ ମିଶନ ଅଧୀନସ୍ଥ କମ୍ୟୁଟର ଜ୍ଞାନକୁ ଏତେ ପ୍ରଖର କରୁଛି ଯେ ପୁଞ୍ଜି ନିବେଶକାରୀ ଓ ଷ୍ଟାର୍ଟ ଅପଗୁଡିକ ନିଜ ପକେଟକୁ ଦେଖି ଏଆଇ ରିସୋର୍ସ ସହ ଯୋଗାଯୋଗରେ ରହିପାରିବେ । ପ୍ରତି ଜିଲ୍ଲା ଓ ଭାଷାଭାଷୀଙ୍କ ପାଖରେ ଏଆଇର ସୁବିଧା ଓ ସୁଫଳ ପହଂଚାଇବା କ୍ଷେତ୍ରରେ ଆମେ କର୍ତବ୍ୟରତ । ଆମ ଏକ୍ସେଲେନ୍ସ ସେଂଟର, ସ୍କିଲିଂ ହବ, ସ୍ୱଦେଶୀ ଜ୍ଞାନ କୌ÷ଶଳରେ ନିର୍ମିତ ଏଆଇ ମଡେଲ ଦ୍ୱାରା ଏହା ସମ୍ଭବପର ହୋଇପାରିଛି ।

 

ବନ୍ଧୁଗଣ,

ଏଆଇ ଲାଗି ଭାରତ ସବୁବେଳେ ଏକ ବୈଶ୍ୱିକ ମାପକାଠି କଥା କହିଆସିଛି । ଆମର ଡିଜିଟାଲ ପବ୍ଲିକ ଭିତିଭୂମି କ୍ଷେତ୍ରରେ ରହିଥିବା ଅନୁଭୂତି ସାରା ବିଶ୍ୱର କାମରେ ଆସିବ । ଏଆଇ କ୍ଷେତ୍ରରେ ବି ଡିଜିଟାଲ ପବ୍ଲିକ ଇନଫ୍ରାଷ୍ଟ୍ରକଚର ବା ଡିପିଆଇ ପରି ସୁଫଳ ମିଳିବ । ଆମ ପାଇଁ ଏଆଇ ଅର୍ଥ କିଛି ଅଲଗା । ଏହାର ଅର୍ଥ ହେଉଛି ଅଲ ଇନକ୍ଲୁସିଭ ।

 

ବନ୍ଧୁଗଣ, 

ଏବେ ସାରା ବିଶ୍ୱରେ ଏଆଇ ଆସ୍ଥା ଓ ନିରାପତା ନିୟମ ନେଇ ଆଲୋଚନା ଚାଲିଛି । କିନ୍ତୁ ଏନେଇ ସବୁବେଳେ ଭାରତ ବିଶ୍ୱସନୀୟତାକୁ ଗୁରୁତ୍ୱ ଦେଇ ଆସିଛି । ଆମେ ଏପରି ଏଆଇ ପ୍ଲାଟଫର୍ମ ତିଆରି କରିବୁ ଯେଉଁଠି ସବୁ କିଛି ମିଳିପାରିବ । ପେମେଂଟ କ୍ଷେତ୍ରରେ ଉଭୟ ସମୟ ଓ ସୁରକ୍ଷାକୁ ଆମେ ପ୍ରାଧାନ୍ୟ ଦେବୁ । ଆର୍ଥିକ ସହାୟତା କ୍ଷେତ୍ରରେ ଆମ ଲକ୍ଷ୍ୟ ହିଁ ପରିମାପକ । ସେହିପରି ବୀମା କ୍ଷେତ୍ରରେ ଆମ ଲକ୍ଷ୍ୟ ହେଉଛି ଆମ ଯୋଜନା ଓ ସମୟୋପଚିତ ଦାବି । ପୁଞ୍ଜି ନିବେଶରେ ବି ଆମେ ସ୍ୱଚ୍ଛତା ଅବଲମ୍ବନ କରୁଛୁ । ଏପ୍ରକାର ପରିବର୍ତନ ଲାଗି ଏଆଇ ଏକ ଡ୍ରାଇଭିଂ ଫୋର୍ସରେ ପରିଣତ ହୋଇପାରିବ । କିନ୍ତୁ ସେଥିପାଇଁ ଏଆଇ ଆପ୍ଲିକେସନଗୁଡିକ ସାଧାରଣ ଜନତାଙ୍କ ଲାଗି ଅଭିପ୍ରେତ ହେବା ଦରକାର । ଡିଜିଟାଲ ଫାଇନାନ୍ସ ବ୍ୟବହାରକାରୀ ଲୋକଟିଏ କୌଣସି ତ୍ରୁଟି ବିଚ୍ୟୁତି ଅନାୟାସରେ ସମାଧାନ ହୋଇପାରୁଥିବା ନେଇ ବିଶ୍ୱାସ ରଖିବା ଉଚିତ । 

ବନ୍ଧୁଗଣ,

କିଛି ବର୍ଷ ପୂର୍ବେ ବ୍ରିଟେନରେ ଏଆଇ ସୁରକ୍ଷା ସମ୍ମିଳନୀ ଆରମ୍ଭ ହୋଇଥିଲା । ଆସନ୍ତା ବର୍ଷ ଭାରତରେ ଏଆଇ ଇମ୍ପାକ୍ଟ ସମ୍ମିଳନୀ ଆୟୋଜନ ହେବାର ରହିଛି । ଏହାର ଅର୍ଥ ହେଉଛି ଏଆଇ ନିରାପତା ନେଇ ବ୍ରିଟେନରେ ବିଚାର ବିମର୍ଶ ଆରମ୍ଭ ହୋଇ ଏହାର ପ୍ରଭାବ ନେଇ ଭାରତରେ ଆଲୋଚନା କରାଯିବାର ରହିଛି । ବୈଶ୍ୱିକ ବାଣିଜ୍ୟ ଓ ସହଭାଗିତା କ୍ଷେତ୍ରରେ ଉଭୟ ଭାରତ ଓ ବ୍ରିଟେନ ମିଳିତ ଭାବେ କାମ କରୁଛନ୍ତି । ବ୍ରିଟେନର ଗବେଷଣା, ବୈଶ୍ୱିକ ଆର୍ଥିକ କ୍ଷମତା ସହ ଭାରତର ମେଧା ଓ ପ୍ରତିଭା ସାରା ବିଶ୍ୱ ପାଇଁ ନୂଆ ସମ୍ଭାବନା ସୃଷ୍ଟି କରିବ । ବିଭିନ୍ନ ଷ୍ଟାର୍ଟ ଅପ, ପ୍ରତିଷ୍ଠାନ, ଇନୋଭେସନ ହବ ଭିତରେ ସହଯୋଗ ବୃଦ୍ଧି କରିବାକୁ ଆମେ ପ୍ରତିଶ୍ରୁତିବଦ୍ଧ । ୟୁକେ-ଇଣ୍ଡିଆ ଫିନଟେକ କରିଡର ଏନେଇ ନୂଆ ସୁଯୋଗ ସୃଷ୍ଟି କରିବେ । ଲଣ୍ଡନ ଷ୍ଟକ ଏକ୍ସେଚେଞ୍ଜ ଓ ଗିଫ୍ଟ ସିଟି ଭିତରେ ସମନ୍ୱୟ ରକ୍ଷା କରି ନୂଆ ସୁଯୋଗ ସୃଷ୍ଟି କରାଯିବ । 

ବନ୍ଧୁଗଣ,  

ଆମ ସମସ୍ତଙ୍କର ଦାୟିତ୍ୱ ବା କର୍ତବ୍ୟବୋଧ ରହିଛି । ଏହି ପ୍ଲାଟଫର୍ମରୁ ବ୍ରିଟେନ ଓ ସାରା ବିଶ୍ୱର କମ୍ପାନୀମାନଙ୍କୁ ଭାରତ ସହ ହାତ ବଢାଇବା ଲାଗି ମୁଁ ଆହ୍ୱାନ କରୁଛି । ଭାରତର ବିକାଶ ସହ ପ୍ରତି ପୁଞ୍ଜି ନିବେଶକାରୀଙ୍କୁ ହାତ ମିଶାଇବାକୁ ମୁଁ ଆମନ୍ତ୍ରଣ କରୁଛି । ଆମେ ଫିନଟେକ ବିଶ୍ୱ ନିର୍ମାଣ କରିବାକୁ ଚାହୁଁଛୁ ଯେଉଁଠି ବୈଷୟିକ ପ୍ରଯୁକ୍ତିଗତ ଜ୍ଞାନ ସବୁ ମଣିଷଙ୍କୁ ସମୃଦ୍ଧ କରିବ । ଏହି ବାର୍ତା ସହ ଆପଣମାନଙ୍କୁ ସମସ୍ତଙ୍କୁ ଶୁଭେଚ୍ଛା ଜ୍ଞାପନ କରୁଛି । ଧନ୍ୟବାଦ ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India's rise is coming at an important time... because the world needs India, says Jane Fraser, Board Chair and CEO, Citi

Media Coverage

India's rise is coming at an important time... because the world needs India, says Jane Fraser, Board Chair and CEO, Citi
NM on the go

Nm on the go

Always be the first to hear from the PM. Get the App Now!
...
UK Foreign Secretary meets Prime Minister
June 04, 2026

UK Foreign Secretary Yvette Cooper today met Prime Minister Shri Narendra Modi.

The Prime Minister expressed his pleasure upon the meeting and appreciated the deepening of the India-UK partnership in recent times which has unlocked unprecedented growth opportunities for both countries.

The Prime Minister affirmed that the India-UK Vision 2035 will continue to guide the partnership and strengthen joint efforts for the global good.

The Prime Minister posted on X:

"Pleased to meet UK Foreign Secretary Yvette Cooper. Appreciated the deepening of the India-UK partnership in recent times that has unlocked unprecedented growth opportunities for both our countries.

India-UK Vision 2035 will continue to guide our partnership and strengthen our joint efforts for global good.@YvetteCooperMP"