“ଯେତେବେଳେ ଏକ ସଚ୍ଚୋଟ ସରକାର ଓ ସଶକ୍ତ ଗରିବଙ୍କ ଶକ୍ତିଙ୍କ ଶକ୍ତି ଏକାଠି ହୋଇଯାଏ, ସେତେବେଳେ ଦାରିଦ୍ର‌୍ୟ ହାର ମାନିଥାଏ”
“ଗରିବଙ୍କୁ ପକ୍କା ଘରଟିଏ ଯୋଗାଇଦେବା କେବଳ ଏକ ସରକାରୀ ଯୋଜନା ନୁହେଁ ବରଂ ଗ୍ରାମାଞ୍ଚଳ ଗରିବଙ୍କ ମନରେ ଆତ୍ମବିଶ୍ୱାସ ଜନ୍ମାଇବାରେ ଏକ ଅଙ୍ଗୀକାରବଦ୍ଧତା”
“ଯୋଜନାକୁ ପୂର୍ଣ୍ଣରୂପ ଦେବା ଲକ୍ଷ୍ୟ ନେଇ ସରକାର ବାଛବିଚାର ଓ ଦୁର୍ନୀତି ସମ୍ଭାବନାକୁ ଦୂର କରିପାରିଛନ୍ତି”
“ପ୍ରତି ରାଜ୍ୟ ସରକାର, ସ୍ଥାନୀୟ ସଂସ୍ଥା ଓ ପଞ୍ଚାୟତ ପ୍ରତ୍ୟେକ ଜିଲ୍ଲାରେ ୭୫ଟି ଅମୃତ ସରୋବର ପାଇଁ କାର୍ଯ୍ୟ କରିବେ”

ନମସ୍କାର ସାର୍!

ମୁଖ୍ୟମନ୍ତ୍ରୀ ଶ୍ରୀମାନ ଶିବରାଜ ସିଂହ ଜୀ ଚୌହାନ, କେନ୍ଦ୍ର କ୍ୟାବିନେଟର ମୋର ସହଯୋଗୀଗଣ, ମଧ୍ୟ ପ୍ରଦେଶ ସରକାରଙ୍କ ମନ୍ତ୍ରୀଗଣ, ସଂସଦରେ ମୋର ସହଯୋଗୀ, ମଧ୍ୟ ପ୍ରଦେଶର ବିଧାୟକଗଣ, ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ଏବଂ ମଧ୍ୟ ପ୍ରଦେଶର ମୋର ପ୍ରିୟ ଭାଇ ଓ ଭଉଣୀମାନେ ।

ଆଜି ମଧ୍ୟ ପ୍ରଦେଶ ପ୍ରାୟ ୧.୨୫ ଲକ୍ଷ ଗରିବ ପରିବାରଙ୍କୁ ସେମାନଙ୍କ ସ୍ୱପ୍ନର ପକ୍କା ଘର ମିଳିଛି । କିଛି ଦିନରେ ନୂଆ ବର୍ଷ ବିକ୍ରମ ସଂବତ ୨ଠ୭୯ ଆରମ୍ଭ ହେବାକୁ ଯାଉଛି । ନୂଆବର୍ଷ ଅବସରରେ ଏକ ନୂତନ ଗୃହରେ ଗୃହ-ପ୍ରବେଶ ଏହା ଅତ୍ୟନ୍ତ ଏକ ଅମୂଲ୍ୟ ମୁହୂର୍ତ୍ତ । ମୁଁ ଏହି ସମୟରେ ଆପଣ ସମସ୍ତଙ୍କୁ ବହୁତ ବହୁତ ଶୁଭେଚ୍ଛା ଜଣାଉଛି ।

ସାଥୀମାନେ,

ଆମ ଦେଶରେ କିଛି ଦଳ ଦାରିଦ୍ର୍ୟ ଦୂର କରିବା ପାଇଁ ଅନେକ ଶ୍ଳୋଗନ ଦେଇଥିଲେ, କିନ୍ତୁ ଗରିବ ଲୋକଙ୍କୁ ସଶକ୍ତ କରିବା ପାଇଁ ଯାହା କିଛି କରିବା ଉଚିତ ଥିଲା ତାହା ହୋଇ ନ ଥିଲା, ଏବଂ ଏହା ମୋର ବିଶ୍ୱାସ ଯେ ଥରେ ଯଦି ଗରିବ ଲୋକ ସଶକ୍ତ ହୋଇଯିବେ ସେତେବେଳେ ସେମାନଙ୍କୁ ଦାରିଦ୍ର୍ୟ ସହ ଲଢ଼ିବାକୁ ସାହସ ଆସିବ । ଏକ ସଚ୍ଚୋଟ ସରକାରଙ୍କ ପ୍ରୟାସ, ଏକ ସଶକ୍ତ ଗରିବଙ୍କ ପ୍ରୟାସ, ଯେତେବେଳେ ସେମାନେ ଏକାଠି ହୁଅନ୍ତି ସେତେବେଳେ ଦାରିଦ୍ର୍ୟ ମଧ୍ୟ ପରାଜିତ ହୋଇଥାଏ । ସେଥିପାଇଁ ସେ କେନ୍ଦ୍ରରେ ବିଜେପି ସରକାର ହେଉ କିମ୍ବା ରାଜ୍ୟରେ ବିଜେପି ସରକାର ହେଉ ସବକା ସାଥ- ସବକା ବିକାଶର ମନ୍ତ୍ର ଅନୁସରଣ କରି ଗରିବ ଲୋକଙ୍କୁ ସଶକ୍ତ କରିବାରେ ଏକତ୍ରିତ ହେବାରେ ଲାଗିଛନ୍ତି । ଆଜିର କାର୍ଯ୍ୟକ୍ରମ ଏହି ଅଭିଯାନର ଏକ ଅଂଶ । ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅନ୍ତର୍ଗତ ଗ୍ରାମରେ ନିର୍ମିତ ହୋଇଥିବା ଏହି ସାଢ଼େ ୫ ଲକ୍ଷ ଘର କେବଳ ଏକ ଅଙ୍କ ନୁହେଁ । ଏହି ସାଢ଼େ ୫ ଲକ୍ଷ ଘର, ଦେଶରେ ଥିବା ସଶକ୍ତ ଗରିବଙ୍କ ପରିଚୟ ହୋଇପାରିଛି । ଏହି ସାଢ଼େ ୫ ଲକ୍ଷ ଘର, ବିଜେପି ସରକାରଙ୍କ ସେବାର ଏକ ଉଦାହରଣ । ଏହି ସାଢ଼େ ୫ ଲକ୍ଷ ଘର, ଗାଁର ଗରିବ ମହିଳାମାନଙ୍କୁ ଲକ୍ଷପତି କରିବା ଅଭିଯାନର ପ୍ରତିଫଳନ ଅଟେ । ମଧ୍ୟ ପ୍ରଦେଶର ସୁଦୂର ଗ୍ରାମଗୁଡ଼ିକରେ ଆମର ଆଦିବାସୀ ଅଞ୍ଚଳର ଗରିବ ଲୋକଙ୍କୁ ଏହି ଘର ଦିଆଯାଉଛି ।, ଏହି ସାଢ଼େ ୫ ଲକ୍ଷ ଘରଗୁଡ଼ିକ ପାଇଁ ମୁଁ ମଧ୍ୟ ପ୍ରଦେଶର ଲୋକମାନଙ୍କୁ ଅଭିନନ୍ଦନ ଜଣାଉଛି ।

ଭାଇ  ଭଉଣୀମାନେ,

ଗରିବ ଲୋକଙ୍କୁ ନିଜର ପକ୍କା ଘର ଦେବାର ଏହି ଅଭିଯାନ କେବଳ ସରକାରୀ ଯୋଜନା ନୁହେଁ । ଏହା ଗାଁକୁ ଗରିବ ଲୋକଙ୍କୁ ଆତ୍ମବିଶ୍ୱାସ ଦେବାର ପ୍ରତିବଦ୍ଧତା ଅଟେ । ଏହା ଗରିବଙ୍କୁ ଦାରିଦ୍ର୍ୟରୁ ମୁକ୍ତ କରିବା, ଦାରିଦ୍ର୍ୟ ସହ ମୁକାବିଲା ପାଇଁ ସାହସ ଦେବାର ଏହା ହେଉଛି ପ୍ରଥମ ପଦକ୍ଷେପ । ଯେତେବେଳେ ଗରିବଙ୍କ ମୁଣ୍ଡ ଉପରୁ ଏକ ପକ୍କା ଛାତ ଥାଏ, ସେତେବେଳେ ସେ ପିଲାମାନଙ୍କର ଶିକ୍ଷା ଏବଂ ଅନ୍ୟାନ୍ୟ କାର୍ଯ୍ୟରେ ସେମାନଙ୍କର ସମ୍ପୂର୍ଣ୍ଣ ଧ୍ୟାନ ଦେବାରେ ସକ୍ଷମ ହୋଇଥାନ୍ତି। ଯେତେବେଳେ ଗରିବ ଲୋକ ଘର ପାଆନ୍ତି, ସେତେବେଳେ ତାଙ୍କ ଜୀବନରେ ଏକ ସ୍ଥିରତା ଆସିଥାଏ । ଏହି ଚିନ୍ତାଧାରା ସହିତ ଆମ ସରକାର ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ସର୍ବୋଚ୍ଚ ପ୍ରାଥମିକତା ଦେଇଛନ୍ତି । ଗତ ସରକାର ମୋ ଆସିବା ପୂର୍ବରୁ ଯେଉଁମାନେ ଥିଲେ, ସେମାନେ ସେମାନଙ୍କ କାର୍ଯ୍ୟକାଳ ମଧ୍ୟରେ ମାତ୍ର ଅଳ୍ପ କିଛି ଲକ୍ଷ ଘର ନିର୍ମାଣ କରିଥିଲେ । ସେଠାରେ ଆମ ସରକାର ଗରିବ ଲୋକଙ୍କୁ ପ୍ରାୟ ଅଢ଼େଇ କୋଟି ଘର ତିଆରି କରି ଦେଇଛନ୍ତି । ଏଥିରେ ଦୁଇ କୋଟି ଘର ଗାଁରେ ନିର୍ମାଣ କରାଯାଇଛି । ଗତ ଦୁଇ ବର୍ଷ ମଧ୍ୟରେ କରୋନା ଦ୍ୱାରା ସୃଷ୍ଟି ହୋଇଥିବା ଅଚାନକ ବାଧାବିଘ୍ନ ସତ୍ତ୍ୱେ ଏହି କାମକୁ ମନ୍ଥର ହେବାକୁ ଦିଆଯାଇ ନ ଥିଲା । ମଧ୍ୟ ପ୍ରଦେଶରେ ମଧ୍ୟ ପ୍ରାୟ ସାଢ଼େ ତିରିଶି ଲକ୍ଷ ଅନୁମୋଦିତ ଘରଗୁଡ଼ିକ ମଧ୍ୟରୁ ୨୪ ଲକ୍ଷରୁ ଅଧିକ କାର୍ଯ୍ୟ ସରିଛି । ଏହାର ବହୁତ ବଡ଼ ଲାଭ ବେଗା, ସହରିଆ ଏବଂ ଭରିଆ ଭଳି ସମାଜର ସେହି ବର୍ଗକୁ ମଧ୍ୟ ଦିଆଯାଉଛି, ଯେଉଁମାନେ ପକ୍କା ଘର ବିଷୟରେ କେବେ ବି ଭାବି ନ ଥିବେ ।

ଭାଇ  ଭଉଣୀମାନେ,

ଯେଉଁଠାରେ ବିଜେପି ସରକାର ଥାଆନ୍ତି, ତାହାର ବିଶେଷତ୍ୱ ହେଉଛି ଯେ ଭୂମି ସହିତ ଜଡ଼ିତ ଥିବେ, ଗରିବ ଲୋକମାନଙ୍କର ହିତ, ସେମାନଙ୍କ ଆବଶ୍ୟକତାକୁ ପୂରଣ କରିବା ପାଇଁ ଦିନ ରାତି କାର୍ଯ୍ୟ କରିଥାନ୍ତି । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ମଧ୍ୟ ଆମେ ଏହି କଥାର ଧ୍ୟାନ ରଖିଥିଲୁ ଯେ ଗରିବ ଲୋକଙ୍କୁ ଯେଉଁ ଘରଗୁଡ଼ିକ ମିଳିବ ସେମାନେ ସେମାନଙ୍କର ଅବଶିଷ୍ଟ ଆବଶ୍ୟକତା ପୂରଣ କରିବାରେ ସକ୍ଷମ ହେବା ଉଚିତ୍ । ଯେପରି ଏହି ଘରେ ଶୌଚାଳୟ ଥିବ, ଏଥିରେ ସୌଭାଗ୍ୟ ଯୋଜନା ଅଧିନରେ ବିଦୁତ୍ ସଂଯୋଗ ଆସିଥିବ, ଉଜାଲା ଯୋଜନା ଅନ୍ତର୍ଗତ ଏଲଇଡି ବଲବ ରହିଥିବ, ଉଜ୍ଜ୍ୱାଳା ଯୋଜନା ଅନ୍ତର୍ଗତ ଗ୍ୟାସ ସଂଯୋଗ ମିଳୁଥିବ ଏବଂ ହର୍ ଘର୍ ଜଲ୍ ଯୋଜନା ଅନ୍ତର୍ଗତ ପାଣିର ସଂଯୋଗ ମଧ୍ୟ ତା’ ସହିତ ଆସିଥିବ । ଅର୍ଥାତ୍ ତାହା ହେଉଛି ଗରିବ ହିତାଧିକାରୀଙ୍କୁ ଏହି ସୁବିଧା ପାଇଁ ଅଲଗା ଭାବରେ ସରକାରୀ କାର୍ଯ୍ୟାଳୟକୁ ବାରମ୍ବାର ଯିବାକୁ ଆବଶ୍ୟକତା ପଡ଼ିବ ନାହିଁ । ଗରିବଙ୍କୁ ସେବା କରିବାର ଏହା ହେଉଛି ଚିନ୍ତାଧାରା, ଯାହା ଆଜି ପ୍ରତ୍ୟେକ ଦେଶବାସୀଙ୍କ ଜୀବକୁ ସହଜ କରିବା ପାଇଁ କାମ ଆସୁଛି ।

ସାଥୀମାନେ,

ଭାରତ, ଶକ୍ତି ଉପାସନାର ଦେଶ ଅଟେ । କିଛିଦିନ ମଧ୍ୟରେ ନବରାତ୍ରି ଆରମ୍ଭ ହେବାକୁ ଯାଉଛି । ଆମର ଦେବୀମାନେ, ଶତ୍ରୁମାନଙ୍କର ସଂହାର କରିବେ, ଅସ୍ତ୍ରଶସ୍ତ୍ରର ଉପାସକ ରହିଛନ୍ତି, ଆମର ଦେବୀମାନେ ଜ୍ଞାନ, କଳା ଏବଂ ସଂସ୍କୃତିର ପ୍ରେରଣା ଅଟନ୍ତି । ଏକବିଂଶ ଶତାବ୍ଦୀର ଭାରତ, ସେମାନଙ୍କ ଠାରୁ ପ୍ରେରଣା ନେଇ ନିଜକୁ ଏବଂ ନିଜର ମହିଳା ଶକ୍ତିକୁ ସଶକ୍ତ କରିବାରେ ବ୍ୟସ୍ତ । ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଏହି ଅଭିଯାନର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ଅଟେ । ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅଧିନରେ ଯେଉଁ ଘର ନିର୍ମିତ ହୋଇଛି ସେଥିମଧ୍ୟରୁ ପ୍ରାୟ ଦୁଇ କୋଟି ଘର ଉପରେ ମହିଳାଙ୍କର ମାଲିକାନା ହେବାର ମଧ୍ୟ ରହିଛି। ଏହି ମାଲିକାନା ହକ, ଘରର ଅନ୍ୟାନ୍ୟ ଅର୍ଥନୈତିକ ନିଷ୍ପତ୍ତିରେ ମଧ୍ୟ ମହିଳାଙ୍କ ଅଂଶଗ୍ରହଣକୁ ଦୃଢ଼ କରିଛି । ଏହା ନିଜେ ବିଶ୍ୱର ସବୁଠୁ ବଡ଼ ବିଶ୍ୱ ବିଦ୍ୟାଳୟଗୁଡ଼ିକ ପାଇଁ ଏକ ଅଧ୍ୟୟନର ବିଷୟ, କେସ୍ ଷ୍ଟଡି ଅନୁଧ୍ୟାନର ବିଷୟ ଅଟେ, ଯାହା ମଧ୍ୟ ପ୍ରଦେଶର ବିଶ୍ୱ ବିଦ୍ୟାଳୟ ଦ୍ୱାରା ମଧ୍ୟ ନିଶ୍ଚିତ କରିବା ଆବଶ୍ୟକ ।

ଭାଇ  ଭଉଣୀମାନେ,

ମହିଳାମାନଙ୍କ ସମସ୍ୟା ଦୂର କରିବା ପାଇଁ ଆମେ ପ୍ରତ୍ୟେକ ପରିବାରକୁ ଜଳ ଯୋଗାଇବା ପାଇଁ ମଧ୍ୟ ପଦକ୍ଷେପ ନେଇଛୁ । ଗତ ଅଢ଼େଇ ବର୍ଷ ମଧ୍ୟରେ ଏହି ଯୋଜନା ଅଧିନରେ ଦେଶରେ ୬ କୋଟିରୁ ଅଧିକ ପରିବାରକୁ ବିଶୁଦ୍ଧ ପାନୀୟଜଳ ସଂଯୋଗ ଦିଆଯାଇସାରିଛି । ଏହି ଯୋଜନା ଆରମ୍ଭ ହେବା ସମୟରେ ମଧ୍ୟ ପ୍ରଦେଶରେ ୧.୩ ଲକ୍ଷ ଗ୍ରାମୀଣ ପରିବାରର ଘରକୁ ପାଣି ଆସୁଥିଲା । ଆଜି ଆମେ ୫ଠ ଲକ୍ଷ ପରିବାରକୁ ପାଇପ ଜଳ ଯୋଗାଇବାରେ ଏକ ମାଇଲଖୁଣ୍ଟ ନିକଟରେ ପହଂଚିବାକୁ ଅତି ନିକଟରେ ଅଛୁ । ମଧ୍ୟ ପ୍ରଦେଶର ପ୍ରତ୍ୟେକ ଗ୍ରାମୀଣ ପରିବାରକୁ ପାଇପ ଜଳ ଯୋଗାଇବା ପାଇଁ ଆମେ ପ୍ରତିଶ୍ରୁତିବଦ୍ଧ ।

ସାଥୀମାନେ,

ଆଜି ମୁଁ ମଧ୍ୟ ପ୍ରଦେଶ ସମେତ ଦେଶର ସେହି ସମସ୍ତ ଗରିବ ଲୋକଙ୍କୁ ଆଶ୍ୱାସନ ଦେବାକୁ ଚାହୁଁଛି ଯେ ଗୃହ ନିର୍ମାଣ ଅଭିଯାନ ଦ୍ରୁତ ଗତିରେ ଚାଲିଛି । ଏବେ ମଧ୍ୟ କିଛି ଲୋକଙ୍କୁ ପକ୍କା ଘର ମିଳିନାହିଁ । ମୁଁ ଏହା ବିଷୟରେ ସମ୍ପୂର୍ଣ୍ଣ ଭାବେ ଅବଗତ ଅଛି । ଏବଂ ଆପଣଙ୍କୁ କହିବାକୁ ଆସିଛି ଯେ ଚଳିତ ବର୍ଷର ବଜେଟରେ ସାରା ଦେଶରେ ୮ଠ ଲକ୍ଷରୁ ଅଧିକ ଘର ନିର୍ମାଣ ପାଇଁ ଅର୍ଥ ଆବଣ୍ଟନ ପାଇଁ ଏକ ବ୍ୟବସ୍ଥା କରାଯାଇଛି । ଏହା ଦ୍ୱାରା ମଧ୍ୟ ପ୍ରଦେଶର ଲକ୍ଷ ଲକ୍ଷ ପରିବାର ମଧ୍ୟ ଉପକୃତ ହେବେ ଏହା ନିଶ୍ଚିତ । ବର୍ତ୍ତମାନ ପର୍ଯ୍ୟନ୍ତ ଏହି ଯୋଜନାରେ ୨.୨୫ ଲକ୍ଷ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ ହୋଇଛି । ଏହି ଟଙ୍କା ଗ୍ରାମରେ ଖର୍ଚ୍ଚ ହୋଇଛି, ଏହା ଗ୍ରାମୀଣ ଅର୍ଥନୀତିକୁ ଶକ୍ତି ଦେଇଛି । ଯେତେବେଳେ ଗୋଟିଏ ଘର ନିର୍ମାଣ ହୋଇଥାଏ, ସେତେବେଳେ ଇଟା-ବାଲି, ବାର-ସିମେଣ୍ଟ, ଘର ନିର୍ମାଣ କରୁଥିବା ଶ୍ରମିକ ସବୁକିଛି ସ୍ଥାନୀୟ ଅଞ୍ଚଳର ହୋଇଥାଏ । ସେଥିପାଇଁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଗ୍ରାମରେ ନୂତନ ନିଯୁକ୍ତିର ସୁଯୋଗ ସୃଷ୍ଟି କରିପାରୁଛି ।

ସାଥୀମାନେ,

ଆମ ଦେଶ ସ୍ୱାଧୀନତା ପରେ ଦଶନ୍ଧି ଧରି ଅନେକ ସରକାର ଦେଖିଛି । କିନ୍ତୁ ପ୍ରଥମ ଥର ପାଇଁ ଦେଶର ଲୋକମାନେ ଏପରି ସରକାର ଦେଖୁଛନ୍ତି, ଯେଉଁ ସରକାର ସେମାନଙ୍କର ସୁଖ ଦୁଃଖରେ ସେମାନଙ୍କର ସାଥୀ ହୋଇ କାନ୍ଧରେ କାନ୍ଧ ମିଶାଇ ସେମାନଙ୍କ ସହିତ ଅଛି । କରୋନାର ଏତେବଡ଼ ସଂକଟ କାଳରେ ବିଜେପି ସରକାର ପୁଣି ପ୍ରମାଣ କରିଛି ଯେ ଏହି ସରକାର ଗରିବ ଲୋକଙ୍କ ପାଇଁ କେତେ ସଂବେଦନଶୀଳ ହୋଇ କାର୍ଯ୍ୟ କରୁଛନ୍ତି । ଗରିବଙ୍କୁ ମାଗଣା ଟିକାକରଣ ହେଉ କିମ୍ବା ଗରିବ ଲୋକଙ୍କୁ ମାଗଣା ରାସନ ହେଉ, ଏବଂ ବର୍ତ୍ତମାନ ଶିବରାଜ ଜୀ ଏହାକୁ ବିସ୍ତୃତ ଭାବରେ ବର୍ଣ୍ଣନା କରିଛନ୍ତି । ଏବେ ଦୁଇଦିନ ପୂର୍ବେ ଆମେ ସମସ୍ତେ ସ୍ଥିର କରିଥିଲୁ ଯେ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ଆସନ୍ତା ୬ ମାସ ପର୍ଯ୍ୟନ୍ତ ଆଗକୁ ବଢ଼ାଯିବ, ଯାହା ଫଳରେ ଗରିବଙ୍କ ଘରର ଚୁଲି ଜଳିପାରିବ, ପୂର୍ବରୁ କରୋନା କାରଣରୁ ବିଶ୍ୱ ଅସୁବିଧାରେ ପଡ଼ିଥିଲା ଏବଂ ଆଜି ସମଗ୍ର ବିଶ୍ୱ ଯୁଦ୍ଧ କ୍ଷେତ୍ରରେ ମଧ୍ୟ ରହିଛି । ଏହି କାରଣରୁ ଅନେକ ପ୍ରକାରର ଅର୍ଥନୈତିକ ବ୍ୟବ୍ୟସ୍ଥାରେ ମଧ୍ୟ ଏକ ନୂନନ ସଂକଟ ଉତ୍ପନ୍ନ ହୋଇଛି । ଭାରତର ନାଗରିକମାନଙ୍କ ଉପରେ ବୋଝ କିପରି ଯଥା ସମ୍ଭବ କମ କରିବାକୁ ହେବ, ଯେତିକି ହୋଇପାରିବ ସେତିକି ଦେଶର ନାଗରିକମାନଙ୍କୁ ସାହାଯ୍ୟ ଯୋଗାଇବା ପାଇଁ ଉଦ୍ୟମ ଚାଲିଛି ।

ଭାଇ  ଭଉଣୀମାନେ,

୧ଠଠ ବର୍ଷ ମଧ୍ୟରେ ଆସିଥିବା ଏହି ସବୁଠୁ ବଡ଼ ମହାମାରୀରେ, ଆମ ସରକାର ଗରିବ ଲୋକଙ୍କୁ ମାଗଣାରେ ରାସନ ପାଇଁ ୨ ଲକ୍ଷ ୬ଠ ହଜାର କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି । ଆଗାମୀ ୬ ମାସ ମଧ୍ୟରେ ଏଥିପାଇଁ ୮ଠ ହଜାର କୋଟି ଟଙ୍କା ଅଧିକ ଖର୍ଚ୍ଚ କରାଯିବ । ଯେଉଁମାନେ ପୂର୍ବରୁ ଲୋକଙ୍କ ରୋଜଗାରକୁ ଲୁଟି ନେଉଥିଲେ, ଯେଉଁମାନେ ସର୍ବସାଧାରଣଙ୍କ ରୋଜଗାରରୁ ନିଜର ଟ୍ରେଜେରୀ ଭରି ନେଉଥିଲେ, ସେମାନେ ଆଜି ମଧ୍ୟ ଏହିସବୁ ଯୋଜନାକୁ ନେଇ କିଛି ହାଲୁକା ହାସ୍ୟାସ୍ପଦ କରିବା, ମିଥ୍ୟା ପ୍ରଚାର କରିବା, ଭ୍ରମ ବିସ୍ତାର କରିବା ଆଜି ମଧ୍ୟ ଜାରି ରଖିଛନ୍ତି । ଆଜି ମୁଁ ଦେଶକୁ ଏକ ସୂଚନା ଦେବାକୁ ଚାହୁଁଛି । ଆପଣ ମଧ୍ୟ ଯତ୍ନର ସହ ଶୁଣିବେ ।

ସାଥୀମାନେ,

ଯେତେବେଳେ ଏହି ଲୋକମାନଙ୍କର ସରକାର ଥିଲା, ସେତେବେଳେ ଗରିବଙ୍କ ରାସନ ଲୁଟିବା ପାଇଁ ସେମାନଙ୍କ ଟଙ୍କା ୪ କୋଟି, ୪ କୋଟିର ସଂଖ୍ୟା ବହୁତ ବଡ଼ ଅଟେ । ୪ କୋଟି ନକଲି ନାମ, ଯାହା କେବେ ଜନ୍ମ ହୋଇ ନ ଥିଲା, ଯାହା ଜନ୍ମ ହୋଇ ନ ଥିଲା । ଏହିପରି ନାମଗୁଡ଼ିକ ୪ କୋଟି କାଗଜରେ ପୋଷ୍ଟ କରାଯାଇଥିଲା । ଏହି ୪ କୋଟି ନକଲି ଲୋକଙ୍କ ନାମରେ ରାସନ ଉଠା ଯାଉଥିଲା, ବଜାରରେ ପଛ ବାଟ ଦେଇ ବିକ୍ରି କରାଯାଉଥିଲା । ଏବଂ ସେହି ଟଙ୍କା ଏହି ଲୋକମାନଙ୍କର କଳା କାରନାମା, କଳା ଆକାଉଣ୍ଟରେ ପହଂଚି ଯାଉଥିଲା । ୨ଠ୧୪ରେ ସରକାର ଆସିବା ପରଠାରୁ ଆମ ସରକାର ଏହି ନକଲି ନାମ ଖୋଜିବା ଅଭିଯାନ ଆରମ୍ଭ କରି ଏହାକୁ ରାସନ ତାଲିକାରୁ ହଟାଇ ଦେଇଛନ୍ତି । ଯାହା ଫଳରେ ଗରିବମାନଙ୍କୁ ସେମାନଙ୍କର ଉଚିତ୍ ପ୍ରାପ୍ୟ ମିଳିପାରିବ । ଆପଣ ଭାବନ୍ତୁ, ପୂର୍ବ ସମୟରେ ସେମାନେ ଗରିବଙ୍କ ମୁହଁରୁ ଖାଦ୍ୟ ଛଡ଼ାଇ ନେଇ ପ୍ରତି ମାସରେ ହଜାର ହଜାର କୋଟି ଟଙ୍କା ଲୁଟି ନେଉଥିଲେ । ଆମେ ରାସନ ଦୋକାନରେ ଆଧୁନିକ ମେସିନ ଲଗାଇ ଏହା ମଧ୍ୟ ସୁନିଶ୍ଚିତ କରିଛୁ ଯେପରି ରାସନ ଚୋରି ହୋଇପାରିବ ନାହିଁ । ଆପଣ ସମସ୍ତେ ଜାଣିଥିବେ ଯେ ଏହି ଯେଉଁ ମେସିନ ସ୍ଥାପନ କରିବା ପାଇଁ ଆମେ ଅଭିଯାନ ଆରମ୍ଭ କରିଛୁ, ସେହି ଲୋକମାନେ ଏହାର ପରିହାସ କରିପାରିବେ ନାହିଁ । କାହଁକି, କାରଣ ସେମାନେ ଜାଣିଥିଲେ ଯେ ମେସିନ ଆସିବ, ଲୋକମାନେ ଆଙ୍ଗୁଠି ଛାପ ଲଗାଇବେ, ତେବେ ସତ୍ୟ ଜିତିବ । ଏବଂ ଏହାକୁ ବନ୍ଦ କରିବା ପାଇଁ, ଏପରି ପବନ ପ୍ରବାହିତ ହେବ । ଏପରିକି ଯଦି ଆପଣ ରାସନ ପାଇବାକୁ ଯାଇ ଆଙ୍ଗୁଠି ଲଗାଇବାକୁ ଯାଉଛନ୍ତି ତେବେ ଆପଣଙ୍କୁ କରୋନା ଲାଗିଯିବ । ଏହିଭଳି ମିଥ୍ୟା ଗୁଜବ ପ୍ରଚାର କଲେ । ଆମ ସରକାର ଏହି ସମସ୍ତ ନକଲି ଖେଳକୁ ବନ୍ଦ କରି ଦେଇଛନ୍ତି । ତେଣୁ ଏହି ଲୋକମାନେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ଆପଣ କଳ୍ପନା କରିପାରିବେନି ଯେ ଯଦି ରାସନ ଦୋକାନଗୁଡ଼ିକରେ କୌଣସି ସ୍ୱଚ୍ଛତା ନ ଥାନ୍ତା, ଯଦି ଏହି ୪ କୋଟି ନକଲି ନାମ ଅପସାରିତ କରାଯାଇ ନ ଥାନ୍ତା, ତେବେ କରୋନାର ଏହି ସଂକଟରେ ଗରିବ ଲୋକଙ୍କ ସହିତ କ’ଣ ହୋଇଥାନ୍ତା । ଗରିବଙ୍କ ପାଇଁ ଉତ୍ସର୍ଗୀକୃତ ବିଜେପି ସରକାର ଦିନ ରାତି କାମ କରୁଛନ୍ତି ।

ଭାଇ  ଭଉଣୀମାନେ,

ଆମର ପ୍ରୟାସ ଯେ ସ୍ୱାଧୀନତାର ଅମୃତ କାଳରେ ଆମେ ପ୍ରତ୍ୟେକ ହିତାଧିକାରୀଙ୍କ ନିକଟରେ ମୌଳିକ ସୁବିଧାଗୁଡ଼ିକୁ ଶୀଘ୍ର ପହଂଚାଇ ପାରିବା । ଏହିପରି କାର୍ଯ୍ୟ କରିବା ଶକ୍ତି ଉପରେ ଆମେ ଯୋଜନା ଗୁଡ଼ିକର ପରିପୂର୍ଣ୍ଣତା କରିବା ପାଇଁ ସଂକଳ୍ପ ଉପରେ କାର୍ଯ୍ୟ କରୁଛୁ । ଯଥା: ପ୍ରତ୍ୟେକ ଯୋଜନାର ଶତକଡ଼ା ୧ଠଠ ପ୍ରତିଶତ ହିତାଧିକାରୀଙ୍କ ନିକଟରେ ପହଂଚିବ, ସେଥିପାଇଁ ମଧ୍ୟ କାର୍ଯ୍ୟ କରୁଛୁ । ଗାଁରେ ଏହି ଯୋଜନାର ଯେଉଁ ହିତାଧିକାରୀମାନେ ଥିବେ, ହିତ ଧାରକ ଥିବେ, ସେମାନଙ୍କୁ ସେମାନଙ୍କର ଅଧିକାର ଘର ପର୍ଯ୍ୟନ୍ତ ପହଂଚିବା ଉଚିତ । ଏଥିପାଇଁ ଆମେ କାର୍ଯ୍ୟ କରୁଛୁ । ପରିପୂର୍ଣ୍ଣତାର ଏହି ଲକ୍ଷ୍ୟର ସବୁଠାରୁ ବଡ଼ ଲାଭ ହେଉଛି କି କୌଣସି ଗରିବ ଏହି ଯୋଜନାର ଲାଭରୁ ବଂଚିତ ହୋଇ ନ ଯାଉ, ସରକାର ସମସ୍ତଙ୍କ ନିକଟରେ ପହଂଚିବେ । ଏହାଦ୍ୱାରା ଭେଦଭାବର ସମ୍ଭାବନା ଛାଡ଼ିବ ନାହିଁ, ଦୁର୍ନୀତିର ସମ୍ଭାବନାକୁ ଛାଡ଼ଦିଆଯିବ ନାହିଁ । ଆଜି ସମାଜର ଶେଷ ଗାଡ଼ିରେ ବସିଥିବା ବ୍ୟକ୍ତିଙ୍କୁ ମଧ୍ୟ ଲାଭ ପ୍ରଦାନ କରିବାର ନୀତି ଥିବ, ନିୟମ ଥିବ । ସେତେବେଳେ ସବକା ସାଥ ମଧ୍ୟ ହେବ, ସବକା ବିକାଶ ମଧ୍ୟ ହେବ ।

ସାଥୀମାନେ,

ଆମେ ମଧ୍ୟ କ୍ରମାଗତ ଭାବରେ ଗାଁର ଭୂମିକାକୁ ବିସ୍ତାର କରୁଛୁ । ଦୀର୍ଘ ସମୟ ଧରି ଗାଁର ଅର୍ଥନୀତିକୁ କେବଳ କୃଷି ମଧ୍ୟରେ ସୀମିତ ରଖି ଦେଖାଗଲା ଯେ ଆମେ କୃଷିକୁ, କୃଷକମାନଙ୍କୁ, ପଶୁପାଳକମାନଙ୍କୁ ଡ୍ରୋନ ଭଳି ଆଧୁନିକ ପ୍ରଯୁକ୍ତିବିଦ୍ୟା ଏବଂ ପ୍ରାକୃତିକ ଚାଷ ପରି ପ୍ରାଚୀନ ପ୍ରଣାଳୀ ପ୍ରତି ଉତ୍ସାହିତ କରିବା ସହିତ ଗାଁର ଅନ୍ୟାନ୍ୟ ଦକ୍ଷତାକୁ ପ୍ରୋତ୍ସାହିତ କରୁଛୁ । ଦୀର୍ଘ ସମୟ ଧରି ଗାଁର ଘର ଏବଂ ଗାଁର ଜମିରେ ଅର୍ଥନୈତିକ କାର୍ଯ୍ୟକଳାପ ମଧ୍ୟ ସୀମିତ ଥିଲା। କାରଣ ଗାଁ ସମ୍ପତିର ରେକର୍ଡ ସେପରି ବ୍ୟବସ୍ଥିତ ହୋଇ ନ ଥିଲା । ସେଥିପାଇଁ ଗାଁରେ ବ୍ୟବସାୟ କରିବାରେ, ଉଦ୍ୟୋଗ- ଉଦ୍ୟମ ଲଗାଇବାରେ ବ୍ୟାଙ୍କରୁ ଋଣ ନେବା ଅତ୍ୟନ୍ତ କଷ୍ଟକର ହେଉଥିଲା । ବର୍ତ୍ତମାନ ସ୍ୱାମୀତ୍ୱ ଯୋଜନା ଅଧିନରେ ଗାଁର ଘରଗୁଡ଼ିକର ଆଇନଗତ ଦଲିଲ ପ୍ରସ୍ତୁତ କରାଯାଉଛି । ମଧ୍ୟ ପ୍ରଦେଶର ସମସ୍ତ ଜିଲ୍ଲାର ୫ଠ ହଜାରରୁ ଅଧିକ ଗାଁରେ ସର୍ଭେ କରାଯାଉଛି । ପ୍ରାୟ ୩ ଲକ୍ଷ ଗ୍ରାମବାସୀଙ୍କୁ ସେମାନଙ୍କ ସମ୍ପତ୍ତି କାର୍ଡ ହସ୍ତାନ୍ତର କରାଯାଇଛି । ଏହିପରି ବ୍ୟବସ୍ଥା ସହିତ ଜମି ଏବଂ ଘର ସହ ଜଡ଼ିତ ବିବାଦ ହ୍ରାସ ପାଇବ ଏବଂ ଯେତେବେଳେ ଆବଶ୍ୟକ ହେବ ସେତେବେଳେ ବ୍ୟାଙ୍କରୁ ସାହାଯ୍ୟ ନେବା ମଧ୍ୟ ସହଜ ହେବ ।

ସାଥୀମାନେ,

ଆଜି ମୁଁ ଶିବରାଜ ଜୀଙ୍କ ସରକାରକୁ ଆଉ ଏକ କାମ ପାଇଁ ଅଭିନନ୍ଦନ ଜଣାଉଛି । ସରକାରୀ ଖାଦ୍ୟଶସ୍ୟ କ୍ରୟ ସମୟରେ ମଧ୍ୟ ପ୍ରଦେଶ ସରକାର ଏକ ଚମକ୍ରାର କାର୍ଯ୍ୟ କରିଛନ୍ତି । ଏକ ନୂତନ ରେକର୍ଡ ସୃଷ୍ଟି କରିଛନ୍ତି ଏବଂ ଦେଶର ଅନେକ ରାଜ୍ୟକୁ ପଛରେ ପକାଇ ଦେଇଛନ୍ତି । ମଧ୍ୟ ପ୍ରଦେଶରେ ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟରେ ଆଜି ପୂର୍ବାପେକ୍ଷା ଅଧିକ ପରିମାଣ ଦିଆଯାଉଛି, ସରକାରୀ କ୍ରୟ କେନ୍ଦ୍ର ସଂଖ୍ୟା ବୃଦ୍ଧି ପାଇଛି । ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ମଧ୍ୟ କ୍ଷୁଦ୍ର ଚାଷୀଙ୍କୁ ବହୁତ ସାହାଯ୍ୟ କରୁଛି । ମଧ୍ୟ ପ୍ରଦେଶର ପ୍ରାୟ ୯ଠ ଲକ୍ଷ କ୍ଷୁଦ୍ର ଚାଷୀଙ୍କୁ ସେମାନଙ୍କ ଛୋଟ ଛୋଟ ଖର୍ଚ୍ଚ ପାଇଁ ୧୩ ହଜାର କୋଟିରୁ ଅଧିକ ଟଙ୍କା ପ୍ରଦାନ କରାଯାଇଛି ।

ସାଥୀମାନେ,

ଏହି ସମୟରେ ଦେଶ ନିଜର ସ୍ୱାଧୀନତାର ଅମୃତ ମହୋତ୍ସବ ଉତ୍ସବ ପାଳନ କରୁଛି । ଆମକୁ ସ୍ୱତନ୍ତ୍ରତା ଦେବାରେ ଭାରତ ମାତାର ଲକ୍ଷ ଲକ୍ଷ ବୀର ସୁପୁତ୍ର ଏବଂ ବୀରାଙ୍ଗନାମାନେ ସେମାନଙ୍କ ଜୀବନର ନିଜର ସୁଖ ସୁବିଧାକୁ ଉତ୍ସର୍ଗ କରିଥିଲେ । ସେହି ବଳିଦାନ ଆଜି ଆମକୁ ସ୍ୱତନ୍ତ୍ର ଜୀବନ ଦେଇଛି । ଏହି ଅମୃତ ମହୋତ୍ସବରେ ଆମକୁ ମଧ୍ୟ ଏହି ସଂକଳ୍ପ ସହିତ ଆଗକୁ ବଢ଼ିବା ଉଚିତ ଯେ ଆମେ ଆମର ଆଗାମୀ ପିଢ଼ିକୁ କିଛି ଦେଇକରି ଯିବା । ଏହି ଅବଧିରେ ଆମ ଦ୍ୱାରା କରାଯାଇଥିବା କାର୍ଯ୍ୟ ଆଗାମୀ ଭବିଷ୍ୟତ ପିଢ଼ି ପାଇଁ ଏକ ପ୍ରେରଣା ହେବା ଉଚିତ । ସେମାନଙ୍କୁ ଆମର କର୍ତ୍ତବ୍ୟକୁ ମନେ ପକାଇବାକୁ ପଡ଼ିବ, ଏହା ଅତ୍ୟନ୍ତ ଆବଶ୍ୟକ । ବର୍ତ୍ତମାନ ଯେମିତି ଆମେ ସମସ୍ତେ ଏକାଠି ମିଶି ଗୋଟିଏ କାମ କରିପାରିବା । ଏବଂ ମୁଁ ଚାହୁଁଛି ଆଜି ମଧ୍ୟ ପ୍ରଦେଶରେ ଲକ୍ଷ ଲକ୍ଷ ପରିବାରଙ୍କ ସହ କଥାବାର୍ତ୍ତା କରୁଛି । ଯେତେବେଳେ ମୁଁ ଏତେ ସଂଖ୍ୟକ ଲୋକଙ୍କ ସହ କଥାବାର୍ତ୍ତା କରୁଛି, ସେତେବେଳେ ମୁଁ ନିଶ୍ଚିତ ଭାବରେ ଏକ ସଂକଳ୍ପ ନେବା ପାଇଁ କହିବି । ଆମେ ସଂକଳ୍ପ କରିବା ଯେ ଏହି ବର୍ଷ ଯେତେବେଳେ ନୂତନ ବର୍ଷ ଆରମ୍ଭ ହେବ, ୨-୪ ଦିନ ପରେ ଏହି ବର୍ଷରେ ଯେଉଁ ପ୍ରତିପଦା ପଡ଼ିବ, ସେଠାରୁ ଆଣି ଆସନ୍ତା ବର୍ଷ ପ୍ରତିପଦା ପର୍ଯ୍ୟନ୍ତ ଅର୍ଥାତ ଆମର ୧୨ ମାସ, ୩୬୫ ଦିନ ଅଛି । ଆମେ ସଂକଳ୍ପ କରିବା ଯେ ପ୍ରତ୍ୟେକ ଜିଲ୍ଲାରେ ସ୍ୱାଧୀନତାର ଅମୃତ ମହୋତ୍ସବକୁ ସ୍ମରଣ କରି ଆମର ଭବିଷ୍ୟତ ପିଢ଼ିକୁ କିଛି ଦେବାର ସଂକଳ୍ପ ପୂରଣ କରିବା ପାଇଁ ପ୍ରତ୍ୟେକ ଜିଲ୍ଲାରେ ୭୫ଟି ଅମୃତ ସରୋବର ତିଆରି କରିବା । ଏବଂ ମୁଁ ଚାହିଁବି ଯେ ଯଦି ସମ୍ଭବ ପ୍ରତି ଜିଲ୍ଲାରେ ଏହି ଅମୃତ ସରୋବର ନୂତନ ହେଉ, ବଡ଼ ହେଉ, ସେମାନଙ୍କର ନିର୍ମାଣ ଏବଂ ସରକାରଙ୍କ ଠାରୁ ଆସୁଥିବା ମନରେଗା ଅର୍ଥର ସାହାଯ୍ୟ ମଧ୍ୟ ନିଆଯାଇ ପାରିବ । ସ୍ୱାଧୀନତାର ଅମୃତ ମହୋତ୍ସବରେ ପ୍ରତ୍ୟେକ ଜିଲ୍ଲାରେ ୭୫ ଅମୃତ ସରୋବରର ନିର୍ମାଣ ଆଗାମୀ ପିଢ଼ି ପାଇଁ ଅତ୍ୟନ୍ତ ଉପଯୋଗୀ ହେବ । ଏହାର ବହୁତ ଲାଭ ଧରିତ୍ରୀ ମାଆକୁ ମିଳିବ, ଆମର ଧରିତ୍ରୀ ମାତା ତୃଷାର୍ତ୍ତ । ଆମେ ଏତେ ଜଳ ଟାଣି ନେଇଛୁ, ଏହି ଧରିତ୍ରୀ ମାତାର ଶୋଷ ମେଣ୍ଟାଇବା ପାଇଁ ଏହି ଧରିତ୍ରୀ ମାତା ସନ୍ତାନ ଭାବରେ ଆମର କର୍ତ୍ତବ୍ୟ ହୋଇଯାଉଛି । ଏବଂ ଏହି କାରଣରୁ ପ୍ରକୃତି ପ୍ରାଣରେ ଏକ ନୂତନ ଶକ୍ତି ଆସିବ, ଏକ ନୂତନ ଚେତନା ଆସିବ । ଏହାଦ୍ୱାରା କ୍ଷୁଦ୍ର ଚାଷୀ ଉପକୃତ ହେବେ, ମହିଳାମାନେ ଉପକୃତ ହେବେ, କେବଳ ଏତିକି ନୁହେଁ, ଏହା ପଶୁମାନଙ୍କ ପ୍ରତି ଦୟାର କାର୍ଯ୍ୟ ହେବ ଏବଂ ପଶୁ-ପକ୍ଷୀମାନଙ୍କୁ ମଧ୍ୟ ବହୁତ ସାହାଯ୍ୟ କରିବ । ଅର୍ଥାତ, ପ୍ରତ୍ୟେକ ଜିଲ୍ଲାରେ ୭୫ ଅମୃତ ସରୋବର ନିର୍ମାଣ ହେବ । ମାନବିକତାର ଏକ ବହୁତ ବଡ଼ କାର୍ଯ୍ୟ, ଯାହା ଆମକୁ କରିବାକୁ ହେବ । ମୁଁ ସମସ୍ତ ରାଜ୍ୟ ସରକାରଙ୍କୁ, ସ୍ଥାନୀୟ ସଂସ୍ଥାମାନଙ୍କୁ, ପଞ୍ଚାୟତକୁ ଏହି ଦିଗରେ କାର୍ଯ୍ୟ କରିବାକୁ ଆଗ୍ରହ ପ୍ରକାଶ କରୁଛି ।

ସାଥୀମାନେ,

ଏହା ଭାରତ ପାଇଁ ଉଜ୍ୱଳ ଭବିଷ୍ୟତ ଗଠନ କରିବାର ସମୟ । ଭାରତର ଉଜ୍ୱଳ ଭବିଷ୍ୟତ ସେତେବେଳେ ସମ୍ଭବ ଯେତେବେଳେ ଗରିବ ପରିବାରର ଭବିଷ୍ୟତ ଭଲ ହେବ । ଏହି ନୂତନ ଘର ଆପଣଙ୍କ ପରିବାରକୁ ଏକ ନୂତନ ଦିଗ ଦେଉ, ଆପଣଙ୍କୁ ଏକ ନୂତନ ଲକ୍ଷ୍ୟ ଆଡ଼କୁ ଯିବାକୁ ଶକ୍ତି ପ୍ରଦାନ କରୁ, ଆପଣଙ୍କ ପିଲାଙ୍କ ମଧ୍ୟରେ ଶିକ୍ଷା, କୌଶଳ ଏବଂ ଆତ୍ମବିଶ୍ୱାସ ସଂଚାର ହେଉ, ଏହି ଶୁଭକାମନା ସହିତ ଆପଣଙ୍କୁ, ସମସ୍ତ ଲାଭାର୍ଥୀମାନଙ୍କୁ, ଏହି ନୂତନ ଗୃହ ପ୍ରବେଶ ପାଇଁ ଅନେକ ଅନେକ ଶୁଭକାମନା ଦେଉଛି । ବହୁତ ବହୁତ ଅଭିନନ୍ଦନ ଜଣାଉଛି ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India-New Zealand elevate ties to strategic partnership; Scripts 2030 roadmap, $20bn investment & Indo-Pacific security

Media Coverage

India-New Zealand elevate ties to strategic partnership; Scripts 2030 roadmap, $20bn investment & Indo-Pacific security
NM on the go

Nm on the go

Always be the first to hear from the PM. Get the App Now!
...
Prime Minister condoles the passing of Father Amir of State of Qatar HH Sheikh Hamad bin Khalifa Al Thani
July 12, 2026

The Prime Minister, Shri Narendra Modi, has expressed deep grief over the passing of the Father Amir of the State of Qatar, HH Sheikh Hamad bin Khalifa Al Thani.

The Prime Minister described him as a visionary leader who led Qatar to great levels of development and prosperity. Shri Modi also remembered him as a true friend whom he had the honour of meeting during his visit to Qatar in February 2024.

The Prime Minister conveyed his sincere condolences to the Amir of Qatar, HH Sheikh Tamim bin Hamad Al Thani, the entire royal family and the people of Qatar.

The Prime Minister wrote on X;

“We deeply mourn the passing of Father Amir of State of Qatar, HH Sheikh Hamad bin Khalifa Al Thani. A visionary leader who led Qatar to great levels of development and prosperity, we remember him also as a true friend whom I had the honour of meeting during my last visit to Qatar in February 2024. I convey my sincere condolences to the Amir of Qatar, HH Sheikh Tamim bin Hamad Al Thani and the entire royal family and people of Qatar. May the departed soul rest in eternal peace.

@TamimBinHamad”