ସେୟାର
 
Comments
‘‘ସ୍ୱାଧୀନତାର ୧୦୦ ବର୍ଷ ପୂର୍ତ୍ତି ପର୍ଯ୍ୟନ୍ତ ଯାତ୍ରା ଚିରାଚରିତ ହେବା ଉଚିତ୍‌ ନୁହେଁ । ଏହି ୨୫ ବର୍ଷର ଅମୃତ କାଳକୁ ଏକତ୍ରିତ ଭାବେ ଦେଖିବା ସହିତ ଏବେ ଠାରୁ ହିଁ ଆମକୁ ଏକ ଲକ୍ଷ୍ୟ ନେଇ ଅଗ୍ରସର ହେବାକୁ ପଡ଼ିବ । ଚଳିତ ବର୍ଷର ସମାରୋହ ଏହି ଯାତ୍ରାର ନିର୍ଣ୍ଣାୟକ ମୋଡ଼ ହେବା ଆବଶ୍ୟକ’’
‘‘ଦେଶରେ ସାଧାରଣ ଲୋକଙ୍କ ଜୀବନରେ ପରିବର୍ତ୍ତନ ଆସିବା ଉଚିତ୍‌, ସେମାନଙ୍କ ଜୀବନ ସହଜ ହେବା ଆବଶ୍ୟକ ଏବଂ ସେମାନେ ଏହି ସହଜତାକୁ ଅନୁଭବ କରିବା ଉଚିତ୍‌’’
‘‘ସ୍ୱପ୍ନରୁ ସଙ୍କଳ୍ପ ଏବଂ ସଂକଳ୍ପରୁ ସିଦ୍ଧି ପ୍ରାପ୍ତିର ଯାତ୍ରାରେ ସାଧାରଣ ଲୋକଙ୍କୁ ସହାୟତା କରିବା ଲାଗି ଆମେ ପ୍ରତ୍ୟେକ ମୁହୂର୍ତ୍ତରେ ପ୍ରସ୍ତୁତ ରହିବା ଉଚିତ୍‌’’
‘ବିଶ୍ଵସ୍ତରରେ ଜାରି ରହିଥିବା ଗତିବିଧିକୁ ଯଦି ଆମେ ଅନୁସରଣ କରିବା ନାହିଁ ତା’ହେଲେ ଆମର ପ୍ରାଥମିକତା ଏବଂ ଧ୍ୟାନର କ୍ଷେତ୍ରକୁ ଆକଳନ କରିବା କଷ୍ଟକର ହୋଇପଡ଼ିବ । ଏପରି ମାନସିକ ଦୃଷ୍ଟିକୋଣ ନେଇ ଆମେ ଆମର ଯୋଜନା ଏବଂ ପ୍ରଶାସନିକ ମଡେଲକୁ ବିକଶିତ କରିବା ଆବଶ୍ୟକ’’
‘‘ସମାଜର ସାମର୍ଥ୍ୟକୁ ପ୍ରୋତ୍ସାହିତ, ଉନ୍ମୁକ୍ତ କରିବା ସହିତ ସମର୍ଥନ ଯୋଗାଇ ଦେବା ସରକାରୀ ବ୍ୟବସ୍ଥାର କର୍ତ୍ତବ୍ୟ’’
‘‘ପ୍ରଶାସନିକ ସଂସ୍କାର ପ୍ରତି ଆମର ସମର୍ଥନ ସବୁବେଳେ ଜାରି ରହିବା ଉଚିତ୍‌’’
‘‘ଆମର ନିଷ୍ପତ୍ତି ଗ୍ରହଣ ପ୍ରକ୍ରିୟାରେ ସବୁବେଳେ ‘ରାଷ୍ଟ୍ର ପ୍ରଥମ’ ଭାବନା ରହିବା ଆବଶ୍ୟକ’’
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ନୂଆଦିଲ୍ଲୀର ବିଜ୍ଞାନ ଭବନ ଠାରେ ପ୍ରଶାସନିକ ସେବା ଦିବସ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଛନ୍ତି ।
ଏହି ଉପଲକ୍ଷେ ସେ ‘ପ୍ରଶାସନିକ ସେବା କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ପ୍ରଧାନମନ୍ତ୍ରୀଙ୍କ ପୁରସ୍କାର’ ପ୍ରଦାନ କରିଛନ୍ତି ।

ମନ୍ତ୍ରୀମଣ୍ଡଳରେ ମୋର ସାଥୀ ଡକ୍ଟର ଜିତେନ୍ଦ୍ର ସିଂହ, ପି. କେ. ମିଶ୍ର ମହୋଦୟ, ରାଜୀବ ଗୌବା ମହୋଦୟ, ଶ୍ରୀ ବି. ଶ୍ରୀନିବାସନ ମହୋଦୟ ଏବଂ ଏଠାରେ ଉପସ୍ଥିତ ପ୍ରଶାସନିକ ସେବାର ସମସ୍ତ ସଦସ୍ୟ ଏବଂ ଭର୍ଚୁଆଲ ମାଧ୍ୟମରେ ସମଗ୍ର ଦେଶରୁ ଯୋଡି ହୋଇଥିବା ବନ୍ଧୁଗଣ, ଭାଇ ଓ ଭଉଣୀମାନେ, ପ୍ରଶାସନିକ ସେବା ଦିବସ ଅବସରରେ ଆପଣ ସମସ୍ତ କର୍ମଯୋଗୀମାନଙ୍କୁ ଅନେକ ଅନେକ ଶୁଭକାମନା । ଆଜି ଯେଉଁ ବନ୍ଧୁମାନଙ୍କୁ ଏହି ପୁରସ୍କାର ମିଳିଛି, ସେମାନଙ୍କୁ, ସେମାନଙ୍କ ପୁରା ଟିମକୁ ଏବଂ ସେହି ରାଜ୍ୟକୁ ମଧ୍ୟ ମୋ ତରଫରୁ ଅନେକ ଅନେକ ଅଭିନନ୍ଦନ । କିନ୍ତୁ ମୋର ଏହି ଅଭ୍ୟାସ ଟିକେ ଭଲ ନୁହେଁ । ଏଥିପାଇଁ ମୁଁ ବିନା ମୂଲ୍ୟରେ ଅଭିନନ୍ଦନ ଦିଏ ନାହିଁ । ଆମେ ଏହା ସାଙ୍ଗରେ ଆଉ କିଛି ଜିନିଷ ଯୋଡି ପାରିବା କି? ଏହା ମୋ ମନରେ ଏମିତି ହିଁ ଆସିଥିବା କିିଛି ବିଚାର ଅଟେ କିନ୍ତୁ ଆପଣମାନେ ସେସବୁକୁ ଆପଣଙ୍କ ପ୍ରଶାସନିକ ବ୍ୟବସ୍ଥାର ନିକିତିରେ ତଉଲିବେ, ଏମିତି କାର୍ଯ୍ୟକାରୀ କରିଦେବେ ନାହିଁ । ଯେପରି ଆମେ ଏମିତି କରିପାରିବା ଯେ ଯେଉଁଠାରେ ମଧ୍ୟ ଆମର ପ୍ରଶାସନିକ ସେବା ସହ ଜଡିତ ଯେତେ ବି ତାଲିମ ପ୍ରତିଷ୍ଠାନ ରହିଛି, ସେସବୁ ବୈଦେଶିକ ମନ୍ତ୍ରଣାଳୟର ହେଉ, ପୁଲିସ ବିଭାଗର ହେଉ, ମସୌରୀ ହେଉ ବା ରାଜସ୍ୱ ବିଭାଗର ହେଉ, ଯାହା ବି ହେଉ ଯେଉଁଠାରେ ବି ଥାଉ, କାରଣ ଏହିସବୁ ପ୍ରତିଷ୍ଠାନଗୁଡିକ ଇତସ୍ତତଃ ଭାବେ କାର୍ଯ୍ୟ କରୁଛନ୍ତି । ଏହି ସମସ୍ତ ପୁରସ୍କାର ବିଜେତା, ଯେଉଁମାନେ ନିଜ ରାଜ୍ୟରୁ ଏହାର ସମ୍ପୁର୍ଣ୍ଣ ପରିକଳ୍ପନା କରିଥିଲେ, କିଭଳି ଆରମ୍ଭ କରିଥିଲେ, କି କି ବାଧାବିଘ୍ନ ଆସିଲା, ସେସବୁ ବିଷୟରେ ଏହି ସମସ୍ତ ପ୍ରଶିକ୍ଷାର୍ଥୀମାନଙ୍କୁ ପ୍ରତି ସପ୍ତାହରେ ଘଂଟେ ଦେଢ ଘଂଟା ଭର୍ଚୁଆଲ ମାଧ୍ୟମରେ ପ୍ରେଜେଂଟେସନ୍ ଦିଅନ୍ତୁ । ଏହା ପ୍ରଶ୍ନ ଉତର ମାଧ୍ୟମରେ ହେଉ ଏବଂ ପ୍ରତି ସପ୍ତାହରେ ଯଦି ଏଭଳି ଦୁଇ ଜଣ ପୁରସ୍କାର ବିଜେତାଙ୍କ ସହ ଆଲୋଚନା ହୁଏ ତ ମୁଁ ଭାବୁଛି ଯେଉଁ ନୂତନ ପିଢୀମାନେ ଆଗକୁ ଆସିବେ ସେମାନଙ୍କୁ କଥାବାର୍ତାର ଏକ ବାସ୍ତବ ଅନୁଭବର ଲାଭ ମିଳିବ ଏବଂ ଯେଉଁ କାରଣରୁ ହିଁ ଏହି ବ୍ୟକ୍ତିମାନେ ଆଜି ସଫଳତା ହାସଲ କରିଛନ୍ତି ସେମାନଙ୍କୁ ମଧ୍ୟ ଏହି କାର୍ଯ୍ୟ ସହିତ ଯୋଡି ହୋଇ ରହିବାର ଏକ ଆନନ୍ଦ ମିଳିବ । ଧିରେ ଧିରେ ସେଥିରେ ନବସୃଜନ ସମ୍ମିଳିତ ହୋଇ ଚାଲିଥିବ, ନୂଆ ନୂଆ କିଛି ଯୋଡି ହୋଇ ଚାଲିଥିବ । ଦ୍ୱିତୀୟରେ ଆଉ ଏକ କାର୍ଯ୍ୟ, ଆଜି ଯେଉଁ ଏହି ୧୬ଜଣ ସାଥୀଙ୍କୁ ଏଠାରେ ପୁରସ୍କାର ମିଳିଛି । ଆମେ ଦେଶର ସବୁ ବୈଦିକ ଜିଲ୍ଲାର ସାଥୀମାନଙ୍କୁ ନିମନ୍ତ୍ରଣ କରିବା । ଏହି ୧୬ଟି ମଧ୍ୟରୁ ଆପଣମାନେ କୌଣସି ବି ଗୋଟିଏ ଯୋଜନାକୁ ଚୟନ କରନ୍ତୁ । କୌଣସି ଜଣେ ବ୍ୟକ୍ତିଙ୍କୁ ଇନଚାର୍ଜ କରନ୍ତୁ ଏବଂ ଆପଣ ତିନି ମାସିଆ, ଛଅ ମାସିଆ କାର୍ଯ୍ୟକ୍ରମ ଅଧିନରେ ଏହାକୁ କିପରି କାର୍ଯ୍ୟକାରୀ କରିବେ? କାର୍ଯ୍ୟକାରୀ କରିବା ଦିଗରେ କି ପଦକ୍ଷେପ ନେବେ? ଏବଂ ଧରିନିଅନ୍ତୁ ସମଗ୍ର ଦେଶରେ ୨୦ଟି ଜିଲ୍ଲା ଏଭଳି ବାହାରିଲା ଯେଉଁଗୁଡିକ ଏକା ଯୋଜନାକୁ ଚୟନ କରିଛିନ୍ତି, ତେବେ କେବେ ବି ସେହି  ୨୦ଟି ଜିଲ୍ଲାର ଭର୍ଚୁଆଲ ବୈଠକ ଆୟୋଜନ କରି ଯେଉଁ ବ୍ୟକ୍ତିର, ଯେଉଁ ଟିମର ଏହି କାର୍ଯ୍ୟ ଅଟେ ସେମାନଙ୍କ ସହିତ ଯଦି ଏମାନଙ୍କର ଆଲୋଚନା ହୁଏ ଏବଂ ରାଜ୍ୟଗୁଡିକ ମଧ୍ୟରୁ କାର୍ଯ୍ୟାନ୍ୱୟନରେ ଯିଏ ଶ୍ରେଷ୍ଠ ବିବେଚିତ ହୁଏ, ଏହାକୁ ସଂସ୍ଥାଗତ ଢାଂଚା ପ୍ରଦାନ ପୂର୍ବକ ସେହିସବୁ ଜିଲ୍ଲାଗୁଡିକର ସ୍ୱଭାବରେ ପରିଣତ କରିବା ପାଇଁ କ’ଣ କରିପାରିବା? ଏବଂ ଶେଷରେ ଏକ ଯୋଜନା ଏକ ଜିଲ୍ଲା ଆମେ ପ୍ରତିଯୋଗୀତା ଆଧାରରେ ଆଣିପାରିବା କି? ଏବଂ ଯେତେବେଳେ ଗୋଟିଏ ବର୍ଷ ପରେ ଆମେ ପୁଣି ଏକାଠି ହେବା ସେତେବେଳେ ତା ବିଷୟରେ ମଧ୍ୟ କଥା ହେବା, ତାକୁ ପୁରସ୍କୃତ କରିବାର ଏବେ ଆବଶ୍ୟକତା ନାହିଁ । କିନ୍ତୁ ଆଲୋଚନା ହେଉ ଯେ ଏହି ଯୋଜନା ଯାହାକୁ ୨୦୨୨ରେ ସମ୍ମାନିତ କରାଯାଇଥିଲା । ସେହି ବିଷୟ ଏଠାରେ ପହଂଚିଗଲା । ମୁଁ ଭାବୁଛି ଯେ ଯଦି ଆମେ ସମସ୍ତେ ଏହାକୁ ସଂସ୍ଥାଗତ କରିବା ତାହାହେଲେ କେମିତି ହେବ । କାରଣ ମୁଁ ଦେଖିଛି ଯେ ସରକାରଙ୍କ ସ୍ୱଭାବ, ଯେତେବେଳ ପର୍ଯ୍ୟନ୍ତ କୌଣସି ପ୍ରସଙ୍ଗ କାଗଜ ପତ୍ର ରୂପେରେ ନିକଟରେ ପହଂଚି ନାହିଁ, ତାହା ସେପର୍ଯ୍ୟନ୍ତ ଆଗକୁ ବଢି ପାରେ ନାହିଁ । ଏଥିପାଇଁ କୌଣସି ପ୍ରସଙ୍ଗକୁ ସଂସ୍ଥାଗତ କରିବାର ଅଛି ତ ସେଥିପାଇଁ ପ୍ରତିଷ୍ଠାନ ତିଆରି କରିବାକୁ ପଡିବ । କାରଣ, ଯଦି ଆବଶ୍ୟକ ପଡେ, ତାହାହେଲେ ଏଭଳି ଏକ ବ୍ୟବସ୍ଥା ମଧ୍ୟ ପ୍ରସ୍ତୁତ କରି ଦିଆଯାଇପାରେ । ହୁଏତ ହୋଇପାରେ, ଅନ୍ୟଥା କଣ ହେବ କି କିଛି ତ ଏଭଳି ଲୋକ ଥାଆନ୍ତି, ଯେଉଁମାନେ ମନରେ ନିଶ୍ଚୟ କରିନିଅନ୍ତି ଯେ ମତେ ଏହା ହାସଲ କରିବାର ଅଛି । ତେଣୁ ୩୬୫ ଦିନ ସେହିଥିରେ ହିଁ ମୁଣ୍ଡ ଖେଳାଇ ଥାଆନ୍ତି । ସମସ୍ତଙ୍କୁ ସେଥିରେ ଯୋଡି ଦିଅନ୍ତି । ଏବଂ କିଛି କିଛି ହାସଲ କରିନିଅନ୍ତି ଏବଂ ପୁରସ୍କାର ମଧ୍ୟ ପାଇଯାଆନ୍ତି । କିନ୍ତୁ ଅନ୍ୟ ଜିନିଷକୁ ଦେଖିବା ତ ସେଗୁଡିକ ବହୁ ପଛରେ ପଡିଯାଇଥାଏ । ତେଣୁ ଏଭଳି ତୃଟି ମଧ୍ୟ ଅନୁଭବ ନ ହେଉ । ଏକ ସୁସ୍ଥ ପ୍ରତିଯୋଗୀତାର ପରିବେଶ ସୃଷ୍ଟି ହେଉ । ଯଦି ସେହି  ଦିଗରେ ଆମେ କିଛି ଚିନ୍ତା କରିବା ତ ବୋଧହୁଏ ଯାହା ଆମେ ଚାହୁଁଛେ ଯେ ଏକ ପରିବର୍ତନ ଆସୁ ସେହି ପରିବର୍ତନ ହୁଏତ ଆମେ ଆଣି ପାରିବା ।

ବନ୍ଧୁଗଣ,

ଆପଣମାନଙ୍କ ଭଳି ସାଥୀମାନଙ୍କ ସହ ଏଭଳି କଥାବାର୍ତା କରି ମତେ ଲାଗୁଛି ବୋଧହୁଏ ୨୦-୨୨ ବର୍ଷ ହେବ ମୁଁ ଲଗାତାର ଏହି କାର୍ଯ୍ୟ କରୁଛି । ଏବଂ ପୂର୍ବରୁ ମୁଖ୍ୟମନ୍ତ୍ରୀ ଭାବରେ କରୁଥିଲି, ଏକ ସିମୀତ ପରିସରରେ କରୁଥିଲି । ପ୍ରଧାନମନ୍ତ୍ରୀ ହେବା ପରେ ପରିସର ଟିକିଏ ପରିବ୍ୟାପ୍ତ ହେଲା ଏବଂ ବଡ ବଡ ବ୍ୟକ୍ତିଙ୍କ ସହିତ ହେଲା । ଏବଂ ସେହି କାରଣରୁ ଏକ ପ୍ରକାର କହିବାକୁ ଗଲେ ମୁଁ ଆପଣମାନଙ୍କଠାରୁ ଭିନ୍ନ ଭିନ୍ନ କିଛି ଶିଖୁଛି ଓ ମୋ କଥା କିଛି ଆପଣମାନଙ୍କ ନିକଟରେ ପହଂଚାଇ ପାରୁଛି । ତେଣୁ କହିବାକୁ ଗଲେ କଥାବାର୍ତା ଆମମାନଙ୍କ ମଧ୍ୟରେ ଏକ ପ୍ରକାର ସୁନ୍ଦର ମାଧ୍ୟମ ହୋଇଛି, ପରମ୍ପରା ହୋଇଯାଇଛି, ଯେଉଁଥପାଇଁ ମୁଁ ଖୁସି । କରୋନା କାଳଖଣ୍ଡରେ ତ ସାମାନ୍ୟ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥିଲା ଅନ୍ୟଥା ମୋର ସବୁବେଳେ ପ୍ରୟାସ ରହିଆସିଛି ଯେ ମୁଁ ଆପଣମାନଙ୍କ ସହ ସାକ୍ଷାତ କରିଚାଲିବି । ଆପଣମାନଙ୍କଠାରୁ ବହୁତ କିଛି ଜାଣିବାକୁ ପାଏ । ବୁଝିବାର ପ୍ରୟାସ କରୁଥାଏ ଏବଂ ଯଦି ସମ୍ଭବ ହୁଏ ତାହେଲେ ତାକୁ ଯଦି ମୋ ବ୍ୟକ୍ତିଗତ ଜୀବନରେ କାର୍ଯ୍ୟକାରୀ କରି ପାରେ ତେବେ ତାହା ମଧ୍ୟ କରୁଥିବି ଏବଂ ଯଦି ବ୍ୟବସ୍ଥାରେ ଅନ୍ତର୍ଭୁକ୍ତ କରିବାର ଅଛି ତାହାହେଲେ ତାକୁ ବ୍ୟବସ୍ଥାରେ ଆଣିବାର ପ୍ରୟାସ କରିବି । କିନ୍ତୁ ଏହା ହିଁ ଗୋଟିଏ ପ୍ରକ୍ରିୟା ଅଟେ ଯାହା ଆମକୁ ଆଗକୁ ବଢାଉଛି ।  ସମସ୍ତଙ୍କଠାରୁ ଶିଖିବାର ସୁଯୋଗ ମିଳୁଛି ହିଁ ମିଳୁଛି । ସମସ୍ତଙ୍କ ନିକଟରେ କାହାକୁ ନା କାହାକୁ କିଛି ଦେବାର ସାମର୍ଥ୍ୟ ରହିଥାଏ ଏବଂ ଯଦି ଆମେ ସେହି ଭାବନାକୁ ବିକଶିତ କରିବା ତେବେ ସ୍ୱାଭାବିକ ଭାବରେ ତାକୁ ସ୍ୱୀକାର କରିବାକୁ ମନ ବଳି ହୋଇ ଯାଇଥାଏ ।

ବନ୍ଧୁଗଣ,

ଏଥରର ଆୟୋଜନ ସେହି ଚିରାଚରିତ ଦୈନନ୍ଦିନ ପ୍ରକ୍ରିୟା ନୁହେଁ ।  ମୁଁ ଏହାକୁ କିଛି ସ୍ୱତନ୍ତ୍ର ମନେ କରୁଛି । ସ୍ୱତନ୍ତ୍ର ଏଥିପାଇଁ ଭାବୁଛି ଯେ ଆଜାଦୀର ଅମୃତ ମହୋତ୍ସବରେ ଯେତେବେଳେ ଦେଶ ସ୍ୱାଧୀନତାର ୭୫ ବର୍ଷ ପାଳନ କରୁଛି ସେତେବେଳେ ଆମେ ଏହି ସମାରୋହ ଆୟୋଜନ କରୁଛୁ । ଆମେ କ’ଣ ଗୋଟିଏ କାମ କରିପାରିବା ? ଏବଂ ମୁଁ ବିଶ୍ୱାସ କରୁଛି ଯେ ଆମକୁ ଏହା କରିବାକୁ ହେବ କାରଣ ଏଭଳି କିଛି କଥା ଅଛି ଯାହା ଅତି ସହଜରେ ମନରେ ନୂଆ ଉମଙ୍ଗ ଓ ନୂଆ ଉଦ୍ଦୀପନା ଭରି ଦେଇଥାଏ । ଧରିନିଅନ୍ତୁ ଆପଣ ଯେଉଁ ଜିଲ୍ଲାରେ କାର୍ଯ୍ୟ କରୁଛନ୍ତି ଏବଂ ଗତ ୭୫ ବର୍ଷ ମଧ୍ୟରେ ସେହି ଜିଲ୍ଲାର ମୁଖ୍ୟ ଭାବରେ ଯିଏ ସବୁ କାର୍ଯ୍ୟ କରିଛନ୍ତି ସେମାନଙ୍କ ମଧ୍ୟରୁ କେତେକ ଜୀବିତ ଥିବେ ଅବା କିଛି ହୁଏତ ଆଉ ନ ଥିବେ । ଏହି ଆଜାଦୀର ଅମୃତ ମହୋତ୍ସବ ନିମନ୍ତେ ଥରଟିଏ ସେହି ଜିଲ୍ଲାକୁ ସେହି ସମସ୍ତଙ୍କୁ ନିମନ୍ତ୍ରଣ କରନ୍ତୁ । ସେମାନଙ୍କୁ ମଧ୍ୟ ଭଲ ଲାଗିବ । ୩୦-୪୦ ବର୍ଷ ପରେ ସେମାନେ ସେହି ସ୍ଥାନକୁ ଫେରିବେ । ଆପଣଙ୍କୁ ମଧ୍ୟ ଭଲ ଲାଗିବ । ସେମାନେ ମଧ୍ୟ ସେମାନଙ୍କ ପୁରୁଣା ପୁରୁଣା ଲୋକଙ୍କୁ ମନେ ପକାଇବେ । ଅର୍ଥାତ ଏକ ପ୍ରକାର ସେହି ଜିଲ୍ଲା ମୁଖ୍ୟାଳୟରେ କେହି ୩୦ ବର୍ଷ ପୂର୍ବରୁ କାମ କରିଥିବେ, କେହି ୪୦ ବର୍ଷ ପୂର୍ବରୁ କାମ କରିଥିବେ, ଯେଉଁମାନେ ଅନ୍ୟ ସ୍ଥାନରୁ ସେଠାକୁ ଆସିବେ ସେମାନେ ମଧ୍ୟ ଏକ ନୂତନ ଉର୍ଜା ନେଇ ପହଂଚିବେ ଏବଂ ଯେଉଁମାନେ ସେଠାରେ ଅଛନ୍ତି ତାଙ୍କୁ ମୁଁ ଆଚ୍ଛା ଆଚ୍ଛା ଏଠାରେ ଉପସ୍ଥିତ ଦେଶର କ୍ୟାବିନେଟ ସଚିବ, ସେ ବି କେବେ  ଏଠାରେ ଥିଲେ । ସେଥିପାଇଁ ଏହା ଏକ ଆନନ୍ଦର ବିଷୟ ପାଲଟିଯିବ ମୋର ଦୃଢ ବିଶ୍ୱାସ । ଏବଂ ଏହି ଦିଗରେ ଆମମାନଙ୍କୁ ନିଶ୍ଚିତ ପ୍ରୟାସ କରିବା ଉଚିତ । ଏଭଳି ବିଚାର ମୋ ମନକୁ ଏଥିପାଇଁ ଆସିଲା ବୋଧହୁଏ ମୁଁ ନାଁ ତ ମନେ ପକାଇ ପାରୁନାହିଁ ଗୋଡୱାଲେ ଜୀ କିମ୍ବା ଦେଶମୁଖ । ନାଁ ମନେ ପଡୁନାହିଁ । ଏକଦା ଆମ କ୍ୟାବେିନେଟ ସଚିବ ଥିଲେ ତ ଗୋଟିଏ ଥର ଏବଂ ପରେ ସେ ନିଜର ଅବସର ପରବର୍ତୀ ଜୀବନକୁ ରକ୍ତପିତର ଲୋକମାନଙ୍କ ସେବାରେ ବିନିଯୋଗ କରିଥିଲେ । ଗୁଜରାଟରେ ରକ୍ତପିତ ସମ୍ପର୍କିତ କାର୍ଯ୍ୟକ୍ରମକୁ ନେଇ ସେ ମୋ ନିକଟକୁ ଆସିଥିଲେ । ଯେତେବେଳେ ମୋ ସହିତ ତାଙ୍କର ସାକ୍ଷାତ ହେଲା ସେତେବେଳେ ଏହା ସଂଯୁକ୍ତ ମୁମ୍ବାଇ ରାଜ୍ୟ ଥିଲା । ମହାରାଷ୍ଟ୍ର ଓ ଗୁଜରାଟ ଭିନ୍ନ ନ ଥିଲା । ସେ ମତେ କହିଲେ ଯେ ମୁଁ ବନସକଂଠାର ଜିଲ୍ଲା କଲେକ୍ଟର ଥିଲି । ଏବଂ ପରେ କହିଲେ ଯେ ମହାରାଷ୍ଟ୍ର ହେବା ପରେ ସେ ମହାରାଷ୍ଟ୍ର କ୍ୟାଡରକୁ ଚାଲିଗଲେ ଏବଂ ପୁଣି ଭାରତ ସରକାରଙ୍କ  ଅଧିନରେ କାର୍ଯ୍ୟ କଲେ । ତାଙ୍କର ଏଇ ଟିକକ କଥା ତାଙ୍କ ସହିତ ମତେ ଯୋଡି ଦେଇଥିଲା । ତେଣୁ ମୁଁ ତାଙ୍କୁ ପଚାରିଲି ସେତେବେଳେ ବନସକଂଠା କ୍ୟାଡରରେ କଣ ସବୁ ହେଉଥିଲା, କିଭଳି କାମ କରାଯାଉଥିଲା । ଅର୍ଥାତ ବିଷୟ ଛୋଟ ହେଉ କିନ୍ତୁ ସେସବୁର ସାମର୍ଥ୍ୟ ବହୁତ ବଡ ହୋଇଥାଏ ଏବଂ ଏକ ଚିରାଚରିତ ଜୀବନରେ ପରିବର୍ତନ ଆଣିବା ପାଇଁ ବ୍ୟବସ୍ଥାରେ ଜୀବନ ଭରିବା ବେଶ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ । ବ୍ୟବସ୍ଥାଗୁଡିକ ଜୀବନ୍ତ ହେବା ଆବଶ୍ୟକ । ବ୍ୟବସ୍ଥାଗୁଡିକ ଗତିଶୀଳ ହେବା ଆବଶ୍ୟକ ଏବଂ ଯେତେବେଳେ ପୁରୁଣା ଲୋକଙ୍କୁ ଭେଟୁ ତ ସେମାନଙ୍କ ସମୟରେ ବ୍ୟବସ୍ଥା କେଉଁ କାରଣରୁ ବିକଶିତ ହୋଇଥିଲା ତାର ପୃଷ୍ଠଭୂମୀ ସମ୍ପର୍କିତ ସୂଚନା, ଆମକୁ ସେହି ପରମ୍ପରାଗୁଡିକୁ ଜାରି ରଖିବାକୁ ପଡିବ ନା ନାହିଁ, ସେଥିରେ ପରିବର୍ତନ ଆଣିବାକୁ ହେବ ନା ନାହି,ଁ ଏହିଭଳି ଅନେକ କିଛି ଶିଖାଇଥାଏ । ମୁଁ ଚାହିଁବି ସ୍ୱାଧୀନତାର ଏହି ଅମୃତ କାଳରେ ଆପଣମାନେ ନିଜ ଜିଲ୍ଲାରେ ପୂର୍ବରୁ ଯେଉଁମାନେ ଜିଲ୍ଲା କଲେକ୍ଟର ଭାବେ କାର୍ଯ୍ୟ କରି ଯାଇଛନ୍ତି ଥରଟିଏ ଯଦି ସମ୍ଭବ ସେମାନଙ୍କୁ ଭେଟିବା ପାଇଁ କାର୍ଯ୍ୟକ୍ରମ ପ୍ରସ୍ତୁତ କରନ୍ତୁ, ଆପଣଙ୍କର ସେହି ସମଗ୍ର ଜିଲ୍ଲା ପାଇଁ ତାହା ଏକ ନୂତନ ଅନୁଭବ ହେବ । ସେହିଭଳି ଭାବରେ ରାଜ୍ୟରେ ଯେଉଁମାନେ ମୁଖ୍ୟ ଶାସନ ସଚିବ ଭାବରେ କାର୍ଯ୍ୟ କରି ଯାଇଛନ୍ତି ଥରେ ରାଜ୍ୟର ମୁଖ୍ୟମନ୍ତ୍ରୀ ସେ ସମସ୍ତଙ୍କୁ ନିମନ୍ତ୍ରଣ କରନ୍ତୁ । ଦେଶର ପ୍ରଧାନମନ୍ତ୍ରୀ ଯେତେସବୁ କ୍ୟାବିନେଟ ସଚିବ ଅଛନ୍ତି କେବେ ସେମାନଙ୍କୁ ନିମନ୍ତ୍ରଣ କରନ୍ତୁ । ଏହା ହୋଇ ପାରେ,  କାରଣ ସ୍ୱାଧୀନତାର ଅମୃତ କାଳ, ୭୫ ବର୍ଷର ଏହି ଯାତ୍ରାରେ ଭାରତକୁ ଆହୁରି ଆଗକୁ ବଢାଇବାରେ ସର୍ଦ୍ଦାର ପଟେଲଙ୍କ ଏହି ଯେଉଁ ଉପହାର ରହିଛି ଆମକୁ ପ୍ରଶାସନିକ ସେବାର, ଯେଉଁ ବ୍ୟକ୍ତିମାନେ ଏହାର ଧ୍ୱଜାବାହକ ଭାବରେ ରହି ଆସିଛନ୍ତି, ସେମାନଙ୍କ ମଧ୍ୟରୁ ଯେତେ ବି ଆଜି ଜିବୀତ ଅଛନ୍ତି, ସେମାନେ କିଛି ନା କିଛି ତ ଯୋଗଦାନ ଦେଇଛନ୍ତି ଏହି ଦେଶକୁ ଆଜିର ସ୍ଥାନରେ ପହଂଚାଇବାରେ । ସେ ସମସ୍ତଙ୍କୁ ସ୍ମରଣ କରିବା, ସେମାନଙ୍କର ସମ୍ମାନ କରିବା ଏହା ମଧ୍ୟ ସ୍ୱାଧୀନତାର ଅମୃତ କାଳରେ ଏହି ସମଗ୍ର ପ୍ରଶାସନିକ ସେବାକୁ ସମ୍ମାନ ପ୍ରଦାନକାରୀ ବିଷୟ ପାଲଟିଯିବ । ମୁଁ ଚାହିଁବି ୭୫ ବର୍ଷର ଏହି ଯାତ୍ରାଗୁଡିକୁ ଆମେ ସମର୍ପିତ କରିବା । ସେଗୁଡିକର ଗୌରବଗାନ କରିବା ଏବଂ ଆଉ ଏକ ନୂତନ ଚେତନା ନେଇ ଆମେ ଆଗକୁ ବଢିବା, ଏହି ଦିଗରେ ଆମେ ପ୍ରୟାସ କରିପାରିବା ।

ବନ୍ଧୁଗଣ,

ଆମର ଏହି ଯେଉଁ ଅମୃତ କାଳ, ଏହି ଅମୃତକାଳ କେବଳ ଯେ ଗତ ସାତ ଦଶନ୍ଧିର ଜୟ ଜୟକାର କରିବା ପାଇଁ ଉଦ୍ଦିଷ୍ଟ ତାହା ନୁହେଁ । ମୁଁ ଭାବୁଛି ଆମେ ୭୦ରୁ ୭୫କୁ ଯାଇଥିବା, ଚିରାଚରିତ ଭାବରେ ଯାଇଥିବା । ୬୦ରୁ ୭୦କୁ ଯାଇଥିବା, ୭୦ରୁ ୭୫କୁ ଯାଇଥିବା, ଚିରାଚରିତ ଭାବରେ ଯାଇଥିବା । କିନ୍ତୁ ୭୫ରୁ ୨୦୪୭ , ୧୦୦ ବର୍ଷରେ ଭାରତ ଏହା ଚିରାଚରିତ ହୋଇ ପାରିବ ନାହିଁ । ଆଜିର ଏହି ଅମୃତ ମହୋତ୍ସବ, ତାହା ଐତିହାସିକ ହେବା ଆବଶ୍ୟକ । ଯେଉଁଥିରେ ୨୫ ବର୍ଷକୁ ଆମକୁ ଗୋଟିଏ ସମଷ୍ଟି ରୂପରେ ହିଁ ଆମେ ଦେଖିବା ଉଚିତ୍ । ଭାଗ ଭାଗ କରି ଦେଖିବା ଆବଶ୍ୟକ ନୁହେଁ ଏବଂ ଆମେ ଶହେ ବର୍ଷରେ ଭାରତ, ଏବେଠାରୁ ତାର ଲକ୍ଷ୍ୟକୁ ସ୍ଥିର କରି, ଏବଂ ମୋ ଜିଲ୍ଲାରେ କ’ଣ ନାହିଁ ,୨୫ ବର୍ଷରେ ମୋ ଜିଲ୍ଲା କେଉଁଠାରେ ପହଂଚିବ । ମୁଁ ଏହି ଜିଲ୍ଲାକୁ ୨୫ ବର୍ଷ ପରେ କିଭଳି ଦେଖିବାକୁ ଚାହୁଁଛି ଏବଂ ଯଦି ସମ୍ଭବ କାଗଜରେ ଲେଖି ନିଜ ଜିଲ୍ଲା କାର୍ଯ୍ୟାଳୟରେ ତାହା ଲଗାନ୍ତୁ । ଆମକୁ ଏହି ଏହି ସ୍ଥାନ ପର୍ଯ୍ୟନ୍ତ ପହଂଚିବାର ଅଛି । ଆପଣ ଦେଖନ୍ତୁ ଏକ ନୂତନ ପ୍ରେରଣା, ନୂତନ ଉତ୍ସାହ, ନୂତନ ଉଦ୍ଦୀପନା ତା ସହିତ ଯୋଡି ହୋଇଯିବ । ଏବଂ ଗୁଣକ ଗତିବିଧି ସହିତ ଆମେ ଜିଲ୍ଲାକୁ ଉପରକୁ ଉଠାଇବାର ଅଛି ଏବଂ ଏବେ ଏହା ଆମର ମୂଳ ଲକ୍ଷ୍ୟ ଅଟେ । ଭାରତ କେଉଁଠାରେ ପହଂଚିବ, ରାଜ୍ୟ କେଉଁଠାରେ ପହଂଚିବ, ଆମେ ୭୫ ବର୍ଷ ଏହି ସବୁ ଲକ୍ଷ୍ୟକୁ ନେଇ ଚାଲିଛୁ । ଶହେ ବର୍ଷରେ ଭାରତ, ଜିଲ୍ଲାଗୁଡିକୁ ଆମେ ୨୫ ବର୍ଷରେ କେଉଁଠାକୁ  ନେଇଯିବା । ଭାରତରେ ମୋ ଜିଲ୍ଲାକୁ ଏକ ନମ୍ବରରେ ପରିଣତ କରି ଛାଡିବି । କୌଣସି ବି କ୍ଷେତ୍ର ଏଭଳି ନଥିବ ଯେଉଁଥିରେ ମୋ ଜିଲ୍ଲା ପଛରେ ଥିବ । ଯେତେ ବି ପ୍ରାକୃତିକ ଦୃଷ୍ଟିରୁ ବାଧାବିଘ୍ନ ଭରା ଜିଲ୍ଲା ହେଉ ନାଁ କାହିଁକି ମୁଁ ସଫଳତା ହାସଲ କରିବି । ଏହି ପ୍ରେରଣା, ଏହି ସ୍ୱପ୍ନ, ଏହି ସଙ୍କଳ୍ପ ଏବଂ ଏଥିପାଇଁ ସିଦ୍ଧି ହାସଲ କରିବା ନିମନ୍ତେ ନିରନ୍ତର କଠୋର ପରିଶ୍ରମ ଏହାର ସମ୍ଭାବନାଗୁଡିକୁ ନେଇ ଆମେ ଚାଲିବା ତ ଏହି ପ୍ରଶାସନିକ ସେବା ଆମ ପାଇଁ ଏକ ନୂଆ ପ୍ରେରଣାର କାରଣ ପାଲଟିବ ।

ବନ୍ଧୁଗଣ,

ପ୍ରତିଟି ଭାରତୀୟ ଆଜି ଆପଣଙ୍କୁ ଯେଉଁ ଆଶା ଆକାଂକ୍ଷା ସହ ଦେଖୁଛନ୍ତି ତାକୁ ପୂରଣ କରିବାରେ ଆପଣଙ୍କ ପ୍ରୟାସଗୁଡିକରେ କିଛି ବି ତୃଟି ବିଚ୍ୟୁତି ନ ରହୁ ସେଥିପାଇଁ ଆଜି ଆପଣମାନଙ୍କୁ କହିବାକୁ ଚାହିଁବି, ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ଆମ ସମସ୍ତଙ୍କୁ ଯେଉଁ ପ୍ରେରଣା ଦେଇଛନ୍ତି, ଯେଉଁ ବାର୍ତା ଦେଇଛନ୍ତି ଏବଂ ଯେଉଁ ସଙ୍କଳ୍ପ ପାଇଁ ଆମକୁ ଅନୁପ୍ରେରିତ କରିଛନ୍ତି, ଆମକୁ ସେହି ସଙ୍କଳ୍ପକୁ ପୁଣି ଥରେ ଦୋହରାଇବାକୁ ପଡିବ । ଆମକୁ ପୁଣିଥରେ ନିଜକୁ ସେଥିପାଇଁ ବଚନବଦ୍ଧ ହେବାକୁ ହେବ ଏବଂ ଏହିଠାରୁ ପାଦକୁ ଆଗକୁ ବଢାଇବାକୁ ପଡିବ । ଆମେ ଏକ ଗଣତାନ୍ତ୍ରିକ ବ୍ୟବସ୍ଥାରେ ଅଛୁ ଏବଂ ଆମ ସମ୍ମୁଖରେ ତିନିଟି ଲକ୍ଷ୍ୟ ସ୍ପଷ୍ଟ ଭାବରେ ରହିବା ଉଚିତ ଏବଂ ମୁଁ ବିଶ୍ୱାସ କରେ ସେଥିରେ ସାଲିସ ହେବା ଉଚିତ ନୁହେଁ ଏବଂ କେବଳ ତିନିଟି ହିଁ ହୋଇପାରେ ସେଭଳି ନୁହେଁ ଆହୁରି ଅନ୍ୟ କିଛି ବିଷୟ ମଧ୍ୟ ହୋଇପାରେ । କିନ୍ତୁ ଆଜି ମୁଁ କେବଳ ତିନିଟି ବିଷୟକୁ ଏକାଠି ଉପସ୍ଥାପିତ କରିବାକୁ ଚାହୁଁଛି । ପ୍ରଥମ ଲକ୍ଷ୍ୟ ହେଉଛି ଯେ, ଆମେ ଏହି ଦେଶରେ ଯାହା ବି ବ୍ୟବସ୍ଥା ଚଳାଉଛେ, ଯାହା ବି ବଜେଟ ଖର୍ଚ୍ଚ କରୁଛେ, ଯାହା ବି ପଦ ପ୍ରତିଷ୍ଠା ଆମେ ହାସଲ କରୁଛେ, ପରିଶେଷରେ ଆମେ କାହା ପାଇଁ କରୁଛେ ଆଜ୍ଞା? ଏ ସବୁ କ’ଣ? ଏ ପରିଶ୍ରମ କେଉଁ କଥା ପାଇଁ? ଏ ସଜବାଜ କେଉଁ କାରଣ ପାଇଁ? ଏବଂ ଏଥିପାଇଁ ମୁଁ କହିବାକୁ ଚାହିଁବି ଯେ ଆମର ପ୍ରଥମ ଲକ୍ଷ୍ୟ ହେଉଛି ଦେଶର ସାଧାରଣରୁ ଅତି ସାଧାରଣ ମନୁଷ୍ୟର ଜୀବନରେ ପରିବର୍ତନ ଆସୁ । ସେମାନଙ୍କ ଜୀବନର ପଥ ସୁଗମ ହେଉ ଏବଂ ସେମାନଙ୍କୁ ଏହାର ଅନୁଭବ ମଧ୍ୟ ହେଉ । ଦେଶର ସାଧାରଣ ନାଗରିକମାନଙ୍କୁ ସେମାନଙ୍କର ସ୍ୱାଭାବିକ ଜୀବନ ଯାପନ ପାଇଁ ସରକାରଙ୍କ ସହ ଯେଉଁ ସମ୍ପର୍କ ରହିଛି, ସେଥିପାଇଁ ସେମାନଙ୍କୁ ସଂଘର୍ଷ କରିବାକୁ ନ ପଡୁ, ସହଜ ଭାବରେ ସବୁକିଛି ଉପଲବ୍ଧ ହେଉ, ଏହି ଲକ୍ଷ୍ୟ ସଦାସର୍ବଦା ଆମ ସମ୍ମୁଖରେ ରହିବା ଉଚିତ । ଆମର ପ୍ରୟାସ ଏହି ଦିଗରେ ହେବା ଉଚିତ ଯେ ଦେଶର ସାଧାରଣ ଲୋକର ସ୍ୱପ୍ନକୁ ସଙ୍କଳ୍ପରେ ପରିବର୍ତନ, ତାର ସ୍ୱପ୍ନ କିପରି ସଙ୍କଳ୍ପରେ ପରିଣତ ହେଉ, ତା ସ୍ୱପ୍ନକୁ ସଙ୍କଳ୍ପରେ ପହଂଚାଇବାରେ ଏକ ସକରାତ୍ମକ ପରିବେଶ, ଏକ ସ୍ୱାଭାବିକ ବାତାବରଣ ସୃଷ୍ଟି କରିବା, ଏହା ବ୍ୟବସ୍ଥାର ଦାୟିତ୍ୱ ଅଟେ । ଯାହାର ନେତୃତ୍ୱ ଆମ ସମସ୍ତଙ୍କ ନିକଟରେ ରହିଛି । ଆମକୁ ଏହା ମଧ୍ୟ ଦେଖିବାକୁ ପଡିବ ଯେ ଦେଶର ନାଗରିକମାନଙ୍କୁ ନିଜର ସଙ୍କଳ୍ପକୁ ସିଦ୍ଧିର ଯାତ୍ରାରେ, ଯେଉଁଠାରେ ସ୍ୱପ୍ନ ସଙ୍କଳ୍ପ ପାଲଟିଯାଏ, ସେହିଠାରେ ଅଟକି ପାରିବ ନାହିଁ । ଯେତେବେଳ ପର୍ଯ୍ୟନ୍ତ ସଙ୍କଳ୍ପ ସିଦ୍ଧିରେ ପରିଣତ ହୋଇ ନାହିଁ ଏବଂ ଏଥିପାଇଁ ସ୍ୱପ୍ନ ସଙ୍କଳ୍ପ ପାଲଟୁ, ସଙ୍କଳ୍ପ ସିଦ୍ଧି ପାଲଟୁ, ଏହି ସମ୍ପୁର୍ଣ୍ଣ ଯାତ୍ରା ସେଠାରେ ଯେଉଁଠାରେ ମଧ୍ୟ ଆବଶ୍ୟକ ରହିଛି ଆମେ ଜଣେ ସାଥୀ ଭଳି ଜଣେ ସହଯାତ୍ରୀ ଭଳି ରହୁ । ତାର ମାର୍ଗଦର୍ଶକ ସାଜୁ । ସହଜରେ ଜୀବନ ଧାରଣର ମାନ ବୃଦ୍ଧି କରିବା ପାଇଁ ଆମେ ଯାହା କିଛି ବି କରିପାରିବା, ତାହା ଆମକୁ ନିଶ୍ଚିତ କରିବା ଉଚିତ । ଯଦି ମୁଁ ଦ୍ୱିତୀୟ ଲକ୍ଷ୍ୟର କଥା କହିବି ତେବେ ଆଜି ଆମେ ଜଗତୀକରଣ – ଜଗତୀକରଣ ଗତ କିଛି ଦଶନ୍ଧି ଧରି ଶୁଣି ଆସୁଛୁ । ହୁଏ ତ ଭାରତ କେବେ ଦୂରରୁ ଏହିସବୁ ବିଷୟକୁ ଦେଖୁଥିଲା । କିନ୍ତୁ ଆଜି ସ୍ଥିତି କିଛି ଅଲଗା । ଆଜି ଭାରତର ସ୍ଥିତି ନିର୍ଦ୍ଧାରଣରେ ପରିବର୍ତନ ଘଟୁଛି ଏବଂ ଏଭଳି ପରିସ୍ଥିତିରେ ଆମେ ଦେଶରେ ଯାହା କିଛି ବି କରୁଛୁ ତାହାକୁ ବୈଶ୍ୱିକ ପରିପ୍ରେକ୍ଷୀରେ କରିବା ଏବେ ଆମ ପାଇଁ ସମୟର ଆହ୍ୱାନ ଅଟେ । ଭାରତ ବିଶ୍ୱରେ ଶୀର୍ଷ ସ୍ଥାନରେ କିପରି ପହଂଚିବ, ଯଦି ବିଶ୍ୱର ଗତିବିଧିକୁ ବୁଝିବା ନାହିଁ, ଜାଣିବା ନାହିଁ ତେବେ ଆମକୁ କେଉଁଠାକୁ ଯିବାର ଅଛି, ଏବଂ ଆମକୁ ଶୀର୍ଷ ସ୍ଥାନରେ ପହଂଚିବାର ଅଛି ତ ଆମର ମାର୍ଗ କଣ ହେବ, ଆମର କ୍ଷେତ୍ର କଣ ହେବ ତାହା ଆମକୁ ଚିହ୍ନଟ କରି ଏବଂ ତାର ତୁଳନାତ୍ମକ ଅଧ୍ୟୟନ ପୂର୍ବକ ଆମକୁ ଆଗକୁ ବଢିବାକୁ ହିଁ ପଡିବ । ଆମର ଯେଉଁ ଯୋଜନାସବୁ ରହିଛି, ଆମର ଶାସନର ଯେଉଁ ମଡେଲ ରହିଛି ସେସବୁକୁ ଏହି ସଙ୍କଳ୍ପ ସହିତ ଆମକୁ ବିକଶିତ କରିବାକୁ ଅଛି । ଆମକୁ ଏହା ମଧ୍ୟ ପ୍ରୟାସ କରିବାର ଅଛି ଯେ ସେଥିରେ ନୂତନତ୍ୱ ଆସୁ ଥାଉ, ସେଗୁଡିକରେ ଆଧୁନିକତା ଆସୁ ଥାଉ । ଆମେ ଗତ ଶତାଦ୍ଦୀର ଚିନ୍ତାଧାରା, ଗତ ଶତାଦ୍ଦୀର ନୀତି ନିୟମଗୁଡିକଠାରୁ ଆଗାମୀ ଶତାଦ୍ଦୀର ଦୃଢତାର ସଙ୍କଳ୍ପ କରିପାରିବା ନାହିଁ ଏବଂ ଏଥିପାଇଁ ଆମର ବ୍ୟବସ୍ଥାଗୁଡିକରେ ଆମର ନିୟମଗୁଡିକରେ, ଆମର ପରମ୍ପରାଗୁଡିକରେ ବୋଧହୁଏ ପୂର୍ବରୁ ପରିବର୍ତନ ଆଣିବା ପାଇଁ ୩୦ରୁ ୪୦ ବର୍ଷ ଲାଗିଯାଉଥିଲା ତ ତାହା ଚଳୁଥିଲା କିନ୍ତୁ ବଦଳୁଥିବା ବିଶ୍ୱ ଏବଂ ଦୃତଗତିରେ ବଦଳୁଥିବା ବିଶ୍ୱରେ ଆମକୁ ପ୍ରତି କ୍ଷଣର ହିସାବ ରଖି ଚାଲିବାକୁ ପଡିବ ବୋଲି ମୁଁ ଭାବୁଛି । ଯଦି ମୁଁ ଆଜି ତୃତୀୟ ଲକ୍ଷ୍ୟ କଥା କହିବି ଯାହା ମୁଁ ଏକପ୍ରକାର ଦୋହରାଉଛି କାରଣ ଏହି କଥା ମୁଁ ଲଗାତାର କହୁଛି । ପ୍ରଶାସନିକ ସେବାର ସବୁଠାରୁ ବଡ କାର୍ଯ୍ୟ ଏହା ଯେ କେତେବେଳେ ମଧ୍ୟ ଆମର ଲକ୍ଷ୍ୟ ଅସ୍ପଷ୍ଟ ହେବା ଉଚିତ ନୁହେଁ । ବ୍ୟବସ୍ଥା ଭିତରେ ଆମେ କେଉଁଠି ବି ଥାଉ ଆମେ କେଉଁ ପଦରେ ବି ଥାଉ କିନ୍ତୁ ଆମେ ଯେଉଁ ବ୍ୟବସ୍ଥାରୁ ବାହାରିଛୁ ସେହି ବ୍ୟବସ୍ଥାରେ ଆମର ଏକ ପ୍ରମୁଖ ଦାୟିତ୍ୱ ରହିଛି ଏବଂ ତାହା ହେଉଛି ଦେଶର ଏକତା, ଦେଶର ଅଖଣ୍ଡତା । ସେଥିରେ ଆମେ କୌଣସି ସାଲିସ କରିପାରିବା ନାହିଁ । ସ୍ଥାନୀୟ ସ୍ତରରେ ମଧ୍ୟ ଆମେ ଯେତେବେଳେ କୌଣସି ନିଷ୍ପତି ନେବା ସେହି ନିଷ୍ପତି କେତେ ବି ଜନ ଲୋଭା ହୋଇଥାଉ, ପ୍ରଶଂସା ସାଉଁଟିବା ଭଳି ହୋଇଥାଉ, ଯେତେ ବି ଆକର୍ଷଣୀୟ ଲାଗୁଥାଉ ପଛେ କିନ୍ତୁ ଗୋଟିଏ ଥର ସେହି ନିକିତିରେ ମଧ୍ୟ ତାକୁ ତଉଲି ନିଅନ୍ତୁ ଯେ ଯେଉଁ ନିର୍ଣ୍ଣୟ ମୁଁ ନେଉଛି, ମୋର ଏହି ଛୋଟ ଗାଁରେ, ମୋର ଏହି ଦେଶରେ ଏହା ଏକତା ଅଖଣ୍ଡତା ପାଇଁ ପ୍ରତିବନ୍ଧକ ସାଜିବ ନାହିଁ ତ । ମୁଁ ସେଭଳି କୌଣସି ବୀଜ ବପନ କରୁନାହିଁ ତ । ଆଜି ତ ଠିକ୍ ଲାଗୁଛି । ପ୍ରିୟର ଲାଗୁଛି । କିନ୍ତୁ ମହାତ୍ମାଗାନ୍ଧୀ ସବୁବେଳେ ଶ୍ରେୟ ଏବଂ ପ୍ରେୟର କଥା ନିରନ୍ତର କହୁଥିଲେ । ଆମେ ସେହି କଥା ପ୍ରତି ଆଗ୍ରହୀ ହେବା । ଆମେ ନକରାତ୍ମକତା ଛାଡି ଏ କଥା ମଧ୍ୟ ଦେଖିବା ଉଚିତ ଯେ ଆମର କୌଣସି ବି ନିଷ୍ପତି ଦେଶର ଏକତାକୁ  ମଜବୁତ କରୁଥିବା ଭାବନା ସହ ଯୋଡି ହେବା ଉଚିତ । କେବଳ ତାହା ଭାଙ୍ଗେ ନାହିଁ, ସେତିକି ଯଥେଷ୍ଟ ନୁହେଁ । ତାହା ଦୃଢତା ଦେଉଛି କି ଦେଉ ନାହିଁ ଏବଂ ବିବିଧତାଭରା ଭାରତ ଭିତରେ ଆମକୁ ଲଗାତାର ଏକତାର ମନ୍ତ୍ରର ସ୍ମରଣ କରିବାକୁ ପଡିବ ଏବଂ ପିଢୀ ପରେ ପିଢୀ ଏହି କଥା କରିବାକୁ ପଡିବ ଏବଂ ଏଥିପାଇଁ ମୁଁ ପୂର୍ବରୁ କହିସାରିଛି ଏବଂ ଆଜି ପୁଣି ଥରେ କହିବାକୁ ଚାହୁଁଛି ଓ ଭବିଷ୍ୟତରେ ମଧ୍ୟ କହି  ଚାଲିଥିବି । ଆମର ପ୍ରତ୍ୟେକ କାର୍ଯ୍ୟରେ ଗୋଟିଏ ଲକ୍ଷ୍ୟ ହେବା ଉଚିତ ଇଣ୍ଡିଆ ଫାଷ୍ଟ, ନେସନ ଫାଷ୍ଟ, ମୋ ରାଷ୍ଟ୍ର ସର୍ବୋପରି । ଆମକୁ ଯେଉଁଠାରେ ପହଂଚିବାର ଅଛି ଗଣତନ୍ତ୍ରରେ ଶାସନ ବ୍ୟବସ୍ଥାଗୁଡିକ ଭିନ୍ନ ଭିନ୍ନ ବିଚାରଧାରରୁ ଆସି ଥାଇପାରେ । ଏବଂ ତାହା ବି ଗଣତନ୍ତ୍ର ପାଇଁ ଆବଶ୍ୟକ । କିନ୍ତୁ ପ୍ରଶାସନର ଯେଉଁ ବ୍ୟବସ୍ଥାସବୁ ରହଛି ସେସବୁର କେନ୍ଦ୍ରରେ ଦେଶର ଏକତା ଏବଂ ଅଖଣ୍ଡତା ଏବଂ ନିରନ୍ତର ଭାବେ ଭାରତର ଏକତାକୁ ସୁଦୃଢ କରିବାର ମନ୍ତ୍ରକୁ ଆମକୁ ଆଗକୁ ବଢାଇବା ଉଚିତ ।

ବନ୍ଧୁଗଣ,

ଏବେ ଯେତେବେଳେ ଆମେ ଜିଲ୍ଲା ସ୍ତରରେ କାର୍ଯ୍ୟ କରୁଛୁ, ରାଜ୍ୟ ସ୍ତରରେ କାର୍ଯ୍ୟ କରୁଛୁ ବା ଭାରତ ସରକାରଙ୍କ ଅଧିନରେ କାର୍ଯ୍ୟ କରୁଛୁ । କଣ ଏହାର କିଛି ପରିପତ୍ର ବାହାରି ପାରିବ କି ? ଜାତୀୟ ଶିକ୍ଷା ନୀତିରୁ ମତେ କଣ କଣ ମୋ ଜିଲ୍ଲା ପାଇଁ ବାହାର କରିବାର ଅଛି । ସେଥିମଧ୍ୟରୁ କେଉଁ ସବୁ ବିଷୟ କାର୍ଯ୍ୟକାରୀ କରିବାର ଅଛି । ଏହି ଅଲିମ୍ପିକ୍ସ ପରେ ଦେଶ ମଧ୍ୟରେ ଖେଳକୁଦକୁ ନେଇ ଯେଉଁ ସଚେତନତା ଆସିଛି, ତାକୁ ମୋ ଜିଲ୍ଲା ସ୍ତରରେ ସଂସ୍ଥାଗତ କରି ମୋ ଜିଲ୍ଲାରୁ ମଧ୍ୟ ଖେଳାଳି ଗଢା ହେବେ ଏହି ନେତୃତ୍ୱ କିଏ ଦେବ? କ’ଣ କେବଳ କ୍ରୀଡା ବିଭାଗ ଦେବ ନା ପୁରା ଟିମର ଏହା ଦାୟିତ୍ୱ ହେବ? ଏବେ ଯଦି ମୁଁ ଡିଜିଟାଲ ଇଣ୍ଡିଆ ବିଷୟରେ କହୁଛି । ତାହାହେଲେ କଣ ମୋ ଜିଲ୍ଲାରେ ଡିଜିଟାଲ ଇଣ୍ଡିଆ ପାଇଁ ମୁଁ ଟିମ ଭାବରେ ଚିନ୍ତା କରୁଛି । ଆଜି ମାର୍ଗଦର୍ଶନ କରିବା ପାଇଁ କିଛି କରିବାକୁ ପଡିବ, ଏଭଳି ଆବଶ୍ୟକତା ହିଁ ନାହିଁ । ଏବେ ଯେମିତି ଆଜି ଏଠାରେ ଦୁଇଟି କଫି ଟେବୁଲ ପୁସ୍ତକର ଉନ୍ମୋଚନ ହେଲା କିନ୍ତୁ ଏହି କଥାକୁ ଯେପରି ନ ଭୁଲନ୍ତି ଯେ କଫି ଟେବୁଲ ପୁସ୍ତକ ହାର୍ଡ କପି ନୁହେଁ, ଏହା ଇ- କପି ଅଟେ । କ’ଣ ମୁଁ ମଧ୍ୟ ମୋ ଜିଲ୍ଲାରେ ଏହି ହାର୍ଡ କପିର ଗୋଲକ ଧନ୍ଦାରୁ ବାହାରିଯିବି କି? ନଚେତ୍ ମୁଁ ମଧ୍ୟ ଖୁବ ଅଧିକ ସଂଖ୍ୟାରେ ବହି ଛପାଇ ଦେବି କିନ୍ତୁ ପରେ ଏହାର ନେଲାବାଲା କେହି ବାହାରିବେ ନାହିଁ । ଆମେ ତିଆରି କରିବା, ଯଦି ଆଜି ଆମକୁ ଦେଖିବାକୁ ମିଳିଲା ଯେ ଏଠାରେ ଇ- କଫି ଟେବୁଲ ପୁସ୍ତକ ତିଆରି ହୋଇଛି ତାହେଲେ ତାର ଅର୍ଥ ଆମକୁ ମଧ୍ୟ ଅଭ୍ୟାସରେ ପକାଇବାକୁ ହେବ ଯେ ଯେତେବେଳେ ବି ଆବଶ୍ୟକ ହେବ, ଆମେ ମଧ୍ୟ ଇ – କଫି ଟେବୁଲ ପୁସ୍ତକ ପ୍ରସ୍ତୁତ କରିବା । ଅର୍ଥାତ୍ ଏହିସବୁ ଜିନିଷ, ଜିନିଷସବୁକୁ  ନିଷ୍ପାଦନ କରିବା ଆମର ଦାୟିତ୍ୱ ଅଟେ, ଏବଂ ଏଥିପାଇଁ ପୃଥକ ଭାବରେ କହିବାକୁ ନ ପଡୁ । ମୋର କହିବାର ତାତ୍ପର୍ଯ୍ୟ ଏହା ଯେ ଆଜି ଜିଲ୍ଲାକୁ ମାର୍ଗଦର୍ଶନ କରାଇବା  ପାଇଁ କୌଣସି ବ୍ୟବସ୍ଥାର ଯଦି ଆବଶ୍ୟକତା ପଡିବ, ସେଭଳି ପରିସ୍ଥିତି ଆଉ ନାହିଁ, ସବୁ ଜିନିଷ ଉପଲବଧ ଅଛି । ଜିଲ୍ଲାରେ କୌଣସି ଜିନିଷରେ ସମଗ୍ର ଜିଲ୍ଲା ଯଦି ଏକଜୁଟ ହୋଇଯାଏ, ହାସଲ କରିନେଇଥାଏ ତାହେଲେ ଅବଶିଷ୍ଟ ଜିନିଷ ଉପରେ ମଧ୍ୟ ଆପେ ଆପେ ସକରାତ୍ମକ ପ୍ରଭାବ ପଡିବା ଆରମ୍ଭ ହୋଇଯାଇଥାଏ ।

ବନ୍ଧୁଗଣ,

ଭାରତର ମହାନ ସଂସ୍କୃତିର ଏହା ବିଶେଷତ୍ୱ ଅଟେ ଯେ ଆମ ଦେଶ ଏବଂ ଏକଥା ମୁଁ ଅତି ଦାୟିତ୍ୱସମ୍ପନ୍ନ ଭାବେ କହୁଛି । ଆମ ଦେଶ ରାଜ୍ୟ ବ୍ୟବସ୍ଥା ଗୁଡିକ ମଧ୍ୟରୁ ଜନ୍ମ ନେଇ ନାହିଁ । ଆମ ଦେଶ ରାଜ ସିଂହାସନଗୁଡିକର ଉତରାଧିକାର ହୋଇ ରହିନାହିଁ କିମ୍ବା  ରାଜ ସିଂହାସନଗୁଡିକରୁ ଏ ଦେଶ ଗଠିତ ହୋଇ ନାହିଁ । ଏ ଦେଶ ଯୁଗ ଯୁଗରୁ ହଜାର ହଜାର ବର୍ଷର ଦୀର୍ଘ କାଳଖଣ୍ଡରୁ ଆମର ଯେଉଁ ପରମ୍ପରା ରହିଛି ସାଧାରଣ ମଣିଷର ସାମର୍ଥ୍ୟକୁ ନେଇ ଚାଲିବାର ଯେଉଁ ପରମ୍ପରା ରହିଛି, ଆଜି ଯାହା ବି ଆମେ ହାସଲ କରିଛୁ ସେସବୁ ଜନ ଭାଗଦାରୀ ରୂପକ ତପସ୍ୟାର ପରିଣାମ ଅଟେ । ଜନଶକ୍ତିର ସାଧନାର ପରିଣାମ ଅଟେ ଏବଂ ତେବେ ଯାଇ ଏ ଦେଶ ନୂତନ ଶିଖରକୁ ପ୍ରାପ୍ତ କରିପାରେ । ପିଢୀ ପରେ ପିଢୀର ଯୋଗଦାନରୁ, ସମୟର ଯାହା ବି ଆବଶ୍ୟକତା ରହିଥିଲା ସେସବୁର ପୂରଣ ପୂର୍ବକ, ସେହି ପରିବର୍ତନଗୁଡିକର ସ୍ୱୀକାର ପୂର୍ବକ ଯେଉଁ କୁସଂସ୍କାରସବୁ ରହିଛି ତାକୁ ତ୍ୟାଗ କରି , ଆମେ ସେହି ସମାଜ ଅଟୁ, ଆମେ ଜୀବନ୍ତ ସମାଜ ଅଟୁ ଯାହା କଳୁଷିତ ପରମ୍ପରାକୁ ନିଜେ ନିଜେ ଭାଙ୍ଗି ରୁଜି ଦୂରକୁ ଫିଙ୍ଗି ଦେଇଛି । ଆମେ ଆଖି ବନ୍ଦ କରି ତାକୁ ଜାବୁଡି ଧରି ବଂଚିବା ବ୍ୟକ୍ତି ନୋହୁଁ । ସମୟାନୁକୂଳ ପରିବର୍ତନ କରୁଥିବା ଲୋକ । ବିଶ୍ୱରେ, ମୁଁ ବହୁତ ପୂର୍ବର ଗୋଟେ ଦିନର ଘଟଣା କହୁଛି । ଆମେରିକାର ବିଦେଶ ବିଭାଗ ସହିତ ମୋର କଥାବାର୍ତା ଚାଲିଥିଲା । ସେତେବେଳେ ତ ରାଜନୀତିରେ ମୋର କୌଣସି ପରିଚୟ ମଧ୍ୟ ନ ଥିଲା । ମୁଁ କୋଣରେ ଏକ ଛୋଟିଆ କର୍ମକର୍ତା ଥିଲି । କୌଣସି କାରଣରୁ ମୋର ବିଶେଷ ସମ୍ବନ୍ଧ ରହୁଥିଲା । ତେଣୁ ସେଠାରେ ମୋ ସହିତ କଥାବାର୍ତା ହେଲା । ମୁଁ କହିଲି ବିଶ୍ୱରେ କୌଣସି ସମାଜ ଆସ୍ତିକ ହେଉ, ନାସ୍ତିକ ହେଉ, ଏହି ଧର୍ମକୁ ମାନୁଥାଉ, ସେହି ଧର୍ମକୁ ମାନୁଥାଉ, କିନ୍ତୁ ମୃତ୍ୟୁ ପରବର୍ତୀ ଯେଉଁ ବିଧି ବିଧାନ ରହିଛି ସେସବୁ ବିଷୟରେ ସେ ଅଧିକ ପରିବର୍ତନ କରିବାର ସାହସ କରି ନଥାଏ । ସେ ବୈଜ୍ଞାନିକ ହେଉ କି ନ ହେଉ, ଉପଯୁକ୍ତ ହେଉ କି  ନ ହେଉ । ସମୟ ଥାଉ ଥାଉ ତାକୁ ଛାଡିବା ଉଚିତ କି ନୁହେଁ ସେ ବିଷୟରେ ସେ ସାହସ କରେ ନାହିଁ । ମୃତ୍ୟୁ ପରେ ଯେଉଁ ଚିନ୍ତାଧାରା, ପରମ୍ପରା ରହିଛି ତାକୁ ସେ ଜାବୁଡି ରଖିଥାଏ । ମୁଁ କହିଲି ଭାରତର ହିନ୍ଦୁ ଏକ ଏଭଳି ସମାଜ ଅଟେ ଯାହା କେବେ ମୃତ୍ୟୁ ପରେ ଗଙ୍ଗା ତଟରେ ଚନ୍ଦନ କାଠର ଅଗ୍ନିରେ ଯେତେବେଳେ ତାର ଶରୀର ଦାହ ହେଉଥିଲା ସେତେବେଳେ ତାକୁ ଲାଗୁଥିଲା ଯେ ମୋର ଅନ୍ତିମ କାର୍ଯ୍ୟ ପୂର୍ଣ୍ଣତାର ସହ ସମ୍ପନ୍ନ ହୋଇଛି । ସେହି ବ୍ୟକ୍ତି ବୁଲି ବୁଲି ଇଲେକ୍ଟ୍ରିକ ଶ୍ମଶାନ ଭୂମି ପର୍ଯ୍ୟନ୍ତ ଚାଲି ଗଲା, ତାକୁ କୌଣସି ସଙ୍କୋଚ ଆସିଲା ନାହିଁ, ଏହି ସମାଜର ପରିବର୍ତନଶୀଳତାର ଏକ ବହୁତ ବଡ ଶକ୍ତିର ଏହାଠାରୁ ବଳି ବଡ ପ୍ରମାଣ ଆଉ କିଛି ହୋଇ ନପାରେ । ବିଶ୍ୱର କେତେ ବି ଆଧୁନିକ ସମାଜ ହେଉ ନା କାହିଁକି, ମୃତ୍ୟୁ ପରେ ତାର ଯେଉଁସବୁ ଧାରଣା ରହିଛି ତା ପାଖରେ ସେସବୁକୁ ବଦଳାଇବାର ସାମର୍ଥ୍ୟ ନାହିଁ । ଆମେ ସେହି ସମାଜର ବ୍ୟକ୍ତି ଅଟୁ, ଏହି ଭୂମୀର ଶକ୍ତି ଅଟୁ ଯେ ଆମେ ମୃତ୍ୟୁ ପରର ବ୍ୟବସ୍ଥାଗୁଡିକରେ ମଧ୍ୟ ଯଦି ଆଧୁନିକତାର ଆବଶ୍ୟକ ହୁଏ ତାକୁ ସ୍ୱୀକାର କରିବା ପାଇଁ ପ୍ରସ୍ତୁତ ହେଉ ଏବଂ ଏଥିପାଇଁ ମୁଁ କହୁଛି, ଏହି ଦେଶ ନିତ୍ୟ ନୂତନ, ନିତ୍ୟ ପରିବର୍ତନଶୀଳ ନବୀନତାକୁ ସ୍ୱୀକାର କରୁଥିବା ସାମର୍ଥ୍ୟ ଥିବା ଏକ ସମାଜ ବ୍ୟବସ୍ଥାର ପରିଣାମ ଅଟେ । ଆଜି ସେହି ମହାନ ପରମ୍ପରାକୁ ଗତି ପ୍ରଦାନ କରିବା ଆମର ଦାୟିତ୍ୱ ଅଟେ । କଣ ଆମେ ତାକୁ ଗତି ପ୍ରଦାନ କରିବାର କାର୍ଯ୍ୟ କରୁଛେ କି? ଫାଇଲକୁ ଗତି ଦେବା ଦ୍ୱାରା ଜୀବନ ବଦଳି ନଥାଏ ବନ୍ଧୁଗଣ । ସେହି ଏକା ସାମାଜିକ ବ୍ୟବସ୍ଥା ଅନୁଯାୟୀ ଶାସନ ବ୍ୟବସ୍ଥାର ଏକ ସାମର୍ଥ୍ୟ ହେଉଛି ଯେ ମତେ ସମ୍ପୁର୍ଣ୍ଣ ସମାଜ ଜୀବନକୁ ନେତୃତ୍ୱ ଦେବାର ଅଛି । ଏହା ଆମର ଦାୟିତ୍ୱ ପାଲଟି ଯାଇଥାଏ ଏବଂ ତାହା କେବଳ ରାଜନୈତିକ ନେତାର କାର୍ଯ୍ୟ ହୋଇନଥାଏ । ପ୍ରତ୍ୟେକ କ୍ଷେତ୍ରରେ ଅଧିଷ୍ଠିତ ପ୍ରଶାସନିକ ସେବା କ୍ଷେତ୍ରର ମୋର ବନ୍ଧୁମାନଙ୍କୁ ନେତୃତ୍ୱ ନେବାକୁ ପଡିବ । ଏବଂ ସମାଜରେ ପରିବର୍ତନ ପାଇଁ ନେତୃତ୍ୱ ନେବାର କାମ ସକାଶେ ନିଜକୁ ପ୍ରସ୍ତୁତ  କରିବାକୁ ହେବ । ତାହେଲେ ଯାଇ ଆମେ ପରିବର୍ତନ ଆଣିପାରିବା ବନ୍ଧୁଗଣ । ଏବଂ ପରିବର୍ତନ ଆଣିବାର ସାମର୍ଥ୍ୟ ଆଜି ଦେଶରେ ରହିଛି ଏବଂ କେବଳ ଆମେମାନେ ଏହି ବିଶ୍ୱାସର ସହିତ ବଂଚି ରହିଛୁ ସେଭଳି ନୁହେଁ, ସମଗ୍ର ବିଶ୍ୱ ଢେର ଆଶା ନେଇ ଆମକୁ ଚାହିଁ ରହିଛି । ସେତେବେଳେ ଆମର କର୍ତବ୍ୟ ହେଉଛି ଯେ ସେହି କର୍ତବ୍ୟକୁ ପୂରଣ କରିବା ପାଇଁ ଆମେ ନିଜେ ନିଜକୁ ସଜ୍ଜିତ କରିବା । ଏବେ ଯେମିତି ଆମେ ନିୟମ ଓ କାନୁନର ବନ୍ଧନରେ ଏଭଳି ଜାବୁଡି ହୋଇ ରହିଯାଇଛେ । କାଳେ ଏହିଭଳି କାର୍ଯ୍ୟ କରି କରି ଆମ ସାମନାରେ ଯେଉଁ ନୂଆ ଏକ ବର୍ଗ ପ୍ରସ୍ତୁତ ହୋଇଛି, ଯେଉଁ ଯୁବା ପିଢୀ ପ୍ରସ୍ତୁତ ହେବାରେ ଲାଗିଛି, ଆମେ କ’ଣ ତାର ସାହସକୁ, ତାର ସାମର୍ଥ୍ୟକୁ ଆମର ଏହି ନିୟମର ଜଞ୍ଜାଳ ତାକୁ ଜାବୁଡି ଧରି ନାହିଁ ତ? ତାର ସାମର୍ଥ୍ୟକୁ ପ୍ରଭାବିତ କରୁନାହିଁ ତ? ଯଦି ଏଭଳି ହେଉଛି ତ ଏହା ବୋଧେ ସମୟ ସହିତ ଆଗକୁ ବଢିବାର ସାମର୍ଥ୍ୟ ହରାଇ ସାରିଛି । ମୁଁ ଉଜ୍ଜ୍ୱଳ ଭବିଷ୍ୟତ ପାଇଁ, ଭାରତର ଉଜ୍ଜ୍ୱଳ ଭବିଷ୍ୟତ ପାଇଁ  ନିଜେ ନିଜର ପାଦକୁ ସଠିକ ମାର୍ଗରେ ଉପଯୁକ୍ତ ସାମର୍ଥ୍ୟର ସହ ପକାଇ ପାରିବି, ତାହା ବୋଧେ ମୁଁ ହରାଇ ସାରିଛି । ଯଦି ମୁଁ ଏହା ଭିତରୁ ନିଜକୁ ମୁକୁଳାଇ ପାରୁଛି, ତାହାହେଲେ ମୁଁ ସ୍ଥିତିକୁ ବଦଳାଇ ପାରିବି । ଏବଂ ଦେଶ ଆଜି ମଧ୍ୟ ଦେଖିଥିବ, ଆଜି ଏହି ଆଇଟି କ୍ଷେତ୍ର, ବିଶ୍ୱରେ ବାରମ୍ବାର ଯେଉଁ ଛବି ପ୍ରସ୍ତୁତ କରିବାରେ ଯଦି କେହି ବି ପ୍ରାରମ୍ଭିକ ଭୂମିକା ଗ୍ରହଣ କରିଛି ତାହା ହେଉଛି ଆମ ଆଇଟି କ୍ଷେତ୍ରର ୨୦ – ୨୨ – ୨୫ ବର୍ଷର ଯୁବକମାନେ ହିଁ କରିଛନ୍ତି । କିନ୍ତୁ ଯଦି ଧରିନିଅନ୍ତୁ ଆମ ଭଳି ଲୋକମାନେ ସେଥିରେ ବାଧା ଉପୁଜାଇ ଥାଆନ୍ତେ, ଆଇନ୍ କାନୁନରେ ତାକୁ ବାନ୍ଧି ଦେଇଥାଆନ୍ତେ, ତାହା ହେଲେ ମୋର ଏହି ଆଇଟି କ୍ଷେତ୍ର ଏତେ ସମୃଦ୍ଧ ହୋଇ ନଥାନ୍ତା । ବିଶ୍ୱରେ ଏହାର ଏମିତି ବାଜଣା ବାଜୁ ନଥାନ୍ତା ।

ବନ୍ଧୁଗଣ,

ଆମର ଅନୁପସ୍ଥିତିରେ ମଧ୍ୟ ସେମାନେ ଆଗକୁ ବଢିପାରିଲେ, ତେଣୁ ବେଳେବେଳେ ଆମକୁ ବି ଭାବିବାକୁ ପଡିବ ଯେ ଦୂରରୁ ରହି କରତାଳି ଦେଇ ପ୍ରୋତ୍ସାହିତ କରି ମଧ୍ୟ ଦୁନିଆକୁ ବଦଳାଯାଇ ପାରିବ । ଆଜି ଆମେ ଗର୍ବ କରିପାରିବା ଷ୍ଟାର୍ଟ ଅପସ ବିଷୟକୁ ନେଇ, ୨୦୨୨ର ପ୍ରଥମ ତ୍ରୈମାସ ଏବେ ଏବେ ପୂରଣ ହୋଇଛି, ୨୦୨୨ର ପ୍ରଥମ ତ୍ରୈମାସରେ, ତିନି ମାସର ଛୋଟ କାଳଖଣ୍ଡ ମଧ୍ୟରେ, ମୋ ଦେଶର ଯୁବପିଢୀ ଷ୍ଟାର୍ଟ ଅପ ଦୁନିଆରେ ୧୪ ୟୁନିକର୍ଣ୍ଣର ସ୍ଥାନ ହାସଲ କରିନେଇଛନ୍ତି । ବନ୍ଧୁଗଣ ଏହା ବହୁତ ବଡ ସଫଳତା ଅଟେ । ଯଦି ୧୪ ୟୁନିକର୍ଣ୍ଣ କେବଳ ତିିନିମାସ ମଧ୍ୟରେ । ମୋ ଦେଶର ଯୁବପିଢୀ ସେହି ଶୀର୍ଷ ସ୍ଥାନକୁ ହାସଲ କରିପାରେ, ଆମର ଭୂମିକା କ’ଣ? ବେଳେବେଳେ ଆମ ପାଖରେ ସୂଚନା ମଧ୍ୟ ନ ଥାଏ ଯେ ସେମାନଙ୍କ ମଧ୍ୟରେ ମୋ ଜିଲ୍ଲାର ଜଣେ ଯୁବକ ଥିଲା । ଏବଂ ଟାୟର ଟୁ ସହରର କୌଣସି ଏକ କୋଣରେ ଚୁପଚାପ ବସି କାମ କରି ଚାଲିଥିଲା ଏବଂ ଖବର କାଗଜରେ ବାହାରିଲା ତ ଜଣାପଡିଲା । ଆରେ ସେ ତ ଏହି ଯାଗାରେ ପହଂଚି ଯାଇଛି । ଏହାର ଅର୍ଥ ହେଉଛି ଯେ ଶାସନ ବ୍ୟବସ୍ଥା ବାହାରେ ମଧ୍ୟ ସମାଜର ସାମର୍ଥ୍ୟର ଶକ୍ତି ବହୁତ ବଡ ହୋଇଥାଏ । କଣ ମୁଁ ସେଥିପାଇଁ ପୋଷକ ଅଟେ କି ନାହିଁ? ମୁଁ ତାକୁ ପ୍ରୋତ୍ସାହିତ କରୁଛି କି ନାହିଁ? ମୁଁ ତାକୁ ମାନ୍ୟତା ଦେଉଛି କି ନାହିଁ? ଏମିତି ନହେଉ ହେଉ ଯେ ଭାଇ ତୁମେ ଯାହା କରିଦେଲ କରିଦେଲ ହେଲେ ପୂର୍ବରୁ କାହିଁକି ଦେଖା ଦେଲ ନାହିଁ? ସରକାରଙ୍କ ପାଖକୁ କାହିଁକି ଆସିନଥିଲ? ଏବଂ ଆସିଲ ନାହିଁ ବୋଲି ତ ଆପଣଙ୍କର ସମୟ ନଷ୍ଟ କଲେ ନାହିଁ । କିନ୍ତୁ ଆପଣଙ୍କୁ ବହୁତ କିଛି ଦେଉଛି, ଆପଣ ତାହାର ଗୌରବ ଗାନ କରନ୍ତୁ । 

 

ବନ୍ଧୁଗଣ,

ମୁଁ ଦୁଇଟି ବିଷୟରେ ଉଲ୍ଲେଖ କରିଛି କିନ୍ତୁ ଏମିତି ଅନେକ ବିଷୟ ରହିଛି, ଏପରିକି କୃଷି କ୍ଷେତ୍ର ମଧ୍ୟରେ ସେମାନଙ୍କ ସଂଖ୍ୟା କମ୍ ଥିବ । ମୁଁ ଦେଖୁଛି ମୋ ଦେଶର କୃଷକ ଆଧୁନିକତା ଆଡକୁ ଅଗ୍ରସର ହେବାରେ ଲାଗିଛି । ବୋଧହୁଏ, ସେମାନଙ୍କ ସଂଖ୍ୟା କମ୍ ହୋଇଥିବ । ମୋର ତୀକ୍ଷଣ ଦୃଷ୍ଟିରେ, ମୋ ନଜରରେ ତାହା ଏବେ ସ୍ଥିର ହୋଇଛି କି?

ଯଦି ବନ୍ଧୁଗଣ,  

ଆମେ ଯଦି ଏହି-ସବୁ କରିବା ତାହାହେଲେ ମୁଁ ଭାବୁଛି ଯେ ବହୁତ ବଡ ପରିବର୍ତନ ଆସିବ । ଆଉ ଗୋଟିଏ କଥା କହିବାକୁ ଚାହୁଁଛି । ବେଳେବେଳେ ମୁଁ ଦେଖିଛି ଯେ କେବଳ ଖେଳିବା ମୁଖ୍ୟତଃ ଲୋକମାନଙ୍କ ସ୍ୱଭାବର ଅଂଶ ପାଲଟିଯାଇଥାଏ ।  ଆରେ ଛାଡ ଭାଇ, ଚାଲ ଭାଇ, ଆମର କେଉଁଠି କେତେ ଦିନ ରହିବାର ଅଛି, ଗୋଟିଏ ଜିଲ୍ଲାରେ ତ ଦି ତିନି ବର୍ଷ ବହୁତ ହୋଇଗଲା, ଆଉ କୁଆଡେ ଚାଲିଯିବା । କ’ଣ ହେଲା କି, ମୁଁ କାହାକୁ ଦୋଷ ଦେଉନାହିଁ । କିନ୍ତୁ ଯେତେବେଳେ ଏକ ଭରସାଯୋଗ୍ୟ ବ୍ୟବସ୍ଥା ମିଳିଯାଇଥାଏ, ଜୀବନର ନିରାପତା ନିଶ୍ଚିତ ହୋଇଯାଇଥାଏ । ତାହାହେଲେ ବେଳେବେଳେ ପ୍ରତିଯୋଗୀତାର ଲାଭ ରହେ ନାହିଁ । ଲାଗେ ଏବେ ତ ସବୁ କିଛି  ଠିକ ଠାକ ଚାଲିଛି, କାଇଁ ନୂଆ ଅଡୁଆ ଭିତରେ ପଶିବା, ଜୀବନ ତ କଟିଯିବ, ପିଲାମାନେ ବଡ ହୋଇଯିବେ, କେଉଁଠି ନା କେଉଁଠି ସୁଯୋଗ ତ ମିଳିବାର  ଅଛି । ଆମର କଣ କରିବା ଦରକାର? ଏବଂ ସେସବୁ ଭିତରେ ନିଜ ପ୍ରତି ମଧ୍ୟ ଉଦାସୀନତା ଆସି ଯାଇ ପାରେ । ବ୍ୟବସ୍ଥା କଥା ଛାଡନ୍ତୁ, ନିଜ ପାଇଁ ମଧ୍ୟ ଉଦାସୀନତା ଆସିଯାଉ । ଏହା ଜୀବନ ବଂଚିବାର ଶୈଳୀ ନୁହେଁ ।

 

ବନ୍ଧୁଗଣ,

ନିଜ ପ୍ରତି କେବେ ବି ଉଦାସୀନ ହେବା ଉଚିତ ନୁହେଁ । ମନ ଭରି ବଂଚିବାର ଆନନ୍ଦ ଉଠାଇବା ଦରକାର । ଏବଂ କିଛି ନା କିଛି କାର୍ଯ୍ୟ କରି କରି ଜୀବନ ବିତାଇବାର ପ୍ରତ୍ୟେକ ମୁହୂର୍ତର ହିସାବ ରଖି ପାରିଥିବା ଦରକାର । ତେବେ ଯାଇ ଜୀବନ ବଂଚିବାର ମଜା ଆସିଥାଏ । ବିତି ଯାଇଥିବା ମୁହୂର୍ତରେ ମୁଁ କଣ ପାଇଲି? ବିତି ଯାଇଥିବା ମୁହୂର୍ତରେ ମୁଁ କଣ ଦେଲି, ଏହାର ହିସାବ କିତାବ କହିବାର ଯଦି ସ୍ୱଭାବ ନାହିଁ ତାହାହେଲେ ଜୀବନ ଧିରେ ଧିରେ ନିଜକୁ ହିଁ ନିଜଠାରୁ ଉଦାସ କରିଦେଇଥାଏ । ଏବଂ ପୁଣି ବଂଚିବାର ସେହି ଉଦ୍ଦୀପନା ହିଁ ମନ ଭିତରେ ରୁହେ ନାହିଁ, ବନ୍ଧୁଗଣ । ମୁଁ ତ ବେଳେବେଳେ କୁହେ ଯେ ସୀତାର ବାଦକ ଏବଂ ଜଣେ ଟାଇପିଷ୍ଟ ଦୁଇ ଜଣଙ୍କ ମଧ୍ୟରେ ଫରକ ଦେଖିଛନ୍ତି କି? ଜଣେ କମ୍ପ୍ୟୁଟର ଅପରେଟର ଆଙ୍ଗୁଠିର ଖେଳ କରିଥାଏ କିନ୍ତୁ ୪୫ – ୫୦ ବର୍ଷ ବୟସ ହେବା ପରେ ଯଦି କେବେ ଭେଟିବେ ତ ଖୁବ କଷ୍ଟରେ ସେ ଉପରକୁ ଦେଖିପାରୁଛି । ଥରେ ଦୁଇଥରରେ ତ ସେ ଶୁଣେ ବି ନାହିଁ । ଅତି ନିବେଦନ କରନ୍ତୁ, ହଁ ଆଜ୍ଞା କଣ କହୁଥିଲେ? ଅର୍ଦ୍ଧ ମୃତ ଜୀବନ ବଂଚୁଛି ସିଏ, ଜୀବନ ବୋଝ ପାଲଟି ଯାଇଛି । କେବଳ ଆଙ୍ଗୁଠିର କାମ ହିଁ କରୁଛି । ଟାଇପରାଇଟର ଉପରେ କେବଳ ଆଙ୍ଗୁଠି ହିଁ ଚଳାଉଛି ଏବଂ ଅପରପକ୍ଷରେ ଜଣେ ସୀତାର ବାଦକ ସେ ବି ମଧ୍ୟ ଆଙ୍ଗୁଠିର ଖେଳ କରୁଛି । କିନ୍ତୁ ତାକୁ ୮୦ ବର୍ଷ ବୟସରେ ଭେଟନ୍ତୁ, ମୁଖମଣ୍ଡଳରେ ଚେତନା ଦୃଷ୍ଟିକୁ ଆସିଥାଏ, ଜୀବନ ପରିପୂର୍ଣ୍ଣ ନଜର ଆସିଥାଏ, ସ୍ୱପ୍ନରେ ଜୀଉଁଥିବା ମଣିଷ ନଜର ଆସିଥାଏ ବନ୍ଧୁଗଣ, ଆଙ୍ଗୁଠିର ଏହି ଖେଳ ଦୁହେଁ ତ ଖେଳିଛନ୍ତି, କିନ୍ତୁ ଜଣେ ଚାଲୁ ଚାଲୁ ମରି ଚାଲିଛି, ଅନ୍ୟଜଣେ ଚାଲୁ ଚାଲୁ ବଂଚି ଚାଲିଛି । ଏହି ପରିବର୍ତନ କଣ ଜୀବନକୁ ଭିତରୁ ବଂଚିବାର ସଙ୍କଳ୍ପ ଆମର ରହିଛି କି, ତେବେ ଯାଇ ଜୀବନ ବଦଳି ଯାଇଥାଏ । ବନ୍ଧୁଗଣ,ଏବଂ ଏଥିପାଇଁ ମୁଁ କହୁଛି, ଯେ ମୋ ଦେଶର କୋଣ ଅନୁକୋଣରେ ମୋର ଲକ୍ଷ୍ୟ ଲକ୍ଷ୍ୟ ସାଥୀ ଅଛନ୍ତି, ସେମାନଙ୍କ ଜୀବନରେ ଚେତନା ଥିବା ଆବଶ୍ୟକ । ସାମର୍ଥ୍ୟ ଥିବା ଜରୁରୀ । କିଛି କରିଯିବାର ସଙ୍କଳ୍ପ ରହିବା ଉଚିତ୍ । ତେବେ ଯାଇ ଜୀବନ ବଂଚିବାର ଆନନ୍ଦ ଆସିଥାଏ ବନ୍ଧୁଗଣ । କେବେ କେବେ ଲୋକମାନେ ମତେ ପଚାରନ୍ତି ଯେ ଆଜ୍ଞା ଥକି ଯାଉ ନାହାନ୍ତି? ବୋଧହୁଏ ଏହିସବୁ କାରଣ ମତେ ଥକିବାକୁ ଦିଏ ନାହିଁ । ମୁଁ ପ୍ରତ୍ୟେକ ମୁହୂର୍ତକୁ ବଂଚିବାକୁ ଚାହେଁ । ପ୍ରତି କ୍ଷଣକୁ ବଂଚି ଅନ୍ୟମାନଙ୍କୁ ବଂଚିବା ପାଇଁ ନିଜେ ବଂଚିବାକୁ ଚାହୁଁଛି ।

ବନ୍ଧୁଗଣ,

ଏହାର ଫଳାଫଳ କଣ ଆସିଛି? ଫଳାଫଳ ଏହି ଯେ ଯେଉଁ ଚଉହଦୀ ପ୍ରସ୍ତୁତ ହୋଇ ରହିଛି, ଆମେ ଯେଉଁଠାକୁ ବି ଯାଉଛୁ, ନିଜକୁ ସେଥିରେ ଖାପ ଖୁଆଇ ନେଉଛୁ । ଏବଂ ନିଜକୁ ଖାପ ଖୁଆଇ ନେବାରେ ତ ଆପଣମାନଙ୍କର ପ୍ରବୀଣତା ରହିଛି । କାହାକୁ ଏହା ଭଲ ଲାଗୁଥାଇ ପାରେ । କିନ୍ତୁ ଏଭଳି ଲାଗୁଛି ଯେ ବୋଧହୁଏ ଏହା ଜୀବନ ନୁହେଁ ବନ୍ଧୁଗଣ, ଯେଉଁଠି ଦରକାର ଅଛି ସେଠି ନିଜକୁ ଖାପ ଖୁଆଇ ଦିଅ, ଯେଉଁଠି ଆବଶ୍ୟକ ଅଛି ସେଠି ଢାଲ ପାଲଟି ଯାଅ । କିନ୍ତୁ ଆବଶ୍ୟକତା ଅଛି ତ ସେଠାରେ ଢାଲ ହୋଇ ସେହି ପରିବର୍ତନ ପାଇଁ ମଧ୍ୟ ପଦକ୍ଷେପ ନିଆଯାଉ, ଏହା ମଧ୍ୟ ଜରୁରୀ ଅଟେ । କଣ ଆମେମାନେ ସହଜ ରୂପରେ ଶାସନରେ ସଂସ୍କାର, ଏହା ଆମର ସହଜ ସ୍ୱଭାବ ପାଲଟିଛି କି? ଛୋଟ ଛୋଟ ବିଷୟ ପାଇଁ କମିଶନ୍ ବସାଇ ଦିଅ । ଖର୍ଚ୍ଚ କମ୍ କରିବାର ଅଛି ତ କମିଶନ ବସାଅ । ଶାସନରେ ପରିବର୍ତନ ଆଣିବାର ଅଛି ତ କମିଶନ ବସାଅ । ଛଅ ମାସ ପରେ, ୧୨ ମାସ ପରେ ରିପୋର୍ଟ ଆସିବ, ପୁଣି ରିପୋର୍ଟ ଦେଖିବା ପାଇଁ ଆଉ ଗୋଟେ କମିଟି ତିଆରି କର । ସେହି କମିଟିର କାର୍ଯ୍ୟାନ୍ୱୟନ ପାଇଁ ଆଉ ଏକ କମିଶନ୍ ଗଠନ କର । ଏବେ ଇଏ ଯାହା ଆମେ କରିଛୁ ତାର ମୂଳ ସ୍ୱଭାବ ହେଉଛି ଯେ ଆମେ ଶାସନରେ ସଂସ୍କାର, ସମୟାନୁକୂଳ ପରିବର୍ତନ ବହୁତ ଜରୁରୀ ହୋଇଥାଏ ଆଜ୍ଞା । ଏକଦା ଯୁଦ୍ଧ ହେଉଥିଲା ତ ହାତୀ ରହୁଥିଲେ, ହାତୀ ପିଠିରେ ବସିବା ବ୍ୟକ୍ତି ହାତୀ ଛାଡି ଘୋଡାର ଲଗାମ ଧରିଲେ ଏବଂ ଆଜି ନାଁ ହାତୀ ଚାଲୁଛି ନାଁ ଘୋଡା ଚାଲୁଛି । ଅନ୍ୟ କିଛିର ଆବଶ୍ୟକତା ପଡୁଛି । ଏହି ସଂସ୍କାର ସହଜ ଅଟେ । କିନ୍ତୁ ଯୁଦ୍ଧର ଚାପ ଆମକୁ ସଂସ୍କାର ଆଣିବା ପାଇଁ ବାଧ୍ୟ କରିଥାଏ । ଆମକୁ ଦେଶର ଆଶା ଆକାଂକ୍ଷାଗୁଡିକ ବାଧ୍ୟ କରୁଛି କି କରୁ ନାହିଁ, ଯେପର୍ଯ୍ୟନ୍ତ ଦେଶର ଆଶା ଆକାଂକ୍ଷା ସବୁକୁ ଆମେ ବୁଝିପାରିବା ନାହିଁ, ସେପର୍ଯ୍ୟନ୍ତ ନିଜେ ଥାଇ ମଧ୍ୟ ଶାସନରେ ସଂସ୍କାର ଆଣିପାରିବା ନାହିଁ । ଶାସନରେ ସଂସ୍କାର ଏକ ଦୈନନ୍ଦିନ ପ୍ରକ୍ରିୟା ହେବା ଉଚିତ, ସହଜ ପ୍ରକ୍ରିୟା ହେବା ଉଚିତ ଏବଂ ପ୍ରଗତିଶୀଳ ବ୍ୟବସ୍ଥା ହେବା ଉଚିତ । ଯଦି ପ୍ରୟୋଗ ସଫଳ ହେଲା ନାହିଁ ତାହେଲେ ତାକୁ ଛାଡିଦେବାର ସାହସ ରହିବା ଉଚିତ । ନିଜ ଦ୍ୱାରା ହିଁ କରାଯାଇଥିବା ତୃଟିର ସ୍ୱୀକାର ପୂର୍ବକ ମୋ ପାଖରେ ନୂଆ ସ୍ୱୀକାର ପାଇଁ ସାମର୍ଥ୍ୟ ରହିବା ଉଚିତ । ତେବେ ଯାଇ ପରିବର୍ତନ ଆସିଥାଏ ଆଜ୍ଞା । ଏବେ ଆପଣମାନେ ଦେଖନ୍ତୁ ଏଭଳି ଶହ ଶହ ଆଇନ୍ ଥିଲା, ମୁଁ ମାନୁଛି ଯେ ଦେଶର ନାଗରିକମାନଙ୍କ ପାଇଁ ସେସବୁ ବୋଝ ପାଲଟି ଯାଇଥିଲା । ୨୦୧୩ରେ ଯେତେବେଳେ ପ୍ରଥମଥର ପାଇଁ ପ୍ରଧାନମନ୍ତ୍ରୀ ପଦ ସକାଶେ ମୋ ଦଳ ମତେ ପ୍ରାର୍ଥୀ ଭାବରେ ଘୋଷିତ କଲା ଏବଂ ମୁଁ ଭାଷଣ ଦେଉଥିଲି ସେତେବେଳ ଦିଲ୍ଲୀରେ ଏକ ବ୍ୟବସାୟ ଗୋଷ୍ଠୀ ମତେ ଡାକିଥିଲେ, ୨୦୧୪ ନିର୍ବାଚନ ପାଇଁ ସେତେବେଳେ ଆହୁରି ୪-୬ ମାସ ବାକି ଥିଲା । ତ ସେମାନେ ମତେ ପଚାରିଲେ କ’ଣ କରିବେ? ମୁଁ କହିଲି ପ୍ରତିଦିନ ଗୋଟିଏ ଲେଖାଏଁ ଆଇନ୍ ଉଚ୍ଛେଦ କରିବି, ନୂଆ ଆଇନ୍ ତିଆରି କରିବି ନାହିଁ । ତ ସେମାନଙ୍କୁ ଆଶ୍ଚର୍ଯ୍ୟ ଲାଗିଲା ଏବଂ ମୁଁ ପ୍ରଥମ ୫ ବର୍ଷରେ ୧୫୦୦ ଆଇନ୍ ଉଚ୍ଛେଦ କରି ଦେଇଥିଲି । ମତେ କୁହନ୍ତୁ ତ ବନ୍ଧୁଗଣ, ଏଭଳି ଆଇନ୍‌କୁ ନେଇ ଆମେ କାହିଁକି ଜୀବିତ ଅଛେ? ଏବଂ ମତେ ଆଜି ମଧ୍ୟ.. ଆଜି ମଧ୍ୟ ମୋ ମତରେ ଏଭଳି ଅନେକ ଆଇନ ଅଛି ଯାହା ଅଯଥାରେ ପଡି ରହିଛି, ଆରେ ଭାଇ ଆପଣମାନେ ତ କିଛି ପଦକ୍ଷେପ ନେଇ ସେଗୁଡିକୁ ଉଚ୍ଛେଦ କରନ୍ତୁ । ଦେଶକୁ ଏହି ଜଞ୍ଜାଳରୁ ମୁକ୍ତ କରନ୍ତୁ । ସେହିଭଳି ଭାବରେ ଅନୁପାଳନ, ଭାବନ୍ତୁ ଆମେ ନାଗରିକମାନଙ୍କଠାରୁ କ’ଣ କ’ଣ ମାଗି ଚାଲିଛନ୍ତି ଆଜ୍ଞା । ମତେ କ୍ୟାବିନେଟ ସଚିବ କହିଲେ ବାକି ଦେଶ ଦୁନିଆର କାମ ତ ହେବ, ଆପଣ ଏହାର ଦାୟିତ୍ୱ ନିଅନ୍ତୁ, ଏହି ଅନୁପାଳନରୁ ଦେଶକୁ ମୁକ୍ତ କରନ୍ତୁ, ନାଗରିକଙ୍କୁ ମୁକ୍ତ କରନ୍ତୁ । ସ୍ୱାଧୀନତାକୁ ୭୫ ବର୍ଷ ହେଲା, ନାଗରିକମାନଙ୍କୁ ଏହି ଜଞ୍ଜାଳରେ କାହିଁକି ଫସେଇ ରଖିଛନ୍ତି? ଏବଂ ଗୋଟିଏ ଅଫିସରେ ୬ଜଣ ଲୋକ ବସିଥିବେ, ସବୁ ଟେବୁଲ ବାଲାଙ୍କ ପାଖରେ ସୂଚନା ଥିବ, କିନ୍ତୁ ପୁଣି ମଧ୍ୟ ସେମାନେ ଅଲଗା ଅଲଗା ମାଗିବେ । ପାଖ ବାଲାଠାରୁ ନେବେ ନାହିଁ । ଏତିକି ଜିନିଷ ଆମେ ନାଗରିକମାନଙ୍କଠାରୁ ବାରମ୍ବାର ମାଗି ଆସିଛୁ । ଆଜି ପ୍ରଯୁକ୍ତି ବିଦ୍ୟାର ଯୁଗ ଆଜ୍ଞା, ଆମେ ଏଭଳି ବ୍ୟବସ୍ଥା କାହିଁକି ବିକଶିତ ନ କରିବା, ଆମେ ଅନୁପାଳନରୁ, ବୋଝରୁ କାହିଁକି ଦେଶକୁ ମୁକ୍ତ ନ କରିବା? ମୁଁ ତ ଆଶ୍ଚର୍ଯ୍ୟ ହେଉଛି । ଏବେ ଆମର କ୍ୟାବିନେଟ ସଚିବ ଏକ ଗୁରୁ ଦାୟିତ୍ୱ ହାତକୁ ନେଇଛନ୍ତି, ଛୋଟ ଛୋଟ କଥାରେ ନାଗରିକମାନଙ୍କୁ ଜେଲ ପଠାଇବା ଆଇନର ଉଚ୍ଛେଦ ପାଇଁ । ପ୍ରତ୍ୟେକ କଥାରେ ନାଗରିକଙ୍କୁ ଜେଲ ପଠାଯାଉଛି । ଏଭଳି ଏକ ଆଇନ୍ ଦେଖିଛି ଯେ, କାରଖାନାରେ ଯେଉଁ ଶୌଚାଳୟ ରହିଛି, ଯଦି ସେସବୁକୁ ପ୍ରତି ୬ ମାସରେ ଚୂନ ଲଗାଇବେ ନାହିଁ ତାହାହେଲେ ଆପଣ ଜେଲ ଯିବେ । ଏବେ କୁହନ୍ତୁ । ଆମେ କିଭଳି ଦେଶକୁ ଆଗକୁ ବଢାଇବାକୁ ଚାହୁଁଛୁ? ଏବେ ଏହି ସମସ୍ତ ବିଷୟରୁ ଆମକୁ ମୁକ୍ତି ଦରକାର । ଏବେ ଏହା ସହଜ ପ୍ରକ୍ରିୟା ହେବା ଉଚିତ୍‌, ଏଥିପାଇଁ କୌଣସି ଅନୁପତ୍ର ବାହାର କରିବାର ଆବଶ୍ୟକତା ନ ପଡିବା ଦରକାର । ଆପଣ ଯଦି ମନେ କରୁଛନ୍ତି ଏହା ରାଜ୍ୟ ସରକାରଙ୍କ ଦାୟିତ୍ୱାଧିନ ତାହାହେଲେ ରାଜ୍ୟ ସରକାରଙ୍କୁ ଜଣାନ୍ତୁ, ଭାରତ ସରକାରଙ୍କ ଦାୟିତ୍ୱ ତ ତାଙ୍କୁ ଜଣାନ୍ତୁ । ଭାଇମାନେ ସଙ୍କୋଚ କରନ୍ତୁ ନାହିଁ, କହିବା କଥା ହେଉଛି ଆମେ ନାଗରିକମାନଙ୍କୁ ଯେତିକି ଏହି ବୋଝରୁ ମୁକ୍ତ କରିବା, ମୋ ନାଗରିକ ସେତିକି ଉଲ୍ଲସିତ ହେବ । ବେଶ୍ ଶକ୍ତିର ସହ ପ୍ରସ୍ଫୁଟିତ ହେବ । ଆମେ ଏହି ଛୋଟିଆ କଥାଟିଏ ଜାଣୁ ଯେ, ବଡ ବୃକ୍ଷ ତଳେ ଯେତେ ବି ସୁନ୍ଦର ଫୁଲର ଚାରା ଲଗାଇଲେ ମଧ୍ୟ, ବଡ ବୃକ୍ଷର ଛାୟାର ଚାପ ଏତେ ପ୍ରବଳ ହୋଇଥାଏ ଯେ, ତାହା ବିକଶିତ ହୋଇ ପାରି ନ ଥାଏ । ଯଦି ସେହି ଚାରାକୁ ଖୋଲା ଆକାଶ ତଳେ ଛାଡି ଦିଆଯାଏ, ତାହା ମଧ୍ୟ ଶକ୍ତିର ସହ ଛିଡା ହେବାକୁ ଚାହେଁ, ତାକୁ ଏହି ବୋଝରୁ ବାହାର କରି ଦିଅନ୍ତୁ ।

ବନ୍ଧୁଗଣ,

ସାଧାରଣତଃ ଦେଖାଯାଇଛି ଯେ, ଯେମିତି ଚାଲୁଛି, ସେହି ବ୍ୟବସ୍ଥାରେ ସେହିଭଳି ଖାପ ଖୁଆଇ ଚାଲ, ଯେନତେନ ପ୍ରକାରରେ ଗୁଜରାଣ ମେଂଟାଉଛେ, ସମୟ ଅତିବାହିତ କରିବାର ପ୍ରୟାସ କରୁଛେ, ତାହା ସେମିତି ଚାଲୁ । ଗତ ୭ ଦଶନ୍ଧି ମଧ୍ୟରେ ଯଦି ଆମେ ଏହାର ସମୀକ୍ଷା କରିବା ତାହାହେଲେ ଗୋଟିଏ କଥା ଆପଣଙ୍କ ନଜରକୁ ଆସିବ । ଯେତେବେଳେ ବି କୌଣସି ସଙ୍କଟ ଆସିଲା, କୌଣସି ପ୍ରାକୃତିକ ବିପର୍ଯ୍ୟୟ ଦେଖାଦେଲା, କୌଣସି ବିଶେଷ ପ୍ରକାରର ଚାପ ସୃଷ୍ଟି ହେଲା, ତାହାହେଲେ ଯାଇ ଆମେ ବଦଳିଲୁ । କରୋନା ଆସିଲା ତ ଆମେ ନିଜ ହିତ ପାଇଁ ଅନେକ ପରିବର୍ତନ ଆଣିଲୁ । କିନ୍ତୁ ଏହା କଣ ସୁସ୍ଥ ମାନସିକତା ଅଟେ? ବୃହତ ଚାପ ଆସିଯାଉ, ତେବେ ଯାଇ ଆମେ ବଦଳିବା, ଏହା କ’ଣ ଠିକ୍ କଥା? ଆମେ ନିଜକୁ କାହିଁକି ପ୍ରସ୍ତୁତ କରିବା ନାହିଁ ବନ୍ଧୁଗଣ, ଏବଂ ଏଥିପାଇଁ ଆମେ କେବଳ ସଙ୍କଟ ସମୟରେ ନିଜର ରାସ୍ତା ଖୋଜିବା... ଗୋଟିଏ ସମୟ ଥିଲା ଆମେ ଅଭାବରେ କାଳାତିପାତ କରି ନେଉଥିଲେ, ଏବଂ ଏଥିପାଇଁ ଆମର ଯେଉଁସବୁ ନିୟମ ବିକଶିତ ହୋଇଛି ସେସବୁ ଅଭାବ ମଧ୍ୟରେ କିଭଳି ବଂଚି ହେବ ସେହି ଅନୁଯାୟୀ ପ୍ରସ୍ତୁତ ହୋଇଛି । କିନ୍ତୁ ଏବେ ଅଭାବରୁ ଯେତେବେଳେ ବାହାରକୁ ଆସିଛେ, ସେତେବେଳେ ଆଇନକୁ ମଧ୍ୟ ଅଭାବରୁ ବାହାରକୁ ଆଣନ୍ତୁ  ଭାଇ, ବିପୁଳତା ଆଡକୁ କଣ ରହିବା ଦରକାର ତା ଉପରେ ଆମେ ଚିନ୍ତା କରିବା । ଯଦି ବିପୁଳତା ପାଇଁ ଆମେ ଚିନ୍ତା କରିବା ନାହିଁ, ଯଦି କୃଷିରେ ଆଗକୁ ବଢୁଛେ, ଯଦି ଖାଦ୍ୟ ପ୍ରକ୍ରିୟାକରଣର ବ୍ୟବସ୍ଥା ପୂର୍ବରୁ କରିନେଇ ଥାଆନ୍ତେ ତାହାହେଲେ ଆଜି ବେଳେବେଳେ କୃଷକମାନଙ୍କ କାନ୍ଧରେ ଯେଉଁସବୁ ଜିନିଷ ବୋଝ ପାଲଟି ଯାଉଛି ହୁଏତ ସେସବୁ ହୋଇ ନଥାନ୍ତା । ଏବଂ ଏଥିପାଇଁ ମୁଁ କହୁଛି ଯେ ସଙ୍କଟରୁ ରାସ୍ତା ଖୋଜିବାର ଉପାୟ ତ ସରକାର ଶିଖି ନେଇଛନ୍ତି, କିନ୍ତୁ ସ୍ଥାୟୀ ରୂପରେ ବ୍ୟବସ୍ଥାଗୁଡିକୁ ବିକଶିତ କରିବା, ଏହା ଆମମାନଙ୍କର... ଏବଂ ଆମକୁ କଳ୍ପନା କରିବାକୁ ପଡିବ ଯେ ଆମମାନଙ୍କୁ ଏହି ଏହି ସମସ୍ୟାସବୁ ଦେଖାଦେଉଛି । ଏହି ସମସ୍ୟା ସବୁକୁ କିଭଳି ସମାପ୍ତ କରାଯାଇ ପାରିବ, ସେଥିପାଇଁ କି ସମାଧାନ ବାହାରିବା ଦରକାର, ସେ ଦିଗରେ କାର୍ଯ୍ୟ କରିବାକୁ ହେବ । ସେହିଭଳି ଆମକୁ ଆହ୍ୱାନଗୁଡିକର ପଛରେ ବାଧ୍ୟବାଧକତାରେ ଦୌଡିବାକୁ ପଡୁ, ଏହା ଠିକ୍ ନୁହେଁ ଆଜ୍ଞା । ଆମକୁ ଆହ୍ୱାନଗୁଡିକୁ ଆକଳନ କରିବା ଦରକାର, ଯଦି ପ୍ରଯୁକ୍ତି ଦୁନିଆକୁ ବଦଳାଇ ଦେଇଛି, ତାହାହେଲେ ମତେ ଏହି ଶାସନରେ ତା ସହିତ ଆସୁଥିବା ଆହ୍ୱାନଗୁଡିକ ବିଷୟରେ ମୋର ଧାରଣା ଥିବା ଦରକାର । ମୁଁ ନିଜକୁ ସେଥିପାଇଁ ପ୍ରସ୍ତୁତ ରଖେ । ଏବଂ ଏଥିପାଇଁ ମୁଁ ଚାହିଁବି ଯେ ଶାସନ ସଂସ୍କାର, ଏହା ଆମର ନିତ୍ୟ କର୍ମ ହେବା ଦରକାର । ନିରନ୍ତର ପ୍ରୟାସ ହେବା ଦରକାର । ଏବଂ ମୁଁ ତ କହିବି ଯେ ଯେତେବେଳେ ବି ଆମେ ଅବସର ନେବା ସେତେବେଳେ ମନ ଭିତରୁ ଗୋଟିଏ ଡାକରା ବାହାରିବା ଦରକାର ଯେ ମୋ କାଳଖଣ୍ଡରେ ମୁଁ ଶାସନରେ ଏତିକି ଏତିକି ସଂସ୍କାର ଆଣିଛି ଏବଂ ସେହିସବୁ ବ୍ୟବସ୍ଥା ବିକଶିତ କରିଛି ଯାହା ବୋଧହୁଏ ଆଗାମୀ ୨୫-୩୦ ବର୍ଷ ପର୍ଯ୍ୟନ୍ତ ଦେଶର କାମରେ ଆସିବ । ଯଦି ଏହି ପରିବର୍ତନ ଘଟେ ତାହାହେଲେ ହିଁ ପରିବର୍ତନ ଆସିଥାଏ ।

ବନ୍ଧୁଗଣ,

ଗତ ୮ ବର୍ଷ ମଧ୍ୟରେ ଦେଶରେ ଅନେକ ବଡ ବଡ କାର୍ଯ୍ୟ ହୋଇଛି । ସେଥିମଧ୍ୟରେ ଅନେକ ଏଭଳି ଅଭିଯାନ ରହିଛି, ସେଥିମଧ୍ୟରୁ ଅନେକ ଅଭିଯାନ ଏଭଳି ଅଛି ଯାହାର ମୂଳରେ ଆଚରଣଗତ ପରିବର୍ତନ ରହିଛି । ଏହା କଠିନ କାର୍ଯ୍ୟ ହୋଇଥାଏ ଏବଂ ରାଜନେତାମାନେ ତ ଏଥିରେ କେବେ ବି ହାତ ମାରିବାର ସାହସ କରନ୍ତି ନାହିଁ । କିନ୍ତୁ ମୁଁ ରାଜନୀତିରୁ ବେଶ ଉର୍ଦ୍ଧ୍ୱରେ ବନ୍ଧୁଗଣ, ଗଣତନ୍ତ୍ରରେ ଏକ ବ୍ୟବସ୍ଥା ରହିଛି, ମତେ ଶାସନ ବ୍ୟବସ୍ଥାର ବାଟ ଦେଇ ଆସିବାକୁ ପଡିଛି, ତାହା ଭିନ୍ନ କଥା । ମୁଁ ମୁଖ୍ୟତଃ ରାଜନୀତି ସ୍ୱଭାବର ନୁହେଁ । ମୁଁ ଜନନୀତି ସହିତ ଯୋଡି ହୋଇଥିବା ମଣିଷ ଅଟେ । ସାଧାରଣ ମଣିଷର ଜୀବନ ସହ ଯୋଡି ହୋଇଥିବା ମଣିଷ ଅଟେ ।

ବନ୍ଧୁଗଣ,

ଏହି ଯେଉଁ ଆଚରଣଗତ ପରିବର୍ତନ ପାଇଁ ମୋର ଯେଉଁ ପ୍ରୟାସ ରହିଆସିଛି ସମାଜର ମୌଳିକ ବିଷୟଗୁଡିକରେ ପରିବର୍ତନ ଆଣିବାର ଯେଉଁ ପ୍ରୟାସ ହୋଇଛି, ସାଧାରଣରୁ ଅତି ସାଧାରଣ ମଣିଷର ଜୀବନରେ ପରିବର୍ତନ ଆଣିବା ପାଇଁ ମୋର ଯେଉଁ ଆଶା ଆକାଂକ୍ଷା ରହିଛି, ଏହାର ତାର ଏକ ଅଂଶ ଅଟେ । ଏବଂ ମୁଁ ଯେତେବେଳେ ସମାଜର କଥା କୁହେ, ସେତେବେଳେ ମୁଁ ଭାବୁଛି ଶାସନରେ ବସିଥିବା ଲୋକମାନେ ଏହାଠାରୁ ଭିନ୍ନ ନୁହନ୍ତି, ସେମାନେ କୌଣସି ଅନ୍ୟ ଗ୍ରହରୁ ଆସି ନାହାନ୍ତି । ସେମାନେ ମଧ୍ୟ ତାହାର ଅଂଶ ଅଟନ୍ତି । କ’ଣ ଆମେ ଏହି ଯେଉଁ ପରିବର୍ତନର କଥା ହେଉଛେ, ମୁଁ ଦେଖେ କେବେ ଯଦି କେହି ଅଧିକାରୀ ମତେ ବିବାହର ନିମନ୍ତ୍ରଣ କାର୍ଡ ଦେବାକୁ ଆସନ୍ତି ମୋର ତ ସ୍ୱଭାବ ଯେ ମୁଁ ଛାଡି ପାରେ ନାହିଁ, ଏବଂ ମୁଁ ଟିକେ ମୋ ପାଖକୁ ଆସନ୍ତି ତ ଅତି ମହଙ୍ଗା କାର୍ଡ  ନେଇ ଆସନ୍ତି ନାହିଁ । ବହୁତ ଶସ୍ତା ମୂଲ୍ୟର କାର୍ଡ ଆଣିଥାଆନ୍ତି । କିନ୍ତୁ ତା ଉପରେ ପ୍ଲାଷ୍ଟିକର ଟ୍ରାନସପାରେଂଟ ଖୋଳ ରହିଥାଏ, ସେତେବେଳେ ମୁଁ ଏମିତି ପଚାରି ଦିଏ ଯେ ସିଙ୍ଗଲ ୟୁଜ ପ୍ଲାଷ୍ଟିକ ଏବେ ବି ବ୍ୟବହାର କରୁଛନ୍ତି ଆପଣ? ସେତେବେଳେ ବିଚରା ଲଜ୍ଜିତ ହୋଇପଡନ୍ତି । ମୋର କହିବାର କଥା ଯେ ଆମେ ଦେଶ ନିକଟରୁ ଆଶା କରିଥାଉ ଯେ ସିଙ୍ଗଲ ୟୁଜ୍ ପ୍ଲାଷ୍ଟିକ ବ୍ୟବହାର ନ ହେଉ । ମୋ ଅଫିସରେ ଯେଉଁଠି ମୁଁ ଅଛି, ମୁଁ କାର୍ଯ୍ୟ କରୁଛି, ମୁଁ କ’ଣ ମୋ ଜୀବନରେ ପରିବର୍ତନ ଆଣୁଛି । ମୋ ବ୍ୟବସ୍ଥା ଭିତରେ ପରିବର୍ତନ ଆଣୁଛି । ମୁଁ ଛୋଟ ଛୋଟ ବିଷୟକୁ ଏଥିପାଇଁ ସ୍ପର୍ଶ କରୁଛି ଯେ ଆମେ ବଡ ବଡ ଜିନିଷରେ ଏତେ ମାତ୍ରାରେ ମଜ୍ଜି ଯାଇଛେ ଯେ ଛୋଟ ଛୋଟ ଜିନିଷଠାରୁ ଦୂରକୁ ଚାଲିଯାଉଛୁ । ଯେତେବେଳେ ଛୋଟ ଛୋଟ ଜିନିଷରୁ ଦୂରକୁ ଚାଲିଯାଉ, ସେତେବେଳେ ଛୋଟ ଛୋଟ ଲୋକମାନଙ୍କ ସମ୍ମୁଖରେ ମଧ୍ୟ ପ୍ରାଚୀର ସୃଷ୍ଟି ହୋଇଯାଏ ବନ୍ଧୁଗଣ । ମତେ ଏହି ପ୍ରାଚୀରକୁ ଭାଙ୍ଗିବାର ଅଛି । ଏବେ ସ୍ୱଚ୍ଛତାର ଅଭିଯାନ, ମତେ ପ୍ରୟାସ କରିବାକୁ ପଡୁଛି, ପ୍ରତି ୧୫ ଦିନରେ ବିଭାଗରେ କ’ଣ ଚାଲୁଛି, ଦେଖେ ସ୍ୱଚ୍ଛତାକୁ ନେଇ କିଛି ଘଟୁଛି କି ନାହିଁ । ଏବେ ତ ଦୁଇ ବର୍ଷ, ତିନି ବର୍ଷ, ପାଂଚ ବର୍ଷ ହୋଇଗଲାଣି ବନ୍ଧୁଗଣ, ଏବେ ଆମ ବିଭାଗରେ ତାହା ସ୍ୱଭାବ ପାଲଟିଯିବା କଥା କି ନୁହେଁ ? ଯଦି ତାହା ସ୍ୱଭାବ ପାଲଟି ନାହିଁ, ତାହାହେଲେ ଦେଶର ସାଧାରଣ ନାଗରିକର ତାହା ସ୍ୱଭାବ ପାଲଟିଯିବ ଏହି ଆଶା କରିବା ନିଶ୍ଚୟ ଅଧିକ ହେବ ଏବଂ ସେଥିପାଇଁ ମୁଁ କହେ ବନ୍ଧୁଗଣ ଆମେ ଏହି ବ୍ୟବସ୍ଥାକୁ ସ୍ୱୀକାର କରିଛୁ । ଏବେ ଚାଲନ୍ତୁ ଡିଜିଟାଲ ଇଣ୍ଡିଆ କଥା ହେବା । ଫିନଟେକ ବିଷୟରେ ଆଲୋଚନା କରିବା । ଭାରତ ଫିନଟେକରେ ଯେଉଁ ଗତି ଆଣିଛି, ଡିଜିଟାଲ ପଇଠର ଦୁନିଆରେ ଯେଉଁ ପଦକ୍ଷେପ ନେଇଛି, ଯେତେବେଳେ କାଶୀର କୌଣସି ଯୁବକକୁ ପୁରସ୍କାର ମିଳେ ସେତେବେଳେ ଆମର ଅଧିକାରୀଙ୍କୁ ତ କରତାଳି ବଜାଇବାର ଇଚ୍ଛା ହୋଇଯାଏ ନା, କାରଣ ସେହି ଠେଲା ଗାଡି ବାଲା ଡିଜିଟାଲ ପଇଠ କାର୍ଯ୍ୟ କରୁଛି  ଏବଂ ସେହି ଛବିକୁ ଦେଖିଲେ ଆମକୁ ଖୁସି ଲାଗୁଛି । କିନ୍ତୁ ଭାଇ ସେ ଡିଜିଟାଲ ପଇଠ କରିପାରୁ ନାହିଁ, ଯଦି ମୋ ବ୍ୟବସ୍ଥାରେ ପଶିଥିବା ବ୍ୟକ୍ତି ସେହି କାର୍ଯ୍ୟ କରୁ ନାହିଁ, ଅର୍ଥାତ୍ ଏହାକୁ ମୁଁ ଜନ ଆନ୍ଦୋଳନ ଭାବେ ଗଢି ତୋଳିବାରେ ସେ ପ୍ରତିବନ୍ଧକ ସାଜିଛି । ପ୍ରଶାସନିକ ସେବା ଦିବସରେ ଏଭଳି କଥା ହେବା ଉଚିତ୍ ନାଁ ଉଚିତ୍ ନୁହେଁ, ବିବାଦ ଉପୁଜିପାରେ, ଆପଣମାନେ ତ ଦୁଇଦିନ  ଧରି ଏଠାରେ ଉପସ୍ଥିତ ରହିବେ, ମୁଁ ଜାଣିଛି, ତାହାହେଲେ ଆପଣମାନେ ମୋ କଥାର ବାରଣ୍ଡା ଦିକଡା କରିବେ । ତଥାପି ବନ୍ଧୁଗଣ ମୁଁ କହୁଛି ଯେ, ଯେଉଁ ବିଷୟ ଭଲ ଲାଗେ, ଯାହା ଆମେ ସମାଜ ନିକଟରୁ ଆଶା କରୁ ସେସବୁକୁ କେଉଁଠି ନା କେଉଁଠି ଆମକୁ ନିଜଠାରୁ ମଧ୍ୟ ଆରମ୍ଭ କରିବାକୁ ହେବ, ଆମକୁ ଏହି ପ୍ରୟାସ କରିବାକୁ ପଡିବ । ଯଦି ଆମେ ଏହିସବୁ ବିଷୟରେ ପ୍ରୟାସ କରିବା ତାହାହେଲେ ଆମେ ବହୁତ ବଡ ପରିବର୍ତନ ଆଣିପାରିବା, ଆମକୁ ପ୍ରୟାସ କରିବାକୁ ପଡିବ । ଏବେ ଜିଇଏମ ପୋର୍ଟାଲ, କଣ ବାରମ୍ବାର ଅନୁପତ୍ର ବାହାର କରିବାକୁ ପଡିବ ଯେ ଆମେ ନିଜ ବିଭାଗକୁ ଜିଇଏମ ପୋର୍ଟାଲରେ କିପରି ଶତ ପ୍ରତିଶତ ସ୍ଥାନିତ କରିବା? ଏକ ସଶକ୍ତ ମାଧ୍ୟମ ପ୍ରସ୍ତୁତ ହୋଇସାରିଛି ବନ୍ଧୁଗଣ, ଆମର ୟୁପିଆଇ ବିଶ୍ୱ ସ୍ତରରେ ପ୍ରଶଂସିତ ହେଉଛି । କଣ ମୋ ମୋବାଇଲ ଫୋନରେ ୟୁପିଆଇର ବ୍ୟବସ୍ଥା ରହିଛି କି? ମତେ ୟୁପିଆଇର ଅଭ୍ୟାସ ପଡିଗଲାଣି କି? ମୋ ପରିବାର ସଦସ୍ୟମାନଙ୍କର ଅଭ୍ୟାସରେ ପଡିଗଲାଣି କି? ଆମ ହାତରେ ବହୁତ ବଡ ସାମର୍ଥ୍ୟ ରହିଛି । କିନ୍ତୁ ଯଦି ମୁଁ, ମୋ ୟୁପିଆଇକୁ ସ୍ୱୀକାର କରୁନାହିଁ ଏବଂ ମୁଁ କହିବି ଯେ ଗୁଗୁଲ ତ ବାହାରର, ବନ୍ଧୁଗଣ ଯଦି ଆମ ମନ ଭିତରେ ୟୁପିଆଇକୁ ନେଇ ସେହି ଭାବନା ରୁହେ ତାହାହେଲେ ଆମ ୟୁପିଆଇ ମଧ୍ୟ ଗୁଗୁଲକୁ ଟପି ଯାଇ ପାରିବ, ତାହା ଏତିକି କ୍ଷମତା ରଖି ପାରେ, ଫିନଟେକର ଦୁନିଆରେ ନାଁ ରଖି ପାରେ । ପ୍ରଯୁକ୍ତି ପାଇଁ ଫୁଲ ପ୍ରୁଫ ସାବ୍ୟସ୍ତ ହୋଇ ସାରିଛି, ବିଶ୍ୱ ବ୍ୟାଙ୍କ ତାର ପ୍ରଶଂସା କରୁଛି । ତାହା କାହିଁକି ଆମ ନିଜ ବ୍ୟବସ୍ଥାର ଏକ ଅଂଶ ହୋଇ ପାରୁ ନାହିଁ । ମୁଁ ଦେଖିଛି ପଛରେ ପଡିଲେ ଯାଇ କାମ ହୋଇଥାଏ । ମୁଁ ଦେଖିଛି ଯେ ଆମର ଯେତିକି ସୁରକ୍ଷା ବାହିନୀ ଅଛନ୍ତି, ସେମାନେ ନିଜ ନିଜର କ୍ୟାଂଟିନରେ ଏହାକୁ ବାଧ୍ୟତାମୂଳକ କରିଦେଇଛନ୍ତି । ସେମାନେ କେବଳ ଡିଜିଟାଲ ଦେୟ ହିଁ ଗ୍ରହଣ କରିଥାଆନ୍ତି । କିନ୍ତୁ ଆଜି ମଧ୍ୟ ସଚିବାଳୟ ଭିତରେ ଥିବା କ୍ୟାଂଟିନ୍‌, ସେଠାରେ ଏହି ବ୍ୟବସ୍ଥା ନାହିଁ । କ’ଣ ଆମେ ଏହି ପରିବର୍ତନ ଆଣିପାରିବା ନାହିଁ? କଥାଟା ଛୋଟ ଲାଗୁଛି କିନ୍ତୁ ଯଦି ଆମେ ପ୍ରୟାସ କରିବା ବନ୍ଧୁଗଣ, ତାହେଲେ ଆମେ ବହୁତ ବଡ କଥା ମଧ୍ୟ କରିପାରିବା । ଏବଂ ଆମକୁ ଅନ୍ତିମ ବ୍ୟକ୍ତି ପର୍ଯ୍ୟନ୍ତ ଉଚିତ ଲାଭ ପହଂଚାଇବା ପାଇଁ ନିରନ୍ତର ଭାବେ ଏକ ଉତମ ସୁଗମ ବ୍ୟବସ୍ଥା ପ୍ରସ୍ତୁତ କରାଇବା ଉଚିତ ଏବଂ ଯେତେ ଅଧିକ ଆମେ ଏହି ବ୍ୟବସ୍ଥାକୁ ଛିଡା କରାଇବା ମୁଁ ଭାବୁଛି ଯେ ଆଜି ଦେଶର ଅନ୍ତିମ ବ୍ୟକ୍ତିର ସଶକ୍ତିକରଣକୁ ନେଇ ଆମର ଯେଉଁ ମିଶନ୍ ରହିଛି ସେହି ମିଶନକୁ ଅତି ଉତମ ଢଙ୍ଗରେ ଆମେ ଆଜି ପୂରଣ କରି ପାରିବା ।

 

ବନ୍ଧୁଗଣ,

ମୁଁ ଆପଣମାନଙ୍କର ବହୁତ ସମୟ ନେଇଗଲି । ଅନେକ ବିଷୟ ଉପରେ ଆପଣମାନଙ୍କ ସହ କଥା ହେଲି । କିନ୍ତୁ ମୁଁ ଚାହିଁବି ଯେ ଆମେ ଏହିସବୁ ବିଷୟକୁ ଆଗକୁ ବଢାଉ । ଏହି ପ୍ରଶାସନିକ ସେବା ଦିବସ ଆମ ଭିତରେ ଏକ ନୂଆ ଶକ୍ତି ଭରିବାର ଅବସର ହେବା ଉଚିତ । ନୂଆ ସଙ୍କଳ୍ପ ନେବାର ଅବସର ହେବା ଉଚିତ୍ । ନୂଆ ଉତ୍ସାହ ଏବଂ ଉଦ୍ଦୀପନାର ସହ ଯେଉଁ ନୂଆ ଲୋକମାନେ ଆମମାନଙ୍କ ଗହଣକୁ ଆସିଛନ୍ତି ସେମାନଙ୍କ ହାତ ଧରି ଆଗକୁ ବଢାଇ ନେବାର କାର୍ଯ୍ୟ କରାଯାଉ । ସେମାନଙ୍କୁ ମଧ୍ୟ ଏହି ବ୍ୟବସ୍ଥାର ଅଂଶ ହେବା ପାଇଁ ସେମାନଙ୍କ ମଧ୍ୟରେ ଉତ୍ସାହ ଭରି ଦିଆଯାଉ । ଆମେ ନିଜେ ହସ ଖୁସି ଭରା ଜୀବନ ବଂଚି ନିଜର ସାଥୀମାନଙ୍କୁ ଆଗକୁ ବଢାଉ । ଏହି ଆଶାର ସହିତ ମୁଁ ଆପଣ ସମସ୍ତଙ୍କୁ ଅନେକ ଅନେକ ଶୁଭକାମନା ଜଣାଉଛି । ବହୁତ ବହୁତ ଧନ୍ୟବାଦ ।

Explore More
୭୬ତମ ସ୍ୱାଧୀନତା ଦିବସ ଉପଲକ୍ଷେ ଲାଲକିଲ୍ଲାର ପ୍ରାଚୀରରୁ ରାଷ୍ଟ୍ର ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

୭୬ତମ ସ୍ୱାଧୀନତା ଦିବସ ଉପଲକ୍ଷେ ଲାଲକିଲ୍ଲାର ପ୍ରାଚୀରରୁ ରାଷ୍ଟ୍ର ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India a shining star of global economy: S&P Chief Economist

Media Coverage

India a shining star of global economy: S&P Chief Economist
...

Nm on the go

Always be the first to hear from the PM. Get the App Now!
...
PM greets people on Mahalaya
September 25, 2022
ସେୟାର
 
Comments

The Prime Minister, Shri Narendra Modi has greeted the people on the occasion of Mahalaya.


In a tweet, the Prime Minister said;


"On Mahalaya, we pray to Maa Durga and seek her divine blessings for our people. May everyone be happy and healthy. May there be prosperity and brotherhood all around.

Shubho Mahalaya!"