ଏହି ଅବସରରେ ପ୍ରଧାନମନ୍ତ୍ରୀ ଉନ୍ମୋଚନ କଲେ ଏକ ମୁଦ୍ରା ଓ ଡାକଟିକଟ
“ଦେଶ ପୂଜ୍ୟ ଗୁରୁମାନଙ୍କ ଶିକ୍ଷା ଅନୁସାରେ ଆଗେଇ ଚାଲିଛି”
“ଶହ ଶହ ବର୍ଷର ଦାସତ୍ୱରୁ ଭାରତର ମୁକ୍ତିକୁ ଏହାର ଆଧ୍ୟାତ୍ମିକ ଓ ସାଂସ୍କୃତିକ ଯାତ୍ରାରୁ ଅଲଗା କରାଯାଇପାରିବ ନାହିଁ”
“ଆଉରେଙ୍ଗଜେବଙ୍କ ଅତ୍ୟାଚାରୀ ଚିନ୍ତାଧାରା ସାମ୍ନାରେ ଗୁରୁ ତେଗବାହାଦୁର ଜୀ ‘ହିନ୍ଦ ଦୀ ଚାନ୍ଦର’ ଭଳି କାମ ଦେଖାଇଥିଲେ”
“ନବଭାରତର ବିଛୁରିତ ଜ୍ୟୋତିରେ ଆମେ ସବୁଆଡେ ଗୁରୁତେଗବାହାଦୁରଜୀଙ୍କ ଆଶୀର୍ବାଦ ଅନୁଭବ କରୁ”
“ବୈଶ୍ୱିକ ଜଟିଳ ପରିସ୍ଥିତି ସତ୍ତ୍ୱେ ଭାରତ ଆଜି ଶାନ୍ତି ଓ ସଂମ୍ପୂର୍ଣ୍ଣ ଦୃଢ଼ ସ୍ଥିତିରେ ରହିଛି । ଭାରତ ମଧ୍ୟ ସମାନ ଭାବେ ପ୍ରତିରକ୍ଷା ଓ ସୁରକ୍ଷା ଦୃଷ୍ଟିରୁ ଦୃଢ଼ ରହିଛି”
ଶିଖ ନେତୃବୃନ୍ଦଙ୍କ ଦ୍ୱାରା ପ୍ରଧାନମନ୍ତ୍ରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ପ୍ରଧାନମନ୍ତ୍ରୀ ମଧ୍ୟ ଏହି ଅବସରରେ ଏକ ସ୍ମାରକୀ ମୁଦ୍ରା ଓ ଡାକ ଟିକଟ ଉନ୍ମୋଚନ କରିଥିଲେ ।

ୱାହେ ଗୁରୁ ଜୀ କା ଖାଲସା 

ୱାହେ ଗୁରୁ ଜୀ କୀ ଫତହ ।।

ମଂଚରେ ଥିବା ସମସ୍ତ ମାନ୍ୟଗଣ୍ୟ ବ୍ୟକ୍ତି, ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ସମସ୍ତ ମହିଳାମାନେ ଏବଂ ଭଦ୍ର ଲୋକମାନେ ଏବଂ ସମଗ୍ର ବିଶ୍ୱ ସହିତ ଜଡ଼ିତ ସମସ୍ତ ମାନ୍ୟଗଣ୍ୟ ବ୍ୟକ୍ତି ।

ଗୁରୁ ତେଗ ବାହାଦୂର ଜୀଙ୍କର ୪ଠଠତମ ପ୍ରକାଶ ପର୍ବକୁ ଉତ୍ସର୍ଗୀକୃତ ଏହି ଭବ୍ୟ ଆୟୋଜନରେ ମୁଁ ଆପଣ ସମସ୍ତଙ୍କୁ ହୃଦୟରୁ ସ୍ୱାଗତ କରୁଛି । ବର୍ତ୍ତମାନ ଶବ୍ଦ କୀର୍ତ୍ତନ ଶୁଣି ମୁଁ ଯେଉଁ ଶାନ୍ତି ପାଇଲି, ବର୍ତ୍ତମାନ ସେହି ଶବ୍ଦ ପ୍ରକାଶ କରିବା କଷ୍ଟକର ।

ଆଜି ମୋତେ ଗୁରୁଙ୍କୁ ସମର୍ପିତ ସ୍ମାରକ ଡାକ ଟିକଟ ଏବଂ ମୁଦ୍ରାର ବିମୋଚନ କରିବାର ସୌଭାଗ୍ୟ ମିଳିଛି । ମୁଁ ଏହାକୁ ଆମର ଗୁରୁମାନଙ୍କର ଏକ ବିଶେଷ କୃପା ବୋଲି ବିବେଚନା କରୁଛି । ଏହା ପୂର୍ବରୁ ୨ଠ୧୯ରେ ଗୁରୁ ନାନକ ଦେବ ଜୀଙ୍କର ୫୫ଠତମ ପ୍ରକାଶ ପର୍ବ ଏବଂ ୨ଠ୧୭ରେ ଗୁରୁ ଗୋବିନ୍ଦ ସିଂହ ଜୀଙ୍କର ୩୫ଠତମ ପ୍ରକାଶ ପର୍ବ ପାଳନ କରିବାର ସୌଭାଗ୍ୟ ମଧ୍ୟ ମିଳିଥିଲା ।

ମୁଁ ଖୁସି ଯେ ଆଜି ଆମ ଦେଶ ସମ୍ପୂର୍ଣ୍ଣ ନିଷ୍ଠାର ସହିତ ଆମର ଗୁରୁଙ୍କର ଆଦର୍ଶ ସହିତ ଆଗକୁ ବଢୁଛି । ମୁଁ ଏହି ପୁଣ୍ୟ ଅବସରରେ, ସମସ୍ତ ଦଶ ଗୁରୁମାନଙ୍କ ପାଦ ତଳେ ସମ୍ମାନର ସହିତ ପ୍ରଣାମ କରୁଛି । ଆପଣ ସମସ୍ତଙ୍କୁ, ସମସ୍ତ ଦେଶବାସୀଙ୍କୁ ଏବଂ ବିଶ୍ୱରେ ଗୁରୁ ବାଣୀ ଉପରେ ବିଶ୍ୱାସ ରଖୁଥିବା ସମସ୍ତ ଲୋକମାନଙ୍କୁ ମୁଁ ଏହି ପ୍ରକାଶ ପର୍ବ ଅବସରରେ ମୋର ଶୁଭେଚ୍ଛା ଜଣାଉଛି ।

ସାଥୀମାନେ,

ଏହି ଲାଲ କିଲା ଅନେକ ଗୁରୁତ୍ୱପୂର୍ଣ୍ଣ ସମୟର ସାକ୍ଷୀ ହୋଇ ରହିଆସିଛି । ଏହି କିଲା ଗୁରୁ ତେଗ ବାହାଦୂର ସାହେବ ଜୀଙ୍କୁ ସହୀଦ ହେବାର ମଧ୍ୟ ଦେଖିଛି । ଏବଂ ଦେଶ ପାଇଁ ମୃତୁବରଣ କରିଥିବା ଲୋକଙ୍କ ସାହସିକତାକୁ ମଧ୍ୟ ପରୀକ୍ଷା କରିଛି । ସ୍ୱାଧୀନତାର ୭୫ ବର୍ଷ ପରେ, ଭାରତର ଅନେକ ସ୍ୱପ୍ନର ସ୍ୱର ଗୁଞ୍ଜରିତ ହୋଇ ପ୍ରତିଧ୍ୱନିତ ହେଉଛି। ତେଣୁ, ସ୍ୱାଧୀନତାର ଅମୃତ ମହୋତ୍ସବ ସମୟରେ ଲାଲ କିଲାରେ ଆୟୋଜିତ ଏହି କାର୍ଯ୍ୟକ୍ରମ ଅତ୍ୟନ୍ତ ସ୍ୱତନ୍ତ୍ର ହୋଇପାରିଛି।

ସାଥୀମାନେ,

ଆମେ ଆଜି ଯେଉଁଠାରେ ଅଛୁ, ଆମର ଲକ୍ଷ ଲକ୍ଷ ଏବଂ କୋଟି କୋଟି ସ୍ୱାଧୀନତା ସଂଗ୍ରାମୀଙ୍କ ତ୍ୟାଗ ଏବଂ ବଳିଦାନ ଏହାର ପ୍ରମୁଖ କାରଣ ଅଟେ । ଆଜାଦ ହିନ୍ଦୁସ୍ଥାନ, ନିଜେ ନିର୍ଣ୍ଣୟ ନେଉଥିବା ହିନ୍ଦୁସ୍ଥାନ, ଲୋକତାନ୍ତ୍ରିକ ହିନ୍ଦୁସ୍ଥାନ, ବିଶ୍ୱରେ ପରୋପକାରର ବାର୍ତ୍ତା ବିସ୍ତାର କରୁଥିବା ହିନ୍ଦୁସ୍ଥାନ, ଏପରି ହିନ୍ଦୁସ୍ଥାନର ସ୍ୱପ୍ନକୁ ପୂରଣ ହେବା ଦେଖିବାକୁ କୋଟି କୋଟି ଲୋକ ନିଜକୁ ଉତ୍ସର୍ଗୀକୃତ କରିଛନ୍ତି ।

ଏହି ଭାରତ ଭୂମି କେବଳ ଏକ ଦେଶ ନୁହେଁ ବରଂ ଏହା ଆମର ଏକ ମହାନ ଐତିହ୍ୟ, ଏକ ମହାନ ପରମ୍ପରା ଅଟେ ।

ଏଠାରେ ଆମର ଋଷିମାନେ, ମନିଷୀମାନେ, ଏବଂ ଗୁରୁମାନେ ଶହ ଶହ ବର୍ଷ ଧରି ତପସ୍ୟା କରି ରକ୍ଷା କରିଛନ୍ତି । ତାହାର ବିଚାରଧାରାକୁ ସମୃଦ୍ଧ କରିଛନ୍ତି । ଏହି ପରମ୍ପରାକୁ ସମ୍ମାନ ଦେବା ପାଇଁ ତାହାର ପରିଚୟକୁ ରକ୍ଷା କରିବା ପାଇଁ ଦଶ ଗୁରୁ ନିଜର ଜୀବନକୁ ଉତ୍ସର୍ଗ କରିଥିଲେ ।

ଏଥିପାଇଁ ସାଥୀମାନେ,

ଶହ ଶହ ବର୍ଷରୁ ଥିବା ଦାସ୍ୱରୁ ମୁକ୍ତିକୁ, ଭାରତର ସ୍ୱାଧୀନତାକୁ, ଭାରତର ଆଧ୍ୟାତ୍ମିକ ଏବଂ ସାଂସ୍କୃତିକ ଯାତ୍ରାରୁ ଅଲଗା କରି ଦେଖାଯାଇ ପାରିବ ନାହିଁ । ସେଥିପାଇଁ, ଆଜି ଦେଶ ଆଜାଦୀର ଅମୃତ ମହୋତ୍ସବକୁ ଏବଂ ଗୁରୁ ତେଗ ବାହାଦୂର ଜୀଙ୍କ ୪ଠଠତମ ପ୍ରକାଶ ପର୍ବକୁ ଏକତ୍ର ପାଳନ କରୁଛି, ଗୋଟିଏ ସଂକଳ୍ପକୁ ସାଥୀରେ ନେଇ ପାଳନ କରୁଛି ।

ସାଥୀମାନେ,

ଆମର ଗୁରୁମାନେ ସର୍ବଦା ଜ୍ଞାନ ଏବଂ ଆଧ୍ୟାତ୍ମିକତା ସହିତ ସମାଜ ଏବଂ ସଂସ୍କୃତିର ଦାୟିତ୍ୱ ଗ୍ରହଣ ନେଇଛନ୍ତି । ସେ ଶକ୍ତିକୁ ସେବାର ମାଧ୍ୟମ କରିଥିଲେ । ଯେତେବେଳେ ଗୁରୁ ତେଗ ବାହାଦୂର ଜୀଙ୍କ ଜନ୍ମ ହୋଇଥିଲା ସେତେବେଳେ ଗୁରୁଙ୍କ ପିତା କହିଥିଲେ-

ଦିନ ରଚ୍ଛ ସଂକଟ ହରନ” 

ଅର୍ଥାତ ଏହି ବାଳକ ଏକ ମହାନ ଆତ୍ମା ଅଟେ । ସେ ଦୀନ ଦୁଃଖୀଙ୍କର ରକ୍ଷା କରିବାବାଲା, ସଂକଟ ହରଣ କରିବାବାଲା ଅଟେ । ସେଥିପାଇଁ ଶ୍ରୀ ଗୁରୁ ହରଗୋବିନ୍ଦ ସାହିବ ତାଙ୍କର ନାମ ତ୍ୟାଗମଲ ରଖିଥିଲେ । ଏହି ତ୍ୟାଗ ଗୁରୁ ତେଗ ବାହାଦୂର ଜୀ ମଧ୍ୟ ନିଜ ଜୀବନରେ ଚରିତାର୍ଥ ମଧ୍ୟ କରି ଦେଖାଇ ଥିଲେ । ଗୁରୁ ଗୋବିନ୍ଦ ସିଂହ ଜୀ ତାଙ୍କ ବିଷୟରେ ଲେଖିଛନ୍ତି -

ତେଗ ବହାଦର ସିମରିଏଘର ନୌ ନିଧି ଆୱେ ଧାଇ 

ସବ୍ ଥାଇ ହୋଇ  ସହାଇ”  

ଅର୍ଥାତ, ଗୁରୁ ତେଗ ବାହାଦୂର ଜୀଙ୍କ ସୁମିରନ ଦ୍ୱାରା ସମସ୍ତ ସିଦ୍ଧି ନିଜେ ନିଜେ ପ୍ରକଟ ହୋଇବାରେ ଲାଗିଥାଏ । ଗୁରୁ ତେଗ ବାହାଦୂର ଜୀଙ୍କର ଏପରି ଅଦ୍ଭୁତ ଆଧ୍ୟାତ୍ମିକ ବ୍ୟକ୍ତିତ୍ୱ ଥିଲା, ସେ ଏପରି ଅସାଧାରଣ ପ୍ରତିଭାର ଧନୀ ଥିଲେ ।

ସାଥୀମାନେ,

ଏଠାରେ ଲାଲ କିଲା ନିଟକରେ ଗୁରୁ ତେଗ ବାହାଦୂରଙ୍କର ଅମର ବଳିଦାନର ପ୍ରତୀକ ଗୁରୁଦ୍ୱାରା ଶିଖଗଂଜ ସାହେବ ମଧ୍ୟ ଅଛି! ଏହି ପବିତ୍ର ଗୁରୁଦ୍ୱାରା ଆମକୁ ସ୍ମରଣ କରାଇଥାଏ ଯେ ଆମ ମହାନ ସଂସ୍କୃତିର ସୁରକ୍ଷା ପାଇଁ ଗୁରୁ ତେଗ ବାହାଦୂର ଜୀଙ୍କର ବଳିଦାନ କେତେ ମହାନ ଥିଲା । ସେହି ସମୟରେ ଦେଶରେ ଧାର୍ମିକ କଠୋରତାର ଝଡ଼ ସୃଷ୍ଟି ହୋଇଥିଲା । ଧର୍ମର ଦର୍ଶନ, ବିଜ୍ଞାନ ଏବଂ ଆତ୍ମଶୋଧର ବିଷୟ ମାନୁଥିବା ଆମର ହିନ୍ଦୁସ୍ଥାନ ସମ୍ମୁଖରେ ଏମିତି ଲୋକ ଥିଲେ, ଯେଉଁମାନେ ଧର୍ମ ନାମରେ ହିଂସା ଓ ଅତ୍ୟାଚାରର ପରାକାଷ୍ଠା କରିଥିଲେ । ସେହି ସମୟରେ ଭାରତକୁ ନିଜର ପରିଚୟ ରକ୍ଷା କରିବା ପାଇଁ ଏକ ବଡ଼ ଆଶା ଗୁରୁ ତେଗ ବାହାଦୂରଙ୍କ ରୂପରେ ଦେଖିବାକୁ ମିଳିଲା । ଔରଙ୍ଗଜେବଙ୍କ ଅତ୍ୟାଚାର ଚିନ୍ତାଧାରା ସମ୍ମୁଖରେ ସେହି ସମୟରେ ଗୁରୁ ତେଗ ବାହାଦୂର ଜୀ, ହିନ୍ଦ ଦି ଚାଦର ହୋଇ ଏକ ପଥର ପରି ଠିଆ ହୋଇଥିଲେ । ଇତିହାସ ସାକ୍ଷୀ ଅଛି, ବର୍ତ୍ତମାନ ସମୟ ମଧ୍ୟ ସାକ୍ଷୀ ଅଛି ଏବଂ ଏହି ଲାଲ କିଲା ମଧ୍ୟ ଏକ ସାକ୍ଷୀ ଯେ ଔରଙ୍ଗଜେବ ଏବଂ ତାଙ୍କ ଅତ୍ୟାଚାରୀମାନେ ହୁଏତ ଅନେକ ମୁଣ୍ଡକୁ ଅଲଗା କରି ଦେଇଥିବେ । କିନ୍ତୁ ସେମାନେ ଆମ ବିଶ୍ୱାସକୁ ଆମ ଠାରୁ ଅଲଗା କରିପାରିବେ ନାହିଁ । ଗୁରୁ ତେଗ ବାହାଦୂର ଜୀଙ୍କ ବଳିଦାନ ଭାରତର ଅନେକ ପିଢ଼ିକୁ ନିଜର ସଂସ୍କୃତିର ସମ୍ମାନ ରକ୍ଷା ପାଇଁ ତା’ର ମାନ ଏବଂ ସମ୍ମାନ ବଂଚିବା ପାଇଁ ଏବଂ ମରିବା ପାଇଁ ପ୍ରେରଣା ଦେଇଛି । ବଡ଼ ବଡ଼ ଶକ୍ତି ଅଦୃଶ୍ୟ ହୋଇଯାଉଛି, ବଡ଼ ବଡ଼ ତୋଫାନ ମଧ୍ୟ ଶାନ୍ତ ହୋଇଯାଇଛି କିନ୍ତୁ ଭାରତ ଆଜି ମଧ୍ୟ ଅମର ହୋଇ ଠିଆ ହୋଇ ରହିଛି, ଭାରତ ଆଗକୁ ବଢ଼ୁଛି । ଆଜି ପୁଣିଥରେ ବିଶ୍ୱ ଭାରତ ଆଡ଼କୁ ଚାହିଁଛି । ମାନବିକତାର ମାର୍ଗରେ ପଥ ପ୍ରଦର୍ଶନର ଆଶା କରୁଛି । ଗୁରୁ ତେଗ ବାହାଦୂର ଜୀଙ୍କର ଆଶୀର୍ବାଦ ଯେ ଆମେ ନୂତନ ଭାରତର ଆଭା ମଣ୍ଡଳରେ ସବୁଆଡ଼େ ଅନୁଭବ କରିପାରୁଛୁ ।

ଭାଇ  ଭଉଣମାନେ,

ଆମର ଏଠାରେ ପ୍ରତ୍ୟେକ କାଳଖଣ୍ଡରେ ଯେତେବେଳେ ଯେଉଁ ସମୟରେ ନୂତନ ଆହ୍ୱାନ ସୃଷ୍ଟି ହୋଇଥାଏ ସେତେବେଳେ କିଛି ମହାନ ଆତ୍ମା ନୂତନ ପଥ ଦେଖାଇ ଏହି ପ୍ରାଚୀନ ଦେଶକୁ ଦିଗଦର୍ଶନ ଦିଅନ୍ତି । ଭାରତର ପ୍ରତ୍ୟେକ ଅଞ୍ଚଳ, ପ୍ରତ୍ୟେକ କୋଣ ଆମର ଗୁରୁମାନଙ୍କ ଆଲୋକିତ ପ୍ରଭାବରେ ଜ୍ଞାନ ଦ୍ୱାରା ପ୍ରଭାବିତ ହେଉଛି । ଗୁରୁ ନାନକ ଦେବ ଜୀ ସମଗ୍ର ଦେଶକୁ ଏକ ସୂତ୍ରରେ ବାନ୍ଧିଥିଲେ । ତେଗ ବାହାଦୂରଙ୍କ ଅନୁଗାମୀ ମାନେ ସବୁଆଡ଼େ ଥିଲେ। ପାଟନାରେ ପାଟନା ସାହିବ ଏବଂ ଦିଲ୍ଲୀର ରକାବଗଂଜ ସାହେବ, ଆମେ ପ୍ରତ୍ୟେକ ସ୍ଥାନରେ ଗୁରୁମାନଙ୍କ ଜ୍ଞାନ ଏବଂ ଆଶୀର୍ବାଦ ଆକାରରେ ସବୁଠାରେ “ଏକ ଭାରତ”ର ଦର୍ଶନ ହୋଇଥାଏ ।

ଭାଇ  ଭଉଣୀମାନେ,

ମୁଁ ମୋର ସରକାରକୁ ଭାଗ୍ୟବାନ ମନେ କରୁଛି ଯେ ସେମାନଙ୍କୁ ଗୁରୁମାନଙ୍କ ସେବା କରିବା ପାଇଁ କିଛି ନା କିଛି କରିବା ପାଇଁ ଏକ ସୁଯୋଗ ମିଳୁଛି । ଗତ ବର୍ଷ ସାହିବଜାଦାଙ୍କର ମହାନ ବଳିଦାନକୁ ସ୍ମରଣ କରି ଡିସେମ୍ବର ୨୬ରେ ବୀର ବାଲ୍ ଦିବସ ପାଳନ କରିବାକୁ ଆମ ସରକାର ନିଷ୍ପତ୍ତି ନେଇଛନ୍ତି । ଶିଖ୍ ପରମ୍ପରାର ତୀର୍ଥଗୁଡ଼ିକୁ ସଂଯୋଗ କରିବା ପାଇଁ ଆମ ସରକାର ମଧ୍ୟ ନିରନ୍ତର ପ୍ରୟାସ କରୁଛନ୍ତି । ଦଶନ୍ଧି ଧରି ଅପେକ୍ଷା କରିଥିବା କରତାପୁର ସାହିବ କରିଡ଼ର ନିର୍ମାଣ କରି ଆମ ସରକାର ଗୁରୁ ସେବା ପ୍ରତି ପ୍ରତିବଦ୍ଧତା ପ୍ରଦର୍ଶନ କରିଛନ୍ତି । ପାଟନା ସାହିବ ସମେତ ଗୁରୁ ଗୋବିନ୍ଦ ସିଂହ ଜୀଙ୍କ ସହିତ ଜଡ଼ିତ ସ୍ଥାନଗୁଡ଼ିକରେ ଆମ ସରକାର ରେଳ ସୁବିଧାକୁ ମଧ୍ୟ ଆଧୁନିକୀକରଣ କରିଛନ୍ତି । ଆମେ ସ୍ୱଦେଶ ଦର୍ଶନ ଯୋଜନା ମାଧ୍ୟମରେ ପଞ୍ଜାବରେ ଆନନ୍ଦପୁର ସାହିବ ଏବଂ ଅମୃତସରରେ ଅମୃତସର ସାହିବ ସମେତ ସମସ୍ତ ପ୍ରମୁଖ ସ୍ଥାନକୁ ସଂଯୋଗ କରି ଏକ ତୀର୍ଥ ଯାତ୍ରା ସର୍କିଟ ମଧ୍ୟ ନିର୍ମାଣ କରୁଛୁ । ଉତ୍ତରାଖଣ୍ଡରେ ହେମକୁଣ୍ଡ ସାହିବଙ୍କ ପାଇଁ ରୋପ୍ ୱେ ନିର୍ମାଣ କାର୍ଯ୍ୟ ମଧ୍ୟ ଅଗ୍ରଗତି କରୁଛି ।

ସାଥୀମାନେ,

ଶ୍ରୀ ଗୁରୁଗ୍ରନ୍ଥ ସାହିବ ଜୀ ଆମ ପାଇଁ ଆତ୍ମ-କଲ୍ୟାଣର ପଥ ପ୍ରଦର୍ଶକ ସହିତ ଭାରତର ବିବିଧତା ଏବଂ ଏକତାର ଜୀବନ୍ତ ସ୍ୱରୂପ ମଧ୍ୟ ଅଟନ୍ତି । ସେଥିପାଇଁ ଯେତେବେଳେ ଆଫଗାନିସ୍ତାନରେ ସଂକଟ ଉପୁଜିଥାଏ, ସେତେବେଳେ ଆମର ପବିତ୍ର ଗୁରୁଗ୍ରନ୍ଥ ସାହିବଙ୍କ ସଂସ୍କରଣକୁ ଫେରାଇ ଆଣିବାର ପ୍ରଶ୍ନ ଉଠିଥାଏ । ଭାରତ ସରକାର ଏହାର ସମ୍ପୂର୍ଣ୍ଣ ଶକ୍ତି ପ୍ରୟୋଗ କରି ଦେଇଥାନ୍ତି । ଆମେ ନା କେବଳ ଗୁରୁଗ୍ରନ୍ଥ ସାହିବଙ୍କ ସ୍ୱରୂପକୁ ପୂର୍ଣ୍ଣ ସମ୍ମାନ ସହିତ ଆମ ମଥାରେ ରଖି ଆଣିଛୁ, ବରଂ ଆମର ଅସୁବିଧାରେ ସମ୍ମୁଖୀନ ହୋଇଥିବା ଶିଖ୍ ଭାଇମାନଙ୍କୁ ମଧ୍ୟ ବଂଚାଇଛୁ । ନାଗରିକତ୍ୱ ସଂଶୋଧନ ଅଧିନିୟମ ପଡ଼ୋଶୀ ଦେଶରୁ ଆସିଥିବା ଶିଖ୍ ଏବଂ ଅଳ୍ପସଂଖ୍ୟକ ପରିବାରକୁ ଦେଶର ନାଗରିକତ୍ୱ ପାଇବା ପାଇଁ ରାସ୍ତା ସଫା କରିଛୁ । ଏସବୁ ଏଥିପାଇଁ ସମ୍ଭବ ହୋଇଛି, କାରଣ ଆମର ଗୁରୁମାନେ ମାନବିକତାକୁ ସର୍ବୋପରି ପ୍ରାଥମିକତା ଦେବାକୁ ଶିଖାଇଛନ୍ତି । ପ୍ରେମର ଏବଂ ସୌହାର୍ଦ୍ଦ୍ୟ ଆମ ସଂସ୍କୃତିର ଏକ ଅଂଶ ।

ସାଥୀମାନେ,

ଆମ ଗୁରୁଙ୍କର ବାଣୀ ହେଉଛି-

ଭୈ କାହୁ କୋ ଦେତ୍ ନେହି,

ନାହି ଭୈ ମାନତ ଆନ 

କହୁ ନାନକ ସୁନି ରେ ମନା,

ଜ୍ଞାନୀ ତାହି ବଖାନି   

ଅର୍ଥାତ, ଜ୍ଞାନୀ ସିଏ ଯିଏ କାହାକୁ ଭୟଭୀତ କରନ୍ତି ନାହିଁ ନା କାହାକୁ ଭୟ କରନ୍ତି ।  ଭାରତ କେବେ କୌଣସି ଦେଶ କିମ୍ବା ସମାଜ ପାଇଁ ବିପଦ ସୃଷ୍ଟି କରିନାହିଁ । ଆଜି ମଧ୍ୟ ଆମେ ସମଗ୍ର ବିଶ୍ୱର କଲ୍ୟାଣ ପାଇଁ ଚିନ୍ତା କରୁଛୁ । କେବଳ ଗୋଟିଏ କାମନା କରୁଛୁ ଯଦି ଆମେ ଆତ୍ମନିର୍ଭରଶୀଳ ଭାରତ ବିଷୟରେ କହିବା ତେବେ ଆମେ ସମଗ୍ର ବିଶ୍ୱର ପ୍ରଗତିର ଲକ୍ଷ୍ୟକୁ ଆଗରେ ରଖିବା । ଯଦି ଭାରତ ବିଶ୍ୱରେ ଯୋଗ ପ୍ରସାର କରେ ତେବେ ଏହା ସମଗ୍ର ବିଶ୍ୱର ସ୍ୱାସ୍ଥ୍ୟ ଏବଂ ଶାନ୍ତିର କାମନା ସହିତ କରିଥାଏ । ମୁଁ ଗତକାଲି ଗୁଜରାଟରୁ ଫେରିଛି । ସେଠାରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ପାରମ୍ପରିକ ଚିକିତ୍ସାର ଗ୍ଲୋବାଲ ସେଣ୍ଟରର ଉଦଘାଟନ କରାଯାଇଛି । ବର୍ତ୍ତମାନ ଭାରତ ବିଶ୍ୱର ପ୍ରତ୍ୟେକ କୋଣକୁ ପାରମ୍ପରିକ ଚିକିତ୍ସାର ଲାଭ ପହଞ୍ଚାଇବା, ଲୋକଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ଆଣିବାରେ ପ୍ରମୁଖ ଭୂମିକା ଗ୍ରହଣ କରିବ ।

ସାଥୀମାନେ,

ଆଜିର ଭାରତ ବୈଶ୍ୱିକ ଦ୍ୱନ୍ଦ୍ୱ ମଧ୍ୟରେ ମଧ୍ୟ ସମ୍ପୂର୍ଣ୍ଣ ସ୍ଥିରତା ସହିତ ଶାନ୍ତି ପାଇଁ ପ୍ରୟାସ କରୁଛି, କାମ କରୁଛି । ଏବଂ ଭାରତ ନିଜର ଦେଶର ରକ୍ଷା ଏବଂ ସୁରକ୍ଷା ପାଇଁ ମଧ୍ୟ ଆଜି ସେତିକି ଦୃଢ଼ତାର ସହ ଅଟଳ ରହିଛି । ଆମ ଆଗରେ ଗୁରୁମାନଙ୍କ ଦ୍ୱାରା ଦିଆଯାଇଥିବା ମହାନ ଶିଖ୍ ପରମ୍ପରା ରହିଛି । ପୁରାତନ ଚିନ୍ତାଧାରା, ପୁରୁଣା ଋଢ଼ିଗୁଡ଼ିକୁ ପୃଥକ କରି ଗୁରୁମାନେ ନୂତନ ବିଚାର ଉପସ୍ଥାପନ କରନ୍ତୁ । ତାଙ୍କର ଶିଷ୍ୟମାନେ ତାଙ୍କୁ ଆପଣାଇଛନ୍ତି, ତାଙ୍କ ଠାରୁ ଶିଖିଛନ୍ତି। ନୂତନ ଚିନ୍ତାଧାରାର ଏହି ସାମାଜିକ ଅଭିଯାନ ଏକ ଆଦର୍ଶଗତ ଉଦ୍ଭାବନ ଥିଲା । ସେଥିପାଇଁ ନୂତନ ଚିନ୍ତାଧାରା, ନିରନ୍ତର ପରିଶ୍ରମ ଏବଂ ଶତ ପ୍ରତିଶତ ସମର୍ପଣ ଏହା ଆଜି ମଧ୍ୟ ଆମର ଶିଖ୍ ସମାଜର ପରିଚୟ ଅଟେ । ସ୍ୱାଧୀନତାର ଅମୃତ ମହୋତ୍ସବରେ ଆଜି ଦେଶର ମଧ୍ୟ ଏହି ସଂକଳ୍ପ ରହିଛି । ଆମକୁ ଆମ ପରିଚୟ ପାଇଁ ଗର୍ବ କରିବାକୁ ହେବ । ଆମକୁ ଆମ ସ୍ଥାନୀୟ ଅଞ୍ଚଳ ପାଇଁ ଗର୍ବ କରିବାକୁ ହେବ । ଆମକୁ ଆତ୍ମନିର୍ଭର ଭାରତ ଗଠନ କରିବାକୁ ପଡ଼ିବ । ଆମକୁ ଏକ ଏପରି ଭାରତ ଗଠନ କରିବାକୁ ପଡ଼ିବ ଯାହାର ସାମର୍ଥ୍ୟ ବିଶ୍ୱ ଦେଖିବ, ଯାହା ବିଶ୍ୱକୁ ନୂତନ ଶିଖରକୁ ନେଇଯିବ । ଦେଶର ବିକାଶ, ଦେଶର ଦ୍ରୁତ ଅଗ୍ରଗତି, ଏହା ଆମ ସମସ୍ତଙ୍କ ପାଇଁ କର୍ତ୍ତବ୍ୟ ଅଟେ । ଏଥିପାଇଁ ସମସ୍ତଙ୍କର ପ୍ରୟାସ ଆବଶ୍ୟକ ଅଛି । ମୋତେ ପୂର୍ଣ୍ଣ ବିଶ୍ୱାସ ଅଛି ଯେ ଗୁରୁମାନଙ୍କ ଆଶୀର୍ବାଦ ଯୋଗୁ ଭାରତ ନିଜର ଗୌରବକୁ ଶିଖରରେ ପହଞ୍ଚାଇବ । ଯେତେବେଳେ ଆମେ ସ୍ୱାଧୀନତାର ୧ଠଠ ବର୍ଷ ପାଳନ କରିବୁ ସେତେବେଳେ ଏକ ନୂତନ ଭାରତ ଆମ ସମ୍ମୁଖରେ ଥିବ ।

ଗୁରୁ ତେଗ ବାହାଦୂର ଜୀ କହୁଥିଲେ-

ସାଧୁ,

ଗୋବିନ୍ଦ କେ ଗୁନ ଗାଓ 

ମାନସ ଜନ୍ମ ଅମୋଲ କପାୟୋ,

ବ୍ୟର୍ଥା କାହେ ଗଂବାୟୋ 

ଏହି ଭାବନା ସହିତ ଆମକୁ ଜୀବନର ପ୍ରତ୍ୟେକ ମୁହୂର୍ତ୍ତକୁ ଦେଶ ପାଇଁ ଉତ୍ସର୍ଗ କରିବାକୁ ପଡ଼ିବ, ଦେଶ ପାଇଁ ସମର୍ପିତ କରିଦେବାକୁ ହେବ । ଆମେ ସମସ୍ତେ ମିଶି ଦେଶକୁ ବିକାଶର ନୂତନ ଶିଖରକୁ ନେଇଯିବା, ଏହି ବିଶ୍ୱାସ ସହିତ, ଆପଣ ସମସ୍ତଙ୍କୁ ପୁଣି ଥରେ ହାର୍ଦ୍ଦିକ ଶୁଭକାମନା ।

ୱାହେ ଗୁରୁ ଜୀ କା ଖାଲସା 

ୱାହେ ଗୁରୁ ଜୀ କୀ ଫତହ ।।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India a ‘front-runner’ market, plans to deepen AI and manufacturing presence: Ericsson CEO

Media Coverage

India a ‘front-runner’ market, plans to deepen AI and manufacturing presence: Ericsson CEO
NM on the go

Nm on the go

Always be the first to hear from the PM. Get the App Now!
...
Prime Minister speaks with Amir of Qatar
March 03, 2026

The Prime Minister, Shri Narendra Modi spoke with H.H. Sheikh Tamim bin Hamad Al Thani, the Amir of Qatar.

During the conversation, the Prime Minister conveyed that India stands firmly in solidarity with Qatar and strongly condemns any violation of its sovereignty and territorial integrity.

The two leaders emphasized the urgent need to restore peace and stability in the region through dialogue and diplomacy.

The Prime Minister also conveyed his appreciation for the continued support and care extended by the Qatari leadership to the Indian community in Qatar during this challenging time.

The Prime Minister wrote on X;

“Spoke with my brother, H.H. Sheikh Tamim bin Hamad Al Thani, the Amir of Qatar. We stand firmly in solidarity with Qatar and strongly condemn any violation of its sovereignty and territorial integrity. We emphasized the urgent need to restore peace and stability in the region through dialogue and diplomacy. I also conveyed my appreciation for his continued support and care for the Indian community in Qatar during this challenging time.

@TamimBinHamad”