Elaborates on five aspects: universalization of quality education; skill development; inclusion of India’s ancient experience and knowledge of urban planning and designing into education; internationalization and focus on Animation Visual Effects Gaming Comic
“Empowering our youth who are future nation builder, is empowering India’s future”
“It was digital connectivity that kept the country’s education system going during the pandemic”
“Innovation is ensuring inclusion in our country. Now going even further, country is moving towards integration”
“It is critical to prepare the ‘demographic dividend’ of the country as per the demands of the changing job roles”
“Budget is not just an account of statistics, budget, if implemented properly, can bring great transformation even with limited resources”

ନମସ୍କାର ।

କେନ୍ଦ୍ର ମନ୍ତ୍ରିମଣ୍ଡଳରେ ମୋର ସହଯୋଗୀଗଣ, ଶିକ୍ଷା, ଦକ୍ଷତା ବିକାଶ, ବିଜ୍ଞାନ, ବୈଷୟିକଜ୍ଞାନ ଏବଂ ଗବେଷଣା ସହିତ ଜଡ଼ିତ ସମସ୍ତ ମହାନୁଭବ, ଭଦ୍ରମହିଳା ଏବଂ ଭଦ୍ରବ୍ୟକ୍ତିଗଣ,

ଆମ ସରକାର ବଜେଟ ପୂର୍ବରୁ ଏବଂ ବଜେଟ ପରେ, ହିତଧାରକଙ୍କ ସହିତ ଚର୍ଚ୍ଚା କଲେ, ଆଲୋଚନା କରିବାର ଏକ ବିଶେଷ ପରମ୍ପରା ବିକଶିତ କରିଛନ୍ତି । ଆଜିର ଏହି କାର୍ଯ୍ୟକ୍ରମ, ହେଉଛି ତାହାର ଗୋଟିଏ ଶୃଙ୍ଖଳ । ଏହି କାର୍ଯ୍ୟକ୍ରମରେ ଆଜି ଶିକ୍ଷା ଏବଂ ଦକ୍ଷତା ବିକାଶକୁ ନେଇ ବଜେଟରେ ଯେଉଁ ବ୍ୟବସ୍ଥା ହୋଇଛି, ତାହା ଉପରେ ଆପଣ ସମସ୍ତ ହିତଧାରକଙ୍କ ସହିତ ଭିନ୍ନ ଭିନ୍ନ ଦିଗକୁ ନେଇ ବିସ୍ତୃତ ଭାବେ ଚର୍ଚ୍ଚା ହେବାକୁ ଯାଉଛି।

ବନ୍ଧୁଗଣ,

ଆମର ଆଜିର ପୁବ ପିଢ଼ୀ, ହେଉଛନ୍ତି ଦେଶର ଭବିଷ୍ୟତର କର୍ଣ୍ଣଧାର, ସେହିମାନେ ମଧ୍ୟ ହେଉଛନ୍ତି ଭବିଷ୍ୟତର ରାଷ୍ଟ୍ର ନିର୍ମାତା । ଏଥିାଇଁ ଆଜିର ଯୁବ ପିଢ଼ୀଙ୍କୁ ସଶକ୍ତ କରିବାର ଅର୍ଥ ହେଉଛି, ଭାରତର ଭବିଷ୍ୟତକୁ ସଶକ୍ତ କରିବା । ଏହି ଚିନ୍ତାଧାରା ସହିତ 2022ର ବଜେଟରେ ଶିକ୍ଷା କ୍ଷେତ୍ର ସହିତ ଜଡ଼ିତ ପାଞ୍ଚ​ଟି କଥା ଉପରେ ବହୁତ ଗୁରୁତ୍ୱ ପ୍ରଦାନ କରାଯାଇଛି।

ପ୍ରଥମ-

ବିଶ୍ବବ୍ୟାପୀ ଗୁଣାତ୍ମକ ଶିକ୍ଷା : ଆମର ଶିକ୍ଷା ବ୍ୟବସ୍ଥାର ବିସ୍ତାର ହେଉ, ତାହାର ଗୁଣାତ୍ମକ ମାନରେ ସଂସ୍କାର ଆସୁ ଆଉ ଶିକ୍ଷା କ୍ଷେତ୍ରର କ୍ଷମତା ବୃଦ୍ଧି ହେଉ, ଏଥିାଇଁ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି।

ଦ୍ୱିତୀୟଟି ହେଉଛି-

ଦକ୍ଷତା ବିକାଶ: ଦେଶରେ ଡିଜିଟାଲ ଦକ୍ଷତା ବିକାଶ ଇକୋସିଷ୍ଟମ ହେଉ, ଉଦ୍ୟୋଗ 4.0ର ଯେତେବେଳେ ଚର୍ଚ୍ଚା ଚାଲୁଛି ତେବେ ଉଦ୍ୟୋଗର ଚାହିଦା ଅନୁସାରେ ଦକ୍ଷତା ବିକାଶ ହେଉ, ଉଦ୍ୟୋଗ  ସହ ସଂଯୋଗ ବ୍ୟବସ୍ଥା ଉନ୍ନତ ଧରଣର ହେଉ, ଏହା ଉପରେ ଧ୍ୟାନ ଦିଆଯାଇଛି।

ତୃତୀୟ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି-

ସହରାଞ୍ଚଳ ଯୋଜନା ଏବଂ ଡିଜାଇନ୍: ଏଥିରେ ଭାରତର ଯେଉଁ ପୁରୁଣା ଅନୁଭବ ଏବଂ ଜ୍ଞାନ ରହିଛି, ତାହାକୁ ଆମର ଆଜିର ଶିକ୍ଷାରେ ସମାହିତ କରାଯିବା ଆବଶ୍ୟକ।

ଚତୁର୍ଥ ଗୁରୁତ୍ୱପୂର୍ଣ୍ଣ ଦିଗ ହେଉଛି-

ଆନ୍ତର୍ଜାତୀୟକରଣ: ଭାରତରେ ବିଶ୍ୱସ୍ତରୀୟ ବିଦେଶୀ ବିଶ୍ବବିଦ୍ୟାଳୟ ପ୍ରତିଷ୍ଠା ହେଉ, ଆମର ଯେଉଁ ଔଦ୍ୟୋଗିକ କ୍ଷେତ୍ର ରହିଛି, ଯେପରି ଜିଆଏଫଟି ସିଟି, ସେଠାକୁ ଫିନ- ଟେକ୍ ସହିତ ଜଡ଼ିତ ସଂସ୍ଥାନ ଆସୁ, ଏହାକୁ ମଧ୍ୟ ପ୍ରୋତ୍ସାହିତ କରାଯାଉ।

ପଞ୍ଚମ ଗୁରୁତ୍ୱୂର୍ଣ୍ଣ ଦିଗ ହେଉଛି-

ଏଭିଜିସି- ଅର୍ଥାତ ଆନିମେସନ୍ ଭିଜୁଆଲ ଇଫେକ୍ଟସ୍ ଗେମିଙ୍ଗ କମିକ୍, ଏହି ସବୁଥିରେ ରୋଜଗାରର ଅପାର ସମ୍ଭାବନା ରହିଛି, ଏକ ବହୁତ ବଡ଼ ବିଶ୍ବ ବଜାର ରହିଛି । ଏହାକୁ ପୂରଣ କରିବା ପାଇଁ ଆମେ ଭାରତୀୟ ପ୍ରତିଭାର ବ୍ୟବହାର କରିବା କାର୍ଯ୍ୟକୁ କିଭଳି ବୃଦ୍ଧି କରି ପାରିବା, ଏହା ଉପରେ ମଧ୍ୟ ସେତିକି ଧ୍ୟାନ ଦିଆଯାଇଛି । ଏହି ବଜେଟ ନୂତନ ଜାତୀୟ ଶିକ୍ଷା ନୀତିକୁ ବାସ୍ତବତାରେ ପରିଣତ କରିବାରେ ବହୁତ ସାହାଯ୍ୟ କରି ପାରିବ।

ସାଥୀଗଣ,

କରୋନା ଆସିବାର ବହୁ ପୂର୍ବରୁ ମୁଁ ଦେଶରେ ଡିଜିଟାଲ ଭବିଷ୍ୟତର କଥା କହୁଥିଲି । ଆମେ ଯେତେବେଳେ ଆମ ଗାଁ ଗୁଡ଼ିକୁ ଅପଟିକାଲ ଫାଇବର ସହିତ ସଂଯୋଗ କରୁଥିଲେ, ଆମେ ଯେତେବେଳେ ଡାଟାର ଦର କମରୁ ଅତି କମ୍ ରଖିବାକୁ ପ୍ରୟାସ କରୁଥିଲେ, ଯୋଗାଯୋଗ ସହିତ ଜଡ଼ିତ ଭିତ୍ତିଭୂମିକୁ ସୁଧାରୁଥିଲେ, ତେବେ କିଛି ଲୋକ ଏହି କଥା ଉପରେ ପ୍ରଶ୍ନ ଉଠାଇଥିଲେ ଯେ, ଏହାର ଆବଶ୍ୟକତା କ’ଣ ରହିଛି । କିନ୍ତୁ ମହାମାରୀ ସମୟରେ ଆମର ଏହି ପ୍ରୟାସ ଗୁଡ଼ିକର ଗୁରୁତ୍ୱକୁ ସମସ୍ତେ ଦେଖି ପାରିଛନ୍ତି । ଏହା ହିଁ ହେଉଛି ଡିଜିଟାଲ ସଂଯୋଗୀକରଣ ଯାହାକି ବୈଶ୍ୱିକ ମହାମାରୀର ଏହି ସମୟରେ ଆମର ଶିକ୍ଷା ବ୍ୟବସ୍ଥାକୁ ବଞ୍ଚାଇ ରଖିଲା।

ଆମେ ଏହା ଦେଖୁଛୁ ଯେ ଭାରତରେ ଦ୍ରୁତ ଗତିରେ ଡିଜିଟାଲ ବିଭାଜନ ବା ବ୍ୟବଧାନ କମ୍ ହେଉଛି । ନବସୃଜନ ଆମର ଏଠାରେ ଅନ୍ତର୍ଭୁକ୍ତିକରଣକୁ ସୁନିଶ୍ଚିତ କରୁଛି । ଆଉ ଏବେ ଦେଶ ଅନ୍ତର୍ଭୁକ୍ତିକରଣରୁ ମଧ୍ୟ ଆଗକୁ ବଢ଼ି ସମାବଶେୀ ବା ସମନ୍ବୟ ଆଡ଼କୁ ଅଗ୍ରସର ହେଉଛି।

ଏହି ଦଶକରେ ଆମେ ଶିକ୍ଷା ବ୍ୟବସ୍ଥାରେ ଯେଉଁ ଆଧୁନିକତା ଆଣିବାକୁ ଚାହୁଁଛୁ, ତାହାର ଆଧାରକୁ ସୁଦୃଢ଼ କରିବା ପାଇଁ ଚଳିତ ବର୍ଷ ବଜେଟରେ କେତେଗୁଡ଼ିଏ ଘୋଷଣା କରାଯାଇଛି। ଡିଜିଟାଲ ଶିକ୍ଷା, ଡିଜିଟାଲ ଭବିଷ୍ୟତ ଆଡ଼କୁ ଅଗ୍ରସର ଭାରତର ବ୍ୟାପକ ଦୃଷ୍ଟିକୋଣର ହେଉଛି ଏକ ଅଂଶ । ଏଥିପାଇଁ ଇ-ବିଦ୍ୟା ହେଉ, ୱାନ କ୍ଲାସ ୱାନ ଚ୍ୟାନେଲ ବା ଗୋଟିଏ ଶ୍ରେଣୀ ଗୋଟିଏ ଚ୍ୟାନେଲ, ଡିଜିଟାଲ ପରୀକ୍ଷାଗାର ହେଉ, ଡିଜିଟାଲ ବିଶ୍ବବିଦ୍ୟାଳୟ ହେଉ, ଏଭଳି ଶୈକ୍ଷିକ ଭିତ୍ତିଭୂମି ଯୁବକମାନଙ୍କୁ ବହୁଳ ଭାବେ ସାହାଯ୍ୟ କରିବାକୁ ଯାଉଛି । ଏହା ଭାରତର ସାମାଜିକ-ଅର୍ଥନୈତିକ ବ୍ୟବସ୍ଥା, ଗାଁ ହେଉ, ଗରିବ ହୁଅନ୍ତୁ, ଦଳିତ, ପଛୁଆ, ଆଦିବାସୀ, ସମସ୍ତଙ୍କୁ ଶିକ୍ଷାର ଉନ୍ନତ ସମାଧାନ ଦେବାର ହେଉଛି ଏକ ପ୍ରୟାସ।

ସାଥୀଗଣ,

ଜାତୀୟ ଡିଜିଟାଲ ବିଶ୍ବବିଦ୍ୟାଳୟ, ଭାରତର ଶିକ୍ଷା ବ୍ୟବସ୍ଥାରେ ହେଉଛି ନିଜସ୍ୱ ଭାବେ ଏକ ସମ୍ପୂର୍ଣ୍ଣ ନିଆରା ଏବଂ ଅଦ୍ଭୁତପୂର୍ଣ୍ଣ ପଦକ୍ଷେପ। ମୁଁ ଡିଜିଟାଲ ବିଶ୍ବବିଦ୍ୟାଳୟରେ ସେହି ଶକ୍ତି ଦେଖିବାକୁ ପାଉଛି ଯେ ଏହି ବିଶ୍ବବିଦ୍ୟାଳୟ ଆମ ଦେଶରେ ସିଟ୍ ବା ସ୍ଥାନ ଅଭାବ ଜନିତ ଯେଉଁ ସମସ୍ୟା ରହିଛି, ତାହାକୁ ସମ୍ପୂର୍ଣ୍ଣ ଭାବେ ସମାଧାନ ଦେଇ ପାରିବ। ଯେତେବେଳେ ପ୍ରତ୍ୟେକ ବିଷୟ ପାଇଁ ପର୍ଯ୍ୟାପ୍ତ ସିଟ୍ ରହିଥିବ, ସେତେବେଳେ ଆପଣମାନେ କଳ୍ପନା କରି ପାରୁଥିବେ ଯେ ଶିକ୍ଷା ଜଗତରେ କେତେ ବଡ଼ ପରିବର୍ତ୍ତନ ଆସି ପାରିବ । ଏହି ଡିଜିଟାଲ ବିଶ୍ବବିଦ୍ୟାଳୟ ଶିକ୍ଷଣ ଏବଂ ପୁନଃ-ଶିକ୍ଷଣର ବର୍ତ୍ତମାନର ଏବଂ ଭବିଷ୍ୟତର ଆବଶ୍ୟକତାଗୁଡ଼ିକ ପାଇଁ ଯୁବକମାନଙ୍କୁ ପ୍ରସ୍ତୁତ କରିବ। ଶିକ୍ଷା ମନ୍ତ୍ରଣାଳୟ, ୟୁଜିସି, ଏଆଇସିଟିଇ ଆଉ ସମସ୍ତ ହିତଧାରକଙ୍କୁ ମୋର ଅନୁରୋଧ ରହିବ ଯେ, ଏହି ଡିଜିଟାଲ ବିଶ୍ବବିଦ୍ୟାଳୟ ଦ୍ରୁତ ଗତିରେ କାର୍ଯ୍ୟ ଆରମ୍ଭ କରି ପାରୁ, ଏହା ସୁନିଶ୍ଚିତ ହେବା ଆବଶ୍ୟକ। ଆରମ୍ଭରୁ ହିଁ ଏହି ଡିଜିଟାଲ ବିଶ୍ବବିଦ୍ୟାଳୟ ଅନ୍ତର୍ଜାତୀୟ ସ୍ତରକୁ ବଜାୟ ରଖି ଚାଲୁ, ଏହାକୁ ଲକ୍ଷ୍ୟ ରଖିବା ମଧ୍ୟ ହେଉଛି ଆମ ସମସ୍ତଙ୍କର ଦାୟିତ୍ୱ।

ସାଥୀଗଣ,

ଦେଶରେ ହିଁ ବିଶ୍ୱସ୍ତରୀୟ ଅନୁଷ୍ଠାନମାନ ପ୍ରତିଷ୍ଠା କରିବା ସରକାରଙ୍କର ଉଦ୍ଦେଶ୍ୟ ଏବଂ ସେଥିପାଇଁ ନୀତି, କାର୍ଯ୍ୟଖସଡା ମଧ୍ୟ ଆପଣମାନଙ୍କ ସମ୍ମୁଖରେ ରହିଛି । ଏବେ ଆପଣମାନଙ୍କୁ ନିଜସ୍ୱ ପ୍ରୟାସ ଦ୍ୱାରା ଏହି ଉଦ୍ଦେଶ୍ୟକୁ ପୂରଣ କରି ସାକାର କରିବାର ଅଛି । ଆଜି ହେଉଛି ବିଶ୍ୱ ମାତୃଭାଷା ଦିବସ । ମାତୃଭାଷାରେ ଶିକ୍ଷା ପିଲାମାନଙ୍କର ମାନସିକ ବିକାଶ ସହିତ ଜଡ଼ିତ। ଅନେକ ରାଜ୍ୟଗୁଡ଼ିକରେ ସ୍ଥାନୀୟ ଭାଷାରେ ଡାକ୍ତରୀ ଏବଂ ବୈଷୟିକ ଶିକ୍ଷାର ପାଠପଢ଼ା ଆରମ୍ଭ କରିସାରିଛନ୍ତି।

ଏବେ ସମସ୍ତ ଶିକ୍ଷାବୀତ ମାନଙ୍କର ଏହା ହେଉଛି ବିଶେଷ ଭାବେ ଦାୟିତ୍ୱ ଯେ ସ୍ଥାନୀୟ ଭାରତୀୟ ଭାଷାରେ ସର୍ବୋତ୍କୃଷ୍ଟ ପାଠ୍ୟକ୍ରମ ଆଉ ତାହାର ଡିଜିଟାଲ ସଂସ୍କରଣର ପ୍ରସ୍ତୁତିକୁ ଗତି ପ୍ରଦାନ କରାଯାଉ । ଭାରତୀୟ ଭାଷାମାନଙ୍କରେ ଏହି ଇ-ସଂସ୍କରଣ, ଇଣ୍ଟରନେଟ, ମୋବାଇଲ ଫୋନ, ଟିଭି ଏବଂ ରେଡିଓ ମାଧ୍ୟମରେ ସମସ୍ତଙ୍କ ପାଇଁ କାର୍ଯ୍ୟକ୍ଷମ ହେଉ, ଏହା ଉପରେ କାର୍ଯ୍ୟ କରିବାକୁ ହେବ।

ଭାରତୀୟ ସାଙ୍କେତିକ ଭାଷାରେ ମଧ୍ୟ ଆମେ ଏଭଳି ପାଠ୍ୟକ୍ରମ ବିକଶିତ କରୁଛୁ, ଯାହାକି ଦିବ୍ୟାଙ୍ଗ ଯୁବକମାନଙ୍କୁ ସଶକ୍ତ କରୁଛି । ଏଥିରେ ମଧ୍ୟ ସଦା ସର୍ବଦା ସୁଧାର କରି ଚାଲିବା ଏବଂ ଏହା​‌ ମଧ୍ୟ ହେଉଛି ବହୁତ ଜରୁରୀ। ଡିଜିଟାଲ ଟୁଲ୍ସ, ଡିଜିଟାଲ କଣ୍ଟେଟକୁ କିଭଳି ଉନ୍ନତ ଉପାୟରେ ଯୋଗାଇ ଦିଆଯାଇ ପାରିବ, ଏଥିାଇଁ ଆମକୁ ଆମ ଶିକ୍ଷକମାନଙ୍କୁ ମଧ୍ୟ ଅନ୍ ଲାଇନ୍ ପ୍ରଶିକ୍ଷିତ କରିବା ଉପରେ ଗୁରୁତ୍ୱ ଦେବାକୁ ହେବ।

ସାଥୀଗଣ,

ଡାଇନାମିକ ସ୍କିଲିଂ, ଆତ୍ମନିର୍ଭର ଭାରତ ପାଇଁ ଏବଂ ବୈଶ୍ୱିକ ପ୍ରତିଭା ଚାହିଦା ହିସାବରେ ମଧ୍ୟ ବହୁତ ଗୁରୁତ୍ୱୂର୍ଣ୍ଣ । ପୁରାତନ ନିଯୁକ୍ତି ସୁଯୋଗ ଯେଉଁଭଳି ଭାବେ ଦ୍ରୁତ ଗତିରେ ପରିବର୍ତ୍ତନ ହେଉଛି, ସେହି ଅନୁସାରେ ଆମକୁ ଆମର ଜନସଂଖ୍ୟା ବିଭାଜନକୁ ଦ୍ରୁତ ଗତିରେ ପ୍ରସ୍ତୁତ କରିବାକୁ ହେବ । ଏଥିପାଇଁ ଶୈକ୍ଷିକ ଏବଂ ଉଦ୍ୟୋଗକୁ ମିଶ୍ରଣ କରି ପ୍ରୟାସ କରିବାର ଆବଶ୍ୟକତା ରହିଛି । ଦକ୍ଷତା ବିକାଶ ପାଇଁ ଯୋଗ୍ୟତା ଏବଂ ଜୀବନ ଓ ଇ-ସ୍କିଲିଂ ଲ୍ୟାବର ଯେଉଁ ଘୋଷଣା ବଜେଟରେ କରାଯାଇଛି, ତାହା ପଛରେ ଏହି ଚିନ୍ତାଧାରା ରହିଛି।

ସାଥୀଗଣ,

ଆଜି ପର୍ଯ୍ୟଟନ ଉଦ୍ୟୋଗ, ଡ୍ରୋନ ଶିଳ୍ପ, ଆନିମେସନ୍ ଏବଂ କାର୍ଟୁନ ଶିଳ୍ପ, ପ୍ରତିରକ୍ଷା ଉଦ୍ୟୋଗ, ଏଭଳି ଉଦ୍ୟୋଗ ଉପରେ ଆମର ବହୁତ ଅଧିକ ଦୃଷ୍ଟି ରହିଛି । ଏହି କ୍ଷେତ୍ର ସହିତ ଜଡ଼ିତ ବର୍ତ୍ତମାନର ଉଦ୍ୟୋଗଗୁଡ଼ିକ ଏବଂ ଷ୍ଟାର୍ଟ-ଅପ୍ସ ପାଇଁ ଆମକୁ ପ୍ରଶିକ୍ଷିତ ମାନବ ସମ୍ବଳର ଆବଶ୍ୟକତା ରହିଛି । ଆନିମେସନ୍, ଭିଜୁଆଲ ଇଫେକ୍ଟ, ଗେମିଙ୍ଗ ଏବଂ କମିକ କ୍ଷେତ୍ରର ବିକାଶ ପାଇଁ ଟାସ୍କ ଫୋର୍ସର ଗଠନ ଏଥିରେ ବହୁତ ସାହାଯ୍ୟ କରିବାକୁଯାଉଛି । ଏହିଭଳି ଭାବେ, ସହରୀ ଯେଜନା ଏବଂ ଡିଜାଇନିଂ ହେଉଛି ଦେଶର ଆବଶ୍ୟକତା ମଧ୍ୟ ଆଉ ଯୁବକମାନଙ୍କ ପାଇଁ ସୁଯୋଗ ମଧ୍ୟ । ସ୍ବାଧୀନତାର ଅମୃତ କାଳରେ ଭାରତ ନିଜର ଅର୍ବାନ ଲ୍ୟାଣ୍ଡସ୍କେପକୁ ରୂପାନ୍ତରଣ କରିବା ଆଡ଼କୁ ଦ୍ରୁତ ଗତିରେ ବଢ଼ି ଚାଲିଛି । ଏଥିାଇଁ ଏଆଇସିଟିଇ ଭଳି ସଂସ୍ଥାନଗୁଡ଼ିକ ଠାରୁ ଦେଶକୁ ଏହି ପ୍ରକାରର ବିଶେଷ ଆଶା ରହିଛି ଯେ ଏହା ସହିତ ଜଡ଼ିତ ଶିକ୍ଷା ଏବଂ ପ୍ରଶିକ୍ଷଣରେ କ୍ରମାଗତ ଭାବେ ସୁଧାର ହେବ।

ସାଥୀଗଣ,

ଶିକ୍ଷା କ୍ଷେତ୍ର ଦ୍ୱାରା ଆମେ ଆତ୍ମନିର୍ଭର ଭାରତର ଅଭିଯାନକୁ କିଭଳି ସଶକ୍ତ କରିବା, ଏହା ଉପରେ ଆପଣ ସମସ୍ତଙ୍କର ପରାମର୍ଶ ଦେଶର କାର୍ଯ୍ୟରେ ଆସିବ । ମୋର ବିଶ୍ୱାସ ରହିଛି ଯେ ଆମ ସମସ୍ତଙ୍କର ମିଳିତ ପ୍ରୟାସ ଗୁଡ଼ିକ ଦ୍ୱାରା ବଜେଟରେ ସ୍ଥିର କରଯାଇଥିବା ଲକ୍ଷ୍ୟଗୁଡ଼ିକୁ ଆମେ ଦ୍ରୁତ ଗତିରେ କାର୍ଯ୍ୟକାରୀ କରିପାରିବା । ମୁଁ ମଧ୍ୟ ଏହା କହିବାକୁ ଚାହିଁବି ଯେ ଆମର ପ୍ରାଥମିକ ଶିକ୍ଷା ହେଉଛି ଗାଁ ପର୍ପ୍ୟନ୍ତ ସୀମିତ, ଏହା ଅନୁଭବ ହେଉଛି ଯେ ସ୍ମାର୍ଟ କ୍ଲାସ ଦ୍ୱାରା, ଆନିମେସନ ଦ୍ୱାରା, ଦୂର-ଦୂରାନ୍ତର ସୁଦୂର ଶିକ୍ଷା ଦ୍ୱାରା କିମ୍ବା ଆମର ଯେଉଁ ନୂତନ ପରିକଳ୍ପନା ରହିଛି ଯେ ଗୋଟିଏ ଶ୍ରେଣୀ, ଗୋଟିଏ ଚ୍ୟାନେଲ ଦ୍ୱାରା ଆମେ ଗାଁ ପର୍ଯ୍ୟନ୍ତ ଉତ୍ତମ ଗୁଣାତ୍ମକ ଶିକ୍ଷାର ବ୍ୟବସ୍ଥା କରି ପାରିବା । ବଜେଟରେ ଏହାର ବ୍ୟବସ୍ଥା ରହିଛି । ଆମେ ଏହାକୁ କିପରି ଲାଗୁ କରି ପାରିବା ।

ଆଜି ଆମେ ଯେତେବେଳେ ବଜେଟକୁ ନେଇ ଚର୍ଚ୍ଚା କରୁଛୁ, ସେତେବେଳେ ଆଜି ଏହି ଆଶା କରୁ ନାହୁଁ ଯେ ବଜେଟ କିଭଳି ହେବ, କାହିଁକି ନା ତାହା ତ ହୋଇଗଲା। ଏବେ ଆପଣଙ୍କ ପାଖରୁ ଏହି ଆଶା ରହିଛି ଯେ ବଜେଟର ଯେଉଁ ସବୁ ଦିଗ ରହିଛି ସେ ସବୁକୁ ନିରବଚ୍ଛିନ୍ନ ଭାବରେ ତୃଣମୂଳ ସ୍ତରରେ କିଭଳି ଲାଗୁ କରିବା । ଆପଣମାନେ ବଜେଟର ଅଧ୍ୟୟନ କରିଥିବେ, ଆପଣମାନେ କ୍ଷେତ୍ରରେ କାର୍ଯ୍ୟ କରୁଛନ୍ତି, ବଜେଟ ଏବଂ ଆପଣଙ୍କର କାର୍ଯ୍ୟ ଆଉ ଶିକ୍ଷା ବିଭାଗର, କୌଶଳ ବିକାଶର ଆଶା ରହିଛି । ଏହି ତିନୋଟିକୁ ମିଶାଇ ଯଦି ଆମେ ଏକ ଉତ୍ତମ ରୋଡ଼ ମ୍ୟାପ୍ ନିର୍ମାଣ କରି ଦେଇ ପାରିବା, ଆମେ ସମୟ ନିର୍ଦ୍ଧାରଣ କରି କାର୍ଯ୍ୟ ଆରମ୍ଭ କରିଦେବା, ଆମର ଏଠାରେ ଆପଣମାନେ ଦେଖିଥିବେ ଆମେ ବଜେଟକୁ ପ୍ରାୟତଃ ଏକ ମାସ ପୂର୍ବରୁ କରି ଦେଲୁ।

ପୂର୍ବରୁ ବଜେଟ 28 ଫେବୃଆରୀରେ ହେଉଥିଲା ଏବେ ଏହାକୁ 1 ଫେବୃଆରୀକୁ ନେଇ ଆସିଲୁ, କାହିଁକି, ତେବେ ବଜେଟ 1 ଅପ୍ରେଲରୁ ଲାଗୁ ହେଉ, ତା’ ପୂର୍ବରୁ ବଜେଟ ଉପରେ ସମସ୍ତେ ବିସ୍ତୃତ ଭାବେ ବ୍ୟବସ୍ଥା କରି ନିଅନ୍ତୁ । ଫଳରେ 1 ଅପ୍ରେଲରୁ ବଜେଟକୁ କାର୍ଯ୍ୟକ୍ଷମ କରିବା ଆରମ୍ଭ କରି ପାରିବା । ଆମର ସମୟ ନଷ୍ଟ ନ ହେଉ । ଆଉ ମୁଁ ଚାହିଁବି ଯେ ଆପଣମାନେ ସେଥିରେ ଖୁବ... ଏବେ ଆପଣମାନେ ଯେଭଳି ଦେଖିଥିବେ, ଏହା ଠିକ୍ ଅଛି, କିଛି ଜିନିଷ ଏଭଳି ରହିଛି ଯାହା ଶିକ୍ଷା ବିଭାଗ ସହିତ ଯୋଡ଼ି ହୋଇ ନାହିଁ। ଏବେ ଦେଶ ଚିନ୍ତା କରିଛି ଯେ ବହୁତ ବ୍ୟାପକ ସ୍ତରରେ  ସୈନିକ ସ୍କୁଲଗୁଡ଼ିକୁ ଆମେ ସରକାରୀ-ଘରୋଇ ଭାଗିଦାରୀ ମଡେଲ ଆଡ଼କୁ ଆଗକୁ ବଢ଼ିବା। ଏବେ ସୈନିକ ସ୍କୁଲ କିଭଳି ହେବ, ସରକାରୀ-ଘରୋଇ ଭାଗିଦାରୀ ମଡେଲ କିଭଳି ହେବ, ପ୍ରତିରକ୍ଷା ମନ୍ତ୍ରଣାଳୟ ସେଥିାଇଁ ବଜେଟ ଦେବାକୁ ଯାଉଛି, ତେବେ ଯେଉଁ ସୈନିକ ସ୍କୁଲ ନିର୍ମାଣ ହେବ ତାହାର ଶିକ୍ଷକମାନଙ୍କର ସ୍ୱତନ୍ତ୍ର ପ୍ରଶିକ୍ଷଣ କିଭଳି ହେବ, ଆଜି ଆମର ଯେଉଁ ଶିକ୍ଷକ ପ୍ରଶିକ୍ଷଣ ବ୍ୟବସ୍ଥା ସବୁ ରହିଛି, ସେଥିରେ କେବଳ ସୈନିକ ସ୍କୁଲର ଶିକ୍ଷକଙ୍କ ସ୍ୱତନ୍ତ୍ର ପ୍ରଶିକ୍ଷଣ ନୁହେଁ ସେଥିରେ ଶାରୀରିକ ଶିକ୍ଷା ବିଭାଗ ମଧ୍ୟ ରହିବ, ତାହାକୁ ଆମେ କିଭଳି କରି ପାରିବା।

ସେହିଭଳି ଭାବେ କ୍ରୀଡ଼ା । ଆମ ଦେଶରେ ଏହି ଅଲିମ୍ପିକ୍ସ ପରେ କ୍ରୀଡ଼ା ଏକ ବିଶେଷ ଆକର୍ଷଣ ସୃଷ୍ଟି କରିଛି। ଏହା ତ ହେଉଛି କୌଶଳ ଦୁନିଆର କଥା, କ୍ରୀଡ଼ା ଜଗତର ମଧ୍ୟ କଥା କାରଣ ଟେକ୍ନିକ, ଟେକ୍ନୋଲୋଜି, ଏଥିରେ ମଧ୍ୟ କ୍ରୀଡ଼ା ନିଜର ଏକ ବହୁତ ବଡ଼ ସ୍ଥାନ ସୃଷ୍ଟି କରି ସାରିଛି। ତେବେ ଆମେ ଯେତେବେଳେ ଏହା ଚିନ୍ତା କରୁଛୁ, ସେଥିରେ ଆମର କୌଣସି ଭୂମିକା ହୋଇ ପାରେ।

କ’ଣ ଆମେ କେବେ ଏହା ଚିନ୍ତା କରିଛେ ଯେଉଁ ଦେଶରେ ନାଳନ୍ଦା, ତକ୍ଷଶିଳା, ବଲ୍ଲଭୀ ଭଳି ଏତେ ବଡ଼ ଶିକ୍ଷା ସଂସ୍ଥାନ ଆଜି ଆମ ଦେଶର ପିଲାମାନେ ବିଦେଶରେ ପଢ଼ିବା ପାଇଁ ବାଧ୍ୟ ହେଉଛନ୍ତି, ଏହା କ’ଣ ଆମ୍ଭମାନଙ୍କ ପାଇଁ ସଠିକ୍ ? ଆମେ ଦେଖିବା ଆମ ଦେଶରୁ ବାହାରକୁ ଯେଉଁ ପିଲାମାନେ ଯାଉଛନ୍ତି, ଅମାପ-ଅସଂଖ୍ୟ ଅର୍ଥ ଖର୍ଚ୍ଚ ହେଉଛି, ସେହି ପରିବାର ଋଣ କରୁଛନ୍ତି । କ’ଣ ଆମେ ଆମ ଦେଶରେ ଦୁନିଆର ବିଶ୍ବବିଦ୍ୟାଳୟକୁ ଆଣି ଆମ ପିଲାମାନଙ୍କୁ, ହିଁ ଆମର ଏଠାକାର ପରିବେଶରେ ଆଉ କମ୍ ଖର୍ଚ୍ଚରେ ପାଠ ପଢ଼ିବା ପାଇଁ, ସେମାନଙ୍କ ପାଇଁ ଚିନ୍ତା କରି ପାରିବା ? ଅର୍ଥାତ୍ ପ୍ରାକ- ପ୍ରାଥମିକରୁ ନେଇ ସ୍ନାତକୋତ୍ତର ପର୍ପ୍ୟନ୍ତ, ଆମର ଯେଉଁ ସମ୍ପୂର୍ଣ୍ଣ ବ୍ୟବସ୍ଥା ରହିଛି, ତାହା କିଭଳି ଭାବେ ଏକବିଂଶ ଶତାବ୍ଦୀର ଅନୁକୂଳ ହୋଇ ପାରିବ?

ଆମ ବଜେଟରେ ଯାହା କିଛି ମଧ୍ୟ ହୋଇପାରିଛି... ଠିକ୍ ଅଛି, ଏହା ପରେ ମଧ୍ୟ କାହାକୁ ଯଦି ଲାଗିବ ଯେ ନା, ଏଭଳି ହୋଇ ଥାଆନ୍ତା ତେବେ ଭଲ ହୋଇ ଥାଆନ୍ତା, ଆଗାମୀ ବର୍ଷ ଏଥିପାଇଁ ଚିନ୍ତା କରିବା... ଆଗାମୀ ବଜେଟରେ ଚିନ୍ତା କରିବା। ଏବେ ଆମପାଖରେ ଯେଉଁ ବଜେଟ ଉପଲବ୍ଧ ଅଛି, ସେହି ବଜେଟକୁ ଆମେ ବାସ୍ତବତାରେ କିଭଳି ପରିଣତ କରିବା, ଉତ୍ତମରୁ ଅତି ଉତ୍ତମ ଢଙ୍ଗରେ କିଭଳି ବାସ୍ତବତାରେ ପରିଣତ କରିବା, ସର୍ବାଧିକ ପରିଣାମ କିଭଳି ମିଳି ପାରିବ, ପରିଣାମ ନୁହେଁ, ସର୍ବାଧିକ ପରିଣାମ କିଭଳି ମିଳି ପାରିବ। ଏବେ ଯେଭଳି ଅଟଳ ଟିଙ୍କରିଂ ଲ୍ୟାବ, ଅଟଳ ଟିଙ୍କରିଂ ଲ୍ୟାବର କାର୍ଯ୍ୟ ତଦାରଖ କରୁଥିବା ଲୋକ ହେଉଛନ୍ତି ଭିନ୍ନ, କିନ୍ତୁ ସେମାନଙ୍କର ସମ୍ବନ୍ଧ ତାଙ୍କର କୌଣସି ନା କୌଣସି ଶିକ୍ଷା ବ୍ୟବସ୍ଥା ସହିତ ଜଡ଼ିତ ରହିଛି । ଆମକୁ ନବସୃଜନର କଥା କରିବାକୁ ହେବ ତ ଅଟଳ ଟିଙ୍କରିଂ ଲ୍ୟାବକୁ ଆମେ କିଭଳି ଭାବେ ଆଧୁନିକ କରି ପାରିବା। ଅର୍ଥାତ ସମସ୍ତ ବିଷୟ ହେଉଛି ଏଭଳି ଯେ ବଜେଟ ପରିପ୍ରେକ୍ଷୀରେ ତଦାରଖ କରୁଥିବା ଲୋକ ହେଉଛନ୍ତି ଭିନ୍ନ, କିନ୍ତୁ ସେମାନଙ୍କର ସମ୍ବନ୍ଧ, ତାଙ୍କର କୌଣସି ନା କୌଣସି ଶିକ୍ଷା ବ୍ୟବସ୍ଥା ସହିତ ଜଡ଼ିତ ରହିଛି । ଆମକୁ ନବସୃଜନର କଥା କରିବାକୁ ହେବ ତ ଅଟଳ ଥିଙ୍କରିଂ ଲ୍ୟାବକୁ ଆମେ କିଭଳି ଭାବେ ଆଧୁନିକ କରି ପାରିବା। ଅର୍ଥାତ ସମସ୍ତ ବିଷୟ ହେଉଛି ଏଭଳି ଯେ ବଜେଟ ପରିପ୍ରେକ୍ଷୀରେ ଏବଂ ଜାତୀୟ ଶିକ୍ଷା ପରିପ୍ରେକ୍ଷୀରେ ଏହା ହେଉଛି ଏଭଳି ପ୍ରଥମ ବଜେଟ ଯାହାକୁ ଆମେ ତୁରନ୍ତ ଲାଗୁ କରି ସ୍ବାଧୀନତାର ଏହି ଅମୃତ ମହୋତ୍ସବରେ, ଅମୃତକାଳର ମୂଳଦୁଆ ରଖିବାକୁ ଚାହୁଁଛୁ।

ଆଉ ମୁଁ ଚାହୁଁଛି ଯେ ଆମକୁ ଏକ ବହୁତ ବଡ଼ ପରିବର୍ତ୍ତନ ଆଣିବାର ଆବଶ୍ୟକତା ରହିଛି, ଆପଣ ସମସ୍ତ ହୀତଧାରକଙ୍କ ସହିତ। ଆପଣମାନେ ଜାଣନ୍ତି ଯେତେବେଳେ ବଜେଟ ପ୍ରସ୍ତୁତ ହୋଇଥାଏ, ତା’ପରେ ଗୋଟିଏ ଅବକାଶ ସମୟ ରହିଥାଏ ଆଉ ସମସ୍ତ ସାଂସଦ ମିଳିମିଶି ଛୋଟ-ଛୋଟ ଗୋଷ୍ଠୀରେ ବଜେଟ ବିଷୟରେ ସୂକ୍ଷ୍ମତାର ସହିତ ଚର୍ଚ୍ଚା କରି ଥାଆନ୍ତି ଆଉ ବହୁତ ଭଲ ଭାବେ ଚର୍ଚ୍ଚା ହୋଇଥାଏ, ସେଥିରେ କିଛି ଭଲ କଥା ବାହାରି ଆସିଥାଏ, କିନ୍ତୁ ଆମେ ତାହାର ପରିସୀମାକୁ ଆଉ ଟିକେ ବୃଦ୍ଧି କରିଛୁ, ସାଂସଦମାନେ ତ ଏହି ଦିନଗୁଡ଼ିକରେ ହିଁ କରୁଛନ୍ତି, କିନ୍ତୁ ଏବେ ଆମେ ସିଧାସଳଖ ଭାବେ ବିଭାଗର ଲୋକମାନେ ହୀତଧାରକଙ୍କ ସହିତ କଥା ହେଉଛନ୍ତି।

ଅର୍ଥାତ୍ ଆମେ ଏକ ପ୍ରକାରରେ ସମସ୍ତଙ୍କର ପ୍ରୟାସ କଥା ଯାହା ମୁଁ କହୁଛି ନା, ‘ସମସ୍ତଙ୍କ ସହିତ, ସମସ୍ତଙ୍କର ବିକାଶ, ସମସ୍ତଙ୍କର ବିଶ୍ୱାସ, ସମସ୍ତଙ୍କର ପ୍ରୟାସ’... ଏହି ବଜେଟରେ ମଧ୍ୟ ସମସ୍ତଙ୍କର ପ୍ରୟାସ, ଏହା ହେଉଛି ଖୁବ୍ ଆବଶ୍ୟକ। ବଜେଟ, ଏହା କେବଳ ସଂଖ୍ୟାଗୁଡ଼ିକର ସମନ୍ବୟ ବା ଲେଖାଯୋଖା ନୁହେଁ ଆଜ୍ଞା। ଆମେ ଯଦି ସଠିକ୍ ଢଙ୍ଗରେ, ସଠିକ୍ ସମୟରେ, ସଠିକ୍ ଉପାୟରେ ବଜେଟର ଉପଯୋଗ କରିବା ତେବେ ଆମର ସୀମିତ ସଂସାଧନ ସହିତ ମଧ୍ୟ ଆମେ ବହୁତ ବଡ଼ ପରିବର୍ତ୍ତନ ଆଣି ପାରିବା । ଆଉ ଏହା ସେତେବେଳେ ସମ୍ଭବ ହୋଇ ପାରିବ ଯେତେବେଳେ ବଜେଟରେ କ’ଣ କରି ପାରିବା, ଏହାର ସ୍ପଷ୍ଟତା ଯଦି ସମସ୍ତଙ୍କ ମନରେ ଆସିବ।

ଆଜିକାର ଚର୍ଚ୍ଚାରେ ଶିକ୍ଷା ମନ୍ତ୍ରଣାଳୟ, କୌଶଳ ବିକାଶ ମନ୍ତ୍ରଣାଳୟ ସେମାନଙ୍କୁ ମଧ୍ୟ ବହୁତ ବଡ଼ ଲାଭ ହେବ। କାରଣ ଆପଣଙ୍କ କଥା ଦ୍ୱାରା ଏହି କଥା ସ୍ପଷ୍ଟ ହେବ ଯେ, ଏହି ବଜେଟ ହେଉଛି ବହୁତ ଭଲ, ହେଉଛି ଏମିତି, କିନ୍ତୁ ଏଥିରେ ଏଭଳି କରିବେ ତ ଅସୁବିଧା ହେବ, ସେଭଳି କରିବେ ତ ଠିକ୍ ହେବ। ବହୁତ ବାସ୍ତବ କଥା ବାହାରି ଆସିବ। ଆଣମାନେ ଖୋଲା ମନରେ ନିଜର ବିଚାର ଉପସ୍ଥାନ କରନ୍ତୁ । ମୂଳ କଥା ହେଉଛି ତତ୍ୱଜ୍ଞାନର ଚର୍ଚ୍ଚା ନୁହେଁ, ବ୍ୟବହାରିକ ଜୀବନରେ ଏହାକୁ କିଭଳି ଭାବେ ତୃରମୂଳ ସ୍ତରରେ କାର୍ଯ୍ୟକାରୀ କରିବା, ଭଲ ଭାବେ କିଭଳି କାର୍ଯ୍ୟକାରୀ କରିବା, ସରଳତାର ସହିତ କିଭଳି କାର୍ଯ୍ୟକାରୀ କରିବା, ସରକାର ଏବଂ ସାମାଜିକ ବ୍ୟବସ୍ଥା ଏହା ମଧ୍ୟରେ କୌଣସି ଦୂରତା ନ ରହୁ, ମିଳିମିଶି କିଭଳି କାର୍ଯ୍ୟ ହେବ, ଏଥିପାଇଁ ଏହି ଚର୍ଚ୍ଚା ହେଉଛି।

ମୁଁ ଆପଣ ସମସ୍ତଙ୍କୁ ଆଉ ଥରେ ପୁଣି ସାମିଲ ହେବା ପାଇଁ ଧନ୍ୟବାଦ ଜଣାଉଛି, ସାରା ଦିନ ଆପଣଙ୍କର ଯେଉଁ ଚର୍ଚ୍ଚା ଜାରି ରହିବ ସେଥିମଧ୍ୟରୁ ବହୁତ ଗୁଡ଼ିଏ ଭଲ ନିଷ୍କର୍ଷ ବାହାରିବ ଯେଉଁ କାରଣରୁ ବିଭାଗ ଦ୍ରୁତ ଗତିରେ ନିଷ୍ପତ୍ତି ନେଇ ପାରିବ ଆଉ ଆମେ ଆମର ସଂସାଧନ ଗୁଡ଼ିକର ସର୍ବୋତ୍ତମ ଉପଯୋଗ କରି ଆମେ ଉତମ ନିର୍ଣ୍ଣାୟକ ପରିଣାମ ସହିତ ଆଗାମୀ ବଜେଟ ପ୍ରସ୍ତୁତ କରିବା। ମୋର ଆପଣ ସମସ୍ତଙ୍କୁ ବହୁତ- ବହୁତ ଶୁଭକାମନା।

ବହୁତ- ବହୁତ ଧନ୍ୟବାଦ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
New I-T Act marks new chapter in India's tax administration, step towards Viksit Bharat: CBDT

Media Coverage

New I-T Act marks new chapter in India's tax administration, step towards Viksit Bharat: CBDT
NM on the go

Nm on the go

Always be the first to hear from the PM. Get the App Now!
...
PM chairs CCS Meeting to review measures being taken in the context of ongoing West Asia Conflict
April 01, 2026
Interventions across agriculture, fertilizers, shipping, aviation, logistics and MSMEs to mitigate emerging challenges discussed
Supply diversification for LPG and LNG, fuel duty reduction and power sector measures reviewed to ensure stability of essential supplies
Steps being taken to ensure stable prices of essential commodities and strict action against hoarding and black-marketing
Control Rooms set up for constant monitoring and interaction with States/UTs on prices and enforcement of Essential Commodities Act
Various efforts being taken to ensure fertilizer supply such as maintaining Urea Production and coordination with overseas suppliers for DAP/NPKS supplies
PM assesses availability of critical needs for the common man
PM discusses availability of fertilisers in the country and steps being taken to ensure its availability in the Kharif and Rabi seasons
PM directs that all efforts must be made to safeguard the citizens from the impact of this conflict
PM underlines the need for timely & smooth flow of authentic information to the public to prevent misinformation and rumour mongering
Enough coal stock exists which shall serve power needs adequately in coming months

Prime Minister Shri Narendra Modi chaired a meeting of the Cabinet Committee on Security (CCS) to review measures taken by various Ministries/Departments and also discussed further initiatives to be taken in the context of the ongoing West Asia conflict, at 7 Lok Kalyan Marg today. This was the second special CCS meeting on this issue.

Cabinet Secretary briefed about the action taken to ensure supply of petroleum products, particularly LNG/LPG, and sufficient power availability. Sources are being diversified for procurement of LPG with new inflows from different countries. Similarly, Liquefied Natural Gas (LNG) is being sourced from different countries. He further briefed that LPG prices for domestic consumers have remained the same and Anti-diversion enforcement to curb hoarding and black marketing of LPG is being conducted regularly.

Initiatives have also been taken to expand Piped Natural Gas connections. Measures like exempting the gas-based power plants with a capacity of 7-8 GW from gas pooling mechanism and increasing of rake for positioning more coal at thermal power stations etc. have also been taken to ensure availability of power during the peak summer months.

Further, interventions proposed to be taken for emerging challenges in various other sectors such as agriculture, civil aviation, shipping and logistics were also discussed.

Various efforts like maintaining urea production to meet requirements, coordinating with overseas supplies for DAP/NPKS suppliers are being taken to ensure fertilizer supply. State governments are being requested to curb black marketing, hoarding, and diversion of fertilizers through daily monitoring, raids, and strict action.

The retail prices of food commodities have been stable over the past one month. Control Rooms have been set up for constant monitoring and interaction with States/UTs on prices and enforcement of Essential Commodities Act. The prices of agricultural products , vegetables and fruits are also being monitored.

Efforts to globally diversify our sources for energy, fertilizers and other supply chains, and international initiatives for securing safe passage of vessels through the strait of Hormuz and ongoing diplomatic efforts are being taken.

Enhanced coordination, real-time communication, and proactive measures across central, state, and district levels to drive effective information dissemination and public awareness amid the evolving crisis is being undertaken.

Prime Minister assessed the availability of critical needs for the common man. He discussed availability of fertilisers in the country and steps being taken to ensure its availability in the Kharif and Rabi seasons. He said that all efforts must be made to safeguard the citizens from the impact of this conflict. Prime Minister also emphasised smooth flow of authentic information to the public to prevent misinformation and rumour mongering.

Prime Minister directed all concerned departments to take all possible measures to ameliorate the problems of citizens and sectors affected by the ongoing global situation.