‘‘ବିଗତ ୬ ବର୍ଷ ମଧ୍ୟରେ କୃଷି ବଜେଟ ବହୁଗୁଣ ବୃଦ୍ଧି ପାଇଛି। ଗତ ସାତ ବର୍ଷ ମଧ୍ୟରେ ଚାଷୀଙ୍କୁ ଦିଆଯାଉଥିବା କୃଷି ଋଣ ପରିମାଣ ମଧ୍ୟ ଅଢ଼େଇ ଗୁଣ ବଢ଼ିଛି’’
‘‘୨୦୨୩କୁ ଅନ୍ତର୍ଜାତୀୟ ମୋଟା ଶସ୍ୟ ବର୍ଷ ଭାବେ ମାନ୍ୟତା ଦିଆଯାଇଥିବାରୁ, କର୍ପୋରେଟ୍‌ ଜଗତ ଭାରତୀୟ ମୋଟା ଶସ୍ୟର ବ୍ରାଣ୍ଡିଂ ଏବଂ ପ୍ରୋତ୍ସାହନ ପାଇଁ ଆଗେଇ ଆସିବା ଉଚିତ୍‌’’
‘‘ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଏକବିଂଶ ଶତାବ୍ଦୀରେ କୃଷି ଏବଂ ଚାଷ ସଂକ୍ରାନ୍ତ ଧାରାକୁ ସମ୍ପୂର୍ଣ୍ଣ ବଦଳାଇ ଦେବ’’
‘‘ଦେଶରେ ଗତ ୩-୪ ବର୍ଷ ମଧ୍ୟରେ, ୭୦୦ରୁ ଅଧିକ କୃଷି ଷ୍ଟାର୍ଟଅପ ସୃଷ୍ଟି ହୋଇଛି’’
‘‘ସରକାର ଏକ ନୂଆ ସମବାୟ ମନ୍ତ୍ରଣାଳୟ ଗଠନ କରିଛନ୍ତି। ସମବାୟ ସଂସ୍ଥାଗୁଡ଼ିକୁ ଏକ ସଫଳ ବ୍ୟବସାୟିକ ଉଦ୍ୟମରେ କିଭଳି ପରିଣତ କରିବାକୁ ହେବ ଆପଣମାନେ ସେହି ଲକ୍ଷ୍ୟ ହାସଲ ଦିଗରେ କାର୍ଯ୍ୟ କରିବା ଉଚିତ୍‌’’

ନମସ୍କାର, 

ମନ୍ତ୍ରିମଣ୍ଡଳରେ ମୋର ସହଯୋଗୀ, ସମସ୍ତ ରାଜ୍ୟ ସରକାରଙ୍କ ପ୍ରତିନିଧିଗଣ, ଶିଳ୍ପ ଏବଂ ଶିକ୍ଷାୟତନ ସହିତ ଜଡିତ ସମସ୍ତ ସାଥୀ, କୃଷି ବିଜ୍ଞାନ ସହିତ ଜଡିତ ଆମର ସମସ୍ତ କୃଷକ ଭାଇ-ଭଉଣୀ, ଏବଂ ମାତା ଓ ସୁଜନମାନେ । ଏହା ଏକ ସୁଖଦ ସଂଯୋଗ ଯେ ତିନିବର୍ଷ ପୂର୍ବେ ଆଜିର ହିଁ ଦିନରେ ପିଏମ୍ କିଷାନ ସମ୍ମାନନିଧିର ଶୁଭାରମ୍ଭ କରାଯାଇଥିଲା । ଏହି ଯୋଜନା ଆଜି ଦେଶର କ୍ଷୁଦ୍ର ଚାଷୀମାନଙ୍କର ବହୁତ ବଡ ସମ୍ବଳ ପାଲଟିଛି । 

ଏହାଦ୍ୱାରା ଦେଶର ୧୧କୋଟି କୃଷକଙ୍କୁ ପ୍ରାୟ ୧ଲକ୍ଷ ୭୫ହଜାର କୋଟି ଅର୍ଥ ରାଶି ପ୍ରଦାନ କରାଯାଇସାରିଛି। ଏହି ଯୋଜନାରେ ମଧ୍ୟ ଆମେ ସ୍ମାର୍ଟନେସର ଅନୁଭବ କରିପାରିବା । କେବଳ ଗୋଟିଏ କ୍ଲିକ୍‌ରେ ୧୦-୧୨କୋଟି କୃଷକଙ୍କ ବ୍ୟାଙ୍କ ଖାତାରେ ସିଧାସଳଖ ଅର୍ଥ ହସ୍ତାନ୍ତର ହେବା, ଏହା କୌଣସି ଭାରତୀୟଙ୍କୁ, ଯେକୌଣସି ହିନ୍ଦୁସ୍ଥାନୀ ପାଇଁ ଗର୍ବ କରିବା ଭଳି ବିଷୟ ଅଟେ । 

ବନ୍ଧୁଗଣ, 

ଗତ ୭ବର୍ଷ ମଧ୍ୟରେ ଆମେ ବିହନଠାରୁ ବଜାର ପର୍ଯ୍ୟନ୍ତ ଏଭଳି ଅନେକ ନୂଆ ନୂଆ ବ୍ୟବସ୍ଥା ପ୍ରସ୍ତୁତ କରିଛୁ, ପୁରୁଣା ବ୍ୟବସ୍ଥା ଗୁଡିକରେ ଉନ୍ନତି ଆଣିଛୁ । କେବଳ ୬ବର୍ଷ ମଧ୍ୟରେ କୃଷି ବଜେଟ୍ ଅନେକ ଗୁଣରେ ବୃଦ୍ଧି ପାଇଛି । କୃଷକମାନଙ୍କ ପାଇଁ ଋଣ ମଧ୍ୟ ୭ବର୍ଷ ଭିତରେ ଅଢେଇଗୁଣ ବୃଦ୍ଧି କରାଯାଇଛି । କରୋନାର କଠିନ ସମୟରେ ମଧ୍ୟ ସ୍ୱତନ୍ତ୍ର ଅଭିଯାନ ଚଳାଇ ଆମେ ତିନିକୋଟି କ୍ଷୁଦ୍ର ଚାଷୀଙ୍କୁ କେସିସିର ସୁବିଧାରେ ସାମିଲ କରିଛୁ । ପ୍ରାଣୀ ଓ ମତ୍ସ୍ୟ ସମ୍ପଦ ସହ ଜଡିତ କୃଷକମାନଙ୍କ ପାଇଁ ଏହି ସୁବିଧାର ବିସ୍ତାର ମଧ୍ୟ କରାଯାଇଛି । ଅତି କ୍ଷୁଦ୍ର ଜଳସେଚନର ନେଟୱାର୍କ ଯେତିକି ସଶକ୍ତ ହୋଇଚାଲିଛି, ତାହା ଦ୍ୱାରା ମଧ୍ୟ କ୍ଷୁଦ୍ର ଚାଷୀମାନଙ୍କୁ ଅନେକ ସହାୟତା ମିଳୁଛି । 

ବନ୍ଧୁଗଣ,

ଏହି ସବୁ ପ୍ରୟାସ ଦ୍ୱାରା ପ୍ରତ୍ୟେକ ବର୍ଷ କୃଷକମାନେ ରେକର୍ଡ ପରିମାଣର ଉତ୍ପାଦନ କରୁଛନ୍ତି ଏବଂ ଏମ୍‌ଏସପିରେ କ୍ରୟର ମଧ୍ୟ ନୂଆ ରେକର୍ଡ ସ୍ଥାପିତ ହେଉଛି । ଜୈବିକ କୃଷିକୁ ପ୍ରୋତ୍ସାହନ ଦେବା କାରଣରୁ ଆଜି ଜୈବିକ ଉତ୍ପାଦର ବଜାର ୧୧ହଜାର କୋଟି ଟଙ୍କା ହୋଇସାରିଲାଣି । ଏହାର ରପ୍ତାନୀ ମଧ୍ୟ ୬ବର୍ଷ ମଧ୍ୟରେ ୨ହଜାର କୋଟିରୁ ବୃଦ୍ଧି ପାଇ ୭ହଜାର କୋଟି ଟଙ୍କାରୁ ଅଧିକ ହୋଇଛି । 

ବନ୍ଧୁଗଣ, 

ଚଳିତବର୍ଷର କୃଷି ବଜେଟ୍ ବିଗତବର୍ଷ ଗୁଡିକର ଏହିସବୁ ପ୍ରୟାସକୁ ଜାରି ରଖିଛି, ସେସବୁର ବିସ୍ତାର କରୁଛି । ଏହି ବଜେଟ୍‌ରେ କୃଷିକୁ ଆଧୁନିକ ଏବଂ ସ୍ମାର୍ଟ କରିବା ପାଇଁ ମୁଖ୍ୟତଃ ସାତୋଟି ମାର୍ଗ ପ୍ରଦାନ କରାଯାଇଛି । 

ପ୍ରଥମ-ଗଙ୍ଗାର ଉଭୟ ପାଶ୍ୱର୍ରେ ୫କିଲୋମିଟର ସୀମା ମଧ୍ୟରେ ପ୍ରାକୃତିକ କୃଷିକୁ ମିଶନ ଆକାରରେ କାର୍ଯ୍ୟକାରୀ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି । ସେଥିରେ ହର୍‌ବାଲ ଔଷଧକୁ ମଧ୍ୟ ଗୁରୁତ୍ୱ ଦିଆଯାଉଛି । ଫଳ,ଫୁଲ ଉପରେ ମଧ୍ୟ ପ୍ରାଧାନ୍ୟ ଦିଆଯାଉଛି ।

ଦ୍ୱିତୀୟ- କୃଷି ଏବଂ ଉଦ୍ୟାନ କୃଷିରେ ଆଧୁନିକ ଜ୍ଞାନ କୌଶଳ କୃଷକମାନଙ୍କୁ ଉପଲବ୍ଧ କରାଯିବ । 

ତୃତୀୟ-ଖାଇବା ତେଲର ଆମଦାନୀକୁ ହ୍ରାସ କରିବା ନିମନ୍ତେ ମିଶନ ଅଏଲ ପାମ୍ ସହିତ ତୈଳବୀଜ ଚାଷ ଉପରେ ଆମେ ଯେତିକି ଜୋର୍ ଦେଇପାରିବା, ତାହାକୁ ସଶକ୍ତ କରିବା ଉପରେ ଆମେ ପ୍ରୟାସ କରୁଛୁ ଏବଂ ଏହି ବଜେଟରେ ଏହା ଉପରେ ଗୁରୁତ୍ୱ ଦିଆଯାଇଛି ।

ଏହାଛଡା ଚତୁର୍ଥ ଲକ୍ଷ୍ୟ ହେଉଛି ଯେ- କୃଷି ସହ ଜଡିତ ଉତ୍ପାଦର ପରିବହନ ନିମନ୍ତେ ପିଏମ ଗତି-ଶକ୍ତି ଯୋଜନା ଦ୍ୱାରା ଲଜିଷ୍ଟିକ୍ସର ନୂଆ ବ୍ୟବସ୍ଥା ସବୁ ପ୍ରସ୍ତୁତ କରାଯିବ । 

ବଜେଟରେ ପଞ୍ଚମ ସମାଧାନ ଦିଆଯାଇଛି ଯେ-କୃଷି-ବର୍ଜ୍ୟ ପରିଚାଳନାକୁ ଅଧିକ ବ୍ୟବସ୍ଥିତ କରାଯିବ, ବର୍ଜ୍ୟଠାରୁ ଊର୍ଜା ପର୍ଯ୍ୟନ୍ତ ଉପାୟଗୁଡିକ ଦ୍ୱାରା କୃଷକମାନଙ୍କ ଆୟ ବୃଦ୍ଧି କରାଯିବ ।

 ଷଷ୍ଠ ସମାଧାନ ହେଉଛି ଯେ ଦେଶର ଦେଢଲକ୍ଷରୁ ମଧ୍ୟ ଅଧିକ ଡାକଘରରେ ନିୟମିତ ବ୍ୟାଙ୍କ ଭଳି ସୁବିଧା ଉପଲବ୍ଧ ହେବ, ଯାହାଫଳରେ କୃଷକମାନେ ଅସୁବିଧାର ସମ୍ମୁଖୀନ ହେବନାହିଁ ।

ଏବଂ ସପ୍ତମ ଏହି ଯେ-କୃଷି ଗବେଷଣା ଓ ଶିକ୍ଷା ସହ ଜଡିତ ପାଠ୍ୟକ୍ରମରେ କୌଶଳବିକାଶ, ମାନବସମ୍ବଳ ବିକାଶରେ ଆଜିର ଆଧୁନିକ ସମୟ ଅନୁଯାୟୀ ପରିବର୍ତ୍ତନ ଅଣାଯିବ । 

ବନ୍ଧୁଗଣ, 

ଆଜି ବିଶ୍ୱରେ ସ୍ୱାସ୍ଥ୍ୟ, ସଚେତନତା ବଢିବାରେ ଲାଗିଛି । ପରିବେଶ ଅନୁକୂଳ ଜୀବନଶୈଳୀ ପ୍ରତି ସଚେତନତା ବୃଦ୍ଧି ପାଇବାରେ ଲାଗିଛି । ଅଧିକରୁ ଅଧିକ ଲୋକ ଏହା ଆଡକୁ ଆକର୍ଷିତ ହେଉଛନ୍ତି । ଏହାର ଅର୍ଥ ଏହି ଯେ ଏହାର ବଜାର ମଧ୍ୟ ବଢିବାରେ ଲାଗିଛି । ଆମେ ଏହା ସହ ଜଡିତ ଯେଉଁ ବିଷୟଗୁଡିକ ରହିଛି, ଯେପରି ପ୍ରାକୃତିକ କୃଷି, ଜୈବିକ କୃଷି ଆଦି ସାହାଯ୍ୟରେ ଏହାର ବଜାରକୁ ଆୟତ କରିବା ପାଇଁ ପ୍ରୟାସ କରିପାରିବା । ପ୍ରାକୃତିକ କୃଷିର ସୁଫଳ ପ୍ରତ୍ୟେକ ବ୍ୟକ୍ତିଙ୍କ ନିକଟରେ ପହଞ୍ଚାଇବାରେ ଆମର କୃଷି ବିଜ୍ଞାନ କେନ୍ଦ୍ର ଏବଂ କୃଷି ବିଶ୍ୱବିଦ୍ୟାଳୟକୁ ସମ୍ପୂର୍ଣ୍ଣ କ୍ଷମତାର ସହ ସାମିଲ ହେବାକୁ ପଡିବ । ଆମର କେବିକେ ଗୁଡିକ ଗୋଟିଏ ଗୋଟିଏ ଗାଁକୁ ପୋଷ୍ୟଭାବେ ଗ୍ରହଣ କରିପାରିବେ । ଆମର କୃଷି ବିଶ୍ୱବିଦ୍ୟାଳୟ ଶହେରୁ ୫ଶହ କୃଷକଙ୍କୁ ଆଗାମୀ ଏକବର୍ଷ ମଧ୍ୟରେ ପ୍ରାକୃତିକ କୃଷି ଆଡକୁ ଆଣିବାର ଲକ୍ଷ୍ୟ ରଖିପାରନ୍ତି । 

ବନ୍ଧୁଗଣ, 

ଆଜିକାଲି ଆମର ମଧ୍ୟବିତ୍ତ ଶ୍ରେଣୀ ପରିବାରରେ, ଉଚ୍ଚ ମଧ୍ୟବିତ୍ତ ଶ୍ରେଣୀ ପରିବାରରେ ଆଉ ଏକ ଧାରା ନଜରକୁ ଆସୁଛି । ପ୍ରାୟତଃ ଦେଖାଯାଉଛି ଯେ ସେମାନଙ୍କର ଖାଇବା ଟେବୁଲରେ ବହୁତ ପ୍ରକାର ଜିନିଷ ପହଂଚିଯାଇଛି । ପ୍ରୋଟିନ ନାମରେ, କ୍ୟାଲସିୟମ ନାମରେ, ଏଭଳି ଅନେକ ଉତ୍ପାଦ ଏବେ ଖାଇବା ଟେବୁଲରେ ସ୍ଥାନ ଅକ୍ତିଆର କରିବାରେ ଲାଗିଛନ୍ତି । ଏସବୁ ମଧ୍ୟରେ ଅନେକଗୁଡିଏ ଉତ୍ପାଦ ବିଦେଶରୁ ଆସୁଛି ଏବଂ ଏସବୁ ଭାରତୀୟ ରୁଚି ଅନୁଯାୟୀ ମଧ୍ୟ ନୁହଁ । ଯେତେବେଳେ କି ସମସ୍ତ ଉତ୍ପାଦ ଆମ ଭାରତୀୟ ଉତ୍ପାଦ, ଯାହା ଆମର କୃଷକମାନେ ଅମଳ କରନ୍ତି, ସେଥିରେ ସବୁକିଛି ରହିଛି, କିନ୍ତୁ ଆମେ ଠିକ୍ ଭାବରେ ପ୍ରସ୍ତୁତ କରିପାରୁନାହୁଁ । ଏହାର ବିପଣନ କରିପାରୁନାହୁଁ, ଏବଂ ଏଥିପାଇଁ ଆମକୁ ପ୍ରୟାସ କରିବାକୁ ହେବ, ଏଥିରେ ମଧ୍ୟ ଭୋକାଲ ଫର ଲୋକାଲର ଆବଶ୍ୟକତା ରହିଛି । 

ଭାରତୀୟ ଅନ୍ନ, ଭାରତୀୟ ଫସଲରେ ମଧ୍ୟ ସେସବୁ ବହୁତ ମାତ୍ରାରେ ଉପଲବ୍ଧ ହୋଇଥାଏ ଏବଂ ଆମ ସ୍ୱାଦ ଅନୁଯାୟୀ ମଧ୍ୟ ହୋଇଥାଏ । ସମସ୍ୟା ଏହା ଯେ ଆମର ଏଠି ଏହା ଉପରେ ଏତେଟା ସଚେତନତା ନାହିଁ । ଅନେକ ଲୋକଙ୍କର ଏହା ବିଷୟରେ ଜ୍ଞାନ ନାହିଁ । କିଭଳି ଆମେ ଭାରତୀୟ ଅନ୍ନକୁ ପ୍ରସାରିତ କରିପାରିବା, ଏହା ଉପରେ ମଧ୍ୟ ଧ୍ୟାନ ଦେବାକୁ ପଡିବ । 

ବନ୍ଧୁଗଣ, 

ଆମେ ଦେଖୁଛୁ ଯେ, କରୋନା ସମୟରେ ଆମର ଏଠାକାର ମସଲା ହଳଦୀ ଭଳି ଜିନିଷର ଆକର୍ଷଣ ବହୁମାତ୍ରାରେ ବୃଦ୍ଧି ପାଇଛି । ୨୦୨୩ ବର୍ଷ ଆନ୍ତର୍ଜାତୀୟ ବାଜରା ବର୍ଷ ଅଟେ । ଏଥିରେ ମଧ୍ୟ ଆମର ଶିଳ୍ପ ଜଗତ ଆଗକୁ ଆସୁ ଭାରତର ବାଜରାକୁ ବ୍ରାଣ୍ଡି କରୁ, ପ୍ରଚାର କରୁ, ଆମର ଯେଉଁ ମୋଟା ଧାନ ରହିଛି ଏବଂ ଅନ୍ୟାନ୍ୟ ଦେଶରେ ଆମର ଯେଉଁ ମିଶନଗୁଡିକ ରହିଛି, ସେସବୁ ମଧ୍ୟ ନିଜ ଦେଶରେ ବଡ ବଡ ସେମିନାର ଆୟୋଜନ କରୁ, ସେଠାକାର ଲୋକମାନଙ୍କୁ ଯେଉଁମାନେ ସେଠାରେ ଆମଦାନୀକାରୀ,ସେମାନଙ୍କୁ ବୁଝାନ୍ତୁ ଯେ, ଭାରତରେ ଯେଉଁ ବାଜରା ଜାତୀୟ ଶସ୍ୟ ରହିଛି, ଭାରତରେ ଯେଉଁ ଧାନ ରହିଛି, ତାହା କେତେ ପ୍ରକାରରତ୍ତଉତ୍ତମ ଅଟେ । ତାହାର ସ୍ୱାଦ ଆହରଣ କେତେ ମହତ୍ୱପୂର୍ଣ୍ଣ ଅଟେ । ଆମେ ଆମର ମିଶନଗୁଡିକୁ କାର୍ଯ୍ୟରେ ଲଗାଇ ପାରିବା, ଆମଦାନୀକାରୀ ଓ ରପ୍ତାନୀକାରୀ ମଧ୍ୟରେ ଆମର ବାଜରା ଜାତୀୟ ଶସ୍ୟ ସମ୍ପର୍କରେ ଆମେ ସେମିନାର ଓ ୱେବିନାର ଆୟୋଜନ କରିପାରିବା । ଭାରତର ମିଲେଟ୍‌ରେ ପୋଷକତତ୍ୱ କେତେ ଅଧିକ ରହିଛି, ଏହା ଉପରେ ମଧ୍ୟ ଆମେ ଗୁରୁତ୍ୱ ଦେଇପାରିବା । 

ବନ୍ଧୁଗଣ, 

ଆପଣମାନେ ଦେଖିଛନ୍ତି ଯେ ଆମ ସରକାରଙ୍କ ବହୁତ ଅଧିକ ଗୁରୁତ୍ୱ ମୃତ୍ତିକା ସ୍ୱାସ୍ଥ୍ୟକାର୍ଡ ଉପରେ ରହିଛି । ଦେଶର କୋଟି କୋଟି କୃଷକଙ୍କୁ ସରକାର ମୃତ୍ତିକା ସ୍ୱାସ୍ଥ୍ୟକାର୍ଡ ପ୍ରଦାନ କରିଛନ୍ତି । ଯେଉଁପରି ଗୋଟିଏ ସମୟ ଥିଲା ନା ପାଥୋଲୋଜି ଲ୍ୟାବ ଥିଲା, ନା ଲୋକମାନେ ପାଥୋଲୋଜି ପରୀକ୍ଷା କରାଉଥିଲେ, କିନ୍ତୁ ଏବେ ଯେକୌଣସି ରୋଗ ହେଲା ତ ସବୁଠାରୁ ଆଗେ ପାଥୋଲୋଜି ଚେକ୍‌ଅପ୍ କରାଯାଉଛି । ପାଥୋଲୋଜି ଲ୍ୟାବକୁ ଯିବାର ହେଉଛି । କ’ଣ ଆମର ଷ୍ଟାର୍ଟଅପ୍‌, କ’ଣ ଆମ ଘରୋଇ ପୁଞ୍ଜିନିବେଶକାରୀ, ସ୍ଥାନେ ସ୍ଥାନେ ଯେପରି ଘରୋଇ ପାଥୋଲୋଜି ଲ୍ୟାବ ରହିଛି ସେହିଭଳି ଆମର ଧରିତ୍ରୀମାତା, ଆମ ଜମି ତାହାର ନମୁନାକୁ ମଧ୍ୟ ପାଥୋଲୋଜିକାଲ ପରୀକ୍ଷା କରି କୃଷକମାନଙ୍କୁ ମାର୍ଗ ଦର୍ଶନ କରାଇ ପାରିବ । ମୃତ୍ତିକା ସ୍ୱାସ୍ଥ୍ୟର ଯାଞ୍ଚ, ଏହା ନିରନ୍ତର ହୋଇଚାଲୁ, ଆମର କୃଷକମାନଙ୍କୁ ଯଦି ଆମେ ଏହାକୁ ଅଭ୍ୟାସର ପରିଣତ କରାଇପାରିବା ତାହାହେଲେ କ୍ଷୁଦ୍ର ଚାଷୀମାନେ ମଧ୍ୟ ପ୍ରତିବର୍ଷ ନିହାତି ଗୋଟିଏ ଥର ମୃତ୍ତିକା ପରୀକ୍ଷା ଅବଶ୍ୟ କରାଇବେ । ଏବଂ ଏଥିପାଇଁ ଏହିଭଳି ମୃତ୍ତିକା ପରୀକ୍ଷଣ ବା ଟେଷ୍ଟିଂ ଲ୍ୟାବର ଏକ ସମ୍ପୂର୍ଣ୍ଣ ନେଟୱାର୍କ ଛିଡା ହୋଇପାରିବ । ନୂଆ ଉପକରଣ ପ୍ରସ୍ତୁତ ହୋଇପାରିବ । ମୁଁ ଭାବୁଛି, ଏହା ଏକ ବହୁତ ବଡ କ୍ଷେତ୍ର, ଷ୍ଟାର୍ଟଅପଗୁଡିକୁ ଆଗକୁ ଆସିବାକୁ ପଡିବ । 

ଆମକୁ କୃଷକମାନଙ୍କ ଭିତରେ ମଧ୍ୟ ଏହି ସଚେତନତା ବୃଦ୍ଧି କରାଇବାକୁ ହେବ । ସେମାନଙ୍କର ସହଜ ସ୍ୱଭାବ କରାଇବାକୁ ହେବ ଯେ ସେମାନେ ପ୍ରତି ବର୍ଷେ-ଦୁଇବର୍ଷରେ ନିଜର ଜମିର ମାଟି ପରୀକ୍ଷା କରାଇବେ, ଏବଂ ସେହି ଅନୁଯାୟୀ ସେଥିରେ କିଭଳି ଔଷଧର ଆବଶ୍ୟକତା ରହିଛି, କେଉଁ ସାରର ଆବଶ୍ୟକତା ରହିଛି, କେଉଁ ଫସଲ ପାଇଁ ଉପଯୋଗୀ ଅଟେ, ସେ ସମ୍ପର୍କରେ ସେମାନଙ୍କୁ ବୈଜ୍ଞାନିକ ପରାମର୍ଶ ମିଳିବ । ଆପଣମାନେ ଏକଥା ଜାଣିଥିବେ ଯେ ଆମର ଯୁବ ବୈଜ୍ଞାନିକମାନେ ନାନୋ ସାର ବିକଶିତ କରିଛନ୍ତି । ଏହା ଏକ ଯୁଗାନ୍ତକାରୀ ପଦକ୍ଷେପ ହେବାକୁ ଯାଉଛି । ଏଥିରେ ମଧ୍ୟ କାର୍ଯ୍ୟକରିବା ପାଇଁ ଆମର କର୍ପୋରେଟ ଜଗତ ନିକଟରେ ଅନେକ ସୁଯୋଗ ରହିଛି । 

 

ବନ୍ଧୁଗଣ, 

କ୍ଷୁଦ୍ର ଜଳସେଚନ ମଧ୍ୟ ଉତ୍ପାଦନ ଖର୍ଚ୍ଚ ହ୍ରାସ ଏବଂ ଅଧିକ ଉତ୍ପାଦନର ବହୁତ ବଡ ମାଧ୍ୟମ ଅଟେ ଏବଂ ଏହା ପରିବେଶର ମଧ୍ୟ ଏକପ୍ରକାର ସେବା ଅଟେ । ଜଳ ସଂରକ୍ଷଣ, ଏହା ମଧ୍ୟ ଆଜି ମାନବ ଜାତି ପାଇଁ ବହୁତ ବଡ କାର୍ଯ୍ୟ ଅଟେ । ‘ପର୍ ଡ୍ରପ୍ ମୋର କ୍ରପ୍‌’ ଉପରେ ସରକାରଙ୍କର ଅଧିକ ଗୁରୁତ୍ୱ ରହିଛି ଏବଂ ଏହା ମଧ୍ୟ ସମୟର ଆହ୍ୱାନ ଅଟେ । ଏଥିରେ ମଧ୍ୟ ବ୍ୟବସାୟ ଜଗତ ନିମନ୍ତେ ଅନେକ ସମ୍ଭାବନା ରହିଛି ଏବଂ ଆପଣମାନେ ଏହି କ୍ଷେତ୍ରକୁ ଆସନ୍ତୁ । ଏବେ କେନ-ବେତୱା ଲିଙ୍କ୍ ପ୍ରକଳ୍ପ ଦ୍ୱାରା ବୁନ୍ଦେଲଖଣ୍ଡରେ କିଭଳି ପରିବର୍ତ୍ତନ ଆସିବ, ଏହା ଆପଣମାନେ ସମସ୍ତେ ଭଲଭାବରେ ଜାଣିଛନ୍ତି । ଯେଉଁ ସବୁ କୃଷି ଜଳସେଚନ ଯୋଜନା ଦେଶର ଅନେକ ଦଶନ୍ଧି ଧରି ଅଟକି ରହିଛି, ସେସବୁର ମଧ୍ୟ ଦ୍ରୁତଗତିରେ ସମ୍ପୂର୍ଣ୍ଣ କରାଯିବ ।

ବନ୍ଧୁଗଣ, 

ଆଗାମୀ ତିନି ଚାରି ବର୍ଷରେ ଆମେ ବର୍ତ୍ତମାନର ଖାଇବା ତେଲ ଉତ୍ପାଦନ ପରିମାଣକୁ ୫୦ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି କରିବା ପାଇଁ ଯେଉଁ ଲକ୍ଷ୍ୟ ରଖିଛୁ, ଆମକୁ ତାହା ନିର୍ଦ୍ଧାରିତ ସମୟରେ ହାସଲ କରିବାକୁ ପଡିବ । ଜାତୀୟ ଖାଇବା ତେଲ ମିଶନ ଅଧୀନରେ ଅଏଲ ପାମ୍ ଚାଷର ବିସ୍ତାରରେ ଅନେକ ସମ୍ଭାବନା ରହିଛି ଏବଂ ତୈଳବୀଜ କ୍ଷେତ୍ରରେ ମଧ୍ୟ ଆମକୁ ବହୁତ ବଡ ମାତ୍ରାରେ ଆଗକୁ ବଢିବାରେ ଆବଶ୍ୟକତା ରହିଛି । 

ଫସଲ ପ୍ରଣାଳୀ ନିମନ୍ତେ, ଫସଲ ବିବିଧକରଣକୁ ପ୍ରୋତ୍ସାହିତ କରିବା ପାଇଁ ମଧ୍ୟ ଆମର କୃଷି-ପୁଞ୍ଜିନିବେଶକାରୀମାନଙ୍କୁ ମଧ୍ୟ ଆଗକୁ ଆସିବାକୁ ପଡିବ । ଯେପରିକି ଭାରତରେ କେଉଁ ପ୍ରକାର ଯନ୍ତ୍ରର ଆବଶ୍ୟକତା ରହିଛି, ଏ ସମ୍ପର୍କରେ ଆମଦାନୀକାରୀମାନଙ୍କ ନିକଟରେ ଜ୍ଞାନ ଥାଏ । ସେମାନେ ଜାଣନ୍ତି ଯେ କିଭଳି ଜିନିଷ ଚାଲିବ । ସେହିଭଳି ଆମର ଏଠି ଫସଲଗୁଡିକ ଉପରେ ଜ୍ଞାନ ରହିବା ଆବଶ୍ୟକ । ଯେପରିକି ଏବେ ତୈଳବୀଜ ଏବଂ ଡାଲିଜାତୀୟ ଶସ୍ୟର ଉଦାହରଣ ନିଅନ୍ତୁ । ଦେଶରେ ଏହାର ଖୁôବ ଅଧିକ ଚାହିଦା ରହିଛି । ଏଭଳି ପରିସ୍ଥିତିରେ ଆମର କର୍ପୋରେଟ ଜଗତକୁ ଏ କ୍ଷେତ୍ରରେ ଆଗକୁ ଆସିବା ଦରକାର । ଏହା ଆପଣମାନଙ୍କ ପାଇଁ ଏକ ଭରସାଯୋଗ୍ୟ ବଜାର ଅଟେ । ବିଦେଶରୁ ଆଣିବାର କ’ଣ ଆବଶ୍ୟକତା ଅଛି, ଆପଣମାନେ କୃଷକମାନଙ୍କୁ ପୂର୍ବରୁ କହିପାରିବେ ଯେ ଆମେ ଏତିକି ପରିମାଣର ଫସଲ ଆପଣମାନଙ୍କଠାରୁ କ୍ରୟ କରିବୁ । ଏବେ ବୀମାର ବ୍ୟବସ୍ଥା ରହିଛି, ତେଣୁ ବୀମା ଯୋଗୁଁ ସୁରକ୍ଷା ମଧ୍ୟ ମିଳୁଛି । ଭାରତର ଖାଦ୍ୟ ଆବଶ୍ୟକତାର ଅଧ୍ୟୟନ ହେଉ ଏବଂ ଯେଉଁ ଜିନିଷଗୁଡିକର ଆବଶ୍ୟକତା ରହିଛି ସେସବୁକୁ ଭାରତରେ ହିଁ ଉତ୍ପାଦନ କରିବା ଦିଗରେ ଆମ ସମସ୍ତଙ୍କୁ ଏକଜୁଟ ହୋଇ କାର୍ଯ୍ୟ କରିବାକୁ ପଡିବ । 

ବନ୍ଧୁଗଣ, 

ଆର୍ଟିଫିସିଆଲ ଇଂବଟେଲିଜେନ୍ସ ଏକବିଂଶ ଶତାବ୍ଦୀରେ କୃଷି ଏବଂ କୃଷିସହ ଜଡିତ ବ୍ୟବସାୟ କାରବାରକୁ ସମ୍ପୂର୍ଣ୍ଣରୂପେ ବଦଳେଇବାକୁ ଯାଉଛି । କିଷାନ ଡ୍ରୋନ୍ସର ଦେଶର କୃଷିରେ ଅଧିକର ଅଧିକ ଉପଯୋଗ, ଏହି ପରିବର୍ତ୍ତନର ଅଂଶ ଅଟେ । ଡ୍ରୋନ ଜ୍ଞାନ କୌଶଳ, ଗୋଟିଏ ସ୍ତରରେ ସେତିକିବେଳେ ଉପଲବ୍ଧ ହୋଇପାରିବ ଯେତେବେଳେ ଆମେ କୃଷି ଷ୍ଟାର୍ଟଅପଗୁଡିକର ପ୍ରୋତ୍ସାହନ କରିବା । ଗତ ୩/୪ବର୍ଷ ମଧ୍ୟରେ ଦେଶରେ ୭ଶହରୁ ଅଧିକ କୃଷି ଷ୍ଟାର୍ଟଅପ ପ୍ରସ୍ତୁତ ହୋଇଛି । 

 

ବନ୍ଧୁଗଣ,

ଅମଳ ପରିବର୍ତ୍ତୀ ପରିଚାଳନା ଉପରେ ଗତ ସାତବର୍ଷ ମଧ୍ୟରେ ଅନେକ କାର୍ଯ୍ୟ ହୋଇଛି । କେନ୍ଦ୍ର ସରକାରଙ୍କ ଏହା ନିରନ୍ତର ପ୍ରୟାସ ରହିଛି ଯେ, ପ୍ରକ୍ରିୟାକୃତ ଖାଦ୍ୟର ପରିସର ବୃଦ୍ଧି ପାଉ, ଆମର ଗୁଣବତ୍ତା ଆନ୍ତର୍ଜାତୀୟ ସ୍ତରର ହେଉ । ଏଥିପାଇଁ କିଷାନ ସମ୍ପଦା ଯୋଜନା ସହିତ ହିଁ ପିଏଲଆଇ ଯୋଜନାର ମଧ୍ୟ ମହତ୍ୱ ରହିଛି । ଏଥିରେ ମୂଲ୍ୟ-ଶୃଙ୍ଖଳର ମଧ୍ୟ ବହୁତ ବଡ ଭୂମିକା ରହିଛି, ଏଥିପାଇଁ ଏକଲକ୍ଷ କୋଟି ଟଙ୍କାର ବିଶେଷ କୃଷି ଭିତ୍ତିଭୂମି ପାଣ୍ଠି ଗଠନ କରାଯାଇଛି । ଆପଣମାନେ ଦେଖିଛନ୍ତି ଯେ କିଛିଦିନ ପୂର୍ବେ ହିଁ ଭାରତ-ୟୁଏଇ, ଉପସାଗରୀୟ ଦେଶଗୁଡିକ ସହିତ, ଆବୁଧାବି ସହିତ ଅନେକ ମହତ୍ୱପୂର୍ଣ୍ଣ ରାଜିନାମା ସ୍ୱାକ୍ଷର କରିଛି । ଏଥିରେ ଖାଦ୍ୟପ୍ରକ୍ରିୟାକରଣ ସହଯୋଗ ବୃଦ୍ଧି ନିମନ୍ତେ ମଧ୍ୟ ଅନେକ ଗୁରୁ୍‌ତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । 

ବନ୍ଧୁଗଣ, 

ଏଗ୍ରି-ରେସିଡ୍ୟୁ ଯାହାକୁ ଆମେ ଫସଲର ଅବଶେଷ ମଧ୍ୟ କହିଥାଉ । ତାହାର ପରିଚାଳନା କରାଯିବା ମଧ୍ୟ ସେତିକି ମହତ୍ୱପୂର୍ଣ୍ଣ ଅଟେ । ଏଥିପାଇଁ ଏହି ବଜେଟରେ କିଛି ନୂଆ ଉପାୟ କରାଯାଇଛି, ଯାହାଦ୍ୱାରା, ଅଙ୍ଗାରକାମ୍ଲ ନିର୍ଗମନ ମଧ୍ୟ ହ୍ରାସ ପାଇବ ଏବଂ କୃଷକମାନଙ୍କ ଆୟ ମଧ୍ୟ ବୃଦ୍ଧି ପାଇବ । ଏବଂ ଏହା ଆମ ସମସ୍ତଙ୍କୁ ଯେଉଁମାନେ ବୈଜ୍ଞାନିକ, ଯେଉଁମାନେ ପ୍ରଯୁକ୍ତିବିଦ୍ୟାରେ ପାରଙ୍ଗମ, କୃଷି ଜଗତର ଗୋଟିଏ ବି ବର୍ଜ୍ୟ ନଷ୍ଟ ହେବା ଉଚିତ ନୁହେଁ । ପ୍ରତି ବର୍ଜ୍ୟ ସର୍ବୋତ୍ତମରେ ପରିବର୍ତ୍ତନ ହେବା ଉଚିତ । ଆମକୁ ଭଲଭାବରେ ଚିନ୍ତା କରିବାକୁ ହେବ, ଏଥିପାଇଁ ନୂଆ ନୂଆ ଜିନିଷ ଆଣିବାକୁ ହେବ ।

ଫସଲ ଅବଶେଷ ପରିଚାଳନାକୁ ନେଇ ଆମେ ଯାହା ବି ସମାଧାନ ଆଣୁଛୁ, ସେସବୁ କୃଷକମାନଙ୍କୁ, ସେମାନଙ୍କ ପାଇଁ ସେସବୁକୁ ସ୍ୱୀକାର କରିବା ଖୁବ୍ ସହଜ ହୋଇଯିବ । ଏହା ଉପରେ କଥାବାର୍ତ୍ତା ହେବା ଦରକାର । ଅମଳ ପରବର୍ତ୍ତୀ ବର୍ଜ୍ୟ ଆମର ଏଠି କୃଷକମାନଙ୍କ ପାଇଁ ବଡ ଆହ୍ୱାନ ଅଟେ । ଏବେ ସେମାନଙ୍କ ବର୍ଜ୍ୟକୁ ସର୍ବୋତ୍ତମରେ ଯଦି ପରିବର୍ତ୍ତନ କରିଦେବା ତାହାହେଲେ କୃଷକ ମଧ୍ୟ ସକ୍ରିୟ ରୂପରେ ଆମର ବନ୍ଧୁ ହୋଇ ଏଥିରେ ଅଂଶୀଦାର ପାଲଟିଯିବ । ଏଭଳି ପରିସ୍ଥିତିରେ ଆନୁଷଙ୍ଗିକ ପରିବହନ ବ୍ୟବସ୍ଥା ଏବଂ ଭଣ୍ଡାରଣର ବ୍ୟବସ୍ଥାକୁ ପ୍ରୋତ୍ସାହନ, ତାହାର ସମ୍ପ୍ରସାରଣ ଜାରି ରହିବା ବହୁତ ଆବଶ୍ୟକ ଅଟେ । 

ସରକାର ଏ ବାବଦରେ ଅନେକ କିଛି କରୁଛନ୍ତି, କିନ୍ତୁ ଆମର ଯେଉଁ ଘରୋଇ କ୍ଷେତ୍ର ରହିଛି, ତାକୁ ମଧ୍ୟ ଏହି କ୍ଷେତ୍ରରେ ନିଜର ଯୋଗଦାନକୁ ବଢାଇବାକୁ ପଡିବ । ଏବଂ ମୁଁ ବ୍ୟାଙ୍କିଙ୍ଗ କ୍ଷେତ୍ରକୁ ବି କହିବି । ବ୍ୟାଙ୍କିଙ୍ଗ କ୍ଷେତ୍ର ମଧ୍ୟ ଆମର ଋଣ ପ୍ରଦାନର ପ୍ରାଥମିକତାକୁ ନେଇ ଏହିସବୁ ବିଷୟକୁ କିପରି ପରିବର୍ତ୍ତନ କରିବ, ଲକ୍ଷ୍ୟ କିଭଳି ସ୍ଥିର କରିବ, ଏହା ତଦାରଖ କିପରି କରିବ, ଯଦି ଆମେ ବ୍ୟାଙ୍କ ଗୁଡିକ ଦ୍ୱାରା ଏହି କ୍ଷେତ୍ରରେ ଅର୍ଥ ପ୍ରଦାନ କରାଇବା ତାହାହେଲେ ଆମର ଘରୋଇ କ୍ଷେତ୍ରର ଛୋଟ ଛୋଟ ବ୍ୟକ୍ତି ମଧ୍ୟ ବେଶ୍ ଅଧିକ ମାତ୍ରାରେ ଏହି କ୍ଷେତ୍ରକୁ ଆସିବେ । ମୁଁ କୃଷି କ୍ଷେତ୍ରରେ ଅବସ୍ଥିତ ଘରୋଇ ସଂସ୍ଥା ଗୁଡିକୁ କହିବି ଯେ ସେମାନେ ମଧ୍ୟ ଏହା ଉପରେ ପ୍ରାଥମିକତା ଦିଅନ୍ତୁ । 

 

ବନ୍ଧୁଗଣ, 

କୃଷିରେ ଅଭିନବତା ଏବଂ ପ୍ୟାକେଜିଂ, ଏଭଳି ଦୁଇଟି କ୍ଷେତ୍ର ଯାହା ଉପରେ ଆହୁରି ଅଧିକ ଧ୍ୟାନ ଦିଆଯିବାର ଆବଶ୍ୟକତା ରହିଛି । ଆଜି ବିଶ୍ୱରେ ଉପଭୋକ୍ତାବାଦ ବୃଦ୍ଧି ପାଇବାରେ ଲାଗିଛି । ତେଣୁ ପ୍ୟାକେଜିଂ ଏବଂ ବ୍ରାଣ୍ଡିଂ ଏହାର ବେଶ୍ ମହତ୍ୱ ରହିଛି । ଫଳର ପ୍ୟାକେଜିଂରେ ଆମ କର୍ପୋରେଟ ସଂସ୍ଥାକୁ, କୃଷି ଷ୍ଟାଟସ୍‌କୁ ଅଧିକ ସଂଖ୍ୟାରେ ଆଗକୁ ଆସିବାକୁ ପଡିବ । ଏଥିରେ ଯେଉଁ କୃଷି ବର୍ଜ୍ୟ ବାହାରି ଥାଏ, ତାକୁ ସର୍ବୋତ୍ତମ ପ୍ୟାକେଜିଂ କିଭଳି କରାଯାଇପାରିବ, ସେ ଦିଗରେ ସେମାନଙ୍କୁ ଧ୍ୟାନ ଦେବା ଦରକାର । ସେମାନେ ଏଥିରେ କୃଷକମାନଙ୍କର ସହାୟତା କରନ୍ତୁ ଏବଂ ଏହି ଦିଗରେ ନିଜର ଯୋଜନାମାନ ପ୍ରସ୍ତୁତ କରନ୍ତୁ ।

ଭାରତରେ ଖାଦ୍ୟ ପ୍ରକ୍ରିୟାକରଣ ଏବଂ ଇଥାନଲରେ ପୁଞ୍ଜିନିବେଶର ଅନେକ ସମ୍ଭାବନା ସୃଷ୍ଟି ହେବାରେ ଲାଗିଛି । ସରକାର, ଇଥାନଲର ୨୦ପ୍ରତିଶତ ମିଶ୍ରଣର ଲକ୍ଷ୍ୟ ନେଇ ଅଗ୍ରସର ହେଉଛନ୍ତି, ଯାହାର ଭରସା ଯୋଗ୍ୟ ବଜାର ରହିଛି । ୨୦୧୪ ପୂର୍ବରୁ ଯେତେବେଳେ ୧/୨ପ୍ରତିଶତ ଇଥାନଲ ମିଶ୍ରଣ ହେଉଥିଲା ଏବେ ଏହା ୮ପ୍ରତିଶତ ପାଖାପାଖି ପହଞ୍ଚି ସାରିଛି । ଇଥାନଲ ମିଶ୍ରଣକୁ ବୃଦ୍ଧି କରିବା ନିମନ୍ତେ ସରକାର ବହୁ ପ୍ରୋତ୍ସାହନ ଦେଉଛନ୍ତି । ଏହି କ୍ଷେତ୍ରରେ ମଧ୍ୟ ଆମର ବ୍ୟବସାୟୀ ଜଗତ ଆଗକୁ ଆସନ୍ତୁ, ଆମର ବ୍ୟବସାୟ ସଂସ୍ଥା ଆଗେଇ ଆସନ୍ତୁ ।

ପ୍ରାକୃତିକ ଫଳରସ ବିଷୟରେ ମଧ୍ୟ ଆଲୋଚନା କରାଯିବା ଉଚିତ । ଏହାର ପ୍ୟାକେଜିଂର ବେଶ୍ ମହତ୍ୱ ରହିଛି । ଏଭଳି ପ୍ୟାକେଜିଂ ଯାହାଦ୍ୱାରା ସେହିତ୍ତଉତ୍ପାଦର ଆୟୁ ଦୀର୍ଘ ହେବ, ତାହା ଅଧିକରୁ ଅଧିକ ଦିନ ପର୍ଯ୍ୟନ୍ତ ଚାଲିବ, ଏ ଦିଗରେ ମଧ୍ୟ କାର୍ଯ୍ୟ କରାଯିବାର ଆବଶ୍ୟକତା ରହିଛି, କାରଣ ଆମର ଏଠି କେତେ ଭିନ୍ନ ଭିନ୍ନ ଫଳ ମିଳିଥାଏ ଏବଂ ଭାରତରେ ପ୍ରାକୃତିକ ଫଳରସ, ଆମର ଯେଉଁ ଫଳଗୁଡିକର ରସ ରହିଛି, ଅନେକଗୁଡିଏ ବିକଳ୍ପ ଉପଲବ୍ଧ ଅଛି । ଅନେକଗୁଡିଏ କିସମ ମଧ୍ୟ ରହିଛି । ଆମକୁ ବାହାରର ନକଲ କରିବା ପରିବର୍ତ୍ତେ ଭାରତରେ ଯେଉଁ ପ୍ରାକୃତିକ ଫଳ ରସ ସବୁ ରହିଛି, ସେସବୁର ପ୍ରୋତ୍ସାହନ କରିବା ଆବଶ୍ୟକ, ଲୋକପ୍ରିୟ କରାଇବା ଉଚିତ । 

ବନ୍ଧୁଗଣ,

ଆଉ ଗୋଟିଏ ବିଷୟ ହେଉଛି, ସମବାୟ କ୍ଷେତ୍ରର । ଭାରତର ସମବାୟ କ୍ଷେତ୍ର ଅନେକ ପୁରାତନ ଅଟେ, ଚଳଚଞ୍ଚଳ ଅଟେ । ଚିନିକଳ ହେଉ, ଖାଦ୍ୟ କାରଖାନା ହେଉ, ଦୁଗ୍ଧ ଉତ୍ପାଦନ କେନ୍ଦ୍ର ହେଉ, ଋଣର ବ୍ୟବସ୍ଥା ହେଉ, ଫସଲର କ୍ରୟ ହେଉ, ସମବାୟ କ୍ଷେତ୍ରର ଭାଗିଦାରୀ ବେଶ୍ ବୃହତ୍ ଅଟେ । ଆମ ସରକାର ଏଥିସହିତ ଜଡିତ ନୂଆ ମନ୍ତ୍ରଣାଳୟ ମଧ୍ୟ ଗଠନ କରିଛନ୍ତି ଏବଂ ତାହାର ମୂଳକାରଣ ହେଉଛି କୃଷକମାନଙ୍କୁ ଅଧିକରୁ ଅଧିକ ସହାୟତା ପ୍ରଦାନ । ଆମର ସମବାୟ କ୍ଷେତ୍ରକୁ ଏକ ଚଳଞ୍ଚଳ ବାଣିଜ୍ୟ ସଂସ୍ଥା ଭାବେ ପ୍ରସ୍ତୁତ କରିବାର ବେଶ ସୁଯୋଗ ରହିଛି । ଆପଣମାନଙ୍କ ଲକ୍ଷ୍ୟ ହେବା ଉଚିତ ଯେ ସମବାୟ ସଂସ୍ଥାଗୁଡିକୁ ଏକ ସଫଳ ବ୍ୟବସାୟ ପ୍ରତିଷ୍ଠାନରେ କିଭଳି ପରିବର୍ତ୍ତିତ କରାଯିବ ।

ବନ୍ଧୁଗଣ,

ଆମର ଯେଉଁ ମାଇକ୍ରୋ ଫାଇନାନ୍ସ ପ୍ରତିଷ୍ଠାନ ସବୁ ରହିଛି, ସେସବୁ ମୋର ଅନୁରୋଧ ଯେ ସେମାନେ ଆଗକୁ ଆସନ୍ତୁ ଏବଂ କୃଷି ଷ୍ଟାର୍ଟଅପ୍‌ଗୁଡିକୁ, କୃଷକ ଉତ୍ପାଦ ସଂଗଠନ-ଏଫପିଓ ଗୁଡିକୁ ଅଧିକରୁ ଅଧିକ ଆର୍ଥିକ ସହାୟତା ଯୋଗାଇ ଦିଅନ୍ତୁ । ଆମ ଦେଶର କ୍ଷୁଦ୍ର ଚାଷୀମାନଙ୍କ କୃଷି ପାଇଁ ହେବାକୁ ଥିବା ଖର୍ଚ୍ଚ ହ୍ରାସ କରିବାରେ ଏକ ବଡ ଭୂମିକା ମଧ୍ୟ ଆପଣମାନେ ନିର୍ବାହ କରିପାରିବେ । ଯେଭଳି ଅ।।ମର କ୍ଷୁଦ୍ରଚାଷୀ, କୃଷିରେ ବ୍ୟବହୃତ ହେଉଥିବା ଆଧୁନିକ ଉପକରଣ କ୍ରୟ କରିପାରିବ ନାହିଁ । ଏହାର ଏକ ସମାଧାନ ରହିଛି, କ୍ଷୁଦ୍ର ଚାଷୀ କେଉଁଠାରୁ ଆଣିବ ଏବଂ ତାକୁ ଆଜି ମଜୁରିଆ ମଧ୍ୟ କମ୍ ମିଳୁଛନ୍ତି, ଏଭଳି ସ୍ଥିତିରେ ଆମେ ଏକ ନୂଆ ଉପାୟ ବିଷୟରେ ଭାବି ପାରିବା କି ? ଯେମିତି ସଂଯୋଜନ । 

ଆମର କର୍ପୋରେଟ ଜଗତକୁ ଏହିଭଳି ବ୍ୟବସ୍ଥା ପ୍ରସ୍ତୁତ କରିବା ପାଇଁ ଆଗକୁ ଆସିବା ଦରକାର, ଯେଉଁଥିରେ କୃଷି ସହ ଜଡିତ ଉପକରଣଗୁଡିକୁ ଭଡାରେ ଯୋଗାଇ ଦେବାର ସୁବିଧା ଥିବ । ଆମ ସରକାର କୃଷକମାନଙ୍କୁ ଅନ୍ନଦାତା ସହିତ ଊର୍ଜାଦାତା ଭାବେ ପ୍ରସ୍ତୁତ କରିବା ପାଇଁ ବଡ ଅଭିଯାନ ଚଳାଇଛନ୍ତି । ସମଗ୍ର ଦେଶରେ କୃଷକମାନଙ୍କୁ ସୌର ପମ୍ପ ବିତରଣ କରାଯାଉଛି । ଆମର ଅଧିକରୁ ଅଧିକ କୃଷକ, ଜମିରେ କିପରି ସୌରଶକ୍ତି ଉତ୍ପାଦନ କରନ୍ତୁ, ଏ ଦିଗରେ ମଧ୍ୟ ଆମର ପ୍ରୟାସ ବୃଦ୍ଧି କରିବାକୁ ହେବ । 

ସେହିଭଳି ‘ହିଡ ଉପରେ ଗଛ’ ଆମର ଯେଉଁ ଜମିର ସୀମା ରହିଛି, ଆଜି ଆମେ କାଠଗର ଆମଦାନୀ କରୁଛୁ । ଯଦି ଆମେ ଆମର କୃଷକମାନଙ୍କୁ ବୈଜ୍ଞାନିକ ପଦ୍ଧତିରେ ସେମାନଙ୍କର ହିଡ ଉପରେ ଏହିଭଳି ଗଛ ଲଗାଇବା ପାଇଁ ପ୍ରୋତ୍ସାହିତ କରିବା ତେବେ ୧୦-୨୦ବର୍ଷ ମଧ୍ୟରେ ତାଙ୍କ ପାଇଁ ଆୟର ଏକ ନୂଆ ସମ୍ବଳ ପ୍ରସ୍ତୁତ ହୋଇଯିବ । ସରକାର ସେଥିରେ ଯେଉଁ ଆଇନଗତ ପରିବର୍ତ୍ତନର ଆବଶ୍ୟକତା ରହିଛି, ତାହା ବି କରିବେ ।

ବନ୍ଧୁଗଣ, 

କୃଷକମାନଙ୍କ ଆୟ ବୃଦ୍ଧି କରିବା, କୃଷିର ଖର୍ଚ୍ଚ ହ୍ରାସ କରିବା, ବିହନରୁ ବଜାର ପର୍ଯ୍ୟନ୍ତ କୃଷକମାନଙ୍କୁ ଆଧୁନିକ ସୁବିଧା ପ୍ରଦାନ କରିବା, ଏସବୁ ଆମ ସରକାରଙ୍କ ପ୍ରାଥମିକତା ଅଟେ । ମୋର ବିଶ୍ୱାସ ଯେ, ଆପଣମାନଙ୍କ ପରାମର୍ଶରେ ସରକାରଙ୍କ ପ୍ରୟାସକୁ ଏବଂ ଆମର କୃଷକ ଯେଉଁମାନେ ୍‌ସ୍ୱପ୍ନ ଦେଖି କିଛି କରିବାକୁ ଚାହାଁନ୍ତି, ସେମାନଙ୍କୁ ଶକ୍ତି ମିଳିବ । ଏବଂ ମୁଁ ବିଶ୍ୱାସ କରେ ଯେ ଆଜି ଆମେ କୃଷିର ଏକ ନୂଆ ଅଧ୍ୟାୟ ଉପରେ ଆଲୋଚନା କରିବାକୁ ଚାହୁଁଛୁ, ପରମ୍ପରାଗତ ପଦ୍ଧତିରୁ ବାହାରକୁ ଆସିବାକୁ ଚାହୁଁଛୁ, ବଜେଟ ପରିପ୍ରେକ୍ଷୀରେ, ବଜେଟରେ ଯେଉଁସବୁ ବିଷୟ ଉପରେ ପ୍ରାବଧାନ ଦିଆଯାଇଛି ସେସବୁ ପରିପ୍ରେକ୍ଷୀରେ ଆମେ କିପରି ଆଉ କିଛି ଉତ୍ତମଭାବେ କରିପାରିବା, ଏବଂ ଆପଣମାନଙ୍କୁ ମୋର ଅନୁରୋଧ ଯେ ଏହି ସେମିନାରରେ ତା’ର ନିଷ୍କର୍ସ ବାହାରିବା ଉଚିତ । 

ଏପ୍ରିଲ ପହିଲା, ଯେଉଁଦିନଠାରୁ ନୂଆ ବଜେଟ୍ ଲାଗୁହେବ, ସେହିଦିନ ଆମେ ଏହିସବୁ ବିଷୟକୁ କାର୍ଯ୍ୟକାରୀ କରିବୁ, ତାହା ଉପରେ କାମ ଆରମ୍ଭ କରିଦେବୁ, ଏବେ ଆମ ହାତରେ ପୁରା ମାର୍ଚ୍ଚ ମାସ ରହିଛି । ବଜେଟ ସଂସଦରେ ଉପସ୍ଥାପିତ ହୋଇସାରିଛି ଏବଂ ଏହି ବଜେଟ୍ ଆମ ସମ୍ମୁଖରେ । ଏଭଳି ସ୍ଥିତିରେ ଆମେ ଅଧିକ ବିଳମ୍ବ ନ କରି ଜୁନ-ଜୁଲାଇରେ ଆମର ଚାଷୀଭାଈ କୃଷିର ନୂଆବର୍ଷ ଆରମ୍ଭ କରୁ, ତାହା ପୂର୍ବରୁ ଏହି ମାର୍ଚ୍ଚ ମାସରେ ସମସ୍ତ ପ୍ରସ୍ତୁତି ଶେଷ କରାଯାଉ, ସେଥିରେ ଆମର କର୍ପୋରେଟ ଜଗତ ଆଗକୁ ଆସୁ, ଆମର ବିତ୍ତ ଜଗତ ବି ଆଗକୁ ଆସୁ, ଆମର ଷ୍ଟାର୍ଟଅପ ଆଗକୁ ଆସୁ, ଆମର ପ୍ରଯୁକ୍ତି ଜଗତର ଲୋକ ଆଗକୁ ଆସନ୍ତୁ । ଭାରତ, ଯାହା କୃଷିପ୍ରଧାନ ଦେଶ ତାହାର ଆବଶ୍ୟକତ ।ଗୁଡିକୁ ଦୃଷ୍ଟିରେ ରଖି, ଆମକୁ ବାହାରୁ କୌଣସି ସାମଗ୍ରୀ ଆଣିବା ବା ଆମଦାନୀ କରିବା ଆବଶ୍ୟକତା ନାହିଁ ,ଦେଶର ଆବଶ୍ୟକତା ଅନୁଯାୟୀ ଆମକୁ ପ୍ରସ୍ତୁତ କରିବାକୁ ପଡିବ ।  

ଏବଂ ମୋର ବିଶ୍ୱାସ ଯେ ଯଦି ଆମେ ଆମ କୃଷକମାନଙ୍କୁ, ଆମ କୃଷି ବିଶ୍ୱ ବିଦ୍ୟାଳୟଗୁଡିକୁ, ଆମର କୃଷି ଛାତ୍ରଛାତ୍ରୀମାନଙ୍କୁ, ଏହି ସମସ୍ତ କାର୍ଯ୍ୟକୁ ଗୋଟିଏ ମଞ୍ଚକୁ ଆଣି ଆଗକୁ ବଢିବା ତ ବାସ୍ତବ ଅର୍ଥରେ ବଜେଟ କେବଳ ଅଙ୍କର ଖେଳ ହୋଇ ରହିବ ନାହିଁ, ବଜେଟ ଜୀବନ ପରିବର୍ତ୍ତନ, କୃଷି ପରିବର୍ତ୍ତନ, ଗ୍ରାମ୍ୟ ଜୀବନ ପରିବର୍ତ୍ତନର ଏକ ବହୁତ ବଡ ସମ୍ବଳ ହୋଇପାରିବ । ଏଥିପାଇଁ ମୁଁ ଆପଣମାନଙ୍କୁ ଅନୁରୋଧ କରୁଛି ଯେ, ଏହି ସେମିନାର, ଏହି ୱେବିନାର, ବେଶ୍ ଫଳପ୍ରଦ ହେବା ଆବଶ୍ୟକ, ସାକାର ହେବା ଆବଶ୍ୟକ, ସମସ୍ତ କାର୍ଯ୍ୟାନୁଷ୍ଠାନ ଯୋଗ୍ୟ ବିନ୍ଦୁଯୁକ୍ତ ହେବା ଉଚିତ । ଏବଂ ତେବେ ଯାଇ ଆମେ ସୁପରିଣାମ ପାଇପାରିବା । ମୁଁ ବିଶ୍ୱାସ କରେ ଯେ ଆପଣମାନେ ସମସ୍ତେ ଏହି କ୍ଷେତ୍ର ସହିତ ଜଡିତ ସମଗ୍ର ଦେଶର ବ୍ୟକ୍ତିମାନେ ଆଜି ଏହି ୱେବିନାରରେ ସାମିଲ ହୋଇଛନ୍ତି । ଏହି କାରଣରୁ ବିଭାଗକୁ ମଧ୍ୟ ଅନେକ ଉତ୍ତମ ମାର୍ଗଦର୍ଶନ ଆପଣମାନଙ୍କ ତରଫରୁ ମିଳିବ । ଏସବୁର ସୁଗମ କାର୍ଯ୍ୟାନ୍ୱୟନ ପାଇଁ ମାର୍ଗ ପ୍ରଶସ୍ତ ହେବ, ଏବଂ ଆମେ ଏକଜୁଟ ହୋଇ ଦ୍ରୁତଗତିରେ ଆଗକୁ ବଢିବା । 

ମୁଁ ପୁଣି ଥରେ ଆପଣ ସମସ୍ତଙ୍କୁ ଅନେକ ଅନେକ ଧନ୍ୟବାଦ ଜଣାଉଛୁ ଏବଂ ଶୁଭେଚ୍ଛା ମଧ୍ୟ ଦେଉଛି ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India-New Zealand elevate ties to strategic partnership; Scripts 2030 roadmap, $20bn investment & Indo-Pacific security

Media Coverage

India-New Zealand elevate ties to strategic partnership; Scripts 2030 roadmap, $20bn investment & Indo-Pacific security
NM on the go

Nm on the go

Always be the first to hear from the PM. Get the App Now!
...
Prime Minister condoles the passing of Father Amir of State of Qatar HH Sheikh Hamad bin Khalifa Al Thani
July 12, 2026

The Prime Minister, Shri Narendra Modi, has expressed deep grief over the passing of the Father Amir of the State of Qatar, HH Sheikh Hamad bin Khalifa Al Thani.

The Prime Minister described him as a visionary leader who led Qatar to great levels of development and prosperity. Shri Modi also remembered him as a true friend whom he had the honour of meeting during his visit to Qatar in February 2024.

The Prime Minister conveyed his sincere condolences to the Amir of Qatar, HH Sheikh Tamim bin Hamad Al Thani, the entire royal family and the people of Qatar.

The Prime Minister wrote on X;

“We deeply mourn the passing of Father Amir of State of Qatar, HH Sheikh Hamad bin Khalifa Al Thani. A visionary leader who led Qatar to great levels of development and prosperity, we remember him also as a true friend whom I had the honour of meeting during my last visit to Qatar in February 2024. I convey my sincere condolences to the Amir of Qatar, HH Sheikh Tamim bin Hamad Al Thani and the entire royal family and people of Qatar. May the departed soul rest in eternal peace.

@TamimBinHamad”