ଜମାକର୍ତା ଓ ନିବେଶକଙ୍କ ବିଶ୍ୱାସ ତଥା ପାରଦର୍ଶିତା ସୁନିଶ୍ଚିତ କରିବା ଆମର ସର୍ବୋଚ୍ଚ ପ୍ରାଥମିକତା: ପ୍ରଧାନମନ୍ତ୍ରୀ
ଦେଶକୁ ଅସ୍ୱଚ୍ଛ ଋଣ ସଂସ୍କୃତିରୁ ମୁକ୍ତ କରିବାକୁ ପଦକ୍ଷେପ ନିଆଯାଇଛି: ପ୍ରଧାନମନ୍ତ୍ରୀ
ବିତୀୟ ସମାବେଶ ପରେ ଦେଶରେ ଦ୍ରୁତ ଆର୍ଥିକ ସଶକ୍ତି କରଣ ହେଉଛି: ପ୍ରଧାନମନ୍ତ୍ରୀ

ଆର୍ଥିକ କ୍ଷେତ୍ର ସହିତ ଜଡିତ ଆପଣ ସମସ୍ତ ସାଥୀଗଣଙ୍କୁ ନମସ୍କାର !! ଆପଣ ଭଲ ଭାବେ ପରିଚିତ ଯେ, ଚଳିତ ବର୍ଷର ବଜେଟରେ ଆର୍ଥିକ କ୍ଷେତ୍ର ସହିତ ଜଡିତ ଅନେକ ବଡ ପଦକ୍ଷେପ ଉଠା ଯାଇଛି। ବ୍ୟାଙ୍କିଙ୍ଗ ହେଉ, ଅଣ ବ୍ୟାଙ୍କିଙ୍ଗ ହେଉ ଅବା ପୁଣି ବୀମା ହେଉ, ଆର୍ଥିକ କ୍ଷେତ୍ର ସହିତ ଜଡିତ ପ୍ରତ୍ୟେକ ଦିଗକୁ ସୁଦୃଢ କରିବା ପାଇଁ ଏହି ବଜେଟରେ ଆମେ ଏକ ରୋଡ ମ୍ୟାପ୍‍ ପ୍ରସ୍ତୁତ କରିଛୁ । ରାଷ୍ଟ୍ରାୟତ ଉଦ୍ୟୋଗ ସହିତ ଜଡିତ ସଂସ୍ଥାନକୁ ଆମେ ଶକ୍ତିଶାଳୀ କରିବୁ, ଆଉ କିପରି କରିବୁ, ଘରୋଇ କ୍ଷେତ୍ରର ଅଂଶ ଗ୍ରହଣକୁ କିପରି ସଂମ୍ପ୍ରସାରିତ କରିବୁ, ଏହାର ମଧ୍ୟ ଏକ ଝଲକ ଏହି ବଜେଟରେ ଆପଣ ଦେଖୁଛନ୍ତି । ଏବେ ବଜେଟ ପରେ ଏହି ଆଲୋଚନା ଏଥିପାଇଁ ଗୁରୁତ୍ୱପୂର୍ଣ୍ଣ କାରଣ ସରକାରୀ ଓ ଘରୋଇ, ଉଭୟ ହିଁ ମିଳିମିଶି ଏହି ସମସ୍ତ କଥାକୁ ଆଗକୁ ନେଇଯିବାର ଅଛି।

ସରକାରଙ୍କର ପ୍ରାଥମିକତା, ସରକାରଙ୍କର ପ୍ରତିବଦ୍ଧତା, ଆପଣ ଜାଣିବା ଆବଶ୍ୟକ ଏବଂ ଏହାଠାରୁ ମଧ୍ୟ ଅଧିକ ଗୁରୁତ୍ୱପୂର୍ଣ୍ଣ ହେଉଛି ଆପଣଙ୍କର ମତାମତ, ଆପଣଙ୍କ ଶଙ୍କା-ଆଶଙ୍କା, ଏହା ମଧ୍ୟ ସରକାରଙ୍କୁ ସଂମ୍ପୂର୍ଣ୍ଣ ଭାବେ ଜଣା ରହିବା ଆବଶ୍ୟକ। ଏକବିଂଶ ଶତାବ୍ଦୀରେ ଆମକୁ ଦେଶକୁ ଯେଉଁ ଗତିରେ ଆଗକୁ ନେଇ ଯିବାର ଅଛି, ସେଥିରେ ଆପଣଙ୍କର ସକ୍ରିୟ ଯୋଗଦାନ, ମୁଁ ବୁଝି ପାରୁଛି ସକ୍ରିୟତାର ସହିତ ଏହାର ବହୁତ ଆବଶ୍ୟକ ଅଛି ଏବଂ ଏଥିପାଇଁ ଆଜିର ଏହି ଆଲୋଚନା ମୋ ଦୃଷ୍ଟିରେ ବିଶ୍ୱର ଯାହା ସ୍ଥିତି ଅଛି ତାହାର ଲାଭ ଉଠାଇବା ପାଇଁ ହେଉଛି ବହୁତ ଗୁରୁତ୍ୱପୂର୍ଣ୍ଣ।

ସାଥୀଗଣ,

ଦେଶର ଆର୍ଥିକ କ୍ଷେତ୍ରକୁ ନେଇ ସରକାରଙ୍କର ଦୃଷ୍ଟିକୋଣ ସଂମ୍ପୂର୍ଣ୍ଣ ସ୍ପଷ୍ଟ । କୌଣସି କିନ୍ତୁ ଅବା ପରନ୍ତୁର ସ୍ଥାନ ନାହିଁ । ଦେଶରେ କୌଣସି ମଧ୍ୟ ଜମାକାରୀ ଅବା କୌଣସି ମଧ୍ୟ ନିବେଶକାରୀ, ଉଭୟ ହିଁ ବିଶ୍ୱାସ ଏବଂ ପାରଦର୍ଶୀତା ଅନୁଭବ କରୁଛନ୍ତି, ଏହା ହେଉଛି ଆମର ସର୍ବୋଚ୍ଚ ପ୍ରାଥମିକତା । ଦେଶର ଆର୍ଥିକ ବ୍ୟବସ୍ଥା ଚାଲିଛି, ଯଦି କୌଣସି ଗୋଟିଏ କଥା ଉପରେ ସେ ଦୃଢ଼ତାର ସହିତ ତିଷ୍ଠି ରହିଛି ତେବେ ତାହା ହେଉଛି ବିଶ୍ୱାସ । ବିଶ୍ୱାସ ନିଜ ଆୟର ସୁରକ୍ଷାର, ବିଶ୍ୱାସ ନିବେଶରୁ ଉଚିତ ଲାଭ ପାଇବାର ଏବଂ ବିଶ୍ୱାସ ଦେଶର ବିକାଶର। ବ୍ୟାଙ୍କିଙ୍ଗ ଏବଂ ଅଣ-ବ୍ୟାଙ୍କିଙ୍ଗ କ୍ଷେତ୍ରର ପୁରୁଣା ଉପାୟ ଓ ପଦ୍ଧତି ଏବଂ ପୁରୁଣା ବ୍ୟବସ୍ଥା ଗୁଡ଼ିକରେ ସ୍ୱଭାବିକ ଭାବେ ବହୁତ ବଡ଼ ପରିବର୍ତନ ଆସୁଛି । ଆଉ ବଦଳାଇବା ଆମ ପାଇଁ ମଧ୍ୟ ଅନିର୍ବାଜ୍ୟ ହୋଇ ପଡ଼ିଛି। 10-12 ବର୍ଷ ପୂର୍ବେ ଆକ୍ରମଣାତ୍ମକ ଭାବେ ଋଣ ପ୍ରଦାନ ନାମରେ କିପରି ଦେଶର ବ୍ୟାଙ୍କିଙ୍ଗ କ୍ଷେତ୍ରକୁ, ଆର୍ଥିକ କ୍ଷେତ୍ରକୁ କ୍ଷତି ପହଞ୍ଚାଗଲା, ଏହା ଆପଣମାନେ ମଧ୍ୟ ଖୁବ ଭଲ ଭାବେ ଜାଣନ୍ତି, ଭଲ ଭାବେ ମଧ୍ୟ ବୁଝନ୍ତି । ଅଣ-ପାରଦର୍ଶୀ ଋଣ ସଂସ୍କୃତିରୁ ଦେଶକୁ ବାହାର କରିବା ପାଇଁ ଗୋଟିଏ ପରେ ଗୋଟିଏ ପଦକ୍ଷେପ ଉଠାଯାଉଛି। ଆଜି ଏନପିଏକୁ ଗାଲିଚା ତଳେ ଦବାଇ ରଖିବା ବଦଳରେ, ତାକୁ ଏଠାରେ–ସେଠାରେ ଦେଖାଇ ବିକ୍ରି କରିବା ବଦଳରେ ଗୋଟିଏ ଦିନର ଏନପିଏର ରିପୋର୍ଟ କରିବା ହେଉଛି ଜରୁରୀ । 

ସାଥୀଗଣ,

ସରକାର ଏହା ଭଲ ଭାବେ ବୁଝିଛନ୍ତି ଯେ ବ୍ୟବସାୟରେ ଉଥାନ-ପତନ ଆସିଥାଏ-ଯାଇଥାଏ। ସରକାର ଏହି କଥାକୁ ମଧ୍ୟ ସ୍ୱୀକାର କରନ୍ତି ଯେ ପ୍ରତ୍ୟେକ ବ୍ୟବସାୟ ସଫଳ ହେଉ, ଆଉ ଯେପରି ଚାହିଁବା ସେହିପରି ପରିଣାମ ମିଳୁ, ଏହା ସମ୍ଭବ ନୁହେଁ। ଆମେ ମଧ୍ୟ କେବେ-କେବେ ଚିନ୍ତା ମଧ୍ୟ କରିଥାଉ ଯେ ମୋର ପୁଅ ଅବା ମୋ ପରିବାରର ସଦସ୍ୟ ଏହା ହେବେ, ହୋଇ ପାରନ୍ତି ନାହିଁ । କିଏ ଚାହେଁନାହିଁ ଯେ ମୋ ପୁଅ ନ କରିପାରୁ। ପୁଣି ମଧ୍ୟ କେବେ-କେବେ ହୋଇପାରେ ନାହିଁ । ତେବେ ଏହି କଥା ସରକାର ବୁଝିଥାଆନ୍ତି। ଆଉ ଏହା ସମ୍ଭବ ନୁହେଁ ଏବଂ ପ୍ରତ୍ୟେକ ବ୍ୟବସାୟ ନିଷ୍ପତି ପଛରେ ମନ୍ଦ ଉଦ୍ଦେଶ୍ୟ ଅଛି, ଖରାପ ଲକ୍ଷ୍ୟ ଅଛି, ସ୍ୱାର୍ଥ ଅଛି, ଏପରି ଧାରଣା ଅତି କମରେ ଆମ ସରକାରଙ୍କର ନାହିଁ। ଏଭଳି ସ୍ଥଳେ ସଠିକ ଉଦ୍ଦେଶ୍ୟ ପାଇଁ ନିଆ ଯାଇଥିବା ନିଷ୍ପତି ସହିତ ଠିଆ ହେବା ସରକାରଙ୍କର ହେଉଛି ଦାୟିତ୍ୱ ଏବଂ ଏହା ଅମେ କରୁଛୁ ଆଉ ଆଗକୁ ମଧ୍ୟ କରି ଚାଲିବୁ। ଏହା ଆପଣ ଲେଖିକରି ରଖନ୍ତୁ । ଦେବାଳିଆ ବ୍ୟାଙ୍କିଙ୍ଗ ସଂହିତା ଭଳି, ମେକାନିଜମ ଦ୍ୱାରା ଆଜି ଜମାକରୀ ଏବଂ ଋଣ ଗ୍ରହୀତାଙ୍କୁ ଭରସା ମିଳିଛି।

ସାଥୀଗଣ,

ସାଧାରଣ ପରିବାରର ଆୟର ସୁରକ୍ଷା, ଗରିବଙ୍କ ପର୍ଯ୍ୟନ୍ତ ସରକାରୀ ଲାଭକୁ ପ୍ରଭାବୀ ଏବଂ ବାଟମାରଣା ମୁକ୍ତ ଭାବେ ପହଞ୍ଚାଇବା, ଦେଶର ବିକାଶ ପାଇଁ ଭିତିଭୂମି ସହିତ ଜଡ଼ିତ ନିବେଶକୁ ପ୍ରୋତ୍ସାହନ, ଏହି ସମସ୍ତ କଥା ହେଉଛି ଆମର ପ୍ରାଥମିକତା । ବିଗତ ବର୍ଷଗୁଡ଼ିକରେ ଯେତେ ମଧ୍ୟ ସଂସ୍କାର ଏହି କ୍ଷେତ୍ରରେ କରାଯାଇଛି, ଏହି ସମସ୍ତ ଲକ୍ଷ୍ୟ ସେଥିରେ ପ୍ରତିଫଳିତ ହେଉଛି । ବିଶ୍ୱର ସର୍ବବ୍ୟହତ ଆର୍ଥିକ ଅନ୍ତର୍ଭୁକ୍ତୀକରଣ ହେଉ, ସବୁଠାରୁ ବଡ଼ ଡିଜିଟାଲ ଅନ୍ତର୍ଭୁକ୍ତୀକରଣ ହେଉ, ସିଧାସଳଖ ସୁବିଧା ହସ୍ତାନ୍ତରର ଏତେ ବଡ଼ ମେକାନିଜମ ହେଉ ଅବା ପୁଣି ଛୋଟ-ଛୋଟ ବ୍ୟାଙ୍କ ଗୁଡ଼ିକର ବିଲୟ, ପ୍ରଚେଷ୍ଟା କେବଳ ଏହା ରହିଛି ଯେ ଭାରତର ଆର୍ଥିକ କ୍ଷେତ୍ର ସୁଦୃଢ଼ ହେଉ, ଘରୋଇ ହେଉ, ସୁଦୃଢ଼ ହେଉ, ଜୀବନ୍ତ ହେଉ, ସକ୍ରିୟ ହେଉ। ଏହି ବଜେଟରେ ମଧ୍ୟ ଆପଣ ଦେଖୁଛନ୍ତି ତେବେ ଆପଣ ଏହି ଦୃଷ୍ଟିଭଙ୍ଗୀକୁ ଆଗକୁ ବଢ଼ାଇବାର କାର୍ଯ୍ୟ ଆମେ କରିଛୁ। ଆପଣଙ୍କୁ ଦୃଷ୍ଟିଗୋଚର ହେଉଥିବ।

ସାଥୀଗଣ,

ଚଳିତ ବର୍ଷ ଆମେ ନୂତନ ପବ୍ଲିକ ସେକ୍ଟର ନୀତି ଘୋଷଣା କରିଛୁ। ଏହି ନୀତିରେ ଆର୍ଥିକ କ୍ଷେତ୍ର ମଧ୍ୟ ସାମିଲ ରହିଛି। ଆମର ଅର୍ଥବ୍ୟବସ୍ଥାରେ ଏବେ ମଧ୍ୟ ବ୍ୟାଙ୍କିଙ୍ଗ ଏବଂ ବୀମା ପାଇଁ ବହୁତ ଅଧିକ ସମ୍ଭାବନା ରହିଛି। ଏହି ସମ୍ଭାବନାକୁ ଦୃଷ୍ଟିରେ ରଖି ଆମେ ଏହି ବଜେଟରେ ମଧ୍ୟ ଆମେ ଅଧିକ ପଦକ୍ଷେପ ଉଠାଇଛୁ। ଦୁଇଟି ପବ୍ଲିକ ସେକ୍ଟର ବ୍ୟାଙ୍କର ଘରୋଇକରଣ ହେଉ, ବୀମା କ୍ଷେତ୍ରରେ ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜିନିବେଶକୁ 74 ପ୍ରତିଶତ କରିବା ହେଉ ଅବା ଏଲଆଇସିର ଆଇପିଓ ଆଣିବାର ନିଷ୍ପତି ହେଉ, ଏହା ହେଉଛି ଏଭଳି କିଛି ପଦକ୍ଷେପ।

ସାଥୀଗଣ,

ଆମର ଏହା କ୍ରମାଗତ ପ୍ରୟାସ ରହିଛି ଯେ ଯେଉଁଠାରେ ସମ୍ଭବ ହେବ ସେଠାରେ ଘରୋଇ ଉଦ୍ୟମକୁ ଅଧିକ ଅଧିକରୁ ଅଧିକ ପ୍ରୋତ୍ସାହିତ କରାଯିବ। କିନ୍ତୁ ଏହା ସହିତ ବ୍ୟାଙ୍କିଙ୍ଗ ଏବଂ ବୀମାରେ ରାଷ୍ଟ୍ରାୟତ୍ତ ଉଦ୍ୟୋଗର ଏକ ପ୍ରଭାବଶୀଳୀ ଭାଗିଦାରୀ ମଧ୍ୟ ଏବେ ଦେଶ ପାଇଁ ବହୁତ ଆବଶ୍ୟକ ଅଛି । ଗରିବ ଏବଂ ବଞ୍ଚିତଙ୍କୁ ସଂରକ୍ଷଣ ଦେବା ପାଇଁ ଏହା ବହୁତ ଆବଶ୍ୟକ। ପବ୍ଲିକ ସେକ୍ଟରକୁ ସୁଦୃଢ କରିବା ପାଇଁ ଇକ୍ୱିଟି କ୍ୟାପିଟାଲ ଇନଫ୍ୟୁଜନ ଉପରେ ଗୁରୁତ୍ୱ ଦିଆଯାଉଛି। ଏହା ସହିତ ଏକ ନୂତନ ଏଆରସି ଢାଞ୍ଚା ମଧ୍ୟ ସୃଷ୍ଟି କରାଯାଉଛି ଯାହା ବ୍ୟାଙ୍କ ଗୁଡିକର ଏନପିଏର ଧ୍ୟାନ ରଖିବ। ଏହି ଏଆରସି ଏହି ଋଣକୁ ପୁଣି ଅଧିକ ଧ୍ୟାନ ଦେଇ ସେହି ପଦ୍ଧତିରେ ସମାଧାନ କରି ଚାଲିବ। ଏହାଦ୍ୱାରା ରାଷ୍ଟାୟତ କ୍ଷେତ୍ରର ବ୍ୟାଙ୍କ ସୁଦୃଢ ହେବ ଏବଂ ସେମାନଙ୍କର ଋଣ ପ୍ରଦାନର କ୍ଷମତା ବଢିଯିବ।

ସାଥୀଗଣ,

ସେହିଭଳି ଭିତିଭୂମି ଏବଂ କିଛି ଔଦ୍ୟୋଗିକ ପ୍ରକଳ୍ପର ବିକାଶ ପାଇଁ ଏକ ନୂତନ ବିକଶିତ ଆର୍ଥିକ ପ୍ରତିଷ୍ଠାନ ପ୍ରତିଷ୍ଠା କରାଯାଉଛି। ଭିତିଭୂମି ଏବଂ କିଛି ଔଦ୍ୟୋଗିକ ପ୍ରକଳ୍ପର ଦୀର୍ଘମିଆଦୀ ଆର୍ଥିକ ଆବଶ୍ୟକତାକୁ ଦେଖି ଏହି ପଦକ୍ଷେପ ଗ୍ରହଣ କରାଯାଇଛି। ଏହା ସହିତ ସଭରିନ ସଂପଦ ପାଣ୍ଠି (ସଭରିନ ୱେଲଥ ପଣ୍ଡ), ପେନସନ ପାଣ୍ଠି ଏବଂ ବୀମା କଂପାନୀକୁ ମଧ୍ୟ ଭିତିଭୂମ କ୍ଷେତ୍ରରେ ନିବେଶ ପାଇଁ ପ୍ରେତ୍ସାହିତ କରାଯାଉଛି। ଦୀର୍ଘମିଆଦୀ ବଣ୍ଡଗୁଡିକ ଇସ୍ୟୁ କରାଯାଇ ପାରୁ ଏଥି ପାଇଁ କର୍ପୋରେଟ ବଣ୍ଡ ମାର୍କେଟ ପାଇଁ ନୂତନ ବ୍ୟକଷ୍ଟପ୍‍ ସୁବିଧା ମଧ୍ୟ ଦିଆଯାଉଛି।

ସାଥୀଗଣ,

ଏହି ଭାବନାକୁ ଆତ୍ମନିର୍ଭର ଭାରତ ନିର୍ମାଣ ପାଇଁ ମଧ୍ୟ ଦୃଢତାର ସହିତ ଆଗକୁ ଅଗ୍ରସର କରାଯାଉଛି। ଆତ୍ମନିର୍ଭର ଭାରତ କେବଳ ବଡ଼ ବଡ଼ ଉଦ୍ୟୋଗ ଅବା ବଡ଼ ବଡ଼ ସହରଗୁଡିକରେ ପ୍ରତିଷ୍ଠା ହେବ ନାହିଁ । ଆତ୍ମନିର୍ଭର ଭାରତ ଗାଁରେ, ଛୋଟ- ଛୋଟ ସହରରେ, ଛେଟ-ଛୋଟ ଉଦ୍ୟମୀଙ୍କର, ସାଧାରଣ ଭାରତୀୟମାନଙ୍କର ପରିଶ୍ରମର ଯୋଗଦାନର ଏଥିରେ ବହୁତ ଗୁରୁତ୍ୱ ରହିଛି। ଆତ୍ମନିର୍ଭର ଭାରତ କୃଷକ ମାନଙ୍କ ଦ୍ୱାରା, କୃଷି ଉତ୍ପାଦକୁ ଉନ୍ନତ କରୁଥିବା ୟୁନିଟ ଦ୍ୱାରା ହେବ। ଆତ୍ମନିର୍ଭର ଭାରତ, ଆମର ଏମଏସଏମଇ ଦ୍ୱାରା ସୃଷ୍ଟି ହେବ, ଆମର ଷ୍ଟାର୍ଟ-ଅପ୍ସ ଦ୍ୱାରା ହୋଇପାରିବ। ଆଉ ଆତ୍ମନିର୍ଭର ଭାରତର ଏକ ବଡ଼ ପରିଚୟ ଆମର ଷ୍ଟାର୍ଟ-ଅପ୍ସକୁ, ଆମର ଏମଏସଏମଇକୁ ମିଳିବ। ଏଥିପାଇଁ କରୋନା ସମୟରେ ଏମଏସଏମଇ ପାଇଁ ସ୍ୱତନ୍ତ୍ର ଯୋଜନାଗୁଡ଼ିକ ପ୍ରସ୍ତୁତ କରାଯାଇଥିଲା। ଏଗୁଡ଼ିକର ଲାଭ ଉଠାଇ ପ୍ରାୟ 90 ଲକ୍ଷ ଉଦ୍ୟମୀଙ୍କୁ 2.4 ଟ୍ରିଲିୟନ ଟଙ୍କାର ଋଣ ମିଳି ସାରିଛି। ଏମଏସଏମଇ ଏବଂ ଆମର ଷ୍ଟାର୍ଟ-ଅପ୍ସକୁ ସମର୍ଥନ କରିବା, ଏ ପର୍ଯ୍ୟନ୍ତ ଋଣ ଦେବାରେ ସମ୍ପ୍ରସାରଣ କରିବା, ଆପଣମାନେ ମଧ୍ୟ ଆବଶ୍ୟକ ବୋଲି ବୁଝୁଛନ୍ତି। ସରକାର ଅନେକଗୁଡ଼ିଏ ସଂସ୍କାର ଆଣି ଏମାନଙ୍କ ପାଇଁ କୃଷି, କୋଇଲା ଏବଂ ମହାକାଶ ଭଳି ଅନେକ କ୍ଷେତ୍ରକୁ ଉନ୍ମୁକ୍ତ କରି ଦେଇଛନ୍ତି। ଏବେ ଏହି ଦେଶର ଭିତିଭୂମି କ୍ଷେତ୍ରର ଦାୟିତ୍ୱ ରହିଛି ଯେ ଗାଁ ଏବଂ ଛୋଟ ସହରରେ ବିକଶିତ ହେଉଥିବା ସେହି ଆକାଂକ୍ଷାଗୁଡ଼ିକୁ ଚିହ୍ନଟ କରି ସେମାନଙ୍କୁ ଆତ୍ମନିର୍ଭର ଭାରତର ଶକ୍ତି କରିବା।

ସାଥୀଗଣ,

ଆମର ଅର୍ଥବ୍ୟବସ୍ଥା, ଯେପରି-ଯେପରି ଭାବେ ବଡ଼ ହେବାରେ ଲାଗିଛି, ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି ତେବେ ଋଣ ଯୋଗାଣ ମଧ୍ୟ ସେହିଭଳି ଭାବେ ଜରୁରୀ ହୋଇ ପଡ଼ିଛି। ଆପଣମାନଙ୍କୁ ଏହା ଦେଖିବାକୁ ପଡ଼ିବ ଯେ ନୂତନ କ୍ଷେତ୍ର, ନୂତନ ଉଦ୍ୟମୀମାନଙ୍କ ପାଖକୁ କିଭଳି ଋଣ ଯାଇ ପହଞ୍ଚିବ। ନୂତନ ଷ୍ଟାର୍ଟ-ଅପ୍ସ ଏବଂ ଫିନଟେକ୍ସ ପାଇଁ ଆପଣମାନେ ନୂତନ ଏବଂ ଉନ୍ନତ ଆର୍ଥିକ ଉତ୍ପାଦ ପ୍ରସ୍ତୁତ କରିବା ଉପରେ ଗୁରୁତ୍ୱ ଦିଅନ୍ତୁ । ଆପଣମାନେ ସମସ୍ତେ ଏହା ଭଲ ଭାବେ ଜାଣନ୍ତି ଯେ ଆମର ଫିନଟେକ୍ସ ଷ୍ଟାର୍ଟ-ଅପ୍ସ ଆଜି ଉନ୍ନତମାନର କାର୍ଯ୍ୟ କରୁଛନ୍ତି ଏବଂ ଏହି କ୍ଷେତ୍ରରେ ପ୍ରତ୍ୟେକ ସମ୍ଭାବନା ଗୁଡ଼ିକୁ ପ୍ରୋତ୍ସାହିତ କରୁଛନ୍ତି। କରୋନା ସମୟରେ ମଧ୍ୟ ଯେତିକି ଷ୍ଟାର୍ଟ-ଅପ୍ସ କାରବାର ହୋଇଛି, ସେଥିରେ ଆମର ଫିନଟେକ୍ସର ଅଂଶୀଦାର ବହୁତ ଅଧିକ ରହିଛି । ବିଶେଷଜ୍ଞମାନେ ଏହା କୁହନ୍ତି ଯେ ଚଳିତ ବର୍ଷ ମଧ୍ୟ ଏହି ଗତି ଏଭଳି ଜାରି ରହିବ, ଏଥିପାଇଁ ଆପଣମାନଙ୍କୁ ମଧ୍ୟ ଏଥିରେ ନୂତନ ସମ୍ଭାବନା ଖୋଜିବାକୁ ଅଛି। ଏହିଭଳି ଭାବେ, ଆମର ଯେଉଁ ସାମାଜିକ ସୁରକ୍ଷାର ବ୍ୟାପକତା ରହିଛି, ତାହାକୁ ବିଶ୍ୱସ୍ତରୀୟ କରିବାରେ ଆପଣମାନଙ୍କର ଭୂମିକା କ’ଣ ହେବ, ଏହା ଉପରେ ବିଚାର କରନ୍ତୁ । ଏହା ସହିତ ଜଡ଼ିତ ଉନ୍ନତ ପରାମର୍ଶ ଏବଂ ସମାଧାନ ଏହି ୱେବିନାରରୁ ବାହାରିବ, କାରଣ ଆପଣମାନଙ୍କର ଏହି କ୍ଷେତ୍ରରେ ଗଭୀର ଅନୁଭବ ରହିଛି। ଆଉ ମୁଁ ଚାହୁଁଛି ଯେ ଆପଣମାନେ ଆଜି ଖୋଲାଖୋଲି ଭାବେ ନିଜର ମତାମତ ରଖନ୍ତୁ। ଆଉ ମୋର ଦୃଢ଼ ବିଶ୍ୱାସ ରହିଛି ଯେ ଆଜିକାର ମନ୍ଥନରୁ ଯେଉଁ ଅମୃତ ବାହାରିବ, ତାହା ଆତ୍ମନିର୍ଭର ଭାରତର କାର୍ଯ୍ୟରେ ମଧ୍ୟ ଆସିବ, ଜନକଲ୍ୟାଣ ଯୁକ୍ତ କାର୍ଯଗୁଡ଼ିକରେ ମଧ୍ୟ ଆସିବ ଆଉ ଆତ୍ମବିଶ୍ୱାସକୁ ଗଭୀର କରିବାର ମଧ୍ୟ କାର୍ଯ୍ୟରେ ଆସିବ।

ସାଥୀଗଣ,

ବିଗତ ବର୍ଷମାନଙ୍କରେ ଟେକ୍ନୋଲୋଜିର ଉନ୍ନତ ବ୍ୟବହାର, ନୂତନ ବ୍ୟବସ୍ଥା ଗୁଡ଼ିକର ନିର୍ମାଣ ଆର୍ଥିକ ଅନ୍ତର୍ଭୁକ୍ତିକରଣ ବହୁତ ବଡ଼ ଭୂମିକା ତୁଲାଇଛି। ଆଜି ଦେଶରେ 130 କୋଟି ଲୋକଙ୍କ ପାଖରେ ଆଧାରକାର୍ଡ, 41 କୋଟିରୁ ଅଧିକ ଦେଶବାସୀଙ୍କ ପାଖରେ ଜନଧନ ଖାତା ରହିଛି। ଏଥିମଧ୍ୟରୁ ପ୍ରାୟ 55 ପ୍ରତିଶତ ଜନଧନ ଖାତା ହେଉଛି ମହିଳାମାନଙ୍କର ଆଉ ସେଗୁଡ଼ିକରେ ପ୍ରାୟ ଦେଢ଼ ଲକ୍ଷ କୋଟି ଟଙ୍କା ଜମା ରହିଛି । କରୋନା ସମୟରେ ମଧ୍ୟ ଏହି ଜନଧନ ଖାତା ଯୋଗୁଁ ଲକ୍ଷ-ଲକ୍ଷ ଭଉଣୀମାନଙ୍କୁ ସିଧାସଳଖ ସହାୟତା ଦେବା କାର୍ଯ୍ୟ ଦ୍ରୁତ ଗତିରେ ସମ୍ଭବ ହୋଇ ପାରିଛି। ଆଜି ୟୁପିଆଇ ମାଧ୍ୟମରେ ପ୍ରତି ମାସରେ ହାରାହାରି 4 ଲକ୍ଷ କୋଟି ଟଙ୍କାରୁ ଅଧିକର ନେଣ-ଦେଣ ହୋଇ ପାରୁଛି ଏବଂ ରୂପେ କାର୍ଡର ସଂଖ୍ୟା ମଧ୍ୟ 60 କୋଟିରେ ପହଞ୍ଚି ସାରିଛି । ଆଧାର ସାହାଯ୍ୟରେ ତତ୍କାଳ ଅଥେନ୍ଟିକେସନ, ଭାରତୀୟ ଡାକ ବ୍ୟାଙ୍କର ବିଶାଳ ନେଟୱର୍କ, ଲକ୍ଷ-ଲକ୍ଷ ସାଧାରଣ ସେବା କେନ୍ଦ୍ରର ନିର୍ମାଣ ଅର୍ଥନୈତିକ ସେବାକୁ ଦେଶର ଦୂର-ଦୂରାନ୍ତର ଅଞ୍ଚଳ ପର୍ଯ୍ୟନ୍ତ ପହଞ୍ଚାଇ ଦେଇଛି। ଆଜି ଦେଶରେ 2 ଲକ୍ଷରୁ ଅଧିକ ବ୍ୟାଙ୍କ ମିତ୍ର ଆଧାର ଆଧାରିତ ଦେୟ ବ୍ୟବସ୍ଥା (ଏଇପିଏସ) ଯନ୍ତ୍ର ସାହାଯ୍ୟରେ ଗାଁରେ ଲୋକମାନଙ୍କର ଘର ପର୍ଯ୍ୟନ୍ତ ବ୍ୟାଙ୍କିଙ୍ଗ ସେବାକୁ ନେଇ ପହଞ୍ଚୁଛନ୍ତି। ଏକ ଲକ୍ଷ ପଚିଶ ହଜାରରୁ ଅଧିକ ଡାକଘର ମଧ୍ୟ ଏଥିରେ ସାହାଯ୍ୟ କରୁଛନ୍ତି। ଆପଣମାନେ ଏହା ଜାଣି ଆଶ୍ଚର୍ଯ୍ୟ ହୋଇଯିବେ ଯେ ଗତ ବର୍ଷ ଅପ୍ରେଲରୁ ନେଇ ଜୁନ ମାସ ମଧ୍ୟରେ ଏହି ବ୍ୟାଙ୍କ ମିତ୍ରମାନେ ନିଜର (ଏଇପିଏସ) ଯନ୍ତ୍ର ସାହାଯ୍ୟରେ 53 ହଜାର କୋଟି ଟଙ୍କାରୁ ଅଧିକ ନେଣ-ଦେଣ କରିବାରେ ଗ୍ରାମୀଣମାନଙ୍କୁ ସାହାଯ୍ୟ କରିଛନ୍ତି। ଆଉ ଆମକୁ ଏହା ମନେ ରଖିବାକୁ ହେବ ଯେ ଏହା କରୋନାର ସେହି ସମୟ ଥିଲା, ଯେତେବେଳେ ଭାରତରେ ଲକ୍‍ ଡାଉନ୍‍ ଥିଲା।

ସାଥୀଗଣ,

ଆଜି ଭାରତ ଗର୍ବ କରି ପାରିବ ଯେ ଦେଶର ପ୍ରାୟତଃ ପ୍ରତ୍ୟେକ ବର୍ଗ କୌଣସି ନା କୌଣସି ରୂପରେ ଦେଶର ଆର୍ଥିକ କ୍ଷେତ୍ରରେ ସାମିଲ ହୋଇ ସାରିଛନ୍ତି। ଏବେ ଦେଶ ଦଶକ-ଦଶକର ଆର୍ଥିକ ଅଣ-ଅନ୍ତର୍ଭୁକ୍ତିକରଣରୁ ବାହାରି ସୁଦୃଢ଼ ହେଉଛି। ସମସ୍ତଙ୍କ ସହିତ, ସମସ୍ତଙ୍କର ବିକାଶ, ସମସ୍ତଙ୍କର ବିଶ୍ୱାସ, ଏହାର ମନ୍ତ୍ର ଆର୍ଥିକ କ୍ଷେତ୍ରରେ ସ୍ପଷ୍ଟ ଭାବେ ଦେଖାଯାଉଛି। ଆଜି ଗରିବ ହୁଅନ୍ତୁ, କୃଷକ ହୁଅନ୍ତୁ, ପଶୁପାଳକ ହୁଅନ୍ତୁ, ମତ୍ସ୍ୟଜୀବୀ ହୁଅନ୍ତୁ, ଛୋଟ ଦୋକାନୀ ହୁଅନ୍ତୁ, ସମସ୍ତଙ୍କ ପାଇଁ ଋଣ ଉପଲବ୍ଧ କରାଇବା ସମ୍ଭବ ହୋଇ ପାରିଛି। ମୁଦ୍ରା ଯୋଜନା ଦ୍ୱାରା ହିଁ ବିଗତ ବର୍ଷମାନଙ୍କରେ ପ୍ରାୟ 15ଲକ୍ଷ କୋଟି ଟଙ୍କାର ଋଣ ଛୋଟ ଉଦ୍ୟମୀମାନଙ୍କ ପର୍ଯ୍ୟନ୍ତ ପହଞ୍ଚିଛି। ଏଥିମଧ୍ୟରୁ ପ୍ରାୟ 70 ପ୍ରତିଶତ ହେଉଛନ୍ତି ମହିଳା ଏବଂ 50 ପ୍ରତିଶତରୁ ଅଧିକ ହେଉଛନ୍ତି ଦଳିତ, ବଞ୍ଚିତ, ଆଦିବାସୀ ଏବଂ ପଛୁଆ ବର୍ଗର ଉଦ୍ୟମୀ। ପିଏମ କିଷାନ ସ୍ୱନିଧି ଯୋଜନା ଦ୍ୱାରା ଏ ପର୍ଯ୍ୟନ୍ତ ପ୍ରାୟ 11 କୋଟି କୃଷକ ପରିବାରଙ୍କ ଖାତାରେ 1 ଲକ୍ଷ 15 ହଜାର କୋଟି ଟଙ୍କାରୁ ଅଧିକ ସାହାଯ୍ୟ ପହଞ୍ଚି ସାରିଛି। କିଛି ମାସ ପୂର୍ବେ ହିଁ ଆମର ରାସ୍ତାକଡ ବୁଲା ବିକାଳୀଙ୍କ ପାଇଁ, ଠେଲାଗାଡିରେ ବିକ୍ରି କରୁଥିବା ଲୋକଙ୍କ ପାଇଁ ପିଏମ ସ୍ୱନିଧି ଯୋଜନା ଆରମ୍ଭ କରାଯାଇଛି। ପ୍ରଥମ ଥର ପାଇଁ ଏହି ବର୍ଗର ଲୋକମାନଙ୍କୁ ଅର୍ଥନୈତିକ କ୍ଷେତ୍ରରେ ସାମିଲ କରାଯାଇଛି। ଏହା ମାଧ୍ୟମରେ ପ୍ରାୟ 15 ଲକ୍ଷ ବୁଲା ବିକାଳୀଙ୍କୁ ଏ ପର୍ଯ୍ୟନ୍ତ 10 ହଜାର ଟଙ୍କା ଲେଖାଁଏ ଋଣ ଦିଆ ଯାଇ ସାରିଛି। ଏହା କେବଳ ଥରେ ମାତ୍ର ଅନ୍ତର୍ଭୁକ୍ତୀକରଣ ନୁହେଁ, ବରଂ ସେମାନଙ୍କର ଋଣର ଇତିହାସ ସମ୍ପର୍କରେ ଭବିଷ୍ୟତରେ ସେମାନଙ୍କୁ ସମ୍ପ୍ରସାରଣ କରିବାରେ ସାହାଯ୍ୟ ମଧ୍ୟ କରିବ। ଏହିଭଳି ଭାବେ, ବ୍ୟବସାୟୀ ଏବଂ ପିଏସବି ଋଣ ଭଳି ଡିଜିଟାଲ ଋଣ ପ୍ରଦାନ ମଞ୍ଚରେ ଏମଏସଏମଇକୁ ଶସ୍ତା ଋଣ ଦ୍ରୁତ ଗତିରେ ମିଳି ପାରୁଛି। କିଷାନ କ୍ରେଡିଟ କାର୍ଡ ଭଳି ସୁବିଧା, ଦ୍ରୁତ ଗତିରେ ଅନୌପଚାରିକ ଋଣର କୁଚକ୍ରରୁ କ୍ଷୁଦ୍ର ଚାଷୀଙ୍କୁ, ପଶୁପାଳକଙ୍କୁ, ମତ୍ସଜୀବୀଙ୍କୁ ବାହାରକୁ ବାହାର କରୁଛି।

ସାଥୀଗଣ,

ଏବେ ଘରୋଇ କ୍ଷେତ୍ରକୁ ମଧ୍ୟ କେଉଁଠି ନା କେଉଁଠି, ବିଚାର କରିବାକୁ ହେବ ଯେ ଆମ ସମାଜର ଏହି ବର୍ଗ ପାଇଁ ନବସୃଜନ ଅର୍ଥନୈତିକ ଉତ୍ପାଦଗୁଡ଼ିକୁ ଆପଣ କିଭଳି ଭାବେ ବାହାର କରୁଛନ୍ତି? ଆମର ଯେଉଁ ସ୍ୱୟଂ ସହାୟକ ଗୋଷ୍ଠୀ ଅଛନ୍ତି, ସେମାନଙ୍କ ମଧ୍ୟରେ ବିନିର୍ମାଣରୁ ନେଇ ସେବା ପର୍ଯ୍ୟନ୍ତ, ପ୍ରତ୍ୟେକ କ୍ଷେତ୍ରରେ ବହୁତ ବଡ଼ ଦକ୍ଷତା ରହିଛି। ଏମାନେ ହେଉଛନ୍ତି ଏଭଳି ଗୋଷ୍ଠୀ, ଯାହାଙ୍କର ଋଣର ଶୃଙ୍ଖଳା, ସବୁବେଳେ ଆପଣମାନେ ଅନୁଭବ କରିଛନ୍ତି, ବହୁତ ଉନ୍ନତ ରହିଥାଏ। ଘରୋଇ କ୍ଷେତ୍ରରେ ଏଭଳି ଗୋଷ୍ଠୀମାନଙ୍କ ଦ୍ୱାରା ଗ୍ରାମୀଣ ଭିତିଭୂମିରେ ନିବେଶର ସମ୍ଭାବନା ଖୋଜିପାରିବ। ଏହା କେବଳ ଜନ କଲ୍ୟାଣ କାର୍ଯ୍ୟ ନୁହେଁ, ବରଂ ଏକ ଉନ୍ନତ ମାନର ବ୍ୟବସାୟ ମଡେଲ ଭାବେ ସିଦ୍ଧ ହୋଇ ପାରିବ।

ସାଥୀଗଣ,

ଆର୍ଥିକ ଅନ୍ତର୍ଭୁକ୍ତିକରଣ ପରେ, ଏବେ ଦେଶ ଆର୍ଥିକ ସଶକ୍ତିକରଣ ଆଡକୁ ଦ୍ରୁତ ଗତିରେ ଅଗ୍ରସର ହେଉଛି। ଫିଣ୍ଟେକ୍ ମାର୍କେଟ ଆକଳନ କରିଛି ଆସନ୍ତା 5 ବର୍ଷରେ ଭାରତର ବଜାର 6 ଟ୍ରିଲିୟନରୁ ଅଧିକ ହେବ। ଫିଣ୍ଟେକ୍ ସେକ୍ଟରର ସମାନ ସମ୍ଭାବନାକୁ ଦୃଷ୍ଟିରେ ରଖି ଆଇଏଫଏସସି(IFSC) ଜିଆଏଫଟି(GIFT) ସହରରେ ଏକ ବିଶ୍ବସ୍ତରୀୟ ଆର୍ଥିକ କେନ୍ଦ୍ର ନିର୍ମାଣ କରାଯାଉଛି । ଭାରତରେ ଆଧୁନିକ ଭିତ୍ତିଭୂମି ନିର୍ମାଣ କେବଳ ଆମର ଆକାଂକ୍ଷା ନୁହେଁ, ବରଂ ଏହା ଏକ ହେଉଛି ଆତ୍ମନିର୍ଭର ଭାରତର ଆବଶ୍ୟକତା । ଏଥିପାଇଁ ଏହି କ୍ଷେତ୍ରରେ ଭିତ୍ତିଭୂମିକୁ ନେଇ ବହୁତ କଠୋର ଲକ୍ଷ୍ୟ ରଖାଯାଇଛି । ଏହି ଲକ୍ଷ୍ୟଗୁଡିକ ପୂରଣ କରିବା ପାଇଁ ନିବେଶର ଆବଶ୍ୟକତା ରହିଛି। ଏହି ନିବେଶ ଆଣିବାକୁ ସମସ୍ତ ପ୍ରୟାସ କରାଯାଉଛି। ଏହି ଲକ୍ଷ୍ୟ ସମଗ୍ର ଆର୍ଥିକ କ୍ଷେତ୍ରର ସକ୍ରିୟ ସହଯୋଗ ଦ୍ବାରା ପ୍ରାପ୍ତ ହେବ ।

ସାଥୀଗଣ,

ଆମର ଆର୍ଥିକ ବ୍ୟବସ୍ଥା ସୁଦୃଢ ହେଉ, ଏଥିପାଇଁ ନିଜର ବ୍ୟାଙ୍କିଙ୍ଗ କ୍ଷେତ୍ରକୁ ସଶକ୍ତ କରିବାକୁ ମଧ୍ୟ ସରକାର ପ୍ରତିଶ୍ରୁତିବଦ୍ଧ । ଏପର୍ଯ୍ୟନ୍ତ ଯାହା କିଛି ବ୍ୟାଙ୍କିଙ୍ଗ୍ ସଂସ୍କାର କରାଯାଇଛି, ତାହା ଆଗକୁ ମଧ୍ୟ ଜାରି ରହିବ। ମୋର ବିଶ୍ବାସ ଯେ, ସଂସ୍କାରକୁ ନେଇ ଏବଂ ବଜେଟରେ ହୋଇଥିବା ବ୍ୟବସ୍ଥା ଗୁଡ଼ିକର କାର୍ଯ୍ୟକାରିତା ସମ୍ବନ୍ଧରେ ଆପଣଙ୍କ ପକ୍ଷରୁ ସାର୍ଥକ ପରାମର୍ଶ ମିଳିବ । ମୋର ସଂମ୍ପୂର୍ଣ୍ଣ ବିଶ୍ବାସ ଯେ, ଦେଶ ଏବଂ ବିଶ୍ବର ଏହି ​‌କ୍ଷେତ୍ରର ମହାରଥୀମାନେ ଆଜି ସାରା ଦିନ ଆମକୁ ଏହି ବିଷୟରେ ମାର୍ଗଦର୍ଶନ କରିବାକୁ ଯାଉଛନ୍ତି । ଆପଣଙ୍କର ପ୍ରତ୍ୟେକଟି କଥା ମୋ ସରକାର ପାଇଁ ହେଉଛି ଅତ୍ୟନ୍ତ ମୂଲ୍ୟବାନ । ଆପଣ ବିନା ଦ୍ୱିଧାରେ, ଆଗାମୀ ରୋଡମ୍ୟାପ୍ ପାଇଁ ଆମେ କ’ଣ କରିପାରିବା, ଆମେ କିପରି ମିଳିମିଶି ଆଗକୁ ବଢି ପାରିବା । ଆପଣମାନଙ୍କ ପାଖରେ କୌଣସି ସମସ୍ୟା ଅଛି ତେବେ ତାହାକୁ ଆମେ କିପରି ଦୂର କରିପାରିବା । ଆପଣ ଦାୟିତ୍ବ ନେଇ ଦେଶକୁ କିପରି ଆଗକୁ ବଢାଇବାରେ ଭାଗିଦାର ହୋଇପାରିବେ । ଏହି ସମସ୍ତ ବିଷୟଗୁଡିକର ଏକ ସକ୍ଷମ ବିନ୍ଦୁ, ରୋଡମ୍ୟାପ୍ ସହିତ, ଲକ୍ଷ୍ୟ ଏବଂ ସମୟସୀମା ସହିତ ଆଜିର ଆଲୋଚନାରୁ ଆମେ ବହୁତ ଲାଭ ଉଠାଇବାକୁ ଚାହୁଁଛୁ । ମୋର ବିଶ୍ୱାସ ଯେ, ଆପଣଙ୍କର ସମୟ ହେଉଛି ମୂଲ୍ୟବାନ, ତା’ଠାରୁ ଅଧିକ ମୂଲ୍ୟବାନ ହେଉଛି ଆପଣଙ୍କର ପରାମର୍ଶ ଏବଂ ଆମର ସଂକଳ୍ପ ।

ବହୁତ-ବହୁତ ଧନ୍ୟବାଦ !!

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India’s digital economy enters mature phase as video dominates: Nielsen

Media Coverage

India’s digital economy enters mature phase as video dominates: Nielsen
NM on the go

Nm on the go

Always be the first to hear from the PM. Get the App Now!
...
Share your ideas and suggestions for 'Mann Ki Baat' now!
May 05, 2026

Prime Minister Narendra Modi will share 'Mann Ki Baat' on Sunday, May 31st. If you have innovative ideas and suggestions, here is an opportunity to directly share it with the PM. Some of the suggestions would be referred by the Prime Minister during his address.

Share your inputs in the comments section below.