ଗତ ଦଶନ୍ଧି ମଧ୍ୟରେ, ଭାରତର ବିମାନ ଚଳାଚଳ କ୍ଷେତ୍ର ଏକ ଐତିହାସିକ ପରିବର୍ତ୍ତନ ଦେଇ ଗତି କରିଛି, ଏକ ସ୍ୱତନ୍ତ୍ର କ୍ଲବରୁ ବିଶ୍ୱର ତୃତୀୟ ସର୍ବବୃହତ ଘରୋଇ ବିମାନ ପରିବହନ ବଜାରରେ ପରିଣତ ହୋଇଛି : ପ୍ରଧାନମନ୍ତ୍ରୀ
ଭାରତର ବିମାନ ଚଳାଚଳ କ୍ଷେତ୍ରର ଅଭିବୃଦ୍ଧି ସରକାରଙ୍କ ଦୀର୍ଘକାଳୀନ ଦୃଷ୍ଟିକୋଣର ଫଳାଫଳ, ଯାହା ପ୍ରତ୍ୟେକ ନାଗରିକଙ୍କୁ ସହଜରେ ବିମାନ ଯାତ୍ରା କରିବାକୁ ସକ୍ଷମ କରିବା ଲକ୍ଷ୍ୟ ସହିତ ବିମାନ ଯାତ୍ରାକୁ ସମାବେଶୀ କରିଛି : ପ୍ରଧାନମନ୍ତ୍ରୀ
ସରକାର ସାରା ଦେଶରେ ଆଞ୍ଚଳିକ ଏବଂ ସୁଲଭ ବିମାନ ସଂଯୋଗ ସହ ସମୁଦ୍ର-ବିମାନ ପରିଚାଳନାକୁ ବିସ୍ତାର କରିବା ପାଇଁ ଉଡାଣ ଯୋଜନାର ପରବର୍ତ୍ତୀ ପର୍ଯ୍ୟାୟ ଉପରେ କାର୍ଯ୍ୟ କରୁଛନ୍ତି : ପ୍ରଧାନମନ୍ତ୍ରୀ
ଭାରତ ଘରୋଇ ସ୍ତରରେ ସାମରିକ ଏବଂ ପରିବହନ ବିମାନ ଉତ୍ପାଦନ ଆରମ୍ଭ କରି ବେସାମରିକ ବିମାନ ନିର୍ମାଣରେ ମଧ୍ୟ ଆଗକୁ ବଢ଼ୁଛି : ପ୍ରଧାନମନ୍ତ୍ରୀ
ଭାରତ ଦକ୍ଷିଣ ବିଶ୍ୱ ଏବଂ ବିଶ୍ୱ ମଧ୍ୟରେ ଏକ ପ୍ରମୁଖ ବିମାନ ଚଳାଚଳ ପ୍ରବେଶ ପଥ ଭାବରେ ଉଭା ହେଉଛି : ପ୍ରଧାନମନ୍ତ୍ରୀ

କେନ୍ଦ୍ର କ୍ୟାବିନେଟରେ ମୋର ସହଯୋଗୀ ରାମ ମୋହନ ନାଇଡୁ, ମୁରଲୀଧର ମୋହୋଲ, ବିଶ୍ୱର ବିଭିନ୍ନ ଦେଶରୁ ଆସିଥିବା ସମ୍ମାନନୀୟ ମନ୍ତ୍ରୀଗଣ, ବିଶ୍ୱ ବିମାନ କ୍ଷେତ୍ରର ବରିଷ୍ଠ ଅଧିକାରୀ, ଅନ୍ତର୍ଜାତୀୟ ସଂଗଠନର ପ୍ରତିନିଧିଗଣ, ସମ୍ମାନିତ ପ୍ରତିନିଧିଗଣ, ମହିଳା ଏବଂ ସଜ୍ଜନଗଣ!

ନମସ୍କାର !

ଓ୍ୱିଙ୍ଗ୍‌ସ ଅଫ୍ ଇଣ୍ଡିଆର ଏହି ମଞ୍ଚକୁ ଏହି କ୍ଷେତ୍ରର ସମସ୍ତ ବରିଷ୍ଠ ଅଧିକାରୀ, ବିଶେଷଜ୍ଞ ଓ ନିବେଶକଙ୍କୁ ମୁଁ ସ୍ୱାଗତ କରୁଛି। ଯେମିତି ଆପଣମାନେ ଜାଣନ୍ତି, ବିମାନ କ୍ଷେତ୍ରର ଆଗାମୀ ଯୁଗ ଅନେକ ଉଚ୍ଚାଭିଳାଷରେ ଭରି ରହିଛି। ଏବଂ ଏହି କ୍ଷେତ୍ରରେ ଭାରତ ହେଉଛି ଏକ ପ୍ରମୁଖ ଅଂଶୀଦାର। ବିମାନ ନିର୍ମାଣ, ପାଇଲଟ ଟ୍ରେନିଂ, ଆଡଭାନ୍‌ସ ଏୟାର ମୋବିଲିଟି, ବିମାନ ଲିଜିଂ – ଏହି ସବୁ କ୍ଷେତ୍ରରେ ଭାରତ ଅନେକ ସମ୍ଭାବନା ସହିତ ଆପଣମାନଙ୍କ ସାମନାରେ ଛିଡ଼ା ହୋଇଛି। ଏଥିପାଇଁ ଓ୍ୱିଙ୍ଗ୍‌ସ ଇଣ୍ଡିଆର ଏହି ସମ୍ମିଳନୀ ଆମ ସମସ୍ତଙ୍କ ପାଇଁ ଏତେ ଗୁରୁତ୍ୱପୂର୍ଣ୍ଣ ହୋଇଛି।

ବନ୍ଧୁଗଣ,

ଗତ ଏକ ଦଶନ୍ଧିରେ ​ଭାରତର ବିମାନ ଚଳାଚଳ କ୍ଷେତ୍ରରେ ଆସିଛି ଐତିହାସିକ ପରିବର୍ତ୍ତନ। ଗୋଟିଏ ସମୟ ଥିଲା ଯେତେବେଳେ ଭାରତ ସେହି ଦେଶଗୁଡ଼ିକ ମଧ୍ୟରେ ଥିଲା, ଯେଉଁ ଦେଶରେ ବିମାନରେ ଯାତ୍ରା କରିବା କେବଳ କିଛି ବଡ଼ବଡ଼ିଆ ଲୋକଙ୍କ ଏକ୍ସକ୍ଲୁସିଭ କ୍ଲବ ଥିଲା। କିନ୍ତୁ ବର୍ତ୍ତମାନ ପରିସ୍ଥିତି ସଂପୂର୍ଣ୍ଣ ଭାବରେ ବଦଳି ଯାଇଛି। ଆଜି ଭାରତ ହେଉଛି ବିଶ୍ୱର ତୃତୀୟ ସର୍ବବୃହତ ଘରୋଇ ବିମାନ ଚଳାଚଳ ବଜାର। ଆମର ବିମାନ ଯାତ୍ରୀଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଛି। ଭାରତୀୟ ବିମାନକମ୍ପାନୀଗୁଡ଼ିକରେ ବିମାନ ସଂଖ୍ୟା ମଧ୍ୟ ଦ୍ରୁତ ଗତିରେ ବୃଦ୍ଧି ପାଉଛି। କିଛି ବର୍ଷ ମଧ୍ୟରେ ଭାରତୀୟ ବିମାନ କମ୍ପାନୀଗୁଡ଼ିକ ୧,୫୦୦ରୁ ଅଧିକ ବିମାନ କିଣିବା ପାଇଁ ଅର୍ଡର ଦେଇଛନ୍ତି।

​ବନ୍ଧୁଗଣ,

ଭାରତର ବିମାନ କ୍ଷେତ୍ରରେ ଏହି ଦ୍ରୁତ ପରିବର୍ତ୍ତନର କାରଣ ହେଉଛି ଆମର ସରକାର ଏକ ଦୀର୍ଘମିଆଦୀ ଲକ୍ଷ୍ୟ ନେଇ କାମ କରୁଛି। ବିମାନ ଯାତ୍ରା ଏବେ ଭାରତରେ ଇନକ୍ଲୁସିଭ ହୋଇପାଇଛି, ଏହା ଆଉ ଏକ୍ସକ୍ଲୁସିଭ ହୋଇ ରହିନାହିଁ। ଆମର ଲକ୍ଷ୍ୟ ହେଉଛି-ଭାରତର ନାଗରିକମାନେ ସହଜରେ ବିମାନ ଯାତ୍ରା କରନ୍ତୁ। ତେଣୁ ଆମେ ଟିୟର-୨ ଓ ଟିୟର-୩ ସହରକୁ  ଆକାଶମାର୍ଗରେ ଯୋଡ଼ିଛୁ। ୨୦୧୪ରେ ଭାରତରେ ୭୦ଟି ଏୟାରପୋର୍ଟ ଥିଲା। ଆଜି ଦେଶର ବିମାନ ବନ୍ଦର ସଂଖ୍ୟା ୧୬୦ରୁ ଅଧିକ ହେଲାଣି। ଅର୍ଥାତ ମାତ୍ର ୧୦ ବର୍ଷରେ ଦେଶରେ ଦୁଇ ଗୁଣାରୁ ଅଧିକ ବିମାନ ବନ୍ଦର ନିର୍ମିତ କରାଯାଇଛି। ଦେଶରେ ଆମେ ଶହେରୁ ଅଧିକ ଏରୋଡ୍ରମ୍ ସକ୍ରିୟ କରିଛୁ। ଏହା ସହିତ ଆମର ନାଗରିକଙ୍କ ପାଇଁ ଶସ୍ତା ବିମାନ ଯାତ୍ରାର ଯୋଜନା ଉଡ଼ାଣ ଆରମ୍ଭ କରିଛୁ। ଏହି ଉଡ଼ାନ ଯୋଜନାରେ ୧ କୋଟି ୫୦ ଲକ୍ଷ ଲୋକ ବିମାନ ଯାତ୍ରା କରିଛନ୍ତି। ସେମାନେ ପୁଣି ଏପରି ରୁଟ୍‌ରେ ବିମାନଯାତ୍ରା କରିଛନ୍ତି, ଯେଉଁ ରୁଟ୍‌ ଆଗରୁ ଆଦୌ ନ ଥିଲା। 

 

ବନ୍ଧୁଗଣ,

ଭାରତ ଆଜି ଯେତେବେଳେ ବିକଶିତ ଦେଶ ହେବା ଲକ୍ଷ୍ୟରେ ଆଗକୁ ବଢ଼ି ଚାଲିଛି, ଏହା ନିଶ୍ଚିତ ଯେ, ଆମର ବିମାନ ଚଳାଚଳ କାହିଁ କେତେ ଗୁଣା ବଢ଼ିବ। ଆକଳନ କରାଯାଇଛି ଯେ, ୨୦୪୭ ବେଳକୁ ଦେଶରେ ୪ ଶହରୁ ଅଧିକ ବିମାନ ବନ୍ଦର ଥିବ । ଏହା ହେବ ଏକ ବହୁତ ବଡ଼ ଆକାଶମାର୍ଗ ନେଟଓ୍ୱର୍କ। କେବଳ ସେତିକି ନୁହେଁ, ଆମର ସରକାର ପରବର୍ତ୍ତୀ ପର୍ଯ୍ୟାୟର ଉଡ଼ାନ ଯୋଜନା ଉପରେ କାମ କରୁଛି। ଏହି ନୀତି ଦ୍ୱାରା ଆଞ୍ଚଳିକ ଓ ଶସ୍ତା ବିମାନ ଚଳାଚଳ ଆହୁରି ମଜଭୁତ ହେବ। ଏସବୁ ସହିତ ସି-ପ୍ଲେନ୍ ଚଳାଚଳର ମଧ୍ୟ ସଂପ୍ରସାରଣ କରାଯାଉଛି। ଆମର ଏକମାତ୍ର ଲକ୍ଷ୍ୟ ହେଉଛି ସାରା ଦେଶର କୋଣ ଅନୁକୋଣରେ ବିମାନ ଚଳାଚଳ ଉନ୍ନତ ହେଉ।

 

​ବନ୍ଧୁଗଣ,

​ଆଜି ଭାରତ ସରକାର ଏଠାରେ ପର୍ଯ୍ୟଟନ ଶିଳ୍ପର ବିକାଶ ଉପରେ ବହୁତ ଗୁରୁତ୍ୱ ପ୍ରଦାନ କରୁଛନ୍ତି। ସାରା ଦେଶରେ ପର୍ଯ୍ୟଟନସ୍ଥଳୀଗୁଡ଼ିକର ବିକାଶ କରାଯାଉଛି ଏବଂ ସେହି ସବୁ ପର୍ଯ୍ୟଟନସ୍ଥଳୀଗୁଡ଼ିକୁ ଯିବା ପାଇଁ ବିମାନ ହେଉଛି ବହୁତ ଲୋକଙ୍କର ପ୍ରଥମ ପସନ୍ଦ। ଆଗାମୀ ଦିନରେ ଆକାଶମାର୍ଗରେ ଯାତାୟାତ କରିବାର ଚାହିଦା ଅହେତୁକ ଭାବେ ବୃଦ୍ଧି ପାଇବ। ଏହାର ଅର୍ଥ ଆପଣ ସମସ୍ତଙ୍କ ପାଇଁ ଏହି କ୍ଷେତ୍ରରେ ଅଧିକରୁ ଅଧିକ ନିବେଶର ସୁଯୋଗ ସୃଷ୍ଟି ହେବ।

ବନ୍ଧୁଗଣ,

 

​ଆଜି ଯେତେବେଳେ ଭାରତ ଅନ୍ତର୍ଜାତୀୟ ବିମାନ କ୍ଷେତ୍ରରେ ଏକ ହବ୍‌ ହେବାକୁ ଯାଉଛି, ବିମାନ ଚଳାଚଳ କ୍ଷେତ୍ରର ବିଭିନ୍ନ ଆବଶ୍ୟକତା ପାଇଁ ଆମେ ଅନ୍ୟ ଉପରେ ନିର୍ଭରଶୀଳ ନ ହେବାର ଆବଶ୍ୟକତା ରହିଛି। ଆତ୍ମନିର୍ଭରଶୀଳତାର ବାଟକୁ ଆମକୁ ଆହୁରି ସୁଦୃଢ଼ କରିବାକୁ ପଡ଼ିବ। ନିବେଶ ପାଇଁ  ଭାରତକୁ ଆସୁଥିବା କମ୍ପାନୀଗୁଡ଼ିକ ପାଇଁ ମଧ୍ୟ ଏହା ବହୁତ ସାହାଯ୍ୟ କରିବ। ଏହି ବିଚାର ନେଇ ବିମାନ ଡିଜାଇନ୍, ବିମାନ ନିର୍ମାଣ ଓ ବିମାନ ଏମ୍‌ଆର୍‌ଓ ବ୍ୟବସ୍ଥା ଉପରେ ଭାରତ ବହୁତ ଗୁରୁତ୍ୱ ଦେଉଛି। ଏପରିକି ଆଜି ମଧ୍ୟ ଭାରତ ହେଉଛି ବିମାନର ବିଭିନ୍ନ ଯନ୍ତ୍ରାଂଶ ଉତ୍ପାଦନ ଓ ଯୋଗାଣର ଏକ ପ୍ରମୁଖ ଦେଶ। ଆମେ ଉଭୟ ମିଲିଟାରି ଓ ପରିବହନ ବିମାନ ନିର୍ମାଣ କରିବାକୁ ଯାଉଛୁ। ବେସାମରିକ ବିମାନ ନିର୍ମାଣ ଦିଗରେ ମଧ୍ୟ ଭାରତ ଆଗେଇଛି। ଏବଂ ଆପଣ ସମସ୍ତ ନିବେଶକ ଜାଣନ୍ତି ଯେ, ଭାରତରେ ଅନେକ ସୁବିଧା ଅଛି। ଅନ୍ତର୍ଜାତୀୟ ଆକାଶମାର୍ଗରେ ଭାରତର ଭୌଗୋଳିକ ସ୍ଥିତି, ଆମର ଅଦ୍ୱିତୀୟ ଘରୋଇ ନେଟଓ୍ୱର୍କ ଓ ଆଗାମୀ ଦିନରେ ହେବାକୁ ଯାଉଥିବା ଅଧିକ ବିମାନ – ଏସବୁ ହେଉଛି ଆମର ବହୁତ ବଡ଼ ଶକ୍ତି ।  

​ବନ୍ଧୁଗଣ,

ସେହି ଦିନ ଆଉ ବେଶି ଦୂର ନୁହେଁ ଯେତେବେଳେ ସିଧା ଉପରକୁ ଉଡ଼ାଣ କରୁଥିବା ଓ ଅବତରଣ କରୁଥିବା ବିମାନ ଭାରତରେ  ଡିଜାଇନ ହେବ ଓ ନିର୍ମିତ ହେବ। ଏହା ସଂପୂର୍ଣ୍ଣ ବିମାନ ସେବା କ୍ଷେତ୍ରକୁ ପ୍ରଦାନ କରିବ ଏକ ନୂଆ ଦିଗ। ଏହି ଟେକ୍ନୋଲଜି ଆମର ଯାତ୍ରା ସମୟକୁ ବହୁତ ପରିମାଣରେ ହ୍ରାସ କରିବ। ଏହା ସହିତ ସ୍ଥାୟୀ ବିମାନ ଇନ୍ଧନ କ୍ଷେତ୍ରରେ ମଧ୍ୟ ଆମେ ବହୁତ ବଡ଼  କାମ କରୁଛୁ। ଆଗାମୀ କିଛି ବର୍ଷ ମଧ୍ୟରେ ଭାରତ ସବୁଜ ବିମାନ ଇନ୍ଧନର ଉତ୍ପାଦନକାରୀ ଓ ରପ୍ତାନୀକାରୀ ଦେଶ ହେବାକୁ ଯାଉଛି।

ବନ୍ଧୁଗଣ,

ଦେଶର ବିମାନ ଚଳାଚଳ କ୍ଷେତ୍ରରେ ମଧ୍ୟ ଆମେ ଅନେକ ସଂସ୍କାର ଆଣୁଛୁ। ଏବଂ ଏହି ସବୁ ଉଦ୍ୟମ ଯୋଗୁଁ ଗରିବ ଦେଶ ଓ ଧନୀ ଦେଶ ମଧ୍ୟରେ ବିମାନ କ୍ଷେତ୍ରର ଏକ ପ୍ରମୁଖ  ଗେଟଓ୍ୱେ ହେବାକୁ ଯାଉଛି ଭାରତ। ବିମାନ ଚଳାଚଳ କ୍ଷେତ୍ରର ନିବେଶକ ଓ ଏହି କ୍ଷେତ୍ରର ଉତ୍ପାଦନ ସହିତ ଜଡ଼ିତ ଥିବା ନିବେଶକଙ୍କ ପାଇଁ ଏହା ହେଉଛି ଏକ ବହୁତ ବଡ଼ ସୁଯୋଗ।

 

ବନ୍ଧୁଗଣ,

ଆଜି ଦେଶର ବିଭିନ୍ନ ଅଞ୍ଚଳ ଓ ସେହି ସବୁ ଅଞ୍ଚଳର ବଜାରକୁ ଯୋଡୁଛି ଭାରତ। ପରିବହନର ବିଭିନ୍ନ ମାଧ୍ୟମ ଜରିଆରେ ଆମର ସହରଗୁଡ଼ିକ ବନ୍ଦର ସହିତ ଯୋଡ଼ି ହେଉଛନ୍ତି। ଭାରତର ଆକାଶମାର୍ଗର ଲକ୍ଷ୍ୟ ହେଉଛି ସମାନ ଭାବରେ ଆକାଶ ମାର୍ଗରେ ମାଲ୍ ପରିବହନ। ଦ୍ରୁତ ଗତିରେ ଓ ପାରଦର୍ଶିତାର ସହିତ ମାଲ ପରିବହନ ପାଇଁ ସରକାର ସମସ୍ତ ପ୍ରକାରର ନିୟମରେ ଆବଶ୍ୟକ ସଂସ୍କାର ଆଣୁଛନ୍ତି। ଏହା ସହିତ ଆମର ଡିଜିଟାଲ କାର୍ଗୋ ପ୍ଲାଟଫର୍ମ ସଂପୂର୍ଣ୍ଣ ପ୍ରକ୍ରିୟାକୁ ସରଳ ଓ ସ୍ୱଚ୍ଛ କରୁଛି। ଅଫ୍‌ –ଏୟାରପୋର୍ଟ ପ୍ରକ୍ରିୟା ଯୋଗୁଁ ଏୟାରପୋର୍ଟ ଉପରେ କମୁଛି ବୋଝ । ଆମେ ମଧ୍ୟ ଏପରି ଅତ୍ୟାଧୁନିକ ଗୋଦାମ ଘର ନିର୍ମାଣ କରୁଛୁ ଯେପରିକି ମାଲ ପରିବହନ ଅଧିକ ଦ୍ରୁତ ଗତିରେ ଓ ଭଲ ଭାବେ ହୋଇପାରିବ। ଆଗାମୀ ଦିନରେ ଏହା ଉଭୟ ଡେଲିଭରି ସମୟ ଓ ଲଜିଷ୍ଟିକ୍ ଖର୍ଚ୍ଚ ହ୍ରାସ କରିବ। ଭବିଷ୍ୟତରେ ଭାରତ ହେବ ଏକ ବହୁତ ବଡ଼ ଓ ଶସ୍ତା ପରିବହନ ହବ୍।

ବନ୍ଧୁଗଣ,

ସମସ୍ତ ନିବେଶକମାନଙ୍କୁ ମୁଁ କହିବାକୁ ଚାହେଁ ଯେ, ଆପଣମାନେ ଭାରତର ଗୋଦାମ କ୍ଷେତ୍ରରେ, ମାଲ ପରିବହନ କ୍ଷେତ୍ରରେ, ଏକ୍ସପ୍ରେସ୍ ଲଜିଷ୍ଟିକ୍‌ସରେ ଓ ଇ-କମର୍ସ ସେକ୍ଟର ପରି ଏହି ସବୁ କ୍ଷେତ୍ରରେ ନିବେଶ କରନ୍ତୁ।

​ବନ୍ଧୁଗଣ,  

​ବିମାନ ଚଳାଚଳ କ୍ଷେତ୍ରରେ ଆମ ପରି ବିରାଟ ସୁଯୋଗ ପ୍ରଦାନ କରୁଥିବା, ନୀତିଗତ ସ୍ଥିରତା ଥିବା ଓ ଟେକ୍ନୋଲଜିକାଲ ଲକ୍ଷ୍ୟ ଥିବାର ବହୁତ କମ୍ ଦେଶ ଆଜି ବିଶ୍ୱରେ ଅଛନ୍ତି। ମୁଁ ବିଶ୍ୱର ପ୍ରତ୍ୟେକ ଦେଶକୁ, ପ୍ରତ୍ୟେକ ଶିଳ୍ପପତିଙ୍କୁ, ପ୍ରତ୍ୟେକ ଇନୋଭେଟରଙ୍କୁ କହିବାକୁ ଚାହେଁ ଯେ, ସେମାନେ ଏହି ସୁବର୍ଣ୍ଣ ସୁଯୋଗର ସଂପୂର୍ଣ୍ଣ ସଦୁପଯୋଗ କରନ୍ତୁ। ଆମର ବିକାଶ ଯାତ୍ରାରେ, ବିଶ୍ୱ  ବିମାନ ଚଳାଚଳ କ୍ଷେତ୍ରର ଅଭିବୃଦ୍ଧିରେ ଆପଣମାନେ ଦୀର୍ଘମିଆଦୀ ସହଯୋଗୀ ହୁଅନ୍ତୁ। ଭାରତର ଉଡ଼ାଣରେ କୋ-ପାଇଲଟ ହେବାକୁ ବିଶ୍ୱର ସମସ୍ତ ନିବେଶକଙ୍କୁ ମୁଁ ନିମନ୍ତ୍ରଣ କରୁଛି। ଓ୍ୱିଙ୍ଗ୍‌ସ ଇଣ୍ଡିଆର ସଫଳ ଆୟୋଜନ ପାଇଁ ମୁଁ ପୁଣି ଥରେ ଆପଣ ସମସ୍ତଙ୍କୁ ଅଭିନନ୍ଦନ ଜଣାଉଛି।

 

ଆପଣ ସମସ୍ତଙ୍କୁ ବହୁତ ବହୁତ ଧନ୍ୟବାଦ !

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
PM Modi writes to Om Birla: Oppn can't accept rise of a new person

Media Coverage

PM Modi writes to Om Birla: Oppn can't accept rise of a new person
NM on the go

Nm on the go

Always be the first to hear from the PM. Get the App Now!
...
Prime Minister greets devotees and participants of Matua Dharma Mela
March 16, 2026

The Prime Minister, Shri Narendra Modi has greeted all the devotees and participants of the Matua Dharma Mela. This special occasion is associated with the Jayanti of Purna Brahma Shree Shree Harichand Thakur Ji. “I offer my humble Pranams to him. His thoughts and teachings continue to give strength and hope to several people. They awakened a powerful movement for dignity, equality and devotion. He inspired generations to walk the path of righteousness, harmony and collective upliftment”, Shri Modi stated.

The Prime Minister remarked that the rich and vibrant traditions of Matua culture reflect a deep spiritual strength and an unbreakable commitment to equality. It significantly enriches the social fabric of our nation. “Over the past decade, our Government has been deeply committed to the welfare, empowerment and dignity of the Matua community”, Shri Modi said.

The Prime Minister posted on X:

“My heartfelt greetings and best wishes to all devotees and participants of the Matua Dharma Mela.

This special occasion is associated with the Jayanti of Purna Brahma Shree Shree Harichand Thakur Ji. I offer my humble Pranams to him. His thoughts and teachings continue to give strength and hope to several people. They awakened a powerful movement for dignity, equality and devotion. He inspired generations to walk the path of righteousness, harmony and collective upliftment.

The rich and vibrant traditions of the Matua culture reflect a deep spiritual strength and an unbreakable commitment to equality. It significantly enriches the social fabric of our nation. Over the past decade, our Government has been deeply committed to the welfare, empowerment and dignity of the Matua community.” 

 

“মতুয়া ধর্মমেলায় আগত সমস্ত ভক্ত এবং অংশগ্রহণকারীদের জানাই আমার আন্তরিক শুভেচ্ছা ও অভিনন্দন।

এই বিশেষ তিথিটি পূর্ণ ব্রহ্ম শ্রী শ্রী হরিচাঁদ ঠাকুরজির জয়ন্তীর সঙ্গে যুক্ত। আমি তাঁকে আমার সশ্রদ্ধ প্রণাম নিবেদন করছি। তাঁর আদর্শ এবং শিক্ষা আজও অগণিত মানুষকে শক্তি ও আশার আলো দিয়ে চলেছে এবং সম্মান, সাম্য ও ভক্তির এক শক্তিশালী আন্দোলনের জন্ম ঘটিয়েছে। তিনি প্রজন্ম থেকে প্রজন্মান্তরকে ন্যায়ের পথ, সম্প্রীতি এবং সমষ্টিগত উন্নয়নের পথে চলার অনুপ্রেরণা জুগিয়েছেন।

মতুয়া সংস্কৃতির এই সমৃদ্ধ এবং প্রাণবন্ত ঐতিহ্য এক গভীর আধ্যাত্মিক শক্তি এবং সাম্যের প্রতি অটুট অঙ্গীকারকে প্রতিফলিত করে। এটি আমাদের দেশের সামাজিক কাঠামোকে উল্লেখযোগ্যভাবে সমৃদ্ধ করেছে। গত এক দশকে, আমাদের সরকার মতুয়া সম্প্রদায়ের কল্যাণ, ক্ষমতায়ন এবং মর্যাদার প্রতি সম্পূর্ণ দায়বদ্ধ থেকে কাজ করে চলেছে।”