ପୂଜନୀୟ ମହାସଂଘର ଆଦରଣୀୟ ସଦସ୍ୟବୃନ୍ଦ, ନେପାଳ ଓ ଶ୍ରୀଲଙ୍କାର ପ୍ରଧାନମନ୍ତ୍ରୀ, ମୋର ସହକର୍ମୀ ମନ୍ତ୍ରୀଗଣ ଶ୍ରୀ ପ୍ରହ୍ଲାଦ ସିଂହ ପଟେଲ ଏବଂ ଶ୍ରୀ କିରେନ୍ ରିଜିଜୁ, ଅନ୍ତର୍ଜାତୀୟ ବୌଦ୍ଧ ମହାସଂଘର ମହାସଚିବ, ପୂଜନୀୟ ଡକ୍ଟର ଧମ୍ମପିୟ ମହୋଦୟ, ସମ୍ମାନନୀୟ ବିଦ୍ୱାନ୍‌ଗଣ, ଧମ୍ମ ଅନୁଗାମୀବୃନ୍ଦ, ସମଗ୍ର ବିଶ୍ୱର ଭାଇ ଓ ଭଉଣୀମାନେ ।

ନମୋ ବୁଦ୍ଧାୟ

ନମସ୍କାର ।

ବୈଶାଖର ଏହି ବିଶେଷ ଦିବସରେ ଆପଣମାନଙ୍କୁ ସମ୍ବୋଧନ କରିବାର ସୁଯୋଗ ମିଳିଥିବାରୁ ମୁଁ ନିଜକୁ ଗର୍ବିତ ମନେକରୁଛି । ବୈଶାଖ ହେଉଛି ଏକ ଦିବସ ଯେଉଁଦିନ ଆମେ ଭଗବାନ ବୁଦ୍ଧଙ୍କ ଜୀବନକୁ ଉତ୍ସବ ଭାବେ ପାଳନ କରିଥାଉ । ଏହା ମଧ୍ୟ ଏକ ଦିନ ଯାହା ଆମ ଗ୍ରହର ଉନ୍ନତି ପାଇଁ ତାଙ୍କର ତ୍ୟାଗ ଓ ଆଦର୍ଶ ବିଚାରଧାରା ଉପରେ ଚିନ୍ତନ-ମନ୍ଥନ କରିବାର ସୁଯୋଗ ଆଣିଦେଇଥାଏ ।

ବନ୍ଧୁଗଣ,

ଗତ ବର୍ଷ ମଧ୍ୟ ମୁଁ ଏକ ବୈଶାଖ ଦିବସ କାର୍ଯ୍ୟକ୍ରମରେ ଉଦବୋଧନ ଦେଇଥିଲି । କୋଭିଡ୍‌-୧୯ ମହାମାରୀ ବିରୁଦ୍ଧରେ ମାନବ ଜାତିର ସଂଗ୍ରାମର ନେତୃତ୍ୱ ନେଉଥିବା ସମସ୍ତ ସମ୍ମୁଖ ଯୋଦ୍ଧାଙ୍କ ଉଦ୍ଦେଶ୍ୟରେ ସେହି କାର୍ଯ୍ୟକ୍ରମଟି ଉତ୍ସର୍ଗୀକୃତ ଥିଲା । ଗୋଟିଏ ବର୍ଷ ପରେ, ଆମେ ନିରନ୍ତରତା ଓ ପରିବର୍ତନର ସମାହାର ଦେଖୁଛେ । କୋଭିଡ-୧୯ ମହାମାରୀ ଆମକୁ ଛାଡି ଯାଇନାହିଁ । ଭାରତ ସମେତ ଅନେକ ଦେଶ ଦ୍ୱିତୀୟ ଲହର ଦ୍ୱାରା ପ୍ରଭାବିତ ହୋଇଛନ୍ତି । ଏହା ହେଉଛି ଦୀର୍ଘ ଦଶନ୍ଧି ମଧ୍ୟରେ ମାନବ ଜାତି ସମ୍ମୁଖୀନ ହୋଇଥିବା ସବୁଠାରୁ ସାଂଘାତିକ ସଙ୍କଟ । ଆମେ ଏକ ଶତାଦ୍ଦୀ ହେବ ଏଭଳି ମହାମାରୀ ଦେଖିନାହୁଁ । ସମଗ୍ର ଜୀବଦ୍ଦଶାରେ ଥରୁଟିଏ ଦେଖାଦେଇଥିବା ଏହି ମହାମାରୀ ଅନେକଙ୍କୁ ଦୁଃଖ ଓ ଯନ୍ତ୍ରଣା ଆଣିଦେଇଛି ।

ଏହି ମହାମାରୀ ପ୍ରତ୍ୟେକ ରାଷ୍ଟ୍ରକୁ ପ୍ରଭାବିତ କରିଛି । ଅର୍ଥନୀତି ଉପରେ ଏହାର ବହୁଳ ପ୍ରଭାବ ପଡିଛିି । କୋଭିଡ-୧୯ ପରବର୍ତୀ ସମୟରେ ଆମ ଗ୍ରହ ଏକା ଭଳି ହୋଇ ରହିବ ନାହିଁ । ଆଗାମୀ ସମୟରେ ଆମେ ଘଟଣାଗୁଡିକୁ ନିଶ୍ଚିତଭାବେ ପ୍ରାକ୍‌-କୋଭିଡ ବା କୋଭିଡ ପରବର୍ତୀ ଘଟଣାଭାବେ ସ୍ମରଣ କରିବୁ । କିନ୍ତୁ, ଗତ ଏକ ବର୍ଷ ମଧ୍ୟରେ ଅନେକ ଉଲ୍ଲେଖନୀୟ ପରିବର୍ତନ ମଧ୍ୟ ଦେଖିବାକୁ ମିଳିଛି । ମହାମାରୀକୁ ନେଇ ଏବେ ଆମର ଧାରଣା ବଢିଛି ଯାହା ଏହା ବିରୁଦ୍ଧରେ ଲଢେଇ ପାଇଁ ଆମ ରଣନୀତିକୁ ମଜବୁତ କରିଛି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଆମ ନିକଟରେ ପ୍ରତିଷେଧକ ରହିଛି, ଯାହା ଜୀବନ ବଂଚାଇବା ଓ ମହାମାରୀକୁ ପରାସ୍ତ କରିବା ପାଇଁ ଅତ୍ୟନ୍ତ ଜରୁରୀ । ମହାମାରୀ ଦେଖା ହେବାର ଗୋଟିଏ ବର୍ଷ ମଧ୍ୟରେ ଟିକାର ଆବିର୍ଭାବ ମନୁଷ୍ୟର ଦୃଢ ସଂକଳ୍ପ ଏବଂ ଅଟଳ ମାନସିକତାର ଶକ୍ତିକୁ ପ୍ରତିଫଳିତ କରୁଛି । ଭାରତ ଏହାର ବୈଜ୍ଞାନିକମାନଙ୍କ ପାଇଁ ଗର୍ବିତ, ଯେଉଁମାନେ କୋଭିଡ୍‌-୧୯ ଟିକାର ବିକାଶ ଉପରେ କାର୍ଯ୍ୟ କରିଛନ୍ତି ।

ଏହି ମଂଚ ମାଧ୍ୟମରେ ମୁଁ ପୁଣିଥରେ ଆମର ଅଗ୍ରଣୀ ସ୍ୱାସ୍ଥ୍ୟ କର୍ମୀ, ଡାକ୍ତର, ନର୍ସ ଏବଂ ସ୍ୱେଚ୍ଛାସେବୀମାନଙ୍କୁ କୃତଜ୍ଞତା ଜଣାଇବାକୁ ଚାହୁଁଛି ଯେଉଁମାନେ ପ୍ରତିଦିନ ନିଜ ଜୀବନକୁ ବିପଦରେ ପକାଇ ଅନ୍ୟମାନଙ୍କ ସେବା କରିଥାଆନ୍ତି । ଯେଉଁମାନେ ଅନେକ ଯନ୍ତ୍ରଣା ଭୋଗିଛନ୍ତି ଏବଂ ସେମାନଙ୍କର ଆତ୍ମୀୟ ସ୍ୱଜନମାନଙ୍କୁ ହରାଇଛନ୍ତି, ମୁଁ ସେମାନଙ୍କ ଦୁଃଖରେ ନିଜକୁ ସାମିଲ କରୁଛି । 

ବନ୍ଧୁଗଣ,

ଗୌତମ ବୁଦ୍ଧଙ୍କ ଜୀବନକୁ ଅଧ୍ୟୟନ କଲାବେଳେ ଦୂରଦୃଷ୍ଟି ସମ୍ପର୍କରେ ଉଲ୍ଲେଖ ଆମର ଦୃଷ୍ଟିଗୋଚର ହେବ । ଏହି ଦୂରଦୃଷ୍ଟିସବୁ ଭଗବାନ ବୁଦ୍ଧଙ୍କୁ ମାନବଜାତି ଭୋଗୁଥିବା ପୀଡାର ସାମ୍ନାସାମ୍ନି କରାଇଥିଲା । ଏହା ମାନବର ଯନ୍ତ୍ରଣାର ଉପଶମ ନିମନ୍ତେ ନିଜର ଜୀବନକୁ ଉତ୍ସର୍ଗ କରିବାର ଦୃଢ ଇଚ୍ଛାକୁ ଇନ୍ଧନ ଯୋଗାଇଥିଲା । 

ଭଗବାନ ବୁଦ୍ଧ ଆମକୁ ଶିଖାଇଥିଲେ ‘ଭବତୁ ସବ୍‌ବ ମଙ୍ଗଳମ”, ଆଶୀର୍ବାଦ, କରୁଣା ଏବଂ ସମସ୍ତଙ୍କର ମଙ୍ଗଳ । ଗତ ବର୍ଷ ଆମେ ଦେଖିଥିଲେ ଅନେକ ବ୍ୟକ୍ତି ଓ ସଂଗଠନ ଲୋକଙ୍କ ଦୁଃଖ ଦୁର୍ଦ୍ଦଶା ଲାଘବ କରିବା ପାଇଁ ପରିସ୍ଥିତିର ଆବଶ୍ୟକତା ଅନୁଯାୟୀ ଯଥାସମ୍ଭବ ପ୍ରୟାସ କରିଥିଲେ । 

ସମଗ୍ର ବିଶ୍ୱରୁ ବୌଦ୍ଧ ସଂଗଠନ ଏବଂ ବୌଦ୍ଧ ଧର୍ମର ଅନୁଗାମୀମାନେ ବଦାନ୍ୟତା ସହକାରେ ଅନେକ ଉପକରଣ ଓ ସାମଗ୍ରୀ ଯୋଗାଇ ଦେଇଥିବା ବିଷୟରେ ମଧ୍ୟ ମୁଁ ଜାଣିବାକୁ ପାଇଛି । ଉଭୟ ଜନସଂଖ୍ୟା ଏବଂ ଭୌଗୋଳିକ ପରିବ୍ୟାପ୍ତି ଆଧାରରେ ଏହି ଦାୟିତ୍ୱର ଆକାର ଖୁବ୍ ବିଶାଳ ଥିଲା । ସାଥି ମାନବ ସମୁଦାୟଙ୍କ ଦ୍ୱାରା ଅଜାଡି ହୋଇ ପଡିଥିବା ବଦାନ୍ୟତାର ସାହାଯ୍ୟ ଓ ସହଯୋଗ ମାନବିକତାକୁ କୃତଜ୍ଞତାରେ ଭରିଦେଇଛି । ଏହି କାର୍ଯ୍ୟକଳାପ ଭଗବାନ ବୁଦ୍ଧଙ୍କ ବାଣୀର ପରିଚାୟକ । ଏହା ଅପ୍ପ ଦୀପୋ ଭବଃର ମହାମନ୍ତ୍ରକୁ ପରିପ୍ରକାଶ କରିଥାଏ । 

ବନ୍ଧୁଗଣ,

କୋଭିଡ ୧୯ ନିଶ୍ଚିତ ଭାବେ ଆମେ ସମ୍ମୁଖୀନ ହେଉଥିବା ଏକ ବିରାଟ ଆହ୍ୱାନ । ଆମେ ଯେତେବେଳେ ଏହାର ମୁକାବିଲା ପାଇଁ ଯଥାସମ୍ଭବ ପ୍ରୟାସ କରୁଛୁ ସେତେବେଳେ ଆମେ ମାନବ ଜାତି ସମ୍ମୁଖୀନ ହେଉଥିବା ଅନ୍ୟାନ୍ୟ ଆହ୍ୱାନଗୁଡିକୁ ଅଣଦେଖା କରିବା ଉଚିତ୍ ହେବ ନାହିଁ । ସେଥିମଧ୍ୟରୁ ଅନ୍ୟତମ ପ୍ରମୁଖ ଆହ୍ୱାନ ହେଉଛି ଜଳବାୟୁ ପରିବର୍ତନ । ଏହି ପିଢୀର ଧୃଷ୍ଟ ଜୀବନଶୈଳୀ ଆଗାମୀ ପିଢୀ ପାଇଁ ବିପଦ ସୃଷ୍ଟି କରୁଛି । ପାଣିପାଗର ସ୍ୱରୂପରେ ପରିବର୍ତନ ଘଟୁଛି । ହିମପିଣ୍ଡଗୁଡିକ ତରଳି ଚାଲିଛି । ନଦୀ ଏବଂ ଅରଣ୍ୟ ବିପଦର ଦ୍ୱାରଦେଶରେ । ଆମେ ଆମର ଗ୍ରହକୁ ଏଭଳି କ୍ଷତାକ୍ତ ଅବସ୍ଥାରେ ଛାଡି ପାରିବା ନାହିଁ । ଭଗବାନ ବୁଦ୍ଧ ଏଭଳି ଏକ ଜୀବନଶୈଳୀ ଉପରେ ଗୁରୁତ୍ୱ ଦେଇଥିଲେ ଯେଉଁଠାରେ ପ୍ରକୃତି ମାତା ପ୍ରତି ସମ୍ମାନ ସର୍ବୋପରି ।

ମୁଁ ଏହି ବିଷୟରେ ଉଲ୍ଲେଖ କରି ନିଜକୁ ଗର୍ବିତ ମନେ କରୁଛି ଯେ ଭାରତ ମୁଷ୍ଟିମେୟ ବୃହତ ଅର୍ଥନୀତି ମଧ୍ୟରେ ଅନ୍ୟତମ, ଯେଉଁମାନେ ପ୍ୟାରିସ ଲକ୍ଷ୍ୟ ପୂରଣ କରିବା ପାଇଁ ସଠିକ୍ ମାର୍ଗରେ ଯାତ୍ରା କରୁଛନ୍ତି । ଆମ ପାଇଁ ଦୀର୍ଘସ୍ଥାୟୀ ଜୀବନ ଯାପନ କେବଳ ଯଥାର୍ଥ କଥାରେ ସୀମିତ ନୁହେଁ ବରଂ ଏହାକୁ କାର୍ଯ୍ୟରେ ଲଗାଇବା ଉପରେ ଆମେ ଗୁରୁତ୍ୱ ଦେଉ ।

ବନ୍ଧୁଗଣ,

ଗୌତମ ବୁଦ୍ଧଙ୍କ ଜୀବନ ଶାନ୍ତି, ସୌହାର୍ଦ୍ଦ୍ୟ ଏବଂ ସହାବସ୍ଥାନ ଉପରେ ପର୍ଯ୍ୟବେଶିତ ଥିଲା । ଆଜି ମଧ୍ୟ ଏଭଳି ଶକ୍ତି ରହିଛନ୍ତି ଯେଉଁମାନଙ୍କର ଅବସ୍ଥିତି ଘୃଣା, ସନ୍ତ୍ରାସବାଦ ଏବଂ ଅବିଚାରିତ ହିଂସା ଉପରେ ନିର୍ଭରଶୀଳ । ଏହିଭଳି ଶକ୍ତି ଉଦାରବାଦୀ ଗଣତାନ୍ତ୍ରିକ ମୂଲ୍ୟବୋଧକୁ ବିଶ୍ୱାସ କରନ୍ତି ନାହିଁ । ମାନବିକତାରେ ବିଶ୍ୱାସ କରୁଥିବା ପ୍ରତ୍ୟେକ ବ୍ୟକ୍ତି ଏକଜୁଟ ହୋଇ ଆତଙ୍କବାଦ ଓ ଉଗ୍ରବାଦକୁ ପରାସ୍ତ କରିବା ହେଉଛି ସମୟର ଆବଶ୍ୟକତା । 

ସେଥିପାଇଁ ଭଗବାନ ବୁଦ୍ଧଙ୍କ ଦ୍ୱାରା ପ୍ରଦଶିତ ମାର୍ଗ ସମ୍ପୁର୍ଣ୍ଣ ପ୍ରାସଙ୍ଗିକ । ଭଗବାନ ବୁଦ୍ଧଙ୍କ ବାଣୀ ଏବଂ ସାମାଜିକ ନ୍ୟାୟକୁ ଦିଆଯାଇଥିବା ଗୁରୁତ୍ୱ ଏକଜୁଟ କରାଇବାର ଏକ ବିଶ୍ୱସ୍ତରୀୟ ଶକ୍ତି ହୋଇପାରିବ ।

ସେ ଯଥାର୍ଥରେ କହିଥିଲେ -, “ନତି ଶନ୍ତି ପରଣ ସୁଖଂ”: ଶାନ୍ତି ହିଁଁ କେବଳ ପରମ ଆନନ୍ଦ ।

ବନ୍ଧୁଗଣ,

ଭଗବାନ ବୁଦ୍ଧ ସମ୍ପୁର୍ଣ୍ଣ ବ୍ରହ୍ମାଣ୍ଡ ପାଇଁ ଦୀପ୍ତିମନ୍ତ ପ୍ରତିଭାର ଭଣ୍ଡାର ଥିଲେ । ତାଙ୍କରିଠାରୁ ଆମେ ଆବଶ୍ୟକ ସମୟରେ ଜ୍ଞାନର ଆଲୋକ ପ୍ରାପ୍ତ ହୋଇଥାଉ ଏବଂ କରୁଣା, ସାର୍ବଜନୀନ ଦାୟିତ୍ୱବୋଧ ଏବଂ କଲ୍ୟାଣର ପଥରେ ଅଗ୍ରସର ହୋଇଥାଉ । ଗୌତମ ବୁଦ୍ଧଙ୍କ ସମ୍ପର୍କରେ ମହାତ୍ମାଗାନ୍ଧୀ ଯଥାର୍ଥରେ କହିଥିଲେ, “ବୁଦ୍ଧ ଆମକୁ ଶିକ୍ଷା ଦେଇଥିଲେ ଯେ ଶାରିରୀକ ଉପସ୍ଥିତି ପରିବର୍ତେ ସତ୍ୟ ଓ ପ୍ରେମର ଚୁଡାନ୍ତ ବିଜୟ ଉପରେ ଆସ୍ଥା ରଖିବାକୁ ପଡିବ ।

ଆଜି ବୁଦ୍ଧ ପୂର୍ଣ୍ଣିମା ଅବସରରେ, ଭଗବାନ ବୁଦ୍ଧଙ୍କ ବିଚାରଧାରା ନିକଟେରେ ଆସନ୍ତୁ ପୁନଃସମର୍ପିତ ହେବା ପାଇଁ ପ୍ରତିଶୃତିବଦ୍ଧ ହେବ ।

କୋଭିଡ୍‌-୧୯ ବୈଶ୍ୱିକ ମହାମାରୀର ଏହି କଠିନ ସମୟରୁ ମୁକ୍ତି ନିମନ୍ତେ ଆମେ ସମସ୍ତେ ମିଶି ତ୍ରି-ରତ୍ନ ନିକଟରେ ପ୍ରାର୍ଥନା କରିବା ।

ଧନ୍ୟବାଦ ।

ଆପଣମାନଙ୍କୁ ଅନେକ ଅନେକ ଧନ୍ୟବାଦ ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
173 years of Indian Railways: From steam engines to India’s first hydrogen train

Media Coverage

173 years of Indian Railways: From steam engines to India’s first hydrogen train
NM on the go

Nm on the go

Always be the first to hear from the PM. Get the App Now!
...
Prime Minister speaks with the Amir of Qatar
July 16, 2026
PM conveys heartfelt condolences on the passing of the Father Amir of Qatar
PM recalls the Father Amir’s visionary leadership and his contribution to strengthening India-Qatar relations
The two leaders reaffirm their resolve to carry forward the Father Amir’s legacy

Prime Minister Shri Narendra Modi had a telephone conversation today with the Amir of the State of Qatar, H.H. Sheikh Tamim bin Hamad Al Thani.

Prime Minister conveyed his heartfelt condolences on the passing of H.H. Sheikh Hamad bin Khalifa Al Thani, the Father Amir of Qatar.

Recalling the Father Amir’s significant contributions as the chief architect of modern Qatar, Prime Minister paid tribute to his visionary leadership, and recalled his pivotal role in strengthening India-Qatar relations over the years as well as his deep affection for India and the Indian community in Qatar.

The Amir of Qatar thanked Prime Minister for his call and conveyed his appreciation for the words of support in this difficult hour.

The two leaders reaffirmed their resolve to carry forward the Father Amir’s legacy and further strengthen the India-Qatar Strategic Partnership and people-to-people ties.

They agreed to remain in close touch.