Rajmata Scindia proved that for people's representatives not 'Raj Satta' but 'Jan Seva' is important: PM
Rajmata had turned down many posts with humility: PM Modi
There is lots to learn from several aspects of Rajmata's life: PM Modi

ନମସ୍କାର!

କେନ୍ଦ୍ରୀୟ ମନ୍ତ୍ରିମଣ୍ଡଳରେ ମୋର ସମସ୍ତ ସହଯୋଗୀଗଣ, ଭିନ୍ନ-ଭିନ୍ନ ରାଜ୍ୟର ରାଜ୍ୟପାଳ, ମୁଖ୍ୟମନ୍ତ୍ରୀଗଣ, ଦେଶ-ବିଦେଶରୁ ରାଜମାତା ବିଜୟାରାଜେ ସିନ୍ଧିଆ ମହାଶୟାଙ୍କ ସହିତ ଜଡିତ ପ୍ରଶଂସକ ଏବଂ ପରିବାରର ସଦସ୍ୟଗଣ, ସେମାନଙ୍କର ସ୍ନେହୀ ଏବଂ ମୋର ପ୍ରିୟ ଭାଇ ଓ ଭଉଣୀମାନେ ।

ଆଜି ଏଠାରେ ଏହି କାର୍ଯ୍ୟକ୍ରମକୁ ଆସିବା ପୂର୍ବରୁ ବିଜୟାରାଜେ ମହାଶୟାଙ୍କର ଏହି ଜୀବନୀକୁ ଟିକେ ବିଶ୍ଳେଷଣ କରୁଥିଲି । କିଛିଟା ପୃଷ୍ଠା ଉପରକୁ ମୋର ଦୃଷ୍ଟି ଗଲା । ସେଥିରେ ଗୋଟିଏ ପ୍ରସଙ୍ଗ ରହିଛି ଏକତା ଯାତ୍ରାର ଯେଉଁଥିରେ ସେ ମୋର ପରିଚୟ ଗୁଜରାଟର ଯୁବ ନେତା ନରେନ୍ଦ୍ର ମୋଦୀ ଭାବରେ କରାଇଛନ୍ତି ।

ଆଜି ଏତେ ବର୍ଷ ପରେ, ତାଙ୍କର ସେହି ନରେନ୍ଦ୍ର, ଦେଶର ପ୍ରଧାନସେବକ ହୋଇ, ତାଙ୍କର ଅନେକ ସ୍ମୃତି ସହିତ ଆଜି ଆପଣଙ୍କ ସମ୍ମୁଖରେ ଉପସ୍ଥିତ । ଆପଣଙ୍କୁ ଜଣାଥିବ ଯେତେବେଳେ କନ୍ୟାକୁମାରୀରୁ କଶ୍ମୀର-ଏକ ଯାତ୍ରାର ପ୍ରାରମ୍ଭ ହୋଇଥିଲା ଡକ୍ଟର ମୁରଲୀ ମନୋହର ଯୋଶୀ ମହାଶୟଙ୍କ ନେତୃତ୍ୱରେ, ଆଉ ମୁଁ ବ୍ୟବସ୍ଥାକୁ ଦେଖୁଥିଲି ।

ରାଜମାତା ମହାଶୟା ସେହି କାର୍ଯ୍ୟକ୍ରମ ପାଇଁ କନ୍ୟାକୁମାରୀ ଆସିଥିଲେ । ଆଉ ପରେ ଆମେ ଯେତେବେଳେ ଶ୍ରୀନଗର ଯାଉଥିଲେ ଜମ୍ମୁରେ ବିଦାୟ ଦେବା ପାଇଁ ମଧ୍ୟ ଆସିଥିଲେ । ଆଉ ସେ କ୍ରମାଗତ ଭାବେ ଆମର ମନୋବଳ ସୁଦୃଢ଼ କରିଥିଲେ । ସେତେବେଳେ ଆମର ସ୍ୱପ୍ନ ଥିଲା ଲାଲ ଚୌକରେ ପତାକା ଉଡ଼ାଇବା, ଆମର ଉଦ୍ଦେଶ୍ୟ ଥିଲା ଧାରା-370ରୁ ମୁକ୍ତି ମିଳିଯାଉ । ରାଜମାତା ମହାଶୟା ସେହି ଯାତ୍ରାକୁ ବିଦାୟ ଦେଇଥିଲେ । ଯେଉଁ ସ୍ୱପ୍ନ ଥିଲା ତାହା ପୂରଣ ହୋଇଗଲା । ଆଜି ଯେତେବେଳେ ମୁଁ ପୁସ୍ତକରେ ଆହୁରି ମଧ୍ୟ କିଛି କଥା ଦେଖୁଥିଲି ।

ପୁସ୍ତକରେ ଗୋଟିଏ ସ୍ଥାନରେ ସେ ଲେଖିଛନ୍ତି- ‘ଗୋଟିଏ ଦିନ ଏହି ଶରୀର ଏହିଠାରେ ରହିଯିବ, ଆତ୍ମ ଯେଉଁଠାରୁ ଆସିଛି ସେହିଠାକୁ ଚାଲିଯିବ… ଶୂନ୍ୟରୁ ଶୂନ୍ୟକୁ । ସ୍ମୃତିସବୁ ରହିଯିବ । ନିଜର ଏହି ସ୍ମୃତିଗୁଡ଼ିକୁ ମୁଁ ସେମାନଙ୍କ ପାଇଁ ଛାଡ଼ିଯିବି ଯାହାଙ୍କ ସହିତ ମୋର ସରୋକାର ରହିଆସିଛି, ଯାହାଙ୍କ ପାଇଁ ମୁଁ କିଛି ସରୋକାର ରହି ଆସିଛି ।’

ଆଜି ରାଜମାତା ମହାଶୟା ଯେଉଁଠାରେ ମଧ୍ୟ ଅଛନ୍ତି, ଆମକୁ ଦେଖୁଛନ୍ତି, ଆମକୁ ଆଶୀର୍ବାଦ ଦେଉଛନ୍ତି । ଆମେ ସମସ୍ତଙ୍କ ଯାହାଙ୍କ ସହିତ ତାଙ୍କର ସରୋକାର ରହି ଆସିଛି, ଯାହାଙ୍କ ପାଇଁ ସେ ସରୋକାର ରହି ଆସିଛନ୍ତି, ସେମାନେ ଏଠାକୁ ଏହି ବିଶେଷ କାର୍ଯ୍ୟକ୍ରମରେ କିଛି ଲୋକ ପହଂଚି ପାରିଛନ୍ତି ମଧ୍ୟ ଏବଂ ଉପସ୍ଥିତ ଅଛନ୍ତି ମଧ୍ୟ, ଆଉ ଦେଶର ଅନେକ ଭାଗରେ, କୋଣ-ଅନୁକୋଣରେ ଆଜି ଏହି ଅବସରକୁ ଭର୍ଚୁଆଲି ପାଳନ କରାଯାଉଛି ।

ଆମ୍ଭମାନଙ୍କ ମଧ୍ୟରୁ କେତେ ଲୋକଙ୍କୁ ତାଙ୍କ ସହିତ ଖୁବ ନିକଟରୁ ଯୋଡ଼ି ହେବା ପାଇଁ, ତାଙ୍କର ସେବା, ତାଙ୍କର ବାତ୍ସଲ୍ୟକୁ ଅନୁଭବ କରିବାର ସୌଭାଗ୍ୟ ମିଳିଛି । ଆଜି ତାଙ୍କ ପରିବାରର, ତାଙ୍କର ନିକଟ ସମ୍ପର୍କୀୟ ଏହି କାର୍ଯ୍ୟକ୍ରମରେ ଅଛନ୍ତି କିନ୍ତୁ ସେମାନଙ୍କ ପାଇଁ ଆମେ ସମସ୍ତେ, ପ୍ରତ୍ୟେକ ଦେଶବାସୀ ତାଙ୍କର ପରିବାର ହିଁ ଥିଲେ । ରାଜମାତା ମହାଶୟା କହୁଥିଲେ- ‘ମୁଁ ଗୋଟିଏ ପୁତ୍ରର ନୁହେଁ, ମୁଁ ହେଉଛି ସହସ୍ର ପୁତ୍ରମାନଙ୍କର ମାତା, ସେମାନଙ୍କ ଭଲ ପାଇବାରେ ଆକଣ୍ଠ ଡୁବି ରହିଥିଲେ ।’ ଆମେ ସମସ୍ତେ ହିଁ ହେଉଛୁ ସେମାନଙ୍କର ପୁତ୍ର-କନ୍ୟା, ହେଉଛୁ ତାଙ୍କର ହିଁ ପରିବାର ।

ଏଥିପାଇଁ ଏହା ମୋର ବହୁତ ବଡ଼ ସୌଭାଗ୍ୟ ଯେ ମୋତେ ରାଜମାତା ବିଜୟାରାଜେ ସିନ୍ଧିୟା ମହାଶୟାଙ୍କର ସ୍ମୃତିରେ 100 ଟଙ୍କିଆ ସ୍ୱତନ୍ତ୍ର ସ୍ମାରକ ମୁଦ୍ରା ଉନ୍ମୋଚନ କରିବାର ସୁଯୋଗ ମିଳିଛି । ଯଦିଓ ମୁଁ ଆଜି ନିଜକୁ ବନ୍ଧା ହୋଇଥିବାର ଅନୁଭବ କରୁଛି, ବହୁତ ବନ୍ଧା ହୋଇଥିବାର ଅନୁଭବ କରୁଛି, କାରଣ ମୁଁ ଜାଣିଛି ଯେ ଯଦି କରୋନା ମହାମାରୀ ହୋଇ ନ ଥାଆନ୍ତା ତେବେ ଆଜି ଏହି କାର୍ଯ୍ୟକ୍ରମର ସ୍ୱରୂପ କେତେ ବିଶାଳ ହୋଇ ଥାଆନ୍ତା, ଭବ୍ୟ ହୋଇ ଥାଆନ୍ତା । କିନ୍ତୁ ଏହି କଥା ମୁଁ ନିଶ୍ଚୟ ମାନୁଛି ମୋର ସମ୍ପର୍କ ରାଜମାତା ସାହେବାଙ୍କ ସହିତ ଯେତିକି ରହିଥିଲା, କାର୍ଯ୍ୟକ୍ରମକୁ ସେତିକି ପରିମାଣରେ ଭବ୍ୟ କରି ପାରୁ ନାହୁଁ କିନ୍ତୁ ଏହି କାର୍ଯ୍ୟକ୍ରମ ହେଉଛି ନିଶ୍ଚୟ ଦିବ୍ୟ, ଏଥିରେ ଦିବ୍ୟତା ରହିଛି ।

ସାଥୀଗଣ, ବିଗତ ଶତାବ୍ଦୀରେ ଭାରତକୁ ମାର୍ଗଦର୍ଶନ ଦେଇଥିବା କିଛି ଏଭଳି ବ୍ୟକ୍ତିତ୍ୱଙ୍କ ମଧ୍ୟରେ ରାଜମାତା ବିଜୟାରାଜେ ସିନ୍ଧିଆ ମଧ୍ୟ ସାମିଲ ଥିଲେ । ରାଜମାତା କେବଳ ବାତ୍ସଲ୍ୟ ମୂର୍ତ୍ତି ହିଁ ନଥିଲେ, ସେ ଏକ ନିର୍ଣ୍ଣାୟକ ନେତା ଥିଲେ ଏବଂ କୁଶଳ ପ୍ରଶାସକ ମଧ୍ୟ ଥିଲେ । ସ୍ୱାଧୀନତା ଆନ୍ଦୋଳନଠାରୁ ନେଇ ସ୍ୱାଧୀନତାର ଏତେ ଦଶକ ପର୍ଯ୍ୟନ୍ତ, ଭାରତୀୟ ରାଜନୀତିର ପ୍ରତ୍ୟେକ ଗୁରୁତ୍ୱପୂର୍ଣ୍ଣ ସୋପାନର ସେ ସାକ୍ଷୀ ଥିଲେ । ସ୍ୱାଧୀନତାର ପୂର୍ବରୁ ବିଦେଶୀ ବସ୍ତ୍ରର ହୋଲି ଜଳାଇବା ଠାରୁ ନେଇ ଜରୁରୀକାଳିନ ପରିସ୍ଥିତି ଏବଂ ରାମ ମନ୍ଦିର ଆନ୍ଦୋଳନ ପର୍ଯ୍ୟନ୍ତ ରାଜମାତାଙ୍କ ଅନୁଭବକୁ ବ୍ୟାପକ ଭାବେ ବିସ୍ତାରିତ କରିଥିଲା ।

ଆମେ ସମସ୍ତେ ଯେଉଁମାନେ ତାଙ୍କ ସହିତ ଯୋଡ଼ି ହୋଇ ରହିଥିଲେ, ଯେଉଁମାନେ ତାଙ୍କର ଖୁବ ନିକଟତର ଥିଲେ, ସେ ତାଙ୍କୁ ଭଲ ଭାବେ ଜାଣନ୍ତି । କିନ୍ତୁ ଏହା ମଧ୍ୟ ବହୁତ ଆବଶ୍ୟକ ଯେ ରାଜମାତାଙ୍କ ଜୀବନ ଯାତ୍ରାକୁ, ତାଙ୍କ ଜୀବନ ସନ୍ଦେଶକୁ ଦେଶର ଆଜିର ପିଢି ମଧ୍ୟ ଜାଣୁ, ତାଙ୍କଠାରୁ ପ୍ରେରଣା ନେଉ, ତାଙ୍କଠାରୁ ଶିଖୁ । ଏଥିପାଇଁ ତାଙ୍କ ବିଷୟରେ ତାଙ୍କ ଅନୁଭବ ବିଷୟରେ ବାରମ୍ବାର କଥାବାର୍ତ୍ତା କରିବା ଆବଶ୍ୟକ । କିଛି ଦିନ ପୂର୍ବେ ‘ମନ କୀ ବାତ୍’ କାର୍ଯ୍ୟକ୍ରମରେ ମୁଁ ବହୁତ ବିସ୍ତୃତ ଭାବରେ ତାଙ୍କ ସ୍ନେହ ଭାବ ବିଷୟରେ ଚର୍ଚ୍ଚା କରିଥିଲି ।

ବିବାହ ପୂର୍ବରୁ ରାଜମାତା ମହାଶୟା କୌଣସି ରାଜପରିବାରରୁ ନ ଥିଲେ, ଏକ ସାମାନ୍ୟ ପରିବାରରୁ ଥିଲେ । କିନ୍ତୁ ବିବାହ ପରେ ସେ ସମସ୍ତଙ୍କୁ ନିଜର କରି ନେଇଥିଲେ ଆଉ ଏହି ପାଠ ମଧ୍ୟ ପଢ଼ାଇଥିଲେ ଯେ ଜନସେବା ପାଇଁ, ରାଜକୀୟ ଦାୟିତ୍ୱ ପାଇଁ କୌଣସି ସ୍ୱତନ୍ତ୍ର ପରିବାରରେ ଜନ୍ମ ନେବା ହିଁ ଜରୁରି ନୁହେଁ ।

କୌଣସି ମଧ୍ୟ ସାଧାରଣରୁ ଅତି ସାଧାରଣ ବ୍ୟକ୍ତି, ଯେଉଁମାନଙ୍କ ମଧ୍ୟରେ ଯୋଗ୍ୟତା ଅଛି, ପ୍ରତିଭା ଅଛି, ଦେଶସେବାର ଭାବନା ଅଛି, ସେମାନେ ଏହି ଗଣତନ୍ତ୍ରରେ କ୍ଷମତାକୁ ମଧ୍ୟ ସେବାର ମାଧ୍ୟମ କରି ପାରିବେ । ଆପଣ କଳ୍ପନା କରନ୍ତୁ କ୍ଷମତା ଥିଲା, ସମ୍ପତ୍ତି ଥିଲା, ସାମର୍ଥ୍ୟ ଥିଲା, କିନ୍ତୁ ସେସବୁର ଉଦ୍ଧ୍ୱର୍ରେ ରାଜମାତାଙ୍କର ଯେଉଁ ପୁଞ୍ଜି ଥିଲା, ତାହା ଥିଲା, ସଂସ୍କାର, ସେବା ଏବଂ ସ୍ନେହର ସରିତା ।

ଏହି ଚିନ୍ତାଧାରା, ଏହି ଆଦର୍ଶ ତାଙ୍କ ଜୀବନର ପ୍ରତ୍ୟେକ ପଦକ୍ଷେପରେ ଆମେ ଦେଖିପାରିବା । ଏତେ ବଡ଼ ରାଜ ପରିବାରର ମୁଖିଆ ଭାବେ ତାଙ୍କ ପାଖରେ ହଜାର-ହଜାର କର୍ମଚାରୀ ଥିଲେ, ଭବ୍ୟ ମହଲ ଥିଲା, ସମସ୍ତ ସୁବିଧା ଥିଲା । କିନ୍ତୁ ସେ ସାଧାରଣ ମଣିଷଙ୍କ ସହିତ, ଗାଁ-ଗରିବଙ୍କ ସହିତ ମିଶି ଜୀବନ ଜୀଇଁଥିଲେ, ତାଙ୍କ ପାଇଁ ନିଜ ଜୀବନ ସମର୍ପିତ କରି ଦେଲେ ।

ରାଜମାତା ଏହା ପ୍ରମାଣିତ କରିଥିଲେ ଯେ, ଜନପ୍ରତିନିଧିଙ୍କ ପାଇଁ ରାଜଗାଦି ନୁହେଁ, ଜନସେବା ହେଉଛି ସବୁଠାରୁ ଗୁରୁତ୍ୱପୂର୍ଣ୍ଣ । ସେ ଗୋଟିଏ ରାଜପରିବାରର ମହାରାଣୀ ଥିଲେ, ରାଜକୀୟ ପରମ୍ପରାରେ ଥିଲେ, କିନ୍ତୁ ସେ ଗଣତନ୍ତ୍ରର ସୁରକ୍ଷା ପାଇଁ ସଂଘର୍ଷ କରିଥିଲେ । ଜୀବନର ଗୁରୁତ୍ୱପୂର୍ଣ୍ଣ ସମୟ କାରଗାରରେ ବିତାଇଥିଲେ ।

ଜରୁରୀକାଳିନ ପରିସ୍ଥିତି ସମୟରେ ସେ ଯାହା-ଯାହା ସହିଛନ୍ତି, ତାହାର ସାକ୍ଷୀ ଆମମାନଙ୍କ ମଧ୍ୟରୁ ବହୁତ ଲୋକ ଅଛନ୍ତି । ଜରୁରୀ ପରିସ୍ଥିତି ସମୟରେ ତିହାର ଜେଲରେ ସେ ନିଜ ଝିଅମାନଙ୍କୁ ଚିଠି ଲେଖିଥିଲେ । ସମ୍ଭବତଃ ଉଷା ରାଜେ ସିନ୍ଧିଆ ମହାଶୟାଙ୍କୁ, ବସୁନ୍ଧରାରାଜେ ଅବା ଯଶୋଧରାରାଜେ ମହାଶୟାଙ୍କୁ ସେହି ଚିଠି ବିଷୟରେ ମନେଥିବ ।

ରାଜମାତା ଯାହା ଲେଖିଥିଲେ, ସେଥିରେ ବହୁତ ବଡ଼ ଶିକ୍ଷା ଥିଲା । ସେ ଲେଖିଥିଲେ- ‘ନିଜର ଭବିଷ୍ୟତ ପିଢିଙ୍କୁ ଛାତି ଫୁଲେଇ ବଂଚିବାର ପ୍ରେରଣା ମିଳୁ, ଏହି ଉଦ୍ଦେଶ୍ୟରେ ଆମେ ଆଜିର ବିପଦକୁ ଧୈର୍ଯ୍ୟର ସହିତ ମୁକାବିଲା କରିବା ଦରକାର ।’

ରାଷ୍ଟ୍ରର ଭବିଷ୍ୟତ ପାଇଁ ରାଜମାତା ନିଜର ବର୍ତ୍ତମାନକୁ ସମର୍ପିତ କରି ଦେଇଥିଲେ । ଦେଶର ଭବିଷ୍ୟତ ପିଢି ପାଇଁ ସେ ନିଜର ସମସ୍ତ ସୁଖକୁ ତ୍ୟାଗ କରି ଦେଇଥିଲେ । ରାଜମାତା ପଦ ଏବଂ ପ୍ରତିଷ୍ଠା ପାଇଁ ନା ନିଜର ଜୀବନ ଜୀଇଁଥିଲେ, ବରଂ ନା କେବେ ସେ ରାଜନୀତିର ରାସ୍ତାକୁ ବାଛି ଥିଲେ ।

ଏଭଳି ଅନେକ ସୁଯୋଗ ଆସିଲା, ଯେତେବେଳେ ପଦ ତାଙ୍କ ପାଖକୁ ଚାଲିକରି ସାମ୍ନାରୁ ଆସିଥିଲା । କିନ୍ତୁ ସେ ବିନମ୍ରତାର ସହିତ ଏଡ଼ାଇ ଦେଇଥିଲେ । ଥରେ ସ୍ୱୟଂ ଅଟଳ ବିହାରୀ ବାଜପେୟୀ ମହାଶୟ ଏବଂ ଲାଲକୃଷ୍ଣ ଆଡଭାନୀ ମହାଶୟ ତାଙ୍କ ପାଖକୁ ଯାଇ ବହୁତ ଅନୁରୋଧ କରିଥିଲେ ଯେ, ସେ ଜନସଂଘର ଅଧ୍ୟକ୍ଷ ହୁଅନ୍ତୁ । କିନ୍ତୁ ସେ ଜଣେ କାର୍ଯ୍ୟକର୍ତ୍ତା ଭାବେ ହିଁ ଜନସଂଘର ସେବା କରିବାକୁ ସ୍ୱୀକାର କଲେ ।

ଯଦି ରାଜମାତା ମହାଶୟା ଚାହିଁଥାଆନ୍ତେ, ତେବେ ତାଙ୍କ ପାଇଁ ବଡ଼ରୁ ବଡ଼ ପଦ ପହଂଚିବା କଷ୍ଟକର ନଥିଲା । କିନ୍ତୁ ସେ ଲୋକଙ୍କ ମଧ୍ୟରେ ରହି, ଗାଁ ଏବଂ ଗରିବଙ୍କ ସହିତ ସାମିଲ ହୋଇ ସେମାନଙ୍କର ସେବା କରିବାକୁ ପସନ୍ଦ କଲେ ।

ସାଥୀଗଣ, ଆମେ ରାଜମାତାଙ୍କ ଜୀବନର ପ୍ରତ୍ୟେକଟି ଦିଗରୁ ପ୍ରତିକ୍ଷଣ ବହୁତ କିଛି ଶିକ୍ଷା କରି ପାରିବା । ତାଙ୍କର ଏପରି ଅନେକ କାହାଣୀ ରହିଛି, ଜୀବନର ଘଟଣାବଳୀ ରହିଛି, ଯାହା ତାଙ୍କ ସହିତ ଜଡ଼ିତ ଲୋକମାନେ କହୁଛନ୍ତି ।

ଏକତା ଯାତ୍ରାର ହିଁ ଆଉ ଏକ କାହାଣୀ ରହିଛି ଯେତେବେଳେ ସେ ଜମ୍ମୁରେ ଥିଲେ, ସେତେବେଳେ ଦୁଇ ନୂଆ କାର୍ଯ୍ୟକର୍ତ୍ତା ମଧ୍ୟ ତାଙ୍କ ସହିତ ଥିଲେ । ରାଜମାତା ଅନ୍ୟ କାର୍ଯ୍ୟକର୍ତ୍ତାଙ୍କ ନାମ କେବେ-କେବେ ଭୁଲି ଯାଉଥିଲେ ତେବେ ପ୍ରଥମ କାର୍ଯ୍ୟକର୍ତ୍ତାଙ୍କୁ ପଚାରୁଥିଲେ କି ତୁମେ ହେଉଛ ଗୋଲୁ ଅବା ଅନ୍ୟ ସାଥୀଙ୍କ ନାମ କ’ଣ? ସେ ନିଜ ଛୋଟରୁ ଛୋଟ ସାଥୀଙ୍କୁ ତାଙ୍କ ନାମରୁ ଜାଣିବା, ଚିହ୍ନିବାକୁ ପସନ୍ଦ କରୁଥିଲେ । ତାଙ୍କ ସହିତ ଥିବା ଲୋକ କହୁଥିଲେ ଯେ ଆପଣ କାହିଁକି ନାମକୁ ନେଇ ଏତେ ଚିନ୍ତା କରୁଛନ୍ତି । ଆପଣ ଖାଲି ଡାକି ଦିଅନ୍ତୁ । କିନ୍ତୁ ରାଜମାତା ସେମାନଙ୍କୁ ଉତ୍ତର ଦେଉଥିଲେ ଯେ ମୋର କାର୍ଯ୍ୟକର୍ତ୍ତା ମୋତେ ସାହାଯ୍ୟ କରୁଛନ୍ତି, ଆଉ ମୁଁ ତାଙ୍କୁ କିପରି ଚିହ୍ନିବି ନାହିଁ, ଏହା ଠିକ୍ ହେବ ନାହିଁ ।

ମୋତେ ଲାଗୁଛି ଯେ ସାମାଜିକ ଜୀବନରେ ଯଦି ଆପଣ ଅଛନ୍ତି ପୁଣି ଆପଣ କୌଣସି ଦଳରୁ ମଧ୍ୟ ହୁଅନ୍ତୁ, କୌଣସି ପାର୍ଟିରୁ ମଧ୍ୟ ହୁଅନ୍ତୁ, ସାଧାରଣରୁ ଅତି ସାଧାରଣ କାର୍ଯ୍ୟକର୍ତ୍ତାଙ୍କ ପ୍ରତି ଏହି ଚିନ୍ତାଧାରା ଏହି ଭାବନା ଆମ ସମସ୍ତଙ୍କ ମନରେ ରହିବା ଉଚିତ । ଅଭିମାନ ନୁହେଁ, ସମ୍ମାନ, ଏହା ରାଜନୀତିର ମୂଳମନ୍ତ୍ର, ତାହାକୁ ସେ ଜୀଇଁ କରି ଦେଖାଇଥିଲେ ।

ସାଥୀଗଣ, ରାଜମାତା, ତାଙ୍କ ଜୀବନ ଆଧ୍ୟାତ୍ମର ଅଧିଷ୍ଠାନ ଥିଲା । ଆଧ୍ୟାତ୍ମିକତା ସହିତ ତାଙ୍କର ସମ୍ପର୍କ ଥିଲା । ସାଧନା, ଉପାସନା, ଭକ୍ତି, ତାଙ୍କ ଅନ୍ତଃମର୍ମରେ ବସି ରହିଥିଲା । କିନ୍ତୁ ଯେତେବେଳେ ସେ ଭଗବାନଙ୍କର ଉପାସନା କରୁଥିଲେ, ତେବେ ତାଙ୍କ ପୂଜା ମନ୍ଦିରରେ ଭାରତ ମାତାଙ୍କ ଏକ ଚିତ୍ର ମଧ୍ୟ ରହୁଥିଲା । ଭାରତ ମାତାଙ୍କର ମଧ୍ୟ ଉପାସନା ତାଙ୍କ ପାଇଁ ସେହିଭଳି ଆସ୍ଥାର ବିଷୟ ଥିଲା ।

ମୋତେ ଥରେ ତାଙ୍କ ସହିତ ଜଡ଼ିତ ଏକ କଥା ସାଥୀମାନେ କହିଥିଲେ ଆଉ ମୁଁ ଯେତେବେଳେ ସେହି କଥାକୁ ମନେ ପକାଏ, ମୋତେ ଲାଗୁଛି କି ମୁଁ ମଧ୍ୟ ଆପଣମାନଙ୍କୁ କହିବି । ଥରେ ସେ ପାର୍ଟିର କାର୍ଯ୍ୟକ୍ରମରେ ମଥୁରା ଯାଇଥିଲେ । ସ୍ୱାଭାବିକ ଥିଲା କି ସେଠାରେ ରାଜମାତା ବାଙ୍କେବିହାରୀ ମହାଶୟଙ୍କ ଦର୍ଶନ କରିବାକୁ ମଧ୍ୟ ଗଲେ । ମନ୍ଦିରରେ ସେ ବାଙ୍କେବିହାରୀ ମହାଶୟଙ୍କୁ ଯେଉଁ କାମନା କଲେ, ତାହାର ମର୍ମ ବୁଝିବାର ବହୁତ ଆବଶ୍ୟକତା ଅଛି ।

ରାଜମାତା ସେତେବେଳେ ଭଗବାନ କୃଷ୍ଣଙ୍କୁ ପ୍ରାର୍ଥନା କରି କ’ଣ କହିଥିଲେ, ଆମ ସମସ୍ତଙ୍କ ପାଇଁ ରାଜମାତାଙ୍କ ଜୀବନକୁ ବୁଝିବା ପାଇଁ ଏହି କଥା ବହୁତ ବଡ଼ କାର୍ଯ୍ୟରେ ଆସିବ- ସେ ଭଗବାନ କୃଷ୍ଣଙ୍କ ସାମ୍ନାରେ ଠିଆ ହୋଇଥିଲେ, ବଡ଼ ଭକ୍ତିର ଭାବ ସହ ଠିଆ ହୋଇଥିଲେ, ଆଧ୍ୟାତ୍ମିକ ଚେତନା ଜାଗ୍ରତ ହୋଇଥିଲା ଆଉ ସେ ଭଗବାନ କୃଷ୍ଣଙ୍କ ସମ୍ମୁଖରେ ପ୍ରାର୍ଥନା କରିଥିଲେ – ‘ହେ କୃଷ୍ଣ, ଏଭଳି ବଂଶୀ ବଜାଅ କି ସମଗ୍ର ଭାରତର ସମସ୍ତ ନର-ନାରୀ ପୁଣିଥରେ ସଚେତନ ହୋଇ ଯାଆନ୍ତୁ ।’

ଆପଣ ଚିନ୍ତା କରନ୍ତୁ, ନିଜ ପାଇଁ କୌଣସି କାମନା ନାହିଁ, ଯାହା ଚାହିଁଲେ, ଦେଶ ପାଇଁ ଚାହିଁଲେ, ଜନ-ଜନ ପାଇଁ ଚାହିଁଲେ ଏବଂ ତାହା ମଧ୍ୟ ଚେତନା ଜାଗ୍ରତ କରିବାର କଥା କହିଲେ, ଯାହା କିଛି ମଧ୍ୟ କଲେ, ଦେଶ ପାଇଁ କଲେ । ଏକ ସଚେତନ ଦେଶ, ଏକ ସଚେତନ ନାଗରିକ କ’ଣ କିଛି କରି ପାରିବେ, ତାହା ସେ ଜାଣିଥିଲେ, ବୁଝିଥିଲେ ।

ଆଜି ଯେତେବେଳେ ଆମେ ରାଜମାତାଙ୍କର ଜନ୍ମ ଶତାବ୍ଦୀ ପାଳନ କରୁଛେ, ପୂର୍ଣ୍ଣତା ଆଡ଼କୁ ଅଛେ, ତେବେ ଆମେ ସନ୍ତୋଷ ଯେ ଭାରତର ନାଗରିକଙ୍କୁ ଜାଗ୍ରତ କରିବାକୁ ନେଇ ତାଙ୍କର ଯେଉଁ କାମନା ଥିଲା, ବାଙ୍କେବିହାରୀଙ୍କୁ ସେ ଯେଉଁ ପ୍ରାର୍ଥନା କରିଥିଲେ, ତାହା ଆଜି ଲାଗୁଛି କି ଧରାପୃଷ୍ଟରେ ଚେତନା ଭାବେ ଅନୁଭବ ହେଉଛି ।

ବିଗତ ବର୍ଷଗୁଡ଼ିକରେ ଦେଶରେ ଯେଉଁ ଅନେକ ପରିବର୍ତ୍ତନ ଆସିଛି, ଯେଉଁ ଅନେକ ଅଭିଯାନ ଏବଂ ଯୋଜନାଗୁଡ଼ିକ ସଫଳ ହୋଇଛି, ତାହାର ଆଧାର ହେଉଛି ଏହି ଜନଚେତନା, ହେଉଛି ଜନଜାଗୃତି, ହେଉଛି ଜନଆନ୍ଦୋଳନ । ରାଜମାତା ମହାଶୟାଙ୍କ ଆଶୀର୍ବାଦରୁ ଦେଶ ଆଜି ବିକାଶ ପଥରେ ଆଗକୁ ବଢ଼ୁଛି । ଗାଁ, ଗରିବ, ପିଡ଼ୀତ, ଶୋଷିତ-ବଂଚିତ ମହିଳାମାନେ ଆଜି ଦେଶର ପ୍ରଥମ ପ୍ରାଥମିକତାରେ ଅଛନ୍ତି ।

ନାରୀଶକ୍ତି ବିଷୟରେ ସେ ବିଶେଷ ଭାବେ କହୁଥିଲେ ଯେ- ‘ଯେଉଁ ହାତ ଦୋଳିକୁ ଝୁଲାଇ ପାରେ, ତାହା ବିଶ୍ୱରେ ମଧ୍ୟ ରାଜତ୍ୱ କରି ପାରିବ ।’ ଆଜି ଭାରତର ଏହି ନାରୀଶକ୍ତି ପ୍ରତ୍ୟେକ କ୍ଷେତ୍ରରେ ଆଗକୁ ବଢ଼ୁଛି, ଦେଶକୁ ଆଗକୁ ବଢ଼ାଉଛି । ଆଜି ଭାରତର ଝିଅମାନେ ଯୁଦ୍ଧ ବିମାନ ଉଡ଼ାଉଛନ୍ତି, ନୌବାହିନୀରେ ଯୁଦ୍ଧର ଭୂମିକାରେ ନିଜର ସେବା ଦେଉଛନ୍ତି । ଆଜି ତିନି ତଲାକ ବିରୁଦ୍ଧରେ ଆଇନ ପ୍ରଣୟନ କରି ଦେଶ ରାଜମାତାଙ୍କର ସେହି ଚିନ୍ତାଧାରାକୁ ନାରୀ ସଶକ୍ତୀକରଣ ଭାବେ ପ୍ରୟାସକୁ ଆହୁରି ଆଗକୁ ବଢ଼ାଇଛି ।

ଦେଶର ଏକତା-ଅଖଣ୍ଡତା ପାଇଁ, ଭାରତର ଏକତା ପାଇଁ ସେ ଯେଉଁ ସଂଘର୍ଷ କରିଥିଲେ, ଯେଉଁ ପ୍ରୟାସ କରିଥିଲେ, ତାହାର ପରିଣାମ ଆଜି ଆମେ ଦେଖୁଛେ । ଧାରା-370ର ଶେଷ କରି ଦେଶ ତାଙ୍କର ବହୁତ ବଡ଼ ସ୍ୱପ୍ନ ପୂରଣ କରିଛି । ଆଉ ଏହା ମଧ୍ୟ ହେଉଛି କେତେ ଅଦ୍ଭୁତ ସଂଯୋଗ ଯେ ରାମଜନ୍ମଭୂମି ମନ୍ଦିର ନିର୍ମାଣ ପାଇଁ ସେ ଯେଉଁ ସଂଘର୍ଷ କରିଥିଲେ, ତାଙ୍କର ଜନ୍ମଶତାବ୍ଦୀ ବର୍ଷରେ ହିଁ ତାଙ୍କର ଏହି ସ୍ୱପ୍ନ ମଧ୍ୟ ପୂରଣ ହୋଇଛି ।

ଆଉ ଯେତେବେଳେ ରାମ ଜନ୍ମଭୂମି କଥା ଆସିଛି ତେବେ ମୁଁ ନିଶ୍ଚୟ କହିବାକୁ ଚାହିଁବି ଯେ ଯେତେବେଳେ ଆଡଭାନୀ ମହାଶୟ ସୋମନାଥରୁ ଅଯୋଧ୍ୟା ପର୍ଯ୍ୟନ୍ତ ଯାତ୍ରା ପାଇଁ ବାହାରିଥିଲେ, ଆଉ ରାଜମାତା ସାହେବା ସେହି କାର୍ଯ୍ୟକ୍ରମରେ ରୁହନ୍ତୁ, ଏହା ଆମ ସମସ୍ତଙ୍କର ଇଚ୍ଛା ଥିଲା, ଏବଂ ରାଜମାତା ମହାଶୟା ମଧ୍ୟ ଚାହୁଁଥିଲେ ଯେ ଏଭଳି ଗୁରୁତ୍ୱପୂର୍ଣ୍ଣ ଅବସରରେ ସେ ରହିବା ଉଚିତ । କିନ୍ତୁ ଅସୁବିଧା ଏହା ଥିଲା ସେ ସମୟରେ ନବରାତ୍ରିର ପର୍ବ ଚାଲୁଥିଲା ଆଉ ରାଜମାତା ସାହେବା ନବରାତ୍ରିର ଅନୁଷ୍ଠାନ କରିଥିଲେ । ଆଉ ସେ ଯେଉଁ ସ୍ଥାନରେ ଅନୁଷ୍ଠାନ କରିଥିଲେ, ସେଠାରେ ସଂପୂର୍ଣ୍ଣ ସେହି ଅନୁଷ୍ଠାନ ସମୟରେ ସେ ସେହି ସ୍ଥାନ ଛାଡ଼ୁ ନଥିଲେ ।

ତେବେ ରାଜମାତା ସାହେବାଙ୍କ ସହିତ ଯେତେବେଳେ ମୁଁ କଥା ହେଉଥିଲି ସେ କହିଲେ, ଦେଖ ଭାଇ ମୁଁ ଯାଇ ପାରିବି ନାହିଁ, କିନ୍ତୁ ମୋର ଯିବା ଜରୁରୀ । ମୁଁ କହିଲି ରାସ୍ତା ବାହାର କରନ୍ତୁ । ସେ କହିଲେ ମୁଁ ସଂପୂର୍ଣ୍ଣ ନବରାତ୍ରି ପାଇଁ ଗୋୱାଲିୟରରୁ ବାହାରି ସୋମନାଥ ପର୍ଯ୍ୟନ୍ତ ଯିବା ପାଇଁ ଚାହୁଁଛି । ଆଉ ସେଠାରେ ସଂପୂର୍ଣ୍ଣ ନବରାତ୍ରି କରିବି । ସେଠାରେ ଯେତେବେଳେ ନବରାତ୍ରି ସମୟରେ ହିଁ ଏହି ରଥଯାତ୍ରା ଆରମ୍ଭ ହେଉଥିଲା । ତେବେ ସେଠାରେ କାର୍ଯ୍ୟକ୍ରମରେ ସାମିଲ ହୋଇଯିବି ।

ରାଜମାତା ମହାଶୟାଙ୍କ ଉପବାସ ମଧ୍ୟ କଠିନ ଥିଲା । ମୁଁ ସେହି ସମୟରେ ନୂଆ-ନୂଆ ରାଜନୀତିରେ ଆସିଥିଲି । ଜଣେ କାର୍ଯ୍ୟକର୍ତ୍ତା ଭାବେ ମୁଁ ସମସ୍ତ ବ୍ୟବସ୍ଥା ଦେଖୁଥିଲି । ମୁଁ ରାଜମାତା ସାହେବାଙ୍କ ସୋମନାଥରେ ରହିବାର ବ୍ୟବସ୍ଥା ଦାୟିତ୍ୱରେ ଥିଲି । ଆଉ ସେହି ସମୟ ଥିଲା, ଯେତେବେଳେ ମେତେ ରାଜମାତା ସାହେବାଙ୍କ ଅତି ନିକଟକୁ ଯିବାର ସୁଯୋଗ ମିଳିଲା । ଆଉ ମୁଁ ଦେଖିଲି ଯେ ସେହି ସମୟରେ ତାଙ୍କର ଏହି ସଂପୂର୍ଣ୍ଣ ପୂଜା, ସଂପୂର୍ଣ୍ଣ ନବରାତ୍ରିର ଅନୁଷ୍ଠାନ ଏକ ପ୍ରକାରରେ ଏହି ଅଯୋଧ୍ୟାର ରଥଯାତ୍ରାକୁ, ରାମ ମନ୍ଦିରକୁ ସମର୍ପିତ କରି ଦେଇଥିଲେ । ସମସ୍ତ କଥା ମୁଁ ନିଜ ଆଖିରେ ଦେଖିଛି ।

ସାଥୀଗଣ, ରାଜମାତା ବିଜୟା ରାଜେ ସିନ୍ଧିଆ ମହାଶୟାଙ୍କ ସ୍ୱପ୍ନକୁ ପୂରଣ କରିବା ପାଇଁ ଆମ ସମସ୍ତଙ୍କୁ ମିଳିମିଶି ଏହି ଗତିରେ ଆଗକୁ ବଢ଼ିବାର ଅଛି । ସଶକ୍ତ, ସୁରକ୍ଷିତ, ସମୃଦ୍ଧ ଭାରତ ତାଙ୍କର ସ୍ୱପ୍ନ ଥିଲା । ତାଙ୍କର ଏହି ସ୍ୱପ୍ନକୁ ଆମେ ଆତ୍ମନିର୍ଭର ଭାରତର ସଫଳତା ଦ୍ୱାରା ପୂରଣ କରିବା । ରାଜମାତାଙ୍କ ପ୍ରେରଣା ଆମ ସହିତ ଅଛି, ତାଙ୍କ ଆଶୀର୍ବାଦ ଆମ ସହିତ ଅଛି ।

ଏହିସବୁ ଶୁଭକାମନା ସହିତ, ମୁଁ ଆପଣ ସମସ୍ତଙ୍କୁ ବହୁତ-ବହୁତ ଧନ୍ୟବାଦ ଦେଉଛି ଆଉ ରାଜମାତା ସାହେବା ଯେଉଁ ପ୍ରକାରର ଜୀବନ ଜୀଇଁଛନ୍ତି, କଳ୍ପନା କରନ୍ତୁ ଆଜି ଜଣେ ତହସିଲର ଅଧ୍ୟକ୍ଷ ହୋଇ ଯାଆନ୍ତି, ତେବେ ତାଙ୍କର ମଧ୍ୟ ମିଜାଜ୍ କ’ଣ ହୋଇଯାଇଥାଏ । ରାଜମାତା ଏତେ ବଡ଼ ପରିବାର, ଏତେ ବଡ଼ କ୍ଷମତା, ସମ୍ପତ୍ତି, ସବୁକିଛି ରହିଥିବା ସତ୍ୱେ ତାଙ୍କୁ ଯେଉଁମାନେ ନିକଟରୁ ଦେଖିଛନ୍ତି, କ’ଣ ନମ୍ରତା ଥିଲା, କ’ଣ ବିବେକ ଥିଲା, କ’ଣ ସଂସ୍କାର ଥିଲା… ଜୀବନକୁ ପ୍ରେରଣା ଦେବା ଭଳି ।

ଆସନ୍ତୁ, ଆମର ନୂତନ ପିଢିଙ୍କ ସହିତ ଏହିକଥାକୁ ନେଇ ଚର୍ଚ୍ଚା କରିବା । ଆଉ ପ୍ରସଙ୍ଗ କେବଳ କୌଣସି ରାଜନୈତିକ ଦଳର ନୁହେଁ, ଏହା ହେଉଛି ଆମର ଆଗାମୀ ପିଢିର । ଆଜି ଭାରତ ସରକାରଙ୍କର ଏହା ହେଉଛି ସୌଭାଗ୍ୟ ଯେ ଆମେ ରାଜମାତା ମହାଶୟାଙ୍କ ସମ୍ମାନରେ ଏହି ମୁଦ୍ରାକୁ ଦେଶ ସାମ୍ନାରେ ରଖିବାର ସୁଯୋଗ ମିଳିଛି ।

ମୁଁ ପୁଣିଥରେ ରାଜମାତା ମହାଶୟାଙ୍କୁ ଆଦରର ସହିତ ପ୍ରଣାମ କରି ମୋ କଥାକୁ ବିରାମ ଦେଉଛି ।

ବହୁତ-ବହୁତ ଧନ୍ୟବାଦ!

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Moving beyond Western paradigms: The geopolitical lesson of India’s multi-alignment

Media Coverage

Moving beyond Western paradigms: The geopolitical lesson of India’s multi-alignment
NM on the go

Nm on the go

Always be the first to hear from the PM. Get the App Now!
...
Prime Minister condoles loss of lives in a mishap in Surat, Gujarat
June 02, 2026
PM announces ex-gratia from PMNRF

Prime Minister Shri Narendra Modi today expressed deep pain over the tragic mishap in Surat district, Gujarat. He extended his heartfelt condolences to those who have lost their loved ones and prayed for the earliest recovery of the injured. The Prime Minister noted that rescue operations are underway and authorities are providing all possible assistance at the accident site.

The Prime Minister has announced an ex-gratia of Rs. 2 lakh from the Prime Minister’s National Relief Fund (PMNRF) for the next of kin of each deceased. Shri Modi also noted that Rs. 50,000 would be provided to those who sustained injuries in the incident.

The Prime Minister posted on X:

"Deeply pained to hear about a mishap in Surat district, Gujarat. My condolences to those who have lost their loved ones. May the injured recover at the earliest. Rescue operations are underway and authorities are providing all possible assistance at the accident site.

An ex-gratia of Rs. 2 lakh from PMNRF would be given to the next of kin of each deceased. The injured would be given Rs. 50,000: PM"