୨୦ହଜାର କୋଟି ଟଙ୍କାରୁ ଅଧିକ ଅର୍ଥ ଦଶ କୋଟି ହିତାଧିକାରୀ ଚାଷୀ ପରିବାରକୁ ହସ୍ତାନ୍ତରିତ
ପ୍ରଧାନମନ୍ତ୍ରୀ ମଧ୍ୟ ୩୫୧ଟି ଏଫପିଓକୁ ହସ୍ତାନ୍ତରକଲେ ୧୪କୋଟି ଟଙ୍କାର ଅଂଶଧନ । ଏହାଦ୍ୱାରା ୧.୨୪ ଲକ୍ଷରୁ ଅଧିକ ଚାଷୀ ହେବେ ଉପକୃତ
“ଆମର କ୍ଷୁଦ୍ର ଚାଷୀମାନଙ୍କ ଶକ୍ତି ବୃଦ୍ଧିରେ ଏଫପିଓ ମାନେ ଏକ ବିରାଟ ଭୂମିକା ଗ୍ରହଣ କରିଛନ୍ତି”
“ଦେଶର କୃଷକମାନଙ୍କ ଆତ୍ମବିଶ୍ୱାସ ହିଁ ଦେଶ ଶକ୍ତିର ଚାବିକାଠି”
“୨୦୨୧ର ସଫଳତାରୁ ଉତ୍ସାହ ପାଇଁ ଆମେ ନୂତନ ଯାତ୍ରାର ସୋପାନ ଚଢିବାକୁ ହେବ”
“ଦେଶ ଆଗରେ” ଏହି ଉଦ୍ଦୀପନାକୁ ନେଇ ଦେଶ ପାଇଁ କିଛି କରିବା ଚିନ୍ତାଧାର ଆଜି ପ୍ରତ୍ୟେକ ଭାରତୀୟର ମନୋଭାବ ପାଲଟିଛି । ସେଥିପାଇଁ ଆଜି ଆମ ଉଦ୍ୟମ ଓ ସଂକଳ୍ପରେ ଏକ ଐକ୍ୟ ଭାବନା ରହିଛି । ଆଜି ଆମ ନୀତିରେ ଏକ ଦୃଢତା ରହିଛି ଏବଂ ନିଷ୍ପତ୍ତିରେ ଦୂରଦୃଷ୍ଟି ମଧ୍ୟ ଅଛି”
“ଭାରତୀୟ କୃଷମାନଙ୍କ ନିମନ୍ତେ ପିଏମ୍ କିଷାନ ସମ୍ମାନନିଧି ଏକ ବିରାଟ ସହାୟତା । ଆଜିର ହସ୍ତାନ୍ତରଣକୁ ମିଶାଇଲେ ୧. ୮୦ଲକ୍ଷ କୋଟି ଟଙ୍କା ସିଧାସଳଖ କୃଷକମାନଙ୍କ ଖାତାକୁ ଯାଇଛି”

ଉପସ୍ଥିତ ସମସ୍ତ ଆଦରଣୀୟ ମହାନୁଭବ, ସର୍ବପ୍ରଥମେ ମୁଁ ମାତା ବୈଷ୍ଣୋଦେବୀ ପରିସରରେ ହୋଇଥିବା ଦୁଃଖଦ ଘଟଣା ଉପରେ ଶୋକ ବ୍ୟକ୍ତ କରୁଛି । ଯେଉଁ ଲୋକମାନେ ଦଳାଚକଟାରେ, ନିଜର ଲୋକମାନଙ୍କୁ ହରାଇଛନ୍ତି, ଯେଉଁ ଲୋକମାନେ ଆହତ ହୋଇଛନ୍ତି, ମୋର ସମବେଦନା ସେମାନଙ୍କ ସହିତ ରହିଛି । କେନ୍ଦ୍ର ସରକାର, ମୁଁ ଜମ୍ମୁ- କଶ୍ମୀର ପ୍ରଶାସନର ସମ୍ପର୍କରେ କ୍ରମାଗତ ଭାବେ ରହିଛି। ଉପ-ରାଜ୍ୟପାଳ ମନୋଜ ସିହ୍ନା ମହାଶୟଙ୍କ ସହିତ ମଧ୍ୟ କଥା ହୋଇଥିଲି। ଉଦ୍ଧାର କାର୍ଯ୍ୟର, ଆହତମାନଙ୍କର ସମ୍ପୂର୍ଣ୍ଣ ଭାବେ ଧ୍ୟାନ ରଖା ଯାଉଛି।

ଭାଇ –ଭଉଣୀମାନେ,

ଏହି କାର୍ଯ୍ୟକ୍ରମରେ ଆମ ସହିତ ଜଡ଼ିତ କେନ୍ଦ୍ର ମନ୍ତ୍ରୀମଣ୍ଡଳରେ ମୋର ସହଯୋଗୀଗଣ, ଭିନ୍ନ- ଭିନ୍ନ ରାଜ୍ୟମାନଙ୍କର ମୁଖ୍ୟମନ୍ତ୍ରୀଗଣ, ରାଜ୍ୟମାନଙ୍କର କୃଷି ମନ୍ତ୍ରୀ, ଅନ୍ୟ ମହାନୁଭବ ଏବଂ ଦେଶର କୋଣ- ଅନୁକୋଣରୁ ଆମ ସହିତ ଜଡ଼ିତ ମୋର କୋଟି- କୋଟି କୃଷକ ଭାଇ ଏବଂ ଭଉଣୀ, ଭାରତରେ ରହୁଥିବା, ଭାରତ ବାହାରେ ରହୁଥିବା ପ୍ରତ୍ୟେକ ଭାରତୀୟ, ଭାରତର ପ୍ରତ୍ୟେକ ଶୁଭଚିନ୍ତକ ଆଉ ବିଶ୍ୱ ସମୁଦାୟକୁ ବର୍ଷ 2022ର ହାର୍ଦ୍ଦିକ ଶୁଭକାମନା।

ବର୍ଷର ପ୍ରାରମ୍ଭରେ ଦେଶର କୋଟି- କୋଟି ଅନ୍ନଦାତାଙ୍କ ସହିତ ରହିବା, ବର୍ଷର ପ୍ରାରମ୍ଭରେ ହିଁ ମୋତେ ଦେଶର କୋଣ- ଅନୁକୋଣରେ ରହିଥିବା ଆମର କୃଷକମାନଙ୍କର ଦର୍ଶନ କରିବାର ସୌଭାଗ୍ୟ ମିଳିଲା, ଏହା ହେଉଛି ନିଜକୁ ନିଜ ମଧ୍ୟରେ ମୋ ପାଇଁ ବହୁତ ବଡ଼ ପ୍ରେରଣାର ମୂହୁର୍ତ। ଆଜି ଦେଶର କୋଟି- କୋଟି କୃଷକ ପରିବାରଙ୍କୁ, ବିଶେଷ କରି କ୍ଷୁଦ୍ର ଚାଷୀଙ୍କୁ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧିର 10ମ କିସ୍ତି ମିଳିଛି। କୃଷକମାନଙ୍କ ବ୍ୟାଙ୍କ ଖାତାକୁ 20 ହଜାର କୋଟି ଟଙ୍କା ହସ୍ତାନ୍ତର କରାଯାଇଛି। ଆଜି ଆମର କୃଷକ ଉତ୍ପାଦକ ସଂଗଠନ- କୃଷକ ଉତ୍ପାଦକ ସଂଗଠନ ଗୁଡିକ, ଏହା ସହିତ ଜଡ଼ିତ କୃଷକମାନଙ୍କୁ ଆର୍ôଥକ ସହାୟତା ମଧ୍ୟ ପଠାଯାଇଛି। ଶହ- ଶହ ଏଫପିଓମାନେ ଆଜି ନୂତନ ଶୁଭାରମ୍ଭ କରୁଛନ୍ତି।

ସାଥୀଗଣ,

ଆମର ଏଠାରେ କୁହନ୍ତି- ଆମୁଖାୟାତି କଲ୍ୟାଣଂ କାର୍ଯ୍ୟସିଦ୍ଧିଂ ହି ଶଂସତି

ଅର୍ଥାତ୍, ସଫଳ ଶୁଭାରମ୍ଭ କାର୍ଯ୍ୟସିଦ୍ଧିର, ସଂକଳ୍ପର ସିଦ୍ଧିର ପ୍ରଥମରୁ ହିଁ ଘୋଷଣା କରି ଦେଇଥାଏ। ଏକ ରାଷ୍ଟ୍ର ଭାବେ ଆମେ 2021ର ବିଗତ ବର୍ଷକୁ ସେହି ରୂପରେ ହିଁ ଦେଖିପାରିବା । 2021, ଶହେ ବର୍ଷରେ ଆସିଥିବା ସବୁଠାରୁ ବଡ଼ ମହାମାରୀ ସହିତ ମୁକାବିଲା କରି କୋଟି- କୋଟି ଭାରତୀୟଙ୍କର ସାମୁହିକ ସାମର୍ଥ୍ୟ, ଦେଶ କ’ଣ କରି ଦେଖାଇଛି, ଏହି କଥାର ସାକ୍ଷୀ ହେଉଛେ ଆମେ ସମସ୍ତେ। ଆଜି ଆମେ ଯେତେବେଳେ ନବବର୍ଷରେ ପ୍ରବେଶ କରୁଛେ, ସେତେବେଳେ ବିଗତ ବର୍ଷର ନିଜର ପ୍ରୟାସଗୁଡ଼ିକରୁ ପ୍ରେରଣା ନେଇ ଆମକୁ ନୂତନ ସଂକଳ୍ପ ଆଡ଼କୁ ବଢ଼ିବାକୁ ହେବ।

ଚଳିତ ବର୍ଷ ଆମେ ଆମର ସ୍ୱାଧୀନତାର 75 ବର୍ଷକୁ ପୂରଣ କରିବା । ଏହି ସମୟ ହେଉଛି ଦେଶର ସଂକଳ୍ପଗୁଡ଼ିକର ଏକ ନୂତନ ଜୀବନ୍ତ ଯାତ୍ରା ଆରମ୍ଭ କରିବା ପାଇଁ, ନୂତନ ସାହସର ସହିତ ଆଗକୁ ବଢ଼ିବା ପାଇଁ । 2021ରେ ଆମେ ସମସ୍ତ ଭାରତୀୟ ମାନେ ସମଗ୍ର ବିଶ୍ୱକୁ ଦେଖାଇ ଦେଇଛେ ଯେ, ଯେତେବେଳେ ଆମେ ସ୍ଥିର କରି ନେଉ ସେତେବେଳେ ବଡ଼ରୁ ଅତି ବଡ଼ ଲକ୍ଷ୍ୟ, ଛୋଟ ହୋଇ ଯାଏ । କିଏ ଚିନ୍ତା କରି ପାରିଥିବ ଯେ ଏତେ କମ୍ ସମୟ ମଧ୍ୟରେ ଭାରତ ଭଳି ଏକ ବିଶାଳ ଦେଶ, ବିବିଧତାରେ ଭରି ରହିଥିବା ଦେଶ, 145 କୋଟି ଡୋଜ ଟିକା ଦେଇ ପାରିବ? କିଏ ଚିନ୍ତା କରି ପାରିଥିଲା ଯେ ଭାରତ ଗୋଟିଏ ଦିନରେ ଅଢ଼େଇ କୋଟି ଡୋଜ ଟିକା ଦେବାର ରେକର୍ଡ କରି ପାରିବ?  କିଏ ଚିନ୍ତା କରି ପାରିଥିଲା ଯେ ଭାରତ ଗୋଟିଏ ବର୍ଷରେ 2 କୋଟି ଘରକୁ ପାଇପ ଯୋଗେ ପାଣି ପହଂଚାଇବାର ସୁବିଧା ସହିତ ଜୋଡି ପାରିବ?

ଭାରତ ଏହି କରୋନା କାଳରେ ଅନେକ ମାସ ଧରି ନିଜର 80 କୋଟି ନାଗରିକଙ୍କୁ ମାଗଣା ରାସନ ସୁନିଶ୍ଚିତ କରୁଛି। ଆଉ ମାଗଣା ରାସନର କେବଳ ଏହି ଯୋଜନା ଉପରେ ହିଁ ଭାରତ 2 ଲକ୍ଷ 60 ହଜାର କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ କରି ସାରିଛି। ମାଗଣା ରାସନର ଏହି ଯୋଜନାର ବହୁତ ବଡ଼ ଲାଭ ଗାଁକୁ, ଗରିବଙ୍କୁ, ଗାଁରେ ରହୁଥିବା ଆମର କୃଷକ ସାଥୀମାନଙ୍କୁ ମିଳିଛି, କୃଷି କ୍ଷେତର ଶ୍ରମିକମାନଙ୍କୁ ମିଳିଛି।

ସାଥୀଗଣ,

ଆମର ଏଠାରେ ମଧ୍ୟ କୁହା ଯାଇଛି- ସଙ୍ଘେ ଶକ୍ତି କଲୌ ଯୁଗେ

ଅର୍ଥାତ୍, ଏହି ଯୁଗରେ ସଂଗଠନରୁ ହିଁ ଶକ୍ତି ମିଳିଥାଏ । ସଂଗଠିତ ଶକ୍ତି, ଅର୍ଥାତ୍ ସମସ୍ତଙ୍କ ପ୍ରୟାସ, ସଂକଳ୍ପକୁ ସିଦ୍ଧି ପର୍ଯ୍ୟନ୍ତ ନେଇ ଯିବାର ମାର୍ଗ। ଯେତେବେଳେ 130 କୋଟି ଭାରତୀୟ ମିଳିମିଶି ଗୋଟିଏ ପାଦ ଆଗକୁ ବଢ଼ାଇ ଥାଆନ୍ତି, ତାହା କେବଳ ଏକ ପାଦ ହୋଇ ନଥାଏ, 130 କୋଟି ପାଦ ହୋଇଥାଏ । ଆମ ଭାରତୀୟଙ୍କ ସ୍ୱାଭବ ରହିଛି ଯେ କିଛି ନା କିଛି ଭଲ କରି ଆମକୁ ଏକ ଭିନ୍ନ ଅନୁଭବ ମିଳିଥାଏ। କିନ୍ତୁ ଯେତେବେଳେ ଏହି ଭଲ କରିବା ଲୋକ ଏକାଠି ହୋଇ ଥାଆନ୍ତି, ବିକ୍ଷିପ୍ତ ହୋଇ ରହିଥିବା ମୋତିଗୁଡ଼ିକ ଦ୍ୱାରା ମାଳା ତିଆରି ହୋଇଥାଏ, ସେତେବେଳେ ଭାରତ ମାତା ଦୋଦୀପ୍ୟମାନ ହୋଇ ଯାଇଥାଏ। କେତେ ଲୋକ ଦେଶ ପାଇଁ ନିଜର ଜୀବନକୁ ଉତ୍ସର୍ଗ କରି ଦେଇଛନ୍ତି, ଦେଶ ନିର୍ମାଣରେ ଲାଗି ପଡ଼ିଛନ୍ତି। ଏହି କାର୍ଯ୍ୟ ପ୍ରଥମେ ମଧ୍ୟ କରୁଥିଲେ, କିନ୍ତୁ ସେମାନଙ୍କୁ ପରିଚୟ ଦେବାର କାର୍ଯ୍ୟ ଏବେ ଆରମ୍ଭ ହୋଇଛି। ପ୍ରତ୍ୟେକ ଭାରତୀୟଙ୍କ ଶକ୍ତି ଆଜି ସାମୁହିକ ଭାବେ ପରିବର୍ତିତ ହୋଇ ଦେଶର ବିକାଶକୁ ନୂତନ ଗତି ଏବଂ ନୂତନ ଶକ୍ତି ପ୍ରଦାନ କରୁଛି। ଯେଭଳି ଏବେ ପଦ୍ମ ପୁରସ୍କାରରେ ସମ୍ମାନିତ ଲୋକଙ୍କ ନାମକୁ ଦେଖୁଛେ, ସେମାନଙ୍କ ଚେହେରାକୁ ଦେଖୁଛେ, ସେତେବେଳେ ମନ ଆନନ୍ଦରେ ଭରି ଯାଉଛି। ସମସ୍ତଙ୍କ ପ୍ରୟାସରେ ହିଁ ଆଜି ଭାରତ କରୋନା ଭଳି ଏତେ ବଡ଼ ମହାମାରୀର ମୁକାବିଲା କରୁଛି।

ଭାଇ  ଭଉଣୀମାନେ,

ଏହି କରୋନା ସମୟରେ, ଦେଶରେ ସ୍ୱାସ୍ଥ୍ୟ କ୍ଷେତ୍ରକୁ ଆହୁରି ସୁଦୃଢ଼ କରିବା, ସ୍ୱାସ୍ଥ୍ୟ ଭିତିଭୂମିକୁ ଆହୁରି ବୃଦ୍ଧି କରିବା ପାଇଁ ମଧ୍ୟ ନିରନ୍ତର କାର୍ଯ୍ୟ କରାଯାଇଛି। 2021ରେ ଦେଶରେ ଶହ- ଶହ ନୂତନ ଅକ୍ସିଜେନ ପ୍ଲାଂଟମାନ ନିର୍ମାଣ କରାଯାଇଛି, ହଜାର- ହଜାର ନୂତନ ଭେଂଟିଲେଟର ଲଗାଯାଇଛି । 2021ରେ ଦେଶରେ ଅନେକ ନୂତନ ମେଡିକାଲ କଲେଜ ନିର୍ମାଣ ହୋଇଛି, ଡଜନ- ଡଜନ ମେଡିକାଲ କଲେଜ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି । 2021ରେ ଦେଶରେ ହଜାର- ହଜାର ଆରୋଗ୍ୟ କେନ୍ଦ୍ର ମଧ୍ୟ ନିର୍ମାଣ ହୋଇଛି। ଆୟୂଷ୍ମାନ ଭାରତ ସ୍ୱାସ୍ଥ୍ୟ ଭିତିଭୂମି ମିଶନ ଦେଶର ଜିଲ୍ଲା- ଜିଲ୍ଲା, ବ୍ଲକ- ବ୍ଲକ ପର୍ଯ୍ୟନ୍ତ ଭଲ ଡାକ୍ତରଖାନା, ଭଲ ପରୀକ୍ଷଣ କେନ୍ଦ୍ରର ନେଟୱର୍କକୁ ସଶକ୍ତ କରିବ। ଡିଜିଟାଲ ଇଣ୍ଡିଆକୁ ନୂତନ ଶକ୍ତି ପ୍ରଦାନ କରି, ଆୟୂଷ୍ମାନ ଭାରତ ଡିଜିଟାଲ ସ୍ୱାସ୍ଥ୍ୟ ମିଶନ ଦେଶର ସ୍ୱାସ୍ଥ୍ୟ ସୁବିଧା ଗୁଡ଼ିକୁ ଆହୁରି ସୁଲଭ ଏବଂ ପ୍ରଭାବଶାଳୀ କରିବ।

ଭାଇ  ଭଉଣୀମାନେ,

ଆଜି ବହୁତଗୁଡ଼ିଏ ଅର୍ଥିକ ସୂଚକାଙ୍କ ସେହି ସମୟରୁ ମଧ୍ୟ ଭଲ କରୁଛନ୍ତି, ଯେତେବେଳେ କି କରୋନା ଆମ୍ଭମାନଙ୍କ ଗହଣରେ ନ ଥିଲା। ଆଜି ଆମର ଅର୍ଥବ୍ୟବସ୍ଥାର ଅଭିବୃଦ୍ଧି ହାର ହେଉଛି 8 ପ୍ରତିଶତରୁ ମଧ୍ୟ ଅଧିକ। ଭାରତକୁ ରେକର୍ଡ ମାତ୍ରାରେ ବିଦେଶୀ ନିବେଶ ଆସିଛି। ଆମର ବିଦେଶୀ ମୁଦ୍ରା ଭଣ୍ଡାର ରେକର୍ଡ ସ୍ତରରେ ପହଂଚିଛି। ଜିଏସଟି ସଂଗ୍ରହ ମଧ୍ୟ ପୁରୁଣା ରେକର୍ଡକୁ ଅତିକ୍ରମ କରି ଯାଇଛି । ରପ୍ତାନୀ, ଆଉ ବିଶେଷ କରି କୃଷି କ୍ଷେତ୍ରରେ ମଧ୍ୟ ଆମେ ନୂତନ କିର୍ତୀମାନ ସ୍ଥାପନ କରିଛୁ।

ସାଥୀଗଣ,

ଆଜି ଆମର ଦେଶ, ନିଜର ବିବିଧତା ଏବଂ ବିଶାଳତା ଅନୁରୂପ ହିଁ, ପ୍ରତ୍ୟେକ କ୍ଷେତ୍ରରେ ବିକାଶର ମଧ୍ୟ ବିଶାଳ କିର୍ତୀମାନ ପ୍ରତିଷ୍ଠା କରୁଛି। 2021ରେ ଭାରତ ପ୍ରାୟ 70 ଲକ୍ଷ କୋଟି ଟଙ୍କାର କାରବାର କେବଳ ୟୁପିଆଇ ମାଧ୍ୟମରେ କରିଛି, ଡିଜିଟାଲ କାରବାର କରିଛି। ଆଜି ଭାରତରେ 50 ହଜାରରୁ ଅଧିକ ଷ୍ଟାର୍ଟ-ଅପ୍ସ କାର୍ଯ୍ୟ କରୁଛନ୍ତି । ସେଥିରୁ 10 ହଜାରରୁ ଅଧିକ ଷ୍ଟାର୍ଟ-ଅପ୍ସ ବିଗତ 6 ମାସ ମଧ୍ୟରେ ପ୍ରତିଷ୍ଠିତ ହୋଇଛନ୍ତି । 2021ରେ ଭାରତର ଯୁବକମାନେ କରୋନାର ଏହି କାଳଖଣ୍ଡରେ ମଧ୍ୟରେ 42 ୟୁନିକର୍ଣ୍ଣ ନିର୍ମାଣ କରି, ଏକ ନୂତନ ଇତିହାସ ସୃଷ୍ଟି କରିଛନ୍ତି। ମୁଁ ମୋର କୃଷକ ଭାଇ- ଭଉଣୀମାନଙ୍କୁ କହିବାକୁ ଚାହୁଁଛି ଯେ, ଏହି ଗୋଟିଏ- ଗୋଟିଏ ୟୁନିକର୍ଣ୍ଣ, ଏହା ହେଉଛି ପ୍ରାୟ ସାତ ହଜାର କୋଟି ଟଙ୍କାରୁ ମଧ୍ୟ ଅଧିକ ମୂଲ୍ୟର ଷ୍ଟାର୍ଟ ଅପ୍। ଏତେ କମ୍ ସମୟରେ ଏତେ ପ୍ରଗତି, ଆଜି ଭାରତର ଯୁବକମାନେ ସଫଳତାର ନୂତନ ଗାଥା ଲେଖୁଛନ୍ତି।

ଆଉ ସାଥୀଗଣ,

ଆଜି ଯେତେବେଳେ ଭାରତ ଗୋଟିଏ ପକ୍ଷରେ ନିଜର ଷ୍ଟାର୍ଟ ଅପ୍ ଇକୋସିଷ୍ଟମ ସୁଦୃଢ କରୁଛି, ସେତେବେଳେ ଅନ୍ୟ ପକ୍ଷରେ ନିଜ ସଂସ୍କୃତିକୁ ମଧ୍ୟ ସେତିକି ଗର୍ବର ସହିତ ସଶକ୍ତ କରୁଛି । କାଶୀ ବିଶ୍ୱନାଥ ଧାମ ସୌନ୍ଦର୍ଯ୍ୟକରଣ ପ୍ରକଳ୍ପରୁ ନେଇ କେଦାରନାଥ ଧାମର ବିକାଶ ପ୍ରକଳ୍ପ ପର୍ଯ୍ୟନ୍ତ, ଆଦି ଶଙ୍କରାଚାର୍ଯ୍ୟଙ୍କର ସମାଧିର ପୁନଃନିର୍ମାଣଠାରୁ ନେଇ ମା’ ଅନ୍ନପୂର୍ଣ୍ଣାଙ୍କ ପ୍ରତିମା ସମେତ ଭାରତରୁ ଚୋରୀ ହୋଇଥିବା ଶହ ଶହ ମୂର୍ତିମାନଙ୍କୁ ଫେରାଇ ଆଣିବା ପର୍ଯ୍ୟନ୍ତ, ଅଯୋଧ୍ୟାରେ ରାମ ମନ୍ଦିରର ନିର୍ମାଣଠାରୁ ନେଇ ଧୋଲାବୀରା ଏବଂ ଦୁର୍ଗା ପୂଜା ଉତ୍ସବକୁ ବିଶ୍ୱ ଐତିହ୍ୟ ମାନ୍ୟତା ମିଳିବା ପର୍ଯ୍ୟନ୍ତ, ଭାରତ ପାଖରେ ଏତେ କିଛି ଅଛି। ଦେଶ ପ୍ରତି ସମଗ୍ର ବିଶ୍ୱର ଆକର୍ଷଣ ରହିଛି। ଆଉ ଏବେ ଯେତେବେଳେ ଆମେ ନିଜର ଐତିହ୍ୟକୁ ସୁଦୃଢ କରିବାରେ ଲାଗିଛେ, ସେତେବେଳେ ନିଶ୍ଚିତ ଭାବେ ପର୍ଯ୍ୟଟନ ମଧ୍ୟ ବୃଦ୍ଧି ପାଇବ ଏବଂ ତୀର୍ଥଯାତ୍ରା ମଧ୍ୟ ବଢିବ।

ସାଥୀଗଣ,

ଭାରତ ନିଜର ଯୁବକମାନଙ୍କ ପାଇଁ, ନିଜ ଦେଶର ମହିଳାମାନଙ୍କ ପାଇଁ ଆଜି ଅଦ୍ଭୁତପୂର୍ବ ପଦକ୍ଷେପ ଉଠାଉଛି। 2021ରେ ଭାରତ ନିଜର ସୈନିକ ସ୍କୁଲଗୁଡିକୁ ଝିଅମାନଙ୍କ ପାଇଁ ଉନ୍ମୁକ୍ତ କରି ଦେଇଛି। 2021ରେ ଭାରତ ଜାତୀୟ ପ୍ରତିରକ୍ଷା ଏକାଡେମୀର ଦ୍ୱାର ମଧ୍ୟ ମହିଳାମାନଙ୍କ ପାଇଁ ଉନ୍ମୁକ୍ତ କରି ଦେଇଛି । 2021 ରେ ଭାରତ ଝିଅମାନଙ୍କର ବିବାହ ବୟସକୁ 18 ରୁ ବୃଦ୍ଧି କରି 21 ବର୍ଷ ବୟସ ଅର୍ଥାତ ପୁଅମାନଙ୍କ ସମକକ୍ଷ କରିବାର ପ୍ରୟାସ ଆରମ୍ଭ କରିଛି । ଆଜି ଭାରତରେ ପ୍ରଥମ ଥର  ପିଏମ ଆବାସ ଯୋଜନା ଯୋଗୁଁ ପାଖା- ପାଖି 2 କୋଟି ମହିଳାମାନଙ୍କୁ ନିଜ ଘର ଉପରେ ମାଲିକାନା ଅଧିକାର ମଧ୍ୟ ମିଳିଛି । ଆମର କୃଷକ ଭାଇ- ଭଉଣୀ, ଆମର ଗାଁର ସାଥୀମାନେ ବୁଝିପାରିବେ ଯେ, ଏହା କେତେ ବଡ଼ କାର୍ଯ୍ୟ ହୋଇଛି।

ସାଥୀଗଣ,

2021ରେ ଆମେ ଭାରତୀୟ ଖେଳାଳୀମାନଙ୍କ ମଧ୍ୟରେ ଏକ ନୂତନ ଆତ୍ମ ବିଶ୍ୱାସ ମଧ୍ୟ ଦେଖିଛୁ । ଭାରତରେ କ୍ରୀଡା ପ୍ରତି ଆକର୍ଷଣ ବୃଦ୍ଧି ପାଇଛି, ଏକ ନୂତନ ଯୁଗର ଶୁଭାରମ୍ଭ ହୋଇଛି । ଆମମାନଙ୍କ ମଧ୍ୟରୁ ପ୍ରତ୍ୟେକ ଖୁସି ଥିଲେ, ଯେତେବେଳେ ଭାରତ ଟୋକିଓ ଅଲିମ୍ପିକ୍ସରେ ଏତେ ପଦକ ଜିତିଲା। ଆମମାନଙ୍କ ମଧ୍ୟରୁ ପ୍ରତ୍ୟେକ ଖୁସି ଥିଲେ, ଯେତେବେଳେ ଆମର ଦିବ୍ୟାଙ୍ଗ ଖେଳାଳୀମାନେ ପାରା ଅଲିମ୍ପିକ୍ସରେ ଇତିହାସ ରଚିଲେ। ପାରା ଅଲିମ୍ପିକ୍ସର ଇତିହାସରେ ଭାରତ ଏପର୍ଯ୍ୟନ୍ତ ଯେତେ ପଦକ ଜିତିଥିଲା, ଦିବ୍ୟାଙ୍ଗ ଖେଳାଳୀମାନେ ତାଠାରୁ ଅଧିକ ପଦକ ଗତ ଅଲିମ୍ପିକ୍ସରେ ଜିତି କରି ଦେଖାଇ ଦେଇଛନ୍ତି। ଭାରତ ଆଜି ନିଜର କ୍ରୀଡାବୀତ ଓ କ୍ରୀଡା ଭିତିଭୂମି ଉପରେ ଯେତେ ନିବେଶ କରୁଛି, ତାହା ପୂର୍ବରୁ କେବେ କରାଯାଇ ନ ଥିଲା। ଆସନ୍ତାକାଲି ହିଁ ମିରଟରେ ଭାରତ ଆଉ ଏକ କ୍ରୀଡା ବିଶ୍ୱବିଦ୍ୟାଳୟର ଶିଳାନ୍ୟାସ କରିବାକୁ ଯାଉଛି।

ସାଥୀଗଣ,

ମିଳିତ ଜାତିସଂଘ ସୁରକ୍ଷା ପରିଷଦଠାରୁ ନେଇ ସ୍ଥାନୀୟ ସ୍ୱାୟତ ସାଶନ ସଂସ୍ଥା ପର୍ଯ୍ୟନ୍ତ ଭାରତ ନିଜର ନୀତି ଏବଂ ନିଷ୍ପତିରେ ନିଜର ସାମର୍ଥ୍ୟ ସିଦ୍ଧ କରିଛି । ଭାରତ 2016 ରେ ଏହି ଲକ୍ଷ୍ୟ ରଖିଥିଲା ଯେ ସେ 2030 ପର୍ଯ୍ୟନ୍ତ, ନିଜର ସ୍ଥାପିତ  ବିଦ୍ୟୁତ ଶକ୍ତି କ୍ଷମତାର 40 ପ୍ରତିଶତ, ଅଣ ଫସିଲ ଶକ୍ତି ଉତ୍ସ ଦ୍ୱାରା ପୂରଣ କରିବ। ଭାରତ ନିଜର ଲକ୍ଷ୍ୟ ଯାହା 2030 ପର୍ଯ୍ୟନ୍ତ ରଖିଥିଲା, ତାହା ନଭେମ୍ବର 2021 ରେ ହିଁ ହାସଲ କରି ନେଇଛି । ଜଳବାୟୁ ପରିବର୍ତନ କ୍ଷେତ୍ରରେ ବିଶ୍ୱର ନେତୃତ୍ୱ ନେଇ ଭାରତ 2070 ପର୍ଯ୍ୟନ୍ତ ନେଟ୍ ଜିରୋ କାର୍ବନ ନିର୍ଗମନର ଲକ୍ଷ୍ୟ ମଧ୍ୟ ବିଶ୍ୱ ସାମ୍ନାରେ ରଖିଛି । ଆଜି ଭାରତ ଉଦଜାନ ମିଶନ ଉପରେ କାର୍ଯ୍ୟ କରୁଛି, ବିଦ୍ୟୁତ ଚାଳିତ ଯାନ ଉପରେ ନେତୃତ୍ୱ ନେଉଛି । ଦେଶରେ କୋଟି- କୋଟି ଏଲଇଡ଼ି ବଲବ୍ ବିତରଣ କରିବା ଦ୍ୱାରା ପ୍ରତ୍ୟେକ ବର୍ଷ ଗରିବମାନଙ୍କୁ, ମଧ୍ୟମବର୍ଗଙ୍କୁ ପ୍ରାୟ 20 ହଜାର କୋଟି ଟଙ୍କା, ବିଜୁଳି ବିଲ୍ରେ କମ୍ ଆସିଛି । ସାରା ଦେଶରେ ସହରଗୁଡ଼ିକରେ ସ୍ଥାନୀୟ ସ୍ୱାୟତ ଶାସନ ସଂସ୍ଥା ଦ୍ୱାରା ଷ୍ଟ୍ରିଟ ଲାଇଟଗୁଡ଼ିକୁ ମଧ୍ୟ ଏଲଇଡ଼ିରେ ପରିବର୍ତନ କରିବାର ଅଭିଯାନ ଚାଲୁ ରହିଛି ଆଉ ମୋର କୃଷକ ଭାଇ, ଆମର ଅନ୍ନଦାତା, ଉର୍ଜ୍ଜାଦାତା ହୁଅନ୍ତୁ, ଏଥିପାଇଁ ମଧ୍ୟ ଭାରତ ବହୁତ ବଡ଼ ଅଭିଯାନ ଚଲାଉଛି । ପ୍ରଧାନମନ୍ତ୍ରୀ କୁସୁମ ଯୋଜନା ଅଧୀନରେ, କୃଷକ ଚାଷ ଜମିର ଚାରି ପଟେ ସୋଲାର ପ୍ୟାନେଲ ଲଗାଇ ସୌରଶକ୍ତି ଉତ୍ପାଦନ କରି ପାରୁ, ଏଥିପାଇଁ ମଧ୍ୟ ତାକୁ ସହାୟତା ଦିଆଯାଉଛି। ଲକ୍ଷ- ଲକ୍ଷ କୃଷକଙ୍କୁ ସରକାରଙ୍କ ଦ୍ୱାରା ସୌରପମ୍ପ ମଧ୍ୟ ଦିଆଯାଇଛି। ଏହାଦ୍ୱାରା ଅର୍ଥ ମଧ୍ୟ ସଂଚୟ ହେଉଛି ଏବଂ ପରିବେଶର ମଧ୍ୟ ସୁରକ୍ଷା ହେଉଛି।

ସାଥୀଗଣ,

2021ର ବର୍ଷ କରୋନା ବିରୋଧରେ ଦେଶର ସୁଦୃଢ଼ ଲଢ଼େଇ ଭାବେ ମନେ ରଖାଯିବ, ତେବେ ଏହି ସମୟରେ ଭାରତ ଯେଉଁ ସଂସ୍କାର ଆଣିଛି, ତାହାର ମଧ୍ୟ ଅବଶ୍ୟ ଚର୍ଚ୍ଚା ହେବ। ବିଗତ ବର୍ଷରେ ଭାରତ ଆଧୁନିକ ଭିତିଭୂମିର ନିର୍ମାଣ ଏବଂ ସଂସ୍କାର ପ୍ରକ୍ରିୟାକୁ ଆହୁରି ଦ୍ରୁତ ଗତିରେ ଆଗକୁ ବଢ଼ାଇଛି। ସରକାରଙ୍କର ହସ୍ତକ୍ଷେପ କମ୍ ହେଉ, ପ୍ରତ୍ୟେକ ଭାରତୀୟଙ୍କ ସାମର୍ଥ୍ୟ ବିକଶିତ ହେଉ, ଏବଂ ସମସ୍ତଙ୍କର ପ୍ରୟାସ ଦ୍ୱାରା ରାଷ୍ଟ୍ରୀୟ ଲକ୍ଷ୍ୟ ପ୍ରାପ୍ତି ହେଉ, ଏହି ପ୍ରତିବଦ୍ଧତା ଦ୍ୱାରା ତାହାକୁ ସଶକ୍ତ କରାଯାଉଛି। ବ୍ୟବସାୟ- କାରବାରକୁ ସହଜ କରିବା ପାଇଁ ବିଗତ ବର୍ଷରେ ମଧ୍ୟ ଅନେକ ନିଷ୍ପତି ନିଆଯାଇଛି।

ପିଏମ ଗତିଶକ୍ତି ଜାତୀୟ ମାଷ୍ଟର ପ୍ଲାନ ଦେଶରେ ଭିତିଭୂମିର ନିର୍ମାଣ ଗତିରେ ନୂତନ ଧାରା ସୃଷ୍ଟି କରିବାକୁ ଯାଉଛି। ମେକ୍ ଇନ୍ ଇଣ୍ଡିଆକୁ ନୂତନ ଦିଗ ପ୍ରଦାନ କରିବା ପାଇଁ ଦେଶରେ ଚିପ୍ ନିର୍ମାଣ, ସେମିକଣ୍ଡକଟର ଭଳି ନୂତନ କ୍ଷେତ୍ର ପାଇଁ ମହତ୍ୱାକାଂକ୍ଷୀ ଯୋଜନାମାନ ଲାଗୁ କରାଯାଇଛି। ବିଗତ ବର୍ଷରେ ହିଁ ପ୍ରତିରକ୍ଷା କ୍ଷେତ୍ରରେ ଆତ୍ମନିର୍ଭରଶୀଳତା ପାଇଁ ଦେଶକୁ ୭ଟି ପ୍ରତିରକ୍ଷା କମ୍ପାନୀ ମିଳିଛି। ଆମେ ପ୍ରଥମ ଥର ପାଇଁ ପ୍ରଗତିଶୀଳ ଡ୍ରୋନ ନୀତି ମଧ୍ୟ ଲାଗୁ କରିଛୁ। ମହାକାଶରେ ଦେଶର ଆକାଂକ୍ଷାଗୁଡ଼ିକୁ ନୂତନ ଉଡ଼ାଣ ଦେଇ, ଭାରତୀୟ ମହାକାଶ ସଂଘ ଗଠନ କରାଯାଇଛି।

ସାଥୀଗଣ,

ଡିଜିଟାଲ ଇଣ୍ଡିଆ ଅଭିଯାନ ଭାରତରେ ହେଉଥିବା ବିକାଶକୁ ଗାଁ- ଗାଁ ପର୍ଯ୍ୟନ୍ତ ନେଇ ଯିବାରେ ବଡ଼ ପ୍ରମୁଖ ଭୂମିକା ତୁଲାଉଛି। 2021ରେ ହଜାର- ହଜାର ନୂତନ ଗାଁକୁ ଅପ୍ଟିକାଲ ଫାଇବରର୍ସ କେବୁଲ ସହିତ ଯୋଡ଼ା ଯାଇଛି । ଏହାର ବହୁତ ଲାଭ ଆମର କୃଷକ ସାଥୀମାନଙ୍କୁ, ସେମାନଙ୍କର ପରିବାରକୁ, ସେମାନଙ୍କର ପିଲାମାନଙ୍କୁ ମଧ୍ୟ ହୋଇଛି। 2021ରେ ହିଁ ଇ- ରୂପୀ ଭଳି ନୂତନ ଡିଜିଟାଲ ଦେୟ ସମାଧାନ ମଧ୍ୟ ଆରମ୍ଭ କରାଯାଇଛି। ଗୋଟିଏ ଦେଶ- ଗୋଟିଏ ରାସନ କାର୍ଡ ମଧ୍ୟ ସାରା ଦେଶରେ ଲାଗୁ ହୋଇ ସାରିଛି। ଆଜି ଦେଶର ଅସଂଗଠିତ କ୍ଷେତ୍ରର ଶ୍ରମିକମାନଙ୍କୁ ଇ-ଶ୍ରମ କାର୍ଡ ଦିଆ ଯାଉଛି, ଫଳରେ ସରକାରୀ ଯୋଜନାଗୁଡ଼ିକର ଲାଭ ସେମାନଙ୍କ ପର୍ଯ୍ୟନ୍ତ ସହଜରେ ପହଂଚି ପାରିବ।

ଭାଇ  ଭଉଣୀମାନେ,

ବର୍ଷ 2022ରେ ଆମକୁ ଆମର ନୀତିକୁ ଅଧିକ ଦ୍ରୁତ କରିବାର ଅଛି। କରୋନାର ଆହ୍ୱାନ ରହିଛି, କିନ୍ତୁ କରୋନା ଭାରତର ଗତିକୁ ରୋକି ପାରିବ ନାହିଁ। ଭାରତ, ସମ୍ପୁର୍ଣ୍ଣ ସତର୍କତାର ସହିତ, ସମ୍ପୁର୍ଣ୍ଣ ସାମଧାନତା ସହିତ କରୋନା ସହ ମଧ୍ୟ ଲଢ଼ିବ ଏବଂ ନିଜର ରାଷ୍ଟ୍ରୀୟ ହିତଗୁଡ଼ିକୁ ମଧ୍ୟ ପୂରଣ କରିବ। ଆମର ଏଠାରେ କୁହାଯାଇଛି,

ଜହିହୀ ଭୀତିମ୍ ଭଜ ଭଜ ଶକ୍ତିମ୍ ବିଧେହି ରାଷ୍ଟ୍ରେ ତଥା ଅନୁରକ୍ତିମ୍।।

କୁରୁ କୁରୁ ସତତମ୍ ଧୈୟ-ସ୍ମରଣମ୍ ସଦୈବ ପୁରତୋ ନିଧେହି ଚରଣମ୍।।

ଅର୍ଥାତ୍,

ଡର, ଭୟ ଓ ଆଶଙ୍କାକୁ ଛାଡ଼ି ଆମକୁ ଶକ୍ତି ଏବଂ ସାମର୍ଥ୍ୟକୁ ମନେ ପକାଇବାକୁ ହେବ, ଦେଶପ୍ରେମର ଭାବନାକୁ ସର୍ବୋପରି ରଖିବାକୁ ହେବ। ଆମକୁ ଆମ ନିଜର ଲକ୍ଷ୍ୟକୁ ସ୍ମରଣ ରଖି କ୍ରମାଗତ ଭାବେ ଲକ୍ଷ୍ୟ ହାସଲ ଦିଗକୁ ପାଦ ବଢ଼ାଇବାର ଅଛି। ‘ରାଷ୍ଟ୍ର ପ୍ରଥମ’ର ଭାବନା ସହିତ ରାଷ୍ଟ୍ର ପାଇଁ ନିରନ୍ତର ପ୍ରୟାସ, ଆଜି ପ୍ରତ୍ୟେକ ଭାରତୀୟଙ୍କର ମନୋଭାବ ସୃଷ୍ଟି ହେଉଛି। ଆଉ ଏଥିପାଇଁ ହିଁ, ଆଜି ଆମର ପ୍ରୟାସରେ ଐକ୍ୟବଦ୍ଧତା ଆସିଛି, ଆମର ସଂକଳ୍ପଗୁଡ଼ିକରେ ସିଦ୍ଧିର ଅଧିରତା ରହିଛି। ଆଜି ଆମ ନୀତିଗୁଡ଼ିକରେ ନିରନ୍ତରତା ରହିଛି, ଆମର ନିଷ୍ପତିରେ ଦୂରଦର୍ଶିତା ଅଛି। ଦେଶର ଅନ୍ନଦାତାଙ୍କୁ ସମର୍ପିତ ଆଜିର ଏହି କାର୍ଯ୍ୟକ୍ରମ ହେଉଛି ଏହାର ଏକ ଉଦାହରଣ।

ପିଏମ କିଷାନ ସମ୍ମାନ ନିଧି, ଭାରତର କୃଷକମାନଙ୍କ ପାଇଁ ଏକ ବହୁତ ବଡ଼ ସମ୍ବଳ ପାଲଟିଛି। ପ୍ରତ୍ୟେକ ଥର ପ୍ରତ୍ୟେକ କିସ୍ତି ସମୟରେ, ପ୍ରତି ବର୍ଷ ହଜାର- ହଜାର କୋଟି ଟଙ୍କାର ହସ୍ତାନ୍ତର, ବିନା କୌଣସି ମଧ୍ୟସ୍ଥିରେ, ବିନା କୌଣସି କମିଶନରେ, ପୂର୍ବରୁ କେହି କଳ୍ପନା ମଧ୍ୟ କରି ପାରୁ ନଥିଲେ ଯେ ଭାରତରେ ଏଭଳି ହୋଇ ପାରିବ। ଆଜିର ଧନରାଶିକୁ ମିଶାଇ ଦେବା, ତେବେ କିଷାନ ସମ୍ମାନ ନିଧି ଅଧୀନରେ କୃଷକଙ୍କ ଖାତାରେ 1 ଲକ୍ଷ 80 ହଜାର କୋଟି ଟଙ୍କାରୁ ଅଧିକ ହସ୍ତାନ୍ତର ହୋଇ ସାରିଛି। ଆଜି ଅନେକ ଛୋଟ- ଛୋଟ ଖର୍ଚ୍ଚ ପାଇଁ ଏହି କିଷାନ ସମ୍ମାନ ନିଧି ବହୁତ କାର୍ଯ୍ୟରେ ଆସୁଛି। କ୍ଷୁଦ୍ର ଚାଷୀ ଏହି ରାଶିରୁ ହିଁ ଉନ୍ନତ ମାନର ବିହନ କିଣୁଛନ୍ତି, ଭଲ ଖତ ଏବଂ ଉପକରଣର ବ୍ୟବହାର କରୁଛନ୍ତି।

ସାଥୀଗଣ,

ଦେଶର କ୍ଷୁଦ୍ର ଚାଷୀମାନଙ୍କର ବୃଦ୍ଧି ପାଉଥିବା ସାମର୍ଥ୍ୟକୁ ସଂଗଠିତ ରୂପ ଦେବାରେ ଆମର କୃଷକ ଉତ୍ପାଦ ସଂଗଠନ- ଏଫପିଓ ଗୁଡ଼ିକର ବହୁତ ବଡ଼ ଭୂମିକା ରହିଛି। ଯେଉଁ କ୍ଷୁଦ୍ର ଚାଷୀମାନେ ପ୍ରଥମେ ଅଲଗା- ଅଲଗା ହୋଇ ରହୁଥିଲେ, ସେମାନଙ୍କ ପାଖରେ ଏବେ ଏଫପିଓ ଭଳି ବଡ଼ ଶକ୍ତିମାନ ରହିଛି । ପ୍ରଥମ ଶକ୍ତି ହେଉଛି- ଉନ୍ନତ ମୁଲଚାଲ, ଅର୍ଥାତ, ମୂଳ ଦରର ଶକ୍ତି। ଆପଣ ସମସ୍ତେ ଜାଣିଛନ୍ତି, ଯେତେବେଳେ ଆପଣ ଏକା ଚାଷବାସ କରୁଛନ୍ତି, ସେତେବେଳେ କ’ଣ ହୋଇଥାଏ? ଆପଣ ବିହନ ଠାରୁ ନେଇ ସାର ପର୍ଯ୍ୟନ୍ତ ସବୁକିଛି କିଣନ୍ତି ଖୁଚୁରାରେ ମାତ୍ର ବିକିବା ବେଳେ ବିକ୍ରି କରନ୍ତି ପାଇକାରୀରେ। ଏହାଦ୍ୱାରା ଖର୍ଚ୍ଚ ଅଧିକ ବଢ଼ି ଯାଉଥିଲା, ଆଉ ଲାଭ କମ୍ ହୋଇଥାଏ। କିନ୍ତୁ ଏଫପିଓ ଦ୍ୱାରା ଏବେ ଏହି ଛବି ବଦଳିବାରେ ଲାଗିଛି। ଏଫପିଓ ମାଧ୍ୟମରେ ଏବେ ଚାଷବାସ ପାଇଁ ଆବଶ୍ୟକ ଜିନିଷ କୃଷକ ପାଇକାରୀ ଦରରେ କିଣୁଛି ଆଉ ଖୁଚୁରା ଦରରେ ବିକ୍ରି କରୁଛି।

ଏଫପିଓ ଦ୍ୱାରା ଯେଉଁ ଦ୍ୱିତୀୟ ଶକ୍ତି କୃଷକମାନଙ୍କୁ ମିଳିଛି, ତାହା ହେଉଛି- ବ୍ୟାପକ ସ୍ତରରେ ବ୍ୟବସାୟର ସୁବିଧା। ଗୋଟିଏ ଏଫପିଓ ଭାବେ କୃଷକମାନେ ସଂଗଠିତ ହୋଇ କାର୍ଯ୍ୟ କରି ଥାଆନ୍ତି, ବାସ୍ତବରେ ସେମାନଙ୍କ ପାଇଁ ବହୁତ ବଡ଼ ସମ୍ଭାବନା ସୃଷ୍ଟି ହୋଇଥାଏ। ତୃତୀୟ ଶକ୍ତି ହେଉଛି- ନବସୃଜନର। ଏକାଠି ଅନେକ କୃଷକ ସାମିଲ ହୋଇ ଥାଆନ୍ତି, ତେଣୁ ସେମାନଙ୍କର ଅନୁଭବ ଏକାଠି ଯୋଡ଼ି ହୋଇଥାଏ। ସୂଚନା ବଢ଼ିଥାଏ। ନୂଆ- ନୂଆ ନବସୃଜନ ପାଇଁ ପଥ ଉନ୍ମୁକ୍ତ ହୋଇଥାଏ। ଏଫପିଓ ଦ୍ୱାରା ଚତୁର୍ଥ ଶକ୍ତି ହେଉଛି- ଆହ୍ୱାନର ପରିଚାଳନା। ଏକାଠି ମିଳିମିଶି ଆପଣମାନେ ଆହ୍ୱାନର ଉନ୍ନତ ଆକଳନ ମଧ୍ୟ କରି ପାରିବେ, ତାହାଦ୍ୱାରା ଆହ୍ୱାନର ମୁକାବିଲା ପାଇଁ ମଧ୍ୟ ମାର୍ଗ ସୃଷ୍ଟି କରିପାରିବେ।

ଆଉ ପଂଚମ ଶକ୍ତି ହେଉଛି- ବଜାର ହିସାବରେ ବଦଳିବାର କ୍ଷମତା। ବଜାର ଏବଂ ବଜାରର ଚାହିଦା କ୍ରମାଗତ ପରିବର୍ତିତ ହୋଇଥାଏ। କିନ୍ତୁ କ୍ଷୁଦ୍ର ଚାଷୀମାନଙ୍କୁ ନା ଏ ସଂପର୍କରେ ସୂଚନା ମିଳିଥାଏ, ଅବା ପୁଣି ସେମାନେ ପରିବର୍ତନ ପାଇଁ ସଂସାଧନ ଯୋଗାଡ କରିପାରି ଥାଆନ୍ତି। କେବେ କେବେ ସମସ୍ତ ଚାଷୀଭାଇ ଗୋଟିଏ ଫସଲ ବୁଣି ଦେଇଥାନ୍ତି ଏବଂ ପରେ ଜଣାପଡିଥାଏ ଯେ ବଜାରରେ ତାହାର ଚାହିଦା କମି ଯାଇଛି। କିନ୍ତୁ ଏଫପିଓରେ ଆପଣମାନେ ନା କେବଳ ବଜାର ହିସାବରେ ପ୍ରସ୍ତୁତ ରହିଥାନ୍ତି ବରଂ ନିଜେ ବଜାରରେ ନୂଆ ଉତ୍ପାଦ ପାଇଁ ଚାହିଦା ସୃଷ୍ଟି କରିବାର ଶକ୍ତି ମଧ୍ୟ ରଖିଥାନ୍ତି।

ସାଥୀଗଣ,

ଏଫପିଓ ଗୁଡିକର ଏଭଳି ଶକ୍ତିକୁ ବୁଝି ଆଜି ଆମ ସରକାର ସେମାନଙ୍କୁ ପ୍ରତ୍ୟେକ ସ୍ତରରେ ପ୍ରୋତ୍ସାହିତ କରୁଛନ୍ତି। ଏହି ଏଫପିଓ ଗୁଡିକୁ ମଧ୍ୟ 15 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସହାୟତା ମିଳୁଛି। ଏହାର ପରିଣାମ ହେଉଛି ଯେ, ଆଜି ଦେଶରେ ଜୈବିକ ଏଫପିଓ (କ୍ଲଷ୍ଟର)ପୁଞ୍ଜ, ତୈଳ ବୀଜ ପୁଞ୍ଜ, ବାଉଁଶ ପୁଞ୍ଜ ଏବଂ ମହୁ ଏଫପିଓ ଗୁଡିକ ଭଳି ପୁଞ୍ଜ ଦ୍ରୁତ ଗତିରେ ବୃଦ୍ଧି ପାଉଛି। ଆମର କୃଷକ ଆଜି ‘ଗୋଟିଏ ଜିଲ୍ଲା- ଗୋଟିଏ ଉତ୍ପାଦ’ ଭଳି ଯୋଜନା ଗୁଡିକର ଲାଭ ଉଠାଉଛନ୍ତି, ଦେଶ ବିଦେଶର ବଡ଼ ବଡ଼ ବଜାର ସେମାନଙ୍କ ପାଇଁ ଖୋଲୁଛି।

ସାଥୀଗଣ,

ଆମ ଦେଶରେ ଆଜି ମଧ୍ୟ ଏଭଳି ଅନେକ ଜିନିଷ ବିଦେଶରୁ ଆମଦାନୀ ହେଉଛି, ଯାହାର ଆବଶ୍ୟକତା ଦେଶର କୃଷକ ସହଜରେ ପୂରଣ କରି ପାରିବେ। ଖାଇବା ତେଲ ହେଉଛି ଏହାର ବହୁତ ବଡ଼ ଉଦାହାରଣ। ଆମେ ବିଦେଶରୁ ଖାଇବା ତେଲ କିଣୁଛେ। ଦେଶର ବହୁତ ଅର୍ଥ ମଧ୍ୟ ଅନ୍ୟ ଦେଶକୁ ଦେବାକୁ ପଡୁଛି। ଏହି ଅର୍ଥ କୃଷକଙ୍କୁ ମିଳୁ, ଏଥିପାଇଁ ଆମ ସରକାର 11 ହଜାର କୋଟି ଟଙ୍କାର ବଜେଟ ସହିତ ଜାତୀୟ ପାମ୍ ଅଏଲ ମିଶନ ଆରମ୍ଭ କରିଛନ୍ତି।

ସାଥୀଗଣ,

ବିଗତ ବର୍ଷ ଦେଶ କୃଷି କ୍ଷେତ୍ରରେ ଗୋଟିଏ ପରେ ଗୋଟିଏ କ୍ଷେତ୍ରରେ, ଅନେକ ଐତିହାସିକ ସଫଳତା ହାସଲ କରିଛି। କରୋନାର ଆହ୍ୱାନ ସତ୍ୱେ ମଧ୍ୟ ଆପଣ ସମସ୍ତେ ନିଜ ପରିଶ୍ରମ ଦ୍ୱାରା ଦେଶରେ ଖାଦ୍ୟାନ୍ନ ଉତ୍ପାଦନ ରେକର୍ଡ ସ୍ତର ପର୍ଯ୍ୟନ୍ତ ନେଇ ଦେଖାଇଛନ୍ତି। ବିଗତ ବର୍ଷ ଦେଶର ଖାଦ୍ୟଶସ୍ୟ ଉତ୍ପାଦନ 300 ନିୟୁତ ଟନ ପର୍ଯ୍ୟନ୍ତ ପହଂଚିଛି । ଉଦ୍ୟାନକୃଷି- ଫୁଲଚାଷ- ଉଦ୍ୟାନ ଫସଲ ଭାବେ ଫୁଲ- ଫଳ ଛାଷର ଉତ୍ପାଦନ 330 ମିଲିୟନ ଟନରୁ ଅଧିକ ହୋଇଛି। 6-7ବର୍ଷ ପୂର୍ବ ତୁଳନାରେ ଦେଶରେ ଦୁଗ୍ଧ ଉତ୍ପାଦନ ମଧ୍ୟ ପ୍ରାୟ 45ପ୍ରତିଶତ ବୃଦ୍ଧି ପାଇଛି । କେବଳ ଏତିକି ନୁହେଁ, ଯଦି କୃଷକ ରେକର୍ଡ ଉତ୍ପାଦନ କରୁଛି ତେବେ ଦେଶ ଏମଏସପିରେ ରେକର୍ଡ କ୍ରୟ ମଧ୍ୟ କରୁଛି। ଜଳସେଚନରେ ମଧ୍ୟ, ଆମେ ପ୍ରତି ବୁନ୍ଦା ଜଳ- ଅଧିକ ଫସଲକୁ ପ୍ରେତ୍ସାହନ ଦେଉଛୁ। ବିଗତ ବର୍ଷ ଗୁଡିକରେ ପ୍ରଧାନମନ୍ତ୍ରୀ କୃଷି ସିଂଚାଇ ଯୋଜନା ଜରିଆରେ ପ୍ରାୟ 60 ଲକ୍ଷ ହେକ୍ଟର ଜମିକୁ ଅଣୁ- ଜଳସେଚନ ମାଧ୍ୟମରେ ବୁନ୍ଦା ଜଳସେଚନ ସହିତ ଯୋଡି ଦିଆଯାଇଛି।

ପ୍ରାକୃତିକ ବିପର୍ଯ୍ୟୟ ଯୋଗୁଁ କୃଷକମାନଙ୍କର ଯାହା କ୍ଷତି ହେଉଥିଲା, ଯେଉଁ ଅସୁବିଧା ହେଉଥିଲା, ତାକୁ ହ୍ରାସ କରିବା ପାଇଁ ମଧ୍ୟ ଆମେ ପ୍ରୟାସ କରିଛୁ। ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ଦ୍ୱାରା କୃଷକମାନଙ୍କୁ ମିଳୁଥିବା କ୍ଷତିପୂରଣ 1 ଲକ୍ଷ କୋଟିଠାରୁ ମଧ୍ୟ ଅଧିକ ହୋଇପାରିଛି। ଏହି ପରିସଂଖ୍ୟାନ ହେଉଛି ବହୁତ ଗୁରୁତ୍ୱପୂର୍ଣ୍ଣ। ସାରା ଦେଶର କୃଷକମାନେ ପ୍ରାୟ 21 ହଜାର କୋଟି ଟଙ୍କା ହିଁ ପ୍ରିମିୟମ ବାବଦରେ ଦେଇଥିଲେ, କିନ୍ତୁ ସେମାନଙ୍କୁ କ୍ଷତିପୂରଣ ବାବଦରେ ଏକ ଲକ୍ଷ କୋଟି ଟଙ୍କାରୁ ଅଧିକ ମିଳିଲା। ଭାଇ ଓ ଭଉଣୀମାନେ, ଫସଲର ଅବଶିଷ୍ଟାଂଶ ହେଉ, କୃଷି ଅବଶେଷ ହେଉ, ଏଭଳି ପ୍ରତ୍ୟେକ ଜିନିଷରୁ ମଧ୍ୟ କୃଷକଙ୍କୁ ଅର୍ଥ ମିଳୁ, ଏଥିପାଇଁ ପ୍ରୟାସକୁ ଦ୍ରୁତ କରି ଦିଆଯାଇଛି। କୃଷି ଅବଶେଷରୁ ଜୈବ ଇନ୍ଧନ ଉତ୍ପାନ ପାଇଁ ସାରା ଦେଶରେ ଶହ ଶହ ନୂତନ ୟୁନିଟ ପ୍ରତିଷ୍ଠା କରାଯାଇଛି । 7 ବର୍ଷ ପୂର୍ବେ ଯେଉଁଠାରେ ଦେଶରେ ପ୍ରତ୍ୟେକ ବର୍ଷ 40 କୋଟି ଲିଟରରୁ ମଧ୍ୟ କମ୍ ଇଥେନଲର ଉତ୍ପାଦନ ହେଉଥିଲା ତାହା ଆଜି 340 କୋଟି ଲିଟରରୁ ମଧ୍ୟ ଅଧିକ ହୋଇ ପାରିଛି।

ସାଥୀଗଣ,

ଆଜି ସାରା ଦେଶରେ ଗୋବରଧନ ଯୋଜନା ଚାଲୁ ରହିଛି। ଏହା ମାଧ୍ୟମରେ ଗାଁରେ ଗୋବର ଗ୍ୟାସ ଉତ୍ପାଦନ ପାଇଁ ପ୍ରୋତ୍ସାହନ ଦିଆଯାଉଛି। ଗୋବର ଗ୍ୟାସର ଉପଯୋଗ ବଢୁ, ଏଥିପାଇଁ ମଧ୍ୟ ସାରା ଦେଶରେ ପ୍ଲାଂଟ ନିର୍ମାଣ କରାଯାଉଛି। ଏହି ପ୍ଲାଂଟ ଦ୍ୱାରା ପ୍ରତ୍ୟେକ ବର୍ଷ ଲକ୍ଷ- ଲକ୍ଷ ଟନ ଉତମ ଜୈବିକ ଖତ ମଧ୍ୟ ଉତ୍ପାଦିତ ହେବ, ଯାହା କୃଷକମାନଙ୍କ ପାଇଁ କମ୍ ଦରରେ ଉପଲବ୍ଧ ହେବ। ଯେତେବେଳେ ଗୋବରରୁ ମଧ୍ୟ ଅର୍ଥ ମିଳିବ, ସେତେବେଳେ ଏଭଳି ପଶୁମାନେ ମଧ୍ୟ ବୋଝ ପାଲଟିବେ ନାହିଁ, ଯେଉଁମାନେ ଦୁଗ୍ଧ ଦେଉ ନାହାଁନ୍ତି ଅବା ଯେଉଁମାନେ ଦୁଗ୍ଧ ଦେବା ବନ୍ଦ କରି ଦେଇଛନ୍ତି। ସମସ୍ତେ ଦେଶର କାର୍ଯ୍ୟରେ ଆସିବେ, କେହି ବେସହାରା ହୋଇ ନ ରୁହନ୍ତୁ, ଏହା ମଧ୍ୟ ହେଉଛି ଆତ୍ମନିର୍ଭରଶୀଳତା।

ସାଥୀଗଣ,

ପଶୁମାନଙ୍କର ଘରେ ହିଁ ଚିକିତ୍ସା ହେଉ, ଘରେ ହିଁ କୃତ୍ରିମ ଗର୍ଭସଂଚାର ବ୍ୟବସ୍ଥା ହେଉ, ଏଥିପାଇଁ ଆଜି ଅଭିଯାନ ଚାଲୁ ରହିଛି। ପଶୁମାନଙ୍କର ପାଦ ଏବଂ ମୁଖଜନିତ ରୋଗ- ଖୁରପକା-ମୁଁହପକାର ନିୟନ୍ତ୍ରଣ ପାଇଁ ମଧ୍ୟ ଟିକାକରଣ ମିଶନ ଚାଲୁ ରହିଛି। ସରକାର କାମଧେନୁ ଆୟୋଗର ମଧ୍ୟ ଗଠନ କରିଛନ୍ତି, ଦୁଗ୍ଧ ଉତ୍ପାଦନ କ୍ଷେତ୍ରର ଭିତିଭୂମି ପାଇଁ ହଜାର- ହଜାର କୋଟି ଟଙ୍କାର ସ୍ୱତନ୍ତ୍ର ପାଣ୍ଠି ପ୍ରତିଷ୍ଠା କରାଯାଇଛି। ଏହା ହେଉଛି ଆମର ସରକାର ଯିଏ ଲକ୍ଷ- ଲକ୍ଷ ପଶୁପାଳକଙ୍କୁ କିଷାନ କ୍ରେଡିଟ କାର୍ଡର ସୁବିଧା ସହିତ ଯୋଡିଛନ୍ତି।

ସାଥୀଗଣ,

ଧରଣୀ ହେଉଛି ଆମର ମାତା, ଆଉ ଆମେ ଦେଖିଛୁ ଯେ ଯେଉଁଠାରେ ଧରଣୀ ମାତାକୁ ବଂଚାଇବା ପାଇଁ ପ୍ରୟାସ ହୋଇ ନାହିଁ, ତାହା ମରୁଭୂମି ପାଲଟି ଯାଇଛି। ଆମ ଧରଣୀକୁ ମରୁଭୂମି ହେବାରୁ ବଂଚାଇବାର ଏକ ବଡ଼ କୌଶଳ ହେଉଛି- ରାସାୟନିକ ମୁକ୍ତ କୃଷି। ଏଥିପାଇଁ ବିଗତ ବର୍ଷରେ ଦେଶରେ ଆଉ ଏକ ଦୂରଦର୍ଶୀ ପ୍ରୟାସ ଆରମ୍ଭ କରାଯାଇଛି। ଏହି ପ୍ରୟାସ ହେଉଛି- ପ୍ରାକୃତିକ ଚାଷ ଅର୍ଥାତ ପ୍ରାକୃତିକ କୃଷି। ଆଉ ଏହାର ଏକ ଫିଲ୍ମ ଏବେ ଆପଣମାନେ ମଧ୍ୟ ଦେଖିଛନ୍ତି, ଆଉ ମୁଁ ଚାହିଁବି ଯେ ସାମାଜିକ ଗଣମାଧ୍ୟମରେ ଏହି ଫିଲ୍ମ ପ୍ରତ୍ୟେକ କୃଷକଙ୍କ ପାଖରେ ପହଂଚାଯାଉ।

ପ୍ରାକୃତିକ କୃଷି ସହିତ ଜଡ଼ିତ ବହୁତ କିଛି ଆମେ ନିଜର ପୁରୁଣା ପିଢ଼ୀଠାରୁ ଶିଖିଛେ। ଏହା ହେଉଛି ସଠିକ୍ ସମୟ ଯେତେବେଳେ ଆମେ ନିଜର ଏହି ପାରମ୍ପରିକ ଜ୍ଞାନକୁ ବ୍ୟବସ୍ଥିତ କରିବା, ଆଧୁନିକ ଟେକ୍ନୋଲୋଜି ସହିତ ଯୋଡ଼ିବା। ଆଜି ବିଶ୍ୱରେ ରାସାୟନିକ ମୁକ୍ତ ଶସ୍ୟର ଅଧିକ ଚାହିଦା ରହିଛି, ଏବଂ ବହୁତ ଅଧିକ ମୂଲ୍ୟରେ ଏହାର କ୍ରେତା ପ୍ରସ୍ତୁତ ହୋଇ ରହିଛନ୍ତି। ଏଥିରେ ଖର୍ଚ୍ଚ କମ୍ ହୋଇଥାଏ ଏବଂ ଉତ୍ପାଦନ ମଧ୍ୟ ଅଧିକ ହୋଇଥାଏ। ଯାହାଦ୍ୱାରା ଅଧିକ ଲାଭ ସୁନିଶ୍ଚିତ ହୋଇଥାଏ। ରାସାୟନିକ ମୁକ୍ତ ହେବାଦ୍ୱାରା ଆମର ମାଟିର ସ୍ୱାସ୍ଥ୍ୟ, ଉତ୍ପାଦନ ଶକ୍ତି ଏବଂ ଖାଉଥିବା ଲୋକମାନଙ୍କର ସ୍ୱାସ୍ଥ୍ୟ ମଧ୍ୟ ଭଲ ହୋଇଥାଏ। ମୁଁ ଆଜି ଆପଣ ସମସ୍ତଙ୍କୁ ଅନୁରୋଧ କରିବି ଯେ ପ୍ରାକୃତିକ କୃଷିକୁ ମଧ୍ୟ ନିଜ ଚାଷ ସହିତ ଯୋଡ଼ନ୍ତୁ, ଏହା ଉପରେ ଗୁରୁତ୍ୱ ଦିଅନ୍ତୁ।

ଭାଇ  ଭଉଣୀମାନେ,

ନୂତନ ବର୍ଷର ଏହି ପ୍ରଥମ ଦିନ, ହେଉଛି ନୂଆ ସଂକଳ୍ପର ଦିନ। ଏହି ସଂକଳ୍ପ ସ୍ୱାଧୀନତାର ଅମୃତ କାଳରେ ଦେଶକୁ ଆହୁରି ସମର୍ଥ ଏବଂ ସକ୍ଷମ କରିବାକୁ ଯାଉଛି। ଏଠାରୁ ଆମେ ନବସୃଜନର, ନୂଆ କିଛି କରିବାର, ସଂକଳ୍ପ ନେବାର ଅଛି। ଚାଷବାସରେ ନୂତନତା ହେଉଛି ଆଜିକାର ସମୟର ଆବଶ୍ୟକତା। ନୂଆ ଫସଲ, ନୂତନ ଜ୍ଞାନ-କୌଶଳକୁ ଆପଣାଇବାରେ ଆମକୁ ଦ୍ୱିଧା ପ୍ରକାଶ କରିବାର ନାହିଁ। ପରିଷ୍କାର ପରିଚ୍ଛନ୍ନତାର ଯେଉଁ ସଂକଳ୍ପ ହେଉ, ତାକୁ ମଧ୍ୟ ଆମକୁ ଭୁଲିବାର ନାହିଁ। ଗାଁ- ଗାଁ, ବିଲ-ବାଡ଼ି, ପ୍ରତ୍ୟେକ ସ୍ଥାନରେ ସ୍ୱଚ୍ଛତାର ଶୀଖା ପ୍ରଜ୍ଜ୍ୱଳିତ ହୋଇ ରହୁ, ଆମକୁ ଏହା ସୁନିଶ୍ଚିତ କରିବାର ଅଛି। ସବୁଠାରୁ ବଡ଼ ସଂକଳ୍ପ ହେଉଛି- ଆତ୍ମନିର୍ଭରଶୀଳତାର, ଲୋକାଲ ପାଇଁ ଭୋକାଲ ହେବାର। ଆମକୁ ଭାରତରେ ନିର୍ମିତ ଜିନିଷକୁ ବୈଶ୍ୱିକ ପରିଚୟ ଦେବାର ଅଛି। ଏଥିପାଇଁ ଆବଶ୍ୟକ ହେଉଛି ଭାରତରେ ଉତ୍ପାଦିତ ହେଉଥିବା, ଭାରତରେ ନିର୍ମାଣ ହେଉଥିବା ପ୍ରତ୍ୟେକ ଜିନିଷ, ପ୍ରତ୍ୟେକ ସେବାକୁ ଆମେ ପ୍ରାଥମିକତା ଦେବା।

ଆମକୁ ସ୍ମରଣ ରଖିବାକୁ ହେବ ଯେ, ଆମର ଆଜିର କାର୍ଯ୍ୟ, ଆଗାମୀ 25 ବର୍ଷ ପାଇଁ ଆମର ବିକାଶ ଯାତ୍ରାର ପଥ ପ୍ରସ୍ତୁତ କରିବ। ଏହି ଯାତ୍ରାରେ ଆମ ସମସ୍ତଙ୍କର ଶ୍ୱେଦ ରହିବ, ପ୍ରତ୍ୟେକ ଦେଶବାସୀଙ୍କର ପରିଶ୍ରମ ରହିବ। ମୋର ସମ୍ପୂର୍ଣ୍ଣ ବିଶ୍ୱାସ ଯେ ଆମେ ସମସ୍ତେ ଭାରତକୁ ତାହାର ଗୌରବଶାଳୀ ପରିଚୟ ଫେରାଇବା, ଆଉ ଦେଶକୁ ଏକ ନୂତନ ଶୀଖର ଦେବା। ଆଜି ନବବର୍ଷର ପ୍ରଥମ ଦିନ ଦେଶର କୋଟି- କୋଟି କୃଷକଙ୍କ ବ୍ୟାଙ୍କ ଖାତାକୁ 20 ହଜାର କୋଟି ଟଙ୍କା ହସ୍ତାନ୍ତର ହେବା ହେଉଛି ଏଭଳି ଏକ ପ୍ରୟାସ।

ଆପଣ ସମସ୍ତଙ୍କୁ ପୁଣିଥରେ ବର୍ଷ 2022- ଏହି ନବବର୍ଷର ବହୁତ- ବହୁତ ମଙ୍ଗଳକାମନା।

ବହୁତ- ବହୁତ ଧନ୍ୟବାଦ!

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Tier-2 cities drive growth in India's tech hiring as GCC expansion spreads beyond metros

Media Coverage

Tier-2 cities drive growth in India's tech hiring as GCC expansion spreads beyond metros
NM on the go

Nm on the go

Always be the first to hear from the PM. Get the App Now!
...
List of Outcomes: Prime Minister of Japan’s visit to India for the 16th India-Japan Annual Summit
July 02, 2026
Sl. No.OutcomeDescription
1. India-Japan Joint Declaration on Economic Security Promotes project-based collaboration for enhancing joint resilience in key sectors including semiconductors, critical minerals, information and communication technology including AI, clean energy and pharmaceuticals. India-Japan Fact Sheet 2.0 captures growing India-Japan G2G and B2B engagement in this crucial area.
2. India-Japan Joint Statement on Cooperation in the Field of Artificial Intelligence Elevates the India-Japan relationship to a strategic research and development partnership in the AI domain. Building on the India-Japan AI Initiative, the Joint Statement provides a roadmap for greater cooperation across the entire AI technology stack in pursuit of the shared vision of safe, secure, trusted, inclusive, and human-centric AI.
3 Joint Statement on Energy Resilience (between MoPNG and METI, Japan) Strengthens cooperation in strategic stockpiling and reserve mechanisms for crude oil and petroleum products. Promotes collaboration in joint investments across the maritime energy transport value chain.
4. Celebrating the 75th Anniversary of India-Japan Diplomatic Relations Outlines a series of commemorative events to celebrate 2027, the 75th anniversary of establishment of diplomatic relations, as the India-Japan Year of Shared Horizons
5. Memorandum of Cooperation for India-Japan Cooperative Biogas for Growth (CBG) Initiative Promotes cooperation towards the goal of establishing 1,000 biogas and organic fertilizer plants all across India, leveraging the extensive network of dairy cooperatives.
6. Memorandum of Cooperation in the Field of Batteries Promotes cooperation in battery-related projects and expands business opportunities with an aim of building a trusted, resilient and sustainable battery supply chain.
7. Memorandum of Cooperation in the Field of Pharmaceuticals and Medical Devices Sector Strengthens pharma supply chains, including in Active Pharmaceutical Ingredients (APIs) and Key Starting Materials (KSMs), through promotion of bilateral investment and business linkages, technical collaboration and industry-academia collaboration.
8. Memorandum of Cooperation in the Field of Geology and Mineral Exploration Strengthens cooperation in upstream critical minerals exploration through exchange of technical expertise.
9. Memorandum of Cooperation between IndiaAI Mission and Ministry of Economy, Trade and Industry (METI), Japan Promotes institutional cooperation between IndiaAI Mission and Japan’s GENIAC initiative – through B2B matchmaking, webinars on AI policies and challenges and support for joint projects through access to computing resources
10. Memorandum of Cooperation on Next Generation Mobility Partnership (NGMP) Establishes a framework for operationalizing the Next Generation Mobility Partnership (NGMP) which was announced at the 15th Annual Summit in August 2025. The NGMP would accelerate private sector-led cooperation and investment in mobility sectors including rail, automotive and road infrastructure, aviation, shipbuilding and ports, logistics, and urban development, positioning India as a hub for “Make in India for the World” exports to third countries.
11. Memorandum of Understanding between India’s Centre for Cellular and Molecular Platforms (C-CAMP) and RIKEN, Japan Establishes a framework for academic, translational research and start-up oriented innovation in deep-tech and life sciences, covering healthcare, agriculture and environment.
12. Memorandum of Understanding between National Center for Biological Sciences-Tata Institute of Fundamental Research and RIKEN, Japan Creates a framework for cooperation in basic biological and neuroscience research between the two leading research institutions
13. Memorandum of Understanding between IIT Bombay, BharatGen Technology Foundation and National Institute of Informatics, Japan Furthers collaboration on large language models (LLMs), with a focus on developing LLMs for enhanced scientific reasoning, through joint research exchanges
14. Memorandum of Understanding between SarvamAI and Preferred Network on LLM Development Creates a framework for cooperation across the full AI technology stack, including foundation models.
15. Memorandum of Understanding Between National Internet Exchange of India (NIXI) and Japan Network Information Center (JPNIC) Promotes cooperation in National Internet Registry operations, IPv6 adoption, internet security improvements, capacity building, student/professional exchanges and exchange of views on internet governance at regional and global forums.
16. Exchange of Letters Between International Financial Services Centres Authority (IFSCA) and Financial Services Agency, Japan (JFSA) Establishes a framework for cooperation in development, regulation and supervision of financial services as well as information exchange on financial-market trends and best practices, particularly in FinTech and RegTech.