ସାଧାରଣତନ୍ତ୍ର ଦିବସ ପ୍ରଜ୍ଞାପନ ମେଢ଼ ଏବଂ ସାଂସ୍କୃତିକ ପ୍ରଦର୍ଶନୀ ସହିତ ଦେଶର ସମୃଦ୍ଧ ବିବିଧତାକୁ ପ୍ରଦର୍ଶିତ କରିବା ପାଇଁ ଭାରତ ପର୍ବର ଶୁଭାରମ୍ଭ
ପରାକ୍ରମ ଦିବସରେ ଆମେ ନେତାଜୀଙ୍କ ଆଦର୍ଶ ପୂରଣ ଏବଂ ତାଙ୍କ ସ୍ୱପ୍ନର ଭାରତ ନିର୍ମାଣ ପାଇଁ ଆମର ପ୍ରତିବଦ୍ଧତାକୁ ଦୋହରାଇଛୁ
ଦେଶର ଦକ୍ଷ ଅମୃତ ପିଢ଼ି ପାଇଁ ନେତାଜୀ ସୁଭାଷ ଜଣେ ବଡ଼ ଆଦର୍ଶ
ନେତାଜୀଙ୍କ ଜୀବନ କେବଳ କଠିନ ପରିଶ୍ରମ ନୁହେଁ ବରଂ ସାହସିକତାର ଶୀର୍ଷରେ ରହିଛି
ନେତାଜୀ ଗଣତନ୍ତ୍ର ମାତା ଭାବରେ ଭାରତର ଦାବିକୁ ଦୃଢ଼ତାର ସହ ବିଶ୍ୱ ସମ୍ମୁଖରେ ଉପସ୍ଥାପନ କରିଥିଲେ
"ନେତାଜୀ ଯୁବକମାନଙ୍କୁ ଦାସତ୍ୱରୁ ମାନସିକତାରୁ ମୁକ୍ତ କରିବା ପାଇଁ କାମ କରିଥିଲେ"
ଆଜି ଭାରତର ଯୁବପିଢ଼ି ନିଜ ସଂସ୍କୃତି, ମୂଲ୍ୟବୋଧ, ଭାରତୀୟତା ଉପରେ ଯେଭଳି ଗର୍ବ ଅନୁଭବ କରୁଛନ୍ତି ତାହା ଅଭୂତପୂର୍ବ
କେବଳ ଆମର ଯୁବ ଓ ନାରୀ ଶକ୍ତି ହିଁ ଦେଶର ରାଜନୀତିକୁ ପରିବାରବାଦ ଓ ଦୁର୍ନୀତିର କୁସଂସ୍କାରରୁ ମୁକ୍ତ କରିପାରିବ
ଭାରତକୁ ଅର୍ଥନୈତିକ ସମୃଦ୍ଧ, ସାଂସ୍କୃତିକ ଦୃଷ୍ଟିରୁ ସୁଦୃଢ଼ ଓ ରଣନୈତିକ ଦୃଷ୍ଟିରୁ ସକ୍ଷମ କରିବା ଆମର ଲକ୍ଷ୍ୟ
ଅମୃତ କାଳର ପ୍ରତ୍ୟେକ ମୁହୂର୍ତ୍ତକୁ ଆମକୁ ରାଷ୍ଟ୍ରସ୍ୱାର୍ଥରେ ବ୍ୟବହାର କରିବାକୁ ପଡ଼ିବ

କେନ୍ଦ୍ର ମନ୍ତ୍ରିମଣ୍ଡଳ ମୋର କ୍ୟାବିନେଟ୍ ସହଯୋଗୀ କିଶନ ରେଡ୍ଡୀ ଜୀ, ଅର୍ଜୁନ ରାମ ମେଘୱାଲ ଜୀ, ମୀନାକ୍ଷୀ ଲେଖୀ ଜୀ, ଅଜୟ ଭଟ୍ଟ ଜୀ, ବ୍ରିଗେଡିୟର ଆରଏସ ଚିକାରା ଜୀ, ଆଇଏନଏ ଭେଟେରାନ ଲେଫ୍ଟନାଣ୍ଟ ଆର ମାଧବନ ଜୀ ଏବଂ ମୋର ପ୍ରିୟ ଦେଶବାସୀମାନେ !

ଆପଣ ସମସ୍ତଙ୍କୁ ନେତାଜୀ ସୁଭାଷ ଚନ୍ଦ୍ରଙ୍କ ଜୟନ୍ତୀରେ ପରାକ୍ରମ ଦିବସ ଅବସରରେ ଆପଣ ସମସ୍ତଙ୍କୁ ଅଭିନନ୍ଦନ । ଆଜାଦ ହିନ୍ଦ ଫୌଜ ବିପ୍ଳବୀଙ୍କ ଶକ୍ତିର ସାକ୍ଷୀ ଥିବା ଲାଲକିଲ୍ଲା ଆଜି ପୁଣି ଥରେ ନୂତନ ଶକ୍ତିରେ ଝଲସୁଛିି । ଅମୃତକାଳର ପ୍ରାରମ୍ଭିକ ବର୍ଷ, 'ସଂକଳ୍ପ ର ସିଦ୍ଧି'ର ଦେଶବ୍ୟାପୀ ଉତ୍ସାହ ଏବଂ ଏହି ନିର୍ଦ୍ଦିଷ୍ଟ ମୁହୂର୍ତ୍ତ ପ୍ରକୃତରେ ଅଭୂତପୂର୍ବ । ଗତକାଲି ସମଗ୍ର ବିଶ୍ୱ ଭାରତର ସାଂସ୍କୃତିକ ଚେତନାରେ ଏକ ଐତିହାସିକ ମାଇଲଖୁଣ୍ଟ ଦେଖିଥିଲା । ଭବ୍ୟ ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ସହ ଜଡ଼ିତ ଶକ୍ତି ଓ ଭାବନାକୁ ସମଗ୍ର ବିଶ୍ୱ ଓ ମାନବିକତା ଅନୁଭବ କରିଥିଲା । ଏବଂ ଆଜି ଆମେ ମହାନ ନେତା ଶ୍ରୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀ ପାଳନ କରୁଛୁ । ଗତ କିଛି ବର୍ଷ ହେଲା ଜାନୁଆରି ୨୩ ତାରିଖକୁ ପରାକ୍ରମ ଦିବସ ଭାବେ ଘୋଷଣା କରାଯିବା ପରଠାରୁ ସାଧାରଣତନ୍ତ୍ର ଦିବସର ଏହି ଗୁରୁତ୍ୱପୂର୍ଣ୍ଣ ପର୍ବ ଜାନୁଆରୀ ୨୩ରୁ ଆରମ୍ଭ ହୋଇ ଜାନୁଆରି ୩୦ ତାରିଖ ପର୍ଯ୍ୟନ୍ତ ଚାଲିଥାଏ । ଏବେ ସାଧାରଣତନ୍ତ୍ର ଦିବସର ଏହି ଉତ୍ସବର ଜାନୁଆରି ୨୨ ତାରିଖର ମହାନ ଆଧ୍ୟାତ୍ମିକ ପର୍ବ ମଧ୍ୟ ଯୋଡ଼ି ହୋଇଛି । ଜାନୁଆରୀ ମାସର ଏହି ଶେଷ କିଛି ଦିନ ଆମ ର ଆଧ୍ୟାତ୍ମିକ ଏବଂ ସାଂସ୍କୃତିକ ଚେତନା ସହିତ ଆମର ଗଣତନ୍ତ୍ର ଏବଂ ଦେଶପ୍ରେମ ପାଇଁ ଅତ୍ୟନ୍ତ ପ୍ରେରଣାଦାୟକ ହେଉଛି । ଏହି ଅବସରରେ ଆପଣମାନଙ୍କୁ ମୁଁ ମୋର ଶୁଭେଚ୍ଛା ଜଣାଉଛି....ଶୁଭକାମନା ଜଣାଉଛି ।

 

 

ସାଥିମାନେ,

ଆଜି ନେତାଜୀଙ୍କ ଜୀବନୀକୁ ନେଇ ଏକ ପ୍ରଦର୍ଶନୀ ଅନୁଷ୍ଠିତ ହୋଇଛି । ନେତାଜୀଙ୍କ ଜୀବନୀକୁ କଳାକାରମାନେ ଏକ ବିଶାଳ କ୍ୟାନଭାସରେ ଚିତ୍ରିତ କରିଛନ୍ତି । ଏହି ପ୍ରୟାସରେ ସମ୍ପୃକ୍ତ ସମସ୍ତ କଳାକାରମାନଙ୍କୁ ମୁଁ ପ୍ରଶଂସା କରୁଛି । କିଛି ସମୟ ପୂର୍ବରୁ ରାଷ୍ଟ୍ରୀୟ ବାଲ ପୁରସ୍କାରରେ ସମ୍ମାନିତ ହୋଇଥିବା ମୋର ଯୁବ ବନ୍ଧୁମାନଙ୍କ ସହ ମଧ୍ୟ ମୋର କଥାବାର୍ତ୍ତା ହୋଇଥିଲା । ଏତେ କମ୍ ବୟସରେ ସେମାନଙ୍କ ସାହସ, ପ୍ରତିଭା ଓ ଦକ୍ଷତା ଆଶ୍ଚର୍ଯ୍ୟଜନକ । ଯେତେବେଳେ ବି ମୋତେ ଭାରତର ଯୁବକମାନଙ୍କୁ ଭେଟିବାର ସୁଯୋଗ ମିଳେ, ଏକ ବିକଶିତ ଭାରତକୁ ଦେଖି ମୋର ବିଶ୍ୱାସ ଆହୁରି ହୋଇ ଯାଇଥାଏ । ନେତାଜୀ ସୁଭାଷ ଚନ୍ଦ୍ର ବୋଷ ହେଉଛନ୍ତି ଦେଶର ଦକ୍ଷ 'ଅମୃତ' ପିଢ଼ି ପାଇଁ ଜଣେ ମହାନ ଆଦର୍ଶ ।

ସାଥିମାନେ,

ଆଜି ପରାକ୍ରମ ଦିବସରେ ଲାଲକିଲ୍ଲା ପ୍ରାଚୀରରୁ ଭାରତ ପର୍ବ ମଧ୍ୟ ଆରମ୍ଭ ହେଉଛି । ଆଗାମୀ ୯ ଦିନ ମଧ୍ୟରେ ଏହି ଭାରତ ପର୍ବରେ ସାଧାରଣତନ୍ତ୍ର ଦିବସ ଟେବୁଲ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ମାଧ୍ୟମରେ ଦେଶର ବିବିଧତାକୁ ପ୍ରଦର୍ଶିତ କରାଯିବ । ଭାରତ ପର୍ବ ସୁଭାଷ ଚନ୍ଦ୍ର ବୋଷଙ୍କ ଆଦର୍ଶକୁ ପ୍ରତିଫଳିତ କରେ । ଏହା ହେଉଛି 'ଭୋକାଲ୍ ଫର୍ ଲୋକାଲ'କୁ ଗ୍ରହଣ କରିବାର ଏକ ପର୍ବ । ପର୍ଯ୍ୟଟନକୁ ପ୍ରୋତ୍ସାହିତ କରିବା ପାଇଁ ଏହି ପର୍ବ ଉଦ୍ଦିଷ୍ଟ । ଏହା ବିବିଧତା ପ୍ରତି ସମ୍ମାନର ଉତ୍ସବ ଏବଂ 'ଏକ ଭାରତ ଶ୍ରେଷ୍ଠ ଭାରତ'କୁ ନୂତନ ଶିଖରରେ ପହଞ୍ଚାଇବାର ଲକ୍ଷ୍ୟ ରଖିଛି । ମୁଁ ସମସ୍ତଙ୍କୁ ନିବେଦନ କରୁଛି ଯେ ଏହି ପର୍ବରେ ଅଂଶଗ୍ରହଣ କରି ଦେଶର ବିବିଧତାକୁ ପାଳନ କରନ୍ତୁ ।

ମୋ ପରିବାର ସଦସ୍ୟଗଣ,

ଆଜାଦ ହିନ୍ଦ ଫୌଜର ୭୫ ତମ ବାର୍ଷିକୀ ଅବସରରେ ଲାଲକିଲ୍ଲାରେ ତ୍ରିରଙ୍ଗା ଉତ୍ତୋଳନ କରିବାର ଗୌରବ ପାଇଥିବା ଦିନକୁ ମୁଁ କେବେ ଭୁଲିପାରିବି ନାହିଁ । ନେତାଜୀଙ୍କ ଜୀବନ କେବଳ କଠିନ ପରିଶ୍ରମ ନୁହେଁ ବରଂ ସାହସିକତାର ପ୍ରତୀକ । ସେ ଭାରତର ସ୍ୱାଧୀନତା ପାଇଁ ନିଜର ସ୍ୱପ୍ନ ଓ ଆକାଂକ୍ଷାକୁ ବଳିଦାନ ଦେଇଥିଲେ । ସେ ନିଜ ପାଇଁ ଏକ ସହଜ ଜୀବନ ବାଛି ପାରିଥାନ୍ତେ, କିନ୍ତୁ ସେ ତାଙ୍କ ସ୍ୱପ୍ନକୁ ଭରତଙ୍କ ସଂକଳ୍ପ ସହିତ ଯୋଡ଼ି ଦେଇଥିଲେ । ନେତାଜୀ ଦେଶର ସେହି ମହାନ ସନ୍ତାନମାନଙ୍କ ମଧ୍ୟରୁ ଜଣେ ଥିଲେ ଯିଏ କେବଳ ବିଦେଶୀ ଶାସନକୁ ବିରୋଧ କରିନଥିଲେ ବରଂ ଭାରତୀୟ ସଭ୍ୟତା ଉପରେ ପ୍ରଶ୍ନ ଉଠାଇଥିବା ଲୋକଙ୍କୁ ଉଚିତ ଜବାବ ମଧ୍ୟ ଦେଇଥିଲେ । ଗଣତନ୍ତ୍ର ମାତା ଭାବରେ ଭାରତର ପରିଚୟକୁ ସେ ସାହସିକତାର ସହ ବିଶ୍ୱ ଆଗରେ ଉପସ୍ଥାପନ କରିଥିଲେ । ଯେତେବେଳେ କିଛି ଲୋକ ଭାରତରେ ଗଣତନ୍ତ୍ର ଉପରେ ସନ୍ଦେହ କରୁଥିଲେ, ନେତାଜୀ ସେମାନଙ୍କୁ ଭାରତର ଗଣତାନ୍ତ୍ରିକ ଐତିହ୍ୟ ଏବଂ ଇତିହାସ ବିଷୟରେ ମନେ ପକାଇ ଦେଉଥିଲେ । ନେତାଜୀ କହୁଥିଲେ ଯେ ଗଣତନ୍ତ୍ର ଏକ ମାନବିକ ଅନୁଷ୍ଠାନ, ଯାହା ଭାରତର ବିଭିନ୍ନ ସ୍ଥାନରେ ଶହ ଶହ ବର୍ଷ ଧରି ପ୍ରଚଳିତ ରହିଛି । ଆଜି ଭାରତ ଗଣତନ୍ତ୍ରର ମା' ଭାବରେ ନିଜର ପରିଚୟ ପାଇଁ ଗର୍ବ ଅନୁଭବ କରୁଥିବାବେଳେ ଏହା ନେତାଜୀଙ୍କ ଚିନ୍ତାଧାରାକୁ ସୁଦୃଢ଼ କରୁଛି ।

 

ସାଥିମାନେ,

ନେତାଜୀ ବୁଝିଥିଲେ ଯେ କେବଳ ଶାସନ ନୁହେଁ, ଚିନ୍ତାଧାରା ଓ ଆଚରଣକୁ ମଧ୍ୟ ଗୁଲାମ କରାଯାଇପାରିବ । ତେଣୁ ବିଶେଷ କରି ସେହି ଯୁଗର ଯୁବକମାନଙ୍କ ମଧ୍ୟରେ ଏ ନେଇ ସଚେତନତା ସୃଷ୍ଟି କରିବାକୁ ସେ ଲକ୍ଷ୍ୟ ରଖିଥିଲେ । ଯଦି ନେତାଜୀ ଆଜିର ଭାରତରେ ଥାଆନ୍ତେ, ତେବେ ଯୁବ ଭାରତରେ ଥିବା ନୂତନ ଚେତନାରେ ସେ କେତେ ଆନନ୍ଦିତ ହୋଇଥାନ୍ତେ ତାହା ଅନୁମାନ କରାଯାଇପାରେ । ଆଜିର ଯୁବପିଢ଼ି ନିଜ ସଂସ୍କୃତି, ମୂଲ୍ୟବୋଧ ଓ ଭାରତୀୟତା ପାଇଁ ଯେଉଁ ଗର୍ବ ଅନୁଭବ କରୁଛନ୍ତି, ତାହା ଅଭୂତପୂର୍ବ । ପ୍ରତ୍ୟେକ ଯୁବ ଭାରତୀୟ ନିଜ ଦକ୍ଷତା ଉପରେ ବିଶ୍ୱାସ ରଖୁଛନ୍ତିି ଏବଂ ଦୃଢ଼ ଭାବରେ ବିଶ୍ୱାସ କରୁଛନ୍ତି ଯେ ସେମାନେ ଅନ୍ୟ ମାନଙ୍କ ସମକକ୍ଷ ଅଟନ୍ତି ।

ଆମେ ଚନ୍ଦ୍ରର ସେହି ଅଂଶରେ ଅବତରଣ କରିଛୁ ଯେଉଁଠାରେ ପୂର୍ବରୁ କେହି ପହଞ୍ଚି ନଥିଲେ । ବୈଜ୍ଞାନିକ ଅଧ୍ୟୟନ ପାଇଁ ଆମେ ସୂର୍ଯ୍ୟଙ୍କ ଆଡକୁ ୧୫ ଲକ୍ଷ କିଲୋମିଟର ଯାତ୍ରା କରିଛୁ ଏବଂ ପ୍ରତ୍ୟେକ ଭାରତୀୟ ଏହି ସଫଳତା ପାଇଁ ଗର୍ବ ଅନୁଭବ କରନ୍ତି । ସୂର୍ଯ୍ୟ ହୁଅନ୍ତୁ ବା ସମୁଦ୍ରର ଗଭୀରତା, ଯେକୌଣସି ସ୍ଥାନରେ ପହଞ୍ଚିବା ଆମ ସାମର୍ଥ୍ୟ ବାହାରେ ନୁହେଁ । ଆମେ ବିଶ୍ୱର ଶ୍ରେଷ୍ଠ ତିନୋଟି ଅର୍ଥନୈତିକ ଶକ୍ତି ମଧ୍ୟରୁ ଗୋଟିଏ ହୋଇ ଉଭା ହୋଇପାରିବା । ଦୁନିଆର ଆହ୍ୱାନର ସମାଧାନ ଦେବାର ସାମର୍ଥ୍ୟ ଆମ ପାଖରେ ରହିଛି । ଏହି ବିଶ୍ୱାସ, ଏହି ଆତ୍ମବିଶ୍ୱାସ ଆଜିର ଭାରତର ଯୁବପିଢ଼ିଙ୍କ ମଧ୍ୟରେ ସ୍ପଷ୍ଟ ଜଣାପଡୁଛି । ସେମାନଙ୍କ ମଧ୍ୟରେ ଥିବା ଜାଗରଣ ଏକ ବିକଶିତ ଭାରତ ଗଠନର ପ୍ରେରକ ଶକ୍ତି ପାଲଟିଛି । ତେଣୁ ଆଜିର ଯୁବପିଢ଼ି 'ପଞ୍ଚ ପ୍ରାଣ' ବା ପାଞ୍ଚଟି ସଂକଳ୍ପକୁ ଆପଣାଇ ଦାସତ୍ୱମୁକ୍ତ ମାନସିକତା ସହ କାମ କରୁଛନ୍ତି ।

ମୋ ପରିବାର ସଦସ୍ୟଗଣ,

ନେତାଜୀଙ୍କ ଜୀବନ ଓ ଅବଦାନ ଭାରତର ଯୁବପିଢ଼ିଙ୍କ ପାଇଁ ପ୍ରେରଣାର ସ୍ରୋତ ଭାବେ କାର୍ଯ୍ୟ କରୁଛି । ବିଗତ ଏକ ଦଶନ୍ଧି ମଧ୍ୟରେ ଆମେ ପ୍ରୟାସ କରିଛୁ ଯେ ଏହି ପ୍ରେରଣା ପ୍ରତ୍ୟେକ ମୁହୂର୍ତ୍ତରେ ଆମ ର ସାମୂହିକ ଚେତନାରେ ଅନ୍ତର୍ଭୁକ୍ତ ରହିବ । ପ୍ରତ୍ୟେକ ପର୍ଯ୍ୟଟକଙ୍କୁ କର୍ତ୍ତବ୍ୟ ପ୍ରତି ତାଙ୍କର ଅତୁଟ ସମର୍ପଣ କୁ ମନେ ପକାଇବା ଉଦ୍ଦେଶ୍ୟରେ 'କର୍ତ୍ତବ୍ୟ ପଥ'ରେ ନେତାଜୀଙ୍କ ଏକ ପ୍ରମୁଖ ପ୍ରତିମୂର୍ତ୍ତି ସ୍ଥାପନ କରାଯାଇଛି । ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜର ନାମ ନେତାଜୀଙ୍କ ନାମରେ ରଖାଯାଇଛି, ଯେଉଁସ୍ଥାନରେ ଆଜାଦ ହିନ୍ଦ ସରକାର ପ୍ରଥମ ଥର ପାଇଁ ତ୍ରିରଙ୍ଗା ଉତ୍ତୋଳନ କରିଥିଲେ । ବର୍ତ୍ତମାନ ଆଣ୍ଡାମାନରେ ନେତାଜୀଙ୍କୁ ସମର୍ପିତ ଏକ ସ୍ମାରକୀ ନିର୍ମାଣ ଚାଲିଛି । ଏହାବ୍ୟତୀତ ନେତାଜୀ ଓ ଆଜାଦ ହିନ୍ଦ ଫୌଜଙ୍କ ଅବଦାନକୁ ସମର୍ପିତ କରି ଲାଲକିଲ୍ଲାରେ ଆମେ ଏକ ସଂଗ୍ରହାଳୟ ନିର୍ମାଣ କରିଛୁ । ବିପର୍ଯ୍ୟୟ ପରିଚାଳନା ପାଇଁ ନେତାଜୀଙ୍କ ନାମରେ ପ୍ରଥମ ଥର ପାଇଁ ଜାତୀୟ ପୁରସ୍କାର ଘୋଷଣା କରାଯାଇଛି । ମୁଁ ଏହାକୁ ଏକ ସୌଭାଗ୍ୟ ବୋଲି ବିବେଚନା କରୁଛି ଯେ ଆମ ସରକାର ଆଜାଦ ହିନ୍ଦ ଫୌଜକୁ ସମର୍ପିତ ଅତୁଳନୀୟ ପଦକ୍ଷେପ ନେଇଛନ୍ତି, ଯାହା ସ୍ୱାଧୀନ ଭାରତର ଅନ୍ୟ କୌଣସି ସରକାର ଏପର୍ଯ୍ୟନ୍ତ କରିନାହାଁନ୍ତି ।

 

ସାଥିମାନେ,

 

 ଦେଶ ସମ୍ମୁଖରେ ଆସୁଥିବା ସମସ୍ତ ଆହ୍ୱାନଗୁଡ଼ିକୁ ଭଲଭାବେରେ ବୁଝୁଥିଲେ, ପରେ ସମସ୍ତଙ୍କୁ ସୂଚାଇ ଦେଉଥିଲେ । ଭାରତକୁ ମହାନତା ଆଡକୁ ଆଗେଇ ନେବା ପାଇଁ ଗଣତାନ୍ତ୍ରିକ ସମାଜ ଆଧାରରେ ରାଜନୈତିକ ଗଣତନ୍ତ୍ରକୁ ସୁଦୃଢ଼ କରିବା ପାଇଁ ସେ ପରାମର୍ଶ ଦେଇଥିଲେ । ଦୁର୍ଭାଗ୍ୟବଶତଃ ସ୍ୱାଧୀନତା ପରେ ତାଙ୍କ ବିଚାର ଉପରେ କଠିନ ଆକ୍ରମଣ ହୋଇଥିଲା । ସ୍ୱାଧୀନତା ପରେ ଭାରତର ଗଣତନ୍ତ୍ରରେ ପରିବାରବାଦ ଭଳି ପ୍ରସଙ୍ଗ ଲାଗି ରହିଥିଲା । ଏହା ଭାରତର ବିକାଶରେ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରତିବନ୍ଧକ ସାଜିଛି, ଯାହା ଆଶାନୁରୂପ ଗତିରେ ଅଗ୍ରଗତିରେ ବାଧା ସୃଷ୍ଟି କରୁଛି । ସମାଜର ଏକ ବଡ଼ ଭାଗ ସୁଯୋଗରୁ ବଞ୍ଚିତ ହୋଇ ରହିଥିଲା ଏବଂ ଅର୍ଥନୈତିକ ଏବଂ ସାମାଜିକ ଉନ୍ନତି ପାଇଁ ଦେଶରେ ଅତ୍ୟାବଶ୍ୟକ ସମ୍ବଳର ଅଭାବ ରହିଥିଲା । କିଛି ନିର୍ଦ୍ଦିଷ୍ଟ ପରିବାରରାଜନୈତିକ, ଅର୍ଥନୈତିକ ନିଷ୍ପତ୍ତି ଏବଂ ନୀତି ନିର୍ଦ୍ଧାରଣ ଉପରେ ନିୟନ୍ତ୍ରଣ ରଖିଥିଲେ । ବିଶେଷ କରି ଯୁବକ ଓ ମହିଳାମାନେ ପ୍ରଭାବିତ ହୋଇଥିଲେ । ପ୍ରତ୍ୟେକ ପଦକ୍ଷେପରେ ଯୁବକଙ୍କୁ ଭେଦଭାବପୂର୍ଣ୍ଣ ବ୍ୟବସ୍ଥାର ସମ୍ମୁଖୀନ ହେବାକୁ ପଡ଼ିଥିଲା । ମହିଳାମାନଙ୍କୁ ନିଜର ମୌଳିକ ଆବଶ୍ୟକତା ପାଇଁ ମଧ୍ୟ ଦୀର୍ଘ ସମୟ ଅପେକ୍ଷା କରିବାକୁ ପଡୁଥିଲା । ଏଭଳି ପରିସ୍ଥିତିରେ କୌଣସି ଦେଶର ବିକାଶ ହୋଇପାରିନଥିବା ସ୍ପଷ୍ଟ ହୋଇଛି ଏବଂ ଦୁଃଖର କଥା ହେଉଛି ଭାରତ ମଧ୍ୟ ଏହାର ବ୍ୟତିକ୍ରମ ନଥିଲା ।

ତେଣୁ ୨୦୧୪ରେ ଦାୟିତ୍ୱ ଗ୍ରହଣ କରିବା ପରେ ଆମେ "ସବକା ସାଥ, ସବକା ବିକାଶ"ର ନୀତି ରେ ଅଗ୍ରଗତି କରିଥିଲୁ । ବର୍ତ୍ତମାନ ଦେଶରେ ଗତ ଏକ ଦଶନ୍ଧି ମଧ୍ୟରେ ପରିବର୍ତ୍ତନ ଦେଖିବାକୁ ମିଳୁଛି । ସ୍ୱାଧୀନ ଭାରତ ପାଇଁ ନେତାଜୀଙ୍କ ଯେଉଁ ସ୍ୱପ୍ନ ଥିଲା ତାହା ଏବେ ସାକାର ହେବାରେ ଲାଗିଛି । ଏପରିକି ଗରିବ ପରିବାରର ପୁଅ ଝିଅମାନେ ମଧ୍ୟ ବିଶ୍ୱାସ କରନ୍ତି ଯେ ସେମାନଙ୍କ ପାଖରେ ଉନ୍ନତିର ଯଥେଷ୍ଟ ସୁଯୋଗ ଅଛି । ସରକାର ସେମାନଙ୍କ ମୌଳିକ ଆବଶ୍ୟକତା ପୂରଣ କରୁଛନ୍ତି ବୋଲି ସାରା ଦେଶର ମହିଳାମାନେ ନିଶ୍ଚିତ । ଦୀର୍ଘ ବର୍ଷର ପ୍ରତୀକ୍ଷା ପରେ ନାରୀ ଶକ୍ତି ବନ୍ଦନ ଅଧିନିୟମ ପ୍ରଣୟନ କରାଯାଇଛି । ଦେଶର ପ୍ରତ୍ୟେକ ଯୁବକ, ଭଉଣୀ ଓ ଝିଅଙ୍କୁ ମୁଁ କହୁଛି ଯେ ବର୍ତ୍ତମାନର ଯୁଗ 'ଅମୃତ କାଳ' ଆପଣଙ୍କୁ ସାହସ ପ୍ରଦର୍ଶନ କରିବାର ସୁଯୋଗ ଦେଇଛି । ଏକ ବିକଶିତ ଭାରତର ରାଜନୈତିକ ଦୃଶ୍ୟପଟକୁ ନୂଆ ରୂପ ଦେବାରେ ଆପଣଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ଦେଶ ରାଜନୀତିକୁ ପରିବାରବାଦ ଓ ଦୁର୍ନୀତିର ଦୁର୍ନୀତିରୁ ମୁକ୍ତ କରିପାରିବେ କେବଳ ଆମ ର ଯୁବକ ଓ ମହିଳାମାନେ, ରାଜନୀତି ମାଧ୍ୟମରେ ଏହି ସବୁ ଦୁର୍ନୀତିକୁ ଦୂର କରି ବିଜୟୀ ହେବାକୁ ଆମକୁ ସାହସ ଜୁଟାଇବାକୁ ପଡ଼ିବ ।

 

ମୋ ପରିବାର ସଦସ୍ୟଗଣ,

ଗତକାଲି ଅଯୋଧ୍ୟାରେ ମୁଁ କହିଥିଲି ଯେ ଏହି ସମୟ ହେଉଛି ରାମରାଜ୍ୟ ମାଧ୍ୟମରେ ଦେଶ ଗଠନର ସମୟ । ରାମଙ୍କ ପ୍ରତି ଭକ୍ତି ମାଧ୍ୟମରେ ଦେଶାତ୍ମବୋଧକ ଭାବନାକୁ ସୁଦୃଢ଼ କରିବାର ଏହି ସମୟ । ବିଶ୍ୱ ଆଜି ଭାରତର ପ୍ରତିଟି ପଦକ୍ଷେପ ଓ କାର୍ଯ୍ୟକୁ ଅନୁଧ୍ୟାନ କରୁଛି । ଆମେ କ'ଣ ହାସଲ କରିଥାଉ, ତାହାକୁ ସାରା ବିଶ୍ୱ ଉତ୍ସୁକତାର ସହ ଅପେକ୍ଷା କରିଥାଏ । ୨୦୪୭ ସୁଦ୍ଧା ଭାରତକୁ ଏକ ବିକଶିତ ରାଷ୍ଟ୍ରରେ ପରିଣତ କରିବା ଆମର ଲକ୍ଷ୍ୟ । ଆମେ ଭାରତକୁ ଅର୍ଥନୈତିକ ସମୃଦ୍ଧି, ସାଂସ୍କୃତିକ ସ୍ତରରେ ସୁଦୃଢ଼ ଏବଂ ରଣନୈତିକ ଦୃଷ୍ଟିରୁ ଶକ୍ତିଶାଳୀ କରିବାକୁ ଲକ୍ଷ୍ୟ ରଖିଛୁ । ଏଥିପାଇଁ ଆଗାମୀ ୫ ବର୍ଷ ମଧ୍ୟରେ ଆମେ ବିଶ୍ୱର ତୃତୀୟ ବୃହତ୍ତମ ଅର୍ଥନୈତିକ ଶକ୍ତି ରେ ପରିଣତ ହେବା ଜରୁରୀ । ଏହି ଲକ୍ଷ୍ୟ ଆମ ହାତ ମଧ୍ୟରେ ରହିଛି । ଗତ ଏକ ଦଶନ୍ଧି ମଧ୍ୟରେ ଆମେ ଦଶମ ବୃହତ୍ତମ ଅର୍ଥନୀତିରୁ ପଞ୍ଚମ ବୃହତ୍ତମ ଅର୍ଥନୀତିରେ ପରିଣତ ହୋଇଛୁ ଗତ ୧୦ ବର୍ଷ ମଧ୍ୟରେ ସମଗ୍ର ଦେଶର ସାମୂହିକ ପ୍ରୟାସ ଏବଂ ପ୍ରୋତ୍ସାହନ ଯୋଗୁଁ ପ୍ରାୟ ୨୫ କୋଟି ଭାରତୀୟ ଦାରିଦ୍ର‌୍ୟରୁ ମୁକୁଳିଛନ୍ତି । ପୂର୍ବରୁ ଅକଳ୍ପନୀୟ ମନେ କରାଯାଉଥିବା ଲକ୍ଷ୍ୟକୁ ଆଜି ଭାରତ ପୂରଣ କରୁଛି ।

ମୋ ପରିବାର ସଦସ୍ୟଗଣ

ବିଗତ ୧୦ ବର୍ଷ ମଧ୍ୟରେ ଭାରତ ନିଜର ରଣନୈତିକ ଦକ୍ଷତା ବୃଦ୍ଧି ପାଇଁ ଏକ ନୂଆ ମାର୍ଗ ପ୍ରସ୍ତୁତ କରିଛି । ଦୀର୍ଘ ଦିନ ଧରି ଭାରତ ନିଜର ପ୍ରତିରକ୍ଷା ଓ ନିରାପତ୍ତା ଆବଶ୍ୟକତା ପାଇଁ ବିଦେଶୀ ଦେଶ ଉପରେ ନିର୍ଭର କରୁଥିଲା । ତେବେ ଭାରତର ବାହିନୀକୁ ଆତ୍ମନିର୍ଭରଶୀଳ କରିବା ପାଇଁ ପ୍ରୟାସ କରି ଆମେ ଏହି ଗତିଶୀଳତାକୁ ପରିବର୍ତ୍ତନ କରୁଛୁ । ଏମିତି ଶହ ଶହ ଅସ୍ତ୍ରଶସ୍ତ୍ର ଓ ଉପକରଣ ରହିଛି, ଯାହାର ଆମଦାନୀକୁ ଦେଶର ସେନା ସମ୍ପୂର୍ଣ୍ଣ ବନ୍ଦ କରିଦେଇଛି । ବର୍ତ୍ତମାନ ଦେଶବ୍ୟାପୀ ଏକ ଗତିଶୀଳ ପ୍ରତିରକ୍ଷା ଶିଳ୍ପ ଉଭା ହେଉଛି। ଏକଦା ବିଶ୍ୱର ସବୁଠାରୁ ବଡ଼ ପ୍ରତିରକ୍ଷା ସାମଗ୍ରୀ ଆମଦାନୀକାରୀ ଦେଶ ଭାରତ ଏବେ ପ୍ରତିରକ୍ଷା ସାମଗ୍ରୀ କ୍ଷେତ୍ରରେ ବିଶ୍ୱର ଅନ୍ୟତମ ବୃହତ୍ତମ ରପ୍ତାନିକାରୀ ଦେଶ ହେବାକୁ ଯାଉଛି ।

ସାଥିମାନେ,

ଆଜିର ଭାରତ ବିଶ୍ୱସ୍ତରୀୟ ସହଯୋଗୀ ଭାବେ ସମଗ୍ର ବିଶ୍ୱକୁ ଯୋଡ଼ିବାରେ ବ୍ୟସ୍ତ ରହିଛି । ଆମେ ବର୍ତ୍ତମାନ ବୈଶ୍ୱିକ ଆହ୍ୱାନର ସମାଧାନ ଖୋଜିବା ପାଇଁ ଉତ୍ସର୍ଗୀକୃତ । ଗୋଟିଏ ପଟେ ବିଶ୍ୱକୁ ସଂଘର୍ଷରୁ ଶାନ୍ତି ଆଡକୁ ସ୍ଥାନାନ୍ତର କରିବା ଦିଗରେ ଆମର ପ୍ରୟାସ ରହିଛି । ଏଥିସହିତ ଆମେ ଆମ ସ୍ୱାର୍ଥରକ୍ଷା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛୁ ।

 

ସାଥିମାନେ,

 

ଆଗାମୀ ୨୫ ବର୍ଷ ଭାରତ ଓ ଏହାର ଜନସାଧାରଣଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଜାତୀୟ ସ୍ୱାର୍ଥ ପାଇଁ ଆମକୁ ଏହି 'ଅମୃତକାଳ' ସମୟରେ ପ୍ରତ୍ୟେକ ମୁହୂର୍ତ୍ତକୁ ସଦୁପଯୋଗ କରିବାକୁ ପଡ଼ିବ । ଏକ ବିକଶିତ ଭାରତ ଗଠନ ପାଇଁ କଠିନ ପରିଶ୍ରମ ଏବଂ ସାହସ ଜରୁରୀ । 'ପରାକ୍ରମ ଦିବସ' ପ୍ରତିବର୍ଷ ଏହି ସଂକଳ୍ପକୁ ମନେ ପକାଇବ । ପୁଣି ଥରେ 'ପରାକ୍ରମ ଦିବସ'ରେ ସମଗ୍ର ଦେଶବାସୀଙ୍କୁ ହାର୍ଦ୍ଦିକ ଅଭିନନ୍ଦନ । ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କୁ ପୂଣ୍ୟ ସ୍ମରଣ କରି ମନେ ପକାଇ ମୁଁ ସମ୍ମାନର ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି । ମୋ ସହିତ କୁହନ୍ତୁ:

 

ଭାରତ ମାତା କି ଜୟ!

 

ଭାରତ ମାତା କି ଜୟ!

 

ଭାରତ ମାତା କି ଜୟ!

 

ଆପଣଙ୍କୁ ବହୁତ ଧନ୍ୟବାଦ!

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India’s GDP growth likely to stay strong at 7-7.2% in FY27 despite global risks: Report

Media Coverage

India’s GDP growth likely to stay strong at 7-7.2% in FY27 despite global risks: Report
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଅଗଷ୍ଟ 30, 2026
August 30, 2026

Tiranga in Tashkent, Relief in Nepal: Soft Power Meets First Responder

Vocal for Local, Nari Shakti, Real Heroes: Mann Ki Baat’s Atmanirbhar Hour