ଇସ୍ରାଏଲର ବାୟୁ ଏଠାରେ ମଧ୍ୟ ପହଞ୍ଚି ସାରିଛି।
ନମସ୍କାର!
ନେଟୱାର୍କ ୧୮ର ସମସ୍ତ ସାମ୍ବାଦିକ, ଏହି ବ୍ୟବସ୍ଥାର ତଦାରଖ କରୁଥିବା ସମସ୍ତ ସହକର୍ମୀ, ଏଠାରେ ଉପସ୍ଥିତ ସମସ୍ତ ସମ୍ମାନିତ ଅତିଥିମାନେ, ମହିଳା ଏବଂ ଭଦ୍ରବ୍ୟକ୍ତିମାନେ !
ଆପଣମାନେ ସମସ୍ତେ ରାଇଜିଂ ଇଣ୍ଡିଆ ବିଷୟରେ ଆଲୋଚନା କରୁଛନ୍ତି। ଏବଂ ଏଥିରେ, ଆପଣଙ୍କର ଗୁରୁତ୍ୱ ଭିତରେ ଥିବା ଶକ୍ତି ଉପରେ ,ଅର୍ଥାତ୍ ସରଳ ଶବ୍ଦରେ କହିବାକୁ ଗଲେ, ଆପଣଙ୍କର ଧ୍ୟାନ ରାଷ୍ଟ୍ରର ନିଜସ୍ୱ ଅନ୍ତର୍ନିହିତ ଶକ୍ତି ଉପରେ ରହିଛି । ଏବଂ ଆମର ଶାସ୍ତ୍ରରେ କୁହାଯାଇଛି - ତତ୍ ତ୍ୱମ୍ ଅସି ! ଅର୍ଥାତ୍ ଯେଉଁ ବ୍ରହ୍ମାଙ୍କ ଅନ୍ବେଷଣରେ ଆମେ ବାହାରିଛୁ , ତାହା ଆମେ ନିଜେ ହିଁ ଅଟୁ, ତାହା ଆମ ଭିତରେ ଅଛି । ଯେଉଁ ଶକ୍ତି ଆମ ଭିତରେ ଅଛି ତାହାକୁ ଆମକୁ ଚିହ୍ନିବାକୁ ପଡ଼ିବ । ଗତ ୧୧ ବର୍ଷ ମଧ୍ୟରେ ଭାରତ ସେହି ଶକ୍ତିକୁ ଚିହ୍ନିଛି, ଏବଂ ଆଜି ଏହି ସାମର୍ଥ୍ୟକୁ ସଶକ୍ତ କରିବା ପାଇଁ ଆଜି ଦେଶ ନିରନ୍ତର ପ୍ରୟାସ କରୁଛି।
ବନ୍ଧୁଗଣ,
ଏକ ରାଷ୍ଟ୍ରରେ ଶକ୍ତି ହଠାତ୍ ଉଦୀୟମାନ ହୁଏ ନାହିଁ, ସାମର୍ଥ୍ୟ ପିଢ଼ି ପରେ ପିଢ଼ି ହୋଇ ସୃଷ୍ଟି ହୋଇଥାଏ। ଏହା ଜ୍ଞାନରୁ, ପରମ୍ପରାରୁ, କଠିନ ପରିଶ୍ରମରୁ ଏବଂ ଅଭିଜ୍ଞତା ମାଧ୍ୟମରେ ପ୍ରଷ୍ଫୁଟିତ ହୋଇଥାଏ , କିନ୍ତୁ ଇତିହାସର ଏକ ଦୀର୍ଘ ସମୟ ମଧ୍ୟରେ, ଦାସତ୍ୱର ଅନେକ ଦଶନ୍ଧି ମଧ୍ୟରେ, ଆମର ଶକ୍ତିଶାଳୀ ହେବାର ଭାବନାକୁ ଏତେ ଗଭୀର ଭାବରେ ଭରି ଦିଆଯାଇଥିଲା। ଅନ୍ୟ ଦେଶରୁ ଆସୁଥିବା ଚିନ୍ତାଧାରା ସମାଜରେ ଗଭୀର ଭାବରେ ପ୍ରବେଶ କରାଇ ଦିଆଯାଇଥିଲା ,ଯେ ଆମେ ଅଶିକ୍ଷିତ ଏବଂ ଅନୁଗାମୀ। ଅର୍ଥାତ୍ , ଅସଫଳତା ଅଟୁ ,ଆମର ଏଠାରେ ଏହା ମଧ୍ୟ କୁହାଯାଇଛି - ଯଦୃଶୀ ଭବାନା ଯସ୍ୟ, ସିଦ୍ଧିର୍ଭବତି ତାଦୃଶୀ । ଯେମିତି ଯହାର ଭାବନା ହୋଇଥାଏ । ଯଦି ଭାବନାରେ ଏତେ ନିକୃଷ୍ଟ ମନୋଭାବ ରହିଥିଲା, ତେବେ ସିଦ୍ଧି ମଧ୍ୟ ସେହିଭଳି ଥିଲା। ଆମେ ବିଦେଶୀ ପ୍ରଯୁକ୍ତିବିଦ୍ୟାର ନକଲ କରୁଥିଲୁ, ବିଦେଶୀ ଅନୁମୋଦନ ପାଇଁ ଅପେକ୍ଷା କରୁଥିଲୁ, ଏହା ଏପରି ଏକ ଦାସତ୍ୱ ଥିଲା ଯାହା ରାଜନୈତିକରୁ ଏବଂ ଭୌଗୋଳିକରୁ ଅଧିକ ମାନସିକତାର ଦାସତ୍ବ ଭରି ରହିଥିଲା । ଦୁର୍ଭାଗ୍ୟବଶତଃ, ସ୍ୱାଧୀନତା ପରେ ମଧ୍ୟ ଭାରତ ଏହି ଦାସତ୍ୱ ମାନସିକତାରୁ ନିଜକୁ ମୁକ୍ତ କରିପାରିଲା ନାହିଁ। ଏବଂ ଆମେ ଏବେ ମଧ୍ୟ ଏହାର ମୂଲ୍ୟ ଦେଉଛୁ। ବାଣିଜ୍ୟ ଚୁକ୍ତି ବିଷୟରେ ଆଲୋଚନାରେ ଏକ ନୂତନ ଉଦାହରଣ ଦେଖିବାକୁ ମିଳୁଛି। କିଛି ଲୋକ ଆଶ୍ଚର୍ଯ୍ୟ ହେଉଛନ୍ତି , ଯେ ଏହା କିପରି ହେଲା,କେମିତି ହେଲା, ବିକଶିତ ରାଷ୍ଟ୍ରଗୁଡ଼ିକ ଭାରତ ସହିତ ବାଣିଜ୍ୟ ଚୁକ୍ତି କରିବାକୁ ଏତେ ଆଗ୍ରହୀ କାହିଁକି ? ଏହାର ଉତ୍ତର ହେଉଛି ହତାଶା ଏବଂ ନିରାଶାରୁ ବାହାରି ଆସୁଥିବା ଏକ ଆତ୍ମବିଶ୍ୱାସୀ ଭାରତରେ । ଯଦି ଦେଶ ଆଜି ମଧ୍ୟ ୨୦୧୪ ପୂର୍ବର ଅନ୍ଧାରରେ ଫସି ରହିଥାନ୍ତା, ନୀତି ପକ୍ଷାଘାତରେ ଫସି ରହିଥିବା "ଭୀରୁ ପାଞ୍ଚ ଜଣଙ୍କ "ମଧ୍ୟରେ ଗଣାଯାଉଥାନ୍ତା, ତେବେ ଆମ ନୀତି ପଙ୍ଗୁ ସଦୃଶ ଅନେକ ସମସ୍ୟାରେ ଘେରି ହୋଇ ରହିଥାନ୍ତା , ଯଦି ଏହି ଭଳି ହୋଇଥାନ୍ତା, ତେବେ ଆମ ସହିତ କିଏ ବାଣିଜ୍ୟ ଭିତ୍ତିକ ଚୁକ୍ତି କରିଥାନ୍ତା, ଏବଂ ଆମ ଆଡ଼କୁ କିଏ ଚାହିଁଥାନ୍ତା ?

କିନ୍ତୁ ବନ୍ଧୁଗଣ,
ଗତ ୧୧ ବର୍ଷ ମଧ୍ୟରେ, ଦେଶର ଚେତନାରେ ନୂତନ ଶକ୍ତି ପ୍ରବାହିତ ହେଉଛି । ଭାରତ ଏବେ ତା'ର ହଜିଯାଇଥିବା ଶକ୍ତିକୁ ଫେରି ପାଇବା ପାଇଁ ପ୍ରୟାସ କରୁଛି। ଥରେ ଯେତେବେଳେ ବିଶ୍ୱ ଅର୍ଥନୀତିରେ ଭାରତ ସର୍ବାଧିକ ପ୍ରାଧାନ୍ୟ ବିସ୍ତାର କରିଥିଲା, ସେତେବେଳେ ଆମର ଶକ୍ତି କ'ଣ ଥିଲା ? ଭାରତର ଉତ୍ପାଦନ, ଭାରତୀୟ ଉତ୍ପାଦର ଗୁଣବତ୍ତା, ଭାରତର ଅର୍ଥନୀତି, ବର୍ତ୍ତମାନ ଆଜିର ଭାରତ ପୁଣି ଥରେ ଏହି ଦିଗଗୁଡ଼ିକ ଉପରେ ଧ୍ୟାନ ଦେଉଛି। ସେଥିପାଇଁ ଆମେ ଉତ୍ପାଦନ ଉପରେ କାମ କଲୁ, ମେକ୍ ଇନ୍ ଇଣ୍ଡିଆକୁ ଗୁରୁତ୍ୱ ଦେଲୁ, ଆମର ବ୍ୟାଙ୍କିଂ ବ୍ୟବସ୍ଥାକୁ ମଜବୁତ କଲୁ,ଆମେ ମେକ୍ ଇନ୍ ଇଣ୍ଡ଼ିଆ ଉପରେଯେର୍ ଦେଇଛୁ, ଆମେ ଆମର ବ୍ୟାଙ୍କି ବ୍ୟବସ୍ଥାକୁ ସଶକ୍ତ କଲୁ, ମହଙ୍ଗା ବଜାର ଯାହା ଦୁଇ ଅଙ୍କରେ ଚାଲୁଥିବା ମୁଦ୍ରାସ୍ଫୀତିକୁ ନିୟନ୍ତ୍ରଣ କଲୁ ଏବଂ ଭାରତକୁ ବିଶ୍ୱର ଅଭିବୃଦ୍ଧିର ଇଞ୍ଜିନ୍ କଲୁ। ଭାରତର ଏହି ଶକ୍ତି ହିଁ ବିକଶିତ ଦେଶଗୁଡ଼ିକୁ ଆମ ସହିତ ବାଣିଜ୍ୟ ଚୁକ୍ତି କରିବାକୁ ଆଗେଇ ଆଣିଛି।
ବନ୍ଧୁଗଣ,
ଯେତେବେଳେ ଏକ ରାଷ୍ଟ୍ରର ଲୁକ୍କାୟିତ ଶକ୍ତି ଜାଗ୍ରତ ହୁଏ, ତେବେ ଏହା ଏକ ନୂତନ ମାଇଲଖୁଣ୍ଟ ହାସଲ କରିଥାଏ । ମୁଁ ଆପଣମାନଙ୍କୁ ଆହୁରି କିଛି ଉଦାହରଣ ଦେଉଛି। ଯେତେବେଳେ ମୁଁ ଅନ୍ୟ ଦେଶର ସରକାରଙ୍କ ମୁଖ୍ୟମାନଙ୍କୁ ଭେଟିଥାଏ , ସେମାନେ ଜନଧନ, ଆଧାର ଏବଂ ମୋବାଇଲର ଅପାର ଶକ୍ତି ବିଷୟରେ ଶୁଣିବାକୁ ଆଗ୍ରହୀ ହୁଅନ୍ତି। ଯେଉଁ ଭାରତରେ ଅନ୍ୟ ବିକଶିତ ରାଷ୍ଟ୍ର ତୁଳନାରେ ଏଟିଏମ୍ ବହୁତ ପରେ ଆସିଥିଲା, ସେଠାରେ ଭାରତ ଡିଜିଟାଲ ପେମେଣ୍ଟରେ ବିଶ୍ୱ ନେତୃତ୍ୱ କିପରି ହାସଲ କଲା? ଯେଉଁଠାରେ ସରକାରୀ ସହାୟତାରେ ଲିକେଜ୍ ବହୁତ୍ କଡ଼ା ହୋଇଥାଏ , ତେବେ ଭାରତ କିପରି ଡିବିଟି ମାଧ୍ୟମରେ ୨୪ ଲକ୍ଷ କୋଟି ଟଙ୍କା, ଅର୍ଥାତ୍ ଚବିଶ ଟ୍ରିଲିୟନ୍ ଟଙ୍କା , ଅର୍ଥାତ୍ ହିତାଧିକାରୀଙ୍କ ନିକଟକୁ ହସ୍ତାନ୍ତର କଲା? ଭାରତର ଡିଜିଟାଲ ସାର୍ବଜନୀନ ଭିତ୍ତିଭୂମି , ଆଜି ବିଶ୍ୱସ୍ତରୀୟ ଆଲୋଚନାର ବିଷୟ ପାଲଟିଛି।
ବନ୍ଧୁଗଣ,
ବିଶ୍ୱ ଆଶ୍ଚର୍ଯ୍ୟ ହେଉଛି, ଯେଉଁ ଭାରତରେ ୨୦୧୪ ପର୍ଯ୍ୟନ୍ତ, ପ୍ରାୟ ତିନି କୋଟି ପରିବାର ଅନ୍ଧାରରେ ରହୁଥିଲେ, ସୌରଶକ୍ତି କ୍ଷମତାରେ ଶ୍ରେଷ୍ଠ ଦେଶମାନଙ୍କ ମଧ୍ୟରୁ ଗୋଟିଏ ହୋଇଗଲା? ଯେଉଁ ସହରଗୁଡ଼ିକରେ ଉନ୍ନତ ସାର୍ବଜନୀନ ପରିବହନର କୌଣସି ଆଶା ନଥିଲା, ସେହି ଭାରତ କିପରି ବିଶ୍ୱର ତୃତୀୟ ବୃହତ ମେଟ୍ରୋ ରେଳ ନେଟୱାର୍କ ଦେଶ ହୋଇଗଲା? ଯେଉଁ ଭାରତ କେବଳ ବିଳମ୍ବ ଏବଂ ଧୀର ଗତି ପାଇଁ ଜଣାଶୁଣା ଥିଲା, ସେ କିପରି ବନ୍ଦେ ଭାରତ ଏବଂ ନମୋ ଭାରତ ସହିତ ସମାନ-ହାଇ-ସ୍ପିଡ୍ ସଂଯୋଗ ହାସଲ କଲା?
ବନ୍ଧୁଗଣ,
ଏକ ସମୟ ଥିଲା ଯେତେବେଳେ ଭାରତ କେବଳ ନୂତନ ପ୍ରଯୁକ୍ତିର ଗ୍ରାହକ ଥିଲା। ଆଜି, ଭାରତ ନୂତନ ପ୍ରଯୁକ୍ତିର ସୃଷ୍ଟିକର୍ତ୍ତା , ଏବଂ ନୂତନ ମାନଦଣ୍ଡ ସ୍ଥାପନ କରୁଛି। ଏବଂ ଏହା ଘଟିଛି କାରଣ ଆମେ ଆମର ନିଜର ଶକ୍ତିକୁ ଚିହ୍ନିପାରିଲୁ , ଆପଣମାନଙ୍କ ମଧ୍ୟରେ ଯେଉଁ ଶକ୍ତି ବିଷୟରେ ଆଲୋଚନା ହେଉଛି , ଏହା ହେଉଛି ତାହାର ଏକ ଉଦାହରଣ।

ବନ୍ଧୁଗଣ,
ଯେତେବେଳେ ଆମେ ଗର୍ବର ସହିତ ଆଗକୁ ବଢ଼ୁ, ସେତେବେଳେ ବିଶ୍ୱ ଆମକୁ ଯେଉଁ ଦୃଷ୍ଟି ଭଙ୍ଗୀରେ ଦେଖିଥାଏ , ସେହି ଦୃଷ୍ଟି ଭଙ୍ଗୀ ମଧ୍ୟ ପରିବର୍ତ୍ତନ ହୋଇଥାଏ, ସ୍ମରଣ କରନ୍ତୁ , କିଛି ବର୍ଷ ପୂର୍ବେ, ବିଶ୍ୱ ଗଣମାଧ୍ୟମ ଭାରତର ଘଟଣାବଳୀ ବିଷୟରେ କେତେ କମ୍ ଆଲୋଚନା କରୁଥିଲା। ଭାରତରେ ଘଟୁଥିବା ଘଟଣାବଳୀକୁ ଅଧିକ ଗୁରୁତ୍ୱ ଦିଆଯାଉ ନ’ଥିଲା। ଏବଂ ଆଜି ଦେଖନ୍ତୁ , ଭାରତ ଯାହା କରିଥାଏ , ତାର ପ୍ରତ୍ୟେକ କାର୍ଯ୍ୟକୁ ବିଶ୍ୱବ୍ୟାପୀ ବିଶ୍ଳେଷଣ କରାଯାଏ। ଏଆଇ ଶିଖର ସମ୍ମିଳନୀ ଏକ ଉଦାହରଣ ଯାହା ଆପଣଙ୍କ ସମ୍ମୁଖରେ ଅଛି , ଏହା ଏହି ଭବନରେ ଅନୁଷ୍ଠିତ ହୋଇଥିଲା। ୧୦୦ ରୁ ଅଧିକ ଦେଶ ଅଂଶଗ୍ରହଣ କରିଥିଲେ, ଗ୍ଲୋବାଲ୍ ନର୍ଥ ହେଉ କି ଗ୍ଲୋବାଲ୍ ସାଉଥ୍, ସମସ୍ତେ ଗୋଟିଏ ଟେବୁଲରେ ଏକାଠି ବସିଥିଲେ। ବଡ଼ କର୍ପୋରେସନ୍ ଠାରୁ ଆରମ୍ଭ କରି ଛୋଟ ଷ୍ଟାର୍ଟଅପ୍ ପର୍ଯ୍ୟନ୍ତ ସମସ୍ତେ ଏକାଠି ହୋଇଥିଲେ।
ବନ୍ଧୁଗଣ,
ଏପର୍ଯ୍ୟନ୍ତ ଯେତେଗୁଡ଼ିଏ ଶିଳ୍ପ ବିପ୍ଳବ ଆସିଛି , ସେଥିରେ ଭାରତ ଏବଂ ସମଗ୍ର ଗ୍ଲୋବାଲ୍ ସାଉଥ୍ କେବଳ ଅସଫଳ ହୋଇଥିଲେ। କିନ୍ତୁ କୃତ୍ରିମ ବୁଦ୍ଧିମତ୍ତାର ଏହି ଯୁଗରେ, ଭାରତ କେବଳ ନିଷ୍ପତ୍ତି ନେବାରେ ଅଂଶଗ୍ରହଣକାରୀ ନୁହେଁ ବରଂ ସେଗୁଡ଼ିକୁ ଆକାର ମଧ୍ୟ ଦେଉଛି। ଆଜି ଆମର ନିଜସ୍ୱ ଏଆଇ ଷ୍ଟାର୍ଟଅପ୍ ଇକୋସିଷ୍ଟମ୍ ଅଛି, ଡାଟା ସେଣ୍ଟରରେ ନିବେଶ କରିବାର ଶକ୍ତି ଅଛି, ଏବଂ ଆମେ ଏଆଇ ଡାଟାକୁ ସଂରକ୍ଷଣ ଏବଂ ପ୍ରକ୍ରିୟାକରଣ ପାଇଁ ସବୁଠାରୁ ଆବଶ୍ୟକ ଶକ୍ତି ଉପରେ ଦ୍ରୁତ ଗତିରେ କାମ କରୁଛୁ। ପରମାଣୁ ଶକ୍ତି କ୍ଷେତ୍ରରେ ଆମେ ଯେଉଁ ସଂସ୍କାର ଆଣିଛୁ ତାହା ଭାରତର ଏଆଇ ଇକୋସିଷ୍ଟମ୍କୁ ମଜବୁତ କରିବାରେ ମଧ୍ୟ ସାହାଯ୍ୟ କରିବ।
ବନ୍ଧୁଗଣ,
ଏଆଇ ଶିଖର ସମ୍ମିଳନୀର ଆୟୋଜନ ସମଗ୍ର ଭାରତ ପାଇଁ ଏକ ଗର୍ବର ମୁହୂର୍ତ୍ତ ଥିଲା। କିନ୍ତୁ ଦୁର୍ଭାଗ୍ୟବଶତଃ, ଦେଶର ସର୍ବପୁରାତନ ଦଳ ଏହି ଉତ୍ସବକୁ କଳୁଷିତ କରିବାକୁ ଚେଷ୍ଟା କରିଥିଲା। ବିଦେଶୀ ଅତିଥିମାନଙ୍କ ସମ୍ମୁଖରେ କଂଗ୍ରେସ କେବଳ ପୋଷାକ କାଢ଼ି ନଥିଲା, ବରଂ ଏହାର ବୈଚାରିକ ଦେବାଳିଆତାକୁ ମଧ୍ୟ ପ୍ରକାଶ କରିଥିଲା। ଯେତେବେଳେ ବିଫଳତା ହତାଶାକୁ ଜନ୍ମ ଦିଏ ଏବଂ ଅହଂକାର କବଜା କରିଦିଏ, ସେତେବେଳେ ଏପରି ଚିନ୍ତାଧାରା ସୃଷ୍ଟି ହୁଏ, ଯାହା ଦେଶକୁ ବଦନାମ କରିବାକୁ ଚେଷ୍ଟା କରେ। ସ୍ପଷ୍ଟ ଭାବରେ କହିବାକୁ ଗଲେ , କଂଗ୍ରେସର ଏହି କାର୍ଯ୍ୟକଳାପ ଦେଶକୁ କ୍ରୋଧିତ କରିଛି। ନିଜର ପାପକୁ ଯଥାର୍ଥ କରିବା ପାଇଁ, ସେମାନେ ମହାତ୍ମା ଗାନ୍ଧୀଙ୍କୁ ଆଗକୁ ଆଣିଥିଲେ। କଂଗ୍ରେସ ସର୍ବଦା ଏହା କରିଥାଏ। ଯେତେବେଳେ ସେ ନିଜର ପାପକୁ ଲୁଚାଇବାକୁ ଚାହେଁ, ସେ ବାପୁଙ୍କୁ ଆଗକୁ ଆଣେ, ଯେତେବେଳେ ସେ ନିଜକୁ ଗୌରବାନ୍ୱିତ କରିବାକୁ ଚାହେଁ, ସେ ସମସ୍ତ ଶ୍ରେୟ ଗୋଟିଏ ପରିବାରକୁ ଦିଏ।

ବନ୍ଧୁଗଣ,
କଂଗ୍ରେସ ଏବେ ନିଜକୁ ବିଚାରଧାରାର ନାମରେ ବିରୋଧୀଙ୍କ ଏକ ଟୁଲକିଟରେ ପରିଣତ କରିଦେଇଛି। ଏବଂ ଏହି ଅନ୍ଧ-ବିରୋଧିର ଏହି ମାନସିକତା ଏତେ ବୃଦ୍ଧି ପାଇଛି ଯେ, ଏହି ଦେଶ ପ୍ରତ୍ୟେକ ମଞ୍ଚରେ, ପ୍ରତ୍ୟେକ ବ୍ୟବସ୍ଥାରେ ଦେଶକୁ ନିଚ୍ଚ କରିବାରେ କୌଣସି ସୁଯୋଗ ହାତଛଡ଼ା କରନ୍ତି ନାହିଁ। ଦେଶ ପାଇଁ ଯାହା ଭଲ ଘଟେ, ଯାହା ଶୁଭ ଘଟେ, କଂଗ୍ରେସ କେବଳ ବିରୋଧ କରିବା ଜାଣେ ।
ବନ୍ଧୁଗଣ,
ମୋ ପାଖରେ ଏକ ଲମ୍ବା ତାଲିକା ଅଛି , ଦେଶର ସଂସଦର ନୂତନ ସଂସଦ ଭବନ ନିର୍ମାଣ ହୋଇଥିଲା, ତାହାର ବିରୋଧ । ସଂସଦ ଉପରେ ଥିବା ଅଶୋକ ସ୍ତମ୍ଭର ସିଂହମାନଙ୍କୁ , ବିରୋଧ କରୁଥିଲେ। ଯେଉଁମାନଙ୍କର ଟାଣୁଆ ଲୋକମାନେ ସାଧାରଣ ନାଗରିକଙ୍କ ଜୋତା ଖାଇ ଥରେ ପଳାଇ ଯାଇଥିଲେ, ସେମାନେ ସଂସଦର ସିଂହଙ୍କ ଦାନ୍ତ ଦେଖି ଭୟଭୀତ ହୋଇଥିଲେ। କର୍ତ୍ତବ୍ୟ ପଥ ନିର୍ମିତ ହୋଇଥିଲା, ସେମାନେ ଏହାକୁ ବିରୋଧ କରିଥିଲେ। ସଶସ୍ତ୍ର ବାହିନୀ ସର୍ଜିକାଲ୍ ଷ୍ଟ୍ରାଇକ୍ କରିଥିଲେ, ସେମାନେ ଏହାକୁ ବିରୋଧ କରିଥିଲେ। ବାଲାକୋଟ ଏୟାର ଷ୍ଟ୍ରାଇକ୍ ହୋଇଥିଲା, ସେମାନେ ଏହାକୁ ବିରୋଧ କରିଥିଲେ। ଅପରେସନ୍ ସିନ୍ଦୁର କରାଯାଇଥିଲା, ସେମାନେ ଏହାକୁ ବିରୋଧ କରିଥିଲେ। ସଂକ୍ଷେପରେ କହିବାକୁ ଗଲେ , ଦେଶର ପ୍ରତ୍ୟେକ ସଫଳତା ପାଇଁ, କଂଗ୍ରେସର ଟୁଲକିଟ୍ ରୁ କେବଳ ଗୋଟିଏ ଜିନିଷ ସୃଷ୍ଟି ହେଇଥାଏ - ବିରୋଧ।
ବନ୍ଧୁଗଣ,
ଦେଶ ଧାରା ୩୭୦ର ପ୍ରାଚୀର ଭାଙ୍ଗି ପକାଇଲା, ଦେଶ ଖୁସି ହେଲା । କିନ୍ତୁ କଂଗ୍ରେସ ଏହାକୁ ବିରୋଧ କଲା। ଆମେ ସିଏଏ ଆଇନ ପ୍ରଣୟନ କଲୁ - ସେମାନେ ତାହାକୁ ବିରୋଧ କଲେ। ଆମେ ମହିଳା ସଂରକ୍ଷଣ ବିଲ୍ ପ୍ରଣୟନ କଲୁ - ସେମାନେ ଏହାକୁ ବିରୋଧ କଲେ। ଆମେ ତିନି ତଲାକ ବିରୁଦ୍ଧରେ ଏକ ଆଇନ ଆଣିଲୁ - ସେମାନେ ଏହାକୁ ମଧ୍ୟ ବିରୋଧ କଲେ। ଆମେ ୟୁପିଆଇ ଆରମ୍ଭ କଲୁ - ସେମାନେ ଏହାକୁ ବିରୋଧ କଲେ। ଆମେ ସ୍ୱଚ୍ଛ ଭାରତ ମିଶନ ଆରମ୍ଭ କଲୁ , ସେମାନେ ଏହାକୁ ବିରୋଧ କଲେ। ଦେଶ ନିଜର କୋଭିଡ଼୍ ଟିକା ବିକଶିତ କଲା, ଏବଂ ତାହାକୁ ମଧ୍ୟ ସେମାନେ ବିରୋଧ କଲେ।
ବନ୍ଧୁଗଣ,
ଗଣତନ୍ତ୍ରରେ ବିରୋଧୀଙ୍କ ଅର୍ଥ ଅନ୍ଧ-ବିରୋଧି ନୁହେଁ, ଗଣତନ୍ତ୍ରରେ ବିରୋଧୀଙ୍କ ଅର୍ଥ ଏକ ବିକଳ୍ପ ଦୃଷ୍ଟିକୋଣ ଉପସ୍ଥାପନ କରିବା। ସେଥିପାଇଁ ଦେଶର ପ୍ରବୁଦ୍ଧ ନାଗରିକମାନେ କଂଗ୍ରେସକୁ ଶିକ୍ଷା ଦେଉଛନ୍ତି , କେବଳ ଆଜି ନୁହେଁ, ଗତ ଚାରି ଦଶନ୍ଧି ଧରି ନିରନ୍ତର ଭାବେ ମୁଁ ଯାହା କହିବାକୁ ଯାଉଛି, ମୁଁ ମୋର ଗଣମାଧ୍ୟମ ସହକର୍ମୀଙ୍କୁ ବିଶ୍ଳେଷଣ କରିବାକୁ ଅନୁରୋଧ କରୁଛି। ଆପଣ ଦେଖିବେ ଯେ କଂଗ୍ରେସର ଭୋଟ ଚୋରି ହେଉନାହିଁ, ବରଂ ଦେଶର ଲୋକମାନେ ଆଉ କଂଗ୍ରେସକୁ ସେମାନଙ୍କ ଭୋଟ ପାଇଁ ଯୋଗ୍ୟ ମନେ କରୁନାହାଁନ୍ତି। ଏବଂ ଏହି ହ୍ରାସ ୧୯୮୪ ପରେ ଆରମ୍ଭ ହୋଇଥିଲା। ୧୯୮୪ ରେ କଂଗ୍ରେସ ୩୯ ପ୍ରତିଶତ ଭୋଟ ଏବଂ ୪୦୦ ରୁ ଅଧିକ ଆସନ ମିଳିଥିଲା । ପରବର୍ତ୍ତୀ ନିର୍ବାଚନ ପରଠାରୁ , କଂଗ୍ରେସର ଭୋଟ ଅଂଶ ହ୍ରାସ ପାଇଲା। ଏବଂ ଆଜି କଂଗ୍ରେସର ଅବସ୍ଥା ଏପରି ହୋଇଛି ଯେ କେବଳ ଚାରୋଟି ରାଜ୍ୟ ବାକି ଅଛି ଯେଉଁଠାରେ କଂଗ୍ରେସର ୫୦ରୁ ଅଧିକ ବିଧାୟକ ଅଛନ୍ତି। ଗତ ୪୦ ବର୍ଷ ମଧ୍ୟରେ ଯୁବ ଭୋଟରଙ୍କ ସଂଖ୍ୟା ବୃଦ୍ଧି ପାଇଛି, ଏବଂ କଂଗ୍ରେସ କ୍ରମାଗତ ଭାବରେ ଲୋପ ପାଇବାରେ ଲାଗିଛି। କଂଗ୍ରେସ ଗୋଟିଏ ପରିବାରର ଦାସ ହୋଇଥିବା ଲୋକଙ୍କ ମନରେ ଏକ କ୍ଲବରେ ପରିଣତ ହୋଇଛି। ସେଥିପାଇଁ ପ୍ରଥମେ ମିଲେନିୟଲ୍ସ କଂଗ୍ରେସକୁ ଏକ ଶିକ୍ଷା ଦେଇଥିଲା, ଏବଂ ଏବେ ଜେନେରାଲ ଜେଡ ମଧ୍ୟ ପ୍ରସ୍ତୁତ।

ବନ୍ଧୁଗଣ,
କଂଗ୍ରେସ ଏବଂ ଏହାର ସହଯୋଗୀମାନଙ୍କର ଏତେ ସଂକୀର୍ଣ୍ଣ ମାନସିକତା ଅଛି ଯେ ସେମାନେ ଦୀର୍ଘକାଳୀନ ଦୃଷ୍ଟିକୋଣକୁ ମଧ୍ୟ ଅପରାଧ କରିଦେଇଛନ୍ତି। ଆଜି, ଯେତେବେଳେ ଆମେ ୨୦୪୭ ସୁଦ୍ଧା ଏକ ବିକଶିତ ଭାରତ ବିଷୟରେ କଥା ହେଉଛୁ, କିଛି ଲୋକ ପଚାରୁଛନ୍ତି - "ଏବେ ଏତେ ଆଗକୁ କାହିଁକି କଥା ହେଉ?" କିଛି ଲୋକ ଏପରି ମଧ୍ୟ କୁହନ୍ତି, "ମୋଦୀ ସେତେବେଳ ପର୍ଯ୍ୟନ୍ତ ଜୀବିତ ରହିବେ ନାହିଁ।" ସତ୍ୟ ହେଉଛି ଯେ ରାଷ୍ଟ୍ର ନିର୍ମାଣ କେବେବି କ୍ଷଣସ୍ଥାୟୀ ଚିନ୍ତାଧାରା ଦ୍ୱାରା ହୁଏ ନାହିଁ। ଏହା ଏକ ମହାନ ଦୃଷ୍ଟିକୋଣ, ଧୈର୍ଯ୍ୟ ଏବଂ ସମୟୋଚିତ ନିଷ୍ପତ୍ତି ମାଧ୍ୟମରେ ହୁଏ। ମୁଁ ନ୍ୟୁଜ୍ ୧୮ର ଦର୍ଶକଙ୍କ ସମ୍ମୁଖରେ କିଛି ତଥ୍ୟ ଉପସ୍ଥାପନ କରିବାକୁ ଚାହେଁ। ପ୍ରତିବର୍ଷ, ଭାରତ ବିଦେଶୀ ଜାହାଜ ମାଧ୍ୟମରେ ମାଲ ପରିବହନ ପାଇଁ ୬ଲକ୍ଷ କୋଟି ଟଙ୍କାରୁ ଅଧିକ ଖର୍ଚ୍ଚ କରେ। ସାର ଆମଦାନୀ ଉପରେ, ଆମେ ବାର୍ଷିକ ୨.୨୫ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ କରୁଛୁ । ପେଟ୍ରୋଲିୟମ ଆମଦାନୀ ଉପରେ, ଆମେ ବାର୍ଷିକ ୧୧ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ କରୁଛୁ। ଏହାର ଅର୍ଥ ହେଉଛି, ପ୍ରତିବର୍ଷ, ଟ୍ରିଲିୟନ ଟଙ୍କା ଦେଶରୁ ବାହାରକୁ ଯାଉଛି। ଯଦି ଏହି ନିବେଶ ୨୦-୨୫ ବର୍ଷ ପୂର୍ବରୁ ଆତ୍ମନିର୍ଭରଶୀଳତା ଦିଗରେ କରାଯାଇଥାନ୍ତା , ତେବେ ଆଜି ଏହି ପୁଞ୍ଜି ଭାରତର ଭିତ୍ତିଭୂମି, ଗବେଷଣା, ଶିଳ୍ପ, ଚାଷୀ ଏବଂ ଯୁବପିଢ଼ିକୁ ମଜବୁତ କରୁଥାନ୍ତା। ଆଜି, ଆମର ସରକାର ଏହି ଦୃଷ୍ଟିକୋଣ ସହିତ କାମ କରୁଛି। ବିଦେଶୀ ଜାହାଜକୁ ୬ଲକ୍ଷ କୋଟି ଟଙ୍କା ଦେବାରୁ ବଞ୍ଚିବା ହେବାପାଇଁ, ଭାରତୀୟ ଜାହାଜ ଏବଂ ବନ୍ଦର ଭିତ୍ତିଭୂମିକୁ ସୁଦୃଢ଼ କରାଯାଉଛି। ଘରୋଇ ସାର ଉତ୍ପାଦନ କ୍ଷେତ୍ରରେ ବୃଦ୍ଧି କରିବା ପାଇଁ, ନୂତନ ପ୍ଲାଣ୍ଟ ସ୍ଥାପନ କରାଯାଉଛି ଏବଂ ନାନୋ-ୟୁରିଆକୁ ପ୍ରୋତ୍ସାହିତ କରାଯାଉଛି। ପେଟ୍ରୋଲିୟମ, ଇଥାନଲ ମିଶ୍ରଣ ଉପରେ ନିର୍ଭରଶୀଳତା ହ୍ରାସ କରିବା ପାଇଁ, ସବୁଜ ହାଇଡ୍ରୋଜେନ ମିଶନ, ସୌର ଶକ୍ତି ଏବଂ ବୈଦ୍ୟୁତିକ ଗତିଶୀଳତାକୁ ପ୍ରାଥମିକତା ଦିଆଯାଉଛି।
ଏବଂ ବନ୍ଧୁଗଣ,
ଆମେ ଭବିଷ୍ୟତକୁ ଦୃଷ୍ଟିରେ ରଖି ଆଜି ନିଷ୍ପତ୍ତି ନେବାକୁ ପଡିବ। ସେଥିପାଇଁ ଆଜି ଭାରତରେ ଏକ ସେମିକଣ୍ଡ଼କ୍ଟର ଇକୋସିଷ୍ଟମ ନିର୍ମାଣ କରୁଛି। ପ୍ରତିରକ୍ଷା ଉତ୍ପାଦନ, ମୋବାଇଲ୍ ଉତ୍ପାଦନ, ଡ୍ରୋନ୍ ପ୍ରଯୁକ୍ତିବିଦ୍ୟା, ଗୁରୁତ୍ୱପୂର୍ଣ୍ଣ ଖଣିଜ କ୍ଷେତ୍ର ଏବଂ ଏଥିରେ ନିବେଶ । ଆମେ ଆଗାମୀ ଦଶନ୍ଧିଗୁଡ଼ିକରେ ଆର୍ଥିକ ସୁରକ୍ଷା ପାଇଁ ମୂଳଦୁଆ ସ୍ଥାପନ କରୁଛୁ। ୨୦୪୭ର ବିକଶିତ ଭାରତର ଲକ୍ଷ୍ୟ ଏକ ରାଜନୈତିକ ସ୍ଲୋଗାନ ନୁହେଁ। ଏହା ସେହି ଐତିହାସିକ ଭୁଲଗୁଡ଼ିକୁ ସଂଶୋଧନ କରିବାର ଏକ ସଂକଳ୍ପ । ଯେଉଁଠାରେ କଂଗ୍ରେସ ସରକାର ସମୟ ସହିତ ବିନିଯୋଗ କରିବାରେ ବିଫଳ ହୋଇଥିଲେ। ଆଜି, ଯଦି ଆମେ ସ୍ୱଦେଶୀ ଜାହାଜ ନିର୍ମାଣ କରୁ, ଆମର ନିଜସ୍ୱ ଶକ୍ତି ଉତ୍ପାଦନ କରୁ ଏବଂ ନୂତନ ପ୍ରଯୁକ୍ତିବିଦ୍ୟା ନିଜେ ବିକଶିତ କରୁ, ତେବେ ଭବିଷ୍ୟତ ପିଢ଼ି ଆମଦାନୀର ବୋଝ ବିଷୟରେ ଆଲୋଚନା କରିବେ ନାହିଁ, ବରଂ ରପ୍ତାନି ପାଇଁ କ୍ଷମତା ବିଷୟରେ ଆଲୋଚନା କରିବେ। ଏକ ଜାତିର ପ୍ରଗତି "ଆଜିର ସୁବିଧା" ପାଇଁ ନୁହେଁ ବରଂ "ଆସନ୍ତାକାଲି ପାଇଁ ପ୍ରସ୍ତୁତି" ଦ୍ୱାରା ନିର୍ଣ୍ଣୟ କରାଯାଇଥାଏ। ଏବଂ ଦୂରଦୃଷ୍ଟି ସହିତ କରାଯାଇଥିବା କଠିନ ପରିଶ୍ରମ ହେଉଛି ୨୦୪୭ମସିହାରେ ଏକ ଆତ୍ମନିର୍ଭରଶୀଳ, ଶକ୍ତିଶାଳୀ ଏବଂ ସମୃଦ୍ଧ ଭାରତର ମୂଳଦୁଆ ସ୍ଥାପନ କରାଯିବ। ଏବଂ ଏହାର ପ୍ରତିବାଦରେ କଂଗ୍ରେସ ଯେତେ ପୋଷାକ ଚିରିଲେ ମଧ୍ୟ, ଆମେ ନିରନ୍ତରେ ଭାବେ ଅକ୍ଳାନ୍ତ ପରିଶ୍ରମ କରି ଚାଲିବୁ।
ବନ୍ଧୁଗଣ,
ରାଷ୍ଟ୍ର ଗଠନର, ଏକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ସର୍ତ୍ତ ହେଉଛି – ସ୍ବଚ୍ଛ ସଚ୍ଚୋଟତାର। କଂଗ୍ରେସ ଏବଂ ଏହାର ସହଯୋଗୀମାନେ ଏଠାରେ ମଧ୍ୟ ବିଫଳ ହୋଇଛନ୍ତି। ସେମାନେ କେବେବି ଆନ୍ତରିକତାର ସହିତ କାମ କରିନାହାଁନ୍ତି। ଗରିବଙ୍କ ଦୁଃଖ ପାଇଁ ସେମାନଙ୍କର କୌଣସି ଚିନ୍ତା ନାହିଁ। ଉଦାହରଣ ସ୍ୱରୂପ - ବଙ୍ଗଳାରେ, ଆୟୁଷ୍ମାନ ଭାରତ ଯୋଜନା ଏପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇନାହିଁ। ଯଦି ଆନ୍ତରିକତା ଥାଆନ୍ତା, ତେବେ ସେମାନେ କ'ଣ ଗରିବଙ୍କ ପାଇଁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଚିକିତ୍ସା ପ୍ରଦାନ କରୁଥିବା ଯୋଜନାକୁ ଅବରୋଧ କରିଥାଆନ୍ତେ? ନା। ଆପଣମାନେ ଏହା ମଧ୍ୟ ଜାଣନ୍ତି ଯେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅଧୀନରେ, ଗରିବଙ୍କ ପାଇଁ ସ୍ଥାୟୀ ଘର ନିର୍ମାଣ କରାଯାଉଛି। ମୁଁ ନ୍ୟୁଜ୍ ୧୮ର ଦର୍ଶକମାନଙ୍କୁ ଆଉ ଏକ ସଂଖ୍ୟା ଦେଉଛି। ତାମିଲନାଡୁରେ, ଗରିବ ପରିବାର ପାଇଁ ପ୍ରାୟ ୯.୫ ଲକ୍ଷ ସ୍ଥାୟୀ ଘର ଆବଣ୍ଟନ କରାଯାଇଛି ,୯.୫ ଲକ୍ଷ । କିନ୍ତୁ ଏଥିରୁ ୩ ଲକ୍ଷ ଘର ନିର୍ମାଣ ଅଟକି ଯାଇଛି। କାହିଁକି ? କାରଣ ଡିଏମ୍ କେ ସରକାର ଗରିବଙ୍କ ପାଇଁ ଏହି ଘର ନିର୍ମାଣରେ ଆଗ୍ରହ ଦେଖାଉନାହାଁନ୍ତି। ଏବଂ କାରଣ ସ୍ପଷ୍ଟ ଯେ ସେମାନଙ୍କର ଉଦ୍ଦେଶ୍ୟ ସଚ୍ଚୋଟ ନୁହେଁ।

ବନ୍ଧୁଗଣ,
ମୁଁ ଆପଣଙ୍କୁ କୃଷି କ୍ଷେତ୍ରରୁ ମଧ୍ୟ ଏକ ଉଦାହରଣ ଦେଉଛି। କଂଗ୍ରେସ ସମୟରେ, ଚାଷକୁ ତା'ର ଭାଗ୍ୟ ଉପରେ ଛାଡି ଦିଆଯାଇଥିଲା। ଛୋଟ ଚାଷୀଙ୍କୁ ଅଣଦେଖା କରାଯାଇଥିଲା, ଫସଲ ବୀମା ଭୁଶୁଡ଼ି ପଡ଼ିଥିଲା, ସ୍ୱାମୀନାଥନ କମିଟିର ଏମ୍ଏସ୍ ପି ରିପୋର୍ଟ ଫାଇଲରେ ପୋତି ହୋଇଗଲା। କଂଗ୍ରେସ ବଜେଟରେ ଘୋଷଣା କରିଥିଲା କିନ୍ତୁ କ୍ଷେତରେ କିଛି ହୋଇନଥିଲା, କାରଣ ସେମାନଙ୍କ ମଧ୍ୟରେ ଆନ୍ତରିକତାର ଅଭାବ ଥିଲା। ଆମେ ଦେଶର ଚାଷୀଙ୍କ ପାଇଁ ଆନ୍ତରିକତାର ସହିତ କାମ କରିବା ଆରମ୍ଭ କରିଥିଲୁ, ଏବଂ ଆଜି ବିଶ୍ୱ ଏହାର ଫଳାଫଳ ଦେଖୁଛି। ଆଜି, ଭାରତ ବିଶ୍ୱର ପ୍ରମୁଖ କୃଷି ରପ୍ତାନିକାରୀ ଦେଶମାନଙ୍କ ମଧ୍ୟରୁ ଗୋଟିଏ ହେବାକୁ ଯାଉଛି। ଆମେ ପ୍ରତ୍ୟେକ ସ୍ତରରେ ଚାଷୀଙ୍କ ପାଇଁ ଏକ ସୁରକ୍ଷା କବଚ ସୃଷ୍ଟି କରିଛୁ। ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ମାଧ୍ୟମରେ ଚାଷୀଙ୍କ ଆକାଉଣ୍ଟରେ ସିଧାସଳଖ ୪ ଲକ୍ଷ କୋଟି ଟଙ୍କା ଜମା କରାଯାଇଛି। ଆମେ ମୂଲ୍ୟର ୧.୫ ଗୁଣରେ ଏମ୍ଏସ୍ ପି ସ୍ଥିର କରିଛୁ ଏବଂ ରେକର୍ଡ କ୍ରୟ କରିଛୁ। ମୁଁ ଆପଣଙ୍କୁ କେବଳ ଡାଲିର ଗୋଟିଏ ସଂଖ୍ୟା ଦେଉଛି । ୟୁପିଏ ସରକାର ୧୦ ବର୍ଷରେ ଏମ୍ଏସ୍ ପି - ୬ ଲକ୍ଷ ମେଟ୍ରିକ୍ ଟନ୍ ରେ କେବଳ ୬ଲକ୍ଷ ମେଟ୍ରିକ୍ ଟନ୍ ଡାଲି କିଣିଥିଲା। ଆମର ସରକାର ପୂର୍ବରୁ ଏମ୍ଏସ୍ ପି ରେ ପ୍ରାୟ ୧୭୦ ଲକ୍ଷ ମେଟ୍ରିକ୍ ଟନ୍ ଡାଲି କିଣିଛି - ପ୍ରାୟ ୩୦ ଗୁଣ ଅଧିକ। ଏବେ ଆପଣ ନିଷ୍ପତ୍ତି ନିଅନ୍ତୁ ଯେ ପ୍ରକୃତରେ ଚାଷୀଙ୍କ ପାଇଁ କିଏ କାମ କରୁଛି।
ବନ୍ଧୁଗଣ,
ୟୁପିଏ ସରକାର କିଷାନ କ୍ରେଡିଟ୍ କାର୍ଡ ମାଧ୍ୟମରେ ଚାଷୀମାନଙ୍କୁ ସାହାଯ୍ୟ ପ୍ରଦାନ କରିବାରେ ମଧ୍ୟ କଞ୍ଜୁସି କରୁଥିଲା। ୧୦ ବର୍ଷ ମଧ୍ୟରେ ୟୁପିଏ ସରକାର ୭ ଲକ୍ଷ କୋଟି ଟଙ୍କା କୃଷି ଋଣ ଦେଇଥିଲେ - ୭ ଲକ୍ଷ କୋଟି ଟଙ୍କା। ଯେତେବେଳେ ଆମ ସରକାର ଚାରି ଗୁଣ ଅଧିକ - ୨୮ ଲକ୍ଷ କୋଟି ଟଙ୍କା ଦେଇଛି। ୟୁପିଏ ସରକାରଙ୍କ ସମୟରେ କେବଳ ୫ କୋଟି ଚାଷୀ ଏଥିରୁ ଉପକୃତ ହୋଇଥିଲେ। ଆଜି ଏହି ସଂଖ୍ୟା ଦୁଇଗୁଣରୁ ଅଧିକ ହୋଇଛି, ପ୍ରାୟ ୧୨ କୋଟି ଚାଷୀଙ୍କ ପାଖରେ ଏହା ପହଞ୍ଚିଛି। ଏହାର ଅର୍ଥ, ପ୍ରଥମ ଥର ପାଇଁ, ଛୋଟ ଚାଷୀ ମଧ୍ୟ ସାହାଯ୍ୟ ପାଇଛନ୍ତି। ଆମ ସରକାର ଚାଷୀମାନଙ୍କୁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାର ସୁରକ୍ଷା କବଚ ମଧ୍ୟ ଦେଇଛନ୍ତି । ଏହା ଅଧୀନରେ, ସଙ୍କଟ ସମୟରେ ପ୍ରାୟ ଦୁଇ ଲକ୍ଷ କୋଟି ଟଙ୍କା ଚାଷୀମାନଙ୍କୁ ଯୋଗାଇ ଦିଆଯାଇସାରିଛି। କାରଣ ଆମେ ଆନ୍ତରିକତାର ସହିତ କାମ କରୁଛୁ, ଯାହାଫଳରେ ଭାରତର କୃଷକମାନଙ୍କର ଆତ୍ମବିଶ୍ୱାସ ବୃଦ୍ଧି ପାଉଛି, ସେମାନଙ୍କର ଉତ୍ପାଦକତା ବୃଦ୍ଧି ପାଉଛି ଏବଂ ସେମାନଙ୍କର ଆୟ ବୃଦ୍ଧି ପାଉଛି।
ବନ୍ଧୁଗଣ,
ଏକବିଂଶ ଶତାବ୍ଦୀର ଏକ ଚତୁର୍ଥାଂଶ ଅତିକ୍ରମ କରିସାରିଛି। ପରବର୍ତ୍ତୀ ପର୍ଯ୍ୟାୟ ହେଉଛି ଭାରତର ବିକାଶର ନିର୍ଣ୍ଣାୟକର ସମୟ ଅଟେ । ଆଜି ନିଆଯାଇଥିବା ନିଷ୍ପତ୍ତି ଭବିଷ୍ୟତର ଦିଗ ନିର୍ଣ୍ଣୟ କରିବ। ଆମକୁ ଆମର ଶକ୍ତିକୁ ଚିହ୍ନି ଏବଂ ବୃଦ୍ଧି କରି ଆଗକୁ ବଢ଼ିବାକୁ ପଡିବ। ପ୍ରତ୍ୟେକ ବ୍ୟକ୍ତି ନିଜ କ୍ଷେତ୍ରରେ ଉତ୍କର୍ଷତା ହାସଲ କରିବା ଉଚିତ, ପ୍ରତ୍ୟେକ ଅନୁଷ୍ଠାନ ଉତ୍କର୍ଷତାକୁ ନିଜର ସଂସ୍କୃତିରେ ପରିଣତ କରିବା ଉଚିତ। ଆମେ କେବଳ ଉତ୍ପାଦ ଉତ୍ପାଦନ କରିବା ଉଚିତ୍ ନୁହେଁ, ବରଂ ସର୍ବୋତ୍ତମ ଗୁଣବତ୍ତାର ଉତ୍ପାଦ ଉତ୍ପାଦନ କରିବା ଉଚିତ୍। ଆମେ କେବଳ ନିୟମିତ କାର୍ଯ୍ୟ କରିବା ଉଚିତ୍ ନୁହେଁ, ବରଂ ବିଶ୍ୱସ୍ତରୀୟ କାର୍ଯ୍ୟ କରିବା ଉଚିତ୍। ଆମକୁ କ୍ଷମତାକୁ କାର୍ଯ୍ୟଦକ୍ଷତାରେ ପରିଣତ କରିବାକୁ ପଡିବ। ମୁଁ ଲାଲକିଲ୍ଲାରୁ କହିଥିଲି - ଏହି ସମୟ , ସଠିକ୍ ସମୟ। ଏହା ଭାରତକୁ ନୂତନ ଶିଖରରେ ପହଞ୍ଚାଇବାର ସମୟ । ପୁଣିଥରେ, ଆପଣମାନଙ୍କୁ ସମସ୍ତଙ୍କୁ ମୋର ହୃଦୟରୁ ଅଭିନନ୍ଦନ ଏବଂ ଶୁଭକାମନା, ବହୁତ୍ – ବହୁତ୍ ଧନ୍ୟବାଦ। ନମସ୍କାର ।


