ଭାରତର ସାମୁଦ୍ରିକ କ୍ଷେତ୍ର ଦ୍ରୁତ ଗତି ଏବଂ ଶକ୍ତି ସହିତ ଆଗକୁ ବଢୁଛି: ପ୍ରଧାନମନ୍ତ୍ରୀ
ଆମେ ଏକ ଶତାବ୍ଦୀ ପୁରୁଣା ଉପନିବେଶବାଦୀ ଜାହାଜ ଚଳାଚଳ ଆଇନକୁ ଏକବିଂଶ ଶତାବ୍ଦୀ ପାଇଁ ଉପଯୁକ୍ତ ଆଧୁନିକ, ଭବିଷ୍ୟତବାଦୀ ଆଇନ ରୂପେ ବଦଳାଇଛୁ: ପ୍ରଧାନମନ୍ତ୍ରୀ
ଆଜି, ଭାରତର ବନ୍ଦରଗୁଡ଼ିକୁ ବିକାଶଶୀଳ ବିଶ୍ୱରେ ସବୁଠାରୁ ଦକ୍ଷ ରୂପେ ଗଣନା କରାଯାଉଛି; ଅନେକ ଦିଗରୁ, ସେଗୁଡ଼ିକୁ ବିକଶିତ ବିଶ୍ୱର ବନ୍ଦରଗୁଡ଼ିକ ଅପେକ୍ଷା ଆହୁରି ଭଲ ପ୍ରଦର୍ଶନ କରୁଛନ୍ତି: ପ୍ରଧାନମନ୍ତ୍ରୀ
ଭାରତ ଜାହାଜ ନିର୍ମାଣରେ ନୂତନ ଉଚ୍ଚତାରେ ପହଞ୍ଚିବା ପାଇଁ ପ୍ରୟାସକୁ ତ୍ୱରାନ୍ୱିତ କରୁଛି, ଆମେ ଏବେ ବଡ଼ ଜାହାଜଗୁଡ଼ିକୁ ଭିତ୍ତିଭୂମି ସମ୍ପତ୍ତିର ମାନ୍ୟତା ପ୍ରଦାନ କରିଛୁ: ପ୍ରଧାନମନ୍ତ୍ରୀ
ଭାରତର ଜାହାଜ ନିର୍ମାଣ କ୍ଷେତ୍ରରେ କାର୍ଯ୍ୟ କରିବା ଏବଂ ଏହାକୁ ସମ୍ପ୍ରସାରଣ କରିବାର ଏହା ସଠିକ୍ ସମୟ: ପ୍ରଧାନମନ୍ତ୍ରୀ
ଦୁନିଆର ସମୁଦ୍ର ଅଶାନ୍ତ ଥିବା ସମୟରେ ବିଶ୍ୱ ଏକ ସ୍ଥିର ଆଲୋକବର୍ତ୍ତିକା ଖୋଜୁଥିବା ବେଳେ ଭାରତ ଶକ୍ତି ଓ ସ୍ଥିରତା ସହିତ ସେହି ଭୂମିକା ନିର୍ବାହ କରିବାକୁ ପ୍ରସ୍ତୁତ: ପ୍ରଧାନମନ୍ତ୍ରୀ
ଜାଗତିକ ଉତ୍ତେଜନା, ବାଣିଜ୍ୟିକ ବାଧା ଏବଂ ସ୍ଥାନାନ୍ତରିତ ଯୋଗାଣ ଶୃଙ୍ଖଳ ମଧ୍ୟରେ, ଭାରତ ରଣନୀତିକ ସ୍ୱାୟତ୍ତତା, ଶାନ୍ତି ଏବଂ ସମାବେଶୀ ଅଭିବୃଦ୍ଧିର ପ୍ରତୀକ ଭାବରେ ଠିଆ ହୋଇଛି: ପ୍ରଧାନମନ୍ତ୍ରୀ

ମହାରାଷ୍ଟ୍ର ରାଜ୍ୟପାଳ ଆଚାର୍ଯ୍ୟ ଦେବବ୍ରତ ଜୀ, ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ ଜୀ, କେନ୍ଦ୍ରମନ୍ତ୍ରୀ ସର୍ବାନନ୍ଦ ସୋନୱାଲ ଜୀ, ଶାନ୍ତନୁ ଠାକୁରଜୀ, କୀର୍ତିବର୍ଦ୍ଧନ ସିଂହ ଜୀ, ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଜୀ, ଅଜିତ ପାୱାର ଜୀ, ସିପିଂ ଓ ଅନ୍ୟାନ୍ୟ ବିଭାଗ ସହ ଜଡିତ ନେତା, ଭଦ୍ରମଣ୍ଡଳୀ ।

ବନ୍ଧୁଗଣ,

ଆପଣ ସମସ୍ତଙ୍କୁ ବିଶ୍ୱ ନୌବାଣିଜ୍ୟ ନେତାମାନଙ୍କ ସମ୍ମିଳନୀକୁ ମୁଁ ସ୍ୱାଗତ କରୁଛି । ୨୦୧୬ ମସିହାରେ ମୁମ୍ବାଇରେ ପ୍ରଥମକରି ଏହି ସମ୍ମିଳନୀ ଆୟୋଜନ କରାଯାଇଥିଲା । ଆଉ ଏହା ଆମ୍ଭ ସମସ୍ତଙ୍କ ଲାଗି ଖୁସିର ବିଷୟ ଯେ, ଆଜି ଏହା ଏହା ଏକ ବୈଶ୍ୱିକ ସମ୍ମିଳନୀରେ ପରିଣତ ହୋଇପାରିଛି । ଆଜି ଏହି କାର୍ଯ୍ୟକ୍ରମରେ ବିଶ୍ୱର ପ୍ରାୟ ୮୫ରୁ ଅଧିକା ଦେଶର ଭାଗିଦାରୀ ରହିଛି । ଜାହାଜ ନିର୍ମାଣକାରୀ ତଥା ସେମାନଙ୍କ ସିଇଓଙ୍କଠାରୁ ଆରମ୍ଭ କରି ଷ୍ଟାର୍ଟଅପ ଯାଏ ଓ ପଲିସି ପ୍ରଣୟନକାରୀଙ୍କଠାରୁ ଆରମ୍ଭ କରି ପୁଞ୍ଜି ନିବେଶକାରୀଙ୍କ ଯାଏ ଏହି ସମୟରେ ଏହିସ୍ଥାନରେ ସମସ୍ତେ ଅଛନ୍ତି । ଛୋଟ ଛୋଟ ଦ୍ୱୀପର ପ୍ରତିନିଧି ବି ଏଠି ଉପସ୍ଥିତ ଅଛନ୍ତି । ଆପଣ ସମସ୍ତଙ୍କ ଦୃଷ୍ଟିକୋଣ ଏହି ସମ୍ମିଳନୀକୁ ସଶକ୍ତ କରୁଛି ।

 

ବନ୍ଧୁଗଣ,

ଏବେ ଏଠାରେ ସିପିଂ ସେକ୍ଟର ସହ ଜଡିତ ବହୁ ପ୍ରକଳ୍ପର ଶୁଭାରମ୍ଭ କରାଗଲା । ସିପିଂ ସେକ୍ଟର ସହ ସମ୍ବନ୍ଧିତ ଲକ୍ଷ କୋଟି ଟଙ୍କାର ପୁଞ୍ଜି ନିବେଶ କରି ଏମଓୟୁ ବି ସ୍ୱାକ୍ଷରିତ କରାଯାଇଛି । ଭାରତର ନୌବାଣିଜ୍ୟ ସାମର୍ଥ୍ୟକୁ ସାରା ବିଶ୍ୱ କେତେ ବିଶ୍ୱାସ କରୁଛି ତାର ପ୍ରତିଫଳନ ଏଠାରେ ଦେଖିବାକୁ ମିଳୁଛି । ଏପ୍ରକାର ଆୟୋଜନରେ ଆପଣଙ୍କ ସଦୟ ଉପସ୍ଥିତି ଆମର ମୌଳିକ ଅଙ୍ଗୀକାରବଦ୍ଧତାକୁ ସୂଚିତ କରୁଛି ।

ବନ୍ଧୁଗଣ,

ଏକବିଂଶ ଶତାବ୍ଦୀର ଏହି କାଳଖଣ୍ଡରେ ନୌବାଣିଜ୍ୟ କ୍ଷେତ୍ରରେ ଆମ ଦେଶ ପ୍ରଖର ବେଗରେ ଆଗକୁ ବଢୁଛି । ଖାସକରି ୨୦୨୫ରେ ଭାରତର ନୌବାଣିଜ୍ୟ କ୍ଷେତ୍ରରେ ଖୁବ ଅଗ୍ରଗତି ଘଟିଛି । ଏହି ଶତାବ୍ଦୀର କିଛି ଅଗ୍ରଗତି ସମ୍ପର୍କରେ ମୁଁ ଆପଣଙ୍କ ସହ କଥା ହେବାକୁ ଚାହେଁ । ଭାରତର ପ୍ରଥମ ଗଭୀର ଜଳ ଅନ୍ତର୍ଜାତୀୟ ଟ୍ରାନ୍ସସିପମେଣ୍ଟ ହବ କାର୍ଯ୍ୟକ୍ଷମ ହୋଇଛି । କିଛି ସମୟ ପୂର୍ବରୁ ସାରା ବିଶ୍ୱର ସବୁଠାରୁ ବଡ କଣ୍ଟେନର ଜାହାଜ ସେଠାରେ ପହଞ୍ଚିଥିଲା । ଭାରତ ଲାଗି ଏହା ଗର୍ବର ମୁହୂର୍ତ୍ତ ରହିଥିଲା । ୨୦୨୪-୨୫ରେ ଭାରତର ପ୍ରମୁଖ ପୋର୍ଟରେ ଏବେ ପର୍ଯ୍ୟନ୍ତ ସବୁଠାରୁ ବଡ କାର୍ଗୋ ହ୍ୟାଣ୍ଡଲ କରି ବି ନୂଆ ରେକର୍ଡ ସୃଷ୍ଟି କରାଯାଇ ପାରିଲା । କେବଳ ଏତିକି ନୁହେଁ ପ୍ରଥମ ଭାରତୀୟ ପୋର୍ଟ ହିସାବରେ ସ୍ୱଦେଶୀ ଜ୍ଞାନ କୌଶଳରେ ନିର୍ମିତ ମେଗାୱାଟ ସ୍କେଲ ଗ୍ରୀନ ହାଇଡ୍ରୋଜେନ ବ୍ୟବସ୍ଥା ଆରମ୍ଭ କରାଯାଇଛି । ଆଉ ଏପ୍ରକାର ଉପଲବ୍ଧି ଆମ କାଣ୍ଡଲା ବନ୍ଦରରେ ଉପଲବ୍ଧ । ଜେଏନପିଟିରେ ବି ଭାରତ ମୁମ୍ବାଇ କଂଟେନର ଟର୍ମିନାଲ ଫେଜ ୨ ବି ଆରମ୍ଭ କରାଯାଇଛି । ଫଳରେ ଏହି ଟର୍ମିନାଲର ହ୍ୟାଣ୍ଡଲିଂ କ୍ଷମତା ଦ୍ୱିଗୁଣା ବଢିଗଲା ଆଉ ସାରା ଦେଶରେ ଏହା ସବୁଠାରୁ ବଡ କଂଟେନର ପୋର୍ଟର ମାନ୍ୟତା ପାଇଲା । ଭାରତର ବନ୍ଦର ଭିତ୍ତିଭୂମି ନିର୍ମାଣ କ୍ଷେତ୍ରରେ ଏହା ସବୁଠାରୁ ବଡ ପୁଞ୍ଜି ନିବେଶ ହୋଇଥିବା କାରଣରୁ ଏହା ସମ୍ଭବପର ହୋଇପାରିଛି । ଆଉ ଏଥିପାଇଁ ମୁଁ ସିଙ୍ଗାପୁରର ସାଥିମାନଙ୍କୁ ବିଶେଷ ଧନ୍ୟବାଦ ଜ୍ଞାପନ କରୁଛି ।

 

ବନ୍ଧୁଗଣ,  

ଚଳିତବର୍ଷ ଭାରତର ନୌବାଣିଜ୍ୟ କ୍ଷେତ୍ରରେ ବି ନେକ୍ସଟ ଜେନେରେସନ ରିଫର୍ମ ବା ସଂସ୍କାର ଲାଗି ବଡ ପଦକ୍ଷେପ ନିଆଯାଇଛି । ଆମେ ଶହେ ବର୍ଷର ପୁରୁଣା ବ୍ରିଟିଶ କଲୋନୀ ନିୟମକୁ ହଟାଇ ବିଂଶ ଶତାବ୍ଦୀର ଗଣତାନ୍ତ୍ରିକ ନିୟମ ପ୍ରଚଳନ କରିଛୁ । ଏହି ନୂଆ ନିୟମ ବଳରେ ରାଜ୍ୟ ନୌବାଣିଜ୍ୟ ବୋର୍ଡ ସଶକ୍ତ ହେଉଛି । ନିରାପତା ଓ ସ୍ଥାୟିତ୍ୱର ବୃଦ୍ଧି ଘଟୁଛି । ବନ୍ଦର ପରିଚାଳନା କ୍ଷେତ୍ରରେ ବି ଡିଜିଟାଲାଇଜେସନର ଗୁରୁତ୍ୱ ବୃଦ୍ଧି ପାଇଛି ।

ବନ୍ଧୁଗଣ,

ବାଣିଜ୍ୟିକ ପରିବହନ ଆଇନରେ, ଆମେ ବିଶ୍ୱବ୍ୟାପୀ ଭାରତୀୟ ଆଇନଗୁଡ଼ିକୁ ଆନ୍ତର୍ଜାତୀୟ ସମ୍ମିଳନୀ ସହିତ ସମନ୍ୱିତ କରିଛୁ। ଏହା ସୁରକ୍ଷା ନିଶ୍ଚିତତା ବୃଦ୍ଧି କରିଛି, ବ୍ୟବସାୟ କରିବାର ସହଜତାକୁ ଉନ୍ନତ କରିବାରେ ସାହାଯ୍ୟ କରିଛି ଏବଂ ସରକାରୀ ହସ୍ତକ୍ଷେପକୁ ହ୍ରାସ କରିଛି। ମୁଁ ନିଶ୍ଚିତ ଯେ ଏହି ପ୍ରୟାସଗୁଡ଼ିକ ଆପଣଙ୍କର, ଆମର ନିବେଶକଙ୍କ ଆତ୍ମବିଶ୍ୱାସକୁ ଆହୁରି ବୃଦ୍ଧି କରିବ।

ବନ୍ଧୁଗଣ,

କୋଷ୍ଟାଲ ସିପିଂ ନିୟମକୁ ଏହି ଅନୁସାରେ ତିଆରି କରାଯାଇଛି । ଫଳରେ ବାଣିଜ୍ୟ କାରବାର ସୁବିଧା ହୋଇପାରିବ । ଏହି ସପ୍ଲାଏ ଚେନ ନିରାପତାକୁ ମଜଭୂତ କରିପାରୁଛି । ଏହାସହ ଭାରତର ସୁଦୀର୍ଘ କୋଷ୍ଟ ଲାଇନରେ ସଂହତିପୂର୍ଣ୍ଣ ବିକାଶ ସାଧିତ ହୋଇପାରିବ । ୱାନ ନେସନ, ୱାନ ପୋର୍ଟ ପ୍ରୋସେସ ଅନୁସାରେ ଡକ୍ୟୁମେଂଟେସନ କାମ କମ ହୋଇ ବନ୍ଦର ସମ୍ପର୍କିତ ବ୍ୟବସ୍ଥାକୁ ଷ୍ଟାଣ୍ଡାଡାଇଜ କରାଯାଉଛି ।

 

ବନ୍ଧୁଗଣ,  

ସିପଂ ସେକ୍ଟରର ଏପରି ସଂସ୍କାରଧର୍ମୀ କାମ ଗତ ଶତାବ୍ଦୀରେ ଆରମ୍ଭ କରାଯାଇଥିବା ସଂସ୍କାରଧର୍ମୀ ଅଭିଯାନର ଏକ କ୍ରମ ମାତ୍ର । ପିଛିଲା ୧୦-୧୧ ବର୍ଷର ଯାତ୍ରାରେ ଭାରତର ନୌବାଣିଜ୍ୟ କ୍ଷେତ୍ରରେ ଆସିଥିବା ପରିବର୍ତ୍ତନ ଯୁଗାନ୍ତକାରୀ । ମାରିଟାଇମ ଇଣ୍ଡିଆ ଭିଜନ ଅଧୀନରେ ଦେଢ ଶହରୁ ଅଧିକ ନୂଆ ପ୍ରୟାସ ସମ୍ପର୍କରେ ଉଲ୍ଲେଖ କରାଯାଇଛି । ପ୍ରମୁଖ ବନ୍ଦରଗୁଡିକର କ୍ଷମତା ଦ୍ୱିଗୁଣା ହୋଇଛି । ଟର୍ଣ୍ଣ ଆଉଟ ଟାଇମ ବି କମ ହୋଇପାରିଛି । କ୍ରୁସ ପର୍ଯ୍ୟଟନର ବି ବହୁତ ଗୁରୁତ୍ୱ ବଢିଛି । ଇନଲାଣ୍ଡ ୱାଟର ୱେଜରେ କଞ୍ଚାମାଲ ପରିବହନ ୭୦୦ ଗୁଣା ବଢିଛି । ଅପରେସନାଲ ୱାଟର ୱେଜ ସଂଖ୍ୟା ୩ରୁ ୩୨ ହୋଇପାରିଛି । ଗୋଟିଏ ଶତାବ୍ଦୀରେ ଆମ ବନ୍ଦରଗୁଡିକର ବାର୍ଷିକ ବଳକା କ୍ଷମତା ୯ଗୁଣା ବଢିଯାଇଛି ।

ବନ୍ଧୁଗଣ,

ବିକାଶଶୀଳ ବିଶ୍ୱର ଦକ୍ଷ ବନ୍ଦରଗୁଡିକ ଭିତରେ ଭାରତର ବିଭିନ୍ନ ବନ୍ଦରଗୁଡିକୁ ଗଣତି କରାଯାଉଛି । କିଛି ପ୍ରସଙ୍ଗରେ ଏଗୁଡିକ ବିକଶିତ ବିଶ୍ୱର ଅନେକ ପ୍ରମୁଖ ବନ୍ଦର ଅପେକ୍ଷା ଭଲ ପ୍ରଦର୍ଶନ ବି କରୁଛନ୍ତି । ମୁଁ ଆପଣଙ୍କୁ କିଛି ସଂଖ୍ୟା ବତାଉଛି । ଆଜି ଭାରତରେ ଆଭରେଜ କଣ୍ଟେନର ଡୁଏଲ ଟାଇମ ତିନି ଦିନରୁ କମ ରହିଛି । ଏହା ଅନେକ ବିକଶିତ ଦେଶଠାରୁ ଭଲ ପ୍ରଦର୍ଶନ କରିଛି । ଆଭରେଜ ଭେସେଲ ଟର୍ଣ୍ଣ ଆରାଉଣ୍ଡ ଟାଇମ ୯୬ ଘଣ୍ଟାରୁ ୪୮ ଘଣ୍ଟାରେ ପହଞ୍ଚିଛି । ଫଳରେ ଭାରତୀୟ ବନ୍ଦର ବୈଶ୍ୱିକ ସିପିଂ ଲାଇନ୍ସ ଅଧିକ ଆକର୍ଷଣୀୟ ଓ ପ୍ରତିଯୋଗିତାମୂଳକ ହୋଇପାରିଲା । ବିଶ୍ୱ ବ୍ୟାଙ୍କର ଲଜିଷ୍ଟିକ୍ସ ପ୍ରଦର୍ଶନ ସୂଚକାଙ୍କରେ ବି ଭାରତ ପକ୍ଷରୁ ଅନେକ ସୁଧାର ଆସିଛି ।

ବନ୍ଧୁଗଣ,

ସିପିଂ ସେକ୍ଟରରେ ମାନବ ସମ୍ବଳ କ୍ଷେତ୍ରରେ ମଧ୍ୟ ଭାରତ ପକ୍ଷରୁ ଅଗ୍ରଗତି ହୋଇଛି । ଗତ ଶତାବ୍ଦୀରେ ଜଳଯାତ୍ରୀଙ୍କ ସଂଖ୍ୟା ଏକ ଲକ୍ଷରୁ ବଢି ତିନି ଲକ୍ଷରୁ ଅଧିକା ହୋଇଗଲାଣି । ଆପଣ ଦୁନିଆର କୌଣସି ସମୁଦ୍ର ତଟକୁ ଯାଆନ୍ତୁ ସେଠି ଛିଡା ହୋଇଥିବା ଜାହାଜରେ ଯେକୌଣସି ଭାରତୀୟ ଜଳଯାତ୍ରୀ ନିଶ୍ଚିତ ରହିଥିବେ । ଆଜି ଭାରତୀୟ ଜଳଯାତ୍ରୀଙ୍କ ସଂଖ୍ୟା ଏତେ ବଢିଯାଇଛି ଯେ, ଏହା ସାରା ବିଶ୍ୱର ତିନି ପ୍ରମୁଖ ଦେଶ ଭିତରେ ଆସୁଛି ।

 

ବନ୍ଧୁଗଣ,

ଏକବିଂଶ ଶତାବ୍ଦୀର ଏକ ଚତୁର୍ଥାଂଶ ବିତି ଗଲାଣି । ଏହି ଶତାବ୍ଦୀର ଆଗାମୀ ୨୫ ବର୍ଷ ବି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଟେ । ଏଥିପାଇଁ ଆମର ଫୋକସ ଦେଶର ନୀଳ ଅର୍ଥନୀତି ବା ବ୍ଲୁ ଇକୋନୋମି ଉପରେ ପର୍ଯ୍ୟବସିତ । ନିର୍ଭରଯୋଗ୍ୟ ତଟୀୟ ବିକାଶ ଉପରେ ଆମର ନଜର ରହିଛି । ଗ୍ରୀନ ଲଜିଷ୍ଟିକ୍ସ, ପୋର୍ଟ କନେକ୍ଟିଭିଟି, କୋଷ୍ଟାଲ ଇଣ୍ଡଷ୍ଟ୍ରିଆଲ କ୍ଲଷ୍ଟର ଉପରେ ଆମର ପ୍ରାଥମିକତା ରହିଛି ।

ବନ୍ଧୁଗଣ,

ଜାହାଜ ନିର୍ମାଣକୁ ବି ଆଜି ଆମ ଦେଶରେ ପ୍ରାଥମିକତା ଦିଆଯାଉଛି । ଦିନେ ସମୟ ଥିଲା ଯେବେ ସାରା ବିଶ୍ୱରେ ଜାହାଜ ନିର୍ମାଣ କ୍ଷେତ୍ରରେ ଭାରତର ନାଁ ସର୍ବାଗ୍ରେ ରହିଥିଲା । ଏଠାରୁ ଅଜନ୍ତା ଗୁମ୍ଫା ବେଶୀ ଦୂର ନାହିଁ । ସେଠାରେ ଷଷ୍ଠ ଶତାବ୍ଦୀର ଏକ ଚିତ୍ର ଆପଣଙ୍କୁ ଦେଖିବାକୁ ମିଳିବ । ସେହି ଚିତ୍ରରେ ଆପଣ ଏକ ତିନି ମହଲା ବିଶିଷ୍ଟ ଜାହାଜ ଦେଖିପାରିବେ । ଷଷ୍ଠ ଶତାବ୍ଦୀର ଚିତ୍ରରେ ଜାହାଜ ସ୍ଥାନ ପାଇବା କଥା ଆପଣ କଳ୍ପନା କରିପାରୁଛନ୍ତି । ଏହାର ବହୁ ବର୍ଷ ପରେ ଏହି ଡିଜାଇନକୁ ଅନ୍ୟ ଦେଶ ବ୍ୟବହାର କରିବାକୁ ଆରମ୍ଭ କଲେ ।

ବନ୍ଧୁଗଣ,

ଭାରତରେ ନିର୍ମିତ ଜାହାଜ ବୈଶ୍ୱିକ ବାଣିଜ୍ୟ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଥିଲେ । ତାପରେ ଆମେ ଜାହାଜ ମରାମତି କ୍ଷେତ୍ରରେ ବି ବହୁ ନାଁ କମାଇ ପାରିଲୁ । ଆଉ ଏବେ ପୁଣି ଜାହାଜ ନିର୍ମାଣ କ୍ଷେତ୍ରରେ ଭାରତ ଖୁବ କାମ କରିଛି । ବଡ ବଡ ଜାହାଜଗୁଡିକୁ ବି ଭାରତ ଇନଫ୍ରାଷ୍ଟ୍ରକଚର ଆସେଟ୍ସ ମାନ୍ୟତା ଦେଇ ଦେଇଛି । ଏହି ପଲିସି ଦ୍ୱାରା ଅନ୍ୟ ଜାହାଜ ନିର୍ମାତାମାନେ ବି ବହୁତ ଫାଇଦା ପାଇବେ । ଫଇନାନ୍ସିଂ କ୍ଷେତ୍ରରେ ବିକଳ୍ପ, ସୁଧହାର ହ୍ରାସ, କ୍ରେଡିଟ ପରି ବିଭିନ୍ନ ସୁବିଧା ମିଳିବ ।

 

ବନ୍ଧୁଗଣ,

ଏହି ସଂସ୍କାରଧର୍ମୀ ନିୟମାବଳୀ କାର୍ଯ୍ୟକାରୀ କରିବାକୁ ସରକାର ପ୍ରାୟ ୭୦ ହଜାର କୋଟି ଟଙ୍କା ବ୍ୟୟ କରିବାର ଯୋଜନା ରଖିଛନ୍ତି । ଘରୋଇ କ୍ଷମତା ବୃଦ୍ଧି, ଦୀର୍ଘସୂତ୍ରୀ ଆର୍ଥିକ ସହାୟତା, ଗ୍ରୀନ ଫିଲ୍ଡ ଓ ବ୍ରାଉନଫିଲ୍ଡ ସିପୟାର୍ଡର ବିକାଶ, ଆଧୁନିକ ନୌବାଣିଜ୍ୟ ଜ୍ଞାନ କୌଶଳର ବିକାଶ ସାଧିତ ହେବ । ଯୁବକମାନଙ୍କ ଲାଗି ଲକ୍ଷାଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ଆପଣ ସମସ୍ତଙ୍କ ଲାଗି ବି ପୁଞ୍ଜି ବିନିବେଶର ସୁଯୋଗ ମିଳିବ ।

ବନ୍ଧୁଗଣ, 

ଏହି ଭୂମି ଛତ୍ରପତି ଶିବାଜୀ ମହାରାଜଙ୍କର ଭୂମି ଅଟେ । ସେ କେବଳ ସମୁଦ୍ର ସୁରକ୍ଷା କରୁନଥିଲେ ବରଂ ଆରବ ସାଗର ଦେଇ ସମୁଦ୍ର ପଥରେ ପଶ୍ଚିମ ଦିଗରେ ନୌବାଣିଜ୍ୟ କରିବାର ମାର୍ଗ ଦେଖାଇଥିଲେ । ତାଙ୍କ ଦୃଷ୍ଟିକୋଣରେ ସମୁଦ୍ର କେବଳ ସୀମା ନୁହେଁ ବରଂ ବିଭିନ୍ନ ଅବସରର ଦ୍ୱାର ବୋଲି ପ୍ରତିଭାତ କରିଲା । ଆଜି ଭାରତ ସେହି ମାନସିକତାର ଆଧାରରେ ଆଗକୁ ବଢି ଚାଲିଛି ।

ବନ୍ଧୁଗଣ,

ବୈଶ୍ୱିକ ସ୍ତରରେ ଆଜି ଭାରତ ସପ୍ଲାଏ ଚେନକୁ ଗୁରୁତ୍ୱ ଦେଉଛି । ବୈଶ୍ୱିକ ବନ୍ଦର ନିର୍ମାଣ ଲାଗି ଆମେ ଆଜି ଲାଗି ପଡିଛେ । ୭୬ ହଜାର କୋଟି ଟଙ୍କା ଖର୍ଚ୍ଚ କରାଯାଇ ମହାରାଷ୍ଟ୍ରର ଏହି ସ୍ଥାନରେ ଏକ ଭବ୍ୟ ବନ୍ଦର ନିର୍ମାଣ କରାଯାଉଛି । ଆମେ ଆମର ପ୍ରମୁଖ ବନ୍ଦରଗୁଡିକର କ୍ଷମତା ଚାରି ଗୁଣା ବଢାଇବାକୁ ଲକ୍ଷ୍ୟ ରଖିଛୁ । କଂଟେନାଇଜଡ କାର୍ଗୋ ପରିବହନ ନେଇ ବି ଗୁରୁତ୍ୱ ଦେଇଆସୁଛୁ । ଆପଣମାନଙ୍କ ଆଇଡିଆ, ଆବିଷ୍କାର ଓ ପୁଞ୍ଜି ନିବେଶ ପ୍ରଚେଷ୍ଟାକୁ ଆମେ ସ୍ୱାଗତ କରୁଛୁ । ଆପଣ ଜାଣିଛନ୍ତି ଯେ, ଭାରତରେ ବନ୍ଦର ଓ ସିପିଂ କ୍ଷେତ୍ରରେ ଶତପ୍ରତିଶତ ଏଫଡିଆଇକୁ ସ୍ୱୀକୃତି ଦିଆଯାଇଛି । ଏବେ ପି-ପି-ପି ମୋଡକୁ ଅଧିକା ଗୁରୁତ୍ୱ ଦିଆଯାଉଛି । ମେକ ଇନ ଇଣ୍ଡିଆ, ମେକ ଫର ଓାର୍ଲଡ ଭାବଧାରାରେ ଆମେ ଆଗକୁ ବଢୁଛୁ । ତେଣୁ ଏହି ସମୟ ହେଉଛି ପ୍ରକୃଷ୍ଟ ସମୟ ଯେବେ ଏକ୍ଷେତ୍ରରେ ଆପଣମାନେ ପୁଞ୍ଜି ନିବେଶ କରି ବିସ୍ତାର କରିପାରିବେ ।

 

ବନ୍ଧୁଗଣ,

ଭାରତର ଆଉ ଏକ ବିଶେଷତା ହେଉଛି ଗଣତାନ୍ତ୍ରିକ ମୂଲ୍ୟବୋଧ ଓ ନିର୍ଭରଯୋଗ୍ୟତା । ଯେତେବେଳେ ବୈଶ୍ୱିକ ସାଗର ଖରାପ, ସେବେ ସାରା ବିଶ୍ୱ ଏକ ସଶକ୍ତ ଲାଇଟହାଉସ ଆଡକୁ ଅନାଇଥାଏ । ଆଉ ଭାରତ ଏପରି ଏକ ଲାଇଟ ହାଉସର ଭୂମିକାରେ ହିଁ ଅବତୀର୍ଣ୍ଣ ହୋଇପାରେ । ଗ୍ଲୋବାଲ ଟେନସନ, ବାଣିଜ୍ୟ ବିଭ୍ରାଟ, ସପ୍ଲାଏ ଚେନର ସିଫ୍ଟିଂ ଭିତରେ ଅଟୋନୋମି, ଶାନ୍ତି ଓ ପ୍ରଗତିର ପ୍ରତୀକ ଭାରତ ଅଟେ । ଏହି ବୃହତ ଦୃଷ୍ଟିକୋଣର ଏକ ଅଂଶ ହେଉଛି ଆମ ନୌବାଣିଜ୍ୟ ପରମ୍ପରା ଓ ବାଣିଜ୍ୟ ଅଭିଯାନ । ଭାରତ-ମଧ୍ୟପ୍ରାଚ୍ୟ-ୟୁରୋପ ଇକୋନୋମିକ କରିଡର ଏହାର ପ୍ରକୃଷ୍ଟ ଉଦାହରଣ ।

ବନ୍ଧୁଗଣ,

ନୌବାଣିଜ୍ୟ ପରମ୍ପରାର ବିକାଶ ହିଁ ଆମର ଲକ୍ଷ୍ୟ । ଛୋଟ ଛୋଟ ବିକାଶଶୀଳ ଦ୍ୱୀପ ସମୂହ ଦେଶ ଓ କମ ବିକାଶଶୀଳ ଦେଶ ଭିତରେ ଟେକ୍ନୋଲଜି, ଟ୍ରେନିଙ୍ଗ ଓ ଇନଫ୍ରା ମାଧ୍ୟମରେ ସଶକ୍ତ କରାଇପାରିଲେ ଏହା ସମ୍ଭବପର ହୋଇପାରିବ । ପାଣିପାଗ ପରିବର୍ତ୍ତନ, ସପ୍ଲାଏ ଚେନ ବ୍ୟତିକ୍ରମ, ଅର୍ଥନୈତିକ ଅସ୍ଥିରତା, ନୌବାଣିଜ୍ୟ ସୁରକ୍ଷା ପରି କ୍ଷେତ୍ରରେ ଆମ ସମସ୍ତଙ୍କୁ ସମ୍ମିଳିତ ଭାବରେ କାମ କରିବାକୁ ପଡିବ ।

ବନ୍ଧୁଗଣ,

ଆସନ୍ତୁ ଆମେ ସମସ୍ତେ ମିଳିମିଶି ଶାନ୍ତି, ପ୍ରଗତି ଓ ସମୃଦ୍ଧିକୁ ଆଗକୁ ବଢାଇବା । ଏକ ସୁନିଶ୍ଚିତ ଭବିଷ୍ୟତର ନିର୍ମାଣ କରିବା । ଏହି ସମ୍ମିଳନୀରେ ଆପଣମାନେ ଅଂଶଗ୍ରହଣ କରିଥିବାରୁ ଆଉଥରେ ଆପଣ ସମସ୍ତଙ୍କୁ ହୃଦୟରୁ ଆନ୍ତରିକ ଧନ୍ୟବାଦ ଜ୍ଞାପନ କରୁଛି ।

ଧନ୍ୟବାଦ ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India Emerges As A Top Global Investment Magnet Despite Global Headwinds: Survey

Media Coverage

India Emerges As A Top Global Investment Magnet Despite Global Headwinds: Survey
NM on the go

Nm on the go

Always be the first to hear from the PM. Get the App Now!
...
Prime Minister greets citizens on National Voters’ Day
January 25, 2026
PM calls becoming a voter an occasion of celebration, writes to MY-Bharat volunteers

The Prime Minister, Narendra Modi, today extended greetings to citizens on the occasion of National Voters’ Day.

The Prime Minister said that the day is an opportunity to further deepen faith in the democratic values of the nation. He complimented all those associated with the Election Commission of India for their dedicated efforts to strengthen India’s democratic processes.

Highlighting the importance of voter participation, the Prime Minister noted that being a voter is not only a constitutional privilege but also a vital duty that gives every citizen a voice in shaping India’s future. He urged people to always take part in democratic processes and honour the spirit of democracy, thereby strengthening the foundations of a Viksit Bharat.

Shri Modi has described becoming a voter as an occasion of celebration and underlined the importance of encouraging first-time voters.

On the occasion of National Voters’ Day, the Prime Minister said has written a letter to MY-Bharat volunteers, urging them to rejoice and celebrate whenever someone around them, especially a young person, gets enrolled as a voter for the first time.

In a series of X posts; Shri Modi said;

“Greetings on #NationalVotersDay.

This day is about further deepening our faith in the democratic values of our nation.

My compliments to all those associated with the Election Commission of India for their efforts to strengthen our democratic processes.

Being a voter is not just a constitutional privilege, but an important duty that gives every citizen a voice in shaping India’s future. Let us honour the spirit of our democracy by always taking part in democratic processes, thereby strengthening the foundations of a Viksit Bharat.”

“Becoming a voter is an occasion of celebration! Today, on #NationalVotersDay, penned a letter to MY-Bharat volunteers on how we all must rejoice when someone around us has enrolled as a voter.”

“मतदाता बनना उत्सव मनाने का एक गौरवशाली अवसर है! आज #NationalVotersDay पर मैंने MY-Bharat के वॉलंटियर्स को एक पत्र लिखा है। इसमें मैंने उनसे आग्रह किया है कि जब हमारे आसपास का कोई युवा साथी पहली बार मतदाता के रूप में रजिस्टर्ड हो, तो हमें उस खुशी के मौके को मिलकर सेलिब्रेट करना चाहिए।”