ମହାନ ତାମିଲ କବିଙ୍କ ୧୦୦ ତମ ପୁଣ୍ୟତିଥି ଅବସରରେ ବିଏଚୟୁ, ବନାରସର କଳା ବିଭାଗରେ ତାମିଲ ଶିକ୍ଷା ଉପରେ ‘ସୁବ୍ରମଣ୍ୟ ଭାରତୀ ଚେୟାର' ପ୍ରଧାନମନ୍ତ୍ରୀ ଘୋଷଣା କରିଛନ୍ତି
ସର୍ଦ୍ଦାର ସାହେବଙ୍କ ଦ୍ୱାରା ପରିକଳ୍ପିତ ଏକ ଭାରତ ଶ୍ରେଷ୍ଠ ଭାରତ ଦର୍ଶନ ମହାକବି ଭାରତୀଙ୍କ ତାମିଲ ଲେଖାରେ ପୂର୍ଣ୍ଣ ଈଶ୍ୱରୀୟତା ସହିତ ପ୍ରଦର୍ଶିତ ହୋଇଛି
ଆଜି ବିଶ୍ୱ ହୃଦୟଙ୍ଗମ କରୁଛି ଯେ ୯/୧୧ ପରି ଦୁଃଖଦ ଘଟଣାର ସ୍ଥାୟୀ ସମାଧାନ କେବଳ ଏହି ମାନବିକ ମୂଲ୍ୟବୋଧ ମାଧ୍ୟମରେ ହୋଇପାରିବ : ପ୍ରଧାନମନ୍ତ୍ରୀ
ମହାମାରୀ ଭାରତୀୟ ଅର୍ଥନୀତିକୁ ପ୍ରଭାବିତ କଲା କିନ୍ତୁ ଆମର ପୁନରୁଦ୍ଧାର କ୍ଷତି ଅପେକ୍ଷା ଦ୍ରୁତ ଅଟେ: ପ୍ରଧାନମନ୍ତ୍ରୀ
ଯେତେବେଳେ ବଡ ଅର୍ଥନୀତି ଆତ୍ମରକ୍ଷା ସ୍ଥିତିରେ ଥିଲା, ଭାରତର ଅର୍ଥନୀତି ଆଗକୁ ବଢୁଥିଲା : ପ୍ରଧାନମନ୍ତ୍ରୀ

ନମସ୍କାର !

କାର୍ଯ୍ୟକ୍ରମରେ ଆମ ସହିତ ଉପସ୍ଥିତ ଗୁଜରାଟର ମୁଖ୍ୟମନ୍ତ୍ରୀ ଶ୍ରୀମାନ ବିଜୟ ଭାଇ ରୂପାଣୀ ମହାଶୟ, ଉପମୁଖ୍ୟମନ୍ତ୍ରୀ ଶ୍ରୀ ନୀତିନ ଭାଇ, କେନ୍ଦ୍ର ମନ୍ତ୍ରୀ ପରିଷଦରେ ମୋର ସାଥୀ ଶ୍ରୀ ପୁରୁଷୋତମ ରୂପାଲା ମହାଶୟ, ଶ୍ରୀ ମନସୁଖଭାଇ ମାଣ୍ଡଭ୍ୟ ମହାଶୟ, ଭଉଣୀ ଅନୁପ୍ରିୟା ପଟେଲ ମହାଶୟା, ଲୋକସଭାରେ ସଂସଦରେ ମୋର ସାଥୀ ଏବଂ ଗୁଜରାଟ ପ୍ରଦେଶ ଜନତାପାର୍ଟିର ଅଧ୍ୟକ୍ଷ ଶ୍ରୀମାନ ସି. ଆର ପାଟିଲ ମହାଶୟ, ଗୁଜରାଟ ସରକାରର ସମସ୍ତ ମନ୍ତ୍ରୀଗଣ, ଏଠାରେ ଉପସ୍ଥିତ ସମସ୍ତ ସହଯୋଗୀ ସାଂସଦ ସାଥୀ, ଗୁଜରାଟର ବିଧାୟକଗଣ, ସର୍ଦ୍ଦାର ଧାମର ସମସ୍ତ ଟ୍ରଷ୍ଟି, ମୋର ମିତ୍ର ଭାଇ ଶ୍ରୀ ଗାଗଜୀ ଭାଇ, ଟ୍ରଷ୍ଟ୍ରର ସମସ୍ତ ସମ୍ମାନିତ ସଦସ୍ୟଗଣ, ଏହି ପବିତ୍ର କାର୍ଯ୍ୟକୁ ଆଗେଇ ନେବାରେ ନିଜର ଯୋଗଦାନ ଦେଇଥିବା ସମସ୍ତ ସାଥୀ, ଭାଇ ଓ ଭଉଣୀମାନେ!

କୌଣସି ମଧ୍ୟ ଶୁଭ କାର୍ଯ୍ୟ ପୂର୍ବରୁ ଆମର ଏଠାରେ ଗଣେଶ ପୂଜନର ପରମ୍ପରା ରହିଛି। ଆଉ ସୌଭାଗ୍ୟ ଯେ ସର୍ଦ୍ଦାର ଧାମ ଭବନର ଶ୍ରୀ ଗଣେଶ ହିଁ ଗଣେଶ ପୂଜନର ପବିତ୍ର ଉତ୍ସବର ଅବସରରେ ହେଉଛି। ଗତକାଲି ଶ୍ରୀଗଣେଶ ଚତୁର୍ଥୀ ଥିଲା ଆଉ ଏବେ ସାରା ଦେଶ ଗଣେଶୋତ୍ସବ ପାଳନ କରୁଛି। ମୁଁ ଆପଣ ସମସ୍ତଙ୍କୁ ଗଣେଶ ଚତୁର୍ଥୀ ଏବଂ ଗଣେଶୋତ୍ସବର ଶୁଭେଚ୍ଛା ଜଣାଉଛି। ଆଜି ମଧ୍ୟ ହେଉଛି ଋଷି ପଂଚମୀ। ଭାରତ ହେଉଛି ଋଷି ପରମ୍ପରାର ଦେଶ, ଋଷିମାନଙ୍କର ଜ୍ଞାନ, ବିଜ୍ଞାନ ଏବଂ ଦର୍ଶନ ଦ୍ୱାରା ଆମର ପରିଚୟ ରହିଛି। ଆମେ ସେହି ପରମ୍ପରାକୁ ଆଗକୁ ବଢାଇବା। ଆମର ବୈଜ୍ଞାନିକ, ଆମର ଚିନ୍ତା ନାୟକ ସମ୍ପୂର୍ଣ୍ଣ ମାନବ ସମାଜର ମାର୍ଗ ଦର୍ଶନ କରନ୍ତୁ, ଏହି ଭାବନାର ସହିତ ଆମେ ଲାଳିତ ପାଳିତ ହୋଇ ବଢ଼ିଛୁ। ଏହି ଭାବନାର ସହିତ ଋଷି ପଂଚମୀ ପାଇଁ ମଧ୍ୟ ଆପଣମାନଙ୍କୁ ହାର୍ଦ୍ଦିକ ଶୁଭକାମନା।

ଋଷି –ମୁନୀମାନଙ୍କର ପରମ୍ପରା ଆମକୁ ମାର୍ଜିତ ମନୁଷ୍ୟ ଭାବେ ପ୍ରତିଷ୍ଠା କରିବା ପାଇଁ ଉର୍ଜ୍ଜା ପ୍ରଦାନ କରିଥାଏ। ଏହି ଭାବନାର ସହିତ ପର୍ଯ୍ୟୁଷଣ ପର୍ବ ପରେ ଜୈନ ପରମ୍ପରାରେ ଆମେ କ୍ଷମାବାଣୀ ଦିବସ ପାଳନ କରିଥାଉ, ‘ମିଚ୍ଛାମି ଦୁକ୍କଡ଼ମ’ କରୁ। ମୋ ତରଫରୁ ଆପଣମାନଙ୍କୁ, ଦେଶର ସମସ୍ତ ନାଗରିକମାନଙ୍କୁ ‘ମିଚ୍ଛାମି ଦୁକ୍କଡ଼ମ’। ଏହା ହେଉଛି ଏଭଳି ଏକ ପର୍ବ, ଏଭଳି ପରମ୍ପରା, ନିଜର ଦୋଷଗୁଡ଼ିକ ସ୍ୱୀକାର କରିବା, ସେଗୁଡ଼ିକର ଶୋଧନ କରିବା, ଆହୁରି ଉନ୍ନତ ଭାବେ କରିବାର ସଂକଳ୍ପ ନେବା, ଏହା ଆମ ଜୀବନର ଅଂଶ ହେବା ଦରକାର। ମୁଁ ସମସ୍ତ ଦେଶବାସୀଙ୍କୁ ଆଉ ସମସ୍ତ ଭାଇ-ଭଉଣୀଙ୍କୁ ଏହି ପବିତ୍ର ପର୍ବ ପାଇଁ ମଧ୍ୟ ଅନେକ-ଅନେକ ଶୁଭକାମନା ଜଣାଉଛି, ଆଉ ଗଭବାନ ମହାବୀରଙ୍କ ଶ୍ରୀଚରଣରେ ପ୍ରଣାମ କରୁଛି।

ମୁଁ, ଆମର ପ୍ରେରଣା ସ୍ରୋତ ଲୌହପୁରୁଷ ସର୍ଦ୍ଦାର ସାହେବଙ୍କ ଚରଣରେ ମଧ୍ୟ ପ୍ରଣାମ କରୁଛି, ତାଙ୍କୁ ମୋର ଶ୍ରଦ୍ଧାଞ୍ଜଳୀ ଅର୍ପଣ କରୁଛି। ମୁଁ ସର୍ଦ୍ଦାର ଧାମ ଟ୍ରଷ୍ଟ ସହିତ ଜଡ଼ିତ ସମସ୍ତ ସଦସ୍ୟଙ୍କୁ ଶୁଭେଚ୍ଛା ଜଣାଉଛି, ଯେଉଁମାନେ ନିଜର ସମର୍ପଣ ସହିତ ସେବାର ଏହି ଅଦ୍ଭୁତ ପ୍ରକଳ୍ପକୁ ଆକାର ଦେଇଛନ୍ତି। ଆପଣ ସମସ୍ତଙ୍କ ସମର୍ପଣ, ଆପଣଙ୍କ ସେବା- ସଂକଳ୍ପ ହେଉଛି ନିଜକୁ ନିଜ ମଧ୍ୟରେ ଏକ ଉଦାହରଣ। ଆପଣଙ୍କ ପ୍ରୟାସ ଦ୍ୱାରା ଆଜି ସର୍ଦ୍ଦାର ଧାମର ଏହି ଭବ୍ୟ ଭବନର ଲୋକାର୍ପଣ ସହିତ ହିଁ ଫେଜ୍-2 ବାଳିକା ଛାତ୍ରାବାସର ଭୂମିପୂଜନ ମଧ୍ୟ ହୋଇଛି।

‘ଷ୍ଟେଟ୍ ଅଫ୍ ଆର୍ଟ ବିଲ୍ଡିଂ’, ଆଧୁନିକ ସଂସାଧନ ଦ୍ୱାରା ସଜ୍ଜିତ କନ୍ୟା ଛାତ୍ରାବାସ, ଆଧୁନିକ ଲାଇବ୍ରେରୀ, ଏ ସମସ୍ତ ବ୍ୟବସ୍ଥାଗୁଡ଼ିକ ଅନେକ ଯୁବକମାନଙ୍କୁ ସଶକ୍ତ କରିବ। ଗୋଟିଏ ପଟେ ଆପଣ ଶିଳ୍ପ ଉଦ୍ୟୋଗ ବିକାଶ କେନ୍ଦ୍ର ମାଧ୍ୟମରେ ଗୁଜରାଟର ସମୃଦ୍ଧ ବ୍ୟବସାୟିକ ପରିଚୟକୁ ସୁଦୃଢ଼ କରୁଛନ୍ତି, ସେଠି ଅନ୍ୟପଟେ ପ୍ରଶାସନିକ ସେବା କେନ୍ଦ୍ର ମାଧ୍ୟମରେ ସେହି ଯୁବକମାନଙ୍କୁ ନୂତନ ଦିଗଦର୍ଶନ ମିଳୁଛି ଯେଉଁମାନେ ପ୍ରଶାସନିକ ସେବାରେ କିମ୍ବା ସେନାବାହିନୀରେ ଆଉ ନ୍ୟାୟପାଳିକା ସେବା କ୍ଷେତ୍ରମାନଙ୍କରେ ଯିବାକୁ ଚାହୁଁଛନ୍ତି।

ପାଟିଦାର ସମାଜର ଯୁବକମାନଙ୍କ ସହିତ ହିଁ ଗରିବ ଆଉ ବିଶେଷ କରି ମହିଳାଙ୍କ ସଶକ୍ତୀକରଣ ଉପରେ ଯେଉଁ ଗୁରୁତ୍ୱ ଆପଣମାନଙ୍କର ରହିଛି, ତାହା ହେଉଛି ପ୍ରକୃତରେ ପ୍ରଶଂସନୀୟ। ଛାତ୍ରାବାସର ସୁବିଧା ମଧ୍ୟ ଅନେକ ଝିଅଙ୍କୁ ଆଗକୁ ଆସିବାରେ ସାହାଯ୍ୟ କରିବ।

ମୋର ସମ୍ପୂର୍ଣ୍ଣ ବିଶ୍ୱାସ ରହିଛି ଯେ ସର୍ଦ୍ଦାର ଧାମ ନା କେବଳ ଦେଶର ଭବିଷ୍ୟତ ନିର୍ମାଣର ଏକ ଅଧିଷ୍ଠାନ ହେବ, ବରଂ ଆଗାମୀ ପିଢ଼ୀଙ୍କୁ ସର୍ଦ୍ଦାର ସାହେବଙ୍କ ଆଦର୍ଶଗୁଡ଼ିକ ସହିତ ଜୀଇଁବାର ପ୍ରେରଣା ମଧ୍ୟ ପ୍ରଦାନ କରିବ। ଆଉ ଗୋଟିଏ କଥା ମଧ୍ୟ ମୁଁ କହିବାକୁ ଚାହିଁବି ଆଜି ଆମେ ଯେତେବେଳେ ସ୍ୱାଧୀନତାର ‘ଅମୃତ ମହୋତ୍ସବ’ ପାଳନ କରୁଛୁ। ସ୍ୱାଧୀନତାର 75 ବର୍ଷ, ଏଭଳି ଅବସରରେ ଆମେ ଆଜି ଦେଶର ସ୍ୱାଧୀନତାର ସଂଗ୍ରାମକୁ ମନେ ପକାଇ ପ୍ରେରିତ ହେଉଛୁ। କିନ୍ତୁ ଏହି ଛାତ୍ରାବାସରେ ଯେଉଁମାନେ ପୁଅ-ଝିଅଙ୍କୁ ପଢ଼ାଇବାକୁ ଯାଉଛନ୍ତି ଆଉ ଆଜି ଯେଉଁମାନେ 18, 20, 25 ବର୍ଷର ଯୁବକ-ଯୁବତୀ ଅଛନ୍ତି... 2047, ଯେତେବେଳେ ଦେଶର ସ୍ୱାଧୀନତାକୁ ଶହେ ବର୍ଷ ହେବ, ସେତେବେଳେ ଏ ସମସ୍ତ ଲୋକ ଦେଶ ପାଇଁ ନିର୍ଣ୍ଣାୟକ ଭୂମିକା ତୁଲାଇବେ।  ଆଜି ଆପଣ ଯେଉଁ ସଂକଳ୍ପ କରିବେ, 2047ରେ ଯେତେବେଳେ ସ୍ୱାଧୀନତାକୁ ଶହେ ବର୍ଷ ହେବ ସେତେବେଳେ ହିନ୍ଦୁସ୍ତାନ କିଭଳି ହୋଇଥିବ, ଏହାର ସଂସ୍କାର ଏଭଳି ପବିତ୍ର ଧରଣୀ ଉପରେ ହେବାକୁ ଯାଉଛି।

ସାଥୀଗଣ,

ସର୍ଦ୍ଦାର ଧାମର ଆଜି ଯେଉଁ ତାରିଖରେ ଲୋକାର୍ପଣ ହେଉଛି, ସେହି ତାରିଖ ହେଉଛି ଯେତିକି ଗୁରୁତ୍ୱପୂର୍ଣ୍ଣ, ସେତିକି ହିଁ ବଡ଼ ହେଉଛି ଏହା ସହିତ ଜଡିତ ସନ୍ଦେଶ। ଆଜି ହେଉଛି 11 ସେପ୍ଟେମ୍ବର ଅର୍ଥାତ 9/11! ବିଶ୍ୱ ଇତିହାସରେ ଏକ ଏଭଳି ତାରିଖ ଯାହା ମାନବ ସମାଜ ଉପରେ ଆକ୍ରମଣ ପାଇଁ ମଧ୍ୟ ବିବେଚନା କରାଯାଏ। କିନ୍ତୁ ଏହି ତାରିଖ ସମଗ୍ର ବିଶ୍ୱକୁ ବହୁତ କିଛି ମଧ୍ୟ ଶିକ୍ଷା ଦେଇଛି।

ଏକ ଶତାବ୍ଦୀ ପୂର୍ବେ ଏହି 11 ସେପ୍ଟେମ୍ବର 1893ର ଦିନ ଥିଲା, ଯେତେବେଳେ ଚିକାଗୋରେ ବିଶ୍ୱ ଧର୍ମ ସଂସଦର ଆୟୋଜନ ହୋଇଥିଲା। ଆଜିର ଦିନରେ ହିଁ ସ୍ୱାମୀ ବିବେକାନନ୍ଦ ସେହି ବୈଶ୍ୱିକ ମଂଚରେ ଠିଆ ହୋଇ ବିଶ୍ୱ ସାମ୍ନାରେ ଭାରତର ମାନବୀୟ ମୂଲ୍ୟର ପରିଚିତ କରାଇଥିଲେ। ଆଜି ବିଶ୍ୱ ଏହା ଅନୁଭବ କରିଛି ଯେ 9/11 ଭଳି ସେହି ଭୟଙ୍କର ଆକ୍ରମଣ ଯାହାକୁ 20 ବର୍ଷ ହେଲା...ଶତାବ୍ଦୀ-ଶତାବ୍ଦୀର ସ୍ଥାୟୀ ସମାଧାନ, ମାନବତାର ସେହି ମୂଲ୍ୟବୋଧ ସହିତ ହୋଇଛି। ସେହି ଆତଙ୍କୀ ଘଟଣାରୁ ଆଉ ଏକ ଶିକ୍ଷା ଆମେ ଲାଭ କରିଛୁ ଯେ ସମସ୍ତଙ୍କୁ ମନେ ରଖିବାକୁ ହେବ, ସାମୂହିକ ଭାବେ ମାନବୀୟ ମୂଲ୍ୟବୋଧ ପାଇଁ ସମ୍ପୂର୍ଣ୍ଣ ଆସ୍ଥାର ସହିତ ପ୍ରୟାସ ମଧ୍ୟ କରିବାକୁ ପଡିବ।

ସାଥୀଗଣ,

ଆଜି 11 ସେପ୍ଟେମ୍ବର ହେଉଛି ଆଉ ଏକ ବଡ଼ ସୁଯୋଗ। ଆଜି ହେଉଛି ଭାରତର ମହାନ ବିଦ୍ୱାନ, ଦାର୍ଶନିକ ଏବଂ ସ୍ୱାଧୀନତା ସଂଗ୍ରାମୀ ‘ସୁବ୍ରମଣ୍ୟ ଭାରତୀ’ ମହାଶୟଙ୍କ 100ତମ ପୁଣ୍ୟତିଥି। ସର୍ଦ୍ଦାର ସାହେବ ଯେଉଁ ଏକ ଭାରତ-ଶ୍ରେଷ୍ଠ ଭାରତର ଦୃଷ୍ଟିଭଙ୍ଗୀକୁ ନେଇ ଆଗେଇ ଚାଲିଥିଲେ, ସେହି ଦର୍ଶନ ମହାକବି ଭାରତୀଙ୍କ ତାମିଲ ଲେଖନୀରେ ସଂପୂର୍ଣ୍ଣ ଦିବ୍ୟତାର ସହିତ ପରିପ୍ରକାଶ ହେଉଥିଲା। ଯେତେବେଳେ ସେ କହୁଥିଲେ ଯେ ହିମାଳୟ ହେଉଛି ଆମର... ତାମିଲନାଡୁରେ ରହୁଥିଲେ ଆଉ ଚିନ୍ତାଧାରା କିଭଳି... ଆଉ ସେ କହୁଥିଲେ ହିମାଳୟ ହେଉଛି ଆମର, ଯେତେବେଳେ ସେ କହୁଥିଲେ ଯେ ଗଙ୍ଗାର ଏଭଳି ଧାରା ଆଉ କେଉଁଠାରେ ମିଳିବ, ଯେତେବେଳେ ସେ ଉପନିଷଦର ମହିମା ଗୁଡିକ ବିଷୟରେ ବର୍ଣ୍ଣନା କରୁଥିଲେ, ସେତେବେଳେ ଭାରତର ଏକତାକୁ, ଭାରତର ଶ୍ରେଷ୍ଠତାକୁ ଆହୁରି ଭବ୍ୟତା ଦେଉଥିଲେ। ସୁବ୍ରମଣ୍ୟ ଭାରତୀ, ସ୍ୱାମୀ ବିବେକାନନ୍ଦଙ୍କ ଠାରୁ ପ୍ରେରଣା ପାଇଥିଲେ, ଶ୍ରୀ ଅରବିନ୍ଦଙ୍କ ଦ୍ୱାରା ପ୍ରଭାବିତ ହେଲେ ଏବଂ କାଶୀରେ ରହି ନିଜର ବିଚାରକୁ ନୂତନ ଶକ୍ତି ଦେଲେ, ନୂଆ ଦିଗ ଦେଲେ।

ସାଥୀଗଣ,

ଆଜି ଏହି ଅବସରରେ ମୁଁ ଏକ ଗୁରୁତ୍ୱପୂର୍ଣ୍ଣ ଘୋଷଣା ମଧ୍ୟ କରୁଛି। ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟରେ ସୁବ୍ରମଣ୍ୟମ ଭାରତୀ ମହାଶୟଙ୍କ ନାମରେ ଏକ ଚେୟାର ସ୍ଥାପନ କରିବାର ନିଷ୍ପତି ନିଆଯାଇଛି। ତାମିଲ ଅଧ୍ୟୟନ... ତାମିଲ ଭାଷା ହେଉଛି ସମୃଦ୍ଧ ଭାଷା, ହେଉଛି ବିଶ୍ୱର ସବୁଠାରୁ ପୁରାତନ ଭାଷା... ଆଉ ଏହା ଆମ ସମସ୍ତ ହିନ୍ଦୁସ୍ତାନୀଙ୍କ ପାଇଁ ଗର୍ବର ବିଷୟ। ତାମିଲ ଅଧ୍ୟୟନ ନେଇ ସୁବ୍ରମଣ୍ୟମ ଭାରତୀ ଚେୟାର ବିଏଚୟୁର କଳା ଶିକ୍ଷାଦାନ କ୍ଷେତ୍ରରେ ପ୍ରତିଷ୍ଠା କରାଯିବ। ଏହା ବିଦ୍ୟାର୍ଥୀମାନଙ୍କୁ, ଗବେଷକମାନଙ୍କୁ ସେହି ଭବ୍ୟ ଭାରତର ନିର୍ମାଣ ସହିତ ଜଡ଼ିତ ହୋଇ ରହିବା ପାଇଁ ନିରନ୍ତର ପ୍ରେରଣା ଦେବ, ଯେଉଁ ସ୍ୱପ୍ନ ଭାରତୀ ମହାଶୟ ଦେଖିଥିଲେ।

ସାଥୀଗଣ,

ସୁବ୍ରମଣ୍ୟମ ଭାରତୀ ମହାଶୟ ସଦାସର୍ବଦା ଭାରତର ଏକତା ଉପରେ, ମାନବ ସମାଜର ଏକତା ଉପରେ ବିଶେଷ ଗୁରୁତ୍ୱ ଦେଉଥିଲେ। ତାଙ୍କର ଏହି ଆଦର୍ଶ ଭାରତର ବିଚାର ଏବଂ ଦର୍ଶନର ଅଭିନ୍ନ ଅଙ୍ଗ ଥିଲା। ଆମର ଏଠାରେ ପୌରାଣିକ କାଳରେ ଦଧିଚୀ ଏବଂ କର୍ଣ୍ଣଙ୍କ ଭଳି ଦାନବୀର ହୁଅନ୍ତୁ, ଅବା ମଧ୍ୟକାଳରେ ମହାରାଜ ହର୍ଷବର୍ଦ୍ଧନଙ୍କ ଭଳି ମହାପୁରୁଷ ସେବା ପାଇଁ ସର୍ବସ୍ୱ ଅର୍ପଣ କରିବାର ଏହି ପରମ୍ପରାରୁ ଭାରତ ଆଜି ମଧ୍ୟ ପ୍ରେରଣା ନେଉଛି। ଏହା ଏକ ପ୍ରକାରରେ ହେଉଛି ଏଭଳି ଏକ ଜୀବନମନ୍ତ୍ର ଯାହା ଆମକୁ ଶିଖାଉଛି ଯେ ଆମେ ଯେତେ ଯାହା ଯେଉଁଠାରୁ ନେବା, ତା’ଠାରୁ ଅନେକ ଗୁଣ ଫେରାଇ ଦେବା। ଆମେ ଯାହା କିଛି ମଧ୍ୟ ପାଇଛୁ ତାହା ଏହି ଧରଣୀ ମାତା ଠାରୁ ପାଇଛୁ। ଆମେ ଯାହା ମଧ୍ୟ ପ୍ରଗତି କରିଛୁ, ତାହା ଏହି ସମାଜ ମଧ୍ୟରେ ରହି କରିଛୁ, ସମାଜ ଯୋଗୁଁ ହିଁ କରି ପାରିଛୁ। ଏଥିପାଇଁ ଆମକୁ ଯାହା ମିଳିଛି, ତାହା କେବଳ ଆମର ନୁହେଁ, ତାହା ମଧ୍ୟ ହେଉଛି ଆମ ସମାଜର, ହେଉଛି ଆମ ଦେଶର। ଯାହା ସମାଜର ତାହା ଆମେ ସମାଜକୁ ଫେରାଉଛେ, ଆଉ ସମାଜ ତାହାକୁ ଅନେକ ଗୁଣ କରି ପୁଣି ଆମକୁ ଆମର ଆଗାମୀ ପିଢ଼ୀକୁ ଫେରାଇ ଦେଉଛି। ଏହା ହେଉଛି ଏଭଳି ଏକ ଉର୍ଜ୍ଜାଚକ୍ର, ଏଭଳି ଶକ୍ତିଚକ୍ର, ଯାହା ପ୍ରତ୍ୟେକ ପ୍ରୟାସର ସହିତ ଗତିଶୀଳ ହୋଇ ଯାଇଥାଏ। ଆଜି ଆପଣ ଏଭଳି ଉର୍ଜ୍ଜାଚକ୍ରକୁ ଆହୁରି ଗତି ଦେଉଛନ୍ତି।

ସାଥୀଗଣ,

ଯେତେବେଳେ ଆମେ ସମାଜ ପାଇଁ କୌଣସି ସଂକଳ୍ପ ନେଇଥାଉ, ସେତେବେଳେ ତାହାର ସିଦ୍ଧି ପାଇଁ ସମାଜ ହିଁ ଆମକୁ ସାମର୍ଥ୍ୟ ଦେଇଥାଏ। ଏଥିପାଇଁ ଆଜି ଏକ ଏଭଳି ସମୟରେ, ଯେତେବେଳେ ଆମେ ଆଜାଦୀ କା ଅମୃତ ମହୋତ୍ସବ ପାଳନ କରୁଛେ, ସେତେବେଳେ ଦେଶ ‘ସବକା ସାଥ, ସବକା ବିକାଶ, ସବକା ବିଶ୍ୱାସ’ ଅର୍ଥାତ ସମସ୍ତଙ୍କ ସହିତ, ସମସ୍ତଙ୍କର ବିକାଶ, ସମସ୍ତଙ୍କର ବିଶ୍ୱାସ ସହିତ ସବକା ପ୍ରୟାସ ବା ସମସ୍ତଙ୍କର ପ୍ରୟାସ ମନ୍ତ୍ର ଦେଇଛନ୍ତି। ଗୁଜରାଟ ଅତୀତରୁ ନେଇ ଆଜି ପର୍ଯ୍ୟନ୍ତ ସାମଗ୍ରିକ ପ୍ରୟାସର ଭୂମି ରହିଛି। ସ୍ୱାଧୀନତା ସଂଗ୍ରାମରେ ଗାନ୍ଧିଜୀ ଏହିଠାରୁ ହିଁ ଦାଣ୍ଡିଯାତ୍ରାର ଶୁଭାରମ୍ଭ କରିଥିଲେ, ଯାହା ଆଜି ମଧ୍ୟ ସ୍ୱାଧୀନତା ପାଇଁ ଦେଶର ଏକଜୁଟ ପ୍ରୟାସର ସେହି ପ୍ରତୀକ ହୋଇ ରହିଛି, ପ୍ରେରଣା ହୋଇ ରହିଛି।

ସେହିଭଳି, ଖେଡ଼ା ଆନ୍ଦୋଳନରେ ସର୍ଦ୍ଦାର ପଟେଲଙ୍କ ନେତୃତ୍ୱରେ କୃଷକ, ଯୁବକ, ଗରିବଙ୍କ ଏକଜୁଟତା ଇଂଗ୍ରେଜ ଶାସନକୁ ନତମସ୍ତକ ହେବା ପାଇଁ ବାଧ୍ୟ କରି ଦେଇଥିଲା। ସେହି ପ୍ରେରଣା, ସେହି ଉର୍ଜ୍ଜା, ଆଜି ମଧ୍ୟ ଗୁଜରାଟ ମାଟିରେ ସର୍ଦ୍ଦାର ସାହେବଙ୍କ ଗଗନଶ୍ଚୂମ୍ଭୀ ପ୍ରତୀମା, ‘ଷ୍ଟାଚ୍ୟୁ ଅଫ୍ ୟୁନିଟି’ ଭାବେ ଆମ ସାମ୍ନାରେ ଦଣ୍ଡାୟମାନ ହୋଇଛି। କିଏ ଭୁଲି ପାରିବ କି ଯେତେବେଳେ ଷ୍ଟାଚ୍ୟୁ ଅଫ୍ ୟୁନିଟିର ବିଚାର ଗୁଜରାଟ ସମ୍ମୁଖରେ ରଖାଯାଇଥିଲା, ସେତେବେଳେ କିଭଳି ସମଗ୍ର ଦେଶ ଏହି ପ୍ରୟାସର ଅଂଶ ପାଲଟି ଯାଇଥିଲା। ସେତେବେଳେ ଦେଶର କୋଣ-ଅନୁକୋଣରୁ କୃଷକମାନେ ଲୁହା ପଠାଇଥିଲେ। ଏହି ପ୍ରତୀମା ଆଜି ସାରା ଦେଶର ଏକଜୁଟତାର, ଏକଜୁଟ ପ୍ରୟାସର ହେଉଛି ଏକ ପ୍ରେରଣା ସ୍ଥଳ, ହେଉଛି ପ୍ରତୀକ।

ଭାଇମାନେ ଭଉଣୀମାନେ,

‘ସହକାରରୁ ସଫଳତା’ର ଯେଉଁ ରୂପରେଖ ଗୁଜରାଟ ପ୍ରସ୍ତୁତ କରିଛି, ସେଥିରେ ଦେଶ ମଧ୍ୟ ଭାଗିଦାର ପାଲଟିଛି, ଆଉ ଆଜି ଦେଶକୁ ତାହାର ଲାଭ ମିଳୁଛି। ମୁଁ ଖୁସି ଯେ ସର୍ଦ୍ଦାର ଧାମ ଟ୍ରଷ୍ଟ ମଧ୍ୟ ସାମୁହିକ ପ୍ରୟାସରେ ନିଜ ପାଇଁ ଆଗାମୀ ପାଂଚ ଏବଂ ଦଶ ବର୍ଷର ଲକ୍ଷ୍ୟ ସ୍ଥିର କରିଛି। ଆଜି ଦେଶ ମଧ୍ୟ ନିଜର ସ୍ୱାଧୀନତାର ଶହେ ବର୍ଷର ସ୍ୱପ୍ନକୁ ପୂରଣ କରିବା ପାଇଁ ଏଭଳି ହିଁ ଲକ୍ଷ୍ୟକୁ ନେଇ ଆଗକୁ ବଢ଼ୁଛି।

ସରକାରରେ ଏବେ ଏକ ଭିନ୍ନ ସମବାୟ ମନ୍ତ୍ରଣାଳୟର ମଧ୍ୟ ଗଠନ କରାଯାଇଛି। କୃଷକ- ଯୁବକମାନଙ୍କୁ ସମବାୟର ଶକ୍ତିର ସମ୍ପୂର୍ଣ୍ଣ ଲାଭ ମିଳିପାରୁ, ଏଥିପାଇଁ ଜରୁରୀ ପଦକ୍ଷେପ ନିଆଯାଉଛି। ସମାଜର ଯେଉଁ ବର୍ଗ, ଯେଉଁ ଲୋକ ପଛରେ ରହି ଯାଇଛନ୍ତି, ସେମାନଙ୍କୁ ଆଗକୁ ଆଣିବା ପାଇଁ ଶତତ ପ୍ରୟାସ ହେଉଛି। ଆଜି ଗୋଟିଏ ପଟେ ଦଳିତ ଏବଂ ପଛୁଆବର୍ଗଙ୍କ ଅଧିକାର ପାଇଁ ଦାୟିତ୍ୱର ସହିତ ଅନେକ କାର୍ଯ୍ୟ କରାଯାଉଛି, ଅନ୍ୟ ପକ୍ଷରେ ଆର୍ôଥକ ଦୃଷ୍ଟିରୁ ପଛରେ ରହି ଯାଇଥିବା ପଛୁଆ ବର୍ଗର ଲୋକମାନଙ୍କୁ ମଧ୍ୟ ୧୦ ପ୍ରତିଶତ ସଂରକ୍ଷଣ ଦିଆ ଯାଇଛି। ଏହି ନୀତିଗୁଡ଼ିକର ପରିଣାମ ସ୍ୱରୂପ ଆଜି ସମାଜରେ ଏକ ନୂତନ ଆତ୍ମବିଶ୍ୱାସ ସୃଷ୍ଟି ହେଉଛି।

ସାଥୀଗଣ,

ଆମର ଏଠାରେ କୁହାଯାଏ – ‘‘ସତ୍ ବିଦ୍ୟା ୟଦି କା ଚିନ୍ତା, ପରାକୋଦର ପୂରଣ୍ୟେ’’। ଅର୍ଥାତ ଯେଉଁମାନଙ୍କ ପାଖରେ ବିଦ୍ୟା ଅଛି, ଜ୍ଞାନ ଏବଂ କୌଶଳ ଅଛି ତାକୁ ନିଜ ଜୀବିକା ପାଇଁ, ଜୀବନର ପ୍ରଗତି ପାଇଁ ଚିନ୍ତା କରିବାକୁ ପଡେ ନାହିଁ। ସକ୍ଷମ ବ୍ୟକ୍ତି  ନିଜର ପ୍ରଗତି ପାଇଁ ନିଜେ ହିଁ ପଥ ପ୍ରସ୍ତୁତ କରିଥାଏ। ମୁଁ ଖୁସି ଯେ ସର୍ଦ୍ଦାର ଧାମ ଟ୍ରଷ୍ଟ ଦ୍ୱାରା ଶିକ୍ଷା ଏବଂ କୌଶଳ ବିକାଶ ଉପରେ ବହୁତ ଗୁରୁତ୍ୱ ଦିଆ ଯାଉଛି।

ଆମର ନୂତନ ଜାତୀୟ ଶିକ୍ଷାନୀତିରେ ମଧ୍ୟ ଏହି କଥା ଉପରେ ବିଶେଷ ଦୃଷ୍ଟି ଦିଆଯାଇଛି ଯେ ଆମର ଶିକ୍ଷା, କୌଶଳ ବୃଦ୍ଧି କାରିବା ଭଳି ହେବା ଉଚିତ। ଭବିଷ୍ୟତରେ ବଜାରରେ କିଭଳି ଦକ୍ଷତାର ଚାହିଦା ରହିବ, ଭବିଷ୍ୟତ ବିଶ୍ୱକୁ ନେତୃତ୍ୱ ଦେବା ପାଇଁ ଆମର ଯୁବକମାନଙ୍କୁ ଯାହା କିଛି ଆବଶ୍ୟକ ହେବ, ରାଷ୍ଟ୍ରୀୟ ଶିକ୍ଷା ନୀତି ଛାତ୍ରଛାତ୍ରୀଙ୍କୁ ପ୍ରାରମ୍ଭିକ ଅବସ୍ଥାରୁ ହିଁ ବିଶ୍ୱର ଆବଶ୍ୟକତା ପାଇଁ ପ୍ରସ୍ତୁତ କରିବ। ଆଜି ‘ସ୍କିଲ ଇଣ୍ଡିଆ ମିଶନ’ ଉପରେ ମଧ୍ୟ ଦେଶର ବଡ଼ ପ୍ରାଥମିକତା ରହିଛି। ଏହି ମିଶନ ଅଧୀନରେ ଲକ୍ଷ ଲକ୍ଷ ଯୁବକମାନଙ୍କ ଭିନ୍ନ ଭିନ୍ନ ଦକ୍ଷତା ଶିଖିବା ପାଇଁ ସୁଯୋଗ ମିଳୁଛି, ସେମାନେ ଆତ୍ମ ନିର୍ଭର ହୋଇ ପାରୁଛନ୍ତି। ଜାତୀୟ ଶିକ୍ଷା ନବିଶ ପ୍ରୋତ୍ସାହନ ଯୋଜନା ଅଧୀନରେ ଯୁବକମାନଙ୍କୁୁ ପଢିବା ସହିତ ଦକ୍ଷତା ବିକାଶର ସୁଯୋଗ ମଧ୍ୟ ମିଳୁଛି, ଆଉ ସେମାନେ ମଧ୍ୟ ରୋଜଗାରକ୍ଷମ ହୋଇପାରୁଛନ୍ତି।

‘ମାନବ କଲ୍ୟାଣ ଯୋଜନା’ ଏବଂ ଏଭଳି ଅନେକ ଯୋଜନାଗୁଡିକ ଦ୍ୱାରା ଗୁଜରାଟ ନିଜେ ମଧ୍ୟ ଏହି ଦିଗରେ ଦ୍ରୁତ ଗତିରେ ପ୍ରୟାସ କରୁଛି। ଆଉ ଏଥିପାଇଁ ମୁଁ ଗୁଜରାଟ ସରକାରଙ୍କୁ ବହୁତ ବହୁତ ଶୁଭେଚ୍ଛା ମଧ୍ୟ ଜଣାଉଛି। ଅନେକ ଲୋକଙ୍କର କ୍ରମାଗତ ପ୍ରୟାସର ପରିଣାମ ହେଉଛି ଯେ ଗୁଜରାଟରେ ଯେଉଁଠି ଗୋଟିଏ ପଟେ ସ୍କୁଲ ଡ୍ରପ ଆଉଟ୍ ବା ଅଧାରୁ ପାଠ ଛାଡିବା ହାର 1 ପ୍ରତିଶତରୁ ମଧ୍ୟ କମ୍ ହୋଇଯାଇଛି, ଅନ୍ୟପକ୍ଷରେ ଭିନ୍ନ-ଭିନ୍ନ ଯୋଜନାରେ ଲକ୍ଷ ଲକ୍ଷ ଯୁବକମାନଙ୍କୁ ଦକ୍ଷତା ବିକାଶ ମାଧ୍ୟମରେ ନୂତନ ଭବିଷ୍ୟତ ମିଳୁଛି। ଗୁଜରାଟର ଯୁବକମାନଙ୍କ ମଧ୍ୟରେ ଏମିତିରେ ସ୍ୱଭାବିକ ଭାବେ ଉଦ୍ୟମିତା ମନୋଭାବ ରହିଥାଏ। ଷ୍ଟାର୍ଟ ଅପ ଇଣ୍ଡିଆ ଭଳି ଅଭିଯାନ ଦ୍ୱାରା ଆଜି ଗୁଜରାଟରେ ଯୁବକମାନଙ୍କର ଏହି ପ୍ରତିଭାକୁ ଏକ ନୂଆ ଇକୋ ସିଷ୍ଟମ ମିଳୁଛି।

ମୋତେ ଅବଗତ କରାଯାଇଛି ଯେ  ସର୍ଦ୍ଦାର ଧାମ ଟ୍ରଷ୍ଟ ମଧ୍ୟ ଆମର ଯୁବକମାନଙ୍କୁ ବିଶ୍ୱ ବ୍ୟବସାୟ ସହିତ ଯୋଡିବା ପାଇଁ ଅନେକ  ପ୍ରୟାସ କରୁଛି। ଭାଇବ୍ରେଂଟ  ଗୁଜରାଟ ସମ୍ମିଳନୀ ମାଧ୍ୟମରେ ଯେଉଁ ଶୁଭାରମ୍ଭ କେବେ ଗୁଜରାଟ କରିଥିଲା, ବିଶ୍ୱ ପାଟିଦାର ବ୍ୟବସାୟ ସମ୍ମିଳନୀ ସେହି ଲକ୍ଷ୍ୟକୁ ଆଗକୁ ବଢାଇବ। ପାଟିଦାର ସମାଜର ଏକ ପରିଚୟ ରହଛି, ଏମାନେ ଯେଉଁଠାକୁ ମଧ୍ୟ ଯାଇଥାନ୍ତି,ସେଠାରେ ବ୍ୟବସାୟକୁ ନୂଆ ପରିଚୟ ଦେଇଥାନ୍ତି। ଆପଣମାନଙ୍କର ଏହି ଗୁଣ ଏବେ ଗୁଜରାଟ ଏବଂ କେବଳ ଦେଶରେ ମଧ୍ୟ ନୁହେଁ, ସମଗ୍ର ବିଶ୍ୱରେ ମଧ୍ୟ ଚିହ୍ନଟ କରାଯାଇ ସରିଲାଣି। କିନ୍ତୁ ପାଟିଦାର ସମାଜର ଆଉ ଏକ ସ୍ୱତନ୍ତ୍ରତା ମଧ୍ୟ ରହିଛି, ସେମାନେ ଯେଉଁଠାରେ ମଧ୍ୟ ରୁହନ୍ତୁ, ଭାରତର ହିତ ସେମାନଙ୍କ ପାଇଁ ସର୍ବୋପରି ରହିଥାଏ। ଆପଣମାନେ ଦେଶର ଆର୍ଥିକ ଉନ୍ନତିରେ ଯେଉଁ ଯୋଗଦାନ ଦେଇଛନ୍ତି, ତାହା ହେଉଛି ଅଦଭୁତ୍ ଏବଂ ପ୍ରେରଣାଦାୟୀ ମଧ୍ୟ।

ସାଥୀଗଣ,

କଠିନରୁ କଠିନ ସମୟ ହେଉ, ଯେତେବେଳେ ନିଜ କର୍ତବ୍ୟକୁ ବୁଝି ସଂମ୍ପୂର୍ଣ୍ଣ ବିଶ୍ୱାସର ସହିତ କାର୍ଯ୍ୟ କରାଯାଇ ଥାଏ, ସେତେବେଳେ ପରିଣାମ ମଧ୍ୟ ମିଳିଥାଏ। କରୋନାର ମହାମାରୀ ଆସିଲା, ସମଗ୍ର ଦୁନିଆର ଅର୍ଥବ୍ୟବସ୍ଥା ଉପରେ ପ୍ରଭାବ ପଡ଼ିଲା। ଭାରତ ଉପରେ ମଧ୍ୟ ଏହାର ବହୁତ ପ୍ରଭାବ ପଡ଼ିଲା। କିନ୍ତୁ ଆମର ଅର୍ଥବ୍ୟବସ୍ଥା ମହାମାରୀ ଯୋଗୁଁ ଯେତେ ସ୍ଥିର ରହିଥିଲା, ସେତେ ଶୀଘ୍ର ସେଥିରୁ ବାହାରି ଆସୁଛି। ଯେତେବେଳେ ବଡ଼ରୁ ବଡ଼ ଅର୍ଥନୈତିକ ଅସ୍ଥିରତା ମଧ୍ୟ ଥିଲା, ସେତେବେଳେ ଆମେ ସଂସ୍କାର ଆଣୁଥିଲୁ। ଯେତେବେଳେ ବିଶ୍ୱ ଯୋଗାଣ ଶୃଙ୍ଖଳ କ୍ଷତିଗ୍ରସ୍ତ ହୋଇଥିଲା, ସେତେବେଳେ ଆମେ ନୂତନ ପରିସ୍ଥିତିରେ ଭାରତର ସପକ୍ଷରେ ତାହାକୁ ମୋଡି ନେବା ପାଇଁ ପିଏଲଆଇ ଯୋଜନା ଆରମ୍ଭ କଲୁ। ଏବେ ପିଏଲଆଇ ଯୋଜନାକୁ ହସ୍ତତନ୍ତ ବୟନଶିଳ୍ପ କ୍ଷେତ୍ରକୁ ମଧ୍ୟ ବୃଦ୍ଧି କରିବା ପାଇଁ ନିଷ୍ପତି ନିଆଯାଇଛି। ଏହାର ବହୁତ ବଡ଼ ଲାଭ ଦେଶର ବୟନ ଶିଳ୍ପ କ୍ଷେତ୍ରକୁ, ସୁରଟ ଭଳି ସହରକୁ ମିଳିବ।

ସାଥୀଗଣ,

ଏକବିଂଶ ଶତାବ୍ଦୀରେ ଭାରତ ପାଖରେ ସୁଯୋଗର ଅଭାବ ନାହିଁ। ଆମକୁ ନିଜକୁ ବିଶ୍ୱ ନେତୃତ୍ୱ ଭାବରେ ଦେଖିବାର ଅଛି, ନିଜର ସର୍ବଶ୍ରେଷ୍ଠ ଦେବାକୁ ଅଛି ଏବଂ ସର୍ବଶ୍ରେଷ୍ଠ ମଧ୍ୟ କରିବାର ଅଛି। ମୋର ସମ୍ପୂର୍ଣ୍ଣ ବିଶ୍ୱାସ ଯେ ଦେଶର ପ୍ରଗତିରେ ଗୁଜରାଟର ଯେଉଁ ଯୋଗଦାନ ରହିଛି, ତାକୁ ଆମେ ଏବେ ଆହୁରି ସଶକ୍ତ ଭାବେ ସାମ୍ନାକୁ ଆଣିବା। ଆମର ପ୍ରୟାସ ନା କେବଳ ଆମ ସମାଜକୁ ନୂତନ ଶୀଖର ଦେବ ବରଂ ଦେଶକୁ ମଧ୍ୟ ବିକାଶର ନୂତନ ଉଚ୍ଚ ଶୀଖରକୁ ନେଇଯିବ।

ଏହିସବୁ ଶୁଭକାମନା ସହିତ, ଆପଣ ସମସ୍ତଙ୍କୁ ପୁଣିଥରେ ବହୁତ- ବହୁତ ଧନ୍ୟବାଦ!   

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
The great toy turnaround: Made in India, played across the world

Media Coverage

The great toy turnaround: Made in India, played across the world
NM on the go

Nm on the go

Always be the first to hear from the PM. Get the App Now!
...

Prime Minister Shri Narendra Modi participated in the 3rd India-Australia Annual Summit hosted by the Prime Minister of Australia, the Hon. Anthony Albanese MP, in Melbourne on 9 July 2026. On arrival at Government House, Prime Minister Modi was warmly received by Prime Minister Albanese and accorded a ceremonial welcome.

The Prime Ministers held one-on-one discussions followed by delegation level talks. They welcomed the successful completion of six years of the India-Australia Comprehensive Strategic Partnership. The two leaders reviewed the significant progress achieved across the full spectrum of bilateral relations and discussed ways to further deepen cooperation in priority areas, including trade and investment, defence and security, critical minerals, cyber and emerging technologies, space, civil nuclear, clean energy, education, and people-to-people ties.

The two Prime Ministers noted the expanding economic partnership and reaffirmed their commitment to early finalization of an ambitious, balanced and mutually beneficial Comprehensive Economic Cooperation Agreement (CECA). They welcomed the outcomes of the Australia-India CEOs Forum and the discussions of the Economic Business Roadmap event held earlier in the day and encouraged businesses from both countries to explore new investment opportunities in priority sectors. They also highlighted the continued expansion of education cooperation between the two countries. In this context, they noted with satisfaction the growing presence of Australian universities in India and the contribution of educational partnerships towards building a future-ready workforce, fostering innovation, and strengthening people-to-people ties.

The leaders appreciated the vibrant Indian diaspora in Australia for its significant contribution to Australian society and for serving as a living bridge between the two countries. They also noted the growing cultural exchanges that continue to deepen mutual understanding and welcomed the voluntary return to India of several cultural artefacts held by Australian institutions. These artefacts of Tamil Nadu origin – a stone sculpture of sacred Nandi, a metal Trident with the image of Bhadrakali, and a six headed Karthikeya statue in stone - will be transported back to India in due course.

The two Prime Ministers reaffirmed their commitment to further deepen the multifaceted India-Australia Comprehensive Strategic Partnership. They also exchanged views on regional and global developments and reaffirmed their commitment to a free, open, and prosperous Indo-Pacific.

On the occasion of the visit, the two sides finalised MoUs/ agreements in the fields of maritime security, civil nuclear energy, skill development, emerging technologies, science and technology and film making. In addition, they also concluded bilateral documents in the fields of defence and security, energy security, education, repatriation of cultural properties, solar energy, traditional knowledge and education. The full list of outcomes may be seen here [link].

Prime Minister Modi thanked Prime Minister Albanese for the warm hospitality extended to him and his delegation.