ଭାରତ ନିଜର ଶକ୍ତି ଆବଶ୍ୟକତା ପାଇଁ ଆତ୍ମନିର୍ଭର ହେବା ରାସ୍ତାରେ ଚାଲିଛି: ପ୍ରଧାନମନ୍ତ୍ରୀ
ସୌର ଶକ୍ତି କ୍ଷେତ୍ରରେ ଆଜି ଭାରତ ବିଶ୍ୱର ଶୀର୍ଷ ୫ ଦେଶରେ ସାମିଲ ହୋଇଛି: ପ୍ରଧାନମନ୍ତ୍ରୀ
ଆତ୍ମନିର୍ଭର ଭାରତ ପାଇଁ ଶକ୍ତି ଓ ସେମିକଣ୍ଡକ୍ଟର ଆବଶ୍ୟକ, ଏଥିରେ ଆସାମର ବହୁତ ବଡ଼ ଭୂମିକା: ପ୍ରଧାନମନ୍ତ୍ରୀ
ଆମେ ଆସାମର ପରିଚୟକୁ ନିରନ୍ତର ମଜବୁତ କରୁଛୁ: ପ୍ରଧାନମନ୍ତ୍ରୀ

ଭାରତ ମାତାଙ୍କର ଜୟ ହେଉ । ଆସାମର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ହେମନ୍ତ ବିଶ୍ୱଶର୍ମା, କେନ୍ଦ୍ର କ୍ୟାବିନେଟ ସହଯୋଗୀ ସର୍ବାନନ୍ଦ ସୋନୱାଲ, ହରଦୀପ ସିଂ ପୁରୀ, ରାଜ୍ୟ ସରକାରଙ୍କ ମନ୍ତ୍ରିବର୍ଗ, ସାଂସଦ, ବିଧାୟକ ବନ୍ଧୁ, ଏଇଠି ଅଧିକ ସଂଖ୍ୟାରେ ସମବେତ ଭାଇ ଓ ଉଭଣୀମାନେ ।

 ବନ୍ଧୁଗଣ,

ଗତ ଦୁଇ ଦିନ ହେବ ଉତ୍ତର-ପୂର୍ବ ରାଜ୍ୟ ଗସ୍ତରେ ମୁଁ ଥିଲି । ଅଭୂତପୂର୍ବ ଭଲ ପାଇବା ଓ ଆଶୀର୍ବାଦ ମୁଁ ଗ୍ରହଣ କରିପାରିଛି । ବିଶେଷକରି ଆସାମର ଏହି ଅଂଚଳର ଲୋକଙ୍କ ଭଲ ପାଇବା ବାସ୍ତବରେ ଅଭୂତପୂର୍ବ । ମୁଁ ହୃଦୟରୁ କୃତଜ୍ଞତା ଜ୍ଞାପନ କରୁଛି ।

ବନ୍ଧୁଗଣ, 

ବିକଶିତ ଆସାମ ଓ ବିକଶିତ ଭାରତର ଜୟଯାତ୍ରା ଲାଗି ଆଜିର ଦିନଟି ଗୁରୁତ୍ୱ ବହନ କରେ । ଆଜି ଆସାମ ୧୮ ହଜାର କୋଟି ଟଙ୍କାର ପ୍ରକଳ୍ପ ପାଇଛି । କିଛି ସମୟ ପୂର୍ବରୁ ମୁଁ ଦାରଙ୍ଗରେ ଥିଲି । ସେଠାରେ ଯୋଗାଯୋଗ ଓ ସ୍ୱାସ୍ଥ୍ୟ ପ୍ରକଳ୍ପଗୁଡିକର ମୁଁ ଶିଳାନ୍ୟାସ କଲି । ଊର୍ଜ୍ଜା ନିରାପତା ନେଇ ଏବେ ପ୍ରକଳ୍ପ ଲୋକାର୍ପିତ ହୋଇସାରିଛି । ଏପ୍ରକାର ବହୁ ପ୍ରକଳ୍ପ ଆଗାମୀ ଦିନରେ ସାକାର ହୋଇ ଆସାମର କାମରେ ଲାଗିବ ।

 

ବନ୍ଧୁଗଣ,

ଭାରତର ଊର୍ଜ୍ଜା କ୍ଷେତ୍ରକୁ ବୃଦ୍ଧି କରିପାରୁଥିବା ରାଜ୍ୟ ହେଲା ଆସାମ । ଏଠାରେ ପ୍ରସ୍ତୁତ ହେଉଥିବା ପେଟ୍ରୋଲିୟମ ଉତ୍ପାଦ ସାରା ଦେଶର କାମରେ ଲାଗୁଛି । ବିଜେପି ନେତୃତ୍ୱାଧୀନ ଏନଡିଏ ସରକାର ଏହାକୁ ଆଗକୁ ନେବେ । ଏହି ମଂଚକୁ ଆସିବା ପୂର୍ବରୁ ପାଖରେ ରହିଥିବା ଆଉ ଏକ ସ୍ଥାନକୁ ମୁଁ ଯାଇଥିଲି । ବାଉଁଶରୁ ତିଆରି ହେଉଥିବା ବାୟୋ ଇଥାନଲ ଏକ ଆଧୁନିକ କାରଖାନା ସେହିସ୍ଥାନରେ ଲୋକାର୍ପିତ ହେଲା । ଏହା ଆସାମ ଲାଗି ଗର୍ବରୁ ବିଷୟ । ଇଥାନଲ ପ୍ଲାଂଟର ଲୋକାର୍ପଣ ପରେ ଏବେ ଏଠାରେ ପଲିପ୍ରପଲିନ ପ୍ଲାଂଟର ଶିଳାନ୍ୟାସ କରାଗଲା । ଏପ୍ରକାର ପ୍ଲାଂଟ ଦ୍ୱାରା ଆସାମର ଶିଳ୍ପ କ୍ଷେତ୍ରରେ ଉନ୍ନତି ହେଲା । ରାଜ୍ୟର ବିକାଶର ଧାରାକୁ ଦ୍ୱିଗୁଣିତ କରିବ । ଚାଷୀ, ଯୁବକ ଓ ଅନ୍ୟମାନଙ୍କ ଲାଗି ଏହା ନୂଆ ସୁଯୋଗ ସୃଷ୍ଟି କରିବ । ଏପ୍ରକାର ପ୍ରକଳ୍ପ ଲାଗି ଆପଣମାନଙ୍କୁ ସମସ୍ତଙ୍କୁ ମୁଁ ଧନ୍ୟବାଦ ଜଣାଉଛି ।

ବନ୍ଧୁଗଣ,

ଆଜି ଭାରତ ଏକ ଦ୍ରୁତ ବିକାଶଶୀଳ ଦେଶ । ଭାରତ ବିକଶିତ ହେଉଛି । ବିଜୁଳି, ଗ୍ୟାସ, ତେଲ ଲାଗି ଆମର ଆବଶ୍ୟକତା ଦିନକୁ ଦିନ ବଢିବାରେ ଲାଗିଛି । ଏସବୁ ଜିନିଷ ଲାଗି ଆମେ ବିଦେଶ ଉପରେ ନିର୍ଭର କରୁଛୁ । ଏଥିଲାଗି ପ୍ରତିବର୍ଷ ଭାରତ କୋଟି କୋଟି ଟଙ୍କା ଦେଉଛି । ଆମ ଅର୍ଥ ସେଠାରେ ନିଯୁକ୍ତି ସୁଯୋଗ ସୃଷ୍ଟି କରୁଛି । ସେଠାରେ ରହୁଥିବା ଲୋକମାନଙ୍କ ରୋଜଗାର ବଢାଉଛି । ଏପ୍ରକାର ଦୃଶ୍ୟପଟ୍ଟର ପରିବର୍ତନ ଲୋଡା । ଊର୍ଜ୍ଜା କ୍ଷେତ୍ରରେ ରହିଥିବା ଆବଶ୍ୟକତାକୁ ପୂରଣ କରିବା ଲାଗି ଆତ୍ମ ନିର୍ଭରଶୀଳ ହେବା ଉଚିତ ।

ବନ୍ଧୁଗଣ,

ଗୋଟିଏ ପକ୍ଷରେ ଅଶୌଧିତ ତେଲ ଓ ଗ୍ୟାସର ଖଣି ନେଇ ଆମେ ଆମ ଦେଶରେ ଆବିଷ୍କାର କରୁଥିବା ବେଳେ ସବୁଜ ଊର୍ଜ୍ଜା ଦକ୍ଷତା ବୃଦ୍ଧି କରୁଛୁ । ଆପଣମାନେ ଲାଲକିଲ୍ଲାରୁ ସମୁଦ୍ର ମନ୍ଥନ କଥା ମୁଁ କହିଥିବା ଆପଣମାନେ ପ୍ରାୟ ଜାଣିଥିବେ । ବିଶାରଦମାନେ କୁହନ୍ତି ଯେ, ଆମ ସମୁଦ୍ର ବକ୍ଷରେ ବି ପ୍ରଚୁର ଗ୍ୟାସ ଓ ତେଲର ଖଣି ଥାଇପାରେ । ଏସବୁ ଖଣିକୁ ଦେଶ ଲାଗି କାର୍ଯ୍ୟକାରୀ ଓ ଆବିଷ୍କାର କରିବାକୁ ଆମେ ଖୁବଶୀଘ୍ର ଜାତୀୟ ଗଭୀର ଜଳ ଆବିଷ୍କାର ମିଶନ (ନେସନାଲ ଡିପ ୱାଟର ଏକ୍ସପ୍ଲୋରେସନ ମିଶନ) ଆରମ୍ଭ କରିବାକୁ ଯାଉଛୁ ।

 

ବନ୍ଧୁଗଣ,

ଗ୍ରୀନ ଏନର୍ଜି କ୍ଷେତ୍ରରେ ବି ଆମେ ଦ୍ରୁତ ପଦକ୍ଷେପ ନେଉଛୁ । ଗୋଟିଏ ଶତାବ୍ଦୀ ପୂର୍ବରୁ ସୌର ଶକ୍ତି କ୍ଷେତ୍ରରେ ଭାରତ ପଛୁଆ ରହିଥିଲା । କିନ୍ତୁ ଏବେ ଦୃଶ୍ୟପଟ୍ଟରେ ପରିବର୍ତନ ଆସି ସାରା ବିଶ୍ୱରେ ସୌରଶକ୍ତି କ୍ଷେତ୍ରରେ ଭାରତ ଏବେ ପଂଚମ ସ୍ଥାନରେ ରହିଛି ।

ବନ୍ଧୁଗଣ,

ଏହି ପରିବର୍ତନଶୀଳ ସମୟରେ ଗ୍ୟାସ ଓ ତେଲର ବିକଳ୍ପ ଭାବରେ ଭାରତ ଇନ୍ଧନ ଲାଗି ଉଦ୍ୟମ କରିବା ଦରକାର । ଏପରି ଏକ ବିକଳ୍ପ ହେଲା ଇଥାନଲ । ବାଉଁଶରୁ ଇଥାନଲ ତିଆରି କରିବାର ଏକ କାରଖାନାକୁ ଆଜି ଲୋକାର୍ପଣ କରାଗଲା । ଏହା ରାଜ୍ୟର ଚାଷୀ, ଆଦିବାସୀ ଭାଇ ଉଭଣୀମାନଙ୍କୁ ବେଶ ଫଳପ୍ରଦ ହେବ ।

ବନ୍ଧୁଗଣ,

ଏପରି ଇଥାନଲ ପ୍ଲାଂଟରେ ଆବଶ୍ୟକ ପଡିବାକୁ ଥିବା ବାଉଁଶ ପାଇଁ ବି ବ୍ୟବସ୍ଥା କରାଯାଇଛି । ବାଉଁଶ ଚାଷ କରିବାକୁ ଚାଷୀମାନଙ୍କୁ ସରକାର ବି ପ୍ରୋତ୍ସାହିତ କରିବେ । ବାଉଁଶ ଚିରି ପାତିଆ କରିବାକୁ ବି ଛୋଟ ଛୋଟ କେନ୍ଦ୍ର ଖୋଲାଯିବ । ଏହି କ୍ଷେତ୍ରରେ ପ୍ରତିବର୍ଷ ପ୍ରାୟ ୨ ଶହ କୋଟି ଟଙ୍କା ଖର୍ଚ୍ଚ ହେବ । ଏହି ଗୋଟିଏ ପ୍ଲାଂଟରୁ ହଜାର ହଜାର ଲୋକ ଉପକୃତ ହେବେ ।

ବନ୍ଧୁଗଣ,

ଆଜି ଆମେ ବାଉଁଶରୁ ଇଥାନେଲ ପ୍ରସ୍ତୁତ କରିବାକୁ ଯାଉଛୁ । କିନ୍ତୁ ଆପଣ ସେହି ସମୟ କଥା ଭୁଲନ୍ତୁ ନାହିଁ ଯେବେ କଂଗ୍ରେସ ସରକାର ବାଉଁଶ କାଟିଲେ ଲୋକଙ୍କୁ ଜେଲରେ ପୂରାଉଥିଲେ । ଆଦିବାସୀମାନଙ୍କର ଦୈନନ୍ଦିନ ଜୀବନ ସହ ସମ୍ପୃକ୍ତ ବାଉଁଶକୁ ଏକଦା କାଟିବାକୁ ବାରଣ କରାଯାଇଥିଲା । ଆମ ସରକାର ଏପ୍ରକାର ବାସନ୍ଦ ବ୍ୟବସ୍ଥାକୁ ହଟାଇ ଦେଇଛନ୍ତି ଯାହା ଆଜି ଉତର-ପୂର୍ବ ରାଜ୍ୟର ଲୋକଙ୍କୁ ସୁଫଳ ଦେଉଛି ।

 

ବନ୍ଧୁଗଣ,

ଆଜିକାଲି ଆପଣମାନେ ପ୍ଲାଷ୍ଟିକର ପ୍ରାୟ ଜିନିଷ ବ୍ୟବହାର କରୁଛନ୍ତି । ପ୍ଲାଷ୍ଟିକ ବକେଟ, ମଗ, ବଲ, ଚେୟାର, ଟେବୁଲ, ପ୍ୟାକେଜିଂ ସାମଗ୍ରୀ ପରି ବିଭିନ୍ନ ପ୍ଲାଷ୍ଟିକଜାତ ସାମଗ୍ରୀ ଆମେ ପ୍ରତିଦିନ ବ୍ୟବହାର କରୁଛେ । ଆପଣମାନେ ଜାଣିଛନ୍ତି ଏପରି ପ୍ଲାଷ୍ଟିକ ସାମଗ୍ରୀ ଲାଗି ପଲି-ପ୍ରପଲିନର ଆବଶ୍ୟକତା ରହିଛି । ଆଜିକାଲିର ଜୀବନ ପଲି-ପ୍ରପଲିନ ବିନା ବଂଚିହେବ ନାହିଁ । କାର୍ପେଟ, ରୋପ, ବ୍ୟାଗ, ଫାଇବର, ମାସ୍କ, ମେଡିକାଲ କିଟ, ଟେକ୍ସଟାଇଲ ପରି ବିଭିନ୍ନ ଜିନିଷ ଏହି ପଲି-ପ୍ରପଲିନରୁ ଜନ୍ମିତ । ଏହା ଗାଡିରେ ବ୍ୟବହୃତ ହୋଇଥାଏ । ସ୍ୱାସ୍ଥ୍ୟ ଓ କୃଷି ଉପକରଣ ଲାଗି ଏହାକୁ ବ୍ୟବହାର କରାଯାଏ । ଆଜି ଆସାମରେ ଏପ୍ରକାର ପଲି-ପ୍ରପଲିନ ପ୍ଲାଂଟ ଆରମ୍ଭ ହେଲା । ଏହି ପ୍ଲାଂଟ ଦ୍ୱାରା ମେକ ଇନ ଆସାମ, ମେକ ଇନ ଇଣ୍ଡିଆର ମୂଳଦୁଆ ମଜବୁତ ହେବାକୁ ଯାଉଛି ।

ବନ୍ଧୁବର୍ଗ,

ଗୋମୋଷା, ଏରି, ମୁଗା ସିଲ୍କ ଲାଗି ଆସାମ ସୁପରିଚିତ । ସେହିପରି ପଲି-ପ୍ରପଲିନରୁ ପ୍ରସ୍ତୁତ ଟେକ୍ସଟାଇଲ କ୍ଷେତ୍ରରେ ବି ଆସାମ ତାର ପରିଚିତି ସୃଷ୍ଟି କରିବାକୁ ଯାଉଛି ।

ବନ୍ଧୁବର୍ଗ,

ଆତ୍ମ ନିର୍ଭରଶୀଳ ଭାରତ ଲାଗି ଦେଶ ଏବେ କଠିନ ପରିଶ୍ରମ କରୁଛି । ତେବେ ଏହି ଅଭିଯାନରେ ଆସାମ ସର୍ବାଗ୍ରେ ରହିଛି । ଆସାମର ଦକ୍ଷତା ଉପରେ ମୋର ଅଖଣ୍ଡ ବିଶ୍ୱାସ ରହିଛି । ଏକ ବଡ ମିଶନ ଲାଗି ଆମେ ଆସାମକୁ ଚୟନ କରିଛୁ । ଏହି ଅଭିଯାନ ହେଉଛି ସେମି କଣ୍ଡକ୍ଟର ମିଶନ । ଆସାମ ପ୍ରତି ରହିଥିବା ଏତେଟା ବିଶ୍ୱାସ ପଛରେ ବି ଏକ କାରଣ ରହିଛି । ଦାସତ୍ୱ ସମୟରେ ଆସାମ ଚା ଏତେଟା ଲୋକପ୍ରିୟ ହୋଇ ପାରିନଥିଲା । କିନ୍ତୁ ପରେ ସ୍ୱଳ୍ପ ସମୟ ଭିତରେ ଆସାମ ଲୋକେ ଏହାକୁ ନେଇ ସାରା ବିଶ୍ୱରେ ପରିଚୟ ସୃଷ୍ଟି କରିପାରିଲେ । ବର୍ତମାନ ଏକ ନୂଆପ୍ରକାର ଯୁଗ ଆରମ୍ଭ ହେଇଛି । ଆତ୍ମ ନିର୍ଭରଶୀଳ ହେବା ଲାଗି ଭାରତ ଏବେ ଦୁଇଟି ଜିନିଷ ଆବଶ୍ୟକ କରେ । ଗୋଟିଏ ହେଉଛିି ସେମି କଣ୍ଡକ୍ଟର ଓ ଆରଟି ହେଉଛି ଊର୍ଜ୍ଜା । ଏସବୁ କ୍ଷେତ୍ରରେ ଆସାମ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହନ କରୁଛି ।

 

ବନ୍ଧୁଗଣ,

ଆଜି ପ୍ରତିଟି ଇଲେକ୍ଟ୍ରୋନିକ୍ସ ଜିନିଷ, ବ୍ୟାଙ୍କ କାର୍ଡରୁ ମୋବାଇଲ ଫୋନ, କାର, ଏୟାରପ୍ଲେନ, ସ୍ପେଶ ମିଶନ ସବୁଥିରେ ଗୋଟିଏ ଚିପରେ ସବୁ ଜିନିଷ ରହିପାରୁଛି । ଆମକୁ ଏସବୁ ଜିନିଷ ସ୍ୱଦେଶରେ କରିବାକୁ ପଡିବ । ଫଳରେ ଚିପ୍ସ ଆମର ବି ହେବ । ଯାହାଫଳରେ ଭାରତ ଏବେ ସେମି କଣ୍ଡକ୍ଟର ମିଶନ ଆରମ୍ଭ କରିଛି । ଆସାମକୁ ଏହାର ପ୍ରତିଷ୍ଠିତ କେନ୍ଦ୍ର ଭାବରେ ଛିଡା କରେଇପାରିଛି । ମୋରିଗାଓଁରେ ସେମି କଣ୍ଡକ୍ଟର ଫ୍ୟାକ୍ଟ୍ରି ଦ୍ରୁତ ଗତିରେ ଆଗେଇ ଚାଲିଛି । ଏବାବଦକୁ ୨୭ ହଜାର କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି । ଯାହା ଆସାମ ଲାଗି ଏକ ଗର୍ବର କଥା ।

ବନ୍ଧୁଗଣ,

ଏହି ଦେଶକୁ କଂଗ୍ରେସ ବହୁ ସମୟ ଧରି ଶାସନ କରିଛି । ଏଠାରେ ଆସାମରେ ବି କଂଗ୍ରେସ ବହୁ ବର୍ଷ ଧରି ଶାସନ କରିଛି । କିନ୍ତୁ ଯେତେ ଦିନ ଯାଏ କଂଗ୍ରେସ ଶାସନ କରୁଥିଲା ସେତେଦିନ ଯାଏ ବିକାଶର ଧାରା ଧିମେଇ ଯାଇଥିଲା । ଐତିହ୍ୟ ବି ସଂକଟ ଦେଇ ଗତି କରୁଥିଲା । ବିଜେପିର ଡବଲ ଇଞ୍ଜିନ ସରକାର ଏବେ ରାଜ୍ୟର ସେହି ପୁରୁଣା ପରମ୍ପରାକୁ ଉଜ୍ଜୀବିତ ରଖିବାକୁ ଚାହୁଁଛନ୍ତି । ଆସାମ ଓ ଉତର-ପୂର୍ବ ରାଜ୍ୟକୁ କଂଗ୍ରେସ ବିଚ୍ଛିନ୍ନତାବାଦ, ହିଂସା, ବିବାଦ ଦେଇଛି । ବିକାଶ ଓ ଐତିହ୍ୟର ଧାରାକୁ ଅକ୍ଷୁଣ୍ଣ ରଖି ନୂଆ ବିଜେପି ସରକାର ଏବେ କାମ କରୁଛନ୍ତି । ଆମ ସରକାର ହିଁ ଆସାମ ଭାଷାକୁ ଶାସ୍ତ୍ରୀୟ ମାନ୍ୟତା ଦେଇଛନ୍ତି । ନୂଆ ଶିକ୍ଷା ନୀତିକୁ ବିଜେପି ରାଜ୍ୟ ସରକାର ଲାଗୁ କରୁଥିବା ଜାଣି ମୁଁ ଅତ୍ୟନ୍ତ ଖୁସି । ଆଂଚଳିକ ଭାଷାରେ ଶିକ୍ଷାଦାନକୁ ବିଜେପି ସରକାର ପ୍ରୋତ୍ସାହନ ଦେଉଛନ୍ତି ।

ବନ୍ଧୁଗଣ,

ଉତର-ପୂର୍ବ ଓ ଆସାମର ମହାପୁରୁଷମାନଙ୍କୁ କଂଗ୍ରେସ ଶାସନ ସମୟରେ କେବେବି ଗୁରୁତ୍ୱ ଦିଆଯାଉନଥିଲା । ବୀର ଲସିତ ବରଫୁକାନଙ୍କ ପରି ମହାନୁଭବଙ୍କୁ କଂଗ୍ରେସ ଶାସନ ସମୟରେ ଗୁରୁତ୍ୱ ଦିଆଯାଉନଥିଲା । ଆମ ସରକାର ତାଙ୍କୁ ପୂଜ୍ୟପୂଜା କରି ସମ୍ମାନ ଦେଇଛି । ଜାତୀୟସ୍ତରରେ ଲସିତଙ୍କ ୪୦୦ତମ ଜନ୍ମ ବାର୍ଷିକୀ ଉତ୍ସବ ପାଳନ କରାଯାଇଛି । ୨୩ଟି ଆଂଚଳିକ ଭାଷାରେ ପୁସ୍ତକ ପ୍ରକାଶିତ କରାଯାଇଛି । ଜୋରହାଟରେ ଆମେ ତାଙ୍କର ଏକ ବିଶାଳ ପ୍ରତିମୂର୍ତି ଅନାବରଣ କରିଛୁ । କଂଗ୍ରେସ ସମୟରେ ଯାହା ଅପାଙକ୍ତେୟ ଥିଲା ତାକୁ ବିଜେପି ସରକାର ଆଗକୁ ନେଇପାରିଛନ୍ତି ।

 

ବନ୍ଧୁଗଣ,

ଶିବସାଗରର ଐତିହାସିକ ରଙ୍ଗାହାର ଅନେକ ଦିନ ଧରି ଅବହେଳିତ ଅବସ୍ଥାରେ ପଡି ରହିଥିଲା । ଆମ ସରକାର ଏହାକୁ ପୁନରୁଦ୍ଧାର କରିଛନ୍ତି । ଶ୍ରୀମନ୍ତ ଶଙ୍କରଦେବଙ୍କ ଜନ୍ମସ୍ଥାନ ବତାଦ୍ରାବ ଅଂଚଳକୁ ବିଶ୍ୱସ୍ତରୀୟ କରିବା ଲାଗି ଆମ ସରକାର ଚେଷ୍ଟା କରୁଛନ୍ତି । ବାରଣାସୀର କାଶୀ ବିଶ୍ୱନାଥ ଧାମ, ଉଜ୍ଜୟିନୀର ମହାକାଳ ମହାଲୋକ ପରି ଆମ ସରକାର ଆସାମରେ କାମାକ୍ଷା କରିଡର କରୁଛି ।

ବନ୍ଧୁଗଣ,

ଆସାମରେ ଏମିତି ବହୁ ସ୍ଥାନ ରହିଛି ଯେଉଁସ୍ଥାନକୁ ପରବର୍ତୀ ପିଢି ଲାଗି ବିଜେପି ସରକାର ପୁନରୁଦ୍ଧାର କରିବାରେ ଲାଗିଛି । ଏହା କେବଳ ଆସାମର ଐତିହ୍ୟ ଲାଗି ଶୁଭଙ୍କର ନୁହେଁ ବରଂ ରାଜ୍ୟ ପର୍ଯ୍ୟଟନର ବିକାଶ ଲାଗି ଏହା ଅଭିପ୍ରେତ । ରାଜ୍ୟରେ ପର୍ଯ୍ୟଟନର ଯେତେ ବିକାଶ ହୋଇପାରିବ ଯୁବ ଗୋଷ୍ଠୀ ଏହାଦ୍ୱାରା ସେତେ ସୁଫଳ ପାଇପାରିବେ ।

ବନ୍ଧୁଗଣ,

ଏସବୁ ଉନ୍ନତି ବ୍ୟତିରେକ ଆସାମରେ ଆଉ ଏକ ସମସ୍ୟା ମୁଣ୍ଡ ଟେକିବାରେ ଲାଗିଛି । ତାହା ହେଉଛି ଅନୁପ୍ରବେଶ । କଂଗ୍ରେସ ଶାସନ ସମୟରେ ଏହି ଅନୁପ୍ରବେଶ ଶିଖର ଛୁଇଁଥିଲା । ସେତେବେଳର ସରକାର ଏମାନଙ୍କୁ ସୁରକ୍ଷା ଦେଉଥିଲା । ଭୋଟ ବ୍ୟାଙ୍କ ଲୋଭରେ କଂଗ୍ରେସ ସରକାର ରାଜ୍ୟର ସାମ୍ୟତାକୁ ବିଗାଡି ଦେଇଥିଲା । ଏବେ ବିଜେପି ସରକାର ଏପ୍ରକାର ସମସ୍ୟାକୁ ମୁକାବିଲା କରୁଛି । ଅନୁପ୍ରବେଶକାରୀଙ୍କ କବଳରୁ ଲୋକମାନଙ୍କ ଜାଗାକୁ ବିଜେପି ସରକାର ମୁକୁଳାଉଛନ୍ତି । ଭୂମିହୀନ ଆଦିବାସୀମାନଙ୍କୁ ଆମ ସରକାର ଜାଗା ଯୋଗାଇ ଦେଉଛନ୍ତି । ବସୁନ୍ଧରା ମିଶନ ଲାଗି ମୁଁ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଜ୍ଞାପନ କରୁଛି । ଏହା ଅଧୀନରେ ଲକ୍ଷ ଲକ୍ଷ ଆଦିବାସୀ ପରିବାରକୁ ଜମି ଲିଜ ପ୍ରଦାନ କରାଯାଉଛି । ଭୂମି ଅଧିକାର ଲାଗି ଅହୋମ, କୋଚ ରାଜବୋଙ୍ଗସି, ଗୋର୍ଖା ସମୁଦାୟଙ୍କୁ ଚିହ୍ନିତ କରାଯାଇଛି । ଏହି ଭୂମିହୀନମାନଙ୍କୁ ଜାଗା ଦେବା ପାଇଁ ନୂଆ ସରକାର ପ୍ରତିଶ୍ରୁତିବଦ୍ଧ ।

ବନ୍ଧୁଗଣ, 

ନାଗରିକମାନେ ଦେବତା ସମାନ ବୋଲି ବିଜେପି ବିଶ୍ୱାସ କରେ । ଆଉ ଏହି ମନ୍ତ୍ରରେ ବିଶ୍ୱାସ ରଖେ । ଛୋଟିଆ ଛୋଟିଆ ଆବଶ୍ୟକତା ଲାଗି ଏହି ଦେଶର ନାଗରିକମାନେ ଏଣେ ତେଣେ ଯିବା ଅନାବଶ୍ୟକ । କଂଗ୍ରେସ ଶାସନ ସମୟରେ ଗରିବମାନେ ବହୁ ନିର୍ଯାତନା ସହ୍ୟ କରୁଥିଲେ । ଗୋଟିଏ ଶ୍ରେଣୀକୁ ଖୁସି କରିବାକୁ କଂଗ୍ରେସ ସବୁବେଳେ ଚେଷ୍ଟା କରୁଥିଲା । କିନ୍ତୁ ବିଜେପି ସରକାର ସନ୍ତୁଷ୍ଟିକରଣ ନୁହେଁ ବରଂ ସନ୍ତୋଷ ବିଧାନରେ ବିଶ୍ୱାସ କରେ । କୌଣସି ଗରିବ ଯେପରି ଛାଡ ନପାଆନ୍ତି ସେଥିପ୍ରତି ଆମ ସରକାର ନଜର ରଖିଛି । ଆଜି ଆସାମରେ ଗରିବ ଲୋକର ପକ୍କା ଘର କାମ ଦ୍ରୁତ ଗତିରେ ଆଗେଇ ଚାଲିଛି । ଆସାମରେ ଗରିବ ଲୋକମାନଙ୍କୁ ଏଯାଏ ୨୦ ଲକ୍ଷରୁ ଊର୍ଦ୍ଧ୍ୱ ପକ୍କା ଘର ଯୋଗାଇ ଦିଆଗଲାଣି । ଟ୍ୟାପ ଯୋଗେ ପିଇବା ପାଣି ଯୋଗାଣ କାମ ବି ଦ୍ରୁତ ଗତିରେ ଅଗ୍ରସର ହେଉଛି ।

 

ବନ୍ଧୁଗଣ,

ଚା ବଗିଚାରେ କାମ କରୁଥିବା ଲୋକେ ବି ରାଜ୍ୟ ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ପାଇଁ ଉପକୃତ ହେଉଛନ୍ତି । ଏମାନଙ୍କ ସ୍ୱାର୍ଥ ଓ ସୁରକ୍ଷା ବିଜେପି ସରକାରଙ୍କ ପ୍ରାଥମିକତା । ଚା ବଗିଚାରେ କାମ କରୁଥିବା ମହିଳା ଓ ଶିଶୁଙ୍କ ପାଇଁ ସରକାର କାମ କରୁଛନ୍ତି । ମହିଳାମାନଙ୍କ ସ୍ୱାସ୍ଥ୍ୟ ଓ ଶିଶୁମାନଙ୍କ ଶିକ୍ଷା ଲାଗି ଆମ ସରକାର ପ୍ରତିଶ୍ରୁତିବଦ୍ଧ । ମାତୃ ମୃତ୍ୟୁହାର ଓ ଶିଶୁ ମୃତ୍ୟୁହାର କମାଇବା ଲାଗି ରାଜ୍ୟ ସରକାର ବି ଉଦ୍ୟମ କରୁଛନ୍ତି । କଂଗ୍ରେସ ଶାସନ ସମୟରେ ଚା କମ୍ପାନୀର ଦୟାରେ ଶ୍ରମିକମାନେ ପରିଚାଳିତ ହେଉଥିଲେ । ମାତ୍ର ବିଜେପି ସରକାର ସେମାନଙ୍କ ଗୃହ, ବିଜୁଳି, ପାଣି, ସ୍ୱାସ୍ଥ୍ୟ ସମ୍ପର୍କରେ ସଜାଗ ଓ ସଚେତନ ରହି କାମ କରୁଛି । ଏସବୁ ଯୋଜନା ଲାଗି କୋଟି କୋଟି ଟଙ୍କା ବ୍ୟୟ ବରାଦ କରାଯାଉଛି ।

 

ବନ୍ଧୁଗଣ,

ଆସାମ ବିକାଶର ଏକ ନୂଆ ଫର୍ଦ୍ଦ ଆରମ୍ଭ ହୋଇଛି । ବାଣିଜ୍ୟ ଓ ପର୍ଯ୍ୟଟନର ବିକାଶ ଲାଗି ଆସାମ ପ୍ରମୁଖ ଭୂମିକା ନିର୍ବାହ କରିବ । ମିଳିତ ଭାବରେ ଆମେ ଏକ ବିକଶିତ ଆସାମ ଓ ବିକଶିତ ଭାରତ ଗଠନ କରିବା । ଆଉଥରେ ଆପଣମାନଙ୍କୁ ଏସବୁ ଉନ୍ନତିମୂଳକ କାମ ପାଇଁ ଶୁଭେଚ୍ଛା । ମୋ ସହ କୁହନ୍ତୁ – ଭାରତ ମାତାଙ୍କର ଜୟ ହେଉ । ହାତ ଉଠାନ୍ତୁ । ଆଉଥରେ ସାହାସର ସହ କୁହନ୍ତୁ ଭାରତ ମାତାଙ୍କର ଜୟ । ଭାରତ ମାତାଙ୍କର ଜୟ । ଭାରତ ମାତାଙ୍କର ଜୟ । ଧନ୍ୟବାଦ ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India's Crude Steel Production Rises 3% To Reach 14.2 MT In May

Media Coverage

India's Crude Steel Production Rises 3% To Reach 14.2 MT In May
NM on the go

Nm on the go

Always be the first to hear from the PM. Get the App Now!
...
Prime Minister highlights 12 years of transformative initiatives centered on Garib Kalyan and human empowerment
June 08, 2026

Prime Minister Shri Narendra Modi today highlighted that over the last 12 years, India has witnessed many transformations, stating that at the core of these changes is the welfare of the poor and downtrodden. The Prime Minister noted that the government has always been inspired by Antyodaya and its effort has always been to ensure that the benefits of development reach those who were left behind for decades.

Shri Modi observed that from Jan Dhan accounts and Direct Benefit Transfer to Swachh Bharat, PM Awas Yojana, Jal Jeevan Mission, Ayushman Bharat and more, every initiative has been driven by a simple objective of ensuring people have dignity and opportunity.

The Prime Minister expressed gladness that technology has played a vital role in ensuring a better quality of life for the poor. Shri Modi pointed out that through Direct Benefit Transfer and digital platforms, support is reaching people directly and transparently. The Prime Minister affirmed that this has reduced leakages, improved efficiency, and strengthened trust in governance, adding that this is how the journey of furthering Garib Kalyan has become a collective movement towards human empowerment and realising the dream of a Viksit Bharat.

In a series of posts on X, the Prime Minister shared:

"Over the last 12 years, India has witnessed many transformations and at the core of these changes is the welfare of the poor and downtrodden. We have always been inspired by Antyodaya and our effort has always been to ensure that the benefits of development reach those who were left behind for decades. From Jan Dhan accounts and Direct Benefit Transfer to Swachh Bharat, PM Awas Yojana, Jal Jeevan Mission, Ayushman Bharat and more, every initiative has been driven by a simple objective of ensuring people have dignity and opportunity.
#12YearsOfGaribKalyan”

“It is also gladdening that technology has played a vital role in ensuring a better quality of life for the poor. Through Direct Benefit Transfer and digital platforms, support is reaching people directly and transparently. This has reduced leakages, improved efficiency and strengthened trust in governance. This is how the journey of furthering Garib Kalyan has become a collective movement towards human empowerment and realising our dream of a Viksit Bharat.

#12YearsOfGaribKalyan"